ନୋଟିସରେ କୁହାଯାଇଛି ଯେ କମେଣ୍ଟଗୁଡ଼ିକୁ ବେଶ ସତର୍କତାର ସହ ଯାଞ୍ଚ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ମନ୍ତବ୍ୟ ଦ୍ୱୟ ଅତନ୍ତ ମର୍ଯ୍ୟାଦାହୀନ ଓ ଖରାପ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି। ପ୍ରାଥମିକ ଭାବେ ଏହା ଦେଶରେ ଲାଗୁ ହୋଇଥିବା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିଥିବା ହୃଦୟଙ୍ଗମ ହେଉଛି। ତେଣୁ ଦୁଇ ରାଜନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ସୁପ୍ରିୟା ଓ ଦିଲୀପ ନୋଟିସର ଜବାବ ଦେଇ, କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କହିବେ। ଯଦି ଏହାର ଜବାବ ନ ମିଳିବ, ତା’ହେଲେ ନିର୍ବାଚନ କମିଶନ ନିଜ ଇଚ୍ଛା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ନୋଟିସରେ କୁହାଯାଇଛି।
ସୁପ୍ରିୟା ଶ୍ରୀନେତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଙ୍ଗନା ରାନାୱତଙ୍କ ଗୋଟିଏ ବୋଲ୍ଡ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଆପତ୍ତିଜନକ ଲେଖିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିବାଦ ବଢ଼ିବାରୁ ସେ ଏହାକୁ ଅସ୍ୱୀକାର କରିଥିଲେ ଓ ତାଙ୍କ ଆକାଉଣ୍ଟରୁ ଆଉ କେହି ଏମିତି ପୋଷ୍ଟ କରିଥିବା ସଫେଇ ଦେଇଥିଲେ।
ଅନ୍ୟପକ୍ଷୀ ଦିଲୀପ ଘୋଷ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଦିଦି ପ୍ରଥମେ ତାଙ୍କ ବାପା କିଏ, ତା’ର ନିଷ୍ପତ୍ତି ନିଅନ୍ତୁ ବୋଲି ସେ କଟାକ୍ଷ କରି କହିଥିଲେ।
ଗତ ୨୧ ତାରିଖରେ କଂଗ୍ରେସ ନିଜର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଥିଲା। ସେଥିରେ କର୍ଣ୍ଣାଟକାର ୧୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଉକ୍ତ ପ୍ରାର୍ଥୀମାନଙ୍କ ମଦ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ଜ୍ୱାଇଁଙ୍କ ସମତେ ଆଉ ୫ ମନ୍ତ୍ରୀଙ୍କ ପିଲାମାନଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଏହାକୁ ନେଇ ଦଳରେ ବିଦ୍ରୋହ ଦେଖାଦେଇଛି।
ମୁଖ୍ୟତଃ କୋଲାର ବିଧାନସଭା ଆସନ ପାଇଁ ଦଳ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କେଏଚ୍ ମୁନିୟାପ୍ପାଙ୍କ ସମ୍ପର୍କୀୟଙ୍କୁ ଟିକେଟ ଦେବା ପରେ ବିବାଦ ଘନୀଭୂତ ହେବାରେ ଲାଗିଲା। ଏହାକୁ ନେଇ କର୍ଣ୍ଣାଟକା ବିଧାନସଭାର ୫ ବିଧାୟକ ଓ ବିଧାନ ପରିଷଦର ୨ ବିଧାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ବିଦ୍ରୋହୀ ଗୋଷ୍ଠିରେ ଥିବା କର୍ଣ୍ଣାଟକାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଏମ୍ସି ସୁଧାକର କହିଛନ୍ତି, ଆମେମାନେ ମୁନିୟାପ୍ପାଙ୍କ ପରିବାରର ଚାକର ହୋଇ ପାରିବୁନି । କାରଣ ପାର୍ଟି କେବଳ ପରିବାର ମଧ୍ୟରେ ଟିକେଟ ବିତରଣ କରୁଛି।
ଏନେଇ ସେମାନେ ପାର୍ଟି ହାଇକମାଣ୍ଡଙ୍କୁ ନିଜ ଅସନ୍ତୋଷ ସମ୍ପର୍କରେ ଜଣାଇବା ସହ ପାର୍ଟିରୁ ଇସ୍ତଫା ଦେବା ପାଇଁ ଧମକ ବି ଦେଇଛନ୍ତି। ପାର୍ଟି ହାଇକମାଣ୍ଡ ସବୁ ସମସ୍ୟା ସମ୍ପର୍କରେ ଅବଗତ ଥାଇ ମଧ୍ୟ ଏହାର ସମାଧାନ ପାଇଁ ତତ୍ପର ହେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବେ, ନିଜ ପରିବାରର ଜଣେ ସଦସ୍ୟଙ୍କୁ କୋଲାର ଟିକେଟ ମିଳୁ ବୋଲି କେଏଚ୍ ମୁନିୟାପ୍ପା ପ୍ରକାଶ କରିଥିଲେ। ମାତ୍ର କିଛି ଗୋଷ୍ଠି ଉକ୍ତ ଆସନ ନିମନ୍ତେ ରାଜ୍ୟସଭା ଏମ୍ପି ଏଲ୍. ହମୁମାନ୍ଥିଆଙ୍କୁ ସମର୍ଥନ ଜଣାଉଥିଲେ। ମାତ୍ର ଶେଷରେ ପାର୍ଟି ପକ୍ଷରୁ ମୁନିୟାପ୍ପାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ପ୍ରଦାନ କରାଯିବାରୁ ଏହାକୁ ନେଇ ପାର୍ଟିରେ ଫାଟ ସୃଷ୍ଟି ହୋଇଛି। କର୍ଣ୍ଣାଟକାରେ ଆସନ୍ତା ଏପ୍ରିଲ ୨୬ ଓ ମେ’ ୭ ତାରିଖରେ ମତଦାନ ହେବ ।
ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଉଛି। ମୁଁ ବିଶ୍ୱାସର ସହ କହି ପାରିବି ଯେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପଞ୍ଜାବକୁ ଅହେତୁକ ଭଲ ପାଇବା ଦେଇଛନ୍ତି। ସେମାନେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି।
ଏପରି ସ୍ଥିତିରେ ପଞ୍ଜାବ କାହିଁକି ପଛରେ ରହିବ? ପଞ୍ଜାବ ସମ୍ପର୍କରେ ଯେତେବେଳେ ବି ମୁଁ ଯାହା କହିଛି, ତାକୁ ମୋଦି ଓ ଶାହ ସକାରାତ୍ମକ ଢଙ୍ଗରେ ନେଇଛନ୍ତି। ଆମେ ପଞ୍ଜାବକୁ ଆଗକୁ ନେବାକୁ ଚାହୁଁଛୁ। ଦେଶ ଫାଇଦା ପାଉଥିବା ବେଳେ ପଞ୍ଜାବ କାହିଁକି ପଛରେ ରହିବ?”
#WATCH | Delhi: Ravneet Singh Bittu says, "I am thankful to PM Narendra Modi...I can say with confidence that PM Modi and Union Home Minister share a lot of love for Punjab and they wish to do a lot for the state...Why should Punjab be left behind?..." https://t.co/Ih3qU6OMx9 pic.twitter.com/xCs2z8CjwJ
— ANI (@ANI) March 26, 2024
ବିଟ୍ଟୁ ୨୦୧୯ରେ ପଞ୍ଜାବ ଲୁଧିଆନାରେ ଲୋକ ଇନସାଫ ପାର୍ଟିର ସିମରଜୀତ ସିଂହଙ୍କୁ ୭୬,୩୭୨ ଖଣ୍ଡ ଭୋଟରେ ହରାଇଥିଲେ। ସେହିପରି ୨୦୧୪ରେ ସେ ଆପର ହରବିନ୍ଦର ସିଂହ ଫୋଲକାଙ୍କୁ ୧୯,୭୦୯ ଖଣ୍ଡ ଭୋଟରେ ମାତ ଦେଇ ଲୋକସଭାକୁ ଯାଇଥିଲେ।
ଏଥର ମଧ୍ୟ ଲୁଧିଆନାରୁ କଂଗ୍ରେସ ବିଟ୍ଟୁଙ୍କୁ ପ୍ରାର୍ଥୀ କରିବାର ଥିଲା। କିନ୍ତୁ ନାମ ଘୋଷଣା ହେବା ପୂର୍ବରୁ ସେ କଂଗ୍ରେସକୁ ବାଏବାଏ କହିଛନ୍ତି।
କଂଗ୍ରେସ ସାଂସଦ ଅଧୀର ରଞ୍ଚନ ଚୌଧୁରୀ କହିଛନ୍ତି, ସେ (ବରୁଣ ଗାନ୍ଧି) କଂଗ୍ରେସରେ ଯୋଗ ଦେବା ଉଚିତ। ଯଦି ସେ କଂଗ୍ରେସରେ ମିଶିବେ ଆମେ ଖୁସି ହେବୁ। ସେ ଜଣେ ବଡ଼ ନେତା। ସେ ଭଲ ପାଠ ମଧ୍ୟ ପଢ଼ିଛନ୍ତି। ତାଙ୍କ ଭାବମୂର୍ତ୍ତି ବେଶ୍ ସ୍ୱଚ୍ଛ। ତାଙ୍କର ଗାନ୍ଧି ପରିବାର ସହିତ ସଂପର୍କ ରହିଛି। ସେଥିପାଇଁ ବିଜେପି ତାଙ୍କୁ ଟିକେଟ ଦେଇ ନାହିଁ। ଆମେ ଚାହୁଁ ବରୁଣ ଏବେ କଂଗ୍ରେସରେ ଯୋଗ ଦିଅନ୍ତୁ।
ଲୋକସଭା ନିର୍ବାଚନ ପାଇଁ ରବିବାର (ମାର୍ଚ୍ଚ ୨୪) ବିଜେପି ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ଉତ୍ତର ପ୍ରଦେଶର ପିଲିଭିଟ ଆସନରୁ ସାଂସଦ ଥିବା ବରୁଣ ଗାନ୍ଧିଙ୍କ ନାଁ ନଥିଲା। ତେବେ ତାଙ୍କ ମା’ ମାନେକା ଗାନ୍ଧିଙ୍କୁ ଦଳ ସୁଲତାନପୁର ଆସନରୁ ପ୍ରାର୍ଥୀ କରିଛି।
ବରୁଣ ଗାନ୍ଧିଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ପିଲିଭିଟରୁ ଟିକେଟ ଦେଇଛି ବିଜେପି। ଜିତିନି ପ୍ରସାଦ ୨୦୨୧ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ଟିକେଟ୍ ନ ମିଳିବା ପରେ ବରୁଣ ଗାନ୍ଧିଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ମିଳି ନାହିଁ। ତେବେ ଦଳ ତାଙ୍କୁ ଠକି ଦେଇଥିବା ସେ ଅନୁଭବ କରୁଥିବା କିଛି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିକଟରେ ବରୁଣ ଗାନ୍ଧି ତାଙ୍କର ଜଣେ ସହଯୋଗୀଙ୍କ ଜରିଆରେ ୪ ସେଟ୍ ନାମାଙ୍କନପତ୍ର କିଣିଥିଲେ। ଏମିତିକି ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଗାଁରେ ୨ଟି କାର ଓ ୧୦ଟି ବାଇକ୍ ପ୍ରସ୍ତୁତ ରଖିବାକୁ ସେ ତାଙ୍କ ସମର୍ଥକ ତଥା ଦଳୀୟ କର୍ମୀଙ୍କୁ କହିଥିଲେ।
ଚଳିତ ମାସ ପ୍ରାରମ୍ଭରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ବିଜେପି ଏଥର ଟିକେଟ ନ ଦେଲେ ବରୁଣ ଗାନ୍ଧି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ତେବେ ଟିକେଟ ନିମଳିବା ନେଇ ଏଯାବତ ମୁହଁ ଖୋଲି ନଥିବା ବରୁଣଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ଜଣାପଡ଼ିନାହିଁ।
ଅନେକ ସମୟରେ ବରୁଣ ଗାନ୍ଧି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି। ତେଣୁ ଦଳୀୟ ନେତୃବୃନ୍ଦଙ୍କ ସହିତ ତାଙ୍କର ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା।
୨୦୦୯ରେ ବିଜେପି ଟିକେଟରେ ପିଲିଭିଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବରୁଣ ଗାନ୍ଧି। ୨୦୧୪ରେ ସେ ସୁଲତାନପୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବରୁଣ ଗାନ୍ଧି ପୁଣି ପିଲିଭିଟରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଜିତିଥିଲେ।
ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ଏବେ ମୋଦି ନିଜ ନିର୍ବାଚନୀ ଇସ୍ତାହାର ସାଙ୍ଗରେ ଆସୁଥିବା ବେଳେ ଲାଜ ଲାଗିବା ଉଚିତ । କାରଣ ନିଜ ପୂର୍ବ ଇସ୍ତାହାରରେ ସେ ଦେଶର ୨ କୋଟି ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ବାସ୍ତବତା କ’ଣ ତାହା ତାଙ୍କୁ ହିଁ ଜଣା। ଏବେ ଚାକିରି କଥା ପଚାରିବା ବେଳକୁ ପକୁଡ଼ି ବିକ ବୋଲି କହୁଛନ୍ତି।
କେବଳ ସେତିକି ନୁହେଁ, ଭାରତର ଶହେଟି ସିଟିକୁ ସ୍ମାର୍ଟ ସିଟିରେ ପରିଣତ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ଗୋଟିଏ ବି ସିଟିର ନାମ କୁହନ୍ତୁ, ଯାହାକି ସ୍ମାର୍ଟ ସିଟିରେ ପରିଣତ ହୋଇ ସାରିଛି।
ମୋଦି ନିଜେ ଦିନକୁ ଦିନ ସ୍ମାର୍ଟ ହେବାରେ ବ୍ୟସ୍ତ ଅଛନ୍ତି । ଭଲ ଭଲ କପଡ଼ା ପିନ୍ଧୁଛନ୍ତି, ସ୍ମାର୍ଟ ଭାଷଣ ଦେଉଛନ୍ତି। ହେଲେ ଦେଶର କେଉଁ ସିଟି ସ୍ମାର୍ଟ ହୋଇ ସାରିଲାଣି ତୁଣ୍ଡରେ ଧରୁ ନାହାନ୍ତି। ତେଣୁ ଏହା ସତ୍ତ୍ୱେ ବି ଯେଉଁ ପିଲା ମୋଦି ମୋଦି ହେଉଛନ୍ତି ସେମାନଙ୍କୁ ଶକ୍ତ ଚାପୁଡ଼ା ମାରିବା ଦରକାର।
କଂଗ୍ରେନ ନେତାଙ୍କ ଏପରି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, କଂଗ୍ରେସ ଏପରି ଏକ ରାଜନୈତିକ ଦଳ ତାହା ଯୁବବର୍ଗଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହିଁ। କର୍ଣ୍ଣାଟକାର ସଂସ୍କୃତି ମନ୍ତ୍ରୀ ଥିବା ଶିବରାଜ ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ନାରା ଲଗାଉଥିବା ଛାତ୍ରଙ୍କୁ ଥାପଡ଼ ମାରିବାକୁ କହୁଛନ୍ତି। କାରଣ ସେମାନେ ରାହୁଲ ଗାନ୍ଧିଙ୍କୁ ରିଜେକ୍ଟ କରି ସାରିଛନ୍ତି। ଦେଶର ନେତୃତ୍ୱ ମୋଦି ନିଅନ୍ତୁ ବୋଲି ଯୁବବର୍ଗ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ୟଙ୍ଗ ଇଣ୍ଡିଆରେ ନିବେଶ କରୁଛନ୍ତି ଓ ରାହୁଲ ଗାନ୍ଧିଙ୍କ କଂଗ୍ରେସ ଯୁବବର୍ଗଙ୍କୁ ଥାପଡ଼ ମାରିବାକୁ କହୁଛନ୍ତି।
କଂଗ୍ରେସ ଯୁବ ମତଦାତାଙ୍କୁ ଧମକାଇବା ଅଭିଯୋଗରେ ବିଜେପି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏପରି ଟିପ୍ପଣୀ ଆଚାର ସଂହିତାର ଖୋଲାଖୋଲି ଉଲ୍ଲଘଂନ ବୋଲି ବି ଅଭିଯୋଗ ହୋଇଛି। ତେଣୁ ଶିବରାଜଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବା ସହ କଂଗ୍ରେସ ସପକ୍ଷରେ ପ୍ରଚାର କରିବାରୁ ରୋକିବା ଉଚିତ । ଆଗାମୀ ନିର୍ବାଚନରେ କଂଗ୍ରେସ ମାଟି କାମୁଡ଼ି ପଡ଼ିବ । ଏହା ଦଳ ଜାଣି ସାରିଥିବା ବେଳେ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ।
ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ମତାଇ ମୋ’ ପୁଅକୁ ବିଜେଡିରୁ ଏମଲଏ କି ଏମପି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଶେଷ ପର୍ଯ୍ୟନ୍ତ ତାକୁ ବୁଝାଉଛି ଓ କଂଗ୍ରେସରୁ ସେ ପ୍ରାର୍ଥୀ ହେଉ ବୋଲି ଚାହୁଁଛି ବୋଲି ସୁର କହିଛନ୍ତି । ଏପଟେ ଯିଏ ନିଜ ବୃଦ୍ଧ ପିତାଙ୍କ ସମ୍ମାନକୁ ରଖୁନାହାନ୍ତି ଓ ତାଙ୍କ ଇଚ୍ଛା ବିରୁଦ୍ଧରେ ରାଜନୀତି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସେ କିପରି ସାଧାରଣ ଜନତାଙ୍କ ସମ୍ମାନ ରଖିବେ ଏବଂ ଲୋକେ ତାଙ୍କୁ କିଭଳି ନିଜର ପ୍ରତିନିଧି ବାଛିବେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁରଙ୍କ ସାନପୁଅ ମନ୍ମଥ ଆସନ୍ତା ୨୭ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହା ଉପରେ ପ୍ରତିକ୍ରିୟା ରଖି ମନ୍ମଥଙ୍କ ପିତା ସୁର ରାଉତରାୟ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ପୁଅ ଯଦି କଂଗ୍ରେସ ଛାଡ଼ି ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହୁଏ ସେ ତାକୁ ନିଜର ଭୋଟ୍ ଖଣ୍ଡେ ଦେବେନି କିମ୍ବା ତାଙ୍କ ସପକ୍ଷରେ ପ୍ରଚାର ବି କରିବେ ନାହିଁ । କଂଗ୍ରେସ ହେଉଛି ତାଙ୍କ ପାଇଁ ମନ୍ଦିର । ସେ ହାତକୁ ପୂଜା କରନ୍ତି । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଛି । ତେଣୁ ମଲାପର୍ଯ୍ୟନ୍ତ ସେ କଂଗ୍ରେସରେ ହିଁ ରହିବେ । ମଲାବେଳେ ତାଙ୍କ ଦେହରେ କଂଗ୍ରେସ ପତାକାଟିଏ ପଡ଼ୁ ବୋଲି ସେ ଚାହାଁନ୍ତି । ସୁର ଭାବପ୍ରବଣ ହୋଇ ଏଭଳି ପ୍ରତିକ୍ରିୟା ଦେବା ସହ ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ବିଜେଡି ଓ ବିଜେପି ଉଭୟ ଦଳ ଚାହୁଁଥିବା କହିଛନ୍ତି । ବିଜେଡି ତାଙ୍କପୁଅକୁ ଏମଏଲଏ ଓ ଏମପି ପ୍ରାର୍ଥୀ କରିବାର ଅଫର ଦେଇଛି ।
