ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ମାଗଭା । ତାଙ୍କ ଘର ରାଜସ୍ତାନରେ ବୋଲି ଜଣାଯାଇଛି। ସେ ଜୟପୁରରେ ଦ୍ୱିତୀୟ ବର୍ଷ ବିସିଏ ପଢ଼ୁଥିବା ଜଣାଯାଇଛି। । ଦିଲ୍ଲୀସ୍ଥିତ କ୍ରାଉନ ପ୍ଲାଜା ହୋଟେଲର ୬୦ ହଜାର ଟଙ୍କା ବିଲ୍ ଠକେଇ କରୁଥିବା ବେଳେ ଗତ ୮ ତାରିଖରେ ସେ ଧରା ପଡ଼ିଥିଲେ।
ପୁଲିସ୍ ସୂଚନା ଅନୁଯାୟୀ, ଅକ୍ଷୟ ବିଭିନ୍ନ ଦେଶର କ୍ରେଡିଟ କାର୍ଡକୁ ହ୍ୟାକ୍ କରିବା ସହ ଏଡିଟ କରିବା ଭଲ ଭାବେ ଜାଣିଛନ୍ତି। ସେ ୟୁ-ଟ୍ୟୁବ୍ରୁ ଏହି ବିଦ୍ୟା ହାସଲ କରିଛନ୍ତି। ସେ ନିଜର ଫେକ୍ ଆଇଡି ତିଆରି କରି ସେଥିରେ ବିଭିନ୍ନ କ୍ରେଡିର୍ଟ କାର୍ଡ ନମ୍ବର ଏଡିଟ କରି ହୋଟେଲ କର୍ତ୍ତୃପକ୍ଷଙ୍କୁ ଭୂଆଁ ବୁଲାଇଥାନ୍ତି।
ଏପରି କରି ସେ ବିନା ପଇସା ଖର୍ଚ୍ଚରେ ବହୁ ବଡ଼ ବଡ଼ ହୋଟେଲ ଯାଇ ନିଜ ସାଙ୍ଗଙ୍କ ସହ ମସ୍ତି କରିଥାନ୍ତି। ଏପରି କରି ସେ ପ୍ରାୟ ୨୫ରୁ ୩୦ ହୋଟେଲକୁ ଭୂଆଁ ବୁଲାଇ ସାରିଥିବା ବେଳେ ଏବେ ଜେଲ୍ ଚାରି କାନ୍ଥରେ ରାତି କାଟୁଛନ୍ତି।
ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ଭୋଲେଶ୍ୱରୀ ଦାଶ। ଏପରିକି ଏଥିନିମନ୍ତେ ସେ ନିଜ ମାମୁଙ୍କ ସହ ମୁହାଁମୁହିଁ ହୋଇଥିଲେ। ଶେଷରେ ନିର୍ବାଚନ ବୈତରଣୀ ପାର ହୋଇ ସରପଞ୍ଚ ପାଲଟି ଯାଇଥିଲେ ଭୋଳେଶ୍ୱରୀ ।
ସରପଞ୍ଚ ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ସର୍ବନିମ୍ନ ବୟସ ସୀମା ୨୧ ରହିଛି। ମାତ୍ର ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ନିର୍ବାଚନ ଲଢ଼ିବା ସମୟରେ ଭୋଳେଶ୍ୱରୀଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। କିନ୍ତୁ ସେ ଦାଖଲ କରିଥିବା ଆଧାର କାର୍ଡ, ଭୋଟର କାର୍ଡ ଆଦିରେ ଚଞ୍ଚକତା କରି ବୟସ ବଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା।
ଏନେଇ ତାଙ୍କ ମାମୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସମସ୍ତ କାଗଜପତ୍ର ଯାଞ୍ଚ କରି ଭୋଳେଶ୍ୱରୀ ଜାଲିଆତି କରି ନିର୍ବାଚନ ଲଢ଼ିଥିବା ଜାଣିବାକୁ ପାଇଥିଲେ। ଏହାପରେ ଜିଲ୍ଲାପାଳ ଅଯୋଗ୍ୟ ଘୋଷିତ କରିବାରୁ ନିଜ ପଦ ହରାଇଛନ୍ତି ଭୋଳେଶ୍ୱରୀ। ତେବେ ଏନେଇ ତାଙ୍କ ପ୍ରତିକ୍ରିୟା ମିଳି ପାରିନି।
ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବସୁନ୍ଧରା ଯୋଜନାରେ ଜମି ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଆକ୍ସନ୍କୁ ଆସିଥିଲା କଟକ ଭିଜିଲାନ୍ସ ସେଲ୍। ଆଜି ଅଚାନକ ଭିଜିଲାନ୍ସ ଟିମ୍ ୯ ଟି ସ୍ଥାନରେ ଚଢ଼ଉ କରିଛି। କୁଜଙ୍ଗର ପୂର୍ବତନ ତହସିଲଦାର ତଥା ବର୍ତ୍ତମାନ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘର ଓ ଅଫିସ ରେଡ୍ ହୋଇଛି। ଏହାଛଡ଼ା ଜଗତସିଂହପୁରର ଅବସରପ୍ରାପ୍ତ ଉପ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, କୁଜଙ୍ଗ ତହସିଲ ଅଧୀନସ୍ଥ ଝିମାଣି ସର୍କଲର ପୂର୍ବତନ ଆରଆଇ ସନ୍ତୋଷ ମଲ୍ଲିକ, ପାରାଦୀପ ଗଡ଼ର ତତ୍କାଳୀନ ଆରଆଇ ନରେନ୍ଦ୍ର ଲେଙ୍କା, କୁଜଙ୍ଗ ଆରଆଇ ସୁବାସ ଚନ୍ଦ୍ର ଦାସ ଓ ପାଣ୍ଡୁଆ ସର୍କଲର ତତ୍କାଳୀନ ଆରଆଇ ଜ୍ୟୋତିଭୂଷଣ ବାରିକଙ୍କ ଘର ସମେତ ୯ ଟି ସ୍ଥାନରେ ଏକ କାଳିନ ଚଢ଼ଉ ଚାଲିଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ମିଳିଲାଣି, ତାହା ଜଣାପଡ଼ି ନାହିଁ। ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି।
ଉପରୋକ୍ତ ଅଧିକାରୀମାନେ ରାଜ୍ୟ ସରକାରଙ୍କ ‘ବସୁନ୍ଧରା’ ଯୋଜନାରେ ଜାଲିଆତି କରି ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିଥିବା ଅଭିଯୋଗ ହୋଇଥିଲା। ଏହି ଚଢ଼ଉରେ ଜଣେ ଏଏସପି, ୧୧ ଜଣ ଡ଼ିଏସପି ଏବଂ ୬ ଜଣ ଇନ୍ସପେକ୍ଟର ସାମିଲ ଥିବା କଟକ ଭିଜିଲାନ୍ସ ସେଲ ତରଫରୁ ସୂଚନା ଦିଆଯାଇଛି ।