ଛୋଟ ପରଦାରେ ଦମଦାର ଅଭିନୟ ପାଇଁ ଦୁଇ ଭଉଣୀ ଖୁବ୍ ପପୁଲାର ଥିଲେ। ମାତ୍ର ସହି ପାରିଲାନି ଦଇବ । ଅମରଦୀପ ପିଲା ବେଳୁ ପୋଲିଓରେ ଆକ୍ରାନ୍ତ ହୋଇଥିବା ବେଳେ ମାସେ ହେବ ଜଣ୍ଡିସ୍ରେ ପୀଡ଼ିତ ଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ କିଛି ଦିନ ହେବ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେହିପରି ଗତ ବର୍ଷ କ୍ୟାନସରରେ ଲଢ଼ୁଥିବା ଡଲିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲେ ବି ହଠାତ୍ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ବି ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଡାକ୍ତରଙ୍କ ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ ଗତ ରାତିରେ ଅମନଦୀପ ଓ ଆଜି ସକାଳେ ଆଖି ବୁଜିଛନ୍ତି ଡଲି। ଉଭୟଙ୍କ ମୃତ୍ୟୁ ପରିବାରକୁ ଶକ୍ତ ଧକ୍କା ଦେଇଛି। ଆଜି ଅପରାହ୍ନରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଡଲିଙ୍କ ଭାଇ କହିଛନ୍ତି ।
ଡଲି ସୋହି କମାଲ, ଭାବି, ତୁଝ ସଙ୍ଗ ପ୍ରୀତ ଲଗାଇ ସଜନା, ହିଟଲର ଦିଦି, ଦେବୋଁ କି ଦେବ ମହାଦେବ ଆଦି ପପୁଲାର ଶୋ’ରେ ଅଭିନୟ କରିଛନ୍ତି । ଏହାପରେ ସେ ‘ଝନକ’ ସିରିଏଲରେ କାମ କରୁଥିବା ବେଳେ କ୍ୟାନସର ଚିକିତ୍ସା ପାଇଁ ଏହି ଶୋ’ରୁ ଅବ୍ୟାହତି ନେଇଥିଲେ।
ସେହିପରି ଅମନଦୀପ ବି ‘ବତମିତ ଦିଲ୍’ ସିରିଏଲରେ ନିଖୁଣ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟରେ ଘର କରିଛନ୍ତି।
ଡଲି କାନାଡାସ୍ଥିତ ଜଣେ ଏନଆରଆଇଙ୍କୁ ବିବାହ କରିଥିଲେ ବି ଏହା ବେଶି ଦିନ ତିଷ୍ଠି ପାରି ନ ଥିଲା। ସନ୍ତାନ ଜନ୍ମ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଡଲି ଭାରତ ଫେରି ଆସିଥିଲେ।
ଦୁଇ ଭଉଣୀ ଅଭିନୟ ଜଗତରେ ବେଶ୍ ପପୁଲାର ଥିବା ବେଳେ ପରସ୍ପରର ଭଲ ବନ୍ଧୁ ବି ଥିଲେ। କଠିନ ସମୟରେ ବି ଉଭୟ ପରସ୍ପରର ସାହାରା ପାଲଟିଥିଲେ। ଶେଷରେ ଭଗବାନ ଏକସଙ୍ଗେ ଉଭୟଙ୍କୁ ନେଇଯିବା ଘଟଣାକୁ ପରିବାର ଲୋକେ ବରଦାସ୍ତ କରି ପାରୁ ନାହାନ୍ତି।
ଲକ୍ଷ୍ମୀକାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି। ସେ ସାରଜାରେ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ସାରଜାରେ ଏକ ବ୍ୟାଙ୍କରେ ସେ କାମ କରୁଥିଲେ।
ମଲୟାଲମ କ୍ଷୁଦ୍ର ଚଳଚ୍ଚିତ୍ର ‘କାକ୍କା’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଥିଲେ। ଏଥିରେ ସେ ପଛୁଆ ବର୍ଗର ଏକ ଝିଅ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ନାଁ ଥିଲା ପଞ୍ଚମୀ। ଏହି ଫିଲ୍ମରେ ତାଙ୍କ ରଙ୍ଗ କଳା ଥିଲା। ତାଙ୍କର ସମ୍ମୁଖ ଭାଗ ଦାନ୍ତ ବହୁତ ବଡ଼ ବଡ଼ ଥିଲା। ପରିବାର ଲୋକଙ୍କ ଦ୍ୱାରା ସେ ଅବହେଳିତ ହୋଇ ଥିଲେ। ‘କାକ୍କା’ରେ ତାଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା।
ସେ ‘ପୁଝାୟାମ୍ମା’, ‘ପଞ୍ଚବରଣାଥଥା’, ‘ସାଉଦି ଭେଲ୍ଲକ୍କା’, ‘ୟୁୟାରେ’, ‘ଓରୁ କୁଟ୍ଟାନାଦନ’, ‘ଓରୁ ଯମନନ୍ଦ ପ୍ରେମକଥା’ ଓ ‘ନିତ୍ୟହରିଥା ନାୟାଗାନ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି। ସେ ଶେଷ ଥର ପାଇଁ ‘କୁନ୍’ ଫିଲ୍ମରେ ଅଭିନୟ କରିଥିଲେ, ଯାହା ୨୦୨୧ରେ ରିଲିଜ୍ ହୋଇଥିଲା।
ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ନେଇ ତାଙ୍କ କୋ-ଷ୍ଟାର ଲବଲି ସସାନ ସୂଚନା ଦେଇଛନ୍ତି। ସେ ଅପର୍ଣ୍ଣାଙ୍କ ବେଶ୍ ନିକଟତର ଥିଲେ। ସେ ଇନ୍ଷ୍ଟାଗ୍ରାମରେ ଅପର୍ଣ୍ଣାଙ୍କ ଏକ ଫଟୋ ପୋଷ୍ଟ କରିବା ସହ କ୍ୟାପସନରେ ତାଙ୍କ ଦେହାନ୍ତ ଖବର ଦେଇ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ସେପଟେ ଲବଲିଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜ ସମେତ ଅନେକ କୋ-ଷ୍ଟାର ରିଆକ୍ଟ କରି ଅପର୍ଣ୍ଣା କାଣେକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ସୂଚନା ମୁତାବକ, ୨୦୧୧ରେ ଟିଭି ସିରିଏଲ 'ସାଥ ନିଭାନା ସାଥିଆ'ରେ 'ଜାନକି ବା' ରୂପେ ଅଭିନୟ କରିଥିଲେ ଅପର୍ଣ୍ଣା। ସେ ବେଶ୍ କମ୍ ସମୟ ମଧ୍ୟରେ ସମସ୍ତ ଫେଭରେଟ୍ ବନି ଯାଇଥିଲେ। ସେ ୫ ବର୍ଷ ଯାଏଁ ଏହି ଶୋ'ରେ କାମ କରିଥିଲେ। ସେ ପୁରା ଟିମ୍ର ଅତି ନିକଟତର ଥିଲେ। ଏଭଳି ସ୍ଥିତିରେ ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଶକ୍ତ ଝଟ୍କା ଦେଇଛି।
ରେଞ୍ଜୁଶାଙ୍କ ମୃତଦେହ ବେଡ୍ ରୁମ୍ରେ ଝୁଲି ରହିଥିଲା। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ତେବେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି।
ସ୍ୱାମୀ ମନୋଜଙ୍କ ସହିତ ରେଞ୍ଜୁଶା ଏହି ଘରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା। ସେ ଟେଲିଭିଜନ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ।
ମାଲାୟାଲାମ୍ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ରେଞ୍ଜୁଶା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ଉଭୟ ଟେଲିଭିଜନ ଓ ଚଳଚ୍ଚିତ୍ରରେ ସେ ସପୋର୍ଟିଂ ରୋଲ୍ରେ ଅଭିନୟ କରୁଥିଲେ।
ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ଗତକାଲି ଅପର୍ଣ୍ଣା ଥିରୁଅନନ୍ତପୁରମ୍ସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଉକ୍ତ ହସ୍ପିଟାଲ ପକ୍ଷରୁ ରାତି ୧୧ଟାରେ ପୁଲିସ୍କୁ ଖବର ଦିଆଯାଇଥିଲା।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ମୃତଦେହକୁ ବବ୍ୟଚ୍ଛେଦ ପାଇଁ ପଠାଇଛି । ଏଥିସହ ମୃତ୍ୟୁ ପଛର କାରଣ ଜାଣିବାକୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅପର୍ଣ୍ଣା ଜଣେ ଜଣାଶୁଣା ଚେହେରା। ସେ ବହୁ ଫିଲ୍ମ ଓ ଟିଭି ଶୋ’ରେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରି ପାରିଥିଲେ ଅପର୍ଣ୍ଣାଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକଙ୍କ ସମେତ ତାଙ୍କ ଫ୍ୟାନ୍ସ ବି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଅପର୍ଣ୍ଣା ବିବାହିତା ଥିବା ବେଳେ ତାଙ୍କର ଦୁଇ ଛୁଆ ଥିବା ଜଣାଯାଇଛି।
ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ ପୂର୍ବରୁ ସେ ନିଜ ଭାବୀ ସ୍ୱାମୀଙ୍କ ସହ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା।
ପପୁଲାର ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ । ଏଥିସହ ତାଙ୍କର ଏକ ଭିଡିଓ ଶେଆର କରି ବୈଭବୀଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନି ବୋଲି ଉଲ୍ଲେଖ କରିଛନ୍ତି।
ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, ଜୀବନ ଏତେ ଅନିଶ୍ଚିତ ବୋଲି ବିଶ୍ୱାସ କରି ହେଉନି। ଜଣେ ଖୁବ୍ ଭଲ ଅଭିନେତ୍ରୀ ଓ ବନ୍ଧୁ ଆଉ ଏ ଦୁନିଆରେ ନାହାନ୍ତି।
ବୈଭବୀଙ୍କ ଭାଇ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ସେ ଭଉଣୀଙ୍କ ମୃତଦେହ ଧରି ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କ ସତ୍କାର କରାଯିବ ।
ବୈଭବୀ ଜଣେ ପପୁଲାର ଟିଭି ଅଭିନେତ୍ରୀ ଥିବା ବେଳେ ବହୁ ଟିଭି ଶୋ’ରେ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି। କିନ୍ତୁ ‘ସରାଭାଇ ଭର୍ସେସ ସରାଭାଇ’ ତାଙ୍କୁ ଖୁବ୍ ପ୍ରସିଦ୍ଧି ଆଣି ଦେଇଥିଲା ଓ ଘରେ ଘରେ ପରିଚିତ କରାଇଥିଲା। ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।
