ପ୍ରବଳ ବର୍ଷା ହେତୁ ଜମୁଇ ଜିଲ୍ଲାର ବରିୟାରପୁର ପଞ୍ଚାୟତର ଘଟବାରୀ ଟୋଲା ଗାଁରେ ବହୁ କ୍ଷୟକ୍ଷତି ହୋଇଛି। ଏହି ବର୍ଷାରେ ଗାଁର ଗୋପାଳ ସିଂଙ୍କ ସମେତ ବହୁ ଲୋକଙ୍କ ଘର ପାଣିରେ ଭୁଶୁଡ଼ି ପଡ଼ିଛି। ଏନେଇ ଉକ୍ତ ବ୍ଲକର ବିଡିଓ ରଣଧୀର କୁମାରଙ୍କ ଦୃଷ୍ଟିଗୋଚର କରାଗଲା। ଏହାପରେ ଘଟଣା ଅନୁଧ୍ୟାନ କରିବାକୁ ସେ ଘଟବାରୀ ଟୋଲା ଗାଁରେ ପହଞ୍ଚିଲେ।
ମାତ୍ର ଚାରିଆଡ଼େ ପାଣି ଦେଖି ଅଧିକାରୀଜଣକ କିନ୍ତୁ ଆଉ ଗାଡ଼ିରୁ ଗୋଡ଼ କାଢ଼ିଲେନି। ଏହାପରେ ବାବୁଙ୍କ ଚାଳକ କ୍ଷେତ୍ର ପରିଦର୍ଶନ କରି ତାହାର ବିବରଣୀ ବାବୁଙ୍କୁ ଦେବେ ବୋଲି ସ୍ଥିର କରାଗଲା।
କିନ୍ତୁ ଚାଳକଜଣକ ବି ପାଣିରେ ଗୋଡ଼ ପକାଇବାକୁ ଅମଙ୍ଗ ହେଲେ। କେବଳ କାନ୍ଧରେ ବସାଇ ପାଣିରେ ନେଲେ ଯିବେ ବୋଲି ଚରମବାଣୀ ଶୁଣାଇଲେ। ଫଳରେ ଅସହାୟ ପୀଡ଼ିତ ପରିବାର ବାଧ୍ୟ ହୋଇ ବାବୁଙ୍କ ଡ୍ରାଇଭରଙ୍କୁ କାନ୍ଧରେ ବସାଇ ନିଜ ଭୁଶୁଡ଼ି ଯାଇଥିବା ଘର ଦେଖାଇଲେ।
ଏହି ସମୟରେ ଅସହାୟ ଗୋପାଳ ସିଂ ଡ୍ରାଇଭରଜଣଙ୍କୁ ପ୍ରାୟ ୨ କିମି ପର୍ଯ୍ୟନ୍ତ କାନ୍ଧରେ ବସାଇ ପାଣି ସୁଅରେ ପଶି ନିଜ ଘର ନିକଟକୁ ନେଇଥିଲେ। ସେଠାରୁ ଡ୍ରାଇଭରଜଣକ ସ୍ଥିତି ଅନୁଧ୍ୟାନ କରିବା ସହ ଫଟୋ ଉଠାଇ ଫେରିଥିଲେ।
ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏନେଇ ସମ୍ପୃକ୍ତ ଅଧିକାରୀଜଣକ କିନ୍ତୁ କିଛି କହିବାକୁ ମନା କରି ଦେଇଛନ୍ତି।
ଜିଲ୍ଲାର ହରଭଙ୍ଗା ବ୍ଲକ୍କୁ ସଂଯୋଗ କରୁଥିବା ଜଗନ୍ନାଥ ସଡ଼କ ବାଲାଟ ନାଳ ଉପରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଚାଲିଥିବା ବେଳେ ହରଭଙ୍ଗା, ଖଣ୍ଡିଧଳପୁର, ରାମଗଡ଼, ହାଟଗାଁ, ଅତଳସାରା ଆଦି ସ୍ଥାନରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ହରଭଙ୍ଗା ବ୍ଲକ୍ ସହିତ ଜଗନ୍ନାଥ ସଡ଼କରେ ବୌଦ୍ଧର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବେଳେ ହରଭଙ୍ଗା ବ୍ଲକ୍ର ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁ ଜଳମଗ୍ନ ହୋଇଛି।
ଉଦଣ୍ଡୀ ନାଳରେ ବନ୍ୟାପାଣି ପ୍ରବାହିତ ଯୋଗୁ କୁଶଙ୍ଗ ପଞ୍ଚାୟତର ଆଦିବାସୀ ବହୁଳ ମାରଡ଼ା ଗାଁ ପାଣି ଘେରରେ ରହିଥିବା ଜଣାପଡ଼ିଛି। ମାରଡ଼ା, ଖଣ୍ଡିଧଳପୁର, ପାଣିଘରା, କରଡି, କୋଡାଶିଙ୍ଗା, ଅତଲସରା, ତିରଡ଼ ଓ କୃଷ୍ଣମୋହନପୁର ଭଳି ଅନେକ ଗାଁ ପାଣି ଘେରରେ ଥିବା ଜଣାପଡ଼ିଛି। ଖଣ୍ଡିଧଳପୁର, କୋଡ଼ାଶିଙ୍ଗା, ପାଣିଘରା, ଝରାସାହି ହାଟ ଗାଁ, ମାରଡ଼ା ଓ ତିରଡ ଭଳି ଗାଁ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।
ଆଉ ଦୁଇ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଥିବା ବେଳେ ବୌଦ୍ଧ ଜିଲ୍ଲା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବନ୍ୟାପାଣି। ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ନୂଆ ଧାନ କେଉଁଠୁ ଆଣି ନୂଆ ଖାଇବେ, ଲୋକେ ସେ ନେଇ ଚିନ୍ତାରେ ପଡିଯାଇଛନ୍ତି। ବନ୍ୟା ସେମାନଙ୍କ ନୂଆଖାଇକୁ ଯେପରି ଫିକା କରିଦେଇଛି।
ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି। ଗତକାଲି ସନ୍ଧ୍ୟାରେ ମନ୍ଦିର ବେଢାରେ ପାଣି ପଶିଥିବା ବେଳେ ରାତି ଅଧରେ ମନ୍ଦିରରେ ଏକ ଫୁଟର ବନ୍ୟାଜଳ ପଶିଥିଲା।
ପ୍ରତିଥର ପରି ଏଥର ମଧ୍ୟ ବନ୍ୟା ଜଳ ପଶିବାରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସକାଳୁ ପୂଜା ନୀତି କାନ୍ତି ଠିକ୍ ଭାବେ ଚାଲିଥିବା ବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।
ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲିଦିଆଯାଇଛି। ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ବନ୍ୟା ଜଳ ପ୍ରବେଶ କରିବା ସତ୍ତ୍ୱେ ଚଳିତ ଥର ଏପର୍ଯ୍ୟନ୍ତ ଭଟ୍ଟାରିକା ମନ୍ଦିର ନିକଟରେ ୧୪୪ ଧାରା ଲାଗୁ ହୋଇ ନ ଥିବା ଦେବୋତ୍ତର ବିଭାଗ ମୋହରି ମେଘନାଦ ସ୍ୱାଇଁ କହିଛନ୍ତି। ମନ୍ଦିରରେ ପାଣି ପଶିଯିବାରୁ ପାହାଡ଼ ଉପରକୁ ମା’ଙ୍କୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମା’ଙ୍କ ପୂଜାପୂଜି, ନୀତିକାନ୍ତିରେ କୌଣସି ଅସୁବିଧା ହୋଇ ନ ଥିବା ଜଣାଯାଇଛି।
ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ।
ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ନଦୀର ଜଳସ୍ତର ଏବେ ୬. ୪୨ ମିଟର ଥିବା ବେଳେ ତାହା ୬.୮୦ ମିଟର ଛୁଇଁଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।
ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିଲେ ଏବେ ରୁଆ ଯାଇଥିବା ଧାନ ତଳି ସବୁ ପଚି ଯିବା ସମେତ ବସ୍ତା ଏବଂ ସଦର ବ୍ଲକ ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।
ବସ୍ତା ବିଡିଓ ସତ୍ୟଜିତ ମହାନ୍ତି କହିଛନ୍ତି, ଆମେ ନଦୀର ଜଳସ୍ତର ଉପରେ ନଜର ରଖିଛୁ। ବନ୍ୟା ପରିସ୍ଥିତି ଉପୁଜିଲେ ତଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।
ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ୁଥିବା ବେଳେ କେଉଁଟି ଆଶ୍ରୟ ସ୍ଥଳ ବନ୍ୟା ପାଣିରେ ଭାସି ଯାଉଛି। ବିଶେଷ କରି ଶିମଲାରେ ପ୍ରକୃତିର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି। ଏଠାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶହଶହ ଲୋକ ବାସହରା ମଧ୍ୟ ହୋଇଯାଇଛନ୍ତି।
ଏସବୁ ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ବିହାରୀ ମିସ୍ତ୍ରୀ ବୟାନକୁ ନେଇ ବିବାଦ ଦେଖାଦେଇଛି। ସେ ଘର ଭୁଶୁଡ଼ିବା ଘଟଣା ପାଇଁ ପରୋକ୍ଷରେ ବିହାରରୁ ଆସି କାମ କରୁଥିବା ମିସ୍ତ୍ରୀଙ୍କ ନିର୍ମାଣ ଷ୍ଟାଇଲକୁ ଦାୟୀ କରିଛନ୍ତି।
ସେ ପ୍ରଥମେ କହିଥିଲେ, “ପ୍ରବାସୀ ମିସ୍ତ୍ରୀ ଓ କାରିଗର, ଯେଉଁମାନଙ୍କୁ ମୁଁ ବିହାରୀ ରାଜମିସ୍ତ୍ରୀ କୁହେ; ସେମାନେ ଏଠାକୁ ଆସୁଛନ୍ତି ଓ ନିଜ ଇଚ୍ଛାରେ ଗୋଟିଏ ମହଲା ଉପରେ ଆଉ ଗୋଟିଏ ମହଲା ତିଆରି କରି ଦେଉଛନ୍ତି। ଆମ ପାଖରେ ସ୍ଥାନୀୟ ରାଜମିସ୍ତ୍ରୀ ନାହାନ୍ତି।”
ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହେବାର ମୁଖ୍ୟମନ୍ତ୍ରୀ ସୁଖୁ ପୁଣି ଥରେ ସଫେଇ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସେଭଳି କିଛି କହିନି। ପ୍ରକୃତିର ତାଣ୍ଡବ ଯୋଗୁ ବିହାରର ଲୋକମାନେ ମଧ୍ୟ ଏଠାରେ ଫସି ରହିଛନ୍ତି। ମୁଁ ସେମାନଙ୍କୁ ହେଲିକପ୍ଟରରେ ଉଦ୍ଧାର କରିଛି।
ଏଠାରେ ଏବେ ବି ଆହୁରି ୨୦୦ ବିହାରବାସୀ ଫସି ରହିଛନ୍ତି। ସେମାନେ ଆମ ଭାଇମାନଙ୍କ ଭଳି। ଘର ଭୁଶୁଡ଼ିବା ପାଇଁ ଆମର ଇଞ୍ଜିନିୟରିଂ ଶୈଳୀ ଦାୟୀ। ସେମାନେ କେବଳ ଶ୍ରମିକ ଭାବେ କାମ କରନ୍ତି।”
ଅନ୍ୟପକ୍ଷରେ ହିମାଚଳ ସ୍ଥିତି ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଗଲା ୩ ଦିନ ମଧ୍ୟରେ ୭୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୧୩ ଜଣ ନିଖୋଜ ରହିଛନ୍ତି। ରବିବାର ରାତିରୁ ୫୭ଟି ମୃତଦେହ ଉଦ୍ଧାର କରାଯାଇଛି। ଶିମଲା ସମେତ ଏକାଧିକ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି।
ଜୁନ ୨୪ରେ ମୌସୁମୀ ହିମାଚଳରେ ପ୍ରବେଶ କରିଥିଲା। ସେବେଠାରୁ ବର୍ଷା ଜନିତ ଅଘଟଣ ଯୋଗୁ ଇତି ମଧ୍ୟରେ ୨୧୪ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୩୮ ଜଣ ନିଖୋଜ ଅଛନ୍ତି।
ଏହାବାଦ ରାଜ୍ୟରେ ଗଲା ଦୁଇ ଦିନ ଲାଗି ରହିଥିବା ପ୍ରଳୟଙ୍କରୀ ବର୍ଷା ଜନିତ ଅଘଟଣରେ ଏଯାଏ ୩୩ ଜଣଙ୍କ ଜୀବନ ଗଲାଣି। କେଉଁଠି ଘର ଭାସି ଯାଇଛି ତ ଆଉ କେଉଁ ସ୍କୁଲ ଘର ଭୁଶୁଡ଼ି ପଡ଼ିଛି। କାର୍ ଠାରୁ ଆରମ୍ଭ କରି ଲୋକଙ୍କ ଜିନିଷପତ୍ର ମଧ୍ୟ ପାହାଡ଼ ଉପର ଭୟଙ୍କର ଗତିରେ ଆସୁଥିବା ପଥର ମିଶା ବର୍ଷା ପାଣିରେ ଭାସି ଯାଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଖୁବ କ୍ଷୀପ୍ର ଗତିରେ ପାହାଡ଼ର ଉପର ଭାଗରୁ ପାଣି ତଳକୁ ଆସୁଛି। ଏଥିରେ ୭ ଜଣ ଭାସି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ କେହି ବି କୌଣସି ସୁଯୋଗ ପାଉ ନାହାନ୍ତି। ସେମାନେ ପାଣିର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଲୋକମାନେ କେବଳ ଶୁଟିଂ କରିବା ସହ ଭୟରେ ଚିତ୍କାର କରିବାରେ ଲାଗିଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି।
ପାଣିର ପ୍ରଖର ସ୍ରୋରେ ରାସ୍ତା ଘାଟ ମଧ୍ୟ ଭାସି ଯାଇଛି। କେଉଁଠି ରାସ୍ତା ଓ କେଉଁଠି ନଦୀ ଜାଣିବା ମଧ୍ୟ ମୁସ୍କିଲ। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ରବିବାର ରାତିରେ ସୋଲାନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଶିମଲା ସହରର ସମର ହିଲ୍ରେ ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁ ୯ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ଅନେକ ଲୋକ ନିଖୋଜ ମଧ୍ୟ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ମୃତଦେହ ମିଳିଛି। ଏବେ ବି ଅନ୍ୟମାନଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଟିମ ଖୋଜିବାରେ ଲାଗିଛନ୍ତି।
Disturbing visuals have emerged from Sambhal, Pandoh - District Mandi, where, as reported, seven individuals have been swept away by flash floods today.
