କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ୱାଳ ଏକ ଦୁର୍ନୀତି ମାମଲାରେ ଦେଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ଼ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ବରଗଡ଼ ଜିଲ୍ଲା ସୋହେଲା RWSSର ପୂର୍ବତନ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହୋଇଥିବା ସତ୍ତ୍ୱେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ। ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତେଣୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶୀଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ମୟୂରଭଞ୍ଜ ଜିଲ୍ଲା ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ନୟାଗଡ଼ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିଣ୍ଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ସେ ପାଉଥିବା ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୭ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ସେମାନଙ୍କର ପେନ୍ସନ ବନ୍ଦ କରାଯାଇଛି।
କଣ୍ଟାମାଳ ବ୍ଲକ୍ ଗୁଲୁଗୁଲାପଦର ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କର ସଂପୃକ୍ତି ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରିବାକୁ ଜିଲ୍ଲାପାଳ ଏକ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ଦେବା ପରେ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ବୌଦ୍ଧରୁ ଦୀପକ ଅଦରଙ୍କ ରିପୋର୍ଟ
ଏହି ଅଧିକାରୀମାନଙ୍କ ମଧ୍ୟରେ ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସ୍ପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବିଡିଓ, ଜଣେ ସିନିଅର ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟର ଅଛନ୍ତି।
କଟକ ପିଏଚ ଡିଭିଜନର ସୁପରିନଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଭଳି ଗମ୍ଭୀର ଅଭିଯୋଗ ଥିଲା। ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ତେବେ କାର୍ଯ୍ୟରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
କୋରାପୁଟର ଲମତାପୁଟ ବ୍ଲକ୍ର ପୂର୍ବତନ ସିଡିପିଓ ସ୍ୱର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ପୂର୍ବତନ ବିଡିଓ ଦାମୋଦର ମହାଲିକ ଲାଞ୍ଚ ନେବା ତଥା ନିଜ ପଦବୀର ଅପବ୍ୟବହାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ଢେଙ୍କାନାଳ IUCAWର (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍ପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ତାହା ସହିତ ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଗଜପତି ଜିଲ୍ଲା ମୋହନା ବ୍ଲକର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ର ପୂର୍ବତନ ଜୁନିଅର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକ୍ର ଜୁନିଅର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସୁନ୍ଦରଗଡ଼ ପୌରପାଳିକାର ସହକାରୀ ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଢେଙ୍କାନାଳ RWSS ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି ଏକ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥଗିତ ରଖାଯାଇଛି।
କୋରାପୁଟ ନନ୍ଦପୁର ବ୍ଲକ୍ର ଦାୟିତ୍ୱରେ ଥିବା ପୂର୍ବତନ ଜୁନିଅର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ଭୁବନେଶ୍ୱର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର (ଟେଣ୍ଡର) ସୋମନାଥ ପଣ୍ଡା ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି।
ଭୁବନେଶ୍ୱର ଆଇଆରସି ଭିଲେଜ ମେଣ୍ଟେନାନ୍ସ ସେକ୍ସନର ପୂର୍ବତନ ଜୁନିଅର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା। ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କ ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।
ତାଳଚେର ପୌରପାଳିକାର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବୌଦ୍ଧ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ଼ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଦିଲ୍ଲୀପ କୁମାର ଦିଗଲ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନ୍ସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।
ଚଢ଼ଉ ଜାରି ରହିଥିବା ବେଳେ ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି ଠାବ ହୋଇଛି। ଯାହା ଭିତରେ ୩ଟି ବଡ଼ ବଡ଼ କୋଠା, ୨ଟି ଫ୍ଲାଟ, ୪ଟି ପ୍ଲଟ, ଗାଡ଼ି, ଗହଣା ରହିଛି। ବାଲେଶ୍ୱରରେ ୨ଟି ତିନି ମହଲା, ଗୋଟିଏ ୨ ମହଲା କୋଠା ଠାବ, ଭୁବନେଶ୍ୱର ଗୌତମ ନଗର ଏବଂ ଓଲ୍ଡ ଟାଉନରେ ୨ଟି ଫ୍ଲାଟ ଠାବ ହୋଇଛି। ବାଲେଶ୍ୱରର ପ୍ରମୁଖ ସ୍ଥାନରେ ୪ଟି ପ୍ଲଟ ସମେତ ନଗଦ ୨.୭୯ ଲକ୍ଷ ଟଙ୍କା, ୫୩ ଲକ୍ଷ ଟଙ୍କାର ଜମା, ଗୋଟିଏ ବଲେନୋ କାର୍, ଗୋଟିଏ ବାଇକ ଠାବ ହୋଇଛି।
ନିକଟରେ ଜୟନ୍ତୀ ବେହେରାଙ୍କୁ ଭୁବନେଶ୍ୱର ସ୍ଥିତ ମହିଳା ଓ ଶିଶୁକଲ୍ୟାଣ ବିଭାଗକୁ ବଦଳି କରାଯାଇଥିଲା । ବାଲେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି। ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ୪ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କମୀଚାରୀମାନେ ନିୟୋଜିତ ହୋଇଛନ୍ତି।
ଜୟନ୍ତୀଙ୍କ ପୁଅ ରୋହିତ ମଣ୍ଡଳ କହିଛନ୍ତି, ମଧ୍ୟବିତ ପରିବାର ଘରେ ଯେତିକି ଜିନିଷ ରହିଥାଏ ସେତିକି ଅଛି। ବାପା ଚାକିରି କରିଥିଲେ, ମା’ ଚାକିରିରେ ଅଛନ୍ତି। ଆମେ ମାନେ ବ୍ୟବସାୟ କରୁଛୁ। ତେଣୁ ସେଥିରୁ ଜେତିକି ରୋଜଗାର ସେତିକି। ଏହାଛଡ଼ା ଘରଭଡ଼ାରୁ ମଧ୍ୟ କିଛି ଅର୍ଥ ମିଳିଥାଏ। ଭିଜିଲାନ୍ସ ଯାଞ୍ଚ କରୁ ସତ ଜଣାପଡ଼ିଯିବ।
ଏହି ମାମଲାରେ ଅଭିଯୁକ୍ତ କନିଷ୍ଠ କିରାଣୀଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କ୍ଷେତ୍ର କର୍ମଚାରୀ ସୁନିଲ ବେହରାଙ୍କ ବାଲିଗୁଡ଼ା ସ୍ଥିତ ଏକ ବ୍ୟାଙ୍କରେ ଥିବା ଦରମା ଜମା ଖାତାକୁ ସେଠାରୁ ଫୁଲବାଣୀର ସ୍ଥିତ ଏକ ବ୍ୟାଙ୍କକୁ ଟ୍ରାନ୍ସଫର ପାଇଁ ପ୍ରଦୀପ ଲାଞ୍ଚ ନେଉଥିଲେ। ସେହି ସମୟରେ ତାଙ୍କୁ ଲାଞ୍ଚ ଟଙ୍କା ସହିତ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିବା ସହିତ ଏକ ମାମଲା ରୁଜୁ କରିଥିଲେ।
