ବୁମ୍ରା ଗତକାଲି ଦିଲ୍ଲୀ ବିପକ୍ଷରେ ୪ ୱିକେଟ ଦଖଲ କରିବା ପରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହୋଇଯାଇଛନ୍ତି। ବୁମ୍ରା ଏଯାଏ ୧୪ଟି ମ୍ୟାଚ୍ ଖେଳି ୨୭ଟି ୱିକେଟ ନେଇ ସାରିଲେଣି। ଗୋଟିଏ ଆଇପିଏଲ ସଂସ୍କରଣରେ ଏତେ ସଂଖ୍ୟକ ୱିକେଟ ନେବାରେ ବୁମ୍ରା ପ୍ରଥମ ଭାରତୀୟ। ବୁମ୍ରାଙ୍କ ପୂର୍ବରୁ ଭୁବନେଶ୍ୱର କୁମାରଙ୍କ ନାଁରେ ଏହି ରେକର୍ଡ ରହିଥିଲା। ସେ ୨୦୧୭ ଆଇପିଏଲ ସଂସ୍କରଣରେ ୨୬ଟି ୱିକେଟ ନେଇଥିଲେ।
ଏହାବାଦ ବୁମ୍ରା ଚଳିତ ଆଇପିଏଲର ଏକମାତ୍ର ବୋଲର ଯିଏ, ଦୁଇ ଥର ୪ଟି ଲେଖାଏ ୱିକେଟ ନେଇସାରିଲେଣି। ଦିଲ୍ଲୀ ପୂର୍ବରୁ ରାଜସ୍ଥାନ ବିପକ୍ଷରେ ସେ ୨୦ ରନ୍ ଦେଇ ୪ ୱିକେଟ ଝଡ଼ାଇଥିଲେ।
ଏହି ରେକର୍ଡ ବ୍ରେକିଂ ବୋଲିଂ ପରେ ବୁମ୍ରା କହିଛନ୍ତି, “ମୁଁ ଯେତେବେଳେ ୱିକେଟ ନ ପାଏ ସେତେବେଳେ କେବେ ହେଲେ ନିରାଶ ହୁଏନାହିଁ। ମୁଁ କେବେ ହେଲେ ୱିକେଟକୁ ଦେଖେନାହିଁ। ମୋତେ ଦଳ ପକ୍ଷରୁ ଯାହା କରିବାକୁ କୁହାଯାଏ, ମୁଁ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରେ। ଇନିଂସ ଆରମ୍ଭରୁ ୱିକେଟ ଦଖଲ କରିବା ବେଶ ଗୁରୁତ୍ୱପୂର୍ଣ୍ଣ।
ବିଶେଷ କରି କାକର ପଡ଼ିବା ପୂର୍ବରୁ ୱିକେଟ ନେବା ଜରୁରୀ। ମୁଁ କେବେ ହେଲେ ଶେଷ କଥା ଭାବେନାହିଁ। ଯେତେବେଳେ ବି ମୁଁ ଏପରି ଭାବେ ସେତେବେଳେ ବୋଲିଂ ଖରାପ ହୋଇଥାଏ।” ବୁମ୍ରାଙ୍କୁ ଗତକାଲିର ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ମଧ୍ୟ ମିଳିଥିଲା।
ଆଗକୁ ପଢ଼ନ୍ତୁ : ୬ଷ୍ଠ ଥର ପାଇଁ ଫାଇନାଲରେ ମୁମ୍ବାଇ, ୫୭ ରନ୍ରେ ହାରିଲା ଦିଲ୍ଲୀ
ଏ ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଭେଙ୍ଗସରକାର କହିଛନ୍ତି, ‘ବର୍ତ୍ତମାନ ପ୍ରଶ୍ନ ହେଉଛି, ଭାରତ ଅପେକ୍ଷା ଆଇପିଏଲ୍ କ’ଣ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ? ଦେଶ ଅପେକ୍ଷା କ୍ଲବ୍ ପାଇଁ ଖେଳିବା କ’ଣ ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ? ବିସିସିଆଇ ଏନେଇ କାର୍ଯ୍ୟାନୁଷ୍ଠନ ନେବ କି? ନା ବିସିସିଆଇର ଡାକ୍ତର ରୋହିତଙ୍କ ଆଘାତକୁ ଠିକ୍ ଭାବେ ଚିହ୍ନି ପାରି ନାହାନ୍ତି?’
ସୂଚନାଯୋଗ୍ୟ, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଛିଦିନ ତଳେ ରୋହିତଙ୍କ ଆହତକୁ ନେଇ ଅପଡେଟ୍ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ରୋହିତ୍ ଭାରତୀୟ ଦଳର ଭାଇସକ୍ୟାପଟେନ୍। ତେଣୁ ତାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ନିଶ୍ଚୟ ଦଳ ପାଇଁ କ୍ଷତି ହେବ। ଗାଙ୍ଗୁଲି ଆହୁରି କହିଥିଲେ ଯେ ରୋହିତଙ୍କୁ ନିଜ ଆହତ ପ୍ରତି ସତର୍କ ରହିବାକୁ ପଡ଼ିବ। ତାଙ୍କ ମାଂସପେଶୀରେ ପୁନର୍ବାର ଆଘାତ ଲାଗିପାରେ। ଯଦି ତାଙ୍କୁ ପୁଣିଥରେ ଆଘାତ ଲାଗେ, ତାହେଲେ ଟିମକୁ ଫେରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ।
ଏହି ଆହତ କାରଣ ପାଇଁ ଚୟନକର୍ତ୍ତା ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରିନଥିଲା। ହେଲେ ଯେଉଁଦିନ ଟିମ୍ ଚୟନ ହେଲା, ସେହିଦିନ ମୁମ୍ବାଇ ଇଣ୍ଡିଆନ୍ସ ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲା। ଏହି ଭିଡିଓରେ ରୋହିତଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବାରୁ ଦେଖିବାକୁ ମିଳିଥିଲା। ଯାହା ପରେ ଅନେକ ପ୍ରଶ୍ନ ଉଠିଥିଲା।
ଗାଙ୍ଗୁଲିଙ୍କ ଭଳି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋହିତଙ୍କ ଆହତକୁ ନେଇ ଶାସ୍ତ୍ରୀ କହିଥିଲେ, ରୋହିତଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଛି। ଯେଉଁକାରଣରୁ ତାଙ୍କୁ କମ୍ବ୍ୟାକ୍ କରିବା ପାଇଁ ଅଧିକ ସମୟ ଲାଗିପାରେ। ଟିମ୍ ଇଣ୍ଡିଆ ଫିଜିଓ ନୀତୀନ ପଟେଲ ରୋହିତଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି।
ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ସମୟରେ ରୋହିତଙ୍କୁ ତାଙ୍କ ଫିଟନେସ ସ୍ଥିତି ଉପରେ ପଚରାଯାଇଥିଲା। ଜବାବରେ ରୋହିତ୍ କହିଥିଲେ ଯେ ଏବେ ସେ ଠିକ୍ ଅଛନ୍ତି। କିନ୍ତୁ ମ୍ୟାଚରେ ରୋହିତ୍ କିଛି ଖାସ୍ କରିପାରିନଥିଲେ। ସେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲା।
ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିଛିଦିନ ତଳେ ରୋହିତଙ୍କ ଆହତକୁ ନେଇ ଅପଡେଟ୍ ଦେଇଥିଲେ। ଗାଙ୍ଗୁଲି କହିଥିଲେ, ରୋହିତ୍ ଭାରତୀୟ ଦଳର ଭାଇସକ୍ୟାପଟେନ୍। ତେଣୁ ତାଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ନିଶ୍ଚୟ ଦଳ ପାଇଁ କ୍ଷତି ହେବ। ଗାଙ୍ଗୁଲି ଆହୁରି କହିଥିଲେ ଯେ ରୋହିତଙ୍କୁ ନିଜ ଆହତ ପ୍ରତି ସତର୍କ ରହିବାକୁ ପଡ଼ିବ। ତାଙ୍କ ମାଂସପେଶୀରେ ପୁନର୍ବାର ଆଘାତ ଲାଗିପାରେ। ଯଦି ତାଙ୍କୁ ପୁଣିଥରେ ଆଘାତ ଲାଗେ, ତାହେଲେ ଟିମକୁ ଫେରିବା ପାଇଁ ଆହୁରି ଅଧିକ ସମୟ ଲାଗିପାରେ।
