ସେ ସାଂସଦ ପଦରୁ ଇସ୍ତଫା ଦେବାରୁ ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଯାଇଛି। ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ତୋମାର ଦିମାନି ଆସନରୁ ବିଜୟୀ ହୋଇଥିଲେ। ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସାଂସଦ ପଦ ଛାଡ଼ିଛନ୍ତି। ତେଣୁ ଏବେ ଅର୍ଜୁନ ମୁଣ୍ଡା ଦେଶର ନୂଆ କୃଷି ମନ୍ତ୍ରୀ ହୋଇଛନ୍ତି।
ଅର୍ଜୁନ ମୁଣ୍ଡା ହେଉଛନ୍ତି ଝାରଖଣ୍ଡର ୩ ଥରର ମୁଖ୍ୟମନ୍ତ୍ରୀ। ୨୦୧୯ ମେ’ ମାସରେ ତାଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ଏବେ ସେ କୃଷି ମନ୍ତ୍ରୀ ପଦ ପାଇଛନ୍ତି।
ଗୁରୁବାର ନରେନ୍ଦ୍ର ସିଂହ ତୋମାରଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରି ନେଇଛନ୍ତି। ଏଥିସହ ଅର୍ଜୁନ ମୁଣ୍ଡାଙ୍କ ଅତିରିକ୍ତ ମନ୍ତ୍ରୀ ପଦ ନିଯୁକ୍ତି ଉପରେ ମଧ୍ୟ ମୋହର ମାରିଛନ୍ତି।
ଦିନକ ତଳେ ବିଜେପି ୪ ରାଜ୍ୟର ନୂଆ ସଭାପତିଙ୍କ ନାଁ ଘୋଷଣା କରିଥିଲା। ପଞ୍ଜାବ, ତେଲେଙ୍ଗାନା, ଆନ୍ଦ୍ର ପ୍ରଦେଶ ଓ ଝାରଖଣ୍ଡର ଦାୟିତ୍ୱ ଦଳ ବରିଷ୍ଠ ନେତାଙ୍କୁ ଦେଇଥିଲା। ଏହି ନବନିଯୁକ୍ତ ପରେ ସାଂଗଠନିକସ୍ତରରେ ବିଜେପି ଆହୁରି ପରିବର୍ତ୍ତନ କରିବ ଓ ଏହା ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଏସବୁ ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଦଳୀୟ ମୁଖ୍ୟାଳୟରେ ନଡ୍ଡାଙ୍କୁ ଭେଠିଛନ୍ତି। ପଞ୍ଜାବର ନୂଆ ବିଜେପି ସଭାପତି ସୁନୀଲ ଜାଖର ମଧ୍ୟ ପାର୍ଟି ଅଫିସକୁ ଆଜି ଦଳର ମୁଖିଆଙ୍କ ସହ କଥା ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଆଉ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନଡ୍ଡାଙ୍କୁ ଭେଟିବା ପ୍ରକ୍ରିୟା ଜାରି ରଖିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଜୁନ ରାମ ମେଘୱାଲ, ଭୂପେନ୍ଦ୍ର ଯାଦବ ଓ କିରଣ ରିଜିଜୁ ମଧ୍ୟ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦଳର ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷଙ୍କୁ ଭେଟିଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏସ୍ପିଏସ୍ ବାଘେଲ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟିଛନ୍ତି। ଏପରି ସିରିଜ ଭେଟଘାଟ ସମ୍ପର୍କରେ ବିଜେପି ପକ୍ଷରୁ କିଛି ବି କୁହାଯାଇନି। କିନ୍ତୁ ଆଗକୁ ବିଜେପି ବଡ଼ ଘୋଷଣା ମୁଡରେ ଥିବା ଚର୍ଚ୍ଚା ହେଉଛି।
ଜୁଲାଇ ୩ରେ ନୂଆ କରି ପ୍ରଗତି ମୈଦାନରେ ତିଆରି ହୋଇଥିବା କନଭେସନ କେନ୍ଦ୍ରରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ଏଠାରେ ଆସନ୍ତା ସେପ୍ଟେମ୍ବରରେ ଜି-୨୦ ସମ୍ମିଳନୀ ମଧ୍ୟ ଆୟୋଜନ ହେବ। ବୁଧବାର ପ୍ରଧାନମନ୍ତ୍ରୀ ମୋଦି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପିର ବରିଷ୍ଠ ନେତାମାନଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ ନଡ୍ଡାଙ୍କ ଯୋଗଦାନ ପରେ କ୍ୟାବିନେଟ ସହ ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଅଦଳବଦଳ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବେଶ କିଛି ଦିନ ହେବ ଶାହ, ନଡ୍ଡା ଓ ବିଜେପିର ସାଧାରଣ ସମ୍ପାଦକ(ସଂଗଠନ) ବିଏଲ ସନ୍ତୋଷ ଏକାଧିକ ରାଉଣ୍ଡ ବୈଠକ କରିବାରେ ଲାଗିଛନ୍ତି।
ଏହି ବୈଠକରେ ସାଂଗଠନିକ ପରିବର୍ତ୍ତନ ସହ କ୍ୟାବିନେଟ ସଂପ୍ରସାରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୁଧବାର ମୋଦିଙ୍କ ସହ ମଧ୍ୟ ଏହି ନେତାମାନେ ସମାନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ଜୁଲାଇ ୩ୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହାର କିଛି ଦିନ ପୂର୍ବରୁ ହିଁ ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ୨ ବର୍ଷ ହେଲା ମୋଦିଙ୍କ କ୍ୟାବିନେଟରେ କୌଣସି ପ୍ରକାରର ବଡ଼ଧରଣର ଅଦଳବଦଳ ହୋଇନି। ତେବେ ମେ’ ମାସରେ ମୋଦି ସରକାର କିରଣ ରିଜିଜୁଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରୀ ପଦରୁ ହଟାଇଥିଲେ। ତାଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲଙ୍କୁ ଦେଶର ଆଇନ ମନ୍ତ୍ରୀ କରାଯାଇଥିଲା।
