ଦୁର୍ନୀତି ନିବାରଣ ସଂସ୍ଥା ଲୋକପାଲଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ସିବିଆଇ ଗୁରୁବାର ଦିନ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଆଜି ତାଙ୍କର ଘର ସମେତ ଅନେକ ଠିକଣା ଉପରେ ରେଡ୍ କରିଛି।
ବଜେପି ସାଂସଦ ନୀଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ସଂସଦରେ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ଆଣିଥିଲେ। ଏହାପରେ ସିବିଆଇ ଏହାର ଯାଞ୍ଚ କରିଥିଲା। ଯାଞ୍ଚରୁ ମିଳିଥିବା ତଥ୍ୟ ପରେ ଲୋକପାଳ ଏଜେନ୍ସି ଦ୍ୱାରା ସିବିଆଇକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ଦିଗ ଯାଞ୍ଚ କରିବା ପରେ ୬ ମାସ ମଧ୍ୟରେ ଏହି ମାମଲାରେ ସବିଶେଷ ତଥ୍ୟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
କହିରଖୁ, ଅନୈତିକ ଆଚାରଣ ପାଇଁ ଗତ ବର୍ଷ ଡିସେମ୍ବରରେ ଲୋକସଭାରୁ ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରାଯାଇଥିଲା। ପୂର୍ବତନ ସାଂସଦ ସୁପ୍ରିମକୋର୍ଟରେ ତାଙ୍କୁ ବହିଷ୍କାରକୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିର ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର କୃଷ୍ଣନଗର ଲୋକସଭା ଆସନରୁ ଟିଏମସି ପ୍ରାର୍ଥୀ କରିଛି।
କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ କାମ CVPPPL ନାମକ କମ୍ପାନୀ କରୁଛି। ଏହି କମ୍ପାନୀକୁ ଟେଣ୍ଡର ମିଳିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ସିବିଆଇ ପ୍ରାୟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିମଧ୍ୟରେ ଦିଲ୍ଲୀ, ଜମ୍ମୁ, କଶ୍ମୀର ତଥା ଅନ୍ୟ ରାଜ୍ୟରେ ବି ଏହି ଚଢ଼ାଉ ହୋଇଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ୨୧ ଲକ୍ଷ ଟଙ୍କା କ୍ୟାସ୍ ସମେତ ବହୁ କମ୍ପ୍ୟୁଟର, ବହୁ ଡକ୍ୟୁମେଣ୍ଟ, ଡିଜିଟାଲ ଡିଭାଇସ ଜବତ ହୋଇଥିଲା ।
ଏହି ମାମଲାରେ ସତ୍ୟପାଲ ମଲିକଙ୍କ ତତ୍କାଳୀନ ପ୍ରେସ ସଚିବ ସୁନକ ବାଲିଙ୍କ ଦିଲ୍ଲୀସ୍ଥିତ ଘରେ ବି ରେଡ ହୋଇ ସାରିଛି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅର୍ଥ ହେରଫେର ମାମଲାରେ ବାଲି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ମାତ୍ର ସତ୍ୟପାଲ ମଲିକ ନିଜ ଅଧିକାରୀଙ୍କୁ ରକ୍ଷା କରିବାକୁ ଯାଇ ଯିଏ ପ୍ରଥମେ ଏନେଇ ଅଭିଯୋଗ କରିଥିଲା, ସିବିଆଇ ତାକୁ ହଇରାଣ କରୁଥିବା କହିଥିଲେ।
ଜମ୍ମୁ- କଶ୍ମୀର ପ୍ରଶାସନ ତରଫରୁ ଏହି ପ୍ରୋଜେକ୍ଟର ଚେୟାରମ୍ୟାନ, ଏମଡି ଓ CVPPPL କମ୍ପାନୀର ଡାଇରେକ୍ଟର ଓ ଅନ୍ୟ କେତେ ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ପ୍ରୋଜେକ୍ଟ ପାଇଁ ଇ-ଟେଣ୍ଡର ହୋଇଥିବା ବେଳେ ସେତେବେଳେ ଗାଇଡଲାଇଇନ୍ର ପାଳନ ହୋଇ ନ ଥିବା ଅଭିଯୋଗ ହୋଇଥିଲା।
ଜମ୍ମୁ- କଶ୍ମୀରର କିଶତୱାଡରେ ପ୍ରବାହିତ ଚିନାବ ନଦୀ ଉପରେ ପ୍ରସ୍ତାବିତ କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ ପାଇଁ ୨୦୧୯ ମସିହାରେ ୨୨ଶହ କୋଟିର ୱାର୍କ ଅର୍ଡର ମିଳିବାରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ସମୟରେ ଜମ୍ମୁ- କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକ ଅଭିଯୋଗ କରିଥିଲେ କି ଦୁଇଟି ଫାଇଲ୍କୁ ପାସ୍ କରିବା ନିମନ୍ତେ ତାଙ୍କୁ ୩୦୦ କୋଟିର ଲାଞ୍ଚ ଯଚା ଯାଇଥିଲା। ମାତ୍ର ସେ ଏହାକୁ ରଦ୍ଦ କରି ଦେଇଥିବା କହିଥିଲେ ସତ୍ୟପାଲ ମଲିକ। ସିବିଆଇ ଏନେଇ ଦୁଇଟି ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।
CVPPPL ଏହି ପ୍ରୋଜେକ୍ଟକୁ ହାତେଇଥିବା ବେଳେ ସିବିଆଇ ଏହାର ପୂର୍ବ ଅଧ୍ୟକ୍ଷ ନବୀନ କୁମାର ଚୌଧୁରୀଙ୍କ ସମେତ ବହୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନବୀନ କୁମାର ଚୌଧୁରୀ ୧୯୯୪ ମସିହାର ଜମ୍ମୁ କଶ୍ମୀର କ୍ୟାଡରର ଆଇଏଏସ୍ ଅଧିକାରୀ ଥିଲେ।
କୀରୁ ହାଇଡ୍ରୋଇଲେକ୍ଟ୍ରିପ୍ରୋଜେକ୍ଟ କ’ଣ?
