IPL 2021 – Odisha Reporter https://odishareporter.in Thu, 22 Apr 2021 16:26:26 +0000 en-US hourly 1 ହାଇଦ୍ରାବାଦକୁ ବଡ଼ ଝଟକା, ନଟରାଜନ୍ ଆଇପିଏଲରୁ ଆଉଟ୍ https://odishareporter.in/sports/cricket/srh-pacer-t-natarajan-has-been-ruled-out-of-ipl-2021-due-to-a-knee-injury-637855 Thu, 22 Apr 2021 16:20:11 +0000 https://odishareporter.in/?p=637855

ମୁମ୍ବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ୍ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ନଟରାଜନଙ୍କୁ ଆଣ୍ଠୁରେ ଆଘାତ ଲାଗିଛି। ଯେଉଁକାରଣରୁ ଏହି ୩୦ ବର୍ଷୀୟ ବୋଲର ଦଳ ପାଇଁ ଶେଷ ଦୁଇଟି ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଖଲୀଲ୍ ଅହମ୍ମଦ ଚୂଡ଼ାନ୍ତ ଏକାଦଶରେ ଖେଳିଥିଲେ। ଏବେ ନଟରାଜନଙ୍କ ଆଣ୍ଠୁଜନିତ ଆଘାତ ପୁଣିଥରେ ଦେଖା ଦେଇଛି। ଯେଉଁକାରଣରୁ ତାଙ୍କ ପକ୍ଷେ ଆଉ କମବ୍ୟାକ୍ କରିବା […]

The post ହାଇଦ୍ରାବାଦକୁ ବଡ଼ ଝଟକା, ନଟରାଜନ୍ ଆଇପିଏଲରୁ ଆଉଟ୍ appeared first on Odisha Reporter.

]]>

ମୁମ୍ବାଇ: ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର୍ ପେସ୍ ବୋଲର ଟି. ନଟରାଜନ୍ ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ନଟରାଜନଙ୍କୁ ଆଣ୍ଠୁରେ ଆଘାତ ଲାଗିଛି। ଯେଉଁକାରଣରୁ ଏହି ୩୦ ବର୍ଷୀୟ ବୋଲର ଦଳ ପାଇଁ ଶେଷ ଦୁଇଟି ମ୍ୟାଚ୍ ଖେଳିପାରିନଥିଲେ। ତାଙ୍କ ସ୍ଥାନରେ ଖଲୀଲ୍ ଅହମ୍ମଦ ଚୂଡ଼ାନ୍ତ ଏକାଦଶରେ ଖେଳିଥିଲେ।

ଏବେ ନଟରାଜନଙ୍କ ଆଣ୍ଠୁଜନିତ ଆଘାତ ପୁଣିଥରେ ଦେଖା ଦେଇଛି। ଯେଉଁକାରଣରୁ ତାଙ୍କ ପକ୍ଷେ ଆଉ କମବ୍ୟାକ୍ କରିବା ଅସମ୍ଭବ ହୋଇପଡ଼ିଛି। ଏପ୍ରିଲ୍ ୧୧ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ନଟରାଜନ ନିଜର ଶେଷ ମୁକାବିଲା ଖେଳିଥିଲେ।

ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନଟରାଜନ୍ ଏବେ ଆଇପିଏଲ୍ ଛାଡ଼ି ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀରେ ଯୋଗ ଦେବେ। ଏହା ପୂର୍ବରୁ ମଧ୍ୟ ଆହତ କାରଣରୁ ସେ ଏନସିଏରେ ରହିଥିଲେ। ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ସେ ଦୁଇ ମାସ ଧରି ଏନସିଏରେ ଥିଲେ।

ସୂଚନାଯୋଗ୍ୟ, ବୁଧବାର ସନରାଇଜର୍ସ ୯ ୱିକେଟରେ ପଞ୍ଜାବ କିଙ୍ଗସକୁ ହରାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ ପରେ ଟିମର କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର କହିଛନ୍ତି, ନଟରାଜନ ଆଣ୍ଠୁରେ ଆଘାତ ଲାଗିଛି। ଯଦି ସେ ନିଜ ଆଣ୍ଠୁର ସ୍କାନ୍ କରାଇବେ, ତାହେଲେ ତାଙ୍କୁ ସାତ ଦିନ ବାହାରେ ରହିବାକୁ ପଡ଼ିବ ଏବଂ ଏହା ପରେ ପୁଣି କ୍ୱାରେଣ୍ଟାଇନକୁ ଫେରିବେ।

ସେହିପରି ଭିଭିଏସ୍ ଲକ୍ଷ୍ମଣ କହିଥିଲା, ଦୁର୍ଭାଗ୍ୟଜନକ ଭାବେ ନଟରାଜନ୍ ଆଣ୍ଠୁଜନିତ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ସେ ଅନଫିଟ୍ ଥିବାରୁ ତାଙ୍କ ସ୍ଥାନରେ ଖଲୀଲ ଅହମ୍ମଦଙ୍କୁ ସୁଯୋଗ ମିଳିଛି।

The post ହାଇଦ୍ରାବାଦକୁ ବଡ଼ ଝଟକା, ନଟରାଜନ୍ ଆଇପିଏଲରୁ ଆଉଟ୍ appeared first on Odisha Reporter.

]]>
IPL 2021, left bottom 2021-04-22 21:50:11 https://cdn.odishareporter.in/wp-content/uploads/2021/04/22214938/T-Natarajan.jpg
ସମ୍ମାନ ରଖିଲେ ଦୁବେ ଓ ତେୱାତିଆ, ରୟାଲ୍ସ ୧୭୭/୯ https://odishareporter.in/sports/cricket/shivam-dube-rahul-tewatia-propel-rajasthan-to-177-637846 Thu, 22 Apr 2021 15:57:10 +0000 https://odishareporter.in/?p=637846

ମୁମ୍ବାଇ: ଟପ୍ ଅର୍ଡର ବିଫଳତା ସତ୍ତ୍ୱେ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୭ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୭୮ ରନ୍ କରିବାକୁ ପଡ଼ିବ। ରାଜସ୍ଥାନର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ହେଲେ ମିଡଲ୍ ଅର୍ଡରରେ ଶିବମ ଦୁବେ, ରିୟାନ୍ ପରାଜ ଓ […]

The post ସମ୍ମାନ ରଖିଲେ ଦୁବେ ଓ ତେୱାତିଆ, ରୟାଲ୍ସ ୧୭୭/୯ appeared first on Odisha Reporter.

]]>

ମୁମ୍ବାଇ: ଟପ୍ ଅର୍ଡର ବିଫଳତା ସତ୍ତ୍ୱେ ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୭୭ ରନ୍ କରିଛି। ଫଳରେ ମ୍ୟାଚକୁ ଜିତିବା ପାଇଁ ଆରସିବିକୁ ୧୭୮ ରନ୍ କରିବାକୁ ପଡ଼ିବ।

ରାଜସ୍ଥାନର ଶୀର୍ଷ ଚାରିଜଣ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ହେଲେ ମିଡଲ୍ ଅର୍ଡରରେ ଶିବମ ଦୁବେ, ରିୟାନ୍ ପରାଜ ଓ ରାହୁଲ ତେୱାତିଆ ଜବରଦସ୍ତ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ଶିବମ ଦୁବେ ସର୍ବାଧିକ ୪୬ (୩୨ ବଲ୍, ୫ ଚୌକା, ୨ ଛକା), ରାହୁଲ୍ ତେୱାତିଆ ୪୦ (୨୩ ବଲ୍, ୪ ଚୌକା, ୨ ଛକା) ଓ ରିୟାନ୍ ୨୫ (୧୬ ବଲୋ, ୪ ଚୌକା) ରନ୍ କରିଛନ୍ତି। ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଷଲ୍ ପଟେଲ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଦୁଇ ଓପ୍ନର ଜୋସ୍ ବଟଲର୍ (୮) ଓ ମନନ୍ ବୋହରା (୭) ନିରାଶ କରିଥିବା ବେଳେ ଡେଭିଡ୍ ମିଲର୍ ଖାତା ଖୋଲିପାରିନଥିଲେ। କ୍ୟାପଟେନ୍ ସଞ୍ଜୁ ସାମସନ୍ (୨୧) ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଏଥିସହ ରାଜସ୍ଥାନ ୪୩ ରନ୍ ଭିତରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବସିଥିଲା।

ଏହି ସମୟରେ ଟିମର ସ୍କୋର ୧୨୦ ରନ୍ ଭିତରେ ସୀମିତ ରହିଯିବ ବୋଲି ଲାଗୁଥିଲା। କିନ୍ତୁ ଦୁବେ ଓ ରିୟାନ ପରାଗ ଦମଦାର ବ୍ୟାଟିଂ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୬୬ ରନ୍ ଯୋଡ଼ି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ରିୟାନ ବ୍ୟକ୍ତିଗତ ୨୫ ରନ୍ କରିଥିବା ବେଳେ ତାଙ୍କୁ ହର୍ଷଲ୍ ପଟେଲ ଆଉଟ୍ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ତେୱାତିଆ ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରିଥିଲେ।

ଦୁବେ ଅର୍ଦ୍ଧଶତକରୁ ୪ ରନ୍ ପଛରେ ଥିବା ବେଳେ ତାଙ୍କୁ କେନ୍ ରିଚାର୍ଡସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ତେୱାତିଆ ଦ୍ରୁତ ରନ୍ କରି ଦଳକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ତେୱାତିଆଙ୍କ ଆଉଟ୍ ପରେ ଦଳର ରନ୍ କମି ଯାଇଥିଲା। କ୍ରିସ୍ ମୋରିସ୍ ୧୦ ରନ୍ କରି ଆଉଟ୍ ହୋଇଥିବା ବେଳେ ଶ୍ରେୟସ ଗୋପାଳ ୭ ରନ୍ କରି ଅପରାଜିତ ଥିଲେ।

The post ସମ୍ମାନ ରଖିଲେ ଦୁବେ ଓ ତେୱାତିଆ, ରୟାଲ୍ସ ୧୭୭/୯ appeared first on Odisha Reporter.

]]>
IPL 2021, left top 2021-04-22 21:56:26 https://cdn.odishareporter.in/wp-content/uploads/2021/04/22212524/Shivam-Dube.jpg
ଟସ୍ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ କରିବ ରୟାଲ୍ସ https://odishareporter.in/sports/cricket/royal-challengers-bangalore-have-elected-to-bowl-against-rajasthan-royals1-637808 Thu, 22 Apr 2021 13:45:30 +0000 https://odishareporter.in/?p=637808

ମୁମ୍ବାଇ: ଚଳିତ ଆଇପିଏଲର ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ଆଜି ମ୍ୟାଚରେ ଆରସିବି ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପାଟିଦାର ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କେନ୍ ରିଚାର୍ଡସନ୍ ସ୍ଥାନ ପାଇଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ ଟିମରୁ ଜୟଦେବ ଉନାଦକଟ୍ ଆଉଟ୍ ହୋଇଥିବା ବେଳେ ଶ୍ରେୟସ […]

The post ଟସ୍ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ କରିବ ରୟାଲ୍ସ appeared first on Odisha Reporter.

]]>

ମୁମ୍ବାଇ: ଚଳିତ ଆଇପିଏଲର ଗୁରୁବାର ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

ଆଜି ମ୍ୟାଚରେ ଆରସିବି ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପାଟିଦାର ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ କେନ୍ ରିଚାର୍ଡସନ୍ ସ୍ଥାନ ପାଇଛନ୍ତି। ସେହିପରି ରାଜସ୍ଥାନ ରୟାଲ୍ସ ଟିମରୁ ଜୟଦେବ ଉନାଦକଟ୍ ଆଉଟ୍ ହୋଇଥିବା ବେଳେ ଶ୍ରେୟସ ଗୋପାଳଙ୍କୁ ସୁଯୋଗ ମିଳିଛି।

ଆରସିବି: ବିରାଟ୍ କୋହଲି (କ୍ୟାପଟେନ୍), ଦେବଦତ୍ତ ପାଡିକଲ୍, ଶାହବାଜ୍ ଅହମ୍ମଦ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ (ୱିକେଟକିପର), କାଇଲ୍ ଜେମିସନ୍, ୱାଶିଂଟନ୍ ସୁନ୍ଦର, ହର୍ଷଲ୍ ପଟେଲ, କେନ୍ ରିଚାର୍ଡସନ୍, ମହମ୍ମଦ ସିରାଜ୍, ୟୁଜବେନ୍ଦ୍ର ଚହଲ୍।

ରାଜସ୍ଥାନ ରୟାଲ୍ସ: ଜୋସ୍ ବଟଲର୍, ମନନ୍ ବୋହରା, ସଞ୍ଜୁ ସାମସନ୍ (କ୍ୟାପଟେନ୍ ଓ ୱିକେଟକିପର), ଶିବମ୍ ଦୁବେ, ଡେଭିଡ୍ ମିଲର୍, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ ଗୋପାଲ, ଚେତନ ସାକାରିଆ, ମୁସ୍ତାଫିଜୁର ରେହମାନ୍।

The post ଟସ୍ ଜିତିଲା ଆରସିବି, ପ୍ରଥମେ ବ୍ୟାଟିଂ କରିବ ରୟାଲ୍ସ appeared first on Odisha Reporter.

]]>
IPL 2021, left top 2021-04-22 19:17:33 https://cdn.odishareporter.in/wp-content/uploads/2021/04/22191322/ipl-match-16.jpg
ଆଇପିଏଲ୍ ଇତିହାସରେ ପ୍ରଥମଥର ଧୋନି କଲେ ଏହି କାରନାମା https://odishareporter.in/sports/cricket/ms-dhoni-hit-his-first-boundary-against-sunil-narine-in-history-of-ipl-637751 Thu, 22 Apr 2021 11:32:00 +0000 https://odishareporter.in/?p=637751

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ବିଶେଷକରି ତାଙ୍କର ହେଲିକପ୍ଟର ଶଟ୍ ଅଧିକ ଚର୍ଚ୍ଚା ସାଉଁଣ୍ଟିଛି। ଏହିପରି ଧୋନିଙ୍କ ନାଁରେ ଅନେକ କାରନାମା ରହିଛି। କିନ୍ତୁ ବୁଧବାର କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଧୋନି ଏଭଳି ଏକ କାରାନାମା କରିଛନ୍ତି, ଯାହା ସେ ପୂର୍ବରୁ କେବେ କରିନଥିଲେ। କେକେଆର୍ ବିପକ୍ଷ ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ମୋଇନ୍ ଅଲୀଙ୍କ ଆଉଟ୍ ହେବା ପରେ ଧୋନି […]

The post ଆଇପିଏଲ୍ ଇତିହାସରେ ପ୍ରଥମଥର ଧୋନି କଲେ ଏହି କାରନାମା appeared first on Odisha Reporter.

]]>

ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ଅନେକ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। ବିଶେଷକରି ତାଙ୍କର ହେଲିକପ୍ଟର ଶଟ୍ ଅଧିକ ଚର୍ଚ୍ଚା ସାଉଁଣ୍ଟିଛି। ଏହିପରି ଧୋନିଙ୍କ ନାଁରେ ଅନେକ କାରନାମା ରହିଛି। କିନ୍ତୁ ବୁଧବାର କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ଧୋନି ଏଭଳି ଏକ କାରାନାମା କରିଛନ୍ତି, ଯାହା ସେ ପୂର୍ବରୁ କେବେ କରିନଥିଲେ।

କେକେଆର୍ ବିପକ୍ଷ ମ୍ୟାଚରେ ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ମୋଇନ୍ ଅଲୀଙ୍କ ଆଉଟ୍ ହେବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। ଚେନ୍ନାଇ ଇନିଂସର ୧୭ତମ ଓଭରର ପଞ୍ଚମ ବଲରେ ଧୋନି ଚୌକା ମାରିଥିଲେ। ଏହି ଚୌକା ସେ କେକେଆର୍ ସ୍ପିନର ସୁନୀଲ୍ ନରିନଙ୍କ ବଲରେ ମାରିଥିଲେ। ନରିନଙ୍କ ବଲରେ ଧୋନି ଏହା ପୂର୍ବରୁ କେବେବି ବାଉଣ୍ଡ୍ରୀ ମାରିବାରେ ସଫଳ ହୋଇନଥିଲେ। ଏହି ଚୌକା ମାରିବା ପାଇଁ ଧୋନିଙ୍କୁ ୬୫ ବଲ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାର ଅର୍ଥ ଧୋନି ଆଇପିଏଲ୍ ଇତିହାସରେ ପ୍ରଥମଥର ନରିନଙ୍କ ବଲରେ ବାଉଣ୍ଡ୍ରୀ ମାରିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ୧୫ଶ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଚେନ୍ନାଇ ପକ୍ଷରୁ ଫାଫ୍ ଡୁପ୍ଲେସିସ୍ ୬୦ ବଲରେ ୯ ଚୌକା ଓ ୪ ଛକା ସହ ଅପରାଜିତ ୯୫ ରନ୍ କରିଥିଲେ।

ତାଙ୍କ ବ୍ୟତୀତ ଓପ୍ନର ଋତୁରାଜ ଗାଏକ୍ୱାଡ୍ ୪୨ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ୬୫, ମୋଇନ୍ ଅଲୀ ୨୫, ଧୋନି ୧୭ ରନ୍ ଓ ରବୀନ୍ଦ୍ର ଜାଡେଜା ଅପରାଜିତ ୬ ରନ୍ କରିଥିଲେ। ଚେନ୍ନାଇ ତା’ର ଅନ୍ତିମ ୫ ଓଭରରେ ୭୬ ରନ୍ ସଂଗ୍ରହ କରିଥିଲା। କେକେଆର୍ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ୍ ଓ ସୁନୀଲ୍ ନରିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

୨୨୧ ରନର ଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା। କେକେଆର୍ ପକ୍ଷରୁ ପ୍ୟାଟ୍ କମିନ୍ସ ୬୬, ରସେଲ୍ ୫୪ ଓ ଦିନେଶ କାର୍ତ୍ତିକ ୪୦ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ୪ଟି ଓ ଲୁଙ୍ଗି ଏନଗିଡି ୩ଟି ୱିକେଟ୍ ନେଇଥିଲେ।

The post ଆଇପିଏଲ୍ ଇତିହାସରେ ପ୍ରଥମଥର ଧୋନି କଲେ ଏହି କାରନାମା appeared first on Odisha Reporter.

]]>
IPL 2021, left bottom 2021-04-22 17:02:00 https://cdn.odishareporter.in/wp-content/uploads/2021/04/22170001/ms-dhoni-2.jpg
କୁମିନ୍ସଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ କେକେଆରକୁ ୧୮ ରନରେ ହରାଇଲା ଚେନ୍ନାଇ https://odishareporter.in/sports/cricket/despite-cummins-explosive-batting-chennai-won-18-runs-against-kkr-637570 Thu, 22 Apr 2021 02:14:58 +0000 https://odishareporter.in/?p=637570

ମୁମ୍ବାଇ: ବୁଧବାର କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୧୮ ରନରେ ପରାସ୍ତ କରିଛି। କୋଲକାତା ବିପକ୍ଷରେ ସିଏସକେ ବିଜୟୀ ହେବା ପରେ ଚଳିତ ଆଇପିଏଲରେ ଏହା ତୃତୀୟ କ୍ରମାଗତ ବିଜୟ। ଚେନ୍ନାଇ ବିପକ୍ଷରେ ଫାପ୍ ଡୁପ୍ଲେସି ୯୫ ରନ୍ କରି ଅପରାଜିତ ରହିଥିବା ବେଳେ ଦୀପକ ଚହର ୪ଟି ଓ୍ୱିକେଟ ନେଇଥିଲେ। ଯାହାକି ଦଳକୁ ବିଜୟୀ ହେବାରେ ସହାୟକ ହୋଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଅତ୍ୟନ୍ତ ରୋମାଞ୍ଚକର ଥିଲା। […]

The post କୁମିନ୍ସଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ କେକେଆରକୁ ୧୮ ରନରେ ହରାଇଲା ଚେନ୍ନାଇ appeared first on Odisha Reporter.

]]>

ମୁମ୍ବାଇ: ବୁଧବାର କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପର କିଙ୍ଗସ ୧୮ ରନରେ ପରାସ୍ତ କରିଛି। କୋଲକାତା ବିପକ୍ଷରେ ସିଏସକେ ବିଜୟୀ ହେବା ପରେ ଚଳିତ ଆଇପିଏଲରେ ଏହା ତୃତୀୟ କ୍ରମାଗତ ବିଜୟ। ଚେନ୍ନାଇ ବିପକ୍ଷରେ ଫାପ୍ ଡୁପ୍ଲେସି ୯୫ ରନ୍ କରି ଅପରାଜିତ ରହିଥିବା ବେଳେ ଦୀପକ ଚହର ୪ଟି ଓ୍ୱିକେଟ ନେଇଥିଲେ। ଯାହାକି ଦଳକୁ ବିଜୟୀ ହେବାରେ ସହାୟକ ହୋଇଛି।

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଅତ୍ୟନ୍ତ ରୋମାଞ୍ଚକର ଥିଲା। ଟସ୍ ଜିତି କୋଲକାତା ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ କୋଲକାତା ଆଗରେ ୨୨୧ ରନର ବିଶାଳ ଟାର୍ଗେଟ ରଖିଥିଲା। ହେଲେ ଚେନ୍ନାଇକୁ ଏହି ମ୍ୟାଚ ଜିତିବା ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଥିଲା। କୋଲକାତା ଆରମ୍ଭରୁ ଜବରଦସ୍ତ ଇନିଂସ ଖେଳିଥିଲେ ମଧ୍ୟ ୧୯.୧ ଓଭରରେ ୨୦୨ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। କୋଲକାତା ପକ୍ଷରୁ ପ୍ୟାଟ୍ କୁମିନ୍ସ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୪ ବଲରେ ଚାରୋଟି ଚୌକା ଓ ଛଅଟି ଛକା ମାରି ୬୬ ରନ୍ କରି ଅପରାଜିତ ରହିଥିଲେ।

କେକେଆର ପକ୍ଷରୁ କୁମିନ୍ସ ଦଳକୁ ବିଜୟ ମୁହାଁ କରାଇବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅପର ପାର୍ଶ୍ୱରେ ଭଲ ପାର୍ଟନରସିପ୍ ନମିଳିବାରୁ କେକେଆର ବିଜୟ ହେବାର ଆଶା କ୍ଷୀଣ ହୋଇଯାଇଥିଲା। ଆଉ ୧୯.୧ ଓଭରରେ ଦଳ ଅଲ୍ ଆଉଟ୍ ହୋଇଯାଇଥିଲା। କେକେଆର ପକ୍ଷରୁ କୁମିନ୍ସଙ୍କ ବ୍ୟତୀତ ଆନ୍ଦ୍ରେ ରସେଲ ୨୨ ବଲରୁ ୫୪ ରନ୍ କରିଥିଲେ, ଦୀନେଶ କାର୍ତ୍ତିକ ୩୪ ବଲରେ ୪୦ ରନ୍ ସଂଗ୍ରହ କରିଥିଲେ। ଏହି ତିନି ବ୍ୟାଟସମ୍ୟାନଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ସ୍କୋର କରିପାରିନଥିଲେ। ହେଲେ ନୀତୀଶ ରାଣା ୯, ରାହୁଲ ତ୍ରିପାଠୀ ୮, ଇଓନ ମୋର୍ଗାନ ୭, ଶୁବମାନ ଗିଲ, କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ ଖାତା ଖୋଲିନପାରି ପାଭିଲିଅନକୁ ଫେରିବା ଦଳକୁ ପରାଜୟ ଦ୍ୱାରକୁ ଟାଣି ନେଇଯାଇଥିଲେ। ତେବେ ସୁନୀଲ ନରେନ ୪ ରନ କରିଥିଲେ।

ଚେନ୍ନାଇ ପକ୍ଷରୁ ଚାହାରା ୪ଟି ଓ୍ୱିକେଟ ନେଇଥିବା ବେଳେ ଏନଗିଡି ତିନୋଟି ୱିକେଟ୍ ଏବଂ ସାମ କରନା ଗୋଟିଏ ୱିକେଟ୍ ନେଇଥିଲେ। କେକେଆରର ଦୁଇ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ।

ଚେନ୍ନାଇ ୨୦ ଓଭରରେ ୩ଟି ୱିକେଟ୍ ହରାଇବା ପରେ ୨୨୦ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇ ପକ୍ଷରୁ ଓପନର୍ ଫାଫ୍ ଡୁପ୍ଲେସି ଜବରଦସ୍ତ ଇନିଂସ ଖେଳିଥିଲେ। ୬୦ ବଲରେ ସେ ୯ଟି ଚୌକା ଓ ୪ଟି ଛକା ମାରି ୯୫ ରନ୍ କରି ଅପରାଜିତ ରହିଥିଲେ। ସେହିପରି ରିତୁରାଜ ଗାଇକୱାଡ ୬୪ ରନ୍ କରିଥିଲେ। ମୋଇନ୍ ଅଲି ୨୫ ଏବଂ ଏମଏସ ଧୋନି ୧୭ ରନ କରିଥିଲେ। ରବିନ୍ଦ୍ର ଜାଡେଜା ୬ ରନ୍ କରି ଅପରାଜିତ ରହିଥିଲେ। କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ ଏବଂ ସୁନୀଲ ନାରିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

The post କୁମିନ୍ସଙ୍କ ଜବରଦସ୍ତ ବ୍ୟାଟିଂ ସତ୍ତ୍ୱେ କେକେଆରକୁ ୧୮ ରନରେ ହରାଇଲା ଚେନ୍ନାଇ appeared first on Odisha Reporter.

]]>
IPL 2021, left bottom 2021-04-22 07:47:09 https://cdn.odishareporter.in/wp-content/uploads/2021/04/22074259/CUMMINS.jpg
କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରାହୁଲ୍ https://odishareporter.in/sports/cricket/punjab-kings-skipper-kl-rahul-breaks-virat-kohlis-record-to-become-fastest-indian-to-5000-t20-runs-637533 Wed, 21 Apr 2021 15:01:18 +0000 https://odishareporter.in/?p=637533

ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ନିଜର ଚତୁର୍ଥ ମ୍ୟାଚରେ କିଛି ଖାସ୍ କରିପାରିନାହାନ୍ତି। ସେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତେବେ ରାହୁଲ୍ ନିଜର ଏହି ଛୋଟିଆ ଇନିଂସ ମଧ୍ୟରେ ଏକ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ରାହୁଲ୍ ଟି-୨୦ କ୍ରିକେଟରେ ୫ହଜାର ରନ୍ ପୂରଣ କରିଛନ୍ତି। ସେ ୧୫୬ ମ୍ୟାଚରେ ୫୦୦୩ ରନ୍ କରିଛନ୍ତି। ଆଜି […]

The post କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରାହୁଲ୍ appeared first on Odisha Reporter.

]]>

ଚେନ୍ନାଇ: ପଞ୍ଜାବ କିଙ୍ଗସ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ନିଜର ଚତୁର୍ଥ ମ୍ୟାଚରେ କିଛି ଖାସ୍ କରିପାରିନାହାନ୍ତି। ସେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ତେବେ ରାହୁଲ୍ ନିଜର ଏହି ଛୋଟିଆ ଇନିଂସ ମଧ୍ୟରେ ଏକ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି।

ରାହୁଲ୍ ଟି-୨୦ କ୍ରିକେଟରେ ୫ହଜାର ରନ୍ ପୂରଣ କରିଛନ୍ତି। ସେ ୧୫୬ ମ୍ୟାଚରେ ୫୦୦୩ ରନ୍ କରିଛନ୍ତି। ଆଜି ମ୍ୟାଚରେ ସେ ହାଇଦ୍ରାବାଦର ବାମହାତୀ ସ୍ପିନର ଅଭିଷେକ ଶର୍ମାଙ୍କ ବଲରେ ସିଙ୍ଗଲ୍ ନେଇ ଏହି ବଡ଼ ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି। ଏଥିସହ ରାହୁଲ୍ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବଡ଼ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ରାହୁଲ୍ ଏବେ ଦ୍ରୁତ ୫ହଜାର ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ରାହୁଲ୍ ମଧ୍ୟ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦ୍ରୁତ ୫ହଜାର ରନ୍ କରିଛନ୍ତି। ରାହୁଲ୍ ୧୪୩ ଇନିଂସ୍ ଖେଳି ଏହି କ୍ଲବରେ ପହଞ୍ଚିଛନ୍ତି। ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ମାତ୍ର ୧୩୨ ଇନିଂସରେ ହିଁ ୫ହଜାର ରନ୍ କରି ସବୁଠାରୁ ଆଗରେ ରହିଛନ୍ତି। ଏବେ ରାହୁଲ ଅଷ୍ଟ୍ରେଲିଆର ଶନ୍ ମାର୍ଶଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ୧୪୪ ଇନିଂସରେ ୫ହଜାର ରନ୍ କରିଛନ୍ତି।

ଭାରତୀୟଙ୍କ ମଧ୍ୟରେ ୫ହଜାର ରନ୍ କ୍ଲବରେ ପହଞ୍ଚିବା ପାଇଁ କୋହଲି ୧୭୩ ଇନିଂସର ସହାୟତା ନେଇଥିବା ବେଳେ ସୁରେଶ ରାଇନା ୧୭୩ ଇନିଂସ ଖେଳିଥିଲେ। ରାହୁଲ୍ ଏବେ ଉଭୟ କୋହଲି ଓ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି। ରାହୁଲ୍ ପାଖାପାଖି ୪୨ ହାରରେ ଏହି ରନ୍ କରିଛନ୍ତି, ଯେଉଁଥିଣେ ୪୧ ଅର୍ଦ୍ଧଶତକ ସାମିଲ୍‌ ଅଛି। ରାହୁଲ୍ ମଧ୍ୟ ଦ୍ୱାଦଶ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ୫ହଜାର ରନ୍ ପୂରଣ କରିଛନ୍ତି।

ରାହୁଲ୍‌ ଆଇପିଏଲରେ ୪୪.୫୭ ହାରରେ ୨୮୦୮ ରନ୍ କରିଛନ୍ତି, ଯେଉଁଥିରେ ୨୩ ଅର୍ଦ୍ଧଶତକ ସାମିଲ ଅଛି। ସେ ଆଇପିଏଲରେ ପଞ୍ଜାବ କିଙ୍ଗସ୍, ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ଟିମର ପ୍ରତିନିଧିତ୍ୱ କରିଛନ୍ତି। ଭାରତୀୟ ଟିମ୍ ପାଇଁ ରାହୁଲ୍ ୪୯ ମ୍ୟାଚରେ ୩୯.୯୨ ହାରରେ ୧୫୫୭ ରନ୍ କରିଛନ୍ତି। ବାକି ୬୩୮ ରନ୍ ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ କର୍ଣ୍ଣାଟକା ପକ୍ଷରୁ କରିଛନ୍ତି।

The post କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରାହୁଲ୍ appeared first on Odisha Reporter.

]]>
IPL 2021, left bottom 2021-04-21 20:31:18 https://cdn.odishareporter.in/wp-content/uploads/2021/04/21203004/KL-rahul.jpg
ଖାତା ଖୋଲିଲା ସନରାଇଜର୍ସ, ପଞ୍ଜାବର ହ୍ୟାଟ୍ରିକ୍ ପରାଜୟ https://odishareporter.in/sports/cricket/sunrisers-hyderabad-register-1st-win-of-ipl-2021-637502 Wed, 21 Apr 2021 13:29:18 +0000 https://odishareporter.in/?p=637502

ଚେନ୍ନାଇ: ଶେଷରେ ଖାତା ଖୋଲିଛି ସନରାଇଜର୍ସ ହାଇଦ୍ରାବାଦ। ଲଗାତର ତିନୋଟି ମ୍ୟାଚ୍ ହାରି ପ୍ରେସରରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ବୁଧବାର ଅପରାହ୍ଣରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୧୪ଶ ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ଟିମ୍ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସନରାଇଜର୍ସ ୨ ପଏଣ୍ଟ ସହ ତାଲିକାର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ହ୍ୟାଟ୍ରିକ୍ ପରାଜୟ ସହ […]

The post ଖାତା ଖୋଲିଲା ସନରାଇଜର୍ସ, ପଞ୍ଜାବର ହ୍ୟାଟ୍ରିକ୍ ପରାଜୟ appeared first on Odisha Reporter.