ସୂଚନାଯୋଗ୍ୟ, ଗତ ସୋମବାର ଫିଲ୍ମ ଓ ଟେଲି ଦୁନିଆର ଜଣାଶୁଣା ଅଭିନେତା ଆଦିତ୍ୟ ସିଂହ ରାଜପୁରଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।
ଲଗାତର ଭାବେ ୨ ପପୁଲାର ଅଭିନେତା, ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟିଭି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି।
ସୁଚନ୍ଦ୍ରା ଶନିବାର ରାତିରେ ଶୁଟିଂ ସାରି ଘରକୁ ଫେରିବାକୁ ଏକ ବାଇକ୍ ବୁକ୍ କରିଥିଲେ। ମାତ୍ର ରାସ୍ତାରେ ଏକ ସାଇକେଲ ଆରୋହୀ ମଝିକୁ ଚାଲି ଆସିବାରୁ ଡ୍ରାଇଭର ଅଚାନକ ବ୍ରେକ୍ ମାରିଦେଲେ। ଫଳରେ ପଛରେ ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ୍ ବାଇକ୍କୁ ଜୋରରେ ଧକ୍କା ଦେଇଥିଲା।
ଏହାପରେ ସୁଚନ୍ଦ୍ରା ତଳେ ପଡ଼ି ଯିବାରୁ ଟ୍ରକ୍ଟି ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ପୁଲିସ୍ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଗିରଫ କରିଛି।
ସୁଚନ୍ଦା ବହୁ ବଙ୍ଗାଳି ଟେଲିଭିଜନ ଶୋ’ରେ କାମ କରିଛନ୍ତି। ‘ଗୌରି’ ନାମକ ସିରିଏଲରେ ନିଜ ଭୂମିକା ପାଇଁ ସେ ଘରେ ଘରେ ଖୁବ୍ ପରିଚିତ ହୋଇଥିଲେ। ସୁଚନ୍ଦ୍ରାଙ୍କ ଅକାଳ ମୃତ୍ୟୁରେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟ ଶିଖିଥିବା ଉତ୍ତରା ବହୁ ନାଟକରେ ନିଜ ଦମଦାର ପ୍ରତିଭାର ଛାପ ଛାଡ଼ିଛନ୍ତି। ନାଟକରେ କାମ କରୁ କରୁ ଫିଲ୍ମ ଦୁନିଆ ପ୍ରତି ବି ସେ ମନ ବଳାଇଥିଲେ । ଡାଇରେକ୍ଟର ଗୋବିନ୍ଦ ନିହଲାନୀଙ୍କ ଫିଲ୍ମ ‘ତମସ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା।
ଡାଇରେକ୍ଟର ମୃଣାଳ ସେନଙ୍କ ଫିଲ୍ମ ‘ଏକ ଦିନ ଅଚାନକ’ ରେ ଶାବନା ଆଜମୀଙ୍କ ସହ ସ୍କ୍ରିନ ଶେଆର କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ମହଲରେ ବେଶ୍ ଆଦୃତି ମିଳୁଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀର ଆୱାର୍ଡ ମିଳିଥିଲା। ନିଜ କ୍ୟାରିଅରରେ ଆଗ ଧାଡ଼ିର ବହୁ ଡାଇରେକ୍ଟରଙ୍କ ଫିଲ୍ମରେ ଉତ୍ତରା ବାବକର କାମ କରିଛନ୍ତି।
‘ସରଦାରୀ ବେଗମ’, ‘କୋରା କାଗଜ’, ‘ଆଜା ନଚଲେ’, ‘ହମ କୋ ଦିବାନା କରଗୟା’, ‘ରୁକମତୀ କି ହବେଲି’ ଆଦି ଫିଲ୍ମରେ ସେ ନିଜ ଅଭିନୟ ଛାପ ଛାଡ଼ି ଯାଇଛନ୍ତି। ହିନ୍ଦୀ ବାଦ ମରାଠୀ ଫିଲ୍ମରେ ବି ସେ ଜଣେ ଜଣାଶୁଣା ଚେହେରା ଥିଲେ। ‘ଆଜା ନଚଲେ’ରେ ସେ ମାଧୁରୀ ଦିକ୍ଷିତଙ୍କ ମା’ ଭୂମିକାକୁ ବେଶ୍ ଦକ୍ଷତାର ସହ ତୁଲାଇଥିଲେ।
