ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କରିଶ୍ମା ରାଉତ। ଉଭୟ ଉଚ୍ଚ ଶିକ୍ଷିତ। ଖଣ୍ଡଗିରି ଥାନା ଯଦୁପୁର ଗାଁରେ ଏକ ଘର ଭଡ଼ା ନେଉ ରହୁଥିଲେ। ଉଭୟ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରୁଥିଲେ। ହେଲେ ସେମାନଙ୍କ ପେଶା ପାଲଟିଥିଲା ବ୍ରାଉନ୍ସୁଗର ବେପାର। ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ଦୁଇ ସୁନ୍ଦରୀ ଧଳା ଜହର କାରବାରରେ ଲିପ୍ତ ରହୁଥିଲେ। ସେମାନେ ନିଜେ ଖାଇବା ସହିତ ବେପାରରେ ଲିପ୍ତ ରହୁଥିଲେ। ରାଜଧାନୀର ଏକ ବ୍ରାଉନ୍ସୁଗର ବେପାରୀଠାରୁ ଆଣି କାରବାର କରୁଥିଲେ।
ବ୍ରାଉନ୍ସୁଗର କାରବାର ସମ୍ପର୍କରେ ଖବର ପାଇ କମିଶନରେଟ୍ ପୁଲିସ୍ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ମିଳିତ ଭାବେ ଶୁକ୍ରବାର ଉକ୍ତ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ୨୬୫ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ପ୍ରଜ୍ଞା ଓ କରିଶ୍ମାଙ୍କୁ ଗିରଫ କରିଥିଲା। ଉଭୟଙ୍କଠାରୁ ପୁଲିସ୍ ୩ଟି ମୋବାଇଲ୍ ଓ ଗୋଟିଏ ଲାପ୍ଟପ୍ ଜବତ କରିଥିଲା। ବ୍ରାଉନ୍ସୁଗର ଯୋଗାଉଥିବା କିଙ୍କପିନ୍ଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି କମିଶନରେଟ୍ ପୁଲିସ୍।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, କଟକ ଓ ଭୁବନେଶ୍ୱରରେ ସେଫ୍ ସିଟି ଡ୍ରାଇଭ୍ ଚାଲିଛି। ଏହି କାର୍ଯ୍ୟ ଆଗକୁ ମଧ୍ୟ ଚାଲୁ ରହିବ। ଚଳିତବର୍ଷ ଆଜି ସୁଦ୍ଧା କମିଶନରେଟ୍ ପୁଲିସ୍ ଓ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଭୁବନେଶ୍ୱର ଅଞ୍ଚଳରୁ ୯୮୪ ଗ୍ରାମ ବ୍ରାଉନ୍ସୁଗର ଓ ୫୪୩ କିଗ୍ରା ଗଞ୍ଜେଇ ଜବତ କରିଛି। ୨୦୨୩ ମସିହାରେ ଭୁବନେଶ୍ୱରରୁ ପ୍ରାୟ ୩ କିଗ୍ରା ବ୍ରାଉନ୍ସୁଗର ଓ ୨୬ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା।
ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ମୁର୍ଶିଦାବାଦର ଈଶ୍ୱର ମାହାରା ଓ ବୁଧୁ ରାୟ। ସେମାନଙ୍କଠାରୁ ନଗଦ ୨ ଲକ୍ଷ ଟଙ୍କା ସହିତ ଗୋଟିଏ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଦ୍ୱୟ ମୁର୍ଶିଦାବାଦରୁ ବ୍ରାଉନ୍ ସୁଗର ଆଣି ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ। ବାଟରେ ସେମାନେ ଭଦ୍ରକରେ କିଛି ବ୍ରାଉନ ସୁଗର ବିକ୍ରି କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ କଟକର କାଳିଆ ବୋଦା ନିକଟରେ ଛକି ରହିଥିଲେ। ସେଠାରେ ବ୍ଳକିଂ ଓ ଚେକିଂ ଚାଲିଥିଲା ବେଳେ ଏହି ଅଭିଯୁକ୍ତମାନେ ଧରାପଡ଼ିଥିଲେ। ସେମାନଙ୍କଠାରୁ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।
ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, ସେମାନେ ମୁର୍ଶିଦାବାଦରୁ ଯେଉଁ ବ୍ରାଉନ୍ ସୁଗର ଆଣିଥିଲେ, ସେଥିରୁ ବାଟରେ କିଛି ବିକ୍ରି କରିଥିଲେ। ସେଥିରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ମିଳିଥିଲା। ସେହି ଅର୍ଥକୁ ଜବତ କରାଯାଇଛି। ଏହି ଘଟଣାର ତଦନ୍ତ ଚାଲିଛି। ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ପୁଣି ଜେରା କରାଯିବ।
ଖୋର୍ଦ୍ଧା ଜେଲରେ ଏବେ ପ୍ରାୟ ୯୫ ଜଣ ବ୍ରାଉନସୁଗର ମାଫିଆ ଅଛନ୍ତି। ସେମାନେ ଜେଲରେ ରହି ଏହି କାରବାର କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ପୂର୍ବରୁ ଜେଲ ଭିତରୁ ୨୦ରୁ ଅଧିକ ମୋବାଇଲ ଜବତ ହୋଇଥିବା ବେଳେ ସୋମବାର ରାତିରେ ପୁଣି ଏକ ମୋବାଇଲ ଜବତ ହୋଇଥିଲା। ଏହି ମୋବାଇଲ ଫୋନ ଆଧାରରେ ଖୋର୍ଦ୍ଧା ଟାଉନ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସହର ଭିତରେ ଚାଲିଥିବା ବ୍ରାଉନସୁଗର କାରବାରର ପର୍ଦ୍ଦାଫାସ କରିଛି। ଖୋର୍ଦ୍ଧା ଜେଲର ଭୌଗୋଳିକ ସ୍ଥିତି ଏବଂ ସୀମିତ କର୍ମଚାରୀଙ୍କ ଯୋଗୁ ବ୍ରାଉନସୁଗର ମାଫିଆ ମାନଙ୍କ ପାଇଁ ଏହି ନେଟୱର୍କ ଚଳାଇବା ସୁବିଧା ହେଉଥିବା ଜେଲର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ଅନ୍ୟପକ୍ଷରେ ସହରବାସୀ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ଖୋର୍ଦ୍ଧା ପୁଲିସ ବ୍ରାଉନସୁଗର କାରବାର କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣେଇଥିବା କହିଛି। କେବଳ ସେତିକି ନୁହେଁ, ଅଭିଯୁକ୍ତମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି।
ରିପୋର୍ଟ– ଖୋର୍ଦ୍ଧାରୁ ବଳରାମ ଲେଙ୍କା
ତାଳବଣିଆ ହେଲିପ୍ୟାଡ୍ ନିକଟରେ ବ୍ରାଉନ ସୁଗାର କାରବାର ଚାଲୁଥିବାର କୌଣସି ସୁତ୍ରରୁ ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ସେଠାରୁ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବାଇକ୍ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଆଜି ପୁରୀ ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ତେବେ ଘଟଣାସ୍ଥଳରୁ ଗ୍ରାହାକ ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ ପୁଲିସ ଚଢ଼ାଉ ଜାରୀ ରଖିଛି। ପୁରୀ ସହରରେ ନିଶା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରୀ ରହିବ ବୋଲି ଏସପି କହିଛନ୍ତି।
ଗିରଫ ଯୁବକଙ୍କ ନାଁ ସୁଜିତ କୁମାର ମହାନ୍ତି (୨୪)। ତାଙ୍କ ଘର ନିମାପଡ଼ା ଥାନା ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ସେ ବ୍ରାଉନ୍ସୁଗର ଧରି ନିମାପଡ଼ା ସ୍ଥିତ ଏକ ପେଟ୍ରୋଲ ପମ୍ପ ପାଖରେ ଥିବା ବେଳେ ଏସ୍ଟିଏଫ୍ ଚଢ଼ାଉ କରି ତାଙ୍କୁ ଧରିଥିଲା। ସୁଜିତଙ୍କଠାରୁ ୧ କେଜି ୬୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଏହା ସହିତ ତାଙ୍କୁ ଗିରଫ କରାଯାଇଥିଲା।
ନର୍କୋଟିକ୍ ଡ୍ରଗ୍ସ ବିରୋଧରେ ଏସ୍ଟିଏଫ୍ର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ରୁ ଆଜି ପର୍ଯ୍ୟନ୍ତ ଏସ୍ଟିଏଫ୍ ୭୫ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ କରିଥିବା ବେଳେ ୨୦୨ ଗ୍ରାମ କୋକେନ୍,୧୧୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ୩ କେଜି ୬୩୦ ଗ୍ରାମ ଓପିୟମ ଜବତ କରିଛି। ଏହି ସବୁ ମାମଲାରେ ଏସ୍ଟିଏଫ୍ ୧୮୫ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଗତ ବର୍ଷକ ମଧ୍ୟରେ ଏସ୍ଟିଏଫ୍ ଜବତ କରିଥିବା ବ୍ରାଉନ୍ ସୁଗରରୁ ୬୨ କେଜିରୁ ଅଧିକ ନଷ୍ଟ କରିସାରିଛି।
ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ। ସେଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରଙ୍ଗୀନ ରାତିରେ ଉତ୍ସାହ ଭରିବା ପାଇଁ ରାଜଧାନୀ ଆସୁଥିଲା ବ୍ରାଉନ୍ସୁଗର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସୁଥିଲା ଏହି ବ୍ରାଉନ୍ସୁଗର। ଜଳେଶ୍ୱର ଅଞ୍ଚଳର ଆଜମିର ଖାଁ ଓ ବସ୍ତା ଅଞ୍ଚଳର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍ସୁଗର ଧରି ରାଜଧାନୀ ଆସୁଥିଲେ। ସିଆର୍ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି ଛିଡ଼ା କରି ଡିଲ୍ କରୁଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ର ଟିମ୍ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗାଡ଼ିରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ଗୋଟିଏ ବୋଲେରୋ ଜବତ ହୋଇଛି। ବ୍ରାଉନ୍ସୁଗର କାରବାର ଅଭିଯୋଗରେ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନଙ୍କୁ ଗିରଫ କରିଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି।
ପୁଲିସ କମିଶନରଙ୍କ କହିବା ଅନୁସାରେ ମେ' ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ। ତା’ପରଠାରୁ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଆଜି ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରିଛି। ୬୧ ମାମଲା ରୁଜୁ କରିଛି। ସେଥିରେ କଟକରେ ୯ଟି ମାମଲା ରହିଛି। ଆଗକୁ ଅପରେସନ୍ ହ୍ୱାଇଟ୍ସ ସ୍ପାଇଡର’ ଜୋରଦାର କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।
ଗିରଫ ଡାକ୍ତରଙ୍କ ନାଁ ନିଗମା ନନ୍ଦ ଖଟୁଆ (୨୮)। ସେ ଯାଜପୁର ଥାନା ଅଞ୍ଚଳରେ ମହାବୀର ନଗରରେ ଏକ କ୍ଲିନିକ୍ କରିଛନ୍ତି। ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଥାନା ଅନ୍ତର୍ଗତ ସୁନ୍ଦେରେଇମୁହାଁର ସନ୍ଦୀପ ମଲ୍ଲିକ (୨୮) ଓ ସିଦ୍ଧେଶ୍ୱରର ରକ୍ଷାକର ଦୀକ୍ଷିତ (୨୭)।
ଯାଜପୁର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ଯେ ଗତକାଲି ସନ୍ଧ୍ୟାରେ ଚଢ଼ାଉ ବେଳେ ସନ୍ଦୀପ ମଲ୍ଲିକ ଓ ରକ୍ଷାକର ଦୀକ୍ଷିତଙ୍କଠାରୁ ବ୍ରାଉନସୁଗର ଜବତ କରାଯାଇଥିଲା। ସନ୍ଦୀପଙ୍କ ଠାରୁ ୧୨.୪ ଗ୍ରାମ ଓ ରକ୍ଷାକରଙ୍କଠାରୁ ୧୨.୮ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା।
ଏସ୍ଡିପିଓ କହିଛନ୍ତି, ଏହି ଦୁଇ ଜଣଙ୍କୁ ପଚରାଉଚରା ବେଳେ ଦାନ୍ତ ଡାକ୍ତର ନିଗମା ନନ୍ଦ ଖଟୁଆଙ୍କ ନାଁ ସାମ୍ନାକୁ ଆସିଥିଲେ। ସନ୍ଦୀପ ଓ ରକ୍ଷାକରଙ୍କ କହିବା ଅନୁଯାୟୀ, ଦାନ୍ତ ଡାକ୍ତର ବାହାରୁ ବ୍ରାଉନ୍ସୁଗର ଆଣୁଥିଲେ। ସେ ବହୁ ପରିମାଣରେ ବ୍ରାଉନ୍ସୁଗାର ବାହାରୁ ଆଣି ସେମାନଙ୍କୁ ବିକ୍ରି କରିବା ପାଇଁ ଅଳ୍ପ ଅଳ୍ପ ଦେଉଥିଲେ। ସେ ଏଠାରେ ବ୍ରାଉନ୍ସୁଗରର ଏକ ରାକେଟ ଚଲାଇଥିଲେ।
ଦୀର୍ଘ ଦିନ ଧରି ଦାନ୍ତ ଡାକ୍ତର ନିଗମା ନନ୍ଦ ଖଟୁଆ ବ୍ରାଉନ୍ସୁଗର ବେପାର କରି ଆସିଥିବା ବେଳେ ଆଉ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି, ତାହା ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।
ଯାଜପୁରରୁ ସଞ୍ଜୀବ ନାୟକଙ୍କ ରିପୋର୍ଟ
ଭୋଗରାଇ ପାରୁଳିଆ ଗାଁର ରବୀନ୍ଦ୍ର ଦଳାଇ ବ୍ରାଉନ୍ସୁଗର କାରବାର କରୁଥିଲା। ଆଜି ସେ ବ୍ରାଉନ୍ସୁଗର ଧରି ନିଜର ସାଥୀ ସହ ବାଇକ୍ରେ ପଶ୍ଚିମବଙ୍ଗ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ୱର ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ଭୋଗରାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ ୫୭ ନମ୍ୱର ରାଜ୍ୟ ରାଜପଥର ପାଣିସାହି ବ୍ରିଜ୍ ପାଖରେ ଜଗି ରହିଥିଲା।
ରବୀନ୍ଦ୍ର ଓ ତାଙ୍କ ସାଥୀ ବାଇକ୍ରେ ଯାଉଥିବା ବେଳେ ସାଦା ପୋଷାକରେ ଥିବା ଅବକାରୀ ଟିମ୍ ସେମାନଙ୍କୁ ଅଟକାଥିଲା। ମାତ୍ର ସେମାନେ ପଳାଇ ଯାଉଥିବା ବେଳେ ଅବକାରୀ ବିଭାଗ ରବୀନ୍ଦ୍ରଙ୍କୁ ମାଡ଼ି ବସିଥିଲା। ହେଲେ ତାଙ୍କ ସାଥୀ ସେଠାରୁ ଚମ୍ପଟ ମାରିଥିଲା। ଅବକାରୀ ବିଭାଗ ତା’ଠାରୁ ୧୧୫ ଗ୍ରାମ ବ୍ରାଉନ୍ ସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଜାରି ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ପାଇନି। ସେପଟେ ରବୀନ୍ଦ୍ରର ଜନ୍ମ କୁଣ୍ଡଳି ଘାଣ୍ଟୁଛି ଅବକାରୀ ବିଭାଗ। ସେ କେତେଦିନ ଧରି ଧଳା ଜହର କାରବାର କରୁଥିଲା? କେଉଁଠୁ ଆଣି କେଉଁ ଅଞ୍ଚଳରେ ବିକ୍ରି କରୁଥିଲା? ତାଙ୍କର ସହଯୋଗୀଙ୍କ ନାଁ କଣ? ଏମିତି ବିଭିନ୍ନ ଦିଗରୁ ଅବକାରୀ ବିଭାଗ ତଦନ୍ତ ଚଳାଇଛି।
ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ
ଅବକାରୀ ମନ୍ତ୍ରୀ ଶ୍ରୀ ପାତ୍ର ଲିଖିତ ଉତ୍ତରରେ ଦେଇଥିବା ତଥ୍ୟ ଅନୁସାରେ, ୨୦୧୮-୧୯ ମସିହାରେ ରାଜ୍ୟରେ ୭୮୪୪.୬୮ କିଲୋଗ୍ରାମ ଗଞ୍ଜେଇ ଓ ୪.୫୭୧ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ଏନଡିପିଏସ୍ ମାମଲାରେ ମୋଟ ୫୪୫ଟି କେସରେ ୫୭୯ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ୨୦୧୯-୨୦ ମସିହାରେ ରାଜ୍ୟରେ ମୋଟ ୮୫୨୬.୫୨କିଲୋଗ୍ରାମ ଗଞ୍ଜେଇ ଓ ୨.୯୬୩ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ମୋଟ ୪୦୨ଟି ଏନଡିପିଏସ୍ ମାମଲାରେ ୪୪୦ଜଣଙ୍କୁ ଗିରଫ କରାଯାଇଥିଲା । ତେବେ କୋଭିଡ୍ ମହାମାରୀ ବର୍ଷରେ ୨୦୨୦-୨୧ ମସିହାରେ ମୋଟ ୧୭୦୨୧.୯୭ କିଲୋଗ୍ରାମ(୧୭୦କ୍ୱିଣ୍ଟାଲ) ଗଞ୍ଜେଇ ଓ ୩.୮୩୬ କିଲୋ ବ୍ରାଉନସୁଗର ଜବତ ହୋଇଥିଲା ଏବଂ ଏଥିପାଇଁ ୩୮୧ଟି ମାମଲା ରୁଜୁ ହୋଇ ୩୯୮ଜଣଙ୍କୁ ଗିରଫ କରାଯାଇଥିଲା ।
୨୦୨୧-୨୨ ମସିହାରେ ଜବତ ପରିମାଣ ଅଚାନକ ବୃଦ୍ଧି ପାଇଥିଲା । ୬୮୬ଟି ମାମଲାରେ ୭୬୯ଜଣଙ୍କୁ ଗିରଫ କରାଯାଇଥିଲା ତଥା ୩୦୧.୩୬ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ୧୧.୬୬୨ କିଲୋଗ୍ରାମ ବ୍ରାଉନସୁଗର (ପୂର୍ବବର୍ଷଗୁଡ଼ିକର ରେକର୍ଡ ଭାଙ୍ଗି) ଜବତ ହୋଇଥିଲା । ୨୦୨୨-୨୩ ମସିହାରେ ମୋଟ ୪୧୩.୩୦କ୍ୱିଣ୍ଟାଲ ଗଞ୍ଜେଇ ଓ ୩୨.୫୧୨ କିଲୋ ବ୍ରାଉନସୁଗର ଜବତ ହୋଇଥିଲା । ମୋଟ ୧୯୪୯ଟି ମାମଲାରେ ୨୨୩୨ଜଣଙ୍କୁ ଗିରଫ ହୋଇଛି ।
ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ଅଗଷ୍ଟ ମାସ ଶେଷ ସୁଦ୍ଧା ମୋଟ ୨୧୯.୫୮କ୍ୱିଣ୍ଟାଲ ଗଞ୍ଜେଇ ଓ ୧୭.୬୨୮ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୮୩୫ଟି ମାମଲାରେ ୯୯୦ଜଣଙ୍କୁ ଗିରଫ କରାଯାଇଛି ।
ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାକୁ ଏତେ ପରିମାଣର ବ୍ରାଉନସୁଗାର କିଭଳି ଆସୁଛି ଓ ଏହା ଉପରେ ଅଙ୍କୁଶ ଲଗାଇବାରେ ଉଭୟ ପୁଲିସ ଓ ଅବକାରୀ ବିଭାଗ କିଭଳି ସକ୍ଷମ ହେଉନାହାନ୍ତି । ବିଗତ ୩ବର୍ଷ ଧରି ଜବତ ହେଉଥିବା ବ୍ରାଉନସୁଗାର ପରିମାଣ ଦେଖିଲେ ରାଜ୍ୟର ପ୍ରାୟତଃ ଅଧିକାଂଶ ଜିଲ୍ଲା ନିଶାମାଫିଆଙ୍କ କବଜାକୁ ପଳାଇଥିବା ଭଳି ଜଣାପଡ଼ୁଛି । ଯଦି ରାଜ୍ୟକୁ ଅଧିକ ପରିମାଣର ବ୍ରାଉନସୁଗାର ଆମଦାନୀ ହେଉନଥାନ୍ତା ତା’ହେଲେ ସେଗୁଡ଼ିକ ଜବତ ମଧ୍ୟ ହୁଅନ୍ତା ନାହିଁ ।
ବିଶେଷକରି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଛି । ଏସବୁ ଜିଲ୍ଲାଗୁଡ଼ିକର ଏହି ନିଶା କାରବାର ବୃଦ୍ଧି ହେଉଥିଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାରେ ଅବକାରୀ ବିଭାଗ କିମ୍ବା ପୁଲିସ ବିଭାଗ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି ।
ଅବଶ୍ୟ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ,ରାଜ୍ୟରେ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ବେଆଇନ ନିଶା କାରବାର ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଲଟି ଡିସପ୍ଲିନାରୀ ସ୍କ୍ୱାର୍ଡ(ଏମଡିଏସ) ଗଠନ କରାଯାଇ ଅବକାରୀ ଚଢ଼ାଉ ଜାରି ରହିଛି । ରାଜ୍ୟ ବାହାରୁ ଯେପରି ଚୋରା ମାଦକଦ୍ରବ୍ୟ ନ ଆସିବ ସେଥିପ୍ରତି ଦୃଷ୍ଟି ଦିଆଯାଇ ରାଜ୍ୟର ସୀମାନ୍ତ ଅଂଚଳରେ ଜିଲ୍ଲା ଅବକାରୀ ସଂସ୍ଥା ଓ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ସଂସ୍ଥା ଦ୍ୱାରା ତୀକ୍ଷ୍ଣ ନଜର ରଖାଯାଇ, ଧରପଗଡ଼କୁ ସଶକ୍ତ କରାଯାଉଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅବକାରୀ ରାଜସ୍ୱ ସଂଗ୍ରହ କରିବା ନିଶା ଯୋଗୁ ୨୦୧୨ ମସିହାରେ ରାଜ୍ୟକୁ ମିଳିଥିବା ୧୩୭୯.୯୧କୋଟି ଟଙ୍କାର ରାଜସ୍ୱ ୨୦୨୨-୨୩ ଆର୍ଥିକ ବର୍ଷରେ ୩୬୮% ବୃଦ୍ଧି ପାଇ ମୋଟ ୬୪୫୫ କୋଟି ଟଙ୍କାରେ ପହଂଚିଛି । ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଅବକାରୀ ରାଜସ୍ୱରୁ ସରକାର ପ୍ରାୟ ୭୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।
ରାଜଧାନୀରେ କାୟା ବିସ୍ତାର କରୁଥିବା ଧଳା ଜହର ବେପାର ମୁଖ୍ୟ ଖଳନାୟକ ହେଉଛି ପପୁ। ସେ ପଶ୍ଚିମବଙ୍ଗରୁ ପୁଡିଆ ଆଣୁଥିଲା, ଭୁବନେଶ୍ୱରରେ କାରବାର କରୁଥିଲା। ଟାର୍ଗେଟରେ ଥିଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ଧଳା ଜହର ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲା ପପୁ। ସେହି ପଇସାରେ ଅୟସ୍ କରୁଥିଲା। ଦାମୀ ଗାଡି ଚଢୁଥିଲା ଓ ସୁନ୍ଦର ସୁନ୍ଦର ତରୁଣୀଙ୍କ ପଛରେ ଟଙ୍କା ଉଡାଉଥିଲା। ବାର ଡ୍ୟାନ୍ସରଙ୍କ ସହ ମଜାମଜଲିସ୍ କରୁଥିଲା। ଏକଦମ୍ ବିନ୍ଦାସ୍ ଲାଇଫ ଜିଉଁଥିଲା ପପୁ। ପ୍ରୟ ଦୁଇ ବର୍ଷ ପରେ ପୁଲିସ୍ ଜାଲରେ ପଡ଼ିଛି ପପୁ। ତା’ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର କରିଛି ପୁଲିସ।
୨୦୨୧ ଅଗଷ୍ଟ ୧୪ ତାରିଖରେ କମିଶନରେଟ୍ ପୁଲିସ୍ ୫୦୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ସେହି ମାମଲାରେ ପୁଲିସ୍ ପିଙ୍କି ଦାସ ଓ ତା’ର ସହଯୋଗୀ ବିଶ୍ୱରଂଜନ ରାଉଳକୁ ଗିରଫ କରିଥିଲା। ହେଲେ ପୁଲିସକୁ ଚକମା ଦେଖାଇ ଖସି ଯାଇଥିଲା ପିଙ୍କିଙ୍କ ସ୍ୱାମୀ ପପୁ। ଧରା ପଡ଼ିଯିବା ଭୟରେ ପପୁ ପ୍ରତିଦିନ ଠିକଣା ବଦଳାଉଥିଲା। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି(ସ୍ପେଶାଲ କ୍ରାଇମ ୟୁନିଟ) ସଞ୍ଜୀବ ଶତପଥୀ।
ସେପଟେ ପୂର୍ବରେ ବାଲେଶ୍ଵରରେ ପୁଲିସର ବାରମ୍ବାର ଚଢ଼ଉ ପରେ ଏବେ ବଦଳିଛି ଧଳା ଜହର ଡିପୋ ଠିକଣା। ଏବେ ପଶ୍ଚିମବଙ୍ଗ ଦୀଘାରୁ ଅପରେଟ ହେଉଛି ସିଣ୍ଡିକେଟ। ଅନ୍ଲାଇନ୍ରେ ହେଉଛି ଟଙ୍କା କାରବାର। ମାଲ ଆସୁଛି ଲାଇନ୍ ଟ୍ରକରେ। ଇ- କମର୍ଶ କମ୍ପାନୀ ନାଁରେ ପ୍ୟାକେଟ ଯୋଗେ ପଠା ଯାଉଛି ମାଲ। ସ୍ୱତନ୍ତ୍ର କୋଡ୍ ମାଧ୍ୟମରେ ଭୁବନେଶ୍ୱରରେ ରିସିଭ ହେଉଛି ଧଳା ଜହର ପ୍ୟାକେଟ।
ଗିରଫ ନିଶା ବେପାରୀଙ୍କ ନାଁ ସରୋଜ ପ୍ରଧାନ। ତାଙ୍କ ଘର ସେହି କୁକୁଡ଼ାଙ୍ଗ ଗାଁରେ।
ଅନୁଗୋଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ କହିଛନ୍ତି, ଆମର ଏକ ମୋବାଇଲ ଟିମ୍ ଆଜି କୁକୁଡ଼ାଙ୍ଗ ଅଞ୍ଚଳରେ ଡ୍ୟୁଟି କରୁଥିବା ବେଳେ ଦିନ ପ୍ରାୟ ୧୧ଟା ବେଳେ ଖବର ପାଇଲେ ଯେ ଜଣେ ବ୍ୟକ୍ତି ବ୍ରାଉନସୁଗର ବିକ୍ରି କରିବା ପାଇଁ ଏକ ନିଛାଟିଆ ସ୍ଥାନରେ ଛିଡ଼ା ହୋଇଛନ୍ତି। ଖବର ପାଇବା ପରେ ଆମ କର୍ମଚାରୀମାନେ ଯାଇ ସେଠାରେ ପହଞ୍ଚିଥିଲେ। ସେମାନେ ସେହି ବ୍ୟକ୍ତିଙ୍କ ଠାରୁ ୧୧୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲେ। ଜବତ ବ୍ରାଉନସୁଗରର ମୂଲ୍ୟ ୧୧ ଲକ୍ଷ ଟଙ୍କା।
ଅବକାରୀ ଅଧୀକ୍ଷକ କହିଛନ୍ତି ଯେ ସରୋଜଙ୍କୁ ପଚରାଉଚରା କରାଯାଉଛି। ଘଟଣାର ଅଧିକ ତଦନ୍ତ କରାଯାଉଛି। ସେ ପୂର୍ବରୁ ବି ଏହି ବେପାର କରୁଥିଲେ ନା ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।
ଗିରଫ ଯୁବକ ଦ୍ୱୟ ହେଉଛନ୍ତି- ଲିପୁନ ପାଣ୍ଡେ ଓ ଶେଖ୍ ଆବାସ। ଶେଖ୍ ନାଁରେ ପୂର୍ବରୁ ଅନେକ ମାମଲା ରହିଛି। ସେମାନଙ୍କ ଫୋନ୍ ଓ ଗାଡ଼ି ଜବତ କରାଯାଇଛି।
ବାଲେଶ୍ୱର ଜିଲ୍ଲା ଜଳେଶ୍ଵରର ଜଣେ ସ୍ମଗଲରକୁ ବ୍ରାଉନ ସୁଗର ଦେବା ପାଇଁ ସେମାନେ ଅପେକ୍ଷା କରିଥିବା ବେଳେ ଏସ୍ଟିଏଫ୍ ସେମାନଙ୍କୁ ଧରିଥିଲା।
ଗିରଫ ବ୍ରାଉନସୁଗର ଡିଲରଙ୍କ ନାଁ ସୁରେଶ ମହାପାତ୍ର। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ଆଜି ସେ ଖୋର୍ଦ୍ଧାର ବାଘମରୀ ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରିବା ନେଇ ଡିଲ୍ କରିବାକୁ ଆସିଥିବା ବେଳେ ଏସ୍ଟିଏଫ ହାତରେ ଧରାପଡ଼ିଥିଲେ। ତାଙ୍କ ବାଇକକୁ ମଧ୍ୟ ଜବତ କରିଛି ଏସ୍ଟିଏଫ।
