ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶର ଜିଡିପି ଏପ୍ରିଲ-ଜୁନ କ୍ୱାର୍ଟରରେ ୭.୮% ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା। ସତକୁ ସତ ପ୍ରଥମ କ୍ୱାର୍ଟରରେ ଜିଡିପି ୭.୮% ରେକର୍ଡ ହୋଇଛି।
ଭାରତର ଜିଡିପି ୭.୭% ରହିବ ବୋଲି ଅର୍ଥନୀତିକ ବିଶେଷଜ୍ଞମାନେ ମତ ରଖିଥିବା ବେଳେ ଏସ୍ବିଆଇର ବିଶେଷଜ୍ଞମାନେ ଏହା ୮.୩% ରହିବ ବୋଲି ପୂର୍ବାନୁମାନ କରିଥିଲେ।
ପ୍ରଥମ କ୍ୱାର୍ଟରରେ ଜିଡିପି ୭.୮% ରହିଥିଲେ ହେଁ ଏହା ଆଦୌ ଆଖି ଦୃଶିଆ କିମ୍ବା ସନ୍ତୋଷଜନକ ନୁହେଁ। କାରଣ ପୂର୍ବ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୧୩.୫% ରେକର୍ଡ କରାଯାଇଥିଲା।
ବିଶେଷଜ୍ଞମାନେ କହିଛନ୍ତି, ଭାରତୀୟ ଅର୍ଥନୀତି ସ୍ଥିର ଓ ଧୀର ଭାବେ ଆଗକୁ ବଢ଼ୁଛି। ଆଗାମୀ ପାର୍ବଣ ଋତୁରେ ଏହା ଆହୁରି ଆଗକୁ ବଢ଼ିବ। ତେବେ ଅର୍ଥନୀତିକ ଅଭିବୃଦ୍ଧିରେ ମୁଦ୍ରାସ୍ଫୀତିର ପ୍ରଭାବ ଓ ଅସ୍ଥିର ପରିବେଶର ନାକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଦେଶର ଉତ୍ପାଦନ, ସେବା ଓ ରପ୍ତାନୀ କ୍ଷେତ୍ରଗୁଡ଼ିକ ଅଧିକ ଅଭିବୃଦ୍ଧି କରିଛନ୍ତି। ଅତିରିକ୍ତ ଭାବେ ଟିକସ ସଂଗ୍ରହ ମଧ୍ୟ ବଢ଼ିଛି।
ଅନ୍ୟପକ୍ଷରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ବୀତ୍ତିୟ ନିଅଣ୍ଟ ୩୩.୯% ଛୁଇଁଛି। ଏହା ସରକାରଙ୍କ ପୂରା ବର୍ଷର ବୀତ୍ତିୟ ନିଅଣ୍ଟ ଟାର୍ଗେଟ ସହ ସମାନ। ଖର୍ଚ୍ଚ ଓ ରାଜସ୍ୱ ମଧ୍ୟରେ ବୀତ୍ତିୟ ନିଅଣ୍ଟର ଗ୍ୟାପ ୬.୦୬ ଲକ୍ଷ କୋଟି ରହିଛି। ବଜେଟ ଆକଳନ ଠାରୁ ନିଅଣ୍ଟ ହାର ୨୦.୫% ରହିଛି।
ଆଇଏମ୍ଏଫ୍ର ୱାର୍ଲଡ୍ ଆଉଟଲୁକ୍ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବଡ଼ ବଡ଼ ଦେଶ ଯେପରିକି ଆମେରିକା, ଚୀନ, ବ୍ରିଟେନ, ଫ୍ରାନ୍ସ, ସାଉଦି ଆରବ ଓ କାନାଡାକୁ ପଛରେ ପକାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।
ବଡ଼ ବଡ଼ ଦେଶକୁ ପଛରେ ପକାଇ ବିଶ୍ୱର ଜିଡିପି ଆକଳନ ୨୦୨୩ (World's GDP Forecast 2023) ତାଲିକାରେ ଭାରତ ଆଗରେ ରହିଛି। ୫.୯% ଅଭିବୃଦ୍ଧି ସହ ତାଲିକାର ପ୍ରଥମ ସ୍ଥାନରେ ଭାରତ ରହିଛି। ତେଣୁ ଏଥିରୁ ଜଣାପଡ଼ୁଛି, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି।
ଆଇଏମ୍ଏଫ୍ର ଷାଣ୍ମାସିକ ରିପୋର୍ଟ ଅନୁସାରେ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ବର୍ଷ ୬.୭% ଥିବାବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୪.୯% ପହଞ୍ଚିବ ବୋଲି ଆଶା କରାଯାଉଛି।
ଆଇଏମ୍ଏଫ୍ର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଚାଇନାର ଡିଜିପି ୫.୨% ରହିବ। ସେହିପରି ଇଣ୍ଡୋନେସିଆର ଜିଡିପି ୫% ରହିବା ନେଇ ଆକଳନ କରାଯାଉଥିବା ବେଳେ ତୁର୍କୀର ୩.୬%, ମେକ୍ସିକୋର ୧.୮% ରହିବ। ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ୧.୬% ବଢ଼ିବ ବୋଲି ଆକଳନ କରାଯାଇଥିଲା, ଯାହାକି ଆଇଏମଏଫର ପୂର୍ବ ଆକଳନ ତୁଳନାରେ ୦.୨% ଅଧିକ। ତେବେ ବ୍ରିଟିଶ ଅର୍ଥନୀତି ଚଳିତ ବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବୋଲି ଆଇଏମ୍ଏଫ କୌଣସି ଆକଳନ କରିନି। ଦେଶର ଜିଡିପି -୦.୩% ରହିବ ବୋଲି ଆକଳନ କରାଯାଇଛି। ସେହିଭଳି ସାଉଦି ଆରବରେ ରାଜସ୍ୱ କମୁଥିବାରୁ ୨୦୨୩ରେ ଦ୍ୱିତୀୟ ନିଅଣ୍ଟ ଦେଖାଦେବ ବୋଲି କୁହାଯାଇଛି। ଏହି ଦେଶର ଜିଡିପି ଚଳିତ ବର୍ଷ ୩.୧% ରହିବ ବୋଲି କହିଛି ଆଇଏମଏଫ।
ଆରବିଆଇ ଆକଳନ କରିଥିଲା ଯେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭% ରହିବ। ତେବେ ଯଦି ଏହି ଆକଳନକୁ ଜିଡିପି ଅଭିବୃଦ୍ଧି ଅତିକ୍ରମ କରିଯିବ, ତା’ହେଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ। ଏବେ ସତକୁ ସତ ଦେଶର ଅଭିବୃଦ୍ଧି ୭.୨% ରହିଛି।
ଆଜି ସରକାର ଦେଇଥିବା ସୂଚନା ଅନୁସାରେ, ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକରେ ଦେଶର ଅର୍ଥନୀତି ୬.୧% ହାରରେ ବଢ଼ିଛି। ତୃତୀୟ କ୍ୱାର୍ଟରରେ ଏହା ୪.୫% ରହିଥିଲା। ସ୍ୱାଭାବିକ ଜିଡିପି ବା ଚଳିତ ଦର ଅନୁସାରେ ଜିଡିପି ୨୦୨୨-୨୩ରେ ୨୭୨.୪୧ ଲକ୍ଷ କୋଟି ଟଙ୍କା ଛୁଁଇବ ବୋଲି ଆକଳନ କରାଯାଇଛି। ୨୦୨୧-୨୨ରେ ଏହା ୨୩୪.୭୧ ଲକ୍ଷ କୋଟି ଥିଲା। ତେଣୁ ଅଭିବୃଦ୍ଧି ହାର ୧୬.୧% ରହିବ।
ଆରବିଆଇ ଆକଳନ କରିଥିଲା ଯେ ବିତ୍ତୀୟ ବର୍ଷ ୨୦୨୩ର ୪ର୍ଥ ତ୍ରୈମାସିକରେ ଅଭିବୃଦ୍ଧି ହାର ୫.୧% ରହିବ। ସେହିପରି ବିଭିନ୍ନ ଅର୍ଥନୀତିକ ବିଶେଷଜ୍ଞମାନେ ମଧ୍ୟ ଡିଜିପି ୫% ରହିବ ବୋଲି ଦମ୍ଭୋକ୍ତି କରିଥିଲେ। ତେବେ ଗତ ତ୍ରୈମାସିକ ତୁଳନାରେ ଜାନୁଆରୀରୁ ମାର୍ଚ୍ଚରେ ଭାରତର ଅର୍ଥନୀତି ଭଲ ପ୍ରଗତି କରିଛି। ବିଶ୍ୱର ଅର୍ଥନୀତି ଧିମା ହୋଇଯାଇଥିଲେ ମଧ୍ୟ ଶେଷ ତ୍ରୈମାସିକରେ ଭାରତର ଜିଡିପି ୬.୧% ରହିଛି।
ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୩ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟରର ଅଭିବୃଦ୍ଧି ହାରର ତଥ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷର ୩ୟ କ୍ୱାର୍ଟରରେ ପ୍ରକୃତି ଜିଡିପିର ପରିମାଣ ୪୦.୧୯ ଲକ୍ଷ କୋଟି ରହିଛି। ୨୦୨୧-୨୦୨୨ ତୃତୀୟ କ୍ୱାର୍ଟରରେ ଏହା ୩୮.୫୧ ଲକ୍ଷ କୋଟି ରହିଥିଲା। ଏହାର ଅର୍ଥ ତୃତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୪.୪ ପ୍ରତିଶତ ରହିଛି।
ଏଥିରେ ଆହୁରି ସଙ୍କେତ ଦିଆଯାଇଛି ଯେ ଚାଲୁ ବିତ୍ତ ବର୍ଷରେ ପ୍ରକୃତ ଜିଡିପିର ପରିମାଣ ୭% ରହିବ। ସେହିପରି ସରକାର ଆକଳନ କରିଛନ୍ତି ଯେ ନୋମିନାଲ ଜିଡିପି ଅଭିବୃଦ୍ଧି ୨୦୨୩ ଆର୍ଥିକ ବର୍ଷରେ ୧୫.୯% ରହିବ।
ଅର୍ଥନୀତିକ ବିଶାରଦମାନେ କହିଥିଲେ ଯେ ଉଚ୍ଚ ମୁଦ୍ରାସ୍ଫୀତି ଓ ୨୦୨୨ ମେ’ ମାସରୁ ବର୍ଦ୍ଧିତ ସୁଧ ହାର ଯୋଗୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୪.୬% ରହିବ। ଏବେ ଏହା ୪.୪% ରହିଛି।
ସରକାରଙ୍କ ଜିଡିପି ଅଭିବୃଦ୍ଧି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଆକଳନ ଠାରୁ ଯଥେଷ୍ଟ ଧିମା ରହିଛି। ବିଶ୍ୱର ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅଭିବୃଦ୍ଧି ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସମସ୍ତେ କହୁଥିଲେ। ହେଲେ ଏବେ ଅଭିବୃଦ୍ଧି ହାର ହ୍ରାସ ପାଇଛି।
ଏହାର ପ୍ରଭାବ ସରକାର ଆକଳନ କରିଥିବା ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ। ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ରହିବ ବୋଲି ସରକାର ଆକଳନ କରିଥିବା ବେଳେ ଆରବିଆଇ ଏହା ୬.୮% ରହିବ ବୋଲି ପୂର୍ବାନୁମାନ କରିଛି।
ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଅନୁମାନ ହିସାବରେ, 2020-21 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆର୍ଥିକ ବିକାଶ ହାର ନକରାତ୍ମକ ରହିଛି। 2ୟ ତ୍ରୟମାସରେ ଜିଡିପି ହାର -8.6% ହ୍ରାସ ପାଇଛି। ଏନେଇ ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଭାରତର ଏଭଳ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ତେବେ ମୋଦି ଦେଶର ଶକ୍ତିକୁ ଦୁର୍ବଳତାରେ ପରିଣତ କରିଛନ୍ତି।
India has entered into recession for the first time in history.
Mr Modi’s actions have turned India’s strength into its weakness. pic.twitter.com/Y10gzUCzMO
— Rahul Gandhi (@RahulGandhi) November 12, 2020
ମୋଦି ସରକାରଙ୍କ ନୋଟବନ୍ଦୀ, ଲକଡାଉନ, ଜିଏସଟି ସମେତ ଅନ୍ୟ ଅର୍ଥନୈତିକ ନିଷ୍ପତ୍ତିଗୁଡ଼ିକୁ ନେଇ ରାହୁଲ ଗାନ୍ଧି ଲଗାତର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ନୋଟବନ୍ଦୀର 4ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଗରିବଙ୍କୁ ମାରିବା ଓ ପୁଞ୍ଜୀପତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ବୋଲି ରାହୁଲ କହିଥିଲେ।