ICMR – Odisha Reporter https://odishareporter.in Fri, 16 Jul 2021 08:28:11 +0000 en-US hourly 1 ‘ଅଗଷ୍ଟ ଶେଷରେ ଆସିପାରେ କରୋନାର ତୃତୀୟ ଲହର’ https://odishareporter.in/nation-world/india/covid-19-third-wave-likely-by-august-end-icmr-659260 Fri, 16 Jul 2021 08:26:35 +0000 https://odishareporter.in/?p=659260

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ବିଭିନ୍ନ ସଂସ୍ଥାର ସର୍ଭେ ଏବଂ ବିଶେଷଜ୍ଞଙ୍କ ଦାବି ଭିନ୍ନ ଭିନ୍ନ ମାସକୁ ଇଙ୍ଗିତ କରୁଛି। ଏଭଳି ସ୍ଥିତିରେ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ଦେଶରେ କରୋନାର ତୃତୀୟ ଲହର ନେଇ ନୂଆ ସଙ୍କେତ ଦେଇଛି। ଆଇସିଏମଆର ଏପିଡେମିଓଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜ୍ ବିଭାଗ ମୁଖ୍ୟ ଡାକ୍ତର ସମୀରନ ପଣ୍ଡା ଆଶଙ୍କା କରିଛନ୍ତି ଯେ, ଅଗଷ୍ଟ […]

The post ‘ଅଗଷ୍ଟ ଶେଷରେ ଆସିପାରେ କରୋନାର ତୃତୀୟ ଲହର’ appeared first on Odisha Reporter.

]]>

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି। ବିଭିନ୍ନ ସଂସ୍ଥାର ସର୍ଭେ ଏବଂ ବିଶେଷଜ୍ଞଙ୍କ ଦାବି ଭିନ୍ନ ଭିନ୍ନ ମାସକୁ ଇଙ୍ଗିତ କରୁଛି। ଏଭଳି ସ୍ଥିତିରେ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ଦେଶରେ କରୋନାର ତୃତୀୟ ଲହର ନେଇ ନୂଆ ସଙ୍କେତ ଦେଇଛି।

ଆଇସିଏମଆର ଏପିଡେମିଓଲୋଜି ଆଣ୍ଡ କମ୍ୟୁନିକେବଲ ଡିଜିଜ୍ ବିଭାଗ ମୁଖ୍ୟ ଡାକ୍ତର ସମୀରନ ପଣ୍ଡା ଆଶଙ୍କା କରିଛନ୍ତି ଯେ, ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିଯିବା ସମ୍ଭାବନା ରହିଛି। ତେବେ ଏହା କୋଭିଡର ଦ୍ୱୀତିୟ ଲହର ଭଳି ଏତେଟା ଭୟଙ୍କର ନହୋଇପାରେ ବୋଲି ସେ ଆକଳନ କରିଛନ୍ତି।

ଡାକ୍ତର ସମୀରନ ଏହା ମଧ୍ୟ କହିଛନ୍ତି ଯେ, କରୋନାରୁ ସୁସ୍ଥ ହୋଇ ଶରୀରରେ ତିଆରି ହୋଇଥିବା ଇମ୍ୟୁନିଟିକୁ ବି ମହାମାରୀର ନୂଆ ଭାରିଆଣ୍ଟ ମାତ୍ ଦେଇପାରେ। ଏବଂ ଯଦି ଏଭଳି ହୁଏ ତେବେ ପୁଣି ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବା ସମ୍ଭାବନା ରହିଥିବା ସେ ଆଶଙ୍କା କରିଛନ୍ତି।

ଡାକ୍ତର ସମୀନରନ ପଣ୍ଡା ଏହା ମଧ୍ୟ ଆଶଙ୍କା କରିଛନ୍ତି ଯେ, କରୋନାର ତୃତୀୟ ଲହରରେ ଡେଲଟା ପ୍ଲସ୍ ଭାରିଆଣ୍ଟର ବଡ ଭୂମିକା ରହିବ ନାହିଁ । କୋଭିଡର ଏହି ନୂଆ ମ୍ୟୁଟେସନ୍ ଲୋକଙ୍କ ଜୀବନ ପ୍ରତି ବଡ ବିପଦ ସୃଷ୍ଟି କରିନପାରେ।

