ଉଭୟ ବିରାଟ ଓ ଅନୁଷ୍କା ନିଜ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଶେୟାର କରିଛନ୍ତି। ଏଥିରେ ବିରୁଷ୍କା କହିଛନ୍ତି ଯେ ପୁତ୍ର ସନ୍ତାନର ଜନ୍ମ ଫେବୃଆରୀ ୧୫ରେ ହୋଇଥିଲା। ବର୍ତ୍ତମାନ ସମୟରେ ଫ୍ୟାନ୍ସଙ୍କୁ ସେମାନେ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଛନ୍ତି।
ବିରୁଷ୍କା କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛୁ ଯେ ଫେବୃଆରୀ ୧୫ରେ ଆମେ ଆମର ପୁତ୍ର ସନ୍ତାନ ଅକାୟ ଓ ଭାମିକାର ସାନ ଭାଇକୁ ଏ ପୃଥିବୀକୁ ସ୍ୱାଗତ କରିଛୁ। ଏହି ସୁନ୍ଦର ସମୟରେ ଆମେ ଆପଣମାନଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ। ଏହି ସମୟରେ ଆପଣମାନେ ଆମର ଗୋପନୀୟତାକୁ ସମ୍ମାନ କରିବେ ବୋଲି ଅନୁରୋଧ କରୁଛୁ।
ସୋଶାଲ ମିଡିଆରେ ବିରୁଷ୍କା ଏପରି ପୋଷ୍ଟ କରିବା ପରେ ସେମାନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ବିରାଟ ଓ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ। ୨୦୨୧ ମସିହା ଜାନୁଆରୀ ୧୧ରେ ଅନୁଷ୍କା ପ୍ରଥମେ କନ୍ୟା ସନ୍ତାନ ଭାମିକାଙ୍କୁ ଜନ୍ମ ଦେଇଥିଲେ। ଏହାର ୩ ବର୍ଷ ପରେ ଅର୍ଥାତ ୨୦୨୪ ଫେବୃଆରୀ ୧୫ରେ ଅକାୟ ଜନ୍ମ ହୋଇଛନ୍ତି।
କନ୍ୟା ସନ୍ତାନ ଜନ୍ମ ବେଳେ ବିରାଟ ଅଷ୍ଟ୍ରେଲିଆରେ ରହିଥିଲେ। ଏହି ଖୁସି ଖବର ପାଇବା ମାତ୍ରେ ସେ ସିରଜ ଅଧାରୁ ସ୍ୱଦେଶ ଫେରିଥିଲେ। ଏବେ ପୁତ୍ର ସନ୍ତାନ ଜନ୍ମ ହେବା ପୂର୍ବରୁ ବିରାଟ ଇଂଲଣ୍ଡ ବିପକ୍ଷ ସିରିଜରୁ ଛୁଟି ନେଇଥିଲେ। ସେ ଅନୁଷ୍କାଙ୍କ ସହ ସମୟ ବିତାଇବା ଇଂଲଣ୍ଡ ସିରିଜରୁ ନିଜକୁ ଦୂରେଇ ରଖିଛନ୍ତି।
ସେ କହିଛନ୍ତି, ପ୍ରଥମ ପରିବାର। ତା’ପରେ କ୍ରିକେଟ୍। ମୁଁ ମୋ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ବଡ଼ ଭୁଲ୍ କରି ଦେଇଥିଲି। ସେହି ସୂଚନାଟି ଭୁଲ୍ ଥିଲା। ତାହା ଆଦୌ ସତ ନଥିଲା। ବିରାଟ କୋହଲିଙ୍କ ପରିବାର ପାଇଁ ସବୁ କିଛି ଭଲ ହେଉ। କେହି ଜାଣି ନାହାନ୍ତି ତାଙ୍କ ପରିବାରରେ କ’ଣ ହୋଇଛି। ମୁଁ କେବଳ ତାଙ୍କ ପରିବାରର ମଙ୍ଗଳ କାମନା କରିପାରିବି। ସେ ଯେକୌଣସି କାରଣ ପାଇଁ ବିରତି ନେଇଥା’ନ୍ତୁ ନା କାହିଁକି, ସେ ଆହୁରି ଭଲରେ ପଡ଼ିଆକୁ ଫେରିବେ ବୋଲି ମୁଁ ଆଶା କରୁଛି।
