ମୁମ୍ବାଇ ଗଣେଶ ପୂଜା ପାଇଁ ବେଶ ପରିଚିତ। ସହରର ପ୍ରସିଦ୍ଧ ଗଣେଶ ମଣ୍ଡପ ହେଉଛି ଗୋୱଡ ସାରସ୍ୱତ ବ୍ରାହ୍ମଣ(ଜିଏସ୍ବି) ସେବା ମଣ୍ଡଲ। ଏହି ସଂସ୍ଥା ପକ୍ଷରୁ ଚଳିତ ବର୍ଷ ପୂଜା ପାଇଁ ସ୍ୱତନ୍ତ୍ର ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତିରେ ୯୬ କେଜି ସୁନା ଓ ୩୩୬ କେଜି ରୁପାର ବ୍ୟବହାର କରାଯାଇଛି।
ଗଣେଶ ମୁର୍ତ୍ତି ତିଆରି କରିବା ପାଇଁ ସେବା ମଣ୍ଡଳକୁ ଦାନ ସୂତ୍ରରେ ୩୭ କେଜି ରୁପା ଓ ୨୫୦ ଗ୍ରାମ ସୁନା ପଦକ ମିଳିଥିଲା। ଏହାବାଦ ସଂସ୍ଥା ପକ୍ଷରୁ ମୂର୍ତ୍ତି ତିଆରି ପାଇଁ ଅଧିକ ପରିମାଣର ସୁନା ଓ ରୁପାର ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ମୋଟ ୬୯ କେଜି ସୁନା ଓ ୩୩୬ କେଜି ରୁପାରେ ଗଣେଶଙ୍କ ମୂର୍ତ୍ତି ତିଆରି କରାଯାଇଛି।
ଜିଏସ୍ବି ସେବା ମଣ୍ଡଳର ଜଣେ ପ୍ରତିନିଧି କହିଛନ୍ତି, “ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ୨୫୦ ଗ୍ରାମ ଅଧିକ ସୁନା ଓ ୩୬ କେଜି ଅଧିକ ରୁପା ବ୍ୟବହାର କରାଯାଇଛି। ସେପ୍ଟେମ୍ବର ୧୯ ଓ ୨୦ରେ ସ୍ୱତନ୍ତ୍ର ଯଜ୍ଞ କରାଯିବ। ସେପ୍ଟେମ୍ବର ୧୯ରେ ଚନ୍ଦ୍ରଯାନ- ୩ର ସଫଳତା ପାଇଁ ଗଣେଶ ପ୍ରଭୁଙ୍କୁ ଧନ୍ୟବାଦ ଦିଆଯାଇ ଯଜ୍ଞ କରାଯିବ। ସେପ୍ଟେମ୍ବର ୨୦ରେ ଅଯୋଧ୍ୟାରେ ସଫଳତାର ସହ ରାମ ମନ୍ଦିର ନିର୍ମାଣ ଓ ଉଦଘାଟନ ପାଇଁ ଯଜ୍ଞ ହେବ।”
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ, ଜିଏସ୍ବି ମଣ୍ଡଳ ପକ୍ଷରୁ ୩୬୦.୪୫ କୋଟି ଟଙ୍କାର ବୀମା କରାଯାଇଛି। ଏହା ମଧ୍ୟରେ ପେଣ୍ଡାଲକୁ ଆସୁଥିବା ଲୋକଙ୍କ ପାଇଁ ୨୯୦ କୋଟି ଟଙ୍କା, ଗହଣା ପାଇଁ ୩୯ କୋଟି ଓ ଜନସାଧାରଙ୍କ ଦାୟିତ୍ୱ ପାଇଁ ୨୦ କୋଟି ଟଙ୍କା ରହିଛି। ସୁରକ୍ଷା ପାଇଁ ସଂସ୍ଥା ପକ୍ଷରୁ ଉନ୍ନତମାନର ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।
ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ୧୦ ଦିନ ଧରି ଗଣେଶ ପୂଜା ପାଳନ କରାଯାଏ। ଲୋକ କଥା ଅନୁଯାୟୀ, ଗଣେଶ ଚର୍ତୁଥୀ ସମୟରେ ଭଗବାନ ଗଣେଶ ମା’ ପାର୍ବତୀଙ୍କ ସହ ଧରାପୃଷ୍ଠକୁ ଆସି ଥାଆନ୍ତି। ଚଳିତ ବର୍ଷ ଗଣେଶ ପୂଜା ଉତ୍ସବ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୨୯ ଯାଏ ଚାଲିବ।
https://www.youtube.com/watch?v=M-jCvAWi-vo
-ସମୟ ସମୟରେ ବାସ୍ତୁ ଦୋଷ ପ୍ରଭାବରେ ଘର ସଦସ୍ୟଙ୍କ ଶାରୀରିକ ସମସ୍ୟା ସହ ମାନସିକ ଦୁଶ୍ଚିନ୍ତା ବି ଲାଗି ରୁହେ। ଏପରିକି ଘର ଆର୍ଥିକ ଦୁର୍ଗତି ଦେଇ ଗତି କରେ। ଏପରି ସ୍ଥିତିରେ ବାସ୍ତୁ ଦୋଷ ଦୂର କରିବାକୁ ଘରକୁ ଭଙ୍ଗା ଭଙ୍ଗି କରିବାକୁ ବି ବହୁତ ଜ୍ୟୋତିଷ ପରାମର୍ଶ ଦେଇଥାନ୍ତି। ଏପରି ସମସ୍ୟାରୁ ମୁକୁଳିବାକୁ ଚାହୁଁଥିଲେ ଘର ଭଙ୍ଗାଭଙ୍ଗି କରିବା ପରିବର୍ତ୍ତେ ଗଜାନନଙ୍କ ପୂଜା କରନ୍ତୁ।
-ଯଦି ସମସ୍ୟା ଆପଣଙ୍କ ଘର, ପରିବାରର ପିଛା ଛାଡ଼ୁନି, ଏପରି ସ୍ଥିତିରେ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମୂର୍ତ୍ତି ବା ଫଟୋ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ, ଏହି ଫଟୋକୁ ଘରର ମୁଖ୍ୟ ଦ୍ୱାରରେ ଏପରି ଲଗାନ୍ତୁ ଯେପରି ଗୋଟିଏ ଫଟୋ ଘର ବାହାରକୁ ଆଉ ଗୋଟିଏ ଭିତରକୁ ରହିବ। ଫଟୋ ୨ଟି ଏପରି ଲଗାନ୍ତୁ ଯେପରି ପରସ୍ପରର ପିଠି ଲାଗିକି ରହିବ। ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଏପରିକି ଘରକୁ ସୁଖ ସମୃଦ୍ଧି ଫେରି ଆସେ।
[caption id="attachment_673272" align="aligncenter" width="650"] Representational Image[/caption]
-ଯଦି ଘରର ଏକ ସ୍ଥାନ ଯୋଗୁ ସମସ୍ୟା ଦେଖାଦେଉଥିବା ସନ୍ଦେହ ପ୍ରକଟ ହୁଏ, ତେବେ ତାହାକୁ ଭାଙ୍ଗନ୍ତୁ ନାହିଁ। ସେହି ସ୍ଥାନରେ ଥିବା କାନ୍ଥରେ ସିନ୍ଦୂରରେ ସାସ୍ୱିକ ଚିହ୍ନ କରାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁ ଦୋଷର ପ୍ରଭାବ ଧିରେ ଧିରେ କମି ଯାଇଥାଏ। ଏଥିସହ ଭଗବାନ ଗଣେଶଙ୍କ ଆର୍ଶିବାଦରୁ ଘରେ ସୁଖ ଶାନ୍ତି ବିରାଜମାନ କରିବା ସହ ଧନ ବୃଦ୍ଧି ହୋଇଥାଏ।
-ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟସ୍ଥଳରେ ବାସ୍ତୁ ଦୋଷ ଦୂର କରିବାକୁ ଗଣେଶଙ୍କ ଫଟୋ ଲଗାଇ ପାରନ୍ତି । ମୁଖ୍ୟତଃ ଘରର ଦକ୍ଷିଣ ବା ନିସୃତ କୋଣରେ ବକ୍ରତୁଣ୍ଡ ଗଣେଶଙ୍କ ପ୍ରତିମା କିମ୍ବା ଫଟୋ ଲଗାଇ ପାରନ୍ତି। କିନ୍ତୁ ଏହାକୁ ଧ୍ୟାନ ରଖନ୍ତୁ, ଯେପରି ପ୍ରତିମା କିମ୍ବା ଫଟୋର ମୁହଁ କୌଣସି ବି ସ୍ଥିତିରେ ଦକ୍ଷିଣ ଦିଗ କିମ୍ବା ନିସ୍ତୃତ କୋଣକୁ ନ ଅନାଇବ । ଏପରି ହେଲେ ଏହାର ବିପରିତ ପ୍ରଭାବ ଘର ସଦସ୍ୟଙ୍କ ଉପରେ ପଡ଼ିବ।
-ଗଣେଶଙ୍କ ଆରାଧନା କଲେ ବହୁ ବାଧାବିଘ୍ନ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ତ ତାଙ୍କୁ ବିଘ୍ନ ବିନାଶନ କୁହାଯାଇଥାଏ। ହେଲେ ବାସ୍ତୁ ଅନୁଯାୟୀ, ଘରେ ବସିଥିବା ଗଣେଶଙ୍କ ଫଟୋ ଓ ଅଫିସରେ ଛିଡ଼ା ହୋଇଥିବା ଗଣେଶଙ୍କ ଫଟୋ ଲଗାଇବା ଉଚିତ। କିନ୍ତୁ ଏତିକି ଧ୍ୟାନ ରଖିବା ଉଚିତ ଯେପରି ଛିଡ଼ା ହୋଇଥିବା ଗଣେଶଙ୍କ ୨ ପାଦ ଭୂମିକୁ ସ୍ପର୍ଶ କରୁଥିବା। ଏପରି ହେବା ଦ୍ୱାରା ବ୍ୟବସାୟରେ ସ୍ଥିରତା ଆସିଥାଏ ଓ ଝଡ଼ଝଞ୍ଜା ଦୂର ହୋଇଯାଇଥାଏ ।
ଏହାକୁ ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏକ ପ୍ଲେଟରେ କିଛି ନଡ଼ିଆ ପାଉଡର ରଖନ୍ତୁ। ଏହାପରେ ହାତରେ ଘିଅ ଲଗାଇ ପ୍ୟାନ୍ରେ ଥଣ୍ଡା ହୋଇଥିବା ନଡ଼ିଆ ପେଷ୍ଟକୁ ଛୋଟ ଛୋଟ ଗୁଳା କରନ୍ତୁ। ଏହାପରେ ନଡ଼ିଆ ପାଉଡର ଉପରେ ତାହାକୁ ଗଡ଼ାଇ ଦିଅନ୍ତୁ। ତାହା ଉପରେ କିଛି ସାଫରନ, ଆଲମଣ୍ଡ ଓ ଡ୍ରାଏ ଫ୍ରୁଟ୍ସ ଦେଇ ସଜାନ୍ତୁ। ଏହାକୁ ପ୍ରଭୁ ଗଣେଶଙ୍କ ନିକଟରେ ଭୋଗ ଲଗାନ୍ତୁ।
ଏଠାରେ ମନେ ରଖନ୍ତୁ, ନଡ଼ିଆ କୋରା ପ୍ରସ୍ତୁତି ସମୟରେ ପ୍ରଥମେ ଯେତିକି ନଡ଼ିଆ ନେଇଥିବେ, ତାହାର ଅଧା କ୍ଷୀର ଓ ତାହାଠୁ କମ୍ କନଡେନ୍ସଡ ମିଲ୍କ ନେବେ।
ବିଏମ୍ସି ପକ୍ଷରୁ ଜାରି ନୂଆ ଗାଇଡଲାଇନ ଅନୁଯାୟୀ, ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ ଅନୁମତି ମିଳିବ। ପୂଜା ପାଇଁ କମିଶନରେଟ ପୁଲିସ୍ର ଅନୁମତି ନେବାକୁ ପଡ଼ିବ।ମଣ୍ଡପ/ପେଣ୍ଡାଲର ୩ ପାର୍ଶ୍ୱ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚତୁର୍ଥ ପଟ ବି ବନ୍ଦ ରହିବ, କିନ୍ତୁ କେବଳ ପୂଜକଙ୍କୁ ପ୍ରବେଶ ଅନୁମତି ମିଳିବ। ଶ୍ରଦ୍ଧାଳୁଙ୍କୁ ମଣ୍ଡପ/ପେଣ୍ଡାଲ ଆସିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାବାଦ୍ ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ।
ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ରୁ ଅଧିକ ହୋଇପାରିବ ନାହିଁ। ପୂଜା ବେଳେ ପୂଜକଙ୍କୁ ମିଶାଇ ଏକସଙ୍ଗେ ୭ରୁ ଅଧିକ ଲୋକଙ୍କୁ ମଣ୍ଡପରେ ଏକାଠି ହେବାକୁ ମନା କରାଯାଇଛି। ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ ସେମାନଙ୍କୁ କେବଳ ଅନୁମତି ମିଳିବ। ବିସର୍ଜନ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ। କୃତ୍ରିମ ପୁଷ୍କରିଣୀରେ ବିସର୍ଜନ କରାଯିବ। ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ପିଲାଙ୍କୁ ନେଇ ପୂଜା ଅନୁମତି ମିଳିଛି । କୌଣସି ପ୍ରକାର ପ୍ରସାଦ ସେବନ କିମ୍ବା ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ମାସରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପୂଜା ପାଇଁ ଗାଇଡଲାଇନ୍ ଜାରି ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ଏଥିରେ ପୂଜା ମଣ୍ଡପ ପାଇଁ କେତେକ ନିୟମ ରଖାଯାଇଥିଲା । ନୂଆ ନିୟମରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ, ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଥିଲା। ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପୂଜା ମଣ୍ଡପରେ ଏକ ସମୟରେ ପୂଜକ, ଆୟୋଜକ ଓ କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଥିଲା । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା।
ବାସ୍ତବରେ ଶ୍ୱେତାର୍କ ମୂଳରେ ଗଣେଣଙ୍କ ବାସ ସ୍ଥାନ ରହିଛି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ଯଦି ଏହାର ଚେର ବା ମୂଳକୁ ସଠିକ ରୂପେ ପୂଜା ପାଠ କରି ଘରେ ସ୍ଥାପିତ କରାଯାଏ, ତେବେ ସୁଖ ଏବଂ ସମୃଦ୍ଧିର ବାସସ୍ଥାନ ସର୍ବଦା ଘରେ ରୁହେ।
[caption id="attachment_671892" align="aligncenter" width="650"] ଶ୍ୱେତାର୍କ ମୂଳରେ ଗଣେଣ ବାସ କରନ୍ତି।[/caption]
ଶ୍ୱେତାର୍କ ମୂଳର ଆକାର ଦେଖିବାକୁ ପାଖାପାଖି ଗଣେଶଙ୍କ ଆକାର ପରି। ଏଥିପାଇଁ ଏହାକୁ ଶ୍ୱେତାର୍କ ଗଣେଶ କୁହାଯାଏ। ବିଶ୍ୱାସ ରହିଛି ଯେ, ଯଦି ଏହି ମୂଳ ଅର୍ଥାତ୍ ଶ୍ୱେତାର୍କ ଗଣେଶଙ୍କୁ ଘରେ ସ୍ଥାପିତ କରି ପ୍ରତିଦିନ ପୂଜା କରାଯାଏ, ତେବେ ଏହା ସିଦ୍ଧ ହୋଇଯାଏ ଏବଂ ଏଥିରେ ସର୍ବଦା ଗଣେଶ ବାସ କରନ୍ତି। ଏଥିସହ ଶୀଘ୍ର ଫଳ ମଧ୍ୟ ପ୍ରଦାନ ହୋଇଥାଏ।
କିଭଳି କରିବେ ପୂଜା?
ଯଦି ଆପଣଙ୍କ ପାଖରେ ଶ୍ୱେତାର୍କ ଚେର ବା ମୂଳ ଅଛି, ତେବେ ପ୍ରଥମେ ତାହାକୁ ଭଲ ଭାବେ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ। ପରେ ସେଥିରେ ଏକ ଲାଲ ରଙ୍ଗର କପଡା ଗୁଡାଇ ପୂଜାଘରେ ସ୍ଥାପିତ କରି ପ୍ରତିଦିନ ପୂଜା କରନ୍ତି। ବିଘ୍ନହର୍ତାଙ୍କ ପୂଜାରେ ଲାଲ ଚନ୍ଦନ, ଅକ୍ଷତ, ଫୁଲ, ସିନ୍ଦୁରର ବ୍ୟବହାର ବିଶେଷ ରୂପେ କରିବା ଉଚିତ। ଧୂପ ଦୀପ ଦେଇ ନୈବେଦ୍ୟ ଅର୍ପଣ କରନ୍ତୁ। ଏହାପରେ ଗଣେଶଙ୍କ ମନ୍ତ୍ର 'ଓଁ ଗଂ ଗଣପତେୟ ନମଃ' ଜପ କରନ୍ତୁ । ମନ୍ତ୍ର ଜପ ପାଇଁ ଲାଲ ରଙ୍ଗର ମାଳ ବା ରୁଦ୍ରାକ୍ଷ ମାଳର ବ୍ୟବହାର କରନ୍ତୁ।
ଏଭଳି ରୂପେ ଶ୍ୱେତାର୍କ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଦୈବିକ ବାଧାବିଘ୍ନ ଦୂର ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କେବଳ ସେତିକି ନୁହେଁ ଗଣେଶଙ୍କ ଏହି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଘରେ ଭୂତ, ପ୍ରେତ, ଜାଦୁ ବିଦ୍ୟା, ତନ୍ତ୍ର ମନ୍ତ୍ରର ଭୟ ମଧ୍ୟ ଦୂର ହୋଇଥାଏ।