ଗିରଫ ସୁରେଶ ମହାପାତ୍ରଙ୍କର ମୁର୍ଶିଦାବାଦ ଲିଙ୍କ୍ ରହିଛି। ସେଠାରୁ ସେ ବ୍ରାଉନସୁଗର ଆଣନ୍ତି। ସେ କିଛି ଲୋକଙ୍କୁ ରଖିଛନ୍ତି। ସେମାନଙ୍କ ଜରିଆରେ ବିଭିନ୍ନ ଜିଲ୍ଲାକୁ ବ୍ରାଉନସୁଗର ପଠାନ୍ତି। ଏହା ବାବଦକୁ ସେ ସେହି ଲୋକଙ୍କୁ କମିଶନ ଦିଅନ୍ତି।
ଗିରଫ ରମେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା ରଖିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ। ତାଙ୍କର ପୂରା ନେଟୱର୍କ ସଂପର୍କରେ ଜାଣିବା ପାଇଁ ତାଙ୍କୁ ଅଧିକ ପଚରାଉଚରା କରିବାକୁ ଚାହୁଁଛି ଏସ୍ଟିଏଫ।
ଗିରଫ ଅଭିଯୁକ୍ତଙ୍କ ନାଁ ଚିତ୍ତରଞ୍ଜନ ସାହୁ ଓରଫ ମଧୁ। ତାଙ୍କ ଘର ଢେଙ୍କାନାଳ ସଦର ଥାନା ଅଞ୍ଚଳରେ। ସେ ଭୁବନେଶ୍ୱରର ୟୁନିଟ ୮ ସ୍ଥିତ ଏକ ସରକାରୀ ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି।
ଗୁଇନ୍ଦା ସୂଚନା ଆଧାରରେ ଶନିବାର ସନ୍ଧ୍ୟାରେ କମିଶନରେଟ ପୁଲିସ ସହାୟତାରେ ଏସ୍ଟିଏଫ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ନିଶା କାରବାରକୁ ରୋକିବାକୁ ଏସ୍ଟିଏଫ୍ ପକ୍ଷରୁ ୨୦୨୦ ମସିହାରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ୨୦୨୦ରୁ ଏଯାବତ ଏସ୍ଟିଏଫ୍ ୬୯ କେଜିରୁ ଅଧିକ ବ୍ରାଉନ ସୁଗର/ହେରୋଇନ, ୨୦୨ ଗ୍ରାମ କୋକେନ, ୧୧୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଓପିଅମ ଜବତ କରିଛି। ଆଉ ଏହି ସମୟ ମଧ୍ୟରେ ୧୬୮ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏସ୍ଟିଏଫ୍।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଞ୍ଚୁଘଣ୍ଟା ଗାଁରୁ ବ୍ରାଉନ୍ସୁଗର ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହା ପରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଅବକାରୀ ବିଭାଗକୁ ୨୧୦ ଗ୍ରାମ ବ୍ରାଉନ୍ସୁଗର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ଉତ୍ତର କୁମାର ମହାନ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା। ଏଥିସହ ଗୋଟିଏ ବାଇକ ମଧ୍ୟ ଜବତ କରିଥିଲା। ତେବେ ଉତ୍ତର ମହାନ୍ତି କେତେଦିନ ହେଲା ବ୍ରାଉନ୍ସୁଗର କାରବାର କରୁଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅବକାରୀ ବିଭାଗ ତାହା ଉପରେ ତଦନ୍ତ ଚଳାଇଛି।
ଫେବ୍ରୁଆରୀ ୨୭ ତାରିଖରେ ଜଳେଶ୍ୱର ଅବକାରୀ ବିଭାଗ ଓ ପୁଲିସ୍ ମିଳିତ ଭାବେ ଚଢ଼ଉ କରି ୩୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଥିଲା। ଏହି ମାମଲାରେ ବଙ୍ଗୀୟ ମହିଳା କିଂଗପିନ୍ ସହ ୩ ଜଣଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ଅର୍ଥାତ ୨୨ ତାରିଖରେ ମଧ୍ୟ ଅବକାରୀ ବିଭାଗ ଓ ପୁଲିସ ୩୪ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରିଥିଲା। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଦାମୀ ବାଇକ୍ ଜବତ କରିଥିଲା।
ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ
ଏସମ୍ପର୍କିରେ ଅତିରିକ୍ତ ଏସ୍ପି ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି, ଅଭିଯୁକ୍ତମାନେ ବିହାରରୁ ବ୍ରାଉନସୁଗାର ଖୋର୍ଦ୍ଧା ଆସୁଥିବା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୁଲିସ ଗଡହଳଦିଆ ନିକଟ ଏକ ପେଟ୍ରୋଲ ପମ୍ପ ପାଖରେ ବୋଲେରୋ ଗାଡିକୁ ଅଟକାଇଥିଲା। ଯାଞ୍ଚ ବେଳେ ଗାଡିରୁ ୪୦୦ ଗ୍ରାମର ବ୍ରାଉନସୁଗାର ସହିତ ନଗଦ ୨୬ ହଜାର ଟଙ୍କା ବାହାରିଥିଲା।
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଖୋର୍ଦ୍ଧା ରାଧାବଲ୍ଲଭ ସାହିର ସନ୍ଦିପ ମହାନ୍ତି ଏବଂ ଢେଙ୍କାନାଳ ସଦରଥାନା ଅଞ୍ଚଳର ଗଣେଶ୍ଵର ବେହେରା। ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ତାର ଅଧିକ ତଦନ୍ତ ହେବ ବୋଲି ସେ କହିଛନ୍ତି।
