ବାତ୍ୟା ତଉକତେର ପ୍ରଳୟ ପରେ ଅଳିଆ ଆର୍ଜନାରେ ମୁମ୍ବାଇର ସମୁଦ୍ର ବେଳାଭୂମି ଭର୍ତ୍ତି ହୋଇଯାଇଛି। ମୁମ୍ବାଇବାସୀ ଅନେକ ସମୟରେ ସମୁଦ୍ରକୁ ଯାହା ଫୋପାଡ଼ି ଥିଲେ, ସେଗୁଡ଼ିକ ପ୍ରକୃତି ବାତ୍ୟା ଜରିଆରେ ଫେରାଇ ଦେଇଛି। ଜୁହୁ ଠାରୁ ଆରମ୍ଭ କରି ଗିରଗାଓଁ ଓ ଗେଟ୍ ୱେ ଅଫ ଇଣ୍ଡିଆର ସମୁଦ୍ର କୂଳରେ କୁଢ଼କୁଢ଼ ଅଳିଆ ଗଦା ହୋଇଥିବା ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
ଚପଲ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ବ୍ୟାଗ ଓ ଅନ୍ୟାନ୍ୟ ଅଳିଆ ପୂରା ସମୁଦ୍ର କୂଳରେ ଭର୍ତ୍ତି ହୋଇଯାଇଛି। ଦୃଶ୍ୟକୁ ଦେଖିଲେ ଏହା ସମୁଦ୍ର କୂଳ ନୁହେଁ ବରଂ କୌଣସି ଡମିଂ ୟାର୍ଡ ଭଳି ଲାଗୁଛି। ସମୁଦ୍ର କୂଳରେ ଅଳିଆ ଗଦା ହୋଇଥିବାରୁ କୁକୁର ଠାରୁ ଆରମ୍ଭ କରି କାଉମାନେ ସେଠାରେ ଖାଦ୍ୟ ଅନ୍ୱେଷଣ କରିବାରେ ଲାଗିଛନ୍ତି।
This is the situation of our pumping stations @mybmc has spend crores of rupees in the name of making #Mumbai water logging free. Pumping station failed today, just like every year causing massive flooding in south & central Mumbai. Mumbai Central was the worst affect area. pic.twitter.com/BYuMkyi8Xj
— Rais Shaikh (@rais_shk) May 17, 2021
ଏହାର ଫଟୋକୁ ଲୋକମାନେ ଟ୍ୱିଟରରେ ପୋଷ୍ଟ କରିବା ବେଳେ ଏଗୁଡ଼ିକ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହାକୁ ନେଇ କମେଣ୍ଟ କରିବାରେ ଲାଗିଛନ୍ତି। କିଏ ଏହାକୁ ପ୍ରକୃତିର ରିଟର୍ଣ୍ଣ ଗିଫ୍ଟ କହୁଥିବା ବେଳେ ଆଉ କିଏ ବର୍ଷ ବର୍ଷ ଧରି ଆମେ ଯେଉଁ ଅଳିଆ ସମୁଦ୍ର ମଧ୍ୟକୁ ଫୋପାଡୁଥିଲେ, ତାହା ମାତ୍ର ଦୁଇ ଦିନରେ ଆମ ପାଖକୁ ହିଁ ଫେରିଆସିଛି ବୋଲି କହୁଛନ୍ତି।
Nature has its own way of balancing things and cleansing itself. #CycloneTauktae returns the garbage dumped in sea back to the people of #Mumbai.