ବିଜେପି ମଧ୍ୟ ଜଟଣୀରୁ ଏମଏଲଏ ପ୍ରାର୍ଥୀ କରିବ ବୋଲି ଅଫର ଦେଇଛି । ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ନବୀନ ନିବାସକୁ ମୋ’ପୁଅକୁ ଡାକି ତାକୁ ଟିକେଟ୍ ଅଫର ଦେଇଛନ୍ତି । ତାକୁ ଏତେ ଉତ୍ସାହିତ କରିଦେଇଛନ୍ତି ଯେ ସେ ଏବେ ବିଜେଡି ଆଡ଼େ ମୁହାଁଇଛି । ସେ ବିଜେଡିରେ ୭-୮ଦିନ ତଳୁ ମିଶି ସାରନ୍ତାଣି । ମୁଁ ତାକୁ ବୁଝାସୁଝା କରି ରଖିଛି । ସେ ଅନ୍ୟ କେଉଁ ଦଳରେ ମିଶୁ ବୋଲି ମୁଁ ଚାହେଁନି । କଂଗ୍ରେସ ମୋତେ ସମ୍ମାନ ଦେଇଛି । ମୁଁ ଚାହେଁ ସେ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରୁ । ନିଶ୍ଚୟ ଜିତିବ । ମୋ’ର ତା’ଉପରେ ଭରସା ଅଛି । ସେ ମୋ’ କଥା ମାନିବ । ଯଦି ମୋ କଥା ନଶୁଣି ବିଜେଡିରେ ମିଶେ, ତା’ହେଲେ ମୁଁ ତାକୁ ନିଜ ଭୋଟ୍ ତ ଦେବିନି କିମ୍ବା ତା’ସପକ୍ଷରେ ପ୍ରଚାର ବି କରିବି ନାହିଁ । ମୁଁ ନୀତିବାନ ଲୋକ । ତେଣୁ ସେ ଅବୁଝାପୁଅ ମୋ’କଥା ବୁଝିଯିବ ବୋଲି ଆଶା ଥିବା ସୁର କହିଛନ୍ତି ।
ଅନ୍ୟପକ୍ଷରେ ଗଣମାଧ୍ୟମରେ ସୁରଙ୍କ ଏଭଳି ବୟାନ ପରେ ତାଙ୍କ ପୁଅ ମନ୍ମଥଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା ହେଉଛି । ସୁରଙ୍କ ଭଳି ସ୍ପଷ୍ଟବାଦୀ ନେତା ତଥା ନିଜ ପିତାଙ୍କ କଥାକୁ ଏଡ଼ାଇ ବିଜେଡିରେ ମିଶିବାକୁ ଚାହୁଁଥିବାରୁ ମନ୍ମଥ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଥିବା ଚର୍ଚ୍ଚା ହେଉଛି। ନିଜ ପିତାଙ୍କ ସମ୍ମାନ ରଖୁନଥିବା ବ୍ୟକ୍ତି କିଭଳି ସାଧାରଣ ଲୋକଙ୍କ ସମ୍ମାନ ରଖିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ରାଜଗଡ଼ରୁ ପ୍ରାର୍ଥୀ କରାଯାଇଛି। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। କାର୍ତ୍ତି ପି ଚିଦାମ୍ବରମଙ୍କୁ ତାମିଲନାଡୁର ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରିଛି ଦଳ। ସେ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ। ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହାରୁ ଟିକେଟ୍ ଦିଆଯାଇଛି। ସେହିପରି ଅଜୟ ରାୟଙ୍କୁ ଦଳ ପୁଣି ଥରେ ବାରାଣସୀ ଆସନରୁ ପ୍ରାର୍ଥୀ କରିଛି। ସେ ଏଠାରେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଲଢ଼ିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ କାନ୍ତିଲାଲ ଭୂରିଆଙ୍କୁ ମଧ୍ୟପ୍ରଦେଶର ରତଲାମ ଆସନରୁ ଟିକେଟ ଦିଆଯାଇଥିବା ବେଳେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପୁଅ ବୀରେନ୍ଦ୍ର ରାୱତଙ୍କୁ ହରିଦ୍ୱାରରୁ ଟିକେଟ ଦିଆଯାଇଛି।
କଂଗ୍ରେସ ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏବେ ବି ଅମେଠି ଓ ରାଏ ବରେଲୀ ଆସନକୁ ନେଇ ସସପେନ୍ସ ଜାରି ରଖିଛି। ଏହି ଦୁଇଟି ଆସନ କଂଗ୍ରେସର ଗଡ଼। ତେବେ ୨୦୧୯ରେ ଅମେଠିରୁ ରାହୁଲ ଗାନ୍ଧି ହାରି ଯାଇଥିଲେ। ରାହୁଲ ଏଥର ପୁଣି ଏହି ଆସନରୁ ଲଢ଼ିପାରନ୍ତି। ତା’ସହିତ ସେ କେରଳ ୱାୟନାଡ଼ ଆସନରୁ ମଧ୍ୟ ଲଢ଼ିବେ। ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଏବେ ରାଏ ବରେଲୀ ଆସନ ଉପରେ ରହିଛି। ଏହି ଆସନରୁ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏହି ଆସନରୁ ତାଙ୍କ ମା’ ସୋନିଆ ଗାନ୍ଧି ଜିତି ଆସୁଥିବା ବେଳେ ଏଥର ସେ ଆଉ ପ୍ରାର୍ଥୀ ହେବେ ନାହିଁ। ସେ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି।
ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ କଂଗ୍ରେସ ୧୭ଟିରେ ଲଢ଼ିବ। ସମାଜବାଦୀ ପାର୍ଟି ସହିତ ହୋଇଥିବା ଆସନ ଭାଗବଣ୍ଟାରେ କଂଗ୍ରେସ ୧୭ଟି ଆସନ ପାଇଛି। ଏହି ୧୭ଟିରୁ ଦଳ ଗତକାଲି ୯ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି।
ଚତୁର୍ଥ ପର୍ଯ୍ୟାୟରେ କଂଗ୍ରେସ ୪୬ଟି ଆସନ ପାଇଁ ଟିକେଟ ଘୋଷଣା କରିଥିବା ବେଳେ ଏଥିରେ ୪୫ ଜଣ ଦଳୀୟ ନେତାଙ୍କ ନାଁ ରହିଛି। ରାଜସ୍ଥାନର ନାଗୌର ଆସନକୁ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲ୍ପି) ପାଇଁ ଛାଡ଼ିଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏଯାବତ ୪ଟି ପର୍ଯ୍ୟାୟରେ ୧୮୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି।
कांग्रेस अध्यक्ष श्री @kharge की अध्यक्षता में आयोजित 'केंद्रीय चुनाव समिति' की बैठक में लोकसभा चुनाव, 2024 के लिए 46 सीटों पर कांग्रेस उम्मीदवारों के नाम की चौथी लिस्ट। pic.twitter.com/JnroTFK21c
— Congress (@INCIndia) March 23, 2024
କେଜ୍ରିୱାଲଙ୍କୁ ସମର୍ଥନ ଜଣାଇବା ନିମନ୍ତେ ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ଆଇନଗତ ସହାୟତା ପ୍ରଦାନ କରିବାକୁ ରାହୁଲ ଗାନ୍ଧୀ ଆଜି କେଜ୍ରିୱାଲ କିମ୍ବା ତାଙ୍କ ପରିବାରଙ୍କୁ ଭେଟିବାକୁ ଚେଷ୍ଟା କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଗତକାଲି କେଜ୍ରିୱାଲ ଙ୍କୁ ଇଡି ଗିରଫ କରିବା ପରେ ଏହାକୁ ବିରୋଧ କରି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଟ୍ୱିଟ କରିଥିଲେ। କେଜ୍ରିୱାଲ ଙ୍କୁ ସମର୍ଥନ କରି ରାହୁଲ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରିବାକୁ ପଛାଇ ନ ଥିଲେ। ରାହୁଲ ନିଜ X ହ୍ୟାଣ୍ଡେଲ୍ରେ ଟ୍ୱିଟ କରିଥିଲେ, , “ଡରି ଯାଇଥିବା ତାନାଶହ, ଗୋଟିଏ ମରି ଯାଇଥିବା ଗଣତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ମିଡିଆ ସମେତ ସଂସ୍ଥା ଉପରେ କବଜା, ଦଳଗୁଡ଼ିକୁ ଭାଙ୍ଗିବା, କମ୍ପାନୀଗୁଡ଼ିକଠାରୁ ବଟି ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ କରିବା ବି ଅସୁର ଶକ୍ତି ପାଇଁ ବୋଧେ କମ ବଡ଼ିଲା। ଏଥିପାଇଁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ସାଧାରଣ କଥା ହୋଇଗଲାଣି। ଇଣ୍ଡିଆ ଏହାର ମୁହଁତୋଡ଼ ଜବାବ ଦେବ।’
ସେହିପରି ନିଜ ଟ୍ୱିଟରେ ପ୍ରିୟଙ୍କା ଲେଖିଛନ୍ତି, ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଭଳି ଭାବେ ଟାର୍ଗେଟ କରିବା ପୂରା ଭୁଲ୍ ଓ ଅସାମ୍ବିଧାନିକ। ରାଜନୀତିର ସ୍ତର ଏତେ ତଳକୁ ଖସିବା ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଶୋଭା ଦେଉନି।
ଆପଣମାନଙ୍କ ସମାଲୋଚକଙ୍କ ସହିତ ନିର୍ବାଚନୀ ରଣଭୂମିରେ ମୁକାବିଲା କରନ୍ତୁ। ସେମାନଙ୍କ ନୀତି ଓ କାର୍ଯ୍ୟଶୈଳୀକୁ ଅବଶ୍ୟ ସମାଲୋଚନା କରନ୍ତୁ- ଏହା ଗଣତନ୍ତ୍ର ପାଇଁ ଭଲ। କିନ୍ତୁ ନିଜ ରାଜନୀତିକ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଏହିଭଳି ଭାବେ ଦେଶର ସବୁ ସଂସ୍ଥାଗୁଡ଼ିକର କ୍ଷମତାକୁ ବ୍ୟବହାର କରିବା ଓ ସେମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଦୁର୍ବଳ କରିବା ଗଣତନ୍ତ୍ରର ସବୁ ନିୟମକୁ ଉଲ୍ଲଂଘନ କରୁଛି।’
ଅବକାରୀ ଦୁର୍ନୀତି ମମାଲାରେ ୯ ଥର ସମନ ପରେ ବି ଇଡିରେ ହାଜର ହୋଇନଥିଲେ କେଜ୍ରିୱାଲ । ଶେଷରେ ଗୁରୁବାର ସନ୍ଧ୍ୟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି ଟିମ । ମାତ୍ର କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ଶତାଧିକ ଆମ ଆଦମୀ ପାର୍ଟି କର୍ମୀ ମଧ୍ୟ ପହଞ୍ଚି ପ୍ରତିବାଦ କରିଥିଲେ । ପୁଲିସ ବହୁ ଆପ୍ କର୍ମୀଙ୍କୁ ଉଠାଇ ନେଇଥିଲା । ସୁରକ୍ଷା ଦୃଷ୍ଟିରୁ କେଜ୍ରିୱାଲଙ୍କ ବାସଭବନ ସମେତ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଥିବା ବେଳେ ବାସଭବନ ବାହାରେ ଧାରା ୧୪୪ ମଧ୍ୟ ଜାରି କରାଯାଇଛି ।
ପ୍ରତିଭା ସିଂଙ୍କୁ କଂଗ୍ରେସ ତରଫରୁ ମଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଇଥିଲା । ମାତ୍ର ସେ ନିର୍ବାଚନ ଲଢ଼ିବା ପାଇଁ ସଫା ସଫା ମନା କରି ଦେବା ସହ ଦଳ ତରଫରୁ ଦିଅଯାଇଥିବା ଟିକେଟକୁ ଫେରାଇ ଦେଇଛନ୍ତି ।
ଏନେଇ ବୁଧବାର ଘୋଷଣା କରି ସେ କହିଛନ୍ତି, ଦଳର ଗ୍ରାଉଣ୍ଡ ଜିରୋ ସ୍ଥିତି ଠିକ୍ ନାହିଁ। ମୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସାରିଲିଣି । ନିର୍ବାଚିତ ପ୍ରତିନିଧି କେବଳ ନିଜ ଅଧୀନରେ ଥିବା ପାଣ୍ଠି ବାଣ୍ଟି ନିର୍ବାଚନ ଜିତି ପାରିବନି। ପାର୍ଟିକୁ ଜିତାଇବା ନିମନ୍ତେ ଗ୍ରାଉଣ୍ଡ ଜିରୋରେ ଏହାର କାର୍ଯ୍ୟକର୍ତ୍ତା ଖୁବ୍ ପରିଶ୍ରମ କରିଥାନ୍ତି। ମାତ୍ର ସେମାନଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେମାନେ ଆଉ ତୃଣମୂଳ ସ୍ତରରେ ସକ୍ରିୟ ନାହାନ୍ତି।
କ୍ଷମତାରେ ଥିବା ବେଳେ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଦଳ ତରଫରୁ କିଛି କରାଗଲାନି। ତେଣୁ ସେମାନେ ଏବେ ଆମକୁ କେଉଁ ବିଶ୍ୱାସରେ ନେଇ କାମ କରିବେ। ତେଣୁ ମୁଁ ଆଉ ଏଥର ମଇଦାନକୁ ଓହ୍ଲାଇବିନି ବୋଲି ନିଷ୍ପତ୍ତି ନେଇଛି।
ଏଥିସହ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଭାବ ମୋତେ ସବୁ ନିର୍ବାଚନ ମଣ୍ଡଳୀ ବୁଲିବାକୁ ପଡ଼ିବ । ତେଣୁ ମୁଁ ଏଥର ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ପ୍ରତିଭା।
ଏଥିସହ ଅବଶିଷ୍ଟ ଟିକେଟ ଫାଇନାଲ୍ ହେବା ସମ୍ପର୍କରେ ସେ କହିଛନ୍ତି, ହିମାଚଳ ପ୍ରଦେଶରେ ଜୁନ ୧ରେ ଭୋଟିଂ ହେବ । ତେଣୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଫାଇନାଲ୍ କରିବାକୁ ଆମ ପାଖରେ ଯଥେଷ୍ଟ ସମୟ ରହିଛି।
କଂଗ୍ରେସରେ ମିଶିବା ପୂର୍ବରୁ ଅଲୀ ଦିଲ୍ଲୀର ୧୦ ଜନପଥ ସ୍ଥିତ ବାସଭବନରେ କଂଗ୍ରେସର ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ତାଙ୍କ ଆଶୀର୍ବାଦ ପରେ ଆଜି ସେ ବିଧିବଦ୍ଧ ଭାବେ ହାତ ଧରିଛନ୍ତି।
ରିପୋର୍ଟ ଅନୁସାରେ, କଂଗ୍ରେସ ଦାନିଶ ଅଲୀଙ୍କୁ ଉତ୍ତର ପ୍ରଦେଶର ଅମରୋହା ଲୋକସଭା ଆସନରେ ପ୍ରାର୍ଥୀ କରିବ। ୨୦୧୯ରେ ଏଠାରେ ସେ ବିଏସ୍ପି ଟିକେଟରୁ ଜିତି ଲୋକସଭାକୁ ଯାଇଥିଲେ। ତେଣୁ ଏବେ କଂଗ୍ରେସ ତାଙ୍କୁ ଉକ୍ତ ଆସନରୁ ହିଁ ଟିକେଟ ଦେବ ବୋଲି ଜଣାପଡ଼ିଛି।
ନିକଟରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଅମରୋହା ଅତିକ୍ରମ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ସହ ଅଲୀ ସାମିଲ ହୋଇଥିଲେ। ସେହିପରି ବିଜେପି ସାଂସଦ ରମେଶ ବିଦୁରୀ ଲୋକସଭାରେ ଦାନିଶ ଅଲୀଙ୍କୁ ଗୁଣ୍ଡା ଠାରୁ ଆରମ୍ଭ କରି ତାଙ୍କ ଧର୍ମକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ। ଏହି ସମୟରେ କଂଗ୍ରେସ ତାଙ୍କ ସପକ୍ଷରେ ବାହାରିଥିଲା। ରାହୁଲ ଗାନ୍ଧି ନିଜେ ଦାନିଶ ଅଲୀଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।
ସେବେଠାରୁ ଦାନିଶ ଅଲୀ କଂଗ୍ରେସରେ ମିଶିବେ ବୋଲି ଆକଳନ କରାଯାଉଥିଲା। ସେହିପରି ମାର୍ଚ୍ଚ ୧୪ରେ ସେ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ଏକଥା ନିଶ୍ଚିତ ହୋଇଥିଲା। ଏବେ ସତକୁ ସତ ଅଲୀ କଂଗ୍ରେସରେ ମିଶିଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ପାଇଁ କିଛି ମାସ ତଳେ ଦାନିଶ ଅଲୀଙ୍କୁ ମାୟାବତୀ ଦଳରୁ ନିଲମ୍ବିତ କରିଥିଲେ।
ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟି ସେ ଆଲୋଚନା କରିଥିଲେ। ଆଜି ସକାଳୁ ପପୁ ଯାଦବ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତାଙ୍କ ଦଳ ବିଲୀନ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଥିଲା। କଂଗ୍ରେସରେ ସାମିଲ ହେବା ପରେ ପପୁ ଯାଦବ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି।
କଂଗ୍ରେସରେ JAP ବିଲୀନ ହେବା ପରେ ପପୁ ଯାଦବ ସୋଶାଲ ମିଡିଆ ପ୍ଲାଟଫମ Xରେ ଲେଖିଛନ୍ତି, 'ଆଜୀବନ କଂଗ୍ରେସ ସହ ରହିବ। ଦେଶର ଭବିଷ୍ୟତ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରିବା ଲକ୍ଷ୍ୟ। ଯୁବ, କୃଷକ, ମିହଳା ଓ ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ସଙ୍କଳ୍ପ।'
आज से आजीवन कांग्रेस के साथ
— Pappu Yadav (@pappuyadavjapl) March 20, 2024
देश के भविष्य राहुल गांधी जी को
प्रधानमंत्री बनाना लक्ष्य!