୨୦୨୧ ଜୁଲାଇ ମାସରେ ମୋଦିଙ୍କ କ୍ୟାବିନେଟରେ ଶେଷଥର ପାଇଁ ବଡ଼ଧରଣର ଅଦଳବଦଳ ହୋଇଥିଲା। ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଥିଲା ଓ ୧୭ ଜଣ ସାଂସଦ ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ, ପ୍ରକାଶ ଜାଭଡେକର, ରମେଶ ପୋଖରିୟାଲ ନିଶଙ୍କ ଓ ସନ୍ତୋଷ ଗଙ୍ଗୱାରଙ୍କ ଭଳି ହେଭିୱେଟ ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।
ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଏବେ ପୁଣି ସେହି ଜୁଲାଇରେ ମୋଦି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିବାକୁ ଯାଉଥିବା କୁହାଯାଉଛି।
ସିବିଆଇ ଓ ଇଡି ଦ୍ୱାରା ଗିରଫ ହେବା ପରେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ। ଏଥିପାଇଁ କେଜ୍ରିୱାଲ ଆତିଶି ଓ ସୌରଭ ଭରଦ୍ୱାଜଙ୍କ ନାଁ ମନ୍ତ୍ରୀ ପଦ ପାଇଁ ସୁପାରିସ କରିଥିଲେ। ଆପର ମୁଖପାତ୍ର ତଥା ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ସୌରଭ ଭରଦ୍ୱାଜ ୩ଥରର ବିଧାୟକ। ସେ କେଜ୍ରିୱାଲଙ୍କ ୨୦୧୩-୧୪ ସରକାର ବେଳେ ଦିଲ୍ଲୀର ପରିବହନ ଓ ପରିବେଶ ମନ୍ତ୍ରୀ ଭାବେ କାମ କରିଛନ୍ତି।
ସେହିପରି ଆତିଶି ୨୦୨୦ରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ସିସୋଦିଆଙ୍କ ସହ ମିଶି ସହରର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କାମ କରିବାର ଅଭିଜ୍ଞତା ରଖିଛନ୍ତି। ତେଣୁ ଏହି ଦୁଇ ବିଧାୟକଙ୍କୁ ମନ୍ତ୍ରୀ କରି କେଜ୍ରିୱାଲ ଦିଲ୍ଲୀର ବିକାଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।
ଦିଲ୍ଲୀର ୩୩ଟି ବିଭାଗ ମଧ୍ୟରୁ ୧୮ଟି ଦାୟିତ୍ୱରେ ଥିବା ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଗତ ମାସରେ ଗିରଫ କରିଥିଲା। ଏବେ ସେ ତିହାର ଜେଲରେ ଅଛନ୍ତି।
ଗତବର୍ଷ ମେ’ ମାସରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ମନିଲଣ୍ଡରିଂ ମାମଲାରେ ବାନ୍ଧିଥିଲା। ସେ ବି ଏବେ ଜେଲରେ ଅଛନ୍ତି। ଆତିଶ ଓ ଭରଦ୍ୱାଜ ଦାୟିତ୍ୱ ନେବା ଯାଏ ସିସୋଦିଆ ଏବଂ ଜୈନଙ୍କ ପାଖରେ ଥିବା ବିଭାଗ ଗୁଡ଼ିକର କାର୍ଯ୍ୟ ରାଜ କୁମାର ଆନନ୍ଦ ଏବଂ କୈଳାସ ଗାହଲଟ ତଦାରଖ କରିବେ।
ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ। କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏହି କାରଣରୁ ଉକ୍ତ ପଦବୀ ଖାଲି ପଡ଼ିଥିଲେ। ଏବେ ପୀୟୂଷ ଗୋଏଲ ଏହି ପଦରେ ନିଯୁକ୍ତି ପାଇଛନ୍ତି।
ସେ ଆସନ୍ତା ମୌସୁମୀ ଅଧିବେଶନରୁ ବିଧିବଦ୍ଧ ଭାବେ ନିଜର କାମ ଆରମ୍ଭ କରିବେ। ବର୍ତ୍ତମାନ ପୀୟୂଷ ଗୋଏଲ କର୍ମସ ଓ ଇଣ୍ଡଷ୍ଟ୍ରୀ ମନ୍ତ୍ରୀ ଭାବେ କାମ କରୁଛନ୍ତି। ସେ କେମିତି ସଂସଦୀୟ ଦଳ ନେତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ରାଜ୍ୟସଭାର ସାଂସଦ ଭାବେ ୨୦୧୦ରୁ ପୀୟୂଷ କ୍ରମାଗତ ଭାବେ ନିର୍ବାଚିତ ହେଉଛନ୍ତି।
ବିଜେପି ସଂସଦୀୟ ଦଳ ନେତା ପଦ ଖାଲି ପଡ଼ିଥିବାରୁ ଧର୍ମେନ୍ଦ୍ରଙ୍କ ବ୍ୟତୀତ ଭୂପେନ୍ଦ୍ର ଯାଦବଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଭୂପେନ୍ଦ୍ର ବିଜେପିର ବରିଷ୍ଠ ନେତା। ତେଣୁ ତାଙ୍କୁ ପୀୟୂଷ ଗୋଏଲଙ୍କ ଡେପୁଟି କରାଯିବ ବୋଲି ଚର୍ଚ୍ଚା ହେଉଛି। ଏହି ପଦ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀମତି ଷଡଙ୍ଗୀ କହିଛନ୍ତି, ନିଶ୍ଚିତ ଆନନ୍ଦର କଥା। ଓଡ଼ିଶାରୁ ଦୁଇ ଜଣ କେନ୍ଦ୍ରୀୟ ମନ୍ତ୍ରୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବ ଜୀ ମୋ ପ୍ରିୟ ସାଙ୍ଗ। ମୋର ବ୍ୟାଚ୍ମେଟ୍। ତାଙ୍କୁ ରେଳ ସହ ଆଇଟି ବିଭାଗ ମଧ୍ୟ ମିଳିଛି। ବହୁ ବଡ଼ ଦାୟିତ୍ୱ ତାଙ୍କୁ ମିଳିଛି। ଆଉ ବିଶ୍ୱେଶ୍ୱର ଟୁଡୁଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି। ମୁଁ ଦୁଇ ଜଣଙ୍କୁ ଆନ୍ତରିକତାର ସହ ବଧେଇ ଜଣାଉଛି ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।
ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ରାଜ୍ୟ ସହିତ ଅଛନ୍ତି। ଓଡ଼ିଶା ରାଜ୍ୟର ଲୋକମାନଙ୍କ ସହିତ ମଧ୍ୟ ଅଛନ୍ତି।
