ଏହି ସମ୍ମାନ ମିଳିବା ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ ନାଁ ଘୋଷଣା ହୋଇଥିଲା। ଶୌର୍ଯ୍ୟଚକ୍ର ପୁରସ୍କାର ଭାରତୀୟ ସାମରିକ ଶୃଙ୍ଖଳାର ଅତି ଉଚ୍ଚ ସମ୍ମାନ। ଯାହା ପାଇବାକୁ ସେମାନେ ହକଦାର ହୋଇଛନ୍ତି।
ସୂଚନା ମୁତାବକ, ଏହି ୨ ଯୋଦ୍ଧାଙ୍କ ସାହସିକତାର କାହାଣୀ ଖୁବ୍ ହୃଦୟସ୍ପର୍ଶୀ। ୨୦୨୦ ସେପ୍ଟେମ୍ବର ୯। କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ସିକ୍ରି ଗାଁ ନିକଟରୁ ଦୁଇ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିଥିବା ଖବର ଆସିଥିଲା। ଜିଲ୍ଲା ପୁଲିସ ଏ ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନରେ ବାହାରିଥିଲା। ଯେଉଁଥିରେ ୧୭ ଜଣିଆ ଏସ୍ଓଜି ଟିମ୍ ରହିଥିଲେ। ଘଞ୍ଚ ଜଙ୍ଗଲ ଭିତରେ ପହଞ୍ଚିବା ବେଳକୁ ଟିମକୁ ଘେରିସାରିଥିଲେ ମାଓବାଦୀ କମାଣ୍ଡୋମାନେ। କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଥିଲା ଆକ୍ରମଣ। ଏସଓଜି ଟିମ୍ ପଛଘୁଞ୍ଚା ନ ଦେଇ ପ୍ରଚଣ୍ଡ ପ୍ରତି ଆକ୍ରମଣ କରିଥିଲା। ଗୁଳି ବିନିମୟ ବେଳେ ଦେବାଶିଷଙ୍କ ଦେହରେ ବାଜିଥିଲା ୩ଟି ଗୁଳି। ତଥାପି ଶରୀର ନିସ୍ତେଜ ହେବା ଯାଏଁ ତାଙ୍କ ବନ୍ଧୁକରୁ ଗର୍ଜି ଚାଲିଥିଲା ଗୁଳି। ଏପଟେ ସୁଧୀର ବି ଅସୀମ ସାହସ ଦେଖାଇ ମାଓ କ୍ୟାମ୍ପ୍ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଯେଉଁଥି ପାଇଁ ଛତ୍ରଭଙ୍ଗ ଦେଇଥିଲା ନକ୍ସଲ ଦଳ। ଏହି ୨ ଯବାନଙ୍କ ଦୁଃସାହସିକ ଲଢ଼େଇ ଅନ୍ୟ ଯବାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୋଇଥିଲା। ଏମାନଙ୍କ ସାହସିକତା ପାଇଁ ୫ ମାଓବାଦୀ ବି ନିହତ ହୋଇଥିଲେ। ଏମାନଙ୍କ ବୀରତ୍ୱ କେବଳ ଓଡ଼ିଶା ନୁହେଁ ବରଂ ପୂରା ଦେଶରେ ବିରଳ ବୋଲି କହିଥିଲେ ସେତେବେଳର କଳାହାଣ୍ଡି ଜିଲ୍ଲାର ପୁଲିସ ଏସପି ବି. ଗଙ୍ଗାଧର।
ଅନୁଗୋଳ ଜିଲ୍ଲା ଅଙ୍ଗପଡ଼ା ଗାଁର ଦେବାଶିଷ ସେଠୀ ୨୦୧୩ ମସିହାରେ ଓଡ଼ିଶା ପୁଲିସ୍ରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ। ୨୦୧୬ରେ ତାଙ୍କୁ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ରେ ନିଯୁକ୍ତି ମିଳିଥିଲା। ସେହିପରି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାର ସୁଧୀର କୁମାର ଟୁଡ଼ୁ ମଧ୍ୟ ୨୦୧୩ରେ ଓଡ଼ିଶା ପୁଲିସ୍ରେ କନଷ୍ଟେବଲ ଭାବେ ଯୋଗ ଦେଇଥିଲେ। ୨୦୧୮ରେ ତାଙ୍କୁ ଏସ୍ଓଜିରେ ସାମିଲ କରାଯାଇଥିଲା।
ଏମିତି ଅଦିନରେ ରୋଜଗାରିଆ ପୁଅ ଦେବାଶିଷକୁ ହରାଇ ଆଜି ବି ତାଙ୍କ ଗରିବ ବାପା, ମା’ ଓ ଭଉଣୀଙ୍କ ଆଖିରୁ ଲୁହ ଶୁଖିନି। କିନ୍ତୁ ଦେଶ ପାଇଁ ପ୍ରାଣବଳି ଦେବା ପରେ ସରକାରଙ୍କ ଦ୍ୱାରା ପୁଅର ସାହାସିକତା ନିମନ୍ତେ ମିଳିଥିବା ଏହି ସର୍ବୋଚ୍ଚ ସମ୍ମାନ ସେମାନଙ୍କୁ ସାମାନ୍ୟ ଶାନ୍ତ୍ୱନା ସହ ଗୌରବ ଦେଇପାରିଛି। ଆଜି ସହିଦ ଦେବାଶିଷଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଭେଟି ଜାଗା ପଟ୍ଟା ପ୍ରଦାନ କରିଛନ୍ତି। ସେହିଭଳି ସୁଧିରଙ୍କୁ ଆଜି ବି ଝୁରୁଛନ୍ତି ପରିବାର, ସମ୍ପର୍କୀୟ ଓ ପାଖ ପଡ଼ୋଶୀ। ସେମାନଙ୍କ ମତରେ ପୁଅ ସିନା ଫେରିବନି। ହେଲେ ଗାଁ ଓ ମାଟି ମା’ ପାଇଁ ସେ ଏହି ସମ୍ମାନ ଆଣି ଚିର ଅମର ହୋଇଯାଇଛି।
ଭାରତର ପ୍ରଥମ ମହିଳା ଉଦ୍ୟୋଗୀ ଭାବେ ଫାଲାଗୁନିଙ୍କ ଷ୍ଟାର୍ଟ ଅପ କମ୍ପାନୀ ଷ୍ଟକ ବଜାରରେ ବିରଳ ସଫଳତା ହାସଲ କରିଛି। ବ୍ୟାଙ୍କ ଚାକିରି ଛାଡ଼ି ନାୟାର ଷ୍ଟାର୍ଟଅପ କମ୍ପାନୀ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭର ମାତ୍ର ଅଳ୍ପ ଦିନରେ ଦେଶର ବିତ୍ତଶାଳୀ ମହିଳା ହୋଇପାରିଛନ୍ତି ଫାଲଗୁନି।
୫୦ ବର୍ଷରେ ପାଦ ଥାପିବା ପୂର୍ବରୁ ୨୦୧୨ରେ ଫାଲଗୁନି ଇ-କମର୍ଷ ପ୍ଲାଟଫର୍ମ ଆରମ୍ଭ କରିଥିଲେ। ମୋବାଇଲ ଆପ ଏବଂ ୱେବସାଇଟ୍ ଜରିଆରେ ଫାଲଗୁନି ବ୍ୟୁଟି ଏବଂ ପର୍ସନାଲ କେୟାର ପ୍ରଡକ୍ଟ ବିକ୍ରି ଆରମ୍ଭ କରିଥିଲେ। ଖୁବ୍ କମ ଦିନରେ ସଫଳତାର ଶିଖରକୁ ଛୁଇଁପାରିଥିବା ଫାଲଗୁନି କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ଥିକ ଶସକ୍ତ ପାଇଁ ଅଧିକ ସୁଯୋଗ ଦିଆଯିବା ଉଚିତ। ସେମାନଙ୍କୁ ସୁଯୋଗ ମିଳିଲେ ମୋ ଭଳି ଅନେକ ମହିଳା ସେମାନଙ୍କ ସ୍ୱପ୍ନ ପୂରଣ କରିପାରିବେ ବୋଲି ସେ କହିଛନ୍ତି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ବଡ଼ନଈ ପଞ୍ଚାୟତ ଗାଁରେ। ଗାଁରେ ସୁନାସିନ୍ଦୁର ମହାନ୍ତ ଯୋଡା ବ୍ଲକ କାଳିମାଟି ଅଞ୍ଚଳରେ ଏକ ଖଣିରେ କାମ କରନ୍ତି। ତାଙ୍କ ଆଣ୍ଠୁରେ ସମସ୍ୟା ହୋଇଥିଲା। ଯେଉଁ କାରଣରୁ ଚଳିତ ବର୍ଷ ଜୁନ୍ ୬ ତାରିଖରେ ତାଙ୍କର ବାମ ଗୋଡ଼ ଆଣ୍ଠୁର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଏହାର ଦେଢ଼ ମାସ ପରେ ତାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେ ତିନି ଦିନ ଭିତରେ ଅପରେସନ୍ କରାଇବାକୁ ପରାମର୍ଶ ଦେଇଥିଲେ। ଯଦି ଅପରେସନ୍ ନକରାଯାଏ, ତାହେଲେ ଜୀବନ ପ୍ରତି ବିପଦ ଥିବା ଡାକ୍ତର କହିଥିଲେ।
ଆଣ୍ଠୁ ଅପରେସନ୍ ଯୋଗୁ ସୁନାସିନ୍ଦୁରଙ୍କର ପ୍ରବଳ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଆଉଏକ ଅପରେସନ୍ ପାଇଁ ତାଙ୍କ ପାଇଁ ଆବଶ୍ୟକ ଅର୍ଥ ନଥିଲା। ଯାହା ପରେ ସେ ନିଜର ଜଣେ ଫେସବୁକ୍ ବନ୍ଧୁଙ୍କୁ ସହାୟତା ପାଇଁ କହିଥିଲେ। ତାଙ୍କର ସେହି ବନ୍ଧୁ ଫେସବୁକରେ ପୋଷ୍ଟ କରି ସୁନାସିନ୍ଦୁରଙ୍କୁ ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ପାଖାପାଖି ୧ ଲକ୍ଷ ଟଙ୍କା ତାଙ୍କୁ ସହାୟତା ଆକାରରେ ମିଳିଥିଲା। ସୁନାସିନ୍ଦୁର ସେହି ଟଙ୍କାରେ ନିଜର ଅପରେସନ୍ କରାଇଥିଲେ। ସୁସ୍ଥ ହେବା ପରେ ସେ ଯଥାଶୀଘ୍ର ସହାୟତା ଟଙ୍କାକୁ ଫେରାଇ ଦେବାକୁ ମନସ୍ଥ କରିଥିଲେ।
