ବର୍ଷକ ମଧ୍ୟରେ ବୋର୍ଡ ପରୀକ୍ଷା ପାଇଁ ପିଲାମାନଙ୍କୁ ଗୋଟିଏ ସୁଯୋଗ ମିଳୁଥିବାରୁ ସେମାନେ ଅତ୍ୟଧିକ ଚାପରେ ରହୁଛନ୍ତି। ଏହାକୁ ଦୂର କରିବା ପାଇଁ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା କରାଯାଇଛି।
ପିଟିଆଇକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଠିକ୍ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ଭଳି ପିଲାମାନଙ୍କ ପାଖରେ ବର୍ଷକ ମଧ୍ୟରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାର ବିକଳ୍ପ ରହିବ। ସେମାନେ ସର୍ବଶ୍ରେଷ୍ଠ ମାର୍କକୁ ଚୟନ କରିପାରିବେ।
କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଅପସନାଲ। ଏହା ଆଦୌ ବାଧ୍ୟତାମୂଳକ ନୁହେଁ। ପିଲାମାନେ ସବୁବେଳେ ଭାବନ୍ତି ଯେ ଗୋଟିଏ ବର୍ଷ ନଷ୍ଟ ହେଇଗଲା। ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ। ସେମାନେ ଆହୁରି ଭଲ ପ୍ରଦର୍ଶନ କରିପାରିଥାଆନ୍ତେ ଇତ୍ୟାଦି। ଏସବୁ କଥା ଭାବି ଚାପ ଅନୁଭବ କରନ୍ତି। ତେଣୁ ଗୋଟିଏ ପରୀକ୍ଷାର ଚାପକୁ ହ୍ରାସ କରିବା ପାଇଁ ନୂଆ ବିକଳ୍ପ ଲାଗୁ କରାଯାଇଛି।
ଯଦି ଜଣେ ପିଲା ନିଜ ପାଠପଢ଼ାକୁ ନେଇ ସନ୍ତୁଷ୍ଟ ଅଛନ୍ତି ଓ ସେ ରଖିଥିବା ମାର୍କରେ ସେ ଖୁସି ଅଛନ୍ତି, ତା’ହେଲେ ସେ ଦ୍ୱିତୀୟ ପରୀକ୍ଷା ଚାହିଁଲେ ଦେଇ ପାରିବେ ନାହିଁ। କିଛି ବି ବାଧ୍ୟତାମୂଳକ ନୁହେଁ।”
ଅଗଷ୍ଟ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଅ ପାଠ୍ୟ ଖସଡ଼ାରେ ଏଣିକି ପିଲାମାନେ ବର୍ଷକୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦୁଇ ଥର ଦେଇପାରିବେ ବୋଲି କୁହାଯାଇଥିଲା।
ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, ଗତ ୧୬ ତାରିଖରେ ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ ଜଣ ଯୁବକ JE ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ସ୍ୱୀକାର କରିଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କ ଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ଓଡ଼ିଶା ସହିତ ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ବି ସେମାନେ ଏହି ରାକେଟ୍ ଚଳାଇଥିଲେ।
ଏହାର ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି ଏବଂ ସେ ରାଜ୍ୟ ବାହାରେ ରହିଛି। ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅନୁସନ୍ଧାନରୁ ସ୍ପଷ୍ଟ ହେବା ପରେ ସେ ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନକୁ
ଅବଗତ କରିଥିଲେ।
From https://t.co/88BsWY9Ebg
— Abhay ଅଭୟ अभय IPS ( Retd) (@abhayips86) July 23, 2023
Cancellation of JE Civil Main Written Exam held on 16 July.
Fresh exam on 3rd Sep 2023. pic.twitter.com/jtv8PrOKmp
ଉତ୍ତରପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ(ୟୁପିଏସ୍ଏସ୍ଏସ୍) ଅଧ୍ୟକ୍ଷ ପ୍ରବୀର କୁମାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ନିଯୁକ୍ତି ପରୀକ୍ଷାରେ ପ୍ରଶାସନ ଦ୍ୱିତୀୟ କିମ୍ୱା ତୃତୀୟ ଷ୍ଟେଜ୍ରେ ନକଲି ପରୀକ୍ଷାର୍ଥୀଙ୍କୁ ଧରି ପାରୁଥିଲା। ମାତ୍ର ଏମିତି ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା ହୋଇଛି, ଯେଉଁଠି ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟରେ ହିଁ ପ୍ରାୟ ୨୦୦ ନକଲି ପରୀକ୍ଷାର୍ଥୀଙ୍କୁ ଧରାଯାଇଛି।
ଉତ୍ତରପ୍ରଦେଶରେ ବିଭିନ୍ନ ପରୀକ୍ଷାରେ ଜଡ଼ିତ ଥିବା ନକଲି ପରୀକ୍ଷାର୍ଥୀ ଓ ପେପର ଲିକ୍ ଗ୍ୟାଙ୍ଗକୁ ଧରିବା ପାଇଁ ୟୁପିଏସ୍ଏସ୍ଏସ୍ ତାହାର ପରୀକ୍ଷା ବ୍ୟବସ୍ଥାରେ ଅମୂଳଚୂଳ ପରିବର୍ତ୍ତନ କରିଥିଲା। ଯାହା ପରେ ଏହି ସଫଳତା ପାଇଛି। ଗତ ମାସରେ ୟୁପିର ୨୦ ଜିଲ୍ଲାରେ ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷା ହୋଇଥିଲା ବେଳେ ୟୁପି ଏସ୍ଟିଏଫ୍ ଏହି ମୁନାଭାଇ ମାନଙ୍କୁ ଗିରଫ କରିଛି।
ଏହି ଗ୍ୟାଙ୍ଗ ମୁଖ୍ୟତଃ ୪ଟି ତରିକାରେ ନିଜର ପ୍ରଭାବ ବିସ୍ତାର କରିଥିଲେ। ପ୍ରଥମଃ ପରୀକ୍ଷା ପୂର୍ବରୁ ପେପର ଲିକ୍ ହୋଇଥାଏ ଓ ଏହି ଗ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ନିକଟରେ ଏହାର ଉତ୍ତର ପହଞ୍ଚାଇ ମୁନାଫା ପାଉଥିଲେ। ଦ୍ୱିତୀୟତଃ ଅସଲ ପରୀକ୍ଷାର୍ଥୀ ପରୀକ୍ଷାରେ ନବସି ତାହା ସ୍ଥାନରେ ନକଲି ପରୀକ୍ଷାର୍ଥୀ ବସୁଥିଲା। ତୃତୀୟତଃ ବିଭିନ୍ନ ଅଧୁନିକ ଉପକରଣ ଜରିଆରେ ପରୀକ୍ଷାରେ ବସିଥିବା ପରୀକ୍ଷାର୍ଥୀକୁ ଶୁଣି କିମ୍ବା ଦେଖି ପାରିବା ଭଳି ଉତ୍ତର ବତାଇ ଦିଆଯାଇଥାଏ। ଚତୁର୍ଥରେ ପରୀକ୍ଷାର୍ଥୀର ଏମ୍ଆରସିଟ୍ରେ ପରିବର୍ତ୍ତନ କରି ତାକୁ ପରୀକ୍ଷା ପାସ୍ କରାଇବାକୁ ଚେଷ୍ଟା କରାଯାଇଥାଏ। ଯାହାକୁ ରୋକିବାକୁ ପ୍ରୟାସ କରାଯାଇଛି।
ପେପର ଲିକ୍ ରୋବାକୁ ପରୀକ୍ଷାଦିନ ସକାଳୁ ମଲଟିପୁଲ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉଛି। ପରୀକ୍ଷା ସିଟିଂର କେଉଁ ପାଳିରେ କେଉଁ ପ୍ରଶ୍ନ ସେଟ୍ ବ୍ୟବହାର ହେବ ତାହା ଏହିଦିନ ସକାଳୁ ସ୍ଥିର ହୋଇଥାଏ। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଥିଲେ ସକାଳ ୫ଟାରେ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ ହୋଇଥାଏ। ମାଜିଷ୍ଟ୍ରେଟ୍ ଓ ପୁଲିସ ସୁରକ୍ଷାରେ ଏହାକୁ ପରୀକ୍ଷାକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚା ଯାଇଥାଏ। ଏହାଛଡ଼ା ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ଟ୍ୟାମ୍ପର ପ୍ରୁଫ୍ ଲଫାପ ଭିତରେ ଥିବା ପ୍ରଶ୍ନପତ୍ର ଓ ଆରଏମ୍ସିଟ୍ ଦିଆଯିବ। ସେହିପରି ପେପ୍ର ଲିକ୍ ରୋକିବାକୁ ଗୋଟିଏ ସଂସ୍ଥାକୁ ଦାୟିତ୍ୱ ପ୍ରଶ୍ନପତ୍ର ଛାପିବା ଠାରୁ ଆରମ୍ଭ କରି ମାର୍କସିଟ୍ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ଦିଆ ନ ଯାଇ ବିଭିନ୍ନ ସଂସ୍ଥାକୁ ଭିନ୍ନଭିନ୍ନ କାମ ଦିଆଯାଉଛି। ବାୟୋମେଟ୍ରିକ୍, ସିସିଟିଭି, ସିକ୍ୟୁରିଟି, ଫ୍ରିସ୍କିଙ୍ଗ୍, କ୍ରେନିଙ୍ଗ ପ୍ରଭୃତି କାମ ଭିନ୍ନଭିନ୍ନ ସଂସ୍ଥାକୁ ଦିଆଯାଉଛି। ସେହିପରି ଏବେ ପ୍ରଶ୍ନପତ୍ର ଉପରେ ସିରିଜ୍ ନମ୍ୱର ଛାପିବା ବନ୍ଦ କରି ଦିଆଯାଇଛି। ସେହିପରି ପ୍ରିନ୍ସପାଲ ରୁମ୍କୁ ଯିବା ପୂର୍ବରୁ ହିଁ ପରୀକ୍ଷା ଗୃହରେ ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷାର ଏମ୍ଆରସିଟ୍ ଓ ପ୍ରଶ୍ନପତ୍ରକୁ ସିଲ୍ ବନ୍ଦ କରି ଦିଆଯାଉଛି।
ପୂର୍ବରୁ ପରୀକ୍ଷାର୍ଥୀ ଅଙ୍ଗୁଠି ଜରିଆରେ ବାୟୋମେଟ୍ରିକ୍ ଉପସ୍ଥାନ ନିଆଯାଉଥିବା ବେଳେ ଏବେ ଆଖିର ସ୍କାନିଂ ଯୋଡ଼ା ଯାଇଛି। ବାୟୋମେଟୟିକ୍ ସହ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ମଧ୍ୟ ନିଆଯାଉଛି। ଏହି ଫଟୋ ସହ ଫର୍ମରେ ନିଆଯାଇଥିବା ଫଟୋ ସହ ମେଳ କରାଯାଉଛି। ଯାହା ଆଟିଫିସିଆଲ ଇଣ୍ଟିଲିଜେନ୍ସ(ଏଆଇ) ସପ୍ଟୱେୟାର ଡିଟେକ୍ଟର କରୁଛି। ଯଦି ପରୀକ୍ଷାର୍ଥୀଙ୍କ ଫଟୋ ଠିକ୍ ଭାବେ ମ୍ୟାଚ୍ ନହେବ ଏହି ଏଆଇ ସପ୍ଟୱେରା ସନ୍ଦିଗ୍ଧ ବୋଲି ଘୋଷଣା କରିଦେବ। ଯାହାପରେ ପରୀକ୍ଷା ବ୍ୟବସ୍ଥାର ଦ୍ୱିତୀୟ ଥର ପାଇଁ ଯାଞ୍ଚ ହୋଇଥାଏ।
ଏହି ପ୍ରଳାଳୀକୁ ବ୍ୟବହାର କରି ଗତ ମାସରେ ହୋଇଥିବା ଗ୍ରାମ ପଞ୍ଚାୟତ ଅଧିକାରୀ ଚୟନ ପରୀକ୍ଷାରେ ୨୦୦ ମୁନା ଭାଇଙ୍କୁ ଧରାଯାଇଛି। ଯେଉଁମାନେ ଆଧୁନିକ କୌଶଳ ପ୍ରୟୋଗ କରି ପରୀକ୍ଷାରେ ଅପରାଧ କରିବା ପରେ ଖସି ଯାଉଥିଲେ, ସେମାନେ ଧରାପଡ଼ି ଯାଉଛନ୍ତି। ଅନେକ ପରୀକ୍ଷାର୍ଥୀ କାନରେ ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର କରି କପି କରିବାକୁ ଚେଷ୍ଟା କରୁଥିଲେ ସେମାନେ ମଧ୍ୟ ଏଆଇ ହାତରୁ ଖସିପାରୁନାହାନ୍ତି। ଏହାଛଡ଼ା ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ପାଇଁ ଏସ୍ଟିଏଫ୍ର ମଧ୍ୟ ସହାୟତା ନିଆଯାଉଛି ବୋଲି ପ୍ରବୀର କୁମାର କହିଛନ୍ତି।
ଯେଉଁ ପ୍ରାର୍ଥୀ ଥରେ ଓଟିଇଟିରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ ଓଟିଇଟିରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ।
ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
In a major relief for candidates applying for elementary school teacher posts, #Odisha Govt has extended the validity period of Odisha Teacher Eligibility Test (OTET) qualifying certificates for lifetime. #5T pic.twitter.com/Ey56Z9cWub
— CMO Odisha (@CMO_Odisha) May 12, 2023
କୋଭିଡ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରିଥିବା ନୟାଗଡ ଜିଲ୍ଲାର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଏବଂ ନବରଙ୍ଗପୁରର ସଚ୍ଚିଦାନନ୍ଦ ଶତପଥୀଙ୍କ ଦୁଇଟି ପୃଥକ ଆବେଦନକୁ ଗ୍ରହଣକରି ହାଇକୋର୍ଟ ଜବାବ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାସହ ଏହି ଅଙ୍କୁଶ ଲଗାଇଛନ୍ତି.।
କୋଭିଡ ସମୟରେ ଠିକାରେ ୧୦୦ ଦିନରୁ ଅଧିକ ସମୟ ସେବା ଯୋଗାଇଥିବା ବିଭିନ୍ନ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ୨୦୨୧ ମସିହା ମେ’ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଏବଂ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ବେଖାତିର କରି ଚୟନ ପ୍ରକ୍ରିୟା ଜାରି ରଖିଥିବା ଅଭିଯୋଗ ହୋଇଥିଲା। ଏନେଇ ସୂଚନା ଦେଇଛନ୍ତି ଆବେଦନାକାରୀଙ୍କ ଓକିଲ ରମାକାନ୍ତ ଷଡ଼ଙ୍ଗୀ।
ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଏସପି, ଜିଳ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ତ୍ରୁଟିଶୂନ୍ୟ ମାଟ୍ରିକ ପରୀକ୍ଷା ପରିଚାଳନା କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମୁତୟନ, ପ୍ରଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ଘଣ୍ଟିଆ ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ, ପିଇବା ପାଣି ଓ ବିଦ୍ୟୁତର ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ଆଜିଠୁ ପ୍ରଶ୍ନପତ୍ରଗୁଡ଼ିକ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା । ପରୀକ୍ଷା ନିମନ୍ତେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ପୁଲିସ ଷ୍ଟେସନକୁ ମିଶାଇ ମୋଟ ୨୨ଟି ପୁଲିସ ଷ୍ଟେସନ ସମେତ ୩୧୬ଟି ନୋଡାଲ ସେଂଟର କରାଯାଇଛି । ପରୀକ୍ଷା ଶେଷ ହେବା ପରେ ୫୬ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।
ଗୋଧ୍ରା ଓ ଜାମନଗରରେ ପରୀକ୍ଷାର୍ଥୀ ରାସ୍ତାକୁ ଓହ୍ଲାଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଏହି ବିରୋଧ ପ୍ରଦର୍ଶନ ନିଆଁରେ ଘିଅ ଢ଼ାଳିଛନ୍ତି। ପେପର୍ ଲିକ୍ ଘଟଣା ବିରୋଧରେ ସେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍ କରି ଗୁଜରାଟରେ ପ୍ରାୟତଃ ସମସ୍ତ ପରୀକ୍ଷା ପେପର୍ ଲିକ୍ କାହିଁକି ହେଉଛି? ଯୁବପିଢ଼ିଙ୍କ ଭବିଷ୍ୟତକୁ ଏଭଳି କାହିଁକି ନଷ୍ଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।
