ରୁପା ତାରକସିରେ ଛତା ଆକୃତିର ପୂଜା ସାମଗ୍ରୀ ନିର୍ମାଣ କରି ଏହି କ୍ରାଫ୍ଟ ମେଳାରେ ବେଶ୍ ପ୍ରଶଂସିତ ହୋଇଛନ୍ତି। ଯେଉଁଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଚମକିଛି କଟକର ତାରକସି କାରୁକାର୍ଯ୍ୟ। ଏବେ ଚାରିଆଡୁ ତାଙ୍କ ପାଖକୁ ଛୁଟୁଛି ସମ୍ବର୍ଦ୍ଧନାର ସୁଅ।
୧୯୯୪ ମସିହାରେ ତାରକସି କାରୁକାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଥିଲେ ପଙ୍କଜ। ୨୦୦୦ ମସିହାରେ ଏକ ଦୁର୍ଘଟଣାରେ ନିଜର ବାମ ହାତର ପାପୁଲି ହରାଇ ବସିଥିଲେ। ତେବେ ସେଥିରେ ନିରୁତ୍ସାହିତ ନହୋଇ ଗୋଟିଏ ହାତରେ ତାଙ୍କର ସାଧନା ଜାରି ରଖିଥିଲେ। କେବଳ ସେତିକି ନୁହେଁ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିନ ଗୁରୁ ଶିଷ୍ୟ ପରମ୍ପରା ମାଧ୍ୟମରେ ନିଜେ ବହୁ ମହିଳା ଓ ପୁରୁଷଙ୍କୁ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଛନ୍ତି। ସେଥିପାଇଁ ସେ କଟକ ସହରର କ୍ରାଫ୍ଟ ମ୍ୟାନ ଭାବେ ପରିଚିତି ପାଇଛନ୍ତି। ସେପଟେ ଆନ୍ତର୍ଜାତିକ ବଜାରରେ ତାରକସି କାରୁକାର୍ଯ୍ୟର ବିକ୍ରି ବ୍ୟବସ୍ଥା ହୋଇପାରିଲେ, ଏହି କଳାର ବିକାଶ ହୋଇପାରିବ ବୋଲି ପଙ୍କଜ ଆଶା ପ୍ରକାଶ ପାଇଛି।
ମୁଖ୍ୟଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଇନଡୋର ଷ୍ଟାଡିୟମରେ କୌଣସି ଢ଼ାଞ୍ଚାଗତ ତ୍ରୁଟି ହୋଇନାହିଁ। ତେବେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ମହାମହିମଙ୍କ କାର୍ଯ୍ୟକ୍ରମ ପାଇଁ କୌଣସି ଚାନ୍ସ ନେବାକୁ ଚାହିଁନଥିଲୁ। ସେଥିପାଇଁ ଅତିରିକ୍ତ ଲେୟାର୍ ଭାବେ ପାଲ ପକା ଯାଇଥିଲା। ବୋଧହୁଏ ପାଲ ଘୋଡା ଯାଇନଥିଲେ କିଛି ଅସୁବିଧା ହୋଇନଥାନ୍ତା। ୧୯୯୯ ମସିହାରେ ତିଆରି ହୋଇଥିବା ଏହି ଷ୍ଟାଡିୟମରେ କୌଣସି ତ୍ରୁଟି ନାହିଁ। ତଥାପି କ୍ରୀଡା ଓ ୱାର୍କ ବିଭାଗ ଏହାକୁ ଅନୁଧ୍ୟାନ କରିବ ବୋଲି ଶ୍ରୀ ଜେନା କହିଛନ୍ତି।
ସୂଚନାରୁ ପ୍ରକାଶ, ଗୁରୁବାର ଇଣ୍ଡୋର ଷ୍ଟାଡିଅମ୍ରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହୋଇଥିଲା। ଇନଡୋର ଷ୍ଟାଡିୟମର ଛାତ ଉପରେ ଜରିପାଲ ଘୋଡା ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା।
