ଆଜି ଦିନଦ୍ୱିପ୍ରହରରେ ୨ ଜଣ ମୁଖା ପିନ୍ଧା ଯୁବକ ଦେବଗଡ଼ ଥାନା ଅନ୍ତର୍ଗତ ଚିକ୍କୀଣି ଘାଟିରେ ବନ୍ଧୁକ ଓ ବୁଜାଲି ଦେଖାଇ ୨ ଜଣ ଠାରୁ ୯୬ ହଜାର ଟଙ୍କା ଲୁଟ କରି ନେଇଛନ୍ତି। ସମ୍ବଲପୁର ଜିଲ୍ଲା ଖରସନମାଲ ଗାଁର ବିଦ୍ୟାଧର ଖମାରି ଓ ସମ୍ବଲପୁର ଟାଉନର ରଞ୍ଜନ କୁମାର ପାଢ଼ି ଆଜି ଦିନ ପ୍ରାୟ ୨ଟା ବେଳେ ରିଆମାଳରୁ ଫେରୁଥିଲେ। ସେମାନେ ବାଇକରେ ଦେବଗଡ଼ ଆସୁଥିବା ବେଳେ ଅଧା ବାଟରେ ଲୁଟର ଶିକାର ହୋଇଛନ୍ତି।
ଉଭୟ ରିଆମାଳ ଅଂଚଳର କିଛି ଔଷଧ ଦୋକାନରୁ ବକେୟା ଟଙ୍କା ସଂଗ୍ରହ କରିବା ପରେ ଦେବଗଡ଼ ଆସୁଥିଲେ। ହେଲେ ସେମାନେ ଆସୁଥିବା ବେଳେ ହଠାତ୍ ଦୁଇ ଜଣ ମୁଖା ପିନ୍ଧା ଯୁବକ କଳା ପଲସରରେ ସେମାନଙ୍କୁ ଫଲୋ କରିଥିଲେ। ଏହା ଦେଖି ଉଭୟ ସାମାନ୍ୟ ବିଚଳିତ ହୋଇପଡ଼ିଥିଲେ। ଏଥିସହ ଗାଡ଼ି ଜୋରରେ ନେଇ ଚାଲି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ୨ ଲୁଟେରା ତାଙ୍କ ପିଛା କରିବା ବନ୍ଦ କରି ନଥିଲେ। ଏହି ଘୋଡ଼ାଘୋଡ଼ି ଭିତରେ ବିଦ୍ୟାଧର ଓ ରଞ୍ଜନ ଚିକ୍କୀଣି ଘାଟିରେ ପହଞ୍ଚି ଯାଇଥିଲେ। ସେଠାରେ ରାସ୍ତା ଶୂନଶାନ ଥିବାରୁ ଦୁଇ ଲୁଟେରା ସୁଯୋଗ ପାଇ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ।
ଏହାପରେ ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଉଭୟଙ୍କୁ ଭୟଭୀତ କରିଥିଲେ। ନିଜ ପାଖରେ ରଖିଥିବା ଟଙ୍କା ଓ ଅନ୍ୟାନ୍ୟ ଜିନିଷ ମାଗିଥିଲେ। କିନ୍ତୁ ସେମାନେ ନ ଦେବାରୁ ୨ ଲୁଟେରେ ସେମାନଙ୍କୁ ମାଡ଼ ମାରିଥିଲେ। ଶେଷରେ ସେମାନଙ୍କ ପାଖରେ ଥିବା ୯୬ ହଜାର ଟଙ୍କା, ପର୍ସ, ବ୍ୟାଗ, ଦୁଇଟି ମୋବାଇଲ ଫୋନ ନେଇ ଯାଇଥିଲେ। ଫେରାର ହେବା ପୂର୍ବରୁ ସେମାନେ ବାଇକୁ ପୁଣିଥରେ ଦେଖିଥିଲେ। କିନ୍ତୁ ଏହାକୁ ନେଇ ନଥିଲେ। କେବଳ ଏହାର ଚାବିକୁ ନେଇ ସେଠାରୁ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ
ଲୁଟର ଶିକାର ହୋଇଥିବା ଯୁବକ ବିଦ୍ୟାଧର ଖମାରି କହିଛନ୍ତି, “ବ୍ୟାଗ୍ରେ ୯୨ ହଜାର ଟଙ୍କା ଥିବା ବେଳେ ମୋ ସହ ଥିବା ଦାଦଙ୍କ ପାଖରେ ୩ ହଜାର ଟଙ୍କା ଥିଲା। ସେହିପରି ମୋ ପର୍ସରେ ହଜାରେ ଟଙ୍କା ସହ ଏଟିଏମ କାର୍ଡ ରହିଥିଲା। ସେମାନେ ଆମକୁ ଧମକ ଦେଇ ଓ ମାଡ଼ ମାରି ସେସବୁ ଲୁଟି ନେଇଛନ୍ତି।” ଦୁଇ ଯୁବକ ଦେବଗଡ଼ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ଦେବଗଡ଼ରୁ ସିଦ୍ଧାର୍ଥଙ୍କ ରିପୋର୍ଟ
ଗତକାଲି ଅପରାହ୍ନରେ ଏହି ଦୁଇ ବାଇକ୍ ଲୁଟେରା ତୁଷୁରା ଥାନା ପାରକେଲ ଗାଁର ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି କରି ଫେରାର ହୋଇ ଯାଉଥିଲେ। ଦ୍ରୁତ ଗତିରେ ଯାଉଥିବାରୁ ପୁଇଁନ୍ତଲା ଥାନା ମୁକୁନ୍ଦପୁର ଛକଠାରେ ଲୁଟେରାମାନେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ। ଆଖପାଖ ଅଞ୍ଚଳ ଲୋକ ରୁଣ୍ଡ ହୋଇ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ।
ମାତ୍ର ସେମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିବାରୁ ଅପରାଧୀ ବୋଲି ସନ୍ଦେହ କରି ସେମାନଙ୍କୁ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ । ପଚରାଉଚରା କରିବାରୁ ସେମାନେ ବାଇକ୍ ଲୁଟ୍ କରି ଫେରାର ହୋଇଯାଉଥିବା ଜଣାପଡ଼ିଥିଲା। ଉତ୍ତ୍ୟକ୍ତ ଗାଁ ଲୋକ ଉଭୟଙ୍କୁ ନିର୍ଧୂମ ଛେଚିଥିଲେ ।
ଖବର ପାଇ ପୁଇଁନ୍ତଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଉଦ୍ଧାର ଜରିବା ସହ ଥାନାରେ ଅଟକ ରଖିଛି । ଦୁଇଜଣଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ସଂଗୀନ ମାମଲା ଥିବା ଜଣାପଡିଛି । ଉଭୟଙ୍କ ଘର ସଇଁନ୍ତଲା ଥାନା ବରମୁଡ଼ ଗାଁରେ । ପୁଲିସ ସେମାନଙ୍କଠାରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରଖିଛି।
ପରେ ଗ୍ରାମବାସୀଙ୍କ ହାତରେ ଧରାପଡିଥିବା ଚୋରକୁ ସ୍ଥାନୀୟ ଲୋକମାନେ ନିର୍ଧୁମ ଛେଚି ଥିଲେ । ଧରା ପଡିଥିବା ଚୋରଙ୍କ ଘର ଆଲଦିଆ ଅଞ୍ଚଳର ବୋଲି ଜଣାପଡିବା ବେଳେ ଖସି ପଳାଇଥିବା ଅନ୍ୟ ଦୁଇ ଜଣଙ୍କ ଘର ଶ୍ରୀଜଙ୍ଗ ଓ ଓଡଶାଳ ବୋଲି ଜଣାପଡିଛି l ସେମାନଙ୍କ ପାଖରୁ ଗୋଟିଏ ବାଇକ ସହିତ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଖନ୍ତାପଡ଼ା ପୁଲିସ l ଚୋରଟିକୁ ଗ୍ରାମବାସୀମାନେ ଖନ୍ତାପଡ଼ା ପୁଲିସ ଜିମା ଦେବାପରେ ପୁଲିସ ଘଟଣାର ତଦନ୍ତ କରୁଛି ।