ସେହି ମାମଲାରେ ମୋଟ ୧୨ ଜଣ ସାକ୍ଷ ଓ ଅନ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍ ଏହି ରାୟ ଦେଇଥିବା ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଭି.ଭି ରାମଦାସ କହିଛନ୍ତି।
ଏହି ଅଫିସରଙ୍କ ନାଁ ବିନୋଦ ପିଲ୍ଲାଇ। ସେ କୋଚି ୱେଷ୍ଟ ଟ୍ରାଫିକ୍ର ଏସିପି ଅଛନ୍ତି। ସେ କୁଇନ୍ସ ୱାକ୍ୱେରେ ମର୍ଣ୍ଣିଂୱାକ୍ କରନ୍ତି। ସେଥିପାଇଁ ଏହାକୁ ଲାଗି ରହିଥିବା ରାସ୍ତାର କିଛି ଅଂଶକୁ ତାଙ୍କ ନିର୍ଦ୍ଦେଶରେ ସେହି ସମୟରେ ବନ୍ଦ କରି ଦିଆଯାଏ, ଯେପରି କୌଣସି ଗାଡ଼ିମୋଟର ଚଳାଚଳ କରିପାରିବ ନାହିଁ।
ପ୍ରତ୍ୟେକ ରବିବାର ସକାଳ ୬ଟାରୁ ୭ଟା ଏହି ରାସ୍ତାକୁ ପିଲାଙ୍କ ପାଇଁ ବନ୍ଦ କରାଯାଏ। ସେହିଦିନ ପିଲାମାନେ ଏହି ରାସ୍ତାରେ ସାଇକେଲ ଚଲାଇବା ସହିତ ସ୍କେଟିଂ ଆଦି କରନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅନ୍ୟ ଦିନ ଗୁଡ଼ିକରେ ଏହି ଟ୍ରାଫିକ୍ ପୁଲିସ୍ ଅଫିସରଙ୍କ ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତାଟିକୁ ବନ୍ଦ କରି ଦିଆଯାଏ।
ରାସ୍ତା ବନ୍ଦ କରି ଦିଆଯାଉଥିବା ଯୋଗୁ ସ୍ଥାନୀୟ ଲୋକେ ବେଶ୍ ହଇରାଣ ହେଉଛନ୍ତି। ବିଶେଷ କରି ସ୍କୁଲ୍ ଯାଉଥିବା ପିଲାମାନେ ଅଧିକ ହଇରାଣ ହେଉଛନ୍ତି। ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଏସିପି ବିନୋଦ ପିଲ୍ଲାଇଙ୍କୁ ନୋଟିସ୍ ଜାରି କରାଯାଇଛି।
ଏହି ଯନ୍ତ୍ରୀ ପ୍ରାୟ ୨୩ ଲକ୍ଷ ୮୩ ହଜାର ୭୮୬ ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ। ଭିଜିଲାନ୍ସ କଟକ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ସରୋଜ ରାୟ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ବେଳେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପିପି ବିରେନ କୁମାର ପଣ୍ଡା ମାମଲା ଲଢ଼ୁଥିଲେ।
ଗତ ଏପ୍ରିଲ ମାସରେ ବଡ଼ସାହି ତହସିଲ ଅଧୀନରେ ଥିବା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ଘାଟରେ ବ୍ୟାପକ ବାଲି ଚୋରା କାରବାର ନେଇ ଏନଜିଟି ତଦନ୍ତ କରି ଏକ ରିପୋର୍ଟ ଦେଇଥିଲେ। ଏହି ବାଲି ଚୋରା କାରବାରରେ ବଡ଼ସାହି ତହସିଲଦାର ମମତାଜ ମହାରଣା ସମ୍ପୃକ୍ତ ଥିବା ନେଇ ରିପୋର୍ଟରେ ଉଲ୍ଲେଖ କରିଥିଲେ ଏନଜିଟି।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ମମତାଜ ମହାରଣାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ତହସିଲଦାର ମମତାଜ ମହାରଣା ଆଜି ଯାଏ କାର୍ଯ୍ୟାଳୟକୁ ଆସୁ ନଥିବା ବେଳେ ନିଖୋଜ ରହିଛନ୍ତି। ନିଲମ୍ବନ ନୋଟିସରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଯୋଗ ଦେବା ପାଇଁ କୁହାଯାଇଛି। ଏହା ସହିତ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସନ୍ତୋଷଙ୍କ ସମ୍ବଲପୁର ପ୍ରଧାନପଡ଼ାରେ ଥିବା ଶକ୍ତିନଗର ବାସଭବନ, ବୁର୍ଲାରେ ଥିବା ଅଫିସ ଓ ବରଗଡ଼ ଜିଲ୍ଲା ଅତାବିରା ପୈତୃକ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