गुजरात ATS पिछले 3-4 दिन से पेपर लीक मामलों से जुड़े लोगों पर नजर रख रही थी। वडोदरा से 15 आरोपियों को प्रश्नपत्रों के साथ गिरफ्तार किया है। लाखों छात्रों के भविष्य को ध्यान में रखकर सरकार ने परीक्षा रद्द करने का फैसला किया। मामले में आगे की जांच जारी है: SP सुनील जोशी, गुजरात ATS https://t.co/V1gNK0OWv2 pic.twitter.com/LdbErJadEw
— ANI_HindiNews (@AHindinews) January 29, 2023
ଗୁଜରାଟରେ ଆଜି ୩,୩୫୦ଟି ସ୍ଥାନରେ ଏହି ପରୀକ୍ଷା ହେବାର ଥିଲା। ପ୍ରାୟ ୯ ଲକ୍ଷ ୫୦ ହଜାରରୁ ଅଧିକ ପ୍ରାର୍ଥୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। ସକାଳ ୧୧ଟାରେ ଏହି ପରୀକ୍ଷା ହେବାର ଥିଲା। କିନ୍ତୁ ହଠାତ୍ ପ୍ରଶ୍ନ ପେପର୍ ଲିକ୍ ହେବା ଯୋଗୁ ଉକ୍ତ ଜୁନିଅର୍ କ୍ଲର୍କ ପରୀକ୍ଷାକୁ ରଦ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରଶ୍ନ ପେପର୍ ଲିକ୍ ମାମଲାରେ ପୁଲିସ ବଡୋଦରାରୁ ୧୫ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୟନରେ ରଖି ଏହି ପରୀକ୍ଷାକୁ ରଦ୍ଦ କରାଯାଇଥିବା ଗୁଜରାଟ ଏଟିଏସ୍ର ଏସ୍ପି ସୁନୀଲ ଯୋଶୀ କହିଛନ୍ତି। ପୁଣି ଥରେ ଏହି ପରୀକ୍ଷା କେବେ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ପରୀକ୍ଷା ରଦ୍ଦ ହେବା ଯୋଗୁ ଲକ୍ଷ ଲକ୍ଷ ଯୁବପିଢ଼ି ନିରାଶ ହୋଇଛନ୍ତି।
ଏହାପୂର୍ବରୁ ରାଜସ୍ଥାନରେ ଗ୍ରେଡ-୨ ଶିକ୍ଷକ ଭର୍ତ୍ତିର ଜେନେରାଲ ନଲେଜ ପେପର୍ ଲିକ୍ ହୋଇଥିଲା। ଏହି ପରୀକ୍ଷା ପାଇଁ ପ୍ରାୟ ୧୩ ଲକ୍ଷ ଆଶାୟୀ ପ୍ରାର୍ଥୀ ରେଜିଷ୍ଟ୍ରେସନ୍ କରିଥିଲେ।
ଅନ୍ଲାଇନ୍ ଆପ୍ଲିକେସନ୍ ଫର୍ମ www.samsodisha.gov.inରେ ଉପଲବ୍ଧ ହେବ। ଅଗଷ୍ଟ ୨ ତାରିଖ ସକାଳ ୧୧ଟାରୁ ଛାତ୍ରଛାତ୍ରୀମାନେ ଏହି ୱେବ୍ସାଇଟ୍କୁ ଯାଇ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।
ଅନ୍ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୪। ଅଗଷ୍ଟ ୧୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆଶାୟୀମାନେ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁ ୟୁଜି ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ବାହାରି ନଥିବ, ସେମାନେ ବି ଆବେଦନ କରିପାରିବେ।
ଅଗଷ୍ଟ ୨୦ ତାରିଖରୁ ଆଶାୟୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଅଗଷ୍ଟ ୨୩ରୁ ପରୀକ୍ଷା ଆରମ୍ଭ ହେବ। ଏହା ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। କେବଳ ସେପ୍ଟେମ୍ବର ୨୭ ଓ ୨୯ ତାରିଖରେ ପରୀକ୍ଷା ହେବ ନାହିଁ। ଅକ୍ଟୋବର ୧୨ ତାରିଖରେ ମେରିଟ୍ ଲିଷ୍ଟ୍ ପ୍ରକାଶ ପାଇବ।
କମନ ପିଜି ପ୍ରବେଶିକା ପରୀକ୍ଷା ସମ୍ପର୍କିତ ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ www.samsodisha.gov.in ଯାଆନ୍ତୁ।