ଏହି ଆହତ କାରଣ ପାଇଁ ଚୟନକର୍ତ୍ତା ରୋହିତଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରିନଥିଲା। ହେଲେ ଯେଉଁଦିନ ଟିମ୍ ଚୟନ ହେଲା, ସେହିଦିନ ମୁମ୍ବାଇ ଇଣ୍ଡିଆନ୍ସ ସୋଶାଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲା। ଏହି ଭିଡିଓରେ ରୋହିତଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବାରୁ ଦେଖିବାକୁ ମିଳିଥିଲା। ଯାହା ପରେ ଅନେକ ପ୍ରଶ୍ନ ଉଠିଥିଲା।
ଗାଙ୍ଗୁଲିଙ୍କ ଭଳି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ। ରୋହିତଙ୍କ ଆହତକୁ ନେଇ ଶାସ୍ତ୍ରୀ କହିଥିଲେ, ରୋହିତଙ୍କୁ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ହୋଇଛି। ଯେଉଁକାରଣରୁ ତାଙ୍କୁ କମବ୍ୟାକ୍ କରିବା ପାଇଁ ଅଧିକ ସମୟ ଲାଗିପାରେ। ଟିମ୍ ଇଣ୍ଡିଆ ଫିଜିଓ ନୀତୀନ ପଟେଲ ରୋହିତଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି।
ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଟସ୍ ପଡ଼ିବା ସମୟରେ ରୋହିତଙ୍କୁ ତାଙ୍କ ଫିଟନେସ ସ୍ଥିତି ଉପରେ ପଚରାଯାଇଥିଲା। ଜବାବରେ ରୋହିତ୍ କହିଥିଲେ ଯେ ଏବେ ମୁଁ ଠିକ୍ ଅଛି। କିନ୍ତୁ ମ୍ୟାଚରେ ରୋହିତ୍ କିଛି ଖାସ୍ କରିପାରିନଥିଲେ। ରୋହିତ୍ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ରୋହିତ୍ ଅନଫିଟ୍ ଅଛନ୍ତି, ତାହେଲେ ଆଇପିଏଲରେ କିପରି ଖେଳୁଛନ୍ତି।
ଏହାର ଅର୍ଥ ଚଳିତ ଆଇପିଏଲରେ ପ୍ରଥମ ପ୍ଲେଅଫ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହେବ। ସେହିପରି ଯଦି ଆସନ୍ତାକାଲି ମୁମ୍ବାଇ ଠାରୁ ହାଇଦ୍ରାବାଦ ପରାସ୍ତ ହୋଇଯିବ, ତା’ହେଲେ ୪ର୍ଥ ଦଳ ଭାବେ କୋଲକାତା ପ୍ଲେଅଫକୁ ଯିବ।
ଆଜିର ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ଆରସିବି ୧୫୨ ରନ୍ କରିଥିଲା। ଏହାର ଜବାବରେ ଦିଲ୍ଲୀ ୬ଟି ବଲ୍ ପୂର୍ବରୁ ୪ ୱିକେଟ ହରାଇ ୧୫୪ ରନ୍ କରି ନେଇଛି। ଦିଲ୍ଲୀ ପକ୍ଷରୁ ଅଜିଙ୍କ୍ୟ ରାହଣେ ସର୍ବାଧିକ ୬୦ ରନ୍ କରିଥିବା ବେଳେ ଶିଖର ଧୱନ ୫୪ ରନ୍ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ୱୀ ଶ’ ୯ ଓ ଶ୍ରେୟସ ଆୟର ୭ ରନ କରି ଆଉଟ ହୋଇଛନ୍ତି।
ମାର୍କସ ଷ୍ଟୋଇନିସ ୧୦ ଓ ରିଷଭ ପନ୍ତ ୮ ରନ୍ କରି ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ଶହବାଜ ଅହମଦ ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶିରାଜ ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଛନ୍ତି।
ଆହୁରି ପଢ଼ନ୍ତୁ : ଗୁଜବ ମୃତ୍ୟୁ ଖବରକୁ ଖଣ୍ଡନ କଲେ ଖୋଦ୍ କପିଲ୍ ଦେବ
ଆଜି ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସାମ୍ନାସାମ୍ନି ହେବେ ବିରାଟ୍ କୋହଲି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ମ୍ୟାଚର ବିଜେତା ଟିମ୍ ପ୍ଲେଅଫରେ ସ୍ଥାନ ପକ୍କା କରିନେବ। ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତି ହାଇଦ୍ରାବାଦ ପ୍ଲେଅଫରେ ସ୍ଥାନ ପକ୍କା କରିବାକୁ ଚାହିଁବ।
ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ବାକି ତିନୋଟି ସ୍ଥାନ ପାଇଁ କେଉଁ ଟିମକୁ କ'ଣ କରିବାକୁ ପଡ଼ିବ। ଆରସିବି ବର୍ତ୍ତମାନ ୧୩ ମ୍ୟାଚରୁ ୧୪ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ଏହା ପରକୁ ଦିଲ୍ଲୀ ମଧ୍ୟ ୧୪ ପଏଣ୍ଟ ସହ ତୃତୀୟ ଏବଂ କୋଲକାତା ନାଇଟ୍ ରାଇଡର୍ସ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଯଦି ଆଜି ଆରସିବି ଦିଲ୍ଲୀକୁ ହରାଇଦିଏ, ତାହେଲେ ସିଧାସଳଖ ପ୍ଲେଅଫରେ ପହଞ୍ଚିଯିବ। ଯଦି ଟିମ୍ ହାରିବ, ତାହେଲେ ଦିଲ୍ଲୀର ପ୍ଲେଅଫ୍ ଯିବା ସୁନିଶ୍ଚିତ ହୋଇଯିବ।
ଯଦିବି ଆଜି ଆରସିବି ହାରିଯାଏ, ତଥାପି ଟିମ୍ ପାଖରେ ସୁଯୋଗ ରହିବ। କାରଣ ଆସନ୍ତାକାଲିର ମ୍ୟାଚରେ ହାଇଦ୍ରାବାଦ ମୁମ୍ବାଇ ଠାରୁ ପରାସ୍ତ ହୁଏ, ତାହେଲେ ଆରସିବି ପ୍ଲେଅଫରେ ପହଞ୍ଚିଯିବ। ସେହିପରି ଦିଲ୍ଲୀ ଯଦି ଆଜି ମ୍ୟାଚ୍ ହାରେ, ତାହେଲେ ଟିମ୍ ପାଖରେ ସୁଯୋଗ ରହିବ। ଆରସିବି ଭଳି ଦିଲ୍ଲୀ ମଧ୍ୟ ଆସନ୍ତାକାଲିର ମ୍ୟାଚରେ ହାଇଦ୍ରାବାଦର ପରାଜୟ ଚାହିଁବ।
ତେବେ ଚତୁର୍ଥ ସ୍ଥାନ ପାଇଁ ଦୌଡ଼ରେ ଅଛି କେକେଆର। ଯେହେତୁ କେକେଆରର ଆଉ ମ୍ୟାଚ୍ ବାକି ନାହିଁ। ତେଣୁ କେକେଆର୍ ମଧ୍ୟ ହାଇଦ୍ରାବାଦର ପରାଜୟ ଚାହିଁବ। ଯଦି ଆସନ୍ତାକାଲି ହାଇଦ୍ରାବାଦ ମୁମ୍ବାଇକୁ ହରାଇବାରେ ସଫଳ ହୁଏ, ତାହେଲେ ଟିମର ପ୍ଲେଅଫ୍ ଯିବା ପକ୍କା ହେବ। ହାଇଦ୍ରାବାଦ ୧୩ ମ୍ୟାଚରୁ ୧୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। କିନ୍ତୁ ବଡ଼ କଥା ହେଉଛି, ହାଇଦ୍ରାବାଦର ନେଟ୍ ରନରେଟ୍ ଅନ୍ୟ ଦଳ ତୁଳନାରେ ଯଥେଷ୍ଟ ଉନ୍ନତ ରହିଛି। ଏହି କାରଣରୁ ହାଇଦ୍ରାବାଦ ମ୍ୟାଚ୍ ଜିତିବା ମାତ୍ରକେ ପ୍ଲେଅଫ୍ ଟିକେଟ୍ କାଟିବ। ତେଣୁ ଏବେବି ପ୍ଲେଅଫ୍ ଚିତ୍ର ଅସ୍ପଷ୍ଟ ରହିଛି, ଯାହାକି ଆଜି ଓ ଆସନ୍ତାକାଲି ସବୁକିଛି ସ୍ପଷ୍ଟ ହୋଇଯିବ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୯ତମ ମୁକାବିଲାରେ କେକେଆର୍ ତା'ର ଓପ୍ନର ନୀତିଶ ରାଣା (୮୭)ଙ୍କ ଦମଦାର ଇନିଂସ୍ ବଳରେ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୩୨*) ଅନ୍ତିମ ବଲରେ ଛକା ମାରି ଚେନ୍ନାଇକୁ ଚମତ୍କାର ବିଜୟ ଭେଟି ଦେଇଥିଲେ। ଜାଡେଜା ବ୍ୟତୀତ ଋତୁରାଜ ଗାଏକ୍ୱାଡ୍ ୭୨ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ। କୋଲକାତାର ଏହା ୧୩ତମ ମ୍ୟାଚରେ ସପ୍ତମ ପରାଜୟ ଏବଂ ଟିମ୍ ୧୨ ପଏଣ୍ଟ ସହ ଆଇପିଏଲ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଚେନ୍ନାଇ ପଞ୍ଚମ ବିଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ସବୁଠାରୁ ତଳେ ଅର୍ଥାତ୍ ଅଷ୍ଟମ ସ୍ଥାନରେ ରହିଛି।
୧୭୩ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଏକ ସମୟରେ ୧୧୮ ରନରେ ୧ ୱିକେଟ୍ ହରାଇ ନିଶ୍ଚିତ ବିଜୟଦ୍ୱାରରେ ପହଞ୍ଚିଥିଲା। କିନ୍ତୁ ଅମ୍ବାତି ରାୟୁଡୁଙ୍କ ଆଉଟ୍ ହେବା ପରେ ବାଜି ପଲଟିଯାଇଥିଲା। ରାୟୁଡୁ ମାତ୍ର ୨୦ ବଲରେ ୩୮ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ। ତାଙ୍କ ପରେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି (୧) ନିରାଶ କରିଥିବା ବେଳେ ଋତୁରାଜ ମଧ୍ୟ ଠିକଣା ସମୟରେ ନିଜ ୱିକେଟ୍ ଦେଇ ବସିଥିଲେ। ଯାହା ଫଳରେ ସହଜ ସ୍ଥିତିରେ ଥିବା ଚେନ୍ନାଇକୁ ମ୍ୟାଚ୍ ଜିତିବା ପାଇଁ କଷ୍ଟକର ହୋଇପଡ଼ିଥିଲା।
ଚେନ୍ନାଇକୁ ଶେଷ ଦୁଇ ଓଭରରେ ୩୦ ରନ୍ ଦରକାର ଥିଲା ବେଳେ ୧୯ତମ ଓଭରରେ ଲକି ଫର୍ଗୁସନ୍ ୨୦ ରନ୍ ବ୍ୟୟ କରିଥିଲେ। ଏହି ଓଭରରେ ଜାଡେଜା ଦମଦାର ବ୍ୟାଟିଂ କରି ଚେନ୍ନାଇକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ଶେଷ ଓଭରରେ ଦଳକୁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଯୁବ ପେସର୍ କମଲେଶ ନାଗରକୋଟି ପ୍ରଥମ ୪ ବଲରେ ମାତ୍ର ୩ ରନ୍ ଦେଇଥିଲେ। କିନ୍ତୁ ଶେଷ ଦୁଇଟି ବଲରେ ଲଗାତର ଛକା ମାରି ଜାଡେଜା ଚେନ୍ନାଇକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଥିଲେ। ଜାଡେଜା ମାତ୍ର ୧୧ ବଲରେ ଦ୍ରୁତ ଅପରାଜିତ ୩୧ ରନ୍ କରିଥିଲେ, ଯେଉଁଥିରେ ୨ ଛକା ଓ ୩ ବିଶାଳ ଛକା ସାମିଲ୍ ଥିଲା। ତାଙ୍କ ସହ ସାମ୍ କୁରାନ୍ ୧୩ ରନ୍ କରି ଅପରାଜିତ ଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ପକ୍ଷରୁ ନୀତୀଶ ସର୍ବାଧିକ ୮୭ (୬୧ ବଲ, ୧୦ ଚୌକା, ୪ ଛକା) ରନ୍ କରିଥିବା ବେଳେ ଶୁବମନ୍ ଗିଲ୍ ୨୬, ଇଅନ୍ ମୋର୍ଗାନ୍ ୧୫, ରିଙ୍କୁ ସିଂହ ୧୧ ଓ ଦିନେଶ କାର୍ତ୍ତିକ ଅପରାଜିତ ୨୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ୱିକେଟ୍ ନେଇଥିଲେ।
ୱାର୍ଣ୍ଣର୍ ମାତ୍ର ୩୪ ବଲରେ ୮ ଚୌକା ଓ ୨ ଛକା ସହ ୬୬ ରନ ଏବଂ ସାହା ୮୭ (୪୫ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିଲେ। ସେହିପରି ମନୀଷ ପାଣ୍ଡେ ୩୧ ବଲରେ ଦ୍ରୁତ ୪୪ (୪ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଥିଲେ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ବର୍ଥଡେ' ବୟ ୱାର୍ଣ୍ଣର ଓ ସାହା ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଦୁହେଁ ପାୱାରପ୍ଲେ'ରେ ରେକର୍ଡ ୭୭ ରନ୍ କରିଥିଲେ। ୱାର୍ଣ୍ଣର ମାତ୍ର ୨୫ ବଲରେ ଏବଂ ସାହା ୨୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ଦୁହେଁ ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୧୦୭ ରନର ଶତକୀୟ ଭାଗିଦାରୀ କରିଥିଲେ। ୱାର୍ଣ୍ଣରଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ସାହା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ସାହା ବ୍ୟକ୍ତିଗତ ୮୭ ରନ୍ କରିଥିବା ବେଳେ ତାଙ୍କୁ ଆନରିଚ୍ ନର୍ଜେ ଆଉଟ୍ କରିଥିଲେ। ମନୀଷ ଓ କେନ୍ ୱିଲିୟମସନ୍ ଅପରାଜିତ ରହି ଦଳକୁ ୨୧୯ ରନରେ ପହଞ୍ଚାଇଥିଲେ। ୱିଲିୟମସନ୍ ୧୧ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ନର୍ଜେ ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
ଅଷ୍ଟ୍ରେଲିଆ ଗସ୍ତରୁ ରୋହିତଙ୍କୁ ବାଦ୍ ପଛରେ ଆହତ ସମସ୍ୟା ଥିବା କହିଛି ବିସିସିଆଇ। ତେବେ ଟିମ୍ ଚୟନର କିଛି ସମୟ ପରୋ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ନେଟ୍ ପ୍ରାକ୍ଟିସ୍ ଭିଡିଓ ପୋଷ୍ଟ କରିଛି। ଏଥିରେ ରୋହିତ୍ ପୂରା ଫିଟ୍ ନଜର ଆସୁଛନ୍ତି। ତେବେ ଏହି ଭିଡିଓ ପୋଷ୍ଟ ହେବା ପରଠାରୁ ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି।
https://twitter.com/mipaltan/status/1320792336683560961?s=20
ଏହାକୁ ନେଇ ଗାଭାସ୍କର କହିଛନ୍ତି, 'ଯଦି ରୋହିତ୍ ନେଟ୍ସରେ ପ୍ରାକ୍ଟିସ୍ କରିପାରୁଛନ୍ତି, ତାହେଲେ ଜାତୀୟ ଦଳରୁ ତାଙ୍କୁ କାହିଁକି ବାଦ୍ ଦିଆଗଲା। ଭାରତୀୟ ପ୍ରଶଂସକଙ୍କୁ ଏହା ଜାଣିବାର ପୂରା ଅଧିକାର ରହିଛି। ଆମେ ଟେଷ୍ଟ ମ୍ୟାଚ୍ କଥା କହୁଛୁ, ଯାହା ଆଜିଠାରୁ ଦେଢ଼ ମାସ ପରେ ଖେଳାଯିବ। ଯଦି ରୋହିତ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରାକ୍ଟିସ୍ କରୁଛନ୍ତି, ତାହେଲେ ମୁଁ ଜାଣିନାହିଁ ଯେ ତାଙ୍କୁ କେଉଁ ଆଘାତ ଲାଗିଛି। ମୋ ମତରେ ରୋହିତଙ୍କ ଆହତକୁ ନେଇ ସାମାନ୍ୟ ପାରଦର୍ଶିତା ଓ ସ୍ପଷ୍ଟ ହେବା ଦରକାର।'
https://twitter.com/mipaltan/status/1320773924964069377?s=20
ଗାଭାସ୍କର ଆହୁରି କହିଛନ୍ତି, 'ରୋହିତଙ୍କୁ ଆହତକୁ ନେଇ ଭାରତୀୟ କ୍ରିକେଟ୍ ଫ୍ୟାନ୍ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ, ବାସ୍ତବରେ ତାଙ୍କ ସହ କ'ଣ ହୋଇଛି। ଯଦି ଫ୍ରାଞ୍ଚାଇଜି ରୋହିତଙ୍କ ଆହତକୁ ନେଇ କୌଣସି ଖୁଲାସା କରିବାକୁ ଚାହୁଁନି, ତାହେଲେ ଏହା ଅଲଗା କଥା। କାରଣ ଫ୍ରାଞ୍ଚାଇଜି ମ୍ୟାଚ୍ ଜିତିବାକୁ ଚାହୁଁଛି ଏବଂ ସେମାନେ ବିପକ୍ଷ ଦଳକୁ ଆଗୁଆ ମାନସିକ ଲାଭ ଦେବାକୁ ଚାହୁଁନାହାନ୍ତି। କିନ୍ତୁ ଭାରତୀୟ ଟିମ୍ ସମ୍ବନ୍ଧରେ ଜାଣିବାକୁ ପୂରା ହକ୍ ଅଛି। ମୟଙ୍କ ଅଗ୍ରୱାଲ୍ ମଧ୍ୟ ଆହତ ଯୋଗୁ ଖେଳୁନାହାନ୍ତି। ତେଣୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଜାଣିବାର ଅଧିକାର ଅଛି ଯେ ଦୁହିଁଙ୍କ (ରୋହିତ୍ ଓ ମୟଙ୍କ) ସହ କ'ଣ ହେଉଛି।
ସୂଚନାଯୋଗ୍ୟ, କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ମଧ୍ୟ ଆହତ କାରଣରୁ ଦୁଇଟି ମ୍ୟାଚ୍ ଖେଳିନାହାନ୍ତି। ମୟଙ୍କ ଆହତ ଥାଇକି ବି ତାଙ୍କୁ ତିନୋଟି ଯାକ ଫର୍ମାଟ୍ ପାଇଁ ଚୟନ କରାଗଲା। ଏଠି ପ୍ରଶ୍ନ ଉଠୁଛି, ଉଭୟ ରୋହିତ୍ ଓ ମୟଙ୍କଙ୍କ ମଧ୍ୟରୁ କାହାର ଆହତ ସମସ୍ୟା ଅଧିକ ଗୁରୁତର।
ହେଲେ ପ୍ରଥମଥର ଥର ଦଳ ଲିଗ ପର୍ଯ୍ୟାୟରୁ ବିଦାୟ ନେବା ଏକ ପ୍ରକାରର ଚୂଡ଼ାନ୍ତ ହୋଇ ସାରିଛି। ଦଳ ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍ ଖେଳି ୮ଟିରେ ପରାସ୍ତ ହୋଇଥିବା ବେଳେ ୩ଟିରେ ଜିତିଛି। ଏବେ ଦଳ ପାଖରେ ଆଉ ମାତ୍ର ୩ଟି ମ୍ୟାଚ୍ ରହିଛି। ୩ଟି ଯାକ ମ୍ୟାଚ୍ ଜିତିଲେ ମଧ୍ୟ ଦଳ କେବଳ ୧୨ ପଏଣ୍ଟ ହାସଲ କରିପାରିବେ। ଏପରି ସ୍ଥିତିରେ ରନ୍ ରେଟ୍ ଓ ଅନ୍ୟ ଟିମ୍ର ପ୍ରଦର୍ଶନ ହିଁ ଚେନ୍ନାଇର ଭାଗ୍ୟ ନିର୍ଦ୍ଧାରଣ କରିବ। ଯାହା ଏକ ପ୍ରକାରର ଅସମ୍ଭବ।
ଚଳିତ ସିଜିନ୍ରେ ଚେନ୍ନାଇ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏହି ଧାରା ଆଜି ମଧ୍ୟ ଦେଖିବାକୁ ମିଳିଥିଲା। ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମଷ୍ଟ ୱିନ୍ ଗେମ୍ରେ ଚେନ୍ନାଇ ପ୍ରଥମେ ବ୍ୟାଟିଂରେ ଫେଲ ମାରି ମାତ୍ର ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲିଂରେ ମଧ୍ୟ ଦଳ ପ୍ରଭାବଶୂନ୍ୟ ରହିଛି।
ଚେନ୍ନାଇ ଦେଇଥିବା ୧୧୫ ରନ୍ର ଟାର୍ଗେଟକୁ ମୁମ୍ବାଇ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି। ମୁମ୍ବାଇ ପକ୍ଷରୁ ଇଶାନ କିଶନ ବିସ୍ଫୋରକ ୩୭ ବଲରେ ଅପରାଜିତ ୬୮ ରନ୍ର ଇନିଂସ ଖେଳି ବିଜୟର କର୍ଣ୍ଣଧାର ସାଜିଥିଲେ। ତାଙ୍କୁ କ୍ୱିଣ୍ଟନ ଡି’କକ ମଧ୍ୟ ଭରପୂର ସହଯୋଗ ଦେଇ ଅପରାଜିତ ୪୬ ରନ୍ ଇନିଂସ୍ ଖେଳିଛନ୍ତି।
ଚେନ୍ନାଇ ଦେଇଥିବା ୧୧୫ ରନ୍ର ଟାର୍ଗେଟକୁ ପିଛା କରୁଥିବା ମୁମ୍ବାଇ ପାଇଁ ଦୁଇ ଓପନର କିଶନ ଓ ଡି’କକ ଜବରଦସ୍ତ ଆରମ୍ଭ କରିଥିଲେ। ବିଶେଷ କରି କିଶନ ବଡ଼ବଡ଼ ଶଟ୍ ଖେଳି ଚେନ୍ନାଇକୁ ସଂପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ଦେଇଥିଲା। ପୂରା ଇନିଂସ୍ର ଗୋଟିଏ ବି ଓଭର୍ରେ ଚେନ୍ନାଇ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇ ନଥିଲା। କିଶନ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଡି’କକ ଓ ସେ ପ୍ରଥମେ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଏଥିସହ ଦଳକୁ ବିନା କୌଣସି କ୍ଷତି ପହଞ୍ଚାଇ ବିଜୟୀ କରାଇଥିଲେ।
ଅପରାଜିତ ୬୮ ରନ୍ର ଇନିଂସ୍ ଖେଳିଥିବା କିଶନ ୬ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେହିପରି ୫ଟି ଚୌକା ଓ ୨ଟି ଚକା ବଳରେ ଡି’କକ ୪୬ ରନ୍ କରିଛନ୍ତି।
ଏହାପୂର୍ବରୁ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ଚେନ୍ନାଇର ପୂରା ବ୍ୟାଟିଂ ଲାଇନ ଅପ୍ ଆତ୍ମସମର୍ପଣ କରିଥିଲା। କେବଳ ସାମ କୁରାନ ୫୨ ରନ୍ର ଇନିଂସ୍ ଖେଳିବାରୁ ଦଳ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ବୋଲ୍ଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ରାହୁଲ ଚହର ଦୁଇଟି ଲେଖାଏ ୱିକେଟ ପାଇଛନ୍ତି। ସେହିପରି କୁଣ୍ଟନାଇଲଙ୍କ ଖାତକୁ ଗୋଟିଏ ୱିକେଟ ଯାଇଥିଲା।
ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ପାଇଁ ରବିନ୍ ଉଥାପ୍ପା ଦ୍ରୁତ ରନ୍ କରିଥିଲେ। କିନ୍ତୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ୧୯ (୧୩ ବଲ୍, ୨ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟତମ ଓପ୍ନର ବେନ୍ ଷ୍ଟୋକ୍ସଙ୍କୁ ସାଥ୍ ଦେଇଥିଲେ ସଞ୍ଜୁ ସାମସନ୍। ଦୁହେଁ ୨ୟ ୱିକେଟ୍ ପାଇଁ ୫୬ ରନର ଭାଗିଦାରୀ କରିଥିଲେ।
ସାମସନ୍ ଆଜି ନିଜର ପୁରୁଣା ଲୟ ହାସଲ କରିଥିଲେ ହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୩୬ (୨୬ ବଲ୍, ୩ ଚୌକା, ୧ ଛକା) ରନ୍ କରି ଜେସନ୍ ହୋଲ୍ଡରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ପରେ ପରେ ଷ୍ଟୋକ୍ସ (୩୦) ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ଗତ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଜୋସ୍ ବଟଲର୍ (୯) ନିରାଶ କରିଥିଲେ।
କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ୧୯ ରନର ଇନିଂସ୍ ଖେଳିଥିବା ବେଳେ ରିୟାନ୍ ପରାଗ ୧୨ ବଲରେ ଦ୍ରୁତ ୨୦ (୧୨ ବଲ୍, ୨ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ। ଶେଷ ଆଡ଼କୁ ଜୋଫ୍ରା ଆର୍ଚର୍ ଦ୍ରୁତ ଅପରାଜିତ ୧୬ (୭ ବଲ୍, ୧ ଛକା, ୧ ଚୌକା) ରନ୍ କରି ଦଳକୁ ୧୫୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ରାଜସ୍ଥାନ ପକ୍ଷରୁ ହୋଲ୍ଡର ୩ଟି, ବିଜୟ ଶଙ୍କର ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ।
ଯଦି ଚେନ୍ନାଇ ଚଳିତ ବର୍ଷ ଆଇପିଏଲର ପ୍ଲେ-ଅଫକୁ ଯିବ ନାହିଁ, ତା’ହେଲେ ନୂଆ ରେକର୍ଡ ସୃଷ୍ଟି ହେବ। କାରଣ ପୂର୍ବ ୧୦ଟି ଯାକ ସିଜିନରେ ଚେନ୍ନାଇ ପ୍ଲେ-ଅଫ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲା।
୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଚେନ୍ନାଇ ପ୍ଲେ ଅଫ ଖେଳିଛି। ୨୦୧୬ ଓ ୨୦୧୭ରେ ଚେନ୍ନାଇକୁ ଆଇପିଏଲରେ ବ୍ୟାନ୍ କରାଯିବାରୁ ଦଳ ଏଥିରେ ଭାଗ ନେଇ ପାରି ନଥିଲା। ଏହାର ଅର୍ଥ ଚଳିତ ସିଜିନ୍କୁ ବାଦ୍ ଦେଲେ ଚେନ୍ନାଇ ୧୦ଟି ଆଇପିଏଲ ଖେଳିଛି। ସବୁଥର ଦଳ ପ୍ଲେ-ଅଫକୁ ଯାଇଥିଲା। ଏଥିସହ ୩ ଥର ଚାମ୍ପିୟନ ମଧ୍ୟ ହୋଇଛି। ଚେନ୍ନାଇ ଠାରୁ ଅଧିକ ସଫଳ ଟିମ୍ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ୪ଥର ଚାମ୍ପିୟନ ହୋଇଥିବା ବେଳେ ଚେନ୍ନାଇ ୩ ଥର ଜିତିଛି।
ହେଲେ ୨୦୨୦ ଆଇପିଏଲରେ ଚେନ୍ନାଇର ଭାଗ୍ୟ ପୂରା ଓଲଟି ଯାଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଦଳ ୧୦ଟି ମ୍ୟାଚ୍ରୁ ୩ଟି ଜିତିଛି। ଚେନ୍ନାଇ ଆଉ ୪ଟି ମ୍ୟାଚ୍ ଖେଳିବ। ହେଲେ ଏହି ୪ଟି ଯାକ ମ୍ୟାଚ୍ ଯଦି ଚେନ୍ନାଇ ଜିତିବ, ତା’ହେଲେ କ’ଣ ପ୍ଲେ ଅଫକୁ ଯାଇ ପାରିବ କି? ଏହାର ଉତ୍ତର ହେଉଛି ହଁ।
ପ୍ଲେ-ଅଫକୁ ଯିବାକୁ ହେଲେ ଧୋନି ବାହିନୀଙ୍କୁ ପ୍ରଥମେ ୪ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ଏଥିସହ ଦଳ ତା’ର ନେଟ୍ ରନ୍ ରେଟ୍ରେ ମଧ୍ୟ ସୁଧାର ଆଣିବାକୁ ପଡ଼ିବ। ଦଳର ନେଟ୍ ରନ୍ ରେଟ୍ ଏବେ ବିଯୁକ୍ତ ୦.୪୬୩ ରହିଛି।
ଏହାବାଦ ଅନ୍ୟ ଟିମ୍ର ରେଜଲ୍ଟ ବି ଚେନ୍ନାଇ ସପକ୍ଷରେ ଯିବା ଦରକାର। ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟପ୍ ୩ରେ ରହିଛନ୍ତି। ତେବେ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନରେ ଏଯାଏ ସ୍ଥିରତା ଆସିନି। ତଥାପି କୋଲକାତା ପ୍ଲେ-ଅଫ ଦୌଡ଼ରେ ରହିଛି। ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟ ରେସରେ ଅଛନ୍ତି। କେବଳ କିଙ୍ଗସ ଏକାଦଶ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗସ ଚମତ୍କାର ଆଶାରେ ରହିଛନ୍ତି।
କୋଲକାତା, ହାଇଦ୍ରାବାଦ ଓ ରାଜସ୍ଥାନ ଧୋନିଙ୍କ ଚେନ୍ନାଇ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଯଦି ଏହି ଟିମ୍ ଗୁଡ଼ିକ ହାରିବା ତୁଳନାରେ ଅଧିକ ସଂଖ୍ୟକ ମ୍ୟାଚ୍ ଜିତି ନିଅନ୍ତି, ତା’ହେଲେ ଶେଷ ୪ରେ ପ୍ରବେଶ କରିବା ଧୋନିଙ୍କ ପାଇଁ କଷ୍ଟକର ହୋଇପଡ଼ିବ।
ସେହିପରି ଟପ୍ ୩ରେ ଥିବା ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରକୁ ଅଧିକରୁ ଅଧିକ ମ୍ୟାଚ୍ ଜିତିବା ଦରକାର। ଏହାର ଅର୍ଥ କୋଲକାତା, ହାଇଦ୍ରାବାଦ ଓ ରାଜସ୍ଥାନ ଯେତେ ଅଧିକ ମ୍ୟାଚ ହାରିବେ, ତାହା ଚେନ୍ନାଇ ପାଇଁ ଭଲ ହେବ। ତେଣୁ ଚେନ୍ନାଇ ଅବଶିଷ୍ଟ ୪ଟି ମ୍ୟାଚ୍ ଜିତିଲେ ୧୪ ପଏଣ୍ଟ ସହ ପ୍ଲେ-ଅଫକୁ ଯାଇପାରିବ।
୨୦୧୯ କଥା ବିଚାରକୁ ନେଲେ ଟପ୍ ୩ରେ ଥିବା ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ସମାନ ୧୮ ଲେଖାଏ ପଏଣ୍ଟ ସହ ପ୍ଲେ-ଅଫକୁ ଯାଇଥିଲେ। ହାଇଦ୍ରାବାଦ ମାତ୍ର ୧୨ ପଏଣ୍ଟ ସହ ପ୍ଲେ-ଅଫ ଖେଳିଥିଲା। ହାଇଦ୍ରାବାଦ ଭଳି କୋଲକାତା ଓ ପଞ୍ଜାବ ପାଖରେ ମଧ୍ୟ ୧୨ ପଏଣ୍ଟ ରହିଥିଲା। ହେଲେ ନେଟ ରନ୍ ରେଟ୍ ଯୋଗୁ ଉଭୟ ଟିମ୍ ପ୍ଲେ ଅଫରୁ ବାଦ ପଡ଼ିଥିଲେ। ତେଣୁ ଚେନ୍ନାଇ ପାଖରେ ଏବେ ବି ସୁଯୋଗ ରହିଛି ବୋଲି କହିଲେ ଭୁଲ ହେବନାହିଁ।
ଚଳିତ ସିଜିନ୍ରେ ଚେନ୍ନାଇ ଅକ୍ଟୋବର ୨୩ରେ ମୁମ୍ବାଇ ସହ, ଅକ୍ଟୋବର ୨୫ରେ ବାଙ୍ଗାଲୋର ସହ, ଅକ୍ଟୋବର ୨୯ରେ କୋଲକାତା ସହ ଓ ନଭେମ୍ବର ୧ରେ ପଞ୍ଜାବ ସହ ମ୍ୟାଚ୍ ଖେଳିବ। ଏହି ୪ଟି ମ୍ୟାଚ୍ ହିଁ ଚେନ୍ନାଇର ଭାଗ୍ୟ ନିର୍ଦ୍ଧାରଣ କରିବ।
ପଢନ୍ତୁ- ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି
କୋହଲି ଏଯାଏ ୯୦ଟି ମ୍ୟାଚ୍ ହାରିଛନ୍ତି। ତେବେ ଗତକାଲି ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ହାରିବା ପରେ ଉଥାପ୍ପାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଏହି ତାଲିକାର ତୃତୀୟ ସ୍ଥାନରେ କୋଲକାତା ନାଇଟ ରାଇଡର୍ସର ଦୀନେଶ କାର୍ତ୍ତି(୮୭) ଓ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା(୮୫) ୪ର୍ଥ ସ୍ଥାନରେ ରହିଛନ୍ତି।
ଆଇପିଏଲରେ ରବିନ ଉଥାପ୍ପା ଏଯାଏ ୫ଟି ଟିମ୍ ପକ୍ଷରୁ ଖେଳି ସାରିଲେଣି। ୨୦୨୦ ଆଇପିଏଲ ନିଲାମୀ ବେଳେ ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ୩ କୋଟି ଟଙ୍କାରେ ଉଥାପ୍ପାଙ୍କୁ କିଣିଥିଲା।
କୋଭିଡ୍ କଟକଣା ମାନି ଆଇସୋଲସନରେ ଥିବାରୁ ଗତ ମ୍ୟାଚ ଖେଳି ପାରିନଥିବା ବିସ୍ଫୋରକ ଇଂଲିଶ ୱିକେଟ୍ କିପର ବ୍ୟାଟସମ୍ୟାନ୍ ଜୋଶ ବଟଲର ଆଜି ଚୂଡ଼ାନ୍ତ ଏକଦାଶକୁ ଫେରିବାର ସମ୍ଭାବନା ରହିଛି। ଆଉ ବଟଲର ମିଡିଲ ଅର୍ଡର ବା ଓପନିଂ ସ୍ପଟରେ ଖେଳିଲେ ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ରାଜସ୍ଥାନ ରୟାଲସର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ 32 ବଲରେ 74 ରନର ବିଧ୍ୱଂସୀ ଇନିଂସ ଖେଳି ସଂଜୁ ସାମସନ୍ ଆଇପିଏଲରେ ତାଙ୍କ ଉପସ୍ଥିତି ଜାହିର କରି ସାରିଛନ୍ତି। ସେହିପରି ଜେଫ୍ରା ଆର୍ଚରଙ୍କ ଡେଥ୍ ଓଭର୍ ବିସ୍ଫୋରଣ ଦଳୀୟ ବ୍ୟାଟିଂ ଗଭୀରତାର ପ୍ରମାଣ ଦେଇଛି। ବୋଲିଂରେ ମଧ୍ୟ ଆର୍ଚର ଦଳର ସଂପତ୍ତି ସାବ୍ୟସ୍ତ ହୋଇଥିବାବେଳେ ରାହୁଲ୍ ଟେୱାଟିଆ, ଟମ୍ କୁରାନଙ୍କ ସହ ଜୟଦେବ ଉନାଡକଟଙ୍କ ପାଖରେ ମ୍ୟାଚ ଗତି ବଦଳାଇ ଦେବାର କ୍ଷମତା ରଖୁଛନ୍ତି। ତେବେ କିଙ୍ଗସ ଇଲେଭନେ ଅଧିନାୟକ କେଏଲ୍ ରାହୁଲଙ୍କୁ ଲଗାମ ଦେବା ପାଇଁ ଆଜି ଷ୍ଟିଭ୍ ସ୍ମିଥଙ୍କୁ ସ୍ୱତନ୍ତ୍ର ରଣନୀତି କରିବାକୁ ଅବଶ୍ୟ ପଡ଼ିବ।
ସେପଟେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଭାରୀ ପଡ଼ିଥିବା କିଙ୍ଗସ ଇଲେଭେନ୍ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷ ନୈରାଶ୍ୟଜନକ ଆରମ୍ଭକୁ ଭୁଲି ଏବେ ୱିନିଂ ଟ୍ରାକକୁ ଫେରିଛି। ତେବେ ମଧ୍ୟକ୍ରମରେ ନିକୋଲସ୍ ପୂରନଙ୍କୁ ବାଦ୍ ଦେଇ ଦଳ ଏହି ମ୍ୟାଚରେ ଦୁର୍ଦ୍ଦର୍ଷ କ୍ରିସ ଗେଲଙ୍କ ଫର୍ମର ପରୀକ୍ଷା ନେଇପାରେ। ମହମ୍ମଦ ସାମିଙ୍କ ନେତୃତ୍ୱରେ କିଙ୍ଗସ୍ ବୋଲିଂ ବାହିନୀ ବେଶ୍ ସନ୍ତୁଳିତ ରହିଛି। ଇଣ୍ଡିଜ୍ ଦ୍ରୁତ ବୋଲର ଶେଲଡନ୍ କଟ୍ରେଲ୍, ଉଦୀୟମାନ ଯୁବ ପ୍ରତିଭା ରବି ବିଷ୍ଣୋଇ,ଏମ୍ ଅଶ୍ୱିନ୍ ଓ ଗ୍ଲେନ୍ ମାକ୍ସୱେଲ୍ ନିଜ ସାମର୍ଥ୍ୟ ମୁତାବକ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଆଜିର ସୁପର ସଣ୍ଡେ ମୁକାବିଲାରେ ବଲକୁ ଖୁବ୍ ପ୍ରହାର କରି ଅପେକ୍ଷାକୃତ ଛୋଟିଆ ବାଉଣ୍ଡାରୀକୁ ପାର କରିବା ଲକ୍ଷ୍ୟରେ ଉଭୟ ଦଳର ବ୍ୟାଟସମ୍ୟାନ ମୁଖ୍ୟତଃ ଚାହିଁବେ।
କୋଲକାତା ପକ୍ଷରୁ ବୋଲିଂରେ ଶିବମ ମାୱି ୨ଟି ୱିକେଟ୍ ନେଇଥିବାବେଳେ ନାରିନ୍ ଏବଂ ରସେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
୧୯୬ ରନ୍ର ଟାର୍ଗେଟ୍ର ଚାପରେ ଖେଳୁଥିବା କୋଲକାତା ୨ ଓପନରଙ୍କୁ ସଅଳ ହରାଇଥିଲା। ଶୁବମାନ ଗିଲ୍ ଏବଂ ନାରିନ୍ ଯଥାକ୍ରମେ ୭ ଏବଂ ୯ ରନ୍ରେ ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଦିନେଶ କାର୍ତ୍ତିକ ୩୦ ଏବଂ ନୀତୀଶ ରାଣା ୨୪ ରନ୍ ଯୋଡ଼ିଥିଲେ। ସେହିଭଳି କ୍ୟୁମିନ୍ସ ୩୩ ରନ୍ କରିପାରିଥିଲେ। ଅନ୍ୟ କାହା ବ୍ୟାଟ୍ରୁ ବିଶେଷ ରନ୍ ଆସିନଥିଲେ। ୨୦ ଓଭର ଶେଷ ସୁଦ୍ଧା କୋଲକାତା ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ରେ ରୋହିତ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।
https://twitter.com/IPL/status/1308837272935161859?s=20
ଏହି ବିସ୍ଫୋରକ ୱିକେଟ୍ କିପର ବ୍ୟାଟସମ୍ୟାନଙ୍କୁ ରାଜସ୍ଥାନ ରୟାଲସ୍ ଓପନିଂ ଭାବେ ପଦୋନ୍ନତି ଦେଇଥିଲା। ବଟଲର ମଧ୍ୟ ଦଳର ନିଷ୍ପତ୍ତିକୁ ସଠିକ୍ ପ୍ରମାଣିତ ଓପନିଂରେ ବେଶ୍ ସଫଳ ହୋଇଥିଲେ। ଏବେ ବଟଲରଙ୍କ ବଦଳ ଓପନର ଭାବେ ଭାରତୀୟ ଯୁବ ଅଲରାଉଣ୍ଡର ଯଶସ୍ୱୀ ଜୟସ୍ୱାଲ ଚେନ୍ନାଇ ବିପକ୍ଷ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ସେହିପରି ଅନ୍ୟ ବିକଳ୍ପ ଭାବେ ଭେଟେରାନ୍ ରବିନ ଉତ୍ଥାପ୍ପାଙ୍କ ସହ ସଂଜୁ ସାମସନ୍ ଓ ମନନ ଭୋରା ମଧ୍ୟ ଓପନିଂ ଦାୟିତ୍ୱ ତୁଲାଇ ପାରିବେ।
ବଟଲରଙ୍କ ଅନ୍ୟତମ ସାଥି ଖେଳାଳି ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ମଧ୍ୟ ଏଯାଏ ଦଳ ସହ ଯୋଗ ଦେଇନାହାନ୍ତି। ତେବେ ଇଂଲିଶ ଦ୍ରତୁ ବୋଲର ଜେଫ୍ରା ଆର୍ଚର୍ ଚଳିତ ସିଜିନ ପାଇଁ ଦଳର ପ୍ରଥମ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି।
ପଞ୍ଜାବ ଟିମ୍ ଦିଲ୍ଲୀ ଆଗରେ ମାତ୍ର ୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ଆଉ ଦିଲ୍ଲୀ ଟିମ୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚ୍କୁ ଜିତି ନେଇଥିଲା।
ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୬୦ଟି ବଲରୁ ଧୂଆଁଦାର ୮୯ ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରି ପାରି ନଥିଲେ।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଦିଲ୍ଲୀ ଓପ୍ନର ଶିଖର ଧୱନ୍ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିବା ବେଳେ ପୃଥ୍ୱୀ ଶ' (୫) ଓ ଶିମରନ୍ ହେଟମେୟର୍ (୭)ଙ୍କୁ ସାମି ପ୍ୟାଭିଲିୟନ୍ ପଠାଇଥିଲେ।
ଦିଲ୍ଲୀ କ୍ୟାପଟେନ୍ ଆୟର୍ ଓ ପନ୍ତ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଟିମ୍କୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ସେଟ୍ ହୋଇ ଆସୁଥିବା ବେଳେ ରବି ବିଷ୍ଣୋଇ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପନ୍ତ ଖରାପ ଶଟ୍ ଖେଳିବାକୁ ଯାଇ ବିଷ୍ଣୋଇଙ୍କ ବଲରେ ବୋଲ୍ଡ ହୋଇଥିବା ବେଳେ ଆୟରଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ଷ୍ଟୋଇନିସ୍ ଏକାକୀ ଦିଲ୍ଲୀ ପାଇଁ ଲଢ଼ି ଦଳକୁ ୧୫୭ ରନରେ ପହଞ୍ଚାଇଥିଲେ। ଦିଲ୍ଲୀ ତା'ର ଶେଷ ୪ ଓଭରରେ ୬୧ ରନ୍ କରିଥିଲା।
ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଦୁବାଇରେ ମ୍ୟାଚ୍ ଖେଳାଯିବ।
ଦିଲ୍ଲୀ ପକ୍ଷରୁ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଷ୍ଟୋଇନିସ୍ ମାତ୍ର ୨୧ ବଲରେ ୫୩ (୭ ଚୌକା, ୩ ଛକା) ରନର ଦ୍ରୁତ ଇନିଂସ୍ ଖେଳିଥିବା ବେଳେ କ୍ୟାପଟେନ୍ ଶ୍ରେୟସ ଆୟର୍ ୩୯ ଓ ଋଷଭ ପନ୍ତ ୩୧ ରନର ଯୋଗଦାନ କରିଛନ୍ତି। କିଙ୍ଗସ୍ ଇଲେଭେନ୍ ପକ୍ଷରୁ ମହମ୍ମଦ ଶାମି ୩ଟି ଓ ଶେଲଡନ୍ କଟ୍ଟରେଲ୍ ୨ଟି ସଫଳତା ପାଇଛନ୍ତି।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଦିଲ୍ଲୀ ଓପ୍ନର ଶିଖର ଧୱନ୍ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିବା ବେଳେ ପୃଥ୍ୱୀ ଶ' (୫) ଓ ଶିମରନ୍ ହେଟମେୟର୍ (୭)ଙ୍କୁ ସାମି ପ୍ୟାଭିଲିୟନ୍ ପଠାଇଥିଲେ।
ଦିଲ୍ଲୀ କ୍ୟାପଟେନ୍ ଆୟର୍ ଓ ପନ୍ତ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଟିମକୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ସେଟ୍ ହୋଇ ଆସୁଥିବା ବେଳେ ରବି ବିଷ୍ଣୋଇ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପନ୍ତ ଖରାପ ଶଟ୍ ଖେଳିବାକୁ ଯାଇ ବିଷ୍ଣୋଇଙ୍କ ବଲରେ ବୋଲ୍ଡ ହୋଇଥିବା ବେଳେ ଆୟରଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ଷ୍ଟୋଇନିସ୍ ଏକାକୀ ଦିଲ୍ଲୀ ପାଇଁ ଲଢ଼ିଥିଲେ ଏବଂ ଦଳକୁ ୧୫୭ ରନରେ ପହଞ୍ଚାଇଥିଲେ। ଦିଲ୍ଲୀ ତା'ର ଶେଷ ୪ ଓଭରରେ ୬୧ ରନ୍ କରି ପଞ୍ଜାବ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିଛି।
ତେବେ ଇଶାନ୍ତ ଆଘାତ କେତେ ଗୁରୁତର ଏବଂ ସେ କେତୋଟି ମ୍ୟାଚରୁ ବାଦ୍ ପଡ଼ିବେ, ସେ ନେଇ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ। ଦକ୍ଷିଆଫ୍ରିକୀୟ ଦ୍ରୁତ ବୋଲର କାସିଗୋ ରାବଡାଙ୍କ ସହ ଇଶାନ୍ତ ଦିଲ୍ଲୀ ବୋଲିଂର ନେତୃତ୍ୱ ନେବାର ଥିଲା। ଏପରିକି ତାଲିମ୍ ଶିବିରରେ ବୋଲିଂ କୋଟ୍ ରିଆନ୍ ହ୍ୟାରିସଙ୍କ ଅନୁବାଦକ ଓ ସହଯୋଗୀ ଭାବେ ସେ ଦଳର ଭାରତୀୟ ବୋଲରଙ୍କ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ।
ଏହା ସହ ମୁମ୍ବାଇ ଇଣ୍ଡିଆନସ ଠାରୁ ଲଗାତର ପାଞ୍ଚଟି ପରାଜୟ ପରେ ଦଳକୁ ବିଜୟର ସ୍ୱାଦ ମଧ୍ୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ପୂର୍ବତନ ଭାରତୀୟ ଅଧିନାୟକ ଗତ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅସବର ଘୋଷଣା କରିଥିଲେ ହେଁ ଆଇପିଏଲ ଖେଳିବା ଜାରି ରଖିଛନ୍ତି।
ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର୍ କିଙ୍ଗସର ରୋମାଞ୍ଚକର ମୁକାବିଲା ପରେ ଦ୍ୱିତୀୟ ଦିନରେ ଷ୍ଟାର ଖଚିତ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ସବ ଯୁବ ଓ ଅଭିଜ୍ଞଙ୍କୁ ନେଇ ଗଠିତ୍ ଦିଲ୍ଲୀ କ୍ୟାପିଟାଲ୍ସ ର ଲଢ଼େଇକୁ ଅପେକ୍ଷା।
ରାହୁଲ୍, ଗେଲ୍, ମ୍ୟାକ୍ସୱେଲ୍, ପୂରନ, ମୟଙ୍କ ଅଗ୍ରୱାଲଙ୍କ ଭଳି ଅଭିଜ୍ଞ ଅନ୍ତର୍ଜାତୀୟ ତାରକା ପଞ୍ଜାବ ବ୍ୟାଟିଂକୁ କାଗଜ କଲମରେ ବେଶ୍ ଶକ୍ତିଶାଳୀ କରିଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ୱେ ଯୁବ ପ୍ରତିଭା ସର୍ଫରାଜ୍ ଖାନ୍ ମଧ୍ୟ ନିଜ ବ୍ୟାଟିଂ କମାଲ ଦେଖାଇବାକୁ ଅନାଇ ରହିଛନ୍ତି। ସେହିପରି ଭାରତୀୟ ଦ୍ରୁତ ମହମ୍ମଦ ସାମି ଓ ଇଂଲିଶ ଷ୍ଟାର୍ କ୍ରିସ୍ ଜୋର୍ଡାନ୍ ପଞ୍ଜାବ ବୋଲିଂର ନେତୃତ୍ୱ ନେବେ। ଅନ୍ୟପକ୍ଷରେ ଅଭିଜ୍ଞ ଶିଖର ଧାୱନ୍ ଓ ଅଜିଙ୍କ୍ୟ ରାହାଣେଙ୍କ ଉପସ୍ଥିତି ଦିଲ୍ଲୀ କ୍ୟାପିଟାଲସ ପାଇଁ ଲାଭଦାୟକ ହୋଇପାରେ। ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାର୍କସ୍ ଷ୍ଟୋଇନିସ ଦଳ ପାଇଁ ବୋନସ୍। ଅଭିଜ୍ଞ ଇଶାନ୍ତ ଶର୍ମା ମଧ୍ୟ ଦିଲ୍ଲୀ ବୋଲିଂ ଆକ୍ରମଣକୁ ଶାଣିତ କରିବେ ବୋଲି ଆଶା କରାଯାଉଛି।
ୟୁଏଇରେ ଖେଳାଯାଉଥିବା ଆଇପିଏଲ ସିଜିନର ପ୍ରଥମ ମ୍ୟାଚ୍ରେ ଦୁଇଟି ବଡ଼ ଦଳ ପରସ୍ପରକୁ ଭେଟିଥିଲେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆରମ୍ଭ ମ୍ୟାଚ ଭଲ ସାବ୍ୟସ୍ତ ହୋଇ ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବିରେ ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ରେ ମୁମ୍ବାଇକୁ ୫ ୱିକେଟ୍ ହରାଇ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି।
ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ହେଉଛି ସବୁଠାରୁ ସଫଳ ଦଳ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏହି ଦଳ ଏଯାବତ ଚାରି ଥର ଟାଇଟଲ ଜିତିଛି ଏବଂ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ମଧ୍ୟ ଏହି ଦଳ ନାମରେ ରହିଛି। ଏସବୁ ସତ୍ତ୍ୱେ ଦଳ ପ୍ରାୟତଃ ପୂର୍ବ ଆଇପିଏଲ ସିଜିନର ଆରମ୍ଭ ମ୍ୟାଚରେ ପରାଜୟ ବରଣ କରିଛି।
ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଚେନ୍ନାଇ ୫ ୱିକେଟ ହରାଇବା ପରେ ମୁମ୍ବାଇ କ୍ରମାଗତ ଅଷ୍ଟମ ଥର ପାଇଁ ଆଇପିଏଲର ପ୍ରଥମ ମ୍ୟାଚ୍ ହାରିଛି। ଶେଷ ଥର ପାଇଁ ମୁମ୍ବାଇ ୨୦୧୨ ସିଜନରେ ପ୍ରଥମ ମ୍ୟାଚ୍ ଜିତିଥିଲା, କିନ୍ତୁ ସେବେଠାରୁ ଦଳ କ୍ରମାଗତ ପ୍ରତ୍ୟେକ ସିଜନରେ ପ୍ରଥମ ମ୍ୟାଚ୍ ହାରି ଆସୁଛି।
୨୦୧୨ରେ ମଧ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ପରେ ମୁମ୍ବାଇ ୮ ୱିକେଟରେ ବିଜୟୀ ହୋଇଥିଲା। ସେବେଠାରୁ ମୁମ୍ବାଇ ଏଯାବତ ପ୍ରଥମ ମ୍ୟାଚରେ ସଫଳତା ପାଇନାହିଁ। ୨୦୧୩ ପରଠାରୁ ମୁମ୍ବାଇ ଫାଇନାଲରେ ଏହି ଦଳଗୁଡିକୁ ହରାଇଛି।
ତେବେ ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭ ମ୍ୟାଚ ଗୁଡ଼ିକ ପ୍ରାୟତଃ ଖରାପ ପ୍ରଦର୍ଶନ କରିଛି। ହେଲେ ଠିକ୍ ସମୟରେ ଟ୍ରାକକୁ ଫେରି ନିଜ ଫ୍ୟାନଙ୍କ ଭରସା ଏଯାବତ ବଜାୟ ରଖିଛି। ୨୦୧୩ ରୁ ୨୦୧୯ ମଧ୍ୟରେ ମୁମ୍ୱାଇ ଚାରୋଟି ଟାଇଟଲ୍ ଜିତିଛି। ୨୦୨୦ରେେ ସମାନ ଫଳାଫଳ ହୋଇଥିବାରୁ କ୍ୟାପଟେନ ରୋହିତ ଶର୍ମା ପୁଣି ଥରେ ଆଶା କରିବେ ଯେ ଦଳ ପଞ୍ଚମ ଥର ପାଇଁ ଦଳ ଟାଇଟଲ ଜିତିବ।
ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟୁଡ଼ୁ ୪୮ ବଲରୁ ସର୍ବାଧିକ ୭୧ ରନ୍ କରିଥିଲେ। ସେହିଭଳି ଫାଫ୍ ଡ୍ୟୁପ୍ଲେସିସ୍ ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୪୪ ବଲରୁ ୫୮ ରନ କରିଥିଲେ। ଅନ୍ୟପକ୍ଷରେ ଚେନ୍ନାଇକୁ ମୁମ୍ବାଇର ଶାଣିତ ବୋଲିଂର ସାମ୍ନା କରିବାକୁ ପଡ଼ିଥିଲା। ବୋଲ୍ଟ, ପାଟିନସନ୍, ବୁମ୍ରା, ପାଣ୍ଡ୍ୟା ଏବଂ ଚହରଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଥିଲା।
ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି'କକ୍ ୩୩ ରନର ଇନିଂସ୍ ଖେଳିଥିଲେ। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଥିଲେ।
ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସିଏସକେ କ୍ୟାପଟେନ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି'କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି'କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି'କକ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ।
ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି'କକ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ଡି'କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍ ଦେଇ ବସିଥିଲେ। ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଥିଲେ।
ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି'କକ୍ ୩୩ ରନର ଇନିଂସ୍ ଖେଳିଛନ୍ତି। ତେବେ ଟିମର ବାକି କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ସ୍କୋର କରିନାହାନ୍ତି। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଛନ୍ତି।
ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଜରେ ସିଏସକେ କ୍ୟାପଟେନ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି'କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି'କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି'କକ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୪୬ ରନ୍ ଯୋଡ଼ିଥିଲେ।
ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି'କକ୍ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ଡି'କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍ ଦେଇ ବସିଥିଲେ। ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଛନ୍ତି।
ଚେନ୍ନାଇ ଦଳରେ ଧୋନି ଚାରି ବିଦେଶୀ ଖେଳାଳି ଭାବେ ଶେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ୍, ସାମ୍ କୁରାନ୍ ଓ ଲୁଙ୍ଗି ଏନଗିଡି ସ୍ଥାନ ପାଇଛନ୍ତି। ସେହିପରି ମୁମ୍ବାଇ ଟିମରେ ଡି'କକ୍, କାଇରନ ପୋଲାର୍ଡ, ଜେମ୍ସ ପାଟିନସନ୍ ଏବଂ ଟ୍ରେଣ୍ଟ ବୋଲ୍ଟଙ୍କୁ ସୁଯୋଗ ଦେଇଛନ୍ତି ରୋହିତ୍।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି'କକ୍ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କାଇରାନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ଜେମ୍ସ ପାଟିନସନ୍, ରାହୁଲ୍ ଚହର୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।
ଚେନ୍ନାଇ ସୁପର୍ କିଙ୍ଗସ୍: ଶେନ୍ ୱାଟସନ୍, ମୁରଲୀ ବିଜୟ, ଫାଫ୍ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ପୀୟୂଷ ଚାୱଲା, ଦୀପକ ଚହର୍, ସାମ୍ କୁରାନ୍, ଲୁଙ୍ଗି ଏନଗିଡି।