[caption id="attachment_719537" align="aligncenter" width="650"] ଘରୁ ମିଳିଲା ବିଡ଼ା ବିଡ଼ା ନୋଟ୍[/caption]
ଚଢ଼ାଉ ବେଳେ ତାଙ୍କୁ ଘରୁ ନଗଦ ୬ ଲକ୍ଷ ୨୮ ହଜାର ଟଙ୍କା, ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍। ସନ୍ତୋଷଙ୍କ ଘରୁ ପୁରୁଣା ହଜାରେ ଟଙ୍କିଆ ନୋଟ୍ ମଧ୍ୟ ଜବତ କରାଯାଇଛି। ସନ୍ତୋଷ ପୂର୍ବରୁ ବିଦ୍ୟୁତ ବିଭାଗରେ ଚିଫ୍ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିଲେ।
ସନ୍ତୋଷ ଆୟ ବର୍ହିଭୁତ ସମ୍ପର୍ତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ୍ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି।
ଆଜି ସକାଳୁ ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବ୍ରହ୍ମପୁର, ଛତ୍ରପୁର ଆଦି ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍। ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି । ବେଡ ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ ସେଠୀ । ତାଙ୍କର ବ୍ରହ୍ମପୁର ଘରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଜବତ ହୋଇଛି ।
[caption id="attachment_719053" align="aligncenter" width="650"] ଜଗନ୍ନାଥଙ୍କ ଘରୁ ଜବତ ପୁଳା ପୁଳା ଟଙ୍କା।[/caption]
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ତେବେ ଜଗନ୍ନାଥ ଓ ତାଙ୍କ ପୁଅଙ୍କ ଅସହଯୋଗ ହେତୁ ଉଭୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ଭିଜିଲାନ୍ସ।
ସେ ୬ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ୩୦୦ ଟଙ୍କା ଓ ୨୯ ଜନ ଶିକ୍ଷକଙ୍କ ଏରିଅର କରିବା ନିମନ୍ତେ ୨୫୦ ଟଙ୍କା ଲେଖାଏ ସହ ମୋଟ ୧୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ।
ତେବେ ଏନେଇ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାକର ମିଶ୍ର ରାୟଗଡ଼ା ଭିଜିଲାନ୍ସ ମିକଟରେ ଏତଲା ଦେଇଥିଲେ। ଯାହା ପରେ ରାୟଗଡ଼ା ଡିଏସପି ଆରଡି ନାୟକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବିଇଓଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ।
କଳାହାଣ୍ଡି IUCAW ଡିଏସ୍ପି ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡ଼ିଛି।
ସେହିପରି ବଲାଙ୍ଗିର ବଙ୍ଗମୁଣ୍ଡ ଥାନା ଇନ୍ସପେର ବିନୋଦ ନାୟକ, ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା ଓ କରଞ୍ଜିଆ NAC ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଏପରି ଅଧିକାରୀଙ୍କୁ ରଖିବା ଅପେକ୍ଷା ବାଧ୍ୟତାମୂଳକ ଅବସର ଦେବାକୁ ଠିକ୍ ମଣୁଛନ୍ତି ସରକାର। ଏଯାଏ ୧୫୧ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଦା କଲେଣି ରାଜ୍ୟ ସରକାର ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସ, ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସରଳା ଦେଇ, ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ, ଅନୁଗୋଳ ପୁଲିସ ଟ୍ରେନିଂ କଲେଜର ଇନ୍ସପେକ୍ଟର ରାମଚନ୍ଦ୍ର ବେହେରା ଓ କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟର ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ୨.