ଗତକାଲି କାଫେରେ ହୋଇଥିବା ବିସ୍ଫୋରଣରେ ଗୁରୁତର ଥିବା ୯ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ କାଫେର କର୍ମଚାରୀ। ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଦୋଷୀ ଚିହ୍ନଟ ହେବେ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।
ସିସିଟିଭି ଫୁଟେଜ ଅନୁଯାୟୀ ଯେଉଁ ଯୁବକ ଜଣଙ୍କ କାଫେ ଭିତରେ ବ୍ୟାଗ ରଖିଥିଲା ସେ କ୍ୟାଶ କାଉଣ୍ଟରରୁ ଟୋକନ ନେଇଥିଲା। ତେବେ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ନୁହେଁ ତାହା ସ୍ପଷ୍ଟ ହୋଇନି। ପୁଲିସ୍ ଏବେ କ୍ୟାଶିୟରଙ୍କୁ ପଚରାଉଚରା କରୁଛି।
ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ପୁଲିସ୍ ଓ ଫରେନ୍ସିକ ଟିମ୍ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି। କାଫେକୁ ସିଲ୍ କରି ଦିଆଯାଇଛି।
ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। କେଚ ଜିଲ୍ଲାର ବୁଲେଦା ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ପାକିସ୍ତାନ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଏହି ଅପରେସନ କରାଯାଉଛି।
ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଛି। ବିଶେଷ କରି ବଲୁଚିସ୍ତାନ ଓ ଖୈବର ପଖତୁନଖ୍ୱାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୨୦୨୨ରେ ଆତଙ୍କବାଦୀ ସଂଗଠନ ତେହରିକ-ଇ-ତାଲିବାନ ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ଶେଷ କରିବା ପରେ ଏଭଳି ଘଟଣା ଅଧିକରୁ ଅଧିକ ଘଟୁଛି।
ଦୁଇ ଦିନ ତଳେ ଉତ୍ତର ୱାଜିରିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅପରେସନ କରାଯାଇଥିଲା।
ଆଜି ସକାଳେ ନକ୍ସଲ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର ପରେ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଯାଇଥିଲା।
ଦୁଇ ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ପଠାଯିବା ନେଇ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଜଙ୍ଗଲରେ ମାଓବାଦୀଙ୍କର ଏକ ବଡ଼ ଗ୍ରୁପ୍ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।। ମାଓବାଦୀଙ୍କୁ ନିପାତ କରିବା ଲାଗି ଜୋରଦାର ଅପରେସନ ଜାରି ରହିଥିବା କନ୍ଧମାଳ ଏସ୍ପି ସୂଚନା ଦେଇଛନ୍ତି।
ଆଜି ସକାଳେ ଡ଼ାମବାମ CRPF କ୍ୟାମ୍ପରୁ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ସାଲାତୋଙ୍ଗ ଜଙ୍ଗଲରେ ନକ୍ସଲ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କରିଥିଲେ। ବିସ୍ଫୋରଣରେ ୨ ଯବାନ ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ରାୟପୁର ସ୍ଥାନାନ୍ତର କରାଯାଇଛି।
ଆଇଡି ବିସ୍ଫୋରଣ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବରସୁର୍ ପଲ୍ଲୀ ରାସ୍ତାରେ ଏକ ବ୍ରିଜ ନିକଟରେ ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଲାଗିଥିବା ଖବର ପାଇ ସିଆରପିଏଫ୍ ଯବାନ ପହଞ୍ଚିଥିଲେ। ସେଠାରେ ସେମାନେ ନକ୍ସଲ ବ୍ୟାନର ଓ ପୋଷ୍ଟର ଲାଗିଥିବା ସ୍ଥାନ ଖୋଜାଖୋଜି କରୁଥିଲେ।
ଠିକ ଏତିକି ସମୟରେ ନକ୍ସଲମାନେ ବିଛାଇଥିବା ଆଇଇଡି ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ୨ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ତୁରନ୍ତ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ଉଭୟେ ବିପଦମୁକ୍ତ ଥିବା ସୂଚନା ମିଳିଛି।
ପିଏଲ୍ଜିଏ ସପ୍ତାହ ଚାଲିଥିବା ବେଳେ ସାତଧାର ଅଞ୍ଚଳକୁ ପୋଷ୍ଟର ହଟାଇବା ପାଇଁ ଯବାନମାନେ ଯାଇଥିଲେ। ସିଆର୍ପିଏଫ୍ର ଯବାନମାନେ ବାରସୁର ଥାନା ଅଞ୍ଚଳରେ ପିଏଲ୍ଜିଏ ସପ୍ତାହ ସମୟରେ ବ୍ୟାନର୍ ପୋଷ୍ଟର ହଟାଇବାକୁ ଯାଇଥିଲେ। ସାତଧାରା ଅଞ୍ଚଳରେ ବ୍ରିଜ୍ ନିକଟରେ ଲାଗିଥିବା ଏକ ପୋଷ୍ଟରକୁ ହଟାଇବା ବେଳେ ନକ୍ସଲମାନେ ବିଛାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।
ଶୁକ୍ରବାର ଦିନ ନକ୍ସଲମାନେ କାଙ୍କେର ଜିଲ୍ଲାର ଛୋଟା ବେଥିଆ ପୁଲିସ୍ ଷ୍ଟେସନ ଅଞ୍ଚଳରେ ଜୋରଦାର ଉତ୍ପାତ ମଚାଇଥିଲେ। ନକ୍ସଲମାନେ କାନ୍ଦାଡି ଗାଁର ଉପ-ସରପଞ୍ଚଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିଲେ। ସେମାନେ ଉପ-ସରପଞ୍ଚ ରାମସୁ କାଚାଲାମିଙ୍କୁ ପୁଲିସ୍ ସୂଚନାଦାତା ଅଭିଯୋଗରେ ହତ୍ୟା କରିଥିଲେ। ହତ୍ୟା ପୂର୍ବରୁ ନକ୍ସଲମାନେ ଏକ ସର୍ବସାଧାରଣ କୋର୍ଟର ଆୟୋଜନ କରିଥିଲେ ଏବଂ ଏହି ସମୟରେ ଉପ- ସରପଞ୍ଚଙ୍କୁ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ, PV 62 ରେ ଥିବା ମୋବାଇଲ୍ ଟାୱାରରେ ମଧ୍ୟ ନକ୍ସଲମାନେ ନିଆଁ ଲଗାଇ ଦେଇଥିଲେ।
ଏଥିରେ ଲାଗିଥିବା ସରଞ୍ଜାମ ମଧ୍ୟରେ ଥିଲା- ଏକ ଷ୍ଟିଲ୍ ଟିଫିନ, ୫୦ ଗ୍ରାମ ଜିଲୋଟିନ୍, ୬ ଭୋଲ୍ଟର ବ୍ୟାଟେରୀ, ଜରି ଟ୍ୟାପ୍ ଓ ୨୦ ମିଟର ବିଦ୍ୟୁତ୍ ତାର।
କମ୍ବିଂ ଅପରେସନରେ ନି୍ରୋଜିତ ବିଏସ୍ଏଫ ଯବାନମାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି IED ଖଞ୍ଜିଥିବା କୁହାଯାଉଛି।
ଫୁଲବାଣୀରୁ ତ୍ରିନାଥ ସାହୁଙ୍କ ରିପୋର୍ଟ
ନକ୍ସଲମାନେ ଉକ୍ତ ଅଞ୍ଚଳରେ ଆଇଇଡି ଖଞ୍ଜି ଥିବା ନେଇ କୌଣସି ସୂତ୍ରରୁ ବିଏସଏଫ ୧୪୨ ବାଟାଲିୟନ ଖବର ପାଇଥିଲା। ଏହା ପରେ ଉକ୍ତ ଅଞ୍ଚଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।
ଖୋଜାଖୋଜି କରିବା ବେଳେ ଯବାନମାନେ ଉକ୍ତ ଅଞ୍ଚଳରେ ଆଇଇଡି ଠାବ କରିଥିଲେ। ଏହାପରେ ସ୍ୱତନ୍ତ୍ର ବୋମା ନିଷ୍କ୍ରିୟକାରୀ ଟିମ୍ ଆଇଇଡିକୁ ଉଦ୍ଧାର କରିବା ପରେ ତାକୁ ନିଷ୍କ୍ରିୟ କରି ଦେଇଥିଲେ।
ମାଲକାନଗିରି ଜିଲ୍ଲା ଏମ୍ଭି ୭୯ ଥାନା ସୁଧାକଣ୍ଡା ଜଙ୍ଗଲରେ ଏକ କଲଭର୍ଟ ନିକଟରେ ନକ୍ସଲମାନେ ଖଞ୍ଜିଥିବା ୩ କିଲୋର ଆଇଇଡିକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏହି ଆଇଇଡି ଖଞ୍ଜା ଯାଇଥିଲା। #Odisha pic.twitter.com/gAtBgYb5yD
— Odisha Reporter (@OdishaReporter) May 14, 2023
ମାଓ ଦମନ ପାଇଁ ୨୦୬ ବଟାଲିଅନର ସିଆର୍ପିଏଫ ଯବନାଙ୍କ କମ୍ବିଂ ଅପରେସନ ବେଳେ ମେଟାଲ ଡିଟେକ୍ଟର ଯୋଗେ ଏହି ଲ୍ୟାଣ୍ଡମାଇନ ଠାବ କରିଥିଲା। ପରେ ଏହାକୁ ଡିଫ୍ୟୁ କରାଯାଇଥିଲା। ଡିଫ୍ୟୁଜ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ଅତି ସହଜରେ ପୁଲିସ ଗାଡିକୁ ଉଡାଇ କ୍ଷତି ପହଞ୍ଚାଇ ପାରିଥା'ନ୍ତା।
https://youtu.be/8LYgKC1itRE