ମନ୍ତ୍ରଣାଳୟ କହିଛି ଯେ ଛାତ୍ର ଜଣଙ୍କ ନହା ତ୍ରାଙ୍ଗ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମାର୍ଚ୍ଚ ୨୩ରେ ଭାଇରସରର ସବଟାଇପ ଏଚ୫ଏନ୧ରେ ତାଙ୍କର ଜୀବନ ଯାଇଛି। ଦେଶରେ ପ୍ରଥମଥର ପାଇଁ ବାର୍ଡ ଫ୍ଲୁ କାହାର ଜୀବନ ନେଇଛି।
ଏହି ଘଟଣା ପରେ ଆଲର୍ଟ ମୋଡକୁ ସ୍ୱାସ୍ଥ୍ୟାଧିକାରୀମାନେ ଚାଲି ଆସିଛନ୍ତି। ବାର୍ଡ ଫ୍ଲୁ ଭାଇରସ ଯେମିତି ମଣିଷ କ୍ଷେତ୍ରରେ ନ ବ୍ୟାପିବ ସେଥିପାଇଁ ସତର୍କତା ପଦକ୍ଷେପ ସବୁ ନିଆଯାଉଛି। ଜାନୁଆରୀ ମାସରୁ ଭିଏତନାମର ବିଭିନ୍ନ ପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପୁଥିବା ଖବର ମିଳିଥିଲା।
ହେଲେ ଏଯାଏ କାହାର ଜୀବନ ଯାଇ ନଥିଲା। ପ୍ରାଣ ହରାଇଥିବା ଛାତ୍ରଙ୍କ ଘରର ଆଖପାଖରେ ଯାଞ୍ଚ କରିବା ସହ କୌଣସି ପକ୍ଷୀ ମରିଛନ୍ତି କି ନାହିଁ, ତା’ର ଛାନଭିନ କରାଯାଇଛି। ତେବେ ସେମିତି କିଛି ଖବର ଏଯାଏ ମିଳିନି।
କିନ୍ତୁ ଲୁନାର ନ୍ୟୁୟର ବେଳେ କିଛି ଜଙ୍ଗଲୀ ପକ୍ଷୀ ଉକ୍ତ ଅଞ୍ଚଳକୁ ଆସି ବସବାସ କରିଥିଲେ। ସମ୍ଭବତଃ ସେମାନଙ୍କ ଠାରୁ ସଂକ୍ରମଣ ବ୍ୟାପିଥିବା କୁହାଯାଉଛି।
ପୁଣି ଥରେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ। ଆନ୍ଧପ୍ରଦେଶର ଅଧିକାଂଶ ଜିଲ୍ଲାରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏଥିପାଇଁ ହଜାର ହଜାର କୁକୁଡା ପ୍ରତିଦିନ ମରୁଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ସମୟରେ ଚିକେନ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି। ଏଥିସହ ଚିକେନ ବିକ୍ରି ଉପରେ ତିନି ମାସ ପାଇଁ ବ୍ୟାନ୍ ଲଗାଇଛନ୍ତି ଆନ୍ଧ୍ର ସରକାର।
ପ୍ରକୃତରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଅଧିକାଂଶ କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ବ୍ୟାପିଛି। ପୁଡଲକରୁ, କୋଭୁରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଉଥିବା ଖବର ମିଳିଛି। ଫେବ୍ରୁଆରୀ ୭ ତାରିଖ ଭିତରେ ପ୍ରାୟ ୧୦ ହଜାର କୁକୁଡା ମରିଥିବା ଏକ ରିପୋର୍ଟରୁ ଜଣାପଡିଛି। ଜିଲ୍ଲା କର୍ତ୍ତୃପକ୍ଷ ଏଥିପାଇଁ ଭୋପାଳ ଲାବୋରେଟୋରୀକୁ ଚିକେନ ନମୂନା ପଠାଇଛନ୍ତି। ନମୂନା ପରୀକ୍ଷାରୁ ଅଧିକାଂଶ କୁକୁଡା ଠାରେ ଏଚ୍୫ ଏନ୍୧ ଜୀବାଣୁ ଚିହ୍ନଟ ହୋଇଥିବା ଜଣାପଡିଛି। କୁକୁଡାଙ୍କ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିପାଇଁ ସରକାର ସତର୍କ ହୋଇ ପଡିଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ ପଶୁପାଳନ ବିଭାଗର ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପାଇଁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁ ହେତୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳଠାରୁ ଏକ କିଲୋମିଟର ଦୂରରେ ତିନି ମାସ ପର୍ଯ୍ୟନ୍ତ ଚିକେନ ବିକ୍ରି ଉପରେ ବ୍ୟାନ୍ ଲଗାଯିବା ସହ ଦୋକାନ ବନ୍ଦ କରିବାକୁ କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଥିସହ ଲୋକଙ୍କୁ ଚିକେନ ଏବଂ ଅଣ୍ଡା ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ ଏହି ରୋଗର ପ୍ରସାରକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ କୁକୁଡ଼ାମାନଙ୍କୁ ହତ୍ୟା କରାଯାଉଛି। ପଶୁପାଳନ ଅଧିକାରୀଙ୍କ କହିବାନୁସାରେ, ରାଜ୍ୟରେ ୭୨୧ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇଛି। ସେଥିମଧ୍ୟରୁ ୩୭ଟି ଦଳ ନେଲୋର ଜିଲ୍ଲାରେ କାମ କରୁଛନ୍ତି।
ଚିଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ପ୍ରଥମେ ଏପରି ଏକ କେସ୍ ନଜରକୁ ଆସିଛି। ଏହି ବ୍ୟକ୍ତିଜଣକଙ୍କ ବୟସ ୫୩ ବର୍ଷ ବୋଲି ଜଣାଯାଇଛି। ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ତାଙ୍କୁ କିପରି ବାର୍ଡ ଫ୍ଲୁ ସଂକ୍ରମିତ କଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ସେମାନଙ୍କ ପରୀକ୍ଷା କରାଯାଉଛି। ଚିଲିରେ ଗତବର୍ଷ ପଶୁପକ୍ଷୀଙ୍କ ମଧ୍ୟରେ ବାର୍ଡ ଫ୍ଲୁ ଲକ୍ଷଣ ଚିହ୍ନଟ ହୋଇଥିଲା। ହେଲେ ମଣିଷ ଶରୀରରେ ଚଳିତ ବର୍ଷ ଏହା ପ୍ରଥମ କେସ୍।
ଚିଲିର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ମତରେ ପକ୍ଷୀ ବା ସାମୁଦ୍ରିକ ଜୀବ ମଧ୍ୟରେ ଏଡି ଭାଇରସର ଲକ୍ଷଣ ଚିହ୍ନଟ ହୋଇଥିଲା। କିନ୍ତୁ ମଣିଷରୁ ମଣିଷ ଶରୀରକୁ ଏହା ବ୍ୟାପିବାର କିଛି ଲକ୍ଷଣ ମିଳି ନାହିଁ।
ବାର୍ଡ ଫ୍ଲୁ ମଣିଷଙ୍କ ପାଇଁ ସେପରି ମାରାତ୍ମକ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିବା ବେଳେ ଭ୍ୟାକସିନ୍ ନିର୍ମାତା କମ୍ପାନୀ ମଣିଷଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡ଼ିଲେଣି।