କୀରୁ ହାଇଡ୍ରୋଇଲେକ୍ଟ୍ରିପ୍ରୋଜେକ୍ଟ ଜମ୍ମୁ- କଶ୍ମୀରର କିଶତୱାଡ ଜିଲ୍ଲାରେ ପ୍ରବାହିତ ଚିନାବ ନଦୀରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ୨୦୧୯ ମସିହା ମାର୍ଚ୍ଚ ୭ ତାରିଖରେ ଏହି ପ୍ରୋଜେକ୍ଟ ପାଇଁ ନିବେଶକୁ ମଞ୍ଜୁରୀ ଦେଇଥିଲେ। ଏହି ପ୍ରୋଜେକ୍ଟ ନିର୍ମାଣ ପାଇଁ CVPPPL ନାମକ ଏକ ପ୍ରାଇଭେଟ କମ୍ପାନୀକୁ ଅନୁମତି ମିଳିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ୪ ୨୮୭.୫୯ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରୋଜେକ୍ଟ ଆସନ୍ତା ବର୍ଷ ସରିବ ବୋଲି ଆକଳନ କରାଯାଇଛି।
କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର। ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ସିବିଆଇ। ଭୁବନେଶ୍ୱର ଓ ରାଉରକେଲା ର ସିବିଆଇ ଟିମ୍ ହୋଇଛି ସାମିଲ। ଫାଇଲ କାମ କରିଦେବେ ବୋଲି ଅଧିକାରୀ ଜଣକ ଲାଞ୍ଚ ନେଇଥିବା ବେଳେ ସିବିଆଇ ଅଧିକାରୀ ମାଡ଼ି ବସିଲେ। ତେବେ ଏନେଇ ସିବିଆଇ କିମ୍ବା ଜିଏସଟି କମିସନରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଶିପିଂ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେବା ବେଳେ ଗତକାଲି ଧରାପଡ଼ିଥିଲେ ରାଜେନ୍ଦ୍ର। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ଜଣିଆ ସିବିଆଇ ଟିମ୍ ପଚରାଉଚରା କରିଥିଲେ।। ପରେ ରାଜେନ୍ଦ୍ରଙ୍କ ପାରାଦୀପରେ ଥିବା ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ଚଢ଼ାଉ କରାଯାଇଥିଲା।
ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା। ଏହାସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରାଯାଇଥିଲା।
ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଥିଲା।
ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ।
ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଛକି ରହିଥିବା ସିବିଆଇ ଅଧିକାରୀ ନାରାୟଣ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍ ଡକ୍ଟର ଆର୍.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।
ଏହାସହ ଗତକାଲି ରାଜେନ୍ଦ୍ରଙ୍କ ପାରାଦୀପରେ ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି। ଏହାସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରାଯାଇଛି।
ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।
କେବି ସିଂହଙ୍କ ଘର ଉତ୍ତର ପ୍ରଦେଶର ନୋଏଡାରେ। ଆଜି ସିବିଆଇ ତାଙ୍କ ଘରେ ଦୀର୍ଘ ସମୟ ଧରି ରେଡ କରିଥିଲା। ଏହାପରେ ଶ୍ରୀ ସିଂହଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଏବେ ବି ଦିଲ୍ଲୀ, ବିଶାଖାପଟନମ ଓ ନୋଏଡାର ଆଉ କିଛି ସ୍ଥାନରେ ରେଡ ଜାରି ରହିଛି।