କିଛି ଦିନ ପୂର୍ବରୁ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ, ଲୋକଙ୍କ ଦେହରେ କମ୍ ରୋଗ ପ୍ରତିରୋଧକ କ୍ଷମତା ମହାମାରୀର ତୃତୀୟ ଲହର ଆଣିବା ସମ୍ଭାବନା ଅଧିକ। ଏଥିସହ କରୋନାର ନୂଆ ନୂଆ ଭାରିଆଣ୍ଟ ଦେଶରେ ତୃତୀୟ ଲହରର ବାହକ ସାଜିପାରେ ବୋଲି ଡାକ୍ତର ଗୁଲେରିଆ ସତର୍କ କରାଇଥିଲେ।

The post ‘ଅଗଷ୍ଟ ଶେଷରେ ଆସିପାରେ କରୋନାର ତୃତୀୟ ଲହର’ appeared first on Odisha Reporter.

]]>
Covid19, ICMR, left top 2021-07-16 13:58:11 https://cdn.odishareporter.in/wp-content/uploads/2021/07/16135624/coronavirus.jpg
କୋଭିସେଲ୍ଫକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା https://odishareporter.in/nation-world/india/coviself-mylab-starts-shipping-covid-self-test-kit-priced-at-rs-250-648278 Fri, 04 Jun 2021 02:26:12 +0000 https://odishareporter.in/?p=648278

ନୂଆଦିଲ୍ଲୀ: କରୋନା ଟେଷ୍ଟ କରିବା ପାଇଁ ପ୍ରଥମ ସ୍ୱଦେଶୀ ଟେଷ୍ଟିଂ କିଟକୁ ମିଳିଛି ଅନୁମତି। ଏହାକୁ ଘରେ ବସି କେହି ବି ନିଜର କରୋନା ଟେଷ୍ଟ କରାଇପାରିବେ। ନମୁନା ସଂଗ୍ରହ କରିବାର ୧୫ ମିନିଟ୍ ଭିତରେ ରେଜଲ୍ଟ ଆସିଯିବ ବୋଲି ଜଣାପଡ଼ିଛି। ଏହି ଟେଷ୍ଟିଂ କିଟର ନାଁ ହେଉଛି କୋଭିସେଲ୍ଫ। ପୂର୍ବରୁ ଯଦିଓ ଏହା ଲଞ୍ଚ ହୋଇଥିଲା। କିନ୍ତୁ ଏହା ସୀମିତ ଥିଲା। ଅଳ୍ପ କିଛି ସଂସ୍ଥା ପାଖରେ ଉପଲବ୍ଘ ଥିଲା। ଏହି ଟେଷ୍ଟିଂ କିଟକୁ ମାୟଲାବ […]

The post କୋଭିସେଲ୍ଫକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା appeared first on Odisha Reporter.

]]>

ନୂଆଦିଲ୍ଲୀ: କରୋନା ଟେଷ୍ଟ କରିବା ପାଇଁ ପ୍ରଥମ ସ୍ୱଦେଶୀ ଟେଷ୍ଟିଂ କିଟକୁ ମିଳିଛି ଅନୁମତି। ଏହାକୁ ଘରେ ବସି କେହି ବି ନିଜର କରୋନା ଟେଷ୍ଟ କରାଇପାରିବେ। ନମୁନା ସଂଗ୍ରହ କରିବାର ୧୫ ମିନିଟ୍ ଭିତରେ ରେଜଲ୍ଟ ଆସିଯିବ ବୋଲି ଜଣାପଡ଼ିଛି। ଏହି ଟେଷ୍ଟିଂ କିଟର ନାଁ ହେଉଛି କୋଭିସେଲ୍ଫ। ପୂର୍ବରୁ ଯଦିଓ ଏହା ଲଞ୍ଚ ହୋଇଥିଲା। କିନ୍ତୁ ଏହା ସୀମିତ ଥିଲା। ଅଳ୍ପ କିଛି ସଂସ୍ଥା ପାଖରେ ଉପଲବ୍ଘ ଥିଲା। ଏହି ଟେଷ୍ଟିଂ କିଟକୁ ମାୟଲାବ ଡିସ୍କୋଭରୀ ସଲ୍ୟୁସନ ଲିମିଟେଡ ତିଆରି କରିଛି।