୮୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରୁ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା। ତାଙ୍କର ଭୁବନେଶ୍ୱରର ବରଗଡ଼ରେ ଏକ ଦୁଇ ମହଲା ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍ ଓ କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ କୋଠା ରହିଛି। ଏହା ସହିତ ବାଲେଶ୍ୱରରେ ତାଙ୍କର ୩ଟି ପ୍ଲଟ୍ ମଧ୍ୟ ରହିଛି। ଅପାରଗତା, ଅସାଧୁ ଉପାୟ ଅବଲମ୍ବନ କରିବା ଓ ଆର୍ଥିକ ଅନିୟମିତତାରେ ସଂପୃକ୍ତି ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସିଡିପିଓ ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସେ ଧରା ପଡ଼ିଥିଲେ। ତାଙ୍କର ଭୁବନେଶ୍ୱରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି। ତା’ ସହିତ ଜଗତସିଂପୁରରେ ଗୋଟିଏ ଦୁଇ ମହଲା କୋଠା ଅଛି। ତାଙ୍କ ଠାରୁ ଟଙ୍କା ଓ ସୁନାଗହଣା ବି ଜବତ କରାଯାଇଛି।
ଅଙ୍ଗନବାଡ଼ି ସୁପରଭାଇଜର ପ୍ରତିମା ସାହୁ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଅନୁଗୋଳ ପୁଲିସ ଟ୍ରେନିଂ କଲେଜର ପୁଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା। ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରା ପଡ଼ିଥିଲେ। ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ସୂଚନାଯୋଗ୍ୟ, ଦୁର୍ନୀତି ଓ ଅପରାଗତା ଯୋଗୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୧୪୬ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ବା ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି।
ମନୋରଞ୍ଜନ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ଭୋରରୁ ମନୋରଞ୍ଜନ ଘରେ ଚଢ଼ାଉ କରିଥିଲା।
ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ କହିଛନ୍ତି, ମୋର ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ମୋର ଏତେ ଘର ନାହିଁ। ମୋର ଗୋଟିଏ ଘର ଅଛି। ମୁଁ ସେହି ଘରକୁ ଲୋନ୍ ନେଇ ୨୦୦୩ ମସିହାରେ ତିଆରି କରିଥିଲି। ମୋ ଡିପାର୍ଟମେଣ୍ଟର କେହି ଲୋକ ମୋ ନାଁରେ ମିଛ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ ହୋଇଥିଲା। ପତାକା ଉତ୍ତୋଳନ ସରିବା ପରେ କେଶଡିହା ସେକ୍ସନର ଫରେଷ୍ଟର ଭାସ୍କର ଚନ୍ଦ୍ର ଘଣାଙ୍କୁ ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ଡାକି ଜାଇକା ପ୍ରକଳ୍ପର ଅଂଶଧନ ବାବଦକୁ ୪୦ ହଜାର ଟଙ୍କା ମାଗିଥିଲେ। ତେବେ ଶ୍ରୀ ଘଣା ପଇସା ଦେଇ ପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ରେଞ୍ଜ ଅଧିକାରୀ ଶ୍ରୀ ପାଣିଗ୍ରାହୀ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଶ୍ରୀ ଘଣା ଘରକୁ ପଳାଇଥିଲେ। କିନ୍ତୁ ଭୋଜି ଅଛି କହି ରେଞ୍ଜ ଅଧିକାରୀ ତାଙ୍କୁ ଅପରାହ୍ନରେ ପୁଣି ଡକାଇଥିଲେ।
