ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ମାଙ୍ଗାନିଜ୍ ଖଣି ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଛି । ଲୁହା, ମାଙ୍ଗାନିଜ୍, କ୍ରୋମ ଇତ୍ୟାଦି ଖଣିଜ ସମ୍ବଳ ଓଡ଼ିଶାରେ ଗଚ୍ଛିତ ଥିଲେବି ଦରିଦ୍ର ରାଜ୍ୟ ରୂପେ ପରିଗଣିତ ହେଉଛି । ଦେଶର ମୋଟ ଖଣିଜ ସମ୍ବଳ ମଧ୍ୟରୁ ଓଡ଼ିଶାରେ ୯୬.୧୨% କ୍ରୋମ, ୫୧.୧୫% ବକ୍ସାଇଟ, ୩୩.୧୨% ଆଇରନ, ୪୩.୬୪% ମାଙ୍ଗାନିଜ ଗଚ୍ଛିତ ଅଛି । କିନ୍ତୁ ରାଜ୍ୟ ସରକାର ଓ ଖଣିମାଫିଆ ମାନଙ୍କ ଅନୈତିକ ବୁଝାମଣା ଏବଂ ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥା ଯୋଗୁଁ ଦୁର୍ନୀତି ଓ ଭ୍ରଷ୍ଟାଚାର ବ୍ୟାପକ ହେବାରେ ଲାଗିଛି ।
୨୦୧୦ ନଭେମ୍ବରରେ ରାଜ୍ୟ ସରକାରଙ୍କୁ ବ୍ୟାପକ ଖଣି ଦୁର୍ନୀତିର ତର୍ଜମା କରିବା ପାଇଁ "ଶାହା କମିଶନ’ ଗଠିତ ହୋଇଥିଲା । ଶାହା କମିଶନ ଓଡ଼ିଶାର ଦୁର୍ନୀତି ଓ ଅନିୟମତିତା ସମ୍ପର୍କରେ ରିପୋର୍ଟ ଦେଇଥିଲେ ବି ରାଜ୍ୟ ସରକାର ଅଣଦେଖା କରିଥିଲେ । ଓଡ଼ିଶାର ୫୯ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି କିନ୍ତୁ ରାଜ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନନେଇ ଖଣି ଦୁର୍ନୀତିକୁ ଆହୁରି ବ୍ୟାପକ କରିବା ପାଇଁ ଚତୁରତାର ସହ ଅଭିନୟ ଉପାୟ ବାହାର କରିବା ଅତ୍ୟନ୍ତ ଲଜ୍ୟାଜନକ । ରାଜ୍ୟ ସରକାର ଓ ପ୍ରାଇଭେଟ ଲିଜଧାରୀ ଖଣିମାଲିକଙ୍କ ମଧ୍ୟରେ ଥିବା ଅନୈତିକ ବୁଝାମଣା ଦ୍ୱାରା ରାଜ୍ୟରେ ଖଣି ଗୁଡ଼ିକରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ହେବା ସହ ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି । ରାଜ୍ୟ ସରକାର ଘରୋଇ ଖଣି ମାଲିକଙ୍କୁ ଚାପ ପକାଇ ଖଣି ଉନ୍ନୟନ ଓ ଖଣି ପରିଚାଳନା ନିୟମ କିମ୍ବା ଉତ୍ପାଦନ ପାଇଁ ନିର୍ଦ୍ଦିଷ୍ଟ ଠିକାଦାର ଏନଂ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିରକରି ଉତ୍ପାଦ ଦ୍ରବ୍ୟ କମ୍ ମୂଲ୍ୟରେ ପରିବହନ ପାଇଁ ମନମୁଖୀ ନିୟମ ନିର୍ଦ୍ଧାରଣ କରିଛନ୍ତି ।
