ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ। ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି।
ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି। ସେହିପରି ଅନ୍ୟ କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେବଳ ଅନଲାଇନ ଆବେଦନକୁ ହିଁ ସ୍ୱୀକୃତି ମିଳିଛି। ବିହାର, ୟୁପି ଏବଂ ରାଜଧାନୀ ଦିଲ୍ଲୀ-ଏନସିଆରରେ ଏହି ସୁବିଧା ଆରମ୍ଭ ହୋଇଛି । ଦୁର୍ଘଟଣା ରୋକିବା ପାଇଁ ମଧ୍ୟପ୍ରଦେଶର ପ୍ରତିଟି ଜିଲ୍ଲରେ ଡ୍ରାଇଭିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେବା ପରେ ଅନଲାଇନ ଜରିଆରେ ନିଜ ଲାଇସେନ୍ସ ପାଇ ପାରୁଛନ୍ତି।
ଲାଇସେନ୍ସ ସମ୍ବନ୍ଧୀୟ ସେବାଗୁଡିକ ପାଇଁ ଆପଣଙ୍କୁ ପରିବହନ ବିଭାଗର ୱେବସାଇଟକୁ ଯାଇ ଡ୍ରାଇଭିଂ ଲାଇସେନ୍ସ ସେବା ଉପରେ କ୍ଲିକ୍ କରିବାକୁ ପଡିବ। ଫର୍ମ ପୂରଣ କରିବା ସମୟରେ DL ନମ୍ବର ସହିତ ଆପଣଙ୍କୁ ଅଧିକ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ। ଡ୍ରାଇଭିଂ ଲାଇସେନ୍ସ ସହିତ ଜଡିତ ଅଧିକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ। ଆରଟିଓ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ହେବ। ଏହା ପରେ ଆପଣଙ୍କ ଲାଇସେନ୍ସ ନବୀକରଣ ହେବ।
କରୋନା ମହାମାରୀ ଯୁଗ ଡ୍ରାଇଭିଂ ଲାଇସେନ୍ସରେ ଅନେକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଆବେଦନକାରୀଙ୍କୁ କେବଳ ଅନଲାଇନ୍ ପରୀକ୍ଷାରେ ଭାଗ ନେବାକୁ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡିବ। ଏଥିରେ ୧୦ମିନିଟର ପରୀକ୍ଷାରେ ଟ୍ରାଫିକ ନିୟମ ବିଷୟରେ ୧୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣଙ୍କୁ ଅତି କମରେ ୬ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହା ପରେ, ଆପଣ ନିଜେ ଘରେ ବସି ଲାଇସେନ୍ସକୁ ପ୍ରିଣ୍ଟ କରିପାରିବେ।
ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସରଳୀକରଣ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ପରିଚାଳନା କରିବେ।
ସେହିଭଳି ପରୀକ୍ଷାର ମାନ ବୃଦ୍ଧି କରାଯିବ। ଏଲ୍ଏଲ୍ରେ ପୂର୍ବରୁ ୧୦ଟି ପ୍ରଶ୍ନ ପଚରା ଯାଉଥିବା ବେଳେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପ଼ଡ଼ିବ । ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ। ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ପଢ଼ନ୍ତୁ : ସୁନା ଦୋକାନୀଙ୍କ ମୁଣ୍ଡକୁ ଗୁଳିମାଡ଼
ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା ୨୨ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହେବ। ସେମାନେ ଚଳିତ ମାସ ୨୯ରୁ ଟେଷ୍ଟ ଦେବେ। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମ ପାଳନ ନେଇ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଆବେଦନକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଆବେଦନକାରୀଙ୍କୁ ଟେଷ୍ଟ ସେଣ୍ଟର ଭିତରକୁ ନିଜ ସାଙ୍ଗସାଥି କିମ୍ବା ସଂପର୍କୀୟଙ୍କୁ ଆଣିବାକୁ ବାରଣ କରାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନରୁ କେହି ଆବେଦନକାରୀ ଟେଷ୍ଟ୍ ପାଇଁ ଆସିଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ନିର୍ଦ୍ଦେଶ ରହିଛି।