ବାଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଆରଏଲ୍ଡିର ଜୟନ୍ତ ଚୌଧୁରୀ ସାମିଲ ହେବେ। ଯିଏ କି ଗତ ବୈଠକରେ ଯୋଗଦେଇ ନ ଥିଲେ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଦିଲ୍ଲୀରେ କଂଗ୍ରେସ୍ ସହ ଅପଡ଼ ଥିଲେ ହେଁ ଚଳିତ ବୈଠକରେ ଆମ୍ ଆଦ୍ମୀ ପାର୍ଟି ମଧ୍ୟ ଯୋଗଦେବାର ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଅଧ୍ୟାଦେଶ ନେଇ କଂଗ୍ରେସ କେଉଁ ରଣନୀତି ଆପଣାଇବ ତାହା ସ୍ପଷ୍ଟ କରୁନି।
ବାଙ୍ଗାଲୁରୁ ବୈଠକରେ କଂଗ୍ରେସ, ଟିଏମ୍ସି, ଡିଏମ୍କେ, ଆପ୍, ଜେଡିୟୁ, ଆରଜେଡି, ସିପିଏମ୍, ସିପିଆଇ, ଏନ୍ସିପି, ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନ୍ଫରେନ୍ସ, ପିଡିପି, ସିପିଆଇ ଏମ୍ଏଲ୍, ଜେଏମ୍ଏମ୍, ଆରଏଲ୍ଡି, ଆରଏସ୍ପି, ଆଡିୟୁଏମ୍ଏଲ୍, କେରଳ କଂଗ୍ରେସ ଏମ୍, ବିସିକେ, ଏମ୍ଡିଏମ୍କେ, କେଡିଏମ୍କେ, କେରଳ କଂଗ୍ରେସ(ଜେ), ଫରୱାର୍ଡ ବ୍ଲକ୍ ପ୍ରମୁଖ ୨୪ ଦଳ ସାମିଲ ହେବ।
ଏହି ବୈଠକରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯୋଗଦେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ ହେଉଥିବା ଏହି ଦ୍ୱିତୀୟ ବୈଠକର ୧୭ ତାରିଖ ଦିନ ସମସ୍ତ ଦଳଙ୍କୁ ରାତ୍ରୀ ଭୋଜି ନିମନ୍ତେ ସୋନିଆ ଗାନ୍ଧି ନିମନ୍ତ୍ରଣ କରିଛନ୍ତି।
ଏହି ବୈଠକରେ ୩ଟି ବ୍ରେକିଙ୍ଗ ଗ୍ରୁପ୍ କରାଯିବ। କମନ ଏଜେଣ୍ଡାକୁ ଖୋଜି ବାହାର କରିବା ଓ ଏହାକୁ ପ୍ରସଙ୍ଗ କରି ସମସ୍ତ ଦଳମାନେ ନିର୍ବାଚନ ଲଢ଼ିବା ପାଇଁ ଗୋଟିଏ ଗ୍ରୁପ୍ କାମ ଦେଖିବ। ଏହି ଗ୍ରୁପ୍ ରାଜ୍ୟରେ ମେଣ୍ଟ ସରକାର ଗଠନ ନିମନ୍ତେ ମଧ୍ୟ ରୂପରେଖ ପ୍ରସ୍ତୁତ କରିବ। ରାଜ୍ୟମାନଙ୍କରେ ଲୋକସଭା ନିର୍ବାଚନ ଲଢ଼ିବାରେ କେବଳ ଏହି ମେଣ୍ଟ ଦଳ କାମ କରିବ। ପ୍ରତି ଆସନରେ ବିରୋଧୀଙ୍କ ମେଣ୍ଟରୁ ଜଣକୁ ଏଠାରେ ପ୍ରାର୍ଥୀ କରି ପ୍ରତିପକ୍ଷ ବିରୋଧରେ ଲୋକସଭା ନିର୍ବାଚନ ଜିତିବା ଏହାର ମୁଖ୍ୟ ପ୍ରସଙ୍ଗ ହେବ।
ଅନ୍ୟ ଗୋଟିଏ ବିରୋଧୀ ଦଳଙ୍କ ଗ୍ରୁପ୍ ଅଗଷ୍ଟରେ ପ୍ରତିପକ୍ଷ ଦଳ ବିରୋଧରେ ରାଲି କରିବା ପାଇଁ କାମ କରିବ। ଏହି ବୈଠକରେ ଏନ୍ପିରେ ବିଦ୍ରୋହ ସତ୍ତ୍ୱେ ଶରତ ପାୱାର ଓ ପଶ୍ଚିମବଙ୍ଗଳରେ କଂଗ୍ରେସ ସମେତ ବାମଦଳ ବିରୋଧରେ ଲଢ଼େଇ କରୁଥିବା ମମତା ବାନାର୍ଜୀ ମଧ୍ୟ ଯୋଗେଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ବିରୋଧୀ ଦଳର ନେତାମାନେ ସେମାନଙ୍କ ମେଣ୍ଟର ନାମ ଓ ସଂଯୋଜକ ଚୟନ ନିମନ୍ତେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ନାମର ଘୋଷଣା ମଧ୍ୟ ହୋଇଯାଇପାରେ। ଯେତେବେଳେ କି ସଂଯୋଜକ ରୂପେ ନୀତିଶ କୁମାରଙ୍କ ନାମ ଶୀର୍ଷ ଆଲୋଚନାରେ ରହିଛି।
ନିମନ୍ତ୍ରଣ ପତ୍ରରେ ଖଡଗେ ଉଲ୍ଲେଖ କରିଛନ୍ତି ଯେ , ହୋଇଥିବା ବୈଠକରେ ଗଣତାନ୍ତ୍ରିକ ରାତନୀତିରେ ଥିବା ବିପଦ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ମିଳିମିଶି ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାକୁ ଚୁକ୍ତି ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁଲାଇରେ ଆଉଥରେ ଭେଟିବାକୁ ମଧ୍ୟ ସହମତି ହୋଇଥିଲା। ତେଣୁ ଏହି ବିଷୟରେ ପୁଣି ଆଲୋଚନା କରାଯାଇ ନେଇଥିବା ନିର୍ଣ୍ଣୟକୁ ଗତିଶୀଳ କରାଇବା ବୋଲି ବିଶ୍ୱାସ ରହିଛି।
ଆସନ୍ତା ଜୁଲାଇ ୧୭ ଅପରାହ୍ନ ୬ଟାରେ ବାଙ୍ଗାଲୁରୁ ଠାରେ ବୈଠକ ଓ ରାତ୍ରୀ ଭୋଜନରେ ସାମିଲ ହେବା ସହିତ ପରଦିନ ପୂର୍ବାହ୍ନ ୧୧ରୁ ହେଉଥିବା ବୈଠକରେ ମଧ୍ୟ ଯୋଗ ଦେବାକୁ ଖଡଗେ ଆହ୍ୱାନ ଦେଇଛନ୍ତି।
ସୂଚନା ଥାଉକି, ଆସନ୍ତା ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ବିହାରର ପାଟଣା ଠାରେ ପ୍ରଥମ ବିରୋଧୀ ଦଳମାନଙ୍କ ବୈଠକରେ ୧୫ଟି ଦଳ ଯୋଗଦେଇଥିଲେ। ଯେଉଁଥିରେ ଖଡର୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍ସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଟାଲିନ୍ ପ୍ରମୁଖ ଯୋଗଦେଇଥିଲେ।
ବିଜେପିକୁ ଆସନ୍ତା ସାଧାରଣ ନିର୍ବାଚନରେ ହରାଇବା ପାଇଁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଏହି ଚକ୍ରବ୍ୟୁହ ରଚନା କରୁଛନ୍ତି।
ଏନେଇ ବୁଧବାର ସନ୍ଧ୍ୟାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଅଫିସିଆଲ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ଆସନ୍ତା ୨୪ ତାରିଖରେ ନୂଆଦିଲ୍ଲୀ ପାଲାର୍ମଣ୍ଟ ଲାଇବ୍ରେରୀ ବିଲ୍ଡିଂରେ ଅପରାହ୍ନ ୩ଟାରେ ଏହି ମିଟିଂ ଅନୁଷ୍ଠିତ ହେବ । ଏଥିନିମନ୍ତେ ଶାହ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଆମନ୍ତ୍ରୀତ କରିଥିବା ତାଙ୍କ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀ ଶାହଙ୍କୁ ଭେଟିବା ପରେ ଏପରି ଘୋଷଣା କରାଯାଇଛି।
ମଣିପୁରରେ କୁକି ଓ ମୈଥି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଏଯାବତ ଏହି ହିଂସାକାଣ୍ଡରେ ଶହେରୁ ଅଧିକ ଜୀବନ ଯାଇ ସାରିଥିବା ବେଳେ ୧୦ ହଜାର ଘରକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ସାରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ୪୧୦୦ରୁ ଅଧିକ ହିଂସାମୂଳକ ଘଟଣା ସାମନାକୁ ଆସିଛି। ବହୁ ଲୋକ ଭୟରେ ଘରଦ୍ୱାରା ଛାଡ଼ି ଆସାମ ଓ ମିଜୋରାମରେ ଶରଣ ନେଇଛନ୍ତି। ପ୍ରାୟ ୫୦ ହଜାର ଲୋକ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି।
ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷା ବଳର ୮୪ କମ୍ପାନୀ, ଆସାମ ରାଇଫଲ୍ସର ୧୦ ହଜାରରୁ ଅଧିକ ଯବାନ ମୁତୟନ ଅଛନ୍ତି। ଏହାସତ୍ତ୍ୱେ ସ୍ଥିତିରେ ନିୟନ୍ତ୍ରଣ ଆସି ପାରୁନି।
ଏହି ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ବାରମ୍ବାର ହେଉଥିବା ପ୍ରୟାସ ଫେଲ୍ ମାରିବାରେ ଲାଗିଛି। ଏପରିକି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ କିଛି ଦିନ ପୂର୍ବେ ମଣିପୁର ଗସ୍ତରେ ଯାଇ ବିଭିନ୍ନ ସମ୍ପ୍ରଦାୟ ସହ ଆଲୋଚନା କରିଥିଲେ। ଏଥିସହ ଅସ୍ତ୍ର ନ ଛାଡ଼ିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ମାତ୍ର ଏହାର କିଛି ବି ଫରକ ଅନୁଭୂତ ହେଲାନି। ଏବେ ବି ମଣିପୁର ଜଳୁଛି।