— Sukhvinder Singh Sukhu (@SukhuSukhvinder) August 14, 2023
Active rescue, search, and relief operations are currently in progress to address this dreadful situation. pic.twitter.com/OLgZGgXNlF
ପୂରା ସ୍ଥିତି ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଲୋକଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି। ଡ୍ରେନ କିମ୍ବା ନଦୀ ପାଖକୁ ନ ଯିବାକୁ ସେ କହିଛନ୍ତି।
ଶିମଲା ସିଟିରେ ହୋଇଥିବା ଭୂସ୍ଖଳନରେ ୧୫ରୁ ୨୦ ଜଣ ଲୋକ ମାଟି ତଳେ ପୋତି ହୋଇ ରହିଛନ୍ତି। ଫାଗଲି ଅଞ୍ଚଳରେ ଏକାଧିକ ଘର ମଧ୍ୟ ଅଚାନକ ବନ୍ୟାରେ ଭାସି ଯାଇଛି।
ମାମଲିଘ ଗାଁରେ ବଦାଲ ଫଟା ବର୍ଷା ଯୋଗୁ ୬ ଜଣ ଭାସି ଯାଉଥିବା ବଆଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ପ୍ରାକୃତି ବିପର୍ଯ୍ୟୟ ଯୋଗୁ ୭୫୨ଟି ରାସ୍ତାରେ ଯାତାୟାତା ବନ୍ଦ ହୋଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମୌସୁମୀ ଆରମ୍ଭରୁ ହିଁ ହିମାଚଳ ପ୍ରଦେଶରେ ବିଭିନ୍ନ ସମୟରେ ଅଚାନକ ବନ୍ୟା ଦେଖିବାକୁ ମିଳିଛି। ଯେଉଁଥିରେ ପାଇଁ ବ୍ୟାପକ କ୍ଷତି ହୋଇଛି। ଏଯାଏ ମୋଟ ୭୦୨୦.୨୮ କୋଟି ଟଙ୍କା ରାଜ୍ୟ କ୍ଷତି ସହିଥିବା ଜଣାପଡ଼ିଛି।
ମୃତ ଯୁବକଙ୍କ ନାଁ ସଞ୍ଜୀବ ପଣ୍ଡା। ତାଙ୍କ ଘର ଯାଜପୁରର ମଙ୍ଗଳପୁରରେ। ସେ ଗତକାଲି ସନ୍ଧ୍ୟାରେ ଭଦ୍ରକରୁ ବାଇକ ଯୋଗେ ମଙ୍ଗଳପୁର ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଧୁଷୁରୀରୁ ହସନାବାଦ ଯିବା ରାସ୍ତାରେ ହରିହଂସ କଲଭର୍ଟ ନିକଟରେ ବନ୍ୟା ପାଣିରେ ସେ ଭାସି ନିଖୋଜ ହୋଇ ଯାଇଥିଲେ। ଗତକାଲି ବହୁ ଖୋଜାଖୋଜି ପରେ ତାଙ୍କ ବାଇକ, ବ୍ୟାଗ ଓ ହେଲମେଟକୁ ପାଇଥିଲେ ଉଦ୍ଧାରକାରୀ ଟିମ୍। ହେଲେ ସଂଜୀବଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ହରିହଂସଠାରୁ କିଛି ଦୂରରେ ତାଙ୍କ ମୃତଦେହ ମିଳିଥିଲା।
ଉପର ମୁଣ୍ଡରେ ପାଣି ଛଡ଼।ଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଉପୁଜିଛି ଏହି ସମସ୍ୟା। ସ୍ଥାନୀୟ ଲୋକେ ଓ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ପାଣିକୁ ଆୟତ ପାଇଁ ଉଦ୍ୟମ ଜାରି। ଭାର୍ଗବୀ ନଦୀକୁ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ନିଷ୍କାସିତ ହେଉଛି।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି। ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। ସେଠାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୩,୮୮,୯୩୧ କ୍ୟୁସେକ ଜଳ। ସେହିପରି ପ୍ରତିସେକେଣ୍ଡରେ ସେଠାରୁ ୩,୫୫,୭୯୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ମୋଟ ୧୭ଟି ଗେଟ୍ ଦେଇ ୩ଲକ୍ଷ ୩ହଜାର ୧୩୨କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୪୬ହଜାର ୪୨୪ କ୍ୟୁସେକ ଜଳ ପ୍ରବେଶ କରୁଛି । ମୁଣ୍ଡଳୀଠାରେ ୩.୩୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଥିବାବେଳେ କେବଳ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ଅପରାହ୍ନ ୫ଟା ସୁଦ୍ଧା ସେଠାରେ ଜଳସ୍ତର ୧୭.୩୯ଫୁଟ ରହିଥିଲା ।
ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ,କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ମୋଟ ୬୬ଟି ବ୍ଲକର ୪୦୮ଟି ପଂଚାୟତର ୧୪୨୫ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୫ଲକ୍ଷ ୬୧ହଜାର ୩୯୧ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୯୭୬୯ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୨୮ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୨ଟି ଜିଲ୍ଲାର ମୋଟ ୧୮୪୭ଟି ଘର ନଷ୍ଟ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୩.୩୮ଲକ୍ଷ ଲୋକ, ଯାଜପୁରରେ ୧.୦୨ଲକ୍ଷ ଲୋକ, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୩ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ପୁରୀରେ ମାତ୍ର ୧୫୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ସେହିପରି ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡରେ ମୋଟ ୧୧୭୩୦ଜଣ ଲୋକ ପ୍ରଭାବିତ ହୋଇଛି । ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୮୭ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୮୯୦ଟି ଘର ନଷ୍ଟ ହୋଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟର ସବୁ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତକାଲି ଓ ଆଜି ବିଶେଷ ବର୍ଷା ହୋଇନାହିଁ । କେନ୍ଦ୍ରାପଡ଼ାରେ ମହାନଦୀର କିଛି ଶାଖା ନଦୀଗୁଡ଼ିକରେ ଶୁକ୍ରବାର ଅପରାହ୍ନ ସୁଦ୍ଧା ପିକ୍ ବନ୍ୟା ଜଳ ପ୍ରବାହିତ ହୋଇସାରିଛି । ବନ୍ୟା ଯୋଗୁ ଯେଭଳି କୌଣସି ନଦୀ ବନ୍ଧ ନଭାଙ୍ଗେ ସେଥିପାଇଁ ଫିଲଡ୍ ଲେଭଲ୍ କର୍ମଚାରୀମାନେ ସତର୍କ ରହିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଆଉ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପୂର୍ବାନୁମାନ କରିନାହାନ୍ତି । ଉତ୍ତର ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ତେବେ ବର୍ଷା ଜଳ ହ୍ରାସ ପାଉଥିବାରୁ ପ୍ରଭାବିତ ଅଂଚଳରେ ଜଳବାହିତ ରୋଗ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଫିଲଡ୍ ଲେଭଲ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତି ଯୋଗୁ କିଛି ଜରୁରୀ ପରିସ୍ଥିତି ଉପୁଜିଲେ ତା’ର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ବିସ୍ତୃତ ଗାଇଡଲାଇନ୍ ପଠାଯାଇଛି ଓ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ବନ୍ୟା ଯୋଗୁ ୧୫ଟି ଜିଲ୍ଲାର ପ୍ରାୟ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୪ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ ଏସବୁ ଜିଲ୍ଲାରେ ପ୍ରାୟ ୨ହଜାରରୁ ଅଧିକ ଘର ନଷ୍ଟ ହୋଇଛି ।
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ୍ର ୧୭ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିବା ବେଳେ କୁଜଙ୍ଗ ବ୍ଲକ୍ର ୨୫, ରଘୁନାଥପୁର ଓ ନାଉଗାଁ ବ୍ଲକର ୨ଟି ଲେଖାଏଁ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି।
ଏହି ୪୬ଟି ସ୍କୁଲରୁ ୪୪ଟି ସ୍କୁଲକୁ ଆଜି ମଧ୍ୟ ବନ୍ଦ ରଖାଯାଇଥିଲା। ଏହି ତାଲିକାରେ ଆଜି ନାଉଗାଁ ବ୍ଲକର ୨ଟି ସ୍କୁଲକୁ ଯୋଡ଼ା ଯାଇଛି। ଫଳରେ ଆସନ୍ତାକାଲି ୪୬ଟି ସ୍କୁଲ୍ ଛୁଟି ବନ୍ଦ ରହିବ।
ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୧ଟି ଜିଲ୍ଲାର ମୋଟ ୧୩୬ଟି ବ୍ଲକର ୧୮୮୯ଟି ଗାଁ ଓ ୨୬ଟି ପୌରାଂଚଳର ୧୦୧ଟି ୱାର୍ଡର ମୋଟ ୪ଲକ୍ଷ ୧୧ହଜାର ୩୩୮ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୫୧୬୭୮ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ୮୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ମିଟର ଘାଇ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ ୨ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି । ଏସବୁ ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ବର୍ଷା କମିଛି ଓ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ଫୁଟ୍ ଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୯୨ହଜାର ୯୧୧କ୍ୟୁସେକ ଜଳ ପ୍ରବେଶ କରୁଛି ୭ଟି ଗେଟ ଦେଇ ୧ଲକ୍ଷ ୫୬ହଜାର ୬୭୬କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୨.୮୨ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ କଟକରର ନରାଜଠାରେ ମହାନଦୀର ଜଳସ୍ତର ୨୫.୭୨ଫୁଟ ଥିବାବେଳେ ଏଠାରେ ବିପଦ ସଙ୍କେତ ୨୫.୪୧ଫୁଟ ରହିଛି । ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ବୈତରଣୀର ଜଳସ୍ତର ୧୭.୯୪ଫୁଟରେ ପ୍ରବାହିତ ହେଉଛି । ଅନ୍ୟ କୌଣସି ସ୍ଥାନରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିନି ।
ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡ ପ୍ରଭାବିତ ହୋଇଛି । ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି ।
ସେହିପରି ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୫୭ଟି ବ୍ଲକର ୩୯୮ଟି ପଂଚାୟତର ୧୪୧୬ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୩ଲକ୍ଷ ୯୯ହଜାର ୬୩୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୮୮୭୪ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୦୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୧ଟି ଜିଲ୍ଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ପ୍ରଥମ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ଓ ଯାଜପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।
