ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବଙ୍ଗୋପସାଗର ଓ ତା’ର ଆଖପାଖ ଅଞ୍ଚଳରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାଛଡ଼ା ଆଉ ଏକ ନିମ୍ନଚାପ ରେଖା ଆଭ୍ୟନ୍ତରୀଣ କର୍ଣ୍ଣାଟକରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ୱିଛି। ଏହି ଦୁଇ ପ୍ରକାର ପାଣିପାଗ ପ୍ରଭାବରେ ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆନ୍ତାକାଲି କେନ୍ଦ୍ରାପଡ଼ା, ଜଗତସିଂହପୁର, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ଷା ସହିତ କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଉପକୂଳ ଓଡ଼ିଶାରେ କୁହୁଡ଼ି ଅନୁଭୂତି ହୋଇପାରେ। ଘନ କୁହୁଡ଼ି ଦୁଇ ଦିନ ଧରି ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ଦିନ ଓ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିନ ତମାମ ଥଣ୍ଡା ଅନୁଭୂତ ହେଉଛି। ଖାସ୍ କରି ଦେଖିଲେ, ଝାରସୁଗୁଡ଼ାରେ ଦିନର ତାପମାତ୍ରା ୧୮.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ୨୦ ଡିଗ୍ରୀ ଭିତରେ ରେକର୍ଡ ହେବାର ସମ୍ଭାବନା ରହୁଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଯେଉଁ ଗୁରୁଚାପ ବଳୟଟି ରହିଛି, ତା’ ପ୍ରଭାବରେ ରାଜ୍ୟରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବାହିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୬ ଦିନ ଯାଏ ରାଜ୍ୟର କିଛି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ସେହିପରି ଆଗାମୀ ତିନି ଦିନ ଯାଏଁ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହୁଛି। ତେଣୁ ଶୀତର ପ୍ରକୋପ ବିଶେଷ ରହିବ ନାହିଁ ବୋଲି ପୂର୍ବାନୁମାନ ଜାରି କରାଯାଇଛି।
ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ
ଆଜିଠାରୁ ୨୧ ତାରିଖ (ଆସନ୍ତାକାଲି) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୋଳ, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଅନୁଗୋଳ ଓ ବଲାଙ୍ଗିର ଜିଲ୍ଲାର ଗୋଟିରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
ସେହିପରି ୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ବର୍ଷା
ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସାଢ଼େ ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୨୩ ତାରିଖ ସାଢ଼େ ୮ଟାରୁ ୨୪ ତାରିଖ ସାଢ଼େ ୮ଟା ପର୍ଯ୍ୟନ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୋଳ, ଜଗତସିଂହପୁର, କଟକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ସମେତ ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ମୟୂରଭଞ୍ଜ, ପୁରୀ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୨୫ ତାରିଖ ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରୀ କରିଥିବା ବୁଲେଟିନ୍ ଅନୁସାରେ ଆସନ୍ତାକାଲି ଅର୍ଥାତ ୧୯ ତାରିଖ ସକାଳେ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା କେତେକ ସ୍ଥାନରେ ପ୍ରବଳ ଘନକୁହୁଡ଼ି ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ ଅଧିକ ଓ ୨୦୦ ମିଟରରୁ କମ୍ ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୦ ତାରିଖ ସାକାଳେ ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ କୁହୁଡ଼ି ବହାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ ଅଧିକ ଓ ୨୦୦ ମିଟରରୁ କମ୍ ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୧ ତାରିଖରେ କୋରାପୁଟ, ନବରଗଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ କୁହୁଡ଼ି ବହାର ସମ୍ଭାବନା ରହିଛି। ଏହି ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ ଅଧିକ ଓ ୨୦୦ ମିଟରରୁ କମ୍ ରହିବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
#DenseFog Warning for Day-1 to Day-3:-
— Meteorological Centre, Bhubaneswar (@mcbbsr) January 18, 2024
Day-4 & Day-5 : No Warning pic.twitter.com/0akXPaLXiH
ଇଣ୍ଡିଗୋ ଫ୍ଲାଇଟର ଜଣେ ଯାତ୍ରୀ ପାଇଲଟକୁ ଶକ୍ତ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପାଇଲଟ ଜଣକ 'ବିମାନ ଉଡାଣ ବିଳମ୍ବ' ହେବା ନେଇ ଘୋଷଣା କରିବା ସମୟରେ ଜାତ୍ରୀ ଜଣଙ୍କ ହଠାତ୍ ସିଟରୁ ଉଠି ତାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳୁଛି।
A passenger punched an Indigo capt in the aircraft as he was making delay announcement. The guy ran up from the last row and punched the new Capt who replaced the previous crew who crossed FDTL. Unbelievable ! @DGCAIndia @MoCA_GoI pic.twitter.com/SkdlpWbaDd
— Capt_Ck (@Capt_Ck) January 14, 2024
ଏହି ଘଟଣା ଇଣ୍ଡିଗୋ ଫ୍ଲାଇଟ (6E-2175)ରେ ଘଟିଛି। ବିମାନଟି ଦିଲ୍ଲୀରେ ଗୋଆ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଘନ କୁହୁଡି କାରଣରୁ ବିମାନ ଉଡାଣକୁ ବାତିଲ କରିଦିଆଯାଇଥିଲା। ଫଳରେ ଯାତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଛନ୍ତି।
ପାଇଲଟଙ୍କୁ ଚାପୁଡା ମାରିଥିବା ଯାତ୍ରୀ ଜଣକ ସାହିଲ କଟାରିଆ ବୋଲି ଜଣାପଡିଛି। ଇଣ୍ଡିଗୋ ବିମାନ ପକ୍ଷରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।
ପ୍ରବଳ ଥଣ୍ଡା ସାଙ୍ଗକୁ ଆଜି ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ପଡ଼ିଥିଲା। ଦିଲ୍ଲୀ ଓ ଏନ୍ସିଆରର ଅଧିକାଂଶ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଫଳରେ ରାସ୍ତାଘାଟରେ କିଛି ଦୃଶ୍ୟମାନ ହେଉ ନଥିଲା। ଦୃଶ୍ୟମାନ ଦୂରତା ଶୂନକୁ ଖସି ଯାଇଥିଲା।
ଘନ କୁହୁଡ଼ି ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରୁ ଦିଲ୍ଲୀ ଆସୁଥିବା ୨୨ଟି ଟ୍ରେନ୍ ବିଳମ୍ବରେ ଚାଲୁଛନ୍ତି। ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି।
ଗତକାଲି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାଣିପାଗ ବିଜ୍ଞାନ ବିଭାଗର ଆକଳନ ଅନୁଯାୟୀ ଉତ୍ତରପଶ୍ଚିମ ଭାରତର ଅନେକ ଅଞ୍ଚଳରେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତ ହେବା ସହିତ କୁହୁଡ଼ି ମଧ୍ୟ ପଡ଼ିବ।
ଚଳିତ ଶୀତଋତୁରେ ପ୍ରଥମ ଥର ପାଇଁ ଦେଶର ଅନେକ ସ୍ଥାନ- ଅମୃତସରଠାରୁ ଦିବ୍ରୁଗଡ଼, ଗଙ୍ଗାନଗର, ପଟିଆଲା, ଅମ୍ବାଲା, ଚଣ୍ଡିଗଡ଼, ପାଲାମ, ସଫଦରଜଙ୍ଗ, ବରେଲୀ, ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ ଓ ଆସାମର ତେଜପୁରରେ ଦୃଶ୍ୟମାନ ଦୂରତା ‘ଶୂନ’ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଆଗାମୀ ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ୪ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍କା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ। ୬ ଓ ୭ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ।
ସେପଟେ କୁହୁଡ଼ି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର, କୋରାପୁଟ, ବଲାଙ୍ଗିର, ବୌଦ୍ଧ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
#ଜାନୁଆରୀରେ ଥଣ୍ଡା କମ !!
— Meteorological Centre, Bhubaneswar (@mcbbsr) January 1, 2024
ଜାନୁଆରୀ ୨୦୨୪ ରେ ଶୀତର ପ୍ରଭାବ କମିବା ସମ୍ଭାବନା , ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ଅଧିକ ରହିବାର ସମ୍ଭାବନା ଥିବାରୁ ଥଣ୍ଡା କମ ରହିବାର ସମ୍ଭାବନା ରହିଛି pic.twitter.com/mJoiyUcwox
୩ ତାରିଖ ସକାଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତକାଲି ରାତିରେ ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା କୋରାପୁଟ। ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରିରେ ୭.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫ ଓ ସିମିଳିଗୁଡ଼ା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି। ତିନି ଦିନ ତଳେ ଏହି ଦୁଇ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ପାଖାପାଖିକୁ ଚାଲିଯାଇଥିବା ବେଳେ ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରୀ ରହିଥିଲା।
ଗତକାଲି ରାତିରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨.୯ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ୧୧, ବରଗଡ଼ରେ ୧୩.୮, ସମ୍ବଲପୁରରେ ୧୩.୪, ଦେବଗଡ଼ରେ ୧୧.୫, ତାଳଚେରରେ ୧୨.୬, ଅନୁଗୋଳରେ ୧୧, ସୋନପୁରରେ ୧୦.୧, ବଲାଙ୍ଗିରରେ ୧୦.୫, ନୂଆପଡ଼ାରେ ୧୩.୨, ଭବାନୀପାଟଣାରେ ୧୦.୫, ଟିଟିଲାଗଡ଼ ୧୧.୮, ନବରଙ୍ଗପୁରରେ ୧୦.୮, ରାୟଗଡ଼ାରେ ୧୪.୬, ମାଲକାନଗିରିରେ ୧୪.୧, ନୟାଗଡ଼ରେ ୧୫, ଢେଙ୍କାନାଳରେ ୧୨, ଯାଜପୁରରେ ୧୫.୮, ଭଦ୍ରକରେ ୧୫.୫, ରାଣୀତାଲରେ ୧୩, ବାଲେଶ୍ୱରରେ ୧୬.୩, କେନ୍ଦ୍ରାପଡ଼ାରେ ୧୪.୨, ଜଗତସିଂହପୁରରେ ୧୪.୬, ପୁରୀରେ ୧୭.୫, ଖୋର୍ଦ୍ଧାରେ ୧୪, ଛତ୍ରପୁରରେ ୧୩.୬, ଗୋପାଳପୁରରେ ୧୬.୭ ଓ ପାରଳାଖେମୁଣ୍ଡିରେ ୧୫.୨ ଡିଗ୍ରୀ ରହିଥିଲା।
ଅନ୍ୟପକ୍ଷରେ ଶୀତ କମିଥିବା ବେଳେ କୁହୁଡ଼ି ବଢ଼ିଯାଇଛି। ଆଜି ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିବା ବେଳେ ରାଉରକେଲାରେ ଅତି ଘନ କୁହୁଡି, କୋରାପୁଟ, ନୟାଗଡ଼, ଫୁଲବାଣୀ, ବଲାଙ୍ଗିର, ଟିଟିଲାଗଡ଼ରେ ଘନ କୁହୁଡ଼ି ଏବଂ ଭବାନୀପାଟଣା, ସୁନ୍ଦରଗଡ଼, ସୋନପୁର ଓ କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ରାଉରକେଲାରେ ୪୦ ମିଟର ପରେ ଆଉ କିଛି ଦେଖାଯାଉ ନଥିଲା। ସେହିପରି କୋରାପୁଟରେ ୫୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିବା ବେଳେ ନୟାଗଡ଼ରେ ୬୦, ଫୁଲବାଣୀରେ ୭୦, ବଲାଙ୍ଗିରରେ ୯୦, ଟିଟିଲାଗଡ଼ରେ ୧୦୦ ଓ ଭବାନୀପାଟଣାରେ ୨୦୦ ମିଟର ପରେ କିଛି ଦୃଶ୍ୟମାନ ହେଉ ନଥିଲା।
ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡ଼ିତ ବାୟୁ ଚଳାଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ମଧ୍ୟ ବର୍ଷାର କୌଣସି ସମ୍ଭାବନା ନାହିଁ। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା। ତେବେ ଆଗାମୀ ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି। ଏହିସବୁ ସ୍ଥାନରେ ସକାଳୁ କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଆସନ୍ତାକାଲି ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସକାଳୁ ଘନ କୁହୁଡ଼ି ରହିବ। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୂୟରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସକାଳୁ ଘନ କୁହୁଡ଼ି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଏହି କାରଣରୁ ଦିଲ୍ଲୀ ବିମାନ ବନ୍ଦରରେ ୧୧ଟି ଆନ୍ତର୍ଜାତୀୟ ଏବଂ ପାଞ୍ଚଟି ଘରୋଇ ବିମାନ ଉଡାଣରେ ବିଳମ୍ବ ଘଟିଛି। ଏନେଇ ଦିଲ୍ଲୀ ବିମାନ ବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ବିମାନବନ୍ଦର ନିକଟ ପାଲାମ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା କାରଣରୁ ଅଧିକାଂଶ ଲୋକେ ଦକ୍ଷିଣ ଦିଲ୍ଲୀର AIIMS ହସ୍ପିଟାଲରେ ରାତ୍ରି ଯାପନ କରୁଥିବା ଦେଇଖିବାକୁ ମିଳିଛି।