ପରେ ସୁନାସିନ୍ଦୁର କାମ କରି ପାଇଥିବା ଅର୍ଥରୁ ସହାୟତା ଦେଇଥିବା ଲୋକଙ୍କୁ ଫେରାଇ ଦେଇଥିଲେ। ସୁନାସିନ୍ଦୁର ‘ଫୋନ୍ ପେ’ ହିଷ୍ଟ୍ରୀ ଯାଞ୍ଚ କରି କେଉଁମାନେ ତାଙ୍କୁ କେତେ ଟଙ୍କା ପଠାଇଥିଲେ, ତାହା ସବୁ ପଠାଇ ଦେଇଥିଲେ। ତେବେ ତିନି ଚାରିଜଣ ନିକଟ ସମ୍ପର୍କୀୟଙ୍କୁ ଛାଡ଼ି ଦେଲେ ବାକି ସମସ୍ତଙ୍କ ଟଙ୍କା ସେ ଫେରସ୍ତ କରିଦେଇଥିବା ସୁନାସିନ୍ଦୁର କହିଛନ୍ତି।
ଦାନଗଦୀ ବ୍ଲକ ଚିତ୍ରୀ ଗାଁର ରବୀନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁଅ ବିଶ୍ୱଜିତ ସାହୁ। ପରିବାର କହିଲେ ପତ୍ନୀ, ପୁଅ ଓ ଦୁଇ ଝିଅ। ଗାଡ଼ି ଚଳାଇ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ରବୀନ୍ଦ୍ରଙ୍କ ପରିବାର। ପିଲା ବେଳୁ କିନ୍ତୁ ବିଶ୍ୱଜିତ ମେଧାବୀ ଥିଲେ। ପ୍ରଥମିକ ଶିକ୍ଷା ଶେଷ ହେବା ପରେ ସେ ଗାଁ ପାଖ ଟୋଲକାନୀ ହାଇସ୍କୁଲରେ ମାଟ୍ରିକ ପଢ଼ୁଥିଲେ। ୨୦୦୭ ମସିହାରେ ସେ ମାଟ୍ରିକ୍ ପାସ କରିଥିଲେ। ମାଟ୍ରିକ୍ ପାସ କରିବା ପରେ ସେ କଟକରେ ଏକ ପ୍ରାଇଭେଟ୍ କଲେଜରେ ବିଜ୍ଞାନରେ ନାମ ଲେଖାଇଥିଲେ।
ଯୁକ୍ତ ଦୁଇ ପାସ୍ କରିବା ପରେ ସେ କଳାହାଣ୍ଡି ସ୍ଥିତ ସରକାରୀ ବୈଷୟିକ ମହାବିଦ୍ୟାଳୟରେ ମେକାନିକାଲ୍ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଗେଟ୍ ପରୀକ୍ଷାରେ ସଫଳତା ପାଇଥିଲେ। ମାତ୍ର ଅର୍ଥ ଅଭାବରୁ ସ୍ନାତକୋତ୍ତର ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ବାପା ଗାଡ଼ି ଚଳାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପରିବାର। ତେଣୁ ବିଶ୍ୱଜିତଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କରିପାରିନଥିଲା। ଯେଉଁଥିପାଇଁ ବିଶ୍ୱଜିତ କିଛି ମାସ ଧରି ଘରୋଇ ବୈଷୟିକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।
ତେବେ ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଚଢ଼େଇଧରାଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଶ୍ୱଜିତଙ୍କ ବାପା ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାରର ସବୁ ବୋଝ ବିଶ୍ୱଜିତଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମସ୍ତିଷ୍କ ମ୍ୟାଲେରିଆରେ ଜଣେ ସାନ ଭଉଣୀର ମୃତ୍ୟୁ ଓ ପରେ ବାପାଙ୍କ ମୃତ୍ୟୁ ତାଙ୍କୁ ମାନସିକ ଆଘାତ ଦେଇଥିଲା। ଘରେ ବିଧବା ମାଆ ଓ ଅନ୍ୟଜଣେ ସାନ ଭଉଣୀର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ପାଠ ପଢ଼ୁଥିବା ବେଳେ ହଠାତ୍ ପରିବାରର ବୋଝ ମୁଣ୍ଡାଇବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଏପରି ସ୍ଥିତି କଣ କରିବେ ବିଶ୍ୱଜିତ? କିନ୍ତୁ ସମୟ ଆଗରେ ହାର ମାନିନଥିଲେ। ଚଟ୍ଟାଣ ପରି ସମୟ ଓ ପରିସ୍ଥିତିକୁ ସାମ୍ନା କରିଥିଲେ।
ପରିବାର ଚଳାଇବା ପାଇଁ ରୋଜଗାରର ପନ୍ଥା ଖୋଜିଥିଲେ। ଆଇଏଏସ୍ ହେବାର ଲକ୍ଷ୍ୟ ରଖିଥିବା ବିଶ୍ୱଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ପାଇଁ ଇଣ୍ଟରଭ୍ୟୁ ଦେଲେ। ଆଉ ସଫଳ ମଧ୍ୟ ହେଲେ। ୨୦୧୮ ନଭେମ୍ବରରେ ପାରାଦୀପ ଗୁଡ୍ସ ଟ୍ରେନ୍ର ଗାର୍ଡ଼ ଭାବେ ଚାକିରି ପାଇଥିଲେ। ଗତ ୩ ବର୍ଷ ଧରି ସେ ଏବେ ପୂର୍ବତଟ ରେଳବାଇର ଗୁଡ୍ସ ଟ୍ରେନ୍ର ଗାର୍ଡ ଭାବେ କାମ କରୁଛନ୍ତି। ଆଉ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ସମ୍ପାଦନ କରୁଛନ୍ତି। ଚାକିରି ଭିତରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଆଶା କିନ୍ତୁ ଛାଡ଼ି ନାହାନ୍ତି ବିଶ୍ୱଜିତ। ଚାକିରି ଭିତରେ ସମୟ ମିଳିଲେ ବହି ଧରି ବସି ଯାଉଥିଲେ। ଆଉ ମନ ଦେଇ ପାଠ ପଢ଼ିବାରେ ଲାଗି ଯାଉଥିଲେ। ଯାହା ତାଙ୍କୁ ସଫଳତା ଦେଇଛି। ଆଉ ଓଏଏସ୍ ଅଫିସର ବନିଛନ୍ତି।
[caption id="attachment_662778" align="aligncenter" width="650"] ଚାରା ରୋପଣ କରିବାକୁ ଯାଉଛନ୍ତି ଅନ୍ତର୍ଯ୍ୟାମୀ ସାର୍[/caption]
ଗଛ ସାର୍ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନ ଆରମ୍ଭ ହୋଇଥିଲା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର ଗାଁରୁ। ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପରିବେଶ ପ୍ରେମ୍ରେ ପଡ଼ି ଯାଇଥିଲେ। ମାତ୍ର ପରିବେଶ ଓ ପରିସ୍ଥିତି ତାଙ୍କୁ ପାଠଠାରୁ ଦୂରେଇ ଦେଇନଥିଲା। ଭଲ ପାଠ ପଢ଼ୁଥିବାରୁ ସେ ଜଣେ ଭଲ ଶିକ୍ଷକ ହୋଇପାରିଥିଲେ। ତାଙ୍କର ଶିକ୍ଷକତା ଜୀବନ ବୌଦ୍ଧ ଓ ଯାଜପୁର ପରି ଜିଲ୍ଲାରେ କଟିଛି। ପିଲାମାନଙ୍କୁ ସେ ପାଠ ପଢ଼ାଇବା ସହିତ ଗଛ ଲଗାଉ ଥିଲେ।
[caption id="attachment_662779" align="aligncenter" width="650"] ଗଛ ସାରଙ୍କ ସାଧନା ପୀଠ[/caption]
ଚାକିରିରୁ ଅବସର ପରେ ଅନ୍ତର୍ଯ୍ୟାମୀଙ୍କ ଏହି ନିଶା ଆହୁରି ବଢ଼ି ଯାଇଥିଲା। ନିଜେ ହୃଦରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଗଛ ନିଶାଠାରୁ କେବେ ଦୂରେଇ ଯାଇନଥିଲେ। ଅନବରତ ପରିବେଶ ସୁରକ୍ଷାରେ ଲାଗି ପଡ଼ିଲେ। ତାଙ୍କ ଘରକୁ ଦେଖିଲେ ଯେ କେହିଁ ବି କହି ଦେବେ ଏହା ହେଉଛି ଗଛ ସାରଙ୍କ ଘର ବୋଲି। ନିଜ ଘରେ ବିଭିନ୍ନ ପଶୁପକ୍ଷୀଙ୍କ ପାଇଁ ବଷା କରିଛନ୍ତି। ନିଜ ବାରିରେ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ସହ ସଚେତନ ଧର୍ମୀ ପୋଷ୍ଟର ବ୍ୟାନର କରୁଛନ୍ତି। ନିଜେ ରଙ୍ଗ ତୁଳି ବ୍ୟବହାର କରି ପୋଷ୍ଟର ତିଆରି କରୁଛନ୍ତି। ଖାଲି ସେ ନୁହନ୍ତି ଘରର ପ୍ରତିଟି ସଦସ୍ୟ ଅନ୍ତର୍ଯ୍ୟାମୀ ସାରଙ୍କ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।
[caption id="attachment_662781" align="aligncenter" width="650"] ପରିବେଶ ସମ୍ପର୍କରେ ସଚେତନ ସମ୍ପର୍କରେ ପୋଷ୍ଟର ତିଆରି କରୁଛନ୍ତି ଅନ୍ତର୍ଯ୍ୟାମୀ ସାର୍[/caption]
ଅନ୍ତର୍ଯ୍ୟାମୀ ସାର୍ ଏବେ ସ୍କୁଲକୁ ସ୍କୁଲ ବୁଲି ପିଲାମାନଙ୍କୁ ଗଛର ବିଷୟରେ ବୁଝାଇଛନ୍ତି। ବିଲୁପ୍ତ ହେଇଯାଉଥିବା ଅନେକ ଗଛର ମଞ୍ଜି ସଂଗ୍ରହ କରି ରଖିଛନ୍ତି। କଣ୍ଟିଲୋ ଅଞ୍ଚଳରେ ବିଲୁପ୍ତ ପ୍ରାୟ ଶହ ଶହ ସଂଖ୍ୟାରେ ତାଳ, ଆମ୍ବ, ଖଜୁରୀ, ବର ଆଦି ଗଛ ଲଗାଇଛନ୍ତି। ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କାଳିଆପଲ୍ଲୀରେ ବିଶ୍ୱାବସୁ ଉଦ୍ୟାନ ଓ ଲଳିତା ଦେବୀ ଉଦ୍ୟାନ ସେ ପ୍ରତିଷ୍ଠା କରିଛନ୍ତି। ନିଜର ଜୀବନ କାଳ ମଧ୍ୟରେ ୪୦,୦୦୦ ଗଛ ଲଗାଇବା ସହ ତା’ର ଆବଶ୍ୟକୀୟ ଯତ୍ନ ନେଉଛନ୍ତି ଗଛ ସାର। ୭୨ ବର୍ଷରେ ବି ସେ ଥକି ପଡ଼ିନାହାନ୍ତି। ଅନବରତ ଗଛ ଲଗାଇବାରେ ଲାଗି ପଡ଼ିଛନ୍ତି।
ଅନ୍ତର୍ଯ୍ୟାମୀ ସାର୍ କେବଳ ଚାରା ରୋପଣ କରୁଛନ୍ତି, ତାହା ନୁହେଁ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରୁଛନ୍ତି। ଏଥିପାଇଁ ସେ ସ୍ଥାନୀୟ ଅଞ୍ଚଳର ଆଗ୍ରହୀ ବ୍ୟକ୍ତିଙ୍କୁ ନେଇ ‘ଚେତନା’ ଅନୁଷ୍ଠାନ ଗଢ଼ିଛନ୍ତି। ୧୯୯୦ ମସିହାରେ ବନ ବନ୍ଧୁ ପୁରସ୍କାର, ୧୯୯୫ରେ ପ୍ରକୃତି ବନ୍ଧୁ, ୨୦୧୩ରେ ପ୍ରକୃତି ବନ୍ଧୁ, ୨୦୧୬ରେ ବିଜୁ ପଟ୍ଟନାୟକ ବନ୍ୟ ପ୍ରାଣୀ ସଂରକ୍ଷଣ ପୁରସ୍କାର ପାଇଛନ୍ତି। ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କରାଯାଉଛି। କିନ୍ତୁ ଯେଉଁ ଗଛର ଫଳ ଖାଇ ପକ୍ଷୀମାନେ ବଞ୍ଚିବେ ସେଭଳି ବୃକ୍ଷରୋପଣ କରାଯାଉନଥିବାରୁ ଗଛ ସାର କ୍ଷୋଭ ପ୍ରକାଶ କରିଛନ୍ତି। ଆଙ୍କୁଲ, ଡିମିରି, କଣ୍ଟାଶିମିଳି ଭଳି ୪୦ ପ୍ରକାରରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ଗଛ ସାର୍ କହିଛନ୍ତି।
ଭଦ୍ରକ ଦେଇ ଯାଇ ଥିବା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ନଳାଙ୍ଗ ଛକ ନିକଟରେ ରହିଛି ସାହୁ ଢ଼ାବା । ଏହି ହୋଟେଲ ବା ଢ଼ାବାକୁ ଚଳାଉଛନ୍ତି ବିଭୁତିପୁର ଅଂଚଳର ବି-ଟେକ (ସିଭିଲ) ପାସ କରିଥିବା ଲିପିକା ଦାସ । ବୟସ ୨୪। ସେ ଭୁବେନେଶ୍ୱରରେ ଏକ ଘରୋଇ ଇଂଜିନିୟର କଲେଜରେ ବି-ଟେକ ପାଠ ପଢି ପାସ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାଟର ଭାବେ ବାଙ୍ଗଲୋର ଠାରେ କାର୍ଯ୍ୟ କରୁଥିଲେ । ତେବେ କରୋନା ମହାମାରୀ ପାଇଁ ଗତ ବର୍ଷରୁ ଯେଉଁ ଲକ ଡାଉନ ହେଲା ସେହି ସମୟରେ ସେ ନିଜ ଘରକୁ ଫେରିଥିଲେ । ତେବେ ପରିବାର ପ୍ରତିପୋଷଣ ପାଇଁ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲ ବା ଢ଼ାବାକୁ ଚଳାଇଥିଲେ ।
ଭୁବନଶ୍ୱରରରେ ରହି ଚାକିରୀ ପାଇଁ ପ୍ରସ୍ତୁତି ହେଉଥିବା ଲିପିକା ଲକଡାଉନ ପାଇଁ ଘରକୁ ପଳେଇ ଆସିଥିଲେ । ଏବେ ସ୍ୱାମୀ ସ୍ତ୍ରୀ ମିଶି ଏହି ଢ଼ାବା ଚଳାଉଛନ୍ତି । ଏହି ଢ଼ାବାରେ ନିଜେ ପରିବା କିଣିବା ଠାରୁ ଆରମ୍ଭ କରି ପରିବା କାଟିବା ରୋଷେଇ କରିବା, ଅଇଁଠା ପତ୍ର ଉଠାଇବା ଓ କାଉଣ୍ଟରେ ବସି ଟଙ୍କା ରଖିବା ପର୍ଯ୍ୟନ୍ତ ସବୁ କାମ କରୁଛନ୍ତି ଲିପିକା । ଯାହାକି ବାଟରେ ଯାଉଥିବା ଲୋକମାନେ ଦେଖିବା ସହ ତାଙ୍କ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି । କେବଳ ସେତିକି ନୁହେଁ ଲିପିକା ସାମାଜିକ ପତିବଦ୍ଧତାକୁ ଭୁଲି ନାହାଁନ୍ତି । ଯେଉଁ ଗରିବ ଅସହାୟ ପାଗଳ ଲୋକ ମନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ମାଗଣା ରେ ଖାଦ୍ୟ ଦେଉଛନ୍ତି । ଏପରିକି ଗୋରୁ ଗାଈ ମାନଙ୍କୁ ମଧ୍ୟ ଖାଇବାଜୁ ଦେଉଛନ୍ତି । ଏଥିରେ ସେ ପରମ ଆନନ୍ଦ ପାଉଥିବା ସେ କହିଛନ୍ତି ।
ସେହିପରି ଏହି ଢାବାରେ ପ୍ରତ୍ୟେକ ଦିନ ସକାଳ ୮ ଟାରୁ ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହେ । ଭଲ ପ୍ରସ୍ତୁତିକୁ ସେ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ଏବେ କୋଭିଡ କଟକଣା ତାଙ୍କ ବେପାରକୁ ଧିମେଇ ଦେଇଛି । ଢ଼ାବାରେ ଏବେ ଖାଦ୍ୟ ପରିବେଷଣ ବନ୍ଦ ଥିଲେ ମଧ୍ୟ ରାସ୍ତାରେ ଯାଉଥିବା କି ଅସୁବିଧାରେ ଥିବା ଭୋକିଲା ମଣିଷଙ୍କୁ କେବେ ନିରାଶ ହେବାକୁ ଦିଅନ୍ତି ନାହିଁ ଲିପିକା । ଆଜିର ସମାଜରେ ଅନେକ ନାରୀଙ୍କ ପାଇଁ ପ୍ରେରଣା ପାଲଟି ଥିବା ଲିପିକା ଦାସ ।
ଏତେ ବଡ଼ ଦୁନିଆରେ ଛୋଟ ଛୁଆକୁ ଧରି ଆନି କ’ଣ କରିବେ, ସେ ଚିନ୍ତା ତାଙ୍କୁ ଘାରି ଥିଲା। ହେଲେ ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ତାଙ୍କ ସଂଘର୍ଷର କାହାଣୀ। ସେ ବଞ୍ଚିବା ପାଇଁ ପ୍ରଥମେ କେରଳର ଭରକାଲା ଠାରେ ଲେମ୍ବୁ ସର୍ବତ ଓ ଆଇସିକ୍ରିମ ବିକ୍ରି କରିବା ଆରମ୍ଭ କରିଥିଲେ। ତଥାପି ସେ ବଡ଼ ସ୍ୱପ୍ନ ଦେଖିବା ଛାଡ଼ି ନଥିଲେ। ଶେଷରେ ତାଙ୍କ ସ୍ୱପ୍ନ ପୂରଣ ହୋଇଛି। ଏବେ ସେ ଭରକାଲାରେ ପୁଲିସ୍ ଅଫିସର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି।
କେରଳ ପୁଲିସ୍ ଆନିଙ୍କୁ ଶୁଭେଚ୍ଛା ଜଣାଇ ଟ୍ୱିଟ କରିଛି। ଏଥିରେ କୁହାଯାଇଛି ଯେ ବିଶ୍ୱାସ ଓ ଇଚ୍ଛାଶକ୍ତିର ପ୍ରକୃତ ହିରୋ ହେଉଛନ୍ତି ଆନି। ମାତ୍ର ୧୮ ବଷୟ ବୟସରେ ନିଜର ୬ ମାସର ଶିଶୁକୁ ଧରି ପୂରା ଦୁନିଆରେ ଏକା ହୋଇ ଯାଇଥିବା ଆନି ଆଜି ନିଜ ପରିଶ୍ରମ ବଲରେ ଜଣେ ସବ୍ ଇସନପେକ୍ଟର ହୋଇପାରିଛନ୍ତି। ତେଣୁ ସେ ସମସ୍ତଙ୍କର ପ୍ରେରଣାର ଉତ୍ସ।
ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଭରକାଲା ପୁଲିସ୍ ଷ୍ଟେସନରେ ସବ ଇନସପେକ୍ଟର ହେବା ପରେ ଆନି ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, “ମାତ୍ର କିଛି ଦିନ ତଳେ ଭରକାଲ ପୁଲିସ ଷ୍ଟେସନରେ ମୁଁ ପାଇଥିବା ପଦବୀ ସମ୍ପର୍କରେ ଜାଣିବାକୁ ପାଇଛି। ଏହି ସ୍ଥାନରେ ହିଁ ମୁଁ ମୋ ଛୋଟ ଛୁଆ ସହ ଅନେକ ଲୁହ ଗଡ଼ାଇଥିଲି। ଏହି ସମୟରେ ମୋତେ କେହି ବି ସହଯୋଗ କିମ୍ବା ସମର୍ଥନ କରି ନଥିଲେ।
A true model of will power and confidence...
An 18-year-old girl who was left on the streets with her 6-month-old baby after being abandoned by her husband and family has become #subinspector @Varkalapolicestation.#keralapolice #AnieSiva pic.twitter.com/AM0CnhETrz
— Kerala Police (@TheKeralaPolice) June 27, 2021
ଭରକାଲା ଶିବଗିରି ଆଶ୍ରମ ଷ୍ଟଲରେ ମୁଁ ଅନେକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲି। ଲେମ୍ବୁ ସର୍ବତ ଠାରୁ ଆରମ୍ଭ କରି ଆଇସିକ୍ରିମ ଓ ହାତ ତିଆରି କ୍ରାଫ୍ଟ ମୁଁ ଲୋକଙ୍କୁ ବିକ୍ରି କରିଛି। ହେଲେ ମୋତେ କୌଣସି ଲାଭ ମିଳି ନଥିଲା। ଏହି ସମୟରେ ଜଣେ ବ୍ୟକ୍ତି ମୋତେ ପରାମର୍ଶ ଦେବା ସହ ସବ ଇନସପେକ୍ଟର ପଦ ପାଇଁ ପରୀକ୍ଷା ଦେବାକୁ ଟଙ୍କା ଦେଇଥିଲେ। ଏହି ଟଙ୍କାରେ ମୁଁ ପରୀକ୍ଷା ଦେଇ ଆଜି ଏହି ସ୍ଥାନରେ ପହଞ୍ଚିଛି।”
ଏହି ଘଟଣା ପରେ ଚାରିଆଡ଼ୁ ଆନିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଗାଁରେ ରହୁଥିବା ଏହି ମହିଳା ଜଣଙ୍କର ଘୋଡ଼ା ଚଢ଼ିବା ଠାରୁ ଆରମ୍ଭ କରି ବଡ଼ ବଡ଼ ଟ୍ରକ୍ ଓ ଟ୍ରାକ୍ଟର ଚଲାଇବା ଭଳି ଦୁଃସାହାସିକ କାରନାମାର ଭିଡିଓ ଏବେ ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଛି। ସେହି ମହିଳା ଜଣକ ହେଉଛନ୍ତି ଯାଜପୁର ବ୍ଲକ ଜହଳ ଗ୍ରାମର ମୋନାଲିସା ଭଦ୍ର। ଦୁଃସାହସିକ କାର୍ଯ୍ୟକ୍ରମର ଭିଡିଓ ଗୁଡିକୁ ସୁଟ କରି ୟୁଟୁବରେ ଅପଲୋଡ୍ କରି ମାସକୁ ଲକ୍ଷାଧିକ ଟଙ୍କା ମଧ୍ୟ ରୋଜଗାର କରିପାରୁଛନ୍ତି।
ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଜହଳ ଗ୍ରାମର ବଦ୍ରି ନାରାୟଣଙ୍କ ପତ୍ନୀ ହେଉଛନ୍ତି ମୋନାଲିସା ଭଦ୍ର। ଜଣେ ଗୃହିଣୀ ହେବା ସତ୍ତ୍ୱେ ସେ ଘୋଡ଼ା ଚଢ଼ିବା ଠାରୁ ଆରମ୍ଭ କରି ଟ୍ରକ, ବସ ଓ ଟ୍ରାକ୍ଟର ଚଲାଇ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି। ଏହି କାର୍ୟ୍ୟ ପଛରେ ତାଙ୍କ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ରହିଛି ପ୍ରେରଣା। ଘର କାମ କରିବା ସହିତ ସେ କରୁଥିବା ଏଭଳି ଦୁଃସାହସିକ କାର୍ୟ୍ୟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରି ମାସକୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। ଏହି ସମସ୍ତ କାମକୁ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ହିଁ ପରିଚାଳନା କରିଥାନ୍ତି।
ପଶୁ ପକ୍ଷୀଙ୍କୁ ଭଲ ପାଇବା ସହିତ ସେମାନଙ୍କୁ ଖାଇବାକୁ ଦେବାର ଭିଡିଓ ସୁଟ କରି ୨୦୧୩ ମସିହାରେ ପ୍ରଥମେ ୟୁଟ୍ୟୁବରେ ଅପଲୋଡ କରିବା ପରେ ଭଲ ରେସପନ୍ସ ଆସିବାରୁ ପରେ ସେ ବୁଲେଟ ଚଲେଇବା ଠାରୁ ଆରମ୍ଭ କରି ଘୋଡ଼ା ଚଡିବା ଓ ବଡ଼ ବଡ଼ ଗାଡ଼ି ଚଲାଇ ସେସବୁ ଭିଡିଓକୁ ୟୁଟୁବରେ ଅପଲୋଡ କରୁଛନ୍ତି। ୟୁଟ୍ୟୁବରେ ତାଙ୍କର ୨୨ ଲକ୍ଷରୁ ଊର୍ଦ୍ଧ ଭ୍ୟୁୟର ରହିଛନ୍ତି। ତାଙ୍କର ଏହି କାମ ମହିଳାମାନଙ୍କୁ ଘରୁ ପଦାକୁ ବାହାରି ପୁରୁଷଙ୍କ ସମକକ୍ଷ ହୋଇ ପାରିବେ ବୋଲି ମୋନାଲିସା କହିଛନ୍ତି।
ଏ ନେଇ ମୋନାଲିସା କହିଛନ୍ତି, ମୁଁ ପଶୁପକ୍ଷୀକୁ ବହୁତ ଭଲ ପାଏ ଏବଂ ସେମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ସେବା କରିବାକୁ ପସନ୍ତ କରେ । ୨୦୧୩ରେ ଯେତେବେଳେ ଆମର ୟୁଟ୍ୟୁବ୍ ଚାନେଲ ଖୋଲିଲା, ମୁଁ ମାଙ୍କଡମାନଙ୍କୁ ଖାଇବାକୁ ଦେବା ଆରମ୍ଭ କଲେ। ଧୀରେ ମୁଁ ବୁଲେଟ୍, ଟ୍ରାକ୍ଟର, ଟ୍ରଲର ଓ ଟ୍ରକ୍ ଚଳାଇବା ଆରମ୍ଭ କଲି। ଏବେ ମୁଁ ଘୋଡ଼ା ଚଢ଼ିବା ଆରମ୍ଭ କରିଛି।
ସେହିପରି ମୋନାଲିସାଙ୍କ ସ୍ୱାମୀ କହିଛନ୍ତି, ମୁଁ ଯେତେବେଳେ ମୁମ୍ବାଇରୁ ଫେରିଲି, ଦେଖିଲି ଯେ ମୋ ସ୍ତ୍ରୀ ଛାତ ଉପରେ ମାଙ୍ଗଡମାନଙ୍କୁ ଖାଇବାକୁ ଦେଉଛନ୍ତି। ମୁଁ ତା’ର ଏକ ଭିଡିଓ ରେକର୍ଡ କରିଥିଲି ଏବଂ ଏହାକୁ ଏଡିଟ୍ କରି ୟୁଟ୍ୟୁବରେ ଛାଡ଼ିଲି । ୟୁଟ୍ୟୁବରେ ମଧ୍ୟ ଆମକୁ ଭଲ ରେସପନ୍ସ ମିଳିଲା।
ଗ୍ରାମାଞ୍ଚଳରେ ରହୁଥିବା ଜଣେ ସାଧାରଣ ଘରର ବୋହୁ ଘରର ସମସ୍ତ କାମ କରିବା ସହ ସମୟ ବାହାର କରି ଏଭଳି ଦୁଃସାହସିକ କାର୍ୟ୍ୟ କରିପାରୁଥିବାରୁ ସବୁଆଡୁ ତାଙ୍କ ପାଇଁ ପ୍ରଶଂସା କରାଯାଉଛି। ମୋନାଲିସାଙ୍କ ଏଭଳି କାମରେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ଖୁସି ହେବା ସହ ଗର୍ବ ଅନୁଭବ କରୁଛନ୍ତି। ମୋନାଲିସା ଆଗକୁ ଆହୁରି ଉନ୍ନତି କରନ୍ତୁ ବୋଲି ପରିବାର ଓ ଗ୍ରାମବାସୀମାନେ କାମନା କରିଛନ୍ତି।
https://www.youtube.com/watch?v=qMJ7EgDYbIA