ବିଶେଷ କରି ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ଫାର୍ମ ମଧ୍ୟ କ୍ଷତି ସହିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଝାବୁଆର ଯେଉଁ ଚାଷୀ ଧୋନିଙ୍କ ଫାର୍ମକୁ କଡ଼କନାଥ କୁକୁଡ଼ା ଦେବାକୁ ଅର୍ଡର ପାଇଥିଲେ, ତାଙ୍କରି କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଝାବୁଆର ରୁଡ଼ିପାଣ୍ଡା ଗାଁରେ ଥିବା ଗୋଟିଏ ଫାର୍ମର କଡ଼କନାଥ କୁକୁଡ଼ାର ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଛି। ଭୋପାଲରେ ଥିବା NIHSADରେ ନମୁନା ପରୀକ୍ଷା କରାଯିବା ପରେ ଏଭଳି ରେଜଲ୍ଟ ଆସିଛି। କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ, ଏବେ ଫର୍ମାରେ ଥିବା ସମସ୍ତ କୁକୁଡ଼ା, ଅଣ୍ଡା ଓ ଅନ୍ୟାନ୍ୟ ଜିନିଷକୁ ଭଲ ଭାବେ ନଷ୍ଟ କରାଯିବ।
ସେହିପରି ଏହାକୁ ସାନିଟାଇଜ ମଧ୍ୟ କରାଯିବ। ଫାର୍ମ ଥିବା ସ୍ଥାନରୁ ୧ କିମି ପରିଧିକୁ ସଂକ୍ରମଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏବେ ଏହା ମଧ୍ୟରେ ଥିବା ସମସ୍ତ କୁକୁଡ଼ା ଓ ଅଣ୍ଡା ଠାରୁ ଆରମ୍ଭ କରି ଗୃହପାଳିତ ପକ୍ଷୀମାନଙ୍କୁ ହତ୍ୟା କରିଯିବ।
ଏହି ଅଞ୍ଚଳରେ ରହୁଥିବା ବିନୋଦ ମେଦା ନାମକ ଜଣେ ଚାଷୀ କଡ଼କନାଥ କୁକୁଡ଼ା ପାଳନ କରୁଥିଲେ। ସେ କିଛି ଦିନ ତଳେ ରାଞ୍ଚିରେ ଥିବା ଧୋନିଙ୍କ ଫାର୍ମକୁ ୨୦୦୦ ଛୋଟ କଡ଼କନାଥ କୁକୁଡ଼ା ଦେବାକୁ ଅର୍ଡର ପାଇଥିଲେ। ଖରାପ ପାଗ ଯୋଗୁ ସେତେବେଳେ ଏହା ରାଞ୍ଚି ଯାଇ ପାରି ନଥିଲେ।
ଏବେ କଡ଼କଡ଼ନାଥ କୁକୁଡ଼ା ପଠାଇବାକୁ ଯୋଜନା ହେଉଥିବା ବେଳେ ବାର୍ଡ ଫ୍ଲୁ ସବୁ କିଛି ଉଜାଡ଼ି ଦେଇଛି। ଏବେ ପ୍ରଶାସନ ବିନୋଦଙ୍କ ପାଖରେ ଥିବା ୫୫୦ଟି ବଡ଼ କଡ଼କନାଥ କୁକୁଡ଼ା ଓ ୨୮ଶହ ଛୋଟ କଡ଼କନାଥ କୁକୁଡ଼ାକୁ ମାରିବା ପାଇଁ ନେଇ ଯାଇଥିବା ସେ କହିଛନ୍ତି। କେବଳ ମଧ୍ୟପ୍ରଦେଶ ନୁହେଁ, ଏକାଧିକ ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
H5N1 ଏପରି ଏଭିଏନ ଇନ୍ଫ୍ଲୁଏଞ୍ଜା ଯାହା ମଣିଷକୁ ମଧ୍ୟ ସଂକ୍ରମିତ କରେ। ଏହି ଭୂତାଣୁ ଏତେ ବିପଦଜନକ ଯେ ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମୃତ୍ୟୁମୁଖରେ ମଧ୍ୟ ପଡିପାରନ୍ତି। ଏଥିରେ କୁକୁଡା ପାଳନ କରୁଥିବା ଚାଷୀଙ୍କ ପ୍ରତି ଅତ୍ୟାଧିକ ବିପଦ ରହିଛି। ତେବେ ଏହି ସଂକ୍ରମଣ ତଥା ବାର୍ଡ ଫ୍ଲୁରୁ ରକ୍ଷା ପାଇବା ପାଇଁ କ'ଣ କରିବା ଉଚିତ ଆସନ୍ତୁ ଜାଣିବା।
ବାର୍ଡ ଫ୍ଲୁ ଲକ୍ଷଣ କ'ଣ?
