ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହାର୍ଦ୍ଦିକ ଏମିତି ଏକ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ହାର୍ଦ୍ଦିକଙ୍କୁ ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଉଥିବାର ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦୁଇ ଟିମ୍ ଜାତୀୟ ସଂଗୀତ ପରିବେଷଣ କରନ୍ତି। ଯେତେବେଳେ ଶ୍ରୀଲଙ୍କା ଟିମର ଜାତୀୟ ସଂଗୀତ ଚାଲିଥିଲା, ସେହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଇଥିଲେ। ଫ୍ୟାନ୍ ସୋଶାଲ ମିଡିଆରେ ହାର୍ଦ୍ଦିକଙ୍କ ଶ୍ରୀଲଙ୍କା ଜାତୀୟ ସଂଗୀତ ଗାଉଥିବାର କିଛି ଭିଡିଓ ଶେଆର୍ କରିଛନ୍ତି।
https://twitter.com/SriLankaTweet/status/1419317740699979780?s=20
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ୍ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ହାର୍ଦ୍ଦିକଙ୍କ ଏହି କାମ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। କିଛି ଫ୍ୟାନ୍ ହାର୍ଦ୍ଦିକଙ୍କ ଏହି କାମ ପାଇଁ ତାଙ୍କୁ ସଲାମ୍ ମଧ୍ୟ କରିଛନ୍ତି। ଜଣେ ଫ୍ୟାନ୍ କହିଛନ୍ତି, ହାର୍ଦ୍ଦିକଙ୍କ ଦ୍ୱାରା ଶ୍ରୀଲଙ୍କା ଜାତୀୟ ସଂଗୀତ ଗାନ କରିବା ଗୌରବର କଥା। ଏହା ସମସ୍ତଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ। କୌଣସି ଖେଳାଳିଙ୍କୁ ବିରୋଧୀ ଦଳର ଜାତୀୟ ସଂଗୀତ ଗାନ କରୁଥିବାର ଦୃଶ୍ୟ ହୁଏତ ବିରଳ।
https://twitter.com/Pranith16/status/1419305983268978689?s=20
ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୦ (୩୪ ବଲ୍, ୫ ଚୌକା, ୨ ଛକା), କ୍ୟାପଟେନ୍ ଶିଖର ଧୱନ୍ ୪୬ (୩୬ ବଲ୍, ୪ ଚୌକା, ୧ ଛକା), ସଞ୍ଜୁ ସାମସନ୍ ୨୭ ଓ ଈଶାନ୍ କିଶନ ଅପରାଜିତ ୨୦ ରନ୍ କରିଥିଲେ। ଜବାବରେ ଶ୍ରୀଲଙ୍କା ଟିମ୍ ୧୮.୩ ଓଭରରେ ୧୨୬ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭୁବନେଶ୍ୱର କୁମାର ୪ଟି ଓ ଦୀପକ ଚହର୍ ୨ଟି ୱିକେଟ୍ ନେଇଥିଲେ।
ଭାରତ ଇନିଂସର ୨୩ତମ ଓଭରର ପ୍ରଥମ ବଲରେ ସୂର୍ଯ୍ୟକୁମାର ଷ୍ଟ୍ରାଇକରେ ଥିଲେ। ସାମ୍ନାରେ ବୋଲିଂ କରୁଥିଲେ ସ୍ପିନର ପ୍ରବୀଣ ଜୟବିକ୍ରମା। ସୂର୍ଯ୍ୟକୁମାର ଶଟ୍ ଖେଳିବାକୁ ଯାଇଥିଲେ, କିନ୍ତୁ ବଲ୍ ଓ ବ୍ୟାଟର କନେକ୍ସନ୍ ହୋଇନଥିଲା। ବଲ୍ ପ୍ୟାଡରେ ବାଜିବାରୁ ଶ୍ରୀଲଙ୍କା ଖେଳାଳିମାନେ ଜୋରଦାର ଅପିଲ୍ କରିଥିଲେ। ଯାହା ପରେ ଅମ୍ପାୟାର କୁମାର ଧର୍ମସେନା ସୂର୍ଯ୍ୟକୁମାରଙ୍କୁ ଆଉଟ୍ ଦେଇଥିଲେ।
ସୂର୍ଯ୍ୟକୁମାର ସାଥୀ ଖେଳାଳି ମନୀଷ ପାଣ୍ଡେଙ୍କ ସହ ଆଲୋଚନା କରି ଡିଆରଏସ୍ ନେଲେ। ବଲ୍ ଟ୍ରାକିଂରେ ଜଣାପଡ଼ିଲା ଯେ ବଲ୍ ଅଫ୍ ଷ୍ଟମ୍ପ ବାହାରେ ପଡ଼ିବା ପରେ ୱିକେଟକୁ ସ୍ପର୍ଶ କରୁଛି। ବିଗ୍ ସ୍କ୍ରିନରେ ଏହା ଦେଖିବା ପରେ ଶ୍ରୀଲଙ୍କା ଖେଳାଳି ଖୁସିରେ ଝୁମି ଉଠିଲେ। ମଇଦାନର ମାହୋଲ ଦେଖି ସୂର୍ଯ୍ୟକୁମାର ପ୍ୟାଭିଲିୟନ୍ ଆଡ଼କୁ ଯିବାକୁ ଲାଗିଲେ। କିନ୍ତୁ ଅମ୍ପାୟାର ଧର୍ମସେନା ତାଙ୍କୁ ରୋକିଥିଲେ ଏବଂ ନିଜ ନିଷ୍ପତ୍ତି ବଦଳାଇ ସୂର୍ଯ୍ୟଙ୍କୁ ନଟଆଉଟ୍ ଘୋଷିତ କରିଥିଲେ। ଯାହା ପରେ ସୂର୍ଯ୍ୟକୁମାର ପୁଣି ବ୍ୟାଟିଂ କରିବାକୁ ଆସିଥିଲେ। ଏହା ଦେଖି ଶ୍ରୀଲଙ୍କା ଖେଳାଳି ସ୍ତବ୍ଧ ହୋଇଯାଇଥିଲେ।
https://twitter.com/Thesports3601/status/1418541431203897352?s=20
ଏହି ଘଟଣାର କିଛି ସମୟ ପରେ କଲମ୍ବୋରେ ପ୍ରବଳ ବର୍ଷା ହୋଇଥିଲା। ମ୍ୟାଚକୁ ବହୁତ ସମୟ ରୋକିବାକୁ ପଡ଼ିଥିଲା। ବର୍ଷା ହେବା ପୂର୍ବରୁ ଭାରତର ସ୍କୋର ୨୩ ଓଭରରେ ୩ ୱିକେଟରେ ୧୪୭ ରନରେ ଥିଲା। ବର୍ଷା ପରେ ଯେତେବେଳେ ମ୍ୟାଚ୍ ପୁଣି ଆରମ୍ଭ ହେଲା, ସୂର୍ଯ୍ୟକୁମାର ପ୍ରଥମ ବଲରେ ଚୌକା ମାରିଥିଲେ। ହେଲେ ସେ ବେଶୀ ସମୟରେ କ୍ରିଜରେ ତିଷ୍ଠିପାରି ନଥିଲେ। ସୂର୍ଯ୍ୟକୁମାର ୩୭ ବଲରେ ୪୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।