ତେବେ ଦିନକୁ ଦିନ ଜଳେଶ୍ଵରରେ ଧଳା ଜହର ବଢି ଚାଲିଥିବା ବେଳେ ନୂତନ ଭାବେ ଦାୟିତ୍ୱ ନେଇଥିବା ଆଇଆଇସି ପ୍ରଜ୍ଞା ମାହାନ୍ତି ଏତେ ମାତ୍ରାରେ ଧଳା ଜହର ଧରିବାରେ ସକ୍ଷମ ହେଇଛନ୍ତି। ଚଢ଼ାଉ ବେଳେ ପୁଲିସକୁ ନାକେଦମ୍ କରିଥିଲେ ବ୍ରାଉନ ସୁଗର ବେପାରି।
ଏଥିରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି। ତେବେ ଏଥି ମଧ୍ୟରୁ ଜଣେ ମହିଳା କିଙ୍ଗ୍ ପିନ ଅଛନ୍ତି। ସେ ହେଉଛନ୍ତି ଆମିନା ବିବି। ଆଉ ଜଣେ ହେଉନ୍ତି ଜଣେ ଯୁବକ। ସୁରକ୍ଷା ପାଇଁ ଭୋଗରାଇ ବ୍ଲକର କର୍ମଦା ଥାନାରେ ଉଭୟଙ୍କୁ ରଖା ଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ରବିବାର ଅପରାହ୍ଣରେ କଟକ ଲାଲ୍ବାଗ ଥାନା ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାଡ୍ର ଏକ ମିଳିତ ଟିମ୍ ଚଢ଼ାଉ କରି ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
ପୁଲିସ୍ କମିଶନରଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲବାଗ୍ ଥାନା ଅଞ୍ଚଳର ବାସିନ୍ଦା। ସେମାନଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି। ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନ୍ ସୁଗର ଜବତ କରାଯାଇଥିଲା।
ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଜବତ ବ୍ରାଉନ୍ ସୁଗରକୁ ଜଗତସିଂହପୁର ଓ ପୁରୀ ଆଦି ସ୍ଥାନକୁ ପଠାଇଥା’ନ୍ତେ। ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗର ଆଣି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଆଦି ଅଞ୍ଚଳକୁ ପଠାଇଥା’ନ୍ତି। ଅଭିଯୁକ୍ତମାନଙ୍କର ଏହି କାରବାର ସଂପର୍କରେ ଅଧିକ ତଦନ୍ତ କରାଯିବ।
ସିପି କହିଛନ୍ତି, ଏତେ ପରିମାଣରେ ବ୍ରାଉନ୍ ସୁଗର ଜବତ ହେବା ନିଶ୍ଚିତ ଭାବେ କଟକ ପୁଲିସ୍ ପାଇଁ ଏକ ବଡ଼ ସଫଳତା। ଗତ ୫ ମାସ ମଧ୍ୟରେ କଟକ ପୁଲିସ୍ର ଡ୍ରଗ୍ସ ବିରୋଧୀ ଅଭିଯାନ ବେଶ୍ ଜୋରଦାର ରହିଛି। ଆଉ ଏହି ସମୟ ମଧ୍ୟରେ ୪ କେଜି ୨୮୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି। ଗତ ୫ ମାସରେ କଟକ ଓ ଭୁବନେଶ୍ୱରରୁ ମିଶାଇ ୬ କେଜି ୩୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର ଜବତ କରାଯାଇଛି। କଟକ ଓ ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସ୍ର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।
ଉକ୍ତ ବ୍ୟକ୍ତିଙ୍କ ଘରୁ ୫୫ ଲକ୍ଷ ଟଙ୍କାର ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ଏହି ମାମଲାରେ ପୁଲିସ୍ ଟଙ୍କା ସହ ଜଣେ ମହିଳା ଓ ଜଣେ ଯୁବକ ଗିରଫ କରିଛି। ଏହାସହ ପୁଲିସ୍ ଗୋଟିଏ କାର୍ ଏବଂ ଦୁଇଟି ବାଇକ ମଧ୍ୟ ଜବତ କରିଛି।
ତେବେ ବ୍ରାଉନ ସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ଅଭୁତପୂର୍ବ ଏବଂ ଏହା ପଛରେ କିଛି ବଡ଼ ଅପରାଧିକ ଷଡ଼ଯନ୍ତ୍ର ଥିବା ସନ୍ଦେହ କରାଯାଉଥିବା କହିଛନ୍ତି ପୁଲିସ୍ କମିଶନର। ପୁଲିସ୍ କମିଶନର କହିଛନ୍ତି, କମିଶନରେଟ୍ ପୁଲିସର ନାର୍କୋଟିକ୍ସ ବିରୋଧୀ ଅଭିଯାନ ଆଧାରରେ ମଙ୍ଗଳବାର କ୍ୱିକ୍ ଆକ୍ସନ୍ ଟିମ୍ ସହ ସହିଦନଗର ପୁଲିସ୍ ମିଳିତ ଭାବେ କେଶୁରା ଅଞ୍ଚଳର ଏକ ଘରୁ ଚଢ଼ାଉ କରିଥିଲା।
ଗତ ଚାରିମାସ ଧରି କଟକ ଓ ଭୁବନେଶ୍ୱରରୁ ୫କେଜି ୧୦୦ ଗ୍ରାମରୁ ଅଧିକ ପରିମାଣର ବ୍ରାଉନ୍ ସୁଗର୍ ଜବତ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା କେଶୁରା ଅଞ୍ଚଳର ଯେଉଁ ମହିଳାଙ୍କ ଘରେ ରେଡ୍ କରାଗଲା, ସେଠାରୁ ୫୫୦ ଗ୍ରାମର ବ୍ରାଉନ୍ ସୁଗର ଓ ୩୪ଲକ୍ଷ ୮୦ହଜାର ଟଙ୍କା ଜବତ କରାଯାଇଛି। ଏହାସହ ଗୋଟିଏ ଅଲ୍ଟୋ କାର୍ ଓ ଦୁଇଟି ମୋଟର୍ ସାଇକଲ୍ ଜବତ ହୋଇଛି। ମହିଳାଙ୍କ ସ୍ୱାମୀ ଘରେ ନଥିଲେ। ତାଙ୍କୁ ଖୋଜିବା ଜାରି କରିଛୁ। ଯେହେତୁ ଏତେ ଟଙ୍କା ଜବତ ହୋଇଛି, ତେଣୁ ଏହାକୁ ଆମେ ଗୁରୁତ୍ୱର ସହ ତଦନ୍ତ କରିବୁ ବୋଲି ପୁଲିସ୍ କମିଶନର କହିଛନ୍ତି।