ଡିଭିଲିୟର୍ସ କହିଛନ୍ତି, ମୋ ବନ୍ଧୁ ବିରାଟ କୋହଲି ଏବେ ବି କ୍ରିକେଟ୍ ପାଇଁ ଉପଲବ୍ଧ ହୋଇନାହାନ୍ତି। ତାଙ୍କ ବ୍ୟକ୍ତିଗତ କଥାକୁ ନେଇ କେହି ଆଲୋଚନା ନ କରନ୍ତୁ ବୋଲି ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ମୁଁ ମୋର ପୂର୍ବ ଶୋ’ରେ ଯେଉଁ ଭୁଲ୍ କରିଛି, ସେଥିପାଇଁ କୋହଲିଙ୍କ ପରିବାରକୁ କ୍ଷମା ମାଗୁଛି। ମୁଁ ଯାହା ଜାଣିଛି, ସେ ଭଲ ଅଛନ୍ତି। ସେ ତାଙ୍କ ପରିବାର ସହିତ ସମୟ କାଟୁଛନ୍ତି।
ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଥିଲେ। ବିସିସିଆଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲା। ଦ୍ୱିତୀୟ ଟେଷ୍ଟ ଚାଲିଥିବା ବେଳେ ହିଁ ଡିଭିଲିୟର୍ସ କହିଥିଲେ ବିରାଟ ଓ ଅନୁଷ୍କା ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି।
ପ୍ରଥମ ଦୁଇଟି ଟେଷ୍ଟ ଭଳି ଇଂଲଣ୍ଡ ବିପକ୍ଷ ବାକି ତିନୋଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବେ ନାହିଁ ବିରାଟ କୋହଲି। ଏହି ତିନିଟି ମ୍ୟାଚ୍ ପାଇଁ ଆଜି ବିସିସିଆଇ ପକ୍ଷରୁ ୧୭ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ସେଥିରେ କୋହଲିଙ୍କ ନାଁ ନାହିଁ। ବ୍ୟକ୍ତିଗତ କାରଣରୁ ସେ ବାକି ତିନିଟି ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କୋହଲିଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ ଦେଇଛି।
ଦୀର୍ଘ ଦିନ ହେବ ଅନୁଷ୍କା ଶର୍ମା ପୁଣିଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ଭାରତୀୟ ଟିମ୍ର ଷ୍ଟାର୍ ଖେଳାଳି ବିରାଟ କୋହଲି ମଧ୍ୟ ମ୍ୟାଚ୍ରୁ ଛୁଟି ନେଇଥିଲେ। ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ରୁ ସେ ବିସିସିଆଇକୁ ଛୁଟି ମାଗିଥିଲେ। ତେବେ କାହିଁକି ଛୁଟି ନେଉଛନ୍ତି ସେ ନେଇ କିଛି ଜଣାଇ ନଥିଲେ। ଏବେ ବିରାଟ କାହିଁକି ଟେଷ୍ଟ ମ୍ୟାଚ୍ରୁ ବିରତି ନେଇଥିଲେ ତା'ର ଖୁଲାସା କରିଛନ୍ତି ଡିଭିଲିୟର୍ସ।
ଭାରତ ଓ ଇଂଲଣ୍ଡର ଟେଷ୍ଟ ମ୍ୟାଚ୍ ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଆସିଥଇଲେ ଏବି ଡିଭିଲିୟର୍ସ। ଲାଇଭ୍ରେ ଆସି ସେ ଫ୍ୟାନ୍ମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ସେ ବିରାଟଙ୍କ ସହ ଫୋନ୍ରେ କଥା ହୋଇଥିବା କହିଥିଲେ। ଏଥିସହ ଅନୁଷ୍କା ଓ ବିରାଟ ପୁଣି ଥରେ ବାପା-ମା' ହେବାକୁ ଯାଉଥିବା ନେଇ ସେ ଘୋଷଣା କରିଥିଲେ। ଉଭୟ ନିଜ ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ଏଥିପାଇଁ ବିରାଟ ନିଜ ପରିବାର ସହ ସମୟ ବିତାଉଛନ୍ତି ବୋଲି ଡିଭିଲିୟର୍ସ କହିଛନ୍ତି।