କମ୍ପାନୀ କହିଛି ଯେ ଏହି କିଟ୍ ଲଞ୍ଚ ହୋଇଯାଇଛି। ଏବେ ଏହି କିଟ୍ ଔଷଧ ଦୋକାନରେ ମିଳିବ। ଆଗାମୀ ଦୁଇ-ତିନି ଦିନ ମଧ୍ୟରେ ଔଷଧ ଦୋକାନ ଗୁଡ଼ିକରେ ଏହି କିଟ୍ ଉପଲବ୍ଧ ହେବ। ଔଷଧ ଦୋକାନ ବ୍ୟତୀତ ଅନଲାଇନ୍ ସପିଂ ସାଇଟରେ ମଧ୍ୟ ଏହି କିଟ୍ ଉପଲବ୍ଧ ହେବ। ଏହାର ଦାମ ୨୫୦ ଟଙ୍କା ରହିଛି। ଗତକାଲି ଇଣ୍ଡିଆନ୍ ମେଡିକାଲ କାଉନସିଲ୍ ରିସର୍ଚ୍ଚ (ଆଇସିଏମଆର) ଏହି କିଟକୁ ଅନୁମୋଦନ ଦେଇଥିଲା। ତେଣୁ ଏବେ ଏହା ବଜାରରେ ବିକ୍ରି ହୋଇପାରିବ। ପ୍ରତି ସପ୍ତାହରେ କମ୍ପାନୀ ୭୦ ଲକ୍ଷ କିଟ୍ ତିଆରି କରିବ ବୋଲି କହିଛି।

ଦେଶରେ କରୋନାକୁ ରୋକିବାକୁ ହେଲେ ଟେଷ୍ଟିଂ ସବୁଠୁ ଗୁରୁତ୍ୱ। ତେଣୁ ଏବେ ଏହି କିଟ୍ ଜରିଆରେ ଯେକୌଣସି ବ୍ୟକ୍ତି ନିଜର ନମୁନାକୁ ଘରେ ବସି ପରୀକ୍ଷା କରିପାରିବ। ମାତ୍ର ୧୫ ମିନିଟରେ ରିପୋର୍ଟ ଆସିଯିବ ଜଣେ ବ୍ୟକ୍ତି କରୋନା ପଜିଟିଭ୍ କି ନେଗେଟିଭ୍। ଏଭଳି ହେଲେ କରୋନା ସଂକ୍ରମଣ ଆରମ୍ଭରୁ ଜଣାପଡ଼ିଯିବ। ଲୋକମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇପାରିବେ। ଫଳରେ ଗୁରୁତର ହେବାର ସମ୍ଭାବନା କମିବା ସହିତ ଆରୋଗ୍ୟ ହାର ବଢ଼ିବ ବୋଲି ଆଶା ରହିଛି। କାରଣ ଅନେକ ସମୟରେ ବିଳମ୍ୱରେ ଟେଷ୍ଟ କରାଇବା ଏବଂ ଔଷଧ ବିଳମ୍ୱରେ ଖାଇବା ପାଇଁ କରୋନା ସଂକ୍ରମଣ ଶରୀର ଭିତରେ ମାରାତ୍ମକ ହେଉଥିବା ସୂଚନା ରହିଛି।

The post କୋଭିସେଲ୍ଫକୁ ଅନୁମତି ଦେଲା ICMR, ଘରେ ବସି କରନ୍ତୁ କରୋନା ପରୀକ୍ଷା appeared first on Odisha Reporter.

]]>
centre bottom, Covishield, ICMR 2021-06-04 12:28:33 https://cdn.odishareporter.in/wp-content/uploads/2021/06/04075551/coviself.jpg
ICMRର ନୂଆ ଆଡଭାଇଜରି; ‘କଣ୍ଟେନମେଣ୍ଟ ଜୋନ୍‌ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ କର’ https://odishareporter.in/nation-world/new-advisory-issued-by-icmr-for-corona-test-569709 Sat, 05 Sep 2020 05:52:44 +0000 https://odishareporter.in/?p=569709

ନୂଆଦିଲ୍ଲୀ:  କରୋନା ଟେଷ୍ଟ ପାଇଁ ICMR (Indian Council of Medical Research) ପକ୍ଷରୁ ନୂଆ ଆଡଭାଇଜରି ଜାରି କରାଯାଇଛି। ଅଧିକ ବ୍ୟାପିଥିବା ସହରର କଣ୍ଟେନମେଣ୍ଟ ଜୋନ୍‌ରେ  ସମସ୍ତ ହାଇରିସ୍କ ବ୍ୟକ୍ତିଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନ୍‌ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ  କରାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ICMR ପକ୍ଷରୁ ଜାରି ନୂଆ ଆଡଭାଇଜରି –କଣ୍ଟେନମେଣ୍ଟ ଜୋନ୍‌ରେ ଯାହାର ବି କରୋନା ଲକ୍ଷଣ ଅଛି, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣହୀନ […]

The post ICMRର ନୂଆ ଆଡଭାଇଜରି; ‘କଣ୍ଟେନମେଣ୍ଟ ଜୋନ୍‌ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ କର’ appeared first on Odisha Reporter.

