୨୦୧୯ ପରେ ଅବସର ନେବେ ଯୁବରାଜ ସିଂହ!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର ଯୁବରାଜ ସିଂହ ୨୦୧୯ ପର୍ଯ୍ୟନ୍ତ ଖେଳିବେ। ତା’ପରେ ଅବସର ନେବା ପାଇଁ ନିଷ୍ପତ୍ତି ନେବେ। 18 th Lauras World Sports Awards କାର୍ଯ୍ୟକ୍ରମରେ ଯୁବରାଜ ଏପରି ସୂଚନା ଦେଇଛନ୍ତି। ସେ କହିଛନ୍ତି-“୨୦୧୮ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହେବ। କାରଣ ୨୦୧୯ ପର୍ଯ୍ୟନ୍ତ ଖେଳିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟ ମୋତେ ମାର୍ଗ ଦର୍ଶାଇବ।” ସେ କହିଛନ୍ତି-“କ୍ରିକେଟ୍‌ କ୍ୟାରିଅର ଆରମ୍ଭ […]

Yuvraj-Singh1

Yuvraj-Singh1

Rakesh Mallick
  • Published: Wednesday, 28 February 2018
  • Updated: 01 March 2018, 03:11 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର ଯୁବରାଜ ସିଂହ ୨୦୧୯ ପର୍ଯ୍ୟନ୍ତ ଖେଳିବେ। ତା’ପରେ ଅବସର ନେବା ପାଇଁ ନିଷ୍ପତ୍ତି ନେବେ। 18 th Lauras World Sports Awards କାର୍ଯ୍ୟକ୍ରମରେ ଯୁବରାଜ ଏପରି ସୂଚନା ଦେଇଛନ୍ତି। ସେ କହିଛନ୍ତି-“୨୦୧୮ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଏହା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ହେବ। କାରଣ ୨୦୧୯ ପର୍ଯ୍ୟନ୍ତ ଖେଳିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟ ମୋତେ ମାର୍ଗ ଦର୍ଶାଇବ।”

ସେ କହିଛନ୍ତି-“କ୍ରିକେଟ୍‌ କ୍ୟାରିଅର ଆରମ୍ଭ ହେବାର ୬ ବର୍ଷ ଭିତରେ ଅଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇନଥିଲି। କାରଣ ସେହି ସମୟରେ ଟିମ୍‌ରେ ଭଲ ଭଲ ଖେଳାଳି ଥିଲେ। ଆଉ ଯେତେବେଳେ ସୁଯୋଗ ମିଳିଲା, ସେତେବେଳେ କ୍ୟାନ୍‌ସର ପରି ଦୋରାରୋଗ୍ୟରେ ଆକ୍ରାନ୍ତ ହୋଇଗଲି।”

୨୦୧୧ ମସିହାରେ ଭାରତ ବିଶ୍ୱକପ୍‌ ଜିତିଥିଲା। ଏଥିରେ ଯୁବରାଜ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା। ବିଶ୍ୱକପ୍‌ ମ୍ୟାଚ ଜିତିବା ପରେ ଯୁବରାଜ କ୍ୟାନସର ପରି ଦୋରାରୋଗ୍ୟରେ ଆକ୍ରାନ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos