ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
୧୦ ଆହତଙ୍କ ମଧ୍ୟରୁ ୮ ଜଣ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସେଠାରେ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ୪ ଜଣଙ୍କୁ ଅଟକ ରଖାଯାଇଛି। ଖଣ୍ଡପଡ଼ା ପୁଲିସ ଘଟଣାର ତଦନ୍ତ କରୁଛି।
ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟାରେ ଶିବଶଙ୍କର ପୁଅ ଦେହ ଖରାପ ଥିବାରୁ ନିଜ କାରରେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍କୁ ନେଇ ଚିକିତ୍ସା ପରେ ଘରକୁ ଫେରୁଥିଲେ। ବଡ଼ ମଠ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଚି ରହିଥିଲେ। ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।
ଏନେଇ ଗୋଷଣିନୁଆଗାଁ ଥାନାରେ ଅଭିଯୋଗ ହୋଇଛି। ତେବେ ପୂର୍ବରୁ ମଧ୍ୟ ଶିବଶଙ୍କରଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା।
ତେବେ ଗତ କିଛି ଦିନ ହେଲା ପୁଣି ଥରେ ଶିବ ଶଙ୍କର ଦାସ ରାଜନୀତିରେ ଆକ୍ଟିଭ ହେବା ଦେଖି କିଛି ଲୋକ ଅସହ୍ୟ ହୋଇ ଏଭଳି କରି ଥାଇ ପାରନ୍ତି ବୋଲି ସେ କହିଛନ୍ତି।
ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଛି।
ତେବେ ବିଧାୟକଙ୍କ ଅଫିସ୍ ପରିସରରରେ ବୋମାଟିକୁ କିଏ ପକାଇଲା, ଏହା ପଛରେ କ’ଣ କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।
ଗତକାଲି ପ୍ରାୟ ୫ଶହରୁ ଅଧିକ ଇମ୍ରାନଙ୍କ ସମର୍ଥକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଲାହୋରସ୍ଥିତ ଘର ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହ କ୍ୟାମ୍ପସ୍ ଭିତରକୁ ୩ଟି ପେଟ୍ରୋଲ ବୋମା ଫିଙ୍ଗିଥିଲେ। ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଉକ୍ତ ବାସଗୃହରେ ଉପସ୍ଥିତ ନ ଥିବା ବେଳେ କେବଳ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ସେଠାରେ ଥିବା ଏକ ପୁଲିସ୍ ପୋଷ୍ଟକୁ ଜାଳି ଦେଇଛନ୍ତି।
ଖବର ପାଇ ବହୁ ସଂଖ୍ୟାରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବାରୁ ଘଟଣାସ୍ଥଳରୁ ପିଟିଆଇ କର୍ମୀ ସେଠାରୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ବିକ୍ଷୋଭକାରୀମାନେ ଏଯାବତ ୧୪ ସରକାରୀ ପ୍ରତିଷ୍ଠାନକୁ ଜାଳି ସାରିଥିବା ବେଳେ ୨୧ଟି ପୁଲିସ୍ ଗାଡ଼ିକୁ ଜାଳି ସାରିଛନ୍ତି।
ଦେଶରେ ଶାନ୍ତି ଫେରାଇ ଆଣିବାକୁ ପାକିସ୍ତାନ ରାଜଧାନୀ ଇସଲାମବାଦ, ପଞ୍ଜାବ, ବାଲୁଚିସ୍ତାନ, ରାଓଲପିଣ୍ଡି, କରାଚୀ, କ୍ୱେଟା ଆଦି ବହୁ ସ୍ଥାନରେ ସେନା ମୁତୟନ ହୋଇଥିବା ସତ୍ତ୍ୱେ ସ୍ଥିତି ନିୟନ୍ତ୍ରଣକୁ ଆସିନି।
ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିବା ପରଠୁ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନେ ମୁଖ୍ୟତଃ ସେନାର ସମ୍ପତ୍ତିକୁ ଟାର୍ଗେଟ କରୁଛନ୍ତି। ହେଲେ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବନି ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ସେନା ଅତ୍ୟନ୍ତ ଧୈର୍ଯ୍ୟ, ସହନଶୀଳତାର ସହ କାମ କରୁଛି। ତେଣୁ ସେନାର ଧୈର୍ଯ୍ୟର ପରୀକ୍ଷା ନ ନେବାକୁ ବିକ୍ଷୋଭକାରୀଙ୍କୁ ସେନା ମୁଖ୍ୟ ଚେତାବନୀ ଦେଇଛନ୍ତି।
ଏଥିସହ ସେ କହିଛନ୍ତି, ସେନା ଉପରେ ତଥା ଦେଶର ସମ୍ପତ୍ତିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଇମ୍ରାନ ଖାନଙ୍କ ଗିରଫଦାରୀ ପରଠୁ ତାଙ୍କ ରାଜନୀତିକ ଦଳ ପିଟିଆଇ ସମଗ୍ର ଦେଶରେ ଲଙ୍କାକାଣ୍ଡ ଘଟାଇଛି। ତାଙ୍କ ହଜାର ହଜାର ସମର୍ଥକ ଆର୍ମି ମୁଖ୍ୟାଳୟକୁ ପଥର ମାଡ଼ କରିବା ସହ ଲାହାରୋ କ୍ୟାଣ୍ଟନମେଣ୍ଟରେ ଥିବା କ୍ରପ୍ସ କମାଣ୍ଡମାନଙ୍କ ଘର ଭିତରକୁ ପ୍ରବେଶ କରି ଲଙ୍କାକାଣ୍ଡ ଘଟାଇଥିଲେ। ଏପରିକି ସେମାନେ ଲାହୋରଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
ମିଆଁମାରର ସାଗାଇଙ୍କ ପ୍ରଦେଶର ପାଜିଗି ଗାଁରେ ଗତକାଲି ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ଆକାଶ ମାର୍ଗରୁ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ଏପରିକି ତୁହାକୁ ତୁହା ବମ୍ ବର୍ଷା ହେବାରୁ ଲୋକେ ନିଜ ଜୀବନ ବଞ୍ଚାଇବାକୁ ସମୟ ପାଇପାରି ନ ଥିଲେ। ଫଳରେ ଶତାଧିକ ଲୋକ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ। ଫଳରେ ଯେଉଁ ସ୍ଥାନ କ୍ଷଣକ ପୂର୍ବରୁ କୋଳାହଳରେ ଫାଟି ପଡ଼ୁଥିଲା, ତାହା ସାଙ୍ଗେ ସାଙ୍ଗେ ଶ୍ମଶାନରେ ପରିଣତ ହୋଇଗଲା।
ମିଳିତ ଜାତିସଂଘର ମାନବଧିକାର ଅଧିକାର କମିଶନର ଭୋଲକର ତୁର୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଏୟାର ଷ୍ଟ୍ରାଇକର ଏହି ରିପୋର୍ଟ ଖୁବ୍ ଚିନ୍ତାଜନକ । ଘଟଣାସ୍ଥଳର ଭୟଙ୍କର ଚିତ୍ର ଦେଖିଲେ ଏପରି ଲାଗୁଛି ଯେପରି ସେଠାରେ ସ୍କୁଲ ପିଲାମାନେ ନାଚୁଥିବା ବେଳେ ଅନ୍ୟ ସାଧାରଣ ନାଗରିକ ତାହାକୁ ଉପଭୋଗ କରୁଥିଲେ।
ମିଆଁମାର ସାମରିକ ସରକାରଙ୍କ ମୁଖପାତ୍ର ମେଜର ଜେନେରାଲ ଜା ମିନ ଟୁନ୍ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବିବୃତ୍ତିରେ ଏହି ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି। ବିଦ୍ରୋହୀ ଗୋଷ୍ଠୀ କାର୍ଯ୍ୟାଳୟର ଉଦଘାଟନ ସମୟରେ ଏହି ଆକ୍ରମଣ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ସରକାରୀ ବିରୋଧୀ ବାହିନୀ ଆତଙ୍କବାଦୀ ଅଭିଯାନ ଚଳାଇଥିବା ବେଳେ ସେନା ଏପରି ଆକ୍ରମଣ କରିଥିବା ସେ ସଫେଇ ଦେଇଛନ୍ତି। ଏହି ସାମରିକ ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।
୨୦୨୧ ମସିହାରେ ମିଆଁମାର ସେନା କ୍ଷମତାସୀନ ସାନ ସୁ ଚୀ ଙ୍କ ନିର୍ବାଚିତ ସରକାରକୁ ହଟାଇ ଶାସନ କ୍ଷମତାକୁ ଅକ୍ତିଆର କରିଥିଲା। ଏହାକୁ ବିରୋଧ କରୁଥିବା ସଙ୍ଗଠନ ତଥା ବ୍ୟକ୍ତିବିଶେଷଙ୍କୁ ନିପାତ କରିବାକୁ ସେନା ବିଭିନ୍ନ ସମୟରେ ଦମନଲୀଳା ଚଳାଉଛି। ସେନା ବିରୋଧରେ ମୁହଁ ଫିଟାଇ ଏଯାବତ ମିଆଁମାରର ୩ ହଜାରରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।
କାର୍ତ୍ତିକ ଜଣେ ଟ୍ରକ୍ ମାଲିକ। ଗାଁ ଛକରେ ଟ୍ରକରେ କାମ କରୁଥିବା ମଜୁରୀଆମାନଙ୍କୁ ମଜୁରୀ ଦେଇ ସେ ଘରକୁ ଆସିବାକୁ ବାହାରୁଥିବା ବେଳେ ପଛପଟୁ କାଳିଆ ପାତ୍ର ଓ ଏମ ମହେଶ ଦୋରା ଏକ ବାଇକରେ ଆସିଥିଲେ। କାଳିଆ ଧରିଥିବା ବୋମା କାର୍ତ୍ତିକଙ୍କୁ ମାରିଥିଲା।
ଏହି ସମୟରେ କଳିଆ ହାତରେ ବୋମାଟି ଫୁଟି ଯାଇଥିଲା। ଏଥିସହ ବୋମା ମାଡ଼ରେ କାର୍ତ୍ତିକଙ୍କ ପିଠିରେ କ୍ଷତ ହେବା ସହ ତାହା ଛିଟିକି ଯାଇ କାଳିଆର ବାଇକ୍ ପଛରେ ବସିଥିବା ମହେଶଙ୍କ ମୁହଁରେ ମାଡ଼ ହୋଇଥିଲା।
କାଳିଆର ହାତ ଛିଡ଼ି ଯାଇଥିବା ବେଳେ ମହେଶର ଗୋଟିଏ ପାଖ ଗାଲ ଛିଡ଼ି ଯାଇଛି। ତେଣୁ ତିନିହେଁ ଗୁରୁତର ହୋଇଛନ୍ତି। ସମସ୍ତେ ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି।
ଦାଦା ବଟି ନ ଦେବାରୁ ଏଭଳି ବୋମାମାଡ଼ ହୋଇଥିବା କାର୍ତ୍ତିକ ଅଭିଯୋଗ କରିଛନ୍ତି।
https://www.youtube.com/watch?v=d-_VU4rtIEc