ସାଧାରଣ ଜ୍ୱରର ଲକ୍ଷଣ ସହ ବାର୍ଡ ଫ୍ଲୁର ଲକ୍ଷଣ ସମାନ । H5N1 ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଡାଇରିଆ, ଶ୍ୱାସ ଜନିତ ସମସ୍ୟା, ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଅସ୍ଥିରତା, ନାକରୁ ପାଣି ବୋହିବା କିମ୍ବା ଗଳା ଯନ୍ତ୍ରଣା ହୋଇପାରେ।
ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ବାର୍ଡ ଫ୍ଲୁକୁ ନେଇ ଭୟ ଖେଳିଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଲଗାତର ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ଦିଲ୍ଲୀର ଏକ ପାର୍କରେ ୧୭ଟି କାଉ ମରିପଡିଥିବା ଦେଖିବାକୁ ମିଳିଛି । ସହିପରି ଦ୍ୱାରକା ଡିଡିଏ ପାର୍କରେ ୨ଟି କାଉର ମୃତ୍ୟୁ ହୋଇଛି। ଦିଲ୍ଲୀ ସଞ୍ଜୟ ନଦୀରେ ୧୦ଟି ବତକ ମରି ପଡିଛନ୍ତି । ମୟୂର ବିହାର ଫେଜ୍-୩ରେ ଥିବା ଏକ ପାର୍କ ଭିତରେ ତିନିରୁ ଚାରି ଦିନ ହେବ କାଉ ମରି ପଡୁଥିବା ଦେଖିବାକୁ ମିଳିଛି ।
ବାର୍ଡ ଫ୍ଲୁର ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇ ଅଲର୍ଟ ଜାରି କରିଛନ୍ତି । ଗାଜିପୁରରେ ଥିବା କୁକୁଡା ଫାର୍ମକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି । ଦିଲ୍ଲୀର ପ୍ରତି ଜିଲ୍ଲାରେ ନଜର ରଖିବା ପାଇଁ ସର୍ଭେଲାନ୍ସ ଟିମ ଗଠନ ହୋଇଛି । ସେପଟେ ପଶୁ ଡାକ୍ତରମାନେ ଲଗାତାର ସର୍ଭେ ଜାରି ରଖିଛନ୍ତି । ଏଥିସହ ମୃତ ପକ୍ଷୀଙ୍କ ସୂଚନା ଦେବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଦିଲ୍ଲୀ ସରକାର।
ସେପଟେ ବାର୍ଡ ଫ୍ଲୁ ଯୋଗୁଁ କାନପୁର ଚିଡିଆଖାନାକୁ ସିଲ୍ କରାଯାଇଛି । ଚିଡିଆଖାନାର ୪ଟି ମୃତ ପକ୍ଷୀଙ୍କ ନମୂନାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଚିଡିଆଖାନାର ଆଖ ପାଖ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି । ଏଥିସହ ଯେଉଁ ବଡ ପକ୍ଷୀଙ୍କ ଦେହରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ ହୋଇଛି ସେମାନଙ୍କୁ ମାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ସେହିପରି ହିମାଚଳ ପ୍ରେଦଶରେ ପୋଙ୍ଗ ହ୍ରଦରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆତଙ୍କ ଖେଳିଯାଇଛି । ଏଠାରେ ୩୫୦୦ ପ୍ରବାସୀ ପକ୍ଷୀଙ୍କୁ ମାରି ଦିଆଯାଇଛି । ଚିକେନ ଏବଂ ଅଣ୍ଡା ବିକ୍ରି ବ୍ୟାନ କରାଯାଇଛି । ଅନ୍ୟପଟେ ବାର୍ଡ ଫ୍ଲୁ କବଳରେ ରାଜସ୍ଥାନର ୧୧ ଜିଲ୍ଲା ରହିଛି। ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଜମ୍ମୁକାଶ୍ମୀରେ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତ ଅବଲମ୍ବନ କରାଯାଉଛି।
ଆଜି ବାର୍ଡ ଫ୍ଲ ସତର୍କତା ନେଇ ମୁଖ୍ୟ ଶାସନ ସଚିବ ରିଭ୍ୟୁ ବୈଠକ କରିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରକୁ ୧୧ ହଜାର ସାମ୍ପଲ ପରୀକ୍ଷା ହୋଇଛି । ଏଥିରୁ କୌଣସି ଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇନାହିଁ ବୋଲି ସେ କହିଛନ୍ତି । ଏଥିସହ ସତର୍କତା ଦୃଷ୍ଟିରୁ ସର୍ଭେଲାନ୍ସ ବଢ଼ାଇବା ସହ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ରାପିଡ ରେସ୍ପନ୍ସ ଟିମ୍ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ଗତକାଲି ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।
ପ୍ରାଣୀ ସଂପଦ ବିଭାଗ ନିର୍ଦ୍ଦେଶକ କହିଥିଲେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ଚିହ୍ନଟ ହୋଇନି। ସାମ୍ପଲ ପଠାଯିବା ଏକ ନିୟମିତ ପ୍ରକ୍ରିୟା। ଶୀତ ଦିନେ ପଠାଯାଏ। କୌଣସି ଜାଗାରେ ନିୟମିତ ପକ୍ଷୀମଡ଼କ ହେଲେ ଆଶଙ୍କା କରାଯାଏ। ଓଡ଼ିଶାରେ ଏବେ ସେଭଳି କୌଣସି ଜାଗାରେ କିଛି ଘଟଣା ଘଟିନି। ସେମିତି କିଛି ଘଟିଲେ ଅବଗତ କରାଯିବ ବୋଲି କହିଥିଲେ ନିର୍ଦ୍ଦେଶକ।
ବାର୍ଡ ଫ୍ଲୁରୁ ରକ୍ଷା କରିବା ପାଇଁ ରାଜସ୍ଥାନ ଝାବୁଆରେ କଡକନାଥ କୁକୁଡାକୁ ଆଇସୋଲେସନରେ ରଖାଯାଇଛି। କେବଳ ସେତିକି ନୁହେଁ କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ ଏବଂ ଇମ୍ୟୁନିଟି ବୁଷ୍ଟର ଡୋଜ୍ ମଧ୍ୟ ଦିଆଯାଇଛି।
ଝାବୁଆ ଜିଲ୍ଲାର କୃଷି ବିଭାଗର ଆଇସୋଲେସନ ସେଣ୍ଟରରେ କୁକୁଡାଙ୍କୁ ରଖାଯାଉଛି । ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ, ବାହାରୁ କୌଣସି ପକ୍ଷୀଙ୍କୁ ଅଣାଯାଉ ନାହିଁ । ଏପରିକି ବାହାର ଲୋକଙ୍କୁ ମଧ୍ୟ ଆଇସୋଲେସନ ସେଣ୍ଟରରେ ପ୍ରବେଶ ବାରଣ କରାଯାଇଛି ।
ଆଇସୋଲେସନ ସେଣ୍ଟରର ମୁଖ୍ୟ ଆଇଏସ ତୋମାର କହିଛନ୍ତି, ସରକାରୀ ନିର୍ଦ୍ଦେଶ ଆସିବା ପରେ ସେମାନେ ସତର୍କ ରହିଛନ୍ତି । କୁକୁଡାଙ୍କୁ ଇମ୍ୟୁନିଟି ବୁଷ୍ଟର ଭାବେ ହଳଦୀ, ଭିଟାମିନ୍ ସି, ଡି ଓ ଇ ଦିଆଯାଉଛି । ଏହାଦ୍ୱାରା କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ବାର୍ଡ ଫ୍ଲୁ ସହ ଲଢିବା ପାଇଁ ଶକ୍ତି ଯୋଗାଇବ ।
ସୂଚନାଯୋଗ୍ୟ, ଜୟପୁର, ଇନ୍ଦୋର ଓ କସରାବଦରେ କିଛି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। ଏହାରି ଭିତରେ ଝାବୁଆରେ ପ୍ରସିଦ୍ଧ କଡ଼କନାଥ କୁକୁଡାଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।
