ଆଇପିଏଲ ପ୍ରଥମ ମ୍ୟାଚରେ ଯୁବରାଜଙ୍କ ବିସ୍ଫୋରକ ବ୍ୟାଟିଂ

ହାଇଦ୍ରାବାଦ: ଆଇପିଏଲର ଦଶମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଆଉ ଏହି ପ୍ରଥମ ମ୍ୟାଚରେ ଟିଟୋଣ୍ଟିର କିଙ୍ଗ୍‌ ଭାବେ ପରିଚିତ ଯୁବରାଜ ସିଂହଙ୍କ ଜଲୱା ଦେଖିବାକୁ ମିଳିଥିଲା । ଆରମ୍ଭରୁ ହିଁ ଯୁବରାଜ ବୋଲରଙ୍କୁ ନିର୍ଘାତ ପ୍ରାହାର କରିଥିଲେ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍‌ ୱାର୍ନର ଓ ଶିଖର ଧାୱନ ପାରି ଆରମ୍ଭ କରିବାକୁ ପଡିଆକୁ […]

YUV

YUV

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 10:08 PM IST

Sports

Latest News

ହାଇଦ୍ରାବାଦ: ଆଇପିଏଲର ଦଶମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଆଉ ଏହି ପ୍ରଥମ ମ୍ୟାଚରେ ଟିଟୋଣ୍ଟିର କିଙ୍ଗ୍‌ ଭାବେ ପରିଚିତ ଯୁବରାଜ ସିଂହଙ୍କ ଜଲୱା ଦେଖିବାକୁ ମିଳିଥିଲା । ଆରମ୍ଭରୁ ହିଁ ଯୁବରାଜ ବୋଲରଙ୍କୁ ନିର୍ଘାତ ପ୍ରାହାର କରିଥିଲେ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ସନରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍‌ ୱାର୍ନର ଓ ଶିଖର ଧାୱନ ପାରି ଆରମ୍ଭ କରିବାକୁ ପଡିଆକୁ ଓହ୍ଳାଇଥିଲେ। ମ୍ୟାଚର ୨ୟ ଓଭରରେ ୱାର୍ନରଙ୍କ ୱିକେଟ ପଡିଥିବା ବେଳେ ଏମ୍‌.ସି ହେନ୍‌ରିକ୍‌ ପଡିଆକୁ ଓହ୍ଲାଇଥିଲେ । ୧୦.୩ ଓଭରରେ ଧାୱନ ଆଉଟ୍‌ ହେଲା ପରେ ପଡିଆକୁ ଆସିଥିଲେ ଡେଞ୍ଜର ମ୍ୟାନ୍‌ ଯୁବରାଜ। ଏହି ସମୟରେ ଟିମ୍‌ର ସ୍କୋର୍‌ ଥିଲା ୯୩ ରନ।  ମାତ୍ର ଏହାପରେ ଆରମ୍ଭ ହୋଇଯାଇଥିଲା ଯୁବରାଜଙ୍କ ବୋସ୍ଫୋରକ ବ୍ୟାଟିଂ। ଛକା ଚୌକାରେ ଦର୍ଶକଙ୍କୁ ମନରଞ୍ଜନର ଖୋରାକ ଯୋଗାଇଦେଇଥିଲେ। ମାତ୍ର ୨୭ଟି ବଲ ଖେଳି ଯୁବରାଜ ବିସ୍ଫୋରକ ୬୨ରନ କରଥିଲେ । ଯେଉଁଥିରେ ୩ଟି ଛକା ଓ ୭ଟି ଚୌକା ସାମିଲ। ଏହି ପାରିରେ ସେ ୨୩୦ ଷ୍ଟ୍ରାଇକରେଟ୍‌ରେ ବ୍ୟାଟିଂ କରିଥିଲେ। ଏହାସହ ହେନ୍‌ରିକ୍‌ ୫୨ ଓ  ଶିଖର ଧାୱାନଙ୍କ ୪୦ ରନର ଧୂଆଁଧାର୍‌ ଇଂନିସ୍‌ ବଳରେ ଟିମ୍‌ର ସ୍କୋର ୨୦୭ରନ ପହଞ୍ଚିପାରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos