ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ଏନେଇ ଗୋଆର ଏକ ପୁଲିସ୍ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଛି।
ଏନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଗୋପାଳ ସୋଶାଲ ମିଡିଆରେ ପୋଷ୍ଟ କରି ନିଖୋଜ ବଡ଼ ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହି ଖବର ପାଇବା ପରେ ପରିବାରର ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସେ କହିଛନ୍ତି।
ଏହାପରେ ତୁରନ୍ତ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କିଛି ବି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଗୋପାଳ ହମଲ ନିବେଦନ କରିଛନ୍ତି।
ଗୋଆରେ କୋବି ମାଞ୍ଚୁରିଆନକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ଏବେ ଏଠାକାର ଆଉ କୌଣସି ବି ଲୋକେ କୋବି ମାଞ୍ଚୁରିଆନ୍ର ମଜା ନେଇପାରିବେ ନାହିଁ। ଏଠାକାର ରେଷ୍ଟୁରାଣ୍ଟ ତଥା ଫାଷ୍ଟଫୁଡ୍ ଷ୍ଟଲ ତଥା ଉଠା ଦୋକାନୀ ଆଉ କେଉଁଠି ମଧ୍ୟ ଲୋକେ କୋବି ମାଞ୍ଚୁରିଆନ୍ ପାଇପାରିବେ ନାହିଁ। ଗୋଆର ଏକ ସହର ଏହି କୋବି ମାଞ୍ଚୁରିଆନ୍ ଉପରେ ଲଗାଇଛି ପ୍ରତିବନ୍ଧକ।
ପ୍ରକୃତରେ ଗତ ମାସରେ ଗୋଆର ମାପୁସା ମହାନଗର ପରିଷଦର ଅଧ୍ୟକ୍ଷ ତାରକ ଆରୋଲକର୍ ବୋଦଗେଶ୍ୱର ମନ୍ଦିରରେ ଆୟୋଜିତ ହୋଇଥିବା ଏକ ଭୋଜିରେ ଏହି କୋବି ମାଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ମହାନଗର ପରିଷଦର ଅନ୍ୟ ସଦସ୍ୟମାନେ ମଧ୍ୟ ସମର୍ଥନ ଜଣାଇଥିଲେ। ଏହାପର ଠାରୁ ସମସ୍ତ ରେଷ୍ଟୁରାଣ୍ଟ, ଫୁଡ୍ ଷ୍ଟଲ୍ ଓ ଭୋଜି ଭାତରେ ଆଉ କୋବି ମାଞ୍ଚୁରିଆନ୍ ପରଷା ଯାଉନାହିଁ।
କୋବି ମାଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଇବାର ମୁଖ୍ୟ କାରଣ ହେଉଛି ସ୍ୱଚ୍ଛତା ଏବଂ ଏଥିରେ ବ୍ୟବହୃତ ହେଉଥିବା ରସାୟନ ରଙ୍ଗ। ସିନ୍ଥେଟିକ୍ ବା ରସାୟନ ରଙ୍ଗ ବ୍ୟବହାର କରି କୋବିକୁ ଲାଲ ରଙ୍ଗରେ ରଙ୍ଗା ଯାଇଥିଲା। ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।
କୋବି ମଞ୍ଚୁରିଆନ ଉପରେ ବ୍ୟାନ୍ ଲଗାଇବାରେ ଗୋଆରେ ମାପୁସା ମହାନଗର ପରିଷଦ ପ୍ରଥମ ନାଗରିକ ସଂଗଠନ ନୁହେଁ। ୨୦୨୨ ମସିହାରେ, ଶ୍ରୀ ଦାମୋଦର ମନ୍ଦିରରେ ଭାସ୍କୋ ଶପଥ ମେଳାରେ ଖାଦ୍ୟ ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ (ଏଫଡିଏ) କୋବି ମଞ୍ଚୁରିଆନ ବିକ୍ରୟ କରୁଥିବା ଷ୍ଟଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମର୍ମୁଗାଓ ମହାନଗର ପରିଷଦକୁ ନିର୍ଦ୍ଦେଶ ଦେଇଥିଲା।
ମୁମ୍ବାଇରେ ଚାଇନାର ଜଣେ ପ୍ରଖ୍ୟାତ ରୋଷେୟା ନେଲସନ ୱାଙ୍ଗ କ୍ରିକେଟ୍ କ୍ଲବ ଅଫ୍ ଇଣ୍ଡିଆରେ କ୍ୟାଟରିଂ କରୁଥିବା ବେଳେ ୧୯୭୦ ଦଶକରେ ଚିକେନ୍ ମଞ୍ଚୁରିଆନ୍ ବାହାର କରିଥିଲେ। ତା'ପରେ ଏହି ମଞ୍ଚୁରିୟାନର ଭେଜ୍ ଆଇଟମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଲୋକଙ୍କୁ ଏହା ଏତେ ଭଲ ଲାଗିଲା ଯେ ଧୀରେ ଧୀରେ କୋବି ମଞ୍ଚୁରିଆନର ବି ଚାହିଦା ବଢ଼ିବାକୁ ଲାଗିଲା।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଲ ପିପଲାନି ଅଞ୍ଚଳ। ଏଠାକାର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ହନିମୁନ୍ରେ ଗୋଆ ନେବାକୁ କହି ତାଙ୍କୁ ତାଙ୍କ ସ୍ୱାମୀ ଅଯୋଧ୍ୟା-ବାରଣସୀ ନେଇଗଲେ। ସ୍ୱାମୀ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ନାହିଁ। ଏଥିପାଇଁ ସେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିବା କହିଛନ୍ତି। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ନିଜ ଛାଡପତ୍ର ଆବେଦନରେ ମହିଳା ଜଣକ କହିଛନ୍ତି, 'ଆଇଟି ସେକ୍ଟରରେ ତାଙ୍କ ସ୍ୱାମୀ କାମ କରନ୍ତି। ଏଥିରୁ ଭଲ ରୋଜଗାର ମଧ୍ୟ କରନ୍ତି। ସେ ନିଜ ମଧ୍ୟ ଭଲ ଚାକିରି ଖଣ୍ଡେ କରି ଭଲ ରଜଗୋର କରନ୍ତି। ଏଭଳି ସ୍ଥିତିରେ ହନିମୁନ୍ ପାଇଁ ବିଦେଶ ଯିବା ବଡ଼ କଥା ନୁହେଁ। ଏହା ସତ୍ତ୍ୱେ ସ୍ୱାମୀ ତାଙ୍କୁ ବିଦେଶ ନେବାକୁ ମନା କରିଦେଇଥିଲେ। ଗୋଆ କିମ୍ବା ଦକ୍ଷିଣ ଭାରତ ଯିବାକୁ କହିଥିଲେ। ପରେ ସେ ଅଯୋଧ୍ୟା ଏବଂ ବାରାଣସୀକୁ ବିମାନ ଟିକେଟ୍ ବୁକ୍ କରିଥିଲେ। ଏକଥା ତାଙ୍କୁ ଟିକେଟ୍ ବୁକ୍ କରିବାର ଗୋଟିଏ ଦିନ ପୂର୍ବରୁ କହିଥିଲେ।'
A woman from Piplani in Bhopal who got married 5 months ago, moved family court of Bhopal for divorce, as her husband had promised her a honeymoon trip to Goa but instead he took her to Ayodhya. The court sent the couple for mediation. #JaiShreeRaam #हर_दिल_अयोध्या pic.twitter.com/eX8nB1FMRT
— NCMIndia Council For Men Affairs (@NCMIndiaa) January 22, 2024
ରାମମନ୍ଦିର ସମାରୋହ ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଯୋଧ୍ୟାକୁ ଯାଉଛନ୍ତି ବୋଲି ସ୍ୱାମୀ ତାଙ୍କୁ କହିଥିବା ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି। ହେଲେ ଅଯୋଧ୍ୟାରେ ବୁଲିବା ବେଳେ ୧୦ ଦିନ ଯାଏଁ ମହିଳା ଜଣକ କିଛି କହିନଥିଲେ। କିନ୍ତୁ ଫେରିବା ପରେ ମହିଳା ଜଣକ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସ୍ୱାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରର ଅଧିକ ଯତ୍ନ ନିଅନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ ସେ ଏ ସମ୍ପର୍କରେ ଆଉ ରାହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।
ଗୋଆରେ ଥିବା ଏକ ରିସର୍ଟ ନିଜ ଧନୀ ଗ୍ରାହକଙ୍କ ପାଇଁ ଆୟୋଜନ କରୁଥିଲା ମୁଜରା। ଉକ୍ତ କାର୍ଯ୍ୟକ୍ରମ ପରେ ମୁଜରା ପରିବେଷଣ କରୁଥିବା ଯୁବତୀଙ୍କ ଯୌନ ଶୋଷଣ କରାଯାଉଥିଲା।
ଏନେଇ ସୂଚନା ପାଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ପକ୍ଷରୁ ଜାଲ ବିଛା ଯାଇଥିଲା। ଏଥିନିମନ୍ତେ ଏକ ଟିମ୍ ଗଠନ କରାଯାଇ ଏକ ରିସର୍ଟ ଉପରେ ଚଢାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମୁଜରା ପରିବେଷଣ କରୁଥିବା ୨ ଯୁବତୀଙ୍କୁ ପୁଲିସ୍ ସେଠାରୁ ମୁକୁଳାଇଛି।