]]>

ଚେନ୍ନାଇ: ଶେଷରେ ଖାତା ଖୋଲିଛି ସନରାଇଜର୍ସ ହାଇଦ୍ରାବାଦ। ଲଗାତର ତିନୋଟି ମ୍ୟାଚ୍ ହାରି ପ୍ରେସରରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲରେ ବିଜୟର ସ୍ୱାଦ ଚାଖିଛି। ବୁଧବାର ଅପରାହ୍ଣରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୧୪ଶ ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ଟିମ୍ ଜବରଦସ୍ତ ବୋଲିଂ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସନରାଇଜର୍ସ ୨ ପଏଣ୍ଟ ସହ ତାଲିକାର ସପ୍ତମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ହ୍ୟାଟ୍ରିକ୍ ପରାଜୟ ସହ ଅଷ୍ଟମକୁ ଖସି ଆସିଛି।

ଆଜି ମ୍ୟାଚରେ ପଞ୍ଜାବ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଏପରିକି ଟିମ୍ ପୂରା ୨୦ ଓଭର ଖେଳିବାକୁ ସକ୍ଷମ ହୋଇନାହିଁ। ସନରାଇଜର୍ସ ଟିମର ଘାତକ ବୋଲିଂକୁ ସାମ୍ନା କରିନପାରି ପଞ୍ଜାବ ୧୯.୪ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ସନରାଇଜର୍ସ ୧୮.୪ ଓଭରରେ ମାତ୍ର ୧ ୱିକେଟ୍ ହରାଇ ଆବଶ୍ୟକ ରନକୁ ହାସଲ କରିନେଇଛି। ହାଇଦ୍ରାବାଦ ପକ୍ଷରୁ ଜନ୍ନି ବେୟାରଷ୍ଟୋ ସର୍ବାଧିକ ଅପରାଜିତ ୬୩ (୫୬ ବଲ୍, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ଡେଭିଡ୍ ୱାର୍ଣ୍ଣର୍ ୩୭ ଓ କେନ୍ ୱିଲିୟମସନ୍ ୧୬* ରନ୍ କରିଛନ୍ତି।

ଏମ୍. ଚିଦାମ୍ବରମ୍ ଷ୍ଟାଡିୟମର ଧିମା ପିଚରେ ୧୨୧ ରନର ଲକ୍ଷ୍ୟର ପିଛା କରିବାରେ ସନରାଇଜର୍ସକୁ ବିଶେଷ ସମସ୍ୟା ହୋଇନଥିଲା। ଦୁଇ ଓପ୍ନର ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋ ଟିମକୁ ଦମଦାର ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୧୦.୧ ଓଭରରେ ୭୩ ରନ୍ ଯୋଡ଼ି ବିଜୟ ପାଇଁ ମୁଳଦୂଆ ପକାଇଥିଲେ। ତାଙ୍କ ସ୍ଥାନରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ସୁଯୋଗ ପାଇଥିବା କିୱି ବ୍ୟାଟ୍ସମ୍ୟାନ୍ କେନ ୱିଲିୟମସନ୍ ବେୟାରଷ୍ଟୋଙ୍କ ସହ ମିଶି ଦଳକୁ ବିଜୟୀ କରାଇଥିଲେ। ୱିଲିୟମସନ୍ ଓ ବେୟାରଷ୍ଟୋ ଦ୍ୱିତୀୟ ୱିକେଟ୍‌ ପାଇଁ ୪୮ ରନର ପାର୍ଟନରଶିପ୍ କରିଥିଲେ। ପଞ୍ଜାବ ପକ୍ଷରୁ ଏକମାତ୍ର ୱିକେଟ୍‌ ଫାବିଆନ୍ ଆଲେନ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ୟାପଟେନ୍ ଲୋକେଶ ରାହୁଲ୍ (୪) ଆରମ୍ଭରୁ ୱିକେଟ୍ ଦେଇ ବସିଥିଲେ। ପ୍ରତିପକ୍ଷ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ଧିମା ବୋଲିଂକୁ ବୁଝି ନପାରି ରାହୁଲ୍ କେଦାର ଯାଦବଙ୍କୁ କ୍ୟାଚ ଦେଇ ବସିଥିଲେ।

ଏହା ପରେ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ମୟଙ୍କ ୨୨ ରନ୍ କରିଥିବା ବେଳେ ଖଲୀଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୂରନ୍ ଆସୁ ଆସୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଗେଲ୍ (୧୫)ଙ୍କ ମୂଲ୍ୟବାନ ୱିକେଟ୍ ନେଇ ରଶିଦ୍ ଖାନ୍ ହାଇଦ୍ରାବାଦକୁ ବଡ଼ ସଫଳତା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ଅଭିଷେକ ଶର୍ମା ଆଉଟ୍ କରିଥିଲେ।

ଚଳିତ ସିଜନରେ ପ୍ରଥମଥର ସୁଯୋଗ ପାଇଥିବା ମୋଜେସ୍ ହେନରିକ୍ସ (୧୪) ଏହାର ଫାଇଦା ଉଠାଇପାରିନଥିଲା। ସେ ଅଭିଷେକଙ୍କ ବଲରେ ଷ୍ଟେପ୍ ଆଉଟ୍ କରିବାକୁ ଯାଇ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ କିଛି ସମୟ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଖଲୀଲ୍। ଶାହରୁଖ୍ ୧୭ ବଲରେ ୨ ଛକା ସହ ୨୨ ରନ୍ କରିଥିଲେ।

ଶେଷକ୍ରମରେ ଫାବିଆନ ଆଲେନ୍ (୬), ମୁରୁଗାନ୍ ଅଶ୍ୱିନ୍ (୯) ଓ ମହମ୍ମଦ ଶାମି (୩) ଦୁଇ ଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

The post ଖାତା ଖୋଲିଲା ସନରାଇଜର୍ସ, ପଞ୍ଜାବର ହ୍ୟାଟ୍ରିକ୍ ପରାଜୟ appeared first on Odisha Reporter.

]]>
IPL 2021, left bottom 2021-04-21 20:05:56 https://cdn.odishareporter.in/wp-content/uploads/2021/04/21185215/SRH1.jpg
ନିରାଶ କଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍, ୧୨୦ ରନରେ ଅଲଆଉଟ୍ https://odishareporter.in/sports/cricket/khaleel-ahmed-takes-3-wickets-as-punjab-kings-all-out-for-120-637480 Wed, 21 Apr 2021 11:46:51 +0000 https://odishareporter.in/?p=637480

ଚେନ୍ନାଇ: ଚଳିତ ଆଇପିଏଲର ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନୈରାଶ୍ୟଜନକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଲଗାତର ତିନୋଟି ମ୍ୟାଚ୍ ହାରିଥିବା ସନରାଇଜର୍ସକୁ ବିଜୟର ସ୍ୱାଦ ଚାଖିବା ପାଇଁ ୧୨୧ ରନ୍ କରିବାକୁ ପଡ଼ିବ। ସନରାଇଜର୍ସ ବୋଲରଙ୍କ ଆଗରେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। କ୍ୟାପଟେନ୍ ଲୋକେଶ ରାହୁଲଙ୍କଠାରୁ ଆରମ୍ଭ କରି କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ […]

The post ନିରାଶ କଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍, ୧୨୦ ରନରେ ଅଲଆଉଟ୍ appeared first on Odisha Reporter.

]]>

ଚେନ୍ନାଇ: ଚଳିତ ଆଇପିଏଲର ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନୈରାଶ୍ୟଜନକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୦ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଲଗାତର ତିନୋଟି ମ୍ୟାଚ୍ ହାରିଥିବା ସନରାଇଜର୍ସକୁ ବିଜୟର ସ୍ୱାଦ ଚାଖିବା ପାଇଁ ୧୨୧ ରନ୍ କରିବାକୁ ପଡ଼ିବ।

ସନରାଇଜର୍ସ ବୋଲରଙ୍କ ଆଗରେ ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। କ୍ୟାପଟେନ୍ ଲୋକେଶ ରାହୁଲଙ୍କଠାରୁ ଆରମ୍ଭ କରି କ୍ରିସ୍ ଗେଲ୍, ମୟଙ୍କ ଅଗ୍ରୱାଲ୍ ଓ ନିକୋଲାସ୍ ପୁରନଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ଅନ୍ୟପକ୍ଷରେ ସନରାଇଜର୍ସର ପ୍ରାୟ ସବୁ ବୋଲର ଶୃଙ୍ଖଳିତ ପ୍ରଦର୍ଶନ କରି ପଞ୍ଜାବ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାରେ ରୋକିଥିଲେ।

ଏମ୍. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଖୋଦ୍ ଟିମର କ୍ୟାପଟେନ୍ ଲୋକେଶ ରାହୁଲ୍ (୪) ଆରମ୍ଭରୁ ୱିକେଟ୍ ଦେଇ ବସିଥିଲେ। ପ୍ରତିପକ୍ଷ ଦଳର ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କ ଧିମା ବୋଲିଂକୁ ବୁଝି ନପାରି ରାହୁଲ୍ କେଦାର ଯାଦବଙ୍କୁ କ୍ୟାଚ ଦେଇ ବସିଥିଲେ।

ଏହା ପରେ ମୟଙ୍କ ଅଗ୍ରୱାଲ୍ ଓ କ୍ରିସ୍ ଗେଲ୍ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ମୟଙ୍କ ୨୨ ରନ୍ କରିଥିବା ବେଳେ ଖଲୀଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନିକୋଲାସ ପୂରନ୍ ଆସୁ ଆସୁ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଯାଇଥିଲେ। ଗେଲ୍ (୧୫)ଙ୍କ ମୂଲ୍ୟବାନ ୱିକେଟ୍ ନେଇ ରଶିଦ୍ ଖାନ୍ ହାଇଦ୍ରାବାଦକୁ ବଡ଼ ସଫଳତା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଦୀପକ ହୁଡ୍ଡା (୧୩) ମଧ୍ୟ କିଛି ଖାସ୍ କରିପାରିନଥିଲେ ଏବଂ ତାଙ୍କୁ ଅଭିଷେକ ଶର୍ମା ଆଉଟ୍ କରିଥିଲେ।

ଚଳିତ ସିଜନରେ ପ୍ରଥମଥର ସୁଯୋଗ ପାଇଥିବା ମୋଜେସ୍ ହେନରିକ୍ସ (୧୪) ଏହାର ଫାଇଦା ଉଠାଇପାରିନଥିଲା। ସେ ଅଭିଷେକଙ୍କ ବଲରେ ଷ୍ଟେପ୍ ଆଉଟ୍ କରିବାକୁ ଯାଇ ୱିକେଟକିପର ଜନ୍ନି ବେୟାରଷ୍ଟୋଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ଶାହରୁଖ୍ ଖାନ୍ କିଛି ସମୟ ଭଲ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଖଲୀଲ୍। ଶାହରୁଖ୍ ୧୭ ବଲରେ ୨ ଛକା ସହ ୨୨ ରନ୍ କରିଥିଲେ।

ଶେଷକ୍ରମରେ ଫାବିଆନ ଆଲେନ୍ (୬), ମୁରୁଗାନ୍ ଅଶ୍ୱିନ୍ (୯) ଓ ମହମ୍ମଦ ଶାମି (୩) ଦୁଇ ଅଙ୍କ ଛୁଇଁପାରିନଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ୨ଟି ୱିକେଟ୍ ହାସଲ କରିଥିଲେ। ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍ ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

The post ନିରାଶ କଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍, ୧୨୦ ରନରେ ଅଲଆଉଟ୍ appeared first on Odisha Reporter.

]]>
IPL 2021, left top 2021-04-21 17:17:27 https://cdn.odishareporter.in/wp-content/uploads/2021/04/21171452/SRH.jpg
ଟସ୍ ଜିତିଲା ପଞ୍ଜାବ, ଫେରିଲେ ୱିଲିୟମସନ୍ https://odishareporter.in/sports/cricket/punjab-kings-won-the-toss-and-will-bat-first-against-sunrisers-hyderabad-637435 Wed, 21 Apr 2021 10:02:06 +0000 https://odishareporter.in/?p=637435

ଚେନ୍ନାଇ: ଚଳିତ ଆଇପିଏଲର ୧୪ଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି। ରିଲେ ମେରେଡିଥ୍, ଝାଇ ରିଚାର୍ଡସନ୍ ଓ ଜଲଜ୍ ସାକ୍ସେନା ବାଦ୍ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଫାବିଆନ୍ ଆଲେନ୍, […]

The post ଟସ୍ ଜିତିଲା ପଞ୍ଜାବ, ଫେରିଲେ ୱିଲିୟମସନ୍ appeared first on Odisha Reporter.

]]>

ଚେନ୍ନାଇ: ଚଳିତ ଆଇପିଏଲର ୧୪ଶ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ ଲୋକେଶ ରାହୁଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଏହି ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ତିନୋଟି ପରିବର୍ତ୍ତନ କରିଛି। ରିଲେ ମେରେଡିଥ୍, ଝାଇ ରିଚାର୍ଡସନ୍ ଓ ଜଲଜ୍ ସାକ୍ସେନା ବାଦ୍ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଫାବିଆନ୍ ଆଲେନ୍, ମୋଜେସ୍ ହେନରିକ୍ସ ଓ ମୁରୁଗାନ୍ ଅଶ୍ୱିନ୍ ସ୍ଥାନ ପାଇଛନ୍ତି।

ସେହିପରି ହାଇଦ୍ରାବାଦ ଟିମ୍ ମଧ୍ୟ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନଙ୍କ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍ କମବ୍ୟାକ୍ କରିଛନ୍ତି। ୱିଲିୟମସନଙ୍କ ଫେରିବା ଦ୍ୱାରା ହାଇଦ୍ରାବାଦର ମିଡଲ୍ ଅର୍ଡର ମଜଭୁତ୍ ହେବ।

ଅବଦୁଲ୍ ସମାଦ୍ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ କେଦାର ଯାଦବଙ୍କୁ ସୁଯୋଗ ମିଳିଛି। ସେହିପରି ଲଗାତର ଖରାପ ପ୍ରଦର୍ଶନ କରୁଥିବା ମନିଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲଙ୍କୁ ସାମିଲ୍‌ କରାଯାଇଛି।

ଚୂଡ଼ାନ୍ତ ଏକାଦଶ

ପଞ୍ଜାବ କିଙ୍ଗସ୍: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ଦୀପକ ହୁଡ୍ଡା, ନିକୋଲାସ ପୁରନ୍, ଶାହରୁଖ୍ ଖାନ୍, ମୋଜେସ୍ ହେନରିକ୍ସ, ଫାବିଆନ୍ ଆଲେନ୍, ମହମ୍ମଦ ଶାମି, ମୁରୁଗାନ୍ ଅଶ୍ୱିନ୍, ଅର୍ଶଦୀପ ସିଂହ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ (ୱିକେଟକିପର), କେନ୍ ୱିଲିୟମସନ୍, କେଦାର ଯାଦବ, ବିଜୟ ଶଙ୍କର, ବିରାଟ୍ ସିଂହ, ଅଭିଷେକ ଶର୍ମା, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କୌଲ୍, ଖଲୀଲ ଅହମ୍ମଦ।

The post ଟସ୍ ଜିତିଲା ପଞ୍ଜାବ, ଫେରିଲେ ୱିଲିୟମସନ୍ appeared first on Odisha Reporter.

]]>
IPL 2021, left top 2021-04-21 15:40:14 https://cdn.odishareporter.in/wp-content/uploads/2021/04/21153156/TOSS-2.jpg
ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା https://odishareporter.in/sports/cricket/rohit-sharma-fined-slow-over-rate-match-fees-637298 Wed, 21 Apr 2021 02:43:22 +0000 https://odishareporter.in/?p=637298

ଚେନ୍ନାଇ: ପାଞ୍ଚ ଥର ଆଇପିଏଲ ଜିତି ରେକର୍ଡ କରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୬ ଓ୍ୱିକେଟରେ ହାରିଛି। ଏହି ପରାଜୟ ସହ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମାଙ୍କୁ ଝଟକା ଲାଗିଛି। ଧୀମା ଓଭର ରେଟ୍ ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଦଳର ବୋଲର ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଳମ୍ୱ କରିବାରୁ ଏହି ଆର୍ଥିକ ଜରିମାନା ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଲଗାଯାଇଛି। ଯଦି ରୋହିତ […]

The post ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା appeared first on Odisha Reporter.

]]>

ଚେନ୍ନାଇ: ପାଞ୍ଚ ଥର ଆଇପିଏଲ ଜିତି ରେକର୍ଡ କରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୬ ଓ୍ୱିକେଟରେ ହାରିଛି। ଏହି ପରାଜୟ ସହ ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମାଙ୍କୁ ଝଟକା ଲାଗିଛି।

ଧୀମା ଓଭର ରେଟ୍ ପାଇଁ ରୋହିତଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଦଳର ବୋଲର ନିର୍ଦ୍ଧାରିତ ସମୟରେ ବୋଲିଂ କରିବାରେ ବିଳମ୍ୱ କରିବାରୁ ଏହି ଆର୍ଥିକ ଜରିମାନା ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଲଗାଯାଇଛି।

ଯଦି ରୋହିତ ଶର୍ମା ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ଏଭଳି ଭୁଲ୍ କରିବେ ତାହେଲେ ତାଙ୍କୁ ୩୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାବ୍ୟତୀତ ମୁମ୍ୱାଇ ଇଣ୍ଡିଆନ୍ସ ଖେଳାଳିଙ୍କର ମ୍ୟାଚ ଫି’ର ୨୫ ପ୍ରତିଶତ କଟାଯାଇପାରେ। ଆଉ ଏହି ଜରିମାନା ରାଶି ସର୍ବାଧିକ ୬ ଲକ୍ଷ ରହିପାରେ।

ରୋହିତ ଆହତ

ସେହିପରି ଫିଲ୍ଡିଂ କରୁଥିବା ବେଳେ ରୋହିତ ଶର୍ମା ଆହତ ହୋଇଥିବା ସୂଚନା ରହିଛି। ୧୩ ଓଭର ଚାଲିଥିବା ବେଳେ ରୋହିତ ଆହତ ହୋଇଥିଲେ। ଯାହା ପରେ ସେ ମଇଦାନ ଛାଡ଼ି ବାହାରକୁ ଚାଲିଯାଇଥିଲେ। ତାଙ୍କ ସ୍ଥାନରେ କାଇରନ୍ ପୋଲାର୍ଡ ଦଳର ନେତୃତ୍ୱ ନେଇଥିଲେ। ଏ ନେଇ ରୋହିତ ଶର୍ମା କହିଛନ୍ତି, ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଛି। ହେଲେ ପରବର୍ତ୍ତୀ ମ୍ୟାଚ ବେଳକୁ ଠିକ୍ ହୋଇଯିବ ବୋଲି ସେ କହିଛନ୍ତି।

ମୁମ୍ବାଇ ୬ ୱିକେଟରେ ପରାସ୍ତ

ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ମୁମ୍ବାଇକୁ ୬ ୱିକେଟରେ ପରାସ୍ତ କରିଛି। ମୁମ୍ବାଇ ୧୩୮ ରନର ଟାର୍ଗେଟ ଦେଇଥିଲା। ହେଲେ ଦିଲ୍ଲୀ ୪ ୱିକେଟ୍ ହରାଇ ୫ଟି ବଲ୍ ବାକି ଥିବା ବେଳେ ଟାର୍ଗେଟ ହାସଲ କରିନେଇଥିଲା।

ଦିଲ୍ଲୀ ପକ୍ଷରୁ ଓପନର୍ ଶିଖର ଧୱନଙ୍କ ବ୍ୟାଟ୍ ପୁଣି ଥରେ କମାଲ କରିଛି। ଗତ ମ୍ୟାଚରେ ୯୨ ରନ୍ ସ୍କୋର କରିଥିବା ଧୱନ ଏହି ମ୍ୟାଚରେ ୪୫ ରନ୍ ସଂଗ୍ରହ କରିଥିଲେ। ଧାୱନଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୩୩, ଲଲିତ ଯାଦବ ଅପରାଜିତ ୨୨, ଶିମରନ୍ ହେଟମେୟର ଅପରାଜିତ ୧୪ ଏବଂ କ୍ୟାପଟେନ୍ ଋଷଭ ପନ୍ତ ୭ ରନ୍ କରିଥିଲେ। ଏହି ମ୍ୟାଚ ଜିତି ଦିଲ୍ଲୀ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ମୁମ୍ୱାଇ ଇଣ୍ଡିଆନ୍ସ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

The post ଦିଲ୍ଲୀ ପାଖରୁ ମୁମ୍ୱାଇ ହାରିବା ପରେ ରୋହିତଙ୍କୁ ଲାଗିଲା ଆଉ ଏକ ଝଟକା appeared first on Odisha Reporter.

]]>
IPL 2021, left bottom 2021-04-21 15:48:06 https://cdn.odishareporter.in/wp-content/uploads/2021/04/21081226/rohit-sharma-1.jpg
କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ https://odishareporter.in/sports/cricket/hardik-pandya-dance-with-wife-natasa-video-viral-637044 Tue, 20 Apr 2021 03:49:48 +0000 https://odishareporter.in/?p=637044

ନୂଆଦିଲ୍ଲୀ: ବ୍ୟାଟ ବଲ୍‌ ଧରି ପିଚ୍‌ରେ କମାଲ୍‌ ଦେଖାଉଥିବା ଭାରତୀୟ କ୍ରିକେଟ୍‌ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଡ୍ୟାନ୍ସିଂରେ ମଧ୍ୟ କମାଲ ଦେଖାଇଛନ୍ତି। କ୍ରିକେଟ୍‌ ମ୍ୟାଚ୍‌ ସହ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ହାର୍ଦ୍ଦିକଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ହାର୍ଦ୍ଦିକ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି। ହାର୍ଦ୍ଦିକ ନିଜ ପତ୍ନର ନତାଶା ଓ ଭାଇ କୃନାଲ ପାଣ୍ଡ୍ୟା ଏବଂ ଭାଉଜ ପଙ୍ଖୁଡିଙ୍କ […]

The post କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ appeared first on Odisha Reporter.

]]>

ନୂଆଦିଲ୍ଲୀ: ବ୍ୟାଟ ବଲ୍‌ ଧରି ପିଚ୍‌ରେ କମାଲ୍‌ ଦେଖାଉଥିବା ଭାରତୀୟ କ୍ରିକେଟ୍‌ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଡ୍ୟାନ୍ସିଂରେ ମଧ୍ୟ କମାଲ ଦେଖାଇଛନ୍ତି। କ୍ରିକେଟ୍‌ ମ୍ୟାଚ୍‌ ସହ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ ଥିବା ହାର୍ଦ୍ଦିକଙ୍କ ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ହାର୍ଦ୍ଦିକ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି।

ହାର୍ଦ୍ଦିକ ନିଜ ପତ୍ନର ନତାଶା ଓ ଭାଇ କୃନାଲ ପାଣ୍ଡ୍ୟା ଏବଂ ଭାଉଜ ପଙ୍ଖୁଡିଙ୍କ ସହ ବିଚ୍‌ରେ ଜୋରଦାର୍‌ ଡ୍ୟାନ୍ସ କରିଛନ୍ତି। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ‘Ay Rico Rico’ ଗୀତ ବାଜୁଛି। ମ୍ୟୁଜିକର ତାଳେ ତାଳେ ଝୁମୁଛନ୍ତି ପାଣ୍ଡ୍ୟା ବ୍ରଦର୍ସ ଓ ତାଙ୍କ ପତ୍ନୀ।

ଏହି ଭିଡିଓକୁ ହାର୍ଦ୍ଦିକ ସେଆର କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏଥିରେ ଜୋରଦାର କମେଣ୍ଟ କରିଛନ୍ତି। ଭିଡିଓଟି ତାଙ୍କ ଫ୍ୟାନ୍‌ମାନଙ୍କୁ ପସନ୍ଦ ଆସିଛି। ହାର୍ଦ୍ଦିକଙ୍କ ଏହି ଡ୍ୟାନ୍ସ ଭିଡିଓଟିକୁ ଏଯାଏଁ ୧୦ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି।

ସୂଚନାମୁତାବକ, ଏବେ ହାର୍ଦ୍ଦିକ ଆଇପିଏଲ୍‌ ମ୍ୟାଚ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ବଳରେ ଫ୍ୟାନ୍‌ଙ୍କ ହୃଦୟ ଜିତିବାରେ ଲାଗିଛନ୍ତି ଏହି ଅଲ୍‌ରାଉଣ୍ଡର। ଚଳିତ ଆଇପିଏଲ୍‌ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଛନ୍ତି।

The post କ୍ରିକେଟ୍‌ ପରେ ଡ୍ୟାନ୍ସରେ କମାଲ ଦେଖାଇଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ appeared first on Odisha Reporter.

]]>
IPL 2021, left bottom 2021-04-20 09:19:48 https://cdn.odishareporter.in/wp-content/uploads/2021/04/20091850/Hardik-Pandya.jpg
ରେକର୍ଡ ସୃଷ୍ଟି କଲେ ଏମ୍ ଏସ୍ ଧୋନି https://odishareporter.in/sports/cricket/ms-dhoni-is-all-set-to-captain-chennaiipl-for-the-200th-time-637013 Mon, 19 Apr 2021 16:38:46 +0000 https://odishareporter.in/?p=637013

ଓ୍ୱାଙ୍ଖଡେ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୨ତମ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ ‘ୟଲୋ ଆର୍ମି’ର କ୍ୟାପଟେନ ଏମ୍ଏସ୍ ଧୋନିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ରାଜସ୍ଥାନ ବିପକ୍ଷରେ ସେ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିବା ମାତ୍ରେ ଇତିହାସ ସୃଷ୍ଟି କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୨୦୦ଟି ମ୍ୟାଚରେ ଅଧିନାୟକ ଭାବରେ ଏମଏସ ଧୋନି ପଡିଆକୁ ଓହ୍ଲାଇଛନ୍ତି। ଯାହାକି ବିରଳ। କୌଣସି ଖେଳାଳି ଏତେ ସଂଖ୍ୟକ ମ୍ୟାଚରେ କ୍ୟାପଟେନସିପ […]

The post ରେକର୍ଡ ସୃଷ୍ଟି କଲେ ଏମ୍ ଏସ୍ ଧୋନି appeared first on Odisha Reporter.

]]>

ଓ୍ୱାଙ୍ଖଡେ: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଆଇପିଏଲର ୧୨ତମ ମ୍ୟାଚ୍ ଚାଲିଛି। ଏହି ମ୍ୟାଚ ‘ୟଲୋ ଆର୍ମି’ର କ୍ୟାପଟେନ ଏମ୍ଏସ୍ ଧୋନିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ରାଜସ୍ଥାନ ବିପକ୍ଷରେ ସେ ଚେନ୍ନାଇ ପକ୍ଷରୁ ମ୍ୟାଚ ଖେଳିବା ମାତ୍ରେ ଇତିହାସ ସୃଷ୍ଟି କରିଛି।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ୨୦୦ଟି ମ୍ୟାଚରେ ଅଧିନାୟକ ଭାବରେ ଏମଏସ ଧୋନି ପଡିଆକୁ ଓହ୍ଲାଇଛନ୍ତି। ଯାହାକି ବିରଳ। କୌଣସି ଖେଳାଳି ଏତେ ସଂଖ୍ୟକ ମ୍ୟାଚରେ କ୍ୟାପଟେନସିପ କରି ନାହାନ୍ତି। ସେ ପ୍ରଥମ ଖେଳାଳି ଭାବରେ ଅଧିନାୟକ ଭାବରେ ୨୦୦ଟି ମ୍ୟାଚ୍ ଖେଳୁଛନ୍ତି। ଏହା ମାହିଙ୍କ ପାଇଁ କିନ୍ତୁ ୨୦୧ ତମ ମ୍ୟାଚ୍। କାରଣ ଚାମ୍ପିଅନ୍ସ ଲିଗ୍ ଟି -୨୦ରେ ଗୋଟିଏ ମ୍ୟାଚରେ ସୁରେଶ ରାଇନାଙ୍କ ଅଧିନାୟକତ୍ୱରେ ସେ ମ୍ୟାଚ୍ ଖେଳିଥିଲେ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି (ଏମଏସ ଧୋନି) ରାଜସ୍ଥାନ ରୟାଲ୍ସ ବିପକ୍ଷ ଏହି ମ୍ୟାଚରେ ଟସ୍ ହରାଥିଲେ। ହେଲେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ କରି ‘ୟଲୋ ଆର୍ମି’କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି

The post ରେକର୍ଡ ସୃଷ୍ଟି କଲେ ଏମ୍ ଏସ୍ ଧୋନି appeared first on Odisha Reporter.

]]>
IPL 2021, left bottom 2021-04-19 22:08:46 https://cdn.odishareporter.in/wp-content/uploads/2021/04/19220822/CSK-DHONI.jpg
ଅନ୍ତିମ ଓଭରରେ ୧୫ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଲା ଚେନ୍ନାଇ https://odishareporter.in/sports/cricket/du-plessis-bravo-take-chennai-to-188-9-637009 Mon, 19 Apr 2021 16:25:27 +0000 https://odishareporter.in/?p=637009

ଓ୍ୱାଙ୍ଖଡେ: ଆଜି ଚଳିତ ଆଇପିଏଲର ୧୨ ତମ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି। ଅର୍ଥାତ୍ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୮୯ ରନ୍ ସ୍କୋର କରିବାକୁ ପଡିବ। ଚେତନ ସାକରିଆ ରାଜସ୍ଥାନରୁ ସର୍ବାଧିକ ୩ଟି […]

The post ଅନ୍ତିମ ଓଭରରେ ୧୫ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଲା ଚେନ୍ନାଇ appeared first on Odisha Reporter.

]]>

ଓ୍ୱାଙ୍ଖଡେ: ଆଜି ଚଳିତ ଆଇପିଏଲର ୧୨ ତମ ମ୍ୟାଚ୍ ଖେଳାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ୍ ଚାଲିଛି। ଟସ୍ ଜିତି ରାଜସ୍ଥାନ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଉ ଚେନ୍ନାଇ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଛି।

ଅର୍ଥାତ୍ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୧୮୯ ରନ୍ ସ୍କୋର କରିବାକୁ ପଡିବ। ଚେତନ ସାକରିଆ ରାଜସ୍ଥାନରୁ ସର୍ବାଧିକ ୩ଟି ୱିକେଟ୍ ନେଇଛନ୍ତି। ରାଇଡୁ ଏବଂ ରାଇନାଙ୍କ ୱିକେଟ୍ ନେବା ସହିତ ଧୋନିଙ୍କ ଓ୍ୱିକେଟ ନେଇଛନ୍ତି ରାଜସ୍ଥାନର ଏହି ବୋଲର। ସାକାରିଆଙ୍କ ବ୍ୟତୀତ କ୍ରିସ ମୋରିସ୍ ୨ଟି ୱିକେଟ୍ ନେଇଛନ୍ତି।

ଚେନ୍ନାଇ ଅନ୍ତିମ ଓଭରରେ ୧୫ ରନ୍ ସଂଗ୍ରହ କରିଥିଲା। ମୁସ୍ତାଫିଜୁର ରହମାନଙ୍କ ବଲରେ ସାମ୍ କୁରଣ (୬ ଟି ବଲରେ ୧୩ ରନ୍) ଏବଂ ଶର୍ଦ୍ଦାଳୁ ଠାକୁର (୧ ବଲରେ ୧ ରନ୍) କରିଥିଲେ। ଏଥିସହିତ ବ୍ରାଭୋ ଅପରାଜିତ ରହି ୮ ଟି ବଲରେ ୨୦ ରନ୍ କରିଥିଲେ। ଯେଉଁଛିରେ ୨ଟି ଚୌକା ଓ ଗୋଟିଏ ଛକା ଥିଲା। ସେ ଇନିଂସର ଅନ୍ତିମ ବଲରେ ଏହି ଛକା ମାରିଥିଲେ।

ଚେନ୍ନାଇରୁ ଫାଫ୍ ଡୁ ପ୍ଲେସିସି (୩୩) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଅମ୍ବାତି ରାୟୁଡୁ (୨୭), ମୋଇନ୍ ଅଲି (୨୬), ସୁରେଶ ରାଇନା (୧୮), ଏମଏସ ଧୋନି (୧୮), ସାମ୍ କୁରଣ (୧୩), ରିତୁରାଜ ଗାଇକୱାଡ (୧୦), ରବିନ୍ଦ୍ର ଜାଡେଜା (୮) ଏବଂ ଶର୍ଦ୍ଦାଲୁ ଠାକୁର ୧ ରନ୍ କରିଥିଲେ। ଏଥିସହିତ ବ୍ରାଭୋ ଅପରାଜିତ ରହି ୮ ବଲରେ ୨୦ ରନ୍ ସ୍କୋର କରିଥିଲେ। ରାଜସ୍ଥାନ ପାଇଁ ଚେତନା ସାକାରିଆ ତିନୋଟି, କ୍ରିସ୍ ମୋରିସ୍ ଦୁଇଟି ନେଇଥିବାବେଳେ ମୁସ୍ତାଫିଜୁର ରହମାନ ଏବଂ ରାହୁଲ ତେୱାତିଆ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଚେନ୍ନାଇ ଏବଂ ରାଜସ୍ଥାନ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଗୋଟିଏ ଲେଖାଁଏ ମ୍ୟାଚ ହାରିଛନ୍ତି। ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍ ୭ ୱିକେଟରେ ହାରିଥିଲା। ପରେ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟରେ ହରାଇଥିଲା।

ଅନ୍ୟପକ୍ଷରେ ରାଜସ୍ଥାନ ପ୍ରଥମ ମ୍ୟାଚରେ ପଞ୍ଜାବ ପାଖରୁ ୪ ରନରେ ହାରିଥିଲା। ଆଉ ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ୩ ୱିକେଟରେ ଜିତିଥିଲା। ଉଭୟ ଦଳ ପାଇଁ ଏହା ତୃତୀୟ ମ୍ୟାଚ।

The post ଅନ୍ତିମ ଓଭରରେ ୧୫ ରନ୍ କରି ରାଜସ୍ଥାନକୁ ୧୮୯ ରନର ଟାର୍ଗେଟ ଦେଲା ଚେନ୍ନାଇ appeared first on Odisha Reporter.

]]>
IPL 2021, left bottom 2021-04-19 21:56:06 https://cdn.odishareporter.in/wp-content/uploads/2021/04/19215514/Bravo.jpg
ମୟଙ୍କ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ, ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ https://odishareporter.in/sports/cricket/mayank-rahul-fifties-power-punjab-kings-to-195-4-636727 Sun, 18 Apr 2021 16:12:29 +0000 https://odishareporter.in/?p=636727

ଓ୍ୱାଙ୍ଖଡେ: ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୯୬ ରନର ଟାର୍ଗେଟ ଦେଇଛି। ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓପନର୍ ମୟଙ୍କ ଅଗ୍ରୱାଲ (୬୯) ଏବଂ କ୍ୟାପଟେନ କେ.ଏଲ୍ ରାହୁଲ (୬୧) ରନ୍ କରିଥିବା ବେଳେ ମୋଟ୍ ୫ଟି ୱିକେଟ୍ ହରାଇ ପଞ୍ଜାବ ୧୯୫ ରନ୍ ସଂଗ୍ରହ କରିଥିଲା। ଏହି […]

The post ମୟଙ୍କ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ, ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ appeared first on Odisha Reporter.

]]>

ଓ୍ୱାଙ୍ଖଡେ: ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୯୬ ରନର ଟାର୍ଗେଟ ଦେଇଛି। ଟସ ଜିତି ପଞ୍ଜାବକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଓପନର୍ ମୟଙ୍କ ଅଗ୍ରୱାଲ (୬୯) ଏବଂ କ୍ୟାପଟେନ କେ.ଏଲ୍ ରାହୁଲ (୬୧) ରନ୍ କରିଥିବା ବେଳେ ମୋଟ୍ ୫ଟି ୱିକେଟ୍ ହରାଇ ପଞ୍ଜାବ ୧୯୫ ରନ୍ ସଂଗ୍ରହ କରିଥିଲା। ଏହି ଇନିଂସରେ ୬ ଜଣ ବ୍ୟାଟିଂ କରିବାକୁ ଆସିଥିଲେ। ଜଣଙ୍କୁ ଛାଡ଼ିଦେଲେ ମୋଟ୍ ୫ ଜଣ ମିଶି ୧୦ଟି ଛକା ମାରିଥିଲେ। ଯେଉଁଥିରେ ଦୁଇ ଓପନର ଏକାକୀ ୬ଟି ଛକା ମାରିଥିଲେ। ଆଜି ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମୟଙ୍କ ଅଗ୍ରଓ୍ୱାଲ ଓ କେ ଏଲ ରାହୁଲ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଆଉ ଉଭୟ ଆରମ୍ଭରୁ ଆକର୍ଷଣୀୟ ଇନିଂସ ଖେଳିଥିଲେ। ରାହୁଲ୍ ୫୧ ବଲରେ ୭ଟି ଚୌକା ଓ ୨ଟି ଛକା ସହିତ ୬୧ ରନ କରିଥିବା ବେଳେ ମୟଙ୍କ ଅଗ୍ରଓ୍ୱାଲ ୩୬ ବଲରେ ୬୯ ରନ କରିଥିଲେ। ଯେଉଁଥିରେ ୭ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ପ୍ରଥମ ଓ୍ୱିକେଟ ଭାବରେ ମୟଙ୍କ ଏଲ ମେରିଓ୍ୱାଲାଙ୍କ ବଲରେ ଶୀଖର ଧାଓ୍ୱାନଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଏହି ସମୟରେ ପଞ୍ଜାବ ୧୨ ଓଭର ୪ଟି ବଲରେ ୧୨୨ ରନ କରିଥିଲା।

ଏହାପରେ କେ ଏଲ ରାହୁଲ ରାବଡାଙ୍କ ବଲରେ କ୍ୟାଚ ଆଉଟ୍ ହୋଇ ୬୧ ରନ କରି ଆଉଟ୍ ହୋଇଥିଲେ। ଦୁଇ ଓପନର କିନ୍ତୁ ଆଉଟ୍ ହେବା ପରେ ପଞ୍ଜାବର ଆଉ କୌଣସି ଖେଳାଳି ସେତେଟା ଭଲ ଖେଳିନଥିଲେ। ଗେଲ୍ ୯ ବଲରେ ଗୋଟିଏ ଛକା ସହିତ ୧୧ ରନ କରି ଓ୍ୱକେଶଙ୍କ ବଲରେ କ୍ୟାଚ ଆଉଟ୍ ହୋଇଥିଲେ।

ଏହାପରେ ପୋରାନ ୮ ବଲରେ ୯ ରନ କରି ଅଭେଶ ଖାନଙ୍କ ବଲରେ ଆଉଟ୍ ହୋଇଚିଲେ। ହେଲେ ଅପରାଜିତ ଥିବା ଶାହରୁଖ ଖାନ ୫ ବଲରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରି ୧୫ ରନ୍ କରି ଅପରାଜିତ ଥିଲେ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୌଣସି ବଲରେ ସେତେଟା ଭଲ ପ୍ରଦର୍ଶନ କରିନଥିଲେ। ଓ୍ୱକେସ, ମେରିଓ୍ୱାଲା, ରାବଡା ଏବଂ ଅଭେଶ ଖାନ ଗୋଟିଏ ଓ୍ୱିକେଟ ନେଇଥିଲେ।

ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି

The post ମୟଙ୍କ ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ, ଦିଲ୍ଲୀକୁ ୧୯୬ ରନର ଟାର୍ଗେଟ appeared first on Odisha Reporter.

]]>
IPL 2021, left bottom 2021-04-18 21:48:16 https://cdn.odishareporter.in/wp-content/uploads/2021/04/18214209/mayank-rahul.jpg
ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି https://odishareporter.in/sports/cricket/royal-challengers-bangalore-won-by-38-runs-636711 Sun, 18 Apr 2021 14:50:16 +0000 https://odishareporter.in/?p=636711

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଏହାର ଜବାବରେ କେକେଆର ମାତ୍ର ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହି ବିଜୟ ସହିତ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। କେକେଆର୍ ୨୦୫ ରନର ଟାର୍ଗେଟ ପିଛା କରି ଧୂଆଁଧାର ଇନିଂସ ଆରମ୍ଭ କରିବାକୁ […]

The post ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି appeared first on Odisha Reporter.

]]>

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଏହାର ଜବାବରେ କେକେଆର ମାତ୍ର ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହି ବିଜୟ ସହିତ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି।

କେକେଆର୍ ୨୦୫ ରନର ଟାର୍ଗେଟ ପିଛା କରି ଧୂଆଁଧାର ଇନିଂସ ଆରମ୍ଭ କରିବାକୁ ଯାଇ କାଏଲ ଜାମିଏସନଙ୍କ ବଲରେ ଶୁଭମାନ ଗିଲ ଆଉଟ୍ ହୋଇଥିଲେ। ୯ ବଲରେ ଦୁଇଟି ଚୌକା ଓ ଦୁଇଟି ଛକା ମାରି ୨୧ ରନ କରିଥିଲେ ଶୁଭମାନ। ଏହାପରେ ରାହୁଲ ତ୍ରିପାଠୀ (୨୫) ଏବଂ ନୀତୀଶ ରାଣା (୧୮) କେକେଆରକୁ ୫୦ ରନରେ ପହଞ୍ଚାଇଥିଲେ। ତେବେ ତ୍ରିପାଠୀ ୱାଶିଂଟନ୍ ସୁନ୍ଦରଙ୍କ ବଲରେ ସିରାଜଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଆଉ ଦଳକୁ ଏକ ଭଲ ସ୍କୋର ମୁହାଁ ତ୍ରିପାଠୀ ଓ ରାଣା ନେଇଯାଉଥିବା ବେଳେ ପାର୍ଟନରସିପ୍ ଭାଙ୍ଗିବାରେ ସଫଳ ହୋଇଥିଲେ ଓ୍ୱାଶିଂଟନ ସୁନ୍ଦର।

ଏହା ପରେ ଚହଲ ଦୀନେଳ କାର୍ତ୍ତିକଙ୍କୁ ଏଲବିଡବ୍ଲ୍ୟୁ କରି କେକେଆରକୁ ଆଉ ଏକ ଝଟକା ଦେଇଥିଲେ। ଏହାପୂର୍ବୁର କାର୍ତ୍ତିକ ପ୍ରଥମେ ନୀତୀଶ ରାଣା (୧୮)ଙ୍କୁ କ୍ୟାଚ ଆଉଟ୍ କରିଥିଲେ। ଏହା ପରେ ସେ ଦୀନେଶ କାର୍ତ୍ତିକଙ୍କୁ ୨ ରନରେ ଆଉଟ୍ କରିଥିଲେ।

ଏହାପରେ ହର୍ଷଲ ପଟେଲ ଇଓନ ମୋର୍ଗାନ (୨୯)ଙ୍କୁ ଆଉଟ୍ କରିଥିଲେ। ଯାହାକି ବିଜୟ ହେବ ବୋଲି ଆଶା ରଖିଥିବା କେକେଆରର ଆଶାରେ ବ୍ରେକ ମାରିଥିଲା। ଏହାପରେ ଆଣ୍ଡ୍ର୍ୟୁ ରସେଲ କ୍ରିଜରେ ଭଲ ସ୍କୋର କରି ୨୦ ବଲରେ ୩୧ ରନ କରି ଆଉଟ୍ ହୋଇଥିଲେ। ହେଲେ ଅନ୍ୟପଟେ ପଟ କ୍ୟୁମିନ୍ସ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ହରଭଜନ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୨ ରନ୍ କରି ଅପରାଜିତ ଥିବା ବେଳେ ୨୦ ଓଭର ଶେଷ ହୋଇଯାଇଥିଲା।

ଆରସିବି ପକ୍ଷରୁ ଜାମିଏସନ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ଚହଲ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ସେହିପରି ଓ୍ୱାଶିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ ନେଇଥିଲେ।

ଆରସିବି ୨୦୦/୪ (୨୦)

ଏହାପୂର୍ବରୁ, ମ୍ୟାକ୍ସୱେଲ (୭୮) ଏବଂ ଏବି ଡି ଭିଲିୟର୍ସଙ୍କ ଅପରାଜିତ ୭୬ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୦୪ ରନ କରି ୪ଟି ୱିକେଟ୍ ହରାଇଥିଲା। ଆରସିବି ମଧ୍ୟ ଆରମ୍ଭରୁ କେକେଆର ବୋଲରଙ୍କ ଦ୍ୱାରା ଝଟକା ଖାଇଥିଲା। ଗୋଟିଏ ଓଭରରେ କ୍ୟାପଟେନ ବିରାଟ କୋହଲି ୫ ରନ୍ ଏବଂ ରଜତ ପଟିଦାର ୧ ରନ କରି ଶସ୍ତାରେ ପାଭିଲିଅନକୁ ଫେରିଥିଲେ।

ଏହା ପରେ ଗ୍ଲେନ ମ୍ୟାକ୍ସଓ୍ୱେଲ (୭୮) ଏବଂ ଦେବଦତ୍ତ ପଦିକଲ (୨୫) ରନ୍ କରି ଦଳକୁ ଏକ ଭଲ ସ୍କୋର ଦେଇଥିଲେ। ହେଲ ତୃତୀୟ ୱିକେଟ୍ ପାଇଁ ମୋଟ୍ ୮୬ ରନ୍ କରିବା ପରେ ପ୍ରସିଦ୍ଧଙ୍କ ବଲରେ ଦେବିଦତ୍ତ ଆଉଟ୍ ହୋଇଥିଲେ। ଏହାପରେ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଧୂଆଁଧାର ବ୍ୟାଟିଂ ଆରମ୍ଭ ହୋଇଥିଲା। ମାତ୍ର ୨୮ଟି ବଲରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଉ ଚତୁର୍ଥ ୱିକେଟ୍ ପାଇଁ ସେ ଏବି ଡି ଭିଲିୟର୍ସ (୭୬*) ଙ୍କ ସହ ମିଶି ଉଭୟେ ୫୩ ରନ କରିଥିଲେ।

ହେଲେ ମ୍ୟାକ୍ସୱେଲ କମିନ୍ସଙ୍କ ବଲରେ ହରଭଜନ  ସିଂହଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ସେ ୪୯ଟି ବଲ ଖେଳି ୯ଟି ଚୌକା ଏବଂ ତିନୋଟି ଛକା ସହାୟତାରେ ୭୮ ରନ୍ ସଂଗ୍ରହ କରିଥିଲେ। ଏହାପରେ ଏବି ଡି ଭିଲିୟର୍ସ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ହାସଲ କରି ଦଳକୁ ୨୦୦ ରନରେ ପହଞ୍ଚାଇଥିଲେ। କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଓ୍ୱିକେଟ ନେଇଥିବାବେଳେ ପ୍ୟାଟ୍ କମିନ୍ସ ଏବଂ ପ୍ରସିଦ୍ଧ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

The post ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି appeared first on Odisha Reporter.

]]>
IPL 2021, left bottom 2021-04-18 20:20:16 https://cdn.odishareporter.in/wp-content/uploads/2021/04/18201954/RCB-WIN-1.jpg
ଭୁଲ୍ କୋଭିଡ୍ ରିପୋର୍ଟର ଶିକାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ପେସର୍ https://odishareporter.in/sports/cricket/nortje-out-of-quarantine-after-false-covid-19-scare-636195 Fri, 16 Apr 2021 12:12:33 +0000 https://odishareporter.in/?p=636195

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ କୋଭିଡ୍-୧୯ର ଭୁଲ ରିପୋର୍ଟର ଶିକାର ହୋଇଛନ୍ତି। ପ୍ରଥମେ ପଜିଟିଭ୍ ଆସିଥିଲା, କିନ୍ତୁ ଏବେ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ପରେ ଶୁକ୍ରବାର ସେ ଟିମକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ପେସ୍ ବୋଲର ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ସାତ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏହାରି ଭିତରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିବା ଖବର ମିଳିଥିଲା। ଯାହା ପରେ ତାଙ୍କୁ ପୁଣିଥରେ କ୍ୱାରେଣ୍ଟାଇନକୁ […]

The post ଭୁଲ୍ କୋଭିଡ୍ ରିପୋର୍ଟର ଶିକାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ପେସର୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ପେସ୍ ବୋଲର ଆନରିଚ୍ ନୋର୍ଜେ କୋଭିଡ୍-୧୯ର ଭୁଲ ରିପୋର୍ଟର ଶିକାର ହୋଇଛନ୍ତି। ପ୍ରଥମେ ପଜିଟିଭ୍ ଆସିଥିଲା, କିନ୍ତୁ ଏବେ ରିପୋର୍ଟ ନେଗେଟିଭ୍ ଆସିଛି। ଯାହା ପରେ ଶୁକ୍ରବାର ସେ ଟିମକୁ ଫେରିଛନ୍ତି। ଦକ୍ଷିଣ ଆଫ୍ରିକାର ଏହି ପେସ୍ ବୋଲର ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଥିଲେ ଏବଂ ସାତ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଥିଲେ। ଏହାରି ଭିତରେ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିବା ଖବର ମିଳିଥିଲା। ଯାହା ପରେ ତାଙ୍କୁ ପୁଣିଥରେ କ୍ୱାରେଣ୍ଟାଇନକୁ ଯିବାକୁ ପଡ଼ିଥିଲା। ଏବେ ତିନୋଟି ନେଗେଟିଭ୍ ରିପୋର୍ଟ ଆସିବା ପରେ ସେ ଟିମର ବାୟୋ ବବଲରେ ସାମିଲ୍ ହୋଇଛନ୍ତି।

ଏ ନେଇ ଫ୍ରାଞ୍ଚାଇଜି ଟ୍ୱିଟ୍ କରି କହିଛି, ଆମର ସାଉଥ୍ ଆଫ୍ରିକା ପେସ୍ ସୁପରଷ୍ଟାର୍ ଏବେ କ୍ୱାରେଣ୍ଟାଇନ ପିରିୟଡରୁ ବାହାରକୁ ଆସିଛନ୍ତି। କୋଭିଡ୍-୧୯ର ଭୁଲ୍ ରିପୋର୍ଟ ପରେ ନୋର୍ଜେଙ୍କର ଲଗାତର ତିନୋଟି ଟେଷ୍ଟ ନେଭେଟିଭ୍ ଆସିଛି। ଏବେ ସେ ଟିମର ବାୟୋ ବବଲରେ ସାମିଲ୍ ହୋଇଛନ୍ତି।

ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ନୋର୍ଜେଙ୍କର ପଜିଟିଭ୍ ଖବର ଆସିଥିଲା। ଏହାକୁ ନେଇ ଦିଲ୍ଲୀ ଟିମ୍ ଚିନ୍ତାରେ ପଡ଼ିଯାଇଥିଲା, କାରଣ ଟିମର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର ପୂର୍ବରୁ ହିଁ ଆଇପିଏଲରୁ ବାଦ୍ ପଡ଼ିସାରିଛନ୍ତି। ଏପରିକି କ୍ୟାପଟେନଙ୍କ ପରେ ଟିମ୍‌ର ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ନୋର୍ଜେ ଦିଲ୍ଲୀ ଟିମର ପ୍ରମୁଖ ସଦସ୍ୟ। ଗତ ସଂସ୍କରଣରେ ଦିଲ୍ଲୀ ଟିମକୁ ଫାଇନାଲରେ ପହଞ୍ଚାଇବାରେ ସେ ପ୍ରମୁଖ ଭୂମିକା ବହନ କରିଥିଲେ। ସେ ଏଥର ଆଇପିଏଲରେ ଭାଗ ନେବା ପାଇଁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ ଅଧାରୁ ଛାଡ଼ି ଚାଲିଆସିଥିଲେ।

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଗୁରୁବାର ତା’ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାସ୍ତ ହୋଇଥିଲା। ଉକ୍ତ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ କରିଥିଲା। ଜବାବରେ ରାଜସ୍ଥାନ ଦୁଇଟି ବଲ୍ ଥାଇ ମ୍ୟାଚ୍ ଜିତି ନେଇଥିଲେ। ଏହି ମ୍ୟାଚରେ ନୋର୍ଜେ ଖେଳିନଥିଲେ। ଏବେ ତାଙ୍କର କମବ୍ୟାକ୍ ଦିଲ୍ଲୀକୁ ନିଶ୍ଚିତ ମଜଭୁତ୍ କରିବ।

The post ଭୁଲ୍ କୋଭିଡ୍ ରିପୋର୍ଟର ଶିକାର ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ପେସର୍ appeared first on Odisha Reporter.

]]>
IPL 2021, left bottom 2021-04-16 17:43:12 https://cdn.odishareporter.in/wp-content/uploads/2021/04/16173516/Anrich-Nortje-1.jpg
ପୁଣି ଟସ୍ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ https://odishareporter.in/sports/cricket/rajasthan-royals-opt-to-bowl-rabada-in-for-delhi-capitals-635953 Thu, 15 Apr 2021 13:41:41 +0000 https://odishareporter.in/?p=635953

ମୁମ୍ବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଗତ ସଂସ୍କରଣର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଋଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚରେ ରାଜସ୍ଥାନ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍ […]

The post ପୁଣି ଟସ୍ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ appeared first on Odisha Reporter.

]]>

ମୁମ୍ବାଇ: ଚଳିତ ଆଇପିଏଲର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ ଗତ ସଂସ୍କରଣର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଋଷଭ ପନ୍ତ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ।

ମ୍ୟାଚରେ ରାଜସ୍ଥାନ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର୍ ସ୍ଥାନ ପାଇଛନ୍ତି। ସେହିପରି ସ୍ପିନର ଶ୍ରେୟସ ଗୋପାଳଙ୍କ ସ୍ଥାନରେ ବାମହାତୀ ପେସର୍ ଜୟଦେବ ଉନାଦକଟଙ୍କୁ ସାମିଲ୍ କରାଯାଇଛି।

ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିମରନ୍ ହେଟମେୟରଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ପେସର୍ କାଗିସୋ ରବାଡାଙ୍କୁ ସୁଯୋଗ ମିଳିଛି। ସେହିପରି ଅମିତ୍ ମିଶ୍ର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଲଲିତ ଯାଦବ ଡେବ୍ୟୁ କରିବେ।

ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ହରାଇଥିବା ବେଳେ ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ନିକଟରୁ ହାରିଯାଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ: ଶିଖର ଧୱନ୍, ପୃଥ୍ୱୀ ଶ’, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (କ୍ୟାପଟେନ୍), ମାର୍କସ୍ ଷ୍ଟୋଇନିସ୍, ଲଲିତ ଯାଦବ, କ୍ରିସ୍ ଓକ୍ସ, ଆର୍ ଅଶ୍ୱିନ୍, କାଗିସୋ ରବାଡା, ଟମ୍ କୁରାନ୍, ଆଭେଶ୍ ଖାନ୍।

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ଜୋସ ବଟଲର, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଡେଭିଡ୍ ମିଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଜୟଦେବ ଉନାଦକଟ୍, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

The post ପୁଣି ଟସ୍ ଜିତିଲେ ସାମସନ୍, ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ appeared first on Odisha Reporter.

]]>
IPL 2021, left top 2021-04-15 19:14:22 https://cdn.odishareporter.in/wp-content/uploads/2021/04/15191040/IPL-MATCH-7.jpg
ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର https://odishareporter.in/sports/cricket/david-warner-breaks-ms-dhonis-record-of-most-run-getter-against-sunrisers-hyderabad-635735 Thu, 15 Apr 2021 02:47:02 +0000 https://odishareporter.in/?p=635735

ଚେନ୍ନାଇ: ବୁଧବାର ଆଇପିଏଲ୍‌ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୬ ରନରେ ପରାସ୍ତ କରିଛି। ଆରସିବି ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବାବେଳେ ଦୁଇଟି ମ୍ୟାଚ୍‌ ହାରି ହାଇଦ୍ରାବାଦ ନିରାଶ ହୋଇଛି। ଗତକାଲି ହାଇଦ୍ରାବାଦ ହାରିଥିଲେ ବି ଅଧିନାୟକ ତଥା ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଉ ତା’ସହିତ ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର […]

The post ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର appeared first on Odisha Reporter.

]]>

ଚେନ୍ନାଇ: ବୁଧବାର ଆଇପିଏଲ୍‌ରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ସନ୍ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୬ ରନରେ ପରାସ୍ତ କରିଛି। ଆରସିବି ଲଗାତାର ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବାବେଳେ ଦୁଇଟି ମ୍ୟାଚ୍‌ ହାରି ହାଇଦ୍ରାବାଦ ନିରାଶ ହୋଇଛି।

ଗତକାଲି ହାଇଦ୍ରାବାଦ ହାରିଥିଲେ ବି ଅଧିନାୟକ ତଥା ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଉ ତା’ସହିତ ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି।

ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ୧୪୯ ରନ୍ କରିଥିଲା। ତେବେ ୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ୯ ଓ୍ୱିକେଟ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥିରେ ସବୁଠୁ ବଡ଼ ଯୋଗଦାନ ଥିଲା ଡେଭିଡ୍ ଓ୍ୱାର୍ଣ୍ଣରଙ୍କର। ମନୀଷ ପାଣ୍ଡେଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ ପାଇଁ ସେ ୮୩ ରନ୍‌ର ପାର୍ଟନରଶିପ୍ କରିଥିଲେ। ଗୋଟିଏ ସମୟରେ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ମ୍ୟାଚ୍ ଜିତିଯିବ ବୋଲି ଲାଗୁଥିଲା କିନ୍ତୁ ୱାର୍ଣ୍ଣର ଆଉଟ୍ ହେବା ପରେ ବଦଳି ଯାଇଥିଲା ଦଳର ସ୍ଥିତି।

ୱାର୍ଣ୍ଣର ୫୪ ରନ୍ କରି ଆଉଟ୍‌ ହୋଇଥିଲେ‌। ୩୭ଟି ବଲରୁ ୭ଟି ଚୌକା ଓ ଗୋଟିଏ ଛକା ସହିତ ସେ ଏହି ରନ୍ ସଂଗ୍ରହ କରିଥିଲେ। ଏହା ସହିତ ଏଯାବତ୍‌ ଆଇପିଏଲ୍‌ରେ ବାଙ୍ଗାଲୋର ବିରୋଧରେ ସେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଖେଳାଳି ପାଲଟି ଯାଇଛନ୍ତି। ପୂର୍ବରୁ ଏହି ରେକର୍ଡ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ଥିଲା।

ଡେଭିଡ୍ ୱାର୍ଣ୍ଣର ବାଙ୍ଗାଲୋର ବିରୋଧରେ ୮୭୭ ରନ୍‌ କରିଛନ୍ତି। ଅନ୍ୟପକ୍ଷରେ ଧୋନି ୮୩୩ ରନ୍ କରିଛନ୍ତି। ସେହିପରି ବାଙ୍ଗାଲୋର ବିରୋଧରେ ସୁରେଶ ରାଇନା ୭୫୫ ରନ୍ କରିଥିବା ବେଳେ ରୋହିତ ଶର୍ମା ୭୧୬ ଓ ଗୌତମ ଗମ୍ଭୀର ୭୧୩ ରନ୍ କରିଛନ୍ତି। ‌

ଓ୍ୱାର୍ଣ୍ଣର ଆଇପିଏଲ୍‌ରେ ଏଯାବତ ୧୪୪ଟି ମ୍ୟାଚ୍ ଖେଳି ୫,୨୦୦ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ଆଇପିଏଲ୍‌ରେ ଜଣେ ବିଦେଶୀ ଖେଳାଳି ଭାବେ ସେ ସର୍ବାଧିକ ସ୍କୋର କରିଛନ୍ତି। ୧୪୪ଟି ମ୍ୟାଚ୍‌ରୁ ସେ ୪୯ଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

The post ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର appeared first on Odisha Reporter.

]]>
centre bottom, David warner, IPL 2021 2021-04-15 09:22:38 https://cdn.odishareporter.in/wp-content/uploads/2021/04/15081528/David-warner.jpg
ମ୍ୟାଚ ଛଡ଼ାଇ ନେଲେ ଶାହବାଜ, ରୋମାଞ୍ଚକର ବିଜୟ ସହ ଟପରେ ଆରସିବି https://odishareporter.in/sports/cricket/royal-challengers-bangalore-won-by-6-runs-635715 Wed, 14 Apr 2021 18:17:23 +0000 https://odishareporter.in/?p=635715

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଘାତକ ବୋଲିଂ ଆଗରେ ଘାଇଲା ହେଲା ସନରାଇଜର୍ସ ହାଇଦ୍ରାବାଦ। ବିଶେଷକରି ଯୁବ ବୋଲର ଶାହାବଜ ଅହମଦଙ୍କ ଗୋାଟିଏ ଓଭରର ତିନୋଟି ସଫଳତା ସନ୍ ରାଇଜର୍ସ ମୁହଁରୁ ମ୍ୟାଚ ଛଡ଼ାଇ ଆଣିଛି।  ଆରସିବି ଦ୍ୱାରା ଧାର୍ଯ୍ୟ ୧୫୦ ରନର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ଟିମ୍ ୯ ଓ୍ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଛି। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ […]

The post ମ୍ୟାଚ ଛଡ଼ାଇ ନେଲେ ଶାହବାଜ, ରୋମାଞ୍ଚକର ବିଜୟ ସହ ଟପରେ ଆରସିବି appeared first on Odisha Reporter.

]]>

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଘାତକ ବୋଲିଂ ଆଗରେ ଘାଇଲା ହେଲା ସନରାଇଜର୍ସ ହାଇଦ୍ରାବାଦ। ବିଶେଷକରି ଯୁବ ବୋଲର ଶାହାବଜ ଅହମଦଙ୍କ ଗୋାଟିଏ ଓଭରର ତିନୋଟି ସଫଳତା ସନ୍ ରାଇଜର୍ସ ମୁହଁରୁ ମ୍ୟାଚ ଛଡ଼ାଇ ଆଣିଛି।  ଆରସିବି ଦ୍ୱାରା ଧାର୍ଯ୍ୟ ୧୫୦ ରନର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ଟିମ୍ ୯ ଓ୍ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଛି। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି।

ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ଓପନର ରିଦ୍ଧିମାନ ଶାହଙ୍କ ଓ୍ୱିକେଟ ପରେ ଭଲ ଆରମ୍ଭ କରିଥିଲା। କ୍ୟାପଟେନ ଡେଭିଡ୍ ଓ୍ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଦ୍ୱିତୀୟ ଓ୍ୱିକେଟ ପାଇଁ ୮୩ ରନର ପାର୍ଟନରସିପ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। କିନ୍ତୁ ୫୪ ରନ କରି ଓ୍ୱାର୍ଣ୍ଣରଙ୍କ ଆଉଟ୍ ଓ ଶାହାବାଜଙ୍କ ଗୋଟିଏ ଓଭରରେ ତିନୋଟି ଓ୍ୱିକେଟ ବାଜିକୁ ପଲଟାଇ ଦେଇଥିଲା। ଏହିଠାରୁ ଆରସିବି ମ୍ୟାଚରେ କମବ୍ୟାକ କରିଥିଲା।

ଓ୍ୱାର୍ଣ୍ଣର ୩୭ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହିତ ୫୪ ରନ କରି ଜମିଏସନଙ୍କ ବୋଲରେ କ୍ୟାଚ ଆଉଟ୍ ହୋଇଥିଲେ। ଆଉ ଏହି ସମୟରେ ଦଳ ୧୩.୨ଟି ବଲରେ ୯୬ ରନ କରିଥିଲା। ଓ୍ୱାର୍ଣ୍ଣରଙ୍କ ପୂର୍ବରୁ ରିଦ୍ଦିମାନ ଶାହ ୧୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ। ହେଲେ ଦଳକୁ ବିଜୟୀ ହେବା ପାଇଁ ବଲ୍ ତୁଳନାରେ ରନ୍ ସେତେଟା ନଥିଲା। ହେଲେ କ୍ରିଜରେ ମନୀଷ ପାଣ୍ଡେ (୩୮)ଙ୍କ ବ୍ୟତୀତ ଆଉ କେହି ଦୁଇ ଅଙ୍କ ରନ୍ କରିବାରେ ସକ୍ଷମ ହୋଇପାରିନଥିଲେ। ମୁଖ୍ୟତଃ ହାଇଦ୍ରାବାଦର ଦୁର୍ବଳ ବ୍ୟାଟିଂ ପାଇଁ ବାଙ୍ଗାଲୋରକୁ ବିଜୟ ହେବା ପାଇଁ ଅନୁକୂଳ ବାତାବାରଣ ତିଆରି କଲା।

ଆରସିବି ବୋଲର ଲଗାତର ଦ୍ୱିତୀୟ ମ୍ୟାଚରେ ବିଜୟୀ ହେବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ବିଶେଷକରି ଶାହାବାଜ ୨ ଓଭରରେ ୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ହେଲେ ୧୭ ଓଭରରେ ସେ ଏକାକୀ ତିନୋଟି ୱିକେଟ୍ ନେଇଥିଲେ। ଯାହାକି ମ୍ୟାଚର ମୋଡ ଆରସିବି ସପକ୍ଷରେ ବଦଳିଥିଲା।

ଆରସିବି ଏହି ମ୍ୟାଚ ଜିତିବା ପରେ ପଏଣ୍ଟ ଟେବୁଲରେ ଆଗରେ ରହିଛି। କାରଣ ଦୁଇଟି ଯାକ ମ୍ୟାଚରେ ସେ ବିଜୟୀ ହୋଇଛି। ସେହିପରି ହାଇଦ୍ରାବାଦ ପ୍ରଥମ ମ୍ୟାଚ ପରେ ଦ୍ୱିତୀୟ ମ୍ୟାଚବି ହାରିଛି।

ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ

The post ମ୍ୟାଚ ଛଡ଼ାଇ ନେଲେ ଶାହବାଜ, ରୋମାଞ୍ଚକର ବିଜୟ ସହ ଟପରେ ଆରସିବି appeared first on Odisha Reporter.

