ଯୁବିଙ୍କ ସମର୍ଥନରେ ଏମିତି କହିଲେ ଏହି ବିଶ୍ୱକପ୍ ବିଜେତା କ୍ୟାପଟେନ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଟି ବିଶ୍ୱକପରେ ବିଜେତା କରାଇଥିବା ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ ଦୁଇ ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଅବସର ନେବା ସମୟରେ ସେ ଅତ୍ୟଧିକ ଭାବପ୍ରବଣ ହୋଇ ପଡ଼ିଥିଲେ। ଯୁବି ପ୍ରାୟ ଦୁଇବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଲା ପରେ ଅବସର ନେବାକୁ ନିଷ୍ପତ୍ତି ନେଲେ।

ତାଙ୍କ ଭଳି ବିଶ୍ୱ ଚାମ୍ପିଅନ୍ ଖେଳାଳିଙ୍କୁ ବିଦାୟୀ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଲା ନାହିଁ, ଯାହାକୁ ନେଇ ଯୁବରାଜ ବିସିସିଆଇ ଉପରେ ଖପ୍ପା ହୋଇଥିଲେ। ତେବେ ଏହି ମାମଲାରେ ଭାରତର ପୂର୍ବତନ ବିଶ୍ୱ ବିଜେତା ଟିମ୍ କ୍ୟାପଟେନ୍ କପିଲ୍ ଦେବ ଯୁବିଙ୍କୁ ସମର୍ଥନ କରିଛନ୍ତି।

କପିଲ୍ କହିଛନ୍ତି, ଯୁବରାଜ ଜଣେ ଚମତ୍କାର କ୍ରିକେଟର। ମୁଁ ଯେବେବି ଭାରତର ସର୍ବକାଳୀନ ମହାନ ଖେଳାଳିଙ୍କ ଦିନିକିଆ ଟିମ୍ ଘୋଷଣା କରିବି, ସେହି ଟିମରେ ଯୁବରାଜ ନିଶ୍ଚିତ ସ୍ଥାନ ପାଇବେ। ଯୁବରାଜଙ୍କ ଭଳି ଖେଳାଳିଙ୍କୁ କ୍ରିକେଟ୍ ମଇଦାନରୁ ବିଦାୟ ମିଳିବାର ଆବଶ୍ୟକତା ଥିଲା। ମୁଁ ଅତିକମରେ ଯୁବରାଜଙ୍କୁ ଥରେ ମଇଦାନରେ ଦେଖିବାକୁ ଚାହୁଁଥିଲି।

ସେ ନିଜ ଖେଳ ଦ୍ୱାରା ଯୁବ ଖେଳାଳିଙ୍କୁ ପାଗଳ କରିଛନ୍ତି। ଆମ ଦେଶରେ ଏଭଳି ଜଣେ ସୁପର ହିରୋର ଆବଶ୍ୟକତା ରହିଛି, ଯିଏ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗଇପାରିବ। ପର ପିଢ଼ି ଜାଣିବା ଦରକାର ଯେ, ଯୁବରାଜ ନିଜ ବ୍ୟକ୍ତିଗତ ଜୀବନରେ କେତେ ସଂଘର୍ଷ କରିଛନ୍ତି। ଆଗାମୀ ଭବିଷ୍ୟତ ପାଇଁ ମୁଁ ଯୁବରାଜଙ୍କୁ ଅଭିନନ୍ଦନ ଜଣାଉଛି ବୋଲି କପିଲ୍ କହିଛନ୍ତି।

ସୂଚନାଯୋଗ୍ୟ, ନିଜର ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଯୁବରାଜ ୨୦୦୭ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ବିଜେତା ଭାରତୀୟ ଟିମରେ ପ୍ରମୁଖ ଯୋଗଦାନ କରିଥିଲେ। ଯୁବରାଜ ଭାରତ ପକ୍ଷରୁ ୪୦ ଟେଷ୍ଟ, ୩୦୪ ଦିନିକିଆ ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୧୯୦୦ ଓ ଦିନିକିଆରେ ୮୭୦୧ ରନ୍ କରିଛନ୍ତି।

ଆହୁରି ପଢ଼ନ୍ତୁ

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଜୁଲାଇ ୮, ବୁଧବାର: ମନ ପ୍ରଫୁଲ୍ଲ ରହିବ

ବ୍ରାଜିଲ ରାଷ୍ଟ୍ରପତି ମହାମାରୀ କରୋନାରେ ଆକ୍ରାନ୍ତ

ଲଦାଖରେ ୨୦ ହଜାର କୋଟିର ରାସ୍ତାକାମ ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଚାଇନାରେ ଚିହ୍ନଟ ହେବା ପୂର୍ବରୁ ସମଗ୍ର ବିଶ୍ୱରେ ଲୁଚି ରହିଥିଲା କରୋନା!

ରେଳଲାଇନରୁ ମିଳିଲା ଆଦିତ୍ୟଙ୍କ ମୃତଦେହ

ଜୁଲାଇ ୭, ମଙ୍ଗଳବାର: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଚୀନ୍ ବିବାଦ : ନବ-ସାମ୍ରାଜ୍ୟବାଦୀ ପୁଞ୍ଜିବାଦ ସହ ଯୁଦ୍ଧ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା