ଅବସର ପରେ ଯୁବି କରିବେ ନାହିଁ ଏହି କାମ: ଜାଣନ୍ତୁ କ’ଣ ରହିଛି ତାଙ୍କ ଇଛା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ କ୍ରିକେଟ୍‌ରୁ ଅବସର ନେବେ ନାହିଁ। ଆହୁରି ଅନେକ କ୍ରିକେଟ୍‌ ତାଙ୍କୁ ଖେଳିବାର ବାକି ରହିଛି। ଯୁବରାଜ କିହଛନ୍ତି ସେ କ୍ରିକେଟ୍‌କୁ ଏବେ ଛାଡ଼ିବାକୁ ଚାହୁଁନାହାଁନ୍ତି। ସେ କହିଛନ୍ତି ଯବେ କ୍ରିକେଟ୍‌ରୁ ଅବସର ନେବେ ଏହାପରେ ସେ କମେଟ୍ରି କରିବେ ନାହିଁ। ସେ କ୍ୟାନସର୍‌ ପୀଡ଼ିତଙ୍କ ପାଇଁ କାମ କରିବେ। ଏକ ଇଣ୍ଟର୍ଭ୍ୟୁରେ ଯୁବି କହିଛନ୍ତି ଯେ ସେ ଏବେ କ୍ରିକେଟ୍‌ ଖେଳ ଜାରି ରଖିବେ। କ୍ରିକେଟ୍‌ରୁ […]

2017_6$largeimg15_Thursday_2017_104403196

2017_6$largeimg15_Thursday_2017_104403196

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 12:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ କ୍ରିକେଟ୍‌ରୁ ଅବସର ନେବେ ନାହିଁ। ଆହୁରି ଅନେକ କ୍ରିକେଟ୍‌ ତାଙ୍କୁ ଖେଳିବାର ବାକି ରହିଛି। ଯୁବରାଜ କିହଛନ୍ତି ସେ କ୍ରିକେଟ୍‌କୁ ଏବେ ଛାଡ଼ିବାକୁ ଚାହୁଁନାହାଁନ୍ତି। ସେ କହିଛନ୍ତି ଯବେ କ୍ରିକେଟ୍‌ରୁ ଅବସର ନେବେ ଏହାପରେ ସେ କମେଟ୍ରି କରିବେ ନାହିଁ। ସେ କ୍ୟାନସର୍‌ ପୀଡ଼ିତଙ୍କ ପାଇଁ କାମ କରିବେ।

ଏକ ଇଣ୍ଟର୍ଭ୍ୟୁରେ ଯୁବି କହିଛନ୍ତି ଯେ ସେ ଏବେ କ୍ରିକେଟ୍‌ ଖେଳ ଜାରି ରଖିବେ। କ୍ରିକେଟ୍‌ରୁ ଅବସର ପରେ ସେ କ୍ୟାନସର ପୀଡ଼ିତଙ୍କ ପାଇଁ କାମ କରିବା ସହ ଯୁବ ପ୍ରତିଭାଙ୍କୁ କୋଚିଂ ଦେବାକୁ କହିଛନ୍ତି।

ଆଇପିଏଲ ୧୧ରେ ସେ ପଞ୍ଜାବ ଦଳ ପକ୍ଷରୁ ଖେଳିବେ। ପଞ୍ଜାବ ତାଙ୍କୁ ୨ କୋଟିରେ କିଣିଛି। ୩୬ ବର୍ଷିୟ ଯୁବରାଜ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ସେ ୩୩.୯୨ ଆଭରେଜରେ ୧୯୦୦ ରନ କରିଛନ୍ତି।  ଦିନିକିଆରେ ୩୬.୫୫ ଆଭରେଜରେ ୮୭୦୧ ରନ କରିଛନ୍ତି। ଟି-ଟ୍ୱେଣ୍ଟି କ୍ୟାରିୟରରେ ୨୮.୦୨ ଅଭରେଜରେ ୧୧୭୭ ରନ କରିଛନ୍ତି। ଟେଷ୍ଟରେ ଯୁବି ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ମାରିଥିବା ବେଳେ ଦିନିକିଆରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ମାରିଛନ୍ତି। ସେହିପରି ଟି-ଟ୍ୱେଣ୍ଟିରେ ଯୁବି ୮ଟି ଅର୍ଦ୍ଧଶତକ ମାରିଛନ୍ତି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos