ରୋମାଞ୍ଚକର ସ୍ଥିତିରେ ବାଂଲା-ଆଫଗାନ ଟେଷ୍ଟ

ଢାକା: ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆଫଗାନିସ୍ତାନ ତା’ର ଦ୍ୱିତୀୟ ଇନିଂସରେ ୮ ୱିକେଟ୍‌ ହରାଇ ୨୩୭ ରନ୍‌ କରିଛି। ତେବେ ବାଂଲାଦେଶର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଆଫ୍‌ଗାନିସ୍ତାନ ୩୭୪ ରନ୍‌ର ଅଗ୍ରଣୀ ହାସଲ କରିନେଇଛି। ଆଫ୍‌ଗାନିସ୍ତାନ ତା’ର ପ୍ରଥମ ଇନିଂସରେ ୩୪୨ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗତକାଲି […]

dd

dd

Hemant Lenka
  • Published: Saturday, 07 September 2019
  • Updated: 07 September 2019, 08:19 PM IST

Sports

Latest News

ଢାକା: ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆଫଗାନିସ୍ତାନ ତା’ର ଦ୍ୱିତୀୟ ଇନିଂସରେ ୮ ୱିକେଟ୍‌ ହରାଇ ୨୩୭ ରନ୍‌ କରିଛି। ତେବେ ବାଂଲାଦେଶର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ଆଫ୍‌ଗାନିସ୍ତାନ ୩୭୪ ରନ୍‌ର ଅଗ୍ରଣୀ ହାସଲ କରିନେଇଛି।

ଆଫ୍‌ଗାନିସ୍ତାନ ତା’ର ପ୍ରଥମ ଇନିଂସରେ ୩୪୨ ରନ୍‌ କରିଥିଲା। ଏହାର ଜବାବରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗତକାଲି ଦଳ ୮ ୱିକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଆଜି ଏଥିରେ ଆଉ ୧୧ ରନ୍‌ ଯୋଡ଼ି ପୂରା ବାଂଲାଦେଶ ଟିମ୍‌ ୨୦୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଫଳରେ ଆଫଗାନିସ୍ତାନ ଗୁରୁତ୍ୱପୂର୍ଣ୍ଣ ୧୩୭ ରନ୍‌ର ଅଗ୍ରଣୀ ପାଇଥିଲା। ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟର ମୁଖ୍ୟ କାରଣ ସାଜିଥିଲେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ୍‌। ସେ ୫ଟି ୱିକେଟ୍‌ ନେଇ ବାଂଲାଦେଶ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଭୁଶୁଡ଼ାଇ ଦେଇଥିଲେ।

ଆଫଗାନିସ୍ତାନ ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୪ ରନ୍‌ରେ ଦଳ ୨ଟି ୱିକେଟ୍‌ ହରାଇଥିଲା। ହଶମୁତୁଲ୍ଲା ଶାହିଦ ଓ ଇବ୍ରାହିମ ଜର୍ଦ୍ଦାନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୨ ରନ୍‌ କରି ହଶମୁତୁଲ୍ଲା ଆଉଟ୍‌ ହୋଇଯାଇଥିଲେ। ୨୮ ରନ୍‌ରେ ୩ ୱିକେଟ୍‌ ହରାଇଥିବା ଆଫଗାନିସ୍ତାନକୁ ଇବ୍ରାହିମ ଓ ଅଶଗର ଆଫଗାନ୍‌ଙ୍କ ଯୋଡ଼ି ଆଗକୁ ନେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୩୬ରେ ପହଞ୍ଚାଇଥିଲେ।

ତେବେ ଏହି ସମୟରେ ୫୦ ରନ୍‌ କରିଥିବା ଆଫଗାନ୍‌ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଦଳୀୟ ସ୍କୋର ୧୭୧ ଥିବା ବେଳେ ଇବ୍ରାହିମ ୮୭ ରନ୍‌ କରି ନୟୀମ ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଫସର ଜଜାଇ ଗୋଟିଏ ପଟେ ବ୍ୟାଟିଂ କରୁଥିଲେ ହେଁ ମହମ୍ମଦ ନାବି(୮) ଓ ରଶିଦ ଖାନ୍‌(୨୪) କରି ସଅଳ ଆଉଟ୍‌ ହୋଇଯାଇଥିଲେ।

କ୍ୱାସି ଅହମ୍ମଦ (୧୪) ମଧ୍ୟ ବେଶୀ ସମୟ ବ୍ୟାଟିଂ କରି ନ ପାରି ସାକିବ ଅଲ ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ତେବେ ଜଜାଇ ୩୪ ରନ୍‌ କରି ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି।

ବାଂଲାଦେଶ ପକ୍ଷରୁ ସାକିବ ୩ଟି ୱିକେଟ ନେଇଥିବା ବେଳେ ତୈଜୁଲ ଇସଲାମ ଓ ନୟୀମ ହାସନ ୨ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ମେହେଦି ହାସନ ଗୋଟିଏ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos