ଗୁଜରାଟରର ପୋରବନ୍ଦର ଉପକୂଳ ଠାରୁ ୩୫୦ କିମି ଦୂରରେ ସୋମବାର ରାତିରେ ସୁରକ୍ଷାକର୍ମୀମାନେ ଅପରେସନ କରି ଏତେ ପରିମାଣର ଡ୍ରଗ୍ସକୁ ଜବତ କରିବାକୁ ସକ୍ଷମ ହୋଇଛନ୍ତି।
ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆରବ ସାଗରରେ ପ୍ୟାଟ୍ରୋଲିଂ ଚାଲିଥିଲା। ସମୁଦ୍ର ଓ ଆକାଶ ପଥରେ ସୁରକ୍ଷାକର୍ମୀମାନେ ବୁଲିବୁଲି ଯାଞ୍ଚ କରୁଥିଲେ। ଏହି ସମୟରେ ପୋରବନ୍ଦର ଠାରୁ ୩୫୦ କିମି ଦୂରରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଅପରେସନ ଆରମ୍ଭ କରିଥିଲେ।
ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ ପୁଲିସ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ ମଧ୍ୟ ସାମିଲ ହୋଇଥିଲେ। ସୋମବାର ଗୁଇନ୍ଦା ବିଭାଗର ସୂଚନା ଆଧାରରେ ତଟରକ୍ଷୀ ବାହିନୀ ଆରବ ସାଗରରେ ତା’ହାର ଜାହାଜକୁ ନିର୍ଦ୍ଦିଷ୍ଟ ସ୍ଥାନରେ ମୁତୟନ କରି ରଖିଥିଲା।
ଏହାବାଦ ଉକ୍ତ ଅଞ୍ଚଳରେ ସନ୍ଦିଗ୍ଧ ବୋଟକୁ ଠାବ କରିବା ପାଇଁ ଡ୍ରୋନିଅର ଏୟାରକ୍ରାଫ୍ଟ ମଧ୍ୟ ଉକ୍ତ ସ୍ଥାନରେ ବୁଲୁଥିଲା। ବଡ଼ଧରଣର ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା। ମଝି ସମୁଦ୍ରରେ ଘୋର ଅନ୍ଧକାର ମଧ୍ୟରେ ଡଙ୍ଗାର ଗତିବିଧି ଦେଖି ସନ୍ଦେହ ବଢ଼ିଥିଲା।
ଡଙ୍ଗାକୁ ଅଟକିବାକୁ କୁହାଯିବାରୁ ଏହାର ଗତି ବଢ଼ି ଯାଇଥିଲା। କିନ୍ତୁ ଭାରତୀୟ ସୁରକ୍ଷାକର୍ମୀମାନେ ଏହାର ପିଛା କରିଥିଲେ ଓ ଡଙ୍ଗାଟିକୁ ଅଟକାଇଥିଲେ। ବୋର୍ଡିଂ ଟିମ ତୁରନ୍ତ ଡଙ୍ଗା ଭିତରକୁ ଯିବା ସହ ଯାଞ୍ଚ ଆରମ୍ଭ କରିଥିଲେ।
ଏହି ସମୟରେ ଡଙ୍ଗା ଭିତରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ ମିଳିଥିଲା। ସେହିପରି ଏହା ମଧ୍ୟରେ ୬ ଜଣ ପାକିସ୍ତାନୀ ଥିଲେ। ସେମାନଙ୍କୁ ଉପକୂଳକୁ ଅଣା ଯିବା ସହ ଗିରଫ କରାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ କହିଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପାଖକୁ ଅର୍ଜୁନ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଲୋକଙ୍କ ସେବା କରିବା ବେଳେ ସେ ଅସହାୟତା ଅନୁଭବ କରୁଛନ୍ତି। ଏଥିପାଇଁ ସେ ଦଳ ଛାଡ଼ୁଥିବା କହିଛନ୍ତି।
ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ମିଳିଥିବା ନିମନ୍ତ୍ରଣକୁ କଂଗ୍ରେସ ଗ୍ରହଣ କରି ନଥିଲା। ଏହାକୁ ସେତେବେଳେ ଅର୍ଜୁନ ବିରୋଧ କରିଥିଲେ। ଏବେ ସେ କହିଛନ୍ତି ଯେ “ଭଗବାନ ରାମ ଭାରତର ଆସ୍ଥା। କଂଗ୍ରେସ ରାମ ମନ୍ଦିର ପ୍ରତିଷ୍ଠା ଦିବସ ନିମନ୍ତ୍ରଣକୁ ଅଗ୍ରାହ୍ୟ କରି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି।
କଂଗ୍ରେସ ଲୋକଙ୍କ ଭାବାବେଗକୁ ବୁଝିବାରେ ବିଫଳ ହୋଇଛି। ଅଯୋଧ୍ୟାରେ ହୋଇଥିବା ମହୋତ୍ସବକୁ ବୟକଟ କରି କଂଗ୍ରେସ ଯେଉଁଭଳି ଭଗବାନ ରାମଙ୍କୁ ଅପମାନ କରିଛି, ତା’କୁ ଅନେକ ଲୋକ ବିରୋଧ କରିଛନ୍ତି।
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ରାହୁଲ ଗାନ୍ଧି ଜାଣିଶୁଣି ଆସାମରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଏପରି ଆଚରଣ ଆମ ଦଳର କ୍ୟାଡର ଓ ଭାରତର ନାଗରିକମାନଙ୍କୁ ଆହୁରି ଆଘାତ ଦେଇଛି। ଏପରି ସ୍ଥିତିରେ ଲୋକଙ୍କ ପାଖକୁ ଯିବା ବେଳେ ଅସହାୟତା ଅନୁଭବ ହେଉଛି। ତେଣୁ କଂଗ୍ରେସ ସହ କାମ କରିବା ଆଉ ସମ୍ଭବ ନୁହେଁ।”
ଅର୍ଜୁନ ଏକଦା ଗୁଜରାଟ କଂଗ୍ରେସର ମୁଖ୍ୟ ଓ ବିରୋଧୀ ଦଳର ନେତା ଭାବେ କାମ କରିଥିଲେ। ଏବେ କିନ୍ତୁ ଠିକ ଲୋକସଭା ନିର୍ବାଚନ ପୂର୍ବରୁ ସେ ଦଳକୁ ଅଲବିଦା କହିଛନ୍ତି।
ଗୁଜରାଟର ଡିଙ୍ଗୁଚା ମାନବ ଚାଲାଣ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଡାର୍ଟୀ ହ୍ୟାରୀ। ଏହି ଘଟଣାରେ ୨୦୨୨ ଜାନୁଆରୀ ମାସରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ବେଆଇନ ଭାବେ କାନାଡାରୁ ଆମେରିକାରେ ପ୍ରବେଶ କରୁଥିବା ବେଳେ ଅତ୍ୟଧିକ ତୁଷାରପାତ ଯୋଗୁ ସମସ୍ତେ ପ୍ରାଣ ହରାଇଥିଲେ।
ଏହି ଘଟଣାର ତଦନ୍ତ ଆମେରିକା କରୁଥିବା ବେଳେ ହର୍ଷ କୁମାରକୁ ଚିକାଗୋ ଏୟାରପୋର୍ଟରୁ ଗିରଫ କରାଯାଇଛି। କାନାଡା ଓ ଆମେରିକାରେ ରହୁଥିବା ଗୁଜରାଟବାସୀଙ୍କୁ ଜଗଦୀଶ ପଟେଲ, ପତ୍ନୀ ବୈଶାଳୀ, ଝିଅ ଭିହାଙ୍ଗି ଓ ପୁଅ ଧର୍ମମିକଙ୍କ ମୃତ୍ୟୁ ପୂରା ଦୋହଲାଇ ଦେଇଥିଲା। ଏମାନଙ୍କ ଘର ଗାନ୍ଧିନଗର ନିକଟସ୍ଥ ଡିଙ୍ଗୁଚାରେ।
ଘଟଣା ଘଟିବା ଦିନ ରାତି ଅର୍ଥାତ ୨୦୨୨ ମସିହା ଜାନୁଆରୀ ୧୯ ତାରିଖ ହର୍ଷ କୁମାରଙ୍କ ଯୋଗାଯୋଗରେ ଥିବା ଭ୍ୟାନ ଡ୍ରାଇଭର ଷ୍ଟିଭ ଶାଣ୍ଡଙ୍କୁ ଆମେରିକା ପୁଲିସ ଧରିଥିଲା। ଷ୍ଟିଭ ବେଆଇନ ଭାବେ ୭ ଜଣ ଗୁଜରାଟ ଲୋକଙ୍କ ଚାଲାଣ କରିଥିଲେ। ଏମାନଙ୍କ ମଧ୍ୟରେ ପଟେଲ ପରିବାରର ୪ ଜଣ ଥିଲେ।
ତଦନ୍ତରୁ ଷ୍ଟିଭ ଓ ହର୍ଷ କୁମାର ମଧ୍ୟରେ ଥିବା ହ୍ୱାଟସଆପ ଚାଟ ସାମ୍ନାକୁ ଆସିଥିଲା। ଏଥିସହ ମାନବ ଚାଲାଣ ପାଇଁ ଦୁହିଁଙ୍କ ମଧ୍ୟରେ ଆର୍ଥିକ ନେଣଦେଶ ମଧ୍ୟ ହୋଇଥିଲା। ଏହାକୁ ଆଧାର କରି ପୁଲିସ ହର୍ଷ କୁମାରକୁ ଗିରଫ କରିଛି।
ହର୍ଷ କୁମାର ହିଁ ଷ୍ଟିଭଙ୍କୁ ବେଆଇନ ମାନବ ଚାଲାଣ ପାଇଁ ବ୍ୟବହାର ହୋଇଥିବା ରୁଟ ମ୍ୟାପ ଦେଇଥିଲା। କାନାଡାରୁ ବେଆଇନ ଭାବେ ଆମେରିକା ଆସିବାକୁ ଚାହୁଁଥିବା ଲୋକଙ୍କ ଚାଲାଣ ଏମାନେ କରୁଥିଲେ। ହର୍ଷ କୁମାର କଥାରେ ଷ୍ଟିଭ ୨୦୨୧ ଡିସେମ୍ବର ମାସରୁ ୨୦୨୨ ଜାନୁଆରୀ ମଧ୍ୟରେ ଏଭଳି ୫ଟି ମାମଲାରେ ସାମିଲ ରହିଥିଲେ।
ଏଥିରେ ମୋଦି ପ୍ରଚାର କରିବା ସହ ପ୍ରଥମଥର ପାଇଁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ତାଙ୍କର ବିଧାନସଭା ଯିବା ଯାତ୍ରାର ଭିଡିଓ ଆଜି ସେ ଶେୟାର କରିଛନ୍ତି।
ପ୍ରକୃତରେ Modi Archiveର ସୋଶାଲ ମିଡିଆ ଆକାଉଣ୍ଟ ପ୍ରଥମେ ଏହାକୁ ପୋଷ୍ଟ କରିଥିଲା। ଏହି ଭିଡିଓକୁ ମୋଦି ଶେୟାର କରିଛନ୍ତି। ଏଥିରେ ମୋଦିଙ୍କ ବିଜୟ ଯାତ୍ରାର ଫଟୋ, ଭିଡିଓ ଓ ନ୍ୟୁଜପେପର କ୍ଲିପ୍ସ ରହିଛି। ମୋଦି ଏହାକୁ ଶେୟାରି କରି ରାଜକୋଟର ଲୋକଙ୍କୁ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।
ମୋଦି କହିଛନ୍ତି, “ରାଜକୋଟ ସବୁବେଳେ ମୋ ହୃଦୟରେ ସ୍ୱତନ୍ତ୍ର ଭାବେ ରହିଛି। ଏହି ସହରର ଲୋକମାନେ ମୋ ଉପରେ ବିଶ୍ୱାସ ଦେଖାଇ ପ୍ରଥମଥର ପାଇଁ ନିର୍ବାଚନରେ ଜିତାଇଥିଲେ। ମୋର ଏହା ପ୍ରଥମ ନିର୍ବାଚନ ବିଜୟ ଥିଲା।
ସେବେଠାରୁ ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆଶା ଅନୁସାରେ କାମ କରିବାରେ ଲାଗିଛି। ସବୁଠାରୁ ଖୁସିର କଥା ଏହା ଯେ ସଂଯୋଗବଶତଃ ମୁଁ ଆଜି ଓ ଆସନ୍ତାକାଲି ଗୁଜରାଟରେ ରହିବି। ସେହିପରି ଗୋଟିଏ କାର୍ଯ୍ୟକ୍ରମ ରାଜକୋଟରେ ମଧ୍ୟ ରହିଛି। ରାଜକୋଟରୁ ୫ଟି ଏମ୍ସ ଦେଶ ପାଇଁ ଉର୍ତ୍ସଗ କରାଯିବ।”
Rajkot will always have a very special place in my heart. It was the people of this city who put their faith in me, giving me my first ever electoral win. Since then, I have always worked to do justice to the aspirations of the Janta Janardan. It’s also a happy coincidence that I… https://t.co/mhVeNPyDTe
— Narendra Modi (@narendramodi) February 24, 2024
୨୦୦୨ ମସିହା ଫେବୃଆରୀ ୨୪ ତାରିଖରେ ମୋଦି ପ୍ରଥମଥର ବିଧାୟକ ଭାବେ ଗୁଜରାଟ ବିଧାନସଭାରେ ପାଦ ରଖିଥିଲେ। ୨୦୦୨ରେ ରାଜକୋଟ ୨ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ ନିର୍ବାଚନରେ ୧୪,୭୨୮ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ।
ଏହା ମୋଦିଙ୍କ ରାଜନୀତିକ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲା। ନିର୍ବାଚନ ପୂର୍ବରୁ ହିଁ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ। ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ଯାଏ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାମ କରି ଚାଲିଥିଲା।
ତେବେ ଗୁଜରାଟରେ ଆପ୍ ଓ କଂଗ୍ରେସ ମେଣ୍ଟ କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିବଂଗତ କଂଗ୍ରେସ ହେଭିୱେଟ ଅହମଦ ପଟେଲଙ୍କ ଝିଅ ମମତାଜ ପଟେଲ। ସେ ଦଳୀୟ କ୍ୟାଡରଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।
ଡିଲ୍ ଅନୁସାରେ ଗୁଜରାଟର ଭାରୁଚ ସିଟ୍ ଆପ୍ ଖାତାକୁ ଯାଇଛି। ଏଠାରେ ଆପ୍ ପ୍ରାର୍ଥୀ ଦେବ। ଉକ୍ତ ଆସନ ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ଏବେ କଂଗ୍ରେସ ଏହାକୁ ଆପ୍କୁ ଦେଇ ଦେବାରୁ ମମତାଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ “ ମେଣ୍ଟ ବେଳେ ଭାରୁଚ ଲୋକସଭା ଆସନ ଆମେ ରଖିବାକୁ ସକ୍ଷମ ହୋଇ ନଥିବାରୁ ଆମର ଜିଲ୍ଲା କ୍ୟାଡରମାନଙ୍କୁ କ୍ଷମା ମାଗୁଛୁ। ମୁଁ ଆପଣମାନଙ୍କ ଅସନ୍ତୋଷ କଥା ଜଣାଇଛି।
ଆମେ ଏକାଠି ପୁଣି କଂଗ୍ରେସକୁ ଶକ୍ତିଶାଳୀ କରିବା। ଅହମଦ ପଟେଲଙ୍କ ୪୫ ବର୍ଷର ଲିଗାସିକୁ ଆମେ କେବେ ହେଲେ ବ୍ୟର୍ଥ ଯିବାକୁ ଦେବା ନାହିଁ।” ସେ ଏହି ପୋଷ୍ଟରେ ଭାରୁଚିର ଝିଅ ବୋଲି ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଛନ୍ତି।
ବିଜେପି କ୍ରମାଗତ ୭ଥର ଭାରୁଚି ଆସନ ନିଜ ପାଖରେ ରଖି ଆସିଛି। ତେଣୁ ଏହି ଆସନରେ ବିଜେପିକୁ ମାତ ଦେବାକୁ ବିରୋଧୀ ଚାହୁଁଛନ୍ତି। କୁହାଯାଉଥିଲା ଯେ ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲ କିମ୍ବା ମମତା ପଟେଲ ଉକ୍ତ ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହେବେ। ସେମାନେ ବିଜେପିକୁ ଚ୍ୟାଲେଞ୍ଜ ଦେବେ। କିନ୍ତୁ କଂଗ୍ରେସ ଆପ୍ ସହ ମେଣ୍ଟ କରି ଉକ୍ତ ଆସନକୁ ଛାଡ଼ି ଦେଇଛି।
Deeply apologize to Our district cadre for not being able to secure the Bharuch Lok Sabha seat in alliance.I share your disappointment.Together, we will regroup to make @INCIndia stronger .We won’t let @ahmedpatel 45 years of Legacy go in vain. #bharuchkibeti
— Mumtaz Patel (@mumtazpatels) February 24, 2024
କଂଗ୍ରେସ ଓ ଆପ୍ ମଧ୍ୟରେ ହୋଇଥିବା ସିଟ୍ ଶେୟାରିଂ ଡିଲ୍କୁ ଦେଖି କେବଳ ମମତା ପଟେଲ କିମ୍ବା କଂଗ୍ରେସର କ୍ୟାଡରମାନେ ନୁହନ୍ତି, ଦଳର କିଛି ବରିଷ୍ଠ ନେତାମାନେ ମଧ୍ୟ ଚକିତ ହୋଇଛନ୍ତି। ଡିଲ ଅନୁସାରେ ଆପ୍ ଭାରୁଚ ଓ ଭାବନଗର ଲୋକସଭା ଆସନରେ ପ୍ରାର୍ଥୀ ଦେବ।
ମୃତା ନାବାଳିକା ନିଜ ପିତାମାତା ଓ ୩ ଭାଇଙ୍କ ସହ ସୁରତରେ ରହୁଥିଲେ। ତାଙ୍କ ପିତାମାତା ନିକଟରେ ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିଲେ। ଘଟଣା ଦିନ ଉଭୟ ପତିପତ୍ନୀ ନିଜ କାମକୁ ଚାଲି ଯାଇଥିଲେ।
ସନ୍ଧ୍ୟା ପରେ ଫେରି ପିଲାମାନଙ୍କୁ ଖୋଜିବାରୁ ନିଜ ଝିଅକୁ ସେମାନେ ପାଇ ନ ଥିଲେ। ଏହାପରେ ଆଖାପାଖ ଅଞ୍ଚଳରେ ଖୋଜାଖୋଜି କରି ପାଖରେ ଥିବା ଆଖୁ କିଆରିରେ ଝିଅ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଝିଅ ଶରୀର ସାରା କୁକୁର ଦାନ୍ତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ।
ତୁରନ୍ତ ସେମାନେ ପିଲାଟିକୁ ନିକଟସ୍ଥ ଡାକ୍ତରଖାନା ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ କୁକୁର ପ୍ରତି ଭୟ ଦେଖାଦେଇଛି।
ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା। ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
ନିକଟରେ ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ ସମେତ ଚଣ୍ଡିଗଡ ଓ ଜମ୍ମୁକଶ୍ମୀର ଭୂକମ୍ପ ଯୋଗୁ ଦୋହଲି ଉଠିଥିଲା। ଏଠାରେ ଭୂକମ୍ପର ଝଟ୍କା ଦୀର୍ଘ ସମୟ ଯାଏଁ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ତୁରନ୍ତ ଲୋକେ ଘରୁ ଓ ଅଫିସ ବାହାରକୁ ଚାଲି ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳର ଆଫଗାନିସ୍ତାନର ଫେଜାବାଦରେ ଥିଲା। ହିନ୍ଦୁକୁଶ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା।
ପ୍ରକୃତରେ ନିକଟରେ ରାସ୍ତା ଉପରେ ଜଣେ ଡ୍ରାଇଭର ନମାଜ ପଢ଼ୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପାଲନପୁର ସହରର ବ୍ୟସ୍ତବହୁଳ ରାସ୍ତା ଉପରେ ଡ୍ରାଇଭର ଜଣକ ନିଜ ଟ୍ରାକ୍କୁ ପାର୍କ କରିଥିଲେ। ଏହାପରେ ନିଜ ଟ୍ରକ୍ ସାମ୍ନାରେ ବସି ନମାଜ ପଢ଼ୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।
ମିଡିଆ ରିପୋର୍ଟ ମୁତାବକ, ପାଲନପୁରର ଏରୋମା ସର୍କଲରେ ବସି ଡ୍ରାଇଭର ଜଣକ ନମାଜ ପଢ଼ିଥିଲେ। ଏଥିଯୋଗୁ ବେଶ୍ କିଛି ସମୟ ପାଇଁ ଟ୍ରାଫିକ ଜାମ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରି ଉକ୍ତ ଟ୍ରକ୍ ଡ୍ରାଇଭରକୁ ଗିରଫ କରିଛି।
ଗିରଫ ଡ୍ରାଇଭର ଜଣକ ହେଲେ ୩୭ ବର୍ଷୀୟ ବଚଲ ଖାନ୍। ତାଙ୍କ ବିରୋଧରେ ବିନା ଅନୁମତିରେ ରାସ୍ତାରେ ବସି ନମାଜ ପଢ଼ିବା ଅଭିଯୋଗରେ ପୁଲିସ ବଚଲଙ୍କ ବିରୋଧରେ ଆଇପିସି ଧାରା ୨୮୩, ୧୮୬ ଓ ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।
ଏୟାରପୋର୍ଟରେ ସ୍ୱାଗତ କରିବା ପରେ ଦୁଇ ନେତା ରୋଡ ଶୋ’ରେ ବାହାରି ଯାଇଥିଲେ। ଏୟାରପୋର୍ଟରୁ ୩ କିମି ଯାଏ ଉଭୟ ନେତା ରୋଡ ଶୋ’ କରିଛନ୍ତି। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦ୍ରା ବ୍ରିଜ ଦେଇ ରୋଡ ଶୋ’ ଶେଷ ହେବା ପରେ ଉଭୟ ଗାନ୍ଧିନଗର ଯାଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଡ ଶୋ’ ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିପାଇଁ ରାସ୍ତା କଡ଼ରେ ଷ୍ଟେଜର ବ୍ୟବସ୍ଥା କରାଯାଇଥିଲା।
#WATCH | PM Modi and UAE President Sheikh Mohamed bin Zayed Al Nahyan hold a roadshow in Ahmedabad, ahead of Vibrant Gujarat Global Summit pic.twitter.com/a6w27umeTJ
— ANI (@ANI) January 9, 2024
ବୁଧବାର ଗୁଜରାଟରେ ଭିବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହେଉଛି। ଗାନ୍ଧିନଗରର ମହାତ୍ମା ମନ୍ଦିର କନଭେନସନ କେନ୍ଦ୍ରରେ ଏହାର ଅନୁଷ୍ଠିତ ହେବ। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ। ଏଥିରେ ଯୋଗଦେବାକୁ ରାଷ୍ଟ୍ରପତି ଜାୟେଦ ଭାରତ ଆସିଛନ୍ତି।
ସୂର୍ଯ୍ୟ ନମସ୍କାର ଆମ ସଂସ୍କୃତିରେ ବିଶେଷ ଗୁରୁତ୍ୱ ବହନ କରୁଛି। ଏହାର ଅନେକ ଫାଇଦା ରହିଛି। ଏଥିସହ ଐତିହାସିକ ମୋଧେରା ମନ୍ଦିର ପରିସରରେ ଏତେ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଯୋଗ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ଓ ଗୃହମନ୍ତ୍ରୀ ହର୍ଷ ସାଂଘବୀ ଯୋଗଦେଇଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍ ମିଡିଆ ଏକ୍ସରେ ଲେଖିଛନ୍ତି, ଗୁଜରାଟ୍ର ଲୋକମାନେ ୧୦୮ ସ୍ଥାନରେ ଏକା ସାଙ୍ଗରେ ସୂର୍ଯ୍ୟ ନମସ୍କାର କରି ଗିନିଜ ବୁକ୍ରେ ରେକର୍ଡ କରିଛନ୍ତି। ଯେମିତି ଆମେ ସମସ୍ତେ ଜାଣିଛୁ, ୧୦୮ ସଂଖ୍ୟା ଆମ ସଂସ୍କୃତିରେ ବିଶେଷ ଭୂମିକା ରଖିଛି।
ତାଙ୍କ ମୁଣ୍ଡ ଠାରୁ ଆରମ୍ଭ କରି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏଭଳି ଘଟଣା ଗୁଜରାଟର ସୁରତ ଅନ୍ତର୍ଗତ ପିପଲୋ ନିକଟ ଉମରା ଗାଁରେ ଘଟିଛି।
ସକାଳ ପ୍ରାୟ ୮ଟା ବେଳେ ସନ୍ନି ରାଠୋଡ ଚାଲିଚାଲି ସ୍କୁଲ ଯାଉଥିଲେ। ଏହି ସମୟରେ ଗୋଟିଏ ଗୁଡ଼ିକୁ ଦେଖି ସେ କିଛି ସମୟ ଅଟକି ଯାଇଥିଲେ। ବାସ୍ ଏହି ସମୟରେ ୫ରୁ ୬ଟି କୁକୁର ତାଙ୍କୁ ଗୋଡ଼ାଇବା ସହ ତଳେ ପକାଇ ଝୁଣି ପକାଇଥିଲେ।
ତାଙ୍କ ମୁଣ୍ଡ, ମୁହଁ ଓ ଶରୀରରେ କୁକୁର କାମୁଡ଼ାର ଚିହ୍ନ ରହିଛି। କୁକୁରଗୁଡ଼ିକ ସନ୍ନିଙ୍କୁ ତଳେ ପକାଇ କାମୁଡ଼ିବାରେ ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ସନ୍ନିଙ୍କ ବାପା ଜଣେ ଦିନ ମଜୁରିଆ। ତାଙ୍କ ପରିବାର ଉମରା ଠାରେ ଥିବା ଫ୍ଲୋରା ଗାର୍ଡେନ ନିକଟରେ ରୁହନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣା ପରେ ସୁରତ ପୌରପାଳିକାର ପଶୁ ଜନ୍ମ ନିୟନ୍ତ୍ରଣ(ଏବିସି) କାର୍ଯ୍ୟକ୍ରମରେ ସାମିଲ ଥିବା ଟିମ ବିଭିନ୍ନ ସ୍ଥାନରେ ବୁଲି ୪ଟି କୁକୁରଙ୍କୁ ଧରିଛି।
ଏସଏମସି ଅଫିସର କହିଛନ୍ତି, “ଉକ୍ତ ଅଞ୍ଚଳରେ ଥିବା କିଛି କୁକୁର ଆମକୁ ଦେଖି ତାପି ନଦୀ ଆଡ଼େ ଚାଲିଯାଇଛନ୍ତି। ସେମାନଙ୍କୁ ଧରା ଯାଇ ପାରିନି। ଆମେ ନିୟମିତ ଏଠାରେ ସର୍ଚ୍ଚ ଅପରେସନ କରି କୁକୁରମାନଙ୍କୁ ଧରିବୁ। ସେମାନଙ୍କୁ ନୀରିକ୍ଷଣରେ ରଖାଯିବା ପରେ ଛାଡ଼ି ଦିଆଯିବ। ଦରକାର ପଡ଼ିଲେ ସେମାନଙ୍କୁ ଟିକା ଦିଆଯିବ ଓ ଅପରେସନ କରାଯିବ।”
ସେ ୪ ଲିଟର ପେଟ୍ରୋଲ ପାଇଁ ଡେଭିଟ କାର୍ଡ ବ୍ୟବହାର କରିଥିଲେ। କିନ୍ତୁ ୪ ଲିଟର ପେଟ୍ରୋଲ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ହଜାର ଟଙ୍କା କଟି ଯାଇଛି। ତେଲ ଟାଙ୍କିରେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀ ଜଣଙ୍କ ପୂରା ସ୍ତବ୍ଧ ହୋଇଯାଇଛନ୍ତି।
୩୪ ବର୍ଷୀୟ ଚାଷୀ ବିଶାଲ ହିରପାରା ସାଇବର ଠକେଇର ନୂଆ ପୀଡ଼ିତ ବନିଛନ୍ତି। ପିଓଏସ୍ ମେସିନ ଦ୍ୱାରା ତାଙ୍କ ଡେଭିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି।
ବିଶାଲ ୪ ଲିଟର ପେଟ୍ରୋଲ ପାଇଁ ପ୍ରାୟ ୪୦୦ ଟଙ୍କାର ନେଣଦେଣ କାର୍ଡ ଦ୍ୱାରା କରିଥିଲେ। ହେଲେ ସେ ଡେଭିଟ କାର୍ଡ ପିଓଏସ ପଏଣ୍ଟରେ ଲଗାଇବା କ୍ଷଣି ସାଇବର ଠକମାନେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ୧୬ ହଜାର ଟଙ୍କା ଲୁଟ କରି ନେଇଛନ୍ତି।
ଏକଥା ଜାଣିବା ପରେ ବିଶାଲ ତୁରନ୍ତ ସାଇବର କ୍ରାଇମ ହେଲପଲାଇନକୁ ଫୋନ କରି ଅଭିଯୋଗ ଦାଖଲ କରିଛନ୍ତି। ବିଶାଲଙ୍କ କହିବା କଥା ଯେ ସେ କେବେ ହେଲେ ତାଙ୍କ ଡେଭିଟ କାର୍ଡର ତଥ୍ୟ କାହାକୁ ଦେଇ ନାହାନ୍ତି। ଅନଲାଇନ ବ୍ୟାଙ୍କିଂ ତଥ୍ୟ ତାଙ୍କ ଛଡ଼ା ଆଉ କାହାକୁ ଜଣା ନଥିଲା। ତଥାପି ସେ ସାଇବର ଠକାମୀରେ ପଡ଼ିଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଖୋଖରା ଅଞ୍ଚଳରେ ଥିବା ଏକ ତିନି ମହଲା ବିଲ୍ଡିଂ ତୃତୀୟ ମହଲାରେ ଗତକାଲି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏକ ଫ୍ଲାଟରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ନିଆଁ ଲାଗି ଯିବାରୁ ତାହା ଆଖି ପିଛୁଳାକେ ଚାରି ଆଡ଼େ ବ୍ୟାପି ଯାଇଥିଲା।
ନିଆଁ କବଳରେ ପଡ଼ି ଉକ୍ତ ପରିବାରର ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଏହାଦେଖି ଅନ୍ୟମାନେ ତୁରନ୍ତ ପ୍ରାଣ ବିକଳରେ ବିଲ୍ଡିଂ ବାହାରକୁ ଚାଲି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ତୁରନ୍ତ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ସୂଚନା ମୁତାବକ, ଗୁଜରାଟର ଖେଡା ଜିଲ୍ଲାରେ ମିଥାଇଲ ଆଲକହଲ ଯୁକ୍ତ ଆୟୁର୍ବେଦିକ ସିରପ୍ ପିଇ ଗତ ଦୁଇ ଦିନ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ସିରପ୍ ପିଇ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ କିରାଣୀ ଦୋକାନରୁ କାଳମେଘସ୍ୱ- ଆସବ ଆରିଷ୍ଟ' ନାମ ଥିବା ବ୍ରାଣ୍ଡେଡ ଆୟୁର୍ବେଦିକ ସିରପ୍କୁ କିଣା ଯାଇଛି। ପ୍ରାୟ ୫୦ରୁ ଅଧିକ ଲୋକ ଏହି ସିରପ୍ କିଣି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଖେଡା ଜିଲ୍ଲାର ପୁଲିସ ଅଧିକ୍ଷକଙ୍କ କହିବା ମୁତାବକ, ସୂଚନା ମୁତାବକ ନାଡିୟାଦର ବିଲୋଦରା ଗାଁରେ ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ବାଗଡୁ ଗ୍ରାମରେ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗାଁ ଲୋକଙ୍କ ରକ୍ତ ପରୀକ୍ଷାରୁ ଉକ୍ତ ସିରପ୍ରେ ମିଥାଇଲ ଆଲକହଲ ଥିବା ଜଣାପଡିଛି। ସିରପ୍ ବିକ୍ରି କରିବା ପୂର୍ବରୁ ମିଥାଇଲ ଆଲକହଲ ମିଶା ଯାଇଥିଲା। ଏହି ଘଟଣାରେ ପଚରାଉଚରା କରିବା ପାଇଁ ସିରପ୍ ବିକ୍ରି କରୁଥିବା ଦୋକାନୀଙ୍କ ସମେତ ତିନି ଜଣଙ୍କୁ ଅଟକ ରଖାଯାଇଛି।
ଦୋକାନୀଙ୍କ ବାପା ମଧ୍ୟ ଉକ୍ତ ସିରପ୍କୁ ପିଇଥିଲେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସିରପ୍ର ଦାମ୍ ୧୩୦ ଟଙ୍କା। ଦୋକାନୀ ଏହାକୁ ୧୦୦ ଟଙ୍କାରେ କିଣିଥିଲା। ତେବେ ଏହି ସିରପ୍ କେଉଁଠୁ ଦୋକାନୀ ଆଣିଥିଲେ ତାକୁ ନେଇ ତଦନ୍ତ ଜାରି ରହିଛି।
ପୁଲିସ୍ ୨୩ ବର୍ଷୀୟ ଓମ ବ୍ରହ୍ମଭଟ୍ଟକୁ ଗିରଫ କରିଛି। ସେ ତା’ର ଅଜା ଦିଲୀପ କୁମାର(୭୨), ତାଙ୍କ ପତ୍ନୀ ବିନ୍ଦୁ ଓ ଦମ୍ପତିଙ୍କ ୩୮ ବର୍ଷୀୟ ପୁଅ ୟଶ କୁମାରଙ୍କୁ ଗୁଳି କରିଥିଲା। ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ହସ୍ପିଟାଲରେ ୟଶ କୁମାର ଆଖି ବୁଜିଥିଲେ। ପୁଲିସ୍ର କହିବା କଥା ଯେ ପୀଡ଼ିତମାନେ କୋପ୍ପୋଲା ଡ୍ରାଇଭ ସ୍ଥିତ ଘରେ ରହୁଥିଲେ। ସୋମବାର ସକାଳେ ଓମ ସେଠାରେ ପହଞ୍ଚି ସମସ୍ତଙ୍କୁ ହତ୍ୟା କରିଛି।
ସମସ୍ତେ ଗୁଜରାଟ ଆନନ୍ଦର ମୂଳବାସିନ୍ଦା। ଦିଲୀପ କୁମାର ଜଣେ ପୁଲିସ୍ ସବ ଇନସପେକ୍ଟର ଭାବେ ବିଲିମୋରାରେ କାମ କରୁଥିଲେ। ଅବସର ପରେ ସେ ଆନନ୍ଦରେ ରହିବା ଆରମ୍ଭ କରିଥିଲେ। ନିକଟରେ ସେ ପତ୍ନୀଙ୍କ ସହ ଆମେରିକାରେ ରହୁଥିବା ପୁଅ ୟଶ କୁମାରଙ୍କ ପାଖକୁ ଯାଇଥିଲେ। ଓମଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ନଥିଲା।
ତେବେ ଓମ ଆମେରିକାରେ ଅଧିକ ପାଠପଢ଼ିବା ପାଇଁ ଯାଇଥିବା ଦିଲୀପ କୁମାର ଜାଣିବାକୁ ପାଇଥିଲେ। ଏସବୁ ଭିତରେ ଓମ ହଠାତ୍ ଅଜା, ଆଈ ଓ ମାମୁ ରହୁଥିବା ଘରେ ପହଞ୍ଚି ସେମାନଙ୍କୁ ଗୁଳି କରିଛି।
ହେଲେ ଏହା ପଛର କାରଣ କିଛି ବି ଜଣାପଡ଼ିନି। ଗୁଳି ମାଡ଼ର ଶବ୍ଦ ଶୁଣି ସ୍ଥାନୀୟ ଲୋକ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଓମକୁ ଗିରଫ କରିଥିଲା।
ପୀଡ଼ିତାଜଣକ ଅନାଥ ହୋଇଥିବା ବେଳେ ଛୋଟ ବେଳୁ ଏକ ଅନାଥଶ୍ରମରେ ରହିଛନ୍ତି। ସେ ୨୦୧୫ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଏକ ଅନାଥ ଆଶ୍ରମରେ ରହିଥିବା ବେଳେ ୨୦୨୨ ଜୁନ୍ରେ ଭାବନଗର ଯାଇଥିଲେ। ସେଠାରେ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରଲୋଭିତ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ନାବାଳିକାଜଣକ ପୁଣି ଥରେ ଅନାଥ ଆଶ୍ରମ ଫେରିଥିବା ବେଳେ କର୍ମଚାରୀମାନେ ତାଙ୍କ ଶାରୀରିକ ଗଠନରେ ଅସ୍ୱାଭାବିକତା ଅନୁଭବ କରିଥିଲେ। ଏନେଇ ସେମାନେ ପଚରାଉଚରା କରିବାକୁ ନାବାଳିକାଜଣକ ସବୁ କଥା କହିଥିଲେ।
ଏନେଇ ଆଶ୍ରମ ପକ୍ଷରୁ ପୁଲିସ୍କୁ ଅବଗତ କରାଯାଇଥିବା ବେଳେ ମାମଲା କୋର୍ଟରେ ପହଞ୍ଚିଲା। ଇତି ମଧ୍ୟରେ ପୀଡ଼ିତାଜଣକଙ୍କ ଗର୍ଭଧାରଣ ୨୭ ସପ୍ତାହରେ ପହଞ୍ଚି ଯାଇଛି। ଭିଡିଓ କନଫରେନ୍ସିଂରେ ପୀଡ଼ିତାଜଣକ ନିଜ ପକ୍ଷ ରଖି ଗର୍ଭପାତ ପାଇଁ ଅନୁମତି ମାଗିଥିଲେ। ତାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କୋର୍ଟ ତୁରନ୍ତ ନାବାଳିକାଙ୍କୁ ଗର୍ଭପାତ ପାଇଁ ଅନୁମତି ପ୍ରଦାନ କରିଥିବା ଜଣାଯାଇଛି।
ତେବେ ପିଲାଟିର ଓଜନ ଏବେ ୧.୧ କେଜି ଥିବା ଜଣାଯାଇଛି। ପୀଡ଼ିତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ୩ ସ୍ତ୍ରୀ ରୋଗ ବିଶେଷଜ୍ଞ ତାଙ୍କ ଅପରେସନ କରିବେ ବୋଲି ଜଣାଯାଇଛି। ଅପରେସନ ବେଳେ ପିଲାଟି ସୁସ୍ଥ ଭାବେ ଜନ୍ମ ହେଲେ ତାହାକୁ ହତ୍ୟା କରାଯିବନି ବୋଲି କୋର୍ଟ କହିଛନ୍ତି। ଜନ୍ମ ପରଠୁ ଉକ୍ତ ପିଲାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ରାନିବା ଇଣ୍ଡଷ୍ଟ୍ରୀ ପ୍ରାଇଭେଟ ଲିଃର ମାଲିକାଣୀ ବିଭୂତି ପଟେଲ ୨୧ ବର୍ଷୀୟ ଦଳିତ ଯୁବକ ନିଲେଶଙ୍କୁ ନିଯୁକ୍ତି ଦେଇଥିଲେ। ଅକ୍ଟୋବର ଆରମ୍ଭରୁ ନିଲେଶଙ୍କୁ ନିଯୁକ୍ତି ମିଳିଥିଲା ଓ ତାଙ୍କୁ ମାସିକ ୧୨ ହଜାର ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା। ସେ କାମକୁ ମଧ୍ୟ ଆସିଥିଲେ। କିନ୍ତୁ କାମ କରିବାର ୧୬ ଦିନ ପରେ ଅର୍ଥାତ ଅକ୍ଟୋବର ୧୮ରେ ତାଙ୍କ ନିଯୁକ୍ତିକୁ ବାତିଲ କରିଦିଆଯାଇଥିଲା।
ନିଲେଶ ଏଥିରେ ମାର୍ମାହତ ହେବା ସହ କମ୍ପାନୀ ଠାରୁ ୧୬ ଦିନର ଦରମା ମାଗିଥିଲା। ହେଲେ ବିଭୂତି ପଟେଲ ତାଙ୍କ କଥା ଶୁଣି ନଥିଲେ ଓ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ।
ଏସବୁ ଭିତରେ ବୁଧବାର ସନ୍ଧ୍ୟାରେ ନିଲେଶ ତାଙ୍କର ଭାଇ ଓ ଜଣେ ପଡ଼ୋଶୀଙ୍କୁ ସାଙ୍ଗରେ ଧରି ବିଭୂତି ପଟେଲଙ୍କ ଅଫିସରେ ପହଞ୍ଚିଥିଲେ। ସେ ଦରମା ମାଗିବାରୁ ତାଙ୍କୁ ବିଭୂତି ପଟେଲ, ତାଙ୍କ ଭାଇ ଓମ ପଟେଲ ଓ କିଛି ସହଯୋଗୀ ମାଡ଼ ମାରିଥିଲେ। ବିଭୂତି ପଟେଲ ରାଗି ଯାଇ ନିଲେଶଙ୍କୁ ଚାପୁଡ଼ା ମାରିଥିଲେ ଓ ଅଫିସର ଛାତକୁ ନେଇ ଅନ୍ୟମାନଙ୍କ ସହ ମିଶି ପ୍ରବଳ ପିଟିଥିଲେ। ତାଙ୍କୁ ବେଲ୍ଟ, ଗୋଇଠା ଓ ମୁଥ ମରାଯାଇଛି।
ଖାଲି ସେତିକି ନୁହେଁ, ବିଭୂତି ପଟେଲ ନିଜର ଚପଲକୁ ପାଟିରେ କାମୁଡ଼ି ଧରିବାକୁ ମଧ୍ୟ ନିଲେଶଙ୍କୁ ବାଧ୍ୟ କରିଥିଲେ। ଦରମା ମାଗିଥିବାରୁ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଯଦି ସେ ରାଭାପର କ୍ରସରୋଡକୁ ଆଉ ଆସିବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ବିଭୂତି ପଟେଲ ଧମକ ଦେଇଥିବା ନିଲେଶ ତାଙ୍କ ଏଫଆଇଆରରେ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ନିଲେଶଙ୍କୁ ମୋର୍ବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ପୁଲିସ୍ ଏବେ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣା ଦିନ ମଧୁବେନ ଯୋଶୀଙ୍କ ସମେତ ତାଙ୍କ ସ୍ୱାମୀ ଓ ପୁଅ ବି ଘରେ ଥିଲେ। ଏହି ସମୟରେ ହଠାତ୍ ପଡ଼ୋଶୀମାନେ ଘରେ ପଶି ସମସ୍ତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଉଭୟ ମଧୁବେନ ଯୋଶୀ ଓ ତାଙ୍କ ପୁଅ ଗୁରୁତର ହୋଇ ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଧୁବେନ ଯୋଶୀଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ପରିବାର ମଧ୍ୟରେ ପୂର୍ବ ବିବାଦ ଲାଗି ରହିଥିଲେ ବି ସାମାନ୍ୟ କାଣ୍ଡରୁ ଏପରି ନିର୍ମମ ହତ୍ୟାକାଣ୍ଡ ଘଟା ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ମଧୁବେନ ଯୋଶୀ ଧାରୀ ତାଲୁକା ପଞ୍ଚାୟତର ପୂର୍ବତନ ସଦସ୍ୟ ଥିଲେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ସେ ଜଣେ ବିଜେପି ନେତ୍ରୀ ଭାବେ ବେଶ୍ ଜଣାଶୁଣା।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ଦୀପାବଳି ଥିବାରୁ ଆଜି ହଜାର ହଜାର ଲୋକ ସୁରତ ଷ୍ଟେସନରେ ନିଜ ନିଜ ରାଜ୍ୟକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ। ଅସମ୍ଭାଳ ଭିଡ଼ ଭିତରେ ଲୋକମାନେ ପରସ୍ପରକୁ ଠେଲାପେଲା କରି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ପ୍ରବଳ ଭିଡ଼ ଯୋଗୁ ଅଚେତ ହୋଇ ଯାଇଥିଲେ। ସେହିପରି କିଛି ଲୋକ ତଳେ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ରେଳବାଇ ପୁଲିସ୍ ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ। ଏଥିସହ ଆହତମାନଙ୍କୁ ଉପଯୁକ୍ତ ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦେଇଥିଲେ।
କିଛି ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ହସ୍ପିଟାଲ ଯାଇ ସୁରତ ସାଂସଦ ତଥା ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜାରଦୋଶ ଭେଟିଛନ୍ତି।
ପାର୍ବଣ ଋତୁ ଚାଲିଥିବାରୁ ରେଳବାଇ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେହିପରି ଅଧିକ ସଂଖ୍ୟକ ଫୋର୍ସକୁ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ମୁତୟନ କରାଯାଇଛି। ତଥାପି ସୁରତ ଭଳି ଗୋଟିଏ ଜନଗହଳୀପୂର୍ଣ୍ଣ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ଦେଖିବାକୁ ମିଳିଛି।
ମୁଖ୍ୟ ପିଆରଓ ସୁମିତ ଠାକୋର କହିଛନ୍ତି, “ପାର୍ବଣ ଋତୁକୁ ନଜର ରଖି ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ୪୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନଗୁଡ଼ିକ ମୁମ୍ବାଇ, ଗୁଜରାଟ ଓ ମଧ୍ୟପ୍ରଦେଶ ମଧ୍ୟରେ ଯାତାୟାତ କରୁଛନ୍ତି। ଇତି ମଧ୍ୟରେ ପ୍ରାୟ ୭ ଲକ୍ଷ ଲୋକ ଏହି ଟ୍ରେନଗୁଡ଼ିକରେ ଯାତ୍ରା କରି ସାରିଲେଣି। ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୬୫ ଆରପିଏଫ ଓ ଜିଆପି ଯବାନମାନଙ୍କୁ ସୁରତ ଷ୍ଟେସନରେ ମୁତୟନ କରାଯାଇଛି। ସେହିପରି ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲା ଯାଇଛି।”
ରେଳ ବାଇ ଏତେ ପ୍ରକାରର ସବୁ ବ୍ୟବସ୍ଥା କରିଥିବା ବେଳେ ସୁରତ ଷ୍ଟେସନରେ କେମିତି ଏତେ ବଡ଼ ଅଘଟଣ ଘଟିଲା, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍ ଯୋଗେ ଡାହୋଡକୁ ଫେରୁଥିଲେ। ମାତ୍ର ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଓଲଟି ପଡ଼ିଥିଲା।
ଏହି ଦୁର୍ଘଟଣାରେ ୩୮ ଜଣ ଆହତ ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ୨୯ ଜଣଙ୍କୁ ଡିସଚାର୍ଜ କରି ଦିଆଯାଇଛି। ଅନ୍ୟ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦୋଦରା ରେଫର କରାଯାଇଥିବା ଜଣାଯାଇଛି।
ଗୁଜରାଟର ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ଏପରି ଘଟଣା ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଫର୍ଣ୍ଣିଚର ଦୋକାନ କରି ପରିବାର ଚଳାଉଥିବା ୩୭ ବର୍ଷୀୟ ମନୀଷ ସୋଲାଙ୍କୀ ପ୍ରଥମେ ତାଙ୍କ ବାପା, ମା’, ପତ୍ନୀ ଓ ୩ ପିଲାଙ୍କୁ ବିଷ ପିଆଇ ଦେଇଥିଲେ। ଏହାପରେ ସେ ନିଜେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ଖବର ପାଇ ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ମୃତଦେହ ଗୁଡ଼ିକ ଜବତ କରିଥିଲା। ଏହାପରେ ସେଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି।
ତଦନ୍ତ ବେଳେ ପୁଲିସ ମନୀଷଙ୍କ ଘରକୁ ଗୋଟିଏ ସୁଇସାଇଡ ନୋଟ ଜବତ କରିଛି। ଋଣ ଆଣି ମନୀଷ ଫେରସ୍ତ କରିବାକୁ ଅକ୍ଷମ ହୋଇ ଥିବାରୁ ପରିବାର ସହ ଜୀବନ ହାରିଥିବା କଥା ଏଥିରେ ଉଲ୍ଲେଖ କରିଛନ୍ତି। ଏଥିସହ ପରିବାର ଲୋକ ସେମାନଙ୍କ ଫ୍ଲାଟକୁ ମଧ୍ୟ ବିକ୍ରି କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ଚିଠିରେ ଲେଖା ଅଛି। କିନ୍ତୁ ସେ କାହା ଠାରୁ କେତେ ଟଙ୍କା ଋଣ ଆଣିଥିଲେ, ସେକଥା ସୁଇସାଇଡ ନୋଟରେ ଲେଖି ନାହାନ୍ତି।
ପୁଲିସର କହିବା କଥା ଯେ ମନୀଷଙ୍କର ବଡ଼ଧରଣର ଫର୍ଣ୍ଣିଚର ବ୍ୟବସାୟ ରହିଥିଲା। କିନ୍ତୁ ବ୍ୟବସାୟ ଠିକ ଭାବେ ହେଉ ନଥିବାରୁ ବେଶ କିଛି ମାସ ହେଲା ମନୀଷ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ତାଙ୍କ ପାଖରେ ୩୫ ଜଣ କାଠ ମିସ୍ତ୍ରୀ ଓ ଶ୍ରମିକମାନେ ମଧ୍ୟ କାମ କରୁଥିଲେ। କିଛି ବଡ଼ ଡିଲ ମନୀଷଙ୍କ ହାତରେ ଲାଗିଥିଲେ ମଧ୍ୟ ସେ ଆର୍ଥିକ ସଙ୍କଟ ଯୋଗୁ ସେଗୁଡ଼ିକ ପୂରଣ କରି ପାରୁ ନଥିବା ଜଣାପଡ଼ିଛି।
ସମ୍ଭବତଃ ଏହାକୁ ନେଇ ମାନସିକ ଚାପରେ ଥିବା ମନୀଷ ଓ ତାଙ୍କ ପରିବାରର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୀଷଙ୍କ ବ୍ୟତୀତ ତାଙ୍କ ବାପା କାନୁ ଭାଇ ସୋଲାଙ୍କି, ମା’ ଶୋଭା, ପତ୍ନୀ ରିତା ଓ ୩ ପିଲା ଦିଶା, କାବ୍ୟା ଓ କୁଶଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୬ ହୋଇଥିବା ବେଳେ ପୁଅର ବୟସ ମଧ୍ୟ ୬ ବର୍ଷ ଥିଲା ବୋଲି ପୁଲିସ୍ କହିଛି।
ଆଜି ସକାଳେ ମନୀଷଙ୍କ ପାଖରେ କାମ କରୁଥିବା ମିସ୍ତ୍ରୀ ଓ ଶ୍ରମିକମାନେ ତାଙ୍କୁ ବାରମ୍ବାର ଫୋନ କରିଥିଲେ। କିନ୍ତୁ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ। କିଛି ମିସ୍ତ୍ରୀ ଓ ଶ୍ରମିକ ଘରକୁ ଆସିବା ସହ କବାଟ ବାଡ଼େଇ ଥିଲେ। କିନ୍ତୁ ଘର ଭିତରକୁ କୌଣସି ପ୍ରକାରର ଉତ୍ତର ମିଳି ନଥିଲେ। ଫଳରେ ସେମାନେ ପଡ଼ୋଶୀଙ୍କୁ ଖବର ଦେଇଥିଲେ।
ପଡ଼ୋଶୀମାନେ ଝରକା ଭାଙ୍ଗି ଭିତରକୁ ଦେଖିଲା ବେଳକୁ ସବୁ କିଛି ଶେଷ ହୋଇ ସାରିଥିଲା। ପରିବାରର ୬ ଜଣ ସଦସ୍ୟ ବେଡ ଉପରେ ଶୋଇଥିବା ବେଳେ ମନୀଷ ଝୁଲନ୍ତା ଅବସ୍ଥାରେ ଥିବା ସେମାନେ ଦେଖିବାକୁ ପାଇଥିଲେ। ପଡ଼ୋଶୀମାନେ ଏହି ଦୃଶ୍ୟକୁ ଦେଖି ପୂରା ବିଚଳିତ ହୋଇଯାଇଥିଲେ। ସେମାନେ ତୁରନ୍ତ ସମ୍ପର୍କୀୟମାନଙ୍କୁ ଖବର ଦେବା ସହ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି।
ନବରାତ୍ରୀ ପାଇଁ ଆୟୋଜିତ ଗରବା ନାଚ କାର୍ଯ୍ୟକ୍ରମରେ ୧୧ ବର୍ଷୀୟ କୃପାଲି ଓଡେଡାରା ଅଂଶ ଗ୍ରହଣ କରିଥିଲେ। ଗର୍ବା ସରିବା ପରେ ତାଙ୍କୁ ଦୁଇଟି ବର୍ଗରେ ପୁରସ୍କାର ପାଇଁ ଚୟନ କରାଯାଇଥିଲା। କିନ୍ତୁ ତାଙ୍କ ମା’ ମଲି ଯେତେବେଳେ ଝିଅକୁ ଆଣିବା ପାଇଁ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ କେବଳ ଗୋଟିଏ ପୁରସ୍କାର ଦିଆଯାଇଥିବା ଜାଣିବାକୁ ପାଇଥିଲେ।
ଏହାକୁ ବିରୋଧ କରି ମଲି ଗରବାର ଆୟୋଜସ୍ ରାଜୁ କେଶୱାଲାଙ୍କ ପାଖକୁ ଯାଇଥିଲେ। ତାଙ୍କୁ ଏ ବିଷୟରେ ସେ ପଚାରିବାରୁ ରାଜୁ ରାଗି ଯାଇଥିଲେ ଓ କାର୍ଯ୍ୟକ୍ରମ ଶେଷ ହୋଇଥିବାରୁ ଆଉ କିଛି କରି ହେବ ନାହିଁ ବୋଲି କହିଥିଲେ। ଏହାକୁ ନେଇ ମଲିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।
ଏହି ସମୟରେ ରାଜୁଙ୍କ ଦୁଇ ପତ୍ନୀ ଓ ସହ ଆୟୋଜକ ରାଜା କୁଚ୍ଛାଡିୟେ ମଧ୍ୟ ଆସି ଯାଇଥିଲେ। ସେମାନେ ମିଳିତ ଭାବେ ମଲିଙ୍କୁ ଧମକ ଦେବା ସହ ତୁରନ୍ତ ଚାଲିଯିବାକୁ କହିଥିଲେ।
ରାତି ପ୍ରାୟ ୧ଟା ବେଳେ ଝିଅକୁ ଧରି ସେ ଘରକୁ ଫେରିଥିଲେ। ଏହାପରେ ସ୍ୱାମୀ ସରମନଙ୍କ ସହ ଘର ବାହାରେ କିଛି ସମୟ ବସିଥିଲେ। ରାତି ପ୍ରାୟ ୨.୩୦ରେ ହଠାତ୍ ୪ଟି ବାଇକରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେମାନେ ମିଳିତ ଭାବେ ସରମନଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ।
ବାଇକରେ ସରମନଙ୍କୁ ବଳପୂର୍ବକ ବସାଇ ଗର୍ବା ଆୟୋଜନ ହେଉଥିବା ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ପୁଣି ମାଡ଼ ମାରିଥିଲେ। ଆକ୍ରମଣରେ ଭୟଭୀତ ହୋଇଯାଇଥିବା ମଲି ତୁରନ୍ତ ପୁଲିସକୁ ଖବର ଦେଇଥିଲେ ଓ ଗର୍ବା ଆୟୋଜନ ହେଉଥିବା ସ୍ଥାନରେ ପହଞ୍ଚିଥିଲେ।
ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସରମନଙ୍କୁ ତୁରନ୍ତ ସେ ହସ୍ପିଟାଲ ନେଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ସରମନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଏବେ ଅଭିଯୁକ୍ତମାନଙ୍କ ନାଁରେ ହତ୍ୟା, ଅପହରଣ ଓ ମାରପିଟ ଭଳି ଦଫା ଲଗାଇ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଏକ ନିର୍ମାଣାଧୀନ ଓଭରବ୍ରିଜର ୫୦ ମିଟର ଲମ୍ବା ସ୍ଲାବ ଭାଙ୍ଗି ଯାଇଛି। ସ୍ଲାବ ତଳେ ରିକ୍ସା ଓ ଟ୍ରାକ୍ଟର ଦବି ରହିବା ଫଳରେ ଘଟଣାସ୍ଥଳରେ ହିଁ ରିକ୍ସା ଚାଳକଙ୍କ ମୃତ୍ୟୁ ହୋଇଛି। ସେହିପରି ରିକ୍ସା ଭିତରେ ବସିଥିବା ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଛନ୍ତି।
ଓଭରବ୍ରିଜର ୫ଟି ସ୍ଲାବ ଏକାଥରକେ ଖସିପଡିବା ଫଳରେ ରିକ୍ସା ଭିତରେ ବସିଥିବା ଯୁବକ ସେଠାରୁ ଖସିଯିବା ପାଇଁ ଆଉ ସମୟ ପାଇ ପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୃଶ୍ୟ ବେଶ୍ ଭୟଙ୍କର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି।
ସେପଟେ ଘଟଣାସ୍ଥଳରେ ଏସ୍ ପି, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଟ୍ରାକ୍ଟର ଚାଳକଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଣ ନିର୍ମାଣାଧୀନ ବ୍ରିଜ ଭାଙ୍ଗିବା ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
#WATCH | A portion of an under-construction bridge collapses in Gujarat's Palanpur
— ANI (@ANI) October 23, 2023
Details awaited. pic.twitter.com/eVPdgGsIBt
ଗୁଜରାଟର ଏହା ସବୁଠୁ ଉଚ୍ଚତମ ବ୍ରିଜ ଥିବା କୁହାଯାଉଛି। ବ୍ରିଜର ସ୍ଲାଭ ଭାଙ୍ଗିବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସ୍ଲାବ ତଳେ ଚାପି ହୋଇ ରିକ୍ସ ଚାଳକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାକୁ ନେଇ ବଡଗାମରୁ କଂଗ୍ରେସ ବିଧାୟକ ଜିଗ୍ନେଶ ମେଓ୍ୱାଣି ସରକାରଙ୍କୁ ନିନ୍ଦା କରିଛନ୍ତି। ତୁରନ୍ତ ଏହି ମାମଲାର ଏଫ୍ଆଇଆର୍ ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି।
ସୁରତର ସର ଥାନାରେ ରହୁଥିବା ହର୍ଷଙ୍କ ପତ୍ନୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବା ପରେ ପରେ ବେହୋସ ହୋଇ ପଡ଼ିଥିଲା । ଆଇସିୟୁରେ ରଖାଯିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇପାରିନଥିଲା।
ବୁଧବାର ଡାକ୍ତର ପିଲାଟିକୁ ବ୍ରେନ ଡେଡ୍ ଘୋଷଣା କରିବା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମାତ୍ର ଏହା ମଧ୍ୟରେ ବି ସେମାନେ ନିଜ ମନୋବଳକୁ ସୁଦୃଢ କରି ପିଲାଟିର ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଭଗବାନ ନିଜ କୋଳରୁ ପିଲାଟିକୁ ଛଡ଼ାଇ ନେଇଥିବା ବେଳେ ଆଉ କାହାକୁ ଏ କଷ୍ଟ ନ ମିଳୁ ବୋଲି ସେମାନେ ଚାହିଁଥିଲେ।
ଏଥିନିମନ୍ତେ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁର କିଡନୀ, ଲିଭର ସହ ଆଉ କିଛି ଅଙ୍ଗକୁ ଦାନ କରାଯାଇଛି। ସବୁଠାରୁ ବଡ କଥା ଏହି ଶିଶୁର ଅଙ୍ଗ ଦ୍ୱାରା ୬ଟି ଶିଶୁଙ୍କୁ ନୂଆ ଜୀବନ ମିଳିପାରିଛି।
ସମଗ୍ର ଦେଶରେ ସୁରତରେ ସବୁଠୁ ଅଧିକ ଅଙ୍ଗ ଦାନ କରାଯାଉଛି। ଏପରି କ୍ଷେତ୍ରରେ ଏକ ୪ ଦିନର ଶିଶୁର ଅଙ୍ଗଦାନ କରାଯିବା ଘଟଣାରେ ବି ସୁରତ ଦେଶରେ ପ୍ରଥମ ସହର ଭାବେ ପରିଗଣିତ ହୋଇଛି।
ଗତବର୍ଷ ଅକ୍ଟୋବରରେ ନବରାତ୍ରୀ ଉତ୍ସବ ସମୟରେ ଖେଡାର ଅନ୍ଧେଲା ଗାଁରେ ଗରବା ନୃତ୍ୟ ପରିବେଷଣ ହେଉଥିଲା । ଉକ୍ତ ସମୟରେ ମୁସଲିମ୍ ସମ୍ପ୍ରଦାୟର କିଛି ଯୁବକ ସେଠାରେ ପହଞ୍ଚି ଭିଡ଼ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ବହୁ ସାଧାରଣ ଲୋକ ଓ ପୁଲିସ୍ କର୍ମୀ ବି ଆହତ ହୋଇଥିଲେ।
ଏହାପରେ ପୁଲିସ୍ କର୍ମୀ ପଥର ମାଡ଼ କରିଥିବା ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରିଥିଲା। ସେଥିରୁ ପୁଲିସ୍ ସର୍ବସମ୍ମୁଖରେ ୩ ଜଣଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ କିଛି ପୀଡ଼ିତ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ପୁଲିସ୍ କର୍ମୀ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା କରି ଅଦାଲତର ଅବମାନନା କରିଥିବା ଯୁକ୍ତି ବାଢ଼ିଥିଲେ।
ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ସମ୍ପୃକ୍ତ ୪ ପୁଲିସ୍ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି। ସେମାନେ ପୀଡ଼ିତଙ୍କୁ ଖମ୍ବରେ ବାନ୍ଧି ଅତି ନିର୍ମମ ଭାବେ ପିଟିଥିବା କୋର୍ଟ କହିଛନ୍ତି। ମାତ୍ର ଏହି ମାମଲାରେ ଦଣ୍ଡାଦେଶ ଶୁଣାଣି ପୂର୍ବରୁ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ ଗୁହାରି କରି ତାଙ୍କ ମହକିଲଙ୍କ ଉପରେ ଦଣ୍ଡ ବ୍ୟବସ୍ଥା କୋହଳ କରିବାକୁ ଅନୁରୋଧ କରିଛନ୍ତି।
ଅଭିଯୁକ୍ତ ପୁଲିସ୍ କର୍ମୀଙ୍କ ଓକିଲଙ୍କ କହିବାନୁଯାୟୀ, ମୋ’ ମହକିଲମାନେ ବହୁ ବର୍ଷ ହେଲା ଚାକିରି କରି ଆସୁଛନ୍ତି। ଏବେ ସେମାନଙ୍କ ଉପରେ ଦଣ୍ଡାଦେଶ ଲାଗୁ ହେଲେ ଏହାର ପ୍ରଭାବ ସେମାନଙ୍କ କ୍ୟାରିଅର ଉପରେ ପଡ଼ିବ । ତେଣୁ ଏହା ପରିବର୍ତ୍ତେ ସେମାନେ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାତି ଅଛନ୍ତି ।
ଏ ସମ୍ପର୍କରେ ପୀଡ଼ିତଙ୍କୁ ଜଣାଇବା ପରେ ଏହି ପ୍ରସ୍ତାବରେ ସେମାନଙ୍କ ସମ୍ମତି ଅଛି ନା ନାହିଁ କୋର୍ଟଙ୍କୁ ଜଣାଇବେ ବୋଲି ତାଙ୍କ ଓକିଲ କହିଛନ୍ତି। ଫଳରେ ଅଭିଯୋଗକାରୀଙ୍କ ମତାମତ ଜଣାପଡ଼ିବା ପରେ ପରବର୍ତ୍ତୀ ଶୁଣାଣି ହେବ କହି ବିଚାରପତି ଏହି ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ନିକଟରେ ସେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିଲେ। କିନ୍ତୁ କିଛି ଦିନ ତଳେ ସେ ସୁସ୍ଥ ହୋଇଯାଇଥିଲେ। ତଥାପି ହଠାତ୍ କାହିଁକି ତାଙ୍କର ମୃତ୍ୟୁ ଘଟିଲା, ସେକଥା ଜଣାପଡ଼ି ନାହିଁ।
ପ୍ରାଣ ହରାଇଥିବା ଛାତ୍ର ଜଣଙ୍କ ହେଲେ ଓମ ଗାନ୍ଦେଚା। ସେ କାଣ୍ଡିଭ୍ଲିର ଆରଜେ ମଖେଚା ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ। ସୋମବାର ସ୍କୁଲର ପିଟି ସାର୍ ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସ୍କୁଲକୁ ଲାଗିଥିବା ଗୋଟିଏ ପଡ଼ିଆକୁ ନେଇଥିଲେ।
ସବୁ ପିଲା ଗୋଟିଏ ଗଛ ତଳେ ବସିଥିବା ବେଳେ ହଠାତ୍ ଓମ ଅସୁସ୍ଥ ଅନୁଭବ କରିଥିଲେ। ସେ ଅଚେତ ହୋଇଯାଇଥିଲେ। ତୁରନ୍ତ ଅନ୍ୟ ପିଲାମାନେ ଏ ସମ୍ପର୍କରେ ପିଟି ସାରଙ୍କୁ ଖବର ଦେଇଥିଲେ। ସେ ଆସି ଓମଙ୍କ ମୁହଁରେ ପାଣି ପକାଇବା ସହ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ବି ଲାଭ ମିଳି ନଥିଲା।
ଓମକଙ୍କୁ ସେଠାରୁ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବାବାସାହେବ ଆମ୍ବେଦକର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୧୦.୧୫ ମିନଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସମ୍ପର୍କରେ ପୁଲିସ୍ ଓ ସ୍କୁଲ କର୍ତ୍ତୃପକ୍ଷ ଓମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସେହିପରି ପୁଲିସ୍ ପିଟି ସାର୍ଙ୍କ ବୟାନ ମଧ୍ୟ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଓମଙ୍କ ମୃତ୍ୟୁ ହେଲା, ତା’ର କାରଣ ଜାଣିବା ପାଇଁ ପୁଲିସ୍ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।
୧ ଲକ୍ଷରୁ ଅଧିକ ଲୋକ ବସି ପାରୁଥିବା ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ଲଢ଼େଇ କରିବେ। ଏଥିପାଇଁ ସବୁ ଟିକେଟ ବିକ୍ରି ମଧ୍ୟ ହୋଇ ସାରିଛି।
ମ୍ୟାଚ୍ ପାଇଁ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାରେ ୧୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହେବେ। ଗୁଜରାଟ ପୁଲିସ୍ ସହ ଆରଏଏଫ, ଏନଏସଜି ଓ ହୋମଗାର୍ଡର ୧୧ ହଜାର ଯବାନ ଅହମଦାବାଦ ଓ ନରେନ୍ଦ୍ର ମୋଦି ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱରେ ରହିବେ। ସମ୍ଭାବ୍ୟ ବିପଦ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଗତ ୨୦ ବର୍ଷ ମଧ୍ୟରେ କୌଣସି କ୍ରିକେଟ ମ୍ୟାଚ୍କୁ ନେଇ ଅହମଦାବାଦରେ କେବେ ହେଲେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିନାହିଁ। ତଥାପି ସହରର ସଂପ୍ରଦାୟ ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ବୋଲି ଅହମଦାବାଦ ପୁଲିସ୍ କମିଶନର ଜିଏସ୍ ମଲିକ ସୂଚନା ଦେଇଛନ୍ତି।
ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍କୁ ବିନା କୌଣସି ବିଭ୍ରାଟରେ ଶେଷ କରିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସଙ୍ଘଭୀ, ରାଜ୍ୟର ଡିଜିପି ବିକାଶ ସାହାୟ, ଅହମଦାବାଦ ପୁଲିସ୍ କମିଶନର ଜିଏସ୍ ମଲିକ ଓ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଏହାପରେ ଭାରତ-ପାକିସ୍ତାନ ମ୍ୟାଚ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଏସ୍ ମଲିକ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମ୍ୟାଚ୍ ବେଳେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ, ତା’କୁ ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବାକୁ ସେ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଜଣେ ଅଜଣା ବ୍ୟକ୍ତି ଇ-ମେଲ ଯୋଗେ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି।
ମ୍ୟାଚ୍କୁ ସରୁଖୁରରେ ସାରିବା ପାଇଁ ୭ ହଜାର ପୁଲିସ୍ କର୍ମଚାରୀଙ୍କ ସହ ୪ ହଜାର ହୋମଗାର୍ଡ ମୁତୟନ ହେବେ। ଏହା ବ୍ୟତୀତ ୩ଟି ହିଟ ଟିମ, ଏନଏସଜିର ଆଣ୍ଟି ଡ୍ରୋନ ଟିମ ଓ ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।
ଆଇଜି ରାଙ୍କର ୪ ଜଣ ବରିଷ୍ଠ ପୁଲିସ୍ ଅଧିକାରୀ ଓ ୨୧ ଜଣ ଡିସିପି ରାଙ୍କର ଅଧିକାରୀ ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ। ରାଜ୍ୟ ରିଜର୍ଭ ପୁଲିସ୍ (ଏସଆରପି)ର ୧୩ କମ୍ପାନୀ ସହ ରାପିଡ ଆକ୍ସନ ଫୋର୍ସର ୩ କମ୍ପାନୀ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ।
ଆରଏଏଫ ଯବାନମାନେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ରହିବେ। ଷ୍ଟାଡିୟମରେ ଯଦି ଦଳାଚକଟା ପରିସ୍ଥିତି ହୁଏ, ତା’ହେଲେ ତା’ର ମୁକାବିଲା କରିବାକୁ ମଧ୍ୟ ବିସ୍ତୃତ ଯୋଜନା କରାଯାଇଥିବା ସେ କହିଛନ୍ତି।
ମ୍ୟାଚ୍ ବେଳେ ଯଦି କୌଣସି ରାସାୟନିକ ହମଲା କିମ୍ବା ଗ୍ୟାସ୍ ଲିକ୍ର ସ୍ଥିତି ଉପୁଜେ, ତା’ହେଲେ ଏହାର ମୁକାବିଲା ପାଇଁ ଏସଡିଆରଏଫ ଓ ଏନଡିଆରଏଫ ଟିମ ମଧ୍ୟ ରହିଛନ୍ତି।
ଆଗକୁ ନବରାତ୍ରୀ ଉତ୍ସବ ଆସୁଥିବା ବେଳେ ଏହାକୁ ଖୁବ୍ ଉତ୍ସାହର ସହ ପାଳନ ନିମନ୍ତେ ଯୁବବର୍ଗଙ୍କ ମଧ୍ୟରେ ଆରମ୍ଭ ହେଲାଣି ଗରବା ଅଭ୍ୟାସ। ଭିନିତ ମଧ୍ୟ ଗତ ରାତିରେ ଲଗାତାର ଭାବେ ୩,୪ ଘଣ୍ଟା ସମୟ ଗରବା ଅଭ୍ୟାସରେ ମାତିଥିଲେ। ଏହାପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ସେ ତଳେ ଟଳି ପଡ଼ିଲେ।
କିଛି ମାସ ପୂର୍ବେ ଜଣେ ୪୧ ବର୍ଷ ବୟସ୍କ ହୃଦରୋଗ ଡାକ୍ତର ଜାମନଗରରେ ଥିବା ନିଜ କ୍ଲିନିକ୍ରେ ହୃଦଘାତରେ ଆଖି ବୁଜିଥିଲେ। କେବଳ ଜାମନଗର ନୁହେଁ, ଗୁଜରାଟର ବହୁ ଅଞ୍ଚଳରେ ଜିମ୍ରେ ଥିବା ବେଳେ, କ୍ରିକେଟ ଖେଳିଥିବା ବେଳେ ତଥା ସ୍କୁଲରେ ବି ପିଲାମାନେ ହୃଦଘାତର ଶିକାର ହେଉଛନ୍ତି।
କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଯୁବକଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜେଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତ ଶୁଣାଣି ବେଳେ ହାଇକୋର୍ଟଙ୍କୁ କହିଥିଲେ ଯେ ୨୦୨୦ରେ ରେଜିଷ୍ଟ୍ରାର ପଠାଇଥିବା ଇ-ମେଲ ଆଟାଚମେଣ୍ଟକୁ ସେମାନେ ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଏହି ଇ-ମେଲରେ ଯୁବକଙ୍କୁ ରିଲିଜ୍ କରିବା ପାଇଁ ନିର୍ଦ୍ଦେଶ ଥିଲା। ଏହି ବେଲ ଅର୍ଡର ଥିବା ଇ-ମେଲକୁ ଖୋଲି ନ ପାରିବାରୁ ଯୁବକଙ୍କ ମୁକ୍ତ କରାଯାଇ ନଥିଲା।
କୋର୍ଟ କହିଛନ୍ତି, “ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ବେଲ ଇ-ମେଲ ପହଞ୍ଚି ନାହିଁ ବୋଲି କୁହାଯାଇ ପାରିବ ନାହିଁ। କୋଭିଡ-୧୯ ଯୋଗୁ ଜେଲ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଇ ନଥିଲେ। ସେମାନେ ଇ-ମେଲ ପାଇଥିଲେ ମଧ୍ୟ ଏଥିରେ ଥିବା ଆଟାଚ ମେଣ୍ଟକୁ ଖୋଲିବାକୁ ସକ୍ଷମ ହୋଇ ନଥିଲେ।”
ବର୍ତ୍ତମାନ ୨୭ ବର୍ଷ ବୟସରେ ପହଞ୍ଚି ସାରିଥିବା ଯୁବକ ଜଣଙ୍କ ଗୋଟିଏ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ପାଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିବା ସହ ଜାମିନରେ ଛାଡ଼ିବାକୁ କହିଥିଲେ।
ଚନ୍ଦନଜୀ ତାକୋର ନାମକ ଏହି ଯୁବକ ଜଣଙ୍କ ୨୦୨୦ରେ ଜାମିନ ପାଇଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କୁ ଅତିରିକ୍ତ ୩ ବର୍ଷ ଜେଲରେ ରହିବାକୁ ପଡ଼ିଥିଲା।
କୋର୍ଟ କହିଛନ୍ତି ଯେ ଜାମିନ ମିଳିବା ସତ୍ତ୍ୱେ ଆବେଦନକାରୀ ଜଣଙ୍କ ମୁକ୍ତ ଜୀବନ ବିତାଇ ପାରି ନାହାନ୍ତି। ଜେଲ କର୍ତ୍ତୃପକ୍ଷ ଇ-ମେଲକୁ ଗୁରୁତ୍ୱର ସହ ନେଇ ନଥିଲେ। ସେମାନେ ଏସମ୍ପର୍କରେ ରେଜିଷ୍ଟ୍ରା କିମ୍ବା ସେସନ୍ସ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇ ନଥିଲେ।
ସେମାନେ ପୂରା ପ୍ରକରଣକୁ ଆଦୌ ଧ୍ୟାନ ଦେଇ ନଥିଲେ। ଏହି ଘଟଣା ସମସ୍ତଙ୍କ ଆଖି ଖୋଲି ଦେଇଛି। ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଗୁଜରାଟ ସରକାର ଉକ୍ତ ଯୁବକଙ୍କୁ ୧୪ ଦିନ ମଧ୍ୟରେ ଏକ ଲକ୍ଷ ଟଙ୍କା ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ନଦୀରେ ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଖବର ପାଇ ତତ୍କ୍ଷଣାତ ପ୍ରଶାସନ ଓ ରେସକ୍ୟୁ ଟିମ୍ ପହଞ୍ଚିଥିଲେ। ଏହାପରେ ସମସ୍ତ ୧୦ ଜଣଙ୍କୁ ନଦୀରୁ ବାହାର କରାଯାଇ ଜୀବନ ରକ୍ଷା କରାଯାଇଛି।
ସୁରେନ୍ଦ୍ରନଗର ଜିଲ୍ଲାପାଳଙ୍କ କହିବାନୁଯାୟୀ, ଏହି ପୋଲ ୪୦ ବର୍ଷର ପୁରୁଣା ପୋଲ। ଏହି ପୋଲ ଉପରେ ଭାରି ଯାନ ତଥା ମାଲବାହୀ ଗାଡ଼ି ଯିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବାଲି ଭର୍ତ୍ତି ଟ୍ରକ୍ ପୋଲ ଅତିକ୍ରମ କରୁଥିଲା। ଫଳରେ ଭାର ସହି ନ ପାରି ପୋଲଟି ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ନଦୀକୁ ଖସି ପଡ଼ିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ପୋଲ ସ୍ଥାନରେ ଆଉ ଏକ ନୂତନ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଛି।
ପ୍ରାୟ ୧୧୦ ଗାଁ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି। ଏହି ବ୍ରିଜଟି ରାଜ୍ୟ ରାଜପଥ ସହ ସଂଯୋଗ କରିଥାଏ । ଏବେ ଏହି ପୋଲ ଭାଙ୍ଗିଯିବାରୁ ବହୁ ଲୋକ ବଜାର ଆସିବାକୁ ହଇରାଣ ହେଉଛନ୍ତି। ତଥା ତୁରନ୍ତ ସେମାନଙ୍କ ସମସ୍ୟା ଦୂର କରିବାକୁ ପ୍ରଶାସନ ନିକଟରା ଗୁହାରୀ କରିଛନ୍ତି ।
ଜେନେରେଟର ବଗି ନଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଯାତ୍ରୀବାହୀ ବଗିଟି ଅଧା କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି। ଅଘଟଣ ଘଟିବା ପୂର୍ବରୁ ଯାତ୍ରୀମାନେ ବଗି ଛାଡ଼ି ବାହାରକୁ ଚାଲି ଆସିଥିଲେ।
ଶନିବାର ପ୍ରାୟ ଦିନ ୨ଟା ବେଳେ ଟ୍ରେନଟି ଗୁଜରାଟର ଭାଲସାଦ ରେଳ ଷ୍ଟେସନ ଛାଡ଼ିବା କ୍ଷଣି ଏହି ଘଟଣା ଘଟିଛି। ଜଣେ ଅଧିକାରୀ କହିଛନ୍ତି, ଥିରୁଚଚିରାପାଲ୍ଲୀ-ଶ୍ରୀ ଗଙ୍ଗାନଗର ହମସଫଲ ଏକ୍ସପ୍ରେସ ଭାଲସାସ ଷ୍ଟେସରେ ରହିଥିଲା। ତେବେ ଟ୍ରେନଟି ଷ୍ଟେସନ ଛାଡ଼ି ସୁରତ ଅଭିମୁଖ୍ୟ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା।
ପ୍ରଥମେ ନିଆଁ ପାୱାର କୋଚରେ ଲାଗିଥିଲା। ଶର୍ଟସର୍କିଟ ଯୋଗୁ ଲାଗିଥିବା ନିଆଁ ପାୱାର କୋଚରୁ ପାର୍ଶ୍ୱବର୍ତ୍ତୀ ବି-୧ କୋଚ୍କୁ ବ୍ୟାପି ଯାଇଥିଲା। ନିଆଁ ଲାଗିଥିବା ଜାଣି ତୁରନ୍ତ ଟ୍ରେନକୁ ଅଟକା ଯାଇଥିଲେ। ନିଆଁକୁ ତୁରନ୍ତ ଆୟତ୍ତ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ବାହାରକୁ ଅଣା ଯାଇଥିଲା। ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ରେଳବାଇ ପୁଲିସ୍, କର୍ମଚାରୀ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ନିଆଁକୁ କିଛି ମିନିଟ ମଧ୍ୟରେ ଆୟତ୍ତ କରି ନେଇଥିଲେ। ହେଲେ ନିଆଁକୁ ଦେଖି ଲୋକମାନେ ବେଶ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ। ସେମାନେ ବଗିରୁ ଡେଇଁ ଏଣେତେଣେ ମଧ୍ୟ ଦୌଡ଼ି ଥିଲେ।
ଆଜି ସକାଳେ ଗୁଜରାଟର ଗୋଧ୍ରା ଯାଉଥିବା ଗୋଟିଏ ମେମୁ ଟ୍ରେନରେ ଏପରି ଘଟଣା ଘଟିଛି। ଜାକୋଟ ଷ୍ଟେସନ ନିକଟରେ ଦାହୋଡ ଆନନ୍ଦ ମେମୁ ଟ୍ରେନର ଗୋଟିଏ ବଗି ହୁତୁହୁତୁ ହୋଇ ନଷ୍ଟ ହୋଇଯାଇଛି। ଏହାର ଭିଡିଓ ବି ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ମେମୁ ଟ୍ରେନଟି ସବୁଦିନ ଭଳି ଶୁକ୍ରବାର ମଧ୍ୟ ଗୋଧ୍ରା ଅଭିମୁଖେ ଯାଉଥିଲା। କିନ୍ତୁ ହଠାତ୍ ଜାକୋଟ ଷ୍ଟେସନ ନିକଟରେ ଏହାର ସବୁଠାରୁ ଶେଷରେ ଥିବା ବଗିରେ ନିଆଁ ଲାଗି ଯାଇଥିଲା।
ଏହା ଦେଖି ଲୋକମାନେ ବିଗିରୁ ବାହାରି ଦୌଡ଼ିବାକୁ ଲାଗିଥିଲେ। ଫଳରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଟ୍ରେନ ପୋଡ଼ି କିମ୍ବା ଦଳାଚକଟାରେ କେହି ବି ମୃତାହତ ହୋଇ ନାହାନ୍ତି।
ଖବର ପାଇ ଏକାଧିକ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ପୂରା ବଗିରେ ନିଆଁ ଲାଗି ସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ।
ଏଥିସହ ଏହାକୁ ଅଲଗା ବଗିକୁ ବ୍ୟାପିବାକୁ ଦେଇ ନଥିଲେ। ଫଳରେ ବଡ଼ ଅଘଟଣ ଟଳି ଯାଇଥିଲା। ପୁଲିସ୍ କହିଛି ଯେ ଶେଷ ବଗିଟି ନିଆଁରେ ପୋଡ଼ି ଯାଇଛି। କିନ୍ତୁ ବାକି ବଗି ଗୁଡ଼ିକ ସୁରକ୍ଷିତ ରହିଛି। ସେହିପରି ନିଆଁ କେମିତି ଲାଗିଲା, ତା’ର ତଦନ୍ତ ରେଳବାଇ ଓ ପୁଲିସ୍ କରୁଥିବା ଜଣାପଡ଼ିଛି।
ବିଗତ କିଛି ମାସ ହେଲାଣି, ଗୁଜରାଟରେ ଯୁବକ ଓ ଛୋଟ ପିଲା ଏପରି ହୃଦଘାତରେ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା। ଏବେ ଏହି ତାଲିକାରେ ଆଉ ୩ ଜଣ ଯୋଡ଼ି ହୋଇ ଯାଇଛନ୍ତି।
ଦେବଭୂମି ଦ୍ୱାରକାର ବିଜାପୁର ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି। କାରଣ ଏଠାରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ୧୨ ବର୍ଷୀୟ ପିଲା ହୃଦଘାତରେ ପ୍ରାଣ ହରାଇଛି। ଏତେ କମ ବୟସରେ ହୃଦଘାତରେ ପିଲାଟିର ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି।
ପ୍ରାଣ ହରାଇଥିବା ପିଲାଟି ହେଲା ଦୁଷ୍ୟନ୍ତ ପିପ୍ରୋଟର। ସେ ଗୋଟିଏ ପ୍ରାଥମିକ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିଲା। ଭୋର ପ୍ରାୟ ୫.୩୦ରେ ଘରର ଅଗଣାରେ ଦୁଷ୍ୟନ୍ତ ଅଚେତ ଅବସ୍ଥାରେ ପଡ଼ି ରହିଥିଲା। ତା’କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଦୁଷ୍ୟନ୍ତଙ୍କ ବାପା ଘନଶ୍ୟାମ କହିଛନ୍ତି, “ସବୁଦିନ ଭଳି ଆଜି ମଧ୍ୟ ମୋ ମା’ ଭୋରରୁ ଉଠିଥିଲା। କିନ୍ତୁ ସେ ଦୁଷ୍ୟନ୍ତଙ୍କୁ ଅଗଣାରେ ପଡ଼ି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କ’ଣ ହୋଇଛି ବୋଲି ଆମେ ଜାଣିବାକୁ ଚେଷ୍ଟା କରିଥିଲେ ହେଁ ତା’ର ନିଃଶ୍ୱାସ ଚାଲୁ ନଥିବା ଜଣାପଡ଼ି ନଇଥିଲା।
ଆମେ ତୁରନ୍ତ ତାକୁ ହସ୍ପିଟାଲ ନେଇ ଯାଇଥିଲୁ। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।” ଏହି ଘଟଣା ପରେ ଗାଁରେ ଏକପ୍ରକାରର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ସୋମବାର ରାଜକୋଟରେ ୨୩ ବର୍ଷୀୟ ନିମିତ ସଦରାଣି ନାନା ମୌଭା ରୋଡର ଗୋଟିଏ ଫାର୍ମାସୀ ନିକଟରେ ଟଲି ପଡ଼ିଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇ ପଡ଼ି ଯାଇଥିଲେ। ସେହି ଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ନିମିତ ଦୀର୍ଘ ଦିନ ହେଲା ଚାକିରି ଖୋଜୁ ଥିଲେ। ସୋମବାର ସେ ଗୋଟିଏ ବ୍ୟାଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ। ଏଥିପାଇଁ ସେ ଶାସ୍ତ୍ରୀନଗର-ଆଜମେର ଅଞ୍ଚଳରେ ଛିଡ଼ା ହୋଇଥିଲେ। ଏତିକି ବେଳେ ହଠାତ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।
ରାଜକୋଟର ଖୋଖାଡାଡ ଗାଁରେ ୨୪ ବର୍ଷୀୟ ଜସ୍ମୀନ ବାଘାସିୟା ମଧ୍ୟ ହୃଦଘାତରେ ଆଖି ବୁଜିଛନ୍ତି। ସୋମବାର ସକାଳ ପ୍ରାୟ ୭ଟା ବେଳେ ବାଘାସିୟା ତାଙ୍କ ଭିଣୋଈଙ୍କ ଫ୍ୟାକ୍ଟ୍ରୀରେ ପହଞ୍ଚିଥିଲେ। ସେ ସେଠାରେ ସବୁଦିନ ଭଳି ସୋମବାର ମଧ୍ୟ ପ୍ରାର୍ଥନା କରିଥିଲେ।
କିନ୍ତୁ ଏହି ସମୟରେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ। ଏହା ଦେଖି ଫ୍ୟାକ୍ଟ୍ରୀରେ କାମ କରୁଥିବା ଲୋକମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତା ବାଘାସିୟାଙ୍କୁ ମୃତ ଘୋଷଣା କରିଥିଲେ।
ମହିଳା ଜଣଙ୍କ ରବିବାର ବିଳମ୍ବିତ ରାତିରେ ପ୍ରଚୁର ମଦ ପିଇ କାର୍ ଚଳାଇ ଯାଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇଥିଲା। ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ବାସ ମଦ ନିଶାରେ ଚୂର ମହିଳା ଜଣଙ୍କ ପୁଲିସ୍ ଆଗରେ ନିଜର ଉଗ୍ର ରୂପ ଦେଖାଇଥିଲେ। ସେ ପୁଲିସ୍ ସହ ଝଗଡ଼ା ମଧ୍ୟ କରିଥିଲେ।
ସୋଶାଲ ମିଡିଆରେ ମହିଳା ଜଣଙ୍କ ପୁଲିସ୍ ସହ କରୁଥିବା ଝଗଡ଼ାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ମଦ୍ୟପ ମହିଳା ଜଣଙ୍କ ପୁଲିସ୍କୁ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି।
ସେ କିଛି ପୁରୁଷ ପୁଲିସ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଆକ୍ରମଣ କରିବାକୁ ଚିହିଁକି ଉଠୁଛନ୍ତି। ମହିଳା ପୁଲିସ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ କାହା କଥା ଶୁଣି ନଥିଲେ। ଏକାଧିକ ଥର ସେ ପୁଲିସ୍ କର୍ମଚାରୀଙ୍କ ଧକ୍କା ଦେବା ସହ ତାଙ୍କୁ ନ ଛୁଇଁବାକୁ ଧମକ ଦେଉଥିବା ଭିଡିଓରେ କଏଦ ହୋଇଛି।
ବେଶ କିଛି ସମୟ ମହିଳା ଜଣଙ୍କ ହାଇଡ୍ରାମା କରିବା ପରେ ଅତିରିକ୍ତ ମହିଳା ପୁଲିସ୍ କର୍ମଚାରୀଙ୍କୁ ଡକା ଯାଇଥିଲା। ସେମାନେ ମିଳିତ ଭାବେ ମହିଳାଙ୍କୁ କାବୁ କରି ଗିରଫ କରିଥିଲେ। ସେମାନେ ତାଙ୍କୁ ଜିପରେ ବସାଇ ଥାନାକୁ ନେଇ ଯାଇଥିଲେ। ତାଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।
Video a drunk woman creating ruckus on street in Vadodara, Gujarat is viral on social media.
— Megh Updates 🚨™ (@MeghUpdates) August 27, 2023
She turned out to be a well-known female artist pic.twitter.com/E3twoBnYSE
ତେବେ ଏଠି ପ୍ରଶ୍ନ ଉଠିଛୁ, ଗୁଜରାଟରେ ମଦ ବ୍ୟାନ ହୋଇଥିବା ବେଳେ ମହିଳା ଜଣଙ୍କ ଏହାକୁ ପାଇଲେ କେଉଁଠୁ? ସେ ପ୍ରଥମଥର ଏପରି କରିଛନ୍ତି ନା ପୂର୍ବରୁ ମଧ୍ୟ ମଦ ପିଅନ୍ତି? ଯଦି ପିଅନ୍ତି, ତା’ହେଲେ ସେ ଏହାକୁ କେଉଁଠୁ ପାଉଛନ୍ତି?
ଗୁଜରାଟର ଭରୁଚ ଜିଲ୍ଲା ଜାମ୍ବୁସାର ନିକଟ ଏକ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ ଲିକ୍ ହୋଇଥିଲା। ଉକ୍ତ ସମୟରେ କମ୍ପାନୀରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଥିଲେ।
ପ୍ଲାଣ୍ଟର ଏକ ଟାଙ୍କି ଫାଟି ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଫଳରେ ସେଠାରେ ଥିବା କର୍ମଚାରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ଉପଜିଲ୍ଲାପାଳ, ଏସ୍ପି, ପୁଲିସ୍ ଅଧିକାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ଲିକ୍ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏହାପରେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ଉପଜିଲ୍ଲାପାଳ କହିଛନ୍ତି।
୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଭୟଙ୍କର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଜଣଙ୍କୁ ଗୁଜରାଟ ସରକାର କ୍ଷମା ନୀତି ବଳରେ ଜେଲରୁ ଖଲାସ କରିଛନ୍ତି। ଏହା ବିରୋଧରେ ଏକାଧିକ ସାମାଜିକ ସଂଗଠନ ଓ ବିଲ୍କିସ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଆଜି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ ନିଜର ଅସନ୍ତୋଷ ପ୍ରକାଶ କରି ଗୁଜରାଟଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଦୋଷୀମାନଙ୍କ ମୃତ୍ୟୁଦଣ୍ଡକୁ ପରବର୍ତ୍ତୀ ସମୟରେ ଆଜୀବନ ଜେଲଦଣ୍ଡରେ ପରିଣତ କରାଯାଇଥିଲା। ଏପରି ସ୍ଥିତିରେ ସେମାନଙ୍କୁ ୧୪ ବର୍ଷର ଜେଲଦଣ୍ଡ ପରେ କେମିତି ଖଲାସ କରାଗଲା?
କାହିଁକି ଅନ୍ୟ କଏଦୀମାନଙ୍କୁ ଏପରି ଛାଡ଼ ସୁଯୋଗ ଦିଆଗଲାନି? ଏହି ମାମଲାରେ ନିର୍ଦ୍ଦିଷ୍ଟ ଦୋଷୀମାନଙ୍କୁ କ୍ଷମା ନୀତିର ଫାଇଦା ମିଳିଲା? ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ। କାହିଁକି ଅନ୍ୟ ହାର୍ଡକୋର ଅପରାଧୀଙ୍କୁ ସୁଧୁରିବାର ସୁଯୋଗ ଦିଆ ଗଲାନାହିଁ? ବିଲକିସ ବାନୋଙ୍କ ଦୋଷୀମାନଙ୍କ ପାଇଁ ଜେଲ ପରାମର୍ଶଦାତା କମିଟି କେଉଁ ଆଧାରରେ ଗଠନ କରାଯାଇଥିଲା?