But we will never learn lessons even from this. pic.twitter.com/Trwl2Nds3t— Syed Faisal Iqbal (@SyedF_official) May 19, 2021
ଗୁଜରାଟରେ ସୋମବାର ଲ୍ୟାଣ୍ଡଫଲ କରିଥିବା ବାତ୍ୟା ତଉକତେ ଏହାପୂର୍ବରୁ ମୁମ୍ବାଇରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହାର ପ୍ରଭାବରେ ସୁମଦ୍ରରେ ବଡ଼ବଡ଼ ଜୁଆର ଆସିଥିଲା। ଜୁଆର ଜରିଆରେ ଅଳିଆ ଆବର୍ଜନା ସବୁ କୂଳକୁ ଆସିଯାଇଛି। ସମୁଦ୍ର କୂଳରୁ ଅଳିଆ ସଫା କରିବାକୁ ବ୍ରିହନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ପ୍ରକିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ମୁମ୍ବାଇ ସ୍ଥିତ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରୁ ପ୍ରାୟ ୪ ଟ୍ରକ ଅଳିଆ ଆବର୍ଜନା ଉଠା ଯାଇଛି। ସେହିପରି ବେଳଭୂମିକୁ ସଫା କରିବା କାମ ଜାରି ରହିଛି।
#Cleanthenature
Natural cleanse, After cyclone Tauktae, garbage returned by sea at all Mumbai beaches.Nature waste out of sea on its https://t.co/bfOEUKXCMS can see the condition of mumbai beaches. pic.twitter.com/Hcpt1J4s21— Sachin pal (@Sachin22851972) May 19, 2021
ତଉକତେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇଥିବାରୁ ଆସନ୍ତା ୬ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିମି ଓ ବେଳେବେଳେ ଏହା ୨୧୦ କିମି ଛୁଇଁବାର ମଧ୍ୟ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପରେ ଥିବ। ତେଣୁ ପବନର ବେଗ ସର୍ବାଧିକ ୧୮୫ କିମି ରହିବ ବୋଲି ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନ୍ରେ କୁହାଯାଇଛି।
ବାତ୍ୟା ତଉକତେ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ବିଳମ୍ବର ରାତି ଯାଏ ଏହା ତା’ର ଉଗ୍ର ରୂପ ଦେଖାଇବାର ଆଶଙ୍କା ରହିଛି।
Very Severe Cyclonic Storm “Tauktae” over Eastcentral Arabian Sea intensified into an Extremely Severe Cyclonic Storm: Cyclone Warning & post landfall outlook for Gujarat & Diu coasts (Red message).https://t.co/nIG8rzj9Vh pic.twitter.com/DAJCsnuRVw
— India Meteorological Department (@Indiametdept) May 17, 2021
ବିଭାଗର ଆକଳନ ଅନୁଯାୟୀ, ତଉକତେ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେବା ପରେ ମୁମ୍ବାଇ ଠାରୁ ୧୬୦ କିମି, ଗୁଜରାଟର ଭେରଭାଲ ଠାରୁ ୨୯୦ କିମି ଓ ଡିଉ ଠାରୁ ୨୫୦ କିମି ଦୂରରେ କେନ୍ଦ୍ରଭୂତ ହୋଇଛି। ଏହା ଘଣ୍ଟାପ୍ରତି ୨୦ କିମି ବେଗରେ ଆଗକୁ ବଢ଼ୁଛି। ତଉକତେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଗୁଜରାଟ ଉପକୂଳରେ ପହଞ୍ଚିବ। ସେହିପରି ଗୁଜରାଟର ପୋରବନ୍ଦର ଓ ମହୁବାକୁ ରାତି ସୁଦ୍ଧା ଅତିକ୍ରମ କରିବ। ଅତିକ୍ରମ କରିବା ବେଳେ ଏହା ଅତ୍ୟନ୍ତ ଭୟଙ୍କର ବାତ୍ୟାରୁ କେବଳ ଅତି ଭୀଷଣ ବାତ୍ୟାର ରୂପ ନେଇଥିବ। ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ୧୫୫ରୁ ୧୬୫ କିମି ଓ ବେଳେବେଳେ ୧୮୫ କିମି ଛୁଇଁପାରେ।
ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢ଼ୁଥିବା ବାତ୍ୟା ତଉକତେ ଆସନ୍ତାକାଲି ଭୋର ସମୟରେ ଗୁଜରାଟରେ ସ୍ଥଳ ଭାଗ ଛୁଁଇବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୮୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗ ଜାରି କରିଥିବା ବୁଲେଟିନ ଅନୁଯାୟୀ, ବାତ୍ୟା ତଉକତେର ପ୍ରଭାବ ଶନିବାର ଠାରୁ ହିଁ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଗୋଆ ଠାରୁ ଆରମ୍ଭ କରି ମହାରାଷ୍ଟ୍ର, କର୍ଣ୍ଣାଟକା ଓ କେରଳ ଭଳି ରାଜ୍ୟରେ ବାତ୍ୟା ତାଣ୍ଡବ ରଚିଛି। ବର୍ତ୍ତମାନ ଏହା ପଞ୍ଜିମ-ଗୋଆ ଠାରୁ ୩୬୦ କିମି, ଦକ୍ଷିଣ-ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୧୭୦ କିମି, ଗୁଜରାଟର ଭେରଭାଲଠାରୁ ୩୫୦ କିମି, ଡ୍ୟୁ ଠାରୁ ୩୧୦ କିମି ଓ ପାକିସ୍ତାନର କରାଚି ଠାରୁ ୯୦୦ କିମି ଦୂରରେ ରହିଛି।
ଆଜି ରାତି ସୁଦ୍ଧା ତଉକତେ ଅତି ଭୀଷଣ ରୂପ ଧାରଣ କରି ସୌରାଷ୍ଟ୍ର ଅତିକ୍ରମ କରିବ। ସେହିପରି ଆସନ୍ତାକାଲି ସକାଳେ ଏହା ପୋରବନ୍ଦର ଓ ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୫ କିମି ଓ ବେଳେବେଳେ ଏହା ୧୮୫ କିମି ଛୁଇଁପାରେ। ଲ୍ୟାଣ୍ଡଫଲ କରିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ଆକଳନ କରିଛି ବିଭାଗ।
ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ପୋରବନ୍ଦର, ଅମରେଲି, ଜୁନାଗଡ଼, ଗିର ସୋମନାଥ, ବୋଟାଡ ଓ ଭାବନଗର ଜିଲ୍ଲାରେ ଦେଖିବାକୁ ମିଳିପାରେ। ଏବେଠାରୁ ହିଁ ସୁରତ ସମେତ ଏକାଧିକ ସ୍ଥାନରେ ବର୍ଷା ସହ ହାଲୁକା ପବନ ଆରମ୍ଭ ହୋଇସାରିଲାଣି। କିଛି ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟି ମଧ୍ୟ ଉପୁଡ଼ି ପଡ଼ିଛି।
ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ସୌରାଷ୍ଟ୍ର ଓ କଛର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ ୧.୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଗୁଜରାଟରେ ପ୍ରାୟ ୫୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଏହାବାଦ ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛନ୍ତି।
ଗୋଆରେ ମଧ୍ୟ କାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା। ରାଜ୍ୟରେ ବର୍ଷା ଜନିତ ଅଘଟଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଶହେରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଶନିବାର କର୍ଣ୍ଣାଟକାର ୬ଟି ଜିଲ୍ଲାରେ ତଉକତେ ପ୍ରଭାବରେ ୭୩ଟି ଗାଁ କ୍ଷତିଗ୍ରସ୍ତ ହେବା ସହ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। କେରଳରେ ମଧ୍ୟ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ଓ ୨ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
କେରଳରେ ମଧ୍ୟ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ କେରଳର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅନେକ ଗାଁରେ ପାଣି ପଶିଯାଇ ଘରଦ୍ୱାର ଓ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ଗତକାଲିଠାରୁ ବିଦ୍ୟୁତ ସରବରାହ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତାଉକତେର ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ୧୦୧ ଏନଡିଆରଏଫ୍ ଟିମ୍ ଆଲର୍ଟରେ ରହିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ୬ଟି ରାଜ୍ୟ କେରଳ, କର୍ଣ୍ଣାଟକ, ତାମିଲନାଡୁ, ମହାରାଷ୍ଟ୍ର, ଗୋଆ, ଗୁଜରାଟ ସମେତ ଡାମନ ଡିଉରେ ଏସବୁ ଟିମ୍ ମୁତୟନ ରହିଛନ୍ତି। ଏହା ସହ ଅନ୍ୟ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ରେସକ୍ୟୁ ସହ ଏୟାର ଲିଫ୍ଟ ପାଇଁ ୨୨ଟି ଟିମ୍ ଆଲର୍ଟରେ ରଖାଯାଇଥିବା ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ଏହି ସାଇକ୍ଲୋନିକ ଷ୍ଟର୍ମ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତାକାଲି ସୁଦ୍ଧା ଏହା ସୌରାଷ୍ଟ୍ର ଦେଇ ଗତି କରି ୧୮ ତାରିଖ ସକାଳେ ପୋରବନ୍ଦରରୁ ମହୁଆ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ଉତ୍ତର ମହାରାଷ୍ଟ୍ରରୁ ଗୁଜରାଟ ଉପକୂଳରେ ୧୫୫ରୁ ୧୬୫ କିଲୋମିଟର୍ ବେଗରେ ପବନ ବହିପାରେ। ଫଳରେ କେରଳ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ସେପଟେ ବାତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏବଂ ଡାମନ ଡିଉର ପ୍ରାଶାସନିକ ଅଧିକାରୀଙ୍କ ସହ ଆଇଏମଡି ଅଧିକାରୀ ଅାଲୋଚନା କରିଛନ୍ତି।
ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ‘ତଉକେତ’ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଅନେକ ଗାଁରେ ପାଣି ପଶିଯାଇଛି । ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । କେବଳ ଗୁଜରାଟରେ ୧୫ଟି ଏନଡିଆରଏଫ୍ ଟିମ୍ ରହିବ ।
ସେଥିପାଇଁ ଭୁବନେଶ୍ୱରରୁ ୫ଟି NDRF ଟିମ୍ର ୧୨୫ ଜଣ ଯବାନ ଗତକାଲି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଜକୋଟ୍ ଯାଇଛନ୍ତି । ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉକେତେ”ର ଗତି ଉପରେ ନଜର ରଖାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟର ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ଯ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍ (ଏମଟି)ଙ୍କୁ ପ୍ରସ୍ତୁତ ରଖାଯାଇଥିବା ଜଣାଯାଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି 'ତଉକତେ’ର ଅର୍ଥ କଣ? ଏହି ବାତ୍ୟାର ନାଁ କେଉଁ ଦେଶ ରଖିଛି? ତାହାହେଲେ ଆସନ୍ତୁ ଏହା ଉପରୁ ପର୍ଦ୍ଦା ହଟାଇବା। 'ତଉକତେ’ର ନାଁ ମିଆଁମାର ରଖିଛି। ବର୍ମା ଶବ୍ଦ ଅନୁସାରେ 'ତଉକତେ’ ଅର୍ଥ ହେଉଛି ‘ଗେକୋ’। ଅର୍ଥାତ୍ 'ଝିଟିପିଟି'।
ସାଧାରଣତଃ ଯେଉଁ ସବୁ ସାଇକ୍ଲୋନ୍ ଆସେ, ତା’ର ନାମକରଣ ପ୍ୟାନେଲ୍ ଅଫ୍ ଟ୍ରପିକାଲ୍ ସାଇକ୍ଲୋନ୍ ଦ୍ୱାରା ନାମିତ କରାଯାଏ। ଏହି ପ୍ୟାନେଲରେ ୧୩ ଟି ଦେଶ ଭାରତ, ବାଂଲାଦେଶ, ମିଆଁମାର, ପାକିସ୍ଥାନ, ମାଳଦ୍ୱୀପ, ଓମାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଇରାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ୟେମେନ ରହିଛନ୍ତି। ଏହି ୧୩ଟି ଦେଶ ଘୂର୍ଣ୍ଣିବଳୟର ନାମକରଣ କରନ୍ତି।
୨୦୦୪ରେ ଏହି ଗ୍ରୁପରେ ସାମିଲ୍ ହୋଇଥିଲେ ଆଠଟି ଦେଶ। ଆଉ ପ୍ରତ୍ୟେକ ଦଳ ୮ଟି ଲେଖାଏଁ ନାମକରଣ କରି ମୋଟ୍ ୬୪ ନାମ ଦେଇଥିଲେ। ଗତ ବର୍ଷ ମେ ମାସରେ ଭାରତରେ ଲ୍ୟାଣ୍ଡଫଲ କରିଥିବା ସାଇକ୍ଲୋନ୍ ଆମଫାନ୍ ସେହି ତାଲିକାର ଶେଷ ନାମ ଥିଲା। ଅର୍ଥାତ୍ ୬୪ ନମ୍ୱର ଥିଲା। ଆଉ ଏହି ତାଲିକାରେ ଆରବ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ ନିସର୍ଗ। ଯାହାକି ଏହି ତାଲିକାର ପ୍ରଥମ ନାମ। ଏହାର ନାମ ବାଂଲାଦେଶ ରଖିଥିଲା।
ତଉକତେ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରଥମେ ଭୀଷଣ ବାତ୍ୟା ଓ ଏହାର ୧୨ ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୮ ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଅତି ଭୀଷଣ ବାତ୍ୟା ଗୁଜରାଟର ପୋରବନ୍ଦର ଓ ନଲିୟାରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୦ରୁ ୧୬୦ କିମି ଓ ବେଳେ ବେଳେ ଏହା ୧୭୫ କିମି ଛୁଇଁବାର ଆଶଙ୍କା ରହିଛି। ଏବେ ସମୁଦ୍ର ଉପରେ ଥିବା ତଉକତେ ପ୍ରଭାବରେ ଘଣ୍ଟାପ୍ରତି ପବର ବେଗ ୭୫ରୁ ୮୫ କିମି ରହିଛି। ଧୀରେଧୀରେ ଏହା ବୃଦ୍ଧି ପାଇବ। ସେହିପରି ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।
Cyclonic Storm “Tauktae” (pronounced as Tau’Te) over eastcentral and adjoining southeast Arabian Sea: Cyclone Alert for Gujarat & Diu coasts (Yellow message) pic.twitter.com/fmcTMVmrjg
— India Meteorological Department (@Indiametdept) May 15, 2021
ତଉକତେ ଭୀଷଣ ବାତ୍ୟାର ରୂପ ନେଇଥିବାରୁ କେରଳ ଓ ଏହାର ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। କିଛି ତଳିଆ ଅଞ୍ଚଳରେ ଅଚାନକ ଲଗାଣ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଟିର ଘର ଭାଙ୍ଗି ଯାଇଥିବା ବେଳେ ଏନଡିଆରଏଫ ଟିମ୍ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। କୋଚି ଠାରୁ ଆରମ୍ଭ କରି ଥିରୁବନନ୍ତପୁରମ ସବୁଠି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।
ଗୁଜରାଟ, ଲାକ୍ଷାଦ୍ୱୀପ ଓ କେରଳ ବ୍ୟତୀତ ବାତ୍ୟା ତଉକତେର ପ୍ରଭାବ କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ମହାରାଷ୍ଟ୍ର ଓ ଗୋଆରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ କିମି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟ, କେରଳ, ଗୋଆ ଓ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ସ୍ଥିତିକୁ ଦେଖି କେରଳ, କର୍ଣ୍ଣାଟକା, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରରେ ୫୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି। ଓଡ଼ିଶାରୁ ମଧ୍ୟ ୫ଟି ଟିମ୍ରେ ୧୨୫ ଜଣ ଯବାନ ଗୁଜରାଟକୁ ଯାଇଛନ୍ତି। ଗୁଜରାଟର ସବୁ ବନ୍ଦରରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବାତ୍ୟା ଆସୁଥିବାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କ ସହ ସମୀକ୍ଷା ବୈଠକ କରିବେ।
ବାତ୍ୟାର ମୁକାବିଲା ପାଇଁ ଭାରତୀୟ ନୌସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ନୌସେନାର ବିମାନ, ହେଲିକପ୍ଟର, ଜାହାଜ ଗୁଡ଼ିକରେ ରିଲିଫ ଓ ଉଦ୍ଧାର ସାମଗ୍ରୀ ମହୁଜଦ କରି ରଖାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆରବ ସାଗର ଉପରେ ଥିବା ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟାର ନାଁ ତଉକତେ ରଖାଯିବ। ତକଉତେ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।
ଭୀଷଣ ବାତ୍ୟାର ରୂପ ନେଇ ଏହା ଉତ୍ତର ଓ ଉତ୍ତର ପଶ୍ଚିମଦିଗରେ ଗତି କରିବ। ଯଦି ଏପରି ହୁଏ, ତା’ହେଲେ ୧୮ ତାରିଖ ସକାଳେ ଏହା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗୁଜରାଟ ଉପରେ ଏହାର ପ୍ରଭାବ କ’ଣ ରହିବ, ସେକଥା ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ବିଭାଗ କିଛି କହିନାହିଁ।
ବଭାଗ କହିଛି ଯେ ବାତ୍ୟା ପ୍ରଭାବରେ ରବିବାର ସକାଳୁ ପବନର ଘଣ୍ଟା ପ୍ରତି ବେଗ ୧୫୦ରୁ ୧୬୦ କିମି ରହିବ। ସେହିପରି ବେଳେ ବେଳେ ଏହା ୧୭୫ କିମି ମଧ୍ୟ ଛୁଇଁପାରେ। ୱେଷ୍ଟର୍ଣ୍ଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ବିଭାଗ କହିଛି।
ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବ ଗୋଆରେ ପଡ଼ିପାରେ। ତେଣୁ ପୁଣେରୁ ଏନଡିଆରଏଫ ଟିମ୍ ଗୋଆ ଅଭିମୁଖେ ଯାଇଛି। ସେହିପରି ଗୁଜରାଟରେ ତଉକତେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ସମସ୍ତ ବନ୍ଦରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ତଟରକ୍ଷୀ ବାହିନୀ ମଧ୍ୟ ହାଇଆଲର୍ଟରେ ରହିଛନ୍ତି।