AB De Villiers said, "Virat Kohli and Anushka Sharma are expecting their 2nd child, so Virat is spending time with his family". (AB YT). pic.twitter.com/qurRKnFK1q
— Virat Kohli Fan Club (@Trend_VKohli) February 3, 2024
ଏହି ଖବର ଏବେ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଯାଇଛି। ବିରାଟ ଓ ଅନୁଷ୍କାଙ୍କ ଫ୍ୟାନ୍ମାନେ ବେଶ୍ ଖୁସି ହୋଇପଡିଛନ୍ତି। ଚାରିଆଡୁ ବିରିଷ୍କାଙ୍କୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି। ତେବେ ବିରାଟ ଓ ଅନୁଷ୍କା କିନ୍ତୁ ଏଯାଏଁ ଦ୍ୱିତୀୟ ସନ୍ତାନ ବିଷୟରେ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି।
ପୁଣି ଥରେ ଅନୁଷ୍କା ଓ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିବେ କୁନି ଅତିଥି। ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା। ନିକଟରେ ବିରାଟ ଓ ଅନୁଷ୍କାଙ୍କୁ ବେଙ୍ଗାଲରୁରେ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଅନୁଷ୍କା ନିଜ ବେବି ବମ୍ପ ସହ ନଜର ଆସିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଅନୁଷ୍କା ଢ଼ିଲା ପୋଷାକ ପିନ୍ଧିବା ସହ ବିରାଟଙ୍କ ହାତ ଧରି ଆଉଟିଂରେ ଯାଉଛନ୍ତି। ଉଭୟ ବେଙ୍ଗାଲୁରୁର ଏକ ହୋଟେଲ ବାହାରେ ନଜର ଆସିଛନ୍ତି। ଅନୁଷ୍କା କଳା ରଙ୍ଗର ଶର୍ଟ ଲୁଜ୍ ଡ୍ରେସ୍ ପିନ୍ଧିଛନ୍ତି। ଏହି ଡ୍ରେସ ଜରିଆରେ ସେ ନିଜର ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। କେବଳ ସେତିକି ନୁହେଁ ସେ ନିଜ ପେଟ ଉପରେ ହାତ ଦେଇ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କା ପୁଣି ଥରେ ମା' ହେବାକୁ ଯାଉଥିବା ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବା ଖବର ଅନେକ ଦିନ ଧରି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତରେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଅଛନ୍ତି ନା ନାହିଁ ସେ ନେଇ ସସ୍ପେନ୍ସ ଜାରି ରହିଛି। ଆଜି ପର୍ଯ୍ୟନ୍ତ ବିରାଟ-ଅନୁଷ୍କା ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ନିକଟରେ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍ ମ୍ୟାଚରେ ଅନୁଷ୍କା ବିରାଟଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ମଧ୍ୟ ସେ ଏକ ଧଳା ରଙ୍ଗର ଢ଼ିଲା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ରାସ୍ତରେ ଭିଡ଼ ହୋଇଥିବାରୁ ଅନୁଷ୍କା ଶର୍ମା କାର୍ ବଦଳରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବାଇକର ସହାରା ନେଇଥିଲେ। ଅନୁଷ୍କାଙ୍କୁ ତାଙ୍କ ବଡିଗାର୍ଡ ନିଜ ବାଇକରେ ବସାଇ ମଧ୍ୟ ଯାତ୍ରା କରାଇଥିଲେ।
ହେଲେ ଉଭୟ ବାଇକରେ ଯାଉଥିଲେ ମଧ୍ୟ ନିୟମ ଅନୁସାରେ ହେଲମେଟ ପିନ୍ଧି ନଥିଲେ। ଏହା ସୋଶାଲ ମିଡିଆରେ ଭାଇରାଲ ହେବାରୁ ଅନେକ ଅନୁଷ୍କା ଓ ତାଙ୍କ ବଡିଗାର୍ଡ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା କଥା କହିଥିଲେ।
ଏହାପରେ ଅନୁଷ୍କାଙ୍କ ବଡିଗାର୍ଡ ସୋନୁ ଶେଖଙ୍କ ନାଁରେ ୧୦,୫୦୦ ଟଙ୍କାର ଫାଇନ କଟିଛି। ସେହିପରି ବଡିଗାର୍ଡଙ୍କ ନାଁରେ ଚାଲାଣ ମଧ୍ୟ କଟିଛି। ଟାଇମ୍ସ ନାଓଁରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମୁମ୍ବାଇ ଟ୍ରାଫିକ ପୁଲିସ୍ ବାଇକ ଚାଳକ ସୋନୁ ଶେଖଙ୍କ ନାଁରେ ୧୦,୫୦୦ ଟଙ୍କାର ଫାଇନ କାଟିଛି।
ଏଥିସହ ଧାରା ୧୨୯/୧୯୪,ଧାରା ୫/୧୮୦ ଓ ଧାରା ୩(୧)୧୮ ଅନୁସାରେ ଗୋଟିଏ ଚାଲାଣ ମଧ୍ୟ କାଟିଛି। ବାଇକ ଚାଳକ ଏହି ଫାଇନ ଭରଣା କରି ସାରିଥିବା ମୁମ୍ବାଇ ଟ୍ରାଫିକ ପୁଲିସ୍ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ବିନା ହେଲମେଟରେ ବାଇକରେ ଯାତ୍ରା କରୁଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। ଏଥିପାଇଁ କିଛି ଲୋକ ଅମିତାଭ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଛନ୍ତି ବୋଲି କହିଥିଲେ।
ତେବେ ଅମିତାଭ କୌଣସି ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ନଥିଲେ ଓ ଏହା ଶୁଟିଂର ଏକ ଅଂଶବିଶେଷ ଥିଲା ବୋଲି ପରବର୍ତ୍ତୀ ଅବସ୍ଥାରେ ସ୍ପଷ୍ଟ କରିଥିଲେ।
‘ବଚ୍ପନ୍ କା ପ୍ୟାର୍’ ଗୀତ ପାଇଁ ଭାଇରାଲ ହୋଇଥିବା ସହଦେବ ଡିର୍ଡୋ କୁଆଡେ ଅନୁଷ୍କାଙ୍କ ନିଦ ଚୋରାଇ ନେଇଛନ୍ତି। ଏନେଇ ସେ ନିଜେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି।
ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମ ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ଶେଆର କରିଛନ୍ତି। ଏଥିରେ ଜଣେ ବ୍ୟକ୍ତି ଶୋଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ସହଦେବ ଗାଇଥିବା ଗୀତକୁ ସେ ନିଜ ମନରୁ ବାହାର କରି ପାରୁ ନାହାନ୍ତି। ଆଉ ଯେତେ ଚେଷ୍ଟା କଲେ ବି ସେ ଶୋଇ ପାରୁନାହାନ୍ତି। ଅନୁଷ୍କା ଏହି ପୋଷ୍ଟକୁ ଶେଆର କରିବ ସହ ଏକ ହସୁଥିବା ଇମୋଜି ମଧ୍ୟ ଦେଇଛନ୍ତି।