ଉତ୍ତରା ବାବକର ଛୋଟ ପରଦାରେ ୯୦ ଦଶକରେ ଏଣ୍ଟ୍ରି କରିଥିଲେ। ‘ଉଡ଼ାନ’ ତାଙ୍କ ପ୍ରଥମ ଟିଭି ଶୋ’ ହୋଇଥିବା ବେଳେ ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଏହାପରେ ସେ ‘ଅନ୍ତରା’, ‘ନଜରାନା’, ‘ଜଶି ଜେସି କୋଇ ନେହିଁ’, ‘କଶମଶ ଜିନ୍ଦେଗୀ’, ‘ଜବ ହୁଆ ପ୍ୟାର’ ପରି ବହୁ ସିରିଏଲରେ କାମ କରିଛନ୍ତି।
ଉତ୍ତରାଙ୍କ ମୃତ୍ୟୁରେ ବଲିଉଡର ବହୁ ସେଲିବ୍ରିଟି ଗଭୀର ଶୋକ ପ୍ରକାଶ କରିଥିବା ବେଳେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପାରିବାରିକ ଅଶାନ୍ତିକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅଲୋଚନା ହେଉଥିବା ହେଁ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ନିଆଯାଇଛି।
ସେ ବଲାଙ୍ଗିରରେ ଜଣେ ଜଣାଶୁଣା ଭଜନ ଗାୟିକା ଭାବେ ପରିଚିତ। କେତେକ ଆଲବମ୍ରେ ଅଭିନୟ କରିବା ପରେ ସେ ଆହୁରି ଚର୍ଚ୍ଚାକୁ ଆସିଥିଲେ। ବିଭିନ୍ନ ସ୍ଥାନରେ ତାଙ୍କ ଷ୍ଟେଜ୍ ଶୋ’ ମଧ୍ୟ ଦେଖିବାକୁ ମିଳୁଥିଲା। ତାଙ୍କ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
ବିଭିନ୍ନ ଟେଲିଭିଜନ ଶୋ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ସରନାୟା ଗତ ମେ’ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ ସେ ସୁସ୍ଥ ହୋଇଯାଇଥିଲେ। କିନ୍ତୁ କୋଭିଡ୍ ପରେ ତାଙ୍କ ଠାରେ ସ୍ୱାସ୍ଥ୍ୟ ଜନିତ ଅନ୍ୟାନ୍ୟ ଜଟିଳତା ଦେଖାଯାଇଥିଲା। ମିଳିଥିବା ରିପୋର୍ଟ ଅନୁଯାୟୀ, ନିକଟରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସୋଡିୟମ୍ ସ୍ତର ମଧ୍ୟ ହ୍ରାସ ପାଇଯାଇଥିଲା। ସେଥିପାଇଁ କିଛି ଦିନ ତଳେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମଧ୍ୟାହ୍ଣରେ ପରଲୋକ ହୋଇଯାଇଥିଲା।
୧୦ ବର୍ଷ ଧରି ସରନାୟା ବ୍ରେନ୍ ଟ୍ୟୁମରରେ ମଧ୍ୟ ପୀଡ଼ିତ ଥିଲେ। ସେଥିପାଇଁ ୧୧ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଶେଷ ଥର ପାଇଁ ଗତ ଏପ୍ରିଲ୍ ମାସରେ ତାଙ୍କ ଠାରେ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରେନ୍ ଟ୍ୟୁମରର ଚିକିତ୍ସା ଚାଲିଥିବା ବେଳେ ସେ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ। ସେଥିପାଇଁ ସେ ତାଙ୍କ ସାଙ୍ଗସାଥୀଙ୍କୁ ସହାୟତା ମାଗିଥିଲେ। ତାଙ୍କ କୋ-ଷ୍ଟାର, ସାଙ୍ଗସାଥୀ ଓ ଶୁଭେଚ୍ଛୁମାନେ ତାଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ।
ଟେଲିଭିଜନ ଧାରାବାହିକ ସହିତ ସେ କିଛି ମାଲାୟାଲାମ ଫିଲ୍ମରେ ମଧ୍ୟ କାମ କରିଥିଲେ।