ଏ ସମ୍ପର୍କରେ ସୂଚନା ଦେଇ ବାଲେଶ୍ୱର ଡିଏସପି ବଳରାମ ନାୟକ କହିଛନ୍ତି ଯେ, ହାଇଦର ମୃତ୍ୟୁ ସହ ଜଡ଼ିତ ବନ୍ଧୁକ, ଅସ୍ତ୍ରଶସ୍ତ୍ର, ରକ୍ତଭିଜା ମାଟି ଓ କପଡ଼ା ଆଦିର କେମିକାଲ ଯାଂଚ ପାଇଁ ପଠାଯାଇଛି ।
ସୂଚନାଯୋଗ୍ୟ, ହାଇଦରକୁ ଜୁଲାଇ ୨୪ ତାରିଖରେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯିବାବେଳେ ସେ ଖସିବାକୁ ଉଦ୍ୟମ କରୁଥିବାରୁ ପୁଲିସ ତାକୁ ଗୁଳି କରିଥିଲା । ପୁଲିସ ଗୁଳିରେ ତା’ର ମୃତ୍ୟୁ ହୋଇଥିଲା । ତେବେ ତା’ର ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିବା ପରେ କମିଶନରେଟ ପୁଲିସର ଏକ ଟିମ୍ ତାକୁ ଗୁଳି କରାଯାଇଥିବା ସ୍ଥାନକୁ ଜୁଲାଇ ୨୫ତାରିଖରେ ଗସ୍ତ କରି ସରଜମିନ ଯାଂଚ କରିଥିଲା ।
କାହିଁକି ଓ କେଉଁ ପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରକୁ ହେଲା ଏନକାଉଣ୍ଟର ? ସାଧାରଣରେ ଉଙ୍କି ମାରୁଥିବା ଏଭଳି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ବଖାଣିଛି ଘଟଣା ପଛର କାହାଣୀ । ଶନିବାର ହାଇଦର ଏସକର୍ଟ ଦାୟିତ୍ୱରେ ଥିବା ପୁଲିସ ଇନସପେକ୍ଟର ଗଙ୍ଗାଧର ଶାସେନି, ସିମୁଳିଆ ଥାନାରେ ଦେଇଥିବା ଏଫଆରଆରରେ ବିସ୍ତୃତ ଭାବେ ବଖାଣିଛନ୍ତି ଘଟଣାବେଳର ଚିତ୍ର। ଶାସେନି ଲେଖିଛନ୍ତି-୨୪ ତାରିଖ ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ସର୍କଲ ଜେଲ୍ ନିଆଯାଉଥିଲା। ସୁରକ୍ଷା ଦାୟିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅସିତ୍ ରଞ୍ଜନ ଜେନା ଓ ଆଉ ୯ଜଣ ସୁରକ୍ଷାକର୍ମୀ ଥିଲେ । ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା । କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ । ଏହି ସମୟରେ ତାର ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲା ଯାଇଥିଲା । ସେତିକିବେଳେ ହାଇଦର, ହଠାତ୍ ଜଣେ ହାବିଲଦାରଙ୍କଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ଫାୟାରିଂ ଧମକ ଦେଇଥିଲା । ତାସହ ପୂର୍ବଥର ଫେରାର ବେଳେ ତାକୁ ଧରି ଦେଇଥିବାରୁ ଏଥର ଆଉ ସମ୍ଭବ ନୁହେଁ ବୋଲି କହି କୁଭାଷା ବି ପ୍ରୟୋଗ କରିଥିଲା । ସେତେବେଳେ ଏସଆଇ ଅସିତ୍ ଜେନା ଓ ମୁଁ ମିଶି ହାଇଦରକୁ ଆତ୍ମସମର୍ପଣ ପାଇଁ କହିଥିଲୁ। ହେଲେ ସେ ନଶୁଣିବାରୁ ଶେଷରେ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଏସଆଇ ଅସିତ୍ ଜେନା ତାଙ୍କ ସର୍ଭିସ୍ ପିସ୍ତଲରୁ ହାଇଦର ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ।
ତେଣେ ପୁଲିସ ଗୁଳିରେ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ସହ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୋଲିସ କମିଶନରଙ୍କୁ ବି ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ମାନବାଧିକାର କର୍ମୀ କହିଛନ୍ତି ଏହାଦ୍ୱାରା ହାଇଦର ମୃତ୍ୟୁ ଏନକାଉଣ୍ଟର ନା ହତ୍ୟା ତାହା ସ୍ପଷ୍ଟ ହୋଇଯିବ । ସେପଟେ ଆଜି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ବି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି-ଅପରେସନ କ୍ଲିନ ଅପ୍ ଲକ୍ଷ୍ୟରେ ଗୋଟିଏ ଜେଲରେ ଯେପରି ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ନହୁଅନ୍ତି ସେଥିପାଇଁ ଡିସିପିଙ୍କ ମତାମତ ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । କାରଣ ହାଇଦର୍ ସେଠି କେନ୍ଦ୍ରାପଡ଼ା ଅଞ୍ଚଳର ଅନ୍ୟ ଅପରାଧୀଙ୍କ ସହ ମିଶି କିଛି ଅପରାଧ ଘଟାଇବାର ଆଶଙ୍କା ଥିଲା।
ଜେଲ୍ ଡିଜି ଦେଇଥିବା ସୂଚନା ଅନୁଯାୟୀ, ଅପରେସନ କ୍ଲିନ୍ ଅପ୍ ଅନୁଯାୟୀ, ଗୋଟିଏ ଜେଲ୍ରେ ଏକାଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ହୋଇ ରହିପାରିବେ ନାହିଁ । ନଚେତ ସେମାନେ କୌଣସି ପ୍ରକାର ଅଘଟଣ ଘଟାଇବାର ଆଶଙ୍କା ରହିଥାଏ। ତେଣୁ ମଝିରେ ମଝିରେ ଏହାର ତଦାରଖ କରାଯାଇଥାଏ। ହାର୍ଡକୋର କ୍ରିମିନାଲ ହାଇଦରର ଘର କେନ୍ଦ୍ରାପଡ଼ାରେ ହୋଇଥିବା ବେଳେ ସେ ଚୌଦ୍ୱାରରେ ଥିଲା। ଚୌଦ୍ୱାରରେ ରହିଲେ ଅଧିକ କ୍ରାଇମ ଘଟାଇପାରେ ଓ ଅଧିକ କ୍ରିମିନାଲଙ୍କ ସହ ମିଶିପାରେ ବୋଲି ଆଶାଙ୍କା କରାଯାଇଥିଲା। ସେଥିପାଇଁ କଟକ ଡିସିପିଙ୍କ ମତାମତ ନିଆଯାଇଥିଲା। ଏହାପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାଇଦରକୁ ବାରିପଦା କୋର୍ଟ ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାକୁ ପୁଲିସ୍ ଏସକର୍ଟରେ ବାରିପଦା ନିଆଯାଉଥିବା ବେଳେ ସିମୁଳିଆଠାରେ ଏପରି ଏକ ଘଟଣା ଘଟିଗଲା।
ଅନ୍ୟପକ୍ଷରେ ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆର୍ସି)। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ମାମଲା ରୁଜୁ କରିବା ସହିତ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଓଏଚ୍ଆର୍ସି ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ସେ ପରିସ୍ରା ଯିବା ବାହାଦାରେ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ଛଡ଼ାଇ ନେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ବୁଝାଇବାକୁ ପ୍ରୟାସ କରିଥିଲା। କିନ୍ତୁ ହାଇଦର ବୁଝି ନଥିଲା। ଏହା ପରେ ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ତା’ ଉପରକୁ ଗୁଳି କରାଯାଇଥିଲା। ଗତକାଲି ହାଇଦରର ପତ୍ନୀ ଓ ୨ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଥିଲା। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିଲା। ସେଥିରୁ ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିବା ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି।
https://www.youtube.com/watch?v=MSHdCLtvchU
https://www.youtube.com/watch?v=w-pYLYBAU1Y
ସେ ଏସ୍ସିବି ଆସି ହାଇଦରଙ୍କୁ ଏକାଧିକ ଥର ଦେଖା କରିଥିବା ସୂଚନା ରହିଛି । ତେବେ ଘଟଣା ବିଷୟରେ ଯୁବତୀର ବାପା କହିଛନ୍ତି ଯେ, ଗତ ଡିସେମ୍ବର ୨୭ ତାରିଖରେ ଝିଅ ଭୁବନେଶ୍ୱରରେ ଚାକିରୀ ପାଇଁ ଜିଦ କରି ଯାଇଥିଲେ । ତାଙ୍କ ଝିଅର ମାନସିକ ବିକୃତି ରହିଛି। ସେ ଜଣେ ସାଇକୋ ପେସେଣ୍ଟ। ତେଣୁ ସେ ଆମ କଥା ନମାନି ଘରୁ ପଳାଇ ଯାଇଥିଲା। ହେଲେ ଫୋନ୍ରେ ଯୋଗାଯୋଗରେ ରୁହେ। ଭୁବନେଶ୍ୱରରେ ସେ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି କାମ କରୁଥିଲା।