ଏହା କେବଳ ଖଣି ପରିଚାଳନା କିମ୍ବା ଟ୍ରାନ୍ସପୋର୍ଟର ପର୍ଯ୍ୟନ୍ତ ସୀମିତ ନରହି ଏକ ଅଭିନବ ଓ ଅନୈତିକ ରାସ୍ତାରେ ହଜାର ହଜାର କୋଟି ଟଙ୍କା ଲୁଟିବା ପାଇଁ ପ୍ରୟାସ କରାଯାଉଛି । ବିଗତ ଦିନରେ ଲୁହାପଥର ଉତ୍ପାଦନରେ ବ୍ୟାପକ ଦୁର୍ନୀତି ଦେଖାଯାଇଥିଲା । ସମାନ ଭାବେ କ୍ରୋମ ଏବଂ ମାଙ୍ଗାନିଜ ଉତ୍ତୋଳନରେ ମଧ୍ୟ ଉତ୍ତମ ଗୁଣବତା ଦ୍ରବ୍ୟକୁ ନିମ୍ନମାନର ଦେଖାଇ ବିକ୍ରୟ କରାଯାଉଛି । ଯଦ୍ୱାରା ରାଜ୍ୟ ରାଜକୋଷକୁ କ୍ଷତି ପହଁଚାଂଇବା ସହ ବ୍ୟାପକ ଦୁର୍ନୀତି କରିବାରେ ସହାୟକ ହୋଇଛି । ସେହିପରି ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ)ର କୁପରିଚାଳନା, ଉତ୍ପାଦନ ହେଉଥିବା ଭଲ ଗ୍ରେଡର ଲୁହା, ମାଙ୍ଗାନିଜ, କ୍ରୋମ ଖଣିଜ ପଦାର୍ଥକୁ ନିମ୍ନାମାନର ଦର୍ଶାଇ ନିମ୍ନ ମୂଲ୍ୟରେ ବିକ୍ରୟ କରି ରାଜକୋଷକୁ ରୟାଲିଟି ଡିଏମଏଫ ଏବଂ ଏନଏମ୍ଇଟିକୁ ଆବଶ୍ୟକୀୟ ଦେୟ ଫାଙ୍କି ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କରି ହରିଲୁଟ୍ କରିଛନ୍ତିି ।
ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ଉତ୍ପାଦିତ ଖଣିଜର ଆନୁପାତିକ କ୍ରମରେ ଅଧିକ ମାନର ଖଣିଜ ଧାତୁକୁ ନିମ୍ନମାନର ଦର୍ଶାଇ ଲିଜ୍ଧାରୀମାନେ ଏଏସପି କମ୍ ଦେଇଥାନ୍ତି । ଏହାଦ୍ୱାରା ଅନେକ ନିଲାମ ଖଣିମାନଙ୍କରୁ ଉତ୍ପାଦିତ ଖଣିଜକୁ ନିମ୍ନମାନର ଦର୍ଶାଇବା ଦ୍ୱାରା କୋଟି କୋଟି ରାଜକୋଷ କ୍ଷତି ହେଉଛି । ସିଲଜୋରି କାଲିମାଟି ଖଣିରେ ହେଉଥିବା ଖଣି ମାଲିକ ଓ ରାଜ୍ୟ ସରକାରଙ୍କ ସହ ଅନୈତିକ ବୁଝାମଣାରେ ରାଜ୍ୟ ରାଜକୋଷକୁ କ୍ଷତି ପହଚାଂଇଛି । ଖଣିଜ ପଦାର୍ଥ ନିଲାମ ପୂର୍ବରୁ ଲୋ-ଗ୍ରେଡ ମାଙ୍ଗାନିଜର ସର୍ବନିମ୍ନ ୪.୮୬ହାରରୁ ଆରମ୍ଭ କରି ସର୍ବାଧିକ ୪୦ପ୍ରତିଶତ ଯାଏ ନିର୍ଦ୍ଧାରିତ ଥିବାବେଳେ ଅନୈତିକ ଭାବେ ଦୁଇ ବର୍ଷରେ ଯଥାକ୍ରମେ ୯୮ପ୍ରତିଶତ ଓ ୯୬ପ୍ରତିଶତ ଦର୍ଶାଇ ଦୁର୍ନୀତି କରିବାର ଉପାୟ ଅବଲମ୍ବନ କରାଯାଇଛି ।
Held a Press Meet today to talk abt rampant corruption in Manganese Mining in Odisha.; GoI writes to State Govt on 6.4.'23 highlighting the 'misdeeds'.
— Aparajita Sarangi, Member of Parliament (@AprajitaSarangi) April 17, 2023
State exchequer losing crores: the ultimate loser in the nexus of State Govt, pvt bidders & traders are the people of Odisha. pic.twitter.com/ZFZ1IQGLlM
ମାଙ୍ଗାନିଜ ଧାତୁର ମାନ ଲୋଗ୍ରେଡ କରାଯାଇ ଖଣି ଲିଜଧାରୀ ଓ ଏହି ପକ୍ରିୟାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ପକେଟ୍କୁ କୋଟି କୋଟି ଟଙ୍କା ଯାଉଥିବାବେଳେ ରାଜ୍ୟ ରାଜକୋଷର ବିପୁଳ କ୍ଷତି ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତିି । ଖଣି ଲିଜଧାରୀମାନେ ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଉଦ୍ଦେଶ୍ୟମୂଳକଭାବେ ଠକି ଚାଲିଛନ୍ତି, ଅଥଚ ସେମାନଙ୍କ ଲିଜ୍ କାହିଁକି ରଦ୍ଦ କରାଯାଇନାହିଁ ତାହା ରାଜ୍ୟ ସରକାରଙ୍କୁ ସନ୍ଦେହ ଘେରରେ ରଖିଛି ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକ ଓ ଜୀବନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ସେ କହିଛନ୍ତି, କୋଇଲା ଖଣି ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ୍ତକୁ ରାଜ୍ୟ ସରକାରଙ୍କ ଦୁଇଟି ଉଦ୍ୟୋଗ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି) ଓ ଓଡ଼ିଶା କୋଲ ଆଣ୍ଡ ପାୱାର ଲିମିଟେଡ(ଓସିପିଏଲ) ଉଲ୍ଲଘଂନ କରିଛନ୍ତି । ବେଆଇନ ଭାବେ ଏହି ଦୁଇ ସରକାରୀ ଉଦ୍ୟୋଗ କୋଇଲା ବ୍ୟବସାୟ କରୁଛି।
ରାଜ୍ୟରେ ଉପଭୋକ୍ତାମାନଙ୍କୁ ଶସ୍ତାରେ ବିଜୁଳି ଯୋଗାଣ ପାଇଁ ଓପିଜିସିକୁ ୯୦୦ ମିଲିୟନ ଟନ କୋଇଲା ମହଜୁଦ ଥିବା ମନୋହରପୁର ଓ ଡିପ ମନୋହରପୁର କୋଲ ବ୍ଲକ ଆବଣ୍ଟନ ହୋଇଛି । ଓପିଜିସି ଓ ଓସିପିଏଲ କୋଇଲା ଆବଂଟନ ଓ ବ୍ୟବହାରର ସମସ୍ତ ସର୍ତ୍ତ ଉଲ୍ଲଘଂନ କରିଛି । ଏହି ଦୁଇ ଉଦ୍ୟୋଗକୁ ଆବଂଟିତ ହୋଇଥିବ ମନୋହରପୁର ଓ ମନୋହପୁର ଡିପ୍ କୋଇଲା ଖଣିରୁ ଉତ୍ତୋଳନ ହେଉଥିବା କୋଇଲାକୁ ସେମାନେ ବ୍ୟବସାୟ କରିପାରିବେ ନାହିଁ । ସେଠାରୁ ଉତ୍ତୋଳନ ହେଉଥିବା ସମସ୍ତ କୋଇଲାକୁ ଏହି ଦୁଇ ଉଦ୍ୟୋଗ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମ କରିବା ନିମନ୍ତେ ବ୍ୟବହାର କରିବେ । କୋଇଲା ଖଣି ଆବଂଟନବେଳେ ଏନେଇ ସ୍ପଷ୍ଟ ସର୍ତ୍ତ ରଖାଯାଇଥିଲା । କିନ୍ତୁ ଏବେ ଏହି ଦୁଇ ଉଦ୍ୟୋଗ ଏହାକୁ ଉଲ୍ଲଘଂନ କରି କୋଇଲା ଟନ୍ ପିଛା ୪୫୦ଟଙ୍କାରେ ଉତ୍ତୋଳନ କରି ଏହାକୁ ୭୫୮ଟଙ୍କାରେ ବିକ୍ରି କରୁଛନ୍ତି । ସେଥିରୁ ଲାଭାଂଶ ନିଜ କମ୍ପାନୀ ଭିତରେ ଓ ସରକାରଙ୍କ ସହିତ ଭାଗ କରି ନିଆଯାଉଛି । ରାଜ୍ୟ ସରକାର ଓ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ଜ୍ଞାତସାରରେ ଏସବୁ ବେଆଇନ କାର୍ଯ୍ୟ ଚାଲିଛି । ଯଦି ଚୁକ୍ତି ଅନୁସାରେ ଏହି ଦୁଇ ଉଦ୍ୟୋଗ କାର୍ଯ୍ୟ କରୁଥାନ୍ତେ ତା’ହେଲେ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ବିଦ୍ୟୁତ ଦର ୫୦ରୁ ୫୭ ପଇସା କମ୍ ଦେବାକୁ ପଡ଼ୁଥାନ୍ତା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।
ସାଧାରଣ ଓ ଗରିବ ଉପଭୋକ୍ତାଙ୍କଠାରୁ ପଇସା ଆଣି ବଡ଼ ଲୋକଙ୍କ ପାଖରେ ଠୁଳ କରିବା ନିମନ୍ତେ ସରକାର ପୁଣି ଏକ ଉଦ୍ୟମ ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ । ଓପିଜିସିର ୨୫ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅର୍ଥାତ ଏଥିରୁ ଯେଉଁ ଲାଭାଂଶ ମିଳିବ ତାହା ସେମାନଙ୍କ ମଧ୍ୟରେ ଭାଗ ବଂଟା ହେବ । ଅପରପକ୍ଷେ ଆଗକୁ ନିର୍ବାଚନ ଥିବାରୁ ଶାସକ ଦଳର ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ଏହି ମିଲିଭଗତ ଯୋଜନା ହୋଇଛି। ଯଦିଓ ସୁପ୍ରିମ୍ କୋର୍ଟ ୨୦୧୨ରେ ଏଭଳି କାର୍ଯ୍ୟକୁ ବାରଣ କରିଛନ୍ତି, ତଥାପି ନିର୍ଦ୍ଦେଶ ପାଳନ ହେଉନି। ସରକାରୀ ଦଳ, କଳ ଏହାର ଫାଇଦା ନେବାକୁ ମଧୁଚନ୍ଦ୍ରିକା କରିଛନ୍ତି। ଉପଭୋକ୍ତା ନିମନ୍ତେ ଦିଆଯାଇଥିବା କୋଇଲା ଖଣିକୁ ଘରୋଇ କମ୍ପାନୀଙ୍କ ବ୍ୟବହାରରେ ଦିଆଗଲେ ଆସନ୍ତା ୩୦ ବର୍ଷ ପୂର୍ବରୁ କୋଇଲା ସରିଯିବ। ଏହା ଉପଭୋକ୍ତାଙ୍କ ସ୍ୱାର୍ଥରେ ଆଞ୍ଚ ଆଣିବ।
ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତୀବ୍ର ବିରୋଧ କରୁଛି । ଲାଭରେ ଚାଲୁଥିବା ଏହି ଓପିଜିସିକୁ କୌଣସି ଘରୋଇ ବେପାରୀଙ୍କୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଲାଭ ଉଠାଇବା ପାଇଁ ନଦେବାକୁ କଂଗ୍ରେସ ଦାବି କରୁଛି । ରାଜ୍ୟର କୋଇଲା ବ୍ୟବହାର କରି ଓପିଜିସି ପ୍ରାୟ ୯୭୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ କମାଉ। ଓଇଆରସି ମଧ୍ୟ ଏହାର ତଦନ୍ତ କରି ଦର ଧାର୍ଯ୍ୟବେଳେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ଏବେ ସେମାନେ ବିଦ୍ୟୁତ୍ ଉତ୍ପାଦନରେ ଅଧିକ ଖର୍ଚ୍ଚ ହେଉଥିବା ଦର୍ଶାଇ ଉପଭୋକ୍ତାଙ୍କ ଠାରୁ ୟୁନିଟ୍ ପିଛା ଅଧିକ ଟଙ୍କା ଶୋଷଣ କରୁଛନ୍ତି। ଏହି ଶୋଷଣ ଅର୍ଥରେ ବିଦ୍ୟୁତ୍ ଉତ୍ପାଦନକାରୀ ସେୟାର ହୋଲଡରମାନେ ମୁନାଫା ପାଇବା ସହ ଶାସକ ଦଳକୁ ଫଣ୍ଡି ଦେଉଛନ୍ତି। କିଛି କାଂଶରେ ସିଏମ୍ ରିଲିଫ ଫଣ୍ଡକୁ ଲାଭାଂଶ ଦେଇ ବାଃବାଃ ନେଉଛନ୍ତି। ୨୦୨୨ରେ ଏହି ଲାଭଖୋର ମନୋଭାବକୁ ରୂପ ଦିଆଯାଇଛି ଓ ଲାଭାଂଶକୁ ବଣ୍ଟା ଯାଉଛି।
ଏହାଛଡ଼ା କୋଇଲାରୁ ଫାଇଦା ଉଠାଇବା ପାଇଁ ଏଜିଙ୍କୁ ମଧ୍ୟ ଏହା ଅନ୍ତର୍ଭୁକ୍ତ କରାଯାଏନି। ତେଣୁ ପୁଞ୍ଜି ପ୍ରତ୍ୟାହାର ଓ ଏହାର ଖର୍ଚ୍ଚ ଉପରେ ରାଜ୍ୟ ଆକାଂଉଟ ଜେନେରାଲ ସମସ୍ତ ହିସାବ ଓ ସର୍ତ୍ତ ଅନୁସାରେ ଦର ନିର୍ଦ୍ଧାରଣ କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଓପିଜିସିର ଅଂଶଧନ ବିକ୍ରି ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ମନୋରଞ୍ଜନ ଦାଶ ଓ କିଶୋର ଜେନା ଉପସ୍ଥିତ ଥିଲେ ।
