ସୂଚନାନୁସାରେ, କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏହି ସବୁ ଖାତାରେ ଥିବା ଟଙ୍କା ଉଠାଣ ଉପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମୋଣ୍ଟ ରୋକ୍ ଲଗାଇଥିଲା। ଗତକାଲି ଏନେଇ କଂଗ୍ରେସ ଆୟକର ଅପିଲେଟ୍ ଟ୍ରିବ୍ୟୁନାଲରେ ଏକ ଆବେଦନ କରିଥିଲା। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଗତକାଲି ଏହି ଆଫିଡେଭିଟ୍ ଦାଖଲ କରିଥିଲେ ଏବଂ ଆଜି ଏହା ଆୟକର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା।
କଂଗ୍ରେସ ରାଜ୍ୟସଭା ସାଂସଦ ତଥା ଦଳ ପକ୍ଷରୁ ଲଢୁଥିବା ବିବେକ ତନଖା କଂଗ୍ରେସ ପକ୍ଷରୁ ହାଜର ହୋଇଥିଲେ। ତାଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଅନ୍ତରୀଣ ଆଶ୍ୱସ୍ଥି ଦେଇଛନ୍ତି। ସେ ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ବ୍ୟାଙ୍କ ଖାତା ଅଚଳ ହୋଇଯିବା ପରେ କଂଗ୍ରେସର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବ୍ୟାଙ୍କ ଖାତା ଅଚଳକୁ ନିର୍ବାଚନୀ ଟାର୍ଗେଟ ବୋଲି ଦର୍ଶାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ତାରିଖ ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଦଳର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଇନକମ ଟ୍ୟାକ୍ସର ଏପରି ପଦକ୍ଷେପ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଚିନ୍ତାରେ ପକାଇଦେବା ଭଳି କହିଛନ୍ତି। ନିର୍ବାଚନ ପ୍ରସ୍ତୁତିରେ ବାଧା ଦେବା ପାଇଁ ଏପରି କରାଯାଇଥିବା କହିଛନ୍ତି ମାକେନ। ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରରେ ଏହିପରି ଘଟିବା ଆଦୌ ଉଚିତ ନୁହେଁ, ଯେଉଁଠାରେ କେବଳ ଗୋଟିଏ ଦଳର ମନମାନି ଚାଲିଛି, ମୁଖ୍ୟ ବିରୋଧୀ ଦଳକୁ ଏହି ଉପାୟରେ ଶିକାର କରାଯାଇଛି।
ଆମେ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ଲୋକଙ୍କଠାରୁ ନ୍ୟାୟ ଚାହୁଁଛୁ। ଏନେଇ ଆମେ ମଧ୍ୟ ଟ୍ରିବ୍ୟୁନାଲରେ ଏକ ପିଟିସନ ଦାଖଲ କରିଛୁ, ସେଠାରେ ଶୁଣାଣି ଚାଲିଛି... ଶୁଣାଣି ପୂର୍ବରୁ ପ୍ରକାଶ କରିବା ଉଚିତ ନୁହେଁ ବୋଲି ଭାବୁଛୁ।
ଗତକାଲି ଆମେ ଜାଣିବାକୁ ପାଇଲୁ ଯେ, ଆମ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି। ଆମ ଓକିଲ ବିବେକ ତନଖାଙ୍କ କହିବା ଅନୁସାରେ, ମୋଟ ୪ଟି ଆକାଉଣ୍ଟ ଅଚଳ ହୋଇଛି। ଇନକମ୍ ଟ୍ୟାକ୍ସରେ ଟଙ୍କା ଡିପୋଜିଟ୍ ନ କରିବା ପର୍ଯ୍ୟନ୍ତ କୌଣସି ଚେକ୍ ଗ୍ରହଣ ନକରିବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମାକେନ କହିଛନ୍ତି।
ସେ କହିଛନ୍ତି ଯେ, ୨୦୧୮-୧୯ ନିର୍ବାଚନ ବର୍ଷରେ ଆୟକର ରିଟର୍ଣ୍ଣ ୪୦-୪୫ ଦିନ ବିଳମ୍ବ ହୋଇଥିଲା, ଏହାକୁ ନେଇ ଆୟକର ବିଭାଗ ୨୧୦ କୋଟି ଟଙ୍କାକର ରିକଭରୀ ଦେବାକୁ ଦାବି କରିଛି। ବର୍ତ୍ତମାନ ଆମ ପାଖରେ ଖର୍ଚ୍ଚ କରିବାକୁ ଗୋଟେ ଟଙ୍କା ବି ନାହିଁ।
ବିଦ୍ୟୁତ୍ ବିଲ୍, କର୍ମଚାରୀଙ୍କ ଦରମା, ଆମର ନ୍ୟାୟ ଯାତ୍ରା, ସବୁକିଛି ପ୍ରଭାବିତ ହୋଇଛି। ଆଗକୁ ନିର୍ବାଚନ ଥିବାବେଳେ ଆୟକର ବିଭାଗର ଏପରି କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି କଂଗ୍ରେସ ନେତା ତଥା ଦଳର କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି।
ସୁନ୍ଦରଗଡ଼ ଗୋପାଲପୁରରେ ଥିବା ଘର ଓ ଫ୍ୟାକ୍ଟ୍ରି, ରାଉରକେଲା, ବରଗଡ଼ରେ ଥିବା ଅଫିସ ଏବଂ ଛତିଶଗଡ଼ର ରାୟଗଡ଼ରେ ଥିବା ଘର ଓ ରାୟପୁର ଓ ବିଳାସପୁରରେ ଥିବା ଘରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧୦୦ରୁ ଅଧିକ ଆୟକର ଅଧିକାରୀ ସାମିଲ ହୋଇଛନ୍ତି।
ଘନଶ୍ୟାମଙ୍କ ବଡ଼ ଭାଇଙ୍କର ରାଜଗାଙ୍ଗପୁରର ବରପାଲିଠାରେ ଥିବା ସ୍ପଞ୍ଜ କାରଖାନାରେ ଆଜି ମଧ୍ୟ ରେଡ୍ ଜାରି ରହିଛି। ଘନଶ୍ୟାମ ଡାଲମିଆ ବହୁବର୍ଷ ଧରି କୋଇଲା ବ୍ୟବସାୟ କରି ଆସୁଛନ୍ତି। ହେଲେ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା। ଏହି ଆଧାରରେ ଆୟକର ବିଭାଗ ଘନଶ୍ୟାମଙ୍କ ଘର ଓ ଫ୍ୟାକ୍ଟ୍ରିରେ ଗତକାଲିଠୁ ଚଢ଼ଉ ଜାରି ରହିଛି। ଚଢ଼ାଉ ବେଳେ କ’ଣ ସବୁ ଜବତ ହୋଇଛି ସୂଚନା ମିଳିନାହିଁ।
ହଠାତ୍ କୋଟି ପତି ହୋଇ ଯାଇଥିବା ଶ୍ରମିକ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଶିବ ପ୍ରସାଦ ନିଶାଦ। ସେ ଦିଲ୍ଲୀରେ ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ଆକାଉଣ୍ଟରେ କେବେ ଠାରୁ ୨,୨୧, ୩୦,୦୦,୦୭ ଟଙ୍କା ଜମା ହୋଇଥିଲେ ମଧ୍ୟ ସେ ଏକଥା ଜାଣି ନଥିଲେ। କିନ୍ତୁ ଆୟକର ବିଭାଗ ଏକଥା ଜାଣି ପାରି ତାଙ୍କ ପାଖକୁ ନୋଟିସ କରିବା ପରେ ସେ ସତ ଜାଣିବାକୁ ସକ୍ଷମ ହୋଇଥିଲେ।
ଆୟକର ବିଭାଗ ତାଙ୍କ ପାଖକୁ ପଠାଇ ଥିବା ନୋଟିସରେ ୨୨୧ କୋଟି ଟଙ୍କା ଜମା ହୋଇଥିବା କଥା କହିଥିଲା। ଏଥିସହ ଟିଡିଏସ ବାବଦରେ ୪.୫ ଲକ୍ଷ ଟଙ୍କା କଟିଥିବା ମଧ୍ୟ ଜଣାଇଥିଲା। ତାଙ୍କୁ ଅକ୍ଟୋବର ୨୦ କିମ୍ବା ତା’ ପୂର୍ବରୁ ହାଜର ହୋଇ ଆକାଉଣ୍ଟରେ ହୋଇଥିବା ନେଣଦେଣ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୁହାଯାଇଥିଲା।
ଏକଥା ଜାଣିବା ପରେ ଶିବ ପ୍ରସାଦ ପୂରା ସ୍ତବ୍ଧ ହୋଇ ଯାଇଥିଲେ। ସେ ତୁରନ୍ତ ଗାଁକୁ ଫେରି ପୁଲିସ୍ରେ ଅଭିଯୋଗ ଦାଖଲ କରିଥିଲେ। ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇଥିଲେ।
ଶିବ ପ୍ରସାଦ ଆଶଙ୍କା କରିଛନ୍ତି ଯେ କେହି ଜଣେ ତାଙ୍କ ନାଁରେ ଆକାଉଣ୍ଟ ଖୋଲିଛନ୍ତି। ୨୦୧୯ରେ ତାଙ୍କ ପାନ କାର୍ଡ ହଜି ଯାଇଥିଲା। ଏହାକୁ ବ୍ୟବହାର କରି କେହି ଆକାଉଣ୍ଟ ଖୋଲିଥିବା ସେ କହିଛନ୍ତି।
ଶିବ ପ୍ରସାଦ କହିଛନ୍ତି, “ମୁଁ ଜଣେ ଶ୍ରମିକ ଭାବେ କାମ କରେ। ମୋ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଥିବା ଆୟକର ବିଭାଗର ନୋଟିସ ପରେ ଜାଣିବାକୁ ପାଇଛି। ଏତେ ଟଙ୍କା କେଉଁଠୁ ଆସିଲା, ମୁଁ ଜାଣି ନାହିଁ। ୨୦୧୯ରେ ମୋ ପାନ କାର୍ଡ ହଜି ଯାଇଥିଲା। ତେଣୁ ଏହାର ଅପବ୍ୟବହାର କରି କେହି ମୋ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଜମି କରିଛି।”
ଗତ ପ୍ରାୟ ୫ ଦିନ ଧରି ଚାଲିଥିବା ଚଢ଼ାଉରୁ ଜବତ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଏହି ତଥ୍ୟ ମିଳିଛି। କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍ ଆହରଣର ସୁରାକ ମିଳିଛି। ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ଆହରଣ ହୋଇଛି ଏଡି ୨୧୦ କୋଟି ଟଙ୍କା। ସଂଗୃହିତ ୨୧୦ କୋଟି ହୋଟେଲ, ମଲ୍ ଆଦିରେ ବିନିଯୋଗ ହୋଇଛି।
ଚଢ଼ାଉ ବେଳେ ନଗଦ ୯ କୋଟି ୭୪ ଲକ୍ଷ ଟଙ୍କା ଜବତ କରିଛି ଆୟକର ଟିମ୍। ଏତେ ପରିମାଣର ଟଙ୍କା ଜବତ ହେବା ଓଡ଼ିଶାରେ ଏଯାବତ ସର୍ବାଧିକ ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି। ତେବେ ଏନେଇ DN GROUP ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଡେଭିଭରି ବୟ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ ପ୍ରସ୍ତାବକୁ ଅନୁମୋଦନ କରି କହିଛନ୍ତି ଯେ, ଓଡ଼ିଶାରେ ଯେପରି ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟପ୍ରୋତ୍ସାହିତ କରୁଛନ୍ତି । ଏହା ରାଜ୍ୟର ପର୍ଯ୍ୟଟନ ବିକାଶରେ ସହାୟକ ହେବା ସହ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ବୁଦ୍ଧାଦିତ୍ୟ ମହାନ୍ତି, ଶୈଳେନ୍ଦ୍ର ସାମନ୍ତାରାୟ, ସୁଶାନ୍ତ ଦାସମହାପାତ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀ ପ୍ରମୁଖ ଅଭିନୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ସହରାଞ୍ଚଳର ଦୈନନ୍ଦିନ ଜୀବନରେ ଡେଲିଭରୀ ବୟମାନଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଓଡ଼ିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡ଼କ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷ କରି ବିଜୟୀ ହୋଇଛିି ତାହା ଖୁବ ନିଖୁଣ ଭାବରେ ପ୍ରଦର୍ଶିତ ହୋଇଛି । ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି ।
ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ସାହାନା ଗୋସ୍ୱାମୀଙ୍କ ଅଭିନୀତ ‘ଜ୍ୱିଗାଟୋ’ ହିନ୍ଦି ଭାଷାରେ ଫିଲ୍ମଟିର ସମ୍ପୂର୍ଣ୍ଣ ସୁଟିଂ ଭୁବନେଶ୍ୱରରେ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କୁ ଉଚ୍ଚପ୍ରଶଂସା କରିଥିଲେ । ଓଡ଼ିଶାରେ ଯେପରି ଏହି ଫିଲ୍ମ ଅଧିକରୁ ଅଧିକ ବ୍ୟବସାୟିକ କରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହାପୂର୍ବରୁ ଜାନୁଆରୀ ମାସରେ ଅକ୍ସଫାମର ଏଫସିଆରଏ ଲାଇସେନ୍ସ ବାତିଲ କରାଯାଇଥିଲା। ଏହାପରେ ଏନଜିଓ ପକ୍ଷରୁ ରିଭିଜନ ପିଟିସନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଦାଖଲ କରାଯାଇଥିଲା। ହେଲେ ଏହାର କୌଣସି ସୁଫଳ ମିଳିନାହିଁ।
ଭାରତ ସରକାର ଦେଉଥିବା ଏଫସିଆରଏ ଲାଇସେନ୍ସ ଦ୍ୱାରା ଗୋଟିଏ ସଂସ୍ଥା ବିଦେଶରୁ ପାଣ୍ଠି ସଂଗ୍ରହ କରିବାକୁ ସକ୍ଷମ ହୋଇଥାଏ। ଏଫସିଆରଏ ବିନା କୌଣସି ବି ସଂସ୍ଥା ବିଦେଶରୁ ପାଣ୍ଠି ଦେଶକୁ ଆଣିପାରିବେ ନାହିଁ। ଏବେ ସିପିଆର ସହ ସମାନ ଘଟଣା ଘଟିଛି।
ସିପିଆରକୁ ବିଲ ଆଣ୍ଡ ମେଲିନ୍ଦା ଗେଟ୍ସ ଫାଉଣ୍ଡେସନ, ପେନସଲଭାନିଆ ବିଶ୍ୱବିଦ୍ୟାଳୟ, ଜଳ ସମ୍ପଦ ଇନଷ୍ଟିଚ୍ୟୁଟ ଓ ଡିକ୍ୟୁ ବିଶ୍ୱବିଦ୍ୟାଳୟ ପାଣ୍ଠି ଦେଉଥିଲେ। ନନ ପ୍ରଫିଟ ସଂଗଠନ ଭାବେ ଜଣାଣୁଣା ସିପିଆରକୁ ଆଉ କିଛି ବିଦେଶ ସଂସ୍ଥାରୁ ପାଣ୍ଠି ମିଳିବାର ନଜିର ରହିଛି।
ଏବେ ସରକାର ସଂସ୍ଥାର ଲାଇସେନ୍ସ ବାତିଲ କରି ଏଫସିଆରଏ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ୨୦୧୬ରେ ସିପିଆରର ଲାଇସେନ୍ସକୁ ନବୀକରଣ କରାଯାଇଥିଲା। ଏହାର ଅବଧି ୨୦୨୧ରେ ସରିଥିଲେ ମଧ୍ୟ ଏହାକୁ ପୁନଃନବୀକରଣ କରାଯାଇ ନଥିଲା।
https://www.youtube.com/watch?v=mvRR8q-PYmU
ରେଡ୍ ବେଳେ କେନ୍ଦ୍ରୀୟ ବୋର୍ଡ ଅଫ୍ ଡିରେକ୍ଟ ଟ୍ୟାକ୍ସ (ସିବିଡିଟି) ଦାବି କରିଛି ଯେ ଏହି ଘଟଣାରେ ୧.୨ କୋଟି ନଗଦ ଟଙ୍କା ଜବତ ହୋଇଛି। ଯାହାର ହିସାବ ମିଳିନାହିଁ। ଏମିତିକି ବିମୁଦ୍ରୀକରଣ ସମୟରେ ନଗଦ ଟଙ୍କା ଜମା ସମ୍ପର୍କରେ ମଧ୍ୟ ସୂଚନା ମିଳିଛି।
କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ହେଉଛି ଟିକସ ବିଭାଗର ପ୍ରଶାସନିକ ପ୍ରାଧିକରଣ। ତଦନ୍ତ ବେଲେ ଜଣାପଡ଼ିଛି ଯେ ଟିକସଦାତା ସ୍ଥାନୀୟ ଲୋକଙ୍କଠାରୁ ନଗଦ ଋଣ ନେଇ ବିଲଡରମାନଙ୍କୁ ନଗଦ ଋଣ ଦେଇଥିଲେ ଏବଂ ରିଅଲ ଇଷ୍ଟେଟରେ ବିନିଯୋଗ କରିଥିଲେ।
ବୋର୍ଡ ଏହା ମଧ୍ୟ ଦାବି କରିଛି ଯେ ସଂପୃକ୍ତ ବ୍ୟବସାୟୀ ହିସାବ ନକରି ସୁନା କିଣିଛନ୍ତି। ଏଥିରେ କୁହାଯାଇଛି, "ଏହି ଚଢ଼ାଉରେ ଏପର୍ଯ୍ୟନ୍ତ ଏକ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଥିବା ଜଣା ପଡିଛି।