ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ। କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ ଅନୁମତି ଦେଇନାହିଁ। ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି କଟକର ବିଭିନ୍ନ କଲେଜରେ ଭିକେ ପାଣ୍ଡିଆନଙ୍କ " ନୂଆ ଓ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ସମୟରେ ସ୍ୱଚ୍ଛସାଥୀ ଓ ଜଳସାଥୀ ମହିଳାମାନେ ସେମାନଙ୍କ ଦାବି ନେଇ ପାଣ୍ତିଆନଙ୍କୁ ଭେଟିବାକୁ ଚାହିଁଥିଲେ। କମିଶନରେଟ ପୁଲିସ୍ ଭେଟିବାକୁ ମହିଳାମାନଙ୍କ ପାଖରେ ଅନୁମତି ନଥିବା କହି ସେମାନଙ୍କୁ ଘଟଣାସ୍ଥଳରୁ ବିଦା କରି ଦେଇଛି।
ବିଭିନ୍ନ ବର୍ଗର କର୍ମଚାରୀଙ୍କ ପାଇଁ ସରକାର ଦରମା ବୃଦ୍ଧି ଘୋଷଣା କରୁଛନ୍ତି। କିନ୍ତୁ ସ୍ୱଚ୍ଛ ଓ ଜଳ ସାଥୀମାନଙ୍କର ଦରମା କାହିଁକି ବୃଦ୍ଧି କରାଯାଉନାହିଁ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି। ୨୦୧୯ ମସିହାରୁ ଏସଏଜି ଗ୍ରୁପର ମହିଳାମାନେ ସ୍ୱଚ୍ଛସାଥୀ ଓ ଜଳସାଥୀ ଭାବେ କାମ କରୁଥିବା ବେଳେ ମାସିକ ୪ ହଜାର ଟଙ୍କା ଲେଖାଏ ଦରମା ପାଉଛନ୍ତି।
ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ନିୟୋଜିତ କରାଯାଉଛି। ହେଲେ ସେମାନଙ୍କ ଦରମା ଦରମା ଵୃଦ୍ଧି କରାଯାଉନାହିଁ। ଦରମା ବୃଦ୍ଧି ଉପରେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି, ତା’ହେଲେ ଆଗାମୀ ଦିନରେ ମହିଳାମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ସ୍ୱଚ୍ଛ ସାଥୀ ଉମା ବାରିକ କହିଛନ୍ତି, “୨୦୧୯ ମସିହା ଅକ୍ଟୋବର ୧୬ ତାରିଖରେ ଆମକୁ ଇଣ୍ଟରଭ୍ୟୁ ପରେ ନିଯୁକ୍ତି ମିଳିଥିଲା। ଆମକୁ ୮ ହଜାର ଟଙ୍କା ଦରମା ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ଆମକୁ ମାସିକ ୪ ହଜାର ଟଙ୍କା ଲେଖାଏ ମିଳୁଛି। ଆମକୁ ଆଗକୁ ଦରମା ବଢ଼ିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହେଲେ ପ୍ରତିଶ୍ରୁତିକୁ ୫ ବର୍ଷ ପୂରିଥିଲେ ହେଁ ଆମ କଥା କେହି ବି ଶୁଣୁ ନାହାନ୍ତି।
ଆମେ ମିଶନ ଶକ୍ତି ଅଫିସ ଯାଇଥିଲୁ। ସେଠାରେ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ ଆମକୁ ଚଳିତ ବର୍ଷ ଦରମା ବଢ଼ିବ ବୋଲି କହିଥିଲେ। ତଥାପି ଆମ ଦରମା ବଢ଼ି ନାହିଁ। ପାଣ୍ଡିଆନ ମଧ୍ୟ ସ୍ୱଚ୍ଛ ସାଥୀ ଓ ଜଳ ସାଥୀଙ୍କ ଦରମା ବଢ଼ିବ ବୋଲି ଘୋଷଣା କରିଥିଲେ। ସମସ୍ତଙ୍କ ଦରମା ବଢ଼ିଲା। ଆମକୁ ନିରାଶ କରାଗଲା।
ବାଲିଯାତ୍ରା ଠାରୁ ଏସିବିସି ସର୍ଭେର ଟଙ୍କା ମଧ୍ୟ ମିଳିନି। ଆମେ ଆମର ସମସ୍ୟା ପାଣ୍ଡିଆନ ସାରଙ୍କୁ ଜଣାଇବାକୁ ଚାହୁଁଥିଲୁ। କିନ୍ତୁ ପୁଲିସ୍ ଆମକୁ ଅନୁମତି ନଥିବା କହି ତାଙ୍କୁ ଦେଖାକରିବାକୁ ଛାଡ଼ି ନାହିଁ।”
ସିଏମସିର କାଉନସିଲ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାକୁ ଥିଲା। କିଛି ପ୍ରସ୍ତାବ ଉପରେ ଅନୁମୋଦନ ହାସଲ କରିବାକୁ ମଧ୍ୟ ମେୟର ସିଂ ଲକ୍ଷ୍ୟ ରଖିଥିଲେ। କିନ୍ତୁ ବୈଠକ ଆରମ୍ଭରୁ ବିରୋଧୀ କର୍ପୋରେଟର ବାଲିଯାତ୍ରା ଦୁର୍ନୀତି ନେଇ ପ୍ରଶ୍ନ କରିବା ସହ ପ୍ଲା-କାର୍ଡ ଦେଖାଇ ବିରୋଧ କରିଥିଲେ।
ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ମେୟରଙ୍କୁ ଦୁର୍ନୀତି ଅଭିଯୋଗ ଉପରେ ଆଲୋଚନା କରିବାକୁ ସେମାନେ ପ୍ରସ୍ତାବ ବି ଦେଇଥିଲେ। କିନ୍ତୁ ମେୟର କିମ୍ବା କଟକ କମିଶନର ଏହାକୁ କର୍ଣ୍ଣପାତ କରି ନଥିଲେ। ଏଥିଯୋଗୁ ବିରୋଧୀ ସଦସ୍ୟମାନେ ବୈଠକ ଚଳାଇ ଦେଇ ନଥିଲେ।
ଏହାକୁ ଶାସକ ଦଳର କର୍ପୋରେଟରମାନେ ବିରୋଧ କରିଥିଲେ। ଫଳରେ ଶାସକ ଓ ବିରୋଧୀ କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ସ୍ଥିତି ଅଧିକ ଜଟିଳ ହେବାରୁ ବୈଠକ ଅଧାରୁ ବାତିଲ କରି ମେୟର ଓ କମିଶନର ଚାଲି ଯାଇଛନ୍ତି।
ଘଟଣା ସମ୍ପର୍କରେ ମେୟର ସୁବାଷ ସିଂ କହିଛନ୍ତି, “କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଅନୁମୋଦନ ହାସଲ କରିବାର ଥିଲା। ଏନେଇ ମୁଁ ଭାଇମାନଙ୍କୁ ନିବେଦନ କରିଥିଲି। କିନ୍ତୁ ସେମାନେ ବୈଠକ ଚଲାଇ ଦେଉନାହାନ୍ତି। କାଉନସିଲରେ ସବୁ ଦଳର ସଦସ୍ୟ ରହିଛନ୍ତି। ଏହା ଗଣତାନ୍ତ୍ରିକ ପରମ୍ପରା। ହେଲେ କାଉସିଲକୁ ଚଳାଇ ନ ଦେବା ଠିକ ନୁହେଁ। ପ୍ରସ୍ତାବକୁ ଅନୁମୋଦନ ନ ମିଳିବାରୁ କାମ ହେଉନି। ହାଇକୋର୍ଟ ମଧ୍ୟ କାମ ନ ହେବାରୁ ବିରକ୍ତ ହେଉଛନ୍ତି।
କାମ ହେବା ଦରକାର। ବୈଠକ ବେଳେ ମୁଁ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲି। କିନ୍ତୁ ସେମାନେ ଆଲୋଚନା ନ କରି ପ୍ଲା-କାର୍ଡ ଦେଖାଇ ବିଶୃଙ୍ଖଳା କରିଥିଲେ। ଭିତ୍ତିହୀନ ପ୍ରସଙ୍ଗ ସେମାନେ ଉଠାଇଛନ୍ତି। ୩ରୁ ୪ ଜଣ କର୍ପୋରେଟର ପୂରା ସିମଏମସି କାଉନସିଲ ବୈଠକକୁ ଚଳାଇବାକୁ ଦେଉନାହାନ୍ତି। ସେମାନଙ୍କୁ ଆଲୋଚନା ପାଇଁ ନିବେଦନ କରିଥିଲେ ହେଁ ସେମାନେ କିଛି ବି ଶୁଣୁ ନାହାନ୍ତି।
ସବୁ ବୈଠକରେ ଏପରି ବିଶୃଙ୍ଖଳା ଦେଖିବାକୁ ମିଳୁଛି। ସେମାନେ କେବଳ ଭାଣ୍ଡାମୀ କରୁଛନ୍ତି। କିଛି ଦୁର୍ନୀତି ନାହିଁ। କଟକକୁ ମେଟ୍ରୋ ଆସୁଛି। ୨ ଦିନ ପରେ ଶିଳାନ୍ୟାସ ହେବ। ରୂପାନ୍ତରୀକରଣରେ ସହାୟତା କରନ୍ତୁ। ତ୍ରୁଟି ଥିଲେ ଜଣାନ୍ତୁ। ମିଳିମିଶି ସବୁ କରିବା। କିନ୍ତୁ ଖାଲି ଦୁର୍ନୀତି ଦୁର୍ନୀତି ହେଲେ କ’ଣ ହେବ।”
୨୬ ନମ୍ବର ୱାର୍ଡର କର୍ପୋରେଟର ଗଗନ ଓଝା କହିଛନ୍ତି, “ମହାଦୁର୍ନୀତିର ଯେଉଁ ମହାଶବ୍ଦ କଟକ ମହାନଗର ନଗମରେ ଉଠିଛି। ଏହା କର୍ପୋରେଟରମାନଙ୍କ କଥା ନୁହେଁ। ଏହା ପୂରା କଟକଟବାସୀଙ୍କ କଥା। ଏଜେନ୍ସି ଲଗାଇ ସିଏମସିର କୋଟି କୋଟି ଟଙ୍କା ବର୍ବାଦ କରାଯାଇଛି। ଆଜିର ବୈଠକରେ ଆମେ ବାଲିଯାତ୍ରାରେ ହୋଇଥିବା ବ୍ୟୟର ପ୍ରକୃତ ହିସାବ ମାଗିଥିଲୁ। ମେୟର ଏହା ଶୁଣି ରାଗି ଯାଇଥିଲେ ଓ ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କରିଥିଲେ।
ଗେଟ ପାଇଁ ୩୨ ଲକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ କାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଉଛି। ଆମେ ତା’ର ହିସାବ କେବଳ ମାଗିଥିଲୁ। ଏଭଳି ମିଛୁଆ ମେୟର ମୁଁ କେବେ ଦେଖିନି। ସେ ଶାଳୀନତା ରକ୍ଷା କରୁ ନାହାନ୍ତି। ସେ କହୁଥିବା ଶବ୍ଦର ମାନେ ନିଜେ ଜାଣି ନାହାନ୍ତି। ସେ ହେଉଛନ୍ତି ଜଣେ ବଡ଼ ମିଛୁଆ। ବାଲି ଯାତ୍ରାରେ ହେଇଥିବା ମହାଦୁର୍ନୀତି ସମ୍ପର୍କରେ ସେ ଆଲୋଚନା କାହିଁକି କରୁ ନାହାନ୍ତି?”
ରିପୋର୍ଟ ଅନୁସାରେ ବାଲିଯାତ୍ରା ପାଇଁ ତିଆରି ହୋଇଥିବା ଦୁଇଟି ଅସ୍ଥାୟୀ ଗେଟ ବାବଦକୁ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବେଲ ଭ୍ୟୁ ସ୍କୋୟାର ଓ ତେଲେଙ୍ଗାପେଣ୍ଠରେ ଏହି ଗେଟ ତିଆରି ହୋଇଥିଲା। ସେହିପରି ବାଲିଯାତ୍ରାର ପ୍ରଥମ ଦୁଇ ଦିନ ଲେଜର ଶୋ’ର ବ୍ୟବସ୍ଥା ହୋଇଥିଲା। ଲାଇଟର ମାନ ଖରାପ ଥିଲେ ହେଁ ଏଥିପାଇଁ ୯୬ ଲକ୍ଷ ଟଙ୍କାର ବିଲ କରାଯାଇଛି।
ଦୁର୍ନୀତିରେ ଖୋଦ ମେୟର ଓ କମିଶନରଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହ ଜଣେ ଅବସରପ୍ରାପ୍ତ ବିଚାରପତି ଏହାକୁ ତଦନ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏଥିସହ ମେୟରଙ୍କ ଇସ୍ତଫା ଓ କମିଶନରଙ୍କ ବଦଳିଦାବି ଦାବି କରିଛି କଂଗ୍ରେସ। ଏହି ବିକ୍ଷୋଭରେ ବିଧାୟକ ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସ କର୍ପୋରେଟର ଓ ଶହ ଶହ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ୨୭ ତାରିଖ ସୁଦ୍ଧା ତଦନ୍ତ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବା ସହ ପ୍ରତି ୱାର୍ଡରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଦୁର୍ନୀତି ସମ୍ପର୍କରେ ଅବଗତ କରିବ ବୋଲି ଦଳ କହିଛି।
ଚଢ଼ାଉ ବେଳେ ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି। ରାସ୍ତାକଡ଼ରେ ମାଛ ଓ ମାଂସ ନ କାଟିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହାଇକୋର୍ଟ ସିଏମସିକୁ କଡ଼ା ତାଗିଦ କରିଥିଲେ।
ଜଣେ ମାସଂ ଦୋକାନୀ କହିଛନ୍ତି, ମୁଁ କମିଲାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରୁଥିଲି। ସିଏମସିକୁ ଏନେଇ ମୁଁ ରସିଦ ଦେଖାଇଥିଲି। ହେଲେ ସେମାନେ ମୋ ରସିଦ ଦେଖି ନଥିଲେ। ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ନେଇ ଯାଇଥିଲେ। ଏପରି କରାଯାଇ ଆମ ଉପରେ ଜୁଲମ କରାଯାଉଛି।
କଟକରେ ନିର୍ମାଣ ହେଉଛି ଆନ୍ତର୍ଜାତିକ ନେତାଜୀ ବସ୍ ଟର୍ମିନାଲ୍। ଆଉ ସେହି ବସ୍ ଟର୍ମିନାଲ୍ରେ କଟକ ମହାନଗର ନିଗମ(ସିଏମ୍ସି) ୫ କୋଟି ଟଙ୍କାରେ ତିଆରି କରୁଛି ଅତ୍ୟାଧୁନିକ ଆହାର କେନ୍ଦ୍ର। ଯାହା ହାଇଫାଇ ରେଷ୍ଟୁରାଣ୍ଟର ଭ୍ରମ ସୃଷ୍ଟି କରିବ। ଆହାର କେନ୍ଦ୍ରର ପ୍ରବେଶ ପଥ ଚକାଚକ ହୋଇଛି। ସମ୍ପୂର୍ଣ୍ଣ ଶୀତ ତାପନିୟନ୍ତ୍ରିତ କରାଯାଇଛି। ବସି ଖାଇବା ଆରାମଦାୟକ କରାଯାଇଛି।
ଯାତ୍ରୀଙ୍କ ବସିବା ପାଇଁ ବେତର ଆରାମ ଦାୟକ ଚେରାୟ କରାଯାଇଛି। ଛୋଟ ପିଲାଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ମହିଳା ଯାତ୍ରୀମାନେ ଖାଇଲା ବେଳେ ଯେପରି ହଇରାଣ ହରକତ ନହେବେ, ସେଥିପାଇଁ ଛୋଟ ପିଲାଙ୍କ ବସିବାକୁ ହୋଇଛି ଆରାମ ଦାୟକ ଚେୟାର୍ର ବ୍ୟବସ୍ଥା। ଏହାଛଡ଼ା ହାତ ଧୋଇବା ପାଇଁ ଲାଗିଛି ଅତ୍ୟାଧୁନିକ ବେଶିନ୍ ଓ ଆଇନା। ହାଇଜିନିକ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଆହାର କେନ୍ଦ୍ରର ମୁଣ୍ଡ ଉପରେ ଝିଲମିଲ୍ କରୁଛି ରଙ୍ଗ ବେରଙ୍ଗର ଲାଇଟ୍। ତା’ ସହ ବିଭିନ୍ନ ଆକୃତିର ଫୁଲ। କାନ୍ଥରେ ଦେଖିବାକୁ ମିଳୁଛି ଓଡ଼ିଶା କଳା ଓ ସଂସ୍କୃତି ଝଲକ। ଥରେ ଯାତ୍ରୀମାନେ ଏହି କେନ୍ଦ୍ର ଭିତରେ ପ୍ରବେଶ କଲେ ନୂଆ ଏକ ଦୁନିଆରେ ପାଦ ଥାପିଲା ପରି ଲାଗିବ।
ଆହାର କେନ୍ଦ୍ରରେ ମାଣ୍ଡିଆର ବ୍ୟବସ୍ଥା କରାଯିବ। ସେଥିପାଇଁ ଅଲଗା ଏକ ଷ୍ଟଲ ଖୋଲାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ସେଠାରୁ ମାଣ୍ଡିଆର ବିଭିନ୍ନ ଆଇଟମ୍ର ସ୍ୱାଦ ନେଇପାରିବେ। ବର୍ତ୍ତମାନ ସୁଦ୍ଧା ମାଣ୍ଡିଆର ଦର ନିର୍ଦ୍ଧାଣ କରାଯାଇ ନାହିଁ। ତେବେ ଆହାର ମିଲ୍ ଜଣକା ୫ ଟଙ୍କା ବୋଲି ଜଣାପଡ଼ିଛି। ଉକ୍ତ ଆହାର କେନ୍ଦ୍ର ଏକ ଥରେ ୧୦୦ ଲୋକ ଖାଇପାରିବାର ବ୍ୟବସ୍ଥା କରାଯାଇଛି। ନେତାଜୀ ବସ୍ ଟର୍ମିନାଲ୍ରେ ନିର୍ମାଣ ହୋଇଥିବା ଏହି ଅତ୍ୟାଧୁନିକ ଆହାର କେନ୍ଦ୍ର ଆସନ୍ତା ମାସ ଲୋକାର୍ପଣ ହେବାର ସମ୍ଭାବନା ରହିଛି।
ରିପୋର୍ଟ- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ
ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀ ପି.ନରସିଂହା ଓ ଅନ୍ୟ ଜଣେ ବାରପଥର ଅଞ୍ଚଳରେ ଥିବା ବକ୍ସ ଡ୍ରେନରେ ସଫେଇ କରୁଥିଲେ। ସେତେବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଡ୍ରେନ୍ରେ ଗଳି ପଡ଼ିଥିଲେ। ଡ୍ରେନ୍ରେ ଥିବା ନର୍ଦ୍ଦମା ପାଣିରେ ବୁଡ଼ି ଯାଇଥିଲେ। ଡ୍ରେନ୍ରେ ପଙ୍କ ଥିବାରୁ ନରସିଂହା ବାହାରି ପାରିନଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ବାହାର କରିପାରିନଥିଲେ। ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ୍କୁ ପଠାଇ ଦେଇଛି। ଜାଇକା କର୍ତ୍ତୃପକ୍ଷଙ୍କ ଖାମ୍ଖିଆଲ୍ ନୀତି ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହାକୁ ନେଇ କଟକରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ଏଥିସହ ଜାଇକା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖବର ପାଇ କମିଶନରେଟ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍ରେ ଅଟଳ ରହିଛନ୍ତି।
ଗତ ରବିବାର ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। କଟକ ଝୋଲା ସାହି ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ମୃତ ଯୁବକ ରାଜସ୍ଥାନର ରାହୁଲ। ସେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ। ଏକ ଚା’ ଦୋକାନକୁ ଗଲା ବେଳେ ଗୋଡ଼ଖସି ଡ୍ରେନ୍ ଭିତରେ ପଡି ଯାଇଥିଲେ। ମୃତ ରାହୁଲଙ୍କ ବାପାଙ୍କ ପକ୍ଷରୁ ଏନେଇ ପୁରୀ ଘାଟ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ମୋକିମ୍ କହିଛନ୍ତି, ଯଦି ସିଡିଏ ପେଟା ନାଳ ଦେବାଶିଷଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା, ତାହାହେଲେ ସେ ୧୦ ବର୍ଷ ବିଧାୟକ ଥିବା ବେଳେ କେମିତି କାମ କିଛି କଲେନି। ସେହିପରି ମେୟର ସୁବାସ ସିଂଙ୍କୁ ତେରଚ୍ଛା ବାଣ ମାରି ଶ୍ରୀ ମୋକିମ୍ କହିଛନ୍ତି, ମେୟର ହେବା ଆଗରୁ ହିଁ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଥିଲା। ଏବେ ଯାହା ହେଉଛି, ସେପରି ହୀନ ରାଜନୀତି ହେବା ଉଚିତ ନୁହେଁ। ପେଟା ନାଳର ଅଫିସିଆଲ୍ ଉଦ୍ଘାଟନ ହୋଇନାହିଁ। ଅଫିସିଆଲ୍ ଉଦ୍ଘାଟନ ହେଲେ ସମସ୍ତେ ଉପସ୍ଥିତ ରହିବେ ବୋଲି ମୋକିମ କହିଛନ୍ତି।
ଗତକାଲି ସୁବାସ ସିଂ ନିଜ ସମର୍ଥକଙ୍କ ସହିତ ଯାଇ ପେଟା ନାଳର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ନଡ଼ିଆ ବାଡ଼େଇ ଥିଲେ। ଏହାକୁ କଡ଼ା ସମାଲୋଚନା କରିଥିଲେ ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ। ସେ କହିଥିଲେ, ଆଗରୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ମେୟର ଓ ସିଏମସି କମିଶନର ପୁଣି ଥରେ କାହିଁକି ନଡ଼ିଆ ବାଡ଼େଇ ଶିଳାନ୍ୟାସ କରିଛନ୍ତି, ତାହା ଜଣାପଡୁନି। ୨୦୨୧ ମସିହାରେ ସେ ଡିପିଆର୍ ପ୍ରସ୍ତୁତ କରାଯାଇଥିଲେ। କଟାକ୍ଷ କରି ଦେବାଶିଷ କହିଥିଲେ, ଏହା ସରକାରୀ ନା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ତାହା ସୁବାସ ସିଂ କହିପାରିବେ।
ସେପଟେ ଶନିବାର କାର୍ଯ୍ୟକ୍ରମକୁ ସ୍ଥାନୀୟ ନେତାଙ୍କୁ ଡକାଯାଇନଥିବା ଅଭିଯୋଗ କରି ସୁବାସ ସିଂ ଓ କଂଗ୍ରେସର ଗିରିବାଳା ବେହେରାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ପ୍ରସଙ୍ଗରେ ସୁବାସ ସିଂ କିମ୍ୱା ସିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଅନୁସାରେ, କଟକର କେଶରପୁର ଅଂଚଳରେ ମୁକୁଳା ଡ୍ରେନରେ ପଡ଼ି ଯୁକ୍ତ ଦୁଇ ଛାତ୍ରୀ ଏନ୍ ମୋହିନୀ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାର ଗତକାଲି ୨ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ ମଧ୍ୟ ଏବେବି ସେହି ସ୍ଥାନରେ ଡ୍ରେନ ବିପଦପୂର୍ଣ୍ଣ ଢଙ୍ଗରେ ମୁକୁଳା ହୋଇ ରହିଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ରାସ୍ତାରେ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିବାକୁ ମହାନଗର ନିଗମ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନି । ଓଲଟା ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ମେୟର ଶ୍ରୀ ସିଂ ତରବରିଆ ଭାବେ ମୋହିନୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରି ନିଜର ଦାୟିତ୍ୱ ଶେଷ କରିଛନ୍ତି।
କଟକ ଭଳି ସହରର ପ୍ରମୁଖ ରାସ୍ତା ସଂକୀର୍ଣ୍ଣ ହୋଇଥିବାବେଳେ ବର୍ଷା ଦିନ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବା ମହାନଗର ନିଗମ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି । ସେଥିପ୍ରତି ମେୟର ଶ୍ରୀ ସିଂ ଦୃଷ୍ଟି ନଦେଇ ଏବେ ସପତ୍ନୀକ ସିଙ୍ଗାପୁର ଯିବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି । ବିଭିନ୍ନ ୱାର୍ଡରେ ରାତି ବିତାଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଶ୍ରୀ ସିଂ ଏସବୁ ଡ୍ରେନଗୁଡ଼ିକର ନିର୍ମାଣ କାର୍ଯ୍ୟ କିଭଳି ବିପଦପୂର୍ଣ୍ଣ ଢଙ୍ଗରେ ତାହା କ’ଣ ଦେଖିନଥିଲେ ନା ଦେଖିକି ନିରବ ରହିଥିଲେ ।
ସ୍ଥାନୀୟ କର୍ପୋରେଟର, ମେୟର, ବିଧାୟକ ଓ ଅଫିସରମାନେ ନିୟମିତ ଭାବେ ସେସବୁ ମାର୍ଗରେ ଯାଉଥିଲେ ମଧ୍ୟ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ କ’ଣ ପଦକ୍ଷେପ ନିଆଯାଇଛି ତାକୁ କାହିଁକି ତଦାରଖ କରୁନଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ମୋହିନୀ ଯେଉଁ ସ୍ଥାନରେ ପ୍ରାଣ ହରାଇଥିଲେ, ସେଠାରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି । ନିର୍ମାଣ କାର୍ଯ୍ୟବେଳେ ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେବା ସହ ନିର୍ଦ୍ଦିଷ୍ଟ ଏସପିଓ ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି କହି ମେୟର ନିଜର ଦାୟିତ୍ୱ ଛଡ଼ାଇବାକୁ ଉଦ୍ୟମ କରିଛନ୍ତି । ମାତ୍ର ପ୍ରାୟ ଏକ ବର୍ଷ ଧରି ମେୟର ଥିବା ଶ୍ରୀ ସିଂ କାହିଁକି ଏପର୍ଯ୍ୟନ୍ତ ଉନ୍ନୟନ ନାଁରେ କଟକରେ ଅସୁରକ୍ଷିତ ଅବସ୍ଥାରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିନାହାନ୍ତି? ଯଦି କରିଥିଲେ ତା’ହେଲେ ୨ଟି ଜୀବନ ଅକାଳରେ ଚାଲିଗଲା କେମିତି?
ଏସବୁ ବ୍ୟବସ୍ଥାଗତ ତ୍ରୁଟିକୁ ନସଜାଡ଼ି ପ୍ଲିଜର ଟ୍ରିପରେ ଶ୍ରୀ ସିଂ ସିଙ୍ଗାପୁର ବୁଲି ଯିବେ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରୁ ସିଙ୍ଗାପୁରରୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ ଜୁନ୍ ୩ରୁ ହେଉଥିବାବେଳେ ପ୍ରଥମ ବିମାନରେ ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ସହ ଶ୍ରୀ ସିଂ ଯିବେ ବୋଲି ସୂଚନା ମିଳିଛି । ମାତ୍ର କଟକରେ ଏବେ ଯେଉଁ କାରଣ ପାଇଁ ୨ଟି ଜୀବନ ଅକାଳରେ ଚାଲିଯାଇଛି, ତା’ର ସ୍ଥାୟୀ ପ୍ରତିକାର ନକରି ଓ କଟକବାସୀଙ୍କ ପ୍ରତି ନିଜର ଦାୟିତ୍ୱବୋଧକୁ ଭୁଲି ମେୟର ଶ୍ରୀ ସିଂ ସିଙ୍ଗାପୁର ବୁଲି ଯିବାକୁ କିଭଳି ଆଗ୍ରହ ଦେଖାଇଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ।
ସଭାପତି ସୁବାଷ ସଂଗଠନ ଆଶୁତୋଷ ଦାସ କହିଛନ୍ତି, ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଗତ ଜାନୁଆରୀରେ କଟକ ମହାନଗର ନିଗମ ପକ୍ଷରୁ ନୂଆ କରି ନିର୍ମାଣ କରିଥିଲା "ମୋ ଶୌଚାଳୟ"। ଏହି ଶୌଚାଳୟ ନିର୍ମାଣକୁ ଇତି ମଧ୍ୟରେ ୪ ମାସ ବିତିଗଲାଣି, ହେଲେ ସବୁଠି ଝୁଲୁଛି ତାଲା। ଶୌଚାଳୟ ଖୋଲିବା ପାଇଁ ପଦକ୍ଷେନ ନ ନିଆଯିବା ଉପରେ ମହାନଗର ନିଗମର ଅପାରଗତା ଦାୟୀ।
ପ୍ରତିଦିନ ହଜାର ହଜାର ଲୋକ ଯୋବ୍ରା, ଷ୍ଟାଡିୟମ ଏବଂ ରିଂ ରୋଡ଼ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ମେଡିକାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମରେ ଆସିଥାନ୍ତି। କିନ୍ତୁ ଶୌଚାଳୟ ତାଲା ପଡ଼ିଥିବାରୁ ସେମାନଙ୍କୁ ପରିସ୍ରା ଯିବା କିମ୍ବା ଶୌଚ ହେବାକୁ ଅନେକ ସମସ୍ୟା ହୋଇଥାଏ। ବାଧ୍ୟହୋଇ ଖୋଲା ରାସ୍ତାରେ ଲୋକଙ୍କୁ ସ୍ନାନଶୌଚ ହେବାକୁ ପଡ଼ୁଛି। ମହିଳାମାନେ ଏଥିପାଇଁ ସବୁଠାରୁ ବେଶି ହିନସ୍ତା ହେଉଛନ୍ତି। ତେଣୁ ତୁରନ୍ତ ଶୌଚାଳୟଗୁଡିକୁ ଖୋଲାଯାଉ।
ଏନେଇ କଟକ ମେୟର ସୁବାସ ସିଂହ କହିଛନ୍ତି, ଜାନୁଆରୀରେ ହକି ବିଶ୍ୱକପ ଶେଷ ହୋଇଛି। ଫ୍ରେବୁଆରୀରେ ଏହି ଶୌଚାଳୟ ନିର୍ମାଣ କାମ ଶେଷ ହୋଇଛି। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇ ଏବେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଟେଣ୍ଡର ପ୍ରକ୍ରିୟା ପାଇଁ ସମୟ ଲାଗୁଛି। ତାହା ଶେଷ ହେଲେ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଖୁବ କମ ଦିନ ମଧ୍ୟରେ ଏହି ସମସ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହେବ ଏବଂ ସାଧାରଣ ଲୋକ ଏହାର ଲାଭ ଉଠାଇ ପାରିବେ ବୋଲି ସେ କହିଛନ୍ତି।
ସେପଟେ ଆଜି କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଏମସି କମିସନର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ସେ ତାଳଦଣ୍ଡା କେନାଲ, ଉଭୟ ପାର୍ଶ୍ୱର ରାସ୍ତା, ମାଛ ମାର୍କେଟ ସ୍ଥାନାନ୍ତର ଓ ଦୁଇଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ ଗ୍ରୀଡ ସଂପର୍କରେ ନିଜେ ଫିଲଡ୍ ଭିଜିଟ୍ କରି ଆଲୋଚନା କରିଥିଲେ। ସ୍ଥାନୀୟ ସର୍କିଟ ହାଉସରେ ଘଣ୍ଟା ଧରି ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ନିଜେ ଫିଲଡ୍ ଭିଜିଟ୍ କରି ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାମ କିପରି ଆଗେଇଛି ଓ କେନାଲ ର ଦୁଇ ପାର୍ଶ୍ଵରେ ଥିବା ରାସ୍ତା ଦେଖିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ କଟକକୁ ସୁନ୍ଦର କରି ଗଢି ତୋଳିବାକୁ ଯେଉଁ ପରିକଳ୍ପନା କରିଛନ୍ତି, ତାହା ଏହି ସବୁ ପ୍ରକଳ୍ପ ଦ୍ୱାରା ସଂପୂର୍ଣ୍ଣ ହେବ। ଏସସିବି କାମ ଯେଉଁ ଭଳି ଚାଲିଛି, କଟକ ଭିତରେ ବକ୍ସ ନାଳ କାମ ମଧ୍ୟ ସେହିଭଳି ଦୃତ ଗତିରେ ହେଉଛି। ଏହି ଭଳି ଅନେକ ନୂଆ ପ୍ରକଳ୍ପ କଟକରୁ କେବଳ ସୁନ୍ଦର କରି ଗଢି ତୋଳିବ ତାହା ନୁହେଁ ବରଂ ଲୋକଙ୍କୁ ମୁକ୍ତ ଭାବେ ଚଳପ୍ରଚଳ ହେବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ସେ କହିଥିଲେ।
ସୂଚନା ମୁତାବକ ଏହି ଡିୟର ପାର୍କ କଟକ ସହରବାସୀଙ୍କ ସମେତ ଅନ୍ୟମାନଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇରହିଛି। ମାତ୍ର ଏଠାରେ ଯେତିକି ଭିତ୍ତିଭୂମି ରହିଛି ମାତ୍ର ୧୦ ଅବା ତା ଠାରୁ କମ ହରିଣ ରହିବା କଥା।
୧୯୮୧ ମସିହାରେ ମାତ୍ର ୬ଟି ହରିଣଙ୍କୁ ନେଇ ଆରମ୍ଭ ହୋଇଥିଲା ଏହି ଡିୟର ପାର୍କ। ଆବଶ୍ୟକ ସୁରକ୍ଷା ମିଳୁଥିବାରୁ ତଥା ପ୍ରଜନନ ବଢ଼ିବାରୁ ସେମାନଙ୍କ ସଂଖ୍ୟା ଏବେ ୨୯୧ରେ ପହଞ୍ଚିଛି। ହେଲେ ସେମାନଙ୍କ ଖାଇବା ଓ ରହିବା ଭିତ୍ତିଭୂମିରେ ସେଭଳି କୌଣସି ଉନ୍ନତି ଘଟୁନାହିଁ। ଓଲଟା ସେମାନଙ୍କ ଚଳାଚଳରେ ବାଧା ଉପୁଜୁଛି। ସେମାନଙ୍କୁ ବିଶ୍ରାମ ନେବା ପାଇଁ ଛାଇ ଠିକ୍ ଭାବେ ମିଳିପାରୁନି। ଅଧିକ ସଂଖ୍ୟକ ବଡ଼ ଗଛ ନ ଥିବାରୁ ଅଧିକାଂଶ ହରିଣ ମୁଣ୍ଡ ଫଟା ଖରା, ବର୍ଷା ସହୁଛନ୍ତି। ତେଣୁ କେନ୍ଦ୍ର ଜଙ୍ଗଲ ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ଏକ ବଡ଼ ସ୍ଥାନକୁ ସ୍ଥାନାନ୍ତର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି।
ପରିବେଶବିତ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, ଏହି ଡିଅର ପାର୍କ ସମ୍ପୂର୍ଣ୍ଣ ବେଆଇନ। ସେଣ୍ଟ୍ରାଲ ଜୁ ଅଥରିଟି ଏହାର ଲାଇସେନ୍ସ ରଦ୍ଦ କରିସାରିଛନ୍ତି। ଏହି ପଦକ୍ଷେପକୁ ପ୍ରାୟ ୧୫ ବର୍ଷ ପୂରିଲାଣି। ଏହାକୁ ବଡ଼ ସ୍ଥାନକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ଜଙ୍ଗଲ ବିଭାଗ ମଧ୍ୟ ଚିଠି କରି ନିର୍ଦ୍ଦେଶ ଦେଇଛି। ସିଡିଏ ନିକଟରେ ଚିହ୍ନଟ ପ୍ରାୟ ୧୦ ଏକର ସ୍ଥାନକୁ ଏହି ଡିଅର ପାର୍କକୁ ସ୍ଥାନାନ୍ତର କରିବାକୁ ଯୋଜନା ମଧ୍ୟ ହୋଇଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ କରାଯାଉନି। ଫଳରେ ଏବେ ରହୁଥିବା ସ୍ଥାନରେ ହରିଣମାନେ କଷ୍ଟ ପାଉଛନ୍ତି। ଏଠାରେ ଛାଇ ସ୍ଥାନ ମିଳୁ ନ ଥିବାରୁ ହରିଣମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ଦେଖାଦେଇଛି। ଜଙ୍ଗଲ ବିଭାଗ ପିସିସିଏଫ୍ ଓ କଟକ ମହାନଗର ନିଗମ ଉଭୟ ଏ ବାବଦରେ ଚୁପ୍ ରହି ଦାୟିତ୍ୱହୀନତା ଦେଖାଉଛନ୍ତି। ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ବେଆଇନ ଏହି ଡିଆର ପାର୍କ ଚଲାଉଥିବା କଟକ ମହାନଗର ନିଗମ ଅଧିକାରୀଙ୍କ ଉପରେ ମାମଲା ହେବା କଥା।
ସ୍ଥାନୀୟ ବାସିନ୍ଦା ଜୟକୃଷ୍ଣ ଆଚାର୍ଯ୍ୟ କହିଛନ୍ତି, ଡିଅର ପାର୍କରେ ଯେଉଁ ଅଢ଼େଇ ଏକର ସ୍ଥାନ ଅଛି ଅତି ବେଶୀରେ ୩୦ଟି ହରିଣ ରହିପାରିବେ। ମାତ୍ର ଏଠାରେ ହରିଣ ସଂଖ୍ୟା ବଢ଼ୁଛି ଓ ସ୍ଥାନ ଅଭାବ ଯୋଗୁ ହରିଣ ଦୁର୍ଦ୍ଦଶା ଭୋଗୁଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହି ସ୍ଥାନର ସୌନ୍ଦର୍ଯ୍ୟତା ବୃଦ୍ଧି ନିମନ୍ତେ ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ।
କଟକ ମେୟର ସୁବାଷ ସିଂ କହିଛନ୍ତି, ଏହି ଡିଅର ପାର୍କ କଟକର ଗର୍ବ ଓ ଗୌରବର କଥା। ତେବେ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଏହି ସ୍ଥାନରେ ଏତେ ସଂଖ୍ୟକ ହରିଣ ରହିବା କଥା ନୁହେଁ। ତେଣୁ ଏଠାରୁ କିଛି ହରିଣଙ୍କୁ ଚନ୍ଦକାର ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିକଳ୍ପ ଯୋଜନା ହୋଇଛି। ମାତ୍ର କଟକରୁ ହରିଣ ପାର୍କ ହଟିବନି।
ରିପୋର୍ଟ- କଟକରୁ ବିଶ୍ୱଜିତ ଆଚାର୍ଯ୍ୟ
ପୁଲିସ ମୁତୟନ ଥିବା ସତ୍ତ୍ୱେ ସୁଭାଷ ସଙ୍ଗଠନର କର୍ମକର୍ତ୍ତାମାନେ ଚକମା ଦେଇ ସିଏମ୍ସି ଅଫିସ୍ ଭିତରେ ବାଲି ପକାଇଥିଲେ। ଏହି ସମୟରେ ପୁଲିସ ଓ ସୁଭାଷ ସଙ୍ଗଠନ କର୍ମକର୍ତ୍ତାମାନଙ୍କ ଭିତରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ସେପଟେ କମିଶନର ବାଲି, ଧୂଳି ରାସ୍ତାରେ ଜମିବାରୁ ସହରର ଅବସ୍ଥା ଖରାପ ହୋଇଥିଵା ସ୍ୱୀକାର କରିଛନ୍ତି ଓ ରାସ୍ତାରୁ ଵାଲି ସଫା କରିବା ପାଇଁ ସିଏମସି ସ୍ୱତନ୍ତ୍ର ମେସିନ କିଣୁଛି ଵୋଲି ସୂଚନା ଦେଇଛନ୍ତି।
ସେପଟେ ରାସ୍ତା ତୁରନ୍ତ ସଫା କରା ନ ଗଲେ ଅନ୍ଦୋଳନ ଜୋରଦାର ହେବ ବୋଲି ସୁଭାଷ ସଂଗଠନ ସଭାପତି ଆଶୁତୋଷ ଦାସ କହିଛନ୍ତି।
ସିଏମ୍ସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, ସିଏମ୍ସି ପାଖରେ ଥିବା ସୁଇପିଂ ମେସିନର କ୍ଷମତା ଖୁବ୍ କମ୍ ଥିଵାରୁ, ଏହା ସଠିକ ଭାବେ ରାସ୍ତାରୁ ବାଲି ସଫା କରିପାରୁନାହିଁ। ଏବେ ତିନୋଟି ଉଚ୍ଚ କ୍ଷମତାସମ୍ପନ୍ନ ସୁଇପିଂ ମେସିନ ଆଣିବା ପାଇଁ ଟେଣ୍ଡର ହୋଇଛି। ସପ୍ତାହକ ଭିତରେ ଏହି ମେସିନ ପହଞ୍ଚିଲେ ରାସ୍ତାଘାଟରୁ ବାଲି ସଫା କରିବା ସହଜ ହେବ। ସହରରେ ମାତ୍ରାଧିକ ବାଲି ବୋଝେଇ ଗାଡ଼ି ଯାତାୟତ କରୁଥିବାରୁ ଏହା ଉପରେ କଟକଣା ଜାରି କରିବାକୁ ପଦକ୍ଷେନ ନିଆଯିବ ବୋଲି କମିଶନର କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। ହେଲେ ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି କହିଥିଲେ।
ସିଏମସିର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଡି.ଆର.ତ୍ରିପାଠୀଙ୍କୁ ବଦଳି, ବିନା ବିରୋଧୀଙ୍କ ଉପସ୍ଥିତିରେ ପାରିତ ହୋଇଥିବା ବିଲ୍କୁ ପ୍ରତ୍ୟାହାର କରିବା ଓ ବିଧାୟକ ମୋକିମଙ୍କୁ କ୍ଷମା ପ୍ରାର୍ଥନା ପ୍ରସ୍ତାବ ଦେବାକୁ କର୍ପୋରେଟରମାନେ ଦାବି କରିଥିଲେ ।
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, କଟକ ମହାନଗର ନିଗମରେ ଅଫିସରଙ୍କ ମନମାନି ଚାଲିଛି। ଅଫିସରଙ୍କ ଏହି ମନମାନି କଟକ ସହରବାସୀ ବରଦାସ୍ତ କରିବେନି । ନିନାୟକ ନିଷ୍ପତ୍ତି ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ। ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଯୋଗାଇ ଦିଆଯିବ।
ମେୟର ସୁବାଷ ସିଂହ କହିଛନ୍ତି, କଟକବାସୀଙ୍କ ସ୍ୱାର୍ଥ ପାଇଁ ଏହି କାମ କରାଯାଉ ନାହିଁ। କଟକରେ କିପରି ଭଲ କାମ ହେବା ତାହାକୁ ଦୃଷ୍ଟି ଦେବା କଥା। ସେହି କଥା ନ କରି କାହାକୁ ଡାକିଲେ ଓ କାହାକୁ ନ ଡାକିଲେ ଏନେଇ ହଙ୍ଗାମା କରିବା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ଗତକାଲି କଟକ ମହାନଗର ନିଗମରେ କାଉନ୍ସିଲ୍ ବୈଠକ ହୋଇଥିଲା। ବୈଠକ ଆରମ୍ଭରୁ ହୋ-ହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା। କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ। ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ।।
କଂଗ୍ରେସ ପରି ବିଜେପି କର୍ପୋରେଟରମାନେ ମଧ୍ୟ ବିଭିନ୍ନ ଅଭିଯୋଗ ଆଣି ହୋ-ହଲ୍ଲା କରିଥିଲେ। ବିରୋଧୀ କର୍ପୋରେଟରମାନେ ବୈଠକ ବର୍ଜନ କରି ଧାରଣାରେ ବସିଥିଲେ। ସେପଟେ ବିନା ବିରୋଧୀରେ ବୈଠକ ଚାଲିଥିଲା। ସେହିପରି ସିଏମସିର ଜଣେ ନିର୍ବାହୀ ଅଧିକାରୀ ଜଣେ କଂଗ୍ରେସ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ବିରୋଧୀ କମିଶନରଙ୍କ ବହିଷ୍କାର ଦାବିରେ ଧାରଣାରେ ବସିଥିଲେ।
କଂଗ୍ରେସ କର୍ପୋରେଟର ଲିଜା ରାଉତ କହିଛନ୍ତି, ଗତ ୪ ତାରିଖରେ କଟକ ସହରରେ ୪ଟି ସ୍ଥାନରେ ଶିଳାନ୍ୟାସ ହୋଇଥିଲା। ଏଠାରେ ଭାଗ ନେବା ପାଇଁ କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ସିଏମ୍ସି ପକ୍ଷରୁ ବିଧାୟକଙ୍କୁ କୌଣସି ଚିଠି ହୋଇନାହିଁ। ଏପରି କରି ତାଙ୍କୁ ଅପମାନିତ କରାଯାଇଛି। ମଧୂବାବୁ ସ୍ମୃତି ପୀଠ ଶିଳାନ୍ୟାସ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଫଳକରେ ବିଧାୟକଙ୍କ ନାଁ ମଧ୍ୟ ନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଥିବା ଲିଜା ଅଭିଯୋଗ କରିଛନ୍ତି।