GAILର ଗୋଟିଏ ପ୍ରକଳ୍ପ କାମ ଦେବା ପାଇଁ କେବି ସିଂହ ନିର୍ଦ୍ଦିଷ୍ଟ ଭାବେ ୫୦ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ସେ ଲାଞ୍ଚ ବାବଦ ଟଙ୍କା ନେବା ବେଳେ ସିବିଆଇ ଗିରଫ କରିଛି।
GAIL ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ରହିଛି। ଭାରତ ସରକାରଙ୍କ ଏତେ ବଡ଼ କମ୍ପାନୀରେ ବରିଷ୍ଠ ଅଧିକାରୀ ଲାଞ୍ଚ ନେବା ସମସ୍ତଙ୍କୁ ଚକିତ କରିଛି।
ଦ୍ୱାରିକାନାଥ ପାତ୍ର ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ସେ ହୀରା, ସୁନା ବ୍ୟବସାୟ କରିଥାନ୍ତି। ନିଜ ବ୍ୟବସାୟ ନିମନ୍ତେ ସେ ୨୦୧୩ ମସିହାରେ ଆହ୍ଲାବାଦ ବ୍ୟାଙ୍କରୁ ୬ କୋଟି ଟଙ୍କା ଲୋନ୍ ନେଇଥିଲେ। ପରେ ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କରେ ମିଶି ଯାଇଥିଲା। ଯେଉଁ ବିଜନେସ ନାଁରେ ଲୋନ୍ କରିଥିଲେ,ସେ ଉକ୍ତ ବିଜନେସ କରି ନ ଥିବା ବେଳେ ବ୍ୟାଙ୍କକୁ ଲୋନ୍ ଶୁଝି ନ ଥିଲେ। ଫଳରେ ସୁଧ ମିଶି ଏହି ଲୋନ୍ ଟଙ୍କା ଏବେ ୭ କୋଟିକୁ ବୃଦ୍ଧି ପାଇଛି।
ଏନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ଦିଲ୍ଲୀ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ସିବିଆଇ ଭୁବନେଶ୍ୱର ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଗତକାଲିଠୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଦ୍ୱାରିକାନାଥ ପାତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ମାମଲା ରୁଜୁ କରିଛି ସିବିଆଇ। ଏହି ଘଟଣାରେ ସହିଦ ନଗର ଅଫିସ ଓ ଲକ୍ଷ୍ମୀ ସାଗର ଘର ଉପରେ ଗତକାଲିଠୁ ସିବିଆଇ ଚଢ଼ାଉ ଜାରି ରହିଛି। ଏ ନେଇ ଦ୍ୱାରିକା ନାଥ ପାତ୍ରଙ୍କ ସମେତ ପତ୍ନୀ ପୁଷ୍ପାଞ୍ଜଳି ପାତ୍ର, ପୁଅ ଉମାଶଙ୍କର ପାତ୍ର, ବୋହୂ ଶୁଭଶ୍ରୀ ପାତ୍ର, ଝିଅ ବିକିଶ୍ୟ ପାତ୍ର ଓ ପବ୍ଲିକ ସରଭ୍ୟାଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଏହାପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ। ଏବେ ଏଥିରେ ତାମିଲନାଡୁ ଯୋଡ଼ି ହୋଇଛି।
କେନ୍ଦ୍ରରେ କ୍ଷମତାସୀନ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୀତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଗୋଟିଏ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା।
ଏହାକୁ ନେଇ ଆଜି ରାଜନୀତିକ ଆରୋପପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା। ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା। ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି।
୨୦୨୦ ମସିହା ନଭେମ୍ବର ୧୮ରେ ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟଗୁଡ଼ିକର ବିନା ଅନୁମତିରେ ସିବିଆଇ ନିଜ ଇଚ୍ଛାରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ରାଜ୍ୟର ସହମତି ପ୍ରକାଶ ନକଲେ ସିବିଆଇ କୌଣସି ପ୍ରକାରରରେ ତଦନ୍ତ ପାଇଁ ଅଧିକାର ପାଇବ ନାହିଁ। ସଂଘୀୟ ବ୍ୟବସ୍ଥାରେ ଡିଏସପିଇ ଆକ୍ଟର ଧାରା ୬ରେ ସମାନ କଥା ଦର୍ଶାଯାଇଛି। ଧାରା ୬ ଅନୁଯାୟୀ ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ କୌଣସି ମାମଲାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇପାରିବେ।
ଏହାପରେ ବି ଗୋଟିଏ ସାଧାରଣ ସହମତି ନିୟମ ରହିଛି। ଏହାବାଦ୍ ସିବିଆଇ କୌଣସି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କର ଅନୁମତି ମଧ୍ୟ ମାଗିପାରିବ। ସିବିଆଇ ତଦନ୍ତ ପାଇଁ ସରକାରଙ୍କ ସହିତ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇପାରିବେ। ଏହି ସମୟରେ ସହମତି ଧାରାକୁ ଅଗ୍ରାହ୍ୟ କରି ସିବିଆଇ ତଦନ୍ତ କରି ପାରିବ ବୋଲି ସୁପ୍ରିମକୋର୍ଟ କହିଥିଲେ।
କିରୁ ହାଇଡ୍ରୋ ଇଲେକ୍ଟ୍ରିସିଟି ପାୱାର ପ୍ରକଳ୍ପ ଦୁର୍ନୀତି ଘଟଣାରେ ସିବିଆଇ ଏପରି ପଦକ୍ଷେପ ନେଇଛି। ନିଜେ ସତ୍ୟପାଳ ମଲିକ ଏହି ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ବେଳେ ପ୍ରକଳ୍ପର ଲାଇସେନ୍ସ ବାତିଲ କରିଥିଲେ। ହେଲେ ଏବେ ତାଙ୍କରି ସହଯୋଗୀଙ୍କ ଘରେ ସିବିଆଇ ରେଡ୍ କରିବା ସମସ୍ତଙ୍କୁ ଚକିତ କରିଛି।
ସତ୍ୟପାଲଙ୍କ ପ୍ରେସ ସଚିବ ଭାବେ ସୁନକ ବାଲି, ସିଏ ଭାବେ ଭିଏସ୍ ରାଣା ଓ ପିଏ ଭାବେ କେଏସ ରାଣା କାମ କରୁଥିଲେ। ସିବିଆଇ ଆଜି ଦିଲ୍ଲୀର ୧୦ଟି ଓ ରାଜସ୍ଥାନର ୨ଟି ସ୍ଥାନରେ ରେଡ୍ କରିଛି।
ତେବେ ୩ ପୂର୍ବତନ ସହଯୋଗୀଙ୍କ ଦିଲ୍ଲୀ ସ୍ଥିତ ଘର ଓ ଅନ୍ୟାନ୍ୟ ସ୍ଥାନରେ ଏପରି ରେଡ୍କୁ ସତ୍ୟପାଲ ମିଲିକ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ପୂରା ଘଟଣାରେ ଅଭିଯୋଗକାରୀଙ୍କୁ ସିବିଆଇ ହଇରାଣ କରିବା ଦୁର୍ଭାଗ୍ୟଜନକ। ସୁନକ ବାଲି କୌଣସି ସରକାରୀ ଦରମା ନ ନେଇ ମୋ ପ୍ରେସ ପରାମର୍ଶଦାତା/ସଚିବ ଭାବେ କାମ କରୁଥିଲେ।”
ସୂତ୍ର ଅନୁସାରେ, ସିବିଆଇ ସାମ୍ବାଦିକ ବିବେକ ରଘୁବଂଶୀଙ୍କ ନାଁରେ ମାମଲା କରିଛି। ଅଫିସିଆଲ ସିକ୍ରେଟ୍ସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା କରାଯାଇଛି। ସିବିଆଇ କହିଛି ଯେ ରଘୁବଂଶୀ ଡିଆରଡିଓ ଏବଂ ଆର୍ମି ସହ ଜଡ଼ିତ ସମ୍ବେଦନଶୀଳ ପ୍ରୋଜେକ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିଲେ।
ଏହାପରେ ଏହି ତଥ୍ୟକୁ ସେ ବିଭିନ୍ନ ବିଦେଶ ରାଷ୍ଟ୍ରର ଗୁଇନ୍ଦା ଏଜେନ୍ସିକୁ ହସ୍ତାନ୍ତର କରୁଥିଲେ। ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନଥିଲେ ମଧ୍ୟ ସେ ଆର୍ଥିକ ଫାଇଦା ପାଇଁ ଏପରି କରୁଥିବା ପ୍ରାଥମିକ ତଦନ୍ତରୁ ସିବିଆଇ ଜାଣିବାକୁ ପାଇଛି।
ସାମ୍ବାଦିକ ରଘୁବଂଶୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିବା ପରେ ଆଜି ଜୟପୁର ଓ ଏନସିଆର ସମେତ ୧୨ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ଏହି ସମୟରେ ରଘୁବଂଶୀଙ୍କ ଠିକଣାରୁ ଅନେକ ସମ୍ବେଦନଶୀଳ ଦସ୍ତାବିଜ ମିଳିଥିବା ଏହି ସୂତ୍ରରେ କୁହାଯାଇଛି।
ମୁମ୍ବାଇର ଜଣେ ସୁନା ବ୍ୟବସାୟୀ ଅର୍ପିତ ଜଗୋଟିଆଙ୍କ ବିରୋଧରେ ସୁନା କାରବାରରେ ଅନିୟମିତତା କରିଥିବା ନେଇ ଜିଏସ୍ଟିରେ ମାମଲା ରୁଜୁ ହୋଇଥିଲା। ଏହି କେସ୍ରୁ ମୁକୁଳାଇବା ପାଇଁ ଜିଏସ୍ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାର ତାଙ୍କୁ କୋଟିଏ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ତାଙ୍କୁ ଜିଏସ୍ଟି କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ବେଳେ ଟଙ୍କା ଦେଲେ ଛଡ଼ାଯିବ, ନଚେତ ଗିରଫ କରାଯିବ ବୋଲି ଧମକ ଦିଆଯାଇଥିଲା ।
ଅର୍ପିତ ଜଗୋଟିଆ ଏନେଇ ନିଜ ସାଙ୍ଗ ଜିତେନ୍ଦ୍ର ଲୁନାବତଙ୍କୁ ଜଣାଇଥିଲେ । ଉଭୟ ପକ୍ଷ ଆଲୋଚନା ପରେ ତାହା ୫୦ ଲକ୍ଷରେ ଛିଣ୍ଡିଥିଲା। ଏହାପରେ ଉକ୍ତ ଦିନ ୨୫ ଲକ୍ଷ ଓ ପର ଦିନ ୨୫ ଲକ୍ଷ ଦେବାକୁ ଜିଏସ୍ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାର ଅର୍ପିତ ଜଗୋଟିଆଙ୍କୁ କହିଥିଲେ।
ଏନେଇ ଅର୍ପିତଙ୍କ ବନ୍ଧୁ ଜିତେନ୍ଦ୍ର ଲୁନାବତ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଧୀରେନ୍ଦ୍ର କୁମାରଙ୍କୁ ଧରିବାକୁ ସିବିଆଇ ଜାଲ ବିଛାଇଥିଲା। ଯୋଜନା ଅନୁଯାୟୀ, ଜିତେନ୍ଦ୍ର ୨୫ ଲକ୍ଷ ନେଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତାଙ୍କ ପଛରେ ଥିଲା ସିବିଆଇ ଟିମ୍। ଉକ୍ତ ସମୟରେ ହଠାତ୍ ଜଣେ ବାଇକ୍ ଚାଳକ ଆସି ଜିତେନ୍ଦ୍ରଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ପଳାଇଥିଲା।
ସିବିଆଇ ଟିମ୍ ବାଇକ୍ ଚାଳକଙ୍କ ପିଛା କରିଥିବା ବେଳେ ଆଉ ତାଙ୍କ ପତ୍ତା ପାଇ ପାରି ନ ଥିଲା। ଏହାପରେ ସିବିଆଇ ଟିମ୍ ଜିଏସଟି କାର୍ଯ୍ୟାଳୟରେ ପହଞ୍ଚି ଅର୍ପିତଙ୍କ କେସ୍ ଫାଇଲ୍କୁ ଜବତ କରିଥିବା ବେଳ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା।
ଉକ୍ତ ବାଇକ୍ଟି ଅମୃତଲାଲ ଶଙ୍ଖାଲ ନାମକ ବ୍ୟକ୍ତିଙ୍କ ନାମରେ ଥିବା ବେଳେ ତାଙ୍କର ବି ପତ୍ତା ମିଳୁନି। ପୁଲିସ୍ ତାଙ୍କ ଘରକୁ ଯାଇ ପଚରାଉଚରା କରିବାରୁ ତାଙ୍କ ସ୍ୱାମୀ ଜିଏସ୍ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ ଜଣଙ୍କଠାରୁ ୨୫ ଲକ୍ଷ ଆଣି ଫେରାର ହୋଇ ଯାଇଥିବା କହିଥିଲେ। ଏଥିରେ ବବନ ନାମକ ଆଉ ଜଣେ ଯୁବକ ବି ସାମିଲ ଥିବା ସେ କହିଥିଲେ। ସିବିଆଇ ଏହି ୨ ଜଣଙ୍କ ସମେତ ଜିଏସ୍ଟି ସୁପରିଣ୍ଟେଡେଣ୍ଟ ଧୀରେନ୍ଦ୍ର କୁମାରଙ୍କର ବି ପତ୍ତା ପାଉନି।
ଏଥିସହ ଟେଣ୍ଡର ପ୍ରକ୍ରିୟା ନେଇ ଫାର୍ମାସି ଷ୍ଟୋର କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି। ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟା ଠିକ୍ ହୋଇଥିଲା ଥିଲା ନା ନାହିଁ, ଏଥିରେ କିଛି ଅନିୟମିତତା ହୋଇଛି ନାହିଁ ସେନେଇ ପଚରାଉଚରା କରାଯାଇଥିଲା। ଚଢ଼ାଉରେ ସିବିଆଇର ଦୁଇଟି ଟିମରେ ୮ଜଣ ଅଫିସର ସାମିଲ ହୋଇଥିଲେ।
ସିବିଆଇ ଜବତ କରିଥିବା କାଗଜପତ୍ରର ତଦନ୍ତ କରି କେତେଜଣଙ୍କୁ ପଚରାଉଚରା ପାଇଁ ନୋଟିସ ଦେଇପାରେ ବୋଲି ସୂଚନା ମିଳିଛି।
ଏଥି ନିମନ୍ତେ ପୂର୍ବରୁ ରାବ୍ରି ଦେବୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା। ମାତ୍ର ପରେ ତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସିବିଆଇ ଟିମ୍ ପାଟନାସ୍ଥିତ ବାସଭବନରେ ପହଞ୍ଚି ପଚରାଉଚରା କରୁଛି। ଏହି ସମୟରେ ରାବ୍ରି ଦେବୀଙ୍କ ସ୍ୱାମୀ ଲାଲୁ ଯାଦବ, ୨ ପୁଅ ତେଜ ପ୍ରକାଶ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ରାବ୍ରି ଦେବୀଙ୍କ ଓକିଲ ବି ଉପସ୍ଥିତ ଅଛନ୍ତି ।
ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ୨୦୦୪ ମସିହାରୁ ୨୦୦୯ ମସିହା ମଧ୍ୟରେ ‘ଜମି ବଦଳରେ ଚାକିରି’ ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ମେ’ ମାସରେ ଏ ନେଇ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ରେଳ ବିଭାଗରେ ଚାକିରି ପାଇବା ନିମନ୍ତେ ଆଶାୟୀମାନେ ଲାଲୁ ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ କିମ୍ବା ଖୁବ୍ କମ୍ ଦରରେ ଜମି ହସ୍ତାନ୍ତର କରିଥିବା ଏଫ୍ଆଇଆରରେ ଅଭିଯୋଗ ହୋଇଥିଲା। ସିବିଆଇ ସମୁଦାୟ ୧୪ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି। ସେମାନଙ୍କ ମଧ୍ୟରେ ଲାଲୁ ଯାଦବ, ରାବ୍ରି ଦେବୀଙ୍କ ସମେତ ତାଙ୍କ ଝିଅ ମିସା ଓ ହେମା ବି ସାମିଲ ଅଛନ୍ତି।
ଲାଲୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଭୋଲା ଯାଦବଙ୍କୁ ଏହି ମାମଲାରେ ସିବିଆଇ ଜୁଲାଇ ୨୦୨୨ରେ ସିବିଆଇ ଗିରଫ କରି ସାରିଛି। ଏହି କାର୍ଯ୍ୟ ବିଜେପି ଦ୍ୱାରା ପ୍ରାୟୋଜିତ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆରଜେଡି ଅଭିଯୋଗ କରିଛି।
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବ, ରାବ୍ରି ଦେବୀଙ୍କ ସମେତ ୧୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଆସନ୍ତା ୧୫ ତାରିଖରେ ହାଜର ହେବାକୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି।
‘ଜମି ବଦଳରେ ଚାକିରି’ ସ୍କାମ କ’ଣ
‘ଜମି ବଦଳରେ ଚାକିରି’ ୧୪ ବର୍ଷ ପୁରୁଣା ସ୍କାମ । ଲାଲୁ ଯାଦବ ୨୦୦୪-୨୦୦୯ ମସିହା ମଧ୍ୟରେ ରେଳ ମନ୍ତ୍ରୀ ଥିବା ବେଳେ ଏହି ଘୋଟାଲା ହୋଇଥିବା ଜଣାଯାଇଛି। ନିଜ ମନ୍ତ୍ରୀ ପଦ କାଳରେ ରେଳବାଇରେ ଭର୍ତ୍ତି କରିବା ନିମନ୍ତେ ଲାଲୁ ତଥା ତାଙ୍କ ପରିବାର ସଦସ୍ୟ ଆଶାୟୀଙ୍କ ନିକଟରୁ ଲାଞ୍ଚ ହିସାବରେ ଜମି ନେଉଥିବା ଅଭିଯୋଗ ହେଉଥିଲା।
ଏପରିକି ପ୍ରଥମେ ଆଶାୟୀମାନଙ୍କୁ ରେଳବାଇରେ ଗ୍ରୁପ ଡିରେ ଭର୍ତ୍ତି କରାଯାଉଥିଲା। ଜମି ଡିଲ୍ ଫାଇନାଲ ହେବା ପରେ ଆଶାୟୀଙ୍କ ଚାକିରି ଫାଇନାଲ ହେଉଥିଲା। ଲାଲୁଙ୍କ ମନ୍ତ୍ରୀତ୍ୱ ସମୟରେ ବିନା ବିଜ୍ଞାପନରେ ବହୁ ଜଣଙ୍କୁ ରେଳବାଇରେ ଭର୍ତ୍ତି କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ମୁଖ୍ୟତଃ ମୁମ୍ବାଇ, ଜବଲପୁର, କୋଲକତା, ଜବଲପୁର ଓ ହାଜିପୁରରେ ନିଯୁକ୍ତି ମିଳୁଥିଲା।