]]>
IPL 2021, left bottom 2021-04-15 08:22:55 https://cdn.odishareporter.in/wp-content/uploads/2021/04/14234640/rcb-1.jpg
ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ https://odishareporter.in/sports/cricket/sunrisers-hyderabad-restricts-rcb-to-149-8-635682 Wed, 14 Apr 2021 15:41:07 +0000 https://odishareporter.in/?p=635682

ଚେନ୍ନାଇ: ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୪୯ ରନରେ ରୋକିଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ଟିମକୁ ୧୫୦ ରନ୍ କରିବାକୁ ପଡ଼ିବ। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକ ସୟମରେ ୧୨ ଓଭରରେ ୨ ୱିକେଟ୍ ହରାଇ ୯୧ ରନ୍ କରିଥିଲା। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆଉଟ୍ ପରେ ଆରସିବିକୁ ବ୍ୟାକଫୁଟ୍‌କୁ ଚାଲିଆସିଥିଲ। ତେବେ ଗ୍ଲେନ୍ […]

The post ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ appeared first on Odisha Reporter.

]]>

ଚେନ୍ନାଇ: ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ ବୁଧବାର ଖେଳାଯାଇଥିବା ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୪୯ ରନରେ ରୋକିଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ସନରାଇଜର୍ସ ଟିମକୁ ୧୫୦ ରନ୍ କରିବାକୁ ପଡ଼ିବ।

ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଏକ ସୟମରେ ୧୨ ଓଭରରେ ୨ ୱିକେଟ୍ ହରାଇ ୯୧ ରନ୍ କରିଥିଲା। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆଉଟ୍ ପରେ ଆରସିବିକୁ ବ୍ୟାକଫୁଟ୍‌କୁ ଚାଲିଆସିଥିଲ। ତେବେ ଗ୍ଲେନ୍ ମ୍ୟାକ୍ସୱେଲ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ତାଙ୍କ ଅର୍ଦ୍ଧଶତକ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଛି। ମ୍ୟାକ୍ସୱେଲ୍ ୪୧ ବଲରେ ୫ ଚୌକା ଓ ୩ ଛକା ସହ ୫୯ ରନ୍ କରିଛନ୍ତି।

ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସନରାଇଜର୍ସ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ୱିକେଟ୍ ହରାଇ ଥିଲା। କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କ୍ୱାରେଣ୍ଟାଇନ୍ ପିରିୟଡ୍ ସାରି କମବ୍ୟାକ୍ କରିଥିବା ଦେବଦତ୍ତ ପାଡିକଲ୍ ନିରାଶ କରିଥିଲେ। ସେ ମାତ୍ର ୧୧ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଶାହବାଜ ଅହମଦ ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ସେ ବ୍ୟକ୍ତିଗତ ୧୪ ରନ୍ କରି ଶାହବାଜ ନଦୀମଙ୍କ ବଲରେ ଆଉଟ୍ ହୋଇଥିଲା।

କ୍ୟାପଟେନ୍ ବିରାଟ୍ କୋହଲି ଓ ଚଳିତ ଆଇପିଏଲର ଦ୍ୱିତୀୟ ମହଙ୍ଗା ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳକୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ରନ୍ ଗତିକୁ ବଢ଼ାଇବା ସହ ଦଳକୁ ଚ୍ୟାଲେଞ୍ଜିଂ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଟିମର ସ୍କୋର ୯୧ ଥିବା ବେଳେ କୋହଲିଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଜେସନ୍ ହୋଲ୍ଡର। କୋହଲି ୨୯ ବଲରେ ୪ ଚୌକା ସହ ୩୩ ରନ୍ କରିଥିଲେ।

କୋହଲିଙ୍କ ଆଉଟ୍ ପରେ ଗୋଟିଏ ପଟେ ମ୍ୟାକ୍ସୱେଲ୍ ଛିଡ଼ା ହୋଇଥିବା ବେଳେ ଅନ୍ୟପଟେ ଲଗାତର ୱିକେଟ ପତନ ହେବାରେ ଲାଗିଥିଲା। ଆରସିବିର ପ୍ରଥମ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରିଥିବା ଏବି ଡି’ଭିଲିୟର୍ସ ମାତ୍ର ୧ ରନ୍ କରି ରଶିଦ୍ ଖାନଙ୍କ ବଲରେ ୱାର୍ଣ୍ଣରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ୱାଶିଂଟନ୍ ସୁନ୍ଦର (୮) ଓ ଡାନିଏଲ୍ କ୍ରିଷ୍ଟିଆନ୍ (୧) ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ।

କାଇଲ୍ ଜେମିସନ୍ ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ମ୍ୟାକ୍ସୱେଲ୍ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ସମ୍ମାନଜନକ ସ୍କୋର ପର୍ଯ୍ୟନ୍ତ ନେଇଥିଲେ। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଖାନ୍ ଓ ହୋଲ୍ଡର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, ଶାହବାଜ୍ ନଦୀମ ଓ ଟି. ନଟରାଜନ୍ ଗୋଟିଏ ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି।

The post ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ appeared first on Odisha Reporter.

]]>
IPL 2021, left top 2021-04-14 21:17:02 https://cdn.odishareporter.in/wp-content/uploads/2021/04/14210510/Glenn-maxwell.jpg
ପ୍ରଥମେ ବ୍ୟାଟିଂ କରିବ ‌ଆରସିବି, ଫେରିଲେ ପାଡିକଲ୍ https://odishareporter.in/sports/cricket/srh-won-the-toss-and-elected-to-field-first-devdutta-paddikal-back-in-rcb-sqaud-635655 Wed, 14 Apr 2021 13:39:13 +0000 https://odishareporter.in/?p=635655

ଚେନ୍ନାଇ: ଚଳିତ ଆଇପିଏଲର ଷଷ୍ଠ ମୁକାବିଲାରେ ସାମ୍ନାସାମ୍ନି ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ୍ କୋହଲିଙ୍କ ଆରସିବି ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ ସନରାଇଜର୍ସ ଟିମରେ ଦୁଇଟି ପରିବର୍ତ୍ତନ କରିଛି। ସନ୍ଦୀପ ଶର୍ମା ଓ ମହମ୍ମଦ ନବି ବାଦ୍ ପଡ଼ିଥିବା ବେଳେ ଏମାନଙ୍କ ସ୍ଥାନରେ ଶାହାବାଜ ନଦୀମ ଓ ଜେସନ୍ ହୋଲ୍ଡରଙ୍କୁ […]

The post ପ୍ରଥମେ ବ୍ୟାଟିଂ କରିବ ‌ଆରସିବି, ଫେରିଲେ ପାଡିକଲ୍ appeared first on Odisha Reporter.

]]>

ଚେନ୍ନାଇ: ଚଳିତ ଆଇପିଏଲର ଷଷ୍ଠ ମୁକାବିଲାରେ ସାମ୍ନାସାମ୍ନି ହୋଇଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ୍ କୋହଲିଙ୍କ ଆରସିବି ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚରେ ସନରାଇଜର୍ସ ଟିମରେ ଦୁଇଟି ପରିବର୍ତ୍ତନ କରିଛି। ସନ୍ଦୀପ ଶର୍ମା ଓ ମହମ୍ମଦ ନବି ବାଦ୍ ପଡ଼ିଥିବା ବେଳେ ଏମାନଙ୍କ ସ୍ଥାନରେ ଶାହାବାଜ ନଦୀମ ଓ ଜେସନ୍ ହୋଲ୍ଡରଙ୍କୁ ସୁଯୋଗ ମିଳିଛି। ସେହିପରି ଆରସିବି ଟିମର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ରଜତ ପଟିଦାର ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ୍ ବ୍ୟାକ୍ କରିଛନ୍ତି।

ଆଇପିଏଲ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ପାଡିକଲ୍ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ସେ କ୍ୱାରେଣ୍ଟାଇନରେ ରହିଥିଲେ। ଏହି କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍କ୍ୱାଡ୍‌ରେ ଯୋଗ ଦେଇଛନ୍ତି।

ଚୂଡ଼ାନ୍ତ ଏକାଦଶ

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ୍ ୱାର୍ଣ୍ଣର (କ୍ୟାପଟେନ୍), ଋଦ୍ଧିମାନ ସାହା (ୱିକେଟକିପର), ମନିଷ ପାଣ୍ଡେ, ଜନ୍ନି ବେୟାରଷ୍ଟୋ, ବିଜୟ ଶଙ୍କର, ଜେସନ୍ ହୋଲ୍ଡର୍, ଅବଦୁଲ ସମାଦ, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ଶାହାବାଜ ନଦୀମ, ଟି. ନଟରାଜନ୍।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଦେବଦତ୍ତ ପାଡିକଲ୍, ବିରାଟ କୋହଲି, ଏବି ଡିଭିଲିୟର୍ସ(ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାଇଲ ଜାମିସନ, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ।

The post ପ୍ରଥମେ ବ୍ୟାଟିଂ କରିବ ‌ଆରସିବି, ଫେରିଲେ ପାଡିକଲ୍ appeared first on Odisha Reporter.

]]>
IPL 2021, left top 2021-04-14 20:09:57 https://cdn.odishareporter.in/wp-content/uploads/2021/04/14190748/IPL-Match-6.jpg
ଚକମା ଖାଇଲା କେକେଆର, ହାରୁଥିବା ମ୍ୟାଚ ଜିିତିଲା ମୁମ୍ୱାଇ https://odishareporter.in/sports/cricket/mumbai-indians-won-by-10-runs-against-kkr-635412 Tue, 13 Apr 2021 19:05:12 +0000 https://odishareporter.in/?p=635412

ଚେନ୍ନାଇ: ଅନ୍ତିମ ୭ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ଚକମା ଦେଇ ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଜିତୁଥିବା ମ୍ୟାଚକୁ ମୁମ୍ୱାଇ ଇଣ୍ଡିଆନ୍ସ ହାତକୁ ଟେକିଦେଲା କେକେଆର। ଚଳିତ ଆଇପିଏଲ ସିଜନରେ ପ୍ରଥମ ମ୍ୟାଚ ହାରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ମ୍ୟାଚରେ ୧୦ ରନରେ କେକେଆରକୁ ହରାଇଛି। ଆଉ କୋଲକାତା ପ୍ରଥମ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ହାରିଛି। ଟସ୍ ହାରି କେକେଆର ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାଞ୍ଚ […]

The post ଚକମା ଖାଇଲା କେକେଆର, ହାରୁଥିବା ମ୍ୟାଚ ଜିିତିଲା ମୁମ୍ୱାଇ appeared first on Odisha Reporter.

]]>

ଚେନ୍ନାଇ: ଅନ୍ତିମ ୭ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ଚକମା ଦେଇ ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଜିତୁଥିବା ମ୍ୟାଚକୁ ମୁମ୍ୱାଇ ଇଣ୍ଡିଆନ୍ସ ହାତକୁ ଟେକିଦେଲା କେକେଆର। ଚଳିତ ଆଇପିଏଲ ସିଜନରେ ପ୍ରଥମ ମ୍ୟାଚ ହାରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ମ୍ୟାଚରେ ୧୦ ରନରେ କେକେଆରକୁ ହରାଇଛି। ଆଉ କୋଲକାତା ପ୍ରଥମ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ହାରିଛି।

ଟସ୍ ହାରି କେକେଆର ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ୱାଇ ପ୍ରଥମେ ବ୍ୟାଟିଂ କରି ୧୫୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଜବରଦସ୍ତ ଷ୍ଟାର୍ଟ କରିଥିବା କେକେଆର ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା।

ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା କେକେଆର ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲା। ଓପନର ନୀତୀଶ ରାଣା ଏବଂ ଶୁବମନ ଗିଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ପାୱାର ପ୍ଲେ ଓଭରରେ ଉଭୟ ୪୫ ରନ୍ ସଂଗ୍ରହ କରିଥିଲେ।  ତେବେ ପାଞ୍ଚଟି ଚୌକା ଓ ଗୋଟିଏ ଛକା ସହ ୨୪ ବଲରେ ୩୩ ରନ୍ କରିବା ପରେ ଶୁବମନ ଗିଲ୍ ଆଉଟ୍ ହୋଇଥିଲେ। ସ୍ପିନର ରାହୁଲ ଚହରଙ୍କ ବଲରେ ସେ ଆଉଟ୍ ହୋଇଥିଲେ। ଆଉ କେକେଆର ୭୨ ରନରେ ପ୍ରଥମ ଓ୍ୱିକେଟ୍ ହରାଇଥିଲା।

ଏହାପରେ ରାହୁଲ ତ୍ରିପାଠୀ ଆସିଥିଲେ ବ୍ୟାଟିଂ କରିବାକୁ। ହେଲେ ମାତ୍ର ପାଞ୍ଚ ରନ୍ କରିବା ପରେ ଚହରଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ କେକେଆର ୧୦ ଓଭର ୩ଟି ବଲରେ ୮୪ ରନ କରି ଦୁଇଟି ଓ୍ୱିକେଟ ହରାଇଥିଲା। ଆଉ ନୀତୀଶ ରାଣା କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ୫୦ ରନ୍ ସଂଗ୍ରହ କରିଥିଲେ। ସେ ଛଅଟି ଚୌକା ଓ ଦୁଇଟି ଛକା ସହ ୪୦ ବଲରେ ୫୦ ରନ୍ ପୂରଣ କରିଥିଲେ।

ତେବେ ଦ୍ୱିତୀୟ ଓ୍ୱିକେଟ ଭାବରେ ରାହୁଲ ଆଉଟ୍ ହେବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ ଇଅନ ମୋର୍ଗାନ୍ ମାତ୍ର ୭ ରନ କରି ଶସ୍ତାରେ ପାଭିଲିଅନକୁ ଫେରିଥିଲେ। ଆଉ ତାଙ୍କ ଓ୍ୱିକେଟ ନେଇଥିଲେ ରାହୁଲ ଚହର। ଏହି ସମୟରେ କେକେଆରର ୧୨. ୫ଟି ବଲରେ ୧୦୪ ରନ କରି ତିନୋଟି ଓ୍ୱିକେଟ ହରାଇଥିଲା। ବାସ୍ ଏହାପରେ ମୁମ୍ୱାଇ ଇଣ୍ଡିଆନ୍ସ ବିଜୟୀ ହେବ ବୋଲି ଆତ୍ମ ବିଶ୍ୱାସ ଭରିଥିଲା। ଯଦିଓ କେକେଆରକୁ ବିଜୟୀ ହେବା ପାଇଁ ୭ ଓଭରରେ ମାତ୍ର ୪୯ ରନର ଆବଶ୍ୟକତା ଥିଲା, ହେଲେ କ୍ରମାଗତ ଭାବରେ ବ୍ୟାଟିଂ ବିପର୍ଯ୍ୟୟ କେକେଆର ପାଇଁ ମ୍ୟାଚ ବିଜୟ ହେବାରେ ବାଧକ ସାଜିଥିଲା।

ଦଳ ଚତୁର୍ଥ ଓ୍ୱିକେଟ ଭାବରେ ନୀତୀଶ ରାଣାଙ୍କୁ ୧୨୨ ରନରେ ହରାଇଲା। ସେ ରାହୁଲଙ୍କ ବଲରେ ଆଉଟ୍ ହୋଇଥିଲେ। ଚହରଙ୍କ ଏକ ବଲ୍‌ରେ ବଡ ଶଟ୍ ଖେଳିବାକୁ ଯାଇ ରାଣା କ୍ରିଜ୍ ଛାଡି ଦେଇଥିଲେ, ହେଲେ ବ୍ୟାଟ ସହିତ ବଲର ସଂଯୋଗ ହୋଇ ନଥିଲା ଓ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ୪୭ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ ନୀତୀଶ ରାଣା, ଯେଉଁଥିରେ ଛଅଟି ଚୌକା ଓ ଦୁଇଟି ଛକା ଥିଲା। ଆଉ ଏହାପରେ ଶାକିବ ଅଲ ହାସନ ୯ ଓ ଆନ୍ଦ୍ରେ ରସେଲ ୯ ରନ୍ କରିଥିବା ବେଳେ ପ୍ୟାଟ୍ କମିନ୍ସ ଖାତା ଖୋଲି ପାରିନଥିଲେ। ଦୀନେଶ କାର୍ତ୍ତିକ ୮ ରନ୍ ଏବଂ ହରଭଜନ ୨ ରନ କରି ଅପରାଜିତ ରହିଥିଲେ।

ଏହି ମ୍ୟାଚରେ କେକେଆର ପକ୍ଷରୁ ରସେଲ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ମୁମ୍ୱାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ଚାରୋଟି ୱିକେଟ୍ ନେଇଥିଲେ। ରସେଲ ଦୁଇ ଓଭର ବୋଲିଂ କରି ୧୫ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ଯେଉଁଥିପାଇଁ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଟକାଇ ପାରିଥିଲା।

The post ଚକମା ଖାଇଲା କେକେଆର, ହାରୁଥିବା ମ୍ୟାଚ ଜିିତିଲା ମୁମ୍ୱାଇ appeared first on Odisha Reporter.

]]>
IPL 2021, KKR vs MI, left bottom 2021-04-14 09:40:29 https://cdn.odishareporter.in/wp-content/uploads/2021/04/14003438/Mumbai-Indians.jpg
ମୁମ୍ବାଇ ବିପକ୍ଷରେ ୫ ୱିକେଟ ନେଇ ରେକର୍ଡ ବୁକ୍‌ରେ ରସେଲ https://odishareporter.in/sports/cricket/andre-russell-takes-5-for-15-create-records-635409 Tue, 13 Apr 2021 17:14:32 +0000 https://odishareporter.in/?p=635409

ଚେନ୍ନାଇ: ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ ଜଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଆନ୍ଦ୍ରେ ରସେଲ। କୋଲକାତା ନାଇଟ ରାଇଡର୍ସର ଏହି ଷ୍ଟାର ଅଲରାଉଣ୍ଟର ପ୍ରଥମଥର ପାଇଁ ୫ ୱିକେଟ ସଫଳତା ହାସଲ କରି ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି। ରସେଲଙ୍କ ଘାତକ ବୋଲିଂ ଯୋଗୁ କେକେଆର୍‌ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ରେ ଅଲଆଟ କରିଦେଇଛି। ଏଥିସହ କେକେଆର ପାଇଁ ଆଇପିଏଲ୍‌ରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର […]

The post ମୁମ୍ବାଇ ବିପକ୍ଷରେ ୫ ୱିକେଟ ନେଇ ରେକର୍ଡ ବୁକ୍‌ରେ ରସେଲ appeared first on Odisha Reporter.

]]>

ଚେନ୍ନାଇ: ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ ଜଣ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ଆନ୍ଦ୍ରେ ରସେଲ। କୋଲକାତା ନାଇଟ ରାଇଡର୍ସର ଏହି ଷ୍ଟାର ଅଲରାଉଣ୍ଟର ପ୍ରଥମଥର ପାଇଁ ୫ ୱିକେଟ ସଫଳତା ହାସଲ କରି ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି।

ରସେଲଙ୍କ ଘାତକ ବୋଲିଂ ଯୋଗୁ କେକେଆର୍‌ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ରେ ଅଲଆଟ କରିଦେଇଛି। ଏଥିସହ କେକେଆର ପାଇଁ ଆଇପିଏଲ୍‌ରେ ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲର ବନିଛନ୍ତି ରସେଲ। ଏହାପୂର୍ବରୁ ସୁନୀଲ ନାରିନ କେକେଆର ପାଇଁ ୨୦୧୨ରେ ୧୯ ରନ୍‌ ଦେଇ ୫ଟି ଓ ବରୁଣ ଚକ୍ରବର୍ତ୍ତୀ ୨୦୨୦ରେ ୨୦ ରନ୍ ଦେଇ ୫ଟି ୱିକେଟ ଦଖଲ କରିଥିଲେ।

ନାରିନ ପଞ୍ଜାବ ବିପକ୍ଷରେ ଏହି ରେକର୍ଡ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ଦିଲ୍ଲୀ ବିପକ୍ଷରେ ୫ ୱିକେଟ ସଫଳତା ପାଇଥିଲେ। ହେଲେ ଆଜି ମୁମ୍ବାଇ ବିପକ୍ଷରେ ରସେଲ ସବୁ ରେକର୍ଡ ଭାଙ୍ଗି ମାତ୍ର ୧୫ ରନରେ ୫ ୱିକେଟ ହାସଲ କରିଛନ୍ତି।

ଖାଲି ସେତିକି ନୁହେଁ, ଚେନ୍ନାଇରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ତାଲିକାରେ ରସେଲ ୧ନଂ ସ୍ଥାନରେ ରହିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶୁକ୍ରବାର ଏହି ଚେନ୍ନାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଷଲ ପଟେଲ ମୁମ୍ବାଇ ବିପକ୍ଷରେ ୫ ୱିକେଟ ଦଖଲ କରିଥିଲେ। ସଂଯୋଗବଶତଃ ଏହା ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ୫ ୱିକେଟ ସଫଳତା ରହିଥିଲା।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବୋଲରଙ୍କ ମଧ୍ୟରେ ରସେଲ ୧ନଂ ସ୍ଥାନରେ ରହିଛନ୍ତି। ମୁମ୍ବାଇ ବିପକ୍ଷରେ ରସେଲ ଆଜି ୧୫ ରନ୍‌ରେ ୫ଟି ୱିକେଟ ନେଇଥିବା ବେଳେ ହର୍ଷଲ ଶୁକ୍ରବାର ୨୭ ରନ୍‌ରେ ୫ ୱିକେଟ ପାଇଥିଲେ। ଏବେ ମୁମ୍ବାଇର କ୍ୟାପ୍ଟେନ ଥିବା ରୋହିତ ଶର୍ମା ୨୦୦୯ରେ ଡେକାନ ଚାର୍ଜସ ପକ୍ଷରୁ ଖେଳୁଥିଲେ। ୨୦୦୯ ଆଇପିଏଲରେ ସେ ମୁମ୍ବାଇ ବିପକ୍ଷରେ ୬ ରନ୍‌ ଦେଇ ୪ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍‌ରେ ରୋହିତ ହ୍ୟାଟ୍ରିକ ହାସଲ କରିଥିଲେ।

ଆଜି ମୁମ୍ବାଇ ଇନିଂସ୍‌ର ୧୮ତମ ଓ ୨୦ ତମ ଓଭର୍‌ ରସେଲ ବୋଲିଂ କରିଥିଲେ। ସେ କାଏରନ ପୋଲାର୍ଡ(୫), କୃନାଲ ପାଣ୍ଡ୍ୟା (୧୫), ମାର୍କୋ ଜାନେସନ୍ (୦), ରାହୁଲ୍ ଚହର୍(୮) ଓ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ନେଇଛନ୍ତି।

The post ମୁମ୍ବାଇ ବିପକ୍ଷରେ ୫ ୱିକେଟ ନେଇ ରେକର୍ଡ ବୁକ୍‌ରେ ରସେଲ appeared first on Odisha Reporter.

]]>
IPL 2021, left top 2021-04-13 22:44:32 https://cdn.odishareporter.in/wp-content/uploads/2021/04/13224405/IPL-2.jpg
ଧୋନିଙ୍କ ଷ୍ଟାଇଲରେ ବିଶାଳ ଛକା ମାରିଲେ ସୂର୍ଯ୍ୟକୁମାର, ଦେଖିକି ରହିଗଲେ ହାର୍ଦ୍ଦିକ https://odishareporter.in/sports/cricket/hardik-pandya-was-stunned-after-suryakumar-yadav-hit-a-99-metre-six-off-pat-cummins-635398 Tue, 13 Apr 2021 16:34:19 +0000 https://odishareporter.in/?p=635398

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଜବରଦସ୍ତ ଫର୍ମରେ ଅଛନ୍ତି। ସୂର୍ଯ୍ୟକୁମାର ପୁଣିଥରେ ପ୍ରମାଣିତ କରିଛନ୍ତି ଯେ କୌଣସି କ୍ରିକେଟିଂ ଶଟ୍ ଖେଳିବାରେ ସେ ମାହିର୍। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି। 💥💥#SKY #SuryakumarYadav pic.twitter.com/zyOKPtcthB — bull king 🦍 (@DalAndDeadlift) April 13, 2021 ସେ କେକେଆରର ସବୁଠାରୁ ମହଙ୍ଗା ବୋଲର ପ୍ୟାଟ୍ କମିନ୍ସଙ୍କୁ ଯେଉଁ ଢଙ୍ଗରେ ଛକା ମାରିଲେ, ତାହା […]

The post ଧୋନିଙ୍କ ଷ୍ଟାଇଲରେ ବିଶାଳ ଛକା ମାରିଲେ ସୂର୍ଯ୍ୟକୁମାର, ଦେଖିକି ରହିଗଲେ ହାର୍ଦ୍ଦିକ appeared first on Odisha Reporter.

]]>

ଚେନ୍ନାଇ: ମୁମ୍ବାଇ ଇଣ୍ଡିଆନ୍ସର ମିଡଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଜବରଦସ୍ତ ଫର୍ମରେ ଅଛନ୍ତି। ସୂର୍ଯ୍ୟକୁମାର ପୁଣିଥରେ ପ୍ରମାଣିତ କରିଛନ୍ତି ଯେ କୌଣସି କ୍ରିକେଟିଂ ଶଟ୍ ଖେଳିବାରେ ସେ ମାହିର୍। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି।

ସେ କେକେଆରର ସବୁଠାରୁ ମହଙ୍ଗା ବୋଲର ପ୍ୟାଟ୍ କମିନ୍ସଙ୍କୁ ଯେଉଁ ଢଙ୍ଗରେ ଛକା ମାରିଲେ, ତାହା ଦେଖି ସମସ୍ତଙ୍କୁ ଦିଲ୍ ଖୁସ୍ ହୋଇଯାଇଛି। ଦଶମ ଓଭରର ପଞ୍ଚମ ବଲରେ ୪୪ ରନରେ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର କମିନ୍ସଙ୍କ ଲେନ୍ଥ ବଲକୁ ଡିପ୍ ସ୍କ୍ୱୋୟାରରେ ଜବରଦସ୍ତ ଶଟ୍ ମାରି ବଲକୁ ଷ୍ଟାଡିୟମ ପାର୍ କରାଇଥିଲେ। ସୂର୍ଯ୍ୟକୁମାର ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଏହି ଶଟଟି ମାରିଥିଲେ। ଏହି ଶଟ୍ ସୂର୍ଯ୍ୟକୁମାର ଜୋରରେ ମାରିଥିଲେ ଯେ ବଲଟି ୯୯ ମିଟର୍ ଦୂରରେ ପଡ଼ିଥିଲା। ଅର୍ଥାତ୍ ସୂର୍ଯ୍ୟକୁମାରଙ୍କ ଛକାର ଦୂରତା ୯୯ ମିଟର୍ ଥିଲା।

ତାଙ୍କର ଏହି ଛକା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ସାଥୀ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ଛକା ଦେଖି ଅବାକ୍ ହୋଇପଡ଼ିଥିଲେ। ସୂର୍ଯ୍ୟକୁମାରଙ୍କ ଦ୍ୱାରା ମରାଯାଇଥିବା ଏହି ଛକାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଏହି ମ୍ୟାଚରେ ସୂର୍ଯ୍ୟକୁମାର ବ୍ୟକ୍ତିଗତ ୫୬ ରନ୍ କରିଥିବା ବେଳେ ସାକିବ୍ ଅଲ୍ ହାସନଙ୍କ ଶିକାର ହୋଇଥିଲା। ତାଙ୍କର କ୍ୟାଚ୍ ଶୁବମନ୍ ଗିଲ୍ ଧରିଥିଲେ। ସୂର୍ଯ୍ୟକୁମାର ୩୬ ବଲରେ ୭ ଚୌକା ଓ ୨ ଛକା ମାରିଥିଲେ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଆନ୍ଦ୍ରେ ରସେଲଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୂ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାରଙ୍କ ବ୍ୟତୀତ କ୍ୟାପଟେନ୍ ରୋହିତ୍ ଶର୍ମା ୪୩ (୩୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। କେକେଆରର ପ୍ରାୟ ସବୁ ବୋଲର ପ୍ରଶଂସନୀୟ ବୋଲିଂ କରିଛନ୍ତି। କିନ୍ତୁ ରସେଲ୍ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ଟି ୱିକେଟ୍‌ ନେଇ ମୁମ୍ବାଇ ପାଇଁ କାଳ ସାଜିଥିଲେ। ଏବେ ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୧୫୩ ରନ୍ କରିବାକୁ ପଡ଼ିବ।

The post ଧୋନିଙ୍କ ଷ୍ଟାଇଲରେ ବିଶାଳ ଛକା ମାରିଲେ ସୂର୍ଯ୍ୟକୁମାର, ଦେଖିକି ରହିଗଲେ ହାର୍ଦ୍ଦିକ appeared first on Odisha Reporter.

]]>
IPL 2021, left bottom 2021-04-13 22:07:59 https://cdn.odishareporter.in/wp-content/uploads/2021/04/13220258/surya-kumar-yadav-and-hardik-pandya.jpg
ରସେଲଙ୍କୁ ୫ ୱିକେଟ୍, ୧୫୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍ https://odishareporter.in/sports/cricket/andre-russell-5-wicket-haul-helps-kolkata-bowl-mumbai-out-for-152-635385 Tue, 13 Apr 2021 15:54:05 +0000 https://odishareporter.in/?p=635385

ଚେନ୍ନାଇ: ଆନ୍ଦ୍ରେ ରସେଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସାଙ୍ଗକୁ ପୂରା ଟିମର ଶୃଙ୍ଖଳିତ ବୋଲିଂ ଆଟାକ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୮୬ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୫୮ ବଲରେ ଏହି ଟିମ୍ ୯ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛି। […]

The post ରସେଲଙ୍କୁ ୫ ୱିକେଟ୍, ୧୫୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍ appeared first on Odisha Reporter.

]]>

ଚେନ୍ନାଇ: ଆନ୍ଦ୍ରେ ରସେଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସାଙ୍ଗକୁ ପୂରା ଟିମର ଶୃଙ୍ଖଳିତ ବୋଲିଂ ଆଟାକ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଲଆଉଟ୍ କରିଦେଇଛି। ମୁମ୍ବାଇ ଟିମ୍ ଏକ ସମୟରେ ୧୦.୨ ଓଭରରେ ୧ ୱିକେଟ୍ ହରାଇ ୮୬ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ୫୮ ବଲରେ ଏହି ଟିମ୍ ୯ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିବାକୁ ସକ୍ଷମ ହୋଇଛି।

ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ସର୍ବାଧିକ ୫୬ (୩୬ ବଲ୍, ୭ ଚୌକା, ୨ ଛକା) ଓ କ୍ୟାପଟେନ୍ ରୋହିତ୍ ଶର୍ମା ୪୩ (୩୨ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନାହାନ୍ତି। କେକେଆରର ପ୍ରାୟ ବୋଲର ପ୍ରଶଂସନୀୟ ବୋଲିଂ କରିଛନ୍ତି। କିନ୍ତୁ ରସେଲ୍ ମାତ୍ର ୨ ଓଭରରେ ୧୫ ରନ୍ ଦେଇ ୫ଟି ୱିକେଟ୍ ନେଇ ମୁମ୍ବାଇ ପାଇଁ କାଳ ସାଜିଥିଲେ। ଏବେ ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୧୫୩ ରନ୍ କରିବାକୁ ପଡ଼ିବ।

ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କ୍ୟାପଟେନ ଇଆନ୍ ମୋର୍ଗାନ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ରିସ୍ ଲିନଙ୍କ ସ୍ଥାନରେ ଟିମକୁ ଫେରିଥିବା କ୍ୱିଣ୍ଟନ୍ ଡି’କକ୍ ମାତ୍ର ୨ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ।

କ୍ୟାପଟେନ୍ ରୋହିତ୍ ଓ ଇନଫର୍ମ ସୂର୍ଯ୍ୟକୁମାର ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଏବଂ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ସୂର୍ଯ୍ୟକୁମାର ଫର୍ମ ବଜାୟ ରଖି ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ହାଫ୍ ସେଞ୍ଚୁରୀ ମାରିବା ପରେ ସୂର୍ଯ୍ୟକୁମାରଙ୍କ ମୂଲ୍ୟବାନ ୱିକେଟ୍ ନେଇଥିଲେ ବାଂଲାଦେଶୀ ଅଲରାଉଣ୍ଡର ସାକିବ୍ ଅଲ୍ ହାସନ୍। ଆଉଟ୍ ହେବା ପୂର୍ବରୁ ସୂର୍ଯ୍ୟକୁମାର ରୋହିତଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନର ପାର୍ଟନରଶିପ୍ କରିଥିଲେ।

ସୂର୍ଯ୍ୟଙ୍କ ଆଉଟ୍ ପରେ ମୁମ୍ବାଇ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରେ ଲାଗିଥିଲା। ଈଶାନ କିଶନ ମାତ୍ର ୧ ରନ୍ କରି ପ୍ୟାଟ୍ କମିନ୍ସଙ୍କ ଶିକାର ହେବା ପରେ ଟିମର ସବୁ ଭାର କ୍ୟାପଟେନ୍ ରୋହିତଙ୍କ ଉପରକୁ ଆସିଥିଲା। କିନ୍ତୁ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇ କମିନ୍ସ କେକେଆରକୁ ମ୍ୟାଚରେ କମବ୍ୟାକ୍ କରାଇବା ସହ ଡିଫେଣ୍ଡିଂ ଚାମ୍ପିୟନ୍ ଟିମକୁ ବଡ଼ ସ୍କୋର କରିବାରୁ ରୋକିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ ଓ କୃନାଲ୍ ପାଣ୍ଡ୍ୟାଙ୍କଠାରୁ ଟିମ୍ ଆଶା ବାନ୍ଧିଥିଲେ ହେଁ, ଏମାନେ ମଧ୍ୟ ଆଶାନୁରୂପ ରନ୍ କରିପାରିନଥିଲେ। ହାର୍ଦ୍ଦିକ ମାତ୍ର ୧୫ ରନ୍ କରି ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଆନ୍ଦ୍ରେ ରସେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ପୋଲାର୍ଡ (୫), କୃନାଲ (୧୫) ଓ ମାର୍କୋ ଜାନେସନ୍ (୦)ଙ୍କୁ ରସେଲ୍ ପ୍ୟାଭିଲିୟନ୍ ପଠାଇ ମୁମ୍ବାଇର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ରାହୁଲ୍ ଚହର୍ ୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ (୦) ଅପରାଜିତ ଥିଲେ। କେକେଆର୍ ପକ୍ଷରୁ କମିନ୍ସ ୨ଟି, ବରୁନ୍ ଚକ୍ରବର୍ତ୍ତୀ, ସାକିବ୍ ଓ ପ୍ରସିଦ୍ଧ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

The post ରସେଲଙ୍କୁ ୫ ୱିକେଟ୍, ୧୫୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍ appeared first on Odisha Reporter.

]]>
IPL 2021, left top 2021-04-13 21:38:13 https://cdn.odishareporter.in/wp-content/uploads/2021/04/13212400/Andre-Russel.jpg
ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ https://odishareporter.in/sports/cricket/kkr-won-the-toss-and-elected-field-against-mumbai-indians-635357 Tue, 13 Apr 2021 13:38:35 +0000 https://odishareporter.in/?p=635357

ଚେନ୍ନାଇ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପୁଣିଥରେ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ କେକେଆର ଟିମ୍ ଅପରିବର୍ତ୍ତିତ ରହିଛି। ତେବେ ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏଦାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଓପ୍ନର […]

The post ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ appeared first on Odisha Reporter.

]]>

ଚେନ୍ନାଇ: ଚଳିତ ଆଇପିଏଲର ପଞ୍ଚମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଇଆନ୍ ମୋର୍ଗାନଙ୍କ କେକେଆର୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପୁଣିଥରେ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ କେକେଆର ଟିମ୍ ଅପରିବର୍ତ୍ତିତ ରହିଛି।

ତେବେ ଏହି ମ୍ୟାଚରେ ମୁମ୍ବାଇ ତା’ର ଚୂଡ଼ାନ୍ତ ଏଦାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଓପ୍ନର କ୍ରିସ୍ ଲିନ୍ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ନିୟମିତ ଓପ୍ନର କ୍ୱିଣ୍ଟନ୍ ଡି’କକ୍ ବ୍ୟାକ୍ କରିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍ ନିକଟରୁ ପରାସ୍ତ ହୋଇଥିଲା। ସେହିପରି କେକେଆର୍ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଅଭିଯାନ ଆରମ୍ଭ କରିଛି।

ଚୂଡ଼ାନ୍ତ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍), କ୍ୱିଣ୍ଟନ୍ ଡି’କକ୍, ଈଶାନ୍ କିଶନ୍, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ରାହୁଲ ଚହର୍, ମାକ୍ରୋ ଜାନସେନ୍, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।

କୋଲାକାତ ନାଇଟ୍ ରାଇଡର୍ସ: ଶୁବମନ୍ ଗିଲ୍, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଇଆନ୍ ମୋର୍ଗାନ, ଆନ୍ଦ୍ରେ ରସେଲ୍, ଦିନେଶ କାର୍ତ୍ତିକ, ସାକିବ୍ ଅଲ୍ ହାସନ୍, ପ୍ୟାଟ୍ କମିନ୍ସ, ହରଭଜନ ସିଂହ, ବରୁନ୍ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କୃଷ୍ଣ।

The post ପୁଣି ଟସ୍ ହାରିଲେ ରୋହିତ୍, ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ appeared first on Odisha Reporter.

]]>
IPL 2021, left top 2021-04-13 19:11:05 https://cdn.odishareporter.in/wp-content/uploads/2021/04/13190637/IPL-match-5.jpg
ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ଅଣଦେଖା, ଆସିଲା ଏମିତି ପ୍ରତିକ୍ରିୟା https://odishareporter.in/sports/cricket/world-reacted-to-sanju-samson-denies-chris-morris-a-single-in-last-over-635341 Tue, 13 Apr 2021 13:00:22 +0000 https://odishareporter.in/?p=635341

  ମୁମ୍ବାଇ: ଆଇପିଏଲର ଅନ୍ୟତମ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚରେ। ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଖେଳିଥିଲେ ଦମଦାର ଶତକୀୟ ଇନିଂସ୍। ସେ ମାତ୍ର ୬୩ ବଲରେ ୧୧୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୨ ଚୌକା ଓ ୭ […]

The post ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ଅଣଦେଖା, ଆସିଲା ଏମିତି ପ୍ରତିକ୍ରିୟା appeared first on Odisha Reporter.

]]>

 

ମୁମ୍ବାଇ: ଆଇପିଏଲର ଅନ୍ୟତମ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି ଚଳିତ ସଂସ୍କରଣର ଚତୁର୍ଥ ମ୍ୟାଚରେ। ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍। ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୧ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଖେଳିଥିଲେ ଦମଦାର ଶତକୀୟ ଇନିଂସ୍। ସେ ମାତ୍ର ୬୩ ବଲରେ ୧୧୯ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୨ ଚୌକା ଓ ୭ ବିଶାଳ ଛକା ସାମିଲ୍ ଥିଲା। ଏହି ଦମଦାର ଇନିଂସ୍ ସତ୍ତ୍ୱେ ରାଜସ୍ଥାନ ମ୍ୟାଚ୍ ଜିତିପାରିନଥିଲା।

ରାଜସ୍ଥାନର ଏହି ପରାଜୟ ପାଇଁ କ୍ୟାପଟେନ୍ ସାମସନଙ୍କୁ ଦାୟୀ କରାଯାଉଛି। ଶେଷ ଦୁଇ ବଲରେ ରାଜସ୍ଥାନକୁ ବିଜୟ ପାଇଁ ୫ ରନ୍ ଆବଶ୍ୟକ ଥିଲା। ନନଷ୍ଟ୍ରାଇକର୍ ଏଣ୍ଡରେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଉପସ୍ଥିତ ଥିଲେ। ଏହି ସମୟରେ ଷ୍ଟ୍ରାଇକରେ ଥିବା ସାମସନ୍ ପଞ୍ଚମ ବଲକୁ ଡିପ୍ ଏକ୍ସଟ୍ରା କଭରକୁ ଶଟ୍ ମାରିଥିଲେ। ନନଷ୍ଟ୍ରାଇକର ଏଣ୍ଡରେ ଥିବା ମୋରିସ୍ ଦୌଡ଼ିକି ଅଧା କ୍ରିଜ୍ ଅତିକ୍ରମ କରିସାରିଥିଲେ, କିନ୍ତୁ ଷ୍ଟାଇକ୍ କରୁଥିବା ସାମସନ୍ ରନ୍ ନେବାକୁ ମନା କରିଦେଇଥିଲେ। ଯାହା ଫଳରେ ମୋରିସ୍ ପୁଣିଥରେ ନନଷ୍ଟ୍ରାଇକର ଏଣ୍ଡକୁ ଦୌଡ଼ି ପଳାଇ ଆସିଥିଲେ। ସାମସନ୍ ଭାବିଥିଲେ ଯେ ଶେଷ ବଲରେ ଛକା ମାରି ଦଳକୁ ଜିତାଇବେ। କିନ୍ତୁ ବାଜି ଓଲଟା ପଡ଼ିଗଲା, ବଡ଼ ଶଟ୍ ଖେଳିବା ପ୍ରୟାସରେ ସାମସନ୍ କ୍ୟାଚ୍ ହୋଇଥିଲେ। ଏଥିସହ ରାଜସ୍ଥାନ ମ୍ୟାଚରେ ପରାସ୍ତ ହୋଇଥିଲା।

ଯଦି ସାମସନ୍ ପଞ୍ଚମ ବଲରେ ସିଙ୍ଗଲ ନେଇଥାନ୍ତେ, ତାହେଲେ ମୋରିସ୍ ହୁଏତ ଶେଷ ବଲରେ ବାଉଣ୍ଡ୍ରୀ ମାରି ଦଳକୁ ଜିତାଇପାରିଥାନ୍ତେ। କିନ୍ତୁ କ୍ୟାପଟେନ୍ ସାମସନଙ୍କର ନିଜ ଅପେକ୍ଷା ମୋରିସଙ୍କ ଉପରେ ସେତେଟା ଭରସା ନଥିଲା। ଏହି କାରଣରୁ ସେ ନିଜେ ରିସ୍କ ନେବାକୁ ନିଷ୍ପତ୍ତି ନେଇଥିଲେ। ସାମସନଙ୍କ ଏହି ନିଷ୍ପତ୍ତି ପରେ ସାରା ଦୁନିଆରେ ସୋଶାଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। କିଛି ସାମସନଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କେହି ସମାଲୋଚନା ମଧ୍ୟ କରିଛନ୍ତି।

ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ସାମସନଙ୍କୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି, ଯେହେତୁ ମୋରିସ୍ ନୂଆ କରି ବ୍ୟାଟିଂ କରିବାକୁ ଆସିଥିଲେ, ତେଣୁ ସାମସନ୍ ଶେଷ ବଲରେ ଛକା ମାରି ଦଳକୁ ଜିତାଇବାକୁ ଚାହୁଁଥିଲେ। ସାମସନଙ୍କ ଏହି ନିଷତ୍ତି ଆଦୌ ଠିକ୍ ଥିଲା।

ସେହିପରି ବେନ୍ ଗାର୍ଡନର୍ କହିଛନ୍ତି, ଫଳାଫଳ ନିଶ୍ଚିତ ନୈରାଶ୍ୟଜନକ। ମୋ ମତରେ ପଞ୍ଚମ ବଲରେ ସାମସନଙ୍କର ସିଙ୍ଗଲ୍ ନ ନେବା ନିଷ୍ପତ୍ତି ଠିକ୍ ଥିଲା। ସେ ଏହି ବଲରେ ଦୁଇ ରନ୍ ନେଇପାରିନଥାନ୍ତେ। ତେଣୁ ସେ ମୋରିସଙ୍କୁ ଚୌକା ମାରିବା ସୁଯୋଗା ଦେବା ପରିବର୍ତ୍ତେ ନିଜେ ଛକା ସହ ମ୍ୟାଚ୍ ଶେଷ କରିବାକୁ ଭାବିଥିଲେ, ଯାହା ପୂରା ଠିକ୍ ନିଷ୍ପତ୍ତି ଥିଲା। ଆଉକିଛି ଫ୍ୟାନ୍ ମଜାକିଆ ଟ୍ୱିଟ୍ କରିଛନ୍ତି।

The post ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳିଙ୍କୁ ଅଣଦେଖା, ଆସିଲା ଏମିତି ପ୍ରତିକ୍ରିୟା appeared first on Odisha Reporter.

]]>
IPL 2021, left bottom 2021-04-13 18:30:22 https://cdn.odishareporter.in/wp-content/uploads/2021/04/13182637/samson-and-morris.jpg
ଶେଷ ଓଭରରେ ରାଜସ୍ଥାନ ପାଖରୁ ମ୍ୟାଚ ଛଡ଼ାଇ ନେଲା ପଞ୍ଜାବ https://odishareporter.in/sports/cricket/punjab-win-against-rajasthan-over-4-run-635107 Mon, 12 Apr 2021 18:25:13 +0000 https://odishareporter.in/?p=635107

ମୁମ୍ୱାଇ: ଚଳିତ ଆଇପିଏଲରେ ପୁଣି ଥରେ ଗୋଟିଏ ମ୍ୟାଚ ଶେଷ ଓଭର ଯାଏ ଯାଇଛି। ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜସ୍ଥାନ ରୟାଲ୍ସ ଶେଷରେ ୫ ରନ୍ କରି ନପାରି ପଞ୍ଜାବ କିଙ୍ଗସ ପାଖରୁ ହାରିଛି। ଆଉ ବେକାର ଯାଇଛି ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକୀୟ ଇନିଂସ। ଆଇପିଏଲ୍ ୨୦୨୧ର ଚତୁର୍ଥ ମ୍ୟାଚରେ ସଞ୍ଜୁ ସାମସନ୍ ମ୍ୟାଚର ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ପଡ଼ିଆରେ ରହିଥିଲେ ମଧ୍ୟ ତାଙ୍କର ଶତାକୀୟ ଇନିଂସ ରାଜସ୍ଥାନ ରୟାଲ୍ସକୁ ଜିତାଇ ପାରିନଥିଲା। […]

The post ଶେଷ ଓଭରରେ ରାଜସ୍ଥାନ ପାଖରୁ ମ୍ୟାଚ ଛଡ଼ାଇ ନେଲା ପଞ୍ଜାବ appeared first on Odisha Reporter.

]]>

ମୁମ୍ୱାଇ: ଚଳିତ ଆଇପିଏଲରେ ପୁଣି ଥରେ ଗୋଟିଏ ମ୍ୟାଚ ଶେଷ ଓଭର ଯାଏ ଯାଇଛି। ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ରାଜସ୍ଥାନ ରୟାଲ୍ସ ଶେଷରେ ୫ ରନ୍ କରି ନପାରି ପଞ୍ଜାବ କିଙ୍ଗସ ପାଖରୁ ହାରିଛି। ଆଉ ବେକାର ଯାଇଛି ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକୀୟ ଇନିଂସ। ଆଇପିଏଲ୍ ୨୦୨୧ର ଚତୁର୍ଥ ମ୍ୟାଚରେ ସଞ୍ଜୁ ସାମସନ୍ ମ୍ୟାଚର ଶେଷ ପର୍ଯ୍ୟନ୍ତ ଜିତିବା ପାଇଁ ପଡ଼ିଆରେ ରହିଥିଲେ ମଧ୍ୟ ତାଙ୍କର ଶତାକୀୟ ଇନିଂସ ରାଜସ୍ଥାନ ରୟାଲ୍ସକୁ ଜିତାଇ ପାରିନଥିଲା। ୧୨ଟି ଚୌକା ଓ ୭ଟି ଛକା ସହାୟତାରେ ୬୩ ବଲରେ ସାମସନ୍ ୧୧୯ ରନ୍ ସଂଗ୍ରହ କରିଥିଲେ। ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ।

ରାଜସ୍ଥାନ ରୟାଲ୍ସ ପ୍ରଥମେ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ଚମତ୍କାର ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ପଞ୍ଜାବ ୨୨୧ ରନ କରିଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲ ୭ଟି ଚୌକା ଓ ୫ଟି ଛକା ମାରି ୫୦ ବଲରେ ୯୧ ରନର ଚମତ୍କାର ଇନିଂସ ଖେଳିଥିଲେ। ଏଥି ସହିତ ଦୀପକ ହୁଡା ୨୮ ବଲରୁ ୬୪ ରନ୍ କରିଥିଲେ।

ଏହାର ଜବାବରେ ୨୨୨ର ବିଶାଳ ଟାର୍ଗେଟ ପିଛା କରି ରାଜସ୍ଥାନ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଆରମ୍ଭରୁ ଝୁଣ୍ଟିଥିଲା। ଆଉ ପ୍ରଥମ ଓଭରର ତିନି ନମ୍ୱର ବଲରେ କୌଣସି ରନ ନକରି ଷ୍ଟୋକ୍ସ ୱିକେଟ୍ ହରାଇଥିଲେ। ଏହା ପରେ ମନନ ବୋହରା ମଧ୍ୟ ଅଳ୍ପ ସମୟ ଖେଳି ପାଭିଲିଅନକୁ ଫେରିଯାଇଥିଲେ। ଏହା ପରେ ବଟଲର ଓ କ୍ୟାପଟେନ ସାମସନଙ୍କ ମଧ୍ୟରେ ୪୫ ରନ୍ ଭାଗିଦାରୀ ହୋଇଥିଲା। ୨୫ ରନ୍ କରି ଜୋ ରିଚାର୍ଡସନଙ୍କ ବଲରେ ବଟଲର ଆଉଟ୍ ହାଇଥିଲେ। କିନ୍ତୁ ସାମସନ ଶେଷ ପର୍ଯ୍ୟନ୍ତ କ୍ରିଜରେ ଥିଲେ ହେଲେ ଇନିଂସର ଶେଷ ବଲରେ ଆଉଟ୍ ହୋଇଯାଇଥିଲେ। ପଞ୍ଜାବରୁ ଅର୍ଶଦୀପ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ୨ଟି ୱିକେଟ୍ ନେଇଥିଲେ।

ରାହୁଲ ଓ ହୁଡ୍ଡା ବିସ୍ଫୋରଣ: ରାଜସ୍ଥାନ ବିପକ୍ଷରେ ପଞ୍ଜାବର ବିଶାଳ ସ୍କୋର

The post ଶେଷ ଓଭରରେ ରାଜସ୍ଥାନ ପାଖରୁ ମ୍ୟାଚ ଛଡ଼ାଇ ନେଲା ପଞ୍ଜାବ appeared first on Odisha Reporter.

]]>
IPL 2021, left bottom 2021-04-13 07:37:26 https://cdn.odishareporter.in/wp-content/uploads/2021/04/13002308/punjab-win.jpg
ବ୍ୟାଟ୍ ଛାଡ଼ି ବିରିୟାନୀ ରାନ୍ଧିଲେ ରାଇନା ଓ ରାୟୁଡୁ https://odishareporter.in/sports/cricket/ambati-rayudu-and-suresh-raina-cook-biryani-635087 Mon, 12 Apr 2021 16:45:34 +0000 https://odishareporter.in/?p=635087

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ଖେଳାଳିମାନେ କ୍ରିକେଟ୍ ବ୍ୟତୀତ ଫାଙ୍କା ସମୟ ପାଇଲେ କିଛି ନା କିଛି ନିଆରା କାମ କରିଥାନ୍ତି। ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସର ଚଳିତ ଆଇପିଏଲରେ ଶୁଭାରମ୍ଭ ଭଲ ହୋଇନଥିଲେ ହେଁ, ଟିମର ଖେଳାଳି ଟେନସନରୁ ଧ୍ୟାନ ହଟାଇବା ପାଇଁ ଅନ୍ୟ କାମରେ ମନ ନିୟୋଜିତ କରିଛନ୍ତି। ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଖେଳାଳିମାନଙ୍କୁ କ୍ରିକେଟ୍ ମଇଦାନ ବଦଳରେ […]

The post ବ୍ୟାଟ୍ ଛାଡ଼ି ବିରିୟାନୀ ରାନ୍ଧିଲେ ରାଇନା ଓ ରାୟୁଡୁ appeared first on Odisha Reporter.

]]>

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣରେ ଖେଳାଳିମାନେ କ୍ରିକେଟ୍ ବ୍ୟତୀତ ଫାଙ୍କା ସମୟ ପାଇଲେ କିଛି ନା କିଛି ନିଆରା କାମ କରିଥାନ୍ତି। ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସର ଚଳିତ ଆଇପିଏଲରେ ଶୁଭାରମ୍ଭ ଭଲ ହୋଇନଥିଲେ ହେଁ, ଟିମର ଖେଳାଳି ଟେନସନରୁ ଧ୍ୟାନ ହଟାଇବା ପାଇଁ ଅନ୍ୟ କାମରେ ମନ ନିୟୋଜିତ କରିଛନ୍ତି। ସିଏସକେ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଖେଳାଳିମାନଙ୍କୁ କ୍ରିକେଟ୍ ମଇଦାନ ବଦଳରେ କିଚେନ୍‌ରେ ଖାଦ୍ୟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ସିଏସକେର ସପୋର୍ଟ ଷ୍ଟାଫ୍ ଓ ଖେଳାଳି ଏକାଠି ବସି ଖାଇବାର ଭରପୂର ମଜା ମଧ୍ୟ ଉଠାଇଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ବିରିୟାନୀ ପ୍ରସ୍ତୁତ କରୁଛନ୍ତି। ଦୁହେଁ ଶେଫ୍ ଭଳି ଡ୍ରେସ୍ ପିନ୍ଧିଛନ୍ତି। ରାଇନା ଓ ରାୟୁଡୁ ଗୋଟିଏ ପଟେ ବିରିୟାନୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ବେଳେ ଆଉ କିଛି ଖେଳାଳି ଅନ୍ୟ କିଛି ଡିଶ୍ କରିବାରେ ବ୍ୟସ୍ତ ଅଛନ୍ତି। ପରେ ରାୟୁଡୁଙ୍କୁ ରାଇନା ବିରିୟାନୀ ଟେଷ୍ଟ କରାଉଛନ୍ତି। ରାୟୁଡୁ ଇସାରାରେ ରାଇନାଙ୍କୁ କହୁଛନ୍ତି ଯେ ବିରିୟାନୀ ବହୁତ ସ୍ୱାଦିଷ୍ଟ ହୋଇଛି।

ମିଷ୍ଟର ଆଇପିଏଲ୍ ନାମରେ ପରିଚିତ ରାଇନାଙ୍କୁ ଲକଡାଉନ୍ ବେଳେ ଅନେକଥର ରୋଷେଇ ଘରେ ଖାଦ୍ୟ ବନାଉଥିବା ଦେଖିବାକୁ ମିଳିଛି। ସେ ସୋଶାଲ ମିଡିଆରେ ଅନେକ ଭିଡିଓ ଅପଲୋଡ୍ କରି ଫ୍ୟାନଙ୍କ ହୃଦୟ ଜିଣିଛନ୍ତି। ଏବେ ଆଇପିଏଲରେ ରାଇନା ରୋଷେଇ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନାଯୋଗ୍ୟ, ଗତ ସଂସ୍କରଣରେ ଖେଳିନଥିବା ରାଇନା ଚଳିତଥର ଏହି ବ୍ୟୟବହୁଳ ଲିଗକୁ କମବ୍ୟାକ୍ କରିଛନ୍ତି। ପ୍ରତ୍ୟାବର୍ତ୍ତନ ମ୍ୟାଚରେ ରାଇନା ଅର୍ଦ୍ଧଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଇନାଙ୍କ ୫୪ ରନର ଇନିଂସ୍ ବଳରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୭ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଦିଲ୍ଲୀ ୩ ୱିକେଟ୍ ହରାଇ ୧୯୦ ରନ୍ କରି ବିଜୟୀ ହୋଇଥିଲା।

The post ବ୍ୟାଟ୍ ଛାଡ଼ି ବିରିୟାନୀ ରାନ୍ଧିଲେ ରାଇନା ଓ ରାୟୁଡୁ appeared first on Odisha Reporter.

]]>
IPL 2021, left bottom 2021-04-12 22:15:34 https://cdn.odishareporter.in/wp-content/uploads/2021/04/12221344/suresh-raina-and-ambati-rayudu.jpg
ନୂଆ ରେକର୍ଡ କଲେ ଗେଲ୍, ଆଖପାଖରେ କେହି ନାହାନ୍ତି https://odishareporter.in/sports/cricket/chris-gayle-became-first-cricketer-to-smash-350-sixes-in-ipl-635073 Mon, 12 Apr 2021 16:01:32 +0000 https://odishareporter.in/?p=635073

ମୁମ୍ବାଇ: ପଞ୍ଜାବ କିଙ୍ଗସର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଆଇପିଏଲରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗେଲ୍ ପ୍ରଥମ କ୍ରିକେଟର୍ ଭାବେ ଆଇପିଏଲରେ ୩୫୦ ଛକା ମାରିଛନ୍ତି। ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛକା ମାରି ଗେଲ୍ ଏହି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଗେଲଙ୍କ ନାଁରେ ୩୪୯ ଛକା ରହିଥିଲା। କିନ୍ତୁ ଆଜି ମ୍ୟାଚରେ ସେ ଦୁଇଟି ଛକା ମାରି ୩୫୦ ମାର୍କକୁ ଛୁଇଁଛନ୍ତି। […]

The post ନୂଆ ରେକର୍ଡ କଲେ ଗେଲ୍, ଆଖପାଖରେ କେହି ନାହାନ୍ତି appeared first on Odisha Reporter.

]]>

ମୁମ୍ବାଇ: ପଞ୍ଜାବ କିଙ୍ଗସର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଆଇପିଏଲରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗେଲ୍ ପ୍ରଥମ କ୍ରିକେଟର୍ ଭାବେ ଆଇପିଏଲରେ ୩୫୦ ଛକା ମାରିଛନ୍ତି। ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛକା ମାରି ଗେଲ୍ ଏହି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି।

ଏହି ମ୍ୟାଚ୍ ପୂର୍ବରୁ ଗେଲଙ୍କ ନାଁରେ ୩୪୯ ଛକା ରହିଥିଲା। କିନ୍ତୁ ଆଜି ମ୍ୟାଚରେ ସେ ଦୁଇଟି ଛକା ମାରି ୩୫୦ ମାର୍କକୁ ଛୁଇଁଛନ୍ତି। ଆଇପିଏଲରେ ଏବେ ଗେଲଙ୍କ ଛକା ସଂଖ୍ୟା ୩୫୧ ହୋଇଯାଇଛି। ଗେଲ୍ ମ୍ୟାଚରେ ୨୮ ବଲରେ ୪୦ ରନ କରିଛନ୍ତି, ଯେଉଁଥିରେ ୪ ଚୌକା ଓ ୨ ଛକା ସାମିଲ୍ ଅଛି।

ଆଇପିଏଲରେ ସର୍ବାଧିକ ଛକା ମାରିବା ମାମଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଡି’ଭିଲିୟର୍ସ ୨୩୭ ଛକା ମାରିଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୨୧୬ ଛକା ସହ ତୃତୀୟ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା (୨୧୪) ଓ ଆରସିବି କ୍ୟାପଟେନ୍ ବିରାଟ୍ କୋହଲି (୨୦୧) ଟପ୍-୫ରେ ଅଛନ୍ତି।

ଆଇପିଏଲରେ ଗେଲଙ୍କ ନାଁରେ ଏକାଧିକ ରେକର୍ଡ ରହିଛି। ଗେଲ୍ ଆଇପିଏଲର ସପ୍ତମ ସର୍ବାଧିକ ସ୍କୋରର ଭାବେ ୧୩୩ ମ୍ୟାଚରେ ୪୮୧୨ ରନ୍ କରିଛନ୍ତି। ସେ ଆଇପିଏଲରେ ରେକର୍ଡ ୬ଟି ଶତକ ଓ ୩୧ ଅର୍ଦ୍ଧଶତକ ମାରିଛନ୍ତି। ଗେଲଙ୍କ ନାଁରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୧୭୫*)ର ରେକର୍ଡ ମଧ୍ୟ ରହିଛି।

The post ନୂଆ ରେକର୍ଡ କଲେ ଗେଲ୍, ଆଖପାଖରେ କେହି ନାହାନ୍ତି appeared first on Odisha Reporter.

]]>
IPL 2021, left bottom 2021-04-13 12:43:27 https://cdn.odishareporter.in/wp-content/uploads/2021/04/12212910/gayle.jpg
କ୍ୟାପଟେନ୍ ଭାବେ ପ୍ରଥମ ଟସ୍ ଜିତିଲେ ସାମସନ୍, ବ୍ୟାଟିଂ କରିବ ରାହୁଲଙ୍କ ଟିମ୍ https://odishareporter.in/sports/cricket/samson-wins-his-first-ipl-toss-as-captain-and-chooses-to-bowl-635036 Mon, 12 Apr 2021 13:41:18 +0000 https://odishareporter.in/?p=635036

ମୁମ୍ବାଇ: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କିଙ୍ଗସ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ଉଭୟ ଦଳର ଏହା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ହୋଇଥିବାରୁ କେହି ବି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର […]

The post କ୍ୟାପଟେନ୍ ଭାବେ ପ୍ରଥମ ଟସ୍ ଜିତିଲେ ସାମସନ୍, ବ୍ୟାଟିଂ କରିବ ରାହୁଲଙ୍କ ଟିମ୍ appeared first on Odisha Reporter.

]]>

ମୁମ୍ବାଇ: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କିଙ୍ଗସ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ଉଭୟ ଦଳର ଏହା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ହୋଇଥିବାରୁ କେହି ବି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ।

ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର ଶାହରୁଖ୍ ଖାନ୍, ହୋବାର୍ଟ ହରିକେନ୍ସର ରିଲେ ମେରେଡିଥ୍ ଓ ପର୍ଥ ସ୍କଚର୍ସର ଝାଇ ରିଚାର୍ଡସନ୍ ପଦାର୍ପଣ କରିଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ବାଂଲାଦେଶର ଷ୍ଟାର୍ ପେସର ମୁସ୍ତାଫିଜୁର ରେହମାନ୍ ଓ ଶିବମ୍ ଦୁବେ ପଦାର୍ପଣ କରିଛନ୍ତି। ସେହିପରି ଆଉ ଦୁଇ ଖେଳାଳି ଚେତନ ସାକାରିୟା ଓ ମନନ୍ ବୋହରା ମଧ୍ୟ ରୟାଲ୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା।

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଜୋସ ବଟଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

କିଙ୍ଗସ୍ ପଞ୍ଜାବ: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ଶାହରୁଖ୍ ଖାନ୍, ଝାଇ ରିଚାର୍ଡସନ୍, ମୁରୁଗାନ୍ ଅଶ୍ୱିନ୍, ମହମ୍ମଦ ଶାମି, ରିଲେ ମେରେଡିଥ୍, ଅର୍ଶଦୀପ ସିଂହ।

The post କ୍ୟାପଟେନ୍ ଭାବେ ପ୍ରଥମ ଟସ୍ ଜିତିଲେ ସାମସନ୍, ବ୍ୟାଟିଂ କରିବ ରାହୁଲଙ୍କ ଟିମ୍ appeared first on Odisha Reporter.

]]>
IPL 2021, left top 2021-04-12 20:21:52 https://cdn.odishareporter.in/wp-content/uploads/2021/04/12190941/ipl-14.jpg
କେକେଆରର ୧୦୦ତମ ବିଜୟ, ଖୁସିରେ ଗଦଗଦ ହେଲେ କିଙ୍ଗ୍ ଖାନ୍ https://odishareporter.in/sports/cricket/shah-rukh-khan-congratulated-players-after-kkrs-100th-win-in-ipl-634969 Mon, 12 Apr 2021 11:32:22 +0000 https://odishareporter.in/?p=634969

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଟ୍ ରାଇଡର୍ସ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି। ଏହା କେକେଆରର ୧୦୦ତମ ଆଇପିଏଲ୍ ବିଜୟ। ଟିମର ବିଜୟରେ ଫ୍ରାଞ୍ଚାଇଜି ସହମାଲିକ ଓ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ନିଜ ଖୁସିକୁ ରୋକିପାରିନାହାନ୍ତି। ଶାହରୁଖ୍ ଏକ ଟ୍ୱିଟ୍ କରି ଟିମକୁ ବଧେଇ ଜଣାଇଛନ୍ତି। ଟ୍ୱିଟରେ ଶାହରୁଖ୍ ବିଶେଷକରି ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି, ଯିଏ […]

The post କେକେଆରର ୧୦୦ତମ ବିଜୟ, ଖୁସିରେ ଗଦଗଦ ହେଲେ କିଙ୍ଗ୍ ଖାନ୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ କୋଲକାତା ନାଇଟ୍ ରାଇଡର୍ସ ତା’ର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନରେ ହରାଇ ଅଭିଯାନ ଆରମ୍ଭ କରିଛି। ଏହା କେକେଆରର ୧୦୦ତମ ଆଇପିଏଲ୍ ବିଜୟ। ଟିମର ବିଜୟରେ ଫ୍ରାଞ୍ଚାଇଜି ସହମାଲିକ ଓ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ୍ ଖାନ୍ ନିଜ ଖୁସିକୁ ରୋକିପାରିନାହାନ୍ତି। ଶାହରୁଖ୍ ଏକ ଟ୍ୱିଟ୍ କରି ଟିମକୁ ବଧେଇ ଜଣାଇଛନ୍ତି।

ଟ୍ୱିଟରେ ଶାହରୁଖ୍ ବିଶେଷକରି ଭେଟେରାନ୍ ଅଫ୍ ସ୍ପିନର୍ ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି, ଯିଏ କେକେଆର୍ ପକ୍ଷରୁ ଡେବ୍ୟୁ କରିଛନ୍ତି। ଶାହରୁଖ୍ ଟ୍ୱିଟ୍ କରି କହିଛନ୍ତି, ଆଇପିଏଲରେ ୧୦୦ତମ ମ୍ୟାଚ୍ ଜିତିବା ଜବରଦସ୍ତ ଥିଲା। ଏହି ଟ୍ୱିଟରେ ଶାହରୁଖ୍ ପ୍ରସିଦ୍ଧ କୃଷ୍ଣ, ଦିନେଶ କାର୍ତ୍ତିକ, ନୀତୀଶ ରାଣା, ରାହୁଲ୍ ତ୍ରିପାଠୀ, ଆନ୍ଦ୍ରେ ରସେଲ୍, ହରଭଜନ ସିଂହଙ୍କୁ ଟ୍ୟାଗ୍ କରିଛନ୍ତି। ଏହାସହ ଶାହରୁଖ୍ ଶାକିବ୍ ଅଲ୍ ହାସନ୍ ଓ ପ୍ୟାଟ୍ କମିନ୍ସଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଆଇପିଏଲ୍ ଇତିହାସରେ ସର୍ବାଧିକ ବିଜୟର ରେକର୍ଡ ପାଞ୍ଚଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ନାଁରେ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୧୨୦ ମ୍ୟାଚ୍ ଜିତିଥିବା ବେଳେ ଏହା ପରକୁ ଚେନ୍ନାଇ ସୁପର୍ କିଙ୍ଗସ୍ ୧୦୬ ମ୍ୟାଚ୍ ଜିତିଛନ୍ତି। ଏବେ କେକେଆର୍ ୧୦୦ ମ୍ୟାଚ୍ ଜିତି ଏହି କ୍ଲବରେ ସାମିଲ୍ ହୋଇଛି।

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ଆଇପିଏଲର ତୃତୀୟ ମ୍ୟାଚରେ କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୭ ରନ୍ କରିଥିଲା। ଦଳ ପକ୍ଷରୁ ନୀତୀଶ ରାଣା ସର୍ବାଧିକ ୮୦ (୫୬ ବଲ୍) ଓ ରାହୁଲ୍ ତ୍ରିପାଠୀ ୫୩ (୨୯ ବଲ୍) ରନ୍ କରିଥିଲେ। ସେହିପରି ଅଭିଜ୍ଞ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ୯ ବଲରେ ଦ୍ରୁତ ୨୨ ରନ୍ କରି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ।

ଏହାର ଜବାବରେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଓଭର ଭିତରେ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଋଦ୍ଧିମାନ ସାହାଙ୍କ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ମନିଷ ପାଣ୍ଡେ ଓ ଜନ୍ନି ବେୟାରଷ୍ଟୋ ୯୨ ରନର ପାର୍ଟନରଶିପ୍ କରି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। କିନ୍ତୁ ଶେଷ ୬ ଓଭରରେ ମନିଷ ମାତ୍ର ଗୋଟିଏ ବାଉଣ୍ଡ୍ରୀ ମାରିବାକୁ ସକ୍ଷମ ହୋଇଥିଲେ, ଯାହାର ଫାଇଦା ଉଠାଇ କେକେଆର୍ ମ୍ୟାଚକୁ ୧୦ ରନରେ ଜିତି ନେଇ ଥିଲା। ହାଇଦ୍ରାବାଦ ପକ୍ଷରୁ ମନିଷ ୪୪ ବଲରେ ୬୧ ରନ୍ ଓ ବେୟାରଷ୍ଟୋ ୫୫ ରନ୍ କରିଥିଲେ। ଅବଦୁଲ୍ ସମାଦ୍ ମାତ୍ର ୮ ବଲରେ ଦ୍ରୁତ ୧୯ ରନ୍ କରିଥିଲେ।

The post କେକେଆରର ୧୦୦ତମ ବିଜୟ, ଖୁସିରେ ଗଦଗଦ ହେଲେ କିଙ୍ଗ୍ ଖାନ୍ appeared first on Odisha Reporter.

]]>
IPL 2021, left bottom 2021-04-12 17:02:22 https://cdn.odishareporter.in/wp-content/uploads/2021/04/12170123/Shahrukh-Khan.jpg
୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା https://odishareporter.in/sports/cricket/kolkata-knight-riders-won-by-10-runs-634831 Sun, 11 Apr 2021 17:46:10 +0000 https://odishareporter.in/?p=634831

ଚେନ୍ନାଇ: ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ହରାଇଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ଓ୍ୱିକେଟ ହରାଇ  ୧୮୭ ରନ କରିଥିଲା। ଏହାପରେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୫ ଓ୍ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଥିଲା ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ […]

The post ୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା appeared first on Odisha Reporter.

]]>

ଚେନ୍ନାଇ: ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ହରାଇଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ଓ୍ୱିକେଟ ହରାଇ  ୧୮୭ ରନ କରିଥିଲା। ଏହାପରେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୫ ଓ୍ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଥିଲା

ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ ଥିଲେ ମନୀଷ ପାଣ୍ଡେ। ଜନନି ବୈରଷ୍ଟୋ ୫ଟି ଜବରଦସ୍ତ ଚୌକା ଏବଂ ୩ଟି ଛକା ମାରି ୫୫ର ନ କରିଥିଲେ। ହେଲେ କୁମିନ୍ସଙ୍କ ବଲରେ ନୀତିଶ ରାଣାଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। କେକେଆର ପକ୍ଷରୁ ପ୍ରସିଧ କ୍ରିଷ୍ଣା ୨ଟି ଓ୍ୱିକେଟ ନେଇଥିବା ବେଳେ ସକିବ ଅଲ ହାସନ, କୁମିନ୍ସ, ରସେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ନୀତୀଶ ୫୬ ବଲର ସାମ୍ନା ୮୦ ରନ୍ କରିଛନ୍ତି, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଛନ୍ତି। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇ ଆଫଗାନୀ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଦମଦାର ବୋଲିଂ କରି ଦୁଇଟି ଲେଖାଏ ସଫଳତା ପାଇଥିଲେ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲ ସିଜିନର ଆଜି ତୃତୀୟ ମ୍ୟାଚ ଥିଲା। ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

The post ୧୦ ରନରେ ହାଇଦ୍ରାବାଦକୁ ହରାଇଲା କୋଲକାତା appeared first on Odisha Reporter.

]]>
IPL 2021, left bottom 2021-04-12 07:28:37 https://cdn.odishareporter.in/wp-content/uploads/2021/04/11231543/KKR-WIN.jpg
ରାଣା ଓ ରାହୁଲ୍ ଦେଖାଇଲେ ଦମ୍, କେକେଆର୍ ୧୮୭/୬ https://odishareporter.in/sports/cricket/nitish-rana-80-rahul-tripathi-53-propel-kolkata-to-187-634800 Sun, 11 Apr 2021 15:45:34 +0000 https://odishareporter.in/?p=634800

ଚେନ୍ନାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ […]

The post ରାଣା ଓ ରାହୁଲ୍ ଦେଖାଇଲେ ଦମ୍, କେକେଆର୍ ୧୮୭/୬ appeared first on Odisha Reporter.

]]>

ଚେନ୍ନାଇ: ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଛି। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ନୀତୀଶ ୫୬ ବଲର ସାମ୍ନା ୮୦ ରନ୍ କରିଛନ୍ତି, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଛନ୍ତି। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇ ଆଫଗାନୀ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଦମଦାର ବୋଲିଂ କରି ଦୁଇଟି ଲେଖାଏ ସଫଳତା ପାଇଛନ୍ତି। ଏବେ ହାଇଦ୍ରାବାଦକୁ ମ୍ୟାଚ୍ ଜିତିବା ପାଇଁ ୧୮୮ ରନ୍ କରିବାକୁ ପଡ଼ିବ।

ଏମ୍. ଚିଦାମ୍ବରଦ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆରକୁ ଭଲ ଆରମ୍ଭ ଦେଇଥିଲେ ନୀତୀଶ ରାଣା ଓ ଶୁବମନ୍ ଗିଲ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୫୩ ରନର ପାର୍ଟନରଶିପ୍ କରିଥିଲେ। ହେଲେ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଲେ ରଶିଦ୍ ଖାନ୍।

ଗିଲ୍ ବ୍ୟକ୍ତିଗତ ୧୫ ରନ୍ କରିଥିବା ବେଳେ ରଶିଦଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହି ସମୟରେ କେକେଆରକୁ ଆଉ ଏକ ଭାଗିଦାରୀର ଆବଶ୍ୟକ ହେଉଥିବା ବେଳେ ରାଣା ଓ ତ୍ରିପାଠୀ ଖେଳିଥିଲେ ଦମଦାର ଇନିଂସ୍। ପ୍ରଥମେ ରାଣା ୩୭ ବଲରେ ଏବଂ ପରେ ତ୍ରିପାଠୀ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ମାରି କେକେଆରକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ି ଭାଙ୍ଗିବା ପରେ ଦଳର ୨୦୦ ସ୍କୋର ଆଶା ମଉଳି ଯାଇଥିଲା।

ଟିମର ସ୍କୋର ୧୫.୨ ଓଭରରେ ୧୪୬ ରନରେ ଥିବା ବେଳେ ତ୍ରିପାଠୀଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଟି. ନଟରାଜନ୍। ଆଉଟ୍ ହେବା ପୂର୍ବରୁ ତ୍ରିପାଠୀ ରାଣାଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍‌ ପାଇଁ ୯୩ ରନ ଯୋଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଆନ୍ଦ୍ରେ ରସେଲ୍ (୫)ଙ୍କୁ ଆଉଟ୍ କରିଥିଲେ ରଶିଦ୍। ଏହା ପରେ ମହମ୍ମଦ ନବି ଲଗାତର ଦୁଇଟି ବଲରେ ନୀତୀଶ ରାଣା ଓ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ (୨)ଙ୍କୁ ଆଉଟ୍ କରି କେକେଆରକୁ ବଡ଼ ସ୍କୋରରୁ ରୋକିଥିଲେ। ଶେଷ ଦୁଇ ଓଭରରେ କେକେଆର୍ ୨୫ ରନ୍ ସଂଗ୍ରହ କରି ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା।

The post ରାଣା ଓ ରାହୁଲ୍ ଦେଖାଇଲେ ଦମ୍, କେକେଆର୍ ୧୮୭/୬ appeared first on Odisha Reporter.

]]>
IPL 2021, left top 2021-04-11 21:20:51 https://cdn.odishareporter.in/wp-content/uploads/2021/04/11211349/Nitish-rana-and-rahul-tripathi.jpg
ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍ https://odishareporter.in/sports/cricket/firts-time-four-wicket-keepers-to-lead-teams-in-ipl-2021-butler-reveals-the-reason-634789 Sun, 11 Apr 2021 14:57:11 +0000 https://odishareporter.in/?p=634789

ନୂଆଦିଲ୍ଲୀ: ଆରମ୍ଭ ହୋଇ ସାରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ। ପ୍ରଥମଥର ଲାଗି ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି, ତା’ ପୁଣି ବିନା ଦର୍ଶକରେ। ଏହା ସତ୍ତ୍ୱେ ଆଇପିଏଲର ରୋମାଞ୍ଚ ଶୀର୍ଷରେ। ସବୁଠାରୁ ବଡ଼ କଥା ହେଉଛି, ଆଇପିଏଲରେ ଯେଉଁ ୮ଟି ଦଳ ଭାଗ ନେଇଛନ୍ତି, ସେଥିମଧ୍ୟରୁ ୪ଟି ଦଳର କ୍ୟାପଟେନ ହେଉଛନ୍ତି ପେସାରେ ୱିକେଟକିପର। ଆଉ ସେହି ୱିକେଟକିପରମାନେ ମଧ୍ୟ ଭାରତୀୟ। କୌଣସି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଟିମର କ୍ୟାପଟେନ୍ ନିଶ୍ଚିତ ଭାବେ ବଡ଼ […]

The post ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆରମ୍ଭ ହୋଇ ସାରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ। ପ୍ରଥମଥର ଲାଗି ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି, ତା’ ପୁଣି ବିନା ଦର୍ଶକରେ। ଏହା ସତ୍ତ୍ୱେ ଆଇପିଏଲର ରୋମାଞ୍ଚ ଶୀର୍ଷରେ। ସବୁଠାରୁ ବଡ଼ କଥା ହେଉଛି, ଆଇପିଏଲରେ ଯେଉଁ ୮ଟି ଦଳ ଭାଗ ନେଇଛନ୍ତି, ସେଥିମଧ୍ୟରୁ ୪ଟି ଦଳର କ୍ୟାପଟେନ ହେଉଛନ୍ତି ପେସାରେ ୱିକେଟକିପର। ଆଉ ସେହି ୱିକେଟକିପରମାନେ ମଧ୍ୟ ଭାରତୀୟ। କୌଣସି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଟିମର କ୍ୟାପଟେନ୍ ନିଶ୍ଚିତ ଭାବେ ବଡ଼ କଥା। ଆଉ ଏହାର ପଛର କାରଣ ହେଉଛନ୍ତି ସ୍ୱୟଂ ମହେନ୍ଦ୍ର ସିଂ ଧୋନି। ଏହା ଆମେ କହୁନୁ, କହିଛନ୍ତି ଇଂଲଣ୍ଡର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର।

ଧୋନିଙ୍କୁ ଶ୍ରେୟ ଦେଇ ବଟଲର୍ କହିଛନ୍ତି ଯେ ‘ଆଜିର ଯୁବ ଖେଳାଳି ତାଙ୍କ (ଧୋନି) ପଦାଙ୍କ ଅନୁସରଣ କରି ଚାଲୁଛନ୍ତି’। ଖୋଦ୍ ଧୋନି ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ଅଛନ୍ତି। ସେହିପରି ଗତ ସଂସ୍କରଣରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଟିମର କ୍ୟାପଟେନ୍ କରିଥିଲା। ଚଳିତ ସଂସ୍କରଣରେ ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସ ଓ ଶ୍ରେୟସ ଆୟରଙ୍କ ଆହତ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ।

ବଟଲର୍ କହିଛନ୍ତି, ୱିକେଟକିପର କ୍ୟାପଟେନ୍ ହେବା ପ୍ରଚଳନର ଶ୍ରେୟ ଧୋନି ଏବଂ ତାଙ୍କଙ୍କ ଷଷ୍ଠ ଇନ୍ଦ୍ରୀୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଦିଆଯିବ। ସେ ଦୁନିଆର ଅନ୍ୟତମ ମହାନ୍ କ୍ୟାପଟେନ୍ ଏବଂ ଅନେକ ଖେଳାଳି ତାଙ୍କର ସଫଳତାକୁ ଦୋହରାଇବାକୁ ଚାହାନ୍ତି। ୱିକେଟ୍ ପଛରେ ନେତୃତ୍ୱ ନେବାର ଅତିରିକ୍ତ ଫାଇଦା ମିଳିଥାଏ। ଜଣେ ୱିକେଟକିପର ୱିକେଟ୍ ପଛରେ ତୀକ୍ଷ୍ଣ ନଜର ରଖିଥାଏ, ଯାହାଦ୍ୱାରା ନିଷ୍ପତ୍ତି ନେବାରେ ସହଜ ହୋଇଥାଏ। ତେଣୁ ଧୋନି ୱିକେଟ୍ ପଛରେ ଛିଡ଼ା ହୋଇ ଅନେକ ସଫଳତା ଅର୍ଜନ କରିଛନ୍ତି। ଏବେ ସଞ୍ଜୁ ସାମସନଙ୍କ ପାଖରେ ଏମିତି କିଛି କାରନାମା କରିବାର ସୁଯୋଗ ରହିଛି।

ବଟଲର୍ କହିଛନ୍ତି, ଚଳିତ ସଂସ୍କରଣରେ ଆମ ପାଖରେ ଅନେକ ପ୍ରତିଭା ଅଛନ୍ତି। ବେନ୍ ଷ୍ଟୋକ୍ସ ଓ କ୍ରିସ୍ ମୋରିସଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତିରେ ଆମ ଟିମ୍ ବହୁତ ମଜଭୁତ୍। ମୋର ବିଶ୍ୱାସ ଯେ ନୂଆ କ୍ୟାପଟେନ୍ ସାମସନଙ୍କ ନେତୃତ୍ୱରେ ଆମ ଟିମ୍ ନିଶ୍ଚୟ ସଫଳ ହେବ ବୋଲି ବଟଲର୍ କହିଛନ୍ତି।

The post ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍ appeared first on Odisha Reporter.

]]>
IPL 2021, left bottom 2021-04-11 20:27:11 https://cdn.odishareporter.in/wp-content/uploads/2021/04/11202339/IPL-2021.jpg
ମୁମ୍ବାଇର ଅଲୋଡ଼ା ରେକର୍ଡ: ବଜାୟ ରଖିଲା ପରାଜୟ ପରମ୍ପରା https://odishareporter.in/sports/cricket/mumbai-indians-have-lost-last-9-season-openers-634309 Sat, 10 Apr 2021 02:57:59 +0000 https://odishareporter.in/?p=634309

ଚେନ୍ନାଇ: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବ ଥରର ବିଜେତା ମୁମ୍ୱାଇ ଇଣ୍ଡିଆନସକୁ ହରାଇଛି। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। ତେବେ ମୁମ୍ୱାଇ ଇଣ୍ଡିଆନ୍ସର ବୋଲିଂ ମଧ୍ୟ କିଛି ଖରାପ ନଥିଲା। ଜିତିବା ପାଇଁ ଆରସିବିକୁ ମ୍ୟାଚ୍‌ର ଅନ୍ତିମ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା। ଆଉ ତା’ସହିତ ମୁମ୍ୱାଇ ଇଣ୍ଡିଆନ୍ସ ନବମ ଥର ପାଇଁ ତା’ର ଓପନିଂ ମ୍ୟାଚରେ ପରାସ୍ତ ହୋଇଛି। ୨୦୧୩ରେ ପ୍ରଥମ ଥର ମୁମ୍ୱାଇ ଇଣ୍ଡିଆନ୍ସ ତା’ର […]

The post ମୁମ୍ବାଇର ଅଲୋଡ଼ା ରେକର୍ଡ: ବଜାୟ ରଖିଲା ପରାଜୟ ପରମ୍ପରା appeared first on Odisha Reporter.

]]>

ଚେନ୍ନାଇ: ଆଇପିଏଲ ୨୦୨୧ର ଓପନିଂ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୂର୍ବ ଥରର ବିଜେତା ମୁମ୍ୱାଇ ଇଣ୍ଡିଆନସକୁ ହରାଇଛି। ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ ଆରସିବିକୁ ଜିତାଇଛି। ତେବେ ମୁମ୍ୱାଇ ଇଣ୍ଡିଆନ୍ସର ବୋଲିଂ ମଧ୍ୟ କିଛି ଖରାପ ନଥିଲା। ଜିତିବା ପାଇଁ ଆରସିବିକୁ ମ୍ୟାଚ୍‌ର ଅନ୍ତିମ ବଲ ପର୍ଯ୍ୟନ୍ତ ଖେଳିବାକୁ ପଡ଼ିଥିଲା। ଆଉ ତା’ସହିତ ମୁମ୍ୱାଇ ଇଣ୍ଡିଆନ୍ସ ନବମ ଥର ପାଇଁ ତା’ର ଓପନିଂ ମ୍ୟାଚରେ ପରାସ୍ତ ହୋଇଛି। ୨୦୧୩ରେ ପ୍ରଥମ ଥର ମୁମ୍ୱାଇ ଇଣ୍ଡିଆନ୍ସ ତା’ର ଓପନିଂ ମ୍ୟାଚ୍‌ ହାରିଥିଲା। ଆଉ ତା’ପରଠୁ ଏହି ଧାରା ବଜାୟ ରହିଛି।

୨୦୧୩ରେ ମୁମ୍ବାଇ ଆର୍‌ସିବି ଠାରୁ ପରାସ୍ତ ହୋଇଥିବା ବେଳେ ୨୦୧୪ରେ କେକେଆର୍‌, ୨୦୧୫ରେ କେକେଆର୍‌, ୨୦୧୬ରେ ଆର୍‌ପିଏସ୍‌, ୨୦୧୭ରେ ଆର୍‌ପିଏସ୍‌, ୨୦୧୮ରେ ସିଏସ୍‌କେ, ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍‌ସ (ଡିସି) ଓ ୨୦୨୦ରେ ସିଏସ୍‌କେ ଠାରୁ ତା’ର ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା।

Image Credit: NDTV

ଗତକାଲି ଆଇପିଏଲର ୧୪ତମ ସିଜିନର ଉଦଘାଟନୀ ମ୍ୟାଚରେ ଡି ଭିଲିୟର୍ସ ଚାରିଟି ଚୌକା ଓ ଦୁଇଟି ଛକା ସହ ୨୭ ବଲରେ ୪୮ ରନ୍ କରି ଦଳକୁ ବିଜୟୀ କରାଇଥିଲେ। ହେଲେ ବିଜୟୀ ପାଇଁ ୨ ରନ ବାକିଥିବା ବେଳେ ଆଉଟ ହୋଇଯାଇଥିଲେ ଡି ଭିଲିୟର୍ସ। କିନ୍ତୁ ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟୀ କରାଇଥିଲେ।

ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ମୁମ୍ବାଇ। ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ ହରାଇ କରିଥିଲା ୧୫୯ ରନ୍ କରିଥିଲା। ଏହି ନଅଟି ଓ୍ୱିକେଟରୁ ଆରସିବିର ବୋଲର ହର୍ଷଲ ପଟେଲ ୫ଟି ୱିକେଟ୍ ନେଇଥିଲେ।

୧୬୦ ରନର ବିଜୟ ଲକ୍ଷ୍ୟ ନେଇ ଆରସିବି ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିଲେ ୱାଶିଂଟନ୍ ସୁନ୍ଦର ଏବଂ ବିରାଟ କୋହଲି। ହେଲେ ୧୬ ବଲରେ ମାତ୍ର ୧୦ ରନ୍ କରି ଓ୍ୱାଶିଂଟନ ସୁନ୍ଦର କୃନାଲ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ କୋହଲିଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୩୬ ରନ୍ ଯୋଡିଥିଲେ। ତିନି ନମ୍ବର ସ୍ଥାନରେ ରଜତ ପଟିଦାର ଆସିଥିଲେ। ମାତ୍ର ୮ ରନ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ।

ଏହା ପରେ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଯୋଡ଼ି କ୍ରିଜ୍‌ରେ ଜମି ଆସୁଥିଲା। ହେଲେ ବିରାଟ କୋହଲିଙ୍କୁ ଏଲବିଡବ୍ଲ୍ୟୁ କରି ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ଜସପ୍ରୀତ ବୁମ୍ରା। କୋହଲି ଚାରିଟି ଚୌକା ସହ ୨୯ ବଲରେ ୩୩ ରନ୍ ସଂଗ୍ରହ କରିଥିଲେ। ଆଉ ଏହାପରେ ଏବି ଡିଭିଲିୟର୍ସ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ବିଜୟୀ ହେବା ପାଇଁ ଦୁଇ ରନ୍ ବାକି ଥିବା ବେଳେ ଆଉଟ୍ ହୋଇଥିଲେ। ଆଉ ଶେଷ ବଲରେ ହର୍ଷଲ ପଟେଲ ଗୋଟିଏ ରନ ନେଇ ଦଳକୁ ଦୁଇଟି ୱିକେଟରେ ବିଜୟୀ କରାଇଥିଲେ।

ହର୍ଷଲଙ୍କୁ ୫ ୱିକେଟ: ବିରାଟଙ୍କ ଆଗରେ ୧୬୦ ରନ୍‌ର ଟାର୍ଗେଟ ‌ – Odisha Reporter

The post ମୁମ୍ବାଇର ଅଲୋଡ଼ା ରେକର୍ଡ: ବଜାୟ ରଖିଲା ପରାଜୟ ପରମ୍ପରା appeared first on Odisha Reporter.

]]>
IPL 2021, left bottom 2021-04-10 08:33:25 https://cdn.odishareporter.in/wp-content/uploads/2021/04/10082627/MI-1.jpg
ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ୍‌ରୁ ଷ୍ଟାର୍ ଓପ୍ନର ଆଉଟ୍ https://odishareporter.in/sports/cricket/iipl-2021-quinton-de-kock-unavailable-for-opener-against-rcb-634216 Fri, 09 Apr 2021 11:36:46 +0000 https://odishareporter.in/?p=634216

ଚେନ୍ନାଇ: ଦୁଇ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲର ୧୪ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଛି। ଗତ ସିଜନରେ ରୋହିତଙ୍କ ଓପନ୍ କରି ଧମାକା କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ […]

The post ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ୍‌ରୁ ଷ୍ଟାର୍ ଓପ୍ନର ଆଉଟ୍ appeared first on Odisha Reporter.

]]>

ଚେନ୍ନାଇ: ଦୁଇ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲର ୧୪ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଛି। ଗତ ସିଜନରେ ରୋହିତଙ୍କ ଓପନ୍ କରି ଧମାକା କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ୱେବସାଇଟରେ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି, ପ୍ରଥମ ମ୍ୟାଚ୍ ପାଇଁ ଡିକକ୍ ଉପଲବ୍ଧ ରହିବେ ନାହିଁ। ଆଇପିଏଲ୍ ଏସଓପି ଅନୁଯାୟୀ ଡି’କକଙ୍କୁ ୭ ଦିନର କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବାକୁ ପଡ଼ିବ। ଏହି କାରଣୁରୁ ଡି’କକ୍ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତଙ୍କ ଓପନିଂ ପାର୍ଟନର୍ କିଏ ହେବ, ତାହା ସ୍ପଷ୍ଟ ହୋଇନାହିଁ।

ଯାହା ସୂଚନା ମିଳିଛି, ରୋହିତଙ୍କ ସହ ଈଶାନ୍ କିଶନ ଓପନ୍ କରିପାରନ୍ତି। ଏହାଦ୍ୱାରା ଡାହାଣ ଓ ବାମ ହାତୀ ଓପନିଂ କମ୍ବିନେଶନ୍ ମଧ୍ୟ କାଏମ ରହିବ। ନିକଟରଆ ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରି ଈଶାନ୍ ୫୬ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ। ଏଭଳି ସ୍ଥିତିରେ ରୋହିତଙ୍କ ସହ ଈଶାନଙ୍କୁ ଓପନ୍ କରୁଥିବାର ଦେଖିବାକୁ ମିଳିପାରେ।

ଡି’କକ୍ ଓ ରୋହିତଙ୍କ ଓପନିଂ ଯୋଡ଼ି ଗତ ସଂସ୍କରଣରେ ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ତେବେ କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବା ପରେ ଡି’କକ୍ ମୁମ୍ବାଇ ପକ୍ଷରୁ ବାକି ମ୍ୟାଚ୍ ଗୁଡ଼ିକରେ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଚେନ୍ନାଇ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଚଳିତ ସଂସ୍କରଣର ସବୁଯାକ ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ତେବେ ଏଥର ସବୁ ଟିମ୍ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ। ଅର୍ଥାତ ଚଳିତଥର ହୋମ୍ ଓ ଆୱେ ମ୍ୟାଚ୍ ହେବ ନାହିଁ।

The post ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ୍‌ରୁ ଷ୍ଟାର୍ ଓପ୍ନର ଆଉଟ୍ appeared first on Odisha Reporter.

]]>
IPL 2021, left bottom 2021-04-09 17:06:46 https://cdn.odishareporter.in/wp-content/uploads/2021/04/09170434/De-cock.jpg
୭ ବର୍ଷ ପରେ ମିଳିଲା ଆଇପିଏଲ୍ ଜର୍ସି, ଧୋନିଙ୍କୁ କହିଲେ ଏମିତି କଥା https://odishareporter.in/sports/cricket/cheteshwar-pujara-reacts-on-after-recieved-csk-jersey-to-captain-ms-dhoni-633624 Wed, 07 Apr 2021 16:27:41 +0000 https://odishareporter.in/?p=633624

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ପାଇଁ କଠିନ ପରିଶ୍ରମ କରୁଛନ୍ତି ଚେତେଶ୍ୱର ପୂଜାରା। ବୁଧବାର ପୂଜାରାଙ୍କ ପାଇଁ ଥିଲା ବହୁତ ଖାସ୍ ଦିନ। କାରଣ ତାଙ୍କୁ ଆଇପିଏଲ ପାଇଁ ମିଳିଛି ଚେନ୍ନାଇ ସୁପର୍ କିଙ୍ଗସର ଜର୍ସି। ପୂଜାରାଙ୍କୁ ଏହି ଜର୍ସି ଆଉ କେହି ନୁହନ୍ତି ବରଂ ଖୋଦ୍ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦେଇଛନ୍ତି। ଏହି ଅବସରରେ ଧୋନିଙ୍କ ସହ ଟିମର ମୁଖ୍ୟ କୋଚ୍‌ ଷ୍ଟିଫେନ୍ ଫ୍ଲେମିଂ ଉପସ୍ଥିତ ଥିଲେ। ଧୋନିଙ୍କଠାରୁ […]

The post ୭ ବର୍ଷ ପରେ ମିଳିଲା ଆଇପିଏଲ୍ ଜର୍ସି, ଧୋନିଙ୍କୁ କହିଲେ ଏମିତି କଥା appeared first on Odisha Reporter.

]]>

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ପାଇଁ କଠିନ ପରିଶ୍ରମ କରୁଛନ୍ତି ଚେତେଶ୍ୱର ପୂଜାରା। ବୁଧବାର ପୂଜାରାଙ୍କ ପାଇଁ ଥିଲା ବହୁତ ଖାସ୍ ଦିନ। କାରଣ ତାଙ୍କୁ ଆଇପିଏଲ ପାଇଁ ମିଳିଛି ଚେନ୍ନାଇ ସୁପର୍ କିଙ୍ଗସର ଜର୍ସି। ପୂଜାରାଙ୍କୁ ଏହି ଜର୍ସି ଆଉ କେହି ନୁହନ୍ତି ବରଂ ଖୋଦ୍ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦେଇଛନ୍ତି। ଏହି ଅବସରରେ ଧୋନିଙ୍କ ସହ ଟିମର ମୁଖ୍ୟ କୋଚ୍‌ ଷ୍ଟିଫେନ୍ ଫ୍ଲେମିଂ ଉପସ୍ଥିତ ଥିଲେ।

ଧୋନିଙ୍କଠାରୁ ଜର୍ସି ପାଇବା ପରେ ନିଜର ଟ୍ୱିଟର ଆକାଉଣ୍ଟରେ ପୂଜାରା ଫଟୋ ଶେଆର୍ କରିଛନ୍ତି। ଧୋନିଙ୍କ ହାତରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଜର୍ସି ପାଇଥିବାରୁ ପୂଜାରା ଏହାକୁ ବହୁତ ଖାସ୍ କହିଛନ୍ତି। ପୂଜାରା ଟ୍ୱିଟୋ କରି ଲେଖିଛନ୍ତି, ଧୋନି ଭାଇଙ୍କଠାରୁ ଟିମର ଅଫିସିଆଲ୍ କିଟ୍ ମିଳିବା ଦ୍ୱାରା ମୁଁ ବହୁତ ଉତ୍ସାହିତ ଓ ନିଜକୁ ସମ୍ମାନିତ ମନେ କରୁଛି। ଆଶା କରୁଛି ଆଇପିଏଲର ଏହି ସିଜନ୍ ଭଲ ହେବ।

ସୂଚନାଯୋଗ୍ୟ, ଆଇପିଏଲ୍-୨୦୨୧ର ଅକ୍ସନରେ ଚେନ୍ନାଇ ସୁପର୍ କିଙ୍ଗସ୍ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା। ପୂଜାରା ୭ ବର୍ଷ ଆଇପିଏଲ୍ ଖେଳିବେ। ପୂଜାରାଙ୍କୁ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଏ। କିନ୍ତୁ ଖୋଦ ପୂଜାରା କହନ୍ତି ଯେ ସେ ଟି-୨୦ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ।

ଚଳିତ ଆଇପିଏଲ ପାଇଁ ପୂଜାରା ନେଟରେ ଲଗାତର ଝାଳ ବୁହାଉଛନ୍ତି। ପୂଜାରା ନିଜର ବ୍ୟାଟିଂ ଷ୍ଟାନ୍ସରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ପୂଜାରା ନିଜ ବ୍ୟାଟର ବ୍ୟାକଲିଫ୍ଟକୁ ଅଧିକ ବଢ଼ାଇଛନ୍ତି ଏବଂ ଲମ୍ବା ଲମ୍ବା ଛକା ମାରିବାକୁ ପ୍ରୟାସ କରୁଛନ୍ତି।

ଶେଷଥର ପାଇଁ ପୂଜାରା ୨୦୧୦ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୧, ୨୦୧୨ ଓ ୨୦୧୩ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପକ୍ଷରୁ ଖେଳିଥିଲେ। ୨୦୧୪ରେ ପୂଜାରା ଶେଷଥର ପାଇଁ ପଞ୍ଜାବ ପକ୍ଷରୁ ଖେଳିଥିଲେ। ଫଳରେ ପୂଜାରା ୭ ବର୍ଷ ପରେ କୌଣସି ଆଇପିଏଲ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି।

ପୂଜାରା ଆଇପିଏଲରେ ୩୦ ମ୍ୟାଚ୍ ଖେଳି ୩୯୧ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କର ୨୦.୫୨ ଆଭରେଜ୍ ଓ ଷ୍ଟ୍ରାଇକରେଟ୍ ୯୯.୭୪ ରହିଛି। ଆଇପିଏଲରେ ତାଙ୍କର ସର୍ବୋଚ୍ଚ ସ୍କୋର ୫୧ ରହିଛି। ପୂଜାରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଅଛନ୍ତି, କିନ୍ତୁ ସୀମିତ ଓଭର ଫର୍ମାଟରେ ସେ ଟିମରୁ ବାହାରେ ଅଛନ୍ତି।

The post ୭ ବର୍ଷ ପରେ ମିଳିଲା ଆଇପିଏଲ୍ ଜର୍ସି, ଧୋନିଙ୍କୁ କହିଲେ ଏମିତି କଥା appeared first on Odisha Reporter.

