ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ସହାୟତାରେ ଭଏସ୍ ଆଲଗୋରିଦିମ୍ ବ୍ୟବହାର ଫଳରେ ଏପରି ସମ୍ଭବ ହୋଇପାରିଛି। ପରୀକ୍ଷାମୂଳକ ଭାବରେ ଏହି ଦୁଇ ଭେଟରାନ ସିଙ୍ଗରଙ୍କ ସ୍ୱର ପୁନଃସୃଷ୍ଟି କରିବା ପାଇଁ AI ବ୍ୟବହାର କରିଥିଲେ ରହମାନ। AI ଭଏସ୍ ମଡେଲ୍ ବ୍ୟବହାର କରି ବାମ୍ବା ବକିଆ ଏବଂ ଶାହୁଲ ହମିଦଙ୍କ ସ୍ୱରକୁ ଜୀବନ୍ତ କରିବାରେ ସଫଳ ହୋଇଛନ୍ତି। ଐସ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମା ଫେବୃଆରୀ 9ରେ ରିଲିଜ୍ ହେବ।
We took permission from their families and sent deserving remuneration for using their voice algorithms ..technology is not a threat and a nuisance if we use it right…#respect #nostalgia 🙏 https://t.co/X2TpRoGT3l
— A.R.Rahman (@arrahman) January 29, 2024
ପ୍ରକାଶ ଥାଉ କି, ବାମ୍ବା ବକିଆ ଏବଂ ଶାହୁଲ ହମିଦ ଏଆର୍ ରହମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ସେମାନେ ମିଳିତ ଭାବେ କାର୍ଯ୍ୟ କରି ଅନେକ ସୁପରହିଟ୍ ସଙ୍ଗ୍ ଭେଟି ଦେଇଛନ୍ତି। ୧୯୯୭ରେ ଏକ କାର ଦୁର୍ଘଟଣାରେ ଶାହୁଲ ହମିଦଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ରେ ବାମ୍ବା ବକିଆ ହୃଦଘାତରେ ଚାଲି ଯାଇଛନ୍ତି।
ଏଆର ରମହାନ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ଏକ ପୋଷ୍ଟ କରି କହିଛନ୍ତି, ବାମ୍ବା ବକିଆ ଏବଂ ଶାହୁଲ ହମିଦଙ୍କ ପରିବାର ସଦସ୍ୟଙ୍କଠୁ ଅନୁମତି ଆଣିବା ପରେ ସେମାନଙ୍କ କଣ୍ଠସ୍ୱରରେ ଏକ ଗୀତ ରେକର୍ଡ କରାଯାଇଛି। ଏଥିପାଇଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରାପ୍ୟ ଦଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏହା ସଫଳ ହୋଇପାରିଛି। ଯଦି ଆମେ ସଠିକ୍ ବ୍ୟବହାର କରନ୍ତି, ତେବେ ଟେକ୍ନୋଲୋଜି କେବେ ହେଲେ ବିପଦ କି ଉଦବେଗଜନକ ନୁହେଁ ବୋଲି ରହମାନ କହିଛନ୍ତି।
ରହମାନଙ୍କ ଏହି ଅଭିନବ ପ୍ରୟାସକୁ ମିଶ୍ରିତ ଫଳାଫଳ ମିଳିଛି। କିଛି ସୋଶାଲ ମିଡିଆ ବ୍ୟବହାରକାରୀ ରହମାନଙ୍କ ଏହି ପ୍ରୟାସଙ୍କୁ ପ୍ରଶଂସା କରିଥିବା ବେଳେ କିଛି ଏହାକୁ 'ଅନୈତିକ' ବୋଲି କହିଛନ୍ତି।
ରିପୋର୍ଟ ମୁତାବକ, ରହମାନ ତାଙ୍କ ମା’ଙ୍କ ଅତି ନିକଟତର ଥିଲେ। ମା’ଙ୍କ କଥାରେ ହିଁ ସେ ସଙ୍ଗୀତ ଜଗତରେ ଏଣ୍ଟ୍ରି କରିଥିଲେ। ଏହି କାରଣରୁ ସବୁବେଳେ ଷ୍ଟେଜ୍ ଶୋ’ ଗୁଡିକରେ ତାଙ୍କ ମାଙ୍କୁ ମନେପକାଇଥାନ୍ତି ରହମାନ। ଏ ଆର ରେହମାନ ତାଙ୍କ ଟ୍ୱିଟରରେ ଫଟୋ ସେୟାର କରିବା କ୍ଷଣି ଫ୍ୟାନମାନେ ତାଙ୍କ ଫଟୋରେ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି। ବହୁ ପ୍ରଶଂସକ ରହମାନଙ୍କ ମା’ କରିମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
— A.R.Rahman (@arrahman) December 28, 2020
ସୂଚନାଯୋଗ୍ୟ ଯେ, ରହମାନଙ୍କ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା । ପିଲାଦିନେ ରହମାନଙ୍କ ନାଁ ଦିଲ୍ଲୀପ କୁମାର ରଖାଯାଇଥିଲା । ୯ ବର୍ଷ ବୟସରେ ସେ ତାଙ୍କ ବାପା ଆରକେ ଶେଖରଙ୍କୁ ହରାଇ ଦେଇଥିଲେ।
ପରିବାରର ଧର୍ମ ପରିବର୍ତ୍ତନକୁ ରହମାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଯେତେବେଳେ ୨୩ ବର୍ଷ ବୟସରେ ତାଙ୍କ ଉଭଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ସେତେବେଳେ ତାଙ୍କ ମଙ୍ଗଳ କାମନା କରି ରହମାନଙ୍କ ପୁରା ପରିବାର ଇସଲାମିକ୍ ଧର୍ମସ୍ଥଳ ଦରଘାରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଏହାପରେ ଅଲ୍ଲାଙ୍କ ଉପରେ ବିଶ୍ୱାସ ରଖି ରହମାନଙ୍କ ପୁରା ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମକୁ ଆପଣାଇଥିଲେ।