युवा, किसान, महिला, वंचित
समाज को न्याय दिलाना संकल्प!
ସେପଟେ ଏହି ରାଜନୈତିକ ଘଟଣାକ୍ରମକୁ ନେଇ ବିହାର କଂଗ୍ରେସ ଅଧ୍ୟକ୍ଷ ଅଖିଳେଶ ସିଂହ ଅସନ୍ତୋଷ ଥିବା କୁହାଯାଉଛି। ସେ ପୂର୍ବରୁ ମଧ୍ୟ ଏହାକୁ ବିରୋଧ କରିଆସୁଛନ୍ତି । ବିହାରର ଇନ୍ଚାର୍ଜ ମୋହନ ପ୍ରକାଶ ତାଙ୍କ ଅସନ୍ତୋଷ ଦୂର କରିବା ପାଇଁ ତାଙ୍କୁ ଭେଟିବା ପାଇଁ ଡକାଇଛନ୍ତି। କୁହାଯାଉଛି ଯେ, ପପୁ ଯାଦବ କଂଗ୍ରେସରେ ସାମିଲ ହେବା ଖବର ଅଖିଳେଶ ପ୍ରସାଦ ସିଂହଙ୍କୁ ଜଣାନଥିଲା।
କଂଗ୍ରେସରେ ବିଲୀନ ହେବା ପରେ ଇଣ୍ଡି ଆଲାଏନ୍ସ ତରଫରୁ ପପୁ ଯାଦବ ବିହାରର ପୂର୍ଣ୍ଣିୟା ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ଗତ କିଛି ଦିନ ପୂର୍ବେ ପପୁ ଯାଦବ କଂଗ୍ରେସ ଯଦି ତାଙ୍କୁ ପୂର୍ଣ୍ଣିୟା ଆସନରୁ ଟିକେଟ୍ ଦେବ ତେବେ ସେ ନିଜ ଦଳକୁ କଂଗ୍ରେସରେ ବିଲୀନ କରିବେ ବୋଲି ଏକ ରାଲି କରି କହିଥିଲେ।
୨୦୧୫ରେ ପପୁ ଯାଦବ ଜନ ଅଧିକାର ଦଳ ଗଠନ କରିଥିଲେ। ଏହାପରେ ୨୦୧୯ରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏଥିରେ ସେ ହାରି ଯାଇଥିଲେ।
ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ, ନୂଆପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷିକା ତଥା ବିଜୁ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ଏକ ନୂଆ ଓଡ଼ିଶା ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତଥା ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ମିଶିଥିବା କହିଛନ୍ତି ଅଧିରାଜ ପାଣିଗ୍ରାହୀ।
୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।
ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଜେଡିକୁ ଯିବେ ବୋଲି ବହୁ ଦିନରୁ ଆଲୋଚନା ହେଉଥିଲା। ଖଡ଼ିଆଳ ବିଧାନସଭା ମଣ୍ଡଳୀରେ ବିଜେଡିର ଟାଣୁଆ ନେତା ନଥିବାରୁ ସେଠାରେ ଦଳ ଏକପ୍ରକାର ବ୍ୟାକଫୁଟରେ ରହିଥିଲା । ଏବେ ଅଧିରାଜଙ୍କୁ ଆଣି ବିଜେଡି ସେଠାରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି । ସମ୍ଭବତଃ ଅଧିରାଜ ଖଡ଼ିଆଳ ଆସନରୁ ଟିକେଟର ପ୍ରତିଶ୍ରୁତି ପାଇବା ପରେ ବିଜେଡିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।
କଂଗ୍ରେସ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି। ୨୦୨୪ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି। ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଯାଇଛି। ତେବେ କଂଗ୍ରେସରେ କୌଣସି ନେତାଙ୍କ ସହ ମୋର ମତାନ୍ତର ନାହିଁ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଖଡ଼ିଆଳରେ ଲଢ଼ିବା ପାଇଁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ନିର୍ବାଚନ ଆସିଲେ ବହୁତ ଲୋକ ଆସନ୍ତି ଓ ଯାଆନ୍ତି। ସ୍ୱାର୍ଥ ପାଇଁ କିଛି ଲୋକ ଦଳ ବଦଳାଇଥା’ନ୍ତି।
୨୦୧୯ ନିର୍ବାଚନରେ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୯, ୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲ ୫୬,୪୫୧ ଖଣ୍ଡ ଭୋଟ ପାଇ ହାରି ଯାଇଥିଲେ। ୨୦୧୪ରେ ଶ୍ରୀ ପାଣିଗ୍ରାହୀ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।
ମମିତା ମେହେର ଘଟଣା ହେଉ ଅବା ଦରବୃଦ୍ଧି ବା ଅନ୍ୟ କିଛି, ଅନେକ ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ବିଧାୟକ ଅଧିରାଜ ପାଣିଗ୍ରାହୀ। ହେଲେ ବେଶ୍ କିଛି ଦିନ ହେବ ସେ ଚୁପ୍ ହୋଇଯାଇଥିଲେ। ତେଣୁ ଅଧିରାଜ ମନ ପରିବର୍ତ୍ତନ କରିଥିବା ଓ ଦଳ ବଦଳାଇବାକୁ ଚିନ୍ତା କରୁଥିବା ଆଲୋଚନା ହେଉଥିଲା। ତେବେ ସେ ଏନେଇ କିଛି କହୁ ନଥିଲେ। ଆଉ ଆଜି ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ ମୋକିମ। ଏପରିକି ସେ ଜାଣିଶୁଣି କିଛି କ୍ୟାଟେଗରୀ ଛାଡ଼ି ଯାଇଥିଲେ। ନାମାଙ୍କନ ପତ୍ରରେ ଏ ସମ୍ପର୍କିତ ତଥ୍ୟ ଲୁଚାଇଥିବାରୁ ତାହା RTI ଆକ୍ଟକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ।
ଦେବାଶିଷ ଏନେଇ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ସେହି ଆଧାରରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆବଶ୍ୟକ କାଗଜପତ୍ର ବି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଗତ ୪ ତାରିଖରେ ହାଇକୋର୍ଟ ରାୟ ପ୍ରକାଶ କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲଙ୍ଗାନାର ଜଗତିଆଲରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧିଙ୍କ ‘ଶକ୍ତି’ ପ୍ରସଙ୍ଗକୁ ନେଇ ତାଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି , ‘ମୋ ପାଇଁ ପ୍ରତ୍ୟେକ ମା’ ଶକ୍ତିର ଗୋଟିଏ ଗୋଟିଏ ରୂପ, ପ୍ରତ୍ୟେକ ଝିଅ ହେଉଛି ଶକ୍ତିର ରୂପ । ମୁଁ ସେମାନଙ୍କୁ ଶକ୍ତି ଭାବରେ ପୂଜା କରେ। ଏହି ଶକ୍ତି ସ୍ୱରୂପ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ମୋ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପ୍ରସ୍ତୁତ।'
ସେ ଆହୁରି କହିଛନ୍ତି , ‘ଲୋକସଭା ନିର୍ବାଚନ ଘୋଷଣା ହୋଇସାରିଛି। ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଉତ୍ସବ ଆରମ୍ଭ ହୋଇଛି। ମେ' ୧୩ରେ ତେଲଙ୍ଗାନାବାସୀ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ଏଠାରେ ମେ' ୧୩ରେ ହେବାକୁ ଥିବା ଭୋଟ୍ ‘ବିକଶିତ ଭାରତ’ ପାଇଁ ହେବ। ଭାରତର ବିକାଶ ହେଲେ, ତେଲଙ୍ଗାନାର ମଧ୍ୟ ବିକାଶ ହେବ।
ଗତକାଲି ମୁମ୍ବାଇରେ ଇଣ୍ଡି ଆଲାଏନ୍ସ ରାଲି ହୋଇଥିଲା। ନିର୍ବାଚନ ଘୋଷଣା ହେବା ପରେ ଏହା ଥିଲା ଇଣ୍ଡିଆ ଆଲାଏନ୍ସର ପ୍ରଥମ ରାଲି। ସେହି ରାଲିରେ ସେ ନିଜର ଇସ୍ତାହାର ଜାରି କରିଥିଲେ। ତାଙ୍କ ଇସ୍ତାହାରରେ ଘୋଷଣା କରାଯାଇଥିଲା ଯେ, ମୁଁ କ୍ଷମତା ତଥା ଶକ୍ତି ବିରୋଧରେ ଲଢ଼େଇ କରୁଛି। କିନ୍ତୁ ପ୍ରକୃତରେ ମୋ ଲଢେଇ ଅନୀତି, ଭ୍ରଷ୍ଟାଚାର ବିରୋଧରେ ବୋଲି ମୋଦି କହିଛନ୍ତି।
ବିକାଶ ମୂଳକ ପ୍ରକଳ୍ପ ଏବେ ତେଲଙ୍ଗାନାର କୋଣ ଅନୁକୋଣରେ ପହଞ୍ଚୁଛି। ବିଜେପି ଲହରରେ ବିଆରଏସ୍ ଓ କଂଗ୍ରେସର କୁଶାସନ ସମ୍ପୂର୍ଣ୍ଣ ଧୋଇ ହୋଇଯିବ। ଗୋଟିଏ ପଟେ କ୍ଷମତା ନଷ୍ଟ କଥା କହୁଥିବା ଲୋକ ଅଛନ୍ତି, ଅନ୍ୟପଟେ କ୍ଷମତାକୁ ପୂଜା କରୁଥିବା ଲୋକ ଅଛନ୍ତି। ଏମାନଙ୍କ ଭିତରୁ କେଉଁ ପକ୍ଷ ଜିତିବେ ତାହା ଜୁନ୍ ୪ତାରିଖରେ ସ୍ପଷ୍ଟ ହୋଇଯିବ। ଲୋକେ କହୁଛନ୍ତି ୪ ଜୁନ୍ରେ ୪୦୦ ପାର୍ ବୋଲି ମୋଦି କହିଛନ୍ତି।
୨୦୦୯ ମସିହାରେ ପାରାଦୀପ ନିର୍ବାଚନମଣ୍ଡଳୀ ଗଠନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରୁ ବିଜେଡିରୁ ଦାମୋଦର ରାଉତ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଥିଲେ। ଆଉ ତାଙ୍କ ଡାହାଣ ହାତ ଥିଲେ ବାପି ସର୍ଖେଲ୍। ତେବେ ୨୦୧୪ରେ ଦାମ ଓ ବାପିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଆଉ ଦାମଙ୍କଠାରୁ ଦୂରେଇ ଯାଇଥିଲେ ବାପି। ଉଭୟ ପରସ୍ପରର ବିରୋଧୀ ହୋଇଯାଇଥିଲେ। ବାପି କଂଗ୍ରେସରେ ମିଶି ଦାମଙ୍କୁ ଚେକ୍ ଦେଉଥିଲେ।
୨୦୧୭ ମସିହାରେ ଏକ ବିବାଦରେ ଫସି ଜେଲ୍ ଗଲେ ବାପି। ତାଙ୍କ ଅନୁପସ୍ଥିତିରେ ପାରାଦୀପ ରାଜନୀତିକୁ ସମ୍ଭାଳିଥିଲେ ପତ୍ନୀ ମୋନିଦୀପା ସର୍ଖେଲ। ବାପିଙ୍କ ପାଇଁ ପ୍ରଚାର ମଙ୍ଗ ଏକୁଟିଆ ସମ୍ଭାଳି ଥିଲେ। ପୌର ନିର୍ବାଚନ ହେଉ କି ଦଳୀୟ କର୍ମୀ ସମ୍ମିଳନୀ ଓ ଶ୍ରମିକ ସମାବେଶ, ସବୁଥିରେ ଥିଲା ତାଙ୍କର ସକ୍ରିୟ ଭୂମିକା। ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ବାପି କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ତାଙ୍କ ପାଖେ ପାଖେ ରହୁଥିଲେ ମୋନିଦୀପା। ଆଉ ସ୍ୱାମୀଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ଏହା ପାରେ ମଧ୍ୟ ବାଜି ମାରିନେଇଥିଲେ ଦାମଙ୍କ ପୁଅ ସମ୍ୱିତ ରାଉତରାୟ। ବାପିଙ୍କୁ ପରାସ୍ତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମ୍ୱିତ।
ତେବେ ୨୦୨୨ ପାରାଦୀପ ମ୍ୟୁନିସିପାଲିଟି ନିର୍ବାଚନରେ ପରାଜୟର ପ୍ରତିଶୋଧ ନେଲେ ବାପି ସର୍ଖେଲ। କଂଗ୍ରେସରେ ଥାଇ ‘ଆମ ପାରାଦୀପ, ଆମ ପ୍ରଗତି’ ନାଁରେ ଏକ ସଙ୍ଗଠନ ଗଠନ କରିଥିଲେ। ଆଉ ମ୍ୟୁନିସିପାଲିଟି ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡିଙ୍କୁ ପ୍ରାର୍ଥୀ କରିଥିଲେ। ନିର୍ବାଚନରେ ବାପିଙ୍କ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ। ପାରାଦୀପ ମ୍ୟୁନିସିପାଲିଟିକୁ କବ୍ଜାକୁ ନେଇଥିଲେ। ବାପିଙ୍କ ବିଜୟରେ ମଧ୍ୟ ମୋନିଦୀପାଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଥିଲା।
ବାପି ସର୍ଖେଲଙ୍କ ରଣନୀତିର ପ୍ରମୁଖ ଭୂମିକା ନେଉଥିବା ତାଙ୍କ ପତ୍ନୀ ମୋନିଦୀପା ଆଜି ଶଙ୍ଖ ଭବନରେ ବିଜେଡିରେ ମିଶିଲେ। ଦଳୀୟ ମୁଖ୍ୟାଳୟରେ ତାଙ୍କୁ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ଖୋଦ୍ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ମୋନିଦୀପା ବିଜେଡିରେ ମିଶିବା ପରେ ପାରାଦୀପ ପଲିଟିକ୍ସ ନୂଆ ମୋଡ଼ ନେଇଛି। ମୋନିଦୀପା ସର୍ଖେଲ ନିଜେ ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କହିଥିଲେ। ସେପଟେ ସମ୍ବିତ କହିଛନ୍ତି, ମୋର ମଧ୍ୟ ଆଶା ଅଛି। କିନ୍ତୁ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ହାତରେ।
ସେପଟେ ପାରାଦୀପରେ କିଛି ସପ୍ତାହ ହେବ ଆଲୋଚନା ଜୋର ଧରିଛି ଯେ, ଏଥର ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳି ବିଜେଡି ଟିକେଟ୍ ରେସରେ ଅଛନ୍ତି। ୨୦୧୯ରେ ସେ ସ୍ୱାମୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ସେପଟେ ଭୁବନେଶ୍ୱରରେ କର୍ପୋରେଟର ଥିବା ସମ୍ବିତଙ୍କ ଭଉଣୀ ତଥା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ମଧ୍ୟ ଟିକେଟ ଚର୍ଚ୍ଚାରେ ଯୋଡ଼ି ହୋଇଛନ୍ତି। ମୋନିଦୀପାଙ୍କ ବିଜେଡିରେ ଏଣ୍ଟ୍ରି କେବଳ ସମ୍ବିତଙ୍କର ନୁହେଁ, ପୂରା ଦାମ-ପରିବାରର ପକ୍ଷଚ୍ଛେଦନ ପାଇଁ ସୁଚିନ୍ତିତ ଷ୍ଟ୍ରାଟେଜି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ପାରାଦୀପରେ ବିଜେଡି ଅନ୍ତଃକନ୍ଦଳ ମଧ୍ୟ ଭାରି ପଡ଼ିପାରେ ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ। ଗତ ୧୫ ଦିନ ଭିତରେ ତିନି ତିନିଥର ମେଳି କରିସାରିଲେଣି ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ। ସେଠି ବିଧାୟକ ବିରୋଧୀ ସ୍ୱର ତେଜୁଥିବା ବେଳେ, ଏଥର ଦାମଙ୍କ ପରିବାରରୁ କାହାକୁ ଟିକେଟ ଦିଆନଯାଉ ବୋଲି ମଧ୍ୟ ଖୋଲାଖୋଲି ଦାବି ଉଠିଲାଣି। ଖୋଦ୍ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ଅସନ୍ତୁଷ୍ଟ ମେଳିର ମଙ୍ଗ ଧରିଛନ୍ତି। ଏଥର ସମ୍ବିତଙ୍କ ପତ୍ତା କାଟିବାକୁ ଅଣ୍ଟା ଭିଡ଼ିଥିବା ଚର୍ଚ୍ଚା ହେଉଛି। ସେ ନିଜେ ଏଥର ମଧ୍ୟ ଟିକେଟ ଆଶାୟୀ ଥିବା ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ 'ନିର୍ବାଚନ ବଣ୍ଡ ନାମରେ ଏକ ବଡ ଦୁର୍ନୀତି ହୋଇଛି, ଏଥିରୁ ବିଜେପି ସିଧାସଳଖ ଲାଭ କରିଛି। ଏହି ଦୁର୍ନୀତି ବିଷୟରେ ଏବେ ଆରଏସଏସ ଏବଂ ବିଜେପି କ’ଣ କହିବେ? ସେମାନେ ଏହାର ଉତ୍ତର ଦେବା ଉଚିତ୍। ଇଡି କେବଳ ବିରୋଧୀ ଦଳର ନେତାଙ୍କ ଉପରେ ଆକ୍ରମଣ କରୁଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଶୀଘ୍ର ଗିରଫ କରାଯିବ। ନିର୍ବାଚନ ଆୟୋଗ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି। ସାତଟି ପର୍ଯ୍ୟାୟରେ ନିର୍ବାଚନ କରି ଆୟୋଗ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି।'
ଏହାପୂର୍ବରୁ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ସିବଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ଦର୍ଶାଉଛି ଯେ କେଉଁଠି ନା କେଉଁଠି ଲାଭ ବଦଳରେ ଲାଭ ନେବା କାମ କରାଯାଇଛି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କଟାକ୍ଷ କରି ସେ କହିଥିଲେ ଯେ, 'ପୂର୍ବରୁ କେହି ଜଣେ କହିଥିଲେ ଯେ, ମୁଁ ଖାଇବି ନାହିଁ କିମ୍ବା କାହାକୁ ଖାଇବାକୁ ଦେବି ନାହିଁ। ୨୦୧୪ ପୂର୍ବରୁ ଦୁର୍ନୀତି ଶେଷ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ମୋଦି ଏହା କହିଥିଲେ।'
କହିରଖୁ ଯେ, ମାର୍ଚ୍ଚ ୧୪ ରେ ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡର ବିବରଣୀ ସାର୍ବଜନୀନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନ ଆୟୋଗଙ୍କୁ ବଣ୍ଡର ବିବରଣୀ ପ୍ରଦାନ କରିଥିଲା ଯାହା ପରେ ଏହା ସାର୍ବଜନୀନ କରାଯାଇଥିଲା। ଏହା ସାମ୍ନାକୁ ଆସିବା ମାତ୍ରେ ବିରୋଧୀ ଦଳ ବୟାନବାଜୀ ଆରମ୍ଭ କରିଦେଇଛନ୍ତି।
ଉଭୟ ବାପପୁଅ ବିଜେପିରୁ ଇସ୍ତଫା ଦେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେମାନେ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ AICCର ରାଜ୍ୟ ପ୍ରଭାରୀ ଦୀପାଦାସ ମୁନସୀଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।
ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ମଜବୁତ ସ୍ଥିତିରେ ଥିବା ବେଳେ ବିଜେପି ସ୍ଥିତି ସେତେ ଭଲ ନାହିଁ। ଏପରି ସମୟରେ ଦଳର ଜଣେ ପୁରୁଖା ନେତା ଦଳ ଛାଡ଼ି କଂଗ୍ରେସରେ ସାମିଲ ହେବା ଦଳ ପାଇଁ ବଡ଼ କ୍ଷତି ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି।
କିଛି ମାସ ପୂର୍ବେ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ ବିଆରଏସ୍ ଓ ବିଜେପିକୁ ପଛରେ ପକାଇ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିଲା। । ଏବେ ଲୋକସଭା ନିର୍ବାଚନରେ ବି ତେଲେଙ୍ଗାନାରେ ଅଧିକ ସିଟ୍ ହାସଲ କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି।
କ୍ଷମତାର ଅପବ୍ୟବହାର କରି ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ଠାରୁ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ହାସଲ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। କଂଗ୍ରେସର କହିବା କଥା ଯେ ବିଜେପିର ଦୁର୍ନୀତି ରଣକୌଶଳ ନିର୍ବାଚନୀ ବଣ୍ଡ ତଥ୍ୟ ସାମ୍ନାକୁ ଆସିବା ପରେ ପର୍ଦ୍ଦାଫାସ ହୋଇଯାଇଛି। ବିଭିନ୍ନ କମ୍ପାନୀର ବେଆଇନ କାର୍ଯ୍ୟକଳାକୁ ଲୁଚାଇବା ପାଇଁ ବିଜେପି ଚାନ୍ଦା ଆଦାୟ କରିଥିବା ଦଳ ଅଭିଯୋଗ କରିଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନୀ ବଣ୍ତ ଜରିଆରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ଏହାର ସ୍ୱତନ୍ତ୍ର ତଦନ୍ତ ପାଇଁ ଦାବି କରିଛନ୍ତି। ତଦନ୍ତ ଶେଷ ନ ହେବା ଯାଏ ବିଜେପିର ପାଣ୍ଠିକୁ ଅଚଳ କରିବାକୁ ମଧ୍ୟ ସେ କହିଛନ୍ତି।
ସେ କହିଛନ୍ତି, “ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ କୋଟି କୋଟି ଟଙ୍କା ପାଇଛି। କଂଗ୍ରେସ ମଧ୍ୟ ଚାନ୍ଦା ପାଇଛି। କିନ୍ତୁ ଆମ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଦିଆଯାଇଛି। ଯଦି ବିରୋଧୀ ଦଳଗୁଡ଼ିକର ଆକାଉଣ୍ଟକୁ ଫ୍ରିଜ କରି ଦିଆଯିବ, ତା’ହେଲେ ଆମେ କେମିତି ନିର୍ବାଚନ ଲଢ଼ିବୁ?”
ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି କହୁଥିଲେ ନା ଖାଉଙ୍ଗା, ନା ଖାନେ ଦୁଙ୍ଗା। ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ବିଜେପି ନିର୍ବାଚନୀ ବଣ୍ଡ ଜରିଆରେ ଟଙ୍କା ପାଇଛି। ନା ଖାଉଙ୍ଗା, ନା ଖାନେ ଦୁଙ୍ଗ, କେବଳ ମୋ ପାର୍ଟିକୁ ସବୁ ଖୁଆବି ନୀତି ଆପଣା ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଯାହା ବି କରିଛନ୍ତି, ସେସବୁ ନିଜର ଓ ଦଳର ଫାଇଦା ପାଇଁ ହିଁ କରିଛନ୍ତି।”
ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଗେମିଂ ଓ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଥିବା କମ୍ପାନୀ କିଣିଥିବା ନିର୍ବାଚନୀ ବଣ୍ଡରୁ ବିଜେପି କୋଟି କୋଟି ଟଙ୍କା ପାଇଛି। ଦେଶର ସବୁଠାରୁ ବଡ଼ ଦୁର୍ନୀତିରେ ବିଜେପି ସାମିଲ ହୋଇଥିବା ସେ କହିଛନ୍ତି।
ବିଜେପି ନିର୍ବାଚନୀ ବଣ୍ଡରୁ ପାଇଥିବା ଟଙ୍କା ସ୍ୱାଧୀନତା ପରେ ସବୁଠାରୁ ବଡ଼ ଦୁର୍ନୀତି ବୋଲି ତାମିନାଡୁ କଂଗ୍ରେସ ସଭାପତି କେ ସେଲଭାପେରୁନଥାଗାଇ କହିଛନ୍ତି। ସେ କହିଛନ୍ତି ଯେ Qwik Supply Chains Pvt Ltd ବିଜେପିକୁ ୪୦୦ କୋଟି ଟଙ୍କା ଦେଇଛି। କିନ୍ତୁ କମ୍ପାନୀର ବାର୍ଷିକ ଆୟ ମାତ୍ର ୫୦୦ କୋଟି ଟଙ୍କା।
ସେହିପରି Future Gaming and Hotel Services Pvt Ltd ବିଜେପିକୁ ୧୩୮୬ କୋଟି ଟଙ୍କା ଦେଇଛି। କିନ୍ତୁ କମ୍ପାନୀର ଟର୍ଣ୍ଣ ଓଭର ୫୦୦ କୋଟି ଟଙ୍କା। କେମିତି ୫୦୦ କୋଟି ଆୟ କରୁଥିବା କମ୍ପାନୀ ୧୩୮୬ କୋଟି ଟଙ୍କା ଦେଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କ ସମସ୍ତ ଅଭିଯୋଗ କେବଳ ଗୋଟିଏ ଆକଳନ ଉପରେ ପର୍ଯ୍ୟବେସିତ। ଚାନ୍ଦା ସହ କେନ୍ଦ୍ରୀୟ ଏଜେନ୍ସର ରେଡର କୌଣସି ଲିଙ୍କ ନାହିଁ ବୋଲି ନିର୍ମଳା କହିଥିଲେ। ଏହାକୁ କଂଗ୍ରେସ ନେତା ଜୟରାମ ରମେଶ କାଉଣ୍ଟର କରିବା ସହ ଯଦି ଲିଙ୍କ ନାହିଁ, ତା’ହେଲେ କେଉଁ କମ୍ପାନୀ କେତେ ଟଙ୍କା କେଉଁ ଦଳକୁ ଦେଇଛି, ତା’ର ତଥ୍ୟ ସାର୍ବଜନୀନ କରାଯାଉ ବୋଲି ସେ ଚ୍ୟାଲେଞ୍ଜ ଦେଇଛନ୍ତି।
ଏହିକ୍ରମରେ ଦଳର ବରିଷ୍ଠ ନେତା ରାଜ କୁମାର ଛାବେୱାଲ କଂଗ୍ରେସକୁ ବାଏବାଏ କହିଛନ୍ତି। ସେ ଦଳରୁ ଇସ୍ତଫା ଦେବା ପରେ ପଞ୍ଜାବରେ କ୍ଷମତାସୀନ ଆପ୍ରେ ଯୋଗ ଦେଇଛନ୍ତି। ରାଜ କୁମାର ଏବେ ପଞ୍ଜାବ ବିଧାନସଭାର ସଦସ୍ୟ ରହିଥିଲେ। ତାଙ୍କୁ କଂଗ୍ରେସ ପକ୍ଷରୁ ବିଧାନସଭାର ବିରୋଧୀ ଦଳ ଉପନେତା କରାଯାଇଥିଲା।
୫୪ ବର୍ଷୀୟ ରାଜ କୁମାର ହୋଶିଆରପୁର ଜିଲ୍ଲାର ଛାବେୱାଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଣେ ପ୍ରମୁଖ ଦଳିତ ନେତା ଭାବେ ପରିଚିତ ରାଜ କୁମାର ଆଜି ଆପ୍ରେ ସାମିଲ ହୋଇ କଂଗ୍ରେସକୁ ପଞ୍ଜାବରେ ବଡ଼ ଝଟକା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଉପସ୍ଥିତିରେ ସେ ଝାଡ଼ୁ ଧରିଛନ୍ତି। ଆପ୍ ମଧ୍ୟ ରାଜ କୁମାରଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛି। ରାଜ କୁମାର କଂଗ୍ରେସ ସହ ସମ୍ପର୍କ ତୁଟାଇଥିଲେ ମଧ୍ୟ ଏହା ପଛର କାରଣ କ’ଣ ସେକଥା କହି ନାହାନ୍ତି।
କେବଳ ସେ ଏକ୍ସ ଯୋଗେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏଥିସହ ପଞ୍ଜାବ ବିଧାନସଭା ସଦସ୍ୟତା ପଦରୁ ମଧ୍ୟ ରାଜ କୁମାର ତତ୍କାଳ ଭାବେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।
ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘର ମୁଖ୍ୟ ମହିଳାଙ୍କୁ ୨ ହାଜର ଟଙ୍କା ଭତ୍ତା, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗଙ୍କୁ ୨ ହଜାର ଟଙ୍କା ମାସିକ ଭତ୍ତା, ବେକାରୀଙ୍କୁ ୩ ହଜାର ଏବଂ କୃଷକଙ୍କ ପାଇଁ ମାସିକ ପେନସନ୍ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇବାକୁ ନିଜ ଗ୍ୟାରେଣ୍ଟି ପତ୍ରରେ ଉଲ୍ଲେଖ କରିଛି କଂଗ୍ରେସ। ଖାଲି ସେତିକି ନୁହେଁ, ଚିଟଫଣ୍ଡ କ୍ଷତିଗସ୍ତଙ୍କୁ ୬ ମାସରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ଏହି ଅବସରରେ ବିଜେଡି ଓ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛି କଂଗ୍ରେସ। ଓଡ଼ିଶାକୁ ଗରିବରୁ ଅଧିକ ଗରିବ କରିବାରେ ବିଜେଡି ଓ ବିଜେପି ସରକାର ଦାୟୀ ବୋଲି ଅଭିଯୋଗ କରିଛି ଦଳ।
ବୈଠକ ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ୬ଟି ନାଁ ମୋ ପାଖକୁ ଆସିଥିଲା। ସୁଖବୀର ସିଂହ ସାନ୍ଧୁ, ଜ୍ଞାନେଶ କୁମାର, ଉତ୍ପଲ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଇନ୍ଦୀବର ପାଣ୍ଡେ, ଓ ଗଙ୍ଗାଧର ରାହତଙ୍କ ନାଁ ଏଥିରେ ସାମିଲ ଥିଲା। ତେବେ ଏମାନଙ୍କ ଦକ୍ଷତା ଏତେ କମ୍ ସମୟରେ ଯାଞ୍ଚ କରିବା ଅସମ୍ଭବ ବୋଲି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।
ତାଙ୍କ କହିବା ମୁତାବକ, ଗତ ରାତିରେ ସେ ଦିଲ୍ଲୀ ଆସିବା ପରେ ତାଙ୍କୁ ୨୧୨ ଜଣଙ୍କ ତାଲିକା ଦିଆଯାଇଥିଲା। କିନ୍ତୁ ଏତେ କମ ସମୟ ମଧ୍ୟରେ ଏ ସମସ୍ତଙ୍କ ପ୍ରୋଫାଇଲ ଯାଞ୍ଚ କରିବା ଅସମ୍ଭବ ଥିଲା। ଏହାପରେ ବୈଠକ ପୂର୍ବରୁ ତାଙ୍କୁ ୬ ଜଣଙ୍କ ନାଁ ଶର୍ଟଲିଷ୍ଟ କରି ଦିଆଯାଇଥିଲା। ତେବେ ୧୦ ମିନିଟ୍ ଭିତରେ କିଭଳି ଦୁଇ ଜଣଙ୍କ ନାଁ ଚୟନ ହୋଇଗଲା? ତାଙ୍କର(ବିଜେପି) ସଂଖ୍ୟା ଗରିଷ୍ଠତା ଅଛି। ତେଣୁ ସେମାନେ ଯାହାକୁ ଚାହୁଁଥିଲେ ସେହି ପ୍ରାର୍ଥୀଙ୍କୁ ଚୟନ କଲେ ବୋଲି କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି।