]]>
IPL 2021, left bottom 2021-04-07 21:58:23 https://cdn.odishareporter.in/wp-content/uploads/2021/04/07215049/pujara.jpg
ଆଇପିଏଲ୍‌ ପୂର୍ବରୁ RCBକୁ ପୁଣି ଝଟ୍‌କା, ଆଉ ଜଣେ କ୍ରିକେଟର୍‌‌ଙ୍କୁ କରୋନା https://odishareporter.in/sports/cricket/rcb-s-daniel-sams-tests-positive-for-covid-19-633440 Wed, 07 Apr 2021 06:19:57 +0000 https://odishareporter.in/?p=633440

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ୍‌ ସିଜିନ-୧୪। ତେବେ ଫଟାଫଟା ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ଗୋଟିଏ ପରେ ଗୋଟିଏ ସଙ୍କଟ ଦେଖାଦେଉଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରକୁ ଲାଗିଛି ପୁଣି ଆଉ ଏକ ଝଟ୍‌କା। ଆର୍‌ସିବି ଟିମ୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଆର୍‌ସିବି ତା’ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛି।  ଆରସିବି ଓପନର୍ ଦେବଦତ୍ତ ପାଦିକ୍କାଲଙ୍କ ପରେ ଦ୍ୱିତୀୟ ଖେଳାଳି […]

The post ଆଇପିଏଲ୍‌ ପୂର୍ବରୁ RCBକୁ ପୁଣି ଝଟ୍‌କା, ଆଉ ଜଣେ କ୍ରିକେଟର୍‌‌ଙ୍କୁ କରୋନା appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ୍‌ ସିଜିନ-୧୪। ତେବେ ଫଟାଫଟା ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ହିଁ ଗୋଟିଏ ପରେ ଗୋଟିଏ ସଙ୍କଟ ଦେଖାଦେଉଛି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋରକୁ ଲାଗିଛି ପୁଣି ଆଉ ଏକ ଝଟ୍‌କା।

ଆର୍‌ସିବି ଟିମ୍‌ ଖେଳାଳି ଡାନିଏଲ୍‌ ସାମ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଆର୍‌ସିବି ତା’ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦେଇଛି।  ଆରସିବି ଓପନର୍ ଦେବଦତ୍ତ ପାଦିକ୍କାଲଙ୍କ ପରେ ଦ୍ୱିତୀୟ ଖେଳାଳି ହେଉଛନ୍ତି ଡାନିଏଲ୍ ସାମ୍ସ, ଯିଏ କରୋନା ପଜିଟିଭ ଚିହ୍ନଟ  ହୋଇଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଆସୋଲେସନରେ ରଖାଯାଇଛି।

ଯେତେବଳେ ଡାନିଏଲ୍‌ ହୋଟେଲରେ ପହଞ୍ଚିଥିଲେ, ସେଠାରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।

ଡାନିଏଲ୍‌ ସାମ୍ସ ଅଷ୍ଟ୍ରେଲିଆ ତରଫରୁ ୪ଟି ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ଏଥିସହିତ ଦିଲ୍ଲୀ କାପିଟାଲ୍ସ ପାଇଁ ମଧ୍ୟ ସେ ତିନୋଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଚଳିତ ବର୍ଷ ଦିଲ୍ଲୀ କାପିଟାଲ୍ସ ସାମ୍ସଙ୍କୁ ରିଲିଜ କରିଥିଲା ଏହାପରେ ଆରସିବି ତାଙ୍କୁ ନିଲାମରେ କିଣିଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ୯ ଏପ୍ରିଲରେ ଆଇପିଏଲ୍‌ ମହାସମର ଆରମ୍ଭ ହେବ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଓ ବାଙ୍ଗଲୋର ମୁହାଁମୁହିଁ ହେବେ। ଚେନ୍ନାଇରେ ଏହି ମ୍ୟାଚ୍‌ ଖେଳାଯିବ।

The post ଆଇପିଏଲ୍‌ ପୂର୍ବରୁ RCBକୁ ପୁଣି ଝଟ୍‌କା, ଆଉ ଜଣେ କ୍ରିକେଟର୍‌‌ଙ୍କୁ କରୋନା appeared first on Odisha Reporter.

]]>
IPL 2021, left bottom 2021-04-07 15:54:41 https://cdn.odishareporter.in/wp-content/uploads/2021/04/07114903/RCB.jpg
‘ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳିନଥାନ୍ତେ, ତାହେଲେ ଆତଙ୍କବାଦୀ ହୋଇଥାନ୍ତେ’ https://odishareporter.in/sports/cricket/bangladeshi-author-taslima-nasreen-controversial-for-her-stern-words-against-moeen-ali-633288 Tue, 06 Apr 2021 13:20:05 +0000 https://odishareporter.in/?p=633288

ନୂଆଦିଲ୍ଲୀ: ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରୀନ୍ ନିଜର ଲେଖା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ମୋଇନ୍ ଅଲୀଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିକଟରେ ମୋଇନଙ୍କର ଏକ ଭିଡିଓ ଭିଡିଓ ଜାରି ହୋଇଥିଲା। ଯାହାକୁ ନେଇ ତସଲିମା ଟ୍ୱିଟ୍‌ କରି ଲେଖିଛନ୍ତି, ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳୁନଥାନ୍ତେ, ତାହେଲେ ସେ ସିରିୟା ଯାଇ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ସହ ଯୋଗ ଦେଇଥାନ୍ତେ। ତସଲିମାଙ୍କ ଏହି ଟ୍ୱିଟ୍ […]

The post ‘ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳିନଥାନ୍ତେ, ତାହେଲେ ଆତଙ୍କବାଦୀ ହୋଇଥାନ୍ତେ’ appeared first on Odisha Reporter.

]]>

ନୂଆଦିଲ୍ଲୀ: ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରୀନ୍ ନିଜର ଲେଖା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ମୋଇନ୍ ଅଲୀଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ନିକଟରେ ମୋଇନଙ୍କର ଏକ ଭିଡିଓ ଭିଡିଓ ଜାରି ହୋଇଥିଲା। ଯାହାକୁ ନେଇ ତସଲିମା ଟ୍ୱିଟ୍‌ କରି ଲେଖିଛନ୍ତି, ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳୁନଥାନ୍ତେ, ତାହେଲେ ସେ ସିରିୟା ଯାଇ ଆତଙ୍କୀ ସଂଗଠନ ଆଇଏସଆଇଏସ୍ ସହ ଯୋଗ ଦେଇଥାନ୍ତେ।

ତସଲିମାଙ୍କ ଏହି ଟ୍ୱିଟ୍ ପରେ ତାଙ୍କୁ ୟୁଜରମାନେ ଖୁବ୍ ସମାଲୋଚନା କରିଛନ୍ତି। ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ତସଲିମାଙ୍କୁ କଡ଼ା ଜବାବ ଦେଇଛନ୍ତି। ଆର୍ଚର୍ ଟ୍ୱିଟ୍ କରି କହିଛନ୍ତି, ତୁମେ ଠିକ୍ ଅଛ ତ? ମୋତେ କାଇଁ ଲାଗୁନି ତମେ ଠିକ୍ ଅଛ। ଆଉ କିଛି ୟୁଜର୍ ମଧ୍ୟ ତସଲିମାଙ୍କୁ ମନ ଇଚ୍ଛା ଶୁଣାଇଛନ୍ତି।

ତେବେ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ତସଲିମା ଆଉଏକ ଟ୍ୱିଟ୍ କରି ସଫେଇ ଦେଇଛନ୍ତି। ତସଲିମା କହିଛନ୍ତି, ଘୃଣା ଭାବନା ସୃଷ୍ଟି କରୁଥିବା ଲୋକେ ଭଲଭାବେ ଜାଣନ୍ତି ଯେ ମୋଇନଙ୍କ ପ୍ରତି ମୋର ଟ୍ୱିଟ୍ ବ୍ୟଙ୍ଗ ଥିଲା। କିନ୍ତୁ ମୋତେ ବଦନାମ କରିବା ପାଇଁ ଏହାକୁ ଏକ ମୁଦ୍ଦା କରାଯାଇଛି। କାରଣ ମୁଁ ମୁସଲିମ୍ ସମାଜରେ ଧର୍ମନିରପେକ୍ଷ ବିସ୍ତାର କରିବାକୁ ଚାହେଁ। ମୁଁ ଇସଲାମ ଧର୍ମାନ୍ଧତାକୁ ବିରୋଧ କରେ। ମାନବଜାତିର ସବୁଠାରୁ ବଡ଼ ସମସ୍ୟା ହେଉଛି କି ମହିଳାଙ୍କ ସମର୍ଥକ କୁହାଯାଉଥିବା ବାମପନ୍ଥୀ ମଧ୍ୟ ମହିଳା ବିରୋଧୀ ଇସଲାମିକ ଲୋକଙ୍କର ସମର୍ଥନ କରନ୍ତି।

ଚଳିତ ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସ ଟିମର ଜର୍ସିରେ ଲାଗିଥିବା ବିୟର ଲୋଗୋ ହଟାଇବାକୁ ମୋଇନ୍ ମ୍ୟାନେଜମେଣ୍ଟକୁ ଅନୁରୋଧ କରିଥିଲେ। ଯାହା ପରେ ଫ୍ରାଞ୍ଚାଇଜି ତାଙ୍କ ଜର୍ସିରୁ ଲୋଗୋ ହଟାଇ ଦେଇଥିଲା। ମୋଇନ୍ ସାରା ଦୁନିଆରେ କ୍ରିକେଟ୍‌ ଖେଳନ୍ତି। ହେଲେ କେବେବି ମଦ ବ୍ରାଣ୍ଡର ପ୍ରମୋସନ କରନ୍ତି ନାହିଁ।

 

ଚଳିତ ଆଇପିଏଲରେ ମୋଇନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ଏହା ପୂର୍ବରୁ ସେ ଆରସିବି ଟିମ୍ ପକ୍ଷରୁ ଖେଳୁଥିଲେ। ଫ୍ରାଞ୍ଚାଇଜି ତାଙ୍କୁ ରିଲିଜ୍ କରିଥିଲା। ଚଳିତ ଆଇପିଏଲ୍ ନିଲାମରେ ଚେନ୍ନାଇ ମୋଇନଙ୍କୁ ୭ କୋଟି ଟଙ୍କାରେ କିଣିଥିଲା।

ସିଏସକେ ଟିମ୍ ସହ ଯୋଗ ଦେବା ପରେ ମୋଇନ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ମୋଇନ୍ କହିଛନ୍ତି, ‘ଅଧିକାଂଶ କ୍ରିକେଟର୍ ଧୋନିଙ୍କ ନେତୃତ୍ୱରେ ଖେଳିବାକୁ ଚାହାନ୍ତି। କାରଣ ଧୋନି ଖେଳାଳିଙ୍କ ଖେଳରେ ସୁଧାର ଆଣିବାରେ ସହାୟତା କରନ୍ତି। ଧୋନିଙ୍କ ନେତୃତ୍ୱରେ ଖେଳିଥିବା ଅଧିକାଂଶ ଖେଳାଳିଙ୍କ ସହ ମୁଁ କଥା ହୋଇଛି ଏବଂ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଯେ ଧୋନି କିପରି ଜଣେ ଖେଳାଳିଙ୍କ ଖେଳକୁ ସୁଧାର କରନ୍ତି। ମୋ ମତରେ ଜଣେ ମହାନ୍ କ୍ୟାପଟେନ୍ ହିଁ ଏଭଳି କରିପାରିବେ।’

The post ‘ଯଦି ମୋଇନ୍ ଅଲୀ କ୍ରିକେଟ୍ ଖେଳିନଥାନ୍ତେ, ତାହେଲେ ଆତଙ୍କବାଦୀ ହୋଇଥାନ୍ତେ’ appeared first on Odisha Reporter.

]]>
IPL 2021, left top 2021-04-06 20:56:07 https://cdn.odishareporter.in/wp-content/uploads/2021/04/06184945/moeen-ali.jpg
ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପ୍ରମୁଖ ସଦସ୍ୟଙ୍କୁ କରୋନା https://odishareporter.in/sports/cricket/mumbai-indians-talent-scout-kiran-more-has-tested-positive-for-coronavirus-633244 Tue, 06 Apr 2021 10:55:16 +0000 https://odishareporter.in/?p=633244

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାରି ଭିତରେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ କରୋନା ଭାଇରସର ଏଣ୍ଟ୍ରୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମର ୱିକେଟକିପିଂ ପରାମର୍ଶଦାତା କିରନ୍ ମୋରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋରେଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ସେ ଏବେ ଆଇସୋଲେସନରେ ଅଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି, […]

The post ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପ୍ରମୁଖ ସଦସ୍ୟଙ୍କୁ କରୋନା appeared first on Odisha Reporter.

]]>

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାରି ଭିତରେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ କରୋନା ଭାଇରସର ଏଣ୍ଟ୍ରୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମର ୱିକେଟକିପିଂ ପରାମର୍ଶଦାତା କିରନ୍ ମୋରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋରେଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ସେ ଏବେ ଆଇସୋଲେସନରେ ଅଛନ୍ତି।

ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି, ମୋରେଙ୍କ ଭିତରେ କୌଣସି ନାହିଁ ଏବଂ ସେ ନିଜକୁ ଆଇସୋଲେଟ୍ କରି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଓ କିରନ ମୋରେ ବିସିସିଆଇ ହେଲଥ୍ ଗାଇଡଲାଇନର ପୂରା ଅନୁପାଳନ କରୁଛି। ମୁମ୍ବାଇର ମେଡିକାଲ୍ ଟିମ୍ ମୋରେଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ତା’ର ଫ୍ୟାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛି।

ଏହା ପୂର୍ବରୁ ଶନିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ୧୦ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ମଧ୍ୟ ଆଉ ତିନିଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। କେବଳ ଗ୍ରାଉଣ୍ଡ ଷ୍ଟାଫ୍ ନୁହନ୍ତି, କ୍ରିକେଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟର୍ ଅକ୍ଷର ପଟେଲ, ନୀତୀଶ ରାଣା ଓ ଦେବଦତ୍ତ ପାଡିକଲ ପଜିଡିଭ୍ ଚିହ୍ନଟ ହୋଇଛନ୍ତି। ପାଡିକଲ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣର ଉଦଘାଟନୀ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଏହି ମ୍ୟାଚ୍ ଏପ୍ରିଲ୍ ୯ ତାରିଖରେ ଚେନ୍ନାଇରେ ଖେଳାଯିବ।

ସୂଚନାଯୋଗ୍ୟ, ଦେଶରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ଦୈନିକ ପାଖାପାଖି ୫୦ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୪୭,୨୮୮ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷକରି ରାଜଧାନୀ ମୁମ୍ବାଇର ସ୍ଥିତି ଅଧିକ ସାଙ୍ଘାତିକ ରହିଛି। କରୋନା ମାମଲା ଲଗାତର ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ୱିକେଣ୍ଡ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି।

The post ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପ୍ରମୁଖ ସଦସ୍ୟଙ୍କୁ କରୋନା appeared first on Odisha Reporter.

]]>
IPL 2021, left bottom 2021-04-06 16:25:16 https://cdn.odishareporter.in/wp-content/uploads/2021/04/06162313/Rohit-sharma.jpg
‘ଶାହରୁଖ୍ ଖାନଙ୍କ ଭିତରେ ପୋଲାର୍ଡଙ୍କ ଝଲକ’ https://odishareporter.in/sports/cricket/anil-kumble-feels-shahrukh-khan-plays-like-kieron-pollard-633074 Mon, 05 Apr 2021 16:40:35 +0000 https://odishareporter.in/?p=633074

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରକୁ ଆଉ କେଇଟା ଦିନ ବାକି ରହିଲା। ଚଳିତ ଆଇପିଏଲରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେହି ନୂଆ ତାରକାଙ୍କ ଭିତରେ ଅଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମରେ ସାମିଲ୍‌ ହୋଇଥିବା ଶାହରୁଖ୍ ଖାନ୍। ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସାରେ ପୋତିଛନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଅପରେସନ୍ ଅନୀଲ୍ କୁମ୍ବଲେ। କୁମ୍ବଲେ ଶାହରୁଖଙ୍କ ଭିତରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଝଲକ ଦେଖିବାକୁ ପାଇଛନ୍ତି। […]

The post ‘ଶାହରୁଖ୍ ଖାନଙ୍କ ଭିତରେ ପୋଲାର୍ଡଙ୍କ ଝଲକ’ appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରକୁ ଆଉ କେଇଟା ଦିନ ବାକି ରହିଲା। ଚଳିତ ଆଇପିଏଲରେ କିଛି ନୂଆ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେହି ନୂଆ ତାରକାଙ୍କ ଭିତରେ ଅଛନ୍ତି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମରେ ସାମିଲ୍‌ ହୋଇଥିବା ଶାହରୁଖ୍ ଖାନ୍। ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସାରେ ପୋତିଛନ୍ତି କିଙ୍ଗସ୍ ଇଲେଭେନ ପଞ୍ଜାବ ଟିମର ଡାଇରେକ୍ଟର ଅଫ୍ କ୍ରିକେଟ୍ ଅପରେସନ୍ ଅନୀଲ୍ କୁମ୍ବଲେ। କୁମ୍ବଲେ ଶାହରୁଖଙ୍କ ଭିତରେ ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ ଝଲକ ଦେଖିବାକୁ ପାଇଛନ୍ତି।

କିଙ୍ଗସ୍ ଇଲେଭେନ୍ ପକ୍ଷରୁ ଜାରି ଏକ ଭିଡିଓରେ କୁମ୍ବଲେ କହିଛନ୍ତି, ଶାହରୁଖ୍ ଖାନଙ୍କ ଭିତରେ ମୋତେ କିଛିଟା ପୋଲାର୍ଡଙ୍କ ଝଲକ ଦେଖିବାକୁ ପାଇଛି। କାରଣ ଯେତେବେଳେ ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲି, ସେତେବେଳେ ପୋଲାର୍ଡ ନେଟ୍ସରେ ବହୁତ ବିପଜ୍ଜନକ ଥିଲେ। ମୁଁ ନେଟ୍ସରେ ପୋଲାର୍ଡ ବୋଲିଂ କରୁଥିଲି। ଯେହେତୁ ପୋଲାର୍ଡ ଅଧିକ ସିଧା ଶଟ୍‌ ମାରନ୍ତି, ତେଣୁ ମୁଁ ତାଙ୍କୁ ସିଧା ଶଟ୍ ମାରିବାକୁ ମନା କରୁଥିଲି। କାରଣ ସିଧା ଶଟ୍ ଆସୁଥିବା ବଲକୁ ଧରିବା ପାଇଁ ମୋ ଶରୀର ସାଥ୍ ଦେଉନଥିଲା। ତେଣୁ ମୁଁ ପୋଲାର୍ଡଙ୍କ ସିଧା ଶଟକୁ ଧରିବାକୁ ମନା କରିଦେଇଥିଲି। ଏବେ ଶାହରୁଖ୍ ମଧ୍ୟ ନେଟ୍ସରେ ସେହିଭଳି ଶଟ୍ ଖେଳୁଛନ୍ତି। ତେଣୁ ଶାହରୁଖ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାଙ୍କୁ ମଧ୍ୟ ନେଟରେ ବେଶୀ ବୋଲିଂ କରିବି ନାହିଁ ବୋଲି ମନସ୍ଥ କରିଛି।

କୁମ୍ବଲେଙ୍କ ଠାରୁ ଏଭଳି ପ୍ରଶଂସା ଶୁଣି ଶାହରୁଖ ବହୁତ ଖୁସି ହୋଇଛନ୍ତି। ସେ କହିଛନ୍ତି, କୁମ୍ବଲେଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କଠାରୁ ଏଭଳି ପ୍ରଶଂସା ଶୁଣିବା ମୋ ପାଇଁ ସମ୍ମାନର କଥା। ମୁଁ ଯେବେବି ସମୟ ପାଏ ପଞ୍ଜାବ ଟିମରେ ଥିବା ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହ କଥା ହୁଏ। ସେମାନଙ୍କଠାରୁ ଖେଳ ସମ୍ବନ୍ଧରେ ମୋତେ ବହୁତ କିଛି ଶିଖିବାକୁ ମିଳେ।

ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ ଶାହରୁଖଙ୍କୁ କିଣିଥିଲା। ଶାହରୁଖ୍ ୨୦୧୪ରେ ତାମିଲନାଡୁ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ରାଜ୍ୟ ଦଳ ପାଇଁ ୩୧ ଟି-୨୦ ମ୍ୟାଚ୍ ଖେଳି ୧୮.୩୧ ହାରରେ ୨୯୩ ରନ୍ କରିଛନ୍ତି। ତେବେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁର ସେମିଫାଇନାଲ୍ ପଥରେ ଶାହରୁଖ ପ୍ରମୁଖ ଭୂମିକା ବହନ କରିଥିଲେ।

The post ‘ଶାହରୁଖ୍ ଖାନଙ୍କ ଭିତରେ ପୋଲାର୍ଡଙ୍କ ଝଲକ’ appeared first on Odisha Reporter.

]]>
IPL 2021, left bottom 2021-04-06 21:29:22 https://cdn.odishareporter.in/wp-content/uploads/2021/04/05220858/shahrukh-khan-and-pollard.jpg
ଆଜିବି ଅତୁଟ ଆଇପିଏଲର ସେହି ୫ ରେକର୍ଡ https://odishareporter.in/sports/cricket/5-records-of-ipl-history-that-will-never-be-broken-633002 Mon, 05 Apr 2021 13:18:33 +0000 https://odishareporter.in/?p=633002

ସାଧାରଣତଃ କ୍ରିକେଟରେ ରେକର୍ଡ ଭାଙ୍ଗିବା ପାଇଁ ହୋଇଥାଏ। ଯେଉଁ ରେକର୍ଡ ଆଜି ହୋଇଛି, ତାହା କେବେ ନା କେବେ ନିଶ୍ଚୟ ଭାଙ୍ଗିବ। କିନ୍ତୁ ଏବେ ଦିନକୁ ଦିନ କ୍ରିକେଟ୍ ଦୁନିଆରେ ଯେଉଁଭଳି ପ୍ରତିଭା ସାମ୍ନାକୁ ଆସୁଛନ୍ତି, ତାକୁ ଦେଖି ଲାଗୁଛି ଯେ କ୍ରିକେଟରେ କୌଣସି ରେକର୍ଡ ତିଷ୍ଠିବା କଷ୍ଟକର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ଅନେକ ରେକର୍ଡ ହୋଇଛି, ଯେଉଁଥିରୁ କିଛି ଭାଙ୍ଗିଥିବା ବେଳେ ଆଉ କିଛି ଭାଙ୍ଗିବା କଷ୍ଟକର। ୨୦୨୧ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ […]

The post ଆଜିବି ଅତୁଟ ଆଇପିଏଲର ସେହି ୫ ରେକର୍ଡ appeared first on Odisha Reporter.

]]>

ସାଧାରଣତଃ କ୍ରିକେଟରେ ରେକର୍ଡ ଭାଙ୍ଗିବା ପାଇଁ ହୋଇଥାଏ। ଯେଉଁ ରେକର୍ଡ ଆଜି ହୋଇଛି, ତାହା କେବେ ନା କେବେ ନିଶ୍ଚୟ ଭାଙ୍ଗିବ। କିନ୍ତୁ ଏବେ ଦିନକୁ ଦିନ କ୍ରିକେଟ୍ ଦୁନିଆରେ ଯେଉଁଭଳି ପ୍ରତିଭା ସାମ୍ନାକୁ ଆସୁଛନ୍ତି, ତାକୁ ଦେଖି ଲାଗୁଛି ଯେ କ୍ରିକେଟରେ କୌଣସି ରେକର୍ଡ ତିଷ୍ଠିବା କଷ୍ଟକର। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରେ ଅନେକ ରେକର୍ଡ ହୋଇଛି, ଯେଉଁଥିରୁ କିଛି ଭାଙ୍ଗିଥିବା ବେଳେ ଆଉ କିଛି ଭାଙ୍ଗିବା କଷ୍ଟକର। ୨୦୨୧ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଏମିତି କିଛି ରେକର୍ଡ ଉପରେ ନଜର ପକାଇବା, ଯାହାକୁ ଭାଙ୍ଗିବା ପାଇଁ ଖେଳାଳିମାନଙ୍କୁ ଅଧିକ ଦମ୍ ଦେଖାଇବାକୁ ପଡ଼ିବ। ଆସନ୍ତୁ ସେହି ରେକର୍ଡ ଗୁଡ଼ିକ ଉପରେ ନଜର ପକାଇବା।

ବିରାଟ୍‌ କୋହଲି

ଗୋଟିଏ ସଂସ୍କରଣରେ ୪ ଶତକ: ବିରାଟ୍ କୋହଲିଙ୍କୁ ଆଧୁନିକ କ୍ରିକେଟରେ ଶ୍ରେଷ୍ଠ କ୍ରିକେଟର୍ କୁାହାଯାଉଛି। ତାଙ୍କ ପାଇଁ ଅନେକ ରେକର୍ଡ ରହିଛି, ଯାହାକୁ ଭାଙ୍ଗିବା ସହଜ ନୁହେଁ। ତେବେ ସେଥିମଧ୍ୟରୁ କିଛି ରେକର୍ଡ ଭବିଷ୍ୟତରେ ଭାଙ୍ଗିପାରେ। କିନ୍ତୁ ଆଇପିଏଲରେ କୋହଲିଙ୍କର ଏମିତି ଏକ ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର ହେବ। ଆଇପିଏଲର ଗୋଟିଏ ସିଜନରେ କୋହଲି ୪ ଶତକ ମାରିବାର ରେକର୍ଡ କରିଛନ୍ତି, ଯାହାକୁ ଭାଙ୍ଗିବା ସହଜ ହେବନି। ୨୦୧୬ରେ କୋହଲି ୧୬ ମ୍ୟାଚ୍ ଖେଳି ୮୧.୦୮ ହାର ଓ ୧୫୨.୦୩ ଷ୍ଟ୍ରାଇକରେଟ୍ ୯୭୩ ରନ୍ କରିଥିଲେ। ଏହି ସିଜନରେ ସେ ୪ଟି ଶତକ ଓ ୭ଟି ଅର୍ଦ୍ଧଶତକ ମାରିଥିଲେ। ବ୍ୟକ୍ତିଭାବେ କୋହଲିଙ୍କର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

କ୍ରିସ୍ ଗେଲ୍

କ୍ରିସ୍ ଗେଲଙ୍କ ୧୭୫*: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର ଟି-୨୦ର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍। ତାଙ୍କୁ ଟି-୨୦ କ୍ରିକେଟର ଅଲ୍ ଟାଇମ୍ ଗ୍ରେଟ୍ ମଧ୍ୟ କୁହାଯାଏ। ସେ ଆଇପିଏଲରେ ବହୁ ସ୍ମରଣୀୟ ଇନିଂସ୍ ଖେଳିଛନ୍ତି। କିନ୍ତୁ ତାଙ୍କର ଏକ ଇନିଂସ୍ ଇତିହାସ ସୃଷ୍ଟି କରିଛି। ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିଥିବା ଗେଲ୍ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷ ମ୍ୟାଚରେ ୧୭୫ ରନର ମାରାଇନ୍ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୩ ଚୌକା ଓ ୧୭ ଛକା ସାମିଲ୍ ଥିଲା। ଏହି ଇନିଂସ୍ ବଳରେ ଆରସିବି ୨୬୩ ରନ୍ କରିଥିଲା, ଯାହା ଆଇପିଏଲ୍ ଇତିହାସର ସର୍ବୋଚ୍ଚ ସ୍କୋର। ୨୦୧୩ର ଏହି ସିଜନରେ ଆରସିବିର ପୂର୍ବତନ ଖେଳାଳି ଗେଲ୍ ଜବରଦସ୍ତ ଫର୍ମରେ ଥିଲେ। ସେ ୧୬ ମ୍ୟାଚରେ ୭୦୮ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ।

କ୍ରିସ୍ ଗେଲ୍ ଓ ପି. ପରମେଶ୍ୱରନ୍

ଗୋଟିଏ ଓଭରରେ ୩୭ ରନ୍: ଅନେକ ସମୟରେ ଗୋଟିଏ ଓଭରରେ ୨୦-୨୫ ରନ୍ ହୋଇଥାଏ। ଏପରିକି ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ ହୋଇପାରିବ। ଯୁବରାଜ ସିଂହ, କାଇରନ୍ ପୋଲାର୍ଡ, ହର୍ସେଲ୍ ଗିବ୍ସ ହିଁ ଗୋଟିଏ ଓଭରରେ ୩୬ ରନ୍ କରିସାରିଛନ୍ତି। ହେଲେ ଗୋଟିଏ ଓଭରରେ ୩୭ ରନ୍ କରିବା ବହୁତ ଖାସ୍। ଏହି ରେକର୍ଡ ହୁଏତ କେବେ ଭାଙ୍ଗି ହେବ ନାହିଁ ୨୦୧୧ ଆଇପିଏଲରେ ଆରସିବି ଓ କୋଚି ଟସ୍କର୍ସ କେରଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗୋଟିଏ ଓଭରରେ ୩୭ ରନ୍ ହୋଇଥିଲା। କୋଚି ଟସ୍କର୍ସର ପ୍ରଶାନ୍ତ ପରମେଶ୍ୱରନଙ୍କ ଏକ ଓଭରରେ କ୍ରିସ୍ ଗେଲ୍ ୩୭ ରନ୍ କରିଥିଲେ। ଗେଲ୍ ଏହି ଓଭରରେ ୩ ଚୌକା, ୪ ଛକା ମାରିଥିଲେ। ଗୋଟିଏ ରନ୍ ନୋ’ ବଲରୁ ଆସିଥିଲା। ମ୍ୟାଚରେ କୋଚି ୧୨୫ ରନ୍ କରିଥିଲା। ଗେଲ୍ ୧୬ ବଲରେ ୪୪ ରନ୍ କରିଥିଲେ। ଏହି ସିଜନରେ ଗେଲ୍ ୧୨ ମ୍ୟାଚରେ ୬୦୮ ରନ୍ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ।

ବିରାଟ୍‌ କୋହଲି ଓ ଏବି ଡିଭିଲିୟର୍ସ

କୋହଲି ଓ ଡି’ଭିଲିୟର୍ସ ମଧ୍ୟରେ ୨୨୯ ରନର ପାର୍ଟନରଶିପ୍: ଆରସିବି ପକ୍ଷରୁ ଖେଳୁଥିବା ବିରାଟ୍ କୋହଲି ଓ ଏବି ଡି’ଭିଲିୟର୍ସ ୨୦୧୬ ଆଇପିଏଲରେ ଗୁଜରାଟ ଲାୟନ୍ସ ବିପକ୍ଷ ମ୍ୟାଚରେ ଚତୁର୍ଥ ୱିକେଟ୍ ପାଇଁ ୨୨୯ ରନର ଭାଗିଦାରୀ କରିଥିଲେ। ଏହା ଆଇପିଏଲରେ କୌଣସି ୱିକେଟ୍ ପାଇଁ ସର୍ବାଧିକ ରନର ପାର୍ଟନରଶିପ୍, ଯାହା ଆଜି ବି ଅତୁଟ ରହିଛି। ଏହି ମ୍ୟାଚରେ କୋହଲି ୧୦୯ ଓ ଡି’ଭିଲିୟର୍ସ ୫୨ ବଲରେ ୧୨୯ ରନର ଇନିଂସ୍ ଖେଳିଥିଲେ। ଆଇପିଏଲରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପାର୍ଟନରଶିପର ରେକର୍ଡ ମଧ୍ୟ କୋହଲି ଓ ଡି’ଭିଲିୟର୍ସ (୨୧୫ ରନ୍)ଙ୍କ ନାମରେ ରହିଛି।

ଅଲଜାରୀ ଜୋସେଫ୍‌

୧୨ ରନ୍ ଦେଇ ୬ ୱିକେଟ୍ (ଅଲଜାରୀ ଜୋସେଫ୍): ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଅଲଜାରୀ ଜୋସେଫ୍ ନିଜର ଡେବ୍ୟୁ ମ୍ୟାଚରେ ୧୨ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ଏହା ଆଇପିଏଲ୍ ଇତିହାସ ସହ କୌଣସି ଡେବ୍ୟୁ ଖେଳାଳିଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ। ୨୦୧୯ ସଂସ୍କରଣର ୧୯ତମ ମ୍ୟାଚରେ ଅଲଜାରୀ ଜୋସେଫ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏହି ଯାଦୁଗରୀ ସ୍ପେଲ୍ ପକାଇ ଥିଲେ। ଉକ୍ତ ମ୍ୟାଚରେ ମୁମ୍ବାଇର ୧୩୬ ରନ୍ ଜବାବରେ ହାଇଦ୍ରାବାଦ ୯୬ ରନରେ ଅଲଆଉଟ୍ ହୋଇଥିଲା। ଏହା ପୂର୍ବରୁ ସୋହେଲ ତନବୀର୍ ଉଦଘାଟନୀ ସିଜନରେ ୧୪ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

The post ଆଜିବି ଅତୁଟ ଆଇପିଏଲର ସେହି ୫ ରେକର୍ଡ appeared first on Odisha Reporter.