୨୦୧୬ ମସିହା ଜୁଲାଇ ୨୬ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ୪ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସଞ୍ଜୟ ଦାସ, ଜଗା ଦାସ, ଗଦାଧର ଦାସ ଓ ଦିଲ୍ଲୀପ ଦାସ କଟକ ବାୟାଲିଶି ମୌଜା ଝିଙ୍କିରିଆରେ ଏକାଠି ହୋଇ ବିଭିନ୍ନ ଘର ଉପରେ ନଜର ରଖିଥିଲେ। ଠିକ୍ ସମୟରେ ମହିଳାଙ୍କ ସ୍ୱାମୀ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ୪ ଅଭିଯୁକ୍ତ କବାଟ ତାଡି ଘର ଭିତରେ ପଶି ଥିଲେ। ପରେ ଘରେ ଥିବା ସମସ୍ତ ଟଙ୍କା, ସୁନା ରୁପ ଓ ମୋବାଇଲ ଲୁଟି କରିଥିଲେ। ତା’ପରେ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ନିକଟସ୍ଥ ନଦୀପଠାକୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।
ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୪ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲ୍ଲା ଦୌରାଜଜ୍ ମାମଲାକୁ ବିଚାର କରି ୧୪ ଜଣ ସାକ୍ଷୀ ଓ ୩୫ଟି ଡକ୍ୟୁମେଣ୍ଟ ଆଧାରରେ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଟାଙ୍ଗୀ ବ୍ଲକ୍ ମଣିଆ ଗାଁରେ ୩ଟି ସ୍ଥାନରେ ଦେଶୀ, ବିଦେଶୀ ଓ ମିକ୍ସ- ସବୁ ଭେରାଇଟ୍ର ମଦ ବିକ୍ରି ହେଉଛି। ହାତ ପାହାନ୍ତାରେ ମଦ ମିଳୁଥିବାରୁ ଗାଁର ଭେଣ୍ଡିଆଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ପିଉଛନ୍ତି। ଯାହା ରୋଜଗାର କରୁଛନ୍ତି, ସବୁ ଭାଟିରେ ଦେଇ ଦେଉଛନ୍ତି। ମାତାଲ ହୋଇ ଘରକୁ ଫେରୁଛନ୍ତି। ପତ୍ନୀ ଓ ଛୁଆପିଲାଙ୍କ ମାଡ଼ ମାରୁଛନ୍ତି। ରନ୍ଧା ଖାଦ୍ୟ ଫିଙ୍ଗି ଦେଉଛନ୍ତି। ଯେଉଁଥିପାଇଁ ଘରେ ଘରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ପାରିବାରିକ ତିକ୍ତତା ସୃଷ୍ଟି ବଢ଼ିଛି। ଖାଲି ମଦ ମୁନ୍ଦାଏ ଯୋଗୁ ଏମିତି ପରିସ୍ଥିତି ସୃଷ୍ଟି ହେଉଛି। ଗାଁର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି।
ପାରିବାରିକ କଳହରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଦିନେ ଏକତ୍ର ହୋଇଥିଲେ। ପ୍ରଥମେ ମଦ ନବିକିବା ପାଇଁ ଭାଟି ମାଲିକଙ୍କୁ ଗୁହାରୀ କରିଥିଲେ। ମାତ୍ର ସେମାନେ କିଛି ଶୁଣିନଥିଲେ। ବରଂ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା। ଭାଟି ମାଲିକଙ୍କଠାରୁ ନିରାଶ ହୋଇ ମହିଳାମାନେ ଟାଙ୍ଗୀ ଥାନାରେ ଗୁହାରୀ କରିଥିଲେ। ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ୍ ସବୁ ଶୁଣି, ପାଣିରେ ଝାଡ଼ ଔଷଧ ମିଶାଇ ନିଶାଡ଼ି ସ୍ୱାମୀ ଓ ପୁଅଙ୍କୁ ପିଇବାକୁ ଦେବା ପାଇଁ କହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ପୁଲିସଠାରୁ ନିରାଶ ହୋଇ ମହିଳାମାନେ ସଙ୍ଗଠିତ ହେଉଛନ୍ତି। ଘରକୁ ଘର ବୁଲି ମଦ ବନ୍ଦ କରିବା ପାଇଁ ଗାଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ମଦ ଭାଟି ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
ଗାଁର ପ୍ରତିମା ଦେହୁରୀ କହିଛନ୍ତି, ଆମ ଗାଁରେ ମଦ ବନ୍ଦ ହେଉ। ମଦ ବେପାର ହେଉଥିବାରୁ ଅଳ୍ପ ବୟସ ପିଲାମାନେ ପିଇ ମରୁଛନ୍ତି। ମହିଳାମାନେ ବିଧବା ହେଉଛନ୍ତି। ଏନେଇ ଅଭିଯୋଗ କରିବା ପାଇଁ ଥାନାକୁ ଗଲେ ପୁଲିସ ଆଈ ମାଆ କାହାଣୀ କହୁଛି। ପୁଲିସ୍ କହୁଛି, ତୁମ ସ୍ୱାମୀ ଯଦି ମଦ ପିଇ ଆସୁଛି ତାଙ୍କୁ ପାଣିରେ ଝାଡ଼ା ମେଡିସିନ୍ ମିଶାଇ ଦେଇଦିଅ। ସେହି ପାଣିଲେ, ଝାଡ଼ା ହୋଇଗଲେ, ଆଉ ସେମାନେ ମଦ ପିଇବେ ନାହିଁ। ଆମେ ଯଦି ଝାଡ଼ା ମେଡିସନ୍ ଦେଇ ସ୍ୱାମୀଙ୍କୁ ଦୁର୍ବଳ କରିଦେବୁ, ତାହାହେଲେ ଚଳିବୁ କେମିତି? ଖାଇବୁ କଣ? ରହିବୁ କେମିତି? ଯଦି ତାଙ୍କ ଜୀବନ ଚାଲିଯାଏ? ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରତିମା କହିଛନ୍ତି।
ସେହିପରି କୁନି ଦେହୁରୀ କହିଛନ୍ତି, ମୋ’ ସ୍ୱାମୀ ସବୁବେଳେ ମଦ ପିଇ ଘରକୁ ଫେରୁଛନ୍ତି। ନିଶାରେ ମୋତେ ମାଡ଼ ମାରୁଛନ୍ତି। ମୁଁ ଯେତେ କହିଲେ ମଧ୍ୟ ସେ ଶୁଣୁ ନାହାନ୍ତି। ବାଲି ସିମେଣ୍ଟ କାମ କରି ଯାହା ରୋଜଗାର କରୁଛନ୍ତି, ସେ ସବୁକୁ ମଦ ଭାଟିରେ ଦେଇ ପିଇ ଦେଉଛନ୍ତି। ଆଉ ନିଶାରେ ଘରକୁ ଫେରି ମୋତେ ଓ ଛୁଆଙ୍କୁ ପିଟୁଛନ୍ତି। ଭାତ ହାଣ୍ଡି ଫିଙ୍ଗି ଦେଉଛନ୍ତି ବୋଲି କୁନି କହିଛନ୍ତି।
ତେବେ ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-ଚୌଦ୍ୱାରରୁ ପ୍ରକାଶ କୁମାର ନାୟକ
ମୌଲାନା କୈଫ ଖାନ୍କୁ ଜେରା କରିବା ପାଇଁ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ତାକୁ ମାରାଥନ ଜେରା କରିବ। ପଚରାଉଚରା ସମୟରେ ମୁଖ୍ୟତଃ ପୁଲିସ ଫୋକସ୍ରେ ରହିବ ଟଙ୍କା ପଇସା କାରବାର। କେତେ ଦିନ ଧରି ଏହି କଳା କାରନାମା ଚଲାଇଥିଲା ମୌଲାନା? ଏଥିରେ ଆଉ ସଂପୃକ୍ତି ଅଛି କି? ଏ ପର୍ଯ୍ୟନ୍ତ କୋଟିଏ ୫୦ ଲକ୍ଷ ପାଖାପାଖି ଟଙ୍କା ଠକିଥିବା ଜଣାପଡିଥିବା