ହିମାଚଳ ପ୍ରେଦଶରେ ବାର୍ଡ ଫ୍ଲୁ ଯୋଗୁଁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି । କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି। ଏହି ପକ୍ଷୀ ଗୁଡିକରୁ H-5 N-1 ଭାଇରସ୍ ଚିହ୍ନଟ ହୋଇଛି। ସ୍ଥାନୀୟ ପ୍ରଶାସନ ପୋଙ୍ଗ ଡ୍ୟାମରେ ମରି ପଡିଥିବା ପକ୍ଷୀଙ୍କ ନମୂନା ଭୋପାଳ ପଠାଇଥିଲେ। ସେଠାରୁ ପକ୍ଷୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି।
ଭୋପାଳରୁ ଆସିଥିବା ରିପୋର୍ଟରେ ସମସ୍ତ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଏହାପରେ ଜିଲ୍ଲା ପ୍ରଶାସନ ଏହି ଜଳାଶୟ ଆଖପାଖ ଅଣ୍ଡା,ମାଂସ ସମେତ ପୋଲ୍ଟ୍ରି ଉତ୍ପାଦନର ବିକ୍ରି ଉପରେ କଟକଣା ଲଗାଇଛନ୍ତି। ପୋଙ୍ଗ ହ୍ରଦର ଏକ କିଲୋମିଟର ପରିଧିରେ ଥିବା ଅଞ୍ଚଳକୁ ଆଲର୍ଟ ଜୋନ୍ ଘୋଷିତ କରାଯାଇଛି। ପ୍ରଶାସନ ପର୍ଯ୍ୟଟକଙ୍କୁ ଏହି ସବୁ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛି।
ସେହିପରି ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ୩୭୬ଟି କାଉଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ଟି କାଉ ମରି ପଡିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ମନ୍ଦସୌରରେ ୧୦୦, ଆଗର-ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହ୍ରରେ୯ କାଉ ମରିଛନ୍ତି । ମୃତ କାଉଙ୍କ ନମୁନାରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇଛି ।
ଅନ୍ୟପଟେ କେରଳର କୋଟ୍ଟାୟମ ଏବଂ ମଲ୍ଲପୁଝା ଜିଲ୍ଲାରେ ମଧ୍ୟ ପକ୍ଷୀ ମଡକ ଦେଖିବାକୁ ମିଳିଛି । ମୃତ ପକ୍ଷୀଙ୍କ ଠାରେ H-5 N-1 ଭୂତାଣୁ ଚିହ୍ନଟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ପ୍ରାୟ ୪୦ ହଜାର କୁକୁଡାକୁ ହତ୍ୟା କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କୋଟ୍ଟାୟମ ଜିଲ୍ଲାରେ ଏଯାଏଁ ପ୍ରାୟ ୧୫,୦୦ ବତକଙ୍କ ମୃତ୍ୟୁ ଘଟିଥିବା ପ୍ରାଣୀ ବିଭାଗ ସୂଚନା ଦେଇଛି ।
ଉତ୍ତରରୁ ମଧ୍ୟ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ତାର କାୟା ବିସ୍ତାର କରିଛି । ଏହି ସବୁ ରାଜ୍ୟରେ ପ୍ରଶାସନ ହାଇ ଅଲର୍ଟ ଜାରି କରାଯାଇଛି।
ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ପଦକ୍ଷେପ ନିଆଯାଇଛି । ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ। ସେହିପରି ଭୁବନେଶ୍ୱର ସ୍ଥିତ OUATରୁ କୁକୁଡ଼ାଙ୍କ ସାମ୍ପଲ ମଧ୍ୟ ପଠାଯାଇଛି। ସବୁ ସାମ୍ପଲ କଟକର ଫୁଲନଖରାସ୍ଥିତ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ଖୋର୍ଦ୍ଧା ସିଡିଭିଓ କହିଛନ୍ତି, ଚିଲିକା ନଳବଣରୁ ମଧ୍ୟ ସାମ୍ପଲ ପଠାଯିବ।