ଆଜି ଭୋର ସମୟରେ ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଥିଲା। ଘାଇ ସୃଷ୍ଟି ହେବା ଯୋଗୁ ତେରମାଣପୁର ଗାଁ ଓ କୋଟ ସାହି ସହ ଆଖପାଖ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି। ଗତବର୍ଷ ମଧ୍ୟ ସମାନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ବନ୍ୟାପରେ ଏହି ଘାଇର ମରାମତି କରାଯାଇଥିଲା। ଏଥର ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ନିମ୍ନମାନର କାମ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଉପରମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ଗାଁର ଜଳବନ୍ଦୀ ଅବସ୍ଥାରେ ରହି ଥିବାବେଳେ ରାସ୍ତା ଉପରେ ପାଣି ଚାଲୁଛି। ଯାହାଫଳରେ ଲୋକେମାନେ ଆବଶ୍ୟକ ସାମଗ୍ରୀ ପାଇଁ ବଜାର ହାଟକୁ ଯାଇପାରୁ ନାହାନ୍ତି। ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଆଜି ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ସୂଚନା ଅନୁସାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ୧୫ଟି ଜିଲ୍ଲାର ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୬୮୩୪ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଉଛି । ୧୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି । ମହାନଦୀ ଅବବାହିକାରେ ଖଇରମାଳଠାରେ ୪.୭୨ଲକ୍ଷ କ୍ୟୁସେକ, ବରମୂଳଠାରେ ୭.୮୬ଲକ୍ଷ କ୍ୟୁସେକ ଓ ମୁଣ୍ଡୁଳିଠାରେ ୯.୧୮ଲକ୍ଷ କ୍ୟୁସେକ କଳ ପ୍ରବାହିତ ହେଉଛି । ଖଇରମାଳ ଓ ବରମୂଳଠାରେ ଜଳ ପ୍ରବାହ କମିବାରେ ଲାଗିଛି । ଅପରାହ୍ନ ୫ଟାଠାରେ ମୁଣ୍ଡୁଳିଠାରେ ମହାନଦୀରେ ୯.୧୮ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଅପରାହ୍ନ ୪ଟାରୁ ଜଳସ୍ତର ସ୍ଥିର ରହିଛି । ତେବେ ନରାଜଠାରେ ମହାନଦୀର ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁ କଟକ,ପୁରୀ,ଜଗତସିଂହପୁର,କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଜେନାପୁରଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୨୩ମିଟର ଥିବାବେଳେ ଅପରାହ୍ନ ୪ଟାରୁ ଏହି ଜଳସ୍ତର ୨୨.୨୦ମିଟରରେ ସ୍ଥିର ରହିଛି । ଅପରାହ୍ନ ୩ଟା ସୁଦ୍ଧା ବାଲେଶ୍ୱରର ମଥାନିସ୍ଥିତ ଜଳକା ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ବୈତରଣୀ ନଦୀରେ ଜଳସ୍ତର ଆଖୁଆପଦାଠାରେ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ୧୯.୪୪ ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସେହିପରି ଆନନ୍ଦପୁରଠାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି । ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବା ଏସଆରସିଙ୍କ କାର୍ଯ୍ୟାଳୟ କହିଛି । ରାଜ୍ୟରେ ଜରୁରୀକାଳୀନ ଅପରେସନ୍ ସେଂଟର ଖୋଲାଯାଇ ସ୍ଥିତି ଉପରେ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ।
ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଆଜି ସକାଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, କାଣୀ ନଦୀରେ ଛୋଟଧରଣର ବନ୍ଧ ଭାଙ୍ଗିଥିବାର ଖବର ଆସିଛି । ହେଲେ ତା’ର ମରାମତି କରାଯାଉଛି ।ଅନ୍ୟ କେଉଁଠି ନଦୀବନ୍ଧ ଭାଙ୍ଗିବାର ପରିସ୍ଥିତି ଉପୁଜି ନାହିଁ । ର୍ୟାରେ ବଡ଼ଧରଣର ବନ୍ୟା ହେବନି । ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶଙ୍କା କରୁଛୁ । ମହାନଦୀର ତଳମୁଣ୍ଡରେ ଜଳସ୍ତର ବଢ଼ିବାର ଆଶଙ୍କା ଥିବାରୁ ଆଜି ରାତି ଗୁରୁ୍ତ୍ୱପୂର୍ଣ୍ଣ । ନୟାଗଡ଼, କଟକ, ଜଗତସିହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ଜଗତସିଂହପୁର,ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନା ଥିବାରୁ ପୁରୀର କଣାସ,ଅସ୍ତରଙ୍ଗ, ଜଗତସିଂହପୁର ଜିଲ୍ଲାର ଏରସମା, କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ଶ୍ରୀ ମହାନ୍ତି କହିଛନ୍ତି ।
କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଦୁଇ ଦିନ ତଳେ ଶୁଖିଲା ପଡିଥିବା ବିଲରେ ଏବେ ଅଣ୍ଟାଏ ପାଣି। ଆଉ ସେହି ପାଣିରେ ବୁଡିଛି ଚାଷୀର ଫସଲ ଓ ସ୍ୱପ୍ନ। ଏକର ଏକର ଜମିରେ ମାଡିଯାଇଛି ପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ପାଣି। ହେକ୍ଟର ହେକ୍ଟର ଧାନ ଫସଲ ଧୋଇବାକୁ ବସିଛି। ତଳି ପକାଇ ବର୍ଷାକୁ ଅନାଇ ରହିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି। ଆଠଗଡ଼ର ପରିବା ଅଞ୍ଚଳ ଭାବେ ପରିଚିତ ବାଲି ସାହି ଗାଁରେ ପଶିଛି ମହାନଦୀର ପଛୁଆ ଜଳ ଓ ସାପୁଆ ନଈର ବନ୍ୟାଜଳ। ଧାର କରଜ କରି ଚାଷୀ ଲଗାଇଥିବା ପରିବା ଫସଲକୁ ଉଜାଡ଼ି ଦେଇଛି ବନ୍ୟା ପାଣି। ପୋଟଳ, ଭେଣ୍ଡି, ଜହ୍ନି, କଲରା, ବାଇଗଣ, ଝୁଡଙ୍ଗ ଭଳି ପରିବା ଚାଷ ନଷ୍ଟ ହୋଇଯାଇଛି। ଆହୁରି ଦେଢ ଦୁଇ ମାସ ପରେ ଏସବୁ ପରିବା ତୋଳିଥିଲେ ଚାଷୀ ଭଲ ଲାଭ ପାଇଥାଆନ୍ତା। ହେଲେ କ୍ଷତି ହେବ ଭାବି ବଢିପାଣିକୁ ଦେଖି ତରତର ହୋଇ ଆଗୁଆ ତୋଳିଦେଇଛି। ସମାନ ଚିତ୍ର ଆସିଛି ବଡମ୍ବା ଅଞ୍ଚଳରୁ। ବଡମ୍ବା ବ୍ଳକର କଣ୍ଢା, ବିଶୋନାଥପୁର ଓ ବାଙ୍ଗେରିସିଂହା ଭଳି ନଦୀ କୂଳିଆ ଗାଁରେ ମହାନଦୀର ବନ୍ୟାଜଳ ମାଡି ଯାଇଛି। ଫଳରେ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ମହାନଦୀର ବନ୍ୟାଜଳରେ ଉବୁଟୁବୁ ବାଙ୍କୀର ବିଭିନ୍ନ ଅଞ୍ଚଳ। ଉଜୁଡି ଯାଇଛି ପରିବା ଫସଲ। ହଠାତ ରାତି ଭିତରେ ପାଣି ଆସି ସବୁ ବୁଡାଇ ଦେଇଛି। ସୋସାଇଟିରୁ ଋଣ ଆଣି ଫସଲ ଫଳାଇଥିବା ଚାଷୀକୁ ଏବେ ଘାରିଛି ଋଣ ସୁଝିବା ଚିନ୍ତା।
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା, ପମ୍ଫାଲୋ, କୁରୁଞ୍ଜିପୁର, ରାଜସ ଓ ସୋମଣା ପଞ୍ଚାୟତରେ ଧାନ ଗଛ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚାଷୀଙ୍କ ଆଶା ଉଜାଡିଦେଇଛି ସୋନ ନଈର ବନ୍ୟାପାଣି। ଏକର ଏକର ବିଲରେ ହୋଇଥିବା ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଓ କଖାରୁ ପାଣିରେ ବୁଡି ପଚିବାକୁ ବସିଛି। ସେହିପରି ପୁରୀ ଜିଲ୍ଲା କଣାସରେ ବେକେ ପାଣିରେ ବୁଡିଛି ପରିବା। ଚାଲି ଚାଲି ଯାଉଥିବା ବିଲକୁ ଡଙ୍ଗାରେ ଯିବାକୁ ପଡୁଛି ଚାଷୀକୁ। ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ପାକଳ ହୋଇନଥିବା ପରିବାକୁ ତୋଳି ଆଣୁଛି। ରାଜୁଆ ନଦୀର ବନ୍ୟାଜଳ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶିଥିବା ବେଳେ ବଡାଶ ଓ ଦୋକନ୍ଦା ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।
ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ ହେବ ପିକ୍ ଫ୍ଲୋ। କାଲି ସକାଳେ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ହ୍ରାସ ପାଇବ।
ସେ ଆହୁରି କହୁଛନ୍ତି, ବୈତରଣୀ ଏବଂ ବ୍ରାହ୍ମଣୀ ଜଳସ୍ତର ଖସୁଛି। ଆଖୁଆପଦାଠାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି। ଆଜି ରାତି ୮ଟା ସୁଦ୍ଧା ସେଠାରେ ବିପଦସଂକେତ ତଳକୁ ଖସିଯିବ। ଜେନାପୁରଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ଥିଲେ ବି ଖସୁଛି। ଖରସ୍ରୋତା ନଦୀ ବନ୍ଧରେ ପଡ଼ିଥିବା ଘଳିଆ ମରାମତି ହୋଇଯାଇଛି। କେଉଁଠି କିଛି ଘଟିଲେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।
ତଳିଆ ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ। ୬ଟି ଜିଲ୍ଲା- ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବନ୍ୟାର ପ୍ରଭାବ ପଡ଼ିବ।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ତଳମୁଣ୍ଡରୁ ପାଣି ନକମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲିବନି। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ରହିଛି। ଏହା ରାଇଜିଂ ଟ୍ରେଣ୍ଡରେ ରହିଛି। କିନ୍ତୁ ଏବେ ଆଉ ହୀରାକୁଦର ଅଧିକ ଗେଟ୍ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ମୁଣ୍ଡରୁ ପାଣି ନଛାଡ଼ିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲାଯିବ ନାହିଁ।
ଖରସ୍ରୋତା ନଦୀ ବନ୍ଧରେ ବଡ଼ ଘଳିଆ ସୃଷ୍ଟି ହୋଇଛି। ତେଣୁ ବିଝାଂରପୁର ଓଳେଇ ନିକଟରେ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି। ନଦୀ ବନ୍ଧ ରାସ୍ତା ତଳେ ଥିବା ସୁଇସ ଗେଟ ଦବି ଥିବାରୁ ୫୦ ଫୁଟ ଘାଇ ସୃଷ୍ଟି ହେବା ଆଶଙ୍କା ରହିଛି। ଘଳିଆକୁ ପୋତିବାକୁ ପ୍ରଶାସନ ବାଲି ବସ୍ତା ପକାଇବା ପାଇଁ ବ୍ୟବସ୍ଥା କରିଛି।
ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି। ବୈତରଣୀ ନଦୀରେ ପାଣି ଆସିବାରୁ ଭଦ୍ରକ ଧାମନଗରର ୧୧ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୭ଟି ପଞ୍ଚାୟତ ଲୋକେ ପାଣି ଘେରରେ ଅଛନ୍ତି। ଗତ ରାତିରୁ ହଠାତ ପାଣି ମାଡି ଯିବାରୁ ଅନେକ ଲୋକେ ଜଳ ବନ୍ଦୀ ଜୀବନ ବିତାଉଛନ୍ତି। ସେହିପରି ଧାମନଗର ବ୍ଲକର ଖଡିପଦା, ଷୋହଡା, ପଧାନୀ, ଆନନ୍ଦପୁର, କରଦା ,ଦଳାଙ୍ଗ ଓ ମୁସ୍ତଫାପୁର ଅଞ୍ଚଳର ପ୍ରାୟ ୨୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଅନ୍ୟ ପଟେ ଧାମନଗରରୁ ଯାଜପୁର ଓ ଭଣ୍ଡାରିପୋଖରୀରୁ ଯାଜପୁରକୁ ସଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଜୀବନ ଯାତ୍ରା ବେଶ ପ୍ରଭାବିତ ହୋଇଛି।
ବ୍ରାହ୍ମଣୀନଦୀରେ ବନ୍ୟାଜଳ ଆସିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଢେଙ୍କାନାଳ ଜିଲ୍ଲା ବାଇଁଶିଆ ପଞ୍ଚାୟତର କଙ୍କା ଗାଁ। ଉପରମୁଣ୍ଡରେ ବର୍ଷା ପରେ ବ୍ରାହ୍ମଣୀରେ ବନ୍ୟାଜଳ ଆସିବା ପରେ ଏହି ଗାଁ ପାଣି ଘେରରେ ରହିଛି। ପାଣି ଛାଡ଼ିବା ପର୍ଯ୍ୟନ୍ତ ଏକ ଘରିଆ ହୋଇ ରହିବାକୁ ପଡ଼େ ଏମାନଙ୍କୁ। ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାଦେଇ ବିଶେଷ କରି ବାଇସିଆଁ ପଞ୍ଚାୟତର କଙ୍କା, କାଠପାଳ ବଲ୍ଲଭ, ଖଙ୍କର ଓ ଆମ୍ବବାହାଳି ଭଳି ୬ଟି ଗାଁର ଲୋକେ ନିଜ ବିଲକୁ ଯାଆନ୍ତି। ତେବେ ପାଣି ଘେରରେ ଥିବାରୁ ଏବେ ସଭଏଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ଯାଜପୁର ଜଗନ୍ନାଥ ମନ୍ଦିର ଓ ଲକ୍ଷ୍ମୀ ମନ୍ଦିରରେ ପାଣି ପଶିଯାଇଛି। ତେଣୁ ନୀତିକନ୍ତି ବାଧାପ୍ରାପ୍ତ ହୋଇଛି। ସେପଟେ ସପ୍ତମାତୃକା ମନ୍ଦିର ଅଧା ବୁଡ଼ିରହିଛି।
