ପୂର୍ବରୁ ଶୁକ୍ରବାର ଦିନ ଗୋଟିଏ ମୃତଦେହ ମିଳିଥିଲା। ଶନିବାର ଦିନ ଚମୋଲି ଜିଲ୍ଲାପାଳ କହିଥିଲେ, ଏନଟିପିସି ଟନେଲରେ ଖନନ କାର୍ଯ୍ୟ ୧୩୬ ମିଟର ଯାଏଁ ହୋଇଛି । ନିଖୋଜ ଥିବା ୨୦୪ଲୋକଙ୍କ ମଧ୍ୟରୁ ୩୮ ମୃତଦେହ ମିଳିଛି । ଏହାସହ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ତେବେ ଆଜି ଆଉ ୫ଟି ମୃତଦେହ ଉଦ୍ଧାର ହେବା ପରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଟନେଲ ମଧ୍ୟରୁ ବିଭିନ୍ନ ଭଗ୍ନାଶ ହଟାଯାଉଛି । କିଛି ଲୋକ ଏବେବି ଟନେଲ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ ଚମୋଲିରେ ହିମସ୍ଖଳନ ପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ଗାଁ ସହ ଯୋଗାଯୋଗ ବିଭିନ୍ନ ହୋଇଛି । ବିଭିନ୍ନ ଅଞ୍ଚଳରେ ଆଇଟିବିପି ଯବାନମାନେ ରିଲିଫ୍ କ୍ୟାମ୍ପ ଲଗାଇଛନ୍ତି । ଏହାସହ ଲୋକଙ୍କୁ ଜରୁରୀ ଦ୍ରବ୍ୟ ସହ ଖାଦ୍ୟ ପଦାର୍ଥ ବାଣ୍ଟୁଛନ୍ତି ।
ଶାନ୍ତିଲତା କହିଛନ୍ତି, ମୋ ପୁଅ ଉତ୍ତରାଖଣ୍ଡରେ କ୍ରେନ ଚଲାଉଥିଲା। ରବିବାର ସକାଳ ୧୦ଟାରେ କଥା ହୋଇଥିଲି। ପଚାରିଲା, ବୋଉ କ’ଣ କରୁଛୁ, ଖାଇସାରିଲୁଣି। ତା’ ପରଠୁ କଥା ହୋଇନି। କିଏ କହୁଛି ଭୁମିକମ୍ପ ହେଲା, ତ କିଏ କହୁଛି ସୁନାମୀ ହେଲା। ଆମେ କିଛି ଜାଣିନୁ, କ’ଣ ହୋଇଛି। ମୋତେ ଖାଲି କିଏ ମୋ ପୁଅକୁ ଫେରାଇ ଦିଅ।
ଗତ ରବିବାର ଉତ୍ତରାଖଣ୍ଡର ଚମୋଲିରେ ହୋଇଥିବା ହିମସ୍ଖଳନ ପରଠୁ ସେଠାରେ କାମ କରୁଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କର କୌଣସି ପତ୍ତା ମିଳୁନି। ଏପରିକି ତାଙ୍କ ମୋବାଇଲ ସୁଇଚ ଅପ୍ ରହିଛି। ପୁଅର କୌଣସି ଖୋଜ ଖବର ନ ପାଇ ପାଗଳ ପ୍ରାୟ ବିଳାପ କରୁଛନ୍ତି ପରିବାର ଲୋକ। ଏପରିକି ଏହି ପ୍ରଳୟକୁ ୩ ଦିନ ବିତିବାକୁ ବସିଥିଲେ ବି ନାଗାର୍ଜୁନଙ୍କ ଖୋଜ ଖବର ମିଳିପାରୁନି।
ସୂଚନାଯୋଗ୍ୟ, ନାଗାର୍ଜୁନ ଉତ୍ତରାଖଣ୍ଡରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନାହିଁ । ଦେଢ ବର୍ଷ ପୂର୍ବେ ନାଗାର୍ଜୁନ ବିବାହ କରିଥିବା ବେଳେ ତାଙ୍କର ଏକ ୩ ମାସର ପୁଅ ଅଛି।
[caption id="attachment_618059" align="aligncenter" width="650"] ପୁଅ ଫେରିବା ବାଟକୁ ଅନାଇ ରହିଛନ୍ତି ନିଖୋଜ ନାଗାର୍ଜୁନଙ୍କ ପରିବାର ଲୋକ।[/caption]
ତାଙ୍କ ବାପା କହିଛନ୍ତି, ୬ ବର୍ଷ ହେଲା ମୋ ପୁଅ ଉତ୍ତରାଖଣ୍ଡରେ କାମ କରୁଛି। କାର୍ତ୍ତିକ ମାସରେ ତା’ର ପୁଅଟେ ହୋଇଥିଲା। ସେତେବଳେ ଘରକୁ ଶେଷ ଥର ପାଇଁ ଆସିଥିଲା। ଗତ ରବିବାର ସକାଳ ୧୦ଟାରେ ଫୋନ୍ କରିଥିଲା। ଏହାପରଠୁ ତା’ର ଫୋନ୍ ଲାଗୁନି। ଆମେ ଆଉ ପୁଅର ଖୋଜ ଖବର ପାଉନୁ।