[caption id="attachment_662668" align="aligncenter" width="650"] ଭାଇରାଲ ବୟ ସହଦେବଙ୍କ ବିଷୟରେ ଏକ ମଜାଳିଆ ମିମ୍ ସେଆର କରିଛନ୍ତି ଅନୁଷ୍କା[/caption]
ଆଜିକାଲି ସୋଶାଲ ମିଡିଆରେ ଛାଇ ଯାଇଛନ୍ତି ସ୍କୁଲ ଛାତ୍ର ସହଦେବ ଡିର୍ଡୋ। ୨୦୧୯ରେ ସହଦେବ ନିଜ ଷ୍ଟାଇଲରେ ‘ବଚପନ କା ପ୍ୟାର୍’ ଗୀତ ଗାଇଥିଲେ। ଏହାକୁ ଏବେ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଏପରକି ତାଙ୍କର ଏହି ଗୀତ ଗାଇବାର ଭିଡିଓଟି ଭାଇରାଲ ହେବାରେ ଲାଗିଛି।
ଅନେକ ସେଲେବ୍ରିଟି ଏହି ଗୀତକୁ କପି କରି ବିଭିନ୍ନ ରିଲ୍ ଭିଡିଓ ତିଆରି କରିଛନ୍ତି। ଏପରିକି ପ୍ରସିଦ୍ଧ ରାପର୍ ବାଦ୍ଶାହା ମଧ୍ୟ ଏହି ଗୀତର ରିମିକ୍ସ ଭର୍ସନ ତିଆରି କରି ସେଆର କରିଛନ୍ତି। ଦି କପିଲ ଶର୍ମା ସୋ’ର ପ୍ରମୋରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, କୃଷ୍ଣ ଅଭିଷେକ ଏବଂ ସୁଦେଶ ଲାହିରୀ ମଧ୍ୟ ଏହି ଗୀତରେ ନାଚି ଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ବୁଧବାର ଭାଇରାଲ ବୟ ସହଦେବକୁ ସମ୍ମାନିତ କରିଛନ୍ତି।
View this post on Instagram
ପ୍ରକୃତରେ ଇନ୍ଷ୍ଟାଗ୍ରାମରେ ଅନୁଷ୍କା ବିହାଇଣ୍ଡ-ଦ-ସିନ୍ର ଏକ ଭିଡିଓ ଶେଆର କରିଛନ୍ତି। ଏହି ଭିଡିଓକୁ ସେ ଶେଆର୍ କରି ଇଂରାଜୀରେ ଲେଖିଛନ୍ତି, ଡିଡ୍ ଆଇ ଡୁ ଇଟ୍?
ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନୁଷ୍କା ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଏଥିରେ ସେ ସଫଳ ମଧ୍ୟ ହେଉଛନ୍ତି। ଅନୁଷ୍କା ତାଙ୍କୁ ଉଠାଉଥିବା ଦେଖି ବିରାଟ ଚକିତ ହୋଇପଡୁଛନ୍ତି। ବିଶ୍ୱାସ କରିପାରୁନାହାନ୍ତି ଯେ, ଅନୁଷ୍କା ତାଙ୍କୁ ନିଜ ବାହୁରେ ଉଠାଇଛନ୍ତି ବୋଲି। ପ୍ରଥମ ଥରରେ ହିଁ ଅନୁଷ୍କା ସଫଳ ହେବା ପରେ ପୁଣି ଥରେ ତାଙ୍କୁ ଉଠାଇବା ପାଇଁ ବିରାଟ କହୁଛନ୍ତି। ଏହାପରେ ଅନୁଷ୍କା ତାଙ୍କୁ ଉଠାଇ ଛାଡି ଦେଇଛନ୍ତି। ବିରୁଷ୍କାଙ୍କ ଏହି ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ୧୧ ତାରିଖରେ ଅନୁଷ୍କା ତାଙ୍କ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବିରାଟ ଓ ଅନୁଷ୍କା ତାଙ୍କ ଝିଅର ନାଁ ଭମିକା ରଖିଛନ୍ତି। ଦୀର୍ଘ ଦିନ ହେବ ଫିଲ୍ମ ଦୁନିଆରୁ ଦୂରରେ ଥିବା ଅନୁଷ୍କା ଏବେ ପୁଣି ଥରେ କାମକୁ ଫେରିଛନ୍ତି। ସେ ମାର୍ଚ୍ଚ ମାସରୁ ହିଁ ଶୁଟିଂକୁ ବ୍ୟାକ୍ କରିଥିବା ଜଣାପଡିଛି।