ଏପରିକି କିଛି ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ରେଳବାଇ ତରଫରୁ ତତ୍ପରତା ପ୍ରକାଶ କରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ଯୁବକଙ୍କୁ ମାତ୍ର ୩ ଦିନରେ ରେଳବାଇ ଚାକିରି ମିଳି ଯାଇଥିଲା।
ଲାଲୁ ଓ ତାଙ୍କ ପରିବାର ସଦସ୍ୟ ପ୍ରାୟତଃ ୭ ଜଣଙ୍କୁ ଜମି ବଦଳରେ ଚାକିରି ସ୍କାମରେ ଚାକିରି ଦେଇଥିବା ଜଣାଯାଇଛି। ସେଥିମଧ୍ୟରୁ ସେମାନେ ୫ଟି ଜମି ବିକ୍ରି କରି ସାରିଥିବା ବେଳେ ଏବେବି ୨ ଟି ଜମି ଯାଦବ ଫ୍ୟାମିଲି ପାଖରେ ଥିବା ଜଣାଯାଇଛି।
ଲାଲୁ ଯାଦବ ପରିବାର ପାଟନାରେ ୧.୦୫ ବର୍ଗଫୁଟ ଜାଗା ମାଡ଼ି ବସିଛନ୍ତି। ଯାଦବ ପରିବାର ନଗଦ ଟଙ୍କା ଦେଇ ବହୁ କମ୍ ମୂଲ୍ୟରେ ଏହି ଜମି କିଣିଥିବା ଅଭିଯୋଗ ହୋଇଛି। ସିବିଆଇ ଏହାର ବି ଯାଞ୍ଚ କରୁଛି।
ରାଉରକେଲାର ଜଣେ ବିଧବା ମହିଳା ପ୍ରଭାସିନୀ ସ୍ୱାଇଁ ଏହି ପୋଷ୍ଟ ଅଫିସ୍ରେ ତାଙ୍କ ସ୍ୱାମୀ ରଖିଥିବା ଫିକ୍ସ ଡିପୋଜିଟ ଟଙ୍କା ଉଠାଇବାକୁ ଚାହୁଁଥିଲେ। ହେଲେ ଏଥିରେ ସହଯୋଗ କରୁ ନ ଥିଲେ ପୋଷ୍ଟ ଅଫିସ୍ର ଅଧିକାରୀ। ଫଳରେ ପ୍ରଭାସିନୀ ନିରାଶ ହୋଇଥିଲେ। ଟଙ୍କା ଉଠାଇବାକୁ ହେଲେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଶ୍ୱରଞ୍ଜନ।
ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଆସିଷ୍ଟାଣ୍ଟ ପୋଷ୍ଟ ମାଷ୍ଟରଙ୍କ ସମେତ ୨ ଜଣ। ଭୁବନେଶ୍ୱରରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ଏହି ରେଡ୍ରେ ସାମିଲ ହୋଇଛନ୍ତି।
ତାଙ୍କ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇ ଥିଲା। ଦିଲ୍ଲୀ, ତାମିଲନାଡୁ ଓ ମୁମ୍ବାଇ ସମେତ ୯ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି। ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ବିଦେଶୀ କମ୍ପାନୀକୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ରେଡ୍ ହୋଇଥିବା ସୂଚନା ମିଳିଛି। ୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
ସେହି ଅଭିଯୋଗ ଆଧାରରେ ଚଢ଼ଉ କରାଯାଉଥିବା ସୂଚନା ମିଳିଛି। ସେପଟେ ଚଢ଼ଉ ପରେ ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଥିଲେ କାର୍ତ୍ତି ଚିଦାମ୍ବରମ୍। ଆଉ କେତେଥର ହେବ। ସେ ଗଣିବା ଛାଡ଼ିଦେଲେଣି ବୋଲି କାର୍ତ୍ତି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।
ସିବିଆଇ ରେଡ୍ ଚାଲିଥିବା ବେଳେ କାର୍ତ୍ତି ଲଣ୍ଡନରେ ଥିବା ଜଣାଯାଇଛି। ଏହାପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଚିଦାମ୍ବରମ ବାପ ପୁଅ। କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତି । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍ରେ ରହିବା ପରେ ଶେଷରେ ମୁକୁଳିଥିଲେ ।
