ପ୍ରଧାନମନ୍ତ୍ରୀ ଲେପଚାର ଉଚ୍ଚତମ ଗିରିଶୃଙ୍ଗରୁ ଦେଶବାସୀଙ୍କୁ ଉଦବୋଧନ ଜଣାଇ କହିଛନ୍ତି, "ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ, ଶୁଭ ଦୀପାବଳି।"
The courage of our security forces is unwavering. Stationed in the toughest terrains, away from their loved ones, their sacrifice and dedication keep us safe and secure. India will always be grateful to these heroes who are the perfect embodiment of bravery and resilience. pic.twitter.com/Ve1OuQuZXY
— Narendra Modi (@narendramodi) November 12, 2023
ଯବାନମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୁହାଯାଏ ପର୍ବ ତାହା, ଯାହା ପରିବାରବର୍ଗଙ୍କ ସହ ମନାଯାଏ। ସମସ୍ତେ ପର୍ବ-ପର୍ବାଣିରେ ପରିବାର ଲୋକଙ୍କୁ ମନେ ପକାନ୍ତି। ହେଲେ ଘରଠୁ ବହୁ ଦୂରରେ ଥିବା ଯବାନମାନଙ୍କ ମନରେ କୌଣସି ଦୁଃଖ ନାହିଁ, ସେମାନଙ୍କ ଚେହେରାରେ ଅଭାବର କୌଣସି ଚିହ୍ନ ଦେଖିବାକୁ ମିଳୁନାହିଁ। ଏହାହିଁ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା, ନିଜ କର୍ତ୍ତବ୍ୟ ପ୍ରତି ଭକ୍ତି ଓ ଭଲପାଇବା।
ଆପଣ ଉତ୍ସାହ ଓ ଶକ୍ତିରେ ପରିପୂର୍ଣ୍ଣ, କାରଣ ଆପଣ ଜାଣନ୍ତି 140 କୋଟି ଦେଶବାସୀଙ୍କ ବଡ ପରିବାର ମଧ୍ୟ ଆପଣଙ୍କର। ଦେଶ ଆପଣଙ୍କ ନିକଟରେ କୃତଜ୍ଞ ଏବଂ ଋଣୀ। ସେଥିପାଇଁ ଦୀପାବଳିରେ, ପ୍ରତ୍ୟେକ ଘରେ ଆପଣମାନଙ୍କ ସୁରକ୍ଷା ପାଇଁ ଏକ ପ୍ରଦୀପ ମଧ୍ୟ ପ୍ରଜ୍ୱଳିତ ହେଉଛି। ପ୍ରତ୍ୟେକ ପୂଜାରେ ଆପଣଙ୍କ ପରି ସାହସୀ ଯୋଦ୍ଧାମାନଙ୍କ ପାଇଁ ପ୍ରାର୍ଥନା କରାଯାଇଥାଏ କହି ସୈନ୍ୟମାନଙ୍କ ମନୋବଳ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ପ୍ରତ୍ୟେକ ଥର ଦୀପାବଳିରେ ମୁଁ ମଧ୍ୟ ଏପରି କିଛି ଭାବନା ନେଇ ମୋର ସେନା ଏବଂ ସୁରକ୍ଷା ବାହିନୀଙ୍କ ନିକଟକୁ ଚାଲିଆସେ। ରାମ ଯେଉଁଠାରେ ଅଛନ୍ତି, ସେଠାରେ ଅଯୋଧ୍ୟା ଅଛି। ମୋ ପାଇଁ ଯେଉଁ ସ୍ଥାନରେ ଭାରତୀୟ ସେନା ଥାଏ, ତାହା କୌଣସି ମନ୍ଦିରଠାରୁ କମ୍ ନୁହେଁ। ଯେଉଁଠି ଆପଣ ଅଛନ୍ତି, ସେଇଠି ମୋର ପର୍ବ। ଯେତେବେଳେ ମୁଁ ସିଏମ୍ କି ପିଏମ୍ ନଥିଲି, ସେତେବେଳେ ବି ଭାରତ ମାତର ସନ୍ତାର ଭାବେ ଦେଶର କୌଣସି ନା କୌଣସି ସୀମାକୁ ନିଶ୍ଚିତ ଯାଉଥିଲି। ଯବାନମାନଙ୍କ ସହ ସେତେବେଳେ ବି ମିଠା ଓ ମେସ୍ ଖାଇବା ଖାଉଥିଲି।
ଏହି ସ୍ଥାନର ନାଁ ସୁଗାର ପଏଣ୍ଟ। ଆପଣମାନଙ୍କ ସହ କିଛି ମିଠା ଖାଇ ମୋ ଦୀପାବଳି ବି ଆହୁରି ମଧୁର ହୋଇଗଲା। ଏହି ଧରିତ୍ରୀ ଇତିହାସର ପୃଷ୍ଠାରେ ସାହସିକତାର ସ୍ୟାହି(କାଳି)ରେ ନିଜର ଖ୍ୟାତି ଲେଖିଛି। ଆପଣମାନେ ଏଠାରେ ସାହସିକତାର ପରମ୍ପରାକୁ ଅମର କରିଛନ୍ତି ବୋଲି ପ୍ରଧାମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ମହିଳା ଶକ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ବିଗତ ବର୍ଷଗୁଡିକରେ ଭାରତୀୟ ସେନାରେ 500ରୁ ଅଧିକ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି। ଆଜି ମହିଳା ପାଇଲଟମାନେ ରାଫାଲ ଭଳି ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ପ୍ରଥମ ଥର ପାଇଁ ମହିଳା ଅଧିକାରୀଙ୍କୁ ମଧ୍ୟ ଯୁଦ୍ଧ ଜାହାଜରେ ନିୟୋଜିତ କରାଯାଇଛି। ଶକ୍ତିଶାଳୀ ଏବଂ ସମୃଦ୍ଧ ଭାରତୀୟ ସେନା ବିଶ୍ୱରେ ଆଧୁନିକତାର ନୂତନ ମାନଦଣ୍ଡ ସ୍ଥାପନ କରୁଛି।"
Watch: Afghanistan cricketer Rahmanullah Gurbaz gives cash to homeless people sleeping on footpath in Ahmedabad.