View this post on Instagram
ଏହି ଫଟୋରେ କେବଳ କୁନି ଝିଅର ଗୋଡ ଦୁଇଟି ହିଁ ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ବିକାଶ କହିଛନ୍ତି, ଘରକୁ ଆଞ୍ଜେଲ ତଥା ନହ୍ନି ପରୀ ଆସିଛନ୍ତି । ଅମ ଘରକୁ ଆଞ୍ଜେଲ ଆସିଥିବାରୁ ଆମ ଖୁସି ଏବେ ଦ୍ବିଗୁଣିତ ହୋଇଯାଇଛି। ସେହିପରି କୋହଲିଙ୍କ ଭଉଣୀ ଭାୱନା କୋହଲି ମଧ୍ୟ ଝିଅର ପାଦ ଫଟୋକୁ ଶେଆର କରି ପିଉସୀ ବନିଯାଇଥିବାରୁ ନିଜକୁ ଗର୍ବ ମନେ କରିଛନ୍ତି। ଶେଆର କରିଥିବା ଫଟୋରେ ୱେଲକମ୍ ଆଞ୍ଜେଲ ବୋଲି ମଧ୍ୟ ଲେଖାହୋଇଛି।
View this post on Instagram
ଗତକାଲି ମଧ୍ୟାହ୍ନରେ ଅନୁଷ୍କା ଶର୍ମା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ବିରାଟ ନିଜ ଇନ୍ଷ୍ଟାଗ୍ରାମରେ ସମସ୍ତଙ୍କୁ ଏହି ଖୁସି ଖବର ଜଣାଇଥିଲେ। ଅନୁଷ୍କା ଏବଂ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ କୋହଲି। ଆମ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ବିରାଟ ତାଙ୍କ ନୋଟ୍ରେ ଲେଖିଥିଲେ।
ଅଧିକ ପଢ଼ନ୍ତୁ : ସରିଲା ପ୍ରତୀକ୍ଷା: ୨୮୦୪ ଦିନ ପରେ ୱିକେଟ୍ ନେଲେ ଶ୍ରୀସନ୍ଥ
ନିକଟରେ ଅନୁଷ୍କା ଏକ ସାକ୍ଷାତକାର୍ରେ ନିଜ ଛୁଆକୁ ସୋଶାଲ ମିଡିଆ ଠାରୁ ଦୂରେଇ ରଖିବା ପାଇଁ କହିଛନ୍ତି। ଅନ୍ୟ ପିଲାଙ୍କ ଠାରୁ ତାଙ୍କ ଛୁଆ ସ୍ପେଶାଲ ଅନୁଭବ କରୁ ବୋଲି ସେ ଚାହାନ୍ତି ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯୋ, ୨୦୧୭ ଡିସେମ୍ବର ୧୧ ତାରିଖରେ ବିରାଟ-ଅନୁଷ୍କା ଇଟାଲୀରେ ବିବାହ କରିଥିଲେ। ଏହାପରେ ଗତ ଅଗଷ୍ଟରେ ଉଭୟ ପିତାମାତା ହେବାକୁ ଯାଉଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ।
View this post on Instagram
ପ୍ରେଗନାନ୍ସି ସମୟରେ ଅନୁଷ୍କା ନିଜକୁ ଫିଟ୍ ରଖିବା ପାଇଁ ପୁରା ଆକ୍ଟିଭ ଅଛନ୍ତି। ସେ ଏଭଳି ଅବସ୍ଥାରେ ମଧ୍ୟ ଏବେ ଜିମରେ କସରତ କରୁଛନ୍ତି। ଜିମ୍ରେ ବ୍ୟାୟାମ କରି ଝାଳ ବୁହାଉଛନ୍ତି ଅନୁଷ୍କା। ନିକଟରେ ଜିମ୍ରେ ୱର୍କଆଉଟ କରୁଥିବାର ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅନୁଷ୍କା ଧଳା ରଙ୍ଗର ଟି-ସର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଟ୍ରେଡ ମିଲ୍ରେ ଦୌଡୁଥିବା ଦେଖିବାକୁ ମିଳିଛି । ଭିଡିଓଟି ଏବେ ସୋଶାଲ ମିଡିଆରା ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