ବେଳେ ଆଉ କାହାକୁ ଠକିଛି ଭଣ୍ଡ ମୌଲାନା? ଏ ପର୍ଯ୍ୟନ୍ତ ତା’ର ୧୧ଟି ଆକାଉଣ୍ଟ ଥିବା ଜଣାପଡିଥିବା ବେଳେ କୋଲକାତାରେ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ଇନଭେଷ୍ଟମେଣ୍ଟ କରିଥିବା ଜଣାପଡିଛି। ଏହାବାଦ ଆଉ କେଉଁଠି ଟଙ୍କା ଲଗେଇଛି କି ନାହିଁ ତାହା ପଚରାଉଚରା କରିବ ପୁଲିସ୍। ମୌଲାନର ଆଉ କିଛି ଗାଡି ଓ ଜମି ବାବଦରେ ସୁରାଗ ପାଇଛି ପୁଲିସ। ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ।
ମୌଲାନା କୈଫ ଖାନ୍ ନାଁରେ ୬ଟି ମାମଲା ରୁଜୁ ହୋଇଛି। କଟକ ରାଣୀହାଟ ର ଶର୍ମିଲା ସେନଙ୍କ ଘରୁ ଗୁପ୍ତଧନ ଓ ଭୁତ ଛଡାଇବା କହି ୬୨ ଲକ୍ଷ ଠକେଇ, ଭଦ୍ରକର ଜେହେରୁଲ ଇସଲାମଙ୍କ ଘରୁ ଗୁପ୍ତ ଧନ ଓ ଭୂତ ଛଡାଇବା କହି ୫ ଲକ୍ଷ, କଟକ କିଶନନଗର ସୋନପୁର ଅଞ୍ଚଳର ସବନମ ଆରା ବେଗମଙ୍କୁ ଚାକିରି ଓ ହୀରା ବ୍ୟବସାୟ ରାଇଦେବ କହି ୧୫ ଲକ୍ଷ, ତିର୍ତ୍ତୋଲ ଅଞ୍ଚଳର ଦେବବ୍ରତ ମହାନ୍ତିଙ୍କ ଘରୁ ଭୁତ ପ୍ରେତ ଛଡାଇବା କହି ୨୨ଲକ୍ଷ, କେଶରପୁର ଅଞ୍ଚଳର ଶେଖ ଆଦିଲଙ୍କ ସମ୍ପର୍କୀୟଙ୍କ ଛୁଆପିଲା ହେବା ପାଇଁ ୫ ଲକ୍ଷ, ସଦର ଥାନା ଅଞ୍ଚଳରେ ଶର୍ମିଲା ବିବିଙ୍କୁ ଚାକିରି ଦେବାକୁ କହି ୫ ଲକ୍ଷ ଟଙ୍କା ମୌଲାନା କୈଫ ଖାନ୍ ଠକିଥିବା ଅଭିଯୋଗ ହୋଇଛି। ଏହା ଉପରେ ପୁଲିସ୍ ତାକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
୨୦୨୧ ଅପ୍ରେଲ୍ ୧୫ ତାରିଖରେ ଘଟିଥିଲା ଘଟଣା। କଟକ ସିଡିଏ ସେକ୍ଟର ୧୦ ସ୍ଥିତ ସ୍ୱରେଜ୍ ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ଶ୍ରମିକ ଦ୍ୱୟ ହେଲେ ପି. ଶଙ୍କର ଏବଂ ବିଷ୍ଣୁ ନାୟକଙ୍କ। ଅନ୍ୟଜଣେ ଶ୍ରମିକ ଡି ଶିବା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ଏହି ମାମଲାରେ ବିଭାଗୀୟ ତଦନ୍ତ ମଧ୍ୟ ହୋଇଥିଲା। ଯେଉଁଥିରେ ପିଏଚ୍ଡି କନିଷ୍ଠ ଯନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଘଟଣା ପାଇଁ ଦାୟୀ କରାଯାଇଥିଲା। ସେମାନେ ପରେ କୋର୍ଟରେ ଆତ୍ମସମର୍ପଣ କରି ବେଲ୍ରେ ଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ଏହି ମାମଲାରେ ମୃତାହତଙ୍କୁ କୌଣସି ସରକାରୀ ସହାୟତା ଦିଆଯାଇନାହିଁ।