ମଣିପୁର ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ନିମନ୍ତେ ଦୀର୍ଘ ଦିନ ହେଲା କଂଗ୍ରେସ ଦାବି କରି ଆସୁଛି। ଏପରିକି ସମାନ ବିଚାରଧାରାର ୧୦ଟି ପାର୍ଟି ଏହି ଆଲୋଚନାରେ ସାମିଲ ହେବାକୁ କଂଗ୍ରେସ କହିଛି। ହେଲେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି ବୋଲି ବିରୋଧୀ ଟାର୍ଗେଟ କରୁଛନ୍ତି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରିଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମଣିପୁର ହିଂସା ସମଗ୍ର ଦେଶର ଅନ୍ତରଆତ୍ମାକୁ ଚୋଟ ପହଞ୍ଚାଇଛି। ଲୋକମାନେ ନିଜ ଘର ଛାଡ଼ି ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଏହି ଘଟଣା ଯୋଗୁ ରାଜ୍ୟରେ ବହୁ ଜୀବନ ଯାଇଥିବା ବେଳେ ବହୁ ପରିବାର ଉଜୁଡ଼ି ଯାଇଛି। ଶାନ୍ତିପ୍ରିୟ ଦେଶରେ ପରସ୍ପର ପ୍ରତି ଏପରି ଘୃଣା ଭାବ ଦେଖି ଖୁବ୍ କଷ୍ଟ ଲାଗୁଛି।
ଏହି ମୁଖ୍ୟମନ୍ତ୍ରୀମାନେ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ସିଏମ୍ ଭଗବନ୍ତ ମାନ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ସିଏମ୍ ଚନ୍ଦ୍ରଶେଖର ରାଓ ଓ ତାମିଲନାଡ଼ୁ ସିଏମ୍ ଏମକେ ଷ୍ଟାଲିନ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ହେବାକୁ ଥିବା ବୈଠକର ମୁଖ୍ୟ ବିଷୟ ବିକଶିତ ଭାରତ@୨୦୪୭: ଟିମ୍ ଇଣ୍ଡିଆର ଭୂମିକା ରହିଛି।
କେଜ୍ରିୱାଲ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସବୁବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥାଏ। ଏବେ ଦିଲ୍ଲୀ ସରକାରଙ୍କ କ୍ଷମତା ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ଖପ୍ପା ଥିବା କେଜ୍ରିୱାଲ ବୈଠକରେ ଯୋଗ ଦେବାକୁ ସଫା ସଫା ମନା କରି ଦେଇଛନ୍ତି।
ଏନେଇ ସେ ଟ୍ୱିଟ କରି କହିଛନ୍ତି, ଯଦି ଦେଶର ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ଖାତିର କରୁ ନାହାନ୍ତି ତା’ ହେଲେ ସାଧାରଣ ଲୋକ କ’ଣ କରିବେ । ଏଥିସହ ସେ କହିଛନ୍ତି, ଆପଣ ଦେଶର ପିତା ସମାନ, ଆପଣ ଅଣ ବିଜେପି ସରକାରଙ୍କୁ ମଧ୍ୟ କାମ କରିବାକୁ ଦିଅନ୍ତୁ । ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ତେଣୁ ନୀତି ଆୟୋଗ ମିଟିଂରେ ସାମିଲ ହେବା ମୋ’ ପାଇଁ ଅସମ୍ଭବ ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପାଇଁ ବୈଠକରେ ଯୋଗ ଦେଇ ପାରୁ ନ ଥିବା ବିହାର ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି। ଅପରପକ୍ଷେ, କେନ୍ଦ୍ର ସରକାର ପଞ୍ଜାବର ହିତ ପାଇଁ ଧ୍ୟାନ ଦେଉ ନ ଥିବାରୁ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାଇ ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ଯିବେନି ବୋଲି ସ୍ପଷ୍ଟ ହୋଇଥିବା ବେଳେ ତାଙ୍କ ପ୍ରତିନିଧୀ ଏଥିରେ ସାମିଲ ହୋଇପାରନ୍ତି ବୋଲି ଶୁଣିବାକୁ ମିଳିଛି। କିନ୍ତୁ କେନ୍ଦ୍ର ସରକାର ମମତାଙ୍କ ପ୍ରତିନିଧୀଙ୍କୁ ସାମିଲ ହେବାକୁ ଅନୁମତି ଦେଇ ନ ଥିବା ଜଣାଯାଇଛି।
https://www.youtube.com/watch?v=CD085s4IqIU