ସୂଚନା ଅନୁସାରେ, ଜଳସମ୍ପଦ ଏବେ ବିଭିନ୍ନ ଜଳସେଚନ ଡିଭିଜନକୁ ଚିଠି ଲେଖି ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ(ବିନା ଟେଣ୍ଡରରେ) ପାଇଁ ବିଭାଗ ଉପରେ ଏବେ ବହୁ ପରିମାଣର ଆର୍ଥିକ ବୋଝ ପଡ଼ିଛି । ବିଶେଷକରି ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଶହ ଶହ ସଂଖ୍ୟାରେ ଠିକା କାମ(ବିଜେଡି ବିଧାୟକମାନଙ୍କ ହାତଲେଖା ଚିଠାରେ) ଜଳସମ୍ପଦ ବିଭାଗର ଡିଭିଜନସ୍ତରର ଅଧିକାରୀମାନେ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଛନ୍ତି । ଆଇନର ଗଳାବାଟ ବାହାର କରି ପ୍ରକଳ୍ପ କାର୍ଯ୍ୟର ମୂଲ୍ୟକୁ ୫ଲକ୍ଷ ଟଙ୍କାରୁ କମ୍ ଦର୍ଶାଇ ଏସବୁ କାର୍ଯ୍ୟାଦେଶ ଦିଆଯାଇ ବିଜେଡି କର୍ମୀମାନଙ୍କୁ ତୁଷ୍ଟୀକରଣ ନିମନ୍ତେ ପ୍ରୟାସ କରାଯାଇଛି । ରାଜ୍ୟର ପ୍ରାୟତଃ ସମସ୍ତ ଜଳସମ୍ପଦ ଡିଭିଜନରେ ଏଭଳି ଚିଠା କାମ(ବିନା ଟେଣ୍ଡରରେ ୫ଲକ୍ଷ ଟଙ୍କାରୁ କମ୍ ପ୍ରକଳ୍ପ କାର୍ଯ୍ୟ) ଦିଆଯାଇଛି । ବିଜେଡି କର୍ମୀଙ୍କ ନିମନ୍ତେ କେତେକ ସ୍ଥାନରେ ବଡ଼ବଡ଼ ପ୍ରକଳ୍ପର କାର୍ଯ୍ୟକୁ ଜାଣିଶୁଣି ଛୋଟ ଛୋଟ ଭାଗ କରି(ଟେଣ୍ଡର ବାଧ୍ୟବାଧକତାକୁ ଏଡ଼ାଇବା ପାଇଁ) ପ୍ରକଳ୍ପ ମୂଲ୍ୟକୁ ୫ଲକ୍ଷ ଟଙ୍କାରୁ କମ କରାଯାଇଛି ।
ଏବେ ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ଏକ ସରକାରୀ ଚିଠି ହିଁ ଜଳସମ୍ପଦ ବିଭାଗରେ ଏଭଳି କୋଟି କୋଟି ଟଙ୍କାର ହେରଫେରର ପ୍ରମାଣ ଦେଇଛି । ପୁରୀ ଜଳସେଚନ ଡିଭିଜନର ଅଧୀକ୍ଷକ ଯନ୍ତ୍ରୀଙ୍କୁ ୫ଲକ୍ଷ ଟଙ୍କାରୁ ୧୫.୩୩କୋଟି ଟଙ୍କାର ହିସାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଓ ଅନୁମୋଦନ ବାହାରେ ଗୋଟିଏ ବି କାର୍ଯ୍ୟ ନକରିବାକୁ କୁହାଯିବା ସହ କେଉଁ କ୍ଷମତା ବଳରେ ଏତେ ପରିମାଣର ଆର୍ଥିକ ବୋଝ ଓ କାର୍ଯ୍ୟ କଲ ତା’ର କୈଫୟତ ମଗାଯାଇଛି ।
ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ ଗତକାଲି ପୁରୀ ଜଳସମ୍ପଦ ଡିଭିଜନ ଅଧୀକ୍ଷକ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଡିଭିଜନରୁ କେବଳ ୫୩୦ଟି ଚିଠା କାମ(୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ)ର କାର୍ଯ୍ୟାଦେଶ ଜାରି ହୋଇଥିବାବେଳେ ସେଥିରେ ପୁରୀ ମୁଖ୍ୟାଳୟରେ ୧୬୩ଟି, ପିପିଲି ସବଡିଭିଜନରେ ୧୨୧ଟି, ସାକ୍ଷୀଗୋପାଳରେ ୧୨୧ଟି, ଡେଲାଙ୍ଗରେ ୧୨୫ଟି ପ୍ରକଳ୍ପ ରହିଛି । ୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଏସବୁ ପ୍ରକଳ୍ପ କାର୍ଯ୍ୟାଦେଶ ଜାରି ହୋଇଥିଲେ ମଧ୍ୟ ସେଥିରୁୁ ପ୍ରାୟ ୮କୋଟି ଟଙ୍କାର ବିଲ୍ ପୈଠ କରାଯାଇ ନାହିଁ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୮କୋଟି ଟଙ୍କାର ବୋଝ ବିଭାଗ ଉପରେ ପଡ଼ିଛି ।
ସେହିପରି ୨୦୨୩ ଫେବୃୟାରୀ ମାସରେ ୩.୩୩କୋଟି ଟଙ୍କାର ୮୩ଟି ପ୍ରକଳ୍ପ କାର୍ଯ୍ୟାଦେଶ ଦିଆଯାଇଛି । ଏହି କାର୍ଯ୍ୟାଦେଶର ବିବରଣୀ ମଧ୍ୟ ଏଗ୍ରିମେଂଟ ରେଜିଷ୍ଟାରରେ ଉଲ୍ଲେଖ ନାହିଁ । ତା’ଛଡ଼ା ପିପି ଓ ପିଓ ମୋଡରେ କିଛି କାର୍ଯ୍ୟ କରାଯାଇଛି ଓ ଅନ୍ୟାନ୍ୟ ଖର୍ଚ୍ଚ ଯୋଗୁ ପ୍ରାୟ ୪କୋଟି ଟଙ୍କାର ବୋଝ ଜଳସମ୍ପଦ ବିଭାଗ ଉପରେ ପଡ଼ିଛି । ଏଭଳି ଭାବେ ପୁରୀ ଜଳସେଚନ ଡିଭିଜନର ତ୍ରୁଟିପୂର୍ଣ୍ଣ ଓ ବେଆଇନ କାର୍ଯ୍ୟ ଯୋଗୁ ପ୍ରାୟ ୧୫.୩୩କୋଟି ଟଙ୍କାର ବୋଝ ପଡ଼ିଛି । ତେବେ ଏତେ ଟଙ୍କାର କାର୍ଯ୍ୟ ସବୁ ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଦେଇନଥିବା ଶ୍ରୀ ପୁରୋହିତ ସ୍ପଷ୍ଟ କରିଥିବାବେଳେ କେଉଁ ପରିସ୍ଥିତିରେ ଏତେ ଟଙ୍କାର ବୋଝ ପୁରୀ ଜଳସେଚନ ଡିଭିଜନ ଉପରେ ପଡ଼ିଲା ତା’ର ଜବାବ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବାବେଳେ ବିନା ଟେଣ୍ଡରରେ ବିଭାଗରେ କୌଣସି କାର୍ଯ୍ୟ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ । ଆଉ ଏହି ନିର୍ଦ୍ଦେଶ ଯୋଗୁ ଜଳସମ୍ପଦ ବିଭାଗରେ ଚିଠା କାମ(୫ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ପ୍ରକଳ୍ପ) ସମ୍ଭବପର ହେଉନଥିଲା । ଛୋଟ-ବଡ଼ ସମସ୍ତ କାର୍ଯ୍ୟର ଟେଣ୍ଡର କରାଯାଉଥିଲା । ମାତ୍ର ୨୦୨୦ ଜୁଲାଇ ମାସରେ ଅନୁ ଗର୍ଗ ବିଭାଗର ଦାୟିତ୍ୱ ନେବା ପରଠୁ ପୁଣିଥରେ ‘ଚିଠା କାମ’ର ଆରମ୍ଭ ହୋଇଥିଲା ।
ଆଉ ରାଜ୍ୟବ୍ୟାପୀ ଜଳସେଚନ ଡିଭିଜନ ଓ ଡ୍ରେନେଜ୍ ଡିଭିଜନରେ ଟେଣ୍ଡର ପ୍ରକ୍ରିୟାକୁ ଏଡ଼ାଇବା ପାଇଁ ପ୍ରକଳ୍ପର ମୂଲ୍ୟକୁ ଜାଣିଶୁଣି ଭାଗ ଭାଗ କରି ୫ଲକ୍ଷ ଟଙ୍କାରୁ କମ୍ କରାଯିବା ସହ ଦଳୀୟ କର୍ମୀ ଓ ଠିକାଦାରଙ୍କୁ ପେଷା ଯାଉଛି । କେବଳ ପୁରୀ ଜିଲ୍ଲା ନୁହେଁ ଜଳସମ୍ପଦ ବିଭାଗର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଜିଲ୍ଲା(ବର୍ତ୍ତମାନର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ନିଜସ୍ୱ ଜିଲ୍ଲା) ଜଗତସିଂହପୁର ଜଳସେଚନ ଓ ଡ୍ରେନେଜ୍ ଡିଭିଜନରେ ମଧ୍ୟ ପ୍ରାୟ ୧୭କୋଟି ଟଙ୍କାର ‘ଚିଠା କାମ’ର କାର୍ଯ୍ୟାଦେଶ ହୋଇଛି ।
ବିନା ଟେଣ୍ଡରରେ ଏସବୁ ଚିଠା କାମର କାର୍ଯ୍ୟାଦେଶ ଦେଇ ଡିଭିଜନ ଦାୟିତ୍ୱରେ ଥିବା ଅଧିକାରୀମାନେ ମାଲେମାଲ୍ ହୋଇଥିବା ଜଣାପଡ଼ିଛି । ଏହି ଦୁଇ ଡିଭିଜନ ନୁହେଁ ରାଜ୍ୟର ପ୍ରାୟତଃ ସମସ୍ତ ଜଳସେଚନ ଓ ଡ୍ରେନେଜ୍ ଡିଭିଜନ ଅଧୀନରେ ଏଭଳି ସ୍ଥିତି ରହିଛି । ଜଳସମ୍ପଦ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ଅନୁ ଗର୍ଗ ଗତ ୩ବର୍ଷ ଧରି ବିଭାଗ ଦାୟିତ୍ୱରେ ଥିବାବେଳେ ଏଭଳି ଅନିୟମିତତା ଓ ଆର୍ଥିକ ହେରଫେର କିଭଳି ସମ୍ଭବପର ହେଉଛି ତାକୁ ନେଇ ସନ୍ଦେହ ବଢ଼ିଥିବାବେଳେ ତାଙ୍କ ବିନା ଅନୁମତିରେ ଏଭଳି (ଶହ ଶହ ଚିଠା କାମ) ସମ୍ଭବପର ନୁହେଁ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ଥାଉକି, ନୟାଗଡ଼ ଟାଉନ ଥାନା ପାଖ ପୁରୁଣା ରିଜର୍ଭ ପୁଲିସ ଅଫିସ ଉପରେ ଆକ୍ରମଣ ଘଟଣାରେ ଟପ ନକ୍ସଲ ନେତା ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲିଙ୍କୁ ଗିରଫ କରିଥିଲା ପୁଲିସ। ଏହି ଆକ୍ରମଣ ମାମଲାରେ ୧୫ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ। ଏଥିସହ ଜଣେ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା। ମାମଲାର ତଦନ୍ତ କରୁଥିଲା କ୍ରାଇମ୍ ବ୍ରାଞ୍ଚ।
ତେବେ ସାକ୍ଷ୍ୟ ପ୍ରମାଣ ଅଭାବରୁ ୩ ଅଭିଯୁକ୍ତଙ୍କୁ ଖଲାସ କରିଛନ୍ତି କୋର୍ଟ। ଏହି ମାମଲାରେ ୫୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ଦେଇପାରିଲାନି ଉପଯୁକ୍ତ ତଥ୍ୟ ଓ ପ୍ରମାଣ।
ସୂଚନା ଥାଉକି, ନକ୍ସଲ ଆକ୍ରମଣ ନେଇ ନୟାଗଡ଼ ଜିଲ୍ଲାରେ ମୋଟ ୯ଟି କେସ ରୁଜୁ ହୋଇଥିଲା। ନୟାଗଡ଼ରେ ୫ଟି ମାମଲା ହୋଇଥିବା ବେଳେ ଦଶପଲ୍ଲାରେ ୪ଟି ମାମଲା ହୋଇଥିଲା। ରାଜ୍ୟର ବିଭିନ୍ନ କୋର୍ଟରେ ସବ୍ୟସାଚୀଙ୍କ ବିରୋଧରେ ୪୬ଟି ମାମଲା ବିଚାରାଧୀନ ଅଛି। ଯାହା ଭିତରୁ ସେ ଗୋଟିଏ ମାମଲାରୁ ମୁକ୍ତ ହେବା ପରେ ନୟାଗଡ଼ରେ ୪ଟି ମାମଲା ରହିଛି। ସେଗୁଡ଼ିକ ହେଲା ନୟାଗଡ଼ ଥାନା ଆକ୍ରମଣ, ପିଟିଏସ୍ ଆକ୍ରମଣ, ନୂଆଗାଁ ଥାନା ପୋଡ଼ି, ମହିପୁର ଫାଣ୍ଡି ଆକ୍ରମଣ ମାମଲା।
ଅନ୍ୟପଟେ ଆଜି କୋର୍ଟ ଫଇସଲା ଆସିବା ପରେ ନୟାଗଡ଼ାରେ ମଞ୍ଜୁଲତା ମୁଦୁଲି, ପ୍ରତାପ କିମ୍ବିକାଙ୍କ ନାମରେ ଅନ୍ୟ କୌଣସି ମାମଲା ବିଚାରାଧୀନ ନ ଥିବାରୁ ସେମାନେ ୨୦୦୮ରୁ ରହିଥିବା ଜେଲ୍ରୁ ମୁକୁଳିବାର ବାଟ ଖୋଲି ଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ରିପୋର୍ଟ- ନୟାଗଡ଼ରୁ ଜିତେନ୍ଦ୍ର ବେହେରା
ସୂଚନା ମୁତାବକ, ଡିକଚିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ଆସିବାକୁ କହିଥିଲେ। କିନ୍ତୁ ଉକ୍ତ ଗ୍ରାମଟି ନିୟମଗିରି ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗାଁକୁ ପହଞ୍ଚି ପାରି ନ ଥିଲା ଆମ୍ବୁଲାନ୍ସ।
ଆମ୍ବୁଲାନ୍ସର ଡ୍ରାଇଭର ଉମାକାନ୍ତ ଦଳପତି, ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ଓ ହେଲ୍ପର ମେଡ଼ି ବାବୁନି ମୁଖ୍ୟ ରାସ୍ତାରେ ଗାଡ଼ି ରଖି ଜଙ୍ଗଲ, ପାହାଡ଼ ଘେରା ୨ କିଲୋମିଟର ଚଲା ବାଟରେ ଚାଲିଚାଲି ଡିକଚିଙ୍କ ଘରେ ପହଞ୍ଚି ଥିଲେ। ସେଠାରୁ ଷ୍ଟ୍ରେଚରରେ ପ୍ରସୂତିଙ୍କୁ ଧରି ବାହାରିଥିଲେ। ପଦଚଲା ରାସ୍ତାରେ ବହୁ କଷ୍ଟ ସହି ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ ଠିକ୍ ଅଧବାଟରେ ଗର୍ଭବେଦନା ସହି ନ ପାରି ମହିଳା ଶିଶୁ ଜନ୍ମ ଦେଇଥିଲେ। ସେଠାରୁ ଷ୍ଟ୍ରେଚରରେ ମା’ ଓ ଶିଶୁଙ୍କୁ ଧରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଏହି କର୍ମଚାରୀମାନେ।
ପରେ ସେମାନଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ମା ଓ ନବଜାତ ଚିକିତ୍ସିତ ଥିବା ସୂଚନା ମିଳିଛି। ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସବୁ ଗାଁକୁ ରାସ୍ତା କରିବାରେ ସରକାର ଫେଲ ମାରିଛନ୍ତି। ଫଳରେ ଏଭଳି ଅନେକ ମା’ ଓ ଶିଶୁଙ୍କ ଜୀବନ ବିପଦରେ ପଡ଼ୁଛି।
ସାଗର ସାହି ଗ୍ରାମରେ ୨୫ରୁ ଉର୍ଦ୍ଧ୍ୱ ପରିବାର ରହୁଥିବାବେଳେ ଦୀର୍ଘ ଦିନ ହେବ ଗାଁକୁ ବିଜୁଳି ସଂଯୋଗ ହୋଇ ନାହିଁ । ଏହି ଦାବି ନେଇ ଗ୍ରାମବାସୀ ପୂର୍ବରୁ ଧାରଣା ଦେଇଥିଲେ । ଖୁବ ଶୀଘ୍ର ଗାଁରେ ବିଦ୍ୟୁତ୍ ସଂଯୋଗ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିଲା ନାହିଁ ।
ଗାଁର ପ୍ରତି ଘରକୁ ପ୍ରାୟ ୩ ବର୍ଷ ପୂର୍ବେ ମିଟର ଓ ସୁଇଚ ବୋର୍ଡ ଦିଆଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ତେଣୁ ବାଧ୍ୟ ହୋଇ ସାଗର ସାହି ଗ୍ରାମବାସୀ ଆଜି ଧନୁତୀର ଓ ଅନ୍ୟ ଅସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଛନ୍ତି। ରାସ୍ତା ଅବରୋଧ ଫଳରେ ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଦାବି ପୂରଣ ନ ହେଲେ ରାସ୍ତା ରୋକ ଚାଲୁ ରହି ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଖବର ପାଇ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିଥିଲେ ବି ତାହା ଫଳପ୍ରଦ ହୋଇ ନାହିଁ ।
ଏହି ରିପୋର୍ଟ ଅନୁସାରେ, ଓଡ଼ିଶାରେ ଥିବା ସବୁ ବର୍ଗର ମୋଟ ସ୍କୁଲ(୬୪,୧୮୫ଟି) ମଧ୍ୟରୁ ମାତ୍ର ୭.୨% ସ୍କୁଲରେ ଇଂଟରନେଟ ସଂଯୋଗ ରହିଛି। ସେଥିରୁ କେବଳ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୨.୮୪% ସ୍କୁଲରେ ଇଂଟରନେଟ ସୁବିଧା ଥିବାବେଳେ ମୋଟ ୧୯.୭୪% ସ୍କୁଲରେ କମ୍ପ୍ୟୁଟର ସୁବିଧା ଅଛି। ପଞ୍ଜାବର ୯୯.୬%, ଦିଲ୍ଲୀର ୮୯.୭୯% , କେରଳର ୮୭.୨୧% ଓ ଗୁଜୁରାଟର ୭୨.୩୬% ସ୍କୁଲରେ ଇଂଟରନେଟ ସୁବିଧା ରହିଛି।
ଇଂଟରନେଟ ବ୍ୟତୀତ ରାଜ୍ୟର ମୋଟ ୬୪୧୮୫ଟି ସ୍କୁଲ ମଧ୍ୟରୁ ୫୨,୧୭୩ଟି ସ୍କୁଲରେ ଇଲେକ୍ଟ୍ରିକ୍ ସୁବିଧା ଥିବାବେଳେ ସେଥିରୁ ୪୫,୪୯୩ଟି ସ୍କୁଲରେ ଏହି ସୁବିଧା କାମ କରୁଛି । ରାଜ୍ୟର ୯୬.୪୬% ସ୍କୁଲରେ ପାନୀୟ ଜଳ ସୁବିଧା ଥିବାବେଳେ ୯୦.୩୯% ଛାତ୍ରଙ୍କ ଶୌଚାଳୟ ଓ ୮୯.୬୭% ଛାତ୍ରୀଙ୍କ ଶୌଚାଳୟ କାର୍ଯ୍ୟକ୍ଷମ ରହିଛି।
କେବଳ ସେତିକି ନୁହେଁ ଓଡ଼ିଶାରେ ସ୍କୁଲ ସଂଖ୍ୟା ମାତ୍ର ୬୪,୧୮୫ ଥିବାବେଳେ ମଧ୍ୟପ୍ରଦେଶରେ ସ୍କୁଲ ସଂଖ୍ୟା ୧,୩୩,୨୭୧ଟି, ଉତ୍ତରପ୍ରଦେଶରେ ୨ଲକ୍ଷ ୬୫ହଜାର ୯୯୧ଟି, ମହାରାଷ୍ଟ୍ରରେ ୧୦ଲକ୍ଷ ୧୦ହଜାର ୧୧୪ଟି ଓ ରାଜସ୍ଥାନରେ ୧ଲକ୍ଷ ୭ହଜାର ୩୭୬ଟି ସ୍କୁଲ ରହିଛି । ଓଡ଼ିଶାରେ ଥିବା ମୋଟ ୬୪୧୮୫ଟି ସ୍କୁଲ ମଧ୍ୟରୁ ୩୦୩୭୭ଟି ପ୍ରାଥମିକ, ୨୧୮୩୯ଟି ଉଚ୍ଚ ପ୍ରାଥମିକ, ୨୪୫୦ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି । ଏ ସମସ୍ତ ସ୍କୁଲରେ ମୋଟ ୩ଲକ୍ଷ ୫୫ହଜାର ୯୭୪ଜଣ ସବୁବର୍ଗର ଶିକ୍ଷକ ଅଛନ୍ତି । ସେଥିରୁ ସରକାରୀ ସ୍କୁଲରେ ୨ଲକ୍ଷ ୩୩ହଜାର ୨୭୩ ଶିକ୍ଷକ ରହିଛନ୍ତି । ତେବେ ମଧ୍ୟପ୍ରଦେଶର ବିଭିନ୍ନ ସ୍କୁଲରେ ମୋଟ ୬.୦୮ଲକ୍ଷ(୩.୦୫ଲକ୍ଷ ଶିକ୍ଷକ ସରକାରୀ ସ୍କୁଲରେ), ମହାରାଷ୍ଟ୍ରରେ ୭.୬୬ଲକ୍ଷ( ସରକାରୀ ସ୍କୁଲରେ ୨.୪୯ଲକ୍ଷ), ଉତ୍ତରପ୍ରଦେଶରେ ୧୪.୮୭ଲକ୍ଷ(ସରକାରୀ ସ୍କୁଲରେ ୬.୨୩ଲକ୍ଷ ଶିକ୍ଷକ) ଏବେ କାର୍ଯ୍ୟରତ ଅଛନ୍ତି।
ଓଡ଼ିଶାରେ ଛାତ୍ର ଓ ଶିକ୍ଷକ ଅନୁପାତ ପ୍ରାଥମିକ ସ୍କୁଲରେ ୧୬ ଥିବାବେଳେ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୫, ମାଧ୍ୟମିକ ସ୍କୁଲରେ ୧୮ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ୬୨ ଅଛି । ଓଡ଼ିଶାର ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୯୭.୪ ପ୍ରତିଶତ ରହୁଥିବାବେଳେ ଉଚ୍ଚପ୍ରାଥମିକ ସ୍କୁଲରେ ୯୩.୨% ଏଲିମେଂଟାରୀରେ ୯୫.୨%, ମାଧ୍ୟମିକ ସ୍କୁଲରେ ୮୧.୫% ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ମାତ୍ର ୪୬.୪% ରହୁଛି । ଯଦଓ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶତ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ପଦୋନ୍ନତି ବାଧ୍ୟତାମୂଳକ ସୁବିଧା ରହିଛି । ତେବେ ଖୁସିର ବିଷୟ ଯେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଡ୍ରପଆଉଟ ଶୂନ ଥିବାବେଳେ ମାଧ୍ୟମିକ ସ୍କୁଲରେ ଡ୍ରପଆଉଟ ୧୬% ରହିଛି।
କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟ ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲଗୁଡ଼ିକର ରୂପାନ୍ତରିତ କାର୍ଯ୍ୟ କରି ବାହାବା ନେବାରେ ଲାଗିଛନ୍ତି । ସ୍କୁଲଗୁଡ଼ିକରେ ବିଦ୍ୟୁତ ଓ ଇଂଟରନେଟ୍ ସୁବିଧା ନଥିବାବେଳେ ଏହି ଫାଇଭ-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରଣ କାର୍ଯ୍ୟ କାହା ସ୍ୱାର୍ଥରେ ବୋଲି ସାଧାରଣରେ ଚର୍ଚ୍ଚା।
ରାଜଧାନୀରେ ପ୍ରତିଦିନ ସାଇକେଲିଂ କରୁଥିବା ଡ଼ ରଜନୀକାନ୍ତ ସାହୁ କହିଛନ୍ତି, “ସ୍ମାର୍ଟସିଟିର ଏହି ସାଇଲେକ ଟ୍ରାକ ସଂପୂର୍ଣ୍ଣ ଅନାବଶ୍ୟକ। ଏହା ବିଲକୁଲ ବି କାମରେ ଆସୁନି । ଟ୍ରାକ୍ ସାରା ହଡଲ୍ସ କରି ଦେଇଛନ୍ତି। ଫଳରେ ଟ୍ରାକରେ ସାଇକେଲିଂ କଲେ ପେଡାଲ ଲାଗୁଛି। ହାତରେ ଟେକି ସାଇକେଲ୍କୁ ଉଠାଇବାକୁ ପଡୁଛି । ସେପଟେ ବାରିକେଡିଂ କଲା ପରେ ମୁଖ୍ୟ ରାସ୍ତା ବି ସଂକୀର୍ଣ୍ଣ ହୋଇ ଯାଇଛି । ତେଣୁ ଗାଡ଼ି ଆସିବା ବେଳେ ସାଇକେଲିଂ କରିବାକୁ ଭୟ ଲାଗୁଛି । ଫଳରେ ନାଁ ଭିତରେ ନାଁ ବାହାରେ କୌଣସି ରାସ୍ତାରେ ବି ସାଇଲେଲିଂ କରି ହେଉନି।”
ବାଣୀବିହାର ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ପ୍ରାୟ ୪.୮ କିଲୋ ମିଟର ସାଇକେଲ ଟ୍ରାକର ସ୍ଥିତି ମଧ୍ୟ ସମାନ। ତେଣୁ କିଛି ସ୍ଥାନରେ ସାଇକେଲ ଟ୍ରାକ୍ ବାଇକ ଆରୋହୀଙ୍କ ପାଇଁ ପାର୍କିଂ ସ୍ଥାନ ହୋଇଛି ତ ଆଉ କିଛି ଠେଲା ବେପାରୀଙ୍କ କବଜାରେ ରହିଛି।
[caption id="attachment_705088" align="aligncenter" width="650"] ରାଜଧାନୀର ଏକ ସାଇକେଲ୍ ଟ୍ରାକ୍[/caption]
ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ରାୟ ସିଧାସଳଖ ସରକାରଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, “ବିଏମ୍ସି ଖାଲି ଲୋକଙ୍କୁ ଦେଖାଇବା ପାଇଁ ମୋ ସାଇକେଲ ବ୍ୟବସ୍ଥା କଲେ। କିନ୍ତୁ ଏହା କବାଡ଼ିଖାନାରେ ବିକ୍ରି ହେଉଛି। ଏଗୁଡିକ ଖାଲି ପଇସା ଖାଇବାର ବାଟ। ଏସବୁ ବନ୍ଦ କରାଯାଉ। ସାଇକେଲ ଟ୍ରାକ ଯେମିତି ହୋଇଛି, ସାଇକେଲ ଆରେହୀ କାନ୍ଧରେ ସାଇକେଲ ରଖି ଟ୍ରାକ ଅତିକ୍ରମ କରୁଛନ୍ତି। ବିଏମ୍ସିକୁ କ’ଣ ଏସବୁ ଦେଖାଯାଉନି।”
ରାଜଧାନୀକୁ ପ୍ରଦୂଷଣ ମୁକ୍ତ ଓ ରାଜଧାନୀବାସୀଙ୍କୁ ଫିଟ୍ ରଖିବାକୁ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ ଯୋଜନା। ତିନିଟି କମ୍ପାନୀର ପ୍ରାୟ୨ ହଜାର ସାଇକେଲ ଆସିଲା। ସ୍ୱତନ୍ତ୍ର ଆପ୍ପ ସହ ଷ୍ଟାଣ୍ଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଲା। ଟ୍ରାକ୍ ବି ହେଲା। ହେଲେ ୩ ବର୍ଷ ଭିତରେ ଅଧିକାଂଶ ସାଇକେଲ କବାଡ଼ିଖାନାରେ ଭଙ୍ଗା ଲୁହା ଦରରେ ବିକ୍ରି ହେଲା। ଯାହା କିଛି ମରାମତି ହେଲା ତାହା ବି କାମରେ ଲାଗୁନି। କିଛି ଲୋକ ସାଇକେଲ୍ ଗୁଡ଼ିକୁ ନିଜ ସାଇକେଲ ଭଳି ଚାବି ପକେଇ ରଖିଛନ୍ତି।
ଯୁବ କର୍ମଜୀବୀ ଚିଙ୍କୁ ବେହେରା କହିଛନ୍ତି, “ ଦିନେ ଅଫିସ୍ ଗଲା ବେଳେ ତିନିଟି ସାଇକେଲ୍ର ଆପ୍ ଖୋଲିବାକୁ ଚେଷ୍ଟା କଲି। କିନ୍ତୁ ସବୁ ମେଣ୍ଟେନ୍ସା ମାଗିଲେ। ଯେଉଁ ଗୋଟିଏ ଖୋଲିଲା, ତାକୁ କୌଣସି ବ୍ୟକ୍ତି ନିଜ ତାଲା ପକାଇ ରଖିଥିଲେ। ସରକାର କି ସାଇକେଲ ଦେଲେ ଯେ, ଆମେ ତାକୁ ବ୍ୟବହାର କରି ପାରୁନୁ। ସେମିତି ସାଇକେଲ୍ ଚଲାଇବାକୁ ସ୍ୱତନ୍ତ୍ର ଟ୍ରାକ୍ କରି ଦେଲେ। ହେଲେ ସେ ବି କିଛି କାମରେ ଲାଗୁନି।”
[caption id="attachment_705089" align="aligncenter" width="650"] ସାଇକେଲ୍ ଟ୍ରାକ୍ ଉପରେ ସିମେଣ୍ଟ ଖୁଣ୍ଟ[/caption]
ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL) “ଗୋ ଗ୍ରୀନ” ଯୋଜନାରେ ଆରମ୍ଭ କରିଥିଲା ସାଇକେଲ୍ ଟ୍ରାକ୍। ହେଲେ ଆଜି ଯ।ଏଁ ବ୍ୟକ୍ତିଗତ ସାଇକେଲ ରଖିବା ପାଇଁ ରାଜଧାନୀର କେଉଁଠି ବି ସାଇକେଲ ଷ୍ଟାଣ୍ଡ ନାହିଁ। ଭୁବନେଶ୍ୱରର ପାହାଡ଼ିଆ ଭୂଗୋଳ ସହ ନିର୍ମାଣ ହୋଇଥିବା ସଂକୀର୍ଣ୍ଣ ସାଇକେଲ ଟ୍ରାକ ସଂପୂର୍ଣ୍ଣ ଏକ ଫେଲ୍ୟୁର ପ୍ରୋଜେକ୍ଟ ବୋଲି କହିଛନ୍ତି ସାଇକେଲିଷ୍ଟ ତଥା ଟାଉନ ପ୍ଲାନର ପୀୟୂଷ ରାଉତ। ସ୍ମାର୍ଟ ସିଟି ଲିମିଟେଡର ବିଫଳତା କଥା ଜଳ ଜଳ ହୋଇ ସମସ୍ତଙ୍କୁ ଦେଖା ଯାଉଥିଲେ ମଧ୍ୟ ସ୍ମାର୍ଟ ସିଟି ସିଇଓ ତଥା ବିଏମସି କମିଶନର କିନ୍ତୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
୨୦୧୭ ମସିହାରୁ ଚାଲିଥିବା ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥ କାମ ସରିବାର ନାଁ ଧରୁନି। ଯେଉଁଥିରେ ଏନକ୍ରୋଚମେଣ୍ଟ ଫ୍ରି ସାଇକେଲ ଟ୍ରାକ ବି ସାମିଲ ଅଛି। ଏପରିସ୍ଥଳେ ଟ୍ରାକ ତା’ ବାଟରେ ପଡ଼ିଛି ଆଉ ଲୋକ ମୁଖ୍ୟ ରାସ୍ତାରେ ସାଇକେଲିଂ କରୁଛନ୍ତି।
https://youtu.be/IH-xn4CaDgo
ଅଙ୍ଗନୱାଡ଼ି କର୍ମୀଙ୍କ କହିବା ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ପ୍ରତ୍ୟେକ ଶିଶୁଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ପିଲା ପିଛା ମିଳୁଛି ୮ ଟଙ୍କା ମିଳୁଛି। ହେଲେ ଏବେ ଅଣ୍ଡା ଗୋଟିଏର ଦାମ ହେଉଛି ୮ ଟଙ୍କା। ସେହିପରି କାଠ, ତେଲ ଓ ଡାଲି କଥା ନ କହିବା ଭଲ। ମିଳୁଥିବା ଅର୍ଥ ଅନୁଯାଇ ଶିଶୁଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର। ଯଦି ଏଥିରେ କିଛି କାଟଛାଟ କରି ପିଲାଙ୍କୁ ଦିଆଯାଉଛି, ତାହାହେଲେ ସେହି ଦିଦିଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଜି ଏପରି ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଯଦି ସରକାର ଦାବି ପ୍ରତି ଧ୍ୟାନ ନ ଦିଅନ୍ତି, ତାହାହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ।
ଅଙ୍ଗନୱାଡି କର୍ମୀଙ୍କ ଅଭିଯୋଗରୁ ପ୍ରକାଶ, ଏଲ୍ପିଜିରେ ଗ୍ୟାସ୍ରେ ରାନ୍ଧିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଛି ୫୦୦ ଟଙ୍କା। ପ୍ରକୃତରେ ବଜାରରେ ଗ୍ୟାସ୍ ୯୨୦ ଟଙ୍କା ନେଉଛନ୍ତି। ଠିକ୍ ସେହିପରି ସରକାରୀ ହିସାବରେ ଅଣ୍ଡା ଦର ୫ ଟଙ୍କା ଥିବା ବେଳେ ବଜାରରୁ ୮ ଟଙ୍କା ଦେଇ କିଣିବାକୁ ପଡ଼ୁଛି। ତେଣୁ ବାଂଶପାଳ ବ୍ଲକ କଡ଼ଦିହର ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଶାନ୍ତିଲତା ଦେହୁରୀ ଯାଞ୍ଚ କମିଟି ଓ ମାତୃ କମିଟିର ଅନୁମୋଦନ କ୍ରମେ ବଜାର ଦର ଅନୁଯାୟୀ ୧୨ଟି ଅଣ୍ଡା ପରିବର୍ତ୍ତେ ୧୦ଟି ଅଣ୍ଡା ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ। ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପାଇଁ ଦିଆଯାଉଥିବା ଗରମରନ୍ଧା ଖାଦ୍ୟର ମୂଲ୍ୟବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯାଉ। ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ବିଭିନ୍ନ ସାମଗ୍ରୀ ବାବଦକୁ ଅର୍ଥ ଅଙ୍ଗନୱାଡ଼ି ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ପାସ୍ବୁକ୍ରେ ରଖାଯାଉ। ଚଳିତ ବର୍ଷ ମିନିଅଙ୍ଗନୱାଡ଼ି କେନ୍ଦ୍ରକୁ ମୁଖ୍ୟ ଅଙ୍ଗନୱାଡ଼ି କରିବା ପାଇଁ ସୁପାରିସ କରାଯାଉ। ଏମିତି ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କର୍ମୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ତିନିରୁ ଉର୍ଦ୍ଧ ପଂଚାୟତର ୭୮୦ ହେକ୍ଟର ଜମିକୁ ଜଳ ଯୋଗାଇବା ଲକ୍ଷ୍ୟରେ ସିଙ୍ଗିପୁର ପଂଚାୟତରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରା ଯାଇଥିଲା l ଓଡିଶା ଜଳ ସମ୍ପଦ ବିଭାଗ ଦ୍ୱାରା ନିର୍ମିତ ଏହି ପ୍ରକଳ୍ପ କାମ ୩ ବର୍ଷ ପୂର୍ବେ ଶେଷ ହୋଇଥିଲା। ଏହି ପ୍ରକଳ୍ପ ହେବା ପରେ ଚାଷୀମାନେ ମଧ୍ୟ ବେଶ ଖୁସି ହୋଇଥିଲେ l ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବର୍ଷସାରା ତାଙ୍କ ଜମିରେ ଫସଲ ଅମଳ ହେବ ବୋଲି ଭାବିଥିଲେ l କିନ୍ତୁ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲାl
ଖୋଦ ମୁଖ୍ୟମନ୍ତ୍ରୀ ନାବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ଜରିଆରେ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ପ୍ରକଳ୍ପ ଉଦଘାଟନ ହେବାର ୩ ବର୍ଷ ପରେ ବି ତାହା କାମରେ ଲାଗିପାରୁନି । ଚାଷୀଙ୍କ କ୍ଷୋଭ ଏବେ ଆନ୍ଦୋଳନ ରୂପ ନେଉଛି ।
[caption id="attachment_671529" align="aligncenter" width="650"] ବିକ୍ଷୋଭ କରିବାକୁ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚିଥିବା ଚାଷୀ।[/caption]
ଏନେଇ ସ୍ଥାନୀୟ ଚାଷୀ ଶନିଶ୍ଚର ମୁନୀ କହିଛନ୍ତି, ୫୦୦ କୋଟିର ପ୍ରୋଜେକ୍ଟ କଲେ। ହେଲେ ଜମିବାଡ଼ିକୁ ପାଣି ଟୋପେ ବି ଯାଉନି। ଅଧିକାରୀଙ୍କୁ ପଚାରିବାରୁ ଆସନ୍ତା ବର୍ଷ ମିଳିବ ବୋଲି କହୁଛନ୍ତି। ହେଲେ ଚାଷୀକୁ ପାଣି ନ ମିଳିପାରିଲେ ପ୍ରୋଜେକ୍ଟ ଥାଇ କେତେ ନ ଥାଇ କେତେ। ଆମର ଅଭାବ ସମୟକୁ ପାଣି ପାଉନୁ। ଭରସା ତୁଟିଗଲା। ତୁରନ୍ତ ପାଣି ଯୋଗାଇ ଦିଆ ନ ଗଲେ, ଆଗାମୀ ଦିନରେ ଆନ୍ଦୋଳନ କରିବୁ।
ଉଦୟନାଥ ବେହେରା ନାମକ ସ୍ଥାନୀୟ ଚାଷୀ କହିଛନ୍ତି, ଆମ ଜମିକୁ ପାଣି ଯାଉନି। ବର୍ଷା ବି ହେଉନି। ଫସଲ କିପରି କରିବୁ। ସବୁ ଜମିକୁ ପାଣି ଯୋଗାଇ ଦେବୁ ବୋଲି କହିଥିଲେ। ହେଲେ ଏବେ ଟୋପେ ବି ପାଣି ଯାଉନି।
ଚଳିତ ବର୍ଷ ଧରାକୋଟ ବ୍ଲକର କେତୋଟି ପଂଚାୟତରେ ସ୍ୱଳ୍ପବୃଷ୍ଟି ଦେଖା ଦେଇଛି l ସେଥିମଧ୍ୟରୁ ସିଙ୍ଗିପୁର ଅନ୍ୟତମ। କମ ବର୍ଷା ଫଳରେ ଅନେକ ଜମିରେ ତଳି ପୋଡିଗଲାଣି। ୫୦୦ କୋଟିର ବ୍ୟୟବହୁଳ ଏହି ପ୍ରକଳ୍ପ ଥାଇବି ଜମିକୁ ପାଣି ବୁନ୍ଦେ ଯାଉନି। ଏ ପ୍ରକଳ୍ପ ଥାଇ ନ ଥିବାସହ ସମାନ ।
[caption id="attachment_671532" align="aligncenter" width="650"] ସିଙ୍ଗିପୁର ପଂଚାୟତରେ ନିର୍ମତ ଜଳ ପ୍ରକଳ୍ପ ।[/caption]
ନେଇ ଧରାକୋଟ ବ୍ଲକ, ସିଙ୍ଗିପୁର ପଞ୍ଚାୟତ ସରପଞ୍ଚ ପ୍ରଫୁଲ କୁମାର ଦାସ କହିଛନ୍ତି, ଜଳସେଚନର ଲୋଭ ଦେଖାଇ ଚାଷୀଙ୍କ ଜମିରେ ଖୋଳି , ତାଡି କାମ କଲେ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ହେଲେ ତା’ ପରେ ଆଉ ଧରାଛୁଆଁ ଦେଉ ନାହାନ୍ତି। ଏପଟେ ୭୮୦ ହେକ୍ଟର ଦୂରେ ଥାଉ, ଗୋଟିଏ ବି ହେକ୍ଟର ଜମିକୁ ମଧ୍ୟ ଟୋପାଏ ପାଣି ଗଲାନି। ଅଭିଯୋଗ କଲେ ମଧ୍ୟ କେହି ଗୁହାରି ଶୁଣୁ ନାହାନ୍ତି।
ଋଷିକୁଲ୍ୟା ନଦୀରୁ ଏହି ପ୍ରକଳ୍ପ ମାଧ୍ୟମରେ ଜମିକୁ ଜଳ ଯୋଗାଣ ପାଇଁ ଧାର୍ଯ୍ୟ ହୋଇଥିଲା। ଏବେ କିନ୍ତୁ ବିଭାଗୀୟ ଅଧିକାରୀ କହୁଛନ୍ତି ପ୍ରକଳ୍ପ ରେଡି ଅଛି, କିନ୍ତୁ ନଦୀରେ ପାଣି ନ ଥିବାରୁ ଏହି ସମସ୍ୟା ଉପୁଜିଛି। ଏଠି ବୋରିଂ ସିଷ୍ଟମ ହୋଇନାହିଁ। ଅପର ପକ୍ଷେ ଚାଷୀ କହୁଛନ୍ତି ଯଦି ନଦୀରେ ପାଣି ନାହିଁ ଋଷିକୁଲ୍ୟାରୁ ବ୍ରହ୍ମପୁର କେନାଲରେ ପାଣି ଯାଉଛି କେମିତି। ଏହି ପ୍ରକଳ୍ପ କାହା ସ୍ୱାର୍ଥରେ ହୋଇଛି ଜଣାପଡ଼ୁନି ବୋଲି କହିଛନ୍ତି ଚାଷୀ।
ବର୍ଷା କମ୍ ଯୋଗୁଁ ନଦୀରେ ପାଣି ରହୁନି l ଏହି ପ୍ରକଳ୍ପ ପାଇଁ ଏକ ନଦୀବନ୍ଧର ଆବଶ୍ୟକ ରହିଛି l ତେଣୁ ଜମିକୁ ଜଳ ଯୋଗାଣ ପାଇଁ ଅସୁବିଧା ରହୁଥିବା କହିଛନ୍ତି ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ମ୍ୟାନେଜର ସୁଦାମ ଗୌଡ଼ ।
[caption id="attachment_665488" align="aligncenter" width="650"] ରାତି ପାହିଲେ ପାଣିରେ ପଶି ଯାଉଛନ୍ତି ଲୋକେ।[/caption]
ସୂଚନାଯୋଗ୍ୟ, ୩ମାସ ତଳେ ବାତ୍ୟା ୟାସ୍ ଆସିଥିବା ବେଳେ ଏହା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଗାଁରେ ପାଣି ପଶିଥିଲା । ହେଲେ ବାତ୍ୟା ଯିବାର ଦୀର୍ଘ ଦିନ ପରେ ବି ପାଣି ସ୍ତର କମୁନାହିଁ । ଘରୁ ବାହାରକୁ ବାହାରିବା ମାତ୍ରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ଯିବାକୁ ପଡୁଛି । ଏହାଦ୍ୱାରା ପିଲାମାନେ ବେମାର ପଡ଼ୁଥିବା ବେଳେ ନାନା ଚର୍ମ ରୋଗ ବାହାରୁଛି।
ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବାହାନଗା ତହସିଲଦାର ଆସି ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ପାଣି ନିଷ୍କାସନ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୩ ମାସ ବିତିଗଲାଣି, ପାଣି ବାହାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।
[caption id="attachment_665489" align="aligncenter" width="650"] ଜଳବନ୍ଦୀ ଘର।[/caption]
୩ ମାସ ହେଲା ପାଣି ଘେରରେ ରହିଛୁ। ରାନ୍ଧି ବାଢ଼ି ଖାଇପାରୁନି। ଗୋରୁଗାଇ ମରିଗଲେଣି। ମାଟି ଘର ଭାଙ୍ଗି ଗଲା । ଭାଡ଼ି କରି ଗଣ୍ଡେ ରୋଷେଇ କରି ଖାଉଛୁ ବୋଲି କୋହଭରା କଣ୍ଠରେ କହିଛନ୍ତି ପାଣି ଘେରରେ ଥିବା ଜଣେ ବୃଦ୍ଧା।
ପୂର୍ବରୁ ପାଣି ନାଳ ଥିବା ବେଳେ ଏବେ ତାହାକୁ ପୋତା ହୋଇ ଯାଇଥିବାରୁ ପାଣି ନିଷ୍କାସିତ ହୋଇପାରୁନି । ଗତ ଫେବୃୟାରୀରୁ ଏନେଇ ତହସିଲଦାରଙ୍କୁ ଅବଗତ କରାଇଥିଲୁ। ସେ ତଦନ୍ତ କରି ପାଣି କାଟିବା ବ୍ୟବସ୍ଥା କରିବୁ କହି ଯାଇଥିଲେ । ହେଲେ ଏ ଯାଇ ବି କିଛି ସୁଫଳ ପାଇପାରୁନୁ ବୋଲି କହିଛନ୍ତି ଗ୍ରାମର ଜଣେ ପୁରୁଖା ବ୍ୟକ୍ତି।
ପ୍ରଶାସନର କୃପା ଦୃଷ୍ଟି ପଡ଼ି ଅବସ୍ଥା ସୁଧୁରିବ, ସ୍ୱାଭାବିକ ଜୀବନ ବଞ୍ଚିହେବ ବୋଲି ପାଣି ଘେରରେ ଥିବା ଲୋକ ଆଶା ବାନ୍ଧି ରଖିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର କିନ୍ତୁ ଦେଖାଦର୍ଶନ ନାହିଁ।