— IndiaToday (@IndiaToday) November 12, 2023
📹: (rjlove_shah)#Afghanistan #RahmanullahGurbaz #Gurbaz #Ahmedabad #Diwali #ViralVideo (@RGurbaz_21) pic.twitter.com/p01F6uAKRG
ଦୀପାବଳିରେ ସବୁଠି ସେଲିବ୍ରେସନର ମାହୋଲ ଚାଲିଥିବା ବେଳେ ଦୁଃଖି-ରଙ୍କିଙ୍କ ମନ କଥା ବୁଝିଛନ୍ତି ଗୁରବାଜ୍। ଅହମଦାବାଦର ରାସ୍ତାକଡରେ ଶୋଇଥିବା କିଛି ଲୋକଙ୍କୁ ଅରବାଜ୍ ପାଞ୍ଚ ଶହ ଟଙ୍କିଆ ନୋଟ୍ ଦାନ କରୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାରଇଲାର୍ ହେଉଛି।
ସବୁଠୁ ବଡ କଥା ହେଉଛି କି, ଗୁରବାଜ୍ ଦିବାଲୋକରେ କି ଦାନ କରୁଥିବା ଲୋକଙ୍କୁ ଜଣାଇ ଟଙ୍କା ଦେଇନାହାନ୍ତି, ବରଂ ସମସ୍ତେ ଶୋଇ ପଡିଥିବା ସମୟରେ ନିଶବ୍ଦ ରାତି ପ୍ରାୟ 3ଟାରେ ଅର୍ଥ ଦାନ କରିଛନ୍ତି। ଗୁରବାଜଙ୍କ ଏହି ମହାନତା କୋଟି କୋଟି ଲୋକଙ୍କ ମନ କିଣିନେଇଛି।
ଭାରତରେ ଦୀପାବଳି ପ୍ରଥା, ପରମ୍ପରା ଓ ତାନ୍ତ୍ରିକ ପୂଜା
ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାଶ୍ୟାରେ ମା' କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ଏହି ପର୍ବ ପାଳନ ପଛରେ ବିଭିନ୍ନ ପୌରାଣିକ ମତବାଦ ଓ ଧର୍ମୀୟ ବିଶ୍ୱାସ ରହିଛି। ଦୀପାବଳିରେ ସମଗ୍ର ଭାରତରେ ଦେବୀଙ୍କୁ ବିଭିନ୍ନ ରୂପରେ ପାଳନ କରାଯାଏ। ଆମ ରାଜ୍ୟ ସମେତ ପଶ୍ଚିମବଙ୍ଗ, ଆସାମ ଓ ବିହାରରେ ଦୀପାବଳିରେ ମା' କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ଭଦ୍ରକର ଅଧିଷ୍ଟାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ସେହିପରି ଉତ୍ତର ଭାରତରେ ଦୀପାବଳି ମହୋତ୍ସବରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ।
ଅଯୋଧ୍ୟା ଓ ଦୀପାବଳି
ଉତ୍ତର ପ୍ରଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଭୂମି ଅଯୋଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳରେ ହୁଏ ଦୀପାବଳି। କାରଣ ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମା' ସୀତାଙ୍କୁ ଅଯୋଧ୍ୟା ଫେରାଇ ଆଣିଥିଲେ। ମା' ସୀତାଙ୍କ ଆଗମନରେ ସମଗ୍ର ଅଯୋଧ୍ୟାପୁରୀ ଆଲୋକମାଳାରେ ସୁସଜ୍ଜିତ ହୋଇ ଉଠିଥିଲା। ସେବେଠାରୁ ଦୀପାବଳିରେ ଦୀପୋତ୍ସବର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।
ଦୀପାବଳିରେ ପୟାଶ୍ରାଦ୍ଧ
ଦୀପାବଳି ଅମାବାସ୍ୟା ବା କାର୍ତ୍ତିକ ଅମାବାସ୍ୟାକୁ ପୟାଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଏହି ଦିନ ପିତୃ ପୁରୁଷମାନଙ୍କୁ ପିଣ୍ଡଦାନ କରାଯାଏ। ମୃତ ପିତୃପୁରୁଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ବାଇଶି ପାହଚରେ ପିଣ୍ଡଦାନର ପ୍ରଥା ରହିଛି। ସେହିପରି ଅମାବାଶ୍ୟା ରାତ୍ରିରେ କାଉଁରିଆ କାଠି ଜଳାଇ ପିତୃପୁରୁଷଙ୍କୁ ସ୍ୱର୍ଗ ପଥ ନିମନ୍ତେ ଆଲୋକ ଦେଖାଇବାର ପରମ୍ପରା ରହିଛି।
କାଉଁରିଆ କାଠି ଜାଳିବା ସମୟରେ ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୁଅରେ ଯାଅ... ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ... କୁହାଯାଇଥାଏ।
ବିଭାଜନ ପରେ ସାମ୍ପ୍ରଦାୟିକ ହିଂସା, ଦଙ୍ଗା ଏବଂ ରକ୍ତପାତ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଧାର୍ମିକ ଘୃଣାର ବୀଜ ବୁଣିଥିଲା। ଦେଶ ସେତେବେଳେ ଧାର୍ମିକ ଭେଦଭାବକୁ ନେଇ ଭାଗ ଭାଗ ହୋଇଯାଇଥିଲା। ଏହି ସମୟରେ ଜାତିର ପିତା ମହାତ୍ମା ଗାନ୍ଧି ଦୀପାବଳିରେ ଦେଶବାସୀଙ୍କୁ ଆଧ୍ୟାତ୍ମିକ ଭାବରେ ବାନ୍ଧି ରଖିବାକୁ ଚେଷ୍ଟା କରିଥିଲେ। ଭଗବାନ ରାମଙ୍କର ଜଣେ ପରମ ଭକ୍ତ ଭାବରେ ଗାନ୍ଧିଜୀ ଏହି ସମୟରେ ରାମାୟଣର ବାର୍ତ୍ତା ଦେଇ ଦୀପାବଳିରେ ନିଜ ମନ ଭିତରେ ରାମ ବା ଉତ୍ତମତାକୁ ଜାଗ୍ରତ କରାଇବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।
ଗାନ୍ଧିଜୀ ମଧ୍ୟ ଭାରତ ଏବଂ ପାକିସ୍ତାନ ବିଭାଜନ ପରେ ଭୟରେ ପଳାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରଚାର କରିଥିଲେ। ନଚେତ୍ ଦୀପାବଳିର ମହତ୍ତ୍ୱ ପାଳନ ହୋଇପାରିବ ନାହିଁ ବୋଲି ସେ କହିଥିଲେ। ଗାନ୍ଧିଜୀ ସ୍ୱାଧୀନ ଭାରତର ପ୍ରଥମ ଦୀପାବଳି ଉତ୍ସୋବରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଥିଲେ...
ଭାଇ ଓ ଭଉଣୀମାନେ,
ଆଜି ଦୀପାବଳି, ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ହିନ୍ଦୁ କ୍ୟାଲେଣ୍ଡରରେ ଏହା ଏକ ଭଲ ଦିନ। ବିକ୍ରମ ସମ୍ୱତଙ୍କ ଅନୁଯାୟୀ ଆସନ୍ତାକାଲି ଗୁରୁବାରଠାରୁ ନୂଆ ବର୍ଷ ଆରମ୍ଭ ହେବ। ପ୍ରତିବର୍ଷ ଦୀପାବଳି କାହିଁକି ଉତ୍ସାହର ସହ ପାଳନ କରାଯାଏ ଆପଣମାନେ ଜାଣିଥିବେ। ରାବଣକୁ ପରାସ୍ତ କରି ପ୍ରଭୁ ରାମ ଶାନ୍ତି ସ୍ଥାପନ କରିଥିଲେ। ଏହାପରେ ରାମ ରାଜ୍ୟ ଗଢି ଉଠିଥିଲା।
କିନ୍ତୁ ହାୟ! ଆଜି ଭାରତରେ ରାମରାଜ୍ୟ ନାହିଁ। ତେବେ ଆମେ କିପରି ଦୀପାବଳି ପାଳନ କରିପାରିବା? ଯେଉଁମାନଙ୍କ ଭିତରେ ରାମ ଅଛନ୍ତି ସେମାନେ କେବଳ ଏହି ବିଜୟ ଉତ୍ସବ ପାଳନ କରିପାରିବେ। କାରଣ, କେବଳ ଈଶ୍ୱର ହିଁ ଆମ ଆତ୍ମାକୁ ଆଲୋକିତ କରିପାରିବେ ଏବଂ ସେହି ଆଲୋକ ହେଉଛି ପ୍ରକୃତ ଆଲୋକ। ଅନେକ ଲୋକ କୃତ୍ରିମ ଆଲୋକ ଦେଖିବାକୁ ଯାଆନ୍ତି, କିନ୍ତୁ ଆଜି ଯାହା ପ୍ରକୃତରେ ଦରକାର, ତାହା ହେଉଛି ଆମ ହୃଦୟରେ ପ୍ରେମର ଆଲୋକ। ଆମ ହୃଦୟକୁ ପ୍ରେମରେ ଆଲୋକିତ କରିବାକୁ ପଡିବ। ଆଉ ସେତେବେଳେ ହିଁ, ଆମେ ଦୀପାବଳିର ଶୁଭେଚ୍ଛା ପାଇବାକୁ ଯୋଗ୍ୟ ହେବୁ।
ଆଜି ହଜାର ହଜାର ଲୋକ ଗୁରୁତର ଅସୁବିଧାରେ ଅଛନ୍ତି। ଆପଣମାନେ ନିଜ ଛାତିରେ ହାତ ରଖି କହିପାରିବେ କି, ପୀଡିତ ଥିବା ବ୍ୟକ୍ତି ହିନ୍ଦୁ, ମୁସଲମାନ କି ଖ୍ରୀଷ୍ଟିଆନ ହୁଅନ୍ତୁନା କାହିଁକି ସମେସ୍ତେ ଆମ ଭାଇ ଓ ଭଉଣୀ ବୋଲି? ଏହା ଆପଣଙ୍କ ପାଇଁ ଏକ ପରୀକ୍ଷା। ପଣ୍ଡିତ ଜବାହାରଲାଲ ନେହେରୁ କଶ୍ମୀର ଯାଇଥିଲେ, ସେଠାରେ ମଧ୍ୟ ସମାନ ଅବସ୍ଥା। ଶ୍ରୀ ଶାମଲଦାସ ଗାନ୍ଧି ଏବଂ ଧୀବରଭାଇଙ୍କ ଅନୁରୋଧ କ୍ରମେ ସର୍ଦ୍ଦାର ପଟେଲଙ୍କୁ ଜୁନାଗଡ ଯିବାକୁ ପଡିଲା। ଉଭୟ ଜିନ୍ନା ଏବଂ ଭୁଟ୍ଟୋ ରାଗିଛନ୍ତି। କାରଣ ସେମାନେ ଅନୁଭବ କରୁଛନ୍ତି ଯେ ଭାରତ ସରକାର ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ୟୁନିୟନରେ ଯୋଗଦେବା ପାଇଁ ଜୁନାଗଡ ଉପରେ ଚାପ ପକାଉଛନ୍ତି।
ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସ୍ଥାପନ କରିବା ପାଇଁ ସେମାନଙ୍କ ହୃଦୟରୁ ଘୃଣା ଏବଂ ସନ୍ଦେହ ଦୂର କରିବା ସମସ୍ତଙ୍କ କର୍ତ୍ତବ୍ୟ। ଯଦି ଆପଣମାନେ ଆପଣଙ୍କ ଭିତରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରିବେ ନାହିଁ, ଛୋଟ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱକୁ ଭୁଲିବେ ନାହିଁ, ତେବେ କଶ୍ମୀର କିମ୍ବା ଜୁନାଗଡରେ ସଫଳତା ବୃଥା ପ୍ରମାଣିତ ହେବ। ଭୟରେ ପାକିସ୍ତାନ ପଳାଇଥିବା ସମସ୍ତ ମୁସଲମାନଙ୍କୁ ଫେରାଇ ନ ଆଣିଲେ ଦୀପାବଳି ପାଳନ ହୋଇପାରିବ ନାହିଁ। ପାକିସ୍ତାନ ବି ଭଲରେ ରହିପାରିବ ନାହିଁ, ଯଦି ସମାନ ଭାବେ ପଳାୟନ କରିଥିବା ହିନ୍ଦୁ ଓ ଶିଖମାନଙ୍କୁ ଫେରାଇ ନନିଏ।
ଏପରି ଏକ ଘଟଣା ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ଘଟିଛି। ଧନତେରସ୍ ପାଇଁ ଦୋକାନ ଖୋଲୁ ଖୋଲୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା।
ସୂଚନା ଅନୁସାରେ, ଆଜି ସକାଳେ ସମ୍ପୃକ୍ତ ସୁନା ଦୋକାନ କର୍ମଚାରୀମାନେ ଧନତେରସ୍ ପାଇଁ ବେଶ୍ ଉତ୍ସାହର ସହ ଦୋକାନ ଖୋଲିଥିଲେ। ଏହି ସମୟରେ ହଠାତ୍ କିଛି ଲୁଟେରା ଦୋକାନ ମଧ୍ୟକୁ ପ୍ରବେଶ କରିଥିଲେ। କର୍ମଚାରୀଙ୍କୁ ଅଳଙ୍କାର ଦେବାକୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନ କର୍ମଚାରୀ ନ ମାନିବାରୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ।
ଲୁଟେରାମାନେ ପାଖାପାଖି 20 କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ସହରରେ ଏହାକୁ ବଡ ଧରଣର ଲୁଟ୍ ବୋଲି କୁହାଯାଇଛି। ସବୁଠାରୁ ବଡ କଥା ହେଉଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସମୟରେ ଏପରି ଘଟଣା ଘଟିଛି। ନଭେମ୍ବର 9ରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଉତ୍ତରାଖଣ୍ଡ ଗସ୍ତ କରିଥିଲେ ରାଷ୍ଟ୍ରପତି ମୁର୍ମୁ।
ଏକ କାର୍ଯ୍ୟକ୍ରମରେ ଉକ୍ତ କମ୍ପାନୀର କର୍ମଚାରୀଙ୍କୁ ରୋୟାଲ ଏନ୍ଫିଲ୍ଡ ବାଇକ୍ର ଚାବି ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଚାବି ବଣ୍ଟା ଯିବା ପରେ ଏହି ଚା’ କମ୍ପାନୀର ମାଲିକ କର୍ମଚାରୀଙ୍କ ସହିତ ରୋୟାଲ ଏନ୍ଫିଲ୍ଡ ବାଇକ୍ରେ ବୁଲିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଏହା କହିବା ଅନାବଶ୍ୟକରେ ରୋୟାଲ ଏନ୍ଫିଲ୍ଡ ବାଇକ୍ ପାଇବା ପରେ କମ୍ପାନୀ କର୍ମଚାରୀଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେମାନେ ବହୁତ ଖୁସି ଅଛନ୍ତି। ଏଥର ଦୀପାବଳି ସ୍ମୃତି ହୋଇ ରହିବ ବୋଲି ସେମାନେ କହିଛନ୍ତି।
ଜଣେ କର୍ମଚାରୀ ନ୍ୟୁଜ୍ ଏଜେନ୍ସୀ ପିଟିଆଇକୁ କହିଛନ୍ତି, ଆମେ କେବେ ବି ଏଭଳି ଉପହାର ଆଶା କରି ନଥିଲୁ। ସେ (ଚା’ କମ୍ପାନୀର ମାଲିକ) ୧୫ଟି ରୋୟାଲ ଏନ୍ଫିଲ୍ଡ ବାଇକ୍ ଉପହାରରେ ଦେଇଛନ୍ତି। ଆମ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ସେ ଏହି ଉପହାର ଦେଇଛନ୍ତି।
ଏହା ପୂର୍ବରୁ ହରିୟାଣାର ଏକ ଔଷଧ କମ୍ପାନୀ MitsKart ତା’ର କର୍ମଚାରୀମାନଙ୍କୁ ଦୀପାବଳି ପହାର ସ୍ୱରୂପ କାର ପ୍ରଦାନ କରିଛି। କମ୍ପାନୀର ଅଧ୍ୟକ୍ଷ ତାଙ୍କର ୧୨ ଜଣ କର୍ମଚାରୀଙ୍କୁ ଟାଟା ପଞ୍ଚ କାରର ଚାବି ପ୍ରଦାନ ବେଳର ଭିଡିଓ ସାମ୍ନାକୁ ଆସିଥିଲା। କାର୍ ପାଇଥିବା ଏହି କର୍ମଚାରୀଙ୍କ ମଧ୍ୟରେ ଜଣେ ଅଫିସ୍ ହେଲ୍ପର ମଧ୍ୟ ଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ଏଥି ସହିତ, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଅଯୋଧ୍ୟା ପହଞ୍ଚିଛନ୍ତି। ଏହାର ରେକର୍ଡ ପାଇଁ ଦୀପ ଗଣନା ଚାଲିଛି। ଏହାସରବା ପରେ ଏହାକୁ ବିଶ୍ୱ ରେକର୍ଡର ମାନ୍ୟତା ଦିଆଯିବ।
ଅଯୋଧ୍ୟାରେ ପ୍ରାୟ ୨ ହଜାର ସ୍ୱେଚ୍ଛାସେବୀ ଦୀପୋତ୍ସବରେ ସାହାଯ୍ୟ କରୁଛନ୍ତି। ଏଥି ସହିତ ଦୀପୋତ୍ସବରେ ୩୬,୦୦୦ ଲିଟର ସୋରିଷ ତେଲ ବ୍ୟବହାର କରାଯିବ। ଏଥିପାଇଁ ୩୨ ଟି ଟିମ୍ ଗଠନ କରାଯାଇଛି ବୋଲି କୁହାଯାଉଛି। ରାମ ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟର ପ୍ରଫେସର ଶୈଲେନ୍ଦ୍ର ବର୍ମା ଏହାର ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଛନ୍ତି। ଯାହାଙ୍କ ତତ୍ତ୍ୱାବଧାନରେ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହେବ|