ସୁପ୍ରିମକୋର୍ଟ ପରାମର୍ଶଦାତା କମିଟିର ବିସ୍ତୃତ ତଥ୍ୟ ମାଗିଛନ୍ତି। ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କୁ ପଚାରିଛନ୍ତି ଯେ ଗୋଧ୍ରା କୋର୍ଟ ମାମଲାର ଶୁଣାଣି କରି ନଥିଲେ। ଏପରି ସ୍ଥିତିରେ ଦୋଷୀଙ୍କୁ ଛାଡ଼ିବା ପାଇଁ ତାଙ୍କ ରାୟ କାହିଁକି ମଗା ଯାଇଥିଲା?
ସୁଧାର ସୁଯୋଗ ସବୁ କଏଦୀଙ୍କୁ ମିଳିବା ଉଚିତ। ଏହାକୁ କେତେ ଦୂର ଲାଗୁ କରାଯାଇଛି? କାହିଁକି ଆମ ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି? ଆମକୁ ତଥ୍ୟ ଦିଅ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ।
ଗୁଜରାଟ ସରକାରଙ୍କ ଓକିଲାତି କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଶୁଣାଣି ସମୟରେ କହିଛନ୍ତି, ଏସବୁର ଉତ୍ତର ସାଧାରଣ ଭାବେ ଦେବା କଷ୍ଟକର। ତେବେ ସେ କହିଛନ୍ତି ଯେ ଏ ସଂକ୍ରାନ୍ତରେ ଗୋଟିଏ ମାମଲା ସୁପ୍ରିମକୋର୍ଟରେ ରହିଛି। ଏହି ମାମଲାରେ ରାଜ୍ୟଗୁଡ଼ିକ ବିସ୍ତୃତ ତଥ୍ୟ ଦେବେ।
ଆଇନ ଅନୁସାରେ ଦୋଷୀମାନଙ୍କୁ ଖଲାସ କରାଯାଇଛି। ସେମାନେ ୨୦୦୮ରୁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କ କଥା ୧୯୯୨ ନୀତି ଅନୁସାରେ ବିଚାର କରାଯାଇଛି ବୋଲି ସେ କହିଛନ୍ତି।
ସେ କହିଛନ୍ତି, ବିରୋଧୀ ମେଣ୍ଟ ଇଣ୍ଡିଆରେ ଉଭୟ ଦଳ ରହିଛନ୍ତି। ନିର୍ବାଚନ ବେଳେ ମେଣ୍ଟ ଫର୍ମୁଲା ମଧ୍ୟ ଗୁଜରାଟରେ ଲାଗୁ ହେବ। ଅବଶ୍ୟ ମେଣ୍ଟ ସମ୍ପର୍କରେ ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି। କିନ୍ତୁ ଗୁଜରାଟରେ ଆପ୍ ଓ କଂଗ୍ରେସ ୨୦୨୪ରେ ମିଳିତ ଭାବେ ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ। ଶିଟ୍ ଶେୟାରିଂ ଫର୍ମୁଲା ଅନୁସାରେ ଉଭୟ ଦଳ ଏକାଠି ହେବେ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, “ଯଦି ସବୁ କିଛି ଯୋଜନା ମୁତାବକ ଯିବ, ତା’ହେଲେ ଗୁଜରାଟରେ ବିଜେପି ଏଥର ସମସ୍ତ ୨୬ଟି ଯାକ ଆସନ ଜିତି ପାରିବ ନାହିଁ।” ଆପ୍ କେଉଁଠି କାହାକୁ ପ୍ରାର୍ଥୀ କରିବ, ସେକାମ ଏବେଠାରୁ ଆରମ୍ଭ କରିଦେଇଥିବା ଗଡଭୀ ସୂଚନା ଦେଇଛନ୍ତି।
ଆପ୍ର ରାଜ୍ୟ ମୁଖ୍ୟ ମେଣ୍ଟ ସମ୍ପର୍କରେ ଘୋଷଣା କରିଥିଲେ ହେଁ କଂଗ୍ରେସ ମାପିଚୁପି ମତ ରଖିଛି। ଦଳ ସବୁବେଳେ କେନ୍ଦ୍ର ନେତୃମଣ୍ଡଳୀଙ୍କ ନିର୍ଦ୍ଦେଶ ଅନୁସାରେ କାମ କରେ ବୋଲି କଂଗ୍ରେସ କହିଛି।
କଂଗ୍ରେସ ମୁଖପାତ୍ର ମନୀଷ ଦୋଶି କହିଛନ୍ତି, “ମୁଁ ଏବେ ହିଁ ତାଙ୍କ ଘୋଷଣା ସମ୍ପର୍କରେ ଜାଣିବାକୁ ପାଇଛି। ଅନ୍ୟ ଦଳ ସହ ଶିଟ୍ ଶେୟାରିଂ ବ୍ୟବସ୍ଥା ଦଳର ହାଇକମାଣ୍ଡ ନେବେ। ନିର୍ବାଚନ ପୂର୍ବରୁ ମେଣ୍ଟ କରିବା ନେତୃବୃନ୍ଦ ଅଧିକାର ପରିସରରେ ଆସୁଛି। ଏ ସମ୍ପର୍କରେ ଜାତୀୟ ସ୍ତରର ନେତା ଯାହା ନିର୍ଦ୍ଦେଶ ଦେବେ ଗୁଜରାଟ କଂଗ୍ରେସ ସେଇଆ କରିବ।”
ଗୋଟିଏ ଲେଖାଏ ସ୍ୱର୍ଣ୍ଣ ମୁଦ୍ରାର ଦାମ ୩ରୁ ୪ ଲକ୍ଷ ଟଙ୍କା ହେବ। ପୁଲିସ୍ କର୍ମଚାରୀମାନେ ଏହାକୁ ନେଇ ଫେରାର ହୋଇଯାଇଥିବାରୁ ମଧ୍ୟପ୍ରଦେଶ ପୁଲିସ୍ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି।
ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ରାମକୁବାଈ ପୁଲିସ୍ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଓ ତାଙ୍କ ପରିବାର ଲୋକ ଗୁଜରାଟର ନବସାରି ଜିଲ୍ଲାରେ ଶ୍ରମିକ ଭାବେ କାମ କରୁଥିଲେ।
ସେମାନେ ସେଠାରେ ଗୋଟିଏ ପୁରୁଣା ଘରକୁ ଭାଙ୍ଗୁଥିବା ବେଳେ ସ୍ୱର୍ଣ୍ଣ ମୁଦ୍ରା ଗୁଡ଼ିକ ପାଇଥିଲେ। ସେ ସବୁ କଏନକୁ ଧରି ଘରୁ ଆସିଥିଲା। ହେଲେ ୪ ଜଣ ପୁଲିସ କର୍ମଚାରୀ ଏହାକୁ ଲୁଟି ନେଇଛନ୍ତି। କିନ୍ତୁ ଗୋଟିଏ ମୁଦ୍ରା ତାଙ୍କ ପାଖରେ ରହି ଯାଇଛି। ଏହି ମୁଦ୍ରାକୁ ଦେଖାଇ ସେ ପୁଲିସ୍ରେ ଅଭିଯୋଗ କରିଛନ୍ତି।
ଏବେ ଥିବା କଏନକୁ ଅନୁଶୀଳ କରାଯାଇଛି। ୧୯୨୨ରେ ବ୍ରିଟିଶରମାନେ ଏପରି କଏନକୁ ସୀମିତ ସମୟ ପାଇଁ ପ୍ରଚଳନ କରିଥିଲେ। ଏହାର ଓଜନ ୭.୦୮ ଗ୍ରାମ ହୋଇଥିବା ବେଳେ ରାଜା ଜର୍ଜ ପଞ୍ଚମ ଫଟୋ ରହିଛି। ୯୦% ସୁନାରେ ଏହାକୁ ତିଆରି କରାଯାଇଥିଲା। ଏସ୍ଆଇଟି ଆଶା କରିଛି ଯେ ଚୋରି ହୋଇଥିବା ସବୁ କଏନ ଏହି ଧରଣର ହୋଇଥିବ।
ରାମକୁବାଈ କହିଛନ୍ତି ଯେ ୨୪୦ ସ୍ୱର୍ଣ୍ଣ ମୁଦ୍ରାକୁ ଧରି ସେ ଓ ତାଙ୍କ ପରିବାର ଲୋକ ବଜଦା ଗାଁକୁ ଆସିଥିଲେ। ଏହାପରେ ସବୁ କଏନକୁ ଘରେ ଗାତ ଖୋଳି ପୋତି ଦେଇଥିଲେ। ରାମକୁବାଈଙ୍କ ଗୁଜରାଟର ବିଲିମୋରା ଠାରେ ଥିବା ଗୋଟିଏ ପୁରୁଣା ଘର ଭାଙ୍ଗିବାକୁ ଟଙ୍କା ମିଳିଥିଲା।
ଉକ୍ତ ଘରର ମାଲିକ ଇମତିୟାଜ ବଲିୟା ଲଣ୍ଡନରେ ରୁହନ୍ତି। ସେ ଜଣେ କଣ୍ଟ୍ରାକ୍ଟରଙ୍କୁ ଘର ଭାଙ୍ଗିବାକୁ କହିଥିଲେ। କଣ୍ଟ୍ରାକ୍ଟର ଜଣଙ୍କ ରାମକୁବାଈ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଏହି କାମରେ ନିୟୋଜିତ କରିଥିଲେ।
ଅଲିରାଜପୁର, ଝାବୁଆ ଓ ମଧ୍ୟପ୍ରଦେଶର ଅନେକ ଜିଲ୍ଲାର ଆଦିବାସୀମାନେ ପ୍ରାୟତଃ ଗୁଜରାଟ ଓ ରାଜସ୍ଥାନକୁ କାମ କରିବାକୁ ଯାଆନ୍ତି। ଏହିକ୍ରମରେ ରାମକୁବାଈ ଓ ତାଙ୍କ ପରିବାର ଲୋକ କାମ କରିବାକୁ ଗୁଜରାଟ ଯାଇଥିଲେ।
ରାମକୁବାଈ ଘର ଭିତରେ କଏନ ପୋତି ଥିଲେ ମଧ୍ୟ ଏ ସମ୍ପର୍କରେ ପୁଲିସ୍ କେମିତି ସୂଚନା ପାଇ ଯାଇଥିଲା। ଜୁଲାଇ ୧୯ ତାରିଖ ସକାଳ ସମୟରେ ସୋଣ୍ଡୱା ପୁଲିସ୍ ଷ୍ଟେସନ ହାଉସ ଅଫିସର ବିଜୟ ଦେବଡା, କନଷ୍ଟେବଲ ରାକେଶ, ବୀରେନ୍ଦ୍ର ଓ ସୁରେନ୍ଦ୍ର ସାଦା ପୋଷାକରେ ରାମକୁବାଈଙ୍କ ଘରେ ପହଞ୍ଚିଥିଲେ।
ସେଠାରେ ସେମାନେ ପରିବାର ସଦସ୍ୟଙ୍କୁ ଠେଲାପେଲା ସହ ଧମକଚମକ ଦେଇଥିଲେ। ଏହାପରେ ସୁନା କଏନଗୁଡ଼ିକ ଧରି ଚାଲି ଯାଇଥିଲେ। ଜୁଲାଇ ୨୦ ତାରିଖରେ ପୁଲିସ୍ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ପୁଲିସ୍ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ସହ ସମସ୍ତଙ୍କୁ ନିଲମ୍ବିତ କରିଛି।
ଏଆଇଟି ମୁଖ୍ୟ ଏସଏସ ସେନଗର କହିଛନ୍ତି, ତଦନ୍ତକାରୀ ଅଧିକାରୀଙ୍କୁ ୨ଟି ଟିମରେ ଭାଗ କରାଯାଇଛି। ଗୋଟିଏ ଟିମ ରାମକୁବାଈ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ଗୁଜରାଟ ଯାଇଛି। ଆଉ ଗୋଟିଏ ଟିମ ଫେରାର ଥିବା ୪ ପୁଲିସ୍ କର୍ମଚାରୀଙ୍କୁ ଖୋଜୁଛି।
ରାଜ୍ୟର ଅନ୍ୟତମ ବଡ଼ ସହର ଅହମଦାବାଦ ଏୟାରପୋର୍ଟରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଏୟାରପୋର୍ଟର ଭିତର ଅଂଶ ଠାରୁ ଆରମ୍ଭ କରି ବାହାରେ ବର୍ଷା ପାଣି ସୁଅ ମାରୁଛି। ସହରର ଗଳିକନ୍ଦିରେ ବର୍ଷା ପାଣି ଘୁଘୁ କରି ମାଡ଼ି ଚାଲିଥିବା ବେଳେ ଏଥିରେ ଅନେକ କାର୍ ଓ ବାଇକ ଭାସି ଯାଇଛି। କିଛି ସ୍ଥାନରେ ଗୃହପାଳିତ ପଶୁମାନେ ପାଣିର ସୁଅରେ ଭାସି ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଲଗାଣ ବର୍ଷା ଯୋଗୁ ଜୁନାଗଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭାରତୀୟ ପାଣିପାଗ ଜୁନାଗଡ଼ ପାଇଁ ରେର୍ଡ ଆଲର୍ଟ ଜାରି କରିଥିବା ବେଳେ ସହରରେ ୨୪ ଘଣ୍ଟାରେ ରେକର୍ଡ ୨୪୧ ମିମି ବର୍ଷା ହୋଇଇଛି।
ରବିବାର ସକାଳ ୬ଟା ସୁଦ୍ଧା ୨୪୧ ମିମି ବର୍ଷା ହୋଇଥିଲା। ଏବେ ବି ସେଠାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଆହୁରି ସାଂଘାତିକ ହୋଇଛି। ବର୍ଷା ପାଣି ସୁଅ ମାରିବାରୁ ସହରରେ ଏକାଧିକ କାର୍ ଭାସି ଯାଇଛି।
ଗୋଟିଏ କାର ଉପରେ ଆଉ ଗୋଟିଏ କାର୍ ଚଢ଼ି ଯାଇଛି। ଅନେକ ସ୍ଥାନରେ କାର୍ ଉପରେ କାର ମାଡ଼ି ଯିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ବର୍ଷା ପାଣିର ସୁଅରେ ଅନେକ ଗାଈ ଓ ମଇଁଷି ମଧ୍ୟ ଭାସି ଯାଇଛନ୍ତି।
ଦୁଇଟି ଜାତୀୟ ରାଜପଥ, ୧୦ଟି ରାଜ୍ୟ ରାଜପଥ ଓ ୩୦୦ଟି ଗ୍ରାମୀଣ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ସହରାଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି।
ଆଜି ସକାଳୁ କିଛି ସ୍ଥାନରେ ବର୍ଷା ସାମାନ୍ୟ ଛାଡ଼ିବାରୁ ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏବେ ବି ଶତାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଜୁନାଗଡ଼ରୁ ଏଯାଏ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ପ୍ରଶାସନ କହିଛି।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କିଛି ସ୍ଥାନରେ ଅଚାନକ ବନ୍ୟା ଯୋଗୁ କାର୍ ଓ ଅନ୍ୟାନ୍ୟ ଗାଡ଼ି ଭାସି ଯାଇଥିଲା। ଗୋଟିଏ ଗାଡ଼ି ଉପରେ ଆଉ ଗୋଟିଏ ଗାଡ଼ି ମାଡ଼ି ଯାଇଛି। ସେଗୁଡ଼ିକୁ ଅଲଗା କରିବା ତଥା ଗାଡ଼ିଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କ୍ରେନର ବ୍ୟବହାର କରାଯାଉଛି। ଆବାସିକ ଅଞ୍ଚଳରେ ଜମି ରହିଥିବା ପାଣିକୁ କାଢ଼ିବା ପାଇଁ ମଟୋର ପମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି।
Shared by a friend who landed at Ahmedabad airport at 10 pm. #AhmedabadRain pic.twitter.com/WsP9YpvG2z
— Kumar Manish (@kumarmanish9) July 22, 2023
ଅନ୍ୟପକ୍ଷରେ ଶନିବାର ରାତିରୁ ଅହମଦାବାଦ ଏୟାରପୋର୍ଟରେ ଲଗାଣ ବର୍ଷା ଯୋଗୁ ପାଣି ଜମି ରହିଛି। ଏୟାରପୋର୍ଟ ଭିତରେ ଓ ବାହାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ସୁଅ ମାରୁଛି। ଏଠାରୁ ଯାଉଥିବା ଓ ଏଠାକୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏୟାରପୋର୍ଟକୁ ଆସୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଲୋକମାନେ ମଧ୍ୟ ଏୟାରପୋର୍ଟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିର ବିଚଳିତ କରିବା ବେଳର ଭିଡିଓ ମଧ୍ୟ ଶେୟାର କରୁଛନ୍ତି।
ତାକୁ ଆଇଜୀବନ ଜେଲଦଣ୍ଡ ମଧ୍ୟ ମିଳିଥିଲା। ତେବେ ସେ କିଛି ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଥିବା ବେଳେ ଆଉ ଫେରି ନଥିଲା। ପୁଲିସ୍ ତାକୁ ବର୍ଷେ ହେଲା ଖୋଜୁ ଥିବା ବେଳେ ଏବେ ସେ ଗୁଜରାଟର ପଞ୍ଚମହଲ ଜିଲ୍ଲାରୁ ଧରାପଡ଼ିଛି।
ପାରୋଲରେ ଆସି ଆଉ ଫେରି ନଥିବା ବ୍ୟକ୍ତି ଜଣକ ହେଲା ସତ୍ତାର। ତାକୁ ଖୋଜାଖୋଜି ଚାଲିଥିବା ବେଳେ ଏବେ ପୁଲିସ୍କୁ ତା’ ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲା। ସତ୍ତାର ଲିମଖେଡା ଠାରେ ରହୁଥିବା ଜଣାପଡ଼ିବା ପରେ ସ୍ୱତନ୍ତ୍ର ଟିମ ଶନିବାର ସେଠାରେ ପହଞ୍ଚି ଥିଲା। ଏହାପରେ ସେଠାରୁ ତାକୁ ଗିରଫ କରାଯାଇଛି।
ଗିରଫ ପରେ ତାକୁ ସିଟି ବି ଡିଭିଜନ ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ଏବେ ସେ ସାବରମତି କେନ୍ଦ୍ରୀୟ ଜେଲରେ ରହିବ। ୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତି ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୁଜରାଟରେ ସୃଷ୍ଟି ହୋଇଥିବା ଦଙ୍ଗା ୧୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା।
ଟ୍ରେନ ପୋଡ଼ି ଘଟଣାରେ ପୁଲିସ୍ ୨୦୦୨ ମସିହା ମାର୍ଚ୍ଚରେ ସତ୍ତାରକୁ ଗିରଫ କରିଥିଲା। ଏଥିସହ ଆଉ କିଛି ଲୋକଙ୍କୁ ମଧ୍ୟ ବାନ୍ଧିଥିଲା। ୨୦୧୧ ମାର୍ଚ୍ଚରେ ୧୧ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୬ ବର୍ଷ ପରେ ଗୁଜରାଟ ହାଇକୋର୍ଟ ୧୧ ଜଣଙ୍କ ଫାଶୀଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିଥିଲେ।
ଗତ ବୁଧବାର ତଥ୍ୟ ପଟେଲ ନିଜେ ଜାଗୁଆର ଚଲାଉଥିବା ବେଳେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଗାଡ଼ିକୁ ଛୁଟାଉଥିଲେ। ଉକ୍ତ ସମୟରେ ଇସ୍କନ ବ୍ରିଜ ଉପରେ ଏକ ଦୁର୍ଘଟଣା ଘଟିଥିବା ବେଳେ ବହୁ ଲୋକ ରୁଣ୍ଡ ହୋଇଥିଲେ। ମାତ୍ର ଦ୍ରୁତ ଗତିରେ ଜାଗୁଆର ଚଳାଇ ସୁଥିବା ତଥ୍ୟ ପଟେଲ ଭିଡ଼ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣେ କନଷ୍ଟେବଳଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ପୁଲିସ୍ ତଥ୍ୟ ପଟେଲଙ୍କୁ ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କ ବାପାଙ୍କୁ ବାନ୍ଧିଛି। ଗିରଫଦାରୀ ପରେ ଉଭୟଙ୍କୁ ପୁଲିସ୍ ଦୁର୍ଘଟଣାସ୍ଥଳକୁ ନେଇ ମାମଲାର ଯାଞ୍ଚ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତ ବୁଧବାର ରାତିରେ ଏକ ଥାର୍ ଓ ଡମ୍ପର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ଘଣ୍ଟା ପ୍ରତି ୧୬୦ କିମି ବେଗ୍ରେ ଯାଉଥିବା ଜାଗୁଆର ଆଖି ପିଛୁଳାକେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା।
ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତକାଲି ରାତି ପ୍ରାୟ ୧ଟା ପରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଉକ୍ତ ବ୍ରିଜ ଉପରେ ପୂର୍ବରୁ ଏକ ଥାର୍ ଓ ଡମ୍ପର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଦୁର୍ଘଟଣା ସମୟରେ ଜାଗୁଅର କାର୍ଟି ଘଣ୍ଟା ପ୍ରତି ୧୬୦ କିମି ବେଗ୍ରେ ଯାଉଥିବା ଜଣାଯାଇଛି।
ଉକ୍ତ ସମୟରେ ଦ୍ରୁତ ଗତିରେ ବ୍ରିଜ ଆଡ଼କୁ ମାଡ଼ି ଆସୁଥିବା ଏକ ଜାଗୁଆର କାର୍ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟ ହୋଇଛି।
ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇଛି। ଏଥିସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ଜାଗୁଆର କାର୍ ଡ୍ରାଇଭର ସତ୍ୟ ପଟେଲ ନାମକ ଯୁବକ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ଇସ୍କନ ଫ୍ଲାଏ ଓଭର ରାସ୍ତାକୁ ବନ୍ଦ କରି ଦିଆଯାଇଛି।
ଦୁର୍ଘଟଣା ଖବର ପାଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି।
ଗୁଜରାଟର ମୋରବି ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ଶିଶୁଟିର ପିତାମାତା କାମ କରନ୍ତି। ଗତ ୧୧ ତାରିଖରେ ପିଲାଟିର ବାପାମା’ କାମରେ ବ୍ୟସ୍ତ ଥିବା ବେଳେ ପିଲାଟି ବାହାରେ ଖେଳୁଥିଲା। ଏହି ସମୟରେ କିଛି ବୁଲା କୁକୁର ତାକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।
ଏହାପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ପିଲାଟିକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
କିଛି ମାସ ପୂର୍ବେ ରାଜସ୍ତାନର ବୁନ୍ଦି ଅଞ୍ଚଳର ବୁଲା କୁକୁରଙ୍କ ଆକ୍ରମଣରେ ଏକ ୧୨ ବର୍ଷୀୟ ନାବାଳକର ଜୀବନ ଚାଲି ଯାଇଥିଲା।
ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଏପରି ଘଟଣା ସଂଖ୍ୟା ବଢ଼ି ଚାଲିଛି। ଫଳରେ କୁକୁର ଆକ୍ରମଣରେ ଅକାଳରେ ଚାଲି ଯାଉଛି ବହୁ ନିରୀହ ଶିଶୁଙ୍କ ଜୀବନ ।
ଏହି ସେମି କଣ୍ଡକ୍ଟର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ପାଇଁ ବେଦାନ୍ତ ମେଟାଲ-ଟୁ-ଆଏଲ କୋଙ୍ଗଲୋମେରାଟେ ଓ ଫୋକ୍ସକନ ମିଳିତ ଚିକ୍ତି କରିଥିଲେ। ଫୋକ୍ସକନ୍ ଏହି ଉଦ୍ୟୋଗ ପ୍ରତିଷ୍ଠାରୁ ଦୂରେଇ ଯିବାର ଦିନକ ପରେ ଅନିଲ ଏହା କହିଛନ୍ତି। ଅନେକ ସଂସ୍ଥାକୁ ସେ ସେମି କଣ୍ଡକ୍ଟର ଚିପ୍ ମେକିଂ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଧାଡ଼ିରେ ରଖିଥିବା ସୂଚନା ଦେଇଛନ୍ତି।
ସୂଚନା ଥାଉକି, ବେଦାନ୍ତ ସହ ମିଶି ଭାରତରେ ୧୯.୫ ବିଲିୟମ ଡଲାର ବା ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗରେ ସେମି କଣ୍ଡକ୍ଟର ଚିପ୍ ଉଦ୍ୟୋଗ ସ୍ଥାପନ ନିଷ୍ପତ୍ତିରୁ ବିଶ୍ୱର ସର୍ବବୃହତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫୋକ୍ସକନ୍ ଓହରି ଯିବା ନେଇ ସୋମବାର ଜଣାଇଥିଲା।
ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଚିପ୍ ମେକିଂ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ କରିଥିବା ଉଦ୍ୟମ ଫେଲ୍ ହେବା ନେଇ ଆଲୋଚନା ଦେଖାଦେଇଥିଲା।
ଅହମଦାବାଦ୍ର ୧ ହଜାର ଏକର ଜମି ଉପରେ ଏହି ଉଦ୍ୟୋଗ ପ୍ରତିଷ୍ଠା ହେଉଛି। ଏହି ପ୍ରକଳ୍ପ ଜରିଆରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ଉଦ୍ୟୋଗ ପ୍ରତିଷ୍ଠାରେ ବେଦାନ୍ତ ୬୦ ପ୍ରତିଶତ ଓ ଫୋକ୍ସକୋନ୍ ୪୦ ପ୍ରତିଶତ ଅଂଶଧନ ବିନିଯୋଗ କରିବାର ଥିଲା। ଦୁଇବର୍ଷ ଭିତରେ ପ୍ଲାଣ୍ଟ ପ୍ରତିଷ୍ଠା କାମ ସାରି ଜିନିଷ ଉତ୍ପାଦନ ଆରମ୍ଭ କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ।
ବିଶ୍ୱର ସର୍ବବୃହତ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ଫୋକ୍ସକନ ଓ ବେଦାନ୍ତ ଗତ ବର୍ଷ ଏହି ସେମିକଣ୍ଡକ୍ଟର ଓ ଡିସ୍ପ୍ଲେ ଉଦ୍ୟଗ ଗୁଜୁରାଟରେ ସ୍ଥାପନ କରିବାକୁ ଚୁକ୍ତି କରିଥିଲେ।
ବେଦାନ୍ତ ସହ ମିଶି ଆଗକୁ ଏହି ପ୍ରକଳ୍ପ କାମରେ ନଆଗେଇବାକୁ ନିଷ୍ପତ୍ତି ନେଇ ଚୁକ୍ତିରୁ ଓହରି ଯାଇଥିବା ଫୋକ୍ସକୋନ ଉପଲବ୍ଧି କରିଥିବା ଜଣାଇଛି। ଏହି କମ୍ପାନୀ କହିଛି, ଭାରତର ମେକଇନ୍ ଇଣ୍ଡିଆ ଲକ୍ଷ୍ୟ ପ୍ରତି ତାହାର ସମର୍ଥନ ରହିଛି। ଏବେ ଆଗକୁ ଭାରତ ତାହାର ସ୍ଥାନୀୟ ଉଦ୍ୟୋଗପତିଙ୍କ ଜରିଆରେ ଏହି ଲକ୍ଷ୍ୟ ପୂରଣ କରିବ।
ତେବେ କେଉଁ କାରଣରୁ ଏହି ଡିଲ୍ରୁ ଫୋକ୍ସକନ୍ ଓହରିଲା ତାହା ସ୍ପଷ୍ଟ କରିନି।
ସେପଟେ ବେଦାନ୍ତ କହିଛି, ଏହି ଡିଲ୍ ଭାଙ୍ଗିବା ପରେ ଆଗକୁ ଅନ୍ୟ କମ୍ପାନୀଙ୍କ ସହ ମିଶି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନିଆଯାଉଛି। ଆଇଟି ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏହି ଚୁକ୍ତି ଭାଙ୍ଗିଥିଲେ ହେଁ ଏହାର ପ୍ରଭାବ ସେମିକଣ୍ଡକ୍ଟର ଚିପ୍ ହବ୍ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ।
ସୂଚନା ଥାଉକି, ଅହମଦାବାଦ୍ର ୧ ହଜାର ଏକର ଜମି ଉପରେ ଏହି ଉଦ୍ୟୋଗ ପ୍ରତିଷ୍ଠା ହେଉଛି। ଏହି ପ୍ରକଳ୍ପ ଜରିଆରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ଉଦ୍ୟୋଗ ପ୍ରତିଷ୍ଠାରେ ବେଦାନ୍ତ ୬୦ ପ୍ରତିଶତ ଓ ଫୋକ୍ସକୋନ୍ ୪୦ ପ୍ରତିଶତ ଅଂଶଧନ ବିନିଯୋଗ କରିବାର ଥିଲା। ଦୁଇବର୍ଷ ଭିତରେ ପ୍ଲାଣ୍ଟ ପ୍ରତିଷ୍ଠା କାମ ସାରି ଜିନିଷ ଉତ୍ପାଦନ ଆରମ୍ଭ କରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ।
ସୁନା ଖଣି ଉପରେ ନଜର ରଖୁଥିବା ଡିଆରଆଇ ସୁନା ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୂଚନା ପାଇ ସୁରତ ବିମାନ ବନ୍ଦରରେ ଚଢ଼ାଉ କରିଥିଲା। ସୂଚନା ଆଧାରରେ କିଛି ଯାତ୍ରୀଙ୍କ ବ୍ୟାଗ୍ ଚେକ୍ କରିଥିଲା। ଏହି ସମୟରେ ୪୮ କେଜି ଓଜନର ୧୧ଟି ସୁନା ମୁଣ୍ଡା ଧରିଥିଲା।
ଏହାକୁ ଜବତ କରାଯିବା ପରେ ଡିଆରଆଇ ଅଧିକ ତଦନ୍ତ ଆରମ୍ଭ କରିଛି। ଏହା କେଉଁଠୁ ଆସିଲା ଓ କେଉଁଠାକୁ ଚାଲାଣ ହେଉଥିଲା, ତାହା ତଦନ୍ତ ମୁଖ୍ୟ ପ୍ରସଙ୍ଗ ହୋଇଛି।
Gujarat | As a part of Operation Goldmine, Directorate of Revenue Intelligence (DRI) has seized 48 kgs of gold paste at Surat International Airport. This is one of the biggest gold seizures at airports in recent times: DRI pic.twitter.com/2r0rZ7uugS
— ANI (@ANI) July 9, 2023