ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜର ଦାବିପତ୍ର ଦେଇଛନ୍ତି । ବିଜେପି କହିଛି ଯେ, ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି।
ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ । ଓଡ଼ିଶାରେ ବିଗତ ୨୩ବର୍ଷ ଶାସନରେ ଥିବା ନବୀନ ସରକାରର ନିଷ୍କ୍ରିୟତା ଓ ଚାଷୀ ବିରୋଧୀ ମାନସିକତା କାରଣରୁ ଓଡ଼ିଶା ଚାଷୀର ମାସିକ ଆୟ ଦେଶର ସବୁ ରାଜ୍ୟଠାରୁ କମ୍ ଅଟେ । ରାଜ୍ୟରେ ଚାଷ ଜମିକୁ ଜଳସେଚନ ଓ ଶୀତଳଭଣ୍ଡାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । କୃଷିଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ଓ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି । ଲଘୁଚାପ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ, କପା ଓ ପନିପରିବା ବ୍ୟାପକଭାବେ ଫସଲହାନି ଘଟି ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ଭୁଷୁଡ଼ି ପଡିଛି।
ଯଦ୍ୱାରାକି ଚାଷୀ ଆଜି ଋଣ ସୁଝିବା ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଆତ୍ମହତ୍ୟା କରୁଛି। ରାଜ୍ୟ ସରକାର ତୁରନ୍ତ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ୧୫ଦିନ ଭିତରେ ପ୍ରଦାନ କରନ୍ତୁ । ରାଜ୍ୟ ସରକାର ତୁରନ୍ତ ଏହି ଦାବିଗୁଡିକୁ ପୂରଣ ନକଲେ କୃଷକମୋର୍ଚ୍ଚା ଆନ୍ଦୋଳନ କରିବ ସେ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ସରକାରର ଶାସନକାଳରେ ଚାଷୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ । ଚାଷ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଉନାହିଁ । ୩୫ ପ୍ରତିଶତ ଜଳସେଚନ କେବଳ ଧୂଆଁବାଣ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଜିପର୍ଯ୍ୟନ୍ତ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ହେଲାନି।
କିମ୍ବା ଚାଷୀଙ୍କୁ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଗତ ଲଘୁଚାପଜନିତ ବର୍ଷାରେ ବହୁ ଚାଷୀଙ୍କ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଧାନ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାର ଏମଏସପି ପ୍ରଦାନ କରିବା ସହ ରାଜ୍ୟ ସରକାର ଅନୁରୂପ ଭାବେ ପ୍ରତି କ୍ୱିଣ୍ଟାଲ ପିଛା ୬୦୦ଟଙ୍କା ବୋନସ ଦେବାକୁ କଂଗ୍ରେସ ଦାବି କରୁଛି।
ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବା, କଟନୀଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ମିଲରକୁ ମଣ୍ଡି ନିଷେଧ, କୃଷି ଇନପୁଟ ସବସିଡି ଦେଢ଼ଗୁଣ ବୃଦ୍ଧି, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ହଜାର ଟଙ୍କାର କ୍ଷତିପୂରଣ ସହାୟତା ଓ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ସହ ଭାଗଚାଷୀଙ୍କୁ ଆଇନଗତ ମାନ୍ୟତା ଭଳି ୭ଦଫା ଦାବିରେ କଂଗ୍ରେସ ଆନ୍ଦୋଳନ କରିବ । ଡିସେମ୍ବର ୧୩ରୁ ଜାନୁୟାରୀ ୧୩ତାରିଖ ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ ମଣ୍ଡିଚାଲ ଅଭିଯାନ ଜୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆହ୍ୱାନରେ ରାଜ୍ୟର ସମସ୍ତ ସବଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଅଭିଯୋଗ କରିଛି ଯେ, ଓଡ଼ିଶାର ଖଣି ଓ ଚିଟଫଣ୍ଡ ଟଙ୍କାକୁ ଅଣଓଡ଼ିଆ ବ୍ୟବସାୟୀମାନେ ଲୁଟ୍ କରିଥିଲେ। ଏବେ ଅଣଓଡ଼ିଆ ମଦ ବେପାରୀମାନେ ଓଡ଼ିଶାକୁ ଲୁଟ୍ କରୁଛନ୍ତି। ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟରେ ଏବଂ ତାଙ୍କ ନାକ ତଳେ ଦେଶର ସର୍ବବୃହତ କଳାଟଙ୍କା ଜବତ କରାଯାଉଛି ଅଥଚ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜ୍ୟାଜନକ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ମଦନୀତି ଯୋଗୁଁ ବିନା ନିଲାମୀରେ ନିର୍ଦ୍ଦିଷ୍ଟ "ସାହୁ ବ୍ରଦର୍ସ ଆଣ୍ଡ କୋ’ଙ୍କୁ ୨୩ବର୍ଷ ହେଲା ବିଜେଡି ସରକାର ମଦ ବେପାର ଦେଇଛି ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।
ଆଜି ସମସ୍ତ ସବ୍ଡିଭିଜନରେ ମଦ ଦୁର୍ନୀତି ଓ କଳାଟଙ୍କା ବିରୋଧରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଟକ ଓ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶପୁତଳିକା ଦାହ କରାଯାଇଥିଲା। ବିଜେଡି ନେତାଙ୍କ ସହ ଏହି ମଦ ସମ୍ରାଟ "ସାହୁ ବ୍ରଦର୍ସ ଆଣ୍ଡ କୋ’ର ସମ୍ପର୍କ କଣ? ସେମାନଙ୍କ ପାଖରେ ବିଜେଡିର ନିର୍ବାଚନୀ ଅର୍ଥ ରଖାଯାଇଥିଲା କି? ନହେଲେ ନିର୍ବାଚନର ଠିକ ପୂର୍ବରୁ ୫୦୦ କୋଟିର ନଗଦ ଟଙ୍କା କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ? କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟକୁ ବିଜେଡି ସରକାର ସଂରକ୍ଷଣ ଦେଉଥିଲେ ବୋଲି କହିଛି ବିଜେପି। ଏହି ଧୀରଜ ସାହୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବେଶ ଘନିଷ୍ଠ ଓ 'ଭାରତ ଯୋଡ଼' ଯାତ୍ରାରେ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ। ବିଜେଡି ଓ କଂଗ୍ରେସ ସାଥୀ ହୋଇ ଓଡ଼ିଶାକୁ ଲୁଟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜୁ ଜନତା ଦଳ ସରକାରର ଜନ ବିରୋଧୀ ନୀତି ପାଇଁ ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଭଳି ପାପ କାମ ବେଶି ଦିନ ଚାଲିପାରିବ ନାହିଁ ବୋଲି ବିଜେପି ସତର୍କ କରାଇ ଦେଇଛି।
ଅନ୍ୟପକ୍ଷରେ ଆୟକର ଚଢ଼ଉରେ ମଦ ବ୍ୟବସାୟୀଙ୍କଠୁ ଜବତ ହୋଇଥିବା ୩୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଘଟଣାରେ ବିଜେଡିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କଂଗ୍ରେସ କହିଛି। ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ବିଜେଡି ଯାହା ଅଭିଯୋଗ କରୁଛି ତାହା ଯାଦୁଆର ଯାଦୁ ମଲମ ବିକ୍ରି ସଦୃଶ। ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ଚିଟ୍ଫଣ୍ଡ ଦୁର୍ନୀତି ସିବିଆଇ ତଦନ୍ତ ରାଜ୍ୟରେ କାହିଁକି ଓ କାହା ଇଙ୍ଗିତିରେ ଶିଥିଳ ପଡ଼ିଛି। ଏଥିରେ କିଏ କାହାକୁ ସାହାଯ୍ୟ କରୁଛି ରାଜ୍ୟବାସୀଙ୍କୁ ସବୁ ଜଣା। ଚକାଆଖି ସବୁ ଦେଖୁଛି। ତେଣୁ ବିଜେଡି ଏଭଳି ହାଲକା ମନ୍ତବ୍ୟ ଦେଇ ଲୋକହସା ଅପେକ୍ଷା ସତକୁ ପରଖି ନେବା ଉଚିତ୍ ବୋଲି କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି।
ପ୍ରଥମଦିନରେ କଟକ ସଦର ବ୍ଲକଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ବ୍ଲକଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ । ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ । ଶାନ୍ତିପ୍ରିୟ ଓଡ଼ିଶା ଏବେ ଲ’ ଲେସନେସର ଶୀକାର ହୋଇଛି । ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବି ଛାଡ଼ି ନାହିଁ ।
ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଜଣା ନାହିଁ । ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡିଆ ଲୋକମାନେ ଆଜି ନିର୍ଯାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ ବୋଲି ସେ କହିଛନ୍ତି । ଏହାସହିତ କଟକ ମହାନଗରରେ ଧାରଣାରତ ବିଜେପି କର୍ପୋରେଟରଙ୍କୁ ଭେଟି ସେମାନଙ୍କ ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ଶ୍ରୀ ସାମଲ ।
ସେହିପରି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଣ ଓଡିଆଙ୍କ ହାତରେ ସବୁ କ୍ଷମତା ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ । ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ, ସାଂସଦମାନେ କେବଳ ଏବେ ଅଣ ଓଡ଼ିଆଙ୍କ ଚେୟାର ପକାଇବା, ଚା' ପାଣି ବ୍ୟବସ୍ଥା କରିବା ଦାୟିତ୍ୱରେ ଅଛନ୍ତିି । କ୍ୟାବିନେଟ ବୈଠକରେ ସଚିବମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି । ବ୍ଲକରେ ବିଡିଓ ହେଉଛି ମାଲିକ । ବ୍ଲକ ଚେୟାରମ୍ୟାନର ଅଧିକାରକୁ ଆଜି ଏହି ସରକାର ହତ୍ୟା କରିଛି ।
ଭୁବନେଶ୍ୱର ମହାନଗର ନିଗମ ଆଗରେ ବିଜେପି କର୍ମୀମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଳିଆ ଆଣି ବିଏମସି ଅଫିସ ଆଗରେ ଗଦାଇବା ସହ ଗୋବର ଫିଙ୍ଗିଥିଲେ । କେନ୍ଦ୍ର ସରକାର ସ୍ୱଚ୍ଛତା ମିଶନରେ କୋଟିକୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜଧାନୀକୁ ଅଳିଆ ଗଦା ଭିତରେ ବିଜେଡି ସରକାର ରଖିଛି ବୋଲି ବିଜେପି ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ଦୁର୍ନୀତି ବିରୁଦ୍ଧରେ ବିଜେପି ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ବ୍ଲକଘେରାଉ କାର୍ଯ୍ୟକ୍ରମ କରି ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଜନ ଆନ୍ଦୋଳନର ରୂପ ଦେବାକୁ ଯୋଜନା କରିଛି ।
ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡ଼ି ମୁଖପାତ୍ରମାନେ ସବୁବେଳେ ମୂଳ କଥାର ଉତ୍ତର ନ ଦେଇ ବୁଲେଇ ବଙ୍କେଇ କୁହନ୍ତି । ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି । ମହିଳାମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛି ବିଜେଡି । ଆଜି ଦୁଇଟି ଘଟଣା ଘଟିଛି । ବିଜେଡି ନେତାଙ୍କ ପରିବାର ସହ ଜଡ଼ିତ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଓ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗଙ୍କ ପରିବାରରୁ ଘଟଣା । ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତ୍ତର ରଖିବେ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ସେ କଟାକ୍ଷ କରି କହିଛନ୍ତି ଯେ, ସତ କହିଲେ ବିଜେଡ଼ି ନେତାଙ୍କୁ ବାଧୁଛି । ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି । ଆମର ପରିବାରର ମାଆ ଭଉଣୀମାନେ ବି ସାମିଲ ଅଛନ୍ତି । ସେମାନଙ୍କୁ ଢାଲ କରି ମହିଳାଙ୍କୁ ଅସମ୍ମାନ କରିବାର ଯେଉଁ ମିଛ ପ୍ରହେଳିକା ଶାସକ ଦଳ ଦଳ ତିଆରି କରୁଛି, ତାହାକୁ ଓଡ଼ିଶାର ସାଧାରଣ ଲୋକେ ବୁଝି ସାରିଲେଣି । ସମୀର ଦାସ,ଶ୍ରକାନ୍ତ ସାହୁ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା କ’ଣ କରିଥିଲେ ଯେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରାଗଲା, ତା’ର ଉତ୍ତର ଶାସକ ଦଳର ମୁଖିଆ ଦେବେ କି? ତିର୍ତ୍ତୋଲର ବିଧାୟକ କେଉଁ କାରଣରୁ ବିଧାନସଭା ଆସୁନାହାନ୍ତି ତାହାର ମଧ୍ୟ ସ୍ପଷ୍ଟୀକରଣ ରଖିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି ତାଙ୍କ କଥାକୁ ବୁଝି ନ ବୁଝିଲା ଭଳି ବିଜେଡି ମୁଖପାତ୍ର ଆଚରଣ କରୁଛନ୍ତି । ମିଛକୁ ବାରମ୍ବାର କହିଲେ ସତ ହୁଏ ନାହିଁ । ଶାସକ ଦଳର ନେତା କିଏ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେତେବେଳେ ଅପପୁଷ୍ଟିର ସତ କଥା ଗଣମାଧ୍ୟମକୁ ଆସୁଛି ବିଜେଡ଼ି ବିଚଳିତ ହେଉଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର କହିଛନ୍ତି ।
ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଯଦି ବିଜୁ ଜନତା ଦଳ ବିଧାୟକମାନେ ସରକାରୀ ଟଙ୍କାରେ ଦୁବାଇ ଗସ୍ତ କରୁଛନ୍ତି ତାହା ନିଶ୍ଚିତ ଭାବେ ନିନ୍ଦାର କଥା । ଶାସକ ଦଳର ବିଧାୟକମାନଙ୍କୁ ବିଦେଶ ଗସ୍ତରେ ବୁଲିବା ପାଇଁ ଏଭଳି ସରକାରୀ ଟଙ୍କା ଦୁରୂପଯୋଗ କରିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ବିଧାୟକମାନେ ବିଦେଶ ଯିବା ପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି, ତାକୁ ପାଳନ କରାଯାଇ ପାରିଥାନ୍ତା ଅବା ସେଭଳି ଯୋଜନା କରାଯାଇ ପାରିଥାନ୍ତା । କିନ୍ତୁ ଶାସକ ବିଜେଡି ବିଦେଶ ଗସ୍ତ ସହ ଅନେକ କାର୍ଯ୍ୟରେ ଏଭଳି ସରକାରୀ ଟଙ୍କାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳିଛି ।
ଯଦି ବିଧାୟକମାନେ ଦୁବାଇରେ ଉତ୍କଳ ଦିବସ ପାଳନ ସମାରୋହରେ ସାମିଲ ହେବାକୁ ଯାଉଛନ୍ତି ଏଥିପାଇଁ ତ ସବୁ ଦଳର ବିଧାୟକମାନଙ୍କ ସହ ଯୋଗାଯୋଗ କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ପାରିଥାନ୍ତା । କିନ୍ତୁ କେବଳ ବିଜେଡି ବିଧାୟକମାନଙ୍କୁ ଦୁବାଇ ପଠାଇବାକୁ ସେ ନାପସନ୍ଦ କରିଛନ୍ତି । ଉତ୍କଳ ଦିବସ ସବୁଆଡ଼େ ଏପ୍ରିଲ ୧ରେ ପାଳନ ହେଲା । କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ବିଜେଡି ନାଟକ କରୁଛି ଓ ପ୍ରବାସୀ ଓଡ଼ିଆଙ୍କୁ ପ୍ରଭାବିତ କରିବାକୁ ଏଭଳି ନାଟକବାଜି କରୁଛି । ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ସମେତ ବିଭିନ୍ନ ସରକାରୀ ସଂସ୍ଥାରୁ ପାଣ୍ଠିକୁ ବିଜେଡି ନିଜର ରାଜନୀତିକ ଗତିବିଧି ପାଇଁ ସ୍ଥାନାନ୍ତର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ଅନୁରୂପ ଭାବେ ଦୁବାଇ ଗସ୍ତରେ କେବଳ ବିଜେଡି ବିଧାୟକମାନେ ଯିବାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହି ସେବାର ଶୁଭାରମ୍ଭ କରିଛନ୍ତି ।
ସୂଚନା ମୁତାବକ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କିତ ମୃଣାଳିନୀ ପାଢ଼ୀ ବନାମ କେନ୍ଦ୍ର ସରକାର ମାମଲା ସୁପ୍ରୀମକୋର୍ଟରେ ରହିଛି। ବିଚାରପତି ଏମ ଆର ଶାହ ଏବଂ ବିଚାରପତି ସିଟି ରବିକୁମାରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ପୂର୍ବରୁ ଅର୍ଥାତ୍ ଗତ ୨୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ସତ୍ୟପାଠ କୋର୍ଟରେ ଦାଖଲ କରିସାରିଛନ୍ତି। ମନ୍ଦିର ପ୍ରଶାସନ ତରଫରୁ ୩୩ ପୃଷ୍ଠାର ସତ୍ୟପାଠ ଦିଆଯାଇଥିଲା।
୨୦୧୯ ନଭେମ୍ବର ୪ ତାରିଖରେ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କୌଣସି ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ ନ ଦେଇ ଶ୍ରୀମନ୍ଦିର ପାଇଁ ପୂର୍ଣ୍ଣକାଳୀନ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦେବାକୁ। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ନାମରେ ୬୪ ହଜାର ଏକର ଜମି ରେକର୍ଡ ସ୍ଥିତି ଓ ସେବାୟତ ପରିବାରର ପିଲାମାନଙ୍କ ପାଇଁ କୋର୍ଟଙ୍କ ଆଦେଶମତେ ମିଳିଥିବା ୫ କୋଟି ରାଶି କିପରି ଖର୍ଚ୍ଚ ହୋଇଛି ସେ ବିଷୟରେ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଏସମ୍ପର୍କରେ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରାଇଛନ୍ତି ଉଭୟ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ।
ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି। ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚର୍ଯ୍ୟ। ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ସଂପତ୍ତି ଲୁଟ କରିଥିବା ଲୋକଙ୍କୁ ଜଗନ୍ନାଥ କେବେ କ୍ଷମା ଦେବେ ନାହିଁ। ୧୯୭୮ରେ ଯେତେ ରତ୍ନ ଥିଲା ତାହା ଏବେ ଅଛି ତ ? ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ପ୍ରକାଶ କରନ୍ତୁ । ୨୦୧୮ ଏପ୍ରିଲ ୩ରେ ଅନୁଧ୍ୟାନ କମିଟି ରିପୋର୍ଟରେ ରତ୍ନଭଣ୍ଡାର କାନ୍ଥ ଭାଙ୍ଗିଯାଇଛି ବୋଲି ଦର୍ଶାଯାଇଛି। ୧୯୭୮ରେ ତତକାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ, ୩୬୭ ଆର୍ଟିକିଲ୍ ଅର୍ଥାତ ୪୩୬୪ ଭରି ସୁନା, ୨୩୧ ଆର୍ଟିକିଲ ଅର୍ଥାତ ୧୪,୮୭୮ ଭରି ରୂପା ଥିଲା । ମାତ୍ର ଏବେ ସେସବୁ ଅଛି ନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାର ଜବାବରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ରତ୍ନଭଣ୍ଡାର କେବେ ଖୋଲିବ ଆମେ ବିଚାରବିମର୍ଷ କରୁଛୁ। ପରେ ଯାହା ନିଷ୍ପତ୍ତି ନିଆଯିବ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଶ୍ରୀ ଶାହଙ୍କୁ ଚିଠି ଲେଖି କହିଛନ୍ତି ଯେ,ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନବେଳେ ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତ୍ତି ପୋଡ଼ି ଦିଆଗଲା । ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ଏବଂ ସଂଖ୍ୟାଧିକ ସାଧାରଣ ଜନତା ଆହତ ହୋଇଥିଲେ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ସାଂପ୍ରଦାୟିକ ଗଣ୍ଡଗୋଳ କାରଣରୁ ହିଂସାକାଣ୍ଡ ଘଟିଥିଲା । ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସାଂପ୍ରଦାୟିକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠି ଜରିଆରେ ଘଟଣା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରି ରାଜ୍ୟ ବିଜେପି ନେତାମାନେ କହିଛନ୍ତି ଯେ, ହନୁମାନ ଜୟନ୍ତୀରେ ହିଂସା ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ୫ ତାରିଖ ଦିନ ସମସ୍ତ ରାଜ୍ୟକୁ ସଚେତନ ରହିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା । ମାତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବଦିନ ଦଙ୍ଗା ଓ ଗଣ୍ଡଗୋଳ ଘଟିବାର ଆଶଂକାକୁ ଜାଣିନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି । ଆଇନଶୃଙ୍ଖଳା ନାମରେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିଛି ଏବଂ ସମଗ୍ର ଜିଲ୍ଲାରେ ଇଂଟରନେଟ ସେବା ଉପରେ ରୋକ ଲଗାଯାଇଛି । ଯାହାକି ଜିଲ୍ଲାବାସୀଙ୍କୁ ହନ୍ତସନ୍ତ କରିସାରିଛି । ପୂର୍ବ ବର୍ଷ ହନୁମାନ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରା ଉପରକୁ ସେହି ସମାନ ସ୍ଥାନରେ ଆକ୍ରମଣ କରାଯାଇଥିଲା । ଏପରିକି ଏହି ଗଣ୍ଡଗୋଳ ଏକ ସୁଚିନ୍ତିତ ଏବଂ ପୂର୍ବ ଯୋଜନାବଦ୍ଧ ଥିଲା ବୋଲି ପୋଲିସ ମଧ୍ୟ ନିଜେ ସ୍ୱୀକାର କରିଛି ।
ଏଥିରେ ଜଣେ ଆଦିବାସୀ ଯୁବକକୁ ମଧ୍ୟ ହତ୍ୟା କରାଗଲା। ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ @AmitShahଙ୍କୁ ଚିଠି ଲେଖି ରାଜ୍ୟ ସଭାପତି ଶ୍ରୀ @SamalManmohan7 ଅନୁରୋଧ କରିଛନ୍ତି । pic.twitter.com/umGrjx19uO
— BJP Odisha (@BJP4Odisha) April 22, 2023
ଆକ୍ରମଣ ସମୟରେ ଦଙ୍ଗାକାରୀମାନେ "କାଫିର୍ ଲୋଗ, ସାଲେ ଲୋଗ୍ କୋ କାଟ୍ ଦେଙ୍ଗେ, ସାଲୋଁକୋ ଇଣ୍ଡିଆ ଓ୍ôାପସ୍ ନେହିଁ ଜାନେ ଦେଙ୍ଗେ’ ଭଳି ବିଭିନ୍ନ ଉତ୍ତେଜନାମୂଳକ ଓ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଦେଇଥିଲେ । ଦଙ୍ଗାକାରୀମାନଙ୍କ ଏଭଳି ସ୍ଲୋଗାନ ଆଦୈା ଗ୍ରହଣୀୟ ନୁହେଁ ଏବଂ ୟୁଏପିଏ ଓ ଏନଏସଏ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ଶୋଭାଯାତ୍ରାର ଭିଡିଓ ପୋଲିସ ପାଖରେ ରହିଛି । ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ଅବଗତ ଥିଲେ ମଧ୍ୟ କୈାଣସି ବିହୀତ ପଦକ୍ଷେପ ଗ୍ରହଣ କରିନଥିଲେ । ଶାନ୍ତିପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଆଚରଣ ଓ ବ୍ୟବହାର ରାଜ୍ୟବାସୀଙ୍କୁ ଆଚମ୍ବିତ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଗିରଫ କରାନଯିବା ଆଶ୍ଚର୍ଯ୍ୟ କରିଛି । ରାଜନୈତିକ ସ୍ୱାର୍ଥ ହାସଲ ପରିପ୍ରେକ୍ଷୀରେ ମୁଖ୍ୟ ଷଡଯନ୍ତ୍ରକାରୀକୁ ରାଜ୍ୟ ସରକାର ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେଉଛନ୍ତି । ଦଙ୍ଗାକାରୀଙ୍କ ବଦଳରେ ଦଙ୍ଗାର ଶିକାର ହୋଇଥିବା ନିରୀହ ଲୋକଙ୍କୁ ପୁଲିସ ଗିରଫ କରୁଛି ।
ଦଙ୍ଗାରେ ଶିକାର ହୋଇଥିବା ନିରୀହ ଲୋକଙ୍କୁ କ୍ଷତିପୁରଣ ଓ ରିଲିଫ ପ୍ରଦାନ କରାଯାଉ । ସ୍ୱାଭାବିକ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାଂପ୍ରଦାୟିକ ସଦଭାବନା ଫେରାଇ ଆଣି ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଭବିଷ୍ୟତରେ ଯେପରି ଏହାର ପୁନରାବୃତି ନଘଟେ ସେଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି ।
ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଏହିି ଚିଠିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କେ.ନାରାୟଣ ରାଓ, ବୁଧାନ ମୁର୍ମୁ, ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ସ୍ୱାକ୍ଷର କରିଛନ୍ତିି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଗତ ୧୨ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରକୁ କିଛି ମୁସଲିମ୍ ଯୁବକ ପଥର ଫିଙ୍ଗିବା ସହ ଖଣ୍ଡାରେ ଆକ୍ରମଣ କରିଲେ, ଲାଠିରେ ବାଡ଼େଇଲେ, ଗାଡ଼ି ପୋଡ଼ିଲେ । ଯାହା ସମ୍ବଲପୁରବାସୀଙ୍କ ପ୍ରତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ଶାନ୍ତିପ୍ରିୟ ସମ୍ବଲପୁରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କ ବିଫଳତା ଓ ଅଭିଯୁକ୍ତମାନଙ୍କୁ ତୁରନ୍ତ ଦଣ୍ଡ ଦେବା ନେଇ ଶ୍ରୀ ସାମିଲ ଦାବି କରିଛନ୍ତି ।
ଏହି ହିଂସା ଘଟଣାକୁ ୯ଦିନ ବିତିଥିଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଚଳିତଥର ହନୁମାନ ଜୟନ୍ତୀରେ ଗଣ୍ଡଗୋଳ ଯୋଜନାବଦ୍ଧ ଥିଲା ବୋଲି ଥାନା ଆଇଆଇସି ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଓ ଜିଲ୍ଲା ପୁଲିସ ଏସପି ଏହାକୁ ସ୍ୱୀକାର କରିଛନ୍ତି । ଶୋଭାଯାତ୍ରାର ଭିଡିଓ ପୁଲିସ ପାଖରେ ଅଛି କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଗତ ୧୪ତାରିଖ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କାରଣରୁ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଗଲା । କାହା ନିର୍ଦ୍ଦେଶରେ ସରକାର ଚାଲିଛି, କିଏ ଏ ସରକାର ଚଲଉଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିବା ସହ ସମ୍ବଲପୁର ଏବେ ସାମ୍ପ୍ରଦାୟିକ ଅପରାଧୀଙ୍କ ଚରାଭୂମି ପାଲଟିଛି କିନ୍ତୁ ସରକାର ଏଥିପ୍ରତି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।
ପୁଲିସ ନିସହାୟ ହୋଇ ବୁଲୁଛି, ପାଖରେ ବନ୍ଧୁକ,ଗୁଳି, ଲାଠି ନାହିଁ । ହନୁମାନୀ ଜୟନ୍ତୀରେ ହିଂସା ଆଶଙ୍କା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ୫ତାରିଖରୁ ନିର୍ଦ୍ଦେଶନାମା ଜାରି ହେଲାଣି । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ସମ୍ବଲପୁରରେ ଗତ ୧୨ତାରିଖରେ ଏସପି ନରହିବା ଦୁର୍ଭାଗ୍ୟଜନକ । ଗଣ୍ଡଗୋଳରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନକରି ନିରୀହ ଲୋକଙ୍କୁ ଜେଲ୍ ହାଜତରେ ରଖିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ମୋହନ ମାଝୀ,ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ବୁଧାନ ମୁର୍ମୁ, କେ.ନାରାୟଣ ରାଓଙ୍କ ସମେତ ସମୀର ମହାନ୍ତି,ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଦିଲୀପ ମଲ୍ଲିକ ଓ ମନୋଜ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।
ସେପଟେ ସମ୍ବଲପୁରରେ ପୁଣି କର୍ଫ୍ୟୁ କୋହଳ ଅବଧି ବଢ଼ିଛି। କାଲିଠୁ ସକାଳ ୫ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ। କର୍ଫ୍ୟୁ କୋହଳ ଅବଧି ବୃଦ୍ଧି ନେଇ ଜିଲ୍ଲା ପ୍ରଶାସନର ସୂଚନା ଦିଆଯାଇଛି।
ଏତଲାରେ ଦର୍ଶାଯାଇଛି, ହଜି ଯାଇଥିବା ଏହି ଫାଇଲ୍ ଭିତରେ ବିଭିନ୍ନ ତଳ କୋର୍ଟ ସମେତ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କରେ ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ଚାବି ହଜିବା ନେଇ ବହୁ ରହସ୍ୟଜନକ ତଥ୍ୟ ଏହି ଫାଇଲ୍ରେ ରହିଥିଲା। ଯୋଜନାବଦ୍ଧ ଭାବେ ଏହି ଫାଇଲ୍ ଗୁଡ଼ିକୁ ଗାଏବ କରିଦିଆଯିବା ପରେ ଏବେ ହଜିଯାଇଥିବା ଦର୍ଶଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ବହୁ ତଥ୍ୟ ଲୋକଲୋଚନରୁ ଦୂରେଇ ରଖିବା ପାଇଁ ଫାଇଲ୍ଗୁଡ଼ିକ ଚୋରି କରାଯାଇଛି। ତେଣୁ ଆଇନ୍ ଆନୁଯାୟୀ ଏତଲାକୁ ପଞ୍ଜୀକରଣ କରି ବିହିତ ପଦକ୍ଷେପ ନେବାକୁ କୁହାଯାଇଛି।
ଲଳିତେନ୍ଦୁ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଯାଇଛି ବୋଲି ଆଗରୁ କହୁଥିଲେ। ବହୁ ବିବାଦ ପରେ କୁହାଗଲା ଯେ ଡୁପ୍ଲିକେଟ ଚାବି ମିଳିଛି। ତେଣୁ ରତ୍ନଭଣ୍ଡାର ଚାବି ଭଳି ଫାଇଲ ମଧ୍ୟ ଡୁପ୍ଲିକେଟ ହୋଇଥିବ ବୋଲି ବିଜେପି ସନ୍ଦେହ କରୁଛି। ଶ୍ରୀମନ୍ଦିର କାର୍ଯ୍ୟ ପରିଚାଳନା ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ନିଯୁକ୍ତ କରୁନାହାନ୍ତି। ତେଣୁ ସରକାର ଶ୍ରୀମନ୍ଦିରରେ ଯେଉଁ କେଳେଙ୍କାରୀ ଗୁଡ଼ିକ କରିଛନ୍ତି, ସେଗୁଡିକୁ ଲୁଚାଇବା ପାଇଁ ଏ ସବୁ ପ୍ରହସନ କରାଯାଉଛି।
ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ଅନେକ ତଥ୍ୟ ଅଛି। ପୁରୀରେ ବେଦାନ୍ତର ପ୍ରସଙ୍ଗ ଅଛି। ଓଡିଶା ସରକାରଙ୍କୁ ବେଦାନ୍ତ କେସରେ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ଅମୃତମହଣି ଜମି ଅଧିଗ୍ରହଣ ବିଷୟରେ ଅନେକ ନେଗେଟିଭ କମେଣ୍ଟ ସୁପ୍ରିମକୋର୍ଟ ଦେଇଛନ୍ତି। ତେଣୁ ସନ୍ଦେହ ହେଉଛି, ଯେ ହଜିଥିବା ଫାଇଲ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କର କିଛି ନୋଟିଂସ୍ ଥାଇପାରେ।
କାରଣ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯଦି ଏସବୁ କଥା ଲୋକଲୋଚନକୁ ଆସେ ତେବେ ଓଡିଶା ସରକାର ଆହୁରି ବଦନାମ ହେବାର ସମ୍ଭାବନା ଅଛି। ତେଣୁ ଫାଇଲଗୁଡିକୁ ଜାଣିଶୁଣି ହଜେଇ ଦିଆଯାଇଛି। ଫାଇଲ ହଜି ନାହିଁ ବରଂ ଜାଣିଶୁଣି ଫାଇଲ ଗାଏବ କରାଯାଇଛି। ଲୋକସେବା ଭବନରୁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କିତ ୨ଟି ଫାଇଲ ହଜିଥିଲା। ଯଦି ଆଇନ ବିଭାଗ ପାଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଫାଇଲ ମିଳୁନାହିଁ। ତେବେ ଏହାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ। ଯେଉଁ ଅଫିସରମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।
ସମ୍ବଲପୁର ଅଶାନ୍ତ ଘଟଣାର ଗ୍ରାଉଣ୍ଡ ସ୍ଥିତି ଅନୁଧ୍ୟାନ ଓ ବିଭିନ୍ନ ସମୁଦାୟ ସହ ଆଲୋଚନା କରି ଫେରିବା ପରେ ବିଜେପିର ୭ଜଣିଆ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ତୃତୀୟ ମହଲାକୁ ସିଧାସଳଖ ଦାୟୀ କରିଛି । ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିବା ପରେ ବି ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ କାହିଁକି ଚୁପ୍ ଅଛନ୍ତି । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଘଟଣାର ବିବୃତି ନ ଆସିବା ଅନ୍ୟ ଏକ ଦିଗ ଆଡ଼କୁ ଇଙ୍ଗିତ କରୁଛି । ମୁଖ୍ୟମନ୍ତ୍ରୀ ତାଙ୍କର ନୀରବତା ଭାଙ୍ଗନ୍ତୁ, ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦିଅନ୍ତୁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଲ'ଲେସନେସ କହୁଥିବାବେଳେ ବିଜୁ ଜନତା ଦଳର ଯେଉଁ ବଚସ୍କରମାନଙ୍କୁ ଏକଥା ବାଧୁଥିଲା, ସେମାନେ ଆଜି ଏହି ଘଟଣାରେ ପ୍ରତିକ୍ରିୟା କାହିଁକି ଦେଉନାହାନ୍ତିି ? ହନୁମାନ ଜୟନ୍ତୀ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସମସ୍ତ କଥା କହିଥିଲେ ମଧ୍ୟ ସେ ଅଂଚଳଗୁଡ଼ିକରେ ସୁରକ୍ଷାକୁ କଡ଼ାକଡ଼ି କାହିଁକି କରାଯାଇନଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଗତକାଲି ସମଗ୍ର ସମ୍ବଲପୁରରେ ପୋଲିସ ଛାଉଣୀ ଥିବାବେଳେ ପୁଣି ସାମ୍ପ୍ରଦାୟିକ କାରଣ ନେଇ ଜଣେ ଯୁବକଙ୍କୁ କେଉଁ ପରିସ୍ଥିତିରେ ହତ୍ୟା କରାଗଲା? ଗତକାଲି ଯେଉଁ ଯୁବକ ନିହତ ହୋଇଛନ୍ତି, ପ୍ରଶାସନ ସେବାବଦରେ କାହିଁକି ସ୍ପଷ୍ଟୀକରଣ ଦେଇନାହିଁ । ଯୁବକର ଶବ ବ୍ୟବଚ୍ଛେଦ ରିପୋର୍ଟ କ’ଣ ଆସିଛି? ରାତାରାତି କାହାକୁ କିଛି ନ ଜଣାଇ ଯୁବକ ଶବଦାହ କାହିଁକି କରାଗଲା? ତା'ର ପରିବାରକୁ କ୍ଷତିପୂରଣ କିଏ ଦେବ? ଆହତ ହୋଇଥିବା ବ୍ୟକ୍ତିଙ୍କର ଅବସ୍ଥା କଣ ଅଛି? ଏ ସବୁ ପ୍ରଶ୍ନର ଉତ୍ତର ସରକାରଙ୍କ ସାମ୍ନାରେ ପ୍ରଶ୍ନ ହୋଇ ରହିଛି । ଏହାର ଉତ୍ତର ସରକାର ଦେବା ପାଇଁ ଆମେ ଦାବି କରୁଛୁ ।
ଗତ କିଛି ଦିନ ତଳେ ସମ୍ବଲପୁର ସହରରେ ଏକ ସାମାନ୍ୟ ଘଟଣାକୁ ନେଇ ପୁଲିସ ପ୍ରଶାସନ ଯେଉଁଭଳି ଭାବରେ ବିରୋଧୀ ଦଳ ନେତାଙ୍କ ପ୍ରତି ଆଚରଣ କରିଥିଲା ଓ ପରବର୍ତୀ ସମୟରେ ପୁଲିସ ସଂଘ ସହିତ ପ୍ରଶାସନ ମିଳିତ ଭାବେ ବିରୋଧୀ ଦଳ ନେତାଙ୍କୁ ଆକ୍ଷେପ ଓ ଇଙ୍ଗିତ କରିଥିଲା । ଏହା କ’ଣ ତୃତୀୟ ମହଲାର ଇଙ୍ଗିତରେ ହୋଇନଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ସ୍ଥାନରେ ପ୍ରଥମେ ହିଂସା ହେଲା ସେଠାରେ କମ୍ ପୋଲିସ ମୁତୟନ କରାଯିବା ପୋଲିସର ନିଷ୍କ୍ରିୟତାକୁ ପଦାରେ ପକାଇଛି । ଏହା ସ୍ପଷ୍ଟ କରୁଛି ଯେ ତୃତୀୟ ମହଲା ସେଠାରେ ପରୋକ୍ଷ ଭାବରେ ଦଙ୍ଗା କରିବା ପାଇଁ ଚାହୁଁଥିଲା ।
ସେହିପରି ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତିି ଯେ, ଯେଉଁ ସ୍ଥାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଉତ୍ତେଜନା ହୁଏ ସେହି ଅଂଚଳରେ ଅଧିକ ସୁରକ୍ଷା ଦେବା କଥା । ମାତ୍ର ସେଠାରେ ସୁରକ୍ଷା ବ୍ୟବସ୍ଥା ଦିଆଗଲା ନାହିଁ । ସୁରକ୍ଷା ଦିଆନଯିବା କଥା ବରେଇପଲ୍ଲୀ ଥାନା ଅଧିକାରୀ ଧର୍ମେନ୍ଦ୍ର ସ୍ୱାଇଁ ମଧ୍ୟ ନିଜ ଏତଲାରେ ଲେଖିଛନ୍ତି । ଆବଶ୍ୟକ ଅନୁସାରେ ସୁରକ୍ଷା କମ୍ ଥିବା ଜିଲ୍ଲାପାଳ ଏବଂ ଏସପି ସ୍ୱୀକାର କରିଛନ୍ତି । ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବାରମ୍ବାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଉଥିବାବେଳେ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ଏହି ପ୍ରତିନିଧି ଦଳରେ ବିଧାୟକ ସୁବାଷ ପାଣିଗ୍ରାହୀ,ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ଭବାନୀ ଶଙ୍କର ଭୋଇ, ମୁଖପାତ୍ର ବିରଂଚି ତ୍ରିପାଠୀ ଓ ରବି ନାରାୟଣ ନାଏକ ପ୍ରମୁଖ ସମ୍ବଲପୁର ଗସ୍ତ କରିଥିଲେ ।
ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ମନ୍ତ୍ରୀମାନେ ସରକାର। ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ? ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି। ଦିନ ଦି’ ପ୍ରହରରେ ଗଣତନ୍ତ୍ରକୁ ଧର୍ଷଣ କରାଯାଉଛି। ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପାଇଁ ମନ୍ତ୍ରୀ ଯାଉଛନ୍ତି। ତେଣୁ ଆଗକୁ ଏମିତି ଆଉ ହେବ ନାହିଁ ବୋଲି ମନ୍ତ୍ରୀ ଗୃହରେ କୁହନ୍ତୁ। ମୁଖ୍ୟ ଶାସନ ସଚିବ ମଧ୍ୟ ଅନୁତାପ କରନ୍ତୁ ବୋଲି ନରସିଂହ କହିଛନ୍ତି।
ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଗର୍ଜୁଥିବା ବେଳେ ଜାବବ ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଥିଲେ, ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ। ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ। ରାଇଡର ଯଦି ଠିକ୍ ଅଛି ଘୋଡା ଠିକ୍ ଚାଲିବ। ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଛି। ଯେତେବେଳେ ଯାହା ପ୍ରଶ୍ନ କରିବେ ମୁଁ ଖୋଲାଖୋଲି ଉତ୍ତର ଦେବି। ମୋତେ ବାଚସ୍ପତି ଡାକିଥିବାରୁ ମୁଁ ଛିଡା ହୋଇଛି ବୋଲି ନିରଞ୍ଜନ ପୂଜାରୀ କହିଥିଲେ।
ନିଜ ଫଟୋକୁ ନେଇ ନିରଞ୍ଜନ ପୂଜାରୀ କହିଥିଲେ- “ସିଏମ୍ଙ୍କ ପଛ ପାର୍ଶ୍ୱରେ ପିଏସ୍ ଛିଡ଼ା ହୋଇଛନ୍ତି। ଆପଣମାନେ ଫଟୋକୁ ଭଲ କରି ଦେଖନ୍ତୁ। ସେହି ଫଟୋକୁ ଏଡିଟ୍ କରାଯାଇଛି। ମୁଁ ସିଏମ୍ଙ୍କୁ ନମସ୍କାର କରୁଛି। ତାଙ୍କ ପଛ ପାର୍ଶ୍ୱରେ ପିଏସ୍ ଅଛନ୍ତି। ତାହାହେଲେ ମୋ ନମସ୍କାର କାହାକୁ ଗଲା? ସିଏମ୍ଙ୍କୁ ଗଲା ନା ତାଙ୍କ ପଛ ପର୍ଶ୍ୱରେ ଛିଡ଼ା ହୋଇଥିବା ଲୋକଙ୍କ ପାଖକୁ ଗଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନମସ୍କାର କରୁଛି।”
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାର କୌଣସି ଅଫିସର ଲୋକପ୍ରତିନିଧିଙ୍କୁ ସମ୍ମାନ ଦେଉନାହାନ୍ତି। ଏପରିକି ଲୋକ ପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି। ବିଜେଡି ନେତାମାନେ ଏ ସମ୍ପର୍କରେ ବାହାରେ କହିପାରୁନାହାନ୍ତି।
ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରାଉଥିବାବେଳେ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ଓ କୁଆଡ଼େ ଗଲେ ବୋଲି ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଗୃହରେ ଅଚଳାବସ୍ଥା ଦେଖି ବାଚସ୍ପତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରେ ପୁଣି ଗୃହରେ ଅଚଳାବସ୍ଥା ଜାରି ରହିବାରୁ ୧୧ଟା ୩୭ମିନିଟରେ ଗୃହକୁ ବାଚସ୍ପତି ଶ୍ରୀ ଆରୁଖ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅଚଳାବସ୍ଥା ଜାରି ରହିଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ ପାଇଁ ଉଦ୍ୟମ କରିôଥଳେ । ଏହି ସମୟରେ ୪ଟି ପର୍ଯ୍ୟାୟରେ ଗୃହ ପ୍ରାୟ ୫୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରହିଥିଲା । କିନ୍ତୁ ସର୍ବଦଳୀୟ ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନଥିଲା । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଧାନସଭାରେ ବିଭିନ୍ନ କମିଟିର ରିପୋର୍ଟ ଉପସ୍ଥାପନ ହୋଇଥିଲା ।
ଗୃହ ବାହାରେ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ଗୃହର ନେତା ହୋଇ ମୁଖ୍ୟମନ୍ତ୍ରୀ ଯଦି ଗୃହକୁ ସମ୍ମାନ ଦେଉନାହାନ୍ତି, ତା’ହେଲେ ଆଉ କିଏ କ’ଣ ସମ୍ମାନ ଦେବ । ଗୃହକୁ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଉନି । ଘରେ ରହି ଭିସିରେ ଭାଗ ନେବାକୁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରଉଛନ୍ତି । କିନ୍ତୁ ରାଜନୀତି କରିବାକୁ ତାଙ୍କ ପାଖରେ ପ୍ରଚୁର ସମୟ ଅଛି । ରାଜନୀତି କରିବାକୁ ସେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ନବ ଦାସ ହତ୍ୟାକୁ ୪୧ଦିନ ବିତିଯାଇଥିଲେ ମଧ୍ୟ କ୍ରାଇମବ୍ରାଂଚ ତଦନ୍ତରୁ କିଛି ବି ସୁଫଳ ମିଳିପାରିନି । ହତ୍ୟା ପଛର ଷଡ଼ଯନ୍ତ୍ରକୁ ଉନ୍ମୋଚନ କରିବାରେ କ୍ର୍ରାଇମବ୍ରାଂଚ ବିଫଳ ହୋଇଛି । ତଦନ୍ତ ଦିଗହରା ହୋଇଥିବା ଭଳି ଲାଗୁଛି । ଏଭଳି ସମ୍ବେଦନଶୀଳ ହତ୍ୟା ମାମଲା ବାଟବଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଦେବା ଉଚିତ୍ । ମୁଖ୍ୟମନ୍ତ୍ରୀ ଭାବେ ରହିବାରେ ତାଙ୍କର ନୈତିକ ଅଧିକାର ନାହିଁ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହ ବାହାରେ କହିଥିଲେ ଯେ, ନବ ଦାସଙ୍କ ହତ୍ୟା ଭଳି ସଙ୍ଗୀନ ମାମଲାରେ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଦେବା ଦରକାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି । ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଯାଉଛନ୍ତି । ଏହା ଗୃହକୁ ଅପମାନ । ମୁଖ୍ୟମନ୍ତ୍ରୀ ଉଭୟ ବିଧାନସଭା ଓ ଓଡ଼ିଶା ଲୋକଙ୍କ ନିକଟରେ ଉତ୍ତରଦାୟୀ । ନବ ଦାସ ହତ୍ୟା ମାମଲାର ତଦନ୍ତ ଏବେ ସଠିକ୍ ବାଟରେ ଯାଉନି । ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ସରକାର ନିଜେ ସ୍ୱୀକାର କରିଥିଲେ ମଧ୍ୟ ଏନେଇ ବିସ୍ତୃତ ତଥ୍ୟ ଦେଇନାହାନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ନାଁରେ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ଭୁଆ ବୁଲାଉଛନ୍ତି । ତଦନ୍ତର ନେତୃତ୍ୱ କିଏ ନେଉଛି ତାହା କେହି ଜାଣନ୍ତି ନାହିଁ ।
ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ବିକ୍ଷୋଭ ଓ ପ୍ରତିବାଦ କରିବ । ୨୦୧୬ ମସିହାରେ ବରଗଡ଼ର ସୋହେଲାଠାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ଟଙ୍କା ଲେଖାଏଁ ବୋନସ ଦେବେ ଓ ପଶ୍ଚିମଓଡ଼ିଶା ବିକାଶ ପାଇଁ ୩୫ହଜାର କୋଟି ଟଙ୍କାର ଆବଂଟନ ଘୋଷଣା କରିଥିଲେ । ଏହି ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କିନ୍ତୁ ବରଗଡ଼ରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଆଉ କିଛି ନୂଆ ଘୋଷଣା କରିବେ । ତେଣୁ ଅନ୍ୟ କିଛି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତି ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।
ଶ୍ରୀ ପୁରୋହିତ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋହେଲା-ନୂଆପଡ଼ା ମଧ୍ୟରେ ବିଜୁ ଏକ୍ସପ୍ରେସ ୱେକୁ ଦ୍ୱିତୀୟ ଥର ପାଇଁ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ଜାତୀୟ ରାଜପଥ ନିର୍ମାଣର ସମସ୍ତ ଅର୍ଥ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ହୋଇଥିବାବେଳେ କେବଳ ଶ୍ରେୟ ନେବାକୁ ମୁଖ୍ୟମନ୍ତ୍ରୀ ଏହାକୁ ଦ୍ୱିତୀୟଥର ଉଦଘାଟନ କରିବେ ବୋଲି ସେ କହିଛନ୍ତି । ବିଜେଡି ସରକାର କିଭଳି ବିଭ୍ରାନ୍ତ କରନ୍ତି ଏହା ତା’ର ଉଦାହରଣ ।
୨୦୨୨ ସୁଦ୍ଧା ଗଙ୍ଗାଧର ମେହେର ପ୍ରକଳ୍ପ ଅନ୍ତର୍ଗତ ହୀରାକୁଦ ଡ୍ୟାମରୁ ଜଳ ଆସି ବିଜେପୁର ଅଂଚଳରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତାହା ବି ପୂରଣ ହେଲାନି । ଯେହେତୁ ମୁଖ୍ୟମନ୍ତ୍ରୀ କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି, ତେଣୁ ବିଜେପି ତାଙ୍କୁ ପଶ୍ଚିମଓଡ଼ିଶା ଗସ୍ତବେଳେ ବିରୋଧ କରିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ସେ କହିଛନ୍ତି, ମାର୍ଚ୍ଚ ୫କୁ ବିଜେଡି ସରକାର ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଭାବେ ପାଳନ କରାଗଲେ କିଛି ଅସୁବିଧା ନାହିଁ। ବିଜେପି ଏହାକୁ ସ୍ୱାଗତ କରିବ। ହେଲେ ପଞ୍ଚାୟତିରାଜ ବ୍ୟବସ୍ଥାର ଆତ୍ମାକୁ ଧ୍ୱଂସ କରି ପଞ୍ଚାୟତିରାଜ ଦିବସ ପାଳନ ନୂଆ ଡ୍ରାମା କରାଯାଉଛି। ସମଗ୍ର ଦେଶ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ କରୁଥିବା ବେଳେ ଓଡ଼ିଶାରେ ଏହି ଦିବସକୁ କ୍ଷମତାରେ ଥିବା ବିଜେଡି ସରକାର ନିଜ ମନ ମୁତାବକ ମାର୍ଚ୍ଚ ୫ ତାରିଖରେ ପାଳନ କରୁଛି। ଯେଉଁଦିନ ୭୩ତମ ଅମେଣ୍ଡମେଣ୍ଟ ହୋଇଥିଲା ଓ ପଞ୍ଚାୟତିରାଜ ଦିବସର ସୃଷ୍ଟି ହୋଇଥିଲା ତାହା ହେଉଛି ଏପ୍ରିଲ ୨୪। ଓଡ଼ିଶାକୁ ବାଦ୍ ଦେଇ ଆମ ଦେଶର ସମସ୍ତ ରଜ୍ୟ ଏହି ଦିନ ପଞ୍ଚାୟତିରାଜ ଦିବସ ପାଳନ କରୁଛନ୍ତି।
ଅନ୍ୟପଟେ ପଞ୍ଚାୟତିରାଜ ଦିବସ ପାଳନ ନିମନ୍ତେ ଯେଉଁ ନିତି ନିର୍ଦ୍ଧାରଣ ହୋଇଥିଲା, ତାହାକୁ ମଧ୍ୟ ପାଳନ କରାଯାଉନାହିଁ। ଗ୍ରାମ ସଭା ଓ ପଲ୍ଲୀସଭା କାର୍ଯ୍ୟକାରୀ କରି ତ୍ରିସ୍ତରୀୟ ଶାସନ ବ୍ୟବସ୍ଥାକୁ ମଜଭୂତ କରିବା ନିମନ୍ତେ ଭାରତ ସରକାରଙ୍କ ଉଦ୍ୟମକୁ ବିଜେଡି ସରକାର ତାଲା ପକାଇବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାର ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ କରିଥିବା ଭ୍ରଷ୍ଟାଚାର ସର୍ବଶ୍ରେଷ୍ଠ ସ୍ତରରେ ପହଞ୍ଚିଛି। ପଞ୍ଚାୟତର ସାଧାରଣ ଲୋକେ ସେମାନଙ୍କ ଅଞ୍ଚଳର ଉନ୍ନତିକରିବା ନିମନ୍ତେ ଯେଉଁ ଭୂମିକା ନେଉଥିଲେ ତାହାକୁ ତାଲା ପକାଇ ଦିଆଯାଇଛି। ସମସ୍ତ ପ୍ରକାର ପ୍ରକଳ୍ପ ଓ ରୂପାୟନର ନିଷ୍ପତ୍ତି ଲୋକେ ନେଇପାରୁନାହାନ୍ତି। ପିସି କାରବାର ନିମନ୍ତେ ବିଧାୟକମାନେ ଏହି ସବୁ କ୍ଷମତା ନିଜ ହାତକୁ ନେଇ ଯାଇଛନ୍ତି ବୋଏ ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି।
ସେହିପରି ସେ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ପ୍ରଶ୍ନ ପଚାରି ଉତ୍ତର ଦାବି କରିଛନ୍ତି। ସେଗୁଡ଼ିକ ହେଲା-
- ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି କିଏ କରୁଛି? ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି? ୨୦୧୮ ମସିହା ଶେଷରୁ ଏ ପର୍ଯ୍ୟନ୍ତ କୌଣସି ଜଣେ ଗରିବଙ୍କୁ ପକ୍କାଘର ଯୋଗାଇ ଦିଆଯାଇନାହିଁ କାହିଁକି?
- ଏନ୍ଆରଇଜିଏ ଦୁର୍ନୀତି କାହିଁକି ହେଉଛି? ଫଲସ୍ ବିଲ କିଏ କରୁଛି? କାହା ପକେଟକୁ ସେ ଟଙ୍କା ଯାଉଛି? ସେହିପରି ଜବ୍ କାର୍ଡ ଦୁର୍ନୀତି କାହିଁକି ହେଉଛି ? ପ୍ରତିଷ୍ଠିତ ତଥା ମୂଲମଜୁରୀ କରୁନଥିବା ପରିବାର ନାମରେ ଜବ୍ କାର୍ଡ କାହିଁକି ଜାରି ହେଉଛି? ପ୍ରକୃତ ଲୋକ ଜବ କାର୍ଡ କାହିଁକି ପାଉନି?ଠିକାଦାର, ଜିଆରଏସ୍, ପିଇଓଙ୍କ ପାଖରେ ଜବ କାର୍ଡ ବନ୍ଧା ପଡ଼ିଛି କାହିଁକି? ମେସିନ୍ ଲଗାଇ କାହିଁକି କାମ କରାଯାଉଛି? କେତେଦିନ ଭିତରେ ଏହି ଦୁର୍ନୀତି ବନ୍ଦ ହେବ?
- ପଂଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି(ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡେ ଯାଉଛି? ସିଏଫସି ଟଙ୍କାକୁ କାହିଁକି ରି’ ବ୍ରାଣ୍ଡିଂ କରୁଛନ୍ତି ସରକାର? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି? ପଞ୍ଚାୟତର ବିକାଶ ନିମନ୍ତେ ଦିଆଯାଉଥିବା ଏହି ଅର୍ଥରୁ ୭୫କୁ ବ୍ଲକସ୍ତରକୁ ରି’ ବ୍ରାଣ୍ଡି କରି ବିଧାୟକମାନେ ମନଇଚ୍ଛା ଖର୍ଚ୍ଚ କରିବା ନିମନ୍ତେ ଓଡ଼ିଶା ସରକାର କାହିଁକି ପ୍ରୟାସ କରୁଛନ୍ତି? ଏହା ଦ୍ୱାରା ନିତିନିୟମକୁ ହତ୍ୟା କରାଯାଉଛି ନା ନାହିଁ?
- ରାସନ କାର୍ଡରେ ୨୦ ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି। ସେମାନେ କେମିତି ଆସିଲେ? ରାସନ କାର୍ଡରେ ଜାଲିଆତି କିପରି ହେଉଛି? ଯୋଗ୍ୟ ହିତାଧିକାରୀ କାହିଁକି ରାସନ କାର୍ଡ ପାଉନାହାନ୍ତି? ୨ ଲକ୍ଷ ଜାଲି ରାସନ କାର୍ଡ କାହିଁକି ବ୍ୟବହାର କରାଯାଉଛି?
- ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି। ଏହି ପିସିର ୫ ପ୍ରତିଶତ ସ୍ଥାନୀୟ ବିଜେଡି ବିଧାୟକ ନେଉଛନ୍ତି। ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ଅଛନ୍ତି। ପରସେଣ୍ଟେଜ୍ ନେବା ପାଇଁ ଜେଇଙ୍କ ନାଁ’ରେ କାମ ହେଉଛି। ପଲ୍ଲୀସଭା ଓ ଗ୍ରାମସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର?
ଆସନ୍ତାକାଲି ସୁଦ୍ଧା ସରକାର ଏହି ପ୍ରଶ୍ନର ସଠିକ୍ ଉତ୍ତର ନ ଦେଲେ ବିଜେପି ଆସନ୍ତାକାଲିକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିର ଦୁର୍ନୀତି ହେଉଛି। ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି। ତାକୁ ବିରୋଧ କରି ବିଜେପି ରାଜ୍ୟର ୩୧୪ ଗୋଟି ବ୍ଲକ ଆଗରେ ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ। ହାତରେ କଳା କପଡା ବାନ୍ଧି ବିରୋଧ ପ୍ରଦର୍ଶନ କରିବେ ବିଜେପି ନେତା ଓ କର୍ମୀ। ଏକ ଦୁର୍ନୀତିମୁକ୍ତ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପର୍ଯ୍ୟନ୍ତ ବିଜେପି ମାର୍ଚ୍ଚ ୫କୁ କଳାଦିବସ ଭାବେ ପାଳନ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସେ କହିଛନ୍ତି, ଆସନ୍ତାକାଲି ସବୁ ଥାନାରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା ଦିଆଯିବ। ଏହାସହ ୪ ତାରିଖରେ ରାଜ୍ୟର ସବୁ ଏସପି ଅଫିସ ଆଗରେ ଦଳ ବିକ୍ଷୋଭ ଓ ପ୍ରତିବାଦ କରିବ ।
ଏହାସହ ରାଜ୍ୟରେ ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପୃଥ୍ୱୀରାଜ। ସେ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଗଲାଣି। ଓଡ଼ିଶାରେ ପୁଲିସ ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ଗୁଡ଼ିଏ କେସ୍ ଥାନାରେ ରେଜିଷ୍ଟର ହେଉନାହିଁ। ଥାନାକୁ ଯିବାକୁ ଲୋକେ ଡରୁଛନ୍ତି। ଗାଁ ଗହଳିରେ ଦୁଇ ଦୁଇ ପକ୍ଷ ବସାଯାଇ ସମସ୍ୟାର ସମାଧାନ କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ନେଇ ସ୍ୱର ଉଠାଇଲେ ରାଜ୍ୟ ସରକାର ଦମନମୂଳକ ନୀତି ଅବଲମ୍ବନ କରୁଛନ୍ତି।
ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ୱିପହରରେ ହତ୍ୟା କରାଗଲା। ମନ୍ତ୍ରୀଙ୍କ ମୃତ୍ୟୁକୁ ମାସେକୁ ଅଧିକ ସମୟ ବିତିଗଲାଣି। ହେଲେ ହତ୍ୟାର ମୋଟିଭ୍ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ହତ୍ୟାକାରୀ ପଛରେ କିଏ ଅଛି? ଷଡଯନ୍ତ୍ର ପଛରେ କିଏ ଅଛି? ସେହି କଥା ରାଜ୍ୟ ସରକାର କହିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ପାଖରେ ବି ତଥ୍ୟ ନାହିଁ। ଏହା ହେଉଛି ରାଜ୍ୟ ସରକାରଙ୍କ ପାରିବା ପଣିଆ ବୋଲି ପୃଥ୍ୱୀରାଜ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ ଆରମ୍ଭ କରିଛି। ହେଲେ ରାଜ୍ୟ ସରକାର ଏହି ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାରଙ୍କର ଏହି ଷଡ଼ଯନ୍ତ୍ରରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି ରହିଛି।
ପୃଥ୍ୱୀରାଜ କହିଛନ୍ତି,ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ନେଇ ମଙ୍ଗଳବାର ଯୁବ ମୋର୍ଚ୍ଚାର କର୍ମକର୍ତ୍ତା ବିଧାନସଭା ଘେରୋଉ କରିବାକୁ ଉଦ୍ୟମ କରିଥିଲେ। କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଗଲାବେଳେ କର୍ମୀମାନଙ୍କ ଉପରେ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କର୍ମୀମାନଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଓ ପୁଲିସ ବିଭାଗ ସହ ହାତ ମିଳାଇଥିଲେ।
ଆନ୍ଦୋଳନ ସମୟରେ ଜଣେ ପୁଲିସ କର୍ମଚାରୀ ଆମ କାର୍ଯ୍ୟକର୍ତ୍ତାଙ୍କୁ ଗୋଇଠା ମାରିଥିଲେ। ଗୋଇଠା ମାରିବା କେଉଁ ନ୍ୟାୟରେ ଅଛି? ପୁଲିସ ବିଭାଗ କର୍ତ୍ତୃପକ୍ଷ ଓ ଗୃହ ମନ୍ତ୍ରୀ ଏହାର ସ୍ପଷ୍ଟ ଉତ୍ତର ଦିଅନ୍ତୁ ବୋଲି ପୃଥ୍ୱୀରାଜ କହିଛନ୍ତି ।
ଶୂନ୍ୟ କାଳରେ ଏହି ପ୍ରସଙ୍ଗକୁ ନେଇ ଗୃହ ଅଚଳ ଅବସ୍ଥା ହୋଇଥିଲା। ଗୃହରେ ଜୟନାରାୟଣ ମିଶ୍ର ଦାବି କରି କହିଥିଲେ, ଗତକାଲି ବିଜେପି ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ବେଳେ ପୁଲିସ ଯେଉଁଭଳି ଅମାନୁଷିକ କାଣ୍ଡ ଘଟାଇଲା ତାହା ନିନ୍ଦନୀୟ। ଖାଲି ସେତିକି ନୁହେଁ ମୁଁ ଏବଂ ଆମ ସଦସ୍ୟ ମାନେ ହସ୍ପିଟାଲ୍ ଯାଇଥିଲୁ, ସେଠାରୁ ଆହତଙ୍କ ଦୃଶ୍ୟ ଦେଖି ଆମେ ଚକିତ ହେଲୁ। ବିଜେପି କର୍ମୀମାନେ ଲହୁଲୁହାଣ ହୋଇ ହସ୍ପିଟାଲ୍ ଯାଇଥିବା ବେଳେ ତାଙ୍କୁ ଚିକିତ୍ସିତ କରାଯାଉନାହିଁ।
ଆମକୁ ମଧ୍ୟ ଆହତ ବିଜେପି କର୍ମୀଙ୍କୁ ଦେଖାକରିବାକୁ ଦିଅଗଲାନି। ଏହା କେଉଁ ପ୍ରକାରର ଶାସନ ? ପୁଲିସ ମିଛିମିଛିକା ରୋଲ କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଣତନ୍ତ୍ରରେ କ’ଣ ପ୍ରତିବାଦ କରି ନ୍ୟାୟ ମାଗିବା ଭୁଲ? ବାଚସ୍ପତି ଆମକୁ ଆପଣ ସୁରକ୍ଷା ଦିୟନ୍ତୁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ରୁଲିଂ ଦେବାକୁ ଦାବି କରିଥିଲେ ଜୟନାରାୟଣ ମିଶ୍ର।
ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଭିଡ଼ ଭିତରେ ଆକ୍ରମଣ କରୁଥିବା ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ? ଧଳା ସାର୍ଟପିନ୍ଧା ଯୁବକମାନେ ବିଜେଡିର ଗୁଣ୍ଡା ନୁହଁନ୍ତି ତ?
ଏକ ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଆମର ମଧ୍ୟ ଅଛି। ଯଦି ପୁଲିସ ବା ବିଜୁ ଜନତା ଦଳର ସରକାର ଭାବୁଥାନ୍ତି ଯେ ସେମାନଙ୍କ ବିରୋଧରେ ଯିଏ ଆନ୍ଦୋଳନ କରିବ ସେମାନଙ୍କୁ ପୁଲିସ ଓ ବିଜୁ ଜନତା ଦଳର ଗୁଣ୍ଡା ଲଗାଇ ଆକ୍ରମଣ କରାଯିବ ତାହେଲେ ଏହାଠୁ ବଳି ଦୁଃଖର କଥା ଆଉ କିଛି ନାହିଁ। ଗତକାଲିର ଯେଉଁ ଭିଡିଓ ସବୁ ଗଣମାଧ୍ୟମରେ ବୁଲୁଛି ସେଥିରେ ଆମେ ଦେଖୁଛୁ ଯେ ଆମ କାର୍ଯ୍ୟକର୍ତାଙ୍କୁ ଉଭୟ ପୁଲିସ ଓ ଧଳା ସାର୍ଟ ପିନ୍ଧା କିଛି ଯୁବକମାନେ ମିଳିତ ଆକ୍ରମଣ କରୁଛନ୍ତି। ସେହି ଧଳା ସାର୍ଟ ପିନ୍ଧା ଯୁବକମାନେ କିଏ? ସେମାନେ ବିଜୁ ଜନତା ଦଳର ଗୁଣ୍ଡା ନୁହନ୍ତି ତ?
ସେହି ବିଜୁ ଜନତା ଦଳର ଗୁଣ୍ଡାମାନେ ହିଁ ପ୍ରଥମେ ପୁଲିସ ଉପରକୁ ପଥର ମାରିଛନ୍ତି। ପରେ ପୁଲିସ ଲାଠିଚାର୍ଜ କରିଥିଲା। ଏହି ସମୟରେ ବିଜେପି ଯୁବ କାର୍ଯ୍ୟକର୍ତ୍ତାଙ୍କ ଉପରେ ସେହି ଗୁଣ୍ଡାମାନେ ବାଡେଇଥିଲେ। ଏହାର ତଦନ୍ତ ଦାବିରେ ଆମେ କ୍ୟାପିଟାଲ ଥାନାରେ ଏତେଲୋ ଦେଉଛୁ। ହେଲେ ପୁଲିସ ଏତେଲାକୁ ପଂଜିକରଣ କରିବା ପାଇଁବି ରାଜି ହେଉନି। ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ବି ଗତକାଲି ରାତି ୩ ଟା ପର୍ଯ୍ୟନ୍ତ କ୍ୟାପିଟାଲ ଥାନା ଆଗରେ ଧାରଣାରେ ବସିବାକୁ ପଡିଲା। ଆଇନ କଣ ସମସ୍ତଙ୍କ ପାଇଁ ସମାନ ନୁହେଁ କି ? ଯେଉଁ ପୋଲିସ କର୍ମଚାରୀମାନେ ଆମ ଦଳର କାର୍ଯ୍ୟକର୍ତ୍ତାକୁ ଅମାନୁଷିକ ଭାବରେ ବାଡେଇଲେ, ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିଲେ ସେମାନେ କ’ଣ ଆଇନର ଉର୍ଦ୍ଧ୍ୱରେ କି ?
ବିଜେପି ଯୁବମୋର୍ଚ୍ଚାର ୨୨ ଜଣଙ୍କୁ ପୁଲିସ ଯେଉଁ ଭଳି ରାତିଅଧିଆ ଗିରଫ କରିଲା ତାହା କ’ଣ ସୂଚାଉଛି ? କିଛି ପୁଲିସ କର୍ମଚାରୀ ଏବେ ପୂରା ବିଜୁ ଜନତା ଦଳର ପୋଷାଗୁଣ୍ଡା ପାଲଟି ଯାଇଛନ୍ତି। ଅଧର୍ମ ବହୁତ ହେଲାଣି। ଏସବୁ ବେଶି ଦିନ ଆଉ ଚାଲିପାରିବନି। ଧର୍ମର ସ୍ଥାପନା ହେବ। ଆମେ ନବ ଦାସଙ୍କର ହତ୍ୟାର ସିବିଆଇ ତଦନ୍ତ ନହେଲା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ କରିଚାଲିବୁ ବୋଲି ସମୀର ମହାନ୍ତି କହିଛନ୍ତି।
ଅନ୍ୟପଟେ ବିଜେପି କର୍ମୀଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି? ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା। ପୁଲିସ ସେମାନଙ୍କୁ ଅପରାଧୀ ଭାବେ ଆକ୍ରମଣ କରିଛି। ତାହା ଚିନ୍ତାଜନକ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟୁଇଟ୍ କରି ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଥିସହ ଗିରଫ କାର୍ଯ୍ୟକର୍ତ୍ତାଙ୍କୁ ତୁରନ୍ତ ଖଲାସ କରିବାକୁ ଦାବି କରିଛନ୍ତି।
ତେଣେ ବିଜେପିକୁ ଟାର୍ଗେଟ କରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏକ ସଭ୍ୟ ଦଳ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ଉଚିତ୍। ହାତ ଫ୍ଲାକାର୍ଡ ଓ ବ୍ୟାନର ଧରି କରାଯିବା କଥା। ହେଲେ ଆନ୍ଦୋଳନ ସ୍ଥଳକୁ ପଥର, ଛୁରା ଓ ବୋମା ନେଇ ଆସିଲେ ପୁଲିସ ନିଶ୍ଚୟ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ପଦକ୍ଷେପ ନେବ। ଓଡିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ। ମାତ୍ର ବିଜେପିର ଯୁବ ଗୋଷ୍ଠୀକୁ ପଥ ଭ୍ରଷ୍ଟ କରାଯାଉଛି। ପୁଲିସ କାମ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା। ଯାହା ସେ କରୁଛି। ମାତ୍ର ଶବ ଉପରେ ଛିଡ଼ା ହୋଇ ବିଜେପି ରାଜନୀତି କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରାଯାଉଛି। ମାତ୍ର ବିଜେପି ଏହାକୁ ମନଇଛା ଗପ ଲେଖି ଶୁଣାଉଥିବାରୁ କ୍ଷମା ମାଗୁ ବୋଲି ଶ୍ରୀ ସାହୁ କହିଛନ୍ତି।
ସୂଚନା ଥାଇକି, ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରି ଗତକାଲି ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ବେଳେ ପୁଲିସ ସହ ହାତାହାତି ହୋଇଥିଲା। ଯାହାକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲା ବିରୋଧୀ।
ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଯାଇଥିବା ବେଳେ ପୁଲିସ ଅଟକାଇଥିଲାା ଏହି ସମୟରେ ପୁଲିସ ଓ ବିଜେପି କର୍ମୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଧସ୍ତାଧସ୍ତି ବେଳେ ପୁଲିସ ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏଭଳି ସ୍ଥିତି ଦେଖି ପୁଲିସ୍ ଲାଠିଚାର୍ଜ କରିଥିଲାା ଏଥିରେ ଅନେକ ବିଜେପି କର୍ମୀ ଆହତ ହୋଇଥିଲେ। ଏହାପରେ ପ୍ରତିକ୍ରିୟାଶୀଳ ହୋଇ କିଛି ବକ୍ଷୋଭକାରୀ ପୁଲିସ ଉପରେ ଢେଲାପଥର ମାଡ଼ କରିଥିଲେ।
ଏହି ଧସ୍ତାଧସ୍ତି ଓ ଢେଲା ମାଡ଼ରେ ଭୁବନେଶ୍ୱର ଜୋନ୍-୨ ଏସିପି ଅମିତାଭ ମହାପାତ୍ରଙ୍କ ସମେତ ପ୍ରାୟ ୮ରୁ ୧୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ କିଛି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅନେକ ଗୁରୁତର ରହିଛନ୍ତି। ଏହି ଆକ୍ରମଣରେ ପୁଲିସର ପ୍ରାୟ ୫ଟି ଗାଡ଼ି ନଷ୍ଟ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତିକ ସିଂହ କହିଛନ୍ତି। ହିଂସାକାଣ୍ଡ ଯୋଜନା ରଖି ଢେଲା ପଥର ମାଡ଼ କରାଯାଇଥିବାରୁ ପ୍ରାୟ ୨୦୦ ଜଣ ବିକ୍ଷୋଭକାରୀଙ୍କୁ ପୁଲିସ ଫୋର୍ସ ଉଠାଇ ନେଇଛି। ସେମାନଙ୍କୁ ଅଟକ ରଖାଯାଇଛି। ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।
ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପାର୍ଟି ଅଫିସରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିରେ ପହଞ୍ଚି ଥିଲା। ବିକ୍ଷୋଭ ବେଳେ ପୁଲିସ ରୋକିବାରୁ ଏଭଳି ପରିସ୍ଥିତି ଉପିଜିଥିଲା।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର-ଧନୁପାଲି ଆଇଆଇସି ମୁହାଁମୁହିଁ ଘଟଣାକୁ ବିଜେଡି ରାଜନୀତିକରଣ କରି ନବ ଦାସ ମାମଲାକୁ ବାଟବଣା କରୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଏନେଇ ଲେଖାଶ୍ରୀ କହିଛନ୍ତି, ଧନୁପାଲି ଆଇଆଇସି ଏସ୍ଓପି ଭାଙ୍ଗିଛନ୍ତି। ଏଲ୍ଓପିକୁ ଅପମାନିତ କରିଛନ୍ତି। ଏଲ୍ଓପିଙ୍କ ଉପରେ ହାତ ଉଠାଇଛନ୍ତି। ଗଣମାଧ୍ୟମକୁ ଏବାବଦରେ କହିଛନ୍ତି। ଏସବୁ ଆଇନର ଉଲ୍ଲଂଘନ। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଲେଖାଶ୍ରୀ କହିବା ସହ ଦ୍ୱିତୀୟ ଦାବି ରଖିଛନ୍ତି।
ସେହିପରି ଅରୁପ ପଟ୍ଟନାୟକ ଯିଏକି ଗଣମାଧ୍ୟମ ସାମ୍ନାରେ ଏଲ୍ଓପିଙ୍କୁ ହତ୍ୟାର ଧମକ ଦେଲେ ତାଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ବୋଲି ଲେଖାଶ୍ରୀ କହିବା ସହ ତୃତୀୟ ଦାବି ରଖିଛନ୍ତି। ଏହି ଘଟଣାଗୁଡ଼ିକର ସତ୍ୟତା ଜଣା ନ ପଡ଼ିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।
ଏହା ଜବାବରେ ବିଜେଡି ବିଧାୟକ ସାରଦା ନାୟକ କହିଛନ୍ତି, ବିଜେପି କ’ଣ କହିବ ଓ କ’ଣ ଆଲୋଚନା କରିବ ? ଜଣଙ୍କ ମୃତ୍ୟୁକୁ ନେଇ ରାଜନୀତିକରଣ କରାନଯାଉ। ନବ ଦାସ ଆମ ଦଳର ଜଣେ ଟାଣୁଆ ନେତା ଥିଲେ। ତାଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଗୁରୁତପୂର୍ଣ୍ଣ ବିଷୟ। ଆଇନକୁ ଠିକ୍ ବାଟରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ବାବଦରେ ଅଭିନୟ କରିବା ଜାଣନ୍ତିନି।
ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଆଣି ରାଜ୍ୟ ତମାମ ଆନ୍ଦୋଳନ ଜାରି ରଖିଛି ବିଜେପି। ଭୁବନେଶ୍ୱର ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବରମୁଣ୍ଡା ଠାରେ ପ୍ରତିବାଦ ରାଲି ସହ ବିରୋଧ ପ୍ରଦର୍ଶନ କରିଛି। ରାଜ୍ୟ ସରକାରଙ୍କ ବିରୋଧରେ ନାରା ବାଜି ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ଆଗକୁ ଏହାକୁ ଆହୁରି ତୀବ୍ରତର କରାଯିବ ବୋଲି କହିଛି ବିଜେପି। ବିଜେପି ନେତା ବାବୁ ସିଂ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ଏହାକୁ ପ୍ରତିବାଦ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।
ବିଜେଡି ବିଧାୟକ ଦେବୀ ମିଶ୍ର ଲୋକ କଥାକୁ ପ୍ରୟୋଗ କରି କହିଛନ୍ତି, ଗୋଦରିଲୋ ନିଜ ଗୋଡ଼କୁ ଅନା। ଅଭିଯୋଗ କରୁଥିବା ଦଳ ନିଜ ଶାସିତ ରାଜ୍ୟ ଅବସ୍ଥା ପ୍ରଥମେ ଦେଖନ୍ତୁ। ଅପରାଧ ବଢ଼ୁଛି। ଏହାକୁ ବନ୍ଦ କରିବା ନିମନ୍ତେ କ’ଣ ପରାମର୍ଶ ଅଛି ଦିଅନ୍ତୁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ପ୍ରତିବାଦ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସେହିପରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବନି ବୋଲି କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମତାମତକୁ ବିଜେଡି ସମାଲୋଚନା କରୁଥିବା ଉପରେ ଜୟନାରାୟଣ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେତିକି ଅର୍ଥ ମିଳୁଛି ସେତିକି ରାଜ୍ୟ ସରକାର ଖର୍ଚ୍ଚ କରିପାରୁନାହାନ୍ତି। ତେଣୁ ବହୁ ଅର୍ଥ ଫେରି ଯାଉଛି। ସରକାରୀ କଳରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅଧିକ ଅର୍ଥ ମିଳିଲେ ଏ ସରକାର ଖର୍ଚ୍ଚ କରିପାରିବନି ବୋଲି ଜୟନାରାୟଣ କହିଛନ୍ତି।
