ସୂଚନାମୁତାବକ, ଯେଉଁ ହ୍ୱାଟସଆପ୍ ଚାର୍ଟର ସ୍କ୍ରିନସଟ୍ ସାମ୍ନାକୁ ଆସିଛି ସେଥିରେ ଗୋଟିଏ ଅର୍ଣ୍ଣବ ଗୋସ୍ବାମୀ ନାଁ ଥିବା ବେଳେ ଅନ୍ୟଟିରେ ପାର୍ଥୋ ଦାସଗୁପ୍ତାଙ୍କ ନାଁ ରହିଥିବା ଦେଖିବାକୁ ମିଳିଛି। ୨୦୧୯ରେ ଅର୍ଣ୍ଣବ ଏବଂ ଦାସଗୁପ୍ତାଙ୍କ ମଧ୍ୟରେ ଟିଆର୍ପିକୁ ନେଇ ଏହି କଥାବାର୍ତ୍ତା ହୋଇଥିବା ଦାବି କରାଯାଉଛି। ଏଥିସହ ମୁମ୍ବାଇ ପୁଲିସ ଜବତ କରିଥିବା ୫ଶହ ପୃଷ୍ଠା ବିଶିଷ୍ଟ ହ୍ୱାଟସ୍ଆପ ଚାର୍ଟର ଏହା ଏକ ଅଂଶ ବୋଲି କୁହାଯାଉଛି। ସେପଟେ କିନ୍ତୁ ମୁମ୍ବାଇ ପୁଲିସ ଏନେଇ କୌଣସି ସ୍ପଷ୍ଟ କରିନାହିଁ।
ଏହି ଭାଇରାଲ ହ୍ବାର୍ଟସ୍ଆପ୍ ଚାର୍ଟକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ସରକାରଙ୍କ ଆଖି ସାମ୍ନାରେ ଅନେକ ସ୍କାମ ହେଉଛି। ଆମ ସରକାରରେ ମିଡିଆ ତା' ପାୱରର ଭୁଲ୍ ବ୍ୟବହାର କରୁଛି। ଏଭଳି ଲୋକଙ୍କୁ ଆଇନ ଅନୁଯାୟୀ ଜେଲ୍ ଦଣ୍ଡାଦେଶ ଦେବା ଉଚିତ। ଦେଶର ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ କହିଛନ୍ତି। ସେହିପରି ବହୁଜନ ମାଗାଜିନର ଏଡିଟର ଅର୍ଣ୍ଣବଙ୍କୁ ଟିଆର୍ପି ଟେରରିଷ୍ଟ ବୋଲି କହିଛନ୍ତି।
These are a few snapshots of the damning leaked WhatsApp chats between BARC CEO & #ArnabGoswami. They show many conspiracies&unprecedented access to power in this govt; gross abuse of his media&his position as power broker. In any Rule of law country, he would be in jail for long pic.twitter.com/6aGOR6BRQJ
— Prashant Bhushan (@pbhushan1) January 15, 2021
ସୂଚନା ମୁତାବକ, ଏହି ମାମଲା ଟିଆର୍ପି ସ୍କାମ ସହ ଜଡିତ, ଯାହାର ଖୁଲାସା ଗତବର୍ଷ ହୋଇଥିଲା। କିଛି ଘରୋଇ ଚ୍ୟାନେଲ ବିଜ୍ଞାପନ ଜରିଆରେ ରେଭେନ୍ୟୁ ହାସଲ କରିବା ପାଇଁ ଟିଆର୍ପିରେ ହେରଫେର କରୁଥିବା ଅଭିଯୋଗ ଉଠିଥିଲା। ମୁମ୍ବାଇ ପୁଲିସ ଏହି ମାମଲାରେ ମାଜିଷ୍ଟ୍ରେଟ କୋର୍ଟରେ ୧୪୦୦ ପୃଷ୍ଟା ସମ୍ଭଳିତ ଚାର୍ଜସିଟ ଦାଖଲ କରିସାରିଛି। ରିପବ୍ଲିକ ଟିଭିର କର୍ମଚାରୀଙ୍କ ସମେତ ୧୨ଜଣ ଅଭିଯୁକ୍ତଙ୍କ ନାଁ ଏହିଥିରେ ସାମିଲ ରହିଛି। ସେପଟେ ଫେକ ଟିଆର୍ପି ସ୍କାମ ଅଭିଯୋଗରେ ପୂର୍ବରୁ BARCର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତା ଗିରଫ ହୋଇସାରିଛନ୍ତି। ଏହି ମାମଲାରେ ଗତ ଜାନୁଆରୀ ୬ ତାରିଖରେ ବମ୍ବେ ହାଇକୋର୍ଟରେ ଶୁଣାଣି ବେଳେ ରପବ୍ଲିକ ଟିଭି ଏବଂ ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବା ମୁମ୍ବାଇ ପୁଲିସ ଦାବି କରିଥିଲା।
https://twitter.com/republic/status/1326061067902935045
ସବୁଠୁ ବଡ଼ କଥା ହେଲା ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର ୮ରେ ପ୍ରେସ କନଫରେନସ କରିଥିଲା। ଆଜି ପ୍ରଥମ ଥର ପାଇଁ ଏହି ମାମଲାରେ ରିପବ୍ଲିକ ଟିଭିର ଜଣଙ୍କୁ ଗିରଫ କରିଛି।
ସୁଶାନ୍ତ ସିଂ ରାଜପୁତ, ଦିଶା ମୃତ୍ୟୁ, କଙ୍ଗନାଙ୍କ ଅଫିସ ଭାଙ୍ଗିବା ମାମଲା ଓ ପାଲଘରରେ ସାଧୁଙ୍କୁ ହତ୍ୟା ମମଲାରେ ରିପବ୍ଲିକ ଟିଭି ମୁମ୍ୱାଇ ପୁଲିସକୁ ଟାର୍ଗେଟ୍ କରିଥିଲା। ଏହାର ପରିଣାମ ସ୍ୱରୂପ ମୁମ୍ୱାଇ ପୁଲିସ ମିଛି ମାମଲା ଲଦି ରିପବ୍ଲିକ ଟିଭିକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ରିପବ୍ଲିକ୍ ଟିଭି କହିଛି। ହଂସା ରିପୋର୍ଟରେ ଇଣ୍ଡିଆ ଟୁଡେ ନାଁ ରହିଛି। ହେଲେ ପୁଲିସ ସେମାନଙ୍କୁ ପଚରାଉଚରା ନକରି ବାରମ୍ୱାର ରିପବ୍ଲିକ ଟିଭିକୁ ଟାର୍ଗେଟ୍ କରୁଛି ବୋଲି ସଂପୃକ୍ତ ଚ୍ୟାନେଲ ବିବୃତ୍ତି ଜାରି କରି କହିଛି।
ଆଗକୁ ପଢ଼ନ୍ତୁ : ଜେଲ୍ ଯିବେ ଟ୍ରମ୍ପ!
ଏହା ସହିତ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଅର୍ଣ୍ଣବ ତଥା ରିପବ୍ଲିକ ଟିଭିର ସାମ୍ବାଦିକମାନଙ୍କ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବାରେ ଲାଗିଛି। ଏହାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ବୋଲି ରିପବ୍ଲିକ୍ ଟିଭି ପକ୍ଷରୁ କୁହାଯାଉଛି।
ରବିବାର ଅର୍ଣ୍ଣବଙ୍କୁ ତାଲୋଜେ ଜେଲ ପଠାଇବା ବେଳେ ସେ କହିଛନ୍ତି ଯେ, ତାଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ ଜୀବନ ପ୍ରତି ବିପଦ ରହିଛି।
ସେ କହିଛନ୍ତି ଯେ, "ମୋ ଓକିଲଙ୍କ ସହ ମଧ୍ୟ ମୋତେ ଭେଟିବାକୁ ଦିଆଯାଉନାହିଁ। ସକାଳେ ଧକା ମାରିବା ସହ ପିଟିଥିଲେ। ମୋତେ ସକାଳ 6ଟା ବେଳେ ଉଠାଇଲେ। ମୋତେ କହିଲେ ଓକିଲ ସହ କଥା ହେବାକୁ ଅନୁମତି ଦେବେ ନାହିଁ। ଦେଶବାସୀଙ୍କୁ କହିଦିଅନ୍ତୁ ଯେ, ମୋ ଜୀବନ ପ୍ରତି ବିପଦ ରହିଛି।"
"My life is under threat. My life is under threat. Not being allowed to speak to lawyers. They assaulted me this morning. Woke me up at 6am, said I can't speak to my lawyers. Please tell people of India my life is under threat": ARNAB GOSWAMI #LIVE https://t.co/RZHKU3wOei pic.twitter.com/45DZ9KNaUm
— Republic (@republic) November 8, 2020
ଅର୍ଣ୍ଣବ ବାରମ୍ବାର ତାଙ୍କ ଜୀବନ ପ୍ରତି ବିପଦ ଥିବା କହି କୋର୍ଟଙ୍କୁ ସାହାଯ୍ୟ ମାଗିଛନ୍ତି। ଓକିଲଙ୍କ ସହ ଆଲୋଚନା କରିବା ନେଇ କହିବାକୁ ଜେଲର ତାଙ୍କୁ ପିଟିଥିଲେ ବୋଲି ଅର୍ଣ୍ଣବ କହିଛନ୍ତି। ପୁଲିସର କଡ଼ା ସୁରକ୍ଷା ବଳୟ ଭିତରେ ଭ୍ୟାନରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପେସାଦାର କଏଦୀଙ୍କ ଭଳି ଆଲିବାଗ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ତଲୋଜା ଜେଲ ସ୍ଥାନାନ୍ତର କରାଯାଇଛି। ଏତିକି ବେଳେ ପୁଲିସ ଭ୍ୟାନରୁ ଚିଲ୍ଲେଇ ଚିଲ୍ଲେଇ ଅର୍ଣ୍ଣବ ନିଜ ବୟାନ ଦେବାକୁ ଚେଷ୍ଟା କରିଥିଲେ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ମନ୍ତ୍ରୀଙ୍କ ବାବଦରେ ଅର୍ଣ୍ଣବ ଅଶୋଭନୀୟ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ଗୋସ୍ୱାମୀଙ୍କ ବିରୋଧରେ ସେପ୍ଟେମ୍ୱର ୧୬ରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଥିଲା।
ଏମିତିକି ସମନ ଚିଠିରେ ଦିପାବଳୀରେ ଜେଲ୍ ଭିତରେ ରହିବାକୁ ହେବ ବୋଲି ଚିଠିରେ ଉଲ୍ଲେଖ ରହିଥିବା ରିପବ୍ଲିକ୍ ଟିଭି କହିଛି। ଏହି ଚିଠି ଗୋପନୀୟ ରଖିବାକୁ ହେବ ବୋଲି ମହାରାଷ୍ଟ୍ର ବିଧାନସଭା ସଚିବ ଚିଠିରେ ଉଲ୍ଲେଖ କରିଥିଲେ। ଏହାପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୋସ୍ୱାମୀ।
ସିଜେଆଇ ମାମଲାର ଶୁଣାଣି କରି କହିଛନ୍ତି, ଧାରା ୩୨ ଅନୁଯାୟୀ ସରକାର ନ୍ୟାୟକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛନ୍ତି। ମାମଲାର ସମାଧାନ ପାଇଁ ଆମିକସ କ୍ୟୁରି ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋସ୍ୱାମୀଙ୍କୁ ବିଧାନସଭା ଦେଇଥିବା ସମନ୍ ଧମକ ଦେବା ସହିତ ସମାନ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏମିତିକି ଗୋସ୍ୱାମୀଙ୍କୁ ଏହି ମାମଲାର ଗିରଫ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ତେବେ ଅମଲାତନ୍ତ୍ର ସମସ୍ତ ଆଇନ୍ ବାବଦରେ ଜାଣି ମଧ୍ୟ ଏଭଳି କରିବା ଅଶୋଭନୀୟ। ଏବେ ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ପାଇଁ ରିପବ୍ଲିକ୍ ଟିଭି କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସୂଚନା ରହିଛି। ହେଲେ ଶିବସେନା ନେତୃତ୍ୱାଧୀନ ଉଦ୍ଧବ ସରକାର ଏ ବାବଦରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ଆଗକୁ ପଢ଼ନ୍ତୁ : ରାଷ୍ଟ୍ରପତି ପଦ ଛାଡ଼ିବେ ଭ୍ଲାଦିମିର ପୁଟିନ, ଜାଣନ୍ତୁ କାରଣ
ପ୍ରକାଶ ଥାଉ କି, ଆଇନଜୀବୀ ଆଦିତ୍ୟ ମିଶ୍ରା ଅର୍ଣ୍ଣବ ଗୌସ୍ୱାମୀଙ୍କ ବେଆଇନ ଗିରଫଦାରୀକୁ ନେଇ ଏମଏଚଆରସିଙ୍କ ନିକଟରେ ଏକ ଯାଚିକା ଦାଖଲ କରିବା ସହ ମାମଲାର ତତ୍କାଳ ବିଚାର ପାଇଁ ଅନୁରୋଧ କରିଥିଲେ। ଏନେଇ ଆୟୋଗ ରାଇଗଡ଼ ଏସପିଙ୍କୁ ସମନ କରିବା ସହ ସମସ୍ତ ଦସ୍ତାବିଜ ସହ ହାଜର ହେବାକୁ ନୋଟିସ୍ ଦେଇଛନ୍ତି।
ସୂଚନାଯୋଗ୍ୟ, ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବୁଧବାର ସକାଳେ କୌଣସି ନୋଟିସ ନ ଦେଇ ଗିରଫ କରାଯାଇଛି। କେତେଜଣ ପୁଲିସ ଅଧିକାରୀ ତାଙ୍କ ବାସଭବନରେ ପହଞ୍ଚି, ମାରପିଟ୍ ଜର ଜୋରଜବରଦସ୍ତ ଅର୍ଣ୍ଣବଙ୍କୁ ଗିରଫ କରିଥିଲେ। ମୁମ୍ବାଇ ପୁଲିସ କୌଣସି ପୂର୍ବ ସୂଚନା ବିନା ଏକ ପୁରୁଣା ମାମଲା, ଯାହାର ଫାଇଲ ବନ୍ଦ ହୋଇସାରିଛି ତା'ରି ଆଧାରରେ ଅର୍ଣ୍ଣବଙ୍କୁ ଗିରଫ କରି ଅଲିବାଗ ନେଇଗଲା।
ବିକାଶ ଟ୍ୱିଟ୍ କରି କହିଛନ୍ତି, "ମୁଁ ଯେକୌଣସି ସରକାର ଦ୍ୱାରା ପ୍ରେସ୍ ଉପରେ ଲଗାମ୍ ଲଗାଇବାର ଯେକୌଣସି ପ୍ରୟାସକୁ ବିରୋଧ କରୁଛି। ସାରା ଦେଶରେ ପ୍ରେସର ଲୋକମାନଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିବାର ପ୍ରବୃତ୍ତି ରହିଛି। ଏହି ପ୍ରବୃତ୍ତି ଆମ ଗଣତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ। ମୁଁ ଏଭଳି ମାମଲାଗୁଡ଼ିକୁ ସାମ୍ନା କରୁଥିବା ପ୍ରେସ୍ ଲୋକମାନଙ୍କ ସହ ଅଛି।"
I am against any attempt by any government to muzzle the press. There’s a tendency in the entire country to falsely register cases against press people. This tendency reflects poorly on our democracy. I am with all press people facing such cases.
— Vikas Singh (@vikassinghSrAdv) November 5, 2020
Our Supreme Court has said in the context of press freedom- “we should allow the luxurious growth of even its noxious branches than trying to prune such branches “
— Vikas Singh (@vikassinghSrAdv) November 5, 2020
ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇ ଓ ରାୟଗଡ଼ ପୁଲିସର ମିଳିତ ଟିମ୍ ଅର୍ଣ୍ଣବଙ୍କ ମୁମ୍ବାଇ ଲୋୟର ପରେଲସ୍ଥିତ ଘରେ ପଶି ଜୋର ଜବରଦସ୍ତ ତାଙ୍କୁ ଗିରଫ କରିଥିଲେ। କୋର୍ଟ କି ଅନ୍ୟ ଆଇନଗତ କାଗଜପତ୍ର ଦେଖାଇ ନ ଥିଲା ପୁଲିସ୍ ଟିମ୍। ଏପରି କି ତାଙ୍କ ଘରେ ତାଙ୍କୁ ଜବରଦସ୍ତି ଟଣା ଓଟରା କରିଥିଲା ପୁଲିସ। ପରେ ଜବରଦସ୍ତ ତାଙ୍କୁ ଭ୍ୟାନରେ ପୂରାଇ ନିଆଯାଇଥିଲା। ତେବେ ଅର୍ଣ୍ଣବଙ୍କୁ ବର୍ତ୍ତମାନ ଅଲିବାଗର ଏକ ସ୍ଥାନୀୟ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଣ୍ଣବଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଏସବୁ ଭିତରେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨। ଦିନେ ଟିଭିରେ ଗୋଟିଏ ଶୋ’ ପ୍ରସାରିତ ହେଉଥିଲା, ଯାହାର ନାଁ ଥିଲା ଭାରତର ମୋଷ୍ଟ ୱାଣ୍ଟେଡ। ଆଙ୍କର ଜଣଙ୍କ ହତ୍ୟା ଓ ଆତ୍ମହତ୍ୟା ସମ୍ପର୍କରେ କହୁଥିଲେ। କିନ୍ତୁ ଦିନେ ସେହି ଆଙ୍କର ଜଣଙ୍କ ତାଙ୍କ ପତ୍ନୀଙ୍କ ହତ୍ୟାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା।
ଏବେ ଭାରତର ମୋଷ୍ଟ ୱାଣ୍ଟେଡ ପାର୍ଟ-୨ ଦେଖିବାକୁ ମିଳିଛି। ଯେଉଁ ଆଙ୍କର ଆତ୍ମହତ୍ୟା ସମ୍ପର୍କରେ କହୁଥିଲେ, ଆଜି ସେ ଆତ୍ମହତ୍ୟା ପାଇଁ ଉସକାଇବା ଘଟଣାରେ ଗିରଫ ହୋଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ଶିବସେନାର ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଗତବର୍ଷ କ୍ଷମତାକୁ ଆସିବା ପରଠାରୁ ମହାରାଷ୍ଟ୍ର ବିକାଶ ଅଗାଡ଼ି ସରକାର କେବେ ହେଲେ କାହା ବିରୋଧରେ ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିନାହିଁ। ମହାରାଷ୍ଟ୍ରରେ ସମସ୍ତ ପ୍ରକାରର ଆଇନକୁ ପାଳନ କରାଯାଇଛି।
ଯଦି କାହା ବିରୋଧରେ ପ୍ରମାଣ ରହିଛି, ତା’ହେଲେ ପୁଲିସ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିପାରିବ। ରାଜ୍ୟ ସରକାର କେବ ହେଲେ ପ୍ରତିଶୋଧ ନେବାକୁ କାର୍ଯ୍ୟ କରିନାହାନ୍ତି। ଆଜି ମିଡିଆ ପାଇଁ କଳାଦିନ ନୁହେଁ। ସାମ୍ବାଦିକମାନେ ସମସ୍ତ ପ୍ରକାରର ଏଥିକ୍ସ ପାଳନ କରିବା ଦରକାର।
ମିଡିଆ କୌଣସି ତଦନ୍ତକାରୀ ସଂସ୍ଥା ବା କୋର୍ଟ ନୁହେଁ। ଆମେ ସମସ୍ତେ ସାମ୍ବାଦିକ। ତେଣୁ ଯିଏ ଭୁଲ କରିବ, ତାଙ୍କୁ ନିଶ୍ଚିତ ଭାବେ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ରାଜ୍ୟ ସରକାର କିମ୍ବା କୌଣସି ରାଜନୀତିକ ଦଳର ଏହି ଗିରଫଦାରୀ ପଛରେ କୌଣସି ହାତ ନାହିଁ ବୋଲି ସେ କହିଛନ୍ତି।
ଆଗକୁ ପଢ଼ନ୍ତୁ : ମହିଳା ପୁଲିସ୍ଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଅର୍ଣ୍ଣବଙ୍କ ନାଁରେ ଏଫଆଇଆର
ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି। ଦରମା ନ ମିଳିବା କାରଣରୁ ଅର୍ଣ୍ଣବଙ୍କ ଚ୍ୟାନେଲରେ କାମ କରୁଥିବା ଜଣେ ଆର୍କିଟେକ ଓ ତାଙ୍କ ମା’ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ତଦନ୍ତ ଠିକ୍ ଭାବେ କରାଯାଉ ନ ଥିବା ମୃତ ଆର୍କିଟେକଙ୍କ ଝିଅ ଅଭିଯୋଗ ପରେ ଗତ ମେ’ ମାସରେ ଉକ୍ତ ମାମଲାକୁ ପୁଣି ଥରେ ରିଓପନ କରାଯାଇଛି।
ଅର୍ଣ୍ଣବଙ୍କ ବ୍ୟତୀତ ରିପବ୍ଲିକ ଟିଭିର ଡେପୁଟି ନ୍ୟୁଜ ଏଡିଟର ସାଗରିକା ମିତ୍ର, ସିନିୟର ଆସୋସିଏଟ ଏଡିଟର ଓ ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାୱନ ସେନ ଏବଂ ଏକ୍ଜ୍ୟୁକେଟିଭ ଏଡିଟର ନିରଞ୍ଜନ ନାରାୟଣସ୍ୱାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରିପବ୍ଲିକ ଟିଭିର ଏହି ସମସ୍ତ ଏଡିଟୋରିଆଲ ଷ୍ଟାଫ୍ ମହାରାଷ୍ଟ୍ର ସରକାର ଓ ପୁଲିସ୍ର ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା ଚଲାଉଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ମୁମ୍ବାଇ ପୁଲିସ୍ ଓ ରିପବ୍ଲିକ ଟିଭି ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା। ଚ୍ୟାନେଲ ପକ୍ଷରୁ ଏହାକୁ ଏକ ମର୍ଡର କେସ୍ ବୋଲି କୁହାଯାଉଥିବା ବେଳେ ଏହାର ତଦନ୍ତର ଗତିକୁ ନେଇ ବାରମ୍ବାର ମୁମ୍ବାଇ ପୁଲିସ୍କୁ ଟାର୍ଗେଟ କରାଯାଉଥିଲା।
ମୁମ୍ବାଇ ପୁଲିସ୍ କମିଶନର ଅର୍ଣ୍ଣବଙ୍କୁ ଗତକାଲି ମୁମ୍ବାଇ ସହରର ସବୁଠୁ ବଡ଼ ହାଓଲା ଅପରେଟର କହିଥିବା ବେଳେ ଆଜି ସକାଳୁ ସକାଳୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁମ୍ବାଇ ପୁଲିସ୍ ପକ୍ଷରୁ ରିପବ୍ଲିକ ଟିଭିର ସମସ୍ତ ଏଡିଟୋରିଆଲ ଷ୍ଟାଫଙ୍କ ଆସେସ୍ ମଗାଯାଇଛି। ଏପରିକି ସମସ୍ତ ଏଡିଟୋରିଆଲ ଷ୍ଟାଫ୍ଙ୍କ ସମେତ ସମସ୍ତ ଟେକନିଆନ, ଆଇଟି ଷ୍ଟାଫ ଓ ଅନ୍ୟ କର୍ମଚାରୀଙ୍କ ସମସ୍ତ ବିବରଣୀ ମଧ୍ୟ ଦେବାକୁ କୁହାଯାଇଛି। ଏହାବ୍ୟତୀତ ନ୍ୟୁଜ ରୁମ୍ର ସମସ୍ତ ଆଇଡି, ପାସୱାର୍ଡ ସହ ସେଠାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କ ସମସ୍ତ ବିବରଣୀ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅପରପକ୍ଷେ ଏହାକୁ ଦୃଢ ନିନ୍ଦା କରିବା ସହ ଏହାଦ୍ୱାରା ଗଣତନ୍ତ୍ରର କଣ୍ଠରୋଧ କରାଯାଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର। ଏହା ଜରୁରୀକାଳୀନ ପରିସ୍ଥିତିର ଚିତ୍ରକୁ ପୁଣି ଥରେ ମନେ ପକାଇ ଦେବା ସହ ଗଣତନ୍ତ୍ରର ସ୍ୱାଧୀନତା ପ୍ରତି କୁଠାରଘାତ ବୋଲି କହି ମହାରାଷ୍ଟ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
We condemn the attack on press freedom in #Maharashtra. This is not the way to treat the Press. This reminds us of the emergency days when the press was treated like this.@PIB_India @DDNewslive @republic
— Prakash Javadekar (@PrakashJavdekar) November 4, 2020
ଆହୁରି ପଢନ୍ତୁ : ଶାହାରୁଖଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ବିଗ୍ ବି