ସୂଚନା ଯୋଗ୍ୟ ଯେ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍ ଯୋଗେ ବାଲେଶ୍ୱରରୁ ଧଳା ଜହର ଚାଲାଣ ହେଉଥିଲେ । ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ସିଦ୍ଧମହାବୀର ରେଳଫାଟକଠାରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ।
https://youtu.be/eSLygYuUQuE
ଏହାକୁ ମିଶାଇ ରାଜ୍ୟରେ ଚଳିତ ବର୍ଷ ଏସଟିଏଫ ଏଯାଏଁ ୨୩ କେଜି ୫୯୩ ଗ୍ରାମ ବ୍ରାଉନସୁଗର ଜବତ କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ୨୬ଟି କେସ୍ ରୁଜୁ ହେବା ସହ ୫୦ ଜଣ ଡ୍ରଗ ପେଡଲରଙ୍କୁ ଗିରଫ କରିଛି ଏସଟିଏଫ ।
ଏହି ଘଟଣାରେ ଖୋର୍ଦ୍ଧା ସହରର ଅନୀଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର ବାବୁନା ନାୟକ, ପୁରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧ, ବାରବାଟୀର ବଳରାମ ଭୋଇ ଓ ପୁରୀ ଗୋଖା ସାହିର ବାବୁନା ବେହେରା ଅଭିଯୁକ୍ତ ଅନୀଲ ବରାଳଙ୍କୁ ଗିରଫ କରିଛି ପୁଲିସ୍। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି ।
ପୁରୀ ମଙ୍ଗଳାଘାଟ ଛକରେ ଗାଡି ଚେକିଂ କରୁଥିବା ସମୟରେ ଦୁଇ ଜଣ ବ୍ରାଉନସୁଗର ବେପାରୀ ଓ ଜଣେ ମହିଳାଙ୍କୁ ଗିରଫ କରିଛି ବାସେଳୀସାହି ଥାନା ପୁଲିସ୍ । ସେମାନେ ହେଲେ ପୁରୀ ସଦରଥାନା ଖଣ୍ଡିଆବନ୍ଧର ନୃସିଂହ ମଲ୍ଲିକ, କୁମ୍ଭାରପଡା ଥାନା ନରେନ୍ଦ୍ର କୋଣର ସନ୍ତୋଷୀ ନାୟକ ଓ ବାସେଳୀସାହି ଥାନା ଅଞ୍ଚଳର ଜୟନ୍ତୀ ଭୋଇ।
ସେମାନଙ୍କ ନିକଟରୁ ପଲିଥିନ ଭିତରେ ପ୍ୟାକିଂ ଥିବା ୧୫ ଗ୍ରାମ୍ ବ୍ରାଉନସୁଗର, ନଗଦ ୫୧୦୦ ଟଙ୍କା, ଗୋଟିଏ ମୋବାଇଲ ଓ ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୁଲିସ।
ସୂଚନା ଅନୁସାରେ, ବାସେଳୀସାହି ଥାନା ପୁଲିସ୍ ହରେକୃଷ୍ଣପୁରରୁ ମଙ୍ଗଳାଘାଟ ଛକ ଆଡକୁ ଆସୁଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଗାଡି ଚେକ୍ କରିବା ସମୟରେ ସେମାନଙ୍କ ପାଖରେ ୧୫ ଗ୍ରାମ ବ୍ରାଉନସୁଗାର ଥିବା ଜାଣିବାକୁ ପାଇଥିଲା। ଜୟନ୍ତୀ ବ୍ରାଉନସୁଗର ଯୋଗାଇ ଦେଉଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆସିଥିବା ଜଣାପଡିଛି।
ଗତକାଲି ଯୁବକଜଣକ କାଜି ବଜାରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା । ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯୁବକଜଣକ କେଉଁଠୁ ବ୍ରାଉନସୁଗର ଆଣିଥିଲେ, କାହାକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ, ପୁଲିସ ତାର ଖୋଳତାଡ଼ କରୁଛି ।
ସୂଚନା ଅନୁସାରେ, ଗତକାଲି ବନମାଳୀ ଓ ଭରତ ଭଦ୍ରକରୁ ବାଇକ୍ରେ ବ୍ରାଉନସୁଗର ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହା ପରେ ରାଣୀତାଲ ଛକରେ ଜଗି ରହିଥିଲା। ରାଣୀତାଲ ଛକରେ ବନମାଳୀ ଓ ଭରତ ପୁଲିସକୁ ଦେଖି ପଳାଇଯାଉଥିବା ବେଳେ ରାଣୀତାଲ କେନାଲ ରୋଡ ନିକଟରେ ପୁଲିସ୍ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କ ପାଖରୁ ୩୦ଗ୍ରାମର ବ୍ରାଉନସୁଗର ଜବତ କରିବା ସହ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୁଲିସ୍ ।
ସୂଚନାଯୋଗ୍ୟ,ଚନ୍ଦନ ବଜାର ନିକଟରେ ଥିବା ପୁରୁଣା ହସ୍ପିଟାଲ ବିଲ୍ଡିଂ କଡ଼ରେ ବ୍ରାଉନ ସୁଗର କାରବାର ଚାଲିଥିଲା। ପୁଲିସ୍ ଖବର ପାଇ ଗତକାଲି ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ଏହି ୩ ଅଭିଯୁକ୍ତ ଧରାପଡ଼ିଥିଲେ। ପୁଲିସ୍ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।