View this post on Instagram
ଏହାପୂର୍ବରୁ ଅନୁଷ୍କାଙ୍କ ଶୀର୍ଷାସନ କରୁଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା। ଏହି ଆସନ କରିବା ପାଇଁ ବିରାଟ ଅନୁଷ୍କାକୁ ସହାୟତ କରୁଥିଲେ। ଏହି ଫଟୋଟି ସେତେବେଳେ ମଧ୍ୟ ଭାଇରାଲ ହୋଇଥିଲା।
ଅନୁଷ୍କା ଶର୍ମା ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି। ଏଥିପାଇଁ ସେ ଏବେ ଡାକ୍ଟରଙ୍କ ପାଖକୁ ରୁଟିନ ଚେକ୍ଅପ୍ ପାଇଁ ଯାଉଛନ୍ତି । ଅନ୍ୟପଟେ ସେ ଡାକ୍ତରଙ୍କ ସହ ପରାମର୍ଶ ନେଇ ତାଙ୍କର ଜିମ ଏବଂ ଯୋଗ ମଧ୍ୟ ଜାରି ରଖିଛନ୍ତି। ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟ ସେମାନଙ୍କ ପ୍ରଥମ ଛୁଆକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।
ଏହି ଫଟୋ ସୁଟ ସମୟରେ ଅନୁଷ୍କା ‘ଭଗ’ ମାଗାଜିନକୁ କହିଛନ୍ତି, ସେ ନିଜ ଛୁଆକୁ ସୋଶାଲ ମିଡଆ ଠାରୁ ଦୂରେଇ ରଖିବେ । ବିରାଟ ଏବଂ ସେ ମିଶି ଏନେଇ ଖୁବ ଚିନ୍ତା କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । କୌଣସି ବି ଛୁଆକୁ ଅନ୍ୟଠାରୁ ଅଧିକ ସ୍ପେଶାଲ ଅନୁଭବ କରାଇବା ଉଚିତ ନୁହେଁ । ଏହା ଆଗକୁ ଅସୁବିଧାରେ ପକାଇପାରେ । ମଡିଆ ଏବଂ ପବ୍ଲିକଲି ନିଜ ଛୁଆର ଲାଳନ ପାଳନ କରିବା ସେ ଚାହାନ୍ତି ନାହିଁ, ତେଣୁ ଛୁଆକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିବାକୁ ଅନୁଷ୍କା ନିଷ୍ପତ୍ତି ନେଇଥିବା କହିଛନ୍ତି ।
View this post on Instagram
ସେ କିଭଳି ବହୁ ଦିନ ପର୍ଯ୍ୟନ୍ତ ଗର୍ଭବତୀ ହେବା ଖବରକୁ ସୋଶାଲ ମିଡିଆଠାରୁ ଦୂରେଇ ରଖିଥିଲେ ସେ ନେଇ ମଧ୍ୟ କହିଛନ୍ତି ଅନୁଷ୍କା। ଲକଡାଉନ ଯୋଗୁଁ ଦୀର୍ଘ ଦିନ ଘରେ ବିତାଇବା ପାଇଁ ମଉକ ମିଳିଥିଲା । ଏହି ସମୟରେ କେହି ମଧ୍ୟ ତାଙ୍କ ଗର୍ଭବତୀ ହେବା ଖବର ଜାଣି ପାରିନଥିଲେ । ସେ ମଧ୍ୟ ନିଜ ପ୍ରେଗ୍ନେନ୍ସି ଖବରକୁ ସମସ୍ତଙ୍କଠାରୁ ସିକ୍ରେଟ ରଖିବା ପାଇଁ ଚାହୁଥିଲେ ବୋଲି ଅନୁଷ୍କା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମୁଁ ଆଉ ବିରାଟ ପଶୁ ପ୍ରେମୀ । ଆମେ ପୁଶ ପକ୍ଷୀଙ୍କୁ ଭଲପାଉ । ମୁଁ ଚାହୁଁଛି ମୋ ଛୁଆ ଭିତରେ ମଧ୍ୟ ଏହି ସବୁ ଗୁଣ ରହୁ, ସେ ମଧ୍ୟ ଏହି ବଣ୍ଡିଂକୁ ଅନୁଭବ କରୁ । ଏହା ଆମ ଜୀବନର ଏବଂ ବଡ ପରିବର୍ତ୍ତନ ବୋଲି ସାକ୍ଷାତକାରରେ ଅଭିନେତ୍ରୀ ଅନୁଷ୍କା କହିଛନ୍ତି ।