ଭାସ୍କର ଚନ୍ଦ୍ର ଘଣାଙ୍କ କହିବା ଅନୁସାରେ ଅପରାହ୍ନରେ ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ ତାଙ୍କୁ ଫୋନ୍ କରିଥିଲେ। ଭୋଜି ଅଛି କହି ରେଞ୍ଜ ଅଫିସ୍କୁ ଡାକିଥିଲେ। ଏହା ପରେ ସେ ରେଞ୍ଜ ଅଫିସକୁ ଯାଇଥିଲେ। ତେବେ ସେଠାରେ ପହଞ୍ଚି ସେ ରେଞ୍ଜର କିଶୋର ପାଣିଗ୍ରାହୀ ଓ ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ଧରାପଡ଼ିଯିବାରୁ ରେଞ୍ଜର ଓ ମହିଳା ଫରେଷ୍ଟ ଗାର୍ଡ ରାଗି ତାଙ୍କୁ ଗାଳି କରିଥିଲେ। ପରେ ଉଭୟ ମିଶି ତାଙ୍କୁ ନିର୍ଧୁମ ପିଟିଥିଲେ। ସେ ଗୁରୁତର ଆହତ ହୋଇଥିଲେ। ବହୁ କଷ୍ଟରେ ସେମାନଙ୍କ କବଳରୁ ମୁକୁଳି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ। ବୁଧବାର ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ସେ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ଫରେଷ୍ଟର ଶ୍ରୀ ଘଣାଙ୍କ ଅଭିଯୋଗର ଜବାବ ରଖିଛନ୍ତି ମହିଳା ଫରେଷ୍ଟ ଗାର୍ଡ। ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଶ୍ରୀ ଘଣାଙ୍କୁ ମାଡ଼ ମରା ଯାଇଥିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ରେଞ୍ଜ ଅଧିକାରୀ ଗତକାଲି ଠାକୁରମୁଣ୍ଡାରେ ନଥିଲେ। ରେଞ୍ଜର ସାରଙ୍କ ସହିତ ମୋର ଦେଖା ହୋଇନାହିଁ। ଭାସ୍କର ଚନ୍ଦ୍ର ଘଣା ନିଶାରେ ଥିଲେ। ଚାଲିବା ଅବସ୍ଥାରେ ନଥିଲେ। ସେ ମୋତେ ଦୁର୍ବ୍ୟବହାର କରିବାରୁ ମୁଁ ଥାନାରେ ଏଫ୍ଆଇଆର୍ ଦେବାକୁ ଯିବି ବୋଲି କହିଥିଲି। ଏହା ପରେ ସେ ମୋତେ ଆକ୍ରମଣ କରିଥିଲେ। ମୋ’ ବିରୋଧରେ ଏକ ଷଡ଼ଯନ୍ତ୍ର ହୋଇଛି।”
ସେହିଭଳି ଫରେଷ୍ଟରଙ୍କୁ ମାଡ଼ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ। ‘ସେ ମୋର ଦୁଷ୍ମନ ନା କ’ଣ ତାଙ୍କୁ ମାଡ଼ ମାରିବି। ସେ ମୋର ଷ୍ଟାଫ୍, ତାଙ୍କୁ କାହିଁକି ମାଡ଼ ମାରିବି’ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ପ୍ରଫୁଲ୍ଲ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ହେବା ପରେ ଆଜି ସକାଳେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ କରିଥିଲେ।
ମୁଖ୍ୟ କିରାଣୀ ପ୍ରଫୁଲ୍ଲ କୁମାର ସା କହିଛନ୍ତି, ମୁଁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ନାହିଁ। ମୋ ନାଁରେ ମିଥ୍ୟା ଅଭିଯୋଗ କରାଯାଇଛି। ଭିଜିଲାନ୍ସ କର୍ମଚାରୀ ଚଢ଼ାଉ କରୁଛନ୍ତି, ଚଢ଼ାଉ ପରେ ସତ୍ୟାସତ ଜଣାପଡ଼ିବ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ଗତ ମଙ୍ଗଳବାର ଅଚାନକ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ତାଙ୍କ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍ଭିନ୍ କରିଥିଲା। ଏହାପରେ ତାଙ୍କ ସଂପତ୍ତି ତାଲିକା ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିବା ବେଳେ ଶେଷରେ ଗତକାଲି ତାଙ୍କୁ ଗିରଫ କରିଛି । ପ୍ରତାପଙ୍କ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କହିଛି ଭିଜିଲାନ୍ସ। ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ।
ନିଜ ୩୩ ବର୍ଷର ଚାକିରି କାଳ ଭିତରେ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ପ୍ରତାପ ସାମଲ ଓଡ଼ିଆ ଫିଲ୍ମ କରିବାକୁ ପ୍ଲାନ କରିଥିବା ସୂଚନା ମିଳିଛି। ସିନେମା ନିର୍ମାଣ ପାଇଁ ଚୁକ୍ତି ମଧ୍ୟ ସରିଥିଲା। ହେଲେ ଭିଜିଲାନ୍ସ ଚଢ଼ାଉ ଯୋଗୁ ତାଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଇଛି।
ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ। ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା । ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।
ଆଜି ଭୋର ପ୍ରାୟ ୫ଟା ସମୟରେ ବିକାଶଙ୍କ ବଳମସ୍ଥିତ ବାସଭବନ ଏବଂ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଭିଜିଲାନ୍ସ ଡିଏସପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉକେଲା ଓ ଦେବଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉ ବେଳେ ତାଙ୍କ ଘରୁ କିଛି ଜମିଜମା କାଗଜପତ୍ର ଓ ନଗଦ ୪ ଲକ୍ଷ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି। ଏହାସହ ତାଙ୍କ ଘରୁ ଏକ ବୋଲେରୋ ଓ ବୁଲେଟ ଗାଡ଼ି ଜବତ ହୋଇଛି । ବିକାଶଙ୍କର ବଳମରେ ଦୁଇ ମହଲା କୋଠା ରହିଛି।
ବିକାଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ପୂର୍ବରୁ ହୋଇଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଛି।
ଦୁର୍ନୀତି ଓ ଅପାରଗତା ପାଇଁ ଏହି ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା କୁହାଯାଇଛି। ଏହା ସହିତ ରାଜ୍ୟରେ ଏଯାବତ୍ ୧୨୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି।
ବାଧ୍ୟତାମୂଳକ ଅବସର ପାଇଥିବା ଦୁଇ ଓଏଏସ୍ ଅଧିକାରୀ ହେଲେ ଅନୁଗୋଳର ଡେପୁଟୀ କଲେର ଜାନକୀନାଥ ମିଶ୍ର ଓ ଗଜପତି ଜିଲ୍ଲା ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକ। ସେହିପରି ଢେଙ୍କାନାଳ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀ ଓ ପୂର୍ବତନ ନୂଆପଡ଼ା ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସେହିପରି ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ରହିଛି। ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି। ତା’ ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍ ମଧ୍ୟ ରହିଛି। ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୂଆପଡ଼ାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ତାଙ୍କ ନିକଟରୁ ବହୁ ପରିମାଣରେ ଆୟ ବହିର୍ଭୂତ ଟଙ୍କା ମିଳିଥିଲା। ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ସେ ଯୁଗଳଙ୍କୁ ଅଫିସର ଡକ୍ୟୁମେଣ୍ଟ ଗୁଡ଼ିକ ଅପଡେଟ୍ କରିବାକୁ କହିଥିଲେ। ହେଲେ ଯୁଗଳ ସମୟ ଗଡ଼ାଇ ଚାଲିଲେ। ଏ ନେଇ ସିଡିପିଓଙ୍କ ସନ୍ଦେହ ଉପୁଜିଥିଲା। ଯୁଗଳ ୬ ଲକ୍ଷ ୨୪ ହଜାର ଟଙ୍କା ଅର୍ଥ ହେରଫେର କରିଥିବା ସେ ବିଶ୍ୱସ୍ତ ସୂତ୍ରରୁ ଜାଣିପାରିଥିଲେ।
ଏନେଇ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ପରେ ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିପିଓ ବଅଁରପାଳ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଅଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋଟକୁ ଭିର୍ତ୍ତି କରି ଗତକାଲି ଯୁଗଳଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା।