କୋର୍ଟ ଚିତ୍ରାଙ୍କୁ ରିମାଣ୍ଡରେ ପଠାଇବା ବେଳେ କେତେକ ସର୍ତ୍ତ ରଖିଛନ୍ତି। ସିବିଆଇ ତାଙ୍କୁ ଜେରା ବେଳେ ଉକ୍ତ ପ୍ରକୋଷ୍ଠରେ ସିସିଟିଭି ଲଗାଇବ। ପୂରା ଜେରା ପ୍ରକ୍ରିୟା ସିସିଟିଭରେ ରେକର୍ଡ କରାଯିବ। ଚିତ୍ରାଙ୍କୁ ତାଙ୍କ ଓକିଲ ସବୁଦିନ ସନ୍ଧ୍ୟା ବେଳେ ଭେଟିପାରିବେ। ସେହିପରି ପ୍ରତି ୨୪ ଘଣ୍ଟାରେ ଥରେ ସିବିଆଇ ପକ୍ଷରୁ ଚିତ୍ରାଙ୍କ ମେଡିକାଲ ଟେଷ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି।
ଶୁଣାଣି ବେଳେ ସିବିଆଇ ଓକିଲ କହିଥିଲେ ଯେ “ଚିତ୍ରା ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି। ସନ୍ଦେହଜନକ ଅବସ୍ଥାରେ ଥିବା ପ୍ରାୟ ୨୫ଶହ ଇ-ମେଲ ବାବଦରେ ତାଙ୍କୁ ପଚରାଉଚରା କରିବାର ଅଛି। ଚିତ୍ରା ଏନଏସ୍ଇର ପୂର୍ବତନ କର୍ମଚାରୀ ସୁବ୍ରମନ୍ୟମଙ୍କ ସହ ତାଙ୍କର ଥିବା ସମ୍ପର୍କ ବିଷୟରେ ଖୁଲାସା କରୁନାହାନ୍ତି। ଏପରି କି ସେ ସୁବ୍ରମନ୍ୟମଙ୍କୁ ଚିହ୍ନି ନାହାନ୍ତି ବୋଲି କହୁଛନ୍ତି।”
ତେବେ କୋର୍ଟ ଘଟଣାର ତଦନ୍ତ ଧୀରେଧୀରେ ବଢ଼ୁଥିବାରୁ ସିବିଆଇକୁ ସମାଲୋଚନା କରିଛନ୍ତି। ଏଥିସହ ଏଫଆଇଆରରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଏଯାଏ ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, “ଏଫଆଇଆରରେ ନାଁ ଥିବା ଅନ୍ୟ ଅଭିଯୁକ୍ତମାନେ କୁଆଡ଼େ ଗଲେ? ସେମାନେ ହେଉଛନ୍ତି ପ୍ରକୃତ ହିତାଧିକାରୀ। ସେମାନଙ୍କ ସ୍ଥିତାବସ୍ଥା କ’ଣ? ଘଟଣାକୁ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଫଆଇଆର ଏବେ ଶୀତଳଭଣ୍ଡାରରେ ପଡ଼ିଛି।”
୨୦୧୩ରୁ ୨୦୧୬ ଯାଏ ଚିତ୍ରା ଏନଏସଇର ସିଇଓ ଭାବେ କାର୍ଯ୍ୟ କରିଥିଲେ। ତେବେ ଏହି ସମୟରେ ସେ ହିମାଳୟରେ ଜଣେ ଯୋଗୀଙ୍କୁ ଏନଏସ୍ଇର ସବୁ ଗୁପ୍ତ ତଥ୍ୟ ଦେଉଥିଲେ। ଏପରି କି ତାଙ୍କ କଥାରେ ଏନଏସ୍ଇରେ ନିଯୁକ୍ତି ଓ ପ୍ରମୋସନ ମଧ୍ୟ ହେଉଥିଲା।
ସିବିଆଇ ତଦନ୍ତ ବେଳେ ଏନଏସଇର ପୂର୍ବତନ କର୍ମଚାରୀ ଆନନ୍ଦ ସୁବ୍ରମନ୍ୟମ୍ ହିଁ ହିମାଳୟର ତଥା କଥିତ ଯୋଗୀ ବୋଲି ଜାଣିବାକୁ ପାଇଥିଲା। ଏହାପରେ ଗତ ସପ୍ତାହରେ ତାଙ୍କୁ ଗିରଫ କରାଯାଇଛି।
ସୁବ୍ରମନ୍ୟମ ଗିରଫ ହେବା ପରେ ସିବିଆଇ ଚିତ୍ରାଙ୍କୁ ପଦର ଅପବ୍ୟବହାର ଓ ଏନଏସଇର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଘଟ ଅଭିଯୋଗରେ ଜେରା ଆରମ୍ଭ କରିଥିଲା। ତାଙ୍କ ବିରୋଧରେ ପ୍ରମାଣ ମିଳିବାରୁ ସିବିଆଇ ତାଙ୍କୁ ଗିରଫ କରିଛି।
ଏହି ମାମଲାରେ ଓପିଜି ସିକ୍ୟୁରିଟିଜର ପ୍ରମୋଟର ସଂଜୟ ଗୁପ୍ତାଙ୍କ ନାଁରେ ବି ରହିଛି। ଏନଏସଇର କେତେକ କର୍ମଚାରୀଙ୍କ ସହଯୋଗରେ ଓପିଜି ସିକ୍ୟୁରିଟି ଏନଏସଇର ସର୍ଭରରେ ଅନୁପ୍ରବେଶ କରିବା ସହ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିଛି।
https://www.youtube.com/watch?v=10EpjCArC3w