ନିର୍ବାଚନ କମିଶନର ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଧୀର ରଞ୍ଜନ ଚୌଧୁରୀଙ୍କ ବ୍ୟତୀତ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଥିଲେ। ତେବେ ଏହି ଚୟନ କମିଟିରେ ଭାରତର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସାମିଲ କରାଇବାକୁ ନେଇ କଂଗ୍ରେସ ନେତା ପ୍ରଶ୍ନ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, 'ଏହି ଚୟନ କମିଟିରେ ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆଙ୍କୁ ରଖିବା କଥା। ଯଦି ସିଜେଆଇ ଏହି କମିଟିରେ ଥାନ୍ତେ ତେବେ କଥା ଅଲଗା ହୋଇଥାନ୍ତା। ପ୍ୟାନେଲରେ ଥିବା ସରକାରଙ୍କ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ତେଣୁ ସେ ଯାହା ଚାହୁଁଛନ୍ତି ତାହା ହେଉଛି।'
ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଗତ ମାସ ସରିଥିଲା। ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ପଡିଥିଲା। ଏହାର କିଛି ଦିନ ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ।
ଦୁଇଟି ପଦବୀ ଖାଲି ପଡିଥିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଣେ ମନ୍ତ୍ରୀ ଏବଂ ଜଣେ ବିରୋଧୀ ଦଳର ନେତାଙ୍କୁ ନେଇ ବୈଠକ ବସିଥିଲା, ଯେଉଁଥିରେ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସରକାରୀ ରୂପେ ଏମାନଙ୍କ ନାଁ ଘୋଷଣା କରାଯାଇନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ଏମାନଙ୍କୁ ନିଯୁକ୍ତି କରାଯିବ।
ବିଜେପି ସରକାର ହୀନ ରାଜନୈତିକ ଚକ୍ରାନ୍ତ କରି କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଆୟକର ବିଭାଗ ବି ଜୋରିମାନା ଲଗାଇଥିବା ସେ ଅଭିଯୋଗ ଆଣିଛନ୍ତି।
ବିଜେପିର ଏପରି ହୀନ ଚକ୍ରାନ୍ତ ସମ୍ପର୍କରେ ସମଗ୍ର ଦେଶବାସୀଙ୍କୁ ଅବଗତ କରାଇବା ସହ ଦେଶର ସମ୍ବିଧାନ ଓ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଅପିଲ୍ କରିଛନ୍ତି ଖଡଗେ। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ୍ ସପକ୍ଷରେ ଭୋଟ ଦେବାକୁ ସେଲୋକଙ୍କୁ ନିବେଦନ କରିଛନ୍ତି।
ଏନେଇ ସେ କହିଛନ୍ତି, ଫ୍ରିଜ୍ ହୋଇଯାଇଥିବା ଆକାଉଣ୍ଟରେ ଆମ ପାର୍ଟିର ଟଙ୍କା ଥିଲା, ଯାହାକୁ କି ଜନସାଧାରଣ ଦାନ ରୂପରେ ଦେଇଥିଲେ। ହେଲେ ବିଜେପି ସରକାର ତାକୁ ବି ଫ୍ରିଜ କରି ଦେଇଛି। ଫଳରେ ଖର୍ଚ୍ଚ କରିବାକୁ ଆମ ପାଖରେ ଟଙ୍କାଟିଏ ବି ନାହିଁ ।
ନିଜ ନିର୍ବାଚନୀ ବଣ୍ଡ ସମ୍ପର୍କୀତ ତଥ୍ୟ ସର୍ବ ସମ୍ମୁଖକୁ ଆଣିବାକୁ ଚାହୁଁ ନ ଥିବା ବେଳେ ବିଜେପି କିନ୍ତୁ ଆମ ଆକାଉଣ୍ଟ ଫ୍ରିଜ କରି ଦେଇଥିବା କହିଛନ୍ତି ଖଡଗେ । ନିଜ ଚୋରି ଯେପରି ଧରା ନ ପଡ଼ିବ ସେଥିନିମନ୍ତେ ସେମାନେ ଏହାକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଥିଲେ। ମାତ୍ର ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଯୋଗୁ ସେମାନେ ଏଥିରେ ସଫଳ ହୋଇ ପାରିଲେନି।
ଏହା ପୂର୍ବରୁଗତ ଫେବୃଆରୀ ମାସରେ କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏହି ସବୁ ଖାତାରେ ଥିବା ଟଙ୍କା ଉଠାଣ ଉପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମୋଣ୍ଟ ରୋକ୍ ଲଗାଇଥିଲା। ଏନେଇ କଂଗ୍ରେସ ଆୟକର ଅପିଲେଟ୍ ଟ୍ରିବ୍ୟୁନାଲରେ ଏକ ଆବେଦନ କରିଥିବା ବେଳେ ତାହା ସଚଳ ହୋଇଥିଲା। ଏବେ ପୁଣି ଥରେ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମ୍ମୂଖୀନ ହୋଇଛି କଂଗ୍ରେସ ।
ସୂଚନା ଅନୁସାରେ, ପ୍ରଦେଶ ଛାତ୍ର କଂଗ୍ରେସ ଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ଦଳର ‘ଛାତ୍ର ଆଣିବେ ପରିବର୍ତ୍ତନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ରାଜମହଲ ଛକ ନିକଟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୁଲିସ ସେଠାରେ କିଛି ଛାତ୍ର ନେତାଙ୍କୁ ଭ୍ୟାନରେ ଉଠାଇ ନେବାରୁ ଉପସ୍ଥିତ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି।
ଏହି ଘେରାଉ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଛାତ୍ର ସଭାପତି ନୱାଜ କହିଛନ୍ତି ଯେ, ନବୀନ ସରକାର ବର୍ଷକୁ ୨ଲକ୍ଷ ହିସାବରେ ଯେଉଁ ୪୮ଲକ୍ଷ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ ସେ ଚାକିରି ଗଲା କୁଆଡ଼େ? ତାର ଉତ୍ତର ଏ ରାଜ୍ୟର ଯୁବ ଓ ଛାତ୍ର ସମାଜକୁ ଦିଅନ୍ତୁ। ବିରୋଧି ଦଳକୁ ଦୁର୍ବଳ କରିବାପାଇଁ ଏବଂ ବିରୋଧି ଦଳରେ ଛାତ୍ର ନେତୃତ୍ୱ ସୃଷ୍ଟ କରାଇନଦେବା ପାଇଁ ୨୦୧୮ ମସିହା ପରଠାରୁ ଓଡ଼ିଶାରେ ଅଗଣତାନ୍ତ୍ରିକ ଭାବେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଛି। ନବୀନ ସରକାରରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ୧୨ଟି ପ୍ରମୁଖ ସରକାରୀ ୟୁନିର୍ଭସିଟିରେ ୫୭ ପ୍ରତିଶତ ଶିକ୍ଷକ ନାହାନ୍ତି, ଯାହାର ସଂଖ୍ୟା ୧ ହଜାର। ୫୧ ଟି ସରକାରୀ ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ଜାଲ ସାର୍ଟିଫିକେଟରେ ନାମ ଲେଖା ଚାଲିଛି। ସେହି ର୍ୟାକେଟରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ସଂପୃକ୍ତ। କଲେଜ ଓ ୟୁନିର୍ଭସିଟିରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ ସମର୍ଥକମାନେ ଆତଙ୍କରାଜ ଚଳାଇଛନ୍ତି।
ଅନ୍ୟ ଦଳର ଛାତ୍ର ସଂଗଠନକୁ ମରଣାନ୍ତକ ଆକ୍ରମଣ କରୁଛନ୍ତି। କ୍ୟାମ୍ପସ ଭିତରେ ମହିଳା ଅସୁରକ୍ଷିତ। ର୍ୟାଗିଂ କ୍ଷେତ୍ରରେ ଦେଶର ୫ଟି ଶୀର୍ଷ ସ୍ଥାନରେ ଥିବା ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ଚତୁର୍ଥ। ଉଚ୍ଚଶିକ୍ଷାନୁଷ୍ଠାନର ଭତ୍ତିଭୂମିର ବିକାଶ ନାମରେ ଯେଉଁ କାର୍ଯ୍ୟ ହେଉଛି ସେଥିରେ ସଂପୂର୍ଣ୍ଣ ଦୁର୍ନୀତି ପରିଲକ୍ଷିତ ହେଉଛି। କେଉଁଠି ଶିକ୍ଷାନୁଷ୍ଠାନର ଖେଳପଡ଼ିଆର ନବନର୍ମିତ ଗ୍ୟାଲେରି ଭୁଷୁଡ଼ି ପଡ଼ୁଛି ତ କେଉଁଠି କାନ୍ଥ ଭୁଷୁଡ଼ି ପଡ଼ୁଛି। ଶିକ୍ଷାନୁଷ୍ଠାନରେ ମୋଦି ଓ ନବୀନଙ୍କର ଫଟୋ ଲଗାଇବା ପ୍ରତିଯୋଗିତା ଚାଲିଛି। ଶିକ୍ଷାନୁଷ୍ଠାନର ମୌଳିକ ସମସ୍ୟାକୁ ପୂରଣ ନକରି ସମନ୍ୱିତ ଯୁବ ବିକାଶ ଏବଂ ନୂଆ-ଓ ଭଳି ଯେଉଁ ଯୋଜନା କରାଯାଇଛି ତାହା କେବଳ ଏ ରାଜ୍ୟର ଉପେକ୍ଷିତ ଛାତ୍ର ସମାଜକୁ ଭୂଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ।
ଖେଳକୁଦ, ନାଚଗୀତ ଓ ଭୋଜିଭାତରେ ଶିକ୍ଷାନୁଷ୍ଠାନ କମ୍ପୁଛି। ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଗୁଣାତ୍ମକ ଶିକ୍ଷା ଦିଆଯାଉ ନାହିଁ। କେବଳ ନିର୍ବାଚନ ବେଳେ ଭୋଟ ହାତେଇବା ପାଇଁ ଏହା ଏକ ନାଟକାବାଜି। ଏ ସରକାର ୧୫ କୋଟି ଟଙ୍କାର ଛାତ୍ରବୃତ୍ତି ଲୁଟ୍ କରିଥିବାର ସିଏଜି ରିପୋର୍ଟ ଦେଇଛନ୍ତିି। ଯେଉଁ ଛାତ୍ରବୃତି ଘୋଷଣା କରାଯାଇଛି ତାହା ୨୪ ବର୍ଷ ଭିତରେ କାହିଁକି ଘୋଷଣା କରାଗଲା ନାହିଁ? ନିର୍ବାଚନ ମାସକୁ ପୂର୍ବରୁ ଏହା ଘୋଷଣା କରାଗଲା କାହିଁକି? ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହା ଏବେ ବନ୍ଦ ହୋଇଯାଇଛି। କେବଳ ନିର୍ବାଚନ ଥିବାରୁ ଛାତ୍ରମାନଙ୍କୁ ପ୍ରଲୋଭିତ କରାଯାଉଛି। ଆଜି ରାଜ୍ୟରେ ୨ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୧୦ଲକ୍ଷ ବେକାର ଯୁବକଯୁବତୀ ନାମ ପଞ୍ଜିକରଣ କରାଇ ଚାହିଁ ବସିଛନ୍ତି।
ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତିି। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଯେଉଁ ଶିଳ୍ପ ପ୍ରତିଷ୍ଠା ହୋଇଛି ସେଥିରେ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ନାହିଁ। ଏଠି ତାମିଲ ଶାସନ ଯୋଗୁଁ ସବୁ କ୍ଷେତ୍ରରେ ଓଡ଼ିଆ ଯୁବକଯୁବତୀ ଉପେକ୍ଷିତ ହେଉଛନ୍ତି। ଏଣୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେକାର ଯୁବକଯୁବତୀ ବେସାହାରା, ଶିକ୍ଷାନୁଷ୍ଠାନରେ ଦୁର୍ନୀତି ଅନ୍ୟପକ୍ଷରେ ଖଣି,ପାଣି, ଡାଲି, ଚିଟଫଣ୍ଡ, ଛାତ୍ରବୃତି, ଜମି ଓ ସରକାର ଯୋଜନା ଲୁଟ ଓ ଦୁର୍ନୀତିରେ ନବୀନ ସରକାରର ଅସଲ ମୁଖା ଧରାପଡ଼ିଯାଇଛି। ଗାଁ ଗଣ୍ଡା ବୁଲି, ବଜାର ସହର ବୁଲି ଓଡ଼ିଶାର ଛାତ୍ର ସମାଜ ପରିବର୍ତନ ପାଇଁ ଜନାସଧାରଣଙ୍କୁ ସଚେତନ କରିବାକୁ ନୱାଜ ଆହ୍ୱାନ ଦେଇଛନ୍ତି।
ଆଜିର କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତିଙ୍କ ସମେତ ବହୁ କର୍ମକର୍ତ୍ତା ଓ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।
ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମଧ୍ୟ ଓଡ଼ିଶାର କୌଣସି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୪୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଏଥର ଦଳ ହେଭିୱେଟ ନେତାମାନଙ୍କ ପୁଅମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। କମଲନାଥଙ୍କ ପୁଅ ନକୁଲନାଥ ୨୦୧୯ ଭଳି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ।୨୦୧୯ରେ ସେ ଦଳର ଏକମାତ୍ର ସାଂସଦ ଭାବେ ମଧ୍ୟପ୍ରଦେଶରୁ ଲୋକସଭାକୁ ଯାଇଥିଲେ।
ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି। ସେ ରାଜ୍ୟର ଜାଲୋରେ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ୨୦୧୯ରେ ସେ ଯୋଧପୁର ଆସନରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ହାରିବାକୁ ପଡ଼ିଥିଲା। ଏଥର ଜୁନିୟର ଗେହଲଟ ଜାଲୋରେ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ରାଜସ୍ଥାନର ପୂର୍ବତନ ପୁଲିସ ମୁଖ୍ୟ ହରିଶ ମୀନା ଟୋଙ୍କ-ସାୱାଇ ମାଧୋପୁର ଆସନରୁ ନିର୍ବାଚନ ଲଢ଼ିବେ।
ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ରାହୁଲ କାସୱା ଚୁରୁରୁ ଓ ବ୍ରିଜେନ୍ଦ୍ର ଓଲା ଝୁନଝୁନ ଆସନରୁ ଟିକେଟ ପାଇଛନ୍ତି।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତୁରଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ମଧ୍ୟ କଂଗ୍ରେସ ପୁଣି ଟିକେଟ ଦେଇଛି। ୨୦୧୯ରେ ଗୌରବ କାଲିଆବୋର ନିର୍ବାଚନ ମଣ୍ଡଳୀରୁ ଜିତି ଲୋକସଭାକୁ ଯାଇଥିଲେ। ଏଥର କିନ୍ତୁ ତାଙ୍କ ଆସନ ବଦଳି ଯାଇଛି। ସେ ୨୦୨୪ରେ ଜୋରହାଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି।
କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଆସାମର ୧୨, ଗୁଜରାଟର ୭, ମଧ୍ୟପ୍ରଦେଶର ୧୦, ରାଜସ୍ଥାନର ୧୦ ଓ ଡାମନ ଆଣ୍ଡ ଡ୍ୟୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଆଜି ଘୋଷଣା କରିଥିବା ତାଲିକାରେ ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସି ବର୍ଗର ଲୋକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦେଇଛି। ମୋଟ ୪୩ ଜଣଙ୍କ ମଧ୍ୟରୁ ୭୬.୭% ହେଉଛନ୍ତି ଉପରୋକ୍ତ ବର୍ଗର ଲୋକ।
ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଏହାର ଦ୍ୱିତୀୟ ବୈଠକ କରିଥିଲା। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଏହି ବୈଠକରେ ଦଳ ୫ଟି ରାଜ୍ୟର ୬୨ଟି ଆସନର ପ୍ରାର୍ଥୀ ତାଲିକା ଉପରେ ଆଲୋଚନା କରିଛି, ଯେଉଁଥିରେ ଗୁଜରାଟର (୧୪) ରାଜସ୍ଥାନ (୧୩), ମଧ୍ୟପ୍ରଦେଶ (୧୬), ଆସାମ (୧୪) ଏବଂ ଉତ୍ତରପ୍ରଦେଶର (୫) ଆସନ ରହିଛି।
ମିଡିଆ ରିପୋର୍ଟ ଅନୁସାରେ, ଏହି ତାଲିକାରେ ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, କମଲ ନାଥ, ଦିଗବିଜୟ ସିଂହ, ହରିଶ ରାୱତ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ନାହିଁ। ଏହି ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ନଥିଲେ ଏବଂ ଏହା ବଦଳରେ ଅନ୍ୟ ନେତାଙ୍କ ନାମ ପ୍ରସ୍ତାବ ଦେଇଥିଲେ।
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ସ୍ଥାନରେ ପୁଅ ବୈଭବଙ୍କ ନାମକୁ ପ୍ରସ୍ତାବ ଦେଇଛନ୍ତି। ସୂଚନାନୁସାରେ, କଂଗ୍ରେସର କେନ୍ଦ୍ରୀୟ ପ୍ୟାନେଲ ଜାଲୋର ଆସନରୁ ବୈଭବଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବୈଠକରେ ଅଶୋକ ଗେହଲଟ ଲଢ଼ି ଆସୁଥିବା ନିଜ ଗଡ଼ ଯୋଧପୁର ଆସନରେ କିଏ ପ୍ରାର୍ଥୀ ହେବେ, ସେନେଇ ଆଲୋଚନା ହୋଇନାହିଁ।
ସୂତ୍ରରୁ ପ୍ରକାଶ ଯେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ତଥା ଛିଣ୍ଡୱାରା ସାଂସଦ ନକୁଲ ନାଥ ପୁନର୍ବାର ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ହରିଦ୍ୱାରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ନଥିଲେ। ସେ ଚାହୁଁଥିଲେ ତାଙ୍କ ପୁଅ ବିରେନ୍ଦ୍ର ରାୱତଙ୍କୁ ତାଙ୍କ ସ୍ଥାନରେ ଟିକେଟ୍ ଦିଆଯାଉ।
ଛତିଶଗଡରେ ଦଳର ସାଧାରଣ ସମ୍ପାଦକ ଥିବା ସଚିନ ପାଇଲଟ ନିଶ୍ଚିତ କରିଛନ୍ତି ଯେ, ସେ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ରାଜସ୍ଥାନର ଚାରିଟି ଲୋକସଭା ଆସନ ଉପରେ ଧ୍ୟାନ ଦେବେ। ଦଳର ସାମଗ୍ରିକ ସ୍ତରରେ ଉନ୍ନତି ଆଣିବା ପାଇଁ ସେ ଛତିଶଗଡରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ସିଇସି ବୈଠକରେ ଆସାମର ସମସ୍ତ ୧୪ଟି ଆସନ ଉପରେ ଆଲୋଚନା ହୋଇଥିବାବେଳେ କଂଗ୍ରେସ ଏହାର ସହଯୋଗୀତା ବଜାୟ ରଖିବ କି ନାହିଁ ତାହା ଉପରେ ଅସ୍ପଷ୍ଟତା ରହିଛି।
ସେପଟେ ଗୌରବ ଗୋଗୋଇ କେଉଁ ପୂର୍ବ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ସୂଚନାନୁସାରେ, ସେ ତାଙ୍କ ବାପା ତରୁଣ ଗୋଗୋଇଙ୍କ ଗଡ଼ ଜୋରହାଟରୁ ଟିକେଟ ଚାହୁଁଛନ୍ତି।
ମାର୍ଚ୍ଚ ୧୫ରେ କଂଗ୍ରେସ ସିଇସିର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବର ଗୁରୁତ୍ୱପୂର୍ଣ୍ଣ ରାଜ୍ୟଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ଗତ ସପ୍ତାହରେ ଖଡଗେ ଗୁଲବର୍ଗ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯାହା ଶୁଣିବାକୁ ମିଳୁଛି, ସେ ଏଥର ପ୍ରତିଦ୍ୱନ୍ଦ୍ୱିତା କରିନପାରନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଖଡଗେ ତାଙ୍କ ଜ୍ୱାଇଁ ରାଧାକୃଷ୍ଣନ ଡୋଡ୍ଡୁମଣିଙ୍କୁ ପ୍ରାର୍ଥୀ କରିପାରନ୍ତି।
ପ୍ରକାଶ ଥାଉ କି, ଖଡଗେ ଗୁଲବର୍ଗ ନିର୍ବାଚନମଣ୍ଡଳୀରୁ ଦୁଇଥର ଜିତିଥିଲେ, କିନ୍ତୁ 2019 ନିର୍ବାଚନରେ ପରାସ୍ତ ହୋଇଥିଲେ। ଏହା ପରେ ସେ ରାଜ୍ୟସଭା ସାଂସଦ ହୋଇଥିଲେ। ବର୍ତ୍ତମାନ ସେ ରାଜ୍ୟସଭାରେ ବିରୋଧୀ ଦଳର ନେତା। ତାଙ୍କ କାର୍ଯ୍ୟକାଳ ଆହୁରି ଚାରି ବର୍ଷ ବାକି ଅଛି।
ସେହିପରି ତାଙ୍କ ପୁଅ ପ୍ରିୟଙ୍କ ଖଡଗେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି। ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ନାହାନ୍ତି। ତେଣୁ ଖଡଗେ ଏଥର ଜ୍ୱାଇଁଙ୍କୁ ସୁଯୋଗ ଦେଇପାରନ୍ତି ବୋଲି କୁହାଯାଉଛି। ସେପଟେ କଂଗ୍ରେସ ମଧ୍ୟ ଏଥର ବରିଷ୍ଠ ନେତାଙ୍କ ପରିବର୍ତ୍ତେ ଯୁବ ନେତାଙ୍କୁ ସୁଯୋଗ ମୈଦାନକୁ ଛାଡ଼ିବାକୁ ମନସ୍ଥ କରିଥିବା କୁହାଯାଉଛି।
ସୂଚନା ସୂଚନା ଅନୁସାରେ ପ୍ରଦେଶ ମହିଳା କଂଗ୍ରେସ ଉପ ସଭାନେତ୍ରୀ ଭାବେ ସଂଗୀତା ସିଂଦେଓ, ପ୍ରଣତୀ ମିଶ୍ର, ଦେବସ୍ମିତା ସାମଲ, ଜ୍ୟୋତିର୍ମୟୀ ବାଗ, ଜବାମଣି ଟୁଡୁ ଓ ଶୋଭାମୟୀ ସିଂଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ସାଧାରଣ ସଂପାଦିକା ଭାବେ ସ୍ନେହଲତା ଚୌଧୁରୀ, ସିଲି ସେଠୀ, ଶ୍ରୀୟାସ୍ମିତା ପଣ୍ଡା, ମୋନାଲିସା ଦାସ, ଅମିତାବାଳା ଆଚାର୍ଯ୍ୟ, ନମିତା ମାଝୀ, ସୁପ୍ରଭା ବରାଇ, ସୁକାନ୍ତି ସରାଫ, ମହେନ୍ଦ୍ରୀ ସାହୁ, ରିତାଶ୍ରୀ ମହାନ୍ତି, ସ୍ନେହଲତା ମହାପାତ୍ର, ବାସନ୍ତୀ ସାମଲ, ମିନତି ନାୟକ, ନିଳିମା ଅଗ୍ରୱାଲ ଓ ମାଧବୀ ସେନାପତିଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ସମ୍ପାଦିକା ଭାବେ ଲିପ୍ସାଚାନ୍ଦ ପଲାଇ, କିରଣବାଳା ମହାନ୍ତି, ସ୍ୱର୍ଣ୍ଣଲତା ବାନରା, ଗୋରେତି ଖେସ, ସୁଦୀପ୍ତା ଦାସ, ଗୌରୀ ଦାସ, ଲତା ନାୟକ, ନଳିନୀ ଜାଲ, ମଞ୍ଜୁଲତା ମିଶ୍ର, ପଦ୍ମାବତୀ ମାଣ୍ଡାଗି, ସୁନିତା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ, ଦିପ୍ତିରାଣୀ ପ୍ରଧାନ, କବିତା ପ୍ରିୟଦର୍ଶିନୀ ଦାଶ, ବିଦୁଲତା ଅଚାର୍ଯ୍ୟ, ଇତିଶ୍ରୀ ମିଶ୍ର, ମିତାରାଣି ମଲ୍ଲିକ, ସୁନିତା ଲାକ୍ରା, ସୁନିତା ବାଗ, ସରସ୍ୱତୀ ସାହୁ ଓ କଳ୍ପନା ପଣ୍ଡା ନିଯୁକ୍ତି ପାଇଛନ୍ତି ।
ସେହିପରି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଅନୁଗୁଳ-ସବିତା ଧୀର, ବଲାଙ୍ଗିର- ମିର୍ଲାନୀ ସାହୁ, ବାଲେଶ୍ୱର- ପ୍ରଜ୍ଞା ପରମିତା ମହାନ୍ତିି, ବରଗଡ଼-ମୌସୁମୀ ସାହୁ, ଭଦ୍ରକ- ସବିତା ଚାନ୍ଦ, ଭୁବନେଶ୍ୱର- ଗିତାଳି ମହାନ୍ତି, ବୌଦ୍ଧ- କବିତା ମହାକୁଡ, କଟକ- ଅମ୍ରିତା ସିଂ, କଟକନଗର- କଳ୍ପନା ସେନ, ଦେଓଗଡ଼- ଲିତା ଆଚାର୍ଯ୍ୟ, ଢ଼େଙ୍କାନାଳ- ସ୍ମିତାରାଣୀ ସାମଲ, ଗଜପତି- ସସ୍ମିତା ନାୟକ, ଗଞ୍ଜାମ ପୂର୍ବ- ବନଜା ପଣ୍ଡା, ଗଞ୍ଜାମ ପଶ୍ଚିମ- ସ୍ୱରୂପା ତ୍ରିପାଠୀ, ଜଗତସିଂହପୁର- ପ୍ରିୟମ୍ବଦା ପାଣି, ଝାରସୁଗୁଡ଼ା- ଡଲି କାନ୍ଦୁଲାନା, ଯାଜପୁର- ଆରତି ଦେଓ, କଳାହାଣ୍ଡି- ମାର୍ଜିନା ପ୍ରଧାନ, କେନ୍ଦୁଝର- ପ୍ରବୀଣା ଦଣ୍ଡାପାଟ, କନ୍ଧମାଳ- ରୁଦା ମଲ୍ଲିକ, କେନ୍ଦ୍ରାପଡ଼ା- ଜିନତ ପ୍ରିୟଦର୍ଶିନୀ ରାଉତ, ଖୋର୍ଦ୍ଧା- ଝୁନା କୁମାରୀ ପଟ୍ଟନାୟକ, କୋରାପୁଟ- ନଳିନୀ ରଥ, ମାଲକାନଗିରି- ପୁଷ୍ପା ପୋଡ଼ିଆମି, ମୟୁରଭଞ୍ଜ ପଶ୍ଚିମ- ନିଳିମା ପ୍ରିୟଦର୍ଶିନୀ ସୋରେନ, ମୟୁରଭଞ୍ଜ ପୂର୍ବ- ସୁସ୍ମିତା ଘୋଷାଲ, ନବରଙ୍ଗପୁର- ଗୀତାରାଣି ସମ୍ରତ, ନୟାଗଡ଼- ସସ୍ମିତା କୁମାର ଦାଦ, ନୂଆପଡ଼ା- ସୀମା କୁମ୍ଭାର, ପୁରୀ- ନିରୁପମା ପାତ୍ର, ରାୟଗଡ଼ା-ଅମ୍ବିକା ମାଝୀ, ରାଉରକେଲା- ଗୀତା ସିଂ, ସମ୍ବଲପୁର-ବିଜୟଲକ୍ଷ୍ମୀ ବେହେରା, ସୁବର୍ଣ୍ଣପୁର- ଭବାନୀ ଦୀପ, ସୁନ୍ଦରଗଡ଼- ସରୋଜିନୀ ବାକ୍ରାଙ୍କୁ ନିଯୁକ୍ତି ମିଳିଛି ।
ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟା ଭାବେ ପ୍ରତିମା କର, ରୀତା ରାଉତ, କୁସୁମ ପ୍ରଧାନ, ପ୍ରଭାବତୀ ପଟ୍ଟନାୟକ, ଶୁଭଶ୍ରୀ ପଣ୍ଡା, ସୁବାସିନୀ ମହାକୁଡ଼, ରୂପାଦିପ୍ତା ମହାପାତ୍ର, ପ୍ରଭାତୀ ମିଶ୍ର, ମନଜାମଞ୍ଜରୀ ଦେବୀ, ଦୌପ୍ରଦୀ ମାଝୀ, ପ୍ରତିମା ପଣ୍ଡା, ଉର୍ବଶୀ ମିଶ୍ର, ଅର୍ଚ୍ଚନା ନନ୍ଦି, ସୁଲୋଚନା ନାୟକ, ସୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପୀଶ୍ରୀ ହରିଚନ୍ଦନ, ନିରୁପମା ଦାସ, କନକଲତା ମଲ୍ଲିକ, ରୀନା ସ୍ୱାଇଁ, ଅର୍ଣ୍ଣପୂର୍ଣ୍ଣା ସାହୁ, ସୁଜ୍ଞାନି ପଟ୍ଟନାୟକ, ଏମଏ ପରୱିନ, ଅମିତା ବିଶ୍ୱାଳ, ରୀତା ଯୋଶୀ, ମୁନି ଥାପା, ମୋତି କୈବର୍ତ୍ତ, ବିନ୍ଧ୍ୟାବିନୀ ସାହୁ, ହାରାବତୀ ଗଣ୍ଡ, ଆରତୀ ସ୍ୱାଇଁ, ଶ୍ରିୟା ମହାନ୍ତି, ମଧୁସ୍ମିତା ପରିଡ଼ା, ନିଲକମଲ ସେଠୀ, ବିଳାସିନୀ ନାୟକ, ବିଶ୍ୱକଲ୍ୟାଣୀ କର, ଜୟଶ୍ରୀ ପାତ୍ର, ସୂର୍ଯ୍ୟକାନ୍ତି ବାଗ,ରୀତା ହେମ୍ବ୍ରମ ଅଛନ୍ତି ।
ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା-ସୁଶିଳା ତିରିଆ, ସରସ୍ୱତୀ ହେମ୍ବ୍ରମ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅଜୟନ୍ତୀ ପ୍ରଧାନ, ରତ୍ନମଣି ଉଲ୍ଲାକା, ବନ୍ଦିତା ପରିଡ଼ା, ରଶ୍ମି ମହାପାତ୍ର, ପ୍ରତିମା ମଲ୍ଲିକ, ନଳିନୀ ବେହେରା, ସ୍ୱାଗତିକା ପଟ୍ଟନାୟକ, ମଧୁସ୍ମିତା ସେଠୀଙ୍କୁ ନିଯୁକ୍ତି ମିଳିଛି ।
କଂଗ୍ରେସରେ ଯୋଗ ଦେବା ପରେ ସୁଦର୍ଶନ ଜେନା କହିଥିଲେ, ଏ ଦେଶର ସମ୍ବିଧାନ, ଧର୍ମନିରପେକ୍ଷତା ଓ ଗଣତନ୍ତ୍ରକୁ ବଞ୍ଚାଇ ରଖିବା ପାଇଁ ଆମେ କଂଗ୍ରେସରେ ଯୋଗ ଦେଇଛୁ। ଉଭୟ ବିଜେଡି ଓ ବିଜେପିକୁ ପରାସ୍ତ କରିବା ଆମ ଲକ୍ଷ୍ୟ ହେବ।
୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫୫,୮୪୭ ଖଣ୍ଡ ଭୋଟ୍ ପାଇଥିଲେ। ତେବେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ୧୩ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କ ବଦଳରେ ଦଳ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକେଟ୍ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ସୁଦର୍ଶନ ଜେନା ଉଲ୍ଲେଖ କରିଥିଲେ ଯେ ୨୦୧୪ ନିର୍ବାଚନରେ ଦଳର କିଛି ଲୋକଙ୍କ ବିଶ୍ୱାସଘାତକତା ଯୋଗୁ ସେ ହାରି ଯାଇଥିଲେ। ତେବେ ଏଭଳି ସ୍ଥିତି ଉପୁଜିବା ସତ୍ତ୍ୱେ ସେ ଦଳ ପାଇଁ କାମ କରିଥିଲେ। ଭଲ କାର୍ଯ୍ୟ କରିବା ସତ୍ତ୍ୱେ ଦଳର ଜିଲ୍ଲା ସଂଗଠନ ଓ ଏହାର ଦାୟିତ୍ୱରେ ରହିଥିବା ନେତାମାନେ ତାଙ୍କୁ ଅପମାନିତ ଏବଂ ଅଣଦେଖା କରିଥିଲେ। ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍ ପାଇବାକୁ ଯୋଗ୍ୟ ହୋଇଥିବା ସତ୍ତ୍ୱେ ସେ ଦଳରେ ଏବେ ଅଦରକାରୀ ହୋଇପଡ଼ିଥିବାରୁ ଇସ୍ତଫା ଦେଉଛନ୍ତି ବୋଲି ଦର୍ଶାଇଥିଲେ।
ମାଇକ୍ରୋ ବ୍ଲଗିଂ ସାଇଟ୍ 'X'ରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି। ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ତେବେ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ ହିଁ କଂଗ୍ରେସରେ ସାମିଲ ହୋଇଛନ୍ତି ବିଜେନ୍ଦ୍ର। ସେ ନିଜ ବାପା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର ସିଂହଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ତାଙ୍କୁ ଭେଟିବା ପରେ ବିଜେନ୍ଦ୍ର ସିଂହ କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ସେପଟେ ବିଜେନ୍ଦ୍ର ସିଂହଙ୍କ ଏଭଳି କଂଗ୍ରେସରେ ସାମିଲ ହେବା ବିଜେପି ପାଇଁ ବଡ ଝଟ୍କା ବୋଲି କୁହାଯାଉଛି।
I have resigned from the primary membership of BJP,due to compelling political reasons.
— Brijendra Singh (@BrijendraSpeaks) March 10, 2024
I extend gratitude to the party, National President Sh. JP Nadda, Prime Minister Sh. Narendra Modi, & Sh Amit Shah for giving me the opportunity to serve as the Member of Parliament for Hisar.
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ହିସାରରୁ ଲୋକସଭା ନିର୍ବାଚନ ଜିତିଥିବା ସାଂସଦ ବ୍ରିଜେନ୍ଦ୍ର ସିଂହ ବିଜେପିରେ ନିଜର ଭବିଷ୍ୟତକୁ ନେଇ ଆଶଙ୍କାରେ ଥିଲେ। ଦଳ ତାଙ୍କୁ ଏଥର ଟିକେଟ୍ ଦେଇନପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେଣୁ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହିଁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଜେଜେପିର ଦୁଷ୍ମନ୍ତ ଚୌଟାଲାଙ୍କୁ ହରାଇଥିଲେ। ଆଉ ବିଜେପି ସାଂସଦ ଭାବେ ନିର୍ବାଚିତ ହେଇଥିଲେ।
VIDEO | Lok Sabha elections 2024: Hisar MP Brijendra Singh joins Congress in presence of party president Mallikarjun Kharge in Delhi.
— Press Trust of India (@PTI_News) March 10, 2024
Singh had resigned from BJP earlier today "due to compelling political reasons." pic.twitter.com/kclaFNGgRY
ତାଙ୍କ ସହ ପୂର୍ବତନ ସାଂସଦ ଗଜେନ୍ଦ୍ର ସିଂହ ରାଜୁଖେଡୀ ଓ ଦଳର କିଛି ପୂର୍ବତନ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ଏମାନେ ସମସ୍ତେ କଂଗ୍ରେସ ଛାଡ଼ିବା ସହ ଭୋପାଲରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟ ଭିଜେପି ସଭାପତି ଭିଡି ଶର୍ମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ିଥିବା ନେତାମାନେ ପଦ୍ମ ଧରିଛନ୍ତି। ଭୋପାଲ ସ୍ଥିତ ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।
ପଚୌରୀ ଓ ଗଜେନ୍ଦ୍ର ସିଂହଙ୍କ ବ୍ୟତୀତ ବିଜେପିରେ ମିଶିଥିବା ପୂର୍ବତନ କଂଗ୍ରେସ ବିଧାୟକମାନେ ହେଲେ ସଞ୍ଜୟ ଶୁକ୍ଳା, ଅର୍ଜୁନ ପାଲିୟା ଓ ବିଶାଲ ପଟେଲ।
ପଚୌରୀ ଗାନ୍ଧି ପରିବାରର ଏକଦା ଘନିଷ୍ଠ ଥିଲେ। କଂଗ୍ରେସ କ୍ଷମତାରେ ଥିବା ବେଳେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି କଂଗ୍ରେସ ତାଙ୍କୁ ୪ ଥର ରାଜ୍ୟସଭାକୁ ମଧ୍ୟ ପଠାଇଥିଲା। ଏକଦା ସେ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ଓ ରାଜ୍ୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ଗଜେନ୍ଦ୍ର ସିଂହ ରାଜୁଖେଡି ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। ସେ ୧୯୯୮, ୧୯୯୯ ଓ ୨୦୦୯ରେ କଂଗ୍ରେସ ଟିକେଟରୁ ୩ ଥର ଧର ଆସନରୁ ଲୋକସଭାକୁ ଯାଇଥିଲେ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ସେ ୧୯୯୦ରେ ବିଜେପି ଟିକେଟରୁ ବିଧାୟକ ମଧ୍ୟ ହୋଇଥିଲେ।
୨୦୧୯ରେ ମଧ୍ୟ ଡିଏମକେ ସମାନ ରଣନୀତି ଆପଣାଇ ବିଜୟୀ ହୋଇଥିଲା। ୨୦୧୯ରେ କଂଗ୍ରେସ ତାମିଲନାଡୁ ଓ ପୁଡୁଚେରୀରେ ୧୦ଟି ଆସନରେ ପ୍ରାର୍ଥୀ ଦେଇ ୯ଟିରେ ଜିତିଥିଲା। ତାମିଲନାଡୁରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୩୯।
ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଆଜି ଏମକେ ଷ୍ଟାଲିନ, ତାମିଲନାଡୁ କଂଗ୍ରେସ ମୁଖ୍ୟ କେ ସେଲଭାପେରୁନଥାଗାଇ, କେସି ଭେନୁଗୋପାଲ ଓ ଅଜୟ କୁମାର ଏକାଠି ବସି ସିଟ୍ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛନ୍ତି।
ଭେନୁଗୋପାଲ ଦମ୍ଭୋକ୍ତି କରିଛନ୍ତି ଯେ ତାମିଲନାଡୁ ଓ ପୁଡୁଚେରୀର ସମସ୍ତ ୪୦ ଆସନରେ ଇଣ୍ଡିଆ ମେଣ୍ଟ ଜିତିବ। ସେ କହିଛନ୍ତି, “କଂଗ୍ରେସ ଓ ଡିଏମକେ ମଧ୍ୟରେ ଥିବା ବଣ୍ଡିଂ ଅତୁଟ ରହିଛି। ଆମେ ଏକାଠି ଲଢ଼ିବୁ ଓ ଏକାଠି ଜିତିବୁ।”
ତାମିଲନାଡୁର ଶାସକ ଡିଏମକେ କଂଗ୍ରେସ ସମେତ ଅନ୍ୟ ସହଯୋଗୀ ଦଳଗୁଡ଼ିକ ସହ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା କରିବା ବେଳେ ୨୦୧୯ ଫର୍ମୁଲା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା। ୨୦୧୯ ଭଳି ଭିସିକେ ତାମିଲନାଡୁର ଚିଦାମ୍ବରମ ଓ ଭିଲ୍ଲୁପୁରମ ଆସନରୁ ପ୍ରାର୍ଥୀ ଦେବ।
ଉଭୟ ଆସନରେ ଦଳ ୨୦୧୯ରେ ମଧ୍ୟ ଜିତିଥିଲା। ସେହିପରି ଭାଇକୋଙ୍କ ନେତୃତ୍ୱାଧୀନ ଏମଡିଏମକେ ଗୋଟିଏ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବ।
ପ୍ରକୃତରେ ଭିସିକେ ପକ୍ଷରୁ ୩ଟି ଆସନ ଦାବି କରାଯାଇଥିଲା। ହେଲେ ଡିଏମେକ ମୁଖ୍ୟ ଷ୍ଟାଲିନ ଦୁଇଟି ଯାକ ସଂରକ୍ଷଣ ଆସନ ଦଳ ପାଇଁ ଛାଡ଼ିଛନ୍ତି।
୨୦୧୯ରେ ଡିଏମକେ ପକ୍ଷରୁ ଏମଡିଏମକେ ପାଇଁ ଗୋଟିଏ ଲୋକସଭା ଓ ଗୋଟିଏ ରାଜ୍ୟସଭା ଆସନ ଛଡ଼ା ଯାଇଥିଲା। ଭାଇକୋ ସେତେବେଳେ ରାଜ୍ୟସଭାକୁ ଯାଇଥିଲେ।
ଡିଏମକେ, ଭିସିକେ, ଏମଡିଏମକେ ଓ କଂଗ୍ରେସ ସମେତ ତାମିଲନାଡୁରେ ସିପିଆଇଏମ, ସିପିଆଇ, ଆଇୟୁଏଲ ଓ କେଏମଡିକେ ମଧ୍ୟ ଷ୍ଟାଲିନଙ୍କ ମେଣ୍ଟରେ ରହିଛନ୍ତି।
ବିଦ୍ରୋହ ଯୋଗୁ ହିମାଚଳ କଂଗ୍ରେସରେ ସଙ୍କଟ ଦେଖାଯାଇଛି। ଏସବୁ ଭିତରେ ୧୧ ଜଣ ବିଧାୟକଙ୍କୁ ନେଇ ଗୋଟିଏ ବସ୍ ଆଜି ସକାଳେ ଋଷିକେଶର ତାଜ ହୋଟେଲରେ ପ୍ରବେଶ କରିଛି। ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲରେ ରଖାଯାଇଛି।
ଶୁକ୍ରବାର ୧୧ ଜଣ ବିଧାୟକ ଅପରାହ୍ନ ୨.୪୦ ମିନିଟରେ ଡେରାଡୁନର ଜଲି ଗ୍ରାଣ୍ଟ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସମସ୍ତେ କାର୍ ଯୋଗେ ଋଷିକେଶରେ ଥିବା ହୋଟେଲ ଅଭିମୁଖେ ଯାଇଥିଲେ। ଆଜି ସେମାନେ ବସ୍ ଯୋଗେ ହୋଟେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।
ଦୁଇ ଦିନ ତଳେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଭେଟି ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେଇଥିଲେ। ଏହାପରେ ବିଦ୍ରୋହୀ ବିଧାୟକମାନେ ବିଜେପି ଶାସିତ ଉତ୍ତରାଖଣ୍ଡରେ ରହିଥିବା ଖବର ସାମ୍ନାକୁ ଆସିଛି।
ଶୁକ୍ରବାର ସୁଖୁ କହିଥିଲେ, “କିଛି ବିଧାୟକ ମାର୍ମାହତ। ସେମାନଙ୍କୁ ସିଆରପିଏଫ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କ’ଣ ଏଭଳି ଆଚରଣ ଯୋଗୁ ଗଣତନ୍ତ୍ର ସଶକ୍ତ ହେବ? ଘୋଡ଼ା ବେପାର ଗଣତନ୍ତ୍ରକୁ ଦୁର୍ବଳ କରିଥାଏ।
ମୁଁ ସୋଶାଲ ମିଡିଆରୁ ଜାଣିବାକୁ ପାଇଛି ଯେ ସେମାନଙ୍କୁ(ବିଦ୍ରୋହୀ ବିଧାୟକ) ପଞ୍ଚକୁଲାର ହୋଟେଲରୁ ବାହାର କରାଯାଇଛି। ଗୋଟିଏ ସ୍ୱତନ୍ତ୍ର ବିମାନ ଚଣ୍ଡିଗଡ଼ ଏୟାରପୋର୍ଟରୁ ଉଡ଼ିଛି। ମୁଁ ଜାଣିନି ଏହା କେଉଁଠି ପହଞ୍ଚିବ। ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ସେମାନଙ୍କ ପରିବାର ଲୋକ ଅନୁରୋଧ କରୁଛନ୍ତି। ତେଣୁ ଆମେ ସେମାନଙ୍କ ସମ୍ପର୍କରେ ତଥ୍ୟ ରଖିଛୁ।”
ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୬ ବିଧାୟକ କ୍ରସ ଭୋଟିଂ କରିଥିବାରୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହା ବିରୋଧରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି।
ପିସିସି ସୋସିଆଲ ମିଡିଆ ମୁଖ୍ୟ ଅମୀୟ ପାଣ୍ଡବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନୁଷ୍ଠାନିକ ମେଂଟ କରିବାକୁ ଯାଉଛନ୍ତି। ଏହି ଦୁଇ ଦଳ ରାଜ୍ୟବାସୀଙ୍କୁ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନ୍ୟାୟ ଭେଟି େଇଛନ୍ତି । ତେଣୁ କଂଗ୍ରେସ ସେମାନଙ୍କର ଏହି ପିଲାମାନଙ୍କ ଅନ୍ନପ୍ରାଶନ କରି ନାମକରଣ କରିବ।
ସେଦିନ ପୂଜାରୀ ଆସି ବିଧିବଦ୍ଧ ଭାବେ ପ୍ରତ୍ୟେକଙ୍କ ନାମକରଣ କରାଯିବ । ଏଥିପାଇଁ କାର୍ଡ ମଧ୍ୟ ଛପାଯାଇ ବଂଟାଯିବ । ଦଳର ବରିଷ୍ଠ ନେତାମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କାର୍ଡ ଦିଆଯିବ । ଏହି ଅନ୍ନପ୍ରାଶନ ଉତ୍ସବ ୧୧ତାରିଖ ଅପରାହ୍ନ ୨ଟା ପରେ କଂଗ୍ରେସ ଭବନରେ ଆୟୋଜିତ ହେବ ବୋଲି ସେ କହିଛନ୍ତି।
କଂଗ୍ରେସ କହିଛି ଯେ, ବିଜେପି ଓ ବିଜେଡି ମିଳିତ ଭାବେ କରିଥିବା ବ୍ୟାପକ ଦୁର୍ନୀିତି, ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ମହିଳା ନିର୍ଯାତନା, ଦରଦାମ ବୃଦ୍ଧି ଓ ବେଆଇନ ମଦ କାରବାର ରାଜ୍ୟବାସୀଙ୍କୁ ସେମାନଙ୍କ ଉପହାର । ରାଜ୍ୟରେ ବେକାର ସମସ୍ୟା ବୃଦ୍ଧି ପାଇଁ ଉଭୟ ବିଜେଡି ଓ ବିଜେପି ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏଠାରେ ରାଜ୍ୟ ବାହାରର ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ମିଳୁଛି । ଏସବୁର ନାମକରଣ ଜରୁରୀ ହୋଇପଡ଼ିଛି । ତେଣୁ ଅନ୍ନପ୍ରାଶନ ଉତ୍ସବ କରି ବିଜେଡି ଓ ବିଜେପିର ମିଳିତ ଉଦ୍ୟମରେ ଚାଲିଥିବା ଦୁର୍ନୀତି, ଅନ୍ୟାୟର ନାମକରଣ ହେବ।
ସୂଚନାଯୋଗ୍ୟ, କଂଗ୍ରେସ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଭିତରି ବୁଝାମଣା ରହିଛି ଓ ଘନିଷ୍ଠ ସମ୍ପର୍କ ଅଛି ବୋଲି ଅଭିଯୋଗ କରି ସେମାନଙ୍କର ବିବାହ ଉତ୍ସବ କରାଇଥିଲା।
ତେବେ କର୍ଣ୍ଣାଟକାର ୨ଟି ଓ ତେଲଙ୍ଗାନରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ଏହା ଉପରେ ସାମୟିକ ରୋକ ଲଗାଯାଇଛି। ଏହାର କାରଣ ସମ୍ପର୍କରେ କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କିଛି ବି କହି ନାହାନ୍ତି।
ଦଳରେ ଘୋଷଣା ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେରଳ ୱାୟନାଡରୁ ପ୍ରାର୍ଥୀ ହେବେ। ୨୦୧୯ରେ ସେ ଉତ୍ତର ପ୍ରଦେଶର ଆମେଠି ଓ କେଳରର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ୱାୟନାଡରୁ ସେ ଜିତି ଥିବା ବେଳେ ଆମେଠିରୁ ତାଙ୍କୁ ହାରିବାକୁ ପଡ଼ିଥିଲା।