ବୁଧବାର ଦୁଇମନ୍ତ୍ରୀ ଶପଥ ନେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରେଳ ମନ୍ତ୍ରୀ ଭାବେ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ୱେଶ୍ୱର ଟୁଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ୱାଗତ କରିଛନ୍ତି। ଦାୟିତ୍ୱ ଗ୍ରହଣ ସମୟରେ ଜଳଶକ୍ତି ବିଭାଗର ଅନ୍ୟ କର୍ମଚାରୀ ଓ ସଦସ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କର ଗାଁରେ ଖୁସିର ଲହରୀ ଖେଳିଯାଇଛି।
ସେପଟେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
https://twitter.com/Panda_Odia/status/1412804217517985804?s=20
ବେଙ୍ଗଲ ବିଜେପିର ସବୁ କିଛି ଠିକଠାକ ଚାଲି ନଥିବା ବୁଧବାର ସନ୍ଧ୍ୟାରେ ସାମ୍ନାକୁ ଆସିଥିଲା। ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଥିବା ବେଳେ ଅନ୍ୟପଟେ ସାଂସଦ ଖାନ ବିଜେପି ଯୁବ ମୋର୍ଚ୍ଚାର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ସେ ଟିଏମସିରୁ ଆସି ବିଜେପିରେ ବିଧାୟକ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ବିଜେପି ପାଇଥିବା ସଫଳତାର ଶ୍ରେୟ ଶୁଭେନ୍ଦୁ ଅଧିକାରୀ ନିଜର ବୋଲି କହି ପ୍ରଚାର ଚଳାଇଥିବା ସାଂସଦ ଖାନ ଅଭିଯୋଗ କରିଥିଲେ। ଏଥିସହ ସେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ମଧ୍ୟ ସମାଲୋଚନା କରିଥିଲେ।
ତେବେ ରାତି ପ୍ରାୟ ୯ଟା ବେଳେ ସେ ହଠାତ୍ ଫେସବୁକ୍ରେ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଫେସବୁକରେ କହିଥିଲେ ଯେ “ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଆମ ବିଜେପି ନେତା ବିଏଲ ସନ୍ତୋଷ, ଅମିତ ଶାହ ଜୀ ଓ ତେଜସ୍ୱୀ ସୂର୍ଯ୍ୟଙ୍କ କଥାକୁ ସମ୍ମାନ ଜଣାଇ ମୁଁ ମୋ ଇସ୍ତଫାପତ୍ର ପ୍ରତ୍ୟାହାର କରୁଛି।” ସୂତ୍ର ଅନୁସାରେ, କେନ୍ଦ୍ରୀୟ ବିଜେପି ନେତାମାନେ ସାଂସଦ ଖାନଙ୍କ ସହ କଥା ହେବା ସହ ସେ ଉଠାଇଥିବା ଅଭିଯୋଗ ଗୁଡ଼ିକର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେମାନେ ତାଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ମଧ୍ୟ ଅନୁରୋଧ କରିଥିଲେ।
ସାଂସଦ ଖାନ ପଦ ଛାଡ଼ିବା ପଛର ନିର୍ଦ୍ଦିଷ୍ଟ କାରଣ କିଛି ବି କହି ନଥିଲେ। ହେଲେ ତାଙ୍କର ପଦ ଛାଡ଼ିବା ଓ ବେଙ୍ଗଲର ୪ ଜଣ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ମଧ୍ୟରେ ଲିଙ୍କ ଥିବା କୁହାଯାଉଛି। ସେ ଯୁବ ମୋର୍ଚ୍ଚା ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ ହେଁ ଦଳ ଛାଡ଼ିବେ ନାହିଁ ବୋଲି କହିଥିଲେ।
ସେ ସୋଶାଲ ମିଡିଆରେ ଲେଖିଥିଲେ ଯେ “ ବ୍ୟକ୍ତିଗତ କାରଣ ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ବେଙ୍ଗଲ ଯୁବମୋର୍ଚ୍ଚା ମୁଖ୍ୟ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛି। ମୁଁ ବିଜେପିରେ ଥିଲି, ବିଜେପିରେ ଅଛି ଓ ଆଗକୁ ମଧ୍ୟ ବିଜେପିରେ ରହିବି।”
ସାଂସଦ ଖାନ ୨୦୧୮ରେ ଟିଏମସି ଛାଡ଼ି ବିଜେପିକୁ ଆସିଥିଲେ। ସେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ନ ନେଇ କହିଥିଲେ ଯେ “ଜଣେ ନିର୍ଦ୍ଦିଷ୍ଟ ନେତା ସବୁବେଳେ ଦିଲ୍ଲୀ ଗସ୍ତ କରିବା ସହ ବେଙ୍ଗଲରେ ବିଜେପି ପାଇଥିବା ସଫଳତାର ସବୁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟର ବିରୋଧୀ ଦଳ ନେତା ଜଣଙ୍କ ଥରେ ଦର୍ପଣ ଦେଖନ୍ତୁ।
ସେ ନୂଆଦିଲ୍ଲୀର ନେତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେ ନିଜକୁ ବେଙ୍ଗଲରେ ବିଜେପିର ସର୍ବୋଚ୍ଚ ନେତା ଭାବେ ଚିତ୍ରଣ କରିଛନ୍ତି। ଜିଲ୍ଲା ସ୍ତରର ଜଣେ ଦୁଇ ଜଣ ନେତା ପୂରା ରାଜ୍ୟର ସଂଗଠନକୁ ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏଥିସହ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷ ଅଧା ସତ୍ୟ ଜାଣିବାକୁ ସକ୍ଷମ ହେଉଛନ୍ତି ବୋଲି ସେ କହିଛନ୍ତି।
ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଏହି ମନ୍ତ୍ରଣାଳୟ ବେଶ ପରିଚିତ। କାରଣ ତାଙ୍କ ବାପା ଦିବଂଗତ ମାଧବରାଓ ସିନ୍ଧିଆ ଦିନେ ଏହି ବିଭାଗର ମନ୍ତ୍ରୀ ଥିଲେ। ପିଭି ନରସୀମା ରାଓ ସରକାରରେ ମାଧବରାଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ବେସାରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ। ଦୀର୍ଘ ୩୦ ବର୍ଷ ପରେ ତାଙ୍କ ପୁଅ ସମାନ ବିଭାଗର ଦାୟିତ୍ୱ ମୋଦି ସରକାରରେ ପାଇଛନ୍ତି।