ସେପଟେ ମର୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଅଯୋଧ୍ୟା ଆଗମନ ସ୍ମୃତିରେ ସହରରକୁ ନବବଧୂ ଭଳି ସଜାଯାଇଛି। ପୂରା ସହରକୁ ସଫା ସୁତରା କରାଯାଇଛି। ରଙ୍ଗୀନ ଆଲୋକମାଲାରେ ଝଲସୁଛି ପୂରା ଅଯୋଧ୍ୟା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପ ଉତ୍ସବକୁ ଉଦଘାଟନ କରିବେ। ଗତ ୫ ବର୍ଷ ଧରି ଦୀପାବଳି ଅବସରରେ ଅଯୋଧ୍ୟାରେ ଏଭଳି ଦୀପୋତ୍ସବର ଆୟୋଜନ କରାଯାଉଛି।
https://twitter.com/ANINewsUP/status/1455753430513831936?s=20
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବେସନ ନେଇ ସେଥିରେ ଏକ ଟେବୁଲ ସ୍ପୁନ୍ ବା ୪୫ ଗ୍ରାମ ଘିଅ ମିଶାନ୍ତୁ। ଏହାକୁ ୨ ହାତରେ ଭଲ ଭାବେ ମିଶାନ୍ତୁ। ଏହାପରେ କ୍ଷୀର ମିଶାଇ ଭଲ ଭାବେ ମିଶାନ୍ତୁ। ଏହାପରେ ବେସନକୁ ୫ରୁ ୧୦ ମିନିଟ୍ ରଖି ଦିଅନ୍ତୁ।
ଏହାପରେ ଘିଅ ୧୫୦ ଗ୍ରାମ ଏକ ପ୍ୟାନ୍ରେ ନେଇ ବେସନକୁ ମିଶାଇ ଦିଅନ୍ତୁ। ଏହାପରେ ଗ୍ୟାସକୁ ମିଡିୟମ ଫ୍ଲେମ୍ର ରଖି ଏହାକୁ ଲଗାତର ଗୋଳାନ୍ତୁ। ଏହାକୁ ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଶେଷ ୧ ମିନିଟ୍ ଗ୍ୟାସ୍ ଫ୍ଲେମ୍କୁ ହାଇ କରି ଦିଅନ୍ତୁ। ଫଳରେ ବେସନର ରଙ୍ଗ ବଦଳି ବାଦାମୀ ରଙ୍ଗ ହୋଇଯିବ । ଏହାପରେ ସେଥିରେ କ୍ଷୀର ଅଧା କପ ମିଶାଇ ତାହାକୁ ଘାଣ୍ଟି ଦିଅନ୍ତୁ।
ଏହାପରେ ଏକ ପାତ୍ରରେ ୧ କପ୍ ଚିନି, ତିନି ଚତୁର୍ଥାଶଂ ପାଣି ମିଶାଇ ଗ୍ୟାସ୍ ଅନ୍ କରନ୍ତୁ। ଏହା ଧିରେ ଧିରେ ଫୁଟି ସିରା ପ୍ରସ୍ତୁତ ହୋଇଯିବ। ସେଥିରେ କିଛି କେଶର ଓ କିଛି ଗୁଜରାତି ମିଶାଇ ଦିଅନ୍ତୁ। ଏହାକୁ ବେସନରେ ମିଶାଇ ଗ୍ୟାସ୍ ଅନ୍ କରି ଗୋଳାଇ ଦିଅନ୍ତୁ। ଏହାକୁ ୨ରୁ ୩ ମିନିଟ ଗୋଳାଇ ଦିଅନ୍ତୁ।
ଏହାପରେ ଏକ ପାତ୍ର ଉପରେ ବଟର ପେପର ରଖି ତା’ ଉପରେ ବେସନର ମିଶ୍ରଣକୁ ରଖି ଦିଅନ୍ତୁ। ଏହାକୁ ପ୍ରାୟ ୩ ଘଣ୍ଟା ପାଖାପାଖି ରଖି ଦିଅନ୍ତୁ। ଏହା ଉପରେ ନିଜ ମନ ପସନ୍ଦର ଡ୍ରାଏ ଫ୍ରୁଟସ୍ ଦେଇ ସଜାଇ ପାରିବେ। ଏହାପରେ ଏହାକୁ ନିଜ ମନ ପସନ୍ଦର ସାଇଜ ଦେଇ କଟ କରି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୋହନ ଥାଲ ।
ଷ୍ଟିଲ୍ - ଧନତେରସ୍ରେ ଭୁଲରେ ବି ଷ୍ଟିଲ୍ ଜିନିଷ କିଣନ୍ତୁ ନାହିଁ। ଷ୍ଟିଲ୍ ଜିନିଷ ଉପରେ ରାହୁର ପ୍ରଭାବ ଅଧିକ ରହିଥାଏ। ସେଥିପାଇଁ ଏହି ଶୁଭ ଦିନରେ ଷ୍ଟିଲ ଜିନିଷ ନ କିଣି ପିତଳର କିଛି ଜିନିଷ କିଣିବା ଶୁଭ ହୋଇଥାଏ।
ଲୁହା - ଏହି ଦିନ ଲୁହାରେ ନିର୍ମିତ ଜିନିଷ କିଣନ୍ତୁ ନାହିଁ। ଲୁହାକୁ ଶନିଦେବଙ୍କ କାରକ ବୋଲି ମାନାଯାଇଥାଏ। ଏଥିପାଇଁ ଲୁହାର ନିର୍ମିତ କୌଣସି ଜିନିଷ ଏହି ଦିନରେ କିଣନ୍ତୁ ନାହିଁ। ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଘର ଉପରେ ରହି ନଥାଏ ଏବଂ ଘରେ ଅଭାବ ଅନାଟନ ଲାଗି ରହିଥାଏ।
ଆଲୁମିନିୟମ- ଏହି ଦିନରେ ଆଲୁମିନିୟମ ତିଆରି ବାସନକୁସନ କିଣନ୍ତୁ ନାହିଁ। ଏହା ଉପରେ ରାହୁ ପ୍ରଭାବ ରହିଥାଏ।