ତଦନ୍ତକାରୀ ସଂସ୍ଥା ମୁତାବକ, କୋଇଲା ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ସମନ ଜାରି କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ପଚରାଉଚରା କରାଯିବ। କୋଇଲା ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ସାମିଲ ହେବାକୁ ତାଙ୍କୁ କୁହାଯାଇଛି।
କୋଇଲା ମାଫିଆ ନିୟମିତ ଭାବେ ବଙ୍ଗଳାର ଶାସକ ଟିଏମସିର ନେତାମାନଙ୍କୁ ଲାଞ୍ଚ ଦେଇଥିବାର ଅଭିଯୋଗ ରହିଛି। ଏହି ଲାଞ୍ଚ ଟଙ୍କା ଦଳର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ଚ୍ୟାନେଲ କରାଯାଇଥିଲା, ଯାହାର ତଦନ୍ତ ଚାଲିଛି।
ପୂର୍ବରୁ କୋଇଲା ଦୁର୍ନୀତି ମାମଲାରେ ତଦନ୍ତକାରୀ ଟିମ୍ ଅଭିଷେକ ବାନାର୍ଜୀଙ୍କ ନିକଟ ସମ୍ପର୍କୀ ଏବଂ ବନ୍ଧୁବାନ୍ଧବଙ୍କ ଘରେ ଚଢ଼ାଉ କରି ସାରିଛି। ଗତବର୍ଷ ଡିସେମ୍ବର ୩୧ ତାରିଖରେ ତ୍ରୁଣମୂଳ ଯୁବ କଂଗ୍ରେସ ନେତା ବିନୟ ମିଶ୍ରଙ୍କ ଘର ଓ ଅଫିସ ସମେତ ଏକକାଳୀନ ୩ଟି ସ୍ଥାନରେ ସିବିଆଇ ରେଡ କରିଥିଲା। ବିନୟ ହେଉଛନ୍ତି ଅଭିଷେକଙ୍କ ଅତି ଘନିଷ୍ଠ । ସେ ଏହି ମାମଲାରେ ଫେରାର ଅଛନ୍ତି । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି।
ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡର କୁନୁଷ୍ଟୋରିଆ ଏବଂ କାଜୋରିଆ କୋଇଲା ଅଞ୍ଚଳରୁ ବେଆଇନ ଖଣି ଖନନ ଏବଂ କୋଇଲା ଚୋରି ଘଟଣାର ତଦନ୍ତ ପାଇଁ ସିବିଆଇ ଗତ ବର୍ଷ ନଭେମ୍ବରରେ ଏକ ମାମଲା ରୁଜୁ କରିଥିଲା।
ସୂଚନା ଅନୁସାରେ, ରାଜ୍ୟରେ ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବାବେଳେ ରାଉରକେଲା ସହରରେ ଦିଲ୍ଲୀପଙ୍କର ନିଜସ୍ୱ ଭୋଟବ୍ୟାଙ୍କ ଓ ପ୍ରଭାବକୁ ଉପଯୋଗ କରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ରାଉରକେଲା ସହରର ଦୁଇଟି ଯାକ ବିଧାନସଭା ଆସନ ବିଜେଡି କବଜାରେ ଥିଲେ ମଧ୍ୟ ସହରରେ ବିଜେପିର ପ୍ରଭାବ ରହିଛି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ ଓରାମ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଥିବାବେଳେ ରାଉରକେଲା ମହାନଗର ନିଗମକୁ ହାତେଇବାକୁ ମଧ୍ୟ ବିଜେଡି ପ୍ରୟାସ ଆରମ୍ଭ କରିସାରିଛି। ମାତ୍ର ଦିଲ୍ଲୀପଙ୍କ ବିନା ସହଯୋଗରେ ରାଉରକେଲା ମହାନଗର ନିଗମ ଅଂଚଳକୁ ହାତେଇବା ସହଜ ନୁହେଁ। ଯେଉଁଥିପାଇଁ ଦିଲ୍ଲୀପଙ୍କ ସହ ବିଜେଡି ଏବେ ଅଲିଖିତ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି। ତା’ଛଡ଼ା ବିଜୟ ମହାପାତ୍ରଙ୍କୁ ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟରେ ରଖିଥିବାବେଳେ ତାଙ୍କର ଖାସ୍ ସହଯୋଗୀ ଦିଲ୍ଲୀପଙ୍କୁ ଏହି ପଦରୁ ମଧ୍ୟ ବାଦ୍ ଦେଇସାରିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ସମସ୍ତ ପ୍ରକାରର ରାଜନୀତିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଦିଲ୍ଲୀପଙ୍କୁ ଏବେ ଗତ କିଛିଦିନ ଧରି ରାଉରକେଲା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଯାହାକି ଏଭଳି ଚର୍ଚ୍ଚାକୁ ମଧ୍ୟ ବଳ ଯୋଗାଉଛି। ତା’ଛଡ଼ା ତାଙ୍କର ରାଜନୀତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ଲେଖିଥିବା କିଛି ତଥ୍ୟ ହିଁ ଦିଲ୍ଲୀପଙ୍କ ସକ୍ରିୟ ରାଜନୀତିକୁ ଫେରିବା ଓ ବିଜେଡିର ନିକଟତର ହେଉଥିବାର ସନ୍ଦେଶ ଦେଇଛି । ବିଶେଷକରି ୨୦ ବର୍ଷ ତଳର କୋଇଲା ଦୁର୍ନୀତି ମାମଲାର ଫାଇଲକୁ ସିବିଆଇ ପୁଣିଥରେ ଖୋଲି ଦିଲ୍ଲୀପଙ୍କୁ ଫସାଇବାକୁ ଚକ୍ରାନ୍ତ କରିଥିବା କଥା ଶ୍ରୀ ମହାନ୍ତି ଲେଖିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀପ ନିଜର ସମର୍ଥକମାନଙ୍କୁ ପରୋକ୍ଷରେ ବିଜେପିକୁ ଭୋଟ୍ ନଦେବାକୁ ପରାମର୍ଶ ଦେଇଥିବା ଯୋଗୁ ହିଁ ତାଙ୍କୁ କୋଇଲା ଦୁର୍ନୀତି ମାମଲାରେ ଫସାଇବାକୁ ଉଦ୍ୟମ ହୋଇଥିଲା ଓ ଶେଷରେ ସିବିଆଇ କୋର୍ଟର ରାୟକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ଦିଲ୍ଲୀପଙ୍କ ବିରୁଦ୍ଧରେ କୋଇଲା ଦୁର୍ନୀତି ମାମଲାରେ ସିବିଆଇ ସକ୍ରିୟ ହେବାପଛରେ ବିଜେପି ଦାୟୀ ବୋଲି ଶ୍ରୀ ମହାନ୍ତି ପରୋକ୍ଷରେ ଇସାରା
ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ରାଉରକେଲା ସହରର ବିକାଶ ପାଇଁ ଦିଲ୍ଲୀପଙ୍କ ଦାବିକୁ ଗ୍ରହଣ କରିଥିବା କହିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ନିବାସ ଯାଇ ଦିଲ୍ଲୀପ ଭେଟିବା ଓ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ଚୁପ୍ ରହିଥିବା ଶ୍ରୀ ମହାନ୍ତି ଏବେ ଉଠାଇବାର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। ସୁନ୍ଦରଗଡ଼ଠାରେ ମେଡ଼ିକାଲ କଲେଜ ସ୍ଥାପନ, ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି କାର୍ଯ୍ୟ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀପ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ଏବଂ କୋଇଲା ଦୁର୍ନୀତିରେ ଦିଲ୍ଲୀପଙ୍କୁ ଫସାଇବା ପାଇଁ ହୋଇଥିବା ଚକ୍ରାନ୍ତକୁ ନେଇ ଦିଲ୍ଲୀପଙ୍କ ରାଜନୀତିକ ସଚିବ ଶ୍ରୀ ମହାନ୍ତି ଏବେ କାହିଁକି ମୁହଁ ଖୋଲିଲେ? ଦିଲ୍ଲୀପଙ୍କ ଫେରିବା ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି ନା ବିଜେଡିକୁ ଖୁସି କରି ୨୦୨୨ ଜୁନରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନରେ ଦିଲ୍ଲୀପଙ୍କୁ ପଠାଇବାକୁ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।