ତେବେ ସେ କେନ୍ଦ୍ରାପଡାର ଲକି ନାମକ ଝିଅ ସଂସ୍ପର୍ଶରେ ଆସି ଥିଲା। ହେଲେ ହାଇଦର ସମ୍ପର୍କରେ ଝିଅର କ’ଣ ସମ୍ପର୍କ ଆମେ ଜାଣିନାହୁଁ। ତାକୁ ଫସାଇ ଦିଆଯାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି। ଅନ୍ୟପଟେ କେବଳ ଅର୍ଚ୍ଚନା ନୁହଁନ୍ତି ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ହାଇଦରକୁ ଭେଟିଥିଲେ । ଏପରିକି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ହାଇଦର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା । ହାଇଦର ଫେରାର ବେଳେ ଏମାନେ ତାସହ ଯୋଗାଯୋଗରେ ଥିଲେ। କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କରେ ଆସିଥିଲେ? ଏହି ଯୁବତୀମାନଙ୍କ ଭୂମିକା କଣ ଥିଲା ତା’ର ତଦନ୍ତ କରୁଛି ପୁଲିସ। ଅନ୍ୟପଟେ ଯେଉଁ କାରରେ ହାଇଦର୍ ଖସିଯାଇଥିଲା, ସେହି କାରକୁ ଆଣି ତାର ମାଲିକାନାକୁ ନେଇ କଟକ ପୁଲିସ ଜାରି ରଖିଛି ଖୋଳତାଡ଼ା ।
ଡିସିପି କହିଛନ୍ତି, ଗତକାଲି ରାତିରେ ହାଇଦରକୁ ଜେଲ୍କୁ ପଠାଯିବା ପରେ ସେ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା। ତାକୁ ଜେଲ୍ରେ ଆଇସୋଲେସନ୍ରେ ରଖାଯାଇଛି ଓ ଚିକିତ୍ସା କରାଯାଉଛି। ଜେଲ୍ କର୍ତ୍ତୃପକ୍ଷ ତାର ଯତ୍ନ ନେବେ।
ହାଇଦରକୁ ହସ୍ପିଟାଲ୍ ନିଆଯିବ କି ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ଡିସିପି ଶ୍ରୀ ସିଂହ କହିଛନ୍ତି ଯେ ଯେହେତୁ ସେ ଜେଲ୍କୁ ଯିବା ପରେ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ଜେଲ୍ କର୍ତ୍ତୃପକ୍ଷ ଏ ସଂପର୍କରେ ନିଷ୍ପତ୍ତି ନେବେ। ଯଦି ଅଧିକ ଚିକିତ୍ସା ଆବଶ୍ୟକ ହୁଏ, ତା’ହେଲେ ଜେଲ୍ କର୍ତ୍ତୃପକ୍ଷ ଚାହିଁଲେ ତାକୁ ହାସ୍ପିଟାଲ୍ ପଠାଇ ପାରିବେ।
ଡିସିପି ଆହୁରି କହିଛନ୍ତି, ହାଇଦର ସୁସ୍ଥ ହେବା ପରେ ତାକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ପୁଣି ଆବେଦନ କରାଯିବ।
ହାଇଦର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତା’ ରିମାଣ୍ଡକୁ ସ୍ଥଗିତ ରଖାଯାଇଛି। କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ଚୌଦ୍ୱାର ଜେଲ୍ରୁ ୭ ଦିନ ପାଇଁ ରିମାଣ୍ଡରେ ନେଇଥା’ନ୍ତା। ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥା’ନ୍ତା ଓ ୨୩ ତାରିଖ ସକାଳ ୭ଟା ସରିଥା’ନ୍ତା।
ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ କଟକ ବଡ଼ ଡାକ୍ତରଖାନାରୁ ସେ ଫେରାର ହୋଇଯାଇଥିଲା।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁଯାୟୀ, ଜଗିଥିବା ଗାର୍ଡଙ୍କୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ତାକୁ ଗୁରୁବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ତାକୁ ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ୭ ଦିନ ପାଇଁ ତାକୁ ରିମାଣ୍ଡରେ ନେବାକୁ ମଙ୍ଗଳାବାଗ ପୁଲିସ୍କୁ ଅନୁମତି ଦେଇଥିଲେ।
ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି। ଗତକାଲି ୩ ଯୁବତୀଙ୍କ ସମେତ ୮ ଜଣଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଥିଲା।
https://youtu.be/pbWL9fXSOrg
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହାଇଦରର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି। କଟକ ମଙ୍ଗଳାବାଗ ପୁଲିସ୍ ତାକୁ ଆଜିଠୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥା’ନ୍ତା।
ଗତକାଲି ହାଇଦରକୁ କଟକ ସିଟି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲ୍କୁ ପଠାଇ ଦିଆଯାଇଥିଲା। ଆଜି ସକାଳ ୭ଟାରୁ ତା’ର ରିମାଣ୍ଡ ଅବଧି ଆରମ୍ଭ ହୋଇଥା’ନ୍ତା ଓ ଏହା ୨୩ ତାରିଖ ସକାଳ ୭ଟାରେ ଶେଷ ହୋଇଥା’ନ୍ତା। କିନ୍ତୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଛି।
ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ ତାରିଖରେ ସମ୍ବଲପୁର ଜେଲ୍ରୁ କଟକ ବଡ଼ ଡାକ୍ତରଖାନାକୁ ଆସିଥିଲା ହାଇଦର। ତେବେ ଏପ୍ରିଲ୍ ୧୦ ତାରିଖ ଅପରାହ୍ଣ ୪ଟାରୁ ସାଢ଼େ ୪ଟା ମଧ୍ୟରେ ସେଠାରୁ ସେ ଫେରାର ହୋଇଯାଇଥିଲା।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁଯାୟୀ, ଜଗିଥିବା ଗାର୍ଡଙ୍କୁ ନିଶାଗ୍ରସ୍ତ କରି ସେ ଖସି ପଳାଇଥିଲା। ତେବେ ୧୨୦ ଘଣ୍ଟାର ଅପରେସନ୍ ପରେ ତାକୁ ଗୁରୁବାର ଦିନ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା।
ତେଲେଙ୍ଗାନା ପୁଲିସ୍ ସହାୟତାରେ ହାଇଦରକୁ ଧରିଥିଲା କମିଶନରେଟ୍ ପୁଲିସ୍ର ସ୍ୱତନ୍ତ୍ର ଟିମ୍। ଏହା ପରେ ତାକୁ ଗତକାଲି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଇଥିଲା ଏବଂ କୋର୍ଟରେ ହାଜର କରାଯାଇ ୧୦ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ତେବେ କୋର୍ଟ ୭ ଦିନ ପାଇଁ ତାକୁ ରିମାଣ୍ଡରେ ନେବାକୁ ମଙ୍ଗଳାବାଗ ପୁଲିସ୍କୁ ଅନୁମତି ଦେଇଥିଲେ।
ହାଇଦର ଫେରାର ଘଟଣାରେ ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ୬ ଜଣ ଡାକ୍ତରଖାନାରେ ହାଇଦରକୁ ଜଗିବା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ସେହିପରି ହାଇଦରର ଜଣେ ସହଯୋଗୀ ୟାକୁବ ଓରଫ ସଲ୍ଲୁକୁ ଗିରଫ କରାଯାଇଛି।
ଗତକାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୁଲିସ୍ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା। ଗତ ୧୦ରେ SCBରୁ ଫେରାର ହୋଇଯାଇଥିଲା ହାଇଦର। ଏନେଇ ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ହାଇଦର ବାଇକରେ ଯିବା ବେଳେ ଆମ ଟିମ୍ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଥିଲେ।
ଭୁବନେଶ୍ୱର ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ଗ୍ୟାଙ୍ଗଷ୍ଟର ହାଇଦରକୁ କଟକ DCP କାର୍ଯ୍ୟାଳୟକୁ ଅଣାଗଲା। କାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ହାଇଦରକୁ ଗିରଫ କରାଯାଇଥତ୍ଲା। ଏହାପରେ ତାକୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା।
[caption id="attachment_636052" align="aligncenter" width="650"] ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।[/caption]
କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇ ଥିଲା । କିନ୍ତୁ ହାଇଦର କେଉଁଠି ଥିଲା ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା।
https://www.youtube.com/watch?v=ye5K1SSi1QM
ବିଜୟ ମହାପାତ୍ର କହିଲେ, ସମସ୍ତେ କେବଳ ବିବୃତି ଦେବାରେ ବ୍ୟସ୍ତ। ଏହା ଏକ ସାଂଘାତିକ ତଥା ରହସ୍ୟଜନକ ଘଟଣା। ଜେଲ୍ , ବୁର୍ଲା ମେଡିକାଲ କଲେଜ, ପୁଲିସ୍ ପକ୍ଷରୁ ଭିନ୍ନ ଭିନ୍ନ ବିବୃତି ଦିଆଯାଉଛି। ଘଟଣା କାହିଁକି ଘଟିଲା କେହି କହୁ ନାହାନ୍ତି। ସମସ୍ତେ ସତକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ମନିଟର କରିବାକୁ ଏସଟିଏଫ ନିୟୋଜିତ ହୋଇଛି। ତା ହେଲେ ଏସଟିଏଫ କରୁଥିଲା କ’ଣ। ଯଦି ଏସଟିଏଫ କରୁ ନ ଥିଲା, ତା’ ମୁଖ୍ୟ ଦାୟୀ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।
ଯେଉଁ ୫ରୁ ୬ ଅଫିସର ଡିଜି ଅଫିସରେ ବସି ମିଟିଂ କରୁଛନ୍ତି ସେମାନଙ୍କୁ ନିଜ ଦୋଷ ସ୍ୱୀକାର କରିବାକୁ ପଡିବ । ଏସ୍ଟିଏଫ୍ ମୁଖ୍ୟ, କଟକ ଡ଼ିସିପି, ଆଇନ ଶୃଙ୍ଖଳା ଏଡ଼ିଜି, ଏଡିଜି କ୍ରାଇମ୍, ସମ୍ବଲପୁର ଏସ୍ପି ଓ ପୁଲିସ୍ ଡ଼ିଜି କେବଳ ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦାୟିତ୍ୱ ସଠିକ ଭାବେ ନିଭାନ୍ତୁ । ସତ ଲୁଚେଇବା ଲାଗି ଚେଷ୍ଟା ହେଉଥିବା ସେମାନଙ୍କ ବିବୃତିରୁ ପୂରାପୂରି ବାରି ହୋଇପଡ଼ୁଛି।
ଅପରପକ୍ଷେ, ଜଣେ ରୋଗୀକୁ ବୁର୍ଲା ମେଡିକାଲ ପରିବର୍ତ୍ତେ ଜେଲ୍ କର୍ତ୍ତୃପକ୍ଷ କିପରି ଏସ୍ସିବି ରେଫର କଲେ ତାହା ଅତ୍ୟନ୍ତ ରହସ୍ୟଜନକ ଘଟଣା। ସାଧାରଣ ରୋଗୀକୁ ବେଡ଼ ମିଳୁନି, ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟାରକୁ କ୍ୟାବିନ କେମିତି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ସେ ଆହୁରି କହିଛନ୍ତି, ହାଇଦରକୁ ଖସାଇ ଦେବା ପାଇଁ ଡିସେମ୍ବର ମାସରୁ ପ୍ରସ୍ତୁତି ଚାଲିଥିଲା। ଏଥିରେ ରାଜ୍ୟର କିଛି ବଡ଼ ବଡ଼ ଅଫିସରଙ୍କ ସଂପୃକ୍ତି ରହିଛି। ଏସ୍ସିବିରରେ ତାକୁ କ୍ୟାବିନ ଦିଆଗଲା, ରାଜକୀୟ ଟ୍ରିଟମେଣ୍ଟ କରାଗଲା। ସେ ନିଜ ଇଚ୍ଛାରେ ଖାଇଲା, ବୁଲିଲା, ଲୋକଙ୍କୁ ଭେଟିଲା। ସେତେବେଳେ କେମିତି କେହି ଜାଣିପାରିଲେ ନାହିଁ। ଯେଉଁମାନେ ଡିଜି ଅଫିସରେ ବସି ମିଟିଂ କରୁଛନ୍ତି, ସେତେବେଳେ କ’ଣ କରୁଥିଲେ। ଲଜ୍ଜାଜନକ ବିବୃତି ନ ଦେଇ ନିଜ ଦୋଷ ସ୍ୱୀକାର କରନ୍ତୁ।
ଅପରପକ୍ଷେ, ହାଇଦର ଫେରାର ପଛରେ ତା’ ସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁର ହାତ ଥିବା ଆଜି କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ଗତକାଲି ସଲ୍ଲୁ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ତାକୁ ଗିରଫ କରାଯାଇଥିଲା। ଆଉ ପଚରାଉଚରା ବେଳେ ସେ ହାଇଦରକୁ ଫେରାର କରାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ସ୍ୱୀକାର କରିଥିବା ଡିସିପି କହିଛନ୍ତି।
ସେ କହିଛନ୍ତି, ସଲ୍ଲୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ହାଇଦରକୁ ଧରିବା ପାଇଁ ଅପରେସନ୍ ଚାଲିଛି।
https://youtu.be/8VWThmkGZw8
ୟାକୁବ SCBରେ ହାଇଦରକୁ ବହୁବାର ଭେଟିବା ସହ ବିରିୟାନୀ ଯୋଗାଇଥିବା ଅଭିଯୋଗ ହୋଇଛି। ହାଇଦର ଫେରାର ମାମଲାରେ ସେ ପୁଲିସକୁ ସହଯୋଗ କରିବ ବୋଲି କହିଛି। ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି। କେମିତି ଓ କାହା ସହ ଗଲା ତାର ତନାଘନା କରୁଛି ପୋଲିସ । ସ୍ୱତନ୍ତ୍ର ଟିମ କରି ରାଜ୍ୟ ପୁଲିସ୍ ଖାନତଲାସି ଚଳାଇଥିବା ବେଳେ ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଯାଇଛି
ସୂଚନାଯୋଗ୍ୟ, ହାଇଦରର ଦୀର୍ଘ ଦିନର ସହଯୋଗୀ ୟାକୁବ ହାଇଦର ଫେରାର ହେବା ଦିନ ତାକୁ ବିରିୟାନୀ ଦେଇଥିଲା। ମହାନଦୀବିହାରର ୟାକୁବ ଏକାଧିକ ଥର ହାଇଦରକୁ ଭେଟିଥିଲା । ଏସ୍ସିବିରେ ଭେଟି ବିଭିନ୍ନ କାମ ପାଇଁ ସହଯୋଗ ମାଗିଥିବା ସୂଚନା ମିଳିଛି । ଏକ ବୋମାମାଡ ଘଟଣାରେ ୟାକୁବ ଜେଲ୍ ଯାଇଥିଲା । ସେଠାରେ ହାଇଦରର ପୁଅ ସହ ଦେଖା ଦୋଇଥିଲା । ୟାକୁବ ସେବାଠୁ ଠାରୁ ହାଇଦର ସଂପର୍କରେ ଆସି ତା’ ଗ୍ୟାଙ୍ଗରେ ବି ସାମିଲ ହୋଇଥିଲା ।
ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବୁଝୁଥିଲା ୟାକୁବ। ୟାକୁବ ନାଁରେ କଟକର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି ଭଳି ଅନେକ ମାମଲା ରହିଛି। ତେବେ ହାଇଦର ସହିତ କେତେ ଦିନ ଧରି ଯୋଗାଯୋଗରେ ଥିଲା ୟାକୁବ, ହାଇଦର ସହ ମିଶି କେତେଦିନ ହେଲା କଟକରେ କ୍ରାଇମ ନେଟ୍ଓ୍ୱର୍କ ଚଳାଇଥିଲା ତାକୁ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ।
ଉଲ୍ଲେଖଯୋଗ୍ୟ, ଯେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତ ଶନିବାର କଟକ ବଡ଼ ମେଡିକାଲରୁ ହାଇଦର ଚମ୍ପଟ ମାରିଥିଲା। ତାକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।
୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ଅନ୍ୟ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦରର ସମ୍ପୃକ୍ତି ଥିବା ସାମ୍ନାକୁ ଆସିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।
୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ନହେବାରୁ ତାକୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେ ପୁଲିସକୁ ଚକ୍ମା ଦେଇ ଚମ୍ପଟ ମାରିଛି। ଏବେ ତାକୁ ଧରିବା ପାଇଁ ସୀମା ସିଲ୍ କରି ଖୋଜୁଛି।
ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତ ଶନିବାର କଟକ ବଡ଼ ମେଡିକାଲରୁ ହାଇଦର ଚମ୍ପଟ ମାରିଥିଲା। ସେ ଫେରାର ମାରିବାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ୍ ତା’ର ପତ୍ତା ପାଉନି। ସେପଟେ ତାଙ୍କୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଯୋଗାଯୋଗରେ ଅଛି ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।
୨୦୦୫ ମସିହାରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ହାଇଦର ସମେତ ଅନ୍ୟ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ ମସିହାରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦରର ସମ୍ପୃକ୍ତି ଥିବା ସାମ୍ନାକୁ ଆସିଲା। ଏହା ପରେ ପୁଲିସ ତାକୁ ଗିରଫ କରିଥିଲା।
୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ନହେବାରୁ ତାକୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେ ପୁଲିସକୁ ଚକ୍ମା ଦେଇ ଚମ୍ପଟ ମାରିଛି। ଏବେ ତାକୁ ଧରିବା ପାଇଁ ସୀମା ସିଲ୍ କରି ଖୋଜୁଛି।
ଗତ ଶନିବାର ଏସ୍ସିବି ମେଡିକାଲ୍ରେ ସୁରକ୍ଷା କର୍ମୀଙ୍କୁ ଚକ୍ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍ ପୁଲିସ କଟକ ଜିଲ୍ଲାର ସୀମାକୁ ସିଲ୍ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।
ସେପଟେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି । ବିଭାଗୀୟ ତଦନ୍ତ ପରେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଲ ବୁଲବୁଲ୍ ସାହୁ, କନଷ୍ଟେବଲ ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀଙ୍କୁ ସସପେଣ୍ଡ କରାଯାଇଛି।
ଅନ୍ୟପକ୍ଷରେ ଆଜି ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ ଓରଫ ୟାକୁବ ଆତ୍ମସମର୍ପଣ କରିଛି। କଟକ ଚାଉଳିଆଗଞ୍ଜ ଥାନାରେ ସେ ଆତ୍ମସମର୍ପଣ କରିଛି। SCBରେ ହାଇଦରକୁ ବିରିୟାନୀ ଦେଇଥିଲା ୟାକୁବ। ଆତ୍ମସମର୍ପଣ ପରେ ପୁଲିସକୁ ସହଯୋଗ କରିବ ବୋଲି ୟାକୁବ କହିଛି।
ହାଇଦର ଫେରାର ଘଟଣାରେ ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି-“ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରୁଛୁ। ଜେଲ୍ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।”
ଗ୍ୟାଙ୍ଗଷ୍ଟର ହାଇଦର ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା। ୨୦୦୭ ମସିହା ମେ’ ୨୭ ତାରିଖରେ ସେ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା।
ଏସ୍ପିଙ୍କ ସୂଚନା ଅନୁଯାୟୀ, ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି।
ନିଲମ୍ବିତ ହୋଇଥିବା ହାବିଲଦାରଙ୍କ ନାଁ ରମେଶ ଚନ୍ଦ୍ର ଦେହୁରୀ। ସେହିପରି ନିଲମ୍ବିତ ହୋଇଥିବା ୫ କନଷ୍ଟେବଲ ହେଉଛନ୍ତି- ବୁଲ୍ବୁଲ୍ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀ।
ଗ୍ୟାଙ୍ଗଷ୍ଟର ହାଇଦର SCBରୁ ଫେରାର ଘଟଣାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ, ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେସନ, ବିମାନ ବନ୍ଦର ଓ ବସ୍ଷ୍ଟାଣ୍ଡ ଉପରେ ବି ନଜର ରଖାଯାଇଛି। ୫ରୁ ୬ଟି ଟିମ୍ ଗଠନ କରାଯାଇଛି। ସିସିଟିଭି ଫୁଟେଜ ଦେଖୁଛୁ। ଖୁବଶୀଘ୍ର ହାଇଦରକୁ ଗିରଫ କରାଯିବ।
ସେହିପରି ଏହି ବୈଠକ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି। ଯଥାଶୀଘ୍ର ହାଇଦରକୁ ଗିରଫ କରିବାକୁ ପ୍ରକ୍ରିୟା ଜାରି ରହିଛି।
ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନାରେ ହାଇଦର ଚିକିତ୍ସାଧୀନ ଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ସେ ସେଠାରୁ ଫେରାର ହୋଇଯାଇଛି। ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା।
୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ନହେବାରୁ ତାକୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା।
https://youtu.be/wPUOjoIo3gA
ଗତକାଲି କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ମଧ୍ୟ କମିଶନରେଟ୍ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଛାବଛା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାର୍ଡକୋର କ୍ରିମିନାଲ ହାଇଦରକୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଆଶା ରଖିଛନ୍ତି ପୁଲିସ କମିଶନର।
ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚାଲିଛି କଡା ଚେକିଂ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡିଗୁଡିକୁ ପୁଲିସ ଅଟକାଇ ତନତନ କରି ଯାଞ୍ଚ କରୁଛି।
ସୂଚନା ଅନୁଯାୟୀ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା। ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା।
ତେବେ ସେଠାରେ କିଛି ଦିନ ପୂର୍ବରୁ ସେ ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଶରୀର ଭଲ ନହେବାରୁ କଟକ ଏସ୍ସିବିକୁ ହାଇଦର ସ୍ଥାନାନ୍ତରିତ ହୋଇଥିଲା। ତେବେ ଗତକାଲି ସବୁ ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର।
ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଛି। ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ଅଣାଯାଇଥିଲା। କେନ୍ଦୁଝର ରଶ୍ମୀ ମହାପାତ୍ର ହତ୍ୟା ମାମଲାରେ ସଜା ଭୋଗୁଥିଲା ହାଇଦର। ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିଲା ହାଇଦର।
ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ହାଇଦର ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।
ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା । ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ସୂଚନା ମିଳିଛି।
ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉଥିଲା ହାଇଦର। ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲା ଓ ପରେ SCB ପଠାଯାଇଥିଲା।
ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ହାଇଦର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ୨୦୧୫ ମସିହାରେ ଏହି ରାୟ ଦେଇଥିଲେ। ୨୦୦୭ ମସିହା ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ଭୁବନେଶ୍ୱର ସହିଦ ନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା।
ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।