କାଚ ଜିନିଷ- ଧନତେରସ୍ରେ କାଚରେ ନିର୍ମିତ ଜିନିଷ ମଧ୍ୟ କିଣନ୍ତୁ ନାହିଁ। କାରଣ କାଚର ସମ୍ବନ୍ଧ ମଧ୍ୟ ରାହୁ ସହ ରହିଥାଏ ବୋଲି କୁହାଯାଏ। ଏହିକାରଣରୁ ଧନତେରସ୍ ସମୟରେ କାଚର ଜିନିଷ କିଣିବା ଅନୁଚିତ। ଏହି ଦିନ କାଚ ଜିନିଷ ମଧ୍ୟ ବ୍ୟବହାର କରିବା ଅନୁଚିତ।
ଚିନାମାଟି ଜିନିଷ- ଧନତେରସ୍ରେ ଚିନାମାଟିର କିଛି ଜିନିଷ କିଣନ୍ତୁ ନାହିଁ। ଏହା କିଣିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ।
ପ୍ଲାଷ୍ଟିକ ଜିନିଷ- ଏହି ଦିନରେ ପ୍ଲାଷ୍ଟିକର କୌଣସି ଜିନିଷ ଘରକୁ କିଣି ଆଣନ୍ତୁ ନାହିଁ। ଏହାଦ୍ୱାରା ଘରେ ସୁଖ ସମୃଦ୍ଧିରେ ବାଧା ଆସିଥାଏ।
ଧାରୁଆ ବସ୍ତୁ - ଧନତେରସ୍ରେ ଦିନ ଧାରୁଆ ବସ୍ତୁ କିଣିବା ଠାରୁ ଦୂରେଇ ରୁହନ୍ତୁ। ଏହି ଦିନ ଛୁରୀ, ପିନ୍, ଛୁଞ୍ଚି କିମ୍ବା କୌଣସି ତୀକ୍ଷ୍ଣ ଜିନିଷ କିଣିବାରୁ ନିବୃତ୍ତ ରୁହନ୍ତୁ।
ପିତଳ ବାସନ- ‘ଧନତେରସ୍’ରେ ଏକ ପିତଳ ବାସନ କିଣି ଘରକୁ ଆଣନ୍ତୁ। ତା’ ଉପରେ କିଛି ଅରୁଆ ଚାଉଳ ଓ ମିଠା ରଖନ୍ତୁ। ଏହାକୁ ଘରେ ରଖନ୍ତୁ। ଏପରି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି ଓ ଘରେ ଧନର ଅଭାବ ରହି ନଥାଏ।
ଝାଡ଼ୁ- ‘ଧନତେରସ୍’ରେ ଘରକୁ ଝାଡୁ କିଣି ଆଣନ୍ତୁ। ଏହା କିଣିବା ଦ୍ୱାରା ଲକ୍ଷ୍ମୀ ମା’ ସନ୍ତୁଷ୍ଟ ହୋଇଥା’ନ୍ତି।
ସୁନାଚାନ୍ଦିର ମୁଦ୍ରା- ଏହି ଦିନ ଘରକୁ ସୁନାଚାନ୍ଦିର ମୁଦ୍ରା କିଣି ଆଣନ୍ତୁ। ଏହା କିଣିବା ଦ୍ୱାରା ବ୍ୟବସାୟରେ ଅଧିକ ଲାଭ ମିଳିଥାଏ। ଘରେ ମଧ୍ୟ ପଇସାର ଅଭାବ ଦେଖାଯାଇନଥାଏ।
ଧନିଆ- ଧନତେରସ୍ରେ ଘରକୁ ଧନିଆ କିଣି ଆଣିଲେ ଶୁଭ ଫଳ ମିଳିଥାଏ। ଏହି ଧନିଆକୁ ମା’ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣକଲେ ମା’ଙ୍କ କୃପା ମିଳିଥାଏ। ବର୍ଷ ତମାମ ଘରେ ଆର୍ଥିକ ଅନାଟନ ଘରେ ଦେଖାଯାଇନଥାଏ।
ତେବେ ରାଜ୍ୟରେ ଗ୍ରୀନ କ୍ରାକର୍ସ ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି। ଗ୍ରୀନ କ୍ରାକର୍ସକୁ ଲୋକମାନେ କେତେ ବେଳେ ଫୁଟାଇ ପାରିବେ, ତା’ର ସମୟସୀମା ଧାର୍ଯ୍ୟ କରାଯାଇଛି। ଲୋକମାନେ ମାତ୍ର ୨ ଘଣ୍ଟା ପାଇଁ ଦୀପାବଳିରେ ଗ୍ରୀନ କ୍ରାକର୍ସ ଫୁଟାଇ ପାରିବେ ବୋଲି ସରକାର କହିଛନ୍ତି। ଏହାବାଦ ଛଟ, ଖ୍ରୀଷ୍ଟିମାସ ଓ ନୂଆବର୍ଷରେ କେତେ ସମୟ ଗ୍ରୀନ କ୍ରାକର୍ସ ବ୍ୟବହାର ହେବ, ତା’ର ସମୟସୀମା ବି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି।
ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି, ଦୀପାବଳିରେ ଲୋକମାନେ ରାତି ୮ଟାରୁ ୧୦ ଯାଏ, ଛଟପୂଜାରେ ସକାଳ ୬ଟାରୁ ସକାଳ ୮ଟା, ଖ୍ରୀଷ୍ଟମାସ ଓ ନୂଆବର୍ଷରେ ରାତି ୧୧.୫୫ରୁ ୧୨.୩୦ ଅର୍ଥାତ ୩୫ ମିନିଟ୍ ପାଇଁ ବାଣ ଫୁଟାଇ ପାରିବେ। ଏହି ସମୟରେ କେବଳ ଗ୍ରୀନ କ୍ରାକର୍ସକୁ ବ୍ୟବହାର ପାଇଁ ଅନୁମତି ମିଳିବ। ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ରାୟକୁ ଆଧାର କରି ବେଙ୍ଗଲ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏପରି ନିର୍ଦ୍ଦେଶ ଦେଇଛି।