ଲଗାଣ ବର୍ଷା ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହରିହର ଯୋର ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟ ଧୋଇ ଯାଇଛି। ବନ୍ୟା ପାଣିରେ ଅନେକ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ବୀରମହାରାଜପୁର-ଅମରପାଲିି ରାସ୍ତାର ମୁର୍ଷୁଣ୍ଢି ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ରସତାର ୫ ଶହ ମିଟର ପର୍ଯ୍ୟନ୍ତ ୧୦ ଫୁଟ ଗଭୀରତାରେ ଘାଇ ସୃଷ୍ଟି ହୋଇଛି। ଫଳରେ ବୀରମହାରାଜପୁରରୁ ଦୁର୍ଜନତଇଲା, ବହଳପଦର, ଲୁତୁରପଙ୍କ ଓ ମୁର୍ଷୁଣ୍ଢି ପଞ୍ଚାୟତ ସମେତ ସମ୍ବଲପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।
କାରଣ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଏହି ବନ୍ୟା ଜଳ ପଶିବା ଦ୍ୱାରା ବହୁ ଗାଁ ଜଳମଗ୍ନ ହେବା ସହ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ତେଣୁ ଉକ୍ତ ଜିଲ୍ଲାମାନଙ୍କୁ ବରିଷ୍ଠ ଅଧିକାରୀଙ୍କୁ ପଠାଯିବା ସହ ଏନଡିଆରଏଫ, ଓଡ୍ରାଫ ଆଦି ରେସକ୍ୟୁ ଟିମ୍କୁ ମୁତୟନ କରାଯାଇଛି।
ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି, ମୁଣ୍ଡଳିରେ ଏବେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ ୫୦ ହଜାର କ୍ୟୁସେକ ପ୍ରବାହିତ ହେବ । ଏହାପରେ ସନ୍ଧ୍ୟା ସୁଦ୍ଧା ୯ରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡଳୀ ଅତିକ୍ରମ କରିବ। ତେଣୁ ସେତେବେଳେ ଆସିବ ପିକ୍ ଫ୍ଲଡ୍ । ଏହାଯୋଗୁ ମହାନଦୀ ବେସିନରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଥିବା ସେ କହିଛନ୍ତି । ଏହାର ମୁକାବିଲା ନିମନ୍ତେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ରେସକ୍ୟୁ ଟିମ୍ ପ୍ରସ୍ତୁତ ଥିବା ଜଣାଯାଇଛି।
ଏହି ବନ୍ୟା ଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ପ୍ରବେଶ କରିବ। ତେଣୁ ଏହି ୩ ଜିଲ୍ଲାର ତଳିଆ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହାବାଦ ନୟାଗଡ଼ ଓ କଟକର କିଛି ତଳି ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ହୋଇଛି । ବନ୍ୟାକୁ ଆଖି ଆଗରେ ରଖି ନୟାଗଡ଼, ଅନୁଗୁଳଜ ଜିଲ୍ଲାର ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।
ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ୭ ଜିଲ୍ଲା ପାଇଁ ୬୨ ରେସକ୍ୟୁ ଟିମ୍ ଗଠନ କରାଯାଇଥିବା SRC ସୂଚନା ଦେଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ୧୦, କଟକ ସଦରରେ ୧୦, ଆଠଗଡ଼ ପାଇଁ ୮ ଟିମ୍ ନିୟୋଜିତ ହୋଇଛନ୍ତି । ଏହାବାଦ ଜଗତସିଂହପୁରକୁ ୯, ଖୋର୍ଦ୍ଧାକୁ ୫, ନୟାଗଡ଼କୁ ୮, ପୁରୀକୁ ୧୨ଟି ଟିମ୍ ପଠାଯାଇଛି।
ବନ୍ୟା ପରିସ୍ଥିତି ଉପୁଜିଲେ ବିଭିନ୍ନ ଗାଁରେ ପାଣି ପଶିବ । ତେଣୁ ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଏନଡିଆରଏଫ ଓ ଓଡ୍ରାଫ ଟିମ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କ ନିମନ୍ତେ ରନ୍ଧାଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଯାବତ ବିଭିନ୍ନ ଅଞ୍ଚଳରୁ ୩ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମାତ୍ର ଆଜି ପିକ୍ ଫ୍ଲଡ ଯୋଗୁ ବନ୍ୟା ପାଣି ବିଭିନ୍ନ ଗାଁରେ ପଶିବାର ସମ୍ଭାବନା ଥିବାରୁ ଏହି ସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି।
ଆଜି ପିକ୍ ଫ୍ଲଡ୍ ଆସିବ ବୋଲି ପୂର୍ବାନୁମାନ ହୋଇଥିବା ବେଳେ ହୀରାକୁଦର କୌଣସି ବି ଗେଟ୍ ଖୋଲାଯିବନି ବୋଲି SRC ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।
ଯୁବକଦ୍ୱୟ ବ୍ରାହ୍ମଣୀରେ ଏକ ମେଗା ପ୍ରୋଜେକ୍ଟ ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ ନିଯୁକ୍ତ ହୋଇଥିଲେ। ସେମାନେ ହେଲେ ନୂଆପଡା ଗାଁର ଅନନ୍ତ ଚରଣ ସାହୁ ଓ ବିଶ୍ୱଜିତ ହୋତା।
ଗତକାଲି ରାତିରେ ଉଭୟ ଅନନ୍ତ ଓ ବିଶ୍ୱଜିତ ଡ୍ୟୁଟିରେ ଥିବା ବେଳେ ହଠାତ ବ୍ରାହ୍ମଣୀରେ ପାଣି ମାଡିଆସିଥିଲା। ଫଳରେ ଉଭୟେ ସେଠାରେ ଫସି ରହିଥିଲେ। ଆଜି ସକାଳୁ ଗାଁ ଲୋକେ ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଉଭୟ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି।
ଅଗ୍ନିଶମ କର୍ମଚାରୀ, ଆଜି ସକାଳେ ନୂଆପଡ଼ା ଗାଁର ୨ ଯୁବକ ଟାପୁରେ ଫସିଥିବା ଫୋନ୍ ଆସିଥିଲା। ଏହାପରେ ତୁରନ୍ତ ବୋଟ ଯୋଗେ ଉକ୍ତ ସ୍ଥାନକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛୁ।
ଆଜି ସକାଳ ୬ଟା ସୁଦ୍ଧା ଭଦ୍ରକ ଆଖୁଆପଦା ଆନିକଟଠାରେ ଵୈତରଣୀ ନଦୀର ଜଳସ୍ତର ୧୯.୮୮ମିଟର ରହିଛି। ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ବିପଦ ସଙ୍କେତ ଉପରେ ରହିଛି ଜଳସ୍ତର। ଏପଟେ ବନ୍ୟା ଜଳ ଧିରେ ଧିରେ ଚାଷ ଜମିକୁ ମାଡି ଚାଲିଛି।
ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ବନ୍ଦୋଳ ମଢିଆଳି ଓ ଝୁଟଣା ଆଦି ପଞ୍ଚାୟତ ସମେତ ଆଖପାଖ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଅନ୍ୟ ପଞ୍ଚାୟତକୁ ମଧ୍ୟ ପାଣି ମାଡୁଛି। ଦୋଵଲ, ସୋହଡା, ଖଡିପଦା, ଆନନ୍ଦପୁର, ଖଡିପଦା, କରଦା, ପଧାନୀ, ଅର୍ଜ୍ଜୁନପର ପଞ୍ଚାୟତ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇସାରିଛି। ଗତକାଲି ରାତିରୁ ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇଛି ।
ବୈତରଣୀ ନଦୀ ଫୁଲୁଥିବାରୁ ଏହାର ଶାଖା ନଦୀରେ ମଧ୍ୟ ଜଳ ପ୍ରବାହିତ ହେଉଛି। ଏହା ପ୍ରଭାବରେ ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର ଗୌରପୁର, ମୁକୁନ୍ଦପୁର, ବନ୍ଦାଳ, ମୁଳାପାଳ ପଞ୍ଚାୟତର ଏକାଧିକ ଗାଁ ଜଳ ମଗ୍ନ ହୋଇଛି।
ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ସଚେତନ କରିଛି ବ୍ଲକ ପ୍ରଶାସନ। ପାଣି ବଢ଼ିବାର ଆଶଙ୍କା ଥିବାରୁ ଲୋକେ ଏକପ୍ରକାର ଭୟଭୀତ ଅଛନ୍ତି। ବିଡିଓ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।
ସେପଟେ କେନ୍ଦୁଝର ଆନନ୍ଦପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ଉପରମୁଣ୍ଡରେ ବର୍ଷା ଯୋଗୁଁ ବୈତରଣୀ ଆହୁରି ଫୁଲିବାର ଆଶଙ୍କା ଅଛି। ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଆଶଙ୍କା ଘାରିଛି। ବୈତରଣୀର ପାଣି ଘେରରେ ରହିଛି ସମଣା ପଞ୍ଚାୟତର ଗୋବିନ୍ଦପୁର, ଚାପୁଣ୍ଡିଆ, ସମଣା, କଦମଡିହି ଗାଁ । କାରଣ ହାଟଡିହି ବ୍ଲକ ଅଣା-ସମଣା ରାସ୍ତାର ବାହାରିପୁରରେ ୫ ଫୁଟର ପାଣି ଚାଲୁଛି।
ସେହିପରି ଗେଡ଼ମା-ଆଇତିପୁର ରାସ୍ତାର ରାଘବପୁର ନିକଟରେ ୪ ଫୁଟର ପାଣି ଚାଲୁଛି। ଏହି କାରଣରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ରାଘବପୁର, ଆଇତିପୁର, ନୂଆଁଗାଁ, ଅମୃତପୁର । ଗୋବିନ୍ଦପୁର ଓ ବାହାରିପୁରର କିଛି ଲୋକ ଛେଳି ଚରାଇବାକୁ ଯାଇ ପାଣି ଘେରରେ ଫସି ଯାଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି।
କେନ୍ଦୁଝରର ସାହାରାପଡ଼ାରେ ସର୍ବାଧିକ ୨୭୬. ୮ ମିମି ବର୍ଷା ରେକର୍ଡ ହୋଇଛି। ଚଳିତ ବର୍ଷାରେ ଏହି ଜିଲ୍ଲାରୁ ଜଣକର ମୃତ୍ୟୁ ହୋଇଥିବାର ମଧ୍ୟ ଅଭିଯୋଗ ହୋଇଛି। ୨୦୮ଟି ଘର ଭାଙ୍ଗିଥିବା ବେଳେ ୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତଳିଆ ଅଞ୍ଚଳରୁ ପ୍ରାୟ ୩ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷାରେ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ୭୨ଟି ପଞ୍ଚାୟତ ଓ ୫ଟି ମ୍ୟୁନସିପାଲଟିର ୨୫ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ କେବଳ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ତେବେ ଏସବୁ ନଦୀର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି ।
ଆସନ୍ତା ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଓଡ୍ରାଫ ଟିମକୁ କେନ୍ଦୁଝର, ସମ୍ବଲପୁରର ରେଢାଖୋଲ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ମୋଟ୍ ୮ଟି ଟିମକୁ ମୁତୟନ କରାଯାଇଥିବାବେଳେ ଏନଡିଆରଏଫର ଗୋଟିଏ ଲେଖାଏଁ ଟିମକୁ ଭଦ୍ରକ ଓ ଯାଜପୁରରେ ମୁତୟନ କରାଯାଇଛି । ସେହିପରି ଭଦ୍ରକ ଓ ଯାଜପୁରରେ ୩ଟି ଲେଖାଏଁ ଅଗ୍ନିଶମ ବାହିନୀ ଟିମ ସମେତ ସମ୍ବଲପୁର,କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାରେ ୧୩ଟି ଟିମ୍ ମୁତୟନ ଅଛନ୍ତି । ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ବର୍ଷା ବିତ୍ପାତରେ ବହୁ ଅଂଚଳ ଜଳମଗ୍ନ ହୋଇଥିବାବେଳେ ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଅସ୍ଥାୟୀ ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର ହେଉଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ସହ ସ୍ୱଚ୍ଛ ପିଇବା ପାଣି ଦେବାକୁ ପରାମର୍ଶ ଦେଇଛନ୍ତି । ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ୧୭ଟି ଜିଲ୍ଲାରେ ବର୍ଷା ବିତ୍ପାତ ସ୍ଥିତିର ସମୀକ୍ଷା କରିବା ସହ ନଦୀଗୁଡ଼ିକରେ ବନ୍ୟା ଆସିବାର ଆଶଙ୍କା ଥିବାରୁ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଓ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ କରୁଥିବାରୁ ଭଦ୍ରକରେ ୩୩ଟି ପାୱାରବୋଟ୍ , ଯାଜପୁରରେ ୩୬ଟି ପାୱାର ବୋଟ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ ପାୱାର ବୋଟକୁ ରଖାଯାଇଛି । ଜଳମଗ୍ନ ହେଉଥିବା ରାସ୍ତା ଓ ପୋଲ ଉପରେ ଲୋକଙ୍କ ଚଳପ୍ରଚଳକୁ ବନ୍ଦ କରିବାକୁ ପରାମର୍ଶ ଦିଆଯାଇଛି । ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାରୁ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଘଷିପୁରା ଓ ହାଟଡିହି ବ୍ଲକ ସମେତ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଧାମନଗର ଓ ତିହିଡ଼ି, ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମସ୍ତ ପ୍ରକାରର ପ୍ରତିଷେଧକ ପଦକ୍ଷେପ ନେବାକୁ କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ପରିସ୍ଥିତି ସମ୍ପର୍କରେ ନିୟମିତ ଭାବେ ଏସଆରସିଙ୍କୁ ଅବଗତ କରିବାକୁ କୁହାଯାଇଛି ।
ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ ମହାନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ମଧ୍ୟାହ୍ନରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ପାହାଚ ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ଧୀରେ ଧୀରେ ଜଳସ୍ତର ବଢ଼ିଥିଲା। ସନ୍ଧ୍ୟା ବେଳେ ବନ୍ୟା ଜଳ ମନ୍ଦିର ଭିତରେ ପ୍ରବେଶ କରିଥିଲା।
ବନ୍ୟାଜଳ ଗମ୍ଭୀରା ଭିତରେ ପ୍ରବେଶ କରିବା ପରେ ମାଆଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ମାଆଙ୍କ ଆସବାବପତ୍ର ସ୍ଥାନାନ୍ତର କରାଯାଇଥିଲା।ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ମାଆ ସ୍ଥାନାନ୍ତର ହେବା ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଏଥିପାଇଁ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି।
ରିପୋର୍ଟ-ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ
ସମସ୍ତ ୪ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ କିଛି ଅଗ୍ନିଶମ କର୍ମଚାରୀଙ୍କର ବାନ୍ତି ହୋଇଥିଲା। ସେମାନେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।
ଉଦ୍ଧାର ମହିଳା ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ। ସେ ଗାଁ ନିକଟ ବୈତରଣୀ ବଢ଼ି ପାଣିରେ ଫସି ରହିଥିବା ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ କରିବାକୁ ଯାଇଥିଲେ।
ସେପଟେ କ୍ରମାଗତ ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଦେଇ ପ୍ରବାହିତ ବୈତରଣୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ରାଜଘାଟ ଠାରେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୩୯.୧୪୦ ଥିଲା। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି।
ଚଳିତବର୍ଷ ଦେଶରେ ଚଳିତ ବର୍ଷ ମୌସୁମୀ ଜନିତ ଭଲ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ ଭାବେ ହିମାଚଳ, ଉତ୍ତରାଖଣ୍ଡ, ତେଲେଙ୍ଗାନାରେ ବନ୍ୟାଜନିତ ଦୁର୍ଦ୍ଦଶା ଅତି ଗମ୍ଭୀର। ବନ୍ୟା ଯୋଗୁ ଫସଲ ବ୍ୟାପକ କ୍ଷତି ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାୱାର ପ୍ଲାଣ୍ଟ ଓ ବିଭିନ୍ନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ସରକାରଙ୍କ ସୂଚନା ମୁତାବକ, ୨୦୧୨ଠାରୁ ୨୦୨୧ ପର୍ଯ୍ୟନ୍ତ ଏଭଳି କ୍ଷୟକ୍ଷତି ୨ ଲକ୍ଷ ୭୬ ହଜାର କୋଟି ଟଙ୍କାରୁ ଅଧିକ। ସରକାର ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ତଥ୍ୟ ରଖିଥିଲେ। ସେ କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ଦେଶର ସମସ୍ତ ରାଜ୍ୟରେ କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଯାହାର ପରିମାଣ ୨ ଲକ୍ଷ ୭୬ ହଜାର ୦୦୪.୫ କୋଟି ଟଙ୍କା।
୨୦୧୨ରେ ୧୦ ହଜାର ୯୪୪.୬୫ କୋଟି ଟଙ୍କା, ୨୦୧୩ରେ ୪୭ ହଜାର ୩୪୮.୭୫ କୋଟି ଟଙ୍କା, ୨୦୧୪ରେ ୧୫ ହଜାର ୫୪୮.୦୮ କୋଟି ଟଙ୍କା, ୨୦୧୬ରେ ୫ ହଜାର ୬୭୫.୧୦ କୋଟି ଟଙ୍କା, ୨୦୧୭ରେ ୩୦ ହଜାର ୬୬୫.୮୫ କୋଟି ଟଙ୍କା, ୨୦୧୮ରେ ୨୧ ହଜାର ୮୪୯.୯୭ କୋଟି ଟଙ୍କା, ୨୦୧୯ରେ ୧୫ ହଜାର ୮୬୮.୫୩ କୋଟି ଟଙ୍କା, ୨୦୨୦ରେ ୨୧ ହଜାର ୧୯୪.୧୭ କୋଟି ଟଙ୍କା ଓ ୨୦୨୧ରେ ୪୯ ହଜାର ୬୧୭.୬୨ କୋଟି ଟଙ୍କା କ୍ଷତି ହୋଇଛି।
ବନ୍ୟା ଓ ବର୍ଷା ବିତ୍ପାତରେ ଏହି ବର୍ଷ ମଧ୍ୟରେ ୧୭ ହଜାର ୪୨୨ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଖରାପ ଜଳନିଷ୍କାସନ ବ୍ୟବସ୍ଥା ବନ୍ୟା ଜନିତ କ୍ଷତି ଓ ପ୍ରାଣହାନୀର ମୁଖ୍ୟକାରଣ ହୋଇଛି ବୋଲି ଟୁଡୁ ଉଲ୍ଲେଖ କରିଛନ୍ତି।
ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପଞ୍ଜାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟକ୍ତି ଜଣଙ୍କ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ନିଜର ଟିମ ସଦସ୍ୟଙ୍କ ସହ ଯାଇଥିଲେ। ଏହି ସମୟରେ ସେ ନିଜ ମା’ଙ୍କୁ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି।
ଏପରି ସୌଭାଗ୍ୟବାନ ବ୍ୟକ୍ତି ଜଣଙ୍କ ହେଲେ ସ୍ୱେଚ୍ଛାସେବୀ ଜଗଜିତ ସିଂହ। ଲୋକଙ୍କୁ ଉଦ୍ଧାର କରିବା ପରେ ସେ ନିଜ ମା’ ହରଜିତ କୌରଙ୍କୁ ଠାବ କରିଛନ୍ତି। ପଟିଆଲା ଗାଁରେ ଥିବା ଜଗଜିତଙ୍କ ଅଜାଆଈଙ୍କ ଘରୁ ସେ ନିଜ ମା’ଙ୍କୁ ଜୁଲାଇ ୨୦ରେ ଠାବ କରିଥିଲେ। ସେ ଫେବୁକରେ ଏହାର ଫଟୋ ପୋଷ୍ଟ କରିବା ସହ ନିଜର ଭାବପ୍ରବଣତାକୁ ଅଟକାଇ ପାରି ନଥିଲେ ବୋଲି ସମସ୍ତଙ୍କୁ ଅବଗତ କରାଇଛନ୍ତି।
ଜଗଜିତ ୬ ମାସର ଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ହରଜିତ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଜଗଜିତଙ୍କୁ ୨ ବର୍ଷ ବୟସ ହୋଇଥିଲା ବେଳେ ଜେଜେ ଓ ମା’ ତାଙ୍କୁ ନିଜ ପାଖକୁ ନେଇ ଆସିଥିଲେ। ସେ ବଡ଼ ହେବା ସହ ବାପା ମା’ଙ୍କ ସମ୍ପର୍କରେ ପଚାରି ଥିଲେ। ଏହି ସମୟରେ ବାପା ମା’ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଥିବା ତାଙ୍କୁ ପରିବାର ଲୋକ କହିଥିଲେ। ଜଗଜିତ ମଧ୍ୟ ସବୁ କିଛି ବୁଝି ନିଜ ଭାଗ୍ୟକୁ ଆଦରି ରହିଥିଲେ।
ଇତି ମଧ୍ୟରେ ପ୍ରାୟ ୩୦ ବର୍ଷ ବିତି ଯାଇଥିଲା। ଭାଗ୍ୟ ଏମିତି ଖେଳ ଖେଳିଥିଲା ଯେ ମା’ ଓ ପୁଅଙ୍କ ଭେଟଘାଟ ପଟିଆଲାର ଭୋହାରପୁର ଗାଁରେ ହୋଇଛି। ଜଣେ ଆଧ୍ୟାତ୍ମିକ ସିଙ୍ଗର ଭାବେ କ୍ୟୁଆଡିଆନରେ ଥିବା ମୁଖ୍ୟ ଗୁରୁଦ୍ୱାରରେ ଜଗଜିତ ସେବା ଯୋଗାନ୍ତି।
କିନ୍ତୁ ନିକଟରେ ବର୍ଷା ଯୋଗୁ ବନ୍ୟା ହେବାରୁ ଗୁରଜିତ ନିଜ ଏନଜିଓ ଟିମ ସହ ପଟିଆଲାରେ ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଥିଲେ। ତେବେ ଏହି ସମୟରେ ତାଙ୍କର ଜଣେ ପିଉସୀ ଫିଲ୍ମ ଷ୍ଟାଇଲରେ ମା’ ଓ ପୁଅଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ।
ଜଗଜିତ କହିଛନ୍ତି, “ପଟିଆଲାରେ ଉଦ୍ଧାର କାର୍ଯ୍ୟ ଚାଲିଥିବେ ବେଳେ ମୋର ଜଣେ ପିଉସୀ ମୋତେ ଫୋନ କରିଥିଲେ। ମୋ ଆଈଙ୍କ ଘର ମଧ୍ୟ ପଟିଆଲାରେ ବୋଲି ସେ ମୋତେ କହିଥିଲେ। ଏଥିସହ ବୋହାରପୁର ଗାଁରେ ମୋ ଅଜାଆଈ ରହୁଥିବା ସେ ଶୁଣିଥିବା ମଧ୍ୟ ଜଣାଇଥିଲେ।” ପିଉସୀଙ୍କ ଠାରୁ ସୂଚନା ପାଇବା ପରେ ସେ ତୁରନ୍ତ ବୋହାରପୁର ଗାଁରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଆଈ ପ୍ରୀତମ କୌରଙ୍କୁ ଭେଟିଥିଲେ।
ଜଗଜିତ ସିଂହ କହିଛନ୍ତି, “ମୁଁ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଥିଲି। ସେ ପ୍ରଥମେ ମୋତେ ନେଇ ସନ୍ଦେହ କରୁଥିଲେ। କିନ୍ତୁ ସେ ଯେତେବେଳେ ମୋ ମା’ ହରଜିତଙ୍କର ଗୋଟିଏ ପୁଅ ଥିଲା ବୋଲି ସେ କହିଥିଲେ, ମୁଁ କାନ୍ଦି ପକାଇଥିଲି। କାରଣ ମୁଁ ହିଁ ସେହି ହତଭାଗ୍ୟ ପୁଅ ବୋଲି ତାଙ୍କୁ କହିଥିଲି।” ତାଙ୍କ ପାଖରୁ ସୂଚନା ପାଇବା ପରେ ଜଗଜିତ ଶେଷରେ ନିଜ ମା’ ହରଜିତଙ୍କୁ ଭେଟିବାକୁ ସକ୍ଷମ ହୋଇଥିଲେ।
୩୫ ବର୍ଷ ପରେ ମା’ ଓ ପୁଅ ପରସ୍ପରକୁ ଦେଖି ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ଏହାକୁ ଶବ୍ଦରେ ବର୍ଣ୍ଣାନା କରିବା ମଧ୍ୟ ସହଜ ନୁହେଁ। ବୟସ ଯୋଗୁ ହରଜିତ କୌରଙ୍କ ଗୋଡ଼ରେ ସମସ୍ୟା ଦେଖାଯାଇଛି। ତେଣୁ ସେ ଭଲ ଭାବେ ଚାଲି ପାରୁ ନାହାନ୍ତି।
ହେଲେ ନିଜ ପୁଅକୁ ୩୫ ବର୍ଷ ପରେ ଦେଖି ସେ ଖୁସିରେ ଆତ୍ମବିଭୋର ହୋଇଯାଇଛନ୍ତି। ୩୭ ବର୍ଷୀୟ ଜଗଜିତ, ତାଙ୍କ ପତ୍ନୀ, ୧୪ ବର୍ଷୀୟ ଝିଅ ଓ ୮ ବର୍ଷର ପୁଅଙ୍କୁ ମଧ୍ୟ ହରଜିତ ଦେଖିଛନ୍ତି।
୩୫ ବର୍ଷ ପରେ ଜଗଜିତ ନିଜ ମା’ଙ୍କୁ ଭେଟିଥିଲେ ହେଁ ୫ ବର୍ଷ ତଳେ ହିଁ ସେ ଜୀବିତ ଥିବା ଖବର ପାଇଥିଲେ। ମା’ ଜୀବିତ ଥିବା ଜାଣି ମଧ୍ୟ ସେ ତାଙ୍କ ବିଷୟରେ କିଛି ବି ସୂଚନା ପାଇବାକୁ ସକ୍ଷମ ହୋଇ ନଥିଲେ। କାରଣ ତାଙ୍କ ଜେଜେ ଓ ମା’ଙ୍କ ସମେତ ସମସ୍ତ ସମ୍ପର୍କୀୟଙ୍କ ଦେହାନ୍ତ ହୋଇ ସାରିଥିଲା।
ଏହା ସନ୍ଧ୍ୟା ସୁଦ୍ଧା ୨୦୬.୭୦ ମିଟର ଛୁଇଁବାର ଆଶଙ୍କା ରହିଛି। ହରିଆଣା ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବାରୁ ଦିଲ୍ଲୀ ପ୍ରତି ପୁଣି ବନ୍ୟା ବିପଦ ଦେଖାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି। ସେହିପରି ଏବେ ଦିଲ୍ଲୀରେ ମଧ୍ୟ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି।
ଗତଥର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁବାରୁ ସହର ଭିତରେ ପାଣି ପଶିଥିଲା। ରାଜଘାଟ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ଗେଟ୍ ଯାଏ ଯମୁନା ନଦୀର ଜଳ ପହଞ୍ଚିବାରୁ ନାନା ପ୍ରକାରର ସମସ୍ୟା ସୃଷ୍ଟି ହୋଇଥିଲା। ବନ୍ୟା ପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ବି କରାଯାଇଥିଲା।
ଏବେ ପୁଣି ଯମୁନା ଫୁଲୁ ଥିବାରୁ ଦିଲ୍ଲୀ ପ୍ରତି ବିପଦ ସୃଷ୍ଟି ହୋଇଛି। କିନ୍ତୁ ଏଥର ଦିଲ୍ଲୀ ସରକାର ଆଗୁଆ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ହିମାଚଳରେ ପ୍ରବଳ ବର୍ଷା ହେଉଥିବାରୁ ହରିଆଣାର ବ୍ୟାରେଜକୁ ଜଳ ପ୍ରବେଶ କରିବା ଆରମ୍ଭ କରିଛି। ତେଣୁ ବ୍ୟାରେଜ କର୍ତ୍ତୃପକ୍ଷ ଏବେ ଏହାର ରିଲିଜ୍ କରିବା ଆରମ୍ଭ କରିଛନ୍ତି।
ବନ୍ୟା ଜଳ ରିଲିଜ୍ କରାଯାଉଥିବାରୁ ଦିଲ୍ଲୀରେ ବନ୍ୟା ଆଶଙ୍କା ପ୍ରକାଶ ପାଇଛି। ଜଳସ୍ତର ୨୦୬.୭ ମିଟର ଅତିକ୍ରମ କଲେ ଯମୁନା ଖାଦରରେ କିଛି ଅଂଶରେ ବନ୍ୟା ପରିସ୍ଥିତି ଦେଖାଯିବ। ଏଥିପାଇଁ ସରକାର ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରିବା ଉକ୍ତ ଅଞ୍ଚଳରେ ବନ୍ୟାକୁ ନେଇ ନିୟମିତ ସତର୍କ ସୂଚନା ଜାରି କରାଯାଉଛି।
ଆତିଶୀ କହିଛନ୍ତି, “ ଅରବିନ୍ଦ କେଜ୍ରିୱାଲ ସରକାର ପୂରା ଘଟଣା ଉପରେ ନଜର ରଖିଛନ୍ତି। ରାଜସ୍ୱ ବିଭାଗ ବେଶ ପ୍ରଭାବୀ ଭାବେ ସ୍ଥିତିର ମୁକାବିଲା କରିବାକୁ ପଦକ୍ଷେପ ନେଇଛି। କେନ୍ଦ୍ରୀୟ, ପୂର୍ବ ଜିଲ୍ଲା କିମ୍ବା ଯମୁନା ବଜାର କିମ୍ବା ଯମୁନା ଖାଦର, ଯେଉଁଠି ବି ବନ୍ୟା ପରିସ୍ଥିତି ଦେଖାଯିବ ତା’ର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହୋଇ ରହିଛୁ।”
ଆଜି ଅପରାହ୍ନରେ ମନ୍ତ୍ରୀ ସୌରଭ ଭରଦ୍ୱାଜ ୱାଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଟକୁ ଯାଇ ସ୍ଥିତି ପରଖିଛନ୍ତି। ସପ୍ତାହକ ତଳେ ବନ୍ୟା ଯୋଗୁ ଏହା ପ୍ରଭାବିତ ହୋଇଥିଲେ। ତେଣୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।
ରାଜ୍ୟର ଅନ୍ୟତମ ବଡ଼ ସହର ଅହମଦାବାଦ ଏୟାରପୋର୍ଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଏୟାରପୋର୍ଟର ଭିତର ଅଂଶ ଠାରୁ ଆରମ୍ଭ କରି ବାହାରେ ବର୍ଷା ପାଣି ସୁଅ ମାରୁଛି। ସହରର ଗଳିକନ୍ଦିରେ ବର୍ଷା ପାଣି ଘୁଘୁ କରି ମାଡ଼ି ଚାଲିଥିବା ବେଳେ ଏଥିରେ ଅନେକ କାର୍ ଓ ବାଇକ ଭାସି ଯାଇଛି। କିଛି ସ୍ଥାନରେ ଗୃହପାଳିତ ପଶୁମାନେ ପାଣିର ସୁଅରେ ଭାସି ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ଜୁନାଗଡ଼ ପାଇଁ ରେର୍ଡ ଆଲର୍ଟ ଜାରି କରିଥିବା ବେଳେ ସହରରେ ୨୪ ଘଣ୍ଟାରେ ରେକର୍ଡ ୨୪୧ ମିମି ବର୍ଷା ହୋଇଇଛି।
ରବିବାର ସକାଳ ୬ଟା ସୁଦ୍ଧା ୨୪୧ ମିମି ବର୍ଷା ହୋଇଥିଲା। ଏବେ ବି ସେଠାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବର୍ଷା ପାଣି ସୁଅ ମାରିବାରୁ ସହରରେ ଏକାଧିକ କାର୍ ଭାସି ଯାଇଛି।
ଗୋଟିଏ କାର ଉପରେ ଆଉ ଗୋଟିଏ କାର୍ ଚଢ଼ି ଯାଇଛି। ଅନେକ ସ୍ଥାନରେ କାର୍ ଉପରେ କାର ମାଡ଼ି ଯିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ବର୍ଷା ପାଣିର ସୁଅରେ ଅନେକ ଗାଈ ଓ ମଇଁଷି ମଧ୍ୟ ଭାସି ଯାଇଛନ୍ତି।
ଦୁଇଟି ଜାତୀୟ ରାଜପଥ, ୧୦ଟି ରାଜ୍ୟ ରାଜପଥ ଓ ୩୦୦ଟି ଗ୍ରାମୀଣ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ସହରାଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।
ଆଜି ସକାଳୁ କିଛି ସ୍ଥାନରେ ବର୍ଷା ସାମାନ୍ୟ ଛାଡ଼ିବାରୁ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେ ବି ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜୁନାଗଡ଼ରୁ ଏଯାଏ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ପ୍ରଶାସନ କହିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରେ ଅଚାନକ ବନ୍ୟା ଯୋଗୁ କାର୍ ଓ ଅନ୍ୟାନ୍ୟ ଗାଡ଼ି ଭାସି ଯାଇଥିଲା। ଗୋଟିଏ ଗାଡ଼ି ଉପରେ ଆଉ ଗୋଟିଏ ଗାଡ଼ି ମାଡ଼ି ଯାଇଛି। ସେଗୁଡ଼ିକୁ ଅଲଗା କରିବା ତଥା ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କ୍ରେନର ବ୍ୟବହାର କରାଯାଉଛି। ଆବାସିକ ଅଞ୍ଚଳରେ ଜମି ରହିଥିବା ପାଣିକୁ କାଢ଼ିବା ପାଇଁ ମଟୋର ପମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି।
Shared by a friend who landed at Ahmedabad airport at 10 pm. #AhmedabadRain pic.twitter.com/WsP9YpvG2z
— Kumar Manish (@kumarmanish9) July 22, 2023
ଅନ୍ୟପକ୍ଷରେ ଶନିବାର ରାତିରୁ ଅହମଦାବାଦ ଏୟାରପୋର୍ଟରେ ଲଗାଣ ବର୍ଷା ଯୋଗୁ ପାଣି ଜମି ରହିଛି। ଏୟାରପୋର୍ଟ ଭିତରେ ଓ ବାହାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ସୁଅ ମାରୁଛି। ଏଠାରୁ ଯାଉଥିବା ଓ ଏଠାକୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏୟାରପୋର୍ଟକୁ ଆସୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ମଧ୍ୟ ଏୟାରପୋର୍ଟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ବିଚଳିତ କରିବା ବେଳର ଭିଡିଓ ମଧ୍ୟ ଶେୟାର କରୁଛନ୍ତି।
ଆଜି ନୋଇଡ଼ା ଅଞ୍ଚଳରୁ ଏହି ୩ ଷଣ୍ଢକୁ ଏନ୍ଏଡିଆରଏଫ୍ ଉଦ୍ଧାର କରିଥିବା ବେଳେ ଯାହା ଭିତରେ ରହିଛି ପ୍ରୀତମ। ଏନ୍ଡିଆରଏଫ୍ର ୮ମ ବାଟାଲିୟନ ଏହାର ଫଟୋ ଟ୍ୱିଟ କରିବା ପରେ ଚର୍ଚ୍ଚା ଜୋର ଧରିଛି।
ଦିଲ୍ଲୀ ତଳିଆ ଅଞ୍ଚଳରେ ବଢ଼ି ପାଣି ପଶିବା ନେଇ ସତର୍କ ସୂଚନା ଜାରି ପରେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସଚେତନ କରାଯାଇଥିଲା। ଯାହାପରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଗୁରୁବାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଗ୍ରେଟ୍ ନୋଇଡ଼ାରେ ସର୍ଚ୍ଚ ଅପରେସନ ବେଳେ ଏନ୍ଡିଆରଏଫ୍ ଏହି ଉଦ୍ଧାର କାର୍ଯ୍ୟ କରିଛି।
#आपदासेवासदैवसर्वत्र
— 8th BN NDRF (@8NdrfGhaziabad) July 15, 2023
Team @8NdrfGhaziabad has rescued 3 cattles including India's No.1 Bull "PRITAM" costing 1 Cr. from Noida. NDRF teams are working hard to save lives in flood affected areas.#animalrescue @ndmaindia @NDRFHQ @noida_authority @HMOIndia @PIBHomeAffairs pic.twitter.com/MdMRikYFVz
ବଢ଼ି ପାଣି ଜମୁଥିବା ନୋଇଡାର ତଳିଆ ଅଞ୍ଚଳରୁ ଗୁରୁବାର ଠାରୁ ଆଜି ଯାଏଁ ପ୍ରାୟ ୫୯୭୪ ଗୃହପାଳିତ ପ୍ରାଣୀ ଯଥା ଗୋରୁ, ଠେକୁଆ, ଗଞ୍ଜା, ଘୁଷୁରୀ। ସେହିପରି ଏହି ବନ୍ୟାରେ ୫୫୦ ହେକ୍ଟର ଜମି ବୁଢ଼ି ଯାଇଛି। ୮ ଗାଁର ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମୁନାର ଜଳସ୍ତର ବିପଦସଙ୍କେତର ୨ ମିଟର ଉପରେ(୨୦୭.୬୮ମିଟର) ପ୍ରବାହିତ ହେଉଛି।
ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।
କେବେ ଭୋଗିନଥିବା ବନ୍ୟା ଦୁର୍ଦ୍ଦଶାରେ ୩ ଦିନ ହେଲାଣି ଛଟପଟ ହେଉଛନ୍ତି ଦିଲ୍ଲୀ ବାସିନ୍ଦା। ଉଛୁଳା ଯମୁନା ଧୀରେ ଧୀରେ ଶାନ୍ତ ପଡ଼ୁଥିଲେ ବି, କ୍ୟାପିଟାଲ୍ ସିଟିର ଉବୁଟୁବୁ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନି। ସେଣ୍ଟ୍ରାଲ୍ ଦିଲ୍ଲୀ, ଆଇଟିଓ, ରାଜଘାଟ, ହନୁମାନ ମନ୍ଦିର, ଯମୁନା ବଜାର, ଗୀତା କଲୋନି, ସିଭିଲ୍ ଲାଇନ୍, ରିଙ୍ଗରୋଡ୍ ଏପରିକି ସୁପ୍ରିମକୋର୍ଟ ଆଖପାଖ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିଛି।
ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀ ଆଇଟିଓ ବ୍ୟାରେଜ ପାଖରେ ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ
ଚଳାଇଛନ୍ତି ଆର୍ମି ଓ ନେଭି। ଯମୁନା ନଦୀରେ ଥିବା ଏହି ବ୍ୟାରେଜରେ ବହୁବର୍ଷ ଧରି ଅଚଳ ପଡ଼ିଥିବା ୫ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ଗତକାଲିଠୁ
ଚେଷ୍ଟା ଚାଲିଛି। ଗତକାଲି ଗୋଟିଏ ଗେଟ୍ ଖୋଲିବାରେ ସଫଳତା ମିଳିଥିଲା। ନୌସେନା ବୁଡ଼ାଳି ଦଳ ପଙ୍କୋଦ୍ଧାରରେ ଲାଗିଛନ୍ତି। ୫ଟି ଯାକ ଗେଟ୍ ଖୋଲିଗଲେ, ଦିଲ୍ଲୀର ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଆଶା ରଖାଯାଇଛି।
କେବଳ ଅଚଳ ବ୍ୟାରେଜକୁ କାର୍ଯ୍ୟକ୍ଷମ କରିବା ନୁହେଁ, ଏନ୍ଡିଆରଏଫ୍ ସହ ମିଶି ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଲାଗିଛି ସ୍ଥଳସେନା। ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନିଆଯାଉଛି। ଯବାନମାନେ ୱଜିରାବାଦ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରିବାରେ ଲାଗିଛନ୍ତି । ଦିଲ୍ଲୀରେ ୩ଟି ଜଳବିଶୋଧନ କାରଖାନା ଜଳାର୍ଣ୍ଣବ ହେବା ଫଳରେ, ପାନୀୟ ଜଳସଂକଟ ଉତ୍କଟ ହୋଇଥିଲା। ରେସ୍କ୍ୟୁ ଅପରେସନରେ ୧୬ଟି NDRF ଟିମ୍ ନିୟୋଜିତ ହୋଇଛନ୍ତି। ଉଦ୍ଧାର ଜୀବଜନ୍ତୁଙ୍କ ମଧ୍ୟରେ ସାମିଲ ଅଛି ଭାରତର ନମ୍ବର ୱାନ୍ ଷଣ୍ଢ ପ୍ରୀତମ୍ ।ଯାହାର ଦାମ୍ ୧ କୋଟି ଟଙ୍କା ବୋଲି ସୂଚନା ଦେଇଛି NDRF।
ତେଣେ ଗତକାଲି ମୁକୁନ୍ଦପୁର ଅଞ୍ଚଳରେ ୩ ଜଣ ନାବାଳକ ବନ୍ୟାପାଣିରେ ମଉଜ କରିବାକୁ ଯାଇ ଭାସିଯାଇଥିଲେ । ଏହାକୁ ଦିଲ୍ଲୀ ବନ୍ୟାର ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି । ଏସବୁ ଭିତରେ ଦିଲ୍ଲୀ ବନ୍ୟାକୁ ନେଇ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ମୁକୁନ୍ଦପୁର ଅଞ୍ଚଳରେ ଏକ ନିର୍ମାଣାଧୀନ ସ୍ଥାନ ନିକଟରେ ଥିବା ବଡ଼ ଗାତ ବନ୍ୟାଜଳରେ ଭରି ଯାଇଛି। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ତିନି ଜଣ ନାବାଳକ ଗାଧୋଇବା ଉଦ୍ଦେଶ୍ୟରେ ଉକ୍ତ ବନ୍ୟାଜଳ ଭର୍ତ୍ତି ଉକ୍ତ ଗାତକୁ ଡେଇଁ ପଡ଼ିଥିଲେ। ତେବେ ସେମାନେ ସେଥିରେ ବୁଡ଼ି ଯାଇଥିଲେ।
ସେମାନେ ବୁଡ଼ି ଯିବା ନେଇ ସ୍ଥାନୀୟ କିଛି ଲୋକ ଦେଖିଥିଲେ। ସେମାନେ ସଙ୍ଗେ ସଙ୍ଗେ ଏହି ନାବାଳକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି।
ଯମୁନା ନଦୀ ଫୁଲିବା ଯୋଗୁ କିଛି ଦିନ ହେଲାଣି ଦିଲ୍ଲୀରେ ବନ୍ୟା ହୋଇଯାଇଛି। ଅନେକ ଅଞ୍ଚଳରେ ପାଣି ପଶିଯାଇଛି। ଅବଶ୍ୟ ଆଜି ଯମୁନାର ଜଳସ୍ତର ଟିକେ ହ୍ରାସ ପାଇଛି।
ଗୁରୁବାର ସକାଳେ ଦିଲ୍ଲୀରେ ଯମୁନା ଜଳସ୍ତର ୨୦୮. ୪୬ ମିଟର ରେକର୍ଡ କରାଯାଇଛି। ବିପଦ ସଂକେତରୁ ୩ ମିଟର ଉପରେ ଚାଲୁଛି ଯମୁନା । ଗତକାଲି ରାତିରେ ଏହା ୨୦୮.୦୫ ମିଟରରେ ପହଞ୍ଚିଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ଯମୁନା ଜଳସ୍ତର ୨୦୭.୪୯ରେ ପହଞ୍ଚିଥିଲା।
ଯମୁନାରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣି ବଢ଼ି ଆସି ସିଭିଲ୍ ଲାଇନ୍ସର ରିଂଗ ରୋଡ୍ ଜଳମଗ୍ନ ହୋଇପଡିଛି । ମଜନୁ କା ଟିଲା, କାଶ୍ମିରୀ ଗେଟ୍, ISBTକୁ ସଂଯୋଗ କରୁଥିବା ରାସ୍ତା, ରାଜଘାଟ, ITO, ପୁରୁଣା କିଲ୍ଲା ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଦେଖାଦେଇଛି ନାହିଁ ନଥିବା ଟ୍ରାଫିକ୍ ସମସ୍ୟା । ହଜାର ହଜାର ସଂଖ୍ୟାରେ ଗାଡ଼ି ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଛନ୍ତି।
ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଘଣ୍ଟାପ୍ରତି ୧ରୁ ୨ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଉଥିବାରୁ ଦିଲ୍ଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ ଦିଲ୍ଲୀ ସରକାର ଗୃହ ମନ୍ତ୍ରୀ ଅମିତ ଶାହ ଓ ହରିୟାଣା ସରକାରଙ୍କ ସହ ଆଲୋଚନା କରିଛନ୍ତି। ହଥନିକୁଣ୍ଡ ବ୍ୟାରେଜର କିଛି ଗେଟ୍ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚାହୁଁଥିବା ବେଳେ ଉପରମୁଣ୍ଡରେ ବର୍ଷା ହେତୁ ତାହା ସମ୍ଭବ ହୋଇ ପାରୁନି।
ଗତ କିଛି ଦିନ ଧରି ଦିଲ୍ଲୀର ଆଖପାଖ ପାହାଡ଼ିଆ ଅଞ୍ଚଳରେ ଲାଗି ରହିଥିବା ବର୍ଷା ଯୋଗୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଫଳରେ ଦିଲ୍ଲୀ ଆଖପାଖ ସବୁ ଡ୍ୟାମରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି।
ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଯମୁନା ନଦୀ ଜଳସ୍ତର କମିବା ପରି ଲାଗୁନି। କାରଣ ଉତ୍ତର ଭାରତର ବହୁ ରାଜ୍ୟରେ ଆହୁରି କିଛି ଦିନ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏପରି ହେଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଏପରି ସ୍ଥିତିରେ ଦିଲ୍ଲୀର ଜଳମଗ୍ନ ଅଞ୍ଚଳର ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରି ଦିଆଯାଇଛି। ଏପରି ଘଡ଼ିସନ୍ଦି ମୁହୂର୍ତ୍ତରେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।
ଏପରି ସମୟରେ ଟ୍ରାଫିକ ପୁଲିସ୍ ଆଡଭାଇଜାରି ଜାରି କରି ପ୍ରତି ମିନିଟ୍ର ସୂଚନା ଅପଡେଟ କରୁଛି। ଏଥିସହ ଜଳମଗ୍ନ ଅଞ୍ଚଳରେ ଯିବାକୁ ଲୋକଙ୍କୁ ବାରଣ କରୁଛି। ଟ୍ରାଫିକ ରୁଟ୍କୁ ବାରମ୍ବାର ଡାଇଭର୍ଟ କରାଯାଉଛି।
ଏହାବାଦ ମେଟ୍ରୋ ଷ୍ଟେଶନର ଗୋଟିଏ ଗେଟ ଜଳମଗ୍ନ ହୋଇ ଯାଇଥିବା ବେଳେ ଲକ୍ଷ୍ମୀ ନଗର କିମ୍ବା ଅକ୍ଷରଧାମ ମେଟ୍ରୋ ଷ୍ଟେଶନ ଦେଇ ବାହାରିବାକୁ ଯାତ୍ରୀଙ୍କୁ ସୂଚିତ କରାଯାଇଛି।
ଏହି ଘଟଣା ଗତକାଲିର ହୋଇଥିବା ବେଳେ ମହିଳାଜଣକ ଜନନାୟକ ଜନତା ପାର୍ଟି(JJP) ବିଧାୟକ ଇଶ୍ୱର ସିଂଙ୍କୁ ଶକ୍ତ ଚାପୁଡ଼ା ବଜାଇଛନ୍ତି। ହରିୟାଣାର ଘାଗର ନଦୀରେ ଏବେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ବହୁ ଲୋକ ବନ୍ୟା ପାଣି ଘେରରେ ରହିଛନ୍ତି।
ଗତକାଲି ବିଧାୟକ ଜଣକ ନିଜ ବିଧାନସଭା କ୍ଷେତ୍ର ଘୁଲା ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ଯାଇଥିଲେ। ସେତେବେଳେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଥିବା ବେଳେ ମହିଳାଜଣକ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି।
ଘୁଲା ଅଞ୍ଚଳରେ ଏକ ଛୋଟ ବନ୍ଧ ହୋଇଥିବାରୁ ନଦୀ ପାଣି ତାହା ଅତିକ୍ରମ କରି ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରିଥିବା ମହିଳାଜଣକ କହିଥିଲେ। ଏପରିକି ବିଧାୟକଜଣକ ଚାହିଁଥିଲେ ଏହି ସମସ୍ୟାର ସମାଧାନ କରିପାରିଥାନ୍ତେ, ହେଲେ ଏହାକୁ ଗୁରୁତର ସହ ନେଇ ନ ଥିବାରୁ ଆମେ ସମସ୍ୟା ଭୋଗୁଛୁ ବୋଲି ମହିଳାଜଣକ ଅଭିଯୋଗ କରିଛନ୍ତି। ଏପରିକି ଏଥିଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ହୀନସ୍ତା ହେଉଥିବା ବେଳେ ବିଧାୟକ କେବଳ ବୁଲି ଆସିଲେ ସମସ୍ୟା ସମାଧାନ ହେବନି ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଅବସ୍ଥାରେ ଥିବା ମହିଳାଜଣକ ବିଧାୟକଙ୍କୁ ଚାପୁଡ଼ା ବଜାଇଥିବା କହିଛନ୍ତି।
ମହିଳାଙ୍କ ଏପରି ଆଚରଣରେ ବିଧାୟକଜଣକ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ମୁଁ ତାଙ୍କୁ କ୍ଷମା କରିଦେଇଛି ବୋଲି ସେ କହିଛନ୍ତି।
ଘାଗରା ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ପଞ୍ଜାବ ଓ ହରିୟାଣାର ବହୁ ଅଞ୍ଚଳ କିଛି ଦିନ ହେବ ଜଳମଗ୍ନ ହୋଇ ଯାଇଛି।
ଉଛୁଳା ଯମୁନାର ଉଗ୍ର ରୂପ ଦେଖି ଲୋକେ ମଧ୍ୟ ଭୟଭୀତ। ଦୁଇ ତିନି ଧରି କ୍ରମାଗତ ଜଳସ୍ତର ବଢିବା ପରେ ଦିଲ୍ଲୀରେ ଲୋହା ବ୍ରିଜଠାରେ ବୁଧବାର ସକାଳେ ବଢ଼ି ପାଣି ବିପଦ ସଙ୍କେତ ପାର କରିସାରିଛି। ଯମୁନା ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଥିବାରୁ ବନ୍ୟା ସ୍ଥିତିର ଆଶଙ୍କ ସୃଷ୍ଟି କରିଛି। ଯମୁନାର ଜଳସ୍ତର ଏଠାରେ ୨୦୭. ୦୮ ମିଟର ରହିଛି । ବିପଦ ସଂକେତର ୧.୩ ମିଟର ଉପରେ ଏହା ଏବେ ପ୍ରବାହିତ ହେଉଛି। ଯାହାକି ଗତ ୪୫ ବର୍ଷ ଭିତରେ ସର୍ବାଧିକ ବୋଲି କୁହାଯାଉଛି। ଯମୁନାର ବଢ଼ି ପାଣିର ଭୟଙ୍କର ରୂପ ଦେଖି ଦିଲ୍ଲୀର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ୧୯୭୮ ମସିହା ରେକର୍ଡ ଭାଙ୍ଗି ଜମୁନାର ଜଳ ସ୍ତର ବିପଦସଙ୍କେତ ଉପରେ ଅର୍ଥାତ୍ ୨୦୭.୫୫ ରହିଛି।
ସେହିଭଳି ଦିଲ୍ଲୀ ପୁରୁଣା ରେଲୱେ ବ୍ରିଜ୍ ନିକଟରେ ମଧ୍ୟ ଜଳସ୍ତର ୨୦୭ ମିଟର ପାର କରିଛି । ଗୋଟେ ପଟେ ଲଗାଣ ବର୍ଷା ଏବଂ ଅନ୍ୟ ପଟେ ହରିୟାଣାରୁ ଜଳ ଛଡାଯିବାପରେ ଯମୁନାରେ ଏଭଳି ସ୍ଥିତି ଦେଖାଦେଇଛି। ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ୩ ଲକ୍ଷର ଅଧିକ କ୍ୟୁସେକ୍ ପାଣି ନିଷ୍କାସିତ କରାଯାଇଛି। ଏହା ଫଳରେ ଯମୁନାମ ଫୁଲିବାରେ ଲାଗିଛି।
ସ୍ଥିତିକୁ ଦେଖି ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟ୍ ଖୋଲି ଦିଆଯାଇଛି। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ନିଜେ ବୋଟରେ ବସି ଆଜି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ସ୍ଥିତିକୁ ଦେଖି ତୁରନ୍ତ ଯମୁନାରେ ଜଳ ଛାଡ଼ିବା ବନ୍ଦ କରିବାକୁ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ସପ୍ତାହରେ ଜି-୨୦ ବୈଠକ ରହିଥିବାରୁ ସ୍ଥିତିକୁ ଆୟତ କରିବାକୁ ସେ ଏହି ପଦକ୍ଷେପ ନେବାକୁ କହିଛନ୍ତି। ସେହିପରି ବଢ଼ି ପାଣି ଦେଖିବାକୁ ଯମୁନା ନଦୀ ବନ୍ଧରେ ଭିଡ଼ ଲାଗିଥିବାରୁ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ବେହାଲ ନଜର ଆସିଛି। ନଦୀ ବନ୍ଧ ନିକଟରେ ଭିଡ଼ ନକରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତର୍କତା ପରାମର୍ଶ ଜାରି କରିଛନ୍ତି।
Delhi Chief Minister Arvind Kejriwal writes to Union Home Minister Amit Shah
— ANI (@ANI) July 12, 2023
Limited quantity of water should be released from Hathnikund, so that the water level of Yamuna does not increase further. G20 summit is to be held in Delhi so if flood happens in Delhi, it won't send a… pic.twitter.com/iVbBUv8gTR
ତେବେ ତଳି ଅଞ୍ଚଳରେ ବର୍ଷା ଭିତରେ ଫସିଥିବା ଲୋକେ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଢ଼ି ପାଣି ବିଶେଷ ଭାବେ ଯମୁନା କୂଳରେ ଏବଂ ଏହାର ଆଖପାଖରେ ବସ୍ତି ଅଞ୍ଚଳରେ ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବଢେଇ ଦେଇଛି। ଅନେକ ଲୋକ ଘର ଖାଲି କରି ରାସ୍ତା ଉପରକୁ ଚାଲି ଆସିଛନ୍ତି। ଜିନିଷପତ୍ର ଓ ଛୁଆ ପିଲାଙ୍କୁ ଧରି ବ୍ରିଜ ଉପର ରାସ୍ତା କଡରେ ଆସି ବସବାସ କରିବାକୁ ବାଧ୍ୟ ହେଉଥିବା ବୋଲି ସେମାନେ କହିଛନ୍ତି।
#WATCH | Delhi CM Arvind Kejriwal, says "The water level of the Yamuna River in Delhi has reached 207.71 metres, which is the highest ever. Delhi has not received rainfall in the last 2-3 days. Water is entering Delhi from Himachal Pradesh and Haryana. Regarding this, I have also… pic.twitter.com/wPUZk7XO3u
— ANI (@ANI) July 12, 2023
ଏଭଳି ସ୍ଥିତିରେ ଯଦି ବର୍ଷା ଆହୁରି ଲାଗି ରହେ ଦିଲ୍ଲୀ, ଏନସିଆର ସମେତ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
1000-1500 people including children are stuck in the flood-affected area near Mayur Vihar Phase I. I have spoken to the DM to provide a boat to rescue them. The people of Delhi are our responsibility. Delhi CM should be questioned on how much money has his government spent on… pic.twitter.com/icEDsj4x9h
— ANI (@ANI) July 12, 2023
ସେପଟେ ଉତ୍ତର ଭାରତରେ ଗତ ସପ୍ତାହରୁ ଲାଗି ରହିଥିବା ବର୍ଷା ଓ ବଢ଼ି ଜନିତ ବିପର୍ଯ୍ୟୟରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ଏବେବି ସ୍ଥିତି ଭୟଙ୍କର ରହିଛି। ଗତ ସପ୍ତାହେ ଭିତରେ ବର୍ଷା ବତ୍ପାତରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଭୂସ୍ଖଳନର ପ୍ରଭାବ ଏବେବି ଦେଖିବାକୁ ମିଳିଛି। ବଡ ବଡ ପଥର ଅତଡା ଧସିବା ଫଳରେ ରାସ୍ତା ବନ୍ଦ ହୋଇ ଯାତାୟତ ବ୍ୟବସ୍ଥାକୁ ଠପ କରିଦେଇଛି। ଏହା ଫଳରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକରେ ୩୦୦ରୁ ଅଧିକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡି, କୁଲୁ ସମେତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟର ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିବା ଅନୁସାରେ, ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ସେହିପରି ଉତ୍ତରାଖଣ୍ଡରେ ବର୍ଷା କମିଯାଇଛି। ହେଲେ ଏବେ ବି ସ୍ଥାନେ ସ୍ଥାନେ ଭୂସ୍ଖଳନ ଦେଖିବାକୁ ମିଳୁଛି। ଭୂସ୍ଖଳନ ଯୋଗୁ ଯାତାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ବିଭିନ୍ନ ସ୍ଥାନରେ ଅତଡା ହଟାଇବାକୁ ଜୋରଦାର ଉଦ୍ୟମ କରୁଛି ପ୍ରଶାସନ। ପ୍ରବଳ ବର୍ଷା ହେତୁ ଗଙ୍ଗା ନଦୀ ସମେତ ସମସ୍ତ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ୧୩ ଜୁଲାଇ ପର୍ଯ୍ୟନ୍ତ ଆସିବା ପାଇଁ ବାରଣ କରାଯାଇଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।