ଅନ୍ୟପଟେ ନବଦାସ ହତ୍ୟାକାଣ୍ଡ ମାମଲା ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓଡ଼ିଶାକୁ ମିଳିବା ଉଚିତ। ବିଜେଡି ଏଠାରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବ କହୁଛି, ବାହାରେ କାହିଁକି କହୁନି। ବିଜେଡି-ବିଜେପି ମିଶିକି ଅଛନ୍ତି, ତେଣୁ ବିଜେଡି ପ୍ରସଙ୍ଗ ଉପସ୍ଥାପନ କରୁନି। ଆଇନଶୃଙ୍ଖଳାକୁ ନେଇ ଉଭୟ ଦଳ ରାଜନୀତି କରୁଛନ୍ତି। କେବଳ କର୍ମୀଙ୍କ ଭିତରେ ଲଢେଇ ହେଉଚି, ଦିଲ୍ଲୀରେ ମିଶିକି ଅଛନ୍ତି। ନବ ଦାସ ହତ୍ୟାକାଣ୍ଡ ଆମେ ବିଧାନସଭାରେ ଉଠାଇବୁ। ପଦମପୁରକୁ ଜିଲ୍ଲା ପାଇଁ ଘୋଷଣା କରି ଆସିଥିଲେ ମୁଖ୍ୟମନ୍ତ୍ରୀ। ଖାଲି ପଦମପୁର କାହିଁକି, ଯେଉଁଠି ଦାବି ହେଉଛି ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳକୁ ଜିଲ୍ଲା ଘୋଷଣା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହାର ଜବାବରେ ବିଜେଡି ବିଧାୟକ ଶଶି ଭୂଷଣ ବେହେରା କହିଛନ୍ତି, ବିଧାନସଭାରେ ବିରୋଧୀ ଯାହା ଉଠେଇବେ, ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ରାଜନୀତିରେ ଶାଳୀନତା ରହିବା ଦରକାର।
ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ବହୁ ସଂଖ୍ୟାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଧାରଣାରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।
ଏହି ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ବର୍ଷିଛନ୍ତି।
ରାଜଭବନ ସାମ୍ନାରେ ହେଉଥିବା ଧାରଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୁଖ୍ୟମନ୍ତ୍ରୀ ଯଦି ଶାସନ କରୁନାହାନ୍ତି, ଗାଦି ଛାଡ଼ନ୍ତୁ ବୋଲି ସେ ସିଧାସଳଖ କହିଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶାସନ କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି । ଓଡ଼ିଶାର ମା’, ଭଉଣୀମାନେ ନିର୍ଯାତନା ଓ ହତ୍ୟାର ଶିକାର ହେଉଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକମାନେ ବି ସାମିଲ ଅଛନ୍ତି। କିନ୍ତୁ ଅଭିଯୁକ୍ତ ମନ୍ତ୍ରୀ, ବିଧାୟକଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉନି । ଏବେ ସ୍ପଷ୍ଟ ଦିବାଲୋକରେ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଦିଆଗଲା। କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଚପେଇ ଦେବାକୁ ଉଦ୍ୟମ ହେଉଛି।
ନବ ଦାସଙ୍କୁ ହତ୍ୟା ପାଇଁ ଆଦେଶ କିଏ ଦେଇଛି, କିଏ ଷଡ଼ଯନ୍ତ୍ର କରିଛି ତାହା ସାମ୍ନାକୁ ଆସୁନି। ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ନେଇ ସାରା ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି । ସତ୍ୟ ସାମ୍ନାକୁ ଆଣିବା ସହ ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡିତ କରାଯିବା ଦରକାର। ମୁଖ୍ୟମନ୍ତ୍ରୀ ଶାସନ କରୁ ନ ଥିବା ସ୍ପଷ୍ଟ ହୋଇଗଲାଣି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।
ରାଜଭବନ ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ କହିଛନ୍ତି, ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସାରା ଓଡ଼ିଶାବାସୀ ମର୍ମାହତ । ଅନେକ ବିଜେଡି କର୍ମୀ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ। ଆମେ ସମସ୍ତେ ଅସୁରକ୍ଷିତ, ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ୧୫ ଦିନ ହୋଇଗଲା, ନବ ଦାସଙ୍କୁ ହତ୍ୟା କରାଯିବାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି।
ଜଷ୍ଟିସ ଜେପି ଦାସଙ୍କୁ ମନ୍ତ୍ରୀ ନବ ଦାସ ମର୍ଡର କେସ୍ର ଦାୟିତ୍ୱ ଦେବା ନେଇ ମଧ୍ୟ ପ୍ରଶ୍ନ କଲେ ଅପରାଜିତା । ରାଜ୍ୟ ସରକାରଙ୍କୁ ଖୁଲମଖୁଲା ପଚାରିଲେ, କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି? ଯଦି ସାହସ ଅଛି, ହାଇକୋର୍ଟ ଅର୍ଡର ସମସ୍ତଙ୍କ ସାମ୍ନାରେ ରଖ। ଆମେ ସମସ୍ତେ ଅସୁରକ୍ଷିତ, ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି।
ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ନିନ୍ଦା କରିବା ସହ କହିଛନ୍ତି, ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନବୀନ ବାବୁ କହୁଛନ୍ତି ସାଢ ୪ କୋଟି ଓଡ଼ିଆ ମୋ ପରିବାର। ହେଲେ ତାଙ୍କ ପରିବାରରୁ କିଏ ସୁରକ୍ଷିତ ତାହା ନବୀନ ବାବୁ କହି ପାରିବେକି? ଓଡ଼ିଶାରେ ମହିଳାଙ୍କ ଉପରେ ଏଠାରେ ନିର୍ଯାତନା ବଢ଼ି ଚାଲିଛି। ପୁଲିସ୍ ଷ୍ଟେଶନରେ ଏଫଆଇଆର ହେଉନି। ତାହାର ତଦନ୍ତ ହେଉନି। ଫଳରେ ମହିଳାମାନେ ପୀଡ଼ିତା ହୋଇ ରହି ଯାଉଛନ୍ତି।
ନବ ଦାସ ମର୍ଡର କେସ୍ରେ ଅଭିଯୁକ୍ତ ଗୋପାଳ ଦାସ ପାଗଳ ବୋଲି ପ୍ରଚାର ହେଉଛି । ସେ ଯଦି ପାଗଳ, ତା’ହେଲେ ପୁଲିସ୍ ଚାକିରି କିପରି କରିଥିଲା। ତାକୁ ବନ୍ଧୁକ କିପରି ଦିଆଯାଇଥିଲା। କିଛି ଲୁଚାଇବାକୁ ଏପରି କଥା କୁହାଯାଉଛି। ଜୟନାରାୟଣ ମିଶ୍ରଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଛି। ତେଣୁ ସେ ବି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ତାଙ୍କ ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ଡି. ପୁରନ୍ଦେଶ୍ୱରୀ । ଏଥିସହ ନବ ଦାସ ମର୍ଡର କେସ୍ର ଦାୟିତ୍ୱ ନବୀନ ବାବୁ ନିଜ ମୁଣ୍ଡକୁ ନେଇ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା କଥା ବୋଲି ସେ କହିଛନ୍ତି ।
ଜୟନାରାୟଣ ମିଶ୍ରଙ୍କୁ ବିଧାନସଭାରୁ ଦୂରେଇ ରଖିବା ପାଇଁ ଏପରି ଷଡଯନ୍ତ୍ର କରାଯାଉଛି। ତାଙ୍କ ମୁହଁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରାଯାଇଛି। ନବ ଦାସ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ଜୟନାରାୟଣ ମିଶ୍ର କେସ୍ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଅରାଜକତା ବ୍ୟାପିଛି। ବିଜେପି ଏହାର ବିରୋଧ କରୁଥିବାରୁ ବିରୋଧୀ ଦଳ ନେତାଙ୍କୁ ପୁଲିସ୍ ପ୍ରଶାସନ ମାଧ୍ୟମରେ ଅପମାନିତ କରାଯାଉଛି। ପୁଲିସ୍ କ’ଣ କେବଳ ବିଜେଡିର। ପୁଲିସ୍ ପ୍ରଶାସନର ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ବିଧାନସଭା ଚଳାଇ ଦେଉ ନ ଥିବା ବେଳେ ବିରୋଧୀ ଦଳ ନେତାଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା ଚାଲିଛି। ନ୍ୟାୟ ପାଇଁ ସବୁବେଳେ ପୀଡ଼ିତଙ୍କୁ ହାଇକୋର୍ଟ ଯିବାକୁ ପଡ଼ୁଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ପୁଲିସ୍ ମାମଲା ରୁଜୁ କରୁଛି। ନଚେତ ମାମଲା ରୁଜୁ କରିବାକୁ ଧରାଛୁଆଁ ଦେଉନି ପୁଲିସ୍।
ଏନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜୟ ନାରାୟଣ ମିଶ୍ର ନବ ଦାସ ମର୍ଡର କେସ୍ରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କୁ ପ୍ରାୟୋଜିତ ଭାବେ ଫସା ଯାଉଛି। ତାଙ୍କୁ ବି ଦିନ ଦିପ୍ରହରରେ ଆକ୍ରମଣ କରାଯାଉଛି। ତାଙ୍କ ସମ୍ମୁଖରେ ମହିଳା ପୁଲିସ୍ଙ୍କୁ ରଖି ଆକ୍ରମଣ କରାଯାଉଛି । ତେଣୁ ତାଙ୍କୁ ବି ସୁରକ୍ଷା ଲୋଡ଼ା । ଏହାବାଦ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି, ତେଣୁ ମୁଖ୍ୟମନ୍ତ୍ରୀ ଇସ୍ଫଫା ଦିଅ ବୋଲି ସେମାନେ କହିଛନ୍ତି ।
ଅପରପକ୍ଷରେ ଶାସକ ଦଳ ପକ୍ଷରୁ କୁହାଯାଇଛି, ଜୟନାରାୟଣ ମିଶ୍ରଙ୍କ ନାଁରେ ୧୪ଟି କେସ୍ ଅଛି। ତାଙ୍କ ନାଁରେ ବହୁ ଅପରାଧିକ ମାମଲା ଥିବାରୁ ସେ ବିରୋଧୀ ଦଳ ନେତା ପଦରେ ରହିବା ଉଚିତ ନୁହେଁ। ତାଙ୍କୁ ତୁରନ୍ତ ଏହି ପଦରୁ ବାହାର କରାଯାଉ ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଆଣି ଗତକାଲି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ଜିଲା ବିଜେପି ମହିଳା ମୋର୍ଚ୍ଚା । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ଥିବା ଟାଉନ ଥାନା ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ। ଏହାକୁ ନେଇ ଉଭୟ ପକ୍ଷ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଆନ୍ଦୋଳନ ଚାଲିଥିବା ବେଳେ ଟାଉନ ଥାନା ଅଧିକାରୀ ସୁନୀଲ କର ମହିଳା କର୍ମୀଙ୍କ ଭିତରେ ପଶି ଅସଦାଚରଣ କରିଥିଲେ। ଆନ୍ଦୋଳନରେ ମହିଳା ଥିବା ଜାଣି ବି ପୁଲିସ୍ ମହିଳା ଫୋର୍ସ ଆଣି ନ ଥିଲା। ମହିଳା କର୍ମୀଙ୍କ କାନ୍ଧରେ ହାତ ରଖିବା ସହ ସେମାନଙ୍କ ଶରୀରର ଅନ୍ୟ ସ୍ଥାନରେ ପୁଲିସ୍ ଅଧିକାରୀ ହାତ ମାରିଥିବା ନେଇ ଅଭିଯୋଗ ହୋଇଛି ।