ବାଣ ଫୁଟିବା ଦ୍ୱାରା ଏଥିରୁ ବିଭିନ୍ନ ପ୍ରକାରର କେମିକାଲ ଗ୍ୟାସ ନିର୍ଗତ ହୋଇଥାଏ। ଏହା ଲୋକଙ୍କ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ବିଶେଷ କରି ଏବେ କୋଭିଡ ପିରିୟଡ ଚାଲିଥିବାରୁ ହୋମ ଆଇସୋଲେସନରେ ଥିବା ଲୋକମାନେ ବାଣ ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣରେ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ବେଙ୍ଗଲ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ ଲଗାଇଥିବା କହିଛନ୍ତି।
ପ୍ରଭୂ ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ପଇତା, ରଙ୍ଗ, ଶୁଣ୍ଢ, ବାହନ, ଅସ୍ତ୍ରଶସ୍ତ୍ର ଏବଂ ହାତର ସଂଖ୍ୟା ତଥା ଆକୃତି ଉପରେ ଧ୍ୟାନ ରଖି କିଣିବା ଉଚିତ। ବସିଥିବା ଗଣେଶ ଭଗବାନଙ୍କ ପ୍ରତିମା ଘରକୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ଏଭଳି ଗଣେଶ ମୂର୍ତ୍ତୀଙ୍କୁ ପୂଜା କଲେ ଧନ ଲାଭ ଏବଂ କାର୍ଯ୍ୟରେ ଥିବା ବାଧା ଦୂର ହୋଇଥାଏ।
ଗଣେଶ ଭଗବାନଙ୍କୁ ବକ୍ରତୁଣ୍ଡ ବୋଲି ମଧ୍ୟ ସମ୍ବୋଧନ କରାଯାଏ। ଏଣୁ ମୂର୍ତ୍ତି କିଣିବା ବେଳେ ଧ୍ୟାନ ରଖିବେ ଗଣେଶଙ୍କ ଶୁଣ୍ଢ ମୋଡ଼ି ହୋଇଥିବା ଆବଶ୍ୟକ। ଏଭଳି ପ୍ରତିମା ପୂଜା କଲେ ଗଣପତି ପ୍ରସନ୍ନ ହୁଅନ୍ତି। ହାତରେ ମୋଦକ ଧରିଥିବା ପ୍ରତିମୂର୍ତ୍ତିଙ୍କୁ ପୂଜା କଲେ ସୁଖ, ସମ୍ପତ୍ତି ପ୍ରାପ୍ତ ହୁଏ ବୋଲି ମାନ୍ୟତା ରହିଛି।
ଦୀପାବଳି ଅବସରରେ ଯେଉଁ ଗଣେଶ ମୂର୍ତ୍ତିରେ ତାଙ୍କ ବାହାନ ମୂଷା ନ ଥିବ ସେଭଳି ମୂର୍ତ୍ତି ଘରେ ଆଦୌ ପୂଜା କରନ୍ତୁ ନାହିଁ। ବାହାନ ବିନା ଗଣେଶ ମୂର୍ତ୍ତିଙ୍କୁ ପୂଜା କଲେ ଦୋଷ ଲାଗିଥାଏ। ଏଣୁ ମୂଷା ପିଠିରେ ବସିଥିବା କିମ୍ବା ବାହାନ ଭାବେ ମୂଷା ସଙ୍ଗରେ ଥିବା ଗଣେଷ ମୂର୍ତ୍ତି ହିଁ ପୂଜା କରନ୍ତୁ।
ସେହିଭଳି ମା' ଲକ୍ଷ୍ମୀଙ୍କୁ ଯଦି ବିଷ୍ଣୁ ଏବଂ ଗଣେଶଙ୍କ ସହ ପୂଜା କରୁଛନ୍ତି, ତେବେ ଗଣେଶ ମା' ଲକ୍ଷ୍ମୀଙ୍କ ଡାହାଣ ପଟେ ଏବଂ ବିଷ୍ଣୁ ଲକ୍ଷ୍ମୀଙ୍କ ବାମ ପଟେ ସ୍ଥାପନା କରିବେ। ଠିକ୍ ଢଙ୍ଗରେ ପୂଜା କଲେ ମା' ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।
ପୂଜା ସ୍ଥାନରେ ଲକ୍ଷ୍ମୀଙ୍କ ଦୁଇଟି ମୂର୍ତ୍ତି କେବେ ବି ରଖନ୍ତୁ ନାହିଁ। ମା'ଙ୍କ ଦୁଇଟି ମୂର୍ତ୍ତି ପାଖାପାଖି ଆଦୌ ରଖିବେ ନାହିଁ। ନଚେତ ଘରେ କଳହ ସୃଷ୍ଟି ହୋଇଥାଏ।
ସିଂହାସନରେ ବସିଥିବା ଗଜାନନ ଆଉ ମା' ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତିର ଚାହିଦା ସବୁଠାରୁ ଅଧିକ। ଲକ୍ଷ୍ମୀ ମା'ଙ୍କୁ ପଦ୍ମ ଫୁଲ ସବୁଠାରୁ ପ୍ରିୟ। ଏଣୁ ପଦ୍ମ ସିଂହାସନରେ ବସିଥିବା ମା'ଙ୍କ ମୂର୍ତ୍ତି ପୂଜା କରନ୍ତୁ।
ପାର୍ବଣ ଆସିଲେ ବିଉଟି ପାର୍ଲରରେ ଭଲ ଭଲ ଅଫର୍ ମଧ୍ୟ ମିଳିଥାଏ। ଏଣୁ ଏଥର ଦୀପାବଳିରେ ଯଦି ଆପଣ ପାର୍ଲର ଯାଇ ଫେସିଆଲ୍ କରିବା କଥା ଭାବୁଛନ୍ତି ଟିକେ ଅଧିକ ସତର୍କ ରହିବେ ନିଶ୍ଚୟ। କାରଣ କରୋନା ସଂକ୍ରମଣ ଭିତରେ ଏଥର ଆମେ ସମସ୍ତେ ଉତ୍ସବ ପାଳିବେ। ତା' ମାନେ ଏହା ନୁହେଁ ଯେ ଆମେ ନିଜର ଯତ୍ନ ନେଇ ପାରିବା ନାହିଁ। ତେବେ ଆସନ୍ତୁ ଜାଣିବା ଦୀପାବଳି ସମୟରେ ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବା ସହ କେଉଁ କେଉଁ ଦିଗ ପ୍ରତି ସତର୍କ ରହିବା...