ମେୟର ସୁବାସ ସିଂହ କହିଛନ୍ତି, ବିକାଶ ପାଇଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏ ସମ୍ପର୍କିତ ଆଲୋଚନାରେ ଭାଗ ନନେଇ ଉଠି ପଳାଇବା ଠିକ୍ ହୋଇନାହିଁ। ଆମର ଯେଉଁଟି ତ୍ରୁଟି ହେଉଛି, ତାକୁ ସଜଡା ଯାଉଥିବା କହିବା ପରେ କାନ୍ଉନ୍ସିଲକୁ ଅଚଳ ଓ ଭଙ୍ଗାରୁଜୁ କରିବା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଉପହାସ। କଟକବାସୀଙ୍କ ସ୍ୱାର୍ଥ ପାଇଁ ଏ କାମ ସେମାନେ କରିନାହାନ୍ତି। କଟକବାସୀଙ୍କ ମତ ହେଉଛି, କେମିତି ଭଲ କାମ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।
https://youtu.be/jIgO6fvzz6o
https://youtu.be/WkgPxc9AMbc
https://youtu.be/GIFbDJ6VMdY
CMC କର୍ମଚାରୀ,ପୁଲିସ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ପାଇଁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ୬୭ ବସ୍ତିବାସିନ୍ଦାଙ୍କ ମଧ୍ୟରେ ୧୫ ମହିଳା ଅଛନ୍ତି ।
ଗତ ମଙ୍ଗଳବାର ଘଣ୍ଟାଏର ଖଣ୍ଡପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଥିଲେ କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା । ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ୍।
କିନ୍ତୁ ବସ୍ତି ବାସିନ୍ଦାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ସହ ଗାଡ଼ିକୁ ଢେଲା ପଥର ମାଡ଼ କରି ଏଭଳି ଭଙ୍ଗାରୁଜା କରିଥିଲେ ।
ସୂଚନାଯୋଗ୍ୟ, କଟକ ନୂଆପଡ଼ା ବାଲିସାହି ବସ୍ତିରେ କାଳବୈଶାଖି ଯୋଗୁ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା, ତାହାକୁ ନେଇ ସେଠାରେ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡକୁ ନେଇ ଜୋର ଧରିଛି ରାଜନୀତି।
ଏହା କୌଣସି ଫିଲ୍ମର ସଂଳାପ ନୁହେଁ । ବରଂ ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ଦୁର୍ଦ୍ଦଶା ଭୋଗୁଥିବା ବସ୍ତିବାସିନ୍ଦାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଏଭଳି ଢ଼ଙ୍ଗରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପାଖରେ ରଖୁଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ। ତାଙ୍କ ସହ ପୁଅ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ କଟକ ମହାନଗର ନିଗମ କମିଶନର(ସିଏମସି) ଅନନ୍ୟା ଦାସଙ୍କ ପ୍ରତି ଥିବା ନିଜର କ୍ଷୋଭକୁ ବ୍ୟକ୍ତ କରୁଥାନ୍ତି। ଗୋଟିଏ ଜିଦ୍ ସିଏମସି କମିଶନରଙ୍କୁ ଡାକନ୍ତୁ ଆମେ ଭେଟିବୁ। କିନ୍ତୁ ଲେଡ଼ି ଆଇଏଏସ୍ ଅଫିସରଙ୍କ ପ୍ରଭାବ ଆଗରେ ଜିଲ୍ଲା ପ୍ରଶାସନ ନାଚାର ହୋଇପଡ଼ିଥିଲା।
ସୂଚନା ଅନୁସାରେ, ରାଜ୍ୟରେ କୋଭିଡ୍ ମହାମାରୀର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ଦିନରାତି କାର୍ଯ୍ୟ କରୁଥିବାବେଳେ କଟକ ମହାନଗର ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ଏବେ ଭିନ୍ନମୋଡ଼ ନେଇଛି। ଗତକାଲି କାଳବୈଶାଖୀର ତାଣ୍ଡବରେ କଟକ ନୂଆପଡ଼ାସ୍ଥିତ ବାଲିସାହିରେ ଥଇଥାନ ହୋଇଥିବା ବହୁ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶିବା ଓ ରାତିସାରା ବର୍ଷାପବନରେ ସେମାନେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନପାଇବାକୁ ନେଇ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳ ଆଜି କଟକ ମହାନଗର କମିଶନରଙ୍କ କାର୍ଯ୍ୟକୁ ଖୋଲାଖୋଲି ନିନ୍ଦା କରିବା ସହ ଅଫିସରରାଜ୍କୁ ନେଇ ବର୍ଷିଛନ୍ତି।
ବିଜେଡି ବିଧାୟକ ଶ୍ରୀ ବିଶ୍ୱାଳ ଓ ତାଙ୍କ ପିତା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଉଭୟ ଆଜି ଜିଲ୍ଲା ନୂଆପଡ଼ାର ବାଲିସାହି ବସ୍ତି ନିକଟରୁ ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କାଳବୈଶାଖୀ ପୀଡ଼ିତ ବସ୍ତିବାସିନ୍ଦାଙ୍କୁ ଧରି ସେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ ମଧ୍ୟ ସିଏମସି କମିଶନର ଅନନ୍ୟା ଦାସ ଆସିନଥିଲେ। ଏପରିକି ସେମାନେ ଫୋନ୍ କରି ଅନୁନୟ ହୋଇଥିଲେ ମଧ୍ୟ କମିଶନର ଆସିପାରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ।
‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ୩ ମିନିଟର ଭିଡିଓରେ ବିଜେଡି ବିଧାୟକ ଶ୍ରୀ ବିଶ୍ୱାଳ କାହିଁକି ସିଏମସି କମିଶନର ଆସିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି। ଯେ ପର୍ଯ୍ୟନ୍ତ ସିଏମସି କମିଶନର ଏଠାକୁ ନଆସିବେ ସେ ଜାଗା ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସେହିପରି ତାଙ୍କ ପିତା ତଥା ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ ଯେ, କଟକ ମହାନଗର ଗଢ଼ିବାରେ ସେମାନେ ରକ୍ତ ଦେଇଛନ୍ତି। ଗରିବ ଲୋକମାନେ ହଇରାଣ ହେବେ। ସେଥିପାଇଁ ଅନୁନୟ କରି ସେମାନଙ୍କୁ ୧୫ଦିନ ସମୟ ଦେବାକୁ କହିଥିଲି। କିନ୍ତୁ ଏ ମ୍ୟାଡ଼ାମ୍ କିଛି ଶୁଣିଲେ ନାହିଁ। ମହାନଗରରେ ମନଇଚ୍ଛା ସବୁ କରୁଛନ୍ତି। ଶାସକ ଦଳର ବିଧାୟକଙ୍କୁ ବି ପଚାରୁ ନାହାନ୍ତି । ଇଏ କ’ଣ ଚାଲିଛି। ବହୁତ ହୋଇଗଲାଣି। ସେ ନିଜକୁ କ’ଣ ଭାବିଲେଣି । ସେ ଯାଇ ଏଥର ନିର୍ବାଚନ ଲଢ଼ନ୍ତୁ। ଏଥର ତାଙ୍କ ସହ ମୁହାଁମୁହିଁ ହେବ। ସେ ଯିବେ ନଚେତ୍ ଆମେ ଯିବୁ । କିନ୍ତୁ କଟକର ଗରିବ ଲୋକଙ୍କ ଉପରେ ଏଭଳି ଜୁଲୁମ୍ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ।
ତେବେ ପ୍ରଶ୍ନ ଉଠୁଛି, ସିଏମସି କମିଶନର ଶ୍ରୀମତୀ ଦାସ କରୋନା ମହାମାରୀ ସଂକ୍ରମଣବେଳେ ମାଲଗୋଦାମ ଅଂଚଳରୁ ବସ୍ତି ଉଚ୍ଛେଦ କରିବା ପାଇଁ କାହିଁକି ଏତେ ଜିଦ୍ ଧରିଥିଲେ। ସ୍ଥାନୀୟ ବିଧାୟକ ଓ ଲୋକପ୍ରତିନିଧିଙ୍କ ଅନୁରୋଧକୁ ବି ଏଡ଼ାଇ ଯାଇଥିଲେ। ଗରିବ ବସ୍ତିବାସିନ୍ଦାଙ୍କୁ ନେଇ ମହାନଗର ନିଗମ ଯେଉଁ ସ୍ଥାନରେ ଥଇଥାନ କରିଛି ସେଠାରେ ଆବଶ୍ୟକ ବ୍ୟବସ୍ଥା ନଥାଇ ଏଭଳି ଥଇଥାନ କରିବାର ଆବଶ୍ୟକତା କ’ଣ ରହିଥିଲା ଓ କାଳବୈଶାଖୀ ପ୍ରଭାବରେ ସେଠାରେ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ କମିଶନର ଶ୍ରୀମତୀ ଦାସ କାହିଁକି ସେଠାକୁ ଯାଇନଥିଲେ?
ସେ କହିଛନ୍ତି ଯେ, କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେସ ରହିଥିବା ବେଳେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। CMC ଓ ଗ୍ରାମାଞ୍ଚଳରେ ଘରକୁ ଘର ସର୍ଭେ ଚାଲିଛି। ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି।
ତେବେ କଟକରେ ଥିବା ବିଭିନ୍ନ ହସ୍ପିଟାଲରେ କରୋନା ଯେଭଳି ନ ବ୍ୟାପିବ, ଏନେଇ ସୂଚନା ଦେଇ କମିଶନର କହିଛନ୍ତି ଯେ ସବୁ ମେଡିକାଲ OPDରେ PPE ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ଯେଉଁ ରୋଗୀଙ୍କର ଆଡମିଶନ ଦରକାର, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେଉଛି। ଏଯାବତ ୧୭ ଶହ ଆଣ୍ଟିଜେନ ଟେଷ୍ଟ କରି ଆକ୍ରାନ୍ତ ଚିହ୍ନଟ କରାଯାଇଛି। SCB ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ OPDକୁ ଭାଗ କରାଯାଇଛି। OPD ଭାଗ ଭାଗ କରି ରୋଗୀ ଏକତ୍ରୀକରଣକୁ ରୋକା ଯାଇଛି।
CMC କମିଶନର ଆହୁରି କହିଛନ୍ତି ଯେ, କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଛି। LNT ଗୋପାଳପୁରରେ ୧୦୭ ବେଡ୍ରେ କୋଭିଡ କେୟାର ସେଣ୍ଟର କରାଯାଇଛି। ବିଦ୍ୟାଧରପୁର OSHB କେନ୍ଦ୍ରରେ ୯୮ ବେଡ୍ର କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଛି। OATରେ ୨୨୦ ବେଡର ମଧ୍ୟ ବ୍ୟବସ୍ଥା ଚାଲିଛି।
ଏପରିକି ଯେଉଁମାନଙ୍କର ଲକ୍ଷଣ ନ ଥିବା ବା କମ୍ ଥିବ ସେମାନେ CCCରେ ରହିବେ। ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର ବା ଗୁରୁତର ଥିବେ, ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଯିବେ। ଆସନ୍ତା ୧୪ ଦିନରେ ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରିବା ପାଇଁ CMC କମିଶନର ନିବେଦନ କରିଛନ୍ତି।
ନୂଆ କରି ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟାଇନ୍ରେ ଥିଲେ। ସେମାନେ ସମସ୍ତେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ ଥିବା ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟ।
ସେହିପରି ବାକି ୬ ଜଣ ହୋମ୍କ୍ୱାରେଣ୍ଟାଇନ୍ରେ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୬ ଓ ୨୪ ବର୍ଷ। ଅନ୍ୟ ପୁରୁଷମାନଙ୍କ ବୟସ ଯଥାକ୍ରମେ ୪୨, ୩୬, ୨୩ ଓ ୨୦। ପୁଣି ଏହି ୬ ଜଣଙ୍କ ମଧ୍ୟରୁ ଜଣେ କରୋନା ଯୋଦ୍ଧା ହୋଇଥିବା ବେଳେ ଅନ୍ୟମାନେ ଚାଉଳିଆଗଞ୍ଜର ଏକ ଘରୋଇ ନର୍ସିଂହୋମର କର୍ମଚାରୀ।
#COVID19 update in Cuttack city (CMC area)
Out of the 13 new COVID-19 positive cases reported today in #Cuttack district, 11 +ve cases belong to Cuttack city (CMC area).
Further contact tracing, testing, and sanitization of the concerned areas is underway. pic.twitter.com/R96finABhw
— CMC,Cuttack (@CMCCuttack) July 4, 2020