ମହିଳା ମୋର୍ଚ୍ଚା କର୍ମୀଙ୍କ ଅଭିଯୋଗର କିଛି ସମୟ ପରେ ପୁଲିସ୍ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ବିଜେପି କର୍ମୀଙ୍କ ଆକ୍ରମଣରେ କିଛି ପୁଲିସ୍ କର୍ମଚାରୀ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି ।
ଉଭୟଙ୍କ ପକ୍ଷଙ୍କ ଅଭିଯୋଗର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଏସ୍ପି ସୂଚନା ଦେଇଛନ୍ତି।
ଅପରପକ୍ଷେ, ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ମଧ୍ୟରେ ଠେଲାପେଲା ଘଟଣାକୁ ନେଇ ତେଜିବାରେ ଲାଗିଛି ବିବାଦ। ଆଜି ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ମହିଳା ଶାଖା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଘଟଣାରେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ମହିଳା ଶାଖା ।
ସେପଟେ ଏହି ଘଟଣାରେ ଗତକାଲି ଉଭୟ ମହିଳା ଥାନା ଅଧିକାରୀ ଓ ବିଜେପି ପକ୍ଷରୁ ଏତଲା ଦିଆଯାଇଥିଲା । ଏହାପରେ ଉତ୍ତରାଞ୍ଚଳ ପୁଲିସ ଆଇଜି ଓ ସମ୍ବଲପୁର ଏସପି ଟାଉନ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଥାନାଧିକାରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଠେଲାପେଲା ହୋଇଥିଲା ।
ଜୟନାରାୟଣ ଏହି ଘଟଣା ନେଇ କହିଛନ୍ତି ଯେ, ସେ ପ୍ରତିବାଦ ସଭାରେ ମତ ରଖି ସାରିବା ବେଳେ ଏକ ଚେୟାରରେ ବସିଥିଲେ। ଏହି ସମୟରେ ମହିଳା କର୍ମୀମାନଙ୍କୁ ପୁଲିସ ଧକ୍କା ମାରୁଥିବା ଖବର ପାଇଥିଲେ। ତେଣୁ ଚେୟାରରୁ ଉଠି ଘଟଣା ବୁଝିବାକୁ ପୁଲିସ ସାମ୍ନାକୁ ଯିବା ବେଳେ ଏହି ଥାନା ଅଧିକାରୀ ମୋର ଗୋଡ଼କୁ ଚକଟି ଦେଇ ବ୍ୟାରିକେଟିଂ ପାଇଁ ବନ୍ଧା ହୋଇଥିବା ରଶି ପାର ହୋଇଥିଲେ ଓ ପରେ ମୋତେ ଧକ୍କା ମାରିଥିଲେ। ଧକ୍କା ଖାଇବା ପରେ ରାଗରେ ତୁ’ କିଏ ବୋଲି ପଚାରିଥିଲି। ସେ ଧନୁପାଲି ଆଇଆଇସି ବୋଲି କହିଥିଲେ। ଏହି ଘଟଣା ସମୟରେ ଭିଡିଓ ସମସ୍ତଙ୍କ ପାଖରେ ରହିଛି। ପୁଲିସ ଜଣେ ଜନପ୍ରତିନିଧିଙ୍କ ଉପରକୁ ହାତ ଉଠାଇବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ମାଡ଼ ମାରିବା ପଛରେ କିଏ ରହିଛି, ତାହା ସମସ୍ତଙ୍କ ଜାଣିବା ଦରକାର।
ଅନ୍ୟପକ୍ଷରେ ଆଇଆଇସି କହିଛନ୍ତି, ‘ଯୁକ୍ତିତର୍କ ବେଳେ ଜୟନାରାୟଣ ମୋ ଗାଲକୁ ଥାପଡ଼ ମାରିଥିଲେ। ମୁଁ ନିଜର ରକ୍ଷା କରିବା ବେଳେ ତାଙ୍କୁ ବିଜେପି ସମର୍ଥକମାନେ ନେଇଗଲେ। ମୁଁ ତାଙ୍କ ଉପରକୁ ହାତ ଉଠାଇନି।’
ସମ୍ବଲପୁର ଏସ୍ପି ବି ଗଙ୍ଗାଧର କହିଛନ୍ତି, ଘଟଣା ସଂପର୍କରେ ସବିଶେଷ ତଥ୍ୟ ମଗାଯାଇଛି। ତା’ପରେ ତଦନ୍ତ କରାଯିବ। ତଦନ୍ତ ପରେ ଯିଏ ବି ଆଇନର ଉଲ୍ଲଂଘନ କରିଥିବେ, ତାଙ୍କ ଉପରେ ଆଇନ ଅନୁରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘଟଣାରେ ଧନୁପାଲି ଆଇଆଇସି ଅନିତା ପ୍ରଧାନ ଟାଉନ୍ ଥାନାରେ ଏତଲା ଦେବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ଦଫା ୩୫୩, ୩୩୨, ୩୫୪, ୨୯୪ ଓ ୫୦୦ ଧାରାରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ସମ୍ବଲପୁର ମହିଳା ବିଜେପି ପକ୍ଷରୁ ଆଇଆଇସି ଅନିତା ପ୍ରଧାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ସେ ଦୁର୍ବ୍ୟବହାର କରିଥିବା ନେଇ ଏତଲା ଦିଆଯାଇଛି।
ସୂଚନା ମୁତାବକ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଜୟନାରାୟଣଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଆଶାପାଲି ସ୍କୁଲଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲେ। ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀମାନେ ବିକ୍ଷୋଭ କରିଥିଲେ। ଏହି ସମୟରେ ବିଜେପି ନେତାମାନେ ସେମାନଙ୍କ ପ୍ରତିବାଦ ଭାଷଣ ରଖିଥିଲେ। ବିକ୍ଷୋଭ ଶେଷ ପରେ କର୍ମୀମାନେ ପ୍ରସ୍ଥାନ କରୁଥିବା ବେଳେ ଏହି ଧସ୍ତାଧସ୍ତି ଘଟଣା ଘଟିଥିଲା।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି। ଏଜି, ଜୟଦେବ ବିହାର, ପଳାଶୁଣି, ଖଣ୍ଡଗିରି ଓ ସମାନ୍ତରାପୁର ଛକ ସହିତ ଅନ୍ୟାନ୍ୟ ସ୍ଥାନରେ ଧାରଣା ଦେଇଛନ୍ତି ବିଜେପି କର୍ମୀ ଓ ନେତା। କିଛି ସ୍ଥାନରେ ବିଜେପି କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଛି।
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି ବିଜେପି। ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମଧ୍ୟ ବିଜେପି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିଜେପି ପକ୍ଷରୁ ଆଜି କେବଳ ରାଜଧାନୀରେ ଆନ୍ଦୋଳନ କରାଯାଇଥିବା ବେଳେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଆଫିସ ଆଗରେ ଆନ୍ଦୋଳନ କରାଯିବ। ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ଦଳ।
ବିଜେପିର ବରିଷ୍ଠ ନେତା ବାବୁ ସିଂହ କହିଛନ୍ତି, ଓଡ଼ିଶାରେ ଆଇନ ଶୃଙ୍ଖଳା ଅବ୍ୟବସ୍ଥା ପାକିସ୍ତାନଠୁ ଟପି ଗଲାଣି। ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଗଲାଣି। ଦିନ ଦ୍ୱିପହରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅନ୍ତୁ।
ଅନ୍ୟପକ୍ଷରେ କେନ୍ଦ୍ର ୫ କିଲୋ ମାଗଣା ଚାଉଳ କାଟିବା ଓ ଧାନ କ୍ରୟ କ୍ଷେତ୍ରରେ ବଜେଟରେ ୨୦ ହଜାର କୋଟି କମ୍ ବ୍ୟୟବରାଦ କରିବା ଭଳି ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଜି ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି। ଆସନ୍ତାକାଲି ପଂଚାୟତ ଅଫିସ୍ ଓ ୧୬ରେ ବ୍ଲକ,
ଜିଲ୍ଲାପାଳ ଅଫିସ୍ ଆଗରେ ବିକ୍ଷୋଭ କରିବ ଦଳ।
https://youtu.be/5tF9mju5AdY
ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କୁ ଟାର୍ଗେଟ କରି ତାଙ୍କ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରଥିଲେ। ଏହି ହିଂସାକାଣ୍ଡ ପାଇଁ ଦିଲ୍ଲୀ ଡେପୁଟି ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ବିଜେପିକୁ ଦାୟୀ କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଜଣେ ଆପ୍ ନେତା ସୌରଭ ଭରଦୱାଜ୍ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ହତ୍ୟା ପାଇଁ ଯୋଜନା କରିଥିବା ସେ ଅଭିଯୋଗ ଆଣିଛନ୍ତି।
ବିଜେପିର କର୍ମୀମାନେ କେଜ୍ରିୱାଲଙ୍କ ଘରେ ଭଙ୍ଗରୁଜା କରିଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବିଜେପି ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ମିଛ ବୋଲି କେଜ୍ରିୱାଲ କହିଥିବା ବିଜେପି କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସେମାନେ କେଜ୍ରିୱାଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି।
ତିନି ଜଣ ବ୍ୟକ୍ତି ଡାକ୍ତରଖାନା ଛକରେ ଥିବା ଏକ କ୍ଲିନିକ୍ ନିକଟରେ ଲୁଚି ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସେହି ବାଟ ଦେଇ ଅତିକ୍ରମ କରୁଥିବା ବେଳେ ସେମାନେ ବ୍ୟାରିକେଡ ବାହାରେ ଛିଡ଼ା ହୋଇ ଅଣ୍ଡାମାଡ଼ କରିଥିଲେ। ପୁଲିସ ସେମାନଙ୍କୁ ସଙ୍ଗେ ସଙ୍ଗେ କାବୁ କରି ନେଇଥିଲା।
ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଭିତରକୁ ଦୁଇ ଜଣ ବ୍ୟକ୍ତି ପଶି ଆସି କଳାପତାକା ଦେଖାଇଥିଲେ। ଏହା ସହିତ ସେମାନେ ‘ନବୀନ ଗୋ ବ୍ୟାକ୍’ ସ୍ଲୋଗାନ୍ ଦେଇଥିଲେ।
ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଆମେ ଅଣ୍ଡା ମାଡ଼ କରିଛୁ। ଆମେ ମଧ୍ୟ କଳାପତାକା ଦେଖାଇଛୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନକରିବା ଯାଏ ଏମିତି ବିରୋଧ କରାଯିବ। ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବମୋର୍ଚ୍ଚା ବିରୋଧ କରିବ।
ଅନ୍ୟପକ୍ଷରେ ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡାମାଡ଼ ହୋଇଥିଲେ। ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ପୁରୀ ମାଳତୀପାଟପୁର ନିକଟରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ଏହାସହ ବଳଗଣ୍ଡି ଛକରେ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ କଳାପତାକା ଦେଖାଇଥିଲେ ଓ ଗୋବର ପାଣି ପକାଇ ବଡ଼ଦାଣ୍ଡକୁ ପବିତ୍ର କରିଥିଲେ।
ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ତାଙ୍କ ପରିବାରକୁ ନ୍ୟାୟ ଦେବା ଓ ଏଥିରେ ସଂପୃକ୍ତି ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସବୁ ବିଜେଡି ନେତାଙ୍କୁ ଗାଡି ଉପରୁ ଆଣ୍ଡା ମାଡ଼ କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।
https://www.youtube.com/watch?v=8x2011hwzd4