ଦୀପାବଳିରେ ଘରକୁ ତ ପରିଷ୍କାର କଲେ। ହେଲେ ଆପଣଙ୍କ ପାର୍ଲର ବି ପରିଷ୍କାର ତ? କରୋନା ସଙ୍କଟ ଲାଗି ରହିଥିବାରୁ ଆପଣ ପାର୍ଲରର ଅଫରକୁ ଦେଖି ସ୍ୱଚ୍ଛତାକୁ ଅଣଦେଖା କରିବା ଆଦୌ ଉଚିତ୍ ନୁହେଁ। ଅଫର୍ ମିଳୁ ବା ନ ମିଳୁ, ପାର୍ଲର୍ ପରିଷ୍କାର ହେବା ନିହାତି ଆବଶ୍ୟକ। କରୋନା ନିୟମକୁ ସେଠାରେ ପାଳନ କରାଯାଉଛି କି ନାହିଁ ତାହା ମଧ୍ୟ ଦୃଷ୍ଟିରେ ରଖନ୍ତୁ।
ଘରୁ ବାହାରିଲା ମାନେ ନିଜ ସହ ସାନିଟାଇଜର ନେଇ ବାହାରନ୍ତୁ। ପାରୁଛନ୍ତି ଯଦି ଡିସଇନଫେକ୍ଟାଣ୍ଟ ମଧ୍ୟ ନେଇପାରିବେ। ପାର୍ଲରରେ ଯେଉଁ ସ୍ଥାନକୁ ବ୍ୟବହାର କରିବେ, ସେହି ସ୍ଥାନକୁ ଡିସଇନଫେକ୍ଟ କରି ବ୍ୟବହାର କରନ୍ତୁ। ଆଉ ଯଦି ପାର୍ଲରରେ ଭିଡ଼ ଅଧିକ ଥାଏ, ତେବେ ନିଜର ବୁକିଂ ବାତିଲ କରି ଅନ୍ୟ ଦିନ ପାଇଁ ଅନୁରୋଧ କରନ୍ତୁ। କିନ୍ତୁ କଦାପି ଗହଳି ସ୍ଥାନକୁ ଯାଇ ନିଜ ପାଇଁ ସମସ୍ୟାକୁ ନିମନ୍ତ୍ରଣ ଦିଅନ୍ତୁ ନାହିଁ।
ଯଦିଓ ପରିସ୍ଥିତିକୁ ଦେଖି ସମସ୍ତେ ସତର୍କ ହୋଇଗଲେଣି। ତଥାପି ଆପଣ ନିଜ ତରଫରୁ ଧ୍ୟାନ ରଖନ୍ତୁ ଯେପରି ପାର୍ଲର ସେବା ପ୍ରଦାନକାରୀ ଫେସଶିଲ୍ଡ ନିଶ୍ଚୟ ପିନ୍ଧିଥିବେ। ଖାଲି ଏତିକି ନୁହେଁ, ଆପଣଙ୍କ ଫେସିଆଲ କରିବା ସମୟରେ କର୍ମଚାରୀ ହାତରେଗ୍ଲବସ୍ ପିନ୍ଧିଛନ୍ତି କି ନାହିଁ ସେଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ। ସେହିପରି ପାର୍ଲରରେ ଉପସ୍ଥିତ ଅନ୍ୟ ଗ୍ରାହକ ତଥା କର୍ମଚାରୀମାନେ ମଧ୍ୟ ମାସ୍କ ପିନ୍ଧିଛନ୍ତି କି ନାହିଁ ଦୃଷ୍ଟି ଦେବେ। ତେବେ କେହି ଯଦି ନାକ ତଳକୁ ମାସ୍କ ଖସାଇ କିମ୍ବା କାନରେ ଝୁଲାଇ ଭୁଲ୍ ଢଙ୍ଗରେ ଯଦି ମାସ୍କ ପିନ୍ଧିଥାନ୍ତି, ତେବେ ନିଶଙ୍କୋଚରେ ସେମାନଙ୍କୁ ମାସ୍କ ଠିକ୍ ଢଙ୍ଗରେ ପିନ୍ଧିବାକୁ ଅନୁରୋଧ କରନ୍ତୁ। ଏହାସହ ମାସ୍କ ନ ପିନ୍ଧିଥିବା ଲୋକମାନଙ୍କଠାରୁ ଦୂରରେ ରହିବା ସହ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ।