ପ୍ରଚୁର ଫଳ ଏବଂ ପନିପରିବା ଖାଆନ୍ତୁ
ସପ୍ଲିମେଣ୍ଟ ଗ୍ରହଣ କରିବା ଅପେକ୍ଷା ପ୍ରାକୃତିକ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଅନ୍ତର୍ଭୂକ୍ତ କରନ୍ତୁ। ପ୍ରକୃତିରୁ ମିଳୁଥିବା ଫଳ ଓ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ଥାଏ। ଏସବୁକୁ ଖାଇବା ଫଳରେ ଇମ୍ୟୁନିଟି ବୃଦ୍ଧି ପାଇଥାଏ। ବିଶେଷ କରି ଭିଟାମିନ୍-ସି ଥିବା ଫଳରୁ ଅଧିକ ଇମ୍ୟୁନିଟି ମିଳିଥାଏ।
ଡାଲି ଏବଂ ବାଦାମ
ଖାଦ୍ୟରେ ବିଭିନ୍ନ ପ୍ରକାର ଡାଲି ସମେତ ବାଦାମ ଯୋଗ କରନ୍ତୁ। ସୁସ୍ଥ ଚର୍ବି ପ୍ରତିରକ୍ଷା ପ୍ରଣାଳୀକୁ ସମର୍ଥନ କରେ ଏବଂ ପ୍ରଦାହକୁ ହ୍ରାସ କରେ। ପ୍ରୋଟିନ୍ ବ୍ୟତୀତ ଡାଲିରେ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଭରପୂର ଥାଏ, ଯାହା ମଧୁମେହ ଆଶଙ୍କାକୁ ହ୍ରାସ କରିଥାଏ। ଖାଦ୍ୟରେ ଅଲିଭ୍ ଅଏଲ୍, ବାଦାମ ଏବଂ ଅନ୍ୟାନ୍ୟ ଅନସାଚ୍ୟୁରେଟେଡ୍ ତେଲ ଅନ୍ତର୍ଭୁକ୍ତ କରନ୍ତୁ।
ଚର୍ବି, ଚିନି ଏବଂ ଲୁଣ ଗ୍ରହଣକୁ ହ୍ରାସ କରନ୍ତୁ
ରୋଗକୁ ରୋକିବାକୁ ହେଲେ ଚର୍ବି, ଲୁଣ, ଚିନି ଏବଂ କ୍ୟାଲୋରୀ ଅଧିକ ଥିବା ଖାଦ୍ୟଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଶରୀରରେ ଚର୍ବି, ଚିନି ଏବଂ ଲୁଣ ଭାଗକୁ ସନ୍ତୁଳିତ ରଖିଲେ ସୁସ୍ଥ ରହିପାରିବେ। ଏହାଦ୍ୱାରା ହୃଦ୍ ରୋଗ, ଷ୍ଟ୍ରୋକ୍, ଟାଇପ୍-୨ ଡାଇବେଟିସ୍ ଏବଂ କ୍ରନିକ୍ କିଡନୀ ଭଳି ରୋଗ ହେବାର ଆଶଙ୍କା ମଧ୍ୟ କମ୍। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ। ସେପଟେ କେରଳରେ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ବିଶେଷ କରି ଆଗକୁ ଖ୍ରୀଷ୍ଟମାସ ଏବଂ ଇଂରାଜୀ ନବବର୍ଷ ଆସୁଥିବାରୁ ଭିଡ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି।
ଏଥିସହ ଜିଲ୍ଲାସ୍ତରରେ ଇନଫ୍ଲୁଏଞ୍ଜା ଲାଇକ୍ ଇଲନେସ୍(ILI) ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲନେସ୍(SARI) ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସେହିପରି ଜିଲ୍ଲାସ୍ତରରେ କୋଭିଡ ପରୀକ୍ଷା ସହ RT-PCR ଟେଷ୍ଟ ଏବଂ ପଜିଟିଭ ସାମ୍ପଲକୁ ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଥାଉ କି, କିଛି ଦିନ ହେବ କେରଳରେ ମୃତ୍ୟୁ ସହ କୋଭିଡ ମାମଲା ବୃଦ୍ଧି ପାଉଛି। ରାଜ୍ୟରେ ଚିହ୍ନଟ ହୋଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ସପ୍ତାହ ମଧ୍ୟରେ ଦୈନିକ ମାମଲା ତିନି ଗୁଣା ବଢି ଯାଇଛି। ଡିସେମ୍ବର 1ରୁ 17 ମଧ୍ୟରେ 10 ଜଣ ରୋଗୀ ପ୍ରାଣ ହରାଇ ସାରିଲେଣି। ସବୁଠାରୁ ଚିନ୍ତାର ବିଷୟ ହେଉଛି କି, କୋଭିଡର ନୂଆ ଭାରିଆଣ୍ଟ JN.1 ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। କେରଳର ଜଣେ 79 ବର୍ଷୀୟ ବୃଦ୍ଧା ନିକଟରେ ଏହି ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି।
ଆମେରିକା, ଚୀନ ଓ ସିଙ୍ଗାପୁର ପରେ ଭାରତରେ ଏହି ଭାରିଆଣ୍ଟ ଚିହ୍ନଟ ହେବା ପ୍ରଥମ। ସେପଟେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ବିଶେଷ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଏବଂ ବୟସ୍କ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।