ପୁଣି କ୍ରିକେଟ୍ ମଇଦାନରେ ଦେଖାଦେବେ ଯୁବି

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଗୁରୁବାର ଖେଳାଳିମାନଙ୍କ ଡ୍ରାଫ୍ଟରେ ଯୁବରାଜଙ୍କୁ ମାର୍କି ଖେଳାଳି ଭାବେ ଟରଣ୍ଟୋ ନ୍ୟାଶନାଲ୍ସ କିଣିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଅବସର ପରେ ସେ ବିଭିନ୍ନ ଦେଶରେ […]

yuvi

Hemant Lenka
  • Published: Friday, 21 June 2019
  • , Updated: 21 June 2019, 05:15 PM IST

ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଗୁରୁବାର ଖେଳାଳିମାନଙ୍କ ଡ୍ରାଫ୍ଟରେ ଯୁବରାଜଙ୍କୁ ମାର୍କି ଖେଳାଳି ଭାବେ ଟରଣ୍ଟୋ ନ୍ୟାଶନାଲ୍ସ କିଣିଛି।

ଚଳିତ ମାସ ପ୍ରଥମ ସପ୍ତାହରେ ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଅବସର ପରେ ସେ ବିଭିନ୍ନ ଦେଶରେ ଆୟୋଜିତ ହେଉଥିବା ଟି-୨୦ ଲିଗ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିଦେଶରେ ଟି-୨୦ ଲିଗ୍ ଖେଳିବା ନେଇ ଯୁବରାଜ ବିସିସିଆଇଠାରୁ ଅନୁମତି ମଧ୍ୟ ମାଗିଥିଲେ।

ଅବସର ନେବା ସମୟରେ ଯୁବି କହିଥିଲେ, ଭବିଷ୍ୟତରେ ମୁଁ ବିଦେଶରେ କିଛି ଟି-୨୦ ମ୍ୟାଚ୍ ଖେଳିବାକୁ ଚାହୁଁଛି। ଏହି ବୟସରେ କ୍ରିକେଟକୁ ଉପଭୋଗ କରିବା ଛଡ଼ା ମୋ ପାଖରେ ଆଉ କିଛି ଉପାୟ ନାହିଁ। ଯୁବରାଜଙ୍କ ସମେତ ଗ୍ଲୋବାଲ୍ ଟି-୨୦ କ୍ୟାନାଡାରେ କିଛି ଅନ୍ତର୍ଜାତୀୟ ତାରକା ମଧ୍ୟ ଭାଗ ନେବେ।

ଏହି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍, ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍, ସୁନୀଲ ନରିନ୍, ପାକିସ୍ତାନର ଶାହିଦି ଆଫ୍ରିଦି, ୱାହାବ ରିଆଜ, ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଓ ଦକ୍ଷିଣ ଆଫ୍ରିକାର ଫାଫ୍ ଡ୍ୟୁପ୍ଲେସିସଙ୍କ ଭଳି ଷ୍ଟାର୍ ଖେଳାଳି ଭାଗ ନେବେ। ତେବେ ଯୁବରାଜଙ୍କ ଟିମରେ ବ୍ରେଣ୍ଡନ୍ ମ୍ୟାକକୁଲମ୍, କାଇରନ୍ ପୋଲାର୍ଡ, ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ତାରକା ଖେଳାଳି ଅଛନ୍ତି।

ଏହି ଲିଗରେ ମୋଟ ୬ଟି ଟିମ୍ ଭାଗ ନେବେ। ଟିମ୍ ଗୁଡ଼ିକ ହେଲେ ଟରଣ୍ଟୋ ନ୍ୟାଶନାଲ୍ସ, ବ୍ରାମ୍ପଟନ୍ ଉଲ୍‌ଭସ୍, ୱିନିପେଗ୍ ହକ୍ସ, ମଣ୍ଟ୍ରିଲ୍ ଟାଇଗର୍ସ, ଏଡମଣ୍ଟନ୍ ରୟାଲ୍ସ, ଭାଙ୍କଭର୍ ନାଇଟ୍ସ।

Related story