ମାଧବରାଓ ୧୯୯୧ରୁ ୧୯୯୩ ଯାଏ ଏହି ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାପାଙ୍କ ଭଳି ଜୁନିୟର ସିନ୍ଧିଆ ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହେବା ପୂର୍ବରୁ ରାଜୀବ ଗାନ୍ଧିଙ୍କ ସରକାର ସମୟରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିଲେ।
ଜୁନିୟର ସିନ୍ଧିଆ ମଧ୍ୟ ମୋଦି ସରକାରରେ ମନ୍ତ୍ରୀ ହେବା ପୂର୍ବରୁ ମନମୋହନ ସିଂହ ସରକାରରେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଭାବେ କାମ କରିଥିଲେ। ତେଣୁ ବାପାଙ୍କ ଭଳି ପୁଅ ମଧ୍ୟ ଭଲ କାମ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।
ମାଧବରାଓ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ବେଳେ ବେଶ ଚ୍ୟାଲେଞ୍ଜିଂ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଗୋଟିଏ ବିମାନ ଦୁର୍ଘଟଣା ହେବାରୁ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନଥିଲା। ଜୁନିୟର ସିନ୍ଧିଆ ମହାମାରୀ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିମାନ ସେବା କ୍ଷେତ୍ରର ଦାୟିତ୍ୱ ପାଇଛନ୍ତି। କରୋନା ଯୋଗୁ ବିଦେଶକୁ ବିମାନ ଉଡ଼ିପାରୁ ନାହିଁ। ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ୧୩% ହ୍ରାସ ପାଇଛି। ତେଣୁ ଏହାକୁ ସେ କେଉଁଭଳି ପରିଚାଳନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଛନ୍ତି। ୨୦୦୨ରେ ଗୋଟିଏ ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଗୁନା ଲୋକସଭାରେ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପିରେ ଯୋଗଦେଇ ରାଜ୍ୟସଭାକୁ ଯାଇଛନ୍ତି।
କ୍ୟାବିନେଟ୍ ମନ୍ତ୍ରୀ
ରାଜନାଥ ସିଂଙ୍କ ପାଖରେ ପ୍ରତିରକ୍ଷା ମନ୍ତ୍ରାଳୟ
ଅମିତ ଶାହ ଗୃହ, ଏବଂ ମିନିଷ୍ଟ୍ରି ଅଫ୍ କୋପରେସନ
ନୀତିନ ଜୟରାମ ଗଡକରୀଙ୍କ ପାଖରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ
ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ
ନରେନ୍ଦ୍ର ସିଂ ତୋମାରଙ୍କ ପାଖରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ
ଡକ୍ଟକ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ପାଖରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ
ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର ମନ୍ତ୍ରାଳୟ
ସ୍ମୃତି ଜୁବିନ୍ ଇରାନୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ
ପୀୟୁଷ ଗୋଏଲଙ୍କ ପାଖରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଏବଂ ବୟନ ଶିଳ୍ପ
ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟ
ପ୍ରହ୍ଲାଦ ଯୋଶୀ ସଂସଦୀୟ ବ୍ୟାପାର ଓ କୋଇଲା ଓ ଖଣି ମନ୍ତ୍ରାଳୟ
ନାରାୟଣ ରାଣେ, ଏମଏସଏମଇ ମନ୍ତ୍ରାଳୟ
ସର୍ବାନନ୍ଦ ସୋନଓ୍ୱାଲ ଆୟୁଷ, ବନ୍ଦର, ଜାହାଜ ପରିବହନ ମନ୍ତ୍ରାଳୟ
ମୁଖତାର୍ ଆବାସ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ
ବୀରେନ୍ଦ୍ର କୁମାର, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ
ଗିରିରାଜ ସିଂ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରାଳୟ
ଜ୍ୟୋତିରାଦିତ୍ୟ ସିନ୍ଧିଆ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
ରାମଚନ୍ଦ୍ର ପ୍ରସାଦ ସିଂ, ଇସ୍ପାତ ମନ୍ତ୍ରଳୟ
ଅଶ୍ୱିନୀ ବୈଷ୍ଣବ ରେଳ, ଆଇଟି, ଟେଲିକମ ମନ୍ତ୍ରାଳୟ
ପଶୁପତି ପାରସ, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ଗଜେନ୍ଦ୍ର ସିଂ ଶେଖାୱାତ, ଜଳ ଶକ୍ତି ମନ୍ତ୍ରୀ
କିରେନ ରିଜିଜୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ
ରାଜ କୁମାର ସିଂ ଶକ୍ତି ମନ୍ତ୍ରାଳୟ
ହରଦୀପ ସିଂ ପୁରୀଙ୍କୁ ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ସହ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ
ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ଓ ସାର ଓ ରସାୟନ ମନ୍ତ୍ରାଳୟ
ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ଓ ରୋଜଗାର ମନ୍ତ୍ରାଳୟ ଦାୟିତ୍ୱ
ମହେନ୍ଦ୍ର ନାଥ ପାଣ୍ଡେ, ଭାରୀ ଶିଳ୍ପ ମନ୍ତ୍ରାଳୟ
ପରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ
ଜି କିଶନ ରେଡ୍ଡୀ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବର ବିକାଶ ମନ୍ତ୍ରାଳୟ
ଅନୁରାଗ ଠାକୁର ଯୁବ ବ୍ୟାପାର, କ୍ରୀଡା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ
ର ଇନ୍ଦରଜିତ ସିଂ ରାଜ୍ୟ ମନ୍ତ୍ରୀ ପରିସଂଖ୍ୟାନ, ଯୋଜନା, କର୍ପୋରେଟ, ବ୍ୟାପାର ମନ୍ତ୍ରଣାଳୟ
ଡକ୍ଟର ଜିତେନ୍ଦ୍ର ସିଂ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଭୂ ବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ ଅଫିସ, ଜନସାଧାରଣଙ୍କ ଅଭିଯୋଗ ଏବଂ ପେନସନ, ପରମାଣୁ ଶକ୍ତି, ମହାକାଶ ମନ୍ତ୍ରାଳୟ
ରାଷ୍ଟ୍ରମନ୍ତ୍ରୀ
ଶ୍ରୀପଦ ୟେସୋ ନାଏକ ପରିବହନ, ଜାହାଜ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରାଳୟ
ଫୋଗନ ସିଂହ କୁଲାଷ୍ଟେ ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ମନ୍ତ୍ରଣାଳୟ
ପ୍ରହ୍ଲାଦ ସିଂ ପଟେଲ ଜଳ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
ଅଶ୍ୱିନୀ କୁମାର ଚୌବେ ଖାଉଟି ଉପଭୋକ୍ତା, ସାଧାରଣ ବଣ୍ଟନ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ
ଅର୍ଜୁନ ରାମ ମେଘୱାଲ ସଂସଦୀୟ ବ୍ୟାପାର
ଭି.କେ ସିଂହ, ସଡକ ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
କୃଷ୍ଣ ପାଲ, ଶକ୍ତି, ଭାରୀ ଉଦ୍ୟୋଗ ମନ୍ତ୍ରାଳୟ
ଦାନଭେ ରୋସାହେବ ଦାଦାରାଓ ରେଳ ଓ କୋଇଲା
ରାମଦାସ ଅଠାଓ୍ୱାଲେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ
ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନସୁଖ ମାଣ୍ଡବୀୟଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଡାକ୍ତର ହର୍ଷ ବର୍ଦ୍ଦନଙ୍କ ପାଖରେ ଥିଲା। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ନାହାନ୍ତି। ମନସୁଖ ମାଣ୍ଡଭୀୟ ଗୁଜରାଟର ରାଜ୍ୟସଭା ସାଂସଦ। ସେହିପରି ପୀୟୂଷ ଗୋୟେଲଙ୍କ ପାଖରେ ଥିବା ରେଳ ବିଭାଗକୁ କାଢ଼ି ନିଆଯାଇ ଟେକ୍ସଟାଇଲ୍ ମନ୍ତ୍ରାଳୟ ଦିଆଯାଇଛି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ୨୦୧୪ରୁ ମୋଦି ସରକାରରେ ପେଟ୍ରୋଲିୟମ ବିଭାଗରେ ଥିବା ଏହି ମନ୍ତ୍ରୀଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ଧର୍ମେନ୍ଦ୍ରଙ୍କ ପାଖରେ ଥିଲା। ପୀୟୂଷ ଗୋୟେଲଙ୍କୁ ବୟନ ଶିଳ୍ପ ମନ୍ତ୍ରାଳୟ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ବିଭାଗ ହରଦୀପ ସିଂ ପୁରୀଙ୍କ ପାଖରେ ଥିଲା। ଏବେ ହରଦୀପଙ୍କୁ ଧର୍ମେନ୍ଦ୍ରଙ୍କ ପାଖରେ ଥିବା ପେଟ୍ରାଲିୟମ୍ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଏହାସହ ହରଦୀପ ପୁରୀଙ୍କୁ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି ସରକାର।
ଦିଲ୍ଲୀର ସାଂସଦ ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ। ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ ଲେଖୀ। ପୁରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିବା ବେଳେ ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ବିଭାଗ କିରଣ ରିଜଜୁଙ୍କ ପାଖରେ ଥିଲା। ଏବେ ରିଜଜୁଙ୍କୁ ସଂସ୍କୃତି ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ସେହିପରି ଯୁବ ଓ କ୍ରୀଡ଼ା ସହ ସୂଚନା ସହିତ ସୂଚନା ପ୍ରସାରଣ ମନ୍ତ୍ରାଳୟ ଦାୟିତ୍ୱ ଥିଲା ପ୍ରକାଶ ଜାଭଡେକରଙ୍କ ପାଖରେ। ଯିଏକି ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଆୟୁଷ, ବନ୍ଦର, ଜାହାଜ ପରିବହନ ଦାୟିତ୍ୱ, ନାରାୟଣ ରାଣେଙ୍କୁ ଏମଏସଏମଇ ମନ୍ତ୍ରାଳୟ ଦାୟିତ୍ୱ, ଏହା ପୂର୍ବରୁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ଥିଲା। ଏହା ଅତିରିକ୍ତ ଭାବରେ ଗଡ଼କରୀଙ୍କ ପାଖରେ ଥିବାରୁ ଏବେ ଏମଏସଏମଇ ବିଭାଗ ନାରାୟଣ ରାଣେଙ୍କୁ ଦିଆଯାଇଛି। ପୂର୍ବରୁ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ପ୍ରତାପ ଷଡ଼ଙ୍ଗୀ। ଯିଏକି ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ସେହିପରି ମୟୂରଭଞ୍ଚର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ସହ ଜଳଶକ୍ତି ସହ ଆଦିବାସୀ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।