#WATCH | Uttarakhand: A hill collapses in Chamoli, due to torrential rain pic.twitter.com/9bK5NRyHF0
— ANI UP/Uttarakhand (@ANINewsUP) July 12, 2023
ପଞ୍ଜାବ ଓ ହରିଆନାରେ ବର୍ଷା ବିତ୍ପାତରେ ୧୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଯେତେବେଳେ କି ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ଭିତରେ ବର୍ଷା ବିତ୍ପାତରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
#WATCH | Haryana CM Manohar Lal Khattar conducted an aerial survey of rain-affected areas in the state today
— ANI (@ANI) July 12, 2023
The work of providing relief to the affected people is ongoing, says CM. pic.twitter.com/HDiZNLHpbH
ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି। ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।
ସେହିଭଳି ପଶ୍ଚିମ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ ଏବଂ ସିକ୍କିମରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶ, ବିହାର, ପଶ୍ଚିମ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଝାରଖଣ୍ଡ, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ, କୋଙ୍କଣ, ଗୋଆ, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉପକୂଳ କର୍ଣ୍ଣାଟକ ଏବଂ କେରଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ସେହିଭଳି ଦିଲ୍ଲୀର ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଇ ବିପଦ ସଂକେତ ଉପରେ ରହିଛି। ଆଜି ସକାଳେ ଯମୁନା ନଦୀର ଜଳ ସ୍ତର ୨୦୭.୧୪ ମିଟର ଥିବାବେଳେ ଏହାପୂର୍ବରୁ ୧୯୭୮ ମସିହାରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୨୦୭.୪୯ ମିଟର ରେକର୍ଡ କରାଯାଇଥିଲା। ଯାହା ଏବେ ଚିନ୍ତାର ବିଷୟ। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ଦିଲ୍ଲୀର ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ସେହିଭଳି ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶ ଓ ଏହାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମନାଲିରେ ଅନେକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡୀ, କୁଲୁ ସମେତ ସାତଟି ଜିଲ୍ଲାରେ ପ୍ରବଳ ବର୍ଷା ଏବେବି ଜାରି ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ କହିବାନୁସାରେ, ଜୁନ୍ ୨୪ରେ ମୌସୁମୀ ବର୍ଷା ଆରମ୍ଭ ହେବାଠାରୁ ରାଜ୍ୟରେ ୭୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ରୁ ୧୦ ଜଣ ଲୋକ ନିଖୋଜ ଅଛନ୍ତି। ଏହା ସହିତ ୭୩ ଜଣଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୩୭୩ ଗାଈଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏକ ସେତୁ ଭୁଶୁଡି ପଡିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବର୍ଡର ରୋଡସ ଅର୍ଗାନାଇଜେସନ ପକ୍ଷରୁ ପ୍ରତିକୂଳ ପରିସ୍ଥିତିରେ ସାରା ରାତି ଉଜାଗର ରହି ଅସ୍ଥାୟୀ ବ୍ରିଜ୍ ନିର୍ମାଣ କରାଯାଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଶହ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏବେବି ବହୁ ସଂଖ୍ୟକ ପର୍ଯ୍ୟଟକ ଦୁର୍ଗମ ଅଞ୍ଚଳରେ ଫସି ରହିଛନ୍ତି।
ବିଆରଓ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଚାଲିଛି। ଗତକାଲି ସିକିମ୍ ପେଗଙ୍ଗ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଏବଂ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ ଧୋଇଯାଇଛି। ଏଥି ଯୋଗୁଁ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
ସେ ତାଙ୍କ ପରିବାର ସଦସ୍ୟଙ୍କ ସହ କାରରେ ଯାଉଥିବା ବେଳେ କେ. ଆର. ଅଣ୍ଡରପାସ ନିକଟରେ ସେମାନଙ୍କ କାରଟି ପାଣିରେ ଫସି ଯାଇଥିଲା। କାରର କାଚବାଟେ ପାଣି ପଶିଯାଇଥିବା ବେଳେ ସେମାନେ ବାହାରି ପାରି ନ ଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ କାର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓ ସ୍ଥାନୀୟ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ଭାନୁରେଖାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା ହସ୍ପିଟାଲ ଯାଇ ସ୍ଥିତି ଦେଖିବା ସହ ମୃତ ଯୁବତୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏପଟେ ବର୍ଷାରେ ପୂରା ବେଙ୍ଗଲୁରୁ ସହର ସ୍ଥିତି ବେହାଲ ହୋଇ ପଡ଼ିଛି। ସହରରେ ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କିଛି ସ୍ଥାନରେ ପୁରୁଣା କୋଠା ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଅନେକ ତଳିଆ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ବନ୍ୟା ଯୋଗୁ ସହରରେ ରହୁଥିବା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦୦,୦୦୦ ଜଣ ଲୋକଙ୍କୁ ଜେଙ୍ଗଝାଉରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବେ ବେଳେ ୨୫ ଜଣଙ୍କ ଜୀବନ ଯାଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ବନ୍ୟା ସହ ଭୂସ୍ଖଳନ ହେବାରୁ ଲୋକଙ୍କ ଜୀବନ ଯାଇଛି। ମାତ୍ର ଘଣ୍ଟାଏ ଭିତରେ ଏତେ ବର୍ଷା ହୋଇଥିଲା ଯେ ଏହା ପୁରୁଣା ୬୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ପୂରା ସହରରେ ୧୮ ଇଞ୍ଚର ବର୍ଷା ହୋଇଛି। ବର୍ଷା ବିତ୍ପାତ୍ତରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶହଶହ ଗଛ ଓ ଘର ମାଟିରେ ମିଶି ଯାଇଛି। ଲୋକମାନେ ପାଣି ଘେରରେ ରହିଥିବାରୁ ସହଯୋଗ ପାଇଁ ଆକୁଳ ନିବେଦନ କରୁଛନ୍ତି।
Affected by this year's sixth typhoon In-fa, Henan Province in the central China suffered a historic heavy rain. The provincial capital Zhengzhou City has recorded the highest single-day rainfall in the past two days. pic.twitter.com/zhfjs7ylXo
— ShanghaiEye (@ShanghaiEye) July 20, 2021
ସାମ୍ନାକୁ ଆସିଥିବା ଭିଡିଓରେ ୧୨ରୁ ଅଧିକ କାର୍ ରାସ୍ତାରେ ପ୍ରବାହିତ ବନ୍ୟା ଜଳରେ ପ୍ରାୟତ ବୁଡ଼ି ରହିଛି। ସେହିପରି ପାଣିରେ ହାଲୁକା ଜିନି ଭାସିବା ଭଳି କାର୍ ଗୁଡ଼ିକ ଭାସୁଥିବା ଦେଖିବାକୁ ମିଳିଛି। ସେହିପରି ଆଉ ଗୋଟିଏ ଫଟୋରେ ଶତାଧିକ କାର୍ ପାଣି ବୁଡ଼ି ରହିଛି। ସହର ଭିତରେ ଅଚାନକ ଏଭଳି ସ୍ଥିତି ସୃଷ୍ଟି ହୋଇଥିବାରୁ ସମସ୍ତେ ଭୟର ପରିବେଶ ମଧ୍ୟରେ ରହିଛନ୍ତି।
ବନ୍ୟା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ଠାରୁ ବସ୍ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି। ଅନେକ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଫସି ରହିଛନ୍ତି। ବନ୍ୟା ଜଳ କମିବା ପରେ ସେମାନଙ୍କୁ ଉଦ୍ଧାର କରାଯିବ। ଚାଇନା ରାଷ୍ଟ୍ରପତି ହେନାନ୍ ବନ୍ୟାକୁ ଭୟଙ୍କର ବୋଲି କହିଛନ୍ତି। ଏବେ ଚାଇନାର ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏକାଧିକ ବ୍ରିଜ୍ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
Dramatic climate impacts continue around the world. Zhengzhou in China has seen the highest daily rainfall since weather records began, receiving the equivalent of 8 months of rain in a single day. #COP26 pic.twitter.com/7dtyHLUD6J
— UN Climate Change (@UNFCCC) July 21, 2021
ସୂଚନା ଯୋଗ୍ୟ, ପ୍ରଥମେ ଗାଁର ୩ ଜଣଙ୍କର ଝାଡାବାନ୍ତି ହୋଇଥିଲା । ସେମାନେ ବୈପାରୀଗୁଡା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏହାପରେ ଗ୍ରାମର ୭ଜଣ ମଧ୍ୟ ଏଥିରେ ଆକାନ୍ତ ହେଲେ। ସେମାନଙ୍କ ଅବସ୍ଥା କ୍ରମଶଃ ଖରାପ ହେବାରୁ ଆଶା ଦିଦି ସେମାନଙ୍କୁ ବୈପାରୀଗୁଡା ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନ୍ସକୁ ଫୋନ୍ କଲେ। କିନ୍ତୁ ବଣୁଆଗୁଡାକୁ ସଂଯୋଗ କରୁଥିବା ନଦୀରେ ପ୍ରବଳ ପାଣି ଥିବା ବେଳେ ଆମ୍ବୁଲାନ୍ସଟି ନଦୀ ପାର କରି ପାରି ନ ଥିଲା। ତେଣୁ ଗ୍ରାମବାସୀ ନିଜେ ନିଜ ପରିବାର ଲୋକ ତଥା ସମ୍ପର୍କୀୟଙ୍କୁ ଖଟିଆରେ ବୋହି ନଦୀ ପାର କରାଇଲେ। ଏହାପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ଯାଏ ଥିବା ଜଣାଯାଇଛି।
ଦୀର୍ଘ ଦିନ ହେବ ନଦୀରେ ପୋଲ ନିର୍ମାଣ ନିମନ୍ତେ ଗ୍ରାମବାସୀ ଦାବି କରି ଆସୁଥିବା ବେଳେ ଏହାକୁ ପ୍ରଶାସନ କର୍ଣ୍ଣପାତ କରୁ ନାହିଁ। ଫଳରେ ଗ୍ରାମବାସୀ ବର୍ଷ ଦିନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।