ଆଜି ଶ୍ରୀ ମହାନ୍ତି ହୀରାକୁଦର ଜଳସ୍ତର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହୀରାକୁଦରେ ଆଜି ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ୍ ରହିଥିଲା। ଡ୍ୟାମକୁ ଏବେ ଇନଫ୍ଲୋ କମୁଛି। ଏହା ପାଖାପାଖି ସାଢ଼େ ୩ ଲକ୍ଷ କ୍ୟୁସେକ ରହିଛି। ଏବେ ୨୦ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି। ଆଗକୁ ଆଉ ଗେଟ ଖୋଲା ଯିବାର କୌଣସି ଯୋଜନା ନାହିଁ। ଜଳଭଣ୍ଡାରର ଜଳସ୍ତର ମଧ୍ୟ ଖସିବା ଆରମ୍ଭ କଲାଣି। ଆସନ୍ତକାଲି ସୁଦ୍ଧା ଜଳସ୍ତର ଆହୁରି କମିଯିବ। ଉପର ଓ ତଳ ମୁଣ୍ଡରେ ବର୍ଷା ନଥିବାରୁ ଆଗକୁ ଜଳସ୍ତର ହ୍ରାସ ପାଇବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବା ପରେ ତେରମାଣପୁରରେ ଘାଇ ହୋଇଥିଲା। ଏଥିଯୋଗୁ ଅନେକ ଗାଁ ଭିତରେ ପାଣି ପଶିଥିଲା। ଏ ସମ୍ପର୍କରେ ଶ୍ରୀ ମହାନ୍ତି କହିଛନ୍ତି ଯେ ତେରମାଣପୁରରେ ହୋଇଥିବା ଘାଇ ସମ୍ପର୍କରେ ଆମେ ସୂଚନା ପାଇଛୁ। ପାଣି ସେଠାରେ ମଧ୍ୟ ଖସିବାରେ ଲାଗିଛି। ମରାମତି କାମ ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତକାଲି ସୁଦ୍ଧା ମରାମତି ଶେଷ ହୋଇଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ଉପର ମୁଣ୍ଡରେ ପାଣି ଛଡ଼।ଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଉପୁଜିଛି ଏହି ସମସ୍ୟା। ସ୍ଥାନୀୟ ଲୋକେ ଓ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ପାଣିକୁ ଆୟତ ପାଇଁ ଉଦ୍ୟମ ଜାରି। ଭାର୍ଗବୀ ନଦୀକୁ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ନିଷ୍କାସିତ ହେଉଛି।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି। ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। ସେଠାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୩,୮୮,୯୩୧ କ୍ୟୁସେକ ଜଳ। ସେହିପରି ପ୍ରତିସେକେଣ୍ଡରେ ସେଠାରୁ ୩,୫୫,୭୯୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ମୋଟ ୧୭ଟି ଗେଟ୍ ଦେଇ ୩ଲକ୍ଷ ୩ହଜାର ୧୩୨କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୪୬ହଜାର ୪୨୪ କ୍ୟୁସେକ ଜଳ ପ୍ରବେଶ କରୁଛି । ମୁଣ୍ଡଳୀଠାରେ ୩.୩୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାବେଳେ କେବଳ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ଅପରାହ୍ନ ୫ଟା ସୁଦ୍ଧା ସେଠାରେ ଜଳସ୍ତର ୧୭.୩୯ଫୁଟ ରହିଥିଲା ।
ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ,କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ମୋଟ ୬୬ଟି ବ୍ଲକର ୪୦୮ଟି ପଂଚାୟତର ୧୪୨୫ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୫ଲକ୍ଷ ୬୧ହଜାର ୩୯୧ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୯୭୬୯ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୨୮ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୨ଟି ଜିଲ୍ଲାର ମୋଟ ୧୮୪୭ଟି ଘର ନଷ୍ଟ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୩.୩୮ଲକ୍ଷ ଲୋକ, ଯାଜପୁରରେ ୧.୦୨ଲକ୍ଷ ଲୋକ, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୩ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ପୁରୀରେ ମାତ୍ର ୧୫୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ସେହିପରି ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡରେ ମୋଟ ୧୧୭୩୦ଜଣ ଲୋକ ପ୍ରଭାବିତ ହୋଇଛି । ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୮୭ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୮୯୦ଟି ଘର ନଷ୍ଟ ହୋଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ସବୁ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତକାଲି ଓ ଆଜି ବିଶେଷ ବର୍ଷା ହୋଇନାହିଁ । କେନ୍ଦ୍ରାପଡ଼ାରେ ମହାନଦୀର କିଛି ଶାଖା ନଦୀଗୁଡ଼ିକରେ ଶୁକ୍ରବାର ଅପରାହ୍ନ ସୁଦ୍ଧା ପିକ୍ ବନ୍ୟା ଜଳ ପ୍ରବାହିତ ହୋଇସାରିଛି । ବନ୍ୟା ଯୋଗୁ ଯେଭଳି କୌଣସି ନଦୀ ବନ୍ଧ ନଭାଙ୍ଗେ ସେଥିପାଇଁ ଫିଲଡ୍ ଲେଭଲ୍ କର୍ମଚାରୀମାନେ ସତର୍କ ରହିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଆଉ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପୂର୍ବାନୁମାନ କରିନାହାନ୍ତି । ଉତ୍ତର ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ତେବେ ବର୍ଷା ଜଳ ହ୍ରାସ ପାଉଥିବାରୁ ପ୍ରଭାବିତ ଅଂଚଳରେ ଜଳବାହିତ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଫିଲଡ୍ ଲେଭଲ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତି ଯୋଗୁ କିଛି ଜରୁରୀ ପରିସ୍ଥିତି ଉପୁଜିଲେ ତା’ର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିସ୍ତୃତ ଗାଇଡଲାଇନ୍ ପଠାଯାଇଛି ଓ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ବନ୍ୟା ଯୋଗୁ ୧୫ଟି ଜିଲ୍ଲାର ପ୍ରାୟ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ ଏସବୁ ଜିଲ୍ଲାରେ ପ୍ରାୟ ୨ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ୍ର ୧୭ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ବେଳେ କୁଜଙ୍ଗ ବ୍ଲକ୍ର ୨୫, ରଘୁନାଥପୁର ଓ ନାଉଗାଁ ବ୍ଲକର ୨ଟି ଲେଖାଏଁ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି।
ଏହି ୪୬ଟି ସ୍କୁଲରୁ ୪୪ଟି ସ୍କୁଲକୁ ଆଜି ମଧ୍ୟ ବନ୍ଦ ରଖାଯାଇଥିଲା। ଏହି ତାଲିକାରେ ଆଜି ନାଉଗାଁ ବ୍ଲକର ୨ଟି ସ୍କୁଲକୁ ଯୋଡ଼ା ଯାଇଛି। ଫଳରେ ଆସନ୍ତାକାଲି ୪୬ଟି ସ୍କୁଲ୍ ଛୁଟି ବନ୍ଦ ରହିବ।
ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୧ଟି ଜିଲ୍ଲାର ମୋଟ ୧୩୬ଟି ବ୍ଲକର ୧୮୮୯ଟି ଗାଁ ଓ ୨୬ଟି ପୌରାଂଚଳର ୧୦୧ଟି ୱାର୍ଡର ମୋଟ ୪ଲକ୍ଷ ୧୧ହଜାର ୩୩୮ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୫୧୬୭୮ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ୮୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ମିଟର ଘାଇ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ ୨ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି । ଏସବୁ ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ବର୍ଷା କମିଛି ଓ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ଫୁଟ୍ ଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୯୨ହଜାର ୯୧୧କ୍ୟୁସେକ ଜଳ ପ୍ରବେଶ କରୁଛି ୭ଟି ଗେଟ ଦେଇ ୧ଲକ୍ଷ ୫୬ହଜାର ୬୭୬କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୨.୮୨ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ କଟକରର ନରାଜଠାରେ ମହାନଦୀର ଜଳସ୍ତର ୨୫.୭୨ଫୁଟ ଥିବାବେଳେ ଏଠାରେ ବିପଦ ସଙ୍କେତ ୨୫.୪୧ଫୁଟ ରହିଛି । ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ବୈତରଣୀର ଜଳସ୍ତର ୧୭.୯୪ଫୁଟରେ ପ୍ରବାହିତ ହେଉଛି । ଅନ୍ୟ କୌଣସି ସ୍ଥାନରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିନି ।
ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡ ପ୍ରଭାବିତ ହୋଇଛି । ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସେହିପରି ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୫୭ଟି ବ୍ଲକର ୩୯୮ଟି ପଂଚାୟତର ୧୪୧୬ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୩ଲକ୍ଷ ୯୯ହଜାର ୬୩୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୮୮୭୪ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୦୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୧ଟି ଜିଲ୍ଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ପ୍ରଥମ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ଓ ଯାଜପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।
ଧାମନଗର ବ୍ଲକ୍ ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ଗାଁର ସୁଜୟ ଦାସଙ୍କ ୮ ବର୍ଷର ପୁଅ ଆକାଶ ଦାସ ଗୁରୁବାର ବନ୍ୟା ଜଳରେ ଭାସି ଯାଇଥିଲେ। ଗାଁ ଲୋକେ ବହୁ ସମୟ ଖୋଜାଖୋଜି କରିଲେ ମଧ୍ୟ ପାଇନଥିଲେ। ଆଜି ସକାଳେ ଗାଁଠାରୁ ଦେଢ଼ କିମି ଦୂରରେ ଆକାଶଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା।
ଚାରି ଆଡ଼େ ଅଣ୍ଟେ ଉଚ୍ଚର ବନ୍ୟା ପାଣି ଜମି ରହିଥିବାରୁ ଆକାଶଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ବୋଟ୍ର ସହାୟତା ଲୋଡ଼ିଥିଲେ। ହେଲେ କେହି ସହାୟତା ଦେଇନଥିଲେ। ଶେଷରେ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକ ଅଣ୍ଟେ ପାଣିରେ ଯାଇ ଅଖାରେ ଭର୍ତ୍ତି କରି ମୃତଦେହକୁ ଖଡ଼ିପଦା ଛକକୁ ଆଣିଥିଲେ। ସେଠାରେ ଘଣ୍ଟାଏ କାଳ ଅପେକ୍ଷା କରିଥିଲେ। ହେଲେ ବୋଟ୍ ଆସିନଥିଲା।
ଏନେଇ ପରିବାର ଲୋକ ଧାମନଗର ଥାନାକୁ ଖବର ଦେଇଥିଲେ। ପରେ ଏକ ଶବ ବାହକ ଗାଡ଼ି ମୃତଦେହକୁ ଭଦ୍ରକ ନେଇଥିଲେ। ସେଠାରେ ଶବବ୍ୟବଚ୍ଛେଦ କରାଯିବ।
ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି କହିଛନ୍ତି, ଲଗାଣ ବର୍ଷା ଥମି ଯାଇଥିବାରୁ ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସିଷ୍ଟମ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କୌଣସି ସ୍ଥାନରେ ସେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି’। ମୁଣ୍ଡଳିରେ ୭ ଲକ୍ଷ ତଳକୁ ଖସିଲାଣି ଜଳପ୍ରବାହ । ସେଠାରେ ଏବେ ୬ ଲକ୍ଷ ୯୭ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିବାରୁ ଆଉ ସେପରି କିଛି ବିପଦ ନାହିଁ।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳସ୍ତର ବଢ଼ିଥିବା ବେଳେ ୨ଟି ସ୍ଥାନରେ ଘାଇ ହୋଇଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ଯାଜପୁର ଜିଲ୍ଲାର ରସୁଲପୁରରେ ୧୦ ଫୁଟର ଛୋଟ ଘାଇ ସୃଷ୍ଟି ହୋଇଥିବା ବେଳେ ଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ତେରମାଣପୁରରେ ୨୦ ଫୁଟର ଘାଇ ହୋଇଛି। ପାଣି କମିଲେ ତୁରନ୍ତ ତାହାର ମରାମତି କରାଯିବ । କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ଆଜି ଅପରାହ୍ନରେ ବନ୍ୟା ଜଳ ପିକ୍ ପାସ୍ କରିବ ବୋଲି ସେ କହିଛନ୍ତି।
ଏଥିସହ କହିଛନ୍ତି, ଏବେ ଆଉ ବର୍ଷା ନ ଥିବା ବେଳେ ଖଇରମାଳରେ ୩ ଲକ୍ଷ ୪୦ ହଜାର କ୍ୟୁସେକ ପାଖାପାଖି ପାଣି ରହିଛି। ବରମୂଳରେ ୩ ଲକ୍ଷ ୬୬ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ହୀରାକୁଦ ତଳିଆ ଅଞ୍ଚଳରେ ବର୍ଷା ନ ଥିବା ବେଳେ ଉପରମୁଣ୍ଡରେ ସାମାନ୍ୟ ବର୍ଷା ହୋଇଛି। ମାତ୍ର ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷା ପାଇଁ ଡ୍ୟାମ ଭିତରକୁ ୪ ଲକ୍ଷ ୭୦ ହଜାର କ୍ୟୁସେକ ପାଖାପାଖି ବନ୍ୟା ଜଳ ପ୍ରବେଶ କରୁଛି। ହୀରାକୁଦର ୨ଟି ଗେଟ୍ ଖୋଲାଥିବା ବେଳେ ମାତ୍ର ୬୯ ହଜାର କ୍ୟୁସେକ ପାଣି ବାହାରୁଛି।
ତେଣୁ ହୀରାକୁଦରେ ଏବେ ଜଳସ୍ତର ବଢ଼ୁଛି। ବନ୍ୟା ପରିସ୍ଥିତିକୁ ଦେଇ ହୀରାକୁଦ ଗେଟ୍ ଏଯାଏ ଖୋଲି ନ ଥିଲୁ। ମାତ୍ର ବନ୍ୟା ଜଳ ପରିଚାଳନା କରି ଆଜି ଅପରାହ୍ନରେ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ତେବେ କେତେ ଗେଟ୍ ଖୋଲାଯିବ, ତାହା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ । ହୀରାକୁଦ ଗେଟ୍ ଖୋଲିଲେ ସେହି ପାଣି ଖଇରମାଳରେ ପହଞ୍ଚିବାକୁ ୧୨ ଘଣ୍ଟା ଲାଗିବ । ସେତେବେଳକୁ ଖଇରିମାଳରେ ଥିବା ବନ୍ୟା ପାଣି ଖସି ଯାଇଥିବ । ଖଇରବିମାଳରେ ୪ ଲକ୍ଷ କ୍ୟୁସେକ ପାଣି ରହିଲେ ମହାନଦୀ ଅବବାହିକାକୁ କୌଣସି ବିପଦ ନାହିଁ।
ଏବେ କେବଳ ହଦଗଡ଼ ଡ୍ୟାମ୍ କାପାସିଟି ୯୩%ରେ ପହଞ୍ଚିଲାଣି। ତେଣୁ ତାହାର ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛି। ତାହା ଭଦ୍ରକର ସାଳନ୍ଦୀ ଡ୍ୟାମକୁ ଯିବ । ବନ୍ୟା ଜଳ ଯୋଗୁ ନୟାଗଡ଼, କଟକ, ପୁରୀ, ଜଗତସିଂହପୁର ଜିଲ୍ଲାର କିଛି କିଛି ଅଞ୍ଚଳ ଜଳମଗ୍ନ ରହିଛି। ଏବେ ଏହି ସବୁ ଅଞ୍ଚଳର ବହୁ ଗାଁ ଜଳମଗ୍ନ ଥିବା ବେଳେ ସେଠାରେ ପାଣି ଖସିବାକୁ ଆଉ କିଛି ସମୟ ଲାଗିବ ।
ମିଳିଥିବା ସୂଚନା ଅନୁସାରେ, ଜଳସମ୍ପଦ ବିଭାଗ ପକ୍ଷରୁ ୧୦୩ଜଣ ଆସିଷ୍ଟାଣ୍ଟ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇଇ)ଙ୍କୁ ପଦୋନ୍ନତି ସହ ଅନ୍ୟତ୍ର ବଦଳି ହୋଇଥିବାବେଳେ ଅନ୍ୟ ୨୨ଜଣ ଏକଜୁକ୍ୟୁଟିଭ ଇଞ୍ଜିନିୟର(ଏଇ)ଙ୍କ ବଦଳି ହୋଇଛି । ଏହି ସମସ୍ତ ଯନ୍ତ୍ରୀ ଫିଲଡ୍ ଲେଭଲରେ କାର୍ଯ୍ୟ କରୁଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ଅଗଷ୍ଟ ୨ତାରିଖରେ ସେମାନଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି । ଏହି ବଦଳି ନିର୍ଦ୍ଦେଶରେ ମହାନଦୀ ସିଷ୍ଟମରେ କାର୍ଯ୍ୟ କରୁଥିବା ଅଧିକାଂଶ ଯନ୍ତ୍ରୀମାନଙ୍କ ବଦଳି ହୋଇଛି ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଫିଲଡ୍ ଲେଭଲରେ ଥିବା ଏହି ଯନ୍ତ୍ରୀମାନଙ୍କ ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିବାର ଏଭଳି କ’ଣ ଜରୁରୀ ଆବଶ୍ୟକତା ପଡ଼ିଲା? କାହିଁକି ବନ୍ୟା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅପେକ୍ଷା କଲାନି ବିଭାଗ? ରାଜ୍ୟର ଅଧା ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ବଦଳି ହୋଇଥିବା ଯନ୍ତ୍ରୀମାନେ ମାନସିକସ୍ତରରେ ନିଜ ପୁରୁଣା ଜାଗାରେ ଦାୟିତ୍ୱ ତୁଲାଇବାକୁ ଆନ୍ତରିକତା ଦେଖାଇବେ ତ? ଏସବୁ ଦିଗ ପ୍ରତି ଦୃଷ୍ଟି ନଦେଇ ଜଳସମ୍ପଦ ବିଭାଗ ‘ରୋମ୍ ଜଳୁଥିବାବେଳେ ବଂଶୀବାଦନ’ କରିବା ଶୈଳୀରେ ଯନ୍ତ୍ରୀମାନଙ୍କ ବଦଳି କରିଛି । ଯାହାକୁ ନେଇ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାସୁଦ୍ଧା ବନ୍ୟା ପରିସ୍ଥିତି ଯୋଗୁ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଂଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ କଟକ,ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ତଳ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
ଆଜି ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ସୂଚନା ଅନୁସାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ୧୫ଟି ଜିଲ୍ଲାର ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୬୮୩୪ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି । ମହାନଦୀ ଅବବାହିକାରେ ଖଇରମାଳଠାରେ ୪.୭୨ଲକ୍ଷ କ୍ୟୁସେକ, ବରମୂଳଠାରେ ୭.୮୬ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୯.୧୮ଲକ୍ଷ କ୍ୟୁସେକ କଳ ପ୍ରବାହିତ ହେଉଛି । ଖଇରମାଳ ଓ ବରମୂଳଠାରେ ଜଳ ପ୍ରବାହ କମିବାରେ ଲାଗିଛି । ଅପରାହ୍ନ ୫ଟାଠାରେ ମୁଣ୍ଡୁଳିଠାରେ ମହାନଦୀରେ ୯.୧୮ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଅପରାହ୍ନ ୪ଟାରୁ ଜଳସ୍ତର ସ୍ଥିର ରହିଛି । ତେବେ ନରାଜଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ କଟକ,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୩ମିଟର ଥିବାବେଳେ ଅପରାହ୍ନ ୪ଟାରୁ ଏହି ଜଳସ୍ତର ୨୨.୨୦ମିଟରରେ ସ୍ଥିର ରହିଛି । ଅପରାହ୍ନ ୩ଟା ସୁଦ୍ଧା ବାଲେଶ୍ୱରର ମଥାନିସ୍ଥିତ ଜଳକା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବୈତରଣୀ ନଦୀରେ ଜଳସ୍ତର ଆଖୁଆପଦାଠାରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ୧୯.୪୪ ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସେହିପରି ଆନନ୍ଦପୁରଠାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି । ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ଏସଆରସିଙ୍କ କାର୍ଯ୍ୟାଳୟ କହିଛି । ରାଜ୍ୟରେ ଜରୁରୀକାଳୀନ ଅପରେସନ୍ ସେଂଟର ଖୋଲାଯାଇ ସ୍ଥିତି ଉପରେ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।
ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଆଜି ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କାଣୀ ନଦୀରେ ଛୋଟଧରଣର ବନ୍ଧ ଭାଙ୍ଗିଥିବାର ଖବର ଆସିଛି । ହେଲେ ତା’ର ମରାମତି କରାଯାଉଛି ।ଅନ୍ୟ କେଉଁଠି ନଦୀବନ୍ଧ ଭାଙ୍ଗିବାର ପରିସ୍ଥିତି ଉପୁଜି ନାହିଁ । ର୍ୟାରେ ବଡ଼ଧରଣର ବନ୍ୟା ହେବନି । ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶଙ୍କା କରୁଛୁ । ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଆଜି ରାତି ଗୁରୁ୍ତ୍ୱପୂର୍ଣ୍ଣ । ନୟାଗଡ଼, କଟକ, ଜଗତସିହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ଜଗତସିଂହପୁର,ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ପୁରୀର କଣାସ,ଅସ୍ତରଙ୍ଗ, ଜଗତସିଂହପୁର ଜିଲ୍ଲାର ଏରସମା, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଶ୍ରୀ ମହାନ୍ତି କହିଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ।
ସେ ଆହୁରି କହୁଛନ୍ତି, ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ। ଜେନାପୁରଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ଥିଲେ ବି ଖସୁଛି। ଖରସ୍ରୋତା ନଦୀ ବନ୍ଧରେ ପଡ଼ିଥିବା ଘଳିଆ ମରାମତି ହୋଇଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।
ତଳିଆ ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ। ୬ଟି ଜିଲ୍ଲା- ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟାର ପ୍ରଭାବ ପଡ଼ିବ।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ତଳମୁଣ୍ଡରୁ ପାଣି ନକମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲିବନି। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ରହିଛି। ଏହା ରାଇଜିଂ ଟ୍ରେଣ୍ଡରେ ରହିଛି। କିନ୍ତୁ ଏବେ ଆଉ ହୀରାକୁଦର ଅଧିକ ଗେଟ୍ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ମୁଣ୍ଡରୁ ପାଣି ନଛାଡ଼ିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ ନାହିଁ।
ଖରସ୍ରୋତା ନଦୀ ବନ୍ଧରେ ବଡ଼ ଘଳିଆ ସୃଷ୍ଟି ହୋଇଛି। ତେଣୁ ବିଝାଂରପୁର ଓଳେଇ ନିକଟରେ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ନଦୀ ବନ୍ଧ ରାସ୍ତା ତଳେ ଥିବା ସୁଇସ ଗେଟ ଦବି ଥିବାରୁ ୫୦ ଫୁଟ ଘାଇ ସୃଷ୍ଟି ହେବା ଆଶଙ୍କା ରହିଛି। ଘଳିଆକୁ ପୋତିବାକୁ ପ୍ରଶାସନ ବାଲି ବସ୍ତା ପକାଇବା ପାଇଁ ବ୍ୟବସ୍ଥା କରିଛି।
ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି। ବୈତରଣୀ ନଦୀରେ ପାଣି ଆସିବାରୁ ଭଦ୍ରକ ଧାମନଗରର ୧୧ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୭ଟି ପଞ୍ଚାୟତ ଲୋକେ ପାଣି ଘେରରେ ଅଛନ୍ତି। ଗତ ରାତିରୁ ହଠାତ ପାଣି ମାଡି ଯିବାରୁ ଅନେକ ଲୋକେ ଜଳ ବନ୍ଦୀ ଜୀବନ ବିତାଉଛନ୍ତି। ସେହିପରି ଧାମନଗର ବ୍ଲକର ଖଡିପଦା, ଷୋହଡା, ପଧାନୀ, ଆନନ୍ଦପୁର, କରଦା ,ଦଳାଙ୍ଗ ଓ ମୁସ୍ତଫାପୁର ଅଞ୍ଚଳର ପ୍ରାୟ ୨୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଅନ୍ୟ ପଟେ ଧାମନଗରରୁ ଯାଜପୁର ଓ ଭଣ୍ଡାରିପୋଖରୀରୁ ଯାଜପୁରକୁ ସଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି।
ବ୍ରାହ୍ମଣୀନଦୀରେ ବନ୍ୟାଜଳ ଆସିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଢେଙ୍କାନାଳ ଜିଲ୍ଲା ବାଇଁଶିଆ ପଞ୍ଚାୟତର କଙ୍କା ଗାଁ। ଉପରମୁଣ୍ଡରେ ବର୍ଷା ପରେ ବ୍ରାହ୍ମଣୀରେ ବନ୍ୟାଜଳ ଆସିବା ପରେ ଏହି ଗାଁ ପାଣି ଘେରରେ ରହିଛି। ପାଣି ଛାଡ଼ିବା ପର୍ଯ୍ୟନ୍ତ ଏକ ଘରିଆ ହୋଇ ରହିବାକୁ ପଡ଼େ ଏମାନଙ୍କୁ। ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାଦେଇ ବିଶେଷ କରି ବାଇସିଆଁ ପଞ୍ଚାୟତର କଙ୍କା, କାଠପାଳ ବଲ୍ଲଭ, ଖଙ୍କର ଓ ଆମ୍ବବାହାଳି ଭଳି ୬ଟି ଗାଁର ଲୋକେ ନିଜ ବିଲକୁ ଯାଆନ୍ତି। ତେବେ ପାଣି ଘେରରେ ଥିବାରୁ ଏବେ ସଭଏଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ଯାଜପୁର ଜଗନ୍ନାଥ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରରେ ପାଣି ପଶିଯାଇଛି। ତେଣୁ ନୀତିକନ୍ତି ବାଧାପ୍ରାପ୍ତ ହୋଇଛି। ସେପଟେ ସପ୍ତମାତୃକା ମନ୍ଦିର ଅଧା ବୁଡ଼ିରହିଛି।
ଲଗାଣ ବର୍ଷା ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରିହର ଯୋର ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟ ଧୋଇ ଯାଇଛି। ବନ୍ୟା ପାଣିରେ ଅନେକ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ବୀରମହାରାଜପୁର-ଅମରପାଲିି ରାସ୍ତାର ମୁର୍ଷୁଣ୍ଢି ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ରସତାର ୫ ଶହ ମିଟର ପର୍ଯ୍ୟନ୍ତ ୧୦ ଫୁଟ ଗଭୀରତାରେ ଘାଇ ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ଦୁର୍ଜନତଇଲା, ବହଳପଦର, ଲୁତୁରପଙ୍କ ଓ ମୁର୍ଷୁଣ୍ଢି ପଞ୍ଚାୟତ ସମେତ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେବା ସମ୍ଭାବନା ରହିଛି । ମୁଣ୍ଡଳି ପାସ୍ କରିବାର ୧୨ ଘଣ୍ଟା ପରେ ବନ୍ୟା ଜଳ ୩ଟି ଜିଲ୍ଲାରେ ପାଣି ପହଞ୍ଚିବ । ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାପାଳ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ ।
ସେ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ବର୍ଷା ଛାଡ଼ିଲେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ଆବଶ୍ୟକ ସ୍ଥଳେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୨୩ ଓଡ୍ରାଫ୍, ୮ ଏନ୍ଡିଆର୍ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି।
ଏହି ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଣି ପଶିବା ଆଶଙ୍କା ଅଧିକ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏଥିନିମନ୍ତେ ୪ ଟି ବ୍ଲକ୍ର ୩୨ ଟି ପଞ୍ଚାୟତ ପାଇଁ ସ୍ଵତନ୍ତ୍ର ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ପହଞ୍ଚିଛି । ମାର୍ଶାଘାଇ, ଗରଦପୁର, ମହାକାଳପଡ଼ା ବ୍ଲକର ସମସ୍ତ ବିଦ୍ୟାଳୟ ଆଜି ଅଧାରୁ ଛୁଟି ହୋଇଥିବା ବେଳେ ଆସନ୍ତା କାଲି ବି ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି। ଅଧିକାଂଶ ସ୍କୁଲକୁ ଆଶ୍ରୟ ସ୍ଥଳୀ ରୂପେ ବ୍ୟବହାର କରାଯିବ । ତେଣୁ ସ୍କୁଲ ଛୁଟି କରାଯାଇଥିବା ବେଳେ ଶିକ୍ଷକମାନକୁ ଆଶ୍ରୟ ସ୍ଥଳୀ କାମରେ ନିୟୋଜିତ କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ଏହାବାଦ ନୟାଗଡ଼, କଟକ ଓ ଅନୁଗୁଳର କିଛି ତଳି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ ଆଶଙ୍କା ଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଥିବା SRC ସୂଚନା ଦେଇଛନ୍ତି।
ଗତ ରାତିରେ ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣିଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ଏବେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଯଥା ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବନ୍ୟା ଆଶ୍ରୟସ୍ଥଳିରେ ମା’ଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଏହାପରେ ଆଜି ସକାଳେ ସ୍ଥାନୀୟ ତହସିଲଦାର ନୀଳକଣ୍ଠ ବେହେରା ମା’ଙ୍କ ମନ୍ଦିର ପରିସରରେ ପହଞ୍ଚି ୧୪୪ ଧାରା ଜାରି କରିଛନ୍ତି। ସିଂହନାଥ ପୀଠରେ ବି ୧୪୪ ଧାରା ଜାରି କରାଯାଇଛି। ମନ୍ଦିରରେ ତହସିଲ କର୍ମଚାରୀଙ୍କ ସହ ପୁଲିସ୍ ମୁତୟନ କରାଯାଇଛନ୍ତି।