ନୀତୀଶ ପ୍ରମାଣିକ ପଶ୍ଚିମବଙ୍ଗ ରାଜନୀତିରେ ରାଜବଂଶ ପରିବାରର। ସେ ପଶ୍ଚିମବଙ୍ଗର କୁଚ ବିହାର ଆସନରୁ ସାଂସଦ ହୋଇଛନ୍ତି। ନୀତୀଶ ପ୍ରମାଣିକ ପ୍ରଥମେ କିନ୍ତୁ ଶିକ୍ଷକ ଥିଲେ। ଏକ ପ୍ରାଇମେରୀ ସ୍କୁଲରେ ସେ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହାପରେ କିନ୍ତୁ ରାଜନୀତି ପ୍ରତି ନୀତୀଶଙ୍କ ରୁଚି ବଢ଼ିଥିଲା।
ଆଉ ଟିଏମସି ସହ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ଟିଏମସିରେ ଜଣେ ଯୁବ ନେତା ଭାବରେ ମାନ୍ୟତା ପାଇଥିଲେ। ନିଜ ରାଜନୀତିକ ଯାତ୍ରା ଭିତରେ ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି। ହେଲେ ୨୦୧୮ରେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ।
ଏହାପରେ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରମାଣିକ ଟିଏମସି ବିରୋଧରେ ୩୦୦ରୁ ଅଧିକ ପ୍ରାର୍ଥୀ ଦେଇଥିଲେ। ଅନେକ ପ୍ରାର୍ଥୀ ମଧ୍ୟ ନିର୍ବାଚନରେ ଜିତିଥିଲେ। ଦୀନହାଟା ବିଧାନସଭା ଆସନରୁ ସେ ବିଧାୟକ ଭାବରେ ନିର୍ବାଚନରେ ଜିତିଥିଲେ। ଏହାପରେ ରାଜ୍ୟରେ ବିଜେପି ନିଜର ପ୍ରଭାବ ବିସ୍ତାର କରୁଥିବା ବେଳେ ଅନେକ ନେତାଙ୍କୁ ସାମିଲ କରାଇବାରୁ ଲକ୍ଷ୍ୟ ରଖିଥିଲା। ଆଉ ପ୍ରମାଣିକଙ୍କୁ ବିଜେପି ଦଳରେ ସାମିଲ୍ କରାଇଥିଲା। ବିଜେପି ମଧ୍ୟ ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଲୋକସଭା ଟିକେଟ ଦେଇଥିଲା।
ବିଜେପିରୁ ଟିକେଟ ପାଇବା ପରେ ନୀତୀଶ ପ୍ରମାଣିତ କୁଚ ବିହାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ନିର୍ବାଚିତ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆସନ ପୂର୍ବରୁ ଟିଏମସି ଦଖଲରେ ଥିଲା। କିନ୍ତୁ ନୀତୀଶଙ୍କ ଭାବମୂର୍ତ୍ତି ଆଗରେ ଶାସକ ଦଳର ପ୍ରାର୍ଥୀ ହାରିଥିଲେ। ଏବେ ସେ ଦୁଇ ବର୍ଷ ପରେ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ଆଉ ପ୍ରଥମ ଥର ପାଇଁ କୁଚ ବିହାରର ଜଣେ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।
ଜନ ବାର୍ଲା ପଶ୍ଚିମବଙ୍ଗର ଅଲିପୁରଦ୍ୱାରର ଲୋକସଭା ସାଂସଦ। ୨୦୧୯ ଲୋକସଭା ନିର୍ବାଚନରେ ପ୍ରଥମ ଥର ସେ ବିଜୟୀ ହୋଇ ମନ୍ତ୍ରୀ ହେବାରେ ସଫଳ ହୋଇଛନ୍ତି। ନିଜେ ନାବଳକ ଥିବା ବେଳେ ଚା ବଗିଚାରେ କାମ କରିଥିବା ଏହି ବ୍ୟକ୍ତି କିନ୍ତୁ ରାଜନୀତିରେ ସାମିଲ ହେବା ପରେ ବାଳ ଶ୍ରମିକଙ୍କ ଅଧିକାର ପାଇଁ ଅନେକ କାମ କରିଛନ୍ତି।
୪୫ ବର୍ଷୀୟ ଜନ ବାର୍ଲା ପଶ୍ଚିମବଙ୍ଗର ଜଲପାଇଗୁଡିର ବାସିନ୍ଦା। ସେ ସାଧାରଣ ପରିବାରରୁ ଆସିଛନ୍ତି। ପରିବାରରେ ଅଭାବ ପାଇଁ ସେ ଛୋଟ ବେଳେ ମୁଲ ଲାଗିଥିଲେ। ତେଣୁ ଏବେ ବି ସେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ପଶ୍ଚିମବଙ୍ଗରେ ସେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚ ରଖନ୍ତି। ଆଗକୁ ପଶ୍ଚିମବଙ୍ଗରେ ୭ ଆସନରେ ଉପନିର୍ବାଚନ ରହିଥିବା ବେଳେ ମୋଦି ଜନ ବାର୍ଲାଙ୍କୁ ମନ୍ତ୍ରୀ କରାଇ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି।
ପ୍ରଥମେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଶପଥ ନେଇଥିଲେ। ଏହା ପରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶାର ଅଶ୍ୱିନ୍ ବୈଷ୍ଣବ ଶପଥ ନେଇଛନ୍ତି।
ଏହା ପରେ ପଶୁପତି କୁମାର ପାରସ, ପୂର୍ବ କ୍ୟାବିନେଟରେ କ୍ରୀଡ଼ା ମନ୍ତ୍ରୀ ଥିବା କିରନ୍ ରିଜିଜୁ, ରାଜକୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ଶପଥ ଗ୍ରହଣ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଶପଥ ନେଇଛନ୍ତି।
ଏହାପୂର୍ବରୁ ଅନେକ ହେଭିୱେଟ ମନ୍ତ୍ରୀ ପଦ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି ହେଭିୱେଟଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଓ ପରିବେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଅଛନ୍ତି। ସେହିପରି କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିଛି।
କେଉଁମାନେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ଓ କାହାବୁ ବାଦ ଦିଆଗଲା
ବିଦା ହୋଇଥିବା ମନ୍ତ୍ରୀ
୧-ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ)