୨୦୨୪ରେ କେବଳ ୱାୟନାଡରୁ ଲଢ଼ିବେ ନା ଆମେଠରୁ ପ୍ରାର୍ଥୀ ହେବେ, ସେକଥା ସ୍ପଷ୍ଟ ହୋଇନି। କାରଣ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ।
କଂଗ୍ରେସ ଆଜି ଛତିଶଗଡ଼ର ୬ଟି, କର୍ଣ୍ଣାଟକାର ୭ଟି, କେରଳର ୧୬ଟି, ମେଘାଳୟର ୨ଟି, ନାଗାଲ୍ୟାଣ୍ଡ ଓ ସିକ୍କିମର ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହାବାଦ ତେଲଙ୍ଗାନାର ୫ଟି ଓ ତ୍ରିପୁରାର ପଶ୍ଚିମ ଆସନରେ କିଏ ପ୍ରାର୍ଥୀ ହେବେ, ତାଙ୍କ ନାଁ ସାର୍ବଜନୀନ କରାଯାଇଛି।
କଂଗ୍ରେସ କେରଳ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାକି ୪ଟି ଆସନ ସହଯୋଗୀଙ୍କ ପାଇଁ ଛାଡ଼ିଛି। ସେହିପରି ଦକ୍ଷିଣ ଭାରତରେ ବିଜେପି ଦୁର୍ବଳ ଥିବାରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ସେହି ସବୁ ରାଜ୍ୟରେ କେଉଁମାନେ ଲୋକସଭା ନିର୍ବାଚନ ଲଢ଼ିବେ, ସେକଥା ସାର୍ବଜନୀନ କରିଛି।
କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଶଶି ଥରୁର ପୁଣିଥରେ ଥିରୁଅନନ୍ତପୁରମ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ଏଠାରୁ ୩ ଥର ଜିତିଥିବା ବେଳେ ୪ର୍ଥ ଥର ପାଇଁ ୨୦୨୪ରେ ଭାଗ୍ୟ ପରୀକ୍ଷା କରିବେ।
ପ୍ରଥମଥର ପାଇଁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ରାଜନନ୍ଦଗାଓଁ ଆସନରୁ ନିର୍ବାଚନ ଲଢ଼ିବେ। ଏବେ ବଘେଲ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ଶେଷ ହୋଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା। ବଘେଲ କିନ୍ତୁ ପାଟନ ଆସନରୁ ବିଜୟୀ ହୋଇଥିଲେ। ୨୦୧୩ରୁ ସେ ଏଠାରେ ବିଧାୟକ ରହି ଆସିଛନ୍ତି। ଏଥର ସେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।
କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ କେରଳର ଆଲଫୁଝା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଶେଷଥର ପାଇଁ ସେ ଏଠାରେ ୨୦୦୯ ଲୋକସଭା ନିର୍ବାଚନରେ ଜିତିଥିଲେ। ଏହାପରେ ୨୦୧୪ ଓ ୨୦୧୯ରେ ତାଙ୍କୁ ହାରିବାକୁ ପଡ଼ିଥିଲା। କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରିଛି।
ସେ ୨୦୧୯ରେ ଦଳର ଏକମାତ୍ର ନେତା ଭାବେ କର୍ଣ୍ଣାଟକାରେ ଲୋକସଭା ନିର୍ବାଚନ ଜିତିଥିଲେ। ତେଣୁ ତାଙ୍କୁ ଦଳ ପୁଣିଥରେ ଗ୍ରାମୀଣ ବେଙ୍ଗାଲୁରୁ ଲଢ଼ିବାକୁ ଟିକେଟ ଦେଇଛି।
ଏହାବାଦ କେ ମୁରଲୀଧରନ କେରଳର ଥ୍ରସୁର, ତାମ୍ରଧ୍ୱଜ ସାହୁ ଛତିଶଗଡ଼ର ମାହାସାମୁଣ୍ଡ, କୋରବାରୁ ଜୋତ୍ସନା ମହନ୍ତ, ଦୁର୍ଗରୁ ରାଜେନ୍ଦ୍ର ସାହୁ, ଜାଞ୍ଜଗିର-ଚାମ୍ପା ସିଟରୁ ଶିବକୁମାର ଦେହାରିୟା ପ୍ରାର୍ଥୀ ହୋଇଛନ୍ତି।
କର୍ଣ୍ଣାଟକାର ବିଜୟାପୁରରୁ ଏଚଆର ଅଲଗୁର, ହାଭେରିରୁ ଆନନ୍ଦସ୍ୱାମୀ ଜି ମା, ଶିମୋଗାରୁ ଶିବ ରାଜକୁମାର, ହାସନ ଆସନରୁ ଏମ ଶ୍ରେୟାସ ପଟେଲ, ଟୁମକୁରରୁ ଏସ୍ପି ମୁଦ୍ଧାହନୁମେ ଗୌଡା ଓ ମାଣ୍ତ୍ୟାରୁ ଭେଙ୍କଟ ରାମ ଗୌଡ଼ାଙ୍କୁ କଂଗ୍ରେସ ଟିକେଟ ଦେଇଛି।
ଟ୍ରିବ୍ୟୁନାଲ ପିଟିସନ ଖାରଜ କରି ଦେଇଥିବାରୁ କଂଗ୍ରେସ ଓକିଲ ବିବେକ ଟଙ୍ଖା ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। ଫେବୃଆରୀ ୧୬ରେ କଂଗ୍ରେସ କହିଥିଲା ଯେ ଆୟକର ବିଭାଗ ଦଳର ବିଭିନ୍ନ ଆକାଉଣ୍ଟରେ ଥିବା ୧୧୫ କୋଟି ଟଙ୍କାକୁ ଜବତ କରି ଦେଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷର ଟିକସ ଓ ଜୋରିମାନା ବାବଦରେ କଂଗ୍ରେସ ୨୧୦ କୋଟି ଟଙ୍କା ବାକି ରଖିଥିବା ଦାବି କରି ବିଭାଗ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କିଛି ଦିନ ପରେ କଂଗ୍ରେସ ନେତା ଅଜୟ ମାକେନ ଅଭିଯୋଗ କରିଥିଲେ ଯେ ଆୟକର ବିଭାଗ ଦଳର ୩ଟି ଆକାଉଣ୍ଟରୁ ବିନା କୌଣସି ଅନୁମତି ନ ନେଇ ୬୫ କୋଟି ଟଙ୍କା ଉଠାଇ ନେଇଛି। ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନକୁ ମାକେନ ବିରୋଧ କରିଥିଲେ।
ଆୟକର ବିଭାଗ ଅଗଣତାନ୍ତ୍ରିକ ଉପାୟରେ ଟଙ୍କା ଉଠାଣ କରିଛି। ଆଗକୁ ନିର୍ବାଚନ ଥିବାରୁ କଂଗ୍ରେସର ପ୍ରଚାର କାମରେ ବାଧା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ଜାଣି ଶୁଣି ଆୟକର ବିଭାଗକୁ ବ୍ୟବହାର କରୁଥିବା ସେ ଅଭିଯୋଗ କରିଥିଲେ।
ପ୍ରଥମେ ଆୟକର ବିଭାଗ ୧୦୩ କୋଟି ଟଙ୍କା ଦାବି କରି ଆବେଦନ କରିଥିଲା। ଏହାପରେ ଏହାକୁ ସଂଶୋଧିତ କରାଯିବା ପରେ ୧୦୫ କୋଟି ହୋଇଥିଲା। ଏଥିରେ ସୁଧ ବାବଦରେ ଆଉ ୩୦ କୋଟି ଟଙ୍କା ଯୋଡ଼ର ଯିବାରୁ ମୋଟ ଅର୍ଥର ପରିମାଣ ୧୩୫ କୋଟି ଟଙ୍କାରେ ପହଞ୍ଚିଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ମହାସଚିବ କେ.ସି ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା।
ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୧୦ଟି ରାଜ୍ୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ। ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ଲାକ୍ଷାଦ୍ୱୀପ, ମେଘାଳୟ, ତ୍ରିପୁରା, ସିକ୍କିମ ଓ ମଣିପୁରର ପ୍ରାୟ ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ଆସନ୍ତା ୧୧ ତାରିଖରେ ପୁଣି ଥରେ CEC ବୈଠକ ବସିବାର ସମ୍ଭାବନା ରହିଛି।
କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରି ସାରିଛି। ହେଲେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ବି ଦ୍ୱନ୍ଦ୍ୱରେ ରହିଛି। ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଘନଘନ ବୈଠକ କରୁଛି ହେଲେ ଦଳ ଟିକେଟରେ ପ୍ରାର୍ଥୀ ହେବାକୁ ଅଧିକାଂଶ ନେତା ରାଜି ହେଉ ନଥିବା ଜଣାପଡ଼ିଛି।
ନିକଟରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା। ରାଜ୍ୟରେ ଦଳ ଲୋକସଭା ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। କିନ୍ତୁ କର୍ଣ୍ଣାଟକାରେ ଦଳ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛି।
ରାଜ୍ୟରେ ମନ୍ତ୍ରୀ ଭାବେ କାମ କରୁଥିବା ଏକାଧିକ ବରିଷ୍ଠ ନେତାକୁ ଦଳ ସାଂସଦ ପ୍ରାର୍ଥୀ କରିବାକୁ ଚାହୁଁଥିଲା। କିନ୍ତୁ ସେମାନେ ହାଇକମାଣ୍ଡଙ୍କ ଅନୁରୋଧରେ ରାଜି ହେଉ ନାହାନ୍ତି। କାରଣ କେହି ବି ରାଜ୍ୟରେ ପାଇଥିବା କ୍ଷମତାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ସେହିପରି ନିର୍ବାଚନ ଜିତିବା ନେଇ ସେମାନଙ୍କର ଆଶା ମଧ୍ୟ କମ ରହିଛି।
୨୦୧୯ ସାଧାରଣ ନିର୍ବାଚନରେ କର୍ଣ୍ଣାଟକାରେ ବିଜେପି ୨୫ଟି ଆସନ ଜିତିଥିବା ବେଳେ କଂଗ୍ରେସ ଓ ନିକଟରେ ବିଜେପି ସହ ହାତ ମିଳାଇଥିବା କୁମାରସ୍ୱାମୀଙ୍କ ଦଳ ଗୋଟିଏ ଲୋକସଭା ଆସନରେ ବାଜିମାତ କରିଥିଲା। ସେହିପରି ଆଉ ଗୋଟିଏ ଆସନରେ ବିଜେପି ସମର୍ଥିତ ପ୍ରାର୍ଥୀ ଜିତିଥିଲେ।
ଏଥର ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଢ଼ିଛି। ସେହିପରି ରାଜ୍ୟରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ପ୍ରଭାବ ମଧ୍ୟ ପଡ଼ିଥିଲା। ଲାଗୁଥିଲା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଭାଗ୍ୟ ବଦଳିବ। କିନ୍ତୁ ଏବେ ରାଜ୍ୟରେ ଦଳକୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେତା ମିଳୁ ନାହାନ୍ତି।
ସୂତ୍ର ଅନୁସାରେ, କଂଗ୍ରେସର କେନ୍ଦ୍ରୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ କ୍ୟାବନେଟରେ ଥିବା କିଛି ବିଧାୟକଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି। ତାଲିକାରେ ସତୀଶ ଜାରକିହୋଲି, ବି ନଗେନ୍ଦ୍ର, କ୍ରିଷ୍ଣା ବି ଗୌଡ଼ା, କେଏଚ ମୁନିୟାପ୍ପା, ଏଚକେ ପାଟିଲ ଓ ଈଶ୍ୱର ଖାନ୍ଦ୍ରେ ପ୍ରମୁଖଙ୍କ ନାଁ ରହିଛି। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁ ନାହାନ୍ତି।
ଲକ୍ଷ୍ମୀ ହେବ୍ବାଲକର ମଧ୍ୟ ସିଧାସଳଖ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରି ଦେଇଛନ୍ତି। ସେ ଏବେ ସିଦ୍ଦରମୈୟାଙ୍କ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଛନ୍ତି। ଲକ୍ଷ୍ମୀ ତାଙ୍କ ପୁଅ ମ୍ରିନାଲ ହେବ୍ବାଲକର ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁଛନ୍ତି।
ସେ କହିଛନ୍ତି, “ଏହା ବେଲାଗାଭି ଲୋକଙ୍କ ଆଶା ଓ ନେତାମାନେ ଏଠାରେ ଅଛନ୍ତି। ମ୍ରିନାଲଙ୍କ ନାଁ ପ୍ରାର୍ଥୀ ଭାବେ ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଛି। ମୁଁ ମିଡିଆରୁ ଜାଣିବାକୁ ପାଇଛି ଯେ ମୋ ଭାଇଙ୍କ ନାଁ ବିଧାନ ପରିଷଦ ସଦସ୍ୟ ଭାବେ ପ୍ରସ୍ତାବିତ ହୋଇଛି। ଜିଲ୍ଲାର ସମସ୍ତ ନେତା ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି।”
ସାମାଜିକ କଲ୍ୟାଣ ମନ୍ତ୍ରୀ ଏସ୍ସି ମହାଦବାପ୍ପା ମଧ୍ୟ ବେଶ ସାଧାରଣ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ଲୋକସଭା ପ୍ରାର୍ଥୀ ନୁହେଁ। ମୁଁ ନିର୍ବାଚନ ଲଢ଼ିବି ନାହିଁ। ହାଇକମାଣ୍ଡ ଯାହାକୁ ବି ଟିକେଟ ଦେବେ, ତାଙ୍କ ବିଜୟ ସୁନିଶ୍ଚିତ କରିବାକୁ ମୁଁ ଚେଷ୍ଟା କରିବି।”
ନେତାମାନେ ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଥିବାରୁ ଏବେ ହାଇକମାଣ୍ଡ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଥିପାଇଁ ହାଇକମାଣ୍ଡ କଡ଼ା ନିର୍ଦ୍ଦେଶ ଜାରି କରିବା ମୁଡରେ ଅଛନ୍ତି। ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର କହିଛନ୍ତି, “ହାଇକମାଣ୍ଡ ଯାହା ବି ନିଷ୍ପତ୍ତି ନେବେ, ତାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ। ମୁଁ ମଧ୍ୟ ସବୁ ନିର୍ଦ୍ଦେଶକୁ ପାଳନ କରିବି। ଦଳ ପାଇଁ ଆଜି ଆମେ ଏଠାରେ ରହିଛୁ। ସମସ୍ତେ ନିଷ୍ପତ୍ତିକୁ ମାନିବେ ଓ ଆମେ ଅଧିକାଂଶ ଆସନ ଜିତିବୁ।”