ଲୋଧି ଅଞ୍ଚଳରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବାୟୁ ଗୁଣାବତ୍ତା ଦୁର୍ବଳ ସହ ପ୍ରବଳ କୁହୁଡି ପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ଉଡାଣକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ପାଗରେ ସୁଧାର ଆସିବା ପରେ ପୁନର୍ବାର ବିମାନ ଉଡାଣ ଭରିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ୨୧ ତାରିଖ ସକାଳେ କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ନୟାଗଡ଼, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ୍ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୫୦ରୁ ୨୦୦ ମିଟର ଦୂରତା ପର୍ଯ୍ୟନ୍ତ ଦେଖାଯିବ ନାହିଁ। ସେଥିପାଇଁ ୱେଲୋ ୱାର୍ଣ୍ଣିଂ କରାଯାଇଛି।
ଠିକ୍ ସେହିପରି ୨୨ ତାରିଖ ସକାଳେ ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ୱେଲୋ ୱାର୍ଣ୍ଣିଂ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଏଚ୍.ଆର୍. ବିଶ୍ୱସଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ପାଗ ଶୁଖିଲା ରହିଛି। କିନ୍ତୁ କୁହୁଡ଼ି ଦେଖାଦେଇଛି। ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହିତ କେତେକ ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
ଗତକାଲି ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଥିଲା। ସକାଳୁ ଭୁବନେଶ୍ୱର ଓ କଟକରେ ଘନ କୁହୁଡି ଛାଇ ଯାଇଥିଲା। ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନଥିଲା। ଗାଡିମଟର ଚଳାଚଳରେ ବାଧା ଉପୁଜିଥିଲା। କୁହୁଡି ଯୋଗୁଁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖାଦେବା ସହ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଏଥିସହ ରାଜ୍ୟରେ ଘନ କୁହୁଡ଼ି ଦେଖାଦେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗ ମୁତାବକ, ପବନ ବହୁନଥିବା ଯୋଗୁଁ ଶୁକ୍ରବାର ସନ୍ଧ୍ୟାରୁ ହିଁ ସମଗ୍ର ଉତ୍ତର ଭାରତରେ କୁହୁଡି ଲାଗି ରହିଛି। ଆଇଏମ୍ଡି ମୁତାବକ ଆସନ୍ତାକାଲି ଯାଏ ଏଭଳି ପାଗ ଲାଗି ରହିବ। ସୋମବାର ଦିନ ସାମାନ୍ୟ କହୁଡି କମିବ। ଦିଲ୍ଲୀରେ ବାୟୁର ମାନ ଇଣ୍ଡେକ୍ସ ୪୯୨ ରେକର୍ଡ କରାଯାଇଛି। ଯାହା ଅତ୍ୟନ୍ତ ଖରାପ।
ସେପଟେ କୁହୁଡି ଯୋଗୁଁ ବିମାନ ଏବଂ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଯାଉଥିବା ପ୍ରାୟ ବିମାନ ବିଳମ୍ବରେ ଚାଲୁଛି। କୁହୁଡି ଯୋଗୁଁ ପାଖାପାଖି ୫୦ଟି ବିମାନ ବିଳମ୍ବରେ ଚାଲୁଛି। ଅନ୍ୟପଟେ ଦରଭଙ୍ଗା, କାନପୁର, ସୁରାଟ, ବାରାଣସୀ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ ବୋଲି ସ୍ପାଇସଜେଟ୍ ବିମାନ କମ୍ପାନୀ କହିଛି। ଏଥିସହ ଗୋଟିଏ ବିମାନ ଉଡାଣ ବାତିଲ ହୋଇଛି।
ସେହିପରି ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଖରପ ପାଗ ଯୋଗୁଁ ଅନେକ ଟ୍ରେନ ବାତିଲ ହୋଇଛି। ସାରା ୨୪ରୁ ଅଧିକ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଏହା ବ୍ୟତୀତ ୧୦ଟି ଟ୍ରେନ୍କୁ ଆଂଶିକ ରୂପେ ବାତିଲ କରାଯାଇଥିବା ସୂଚନା ରହିଛି।
ପାଣିପାଗ ବିଭାଗର ସୂଚନା ମୁତାବକ ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳରେ ଶନିବାର ସକାଳୁ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଂଟା ମଧ୍ୟରେ ଆହୁରି ୦.୨ ଡିଗ୍ରୀ ତଳକୁ ପାରଦ ଖସିବା ନେଇ ସମ୍ଭାବନା ରହିଛି। ସଫଦରଗଞ୍ଜରେ ୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।