ଆଜି ତାଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରୁଛନ୍ତି। ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି। ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ ମନେ ପଡ଼େ। ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ ୧୫ ବର୍ଷର କ୍ୟାରିୟରରେ ସବୁ ବିଟ୍ରେ ଖବର ସଂଗ୍ରହ କରିବାରେ ସିଦ୍ଧହସ୍ତ ଥିଲେ ଅରିନ୍ଦମ।
ଅରିନ୍ଦମଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏକ ସ୍କଲାରଶିପ୍ ପ୍ରଦାନ କରାଯାଉଛି। ଦୁଇ ଦିନ ତଳେ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରଦାନ କରାଯାଇଥିଲା ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇନିଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫରମେସନ୍ ଟେକ୍ନୋଲୋଜିର ବିଟେକ୍ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଳାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ପ୍ରଦାନ କରାଯାଇଛି। ଅମ୍ଳାନଙ୍କ କଲେଜ ଫି’ ସମେତ ବାର୍ଷିକ ସମସ୍ତ ପାଠପଢ଼ା ଖର୍ଚ୍ଚ ପ୍ରଦାନ କରାଯାଇଛି। ପ୍ରଥମ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ମଧ୍ୟ ଅମ୍ଳାନ ନନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ବର୍ଷରେ ଜଣେ ସାମ୍ବାଦିକତା ଛାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।
https://youtu.be/kWIwloosVgg
https://www.youtube.com/watch?v=M19isjJoC0M
https://www.youtube.com/watch?v=dNb0U84MnFc