ଏନେଇ ମାନବଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ। ଯାହାପରେ କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ସାରା ଦେଶରେ ମାନୁଆଲ୍ ସ୍କାଭେଜିଂକୁ ନିଷେଦ୍ଧ କରାଯାଇଥିବା ବେଳେ ଓଡିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି। ଫଳରେ ବାରମ୍ବାର ଅଘଟଣ ଘଟୁଛି।
ପୁଲିସର ସୂଚନା ଅନୁସାରେ ସନ୍ତୋଷକୁ ଶଙ୍କର ଆଜି ନିଜ ଘରକୁ ଡାକିଥିଲା। ସେଠାରୁ ଉଭୟ ବଉଳକୁଦ ନଦୀ ବନ୍ଧକୁ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନିଶାରେ ଥିବା ଶଙ୍କର ଦେବତା ଉତ୍କ୍ଷିପ୍ତ ହୋଇ ସନ୍ତୋଷଙ୍କୁ ମାଡ ମାରିଥିଲେ। ଫଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ୪୨ ମୌଜା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଏକ ଦମ୍ପତିଙ୍କର ପିଲାପିଲି ନାହାନ୍ତି। ସେଥିପାଇଁ ସ୍ୱାମୀ ଓ ସ୍ତ୍ରୀ ସର୍ବଦା ଚିନ୍ତିତ ରହୁଛନ୍ତି।ଏହାରି ଭିତରେ ଉଭୟ ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କ ହାବୁଡ଼ରେ ପଡ଼ିଥିଲେ। ପୂଜାର୍ଚ୍ଚନା ଓ ମନ୍ତ୍ରତନ୍ତ୍ର କଲେ ପିଲା ହେବ ବୋଲି ସିଦ୍ଧେଶ୍ୱର ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାକୁ ବିଶ୍ୱାସ କରି ପୂଜା ପାଇଁ ରାଜି ହୋଇଥିଲେ ଏହି ଦମ୍ପତି।
ଘରେ ଆୟୋଜନ ହେଲା ପୂଜା। ଗୋଟେ କି ଦୁଇଟି ନୁହେଁ, ୭ ଥର ଭଣ୍ଡବାବା କଲେ ପୂଜା। ଏଥିସହ କିଛି ଜଡ଼ିବୁଟି ମଧ୍ୟ ଖାଇବାକୁ ଦେଇଥିଲେ। ପୂଜା ବାବଦକୁ ବିଭିନ୍ନ କିସ୍ତିରେ ଭଣ୍ଡବାବା ୩ ଲକ୍ଷ ୯୦ ହଜାର ଟଙ୍କା ନେଇଥିଲେ। ହେଲେ ଏହି ଦମ୍ପତିଙ୍କର ପିଲାପିଲି ହେଲା ନାହିଁ। ଏହା ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ବାବାଙ୍କ ପାଖରୁ ଦୂରେଇଯିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଭଣ୍ଡବାବା ଥିଲେ ନଛୋଡ଼ବନ୍ଧା। ବଡ଼ ଆକାରରେ ପୂଜା କରିବା ଟଙ୍କା ମାଗି ଚାଲିଲେ।
ଭଣ୍ଡବାବା ସିଦ୍ଧେଶ୍ୱର ସାମନ୍ତରାୟଙ୍କ ଚାଲ ବୁଝିପାରି ଟଙ୍କା ଦେବା ବନ୍ଦ କରିଦେଲେ ଏହି ଦମ୍ପତି। ଏହା ପରେ ଭଣ୍ଡବାବା ରାଗିଗଲେ। ଧମକ ଦେବା ଆରମ୍ଭ କଲେ। ମନ୍ତ୍ରତନ୍ତ୍ର ବଳରେ ଅନିଷ୍ଟ କରିବେ ବୋଲି କହିଲେ। ବହୁ କ୍ଷତି ହେବ ବୋଲି ଧମକ ଦେଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀ ଭୟଭୀତ ହୋଇ ଯାଇଥିଲେ ଓ ଭଣ୍ଡବାବାଙ୍କ କବଳରୁ ମୁକ୍ତି ପାଇଁ ବାଟ ଖୋଜିଥିଲେ।