ଏହି ଚଢ଼ଉରେ ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।
ବିଶ୍ୱମ୍ବର ଆୟ ବର୍ହିଭୂତ ସମ୍ପତି ଠୁଳ କରି ରଖିଥିବା ନେଇ ପୂର୍ବରୁ ଅଭିଯୋଗ ହେଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ହେବା ପରେ ଆଜି ସକାଳେ ଚାରୋଟି ଟିମ୍ ଏକକାଳୀନ ଚଢ଼ଉ କରିଥିଲେ।
ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ବିଶ୍ୱମ୍ବର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୁଁ ଆୟ ବର୍ହିଭୂତ ସମ୍ପତି ଠୁଳ କରିନାହିଁ। ମୋର ଯେତିକି ସମ୍ପତି ଅଛି, ତାହା ମୋ ଆୟ ଭିତରେ ଅଛି।
ଘଷିପୁରା ବ୍ଲକ ଓସ୍ତପୁରା ଗାଁର କିଛି ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଲୋକ ଚାଳ ଛପର ଘରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। କିନ୍ତୁ ସେମାନଙ୍କ ନାଁ ଆବାସ ତାଲିକାରେ ନାହିଁ। ସେହି ଯୋଗ୍ୟ ହିତାଧିକାରୀମାନେ ଘରେ ଖଣ୍ଡିଏ ପାଇବା ପାଇଁ ବିଡ଼ିଓଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ। କିନ୍ତୁ ଏହି ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ବଦଳରେ ବିଡିଓ ତାଙ୍କୁ ଘର ଫର କିଛି ନାହିଁ ବୋଲି ରୋକଠୋକ କହିଛନ୍ତି। ଏଥିସହ ପରବର୍ତ୍ତୀ ସମୟରେ ବ୍ଲକ ଅଫିସ୍ ଆସିଲେ ଥାନାରେ ଏତଲା ଦିଆଯିବ ବୋଲି ବିଡ଼ିଓ ଧମକ ଦେଇଛନ୍ତି। ଏନେଇ ଲୋକେ ଥାନା ଏବଂ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।
ସେପଟେ କିନ୍ତୁ ବିଡିଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ‘ଯେଉଁ ଲୋକେ ଘର ପାଇଁ ତାଙ୍କ ପାଖକୁ ଆସିଥିଲେ ସେମାନଙ୍କ ହିତାଧିକାରୀ ତାଲିକାରେ ନାଁ ନାହିଁ। ତେଣୁ ସେ ଏନଇ ତଦନ୍ତ କରିବେ, ଯଦି ସେମାନେ ପୂର୍ବରୁ ଘର ପାଇଥିବେ ତେବେ ସେମାନେ ଆଉ ଆସିବା ଦରକାର ନାହିଁ। ଯଦି ଘର ପାଇ ନାହାନ୍ତି ତେବେ ସେମାନଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ବିଡିଓ କହିଥିବା କହିଛନ୍ତି।’
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଅଧିକାରୀ ଆଜି କ୍ଷେତ୍ରବାସୀଙ୍କ କେନ୍ଦୁଝର ସହର ପବିତ୍ରଡିହାସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍ରେ ରେଡ୍ କରିଛନ୍ତି। କ୍ଷେତ୍ରବାସୀଙ୍କ ନାଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
[caption id="attachment_665695" align="aligncenter" width="650"] କ୍ଷେତ୍ରବାସୀଙ୍କ ଘରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ କରୁଛନ୍ତି।[/caption]
ଏହାବାଦ ପୁରୀର ଜିଲ୍ଲା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟର କିରାଣି କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ହେଉଛି ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। କୃଷ୍ଣଚନ୍ଦ୍ରଙ୍କ ପୁରୀ, ଭୁବନେଶ୍ୱରସ୍ଥିତ ବାସଭବନ ଓ ବ୍ରହ୍ମଗିରିସ୍ଥିତ ପୈତୃକ ଘରେ ରେଡ୍ ହେଉଛି। ।
ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।