ନିଖୋଜ ନାଗାର୍ଜୁନଙ୍କ ସାନଭାଇ ଶଶିକାନ୍ତ ଦାସ କହିଛନ୍ତି, ରବିବାର ରାତିରେ ଫୋନ୍ ଆସିଲା। ତା’ ସାଙ୍ଗ ଫୋନ୍ କରି କହିଲା, ତୋ ଭାଇ ଅସୁବିଧାରେ ଅଛି, ଆମେ ସେଠାକୁ ଯିବା। ପୁଣି ସୋମବାର ସକାଳେ ଫୋନ୍ କରି ମଧ୍ୟ ସମାନ କଥା ଦୋହରାଇଲା। ଆମେ ଆଉ ଭାଇର ପତ୍ତା ପାଉନୁ। ତା’ ଫୋନ୍ ଲାଗୁନି। ସେ କାମ କରୁଥିବା ଠିକାଦାରର ଫୋନ୍ ବି ଲାଗୁନି।
ଚମୋଲିରେ ହୋଇଥିବା ହିମସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଏ ଯାବତ ୨୬ ମୃତଦେହ ଉଦ୍ଧାର ହୋଇସାରିଲାଣି। ଏବେବି ୧୯୭ ଲୋକଙ୍କ ପତ୍ତା ମିଳୁନି। ଏକ ଡ୍ୟାମର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୩୦ରୁ ଅଧିକ ଲୋକଙ୍କୁ ବାହାର କରିବା ଲାଗି ଜୋରଦାର ଅଭିଯାନ ଚାଲିଛି । ଚାମୋଲିର ତପୋବନରେ ଥିବା ୧୨ ଫୁଟ୍ ଉଚ୍ଚ ଓ ୧୫ ଫୁଟ୍ ଚଉଡ଼ା ଓ ୧.୬ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗର ସମ୍ମୁଖ ଅଂଶ ଭୂସ୍ଖଳନ ଯୋଗୁଁ ବୋହି ଆସିଥିବା ମାଟି ଓ ଆବର୍ଜନାରେ ପୋତି ହୋଇଯାଇଛି । ଫଳରେ ସୁଡ଼ଙ୍ଗ ଭିତରେ ଶ୍ରମିକମାନେ ଫସି ରହିଛନ୍ତି । ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି ।
ଏଯାଏ କୁହାଯାଉଥିଲା ଯେ ନନ୍ଦା ଦେବୀ ଗ୍ଲାସିୟରର ଗୋଟିଏ ବଡ଼ ଅଂଶ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି। ହେଲେ ଅନ୍ତର୍ଜାତୀୟ ସ୍ତରର ଭୂବିଜ୍ଞାନୀ ଓ ଗ୍ଲାସିୟର ଉପରେ ଅନୁଧ୍ୟାନ କରୁଥିବା ବିଶେଜ୍ଞମାନେ ଭିନ୍ନ କଥା କହିଛନ୍ତି। ଚାମୋଲିରେ ବନ୍ୟା ଗ୍ଲାସିୟର ଫାଟିବା ଯୋଗୁ ନୁହେଁ ବରଂ ଭୂସ୍ଖଳନ ଯୋଗୁ ଘଟିଛି ବୋଲି ସେମାନେ କହିଛନ୍ତି।
University of Calgaryର ଜିଓଲେଜିଷ୍ଟ ଓ ଗ୍ଲାସିୟର ବିଶେଷଜ୍ଞ ଡ ଡାନ ଶୁଗାର ପ୍ଲାନେଟ୍ ଲାବ୍ସର ସ୍ୟାଟେଲାଇଟ ଛବିକୁ ଯାଞ୍ଚ କରିବା ପରେ କହିଛନ୍ତି ଯେ ଚାମୋଲିରେ ବନ୍ୟା ଗ୍ଲାସିୟର ଫାଟିବା ଯୋଗୁ ହୋଇନାହିଁ। ତ୍ରିଶୁଳ ପର୍ବତ ଉପରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହି କାରଣରୁ ଗ୍ଲାସିୟର ସାମାନ୍ୟ ଦବି ଯାଇଥିଲା। ପ୍ଲାନେଟ ଲ୍ୟାବ୍ସ ଛବିରୁ ସ୍ପଷ୍ଟ ହେଉଛି ଯେ ଯେଉଁ ସମୟରେ ଘଟଣା ଘଟିଥିଲା, ସେହି ସମୟରେ ତ୍ରିଶୁଳ ପର୍ବତ ଉପରେ ପ୍ରବଳ ଧୂଳି ଦେଖିବାକୁ ମିଳିଥିଲା।
WOW - @planetlabs has updated image of #UttarakhandDisaster. Looks like massive dust deposition over much of W side of the valley and the trigger appears to be the landslide scar that I discovered a few minutes ago. So NOT a typical GLOF. @davepetley @BhambriRakesh @irfansalroo https://t.co/kXF2fNp2ui pic.twitter.com/m04DXLJnv1
— Dr Dan Shugar (@WaterSHEDLab) February 7, 2021
ଘଟଣା ପୂର୍ବରୁ ଓ ପରେ ସାମ୍ନାକୁ ଆସିଥିବା ଛବିରୁ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି। ପାହାଡ଼ ଉପରୁ ଧୂଳି ଓ ମାଟି ତଳକୁ ଖସିବା ପରେ ଅତର୍କିତ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଡ.ଡାନ ଶୁଗାର ଟ୍ୱିଟ କରି କହିଛନ୍ତି, ଗ୍ଲାସିୟର ଉପରେ W ଆକାରର ଭୂସ୍ଖଳନ ହୋଇଥିଲା। ଏଥିଯୋଗୁ ଉପରେ ଝୁଲିଥିବା ଗ୍ଲାସିୟର ଖଣ୍ଡ ବେଶ କ୍ଷିପ୍ର ଗତିରେ ତଳକୁ ଖସିଥିଲା। ଘଟଣାର ଠିକ୍ ପୂର୍ବରୁ ତ୍ରିଶୁଳ ପର୍ବତ ଉପରେ L ଆକାରର ଧୂଳି ଓ ଜଳୀୟ ବାଷ୍ପ ଦେଖିବାକୁ ମିଳିଥିଲା।
ପର୍ବତ ଉପରି ଭାଗର ଛବିରୁ ସ୍ପଷ୍ଟ ହେଉଛି ଯେ ଗ୍ଲାସିୟର ପର୍ବତ କୌଣସି ପ୍ରକାରର ଫାଟିନାହିଁ। ଭୂସ୍ଖଳ ପରେ ବରଫ ଅତଡ଼ା ଖସିବାରୁ ଏପରି ବନ୍ୟା ସୃଷ୍ଟି ହୋଇଛି। ପ୍ଲାନେଟ ଲାବ୍ସର ସ୍ୟାଟେଲାଇଟ ଛବି ଆଧାରରେ 3D ଇମେଜ୍ ତିଆରି କରାଯାଇଛି। ଏହି ଛବି ଅନୁସାରେ, ତ୍ରିଶୁଳ ପର୍ବତ ଉପରେ ପ୍ରବଳ ମାଟି ଓ ଧୂଳି ଜମାଟ ବାନ୍ଧି ରହିଥିଲା। ଏହା ଓଜନ ହେବାରୁ ବରଫ ଖଣ୍ଡ ଉପରେ ପଡ଼ି ଯାଇଥିଲା। ଏହି କାରଣରୁ ଗୋଟିଏ ବଡ଼ଧରଣ ହିମ ସ୍ଖଳନ ହୋଇଛି।
ଏହି ଦୁର୍ଘଟଣା ସମୟରେ ତପୋବନ ଏନଟିପିସି ପ୍ଲାଣ୍ଟରେ ୧୦୦ରୁ ଅଧିକ ଲୋକେ କାମ କରୁଥିଲେ। ଗତକାଲି ଘଟଣାସ୍ଥଳରୁ ୧୦ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଆଟିବିପିର ଡିଜି କହିଥିଲେ। ଏହାବ୍ୟତୀତ ୩୦ରୁ ଅଧିକ ଲୋକ ଏବେ ବି ପ୍ରୋଜେକ୍ଟର ସୁଡଙ୍ଗରେ ଫସି ରହିଥିବା ସୂଚନା ମିଳିଛି। ବିଳମ୍ବିତ ରାତିରେ ଜଳସ୍ତର କମିବା ପରେ ସେମାନଙ୍କୁ ଉଦ୍ଧାର ଲାଗି ଇଞ୍ଜିନିୟରିଂ ୱିଙ୍ଗର ୪୦ ଯବାନ ଅପରେସନ ଆରମ୍ଭ କରିଛନ୍ତି। ଜେସିବି ସହାୟତରେ ଟନେଲ ଭିତରେ ପ୍ରବେଶ କରି ରାସ୍ତା ଖୋଲିବାକୁ ଉଦ୍ୟମ ଜାରି ରହିଛି। ହେଲେ ଟନେଲରେ ବହୁତ ଆବର୍ଜନା ଜମା ହୋଇଯିବାରୁ ତାକୁ ହଟାଇବା କାଠିକର ପାଠ ହୋଇପଡ଼ୁଛି।
ନିଖୋଜ ୧୭୦ଙ୍କ ମଧ୍ୟରୁ NTPC ପ୍ଲାଣ୍ଟରେ ୧୪୮ ଓ ଋଷିଗଙ୍ଗାରେ କାମ କରୁଥିବା ୨୨ ଲୋକ ସାମିଲ ଥିବା ସୂଚନା ମିଳିଛି। ଅନ୍ୟ ଏକ ଟନେଇରେ ଫସିଥିବା ୧୨ ଜଣଙ୍କୁ ITBP ଟିମ୍ ପକ୍ଷରୁ ଉଦ୍ଧାର କରାଯାଇଛି।
ଋଷିଗଙ୍ଗା ଓ ତପୋବନ ପ୍ରୋଜେକ୍ଟ ଭାସି ଯିବା ଦ୍ୱାରା ପ୍ରାୟ ୭ଶହ କୋଟିର କ୍ଷତି ହୋଇଥିବା ଆକଳନ କରାଯାଉଛି। ଏନଡିଆରଏଫ୍, ଏସ୍ଡିଆରଏଫ୍ ଓ ଆଇଟିବିପି ଓ ସ୍ଥାନୀୟ ପୁଲିସ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।
ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି। ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥଳ ଓ ବାୟୁ ସେନାକୁ ଆଲର୍ଟରେ ରଖାଯାଇଛି। ଗତକାଲି ଚମୋଲି ଜୋଶୀମଠ ନିକଟରେ ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ସୃଷ୍ଟି ହୋଇଥିଲା। ଯୋଶୀମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇ ହୋଇଯାଇଛି। ଏହି ଅଘଟଣରେ ତପୋବନରେ ଥିବା ଋଷିିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବରଫ ଅତଡ଼ା ଖସିବାରୁ ତପୋବନ ଟନେଲ୍ ବ୍ଲକ୍ ହୋଇଯାଇଥିଲା, ଯେଉଁଥିରେ ପାଖାପାଖି ୧୫ହଜାର ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଚମୋଲୀ ପୁଲିସ୍ କହିଛି ଯେ ପାଣିର ସୁଅ କର୍ଣ୍ଣପ୍ରୟାଗରେ ପହଞ୍ଚିଛି। ସେଠାରେ ନଦୀର ଜଳସ୍ଥର ସାମାନ୍ୟ ରହିଛି ଏବଂ ଜରୁରୀ ପ୍ରଭାବିତ ସ୍ଥାନରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ରହିଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଏହି ଭୟଙ୍କର ଦୁର୍ଘଟଣାରେ ୧୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରିଛନ୍ତି।
https://twitter.com/ANI/status/1358367047000891392?s=20
ଏସଡିଆରଏଫର ଡିଆଇଜି ରିଦ୍ଧିମା ଅଗ୍ରୱାଲ୍ କହିଛନ୍ତି, ଏପର୍ଯ୍ୟନ୍ତ ୧୫୦ ଲୋକଙ୍କର ନିଖୋଜ ହୋଇଥିବା ଖବର ଆସିଛି। ପାଣିର ପ୍ରବାହ ଏବେ ସାମାନ୍ୟ ରହିଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତି ସମ୍ପର୍କରେ ବୁଝିଛନ୍ତି। ସେଠାକାର ପ୍ରତିଟି ପରିସ୍ଥିତିରେ ତୀକ୍ଷ୍ଣ ନଜର ରଖାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।
ଉତ୍ତରାଖଣ୍ଡରେ ପ୍ରକୃତିର ଏହି ତାଣ୍ଡବ ପରେ ପିଏମ୍ ମୋଦି ମଧ୍ୟ ସମୀକ୍ଷା କରିଛନ୍ତି ଏବଂ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପିଏମ୍ ମୋଦି ଯଥାସମ୍ଭବ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଘଟଣାସ୍ଥଳରେ ଆଟିବିପିର ୧୦୦ ଜଣ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତଳିଆ ଅଞ୍ଚଳ ଲୋକଙ୍କୁ ଖାଲି କରାଯିବା ସହ ହରିଦ୍ୱାର, ଶ୍ରୀନଗର ଏବଂ ଋଷିକେଶ, ଜୋଶୀମଠ ଯାଏଁ ହାଇ ଅଲର୍ଟ ଜାରି କରାଯାଇଛି।
ସେପଟେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡା ଖସିବା ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପ୍ରବକ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେରାଡୁନରେ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇଛି। ମୁଖ୍ୟ ସଚିବ ଓମ ପ୍ରକାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀବୈଠକ ପାଇଁ ପହଞ୍ଚିଛନ୍ତି। ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତ୍ତରାଖଣ୍ଡ ବାହାରିଛନ୍ତି। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର 9557444486 ଏବଂ 1070 ଜାରି କରିଛନ୍ତି।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି। ଏନଡିଆରଏଫର ଆଉ କିଛି ଟିମ ଦିଲ୍ଲୀରୁ ଏୟାରଲିଫ୍ଟ ଯୋଗେ ଉତ୍ତରାଖଣ୍ଡକୁ ପଠାଯାଇଛି। ପୁରା ଘଟଣା ଉପରେ ନଜର ରଖିଥିବା ନେଇ ଅମିତ ଶାହା ଟୁଇଟ କରି କହିଛନ୍ତି।
ସେପଟେ ବରଫ ଅତଡା ଖସିବା ଯୋଗୁଁ ତପୋବନରେ ଥିବା ଡ୍ୟାମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେତେ କ’ଣ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ସୂଚନା ମିଳିନାହିଁ। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର 9557444486 ଏବଂ 1070 ଜାରି କରିଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ସ୍ଥିତିର ସମୀକ୍ଷା କରିଛନ୍ତି । ସେ ଟୁଇଟ କରି ଅଯଥା ଗୁଜବରେ ଲୋକଙ୍କୁ ବିଶ୍ୱାସ ନକରିବା ପାଇଁ ଅନୁରୋଧ କରିଛନ୍ତି। ଚମୋଲି ଜିଲ୍ଲାରେ ହୋଇଥିବା ଦୁର୍ଘଟଣା ଉପରେ ପ୍ରଶାସନ ନଜର ରଖିଛି। ପୁଲିସ ବିଭାଗ ଏବଂ ଏନଡିଆରଏଫ ଟିମ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିସହ ଆଟିବିପିର ଯବାନମାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି।
ସେପଟେ ଧୌଳୀ ନଦୀକୁ ସଂଯୋଗ ହେଉଥିବା ଭାଗିରଥୀ ନଦୀର ପାଣିକୁ ଅସ୍ଥାୟୀ ରୂପେ ଅଟକାଇ ଦିଆଯାଇଛି। ଅନ୍ୟ ଅଳକନନ୍ଦା ପାଣିକୁ ଅଟକାଇବା ପାଇଁ ଶ୍ରୀନଗର ଡ୍ୟାମ ଏବଂ ଋଷିକେସ ଡ୍ୟାମକୁ ଖାଲି କରାଯାଇଛି।