ରବିବାର ସ୍ୱାମୀ ଓ ସ୍ତ୍ରୀ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ଗଠନ କରିଥିଲା। ତଦନ୍ତ ବେଳେ ଟଙ୍କା ଠକେଇ ହୋଇଥିବା ଜାଣିବାକୁ ପାଇଥିଲା ପୁଲିସ୍। ଏହା ପରେ ପୁଲିସ୍ ଯାଜପୁର ଧର୍ମଶାଳା ଅଞ୍ଚଳରୁ ସିଦ୍ଧେଶ୍ୱର ସାମନ୍ତରାୟଙ୍କୁ ଗିରଫ କରିଛି।
କଟକ ଜୋନ୍-୬ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ପିଲା କରାଇଦେବାକୁ କହି ସିଦ୍ଧେଶ୍ୱର ସାମନ୍ତରାୟ ବହୁ ଲୋକଙ୍କୁ ଠକିଛନ୍ତି। ତାଙ୍କ ନାଁରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ମାମଲା ରହିଛି। ପିଲା କରାଇଦେବାକୁ କହି ସେଠାରେ ସେ ଜଣେ ଲୋକଙ୍କୁ ଠକିଥିଲା। ଅନ୍ୟ କେଉଁଠି ମାମଲା ରହିଛି, ତାହା ଉପରେ ତଦନ୍ତ ଚାଲିଛି।
ପ୍ରଭାତ ରଞ୍ଜନ ବିଶ୍ୱାଳ ହେଉଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଜେଡି ବିଧାୟକ। ସେ ଚିଟ୍ଫଣ୍ଡ ମାମଲାରେ ଫସିଥିବା ବେଳେ ତାଙ୍କ ନାଁରେ ଥିବା ମାମଲା ବିଚାରଧୀନ ରହିଛି। ଏହାରି ଭିତରେ କଟକ ସହର ଗଳିକନ୍ଦିରେ ଲାଗିଛି ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ନାଁରେ ପୋଷ୍ଟର। କାନ୍ଥ ବାଡ଼ରେ ଲାଗିଥିବା ପୋଷ୍ଟରକୁ ନେଇ ଶ୍ରୀ ବିଶ୍ଵାଳ କହିଛନ୍ତି, କିଛି ବ୍ୟକ୍ତି ଅସହିଷ୍ଣୁ ହୋଇ ଏଭଳି ଭାବେ କାର୍ଯ୍ୟ କରିଛନ୍ତି। ଚିଟ୍ଫଣ୍ଡ ମାମଲା ବର୍ତ୍ତମାନ ନ୍ୟାୟପାଳିକାରେ ବିଚାରାଧୀନ ରହିଛି। ମୋ’ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ କହିଛନ୍ତି।
ଶ୍ରୀ ବିଶ୍ୱାଳ ଆହୁରି କହିଛନ୍ତି, ଚାରି ଚାରି ଥର ଲୋକେ ମତେ ସମର୍ଥନ ଦେଇଛନ୍ତି। ସେଥିପାଇଁ ସେମାନେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ପୋଷ୍ଟର ଲଗେଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି। କିଛି ଦିନ ତଳେ ମୋତେ ଓ ମୋ’ ପୁଅକୁ ସଫା କରି ଦେବା ପାଇଁ ବାର୍ତ୍ତାଳାପ ହେବାର ଏକ ଭିଡିଓ ଶାସାଲ ମିଡିଆରେ ଭାଇରାଲ ହେଉଛି। ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ମଧ୍ୟ ଏତଲା ଦେଇଛି। ପୋଷ୍ଟର ଲଗାଇବା ଘଟଣାରେ ପଛପଟରେ ଥିବା ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିଛନ୍ତି। ଏଥିରେ କିଛି ଆମ ଦଳ ଲୋକ ଅଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ।
ଯୁବତୀ ଜଣକ କଟକ ହରିଣ ପାର୍କ ନିକଟରେ ଥିବା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଯୁବତୀ ଜଣକ ବ୍ଲୁ ରଙ୍ଗର ଜିନ୍ସ ଓ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ସେ କେଉଁ କାରଣରୁ ନଦୀକୁ ଡେଇଁଥିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀୟା କହିଥିଲେ, ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି। ଝିଅ ଜନ୍ମ ପରଠାରୁ ଅର୍ଥାତ ୫ ବର୍ଷ ହେଲା ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା। ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିଲା। ମୋ’ ସ୍ୱାମୀ ଜଣେ ସେଲିବ୍ରିଟି, ତେଣୁ ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ। କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି ବୋଲି ଶ୍ରୀୟା କହିଛନ୍ତି।
ସେ ଆହୁରି କହିଛନ୍ତି, ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି। ତାଙ୍କ ପରିବାର ଲୋକେ ମୋତେ ସିନ୍ଦୂର ଲଗାଇବାକୁ ଦିଅନ୍ତିନି। ବିନ୍ଦି ଲଗାଇବାକୁ ଦିଅନ୍ତିନି। ମୁଁ ଅଳତା ଟିକେ ବି ଲଗାଇ ପାରେନି। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି କହନ୍ତି। ତାଙ୍କ ମା’ ଓ ଘର ଲୋକ ବିଶେଷ କରି ଏଭଳି କୁହନ୍ତି। ଶାଶୂ ମୋ’ ବିରୋଧରେ ଆଣିଥିବା ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ଶ୍ରୀୟା।
ଶ୍ରୀଆ ଆହୁରି କହିଛନ୍ତି, ଜଣେ ଥାର୍ଡ ପର୍ସନ ପାଇଁ ମୋତେ ଘରୁ ତଡ଼ିଦେଲେ। ମୋ’ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ଗତ ୬ ମାସ ହେଲା ମୁଁ ସେଠି ରହୁନଥିଲି। ତାଙ୍କ ମାଆ ଆମ ପରିବାର ନାଁରେ ମିଥ୍ୟା ଆରୋପ ଲଗାଇଲେ। ଥାନାରେ ଦେଖାହେଲେ ମୁଁ ତାଙ୍କ ମାଆଙ୍କୁ ଏସବୁ କଥା ପଚାରିବି। କମ୍ପ୍ରୋମାଇଜ ପାଇଁ ଆମେ ରାଜି ଅଛୁ। ତେବେ କମ୍ପ୍ରୋମାଇଜ କଥାଟା ଖାଲି ମିଡିଆରେ କହିଦେଲେ ହେବନି। କମ୍ପ୍ରୋମାଇଜ ପାଇଁ ସେପଟୁ ବି ସେତିକି ହାତ ବଢ଼ିବା ଦରକାର। ମୁଁ ସେଠାରେ ସେଫ୍ଟି ଫିଲ୍ କରୁନି। ଝିଅକୁ ବି ପିଟାପିଟି କରିଛନ୍ତି। ସ୍ତ୍ରୀର ମାନ୍ୟତା ଦେଇ ଫେରାଇ ନେଲେ, ମୁଁ ନିଶ୍ଚିତ ତାଙ୍କ ପାଖକୁ ଯିବି ବୋଲି ଶ୍ରୀୟା କହିଛନ୍ତି।
https://www.youtube.com/watch?v=Hko-inrMORE