ଏହି ଘଟଣାରେ ପୁଲିସ୍ ଉକ୍ତ ରିସର୍ଟର ମାଲିକଙ୍କ ସମେତ ବିଜୟ କୁମାର ସରକାର ଓ ତାଙ୍କ ସହଯୋଗୀ ଅଜିତ କୁମାର ଝାଙ୍କୁ ବାନ୍ଧିଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ୧୦ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଅଯାଇଛି।
ପୁଲିସ୍ ଉକ୍ତ ରିସର୍ଟର ସିସିଟିଭିକୁ ଜବତ କରିଥିବା ବେଳେ ଏହାର ତଦନ୍ତ ଆରମ୍ଭ କରିଛି। ଏଥିସହ ଉକ୍ତ ସମୟରେ ମୁଜରା ଦେଖୁଥିବା ଅନ୍ୟମାନଙ୍କୁ ବି ପଚରାଉଚରା କରାଯିବ ବୋଲି ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ସନ୍ବର୍ଣ୍ଣ ଉତ୍ସବର ଆୟୋଜନକ ନାଁରେ ମାମଲା ରୁଜୁ କରିଛି କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି। ଏହି ଉତ୍ସବରେ ଭଗବାନ ଶିବଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଲୋକପ୍ରିୟ ନୃତ୍ୟ ସଙ୍ଗୀତ ମହୋତ୍ସବ 'ସନ୍ବର୍ଣ୍ଣ ଇଡିଏମ୍' ଉତ୍ତର ଗୋଆର ବାଗାଟୋର୍ରେ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇ ଗତକାଲି ସମାପ୍ତ ହୋଇଥିଲା। ତେବେ ଏହି ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଭଗବାନ ଶିବଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା। ଲୋକମାନେ ନିଶାଶକ୍ତ ଅବସ୍ଥାରେ ଥିବା ବେଳେ ଏଲ୍ଇଡି ଲାଇଟ୍ ମାଧ୍ୟମରେ ଭଗବାନ ଶିବଙ୍କ ଫଟୋକୁ ପ୍ରଦର୍ଶିତ କରାଯାଇଥିଲା।
ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। କଂଗ୍ରେସ ନେତା ବିଜୟ ଭିକେ ମାପୁାରେ ସନ୍ବର୍ଣ୍ଣ ଆୟୋଜକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ଏଥିସହ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଅମିତ ପାଲେକର କହିଛନ୍ତି, ଏହା 'ସନାତନ ଧର୍ମ'କୁ ଆଘାତ ଦେଇଛି। ତେଣୁ ରାଜ୍ୟ ସରକାର ଆୟୋଜକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।
ଇଡିଏମ୍ ଉତ୍ସବ ବେଳେ ଯେଉଁଠି ମଦର ବ୍ୟବହାର ହେଉଥିଲା ସେଠାରେ ଆମ ଭଗବାନଙ୍କ ଫଟୋକୁ ବ୍ୟବହାର କରିବା ଠିକ୍ ନୁହେଁ। ତେଣୁ ସନ୍ବର୍ଣ୍ଣ ଉତ୍ସବ ଆୟୋଜକଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଆପ୍ ନେତା ଦାବି କରିଛନ୍ତି। ସେପଟେ ପୁଲିସ ଅଭିଯୋଗ ପାଇଁ ମାମଲାର ତଦନ୍ତ ଜାରି ରଖିଛି।
ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ଡ୍ରେସ୍ କୋଡ୍ ଅନୁଯାୟୀ ସର୍ଟସ, ମିନି ସ୍କର୍ଟ, ମିଡି, ସ୍ଲିଭ୍ଲେସ୍ ଟପ୍, ଲୋ-ରେଜ୍ ଜିନ୍ସ କିମ୍ବା ସର୍ଟ ଟି-ସାର୍ଟ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ।
ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ। ଏହି ପୋଷାକ ଛାତି, ପେଟ ଏବଂ ଗୋଡକୁ ଘୋଡ଼ାଇ ରଖିବା ପାଇଁ ବ୍ୟବହାର କରାଯାଇପାରିବ, ଯାହା ଦ୍ୱାରା ବ୍ୟକ୍ତିମାନେ ସମ୍ମାନର ସହ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।
୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଡ୍ରେସ୍ କୋଡ୍ରୁ ମୁକ୍ତ କରାଯାଇଥିବା ବେଳେ ୧୦ ବର୍ଷରୁ ଅଧିକ ପିଲା ଓ ବୟସ୍କମାନେ ଏହାକୁ ପାଳନ କରିବାକୁ ପଡ଼ିବ। ମନ୍ଦିର ଗୁଡ଼ିକ ଫ୍ୟାସନ୍ ଶୋ'ର ସ୍ଥାନ ନୁହେଁ, ବରଂ ପୂଜା ଓ ଧ୍ୟାନ ପାଇଁ ପବିତ୍ର ସ୍ଥାନ ବୋଲି ମନ୍ଦିର ପରିଚାଳନା ପକ୍ଷରୁ କୁହାଯାଇଛି। ମନ୍ଦିରକୁ ଯିବା ସମୟରେ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିବାକୁ ସେମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି।
ଏହା ଦେଖି ଏୟାରପୋର୍ଟ କର୍ତ୍ତୃପକ୍ଷ ବିମାନକୁ ବିଳମ୍ବରେ ଅବତରଣ କରିବାକୁ କହିଥିଲେ। କିନ୍ତୁ ବିମାନ ପାଇଲଟ ଅପେକ୍ଷା କରିବା ପରିବର୍ତ୍ତେ ଲୋକଙ୍କୁ ଧରି ପୁଣି ବେଙ୍ଗାଲୁରୁ ଫେରି ଯାଇଛନ୍ତି।
ବେଙ୍ଗାଲୁରୁର କେମ୍ପାଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗୋଆର ଡାବୋଲିମ ଏୟାରପୋର୍ଟକୁ ଆସୁଥିବା ଭିସ୍ତାରା ବିମାନ ସହ ଏପରି ଘଟଣା ଘଟିଛି। ଭିସ୍ତାରା ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ସମସ୍ତେ ପୁଣି ବେଙ୍ଗାଲୁରୁ ଫେରି ଯାଇଛନ୍ତି। କିନ୍ତୁ ଏହି ସମୟରେ ଇଣ୍ଡିଗୋ କମ୍ପାନୀର ଦୁଇଟି ବିମାନ ଗୋଆ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଅବତରଣ କରିଥିଲେ। ଏହାକୁ ନେଇ ଭିସ୍ତାରା ବିମାନର ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗୋଆ ଏୟାରପୋର୍ଟର ନିର୍ଦ୍ଦେଶକ ଏସଭିଟି ଧନମଜୟା ରାଓ କହିଛନ୍ତି, ଭିସ୍ତାର ବିମାନ ୟୁକେ ୮୮୧ ଲ୍ୟାଣ୍ଡ କରିବାକୁ ଯାଉଥିବା ବେଳେ ରନୱେରେ ଗୋଟିଏ ବୁଲା କୁକରକୁ ଦେଖିବାକୁ ମିଳିଥିଲା। ତେଣୁ ପାଇଲଟଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ହେଲେ ସେ ସୁରକ୍ଷା ଦୃଷ୍ଟିରୁ ପୁଣି ବେଙ୍ଗାଲୁରୁକୁ ଚାଲି ଯାଇଥିଲେ।
ବିମାନଟି ବେଙ୍ଗାଲୁରୁରୁ ଦିନ ୧୨.୫୫ରେ ବାହାରିଥିଲା ଓ ଗୋଆରେ ଦିନ ୨ଟାରେ ପହଞ୍ଚିବାର ଥିଲା। କିନ୍ତୁ ବିଳମ୍ବ ଯୋଗୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବିମାନଟି ବେଙ୍ଗାଲୁରୁ ଫେରି ଯିବା ପରେ ପୁଣି ଲୋକଙ୍କୁ ଧରି ଗୋଆ ଆସିଥିଲା। ଅନୁଜ ମିଶ୍ରା ନାମକ ଜଣେ ଯାତ୍ରୀ କହିଛନ୍ତି, “କାହିଁକି ୟୁକେ ୮୮୧ ପାଇଁ ରନୱେରେ କଟକଣା ଲଗାଗଲା? କାହିଁକି ଏହାକୁ ଗୋଆର ମୋପା ଏୟାରପୋର୍ଟକୁ ଡାଇର୍ଭଟ କରାଗଲା ନାହିଁ। ଭିସ୍ତାରା ବିମାନକୁ ଅନୁମତି ମିଳି ନଥିବା ବେଳେ ଅହମଦାବାରୁ ଆସିଥିବା ୬ଇ୬୩୪୫ ଇଣ୍ଡିଗୋ ବିମାନକୁ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା। ଏହା ଅତ୍ୟନ୍ତ ଲଜ୍ଜାଜନକ।”
ଯାତ୍ରୀମାନଙ୍କ ଅସୁବିଧା ପାଇଁ ଭିସ୍ତାରା କ୍ଷମା ମାଗିଛି। ସଂସ୍ଥା କହିଛି ଯେ ରନୱେରେ ଅସୁବିଧା କାରଣରୁ ବେଙ୍ଗାଲୁରୁକୁ ଡାଇର୍ଭଟ ହୋଇଥିବା ବିମାନ ପୁଣି ୪.୫୫ ମିନିଟରେ ଉଡ଼ାଣ ଭରିଥିଲେ। ଏହା ସୁରକ୍ଷିତ ଭାବେ ସନ୍ଧ୍ୟା ୬.୧୫ରେ ଗୋଆର ଡାବୋଲିମ ଏୟାରପୋର୍ଟରେ ଅବତରଣ କରିଛି।
ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ଅଗଷ୍ଟ ୨୩ରେ ଘଟିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ୍ ୪୭ ବର୍ଷୀୟ ଲକ୍ଷ୍ମଣ ଶିୟାରଙ୍କୁ ଗିରଫ କରିଛି। ସେ ମଧ୍ୟ ମହିଳାଙ୍କ ଭଳି ଗୋଆକୁ ବୁଲିବାକୁ ଯାଇଥିଲେ। କିନ୍ତୁ ସେ ମହିଳା ଜଣଙ୍କୁ ନିଜେ ରହୁଥିବା ହୋଟେଲକୁ ଆଣି ଦୁଷ୍କର୍ମ କରିଛନ୍ତି।
ଡେପୁଟି ଏସ୍ପି ଜିଭବା ଡାଲଭି କହିଛନ୍ତି, “ଗୋଟିଏ ବିମାନରେ ପୀଡ଼ିତା ଓ ଅଭିଯୁକ୍ତ ପରସ୍ପରକୁ ଭେଟିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ବିମାନରେ ଆଲୋଚନା ବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ଫୋନ ନମ୍ବର ଆଣିଥିଲେ।
ପରବର୍ତ୍ତୀ ଅବସ୍ଥାରେ ସେ ମହିଳାଙ୍କ ଯୋଗାଯୋଗରେ ମଧ୍ୟ ରହିଥିଲେ। ଚଳିତ ସପ୍ତାହରେ ପୃଥକ ପୃଥକ ଭାବେ ଅଭିଯୁକ୍ତ ଓ ପୀଡ଼ିତା ଗୋଆକୁ ବୁଲିବାକୁ ଆସିଥିଲେ। ଅଗଷ୍ଟ ୨୩ରେ ଲକ୍ଷ୍ମଣ ମହିଳାଙ୍କୁ ଫୋନ କରି ସେ ରହୁଥିବା ହୋଟେଲକୁ ବୁଲିବା ପାଇଁ ଆସିବାକୁ ପ୍ରବର୍ତ୍ତାଇ ଥିଲେ।
ପ୍ରଥମେ ମହିଳା ଜଣଙ୍କ ରାଜି ହୋଇ ନଥିଲେ। କିନ୍ତୁ ଲକ୍ଷ୍ମଣ ବାରମ୍ବାର ଅନୁରୋଧ କରିବାରୁ ସେ ହୋଟେଲକୁ ଆସିଥିଲେ। ମହିଳା ଜଣଙ୍କ ସେଠାରେ ପହଞ୍ଚିବା ପରେ ଲକ୍ଷ୍ମଣ ତାଙ୍କୁ ନିଜ ରୁମକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲେ ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି।”
ମହିଳାଙ୍କ ଅଭିଯୋଗ ପରେ ଗୋଆ ପୁଲିସ୍ ଗୋଟିଏ ଟିମ ଗଠନ କରି ଲକ୍ଷ୍ମଣଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହାପରେ ତାଙ୍କୁ ମାପୁସା ସହରର ଉପକଣ୍ଠ ଥିଭିମ ଗାଁରୁ ଗିରଫ କରାଯାଇଛି। ପୁଲିସ୍ ପକ୍ଷରୁ ପୀଡ଼ିତାଙ୍କ ବୟସ ସାର୍ବଜନୀନ କରାଯାଇନି।
ଗତ ସୋମବାର ରାତିରେ ଡିଆଇଜି ନିଶାସକ୍ତ ଅବସ୍ଥାରେ ଗୋଆର ଏକ ନାଇଟ କ୍ଲବକୁ ଯାଇଥିଲେ। ସେଠାରେ ଜଣେ ମହିଳାଙ୍କୁ ସେ ଅସଦ୍ ବ୍ୟବହାର କରିବାରୁ ମହିଳାଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ମହିଳାଜଣକ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଏହାପରେ କ୍ଲବରେ ହଙ୍ଗାମା ସୃଷ୍ଟି ହୋଇଥିଲା।
ଉକ୍ତ କ୍ଲବଟି ଗୋଆର ଜଣେ ପ୍ରତିଷ୍ଠିତ ରାଜନେତାଙ୍କର ବୋଲି ଜଣାଯାଇଛି। ବରିଷ୍ଠ ଆଇପିଏସ୍ ଅଧିକାରୀ ଡ. ଏ. କୋଆନ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଥିବା ବେଳେ କ୍ଲବରେ କ’ଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ଖବର ପ୍ରଚାରିତ ହେବା ପରେ ଡିଆଇଜିଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଯିବା ସହ ଡିଜିପିଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏହି ଘଟଣାକୁ ନେଇ ଗୋଆ ବିଧାନସଭାରେ ହଙ୍ଗାମା ହୋଇଛି।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ବୁଧବାର ଗୃହରେ ଏ ବିଷୟରେ ନିଜ ମତ ରଖିଛନ୍ତି। ଭାରତୀୟ ପୁଲିସ୍ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଗୃହରେ କହିଛନ୍ତି ।
ଗୋଆ ପୁଲିସ୍ ପକ୍ଷରୁ ଏହି ଘଟଣାରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଯାଞ୍ଚ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛି। ଘଟଣା ସମୟରେ ଉକ୍ତ ବାର୍ର ସିସିଟିଭି ସାମନାକୁ ଆସିଛି, ଯେଉଁଥିରେ ଡିଜିପି ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି।
ବୁଧବାର ରାତିରେ ମାତ୍ର ଦିନିକିଆ ଗସ୍ତରେ ଗୋଆ ଯାଇଥିବା ରାହୁଲ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ନର୍ଥ ଗୋଆରେ କୁକୁର ବ୍ୟବସାୟ କରୁଥିବା ଏକ ଦମ୍ପତିଙ୍କୁ ନିକଟକୁ ଯାଇଥିଲେ। ଶିବାନୀ ପିଟ୍ରେ ନାମ୍ନୀ ମହିଳା ନିଜ ସ୍ୱାମୀଙ୍କ ସହ ମିଶି ନର୍ଥ ଗୋଆର ମାପୁଶା ଟାଉନରେ କୁକୁର ବ୍ୟବସାୟ କରୁଛନ୍ତି।
ସେ କହିଛନ୍ତି, ଆମ ଦୋକାନରୁ ରାହୁଲ ଗାନ୍ଧି ପୂର୍ବରୁ ଅର୍ଡର କରି ଏକ କୁକୁର ଛୁଆ ନେଇଥିବା ବେଳେ ତାହାକୁ ଫେରାଇ ଜ୍ୟାକ୍ ରସେଲ ଟେରିଅର ପ୍ରଜାତିର କୁକୁର ବାଛିଥିଲେ। ପରେ ଉକ୍ତ କୁକୁରକୁ ତାଙ୍କ ନିକଟକୁ ପଠାଇ ଦିଆଯାଇଛି।
ଜ୍ୟାକ୍ ରସେଲ ଟେରିଅର ପ୍ରଜାତିର କୁକୁର ସମ୍ପର୍କରେ ଜାଣିବା ପାଇଁ ରାହୁଲ ଗାନ୍ଧି ପୂର୍ବରୁ ନିଜର ଜଣେ କର୍ମଚାରୀଙ୍କୁ ଆମ କେନ୍ଦ୍ରକୁ ପଠାଇଥିଲେ। ତାଙ୍କଠୁ ସବୁ ସୂଚନା ପାଇବା ପରେ ସେ ଏହି କୁକୁର ଛୁଆକୁ ବାଛିଛନ୍ତି।
ରାହୁଲ ଗାନ୍ଧୀ ଜଣେ ପ୍ରାଣୀପ୍ରେମୀ ହୋଇଥିବା ବେଳେ ବହୁ ଶାନ୍ତଶିଷ୍ଟ ଓ ହସମିଜାଜ ସ୍ୱଭାବର ବୋଲି କହିଛନ୍ତି ଶିବାନୀ । ଏଥିସହ ରାହୁଲ ତାଙ୍କ କେନ୍ଦ୍ରକୁ ଆସିଥିବାରୁ ସେମାନେ ବହୁତ ଖୁସି ଓ ଉତ୍ସାହିତ ଥିବା ସେ କହିଛନ୍ତି।
ନିଜ ଗୋଆ ଗସ୍ତ ଅବସରରେ ରାହୁଲ ଗାନ୍ଧି ଗୋଆର କଂଗ୍ରେସ ବିଧାୟକଙ୍କୁ ଭେଟିବା ସହ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
ଦୁନିଆ ନ୍ୟୁଜରେ ପ୍ରସାରିତ କାର୍ଯ୍ୟକ୍ରମରେ ବିଲାୱଲ ତାଙ୍କ ଭାରତ ଗସ୍ତ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସେ ଗୋଆରେ ଆସନ୍ତା ମାସରେ ହେବାକୁ ଥିବା ଏସସିଓ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ପାକିସ୍ତାନର ପ୍ରତିନିଧିତ୍ୱ କରିବେ।
ଆମେ ସବୁ ବେଳେ ଏସ୍ସିଓ ନିୟମକୁ ସମ୍ମାନ କରିଥାଉ। ଆମ ଭାରତ ଗସ୍ତ ଏହାର ପ୍ରତିଫଳନ। ଏହି ଗସ୍ତକୁ କେହି ବି ଗୋଟିଏ ଦ୍ୱିପାକ୍ଷିକ ସମ୍ପର୍କ ଭାବେ ବିବେଚନା କରନ୍ତୁ ନାହିଁ। କେବଳ ଏସ୍ସିଓ ବୈଠକ ଭାରତରେ ହେଉଛି ବୋଲି ସେଠାକୁ ଗସ୍ତ କରିବାକୁ ପଡ଼ୁଛି ବୋଲି ବିଲାୱଲ କହିଛନ୍ତି।
ମେ’ ୪ ଓ ୫ରେ ଅନୁଷ୍ଠିତ ହେବାକୁ ଥିବା ଏସ୍ସିଓ ବୈଠକରେ ପାକିସ୍ତାନ ପକ୍ଷରୁ ବିଲାୱଲ ଯୋଗଦେବେ ବୋଲି ଗୁରୁବାର ସେଠାକାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଏହାପରେ ବିଲାୱଲଙ୍କ ବୟାନ ସାମ୍ନାକୁ ଆସିଛି।
୧୨ ବର୍ଷର ବ୍ୟବଧାନ ପରେ ପାକସ୍ତାନର କୌଣସି ବୈଦେଶିକ ମନ୍ତ୍ରୀ ଭାରତ ଆସୁଛନ୍ତି। ଶେଷଥର ପାଇଁ ୨୦୧୧ରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖର ଭାରତ ଗସ୍ତରେ ଆସିଥିଲେ।
ଭାରତ ଏବେ ଏସ୍ସିଓର ଅଧ୍ୟକ୍ଷତା କରୁଛି। ପରମ୍ପରା ଅନୁଯାୟୀ ଭାରତ ସରକାର ଏସ୍ସିଓ ରାଷ୍ଟ୍ରଗୁଡ଼ିକର ବୈଦଶିକ ମନ୍ତ୍ରୀଙ୍କୁ ଗୋଆରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ। ଏସ୍ସିଓରେ ପାକିସ୍ତାନ ସମେତ ଚାଇନା ମଧ୍ୟ ରହିଛି। ତେଣୁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।
ପାକିସ୍ତାନ ଭଳି ଚାଇନାର ବୈଦେଶିକ ମନ୍ତ୍ରୀ କ୍ୱିନ ଗାଙ୍ଗ ଓ ତାଙ୍କ ରୁଷ ପ୍ରତିପକ୍ଷ ସେରଗେୟ ଲାଭାରୋଭ ମଧ୍ୟ ଗୋଆ ବୈଠକରେ ଯୋଗଦେବେ।
ଗୋଆର ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ କହିଛନ୍ତି, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଇଭେରମେକଟିନ୍ ଉପଲବ୍ଧ ହେବ। ଏହାକୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକ ଖାଇପାରିବେ। ସେମାନଙ୍କ ଶରୀରରେ କରୋନା ଲକ୍ଷଣ ଥାଉ କି ନଥାଉ ଏହି ଔଷଧକୁ ସମସ୍ତେ ଖାଇପାରିବେ।
ଆମେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଛୁ। ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ଆଇଭେରମେକଟିନ୍ ଟ୍ୟାବଲେଟ ଦିଆଯିବ। ଲୋକଙ୍କ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣରେ ଏହାକୁ ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ୧୨ଏମଜିର ଆଇଭେରମେକଟିନ୍ ୫ ଦିନ ପାଇଁ ଜଣେ ରୋଗୀଙ୍କୁ ଦିଆଯିବ। ବ୍ରିଟେନ, ଜାପାନ, ଇଟାଲୀ, ସ୍ପେନର ବିଶେଷଜ୍ଞମାନେ ଏହି ଔଷଧ କରୋନା ବିରୋଧରେ ଜବରଦସ୍ତ ଫାଇଦା ଦେଉଥିବା କହିଛନ୍ତି। ଏହି ଔଷଧ ଦ୍ୱାରା ମୃତ୍ୟୁହାର କମିବା ସହ ଜଣେ ଆକ୍ରାନ୍ତ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।
ଲୋକଙ୍କ ଶରୀରରୁ ସଂକ୍ରମଣ ଜନିତ ଭାଇରସ ମଧ୍ୟ ଶୀଘ୍ର ଦୂରେଇ ଯାଉଛି। ଗୋଆ ଏବେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ପ୍ରୋଟୋକଲ ଆପଣାଇବାରେ ପ୍ରଥମ ରାଜ୍ୟ ହୋଇଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ବୈଠକ କରିବା ପରେ ଆଇଭେରମେକଟିନ ଔଷଧକୁ ବ୍ୟବହାର କରିବାକୁ ଅନୁମତି ମିଳିଛି।
ତେବେ ଏହି ଔଷଧ ଖାଇଲେ ଯେ ଜଣେ ସଂକ୍ରମିତ ହେବ ନାହିଁ, ତାହା ଭାବିବା ଭୁଲ। ଏହା କେବଳ କରୋନାର ଭୟାବହତାକୁ ଅନେକାଂଶରେ ହ୍ରାସ କରିପାରିବ ବୋଲି ସେ କହିଛନ୍ତି।
ଜୁଲାଇ ୨୦୧୯ ପାଖରୁ ବିଜେପି ସହିତ ଜିଏଫପି ପାର୍ଟିର ସମ୍ପର୍କ ଶେଷ ହୋଇଯାଇଥିଲା। ହେଲେ ଏନଡିଏ ମେଣ୍ଟରୁ ଓହରିନଥିଲା। ଗଣତାନ୍ତ୍ରିକ ପ୍ରତିବଦ୍ଧତା ଏବଂ ଗୋଆ ଲୋକଙ୍କ ଇଚ୍ଛା ଅନୁଯାୟୀ ଏବେ ଜିଏଫପି ଏନଡିଏରୁ ଓହରିବାକୁ ନିଷ୍ପତ୍ତି ନେଇଛି ବୋଲି ବିଜୟୀ ସରଦେସାଇ ଅମିତ ଶାହଙ୍କୁ ଲେଖିଖିବା ଚିଠିରେ ଲେଖିଛନ୍ତି।
ଦିବଂଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ଗୋଆର ୧୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରମୋଦ ସାୱନ୍ତ। ତାଙ୍କ ସରକାରରେ ବ୍ୟାପକ ଦୁର୍ନୀତି ବଢ଼ିଥିବା ସରଦେଶାଇ ଅଭିଯୋଗ କରିଛନ୍ତି। ଗୋଆରେ ବେକାରୀ ବୃଦ୍ଧିରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ରାଜ୍ୟର ବେକାର ଯୁବକଙ୍କୁ ସରକାର ସହଯୋଗ କରୁନାହାନ୍ତି। ଅନେକ ଜୀବିକା ହରାଉଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଗୋଆରେ ବିଜେପି ସରକାର କୋଇଲା ଗୁଡ଼ିକୁ ଘରୋଇ କମ୍ପାନୀକୁ ହସ୍ତାନ୍ତର କରୁଛି। ଏହା ବିପର୍ଯ୍ୟୟ ବୋଲି ବିଜୟୀ ସରଦେସାଇ କହିଛନ୍ତି। ଯାହାକି ତାଙ୍କ ଦଳର ଆଭିମୁଖ୍ୟ ପାଇଁ କୁଠାରଘାତ ବୋଲି ଦର୍ଶାଇ ମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।
ଗୋଆରେ ମୋଟ୍ ୪୦ଟି ବିଧାନସଭା ଆସନ ରହିଛି। ବିଜେପି ପାଖରେ ୨୭ଟି ଆସନ ରହିଥିବା ବେଳେ କଂଗ୍ରେସ ପାଖରେ ୫ଟି, ଗୋଆ ଫରଓ୍ୱାର୍ଡ ପାର୍ଟି ପାଖରେ ୩ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ପାଖରେ ଗୋଟିଏ ଓ ଏନସିପି ପାଖରେ ଗୋଟିଏ ଆସନ ରହିଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ଗୋଆରେ ସରକାର ଗଢ଼ିବା ପାଇଁ ହେଲେ ୨୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଯାହାକି ବିଜେପି ପାଖରେ ରହିଛି। ରାଜ୍ୟରେ ବିଜେପିକୁ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଥିବାରୁ ଶାସକ ଦଳ ପାଖରେ ୨୮ ବିଧାୟକଙ୍କ ସମର୍ଥନ ରହିଛି।
ଗୋଆର ରାଜଧାନୀ ପାଣାଜିରେ ଥିବା ସ୍ଥାନୀୟ ନଗର ପାଳିକା ସଂସ୍ଥା କହିଛି ଯେ ଏଠାରେ କୋଭିଡ ନିୟମ ପାଳନ କରିବାରେ ନଗପାଳିକା ପୁଲିସକୁ ଏହି ଭଳି ଭାବରେ ସାହାଯ୍ୟ କରୁଛି। ପାଣାଜି ପୁଲିସ ଇନ୍ସପେକ୍ଟର ସୁଦେଶ ନାଇକ କହିଛନ୍ତି ଯେ ଲୋକମାନେ ମାସ୍କ ଲଗାଇବା ନିୟମକୁ ଅଣଦେଖା କରୁଛନ୍ତି। ଆମେ ଲୋକଙ୍କ ଉପରେ ଜରିମାନା ଆଦାୟ କରିବା ଠିକ୍ ହେବନି। କିନ୍ତୁ ମାସ୍କ ନିୟମ ଲାଗୁ କରିବାକୁ ପଡ଼ିବ। ତେଣୁ ଯେଉଁମାନେ ମାସ୍କ ପିନ୍ଧିନଥିବା ସେମାନଙ୍କୁ ମାସ୍କ ଦିଆଯାଉଛି।
ଗତ ବର୍ଷ ମଧ୍ୟ ଗୋଆ ସରକାର ଏଭଳି କିଛି ଭିନ୍ନ ନିୟମ ଲାଗୁ କରି ଚର୍ଚ୍ଚାକୁ ଆସିଥିଲେ। ଗୋଆରେ ବିନା ମାସ୍କରେ ଲୋକମାନେ ପେଟ୍ରୋଲ-ଡିଜେଲ ଏବଂ ଦୋକାନରୁ ରାସନ ଦିଆଯାଉ ନଥିଲା। କରୋନା ମହାମାରୀକୁ ରୋକିବା ପାଇଁ ଗତବର୍ଷ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ସାରା ଦେଶରେ କରୋନା ମହାମାରୀ ପୁଣିଥରେ କ୍ଷୀପ୍ର ବେଗରେ ସଂକ୍ରମିତ ହେବାରେ ଲାଗିଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଦେଶର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଆର ପଡ଼ୋଶୀ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ନାଇଟ୍ କର୍ଫ୍ୟୁ ସହିତ କୋଭିଡ୍ ଆଇନ୍ ମାନିବାକୁ ସରକାର ନିବେଦନ କରିଛନ୍ତି।