କଟକ ମହାନଦୀ ମୁଣ୍ଡଳିଠାରେ ଆଜି ସକାଳେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଉପର ସ୍ରୋତରେ ଜଳସ୍ତର ୯୨ ଫୁଟ ଥିବାବେଳେ ତଳସ୍ତରରେ ୮୮ ଫୁଟ ରହିଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ।
ବନ୍ୟା ଜଳ ପ୍ରବାହକୁ ଦୃଷ୍ଟିରେ ରଖି SRCଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା। ନୟାଗଡ଼ ଓ କଟକରେ ବନ ଜଳ ଅଧିକ କ୍ଷତି ଘଟାଇବା ଆଶଙ୍କା ଥିବାରୁ ଏହି ୨ ଜିଲ୍ଲାକୁ ପ୍ରାଥମିକତା ଦିଆଯାଉଛି। ଏନଡିଆରଏଫ ଓ ଓଡ୍ରାଫ ଟିମ୍ ଏହି ସବୁ ଜିଲ୍ଲାକୁ ପଠାଇ ଦିଆଯାଇଛି। ଅଗ୍ନିଶମ ବିଭାଗର ୨ଟି ଲେଖାଏ ଟିମ୍ ପଠାଯାଇଛି।
ଏହାବାଦ ୧୫ ଜିଲ୍ଲାକୁ ୮ ଟି ଏନଡିଆରଏଫ୍ ଟିମ, ୧୩ଟି ଓଡ୍ରାଫ ଯଏବଂ ୨୩ଟି ଅତିରିକ୍ତ ଅଗ୍ନିଶମବାହିନୀର ଟିମ ପଠାଯାଇଛି । ପ୍ରଭାବିତ ୧୫ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ବର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ।
ବିଶେଷକରି ଦୁର୍ବଳ ନଦୀ ବନ୍ଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀ ଫୁଲିବା ପରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଜଗିବା ସହ ପାଟ୍ରୋଲିଂ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ମହାନଦୀ ଫୁଲୁଥିବାରୁ ମତ୍ସ୍ୟଜୀବୀଙ୍କୁ ନଦୀ ଭିତରକୁ ଛଡ଼ା ଯାଉଛି।
ବନ୍ୟା ଜଳ ପରିଚାଳନା ନିମନ୍ତେ ହୀରାକୁଦର ଏବେ କୌଣସି ଗେଟ୍ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ବନ୍ୟା ସ୍ଥିତି ଉପୁଜିଥିବାରୁ ତାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆବଶ୍ୟକତା ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି କହିଛନ୍ତି ଏସଆରସି ।
ଗତକାଲି ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଜି ଆବଶ୍ୟକତା ପଡ଼ିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆହୁରି ବହୁ ଲୋକଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ।
ଲଗାଣ ବର୍ଷା ଯୋଗୁ ବିଜେପୁର ହସପିଟାଲରେ ପାଣି ପଶିଥିବା ବେଳେ ବୁଡ଼ାପାଲି ଶିବ ମନ୍ଦିରରେ ପ୍ରବେଶ କରିଛି ବର୍ଷା ଜଳ। ବିଜେପୁର-ବୈରଖ ପାଲି ରାସ୍ତା ଉପରେ ଦୁଇ ଫୁଟର ପାଣି ଚାଲିବାରୁ ଯିବା ଆସିବା ଠପ୍ ହୋଇ ଯାଇଥିଲା। ଲାଉମୁଣ୍ଡାରେ ଥିବା ଏକ ପେଟ୍ରୋଲ ପମ୍ପରେ ୩ ଫୁଟ ଉଚ୍ଚର ପାଣି ଜମି ରହିଥିଲା। କଲସାଡେରା ଗାଁରେ କାନ୍ଥ ଭାଙ୍ଗିବାରୁ ୩ ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆଜି ମଧ୍ୟ ଜୋର୍ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି।
ସେହିପରି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଲଗାଣ ବର୍ଷାରେ ଲୋକେ ହଇରାଣ ହୋଇଛନ୍ତି। ଖଡ଼ିଆଳ ବ୍ଲକରେ ୭୨ ମିମି, ସିନାପାଲି ବ୍ଲକରେ ୭୫ ମିମି, ବୋଡେନ ବ୍ଲକରେ ୬୯ ମିମି ବର୍ଷା ହୋଇଛି। ସିନାପାଲି ବ୍ଲକର ଶିତିଳି ଖଲିଆ ନିକଟ କାଣ୍ଡପଡ଼ା ପୋଲ ଉପରେ ୨ ଫୁଟର ପାଣି ଚାଲୁଥିଲା। ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ବୋଡେନ ବ୍ଲକର କର୍ଲାକୋଟ ପଞ୍ଚାୟତରେ ପ୍ରବଳ ବର୍ଷା ହେବାରୁ ସର୍ଗିମୁଣ୍ଡା ଓ ଅମେରା ମଝିରେ ଥିବା ନାଳ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିଲା। ତେଣୁ ଅମେରା, ଖଇରା ଓ ବୋଡେନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଡ଼ିଆଳ ବ୍ଲକ ଶାଗ ଜୋରପଡ଼ାରୁ ଖଲିଆ ଭଟା ରାସ୍ତା ପୋଲ ଉପରେ ମଧ୍ୟ ପାଣି ଚାଲୁଛି।
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ କାଲୁସିରିୟାରେ ଥିବା ବ୍ରିଜ ଉପରେ ମଧ୍ୟ ଦୁଇ ଫୁଟର ପାଣି ଚାଲିଥିବାରୁ ପୋଲର ଉଭୟ ପଟେ ବହୁ ଗାଡ଼ି ମଟର ଅଟକି ରହିଥିଲା।
ଆଜି ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି।
ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଅନ୍ୟ ପଞ୍ଚାୟତକୁ ମଧ୍ୟ ପାଣି ମାଡୁଛି। ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି ।
ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତର ଏକାଧିକ ଗାଁ ଜଳ ମଗ୍ନ ହୋଇଛି।
ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ସଚେତନ କରିଛି ବ୍ଲକ ପ୍ରଶାସନ। ପାଣି ବଢ଼ିବାର ଆଶଙ୍କା ଥିବାରୁ ଲୋକେ ଏକପ୍ରକାର ଭୟଭୀତ ଅଛନ୍ତି। ବିଡିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।
ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଆହୁରି ଫୁଲିବାର ଆଶଙ୍କା ଅଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶଙ୍କା ଘାରିଛି। ବୈତରଣୀର ପାଣି ଘେରରେ ରହିଛି ସମଣା ପଞ୍ଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହି ଗାଁ । କାରଣ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁରରେ ୫ ଫୁଟର ପାଣି ଚାଲୁଛି।
ସେହିପରି ଗେଡ଼ମା-ଆଇତିପୁର ରାସ୍ତାର ରାଘବପୁର ନିକଟରେ ୪ ଫୁଟର ପାଣି ଚାଲୁଛି। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ରାଘବପୁର, ଆଇତିପୁର, ନୂଆଁଗାଁ, ଅମୃତପୁର । ଗୋବିନ୍ଦପୁର ଓ ବାହାରିପୁରର କିଛି ଲୋକ ଛେଳି ଚରାଇବାକୁ ଯାଇ ପାଣି ଘେରରେ ଫସି ଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି।
କେନ୍ଦୁଝରର ସାହାରାପଡ଼ାରେ ସର୍ବାଧିକ ୨୭୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷାରେ ଏହି ଜିଲ୍ଲାରୁ ଜଣକର ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି। ୨୦୮ଟି ଘର ଭାଙ୍ଗିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ୭୨ଟି ପଞ୍ଚାୟତ ଓ ୫ଟି ମ୍ୟୁନସିପାଲଟିର ୨୫ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛନ୍ତି ।
ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ମଧ୍ୟାହ୍ନରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ପାହାଚ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ଧୀରେ ଧୀରେ ଜଳସ୍ତର ବଢ଼ିଥିଲା। ସନ୍ଧ୍ୟା ବେଳେ ବନ୍ୟା ଜଳ ମନ୍ଦିର ଭିତରେ ପ୍ରବେଶ କରିଥିଲା।
ବନ୍ୟାଜଳ ଗମ୍ଭୀରା ଭିତରେ ପ୍ରବେଶ କରିବା ପରେ ମାଆଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ମାଆଙ୍କ ଆସବାବପତ୍ର ସ୍ଥାନାନ୍ତର କରାଯାଇଥିଲା।ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ମାଆ ସ୍ଥାନାନ୍ତର ହେବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏଥିପାଇଁ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି।
ରିପୋର୍ଟ-ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ
ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଏବେ ରାଜ୍ୟର ନଦୀ ଶୁଖିଲା ପଡ଼ିଛି, କିନ୍ତୁ ମନୁଷ୍ୟକୃତ ବନ୍ୟାରେ ସମଗ୍ର ଓଡିଶା ଆଜି ଜଳମଗ୍ନ ହୋଇପଡିଛି । ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଂଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ଭୁବନେଶ୍ୱର ଓ କଟକ ମହାନଗରରେ ଏଭଳି ଜଳବନ୍ଦୀ ସମସ୍ୟା ଆସିବା ପୂର୍ବରୁ ମେୟର ଓ ଅନ୍ୟମାନେ ସର୍ବଦଳୀୟ ବୈଠକ ଡାକିବା, ସମସ୍ତ ବିଭାଗ ସହିତ ସମନ୍ୱୟ ରଖି ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରିବର୍ତେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ ସିଙ୍ଗାପୁରରେ ସମୟ କଟାଉଥିଲେ ।
ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଅସରାଏ ବର୍ଷାରେ ଭୁବନେଶ୍ୱର, କଟକ, ଭଦ୍ରକ ସମେତ ଅନ୍ୟାନ୍ୟ ସହରାଂଚଳରେ ରାସ୍ତା ଉପରେ ପାଣି ଲହଡ଼ି ମାରିବା ସହ ମୁକୁଳା ଡ୍ରେନରେ ପଡି ଲୋକଙ୍କ ଜୀବନ ଯାଉଛି । ଗତକାଲି କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା ଡ୍ରେନରେ ପଡ଼ିଯାଇ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ସତ୍ୱେ ସାମାନ୍ୟ ବର୍ଷା ପାଣିରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଜଳବନ୍ଦୀରୁ ଭୁବନେଶ୍ୱରବାସୀଙ୍କୁ ରକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ ଘୋଷଣା କରିଥିଲେ ଏବଂ ଏଥି ପାଇଁ ୨୦୧୮ ମସିହାରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଛି ତାହାଲେ ଅସରାଏ ବର୍ଷାରେ କାହିଁକି ରାଜଧାନୀ ଜଳବନ୍ଦୀ ହେଉଛି ବୋଲି ପ୍ରଶ୍ନ କରିବା ସହିତ ଗତକାଲିର ମନୁଷ୍ୟାକୃତ ବନ୍ୟା ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପ୍ରମାଣିତ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ତାଙ୍କ ବ୍ୟକ୍ତିଗତ ସଚିବ, ମେୟରଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ରହୁଥିବା ରାଜଧାନୀରେ ଯଦି ଏଭଳି ଅବସ୍ଥା ତାହାଲେ ରାଜ୍ୟର ଅନ୍ୟାନ୍ୟ ଅଂଚଳର ପରିସ୍ଥିତି ସହଜେ ଅନୁମେୟ । ରାଜଧାନୀରେ ୧୦ଟି ପ୍ରାକୃତିକ ଡ୍ରେନ ସମେତ ଗଙ୍ଗୁଆ ନାଳ ଯାହାକି ଜଳ ନିଷ୍କାସନ କରିଥାଏ । ଏହି ନାଳ ଗୁଡ଼ିକ ଉପରେ ସରକାରୀ ଦଳର ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବେଆଇନଭାବେ ଜମି ମାଫିଆ ଓ ଅନ୍ୟମାନେ ଜବରଦଖଲ କରି ବିଭିନ୍ନ ଅଟାଳିକା ତିଆରି କରିବା ଯୋଗୁ ଆଜି ଏଭଳି ସମସ୍ୟା ଉପୁଜିଛି । ସହର ଭିତରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେବା କାରଣରୁ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି । ମେୟର, ନଗରପାଳ, ପୈାର କତୃପକ୍ଷ, ସରକାରଙ୍କ ପୁର୍ତ, ବିଜୁଳି, ନଗର ଉନ୍ନୟନ, ଜଳସେଚନ ଆଦି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଠିକାଦାର, ସରକାରୀ ଦଳର ନେତା, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅସାଧୁ ମେଂଟରେ ୫୦-୫୦ ପିସିରେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି । ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବ କାରଣରୁ ଏଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ସାମାନ୍ୟ ବର୍ଷା ପାଣିରେ ବୈତରଣୀରେ ନଦୀ ବନ୍ଦ ଭାଙ୍ଗିବା, ଜଗତସିଂହପୁର ମାଛଗାଁ କେନାଲ ବନ୍ଧ ଭାଙ୍ଗିଯିବା ଘଟଣା ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନୀତିକୁ ପ୍ରମାଣିତ କରିଛି । ଏବେସୁଦ୍ଧା ଏହି କେନାଲବନ୍ଧ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
https://www.youtube.com/watch?v=BpmGWO3529A
https://www.youtube.com/watch?v=hSo70iZR6yc
https://www.youtube.com/watch?v=a2CNP6D6GWM
https://www.youtube.com/watch?v=uQrZkh27UgA
ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିବା ବେଳେ ସୃଷ୍ଟି ହେବାକୁ ଯାଉଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାପାଳ ଭଲ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି। ଏହା ସହିତ ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଏସ୍ଆର୍ସି କହିଛନ୍ତି।
Heavy rainfall induced by #CycloneYaas in Baitarani catchment caused huge inflow . Baitarani flowing at Anandpur 39mt , Akhuapada crossed DL. Expecting medium flood in Baitarani. @DM_Bhadrak @dm_jajpur well prepared to meet contingent situations. Evacuating ppl wherever required.
— Pradeep Jena IAS (@PradeepJenaIAS) May 27, 2021
ଏହା ପୂର୍ବରୁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ବାତ୍ୟା ପରେ ବିଭିନ୍ନ ନଦୀର ଜଳସ୍ତର ସଂପର୍କରେ ସୂଚନା ଦେଇଥିଲେ। ସେ ମଧ୍ୟ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ଉପରେ ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରୁ ପାଣି ଆସିଲେ ଏଠାରେ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ। ସେହିପରି ଆଖୁଆପଦା ଠାରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ।
ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି। ସେହିପରି ସାଳନ୍ଦୀ ନଦୀରେ ବି ଜଳସ୍ତର କମିଛି। ସମୁଦ୍ରର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଅନେକ ଲୁଣା ବନ୍ଧ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି କେନ୍ଦ୍ରାପଡ଼ା ଓ ବାଲିଆପାଳ ଭଳି ସ୍ଥାନରେ ଲୁଣାବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି। ତେବେ କେତେ କ୍ଷତି ଘଟିଛି, ତା’ର ଆକଳନ କରାଯିବ ବୋଲି ସେ କହିଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଡି.କେ. ସିଂହଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଭି.ଭି. ଯାଦବଙ୍କୁ ଯାଜପୁର ଓ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
As per Hon CM’s direction Sr officers deployed to oversee flood mgt in dist.Hemant Sharma Kendrapada
DK Singh Ctc
Vishal Dev Balasore
BP Sethi Badhrak
VV Yadav Jajpur
Satyabrata sahu JSpur
RDC CD Puri.They will proceed Asap .@IPR_Odisha @Naveen_Odisha @CMO_Odisha @DGPOdisha— ChiefSecyOdisha (@SecyChief) August 29, 2020
ଏବେ ହୀରାକୁଦ ଡ୍ୟାମର ମୋଟ୍ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ହୀରାକୁଦକୁ ପ୍ରବେଶ କରୁଛି ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ୍ ଜଳ। ହୀରାକୁଦରୁ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ୍ ଜଳ। ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ୱାରା ଫୁଲୁଛି ମହାନଦୀ।
ପରିସ୍ଥିତି ଦେଖି ହୀରାକୁଦର ୩୬ଟି ଗେଟ୍ ଖୋଲାଯିବ। ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ, ଜିରା ନଦୀ ଜଳ ମିଶିବ। ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।