୨-ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ)
୩-ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ)
୪-ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ)
୫-ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ)
୬-ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ)
୭-ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ )
୮-ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ)
୯-ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ)
୧୦-ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ)
୧୧-ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ)
୧୨-ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ)
କେଉଁମାନା ସାମିଲ ହେବେ
୧-ଜ୍ୟୋତିରାଦିତ୍ୟ ସିନ୍ଧିଆ
୨-ସର୍ବାନନ୍ଦ ସୋନୱାଲ
୩-ବିଶ୍ୱେଶ୍ୱର ଟୁଡୁ
୪-ଅଶ୍ୱିନୀ ବୈଷ୍ଣବ
୫-ନାରାୟଣ ରାଣେ
୬-ଅନୁପ୍ରିୟା ପଟେଲ
୭-କପିଲ ପଟେଲ
୮-ମୀନାକ୍ଷୀ ଲେଖି
୯-ଅଜୟ ଭଟ୍ଟ
୧୦-ଭୂପେନ୍ଦ୍ର ଯାଦବ
୧୧-ସୁନିତା ଦୁଗାଲ
୧୨-ପଶୁପତି ପାରସ
୧୩-ଭାରତୀ ପାୱର
୧୪-ଶୋଭା କାରାଣ୍ଡଲାଜେ
୧୫- ଏଲ ମୁରୁଗାନ
୧୬-ରାମନାଥ ଠାକୁର
୧୭-ପଙ୍କଜ ଚୌଧୁରୀ
୧୮-ଆରସିପି ସିଂହ
୧୯- ନିଶିତ ପରମାଣିକ
୨୦-ଜନ ବର୍ଲା
୨୧-ଶାନ୍ତୁନ ଠାକୁର
୨୨-ସୁଭାଷ ସରକାର
୨୩- ଚନ୍ଦ୍ରେଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ
୨୪-ଦିଲେଶ୍ୱର କାମାତ
୨୫-ରାହୁଲ କସୱା
୨୬-ପ୍ରତିମା ଭୌମିକ
କେଉଁମାନେ ପାଇବେ ପଦୋନ୍ନତି
୧-ଅନୁରାଗ ଠାକୁର
୨-ଜି କିଶନ ରେଡ୍ଡୀ
୩-ପୁରୁଷୋତ୍ତମ ରୂପାଲ
୪-କିରଣ ରିଜ୍ଜିଜୁ
୫-ହରଦୀପ ସିଂହ ପୁରୀ
୬-ମନସୁଖ ମାଣ୍ଡଭିୟ
ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଏହାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଏକାଧିକ ମନ୍ତ୍ରୀ ମନ୍ତ୍ରିମଣ୍ଡଳ ପୂର୍ବରୁ ଇସ୍ତଫା ଦେବା ମଧ୍ୟ ଆରମ୍ଭ କରିଛନ୍ତି।
ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ କେମିତି ହେବ ଜାଣନ୍ତୁ-
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ ଜଣ ପିଏଚଡି, ୩ ଜଣ ଏମବିଏ, ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର, ୭ ଜଣ ପ୍ରଶାସନିକ ଅଧିକାରୀ ଓ ଗ୍ରାଜ୍ୟୁଏଟ ଡିଗ୍ରୀ ଧାରଣ କରିଥିବା ୬୮ ଜଣ ସଦସ୍ୟ ରହିବେ। ଏହାର ଅର୍ଥ ଶିକ୍ଷାଗତ ଯୋଗ୍ୟତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ପଛୁଆ ଓ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ବିଶେଷ ଧ୍ୟାନ ଦିଆଯାଇଛି। ନୂଆ ମନ୍ତ୍ରିମଣ୍ଡଳରେ ୧୨ ଜଣ ସଦସ୍ୟ ଦଳିତ ସଂପ୍ରଦାୟରୁ ରହିବେ। ପ୍ରତ୍ୟେକ ମନ୍ତ୍ରୀ ବିଭିନ୍ନ ଏସ୍ସି ସଂପ୍ରଦାୟରୁ ଆସିଛନ୍ତି। ଦୁଇ ଜଣ ଏସ୍ସି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ।
ସରକାରୀ ସୂତ୍ର ଅନୁସାରେ, ଏଥର ରେକର୍ଡ ୨୭ ଜଣ ଓବିସି ସଂପ୍ରଦାୟର ସଦସ୍ୟ ମନ୍ତ୍ରୀ ହେବେ। ଯାଦବ, କୁରମି, ଜାଟ, ଦରଜି, କୋଲି ଓ ଭୋକାଲିଗାସ ଭଳି ୧୯ଟି ପଛୁଆ ବର୍ଗରୁ ଏହି ୨୭ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ।
ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟରୁ ୫ ଜଣଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ। ଏମାନଙ୍କ ମଧ୍ୟରେ ଜଣେ ମୁସଲିମ, ଜଣେ ଶିଖ, ୨ ଜଣ ବୌଦ୍ଧ ଓ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଅଛନ୍ତି।
ବିଭିନ୍ନ ଏସ୍ଟି ସଂପ୍ରଦାୟର ୮ ଜଣ ଆଦିବାସୀ ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବ। ବ୍ରାହ୍ମଣ, ଭୂମିହର, କ୍ଷେତ୍ରୀୟ, ଲିଙ୍ଗାୟତ, ପଟେଲ, ମରାଠା ଓ ରେଡ୍ଡୀ ଜାତିର ୨୯ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ। ଦୁଇ କ୍ୟାବିନେଟ ପାହ୍ୟା ସହ ୧୧ ଜଣ ମହିଳାଙ୍କୁ ମୋଦିଙ୍କ ଟିମରେ ସୁଯୋଗ ମିଳିବ।
କ୍ୟାବିନେଟରେ ୧୪ ଜଣ ମନ୍ତ୍ରୀଙ୍କ ବୟସ ୫୦ ତଳେ ରହିଥିବା ବେଳେ ୬ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ। ଫଳରେ ଅଦଳବଦଳ ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳର ହାରହାରି ବୟସ ୫୮ ବର୍ଷ ହୋଇଯିବ। ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦିଆଯିବ। କେବଳ ଉତ୍ତରପୂର୍ବ ରାଜ୍ୟରୁ ୫ ଜଣ ସଦସ୍ୟ ମନ୍ତ୍ରୀ ପଦ ପାଇବେ।
ତେବେ ସେ କାହିଁକି ଇସ୍ତଫା ଦେଲେ, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ପଠାଇ ଦେଇଛନ୍ତି। ଚର୍ଚ୍ଚା ଅନୁଯାୟୀ, ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।
୭୨ ବର୍ଷୀୟ ଗଙ୍ଗୱାର ଉତ୍ତର ପ୍ରଦେଶର ବରେଲୀ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହୋଇଛନ୍ତି। ୧୯୮୯ରୁ କ୍ରମାଗତ ଭାବେ ସେ ଏହି ଆସନରୁ ଜିତି ଆସୁଥିଲେ। ତେବେ ୨୦୦୯ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କିନ୍ତୁ ସେ ପୁଣି ୨୦୧୪ ଓ ୨୦୧୯ରେ ଏଠାରୁ ଜିତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶ୍ରମ ମନ୍ତ୍ରୀ ହେବା ପୂର୍ବରୁ ଟେକ୍ସଟାଇଲ ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ।
ସେହିପରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ମଧ୍ୟ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁ ନଥିବାରୁ ପୂର୍ବରୁ ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ କ୍ୟାବିନେଟରୁ ବାଦ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପୋଖରିୟାଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।
Governor-designate of Karnataka, Thawarchand Gehlot, submitted his resignation from the membership of Rajya Sabha, to Rajya Sabha Chairman M Venkaiah Naidu. The Chairman accepted his resignation. pic.twitter.com/9rbkpgDEfm
— ANI (@ANI) July 7, 2021
ବେଙ୍ଗଲ ସାଂସଦ ତଥା ମହିଳା, ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଓ ଗତକାଲି କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ସାମାଜିକ ନ୍ୟାୟ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଥାୱରଚାନ୍ଦ ଗେହଲଟ ମଧ୍ୟ ଇସ୍ତଫା ଦେଇଛନ୍ତି। ଶ୍ରୀ ଗେହଲଟ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାକୁ ଉପରାଷ୍ଟ୍ରପତି ଗ୍ରହଣ କରି ନେଇଛନ୍ତି।
ଜଣଙ୍କ ପରେ ଜଣେ ଆଶାୟୀ ୭ ଲୋକକଲ୍ୟାଣ ମାର୍ଗରେ ଥିବା ମୋଦିଙ୍କ ବାସଭବନକୁ ଆସି ଆଲୋଚନା କରି ଯାଉଛନ୍ତି। ଏଠାରେ ମୋଦିଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଛନ୍ତି। ସେମାନେ ଜଣଙ୍କ ପରେ ଜଣେ ମନ୍ତ୍ରୀ ପଦ ପାଇବା ଚର୍ଚ୍ଚାରେ ଥିବା ନେତାଙ୍କୁ ଭେଟି ଆଲୋଚନା କରୁଛନ୍ତି।
ଚର୍ଚ୍ଚା ଅନୁଯାୟୀ, ଯେଉଁମାନେ ମୋଦିଙ୍କ ବାସଭନକୁ ଆସୁଛନ୍ତି ସେମାନଙ୍କୁ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାରର ନିଶ୍ଚିତ। ସେହିପରି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଥିବା ୩ ଜଣଙ୍କ ସଦସ୍ୟଙ୍କୁ ମଧ୍ୟ ଆଜି ପଦୋନ୍ନତି ମିଳିବ। ବର୍ତ୍ତମାନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିବା ଅନୁରାଗ ଠାକୁର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ଓ ପଞ୍ଚାୟତ ରାଜ, ଚାଷ ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପୁରୁଷତ୍ତୋମ ରୂପାଲଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯିବ ବୋଲି କୁହାଯାଉଛି।
ମୋଦିଙ୍କ ବାସଭବନକୁ ଆଜି ଯାଇଥିବା ନେତାଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ନାରାୟରଣ ରାଣେ, ମୀନାକ୍ଷୀ ଲେଖି, ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ହୀନା ଗାଭିଟ, ଶୋଭା କାରାଣ୍ଡଲାଜେ, ଅଜୟ ମିଶ୍ର, ଏଲଜେପିର ପଶୁପତି ପାରସ, କପିଲ ପାଟିଲ, ନିଶିତ ପରମାଣିକ, ଆରସିପି ସିଂହ ଓ ଅଜୟ ଭଟ୍ଟ ପ୍ରମୁଖ ରହିଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛନ୍ତି। ସେ ବିଜେପି ହାଇକମାଣ୍ଡଘଙ୍କ ଠାରୁ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି। ସେ ଜଣେ ଆଦିବାସୀ ନେତା। ତେଣୁ ବିଜେପି ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ଲକ୍ଷ୍ୟ ରଖିଛି।