]]>

ନୂଆଦିଲ୍ଲୀ:  କରୋନା ଟେଷ୍ଟ ପାଇଁ ICMR (Indian Council of Medical Research) ପକ୍ଷରୁ ନୂଆ ଆଡଭାଇଜରି ଜାରି କରାଯାଇଛି। ଅଧିକ ବ୍ୟାପିଥିବା ସହରର କଣ୍ଟେନମେଣ୍ଟ ଜୋନ୍‌ରେ  ସମସ୍ତ ହାଇରିସ୍କ ବ୍ୟକ୍ତିଙ୍କ କରୋନା ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ କଣ୍ଟେନମେଣ୍ଟ ଜୋନ୍‌ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ  କରାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ICMR ପକ୍ଷରୁ ଜାରି ନୂଆ ଆଡଭାଇଜରି

କଣ୍ଟେନମେଣ୍ଟ ଜୋନ୍‌ରେ ଯାହାର ବି କରୋନା ଲକ୍ଷଣ ଅଛି, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲକ୍ଷଣହୀନ ଓ ହାଇ ରିସ୍କ ବ୍ୟକ୍ତି ଏବଂ ଲକ୍ଷଣ ନ ଥିବା ହାଇ ରିସ୍କ ବ୍ୟକ୍ତିଙ୍କ ଟେଷ୍ଟ କରିବାକୁ ICMR ପରାମର୍ଶ ଦେଇଛି ।

 ଅଣ କଣ୍ଟେନମେଣ୍ଟ ଜୋନ୍‌ରେ ଯେଉଁ ବ୍ୟକ୍ତି ୧୪ ଦିନ ଭିତରେ ବିଦେଶ ଯାତ୍ରା କରିଥିବେ ଓ ଲକ୍ଷଣ ଥିବ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଯାହାର କି ଲକ୍ଷଣ ଥିବ, ଲକ୍ଷଣ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି  ।

ଯିଏ ବିଦେଶ ଯାତ୍ରା କରିବ କିମ୍ବା ଅନ୍ୟ ରାଜ୍ୟକୁ ଯିବ, ଏଣ୍ଟ୍ରି  ପଏଣ୍ଟରେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ  ।

 – ରାପିଡ ଆଣ୍ଟିଜେନ ଟେଷ୍ଟରେ ଯାହାର ପଜିଟିଭ ବାହାରିଥିବ, ଲକ୍ଷଣ ଥାଉ ବା ନ ଥାଉ ତାଙ୍କୁ ପଜିଟିଭ ବୋଲି ଧରାଯିବ ।

ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ବାହାରି‍‍ବା ସତ୍ତ୍ୱେ ଯଦି କାଶ, ଜ୍ୱର ଓ ଗଳା ଦରଜ ଭଳି ଲକ୍ଷଣ ଥିବ  ସେ ବ୍ୟକ୍ତିଙ୍କର  RT-PCR ଟେଷ୍ଟ କରାଯିବ । ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପ୍ରଥମେ ଲକ୍ଷଣ ନ ଥିବ କିନ୍ତୁ ପରେ ଲକ୍ଷଣ  ପ୍ରକାଶ ପାଏ ତେବେ ତାଙ୍କର ମଧ୍ୟ ଆର୍ଟି ପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦେଇଛି  ଆଇସିଏମ୍‌ଆର।

The post ICMRର ନୂଆ ଆଡଭାଇଜରି; ‘କଣ୍ଟେନମେଣ୍ଟ ଜୋନ୍‌ରେ ଶହେ ପ୍ରତିଶତ ଆଣ୍ଟିଜେନ ଟେଷ୍ଟ କର’ appeared first on Odisha Reporter.

]]>
ICMR, left bottom 2020-09-05 11:23:52 https://cdn.odishareporter.in/wp-content/uploads/2020/09/05111941/covid.jpg