]]>
IPL 2021, left bottom 2021-04-05 18:49:22 https://cdn.odishareporter.in/wp-content/uploads/2021/04/05183432/AB-Kohli-and-gayle.jpg
ଚେନ୍ନାଇ ସୁପର କିଙ୍ଗସକୁ ଝଟକା, ମ୍ୟାଚ ପୂର୍ବରୁ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ https://odishareporter.in/sports/cricket/csk-team-member-tested-covid-positive-632566 Sat, 03 Apr 2021 16:54:51 +0000 https://odishareporter.in/?p=632566

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଆଇପିଏଲ୍‌ର ନୂଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଶନିବାର ଏକଥା ଜଣାପଡ଼ିଛି। ତେବେ ଦଳର ଅନ୍ୟ କୌଣସି ସଦସ୍ୟ, କୋଚିଂ ଷ୍ଟାଫ୍‌  କିମ୍ବା ଖେଳାଳି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇ ସୁପର କିଙ୍ଗ୍ସର କଣ୍ଟେଟ୍ ଟିମ୍‌ର ସଦସ୍ୟ ବୋଲି ଜଣାପଡ଼ିଛି। ଏହି ବ୍ୟକ୍ତି ଜଣଙ୍କ ଟିମ୍‌ର କୌଣସି ଖେଳାଳି କିମ୍ୱା କୋଚିଂ ଷ୍ଟାଫଙ୍କ […]

The post ଚେନ୍ନାଇ ସୁପର କିଙ୍ଗସକୁ ଝଟକା, ମ୍ୟାଚ ପୂର୍ବରୁ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>

ନୂଆଦିଲ୍ଲୀ: ଚଳିତ ମାସ ୯ ତାରିଖରୁ ଆଇପିଏଲ୍‌ର ନୂଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି। ଶନିବାର ଏକଥା ଜଣାପଡ଼ିଛି। ତେବେ ଦଳର ଅନ୍ୟ କୌଣସି ସଦସ୍ୟ, କୋଚିଂ ଷ୍ଟାଫ୍‌  କିମ୍ବା ଖେଳାଳି ଏଥିରେ ଆକ୍ରାନ୍ତ ହୋଇ ନାହାନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଚେନ୍ନାଇ ସୁପର କିଙ୍ଗ୍ସର କଣ୍ଟେଟ୍ ଟିମ୍‌ର ସଦସ୍ୟ ବୋଲି ଜଣାପଡ଼ିଛି।

ଏହି ବ୍ୟକ୍ତି ଜଣଙ୍କ ଟିମ୍‌ର କୌଣସି ଖେଳାଳି କିମ୍ୱା କୋଚିଂ ଷ୍ଟାଫଙ୍କ ସଂସ୍ପର୍ଶରେ ଆସିନଥିଲେ। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ହେଲେ କୋଭିଡ୍ ପ୍ରୋଟୋକଲ ଅନୁଯାୟୀ ସମସ୍ତ ଖେଳାଳି ରହିଛନ୍ତି। ସମସ୍ତେ ସୁରକ୍ଷିତ ଏବଂ ପୂର୍ବପରି ଅଭ୍ୟାସ ଜାରି ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ଖେଳାଳିଙ୍କୁ ସୁରକ୍ଷିତ କରିବାକୁ ଯାଇ ସମସ୍ତ ପ୍ରୋଟୋକଲ ଗୁଡିକୁ କଡାକଡି ଭାବରେ ପାଳନ କରାଯାଉଛି।

ଚଳିତ ବର୍ଷ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏହାର ପ୍ରଥମ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଖେଳିବ। ଏହି ମ୍ୟାଚ୍ ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଆଇପିଏଲ୍ ୨୦୨୦ ୟୁଏଇରେ ଆୟୋଜିତ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଖରାପ ପ୍ରଦର୍ଶନ କରିଥିଲା।

The post ଚେନ୍ନାଇ ସୁପର କିଙ୍ଗସକୁ ଝଟକା, ମ୍ୟାଚ ପୂର୍ବରୁ ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ appeared first on Odisha Reporter.

]]>
chennai, IPL 2021, left bottom 2021-04-03 22:48:45 https://cdn.odishareporter.in/wp-content/uploads/2021/04/03222348/csk.jpg
IPL ପୂର୍ବରୁ ଦିଲ୍ଲୀକୁ ଝଟ୍‌କା, କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ କ୍ରିକେଟର୍‌ https://odishareporter.in/sports/cricket/delhi-capitals-all-rounder-axar-patel-tests-covid-19-positive-632414 Sat, 03 Apr 2021 09:09:34 +0000 https://odishareporter.in/?p=632414

ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍‌-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍‌କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା […]

The post IPL ପୂର୍ବରୁ ଦିଲ୍ଲୀକୁ ଝଟ୍‌କା, କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ କ୍ରିକେଟର୍‌ appeared first on Odisha Reporter.

]]>

ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍‌-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍‌କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।

କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍‌ର ବ୍ୟାଟ୍‌ସ ମ୍ୟାନ୍‌ ନୀତିଶ ରାଣା କରୋନାରେ ଆକ୍ରାନ୍ତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ। ତେବେ ଏପ୍ରିଲ ୧୦ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ। ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ ପରସ୍ପର ମୁହାଁମୁହିଁ ହେବେ।

The post IPL ପୂର୍ବରୁ ଦିଲ୍ଲୀକୁ ଝଟ୍‌କା, କରୋନାରେ ଆକ୍ରାନ୍ତ ହେଲେ ଆଉ ଜଣେ କ୍ରିକେଟର୍‌ appeared first on Odisha Reporter.

]]>
covid19, Cricket, IPL 2021, left bottom 2021-04-03 14:39:34 https://cdn.odishareporter.in/wp-content/uploads/2021/04/03143846/Axar-patel.jpg
ଆଇପିଏଲ୍ ପରେ କ୍ରିକେଟକୁ ଅଲବିଦା କହିବେ ଷ୍ଟାର୍ କ୍ରିକେଟର୍! https://odishareporter.in/sports/cricket/ipl-2021-may-be-final-season-for-4-these-senior-players-632294 Fri, 02 Apr 2021 16:22:12 +0000 https://odishareporter.in/?p=632294

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣର ଶୁଭାରମ୍ଭ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମେ’ ୩୦ ତାରିଖରେ ଖେଳାଯିବ। ଚଳିତ ବର୍ଷ ମଧ୍ୟ ଆଇପିଏଲରେ ଅନେକ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ଏହାସହ ଚଳିତ ସିଜନ୍ କିଛି ପୁରୁଣା ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଆସନ୍ତୁ ଜାଣିବା, କେଉଁ କ୍ରିକେଟର ଚଳିନ୍ ସିଜନ୍ ପରେ ଅବସର […]

The post ଆଇପିଏଲ୍ ପରେ କ୍ରିକେଟକୁ ଅଲବିଦା କହିବେ ଷ୍ଟାର୍ କ୍ରିକେଟର୍! appeared first on Odisha Reporter.

]]>

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣର ଶୁଭାରମ୍ଭ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମେ’ ୩୦ ତାରିଖରେ ଖେଳାଯିବ। ଚଳିତ ବର୍ଷ ମଧ୍ୟ ଆଇପିଏଲରେ ଅନେକ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ଏହାସହ ଚଳିତ ସିଜନ୍ କିଛି ପୁରୁଣା ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ। ଆସନ୍ତୁ ଜାଣିବା, କେଉଁ କ୍ରିକେଟର ଚଳିନ୍ ସିଜନ୍ ପରେ ଅବସର ନେଇପାରନ୍ତି।

ମହେନ୍ଦ୍ର ସିଂ ଧୋନି (ଫାଇଲ୍ ଫଟୋ)

ମହେନ୍ଦ୍ର ସିଂ ଧୋନି: ୩୯ ବର୍ଷୀୟ ଧୋନି ଚଳିତ ସଂସ୍କରଣ ଖେଳିବାକୁ ଯାଉଛନ୍ତି। ସେ ଏକମାତ୍ର ଖେଳାଳି, ଯିଏ ପ୍ରତି ସିଜନରେ ନିଜର ଟିମର ନେତୃତ୍ୱ ନେଇଛନ୍ତି। ଆଇପିଏଲର ପ୍ରଥମ ସଂସ୍କରଣରୁ ସେ ଚେନ୍ନାଇ ସୁପର୍ କିଙ୍ଗସ୍ ସହ ଯୋଡ଼ି ହୋଇ ରହିଛନ୍ତି। ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଧୋନିଙ୍କ ପାଇଁ ଆଇପିଏଲ୍-୨୦୨୧ ଶେଷ ହୋଇପାରେ। ଅର୍ଥାତ୍ ଆସନ୍ତାବର୍ଷଠାରୁ ଧୋନିଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିନପାରେ। ଧୋନି ନିଜ ଟିମକୁ ଚତୁର୍ଥଥର ଚାମ୍ପିୟନ୍ କରାଇ ବିଦାୟ ନେବାକୁ ଚାହିଁବେ। ଧୋନି ୨୦୪ ମ୍ୟାଚରେ ୪୧ ହାରରେ ୪୬୩୨ ରନ୍ କରିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ୍ ୧୩୬.୮ ରହିଛି। ତାଙ୍କ ନାଁରେ ୨୩ ଅର୍ଦ୍ଧଶତକ ରହିଛି। ୱିକେଟକିପର ଭାବେ ଧୋନି ୧୧୩ କ୍ୟାଚ୍, ୩୯ ଷ୍ଟମ୍ପିଂ ଓ ୨୧ ରନ୍ ଆଉଟ୍ କରିଛନ୍ତି।

କ୍ରିସ୍ ଗେଲ୍ (ଫାଇଲ୍ ଫଟୋ)

କ୍ରିସ୍ ଗେଲ୍: ୪୧ ବର୍ଷୀୟ କ୍ରିସ୍ ଗେଲଙ୍କ ପାଇଁ ଚଳିତ ଆଇପିଏଲ୍ ଶେଷ ସଂସ୍କରଣ ହୋଇପାରେ। ସେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳିବେ। ଗେଲ୍ ନିଜର ଶେଷ ୭ ଆଇପିଏଲ୍ ଇନିଂସରେ ୧୩୭୬ ଷ୍ଟ୍ରାଇକରେଟରେ ୨୮୮ ରନ୍ କରିଛନ୍ତି, ଯେଉଁଥିରେ ତିନି ଅର୍ଦ୍ଧଶତକ ସାମିଲ୍ ଥିଲା। ତାଙ୍କର ସର୍ବୋଚ୍ଚ ସ୍କୋର ୯୯ ଥିଲା। ଏହି ୭ଟି ମ୍ୟାଚରେ ଗେଲ୍ ୨୩ଟି ଛକା ମଧ୍ୟ ମାରିଥିଲେ। ଗେଲ୍ ଏପର୍ଯ୍ୟନ୍ତ ୧୩୨ ମ୍ୟାଚ୍ ଖେଳି ୪୧.୧୪ ହାରରେ ୪୭୭୨ ରନ୍ କରିଛନ୍ତି। ସେ ୧୫୦.୧୧ ଷ୍ଟ୍ରାଇକରେଟରେ ୬ ଶତକ ଓ ୩୧ ଅର୍ଦ୍ଧଶତକ ମାରିଛନ୍ତି।

ଇମ୍ରାନ୍ ତାହିର୍ (ଫାଇଲ୍ ଫଟୋ)

ଇମ୍ରାନ୍ ତାହିର୍: ଆଇପିଏଲ୍-୨୦୨୧ରେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ୪୨ ବର୍ଷୀୟ ଇମ୍ରାନ୍ ତାହିର୍ ଚଳିତ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ତାହିର୍ ୫୮ ଆଇପିଏଲ୍ ମ୍ୟାଚ୍ ଖେଳି ୨୧.୦୯ ହାରରେ ୫୮ ୱିକେଟ୍ ନେଇଛନ୍ତି। ତାଙ୍କର ଇକୋନମୀ ରେଟ୍ ୭.୮୩ ରହିଥିଲା। ୨୦୧୯ରେ ସେ ୨୬ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଜିତିଥିଲେ। ସେ ୨୦୧୮ରୁ ଚେନ୍ନାଇ ଟିମ୍ ସହ ରହିଛନ୍ତି।

ହରଭଜନ ସିଂହ (ଫାଇଲ୍ ଫଟୋ)

ହରଭଜନ ସିଂହ: ଅଭିଜ୍ଞ ସ୍ପିନର ହରଭଜନ ସିଂହ ୪୦ ବର୍ଷର ହୋଇସାରିଲେଣି। ସେ ୪ଥର ଆଇପିଏଲ୍ ଟ୍ରଫି ଜିତିସାରିଛନ୍ତି। ତିନିଥର ମୁମ୍ବାଇ ଇଣ୍ଡିଆନ୍ସ (୨୦୧୩, ୨୦୧୫, ୨୦୧୭) ଏବଂ ଥରେ ଚେନ୍ନାଇ ସୁପର୍ କିଙ୍ଗସ୍ (୨୦୧୮) ସହ ଜିତିଛନ୍ତି। ଆଇପିଏଲରେ ସେ ପଞ୍ଚମ ବୋଲର ଭାବେ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ ୧୬୦ ମ୍ୟାଚ୍ ଖେଳି ୭.୦୫ ଇକୋନମୀରେ ୧୫୦ ୱିକେଟ୍ ନେଇଛନ୍ତି। ଗତବର୍ଷ ହରଭଜନ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ ଏବଂ ଚଳିତ ବର୍ଷ ଚେନ୍ନାଇ ସୁପର୍ କିଙ୍ଗସ୍ ତାଙ୍କୁ ରିଲିଜ୍ କରିଥିଲା। ନିଲାମରେ ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଛି। ହରଭଜନ ପଞ୍ଚମଥର ନିଜ ଟିମକୁ ଚାମ୍ପିଅନ୍ କରାଇ ବିଦାୟ ନେବାକୁ ଚାହିଁବେ।

The post ଆଇପିଏଲ୍ ପରେ କ୍ରିକେଟକୁ ଅଲବିଦା କହିବେ ଷ୍ଟାର୍ କ୍ରିକେଟର୍! appeared first on Odisha Reporter.

]]>
IPL 2021, left bottom 2021-04-02 21:52:12 https://cdn.odishareporter.in/wp-content/uploads/2021/04/02214602/ipl-cricketer.jpg
ବେଡରୁମ୍ କ୍ୟାମେରା ବନ୍ଦ କରିବାକୁ ଭୁଲିଗଲେ ରାହୁଲ୍, ତା’ ପରେ… https://odishareporter.in/social-media/viral/rajasthan-royals-rahul-tewatia-forgot-to-switch-off-his-bedroom-camera-video-goes-viral-632226 Fri, 02 Apr 2021 12:31:09 +0000 https://odishareporter.in/?p=632226

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ଆଉ ସପ୍ତାହେ ବାକି ଥିବା ଏବେଠାରୁ ଫ୍ୟାନଙ୍କ ଭିତରେ ଫିଭର୍ ଦେଖିବାକୁ ମିଳିଲାଣି। ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଲରାଉଣ୍ଡର ରାହୁଲ୍ ତେୱାତିଆଙ୍କର ଏକ ଭିଡିଓ ଟ୍ୱିଟରରେ ଶେଆର୍ କରିଛି। ରାହୁଲ ତେୱାତିଆ ହୋଟେଲର ଯେଉଁ ରୁମରେ ରହୁଛନ୍ତି, ସେହି ରୁମରେ ରାଜସ୍ଥାନ ରୟାଲ୍ସ କ୍ୟାମେରା ସେଟ୍‌ କରାଯାଇଥିଲା। ତେବେ ତେୱାତିଆ ରୁମର କ୍ୟାମେରାକୁ ବନ୍ଦ […]

The post ବେଡରୁମ୍ କ୍ୟାମେରା ବନ୍ଦ କରିବାକୁ ଭୁଲିଗଲେ ରାହୁଲ୍, ତା’ ପରେ… appeared first on Odisha Reporter.

]]>

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୪ଶ ସଂସ୍କରଣକୁ ଆଉ ସପ୍ତାହେ ବାକି ଥିବା ଏବେଠାରୁ ଫ୍ୟାନଙ୍କ ଭିତରେ ଫିଭର୍ ଦେଖିବାକୁ ମିଳିଲାଣି। ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଟିମର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜସ୍ଥାନ ରୟାଲ୍ସ ନିଜ ଦଳର ଅଲରାଉଣ୍ଡର ରାହୁଲ୍ ତେୱାତିଆଙ୍କର ଏକ ଭିଡିଓ ଟ୍ୱିଟରରେ ଶେଆର୍ କରିଛି।

ରାହୁଲ ତେୱାତିଆ ହୋଟେଲର ଯେଉଁ ରୁମରେ ରହୁଛନ୍ତି, ସେହି ରୁମରେ ରାଜସ୍ଥାନ ରୟାଲ୍ସ କ୍ୟାମେରା ସେଟ୍‌ କରାଯାଇଥିଲା। ତେବେ ତେୱାତିଆ ରୁମର କ୍ୟାମେରାକୁ ବନ୍ଦ କରିବାକୁ ଭୁଲିଯାଇଛନ୍ତି ଏବଂ ତାଙ୍କର କାର୍ଯ୍ୟକଳାପ କ୍ୟାମେରାରେ କଏଦ ହୋଇଛି।

ଟିମ୍ ସହ ଯୋଗ ଦେବା ପରେ ରାହୁଲ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ହୋଟେଲର ଏକ ରୁମରେ ରହୁଛନ୍ତି। ରାଜସ୍ଥାନ ରୟାଲ୍ ପକ୍ଷରୁ ଶେଆର୍ କରାଯାଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ୍ ପ୍ରଥମେ ଫୋନରେ କଥା ହେଉଛନ୍ତି। ଏହା ପରେ ସେ କଛି ଏକ୍ସରସାଇଜ୍ କରୁଛନ୍ତି ଏବଂ ଏହା ପରେ ବ୍ୟାଟିଂ ପ୍ରାକ୍ଟିସ୍ କରୁଥିବାର ଦେଖିବାକୁ ମିଳିଛି। ରାଜସ୍ଥାନ ରୟାଲ୍ସ କ୍ୟାପସନରେ ଲେଖିଛି ଯେ ‘ରାହୁଲ ଭାବୁଛନ୍ତି ଯେ ତାଙ୍କୁ କେହି ଦେଖୁନାହାନ୍ତି’।

ସୋଶାଲ ମିଡିଆରେ ରାହୁଲ ତେୱାତିଆଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଫ୍ୟାନ୍ ଏହି ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତେବେ ରାହୁଲ୍ ଏପର୍ଯ୍ୟନ୍ତ ଏହି ଭିଡିଓକୁ ନେଇ କିଛି ବି କହିନାହାନ୍ତି।

ଆଇପିଏଲର ଗତ ସଂସ୍କରଣରେ ରାହୁଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ରାହୁଲ୍ ଉଭୟ ବ୍ୟାଟ୍ ଓ ବଲରେ କମାଲ୍‌ କରିଥିଲେ। ସେ ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୩ଶ ସଂସ୍କରଣରେ ୧୪ ମ୍ୟାଚ୍ ଖେଳି ୪୨.୫୦ ହାରରେ ୨୫୫ ରନ୍ କରିବା ସହ ୧୦ ୱିକେଟ୍‌ ମଧ୍ୟ ନେଇଥିଲେ। ସେହିପରି ରାହୁଲ୍ ଆଇପିଏଲରେ ମୋଟ ୩୪ ମ୍ୟାଚରେ ୩୬୬ ରନ୍ ଓ ୨୪ ୱିକେଟ୍‌ ନେଇଛନ୍ତି।

୨୭ ବର୍ଷୀୟ ରାହୁଲଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। କିନ୍ତୁ ତାଙ୍କୁ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଲା ନାହିଁ।

The post ବେଡରୁମ୍ କ୍ୟାମେରା ବନ୍ଦ କରିବାକୁ ଭୁଲିଗଲେ ରାହୁଲ୍, ତା’ ପରେ… appeared first on Odisha Reporter.

]]>
IPL 2021, left bottom 2021-04-02 18:01:09 https://cdn.odishareporter.in/wp-content/uploads/2021/04/02174544/Rahul-Tewatia.jpg
ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ମିଳିବ ଉପହାର https://odishareporter.in/sports/cricket/shreyas-iyer-will-receive-full-ipl-2021-salary-despite-injury-631993 Thu, 01 Apr 2021 13:33:14 +0000 https://odishareporter.in/?p=631993

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର୍ ଆହତ କାରଣରୁ ଆଇପିଏଲର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ପୂରା ପ୍ରାପ୍ୟ ମିଳିବ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଆଇପିଏଲର ୧୪ଶ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଏପ୍ରିଲ୍ ୮ ତାରିଖରେ ଆୟରଙ୍କ କାନ୍ଧର ସର୍ଜରୀ ହେବ ଏବଂ ଏଥିପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ […]

The post ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ମିଳିବ ଉପହାର appeared first on Odisha Reporter.

]]>

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନିୟମିତ କ୍ୟାପଟେନ୍ ଶ୍ରେୟସ ଆୟର୍ ଆହତ କାରଣରୁ ଆଇପିଏଲର ଚଳିତ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ପୂରା ପ୍ରାପ୍ୟ ମିଳିବ। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଆଇପିଏଲର ୧୪ଶ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ଆସନ୍ତା ଏପ୍ରିଲ୍ ୮ ତାରିଖରେ ଆୟରଙ୍କ କାନ୍ଧର ସର୍ଜରୀ ହେବ ଏବଂ ଏଥିପାଇଁ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନିର୍ଦ୍ଧାରିତ ସମୟରେ ଫିଟ୍ ହୋଇପାରିବେ ନାହିଁ।

ଆଇପିଏଲର ପ୍ରତି ସିଜନ୍ ପାଇଁ ଆୟରଙ୍କୁ ୭ କୋଟି ଟଙ୍କା ମିଳିଥାଏ ଏବଂ ଖେଳାଳି ଇନ୍ସ୍ୟୁରାନ୍ସ ସ୍କିମ୍ ଆଧାରରେ ତାଙ୍କୁ ଚଳିତ ସିଜନର ପୂରା ପ୍ରାପ୍ୟ ମିଳିବ। ଏହି ଇନ୍ସ୍ୟୁରାନ୍ସ ପଲିସୀ କେବଳ ସମସ୍ତ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପାଇଁ ଧାର୍ଯ୍ୟ ହୋଇଛି। ଏହି ସ୍କିମର ଆରମ୍ଭ ୨୦୧୧ରେ ଅର୍ଥାତ୍ ଆଇପିଏଲର ଚତୁର୍ଥ ସିଜନରୁ ଆରମ୍ଭ ହୋଇଥିଲା। ତତ୍କାଳୀନ ବିସିସିଆଇ ସଚିବ ଏନ୍ ଶ୍ରୀନିବାସନ୍ ଭାରତୀୟ ଖେଳାଳିଙ୍କ ସହ ବୈଠକ କରିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଥିଲେ।

ଯଦି କୌଣସି ଖେଳାଳି ଆହତ କିମ୍ବା ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଆଇପିଏଲ୍ ଖେଳିବା ପାଇଁ ଉପଲବ୍ଧ ନହୁଅନ୍ତି, ତାହେଲେ ଇନ୍ସ୍ୟୁରାନ୍ସ ସ୍କିମ୍ ଅନୁଯାୟୀ ସେହି ଖେଳାଳିଙ୍କୁ କ୍ଷତିପୂରଣ ଦିଆଯିବ। ଏହି ସ୍କିମନ୍ ଅନୁଯାୟୀ, ଯଦି କୌଣସି ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ୱ କରୁଥିବା ବେଳେ ଆଘାତପ୍ରାପ୍ତ ହୁଅନ୍ତି କିମ୍ବା ଆଇପିଏଲର ପ୍ରାରମ୍ଭିକ କିମ୍ବା ପୂରା ସିଜନରୁ ବାଦ୍ ପଡ଼ନ୍ତି, ତାହେଲେ ସେ ଏହି କ୍ଷତିପୂରଣ ପାଇଁ ଯୋଗ୍ୟ ହୋଇପାରିବେ।

ଆୟର୍ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଆଘାତ କାରଣରୁ ବାଦ୍ ପଡ଼ିଛନ୍ତି। ଯାହା ଫଳରେ ଆୟର୍ ଏହି ଇନ୍ସ୍ୟୁରାନ୍ସ ସ୍କିମ୍ ଆଧାରରେ ପୂରା ଆଇପିଏଲ୍ ପ୍ରାପ୍ୟ ପାଇବାକୁ ହକଦାର। ଏହି ସ୍କିମ୍ କୌଣସି ଅଣ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ପୂର୍ବରୁ ଈଶାନ୍ତ ଶର୍ମା, ଆଶିଷ ନେହରା ଓ ଜାହିର୍ ଖାନ୍ ଏହି ସ୍କିମ ଦ୍ୱାରା ଲାଭ ପାଇସାରିଛନ୍ତି।

The post ଆଇପିଏଲରୁ ବାଦ୍ ପଡ଼ିବା ସତ୍ତ୍ୱେ ଆୟରଙ୍କୁ ମିଳିବ ଉପହାର appeared first on Odisha Reporter.

]]>
IPL 2021, left bottom 2021-04-01 19:03:14 https://cdn.odishareporter.in/wp-content/uploads/2021/04/01190205/Shreyas-Iyer.jpg
ଆଇପିଏଲରେ ଧୋନିଙ୍କ ଟିମକୁ ବଡ଼ ଝଟକା, ହଟିଲେ ଷ୍ଟାର୍ ପେସ୍ ବୋଲର https://odishareporter.in/sports/cricket/chennai-super-kings-pacer-josh-hazlewood-pulls-out-of-ipl-2021-631957 Thu, 01 Apr 2021 11:03:20 +0000 https://odishareporter.in/?p=631957

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଅଷ୍ଟ୍ରେଲିଆ ପେସ୍ ବୋଲର ଜୋଶ ହେଜଲଉଡ୍ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗସ୍ ତା’ର ପ୍ରଥମ ମ୍ୟାଚ୍ ଏପ୍ରିଲ୍‌ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବ। ହେଲେ ଗୁରୁବାର ହେଜଲଉଡ୍ ଲିଗରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ […]

The post ଆଇପିଏଲରେ ଧୋନିଙ୍କ ଟିମକୁ ବଡ଼ ଝଟକା, ହଟିଲେ ଷ୍ଟାର୍ ପେସ୍ ବୋଲର appeared first on Odisha Reporter.

]]>

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଅଷ୍ଟ୍ରେଲିଆ ପେସ୍ ବୋଲର ଜୋଶ ହେଜଲଉଡ୍ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗସ୍ ତା’ର ପ୍ରଥମ ମ୍ୟାଚ୍ ଏପ୍ରିଲ୍‌ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବ। ହେଲେ ଗୁରୁବାର ହେଜଲଉଡ୍ ଲିଗରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ଆଇପିଏଲରୁ ହଟିବା ପଛର କାରଣ କହିଛନ୍ତି ହେଜଲଉଡ୍। ଆଶେସ୍ ସିରିଜ୍ ଓ ଚଳିତ ବର୍ଷ ଟି-୨୦ ୱାର୍ଲ୍ଡ କପ୍ ପାଇଁ ନିଜକୁ ଫିଟ୍‌ ରଖିବା ପାଇଁ ହେଜଲଉଡ୍ ଆଇପିଏଲ୍‌ ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍ ପାଇଁ ଜାରି ହୋଇଥିବା କଠୋର ବାୟୋ ବବଲ୍ ନିୟମଠାରୁ ନିଜକୁ ଅଲଗା ରଖି ପରିବାର ସହ କିଛି ସମୟ ବିତାଇବାକୁ ଚାହୁଥିବା ଅଷ୍ଟ୍ରେଲିଆର ଡାହାଣହାତୀ ଏହି ପେସର୍ କହିଛନ୍ତି।

ହେଜଲଉଡ୍ କହିଛନ୍ତି, ‘ପାଖାପାଖି ଗତ ୧୦ମାସ ହେବ ବବଲ୍ ଓ କ୍ୱାରେଣ୍ଟାଇନରେ ରହିଆସୁଛୁ। ଏଥିପାଇଁ ମୁଁ କ୍ରିକେଟରୁ ବିଶ୍ରାମ ନେବା ପାଇଁ ନିଷ୍ପତ୍ତି ନେଇଛି। ଆଗାମୀ କିଛି ଦିନ ପରିବାର ସହ ବିତାଇବାକୁ ଚାହେଁ। ମୁଁ ଆଗାମୀ ଦୁଇମାସ ଅଷ୍ଟ୍ରେଲିଆରେ ରହିବି। ୧୨ ମାସ ପରେ ଆଇସିସି ଟି-୨୦ ୱାର୍ଲ୍ଡ ଓ ଆସେସ୍ ସିରିଜ୍ ହେବାକୁ ଯାଉଛି। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ନିଜକୁ ମାନସିକ ଓ ଶାରୀରିକ ଫିଟ୍‌ ରଖିବାକୁ ଚାହୁଁଛି। ଏସବୁକୁ ଆଖି ଆଗରେ ରଖି ମୁଁ ଚଳିତ ଆଇପିଏଲ୍ ନଖେଳିବାକୁ ନିଷ୍ପତ୍ତି ନେଇଛି।’

ଚେନ୍ନାଇ ସୁପର୍ କିଙ୍ଗସ୍ ୨୦୨୦ରେ ଆଇପିଏଲ୍ ଅକ୍ସନରେ ହେଜଲଉଡଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। ତେବେ ଆଇପିଏଲର ଗତ ସିଜନରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିୟମିତ ସୁଯୋଗ ମିଳିନଥିଲା। ଆଇପିଏଲ୍ ୨୦୨୧ର ଅକ୍ସନ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ହେଜଲଉଡଙ୍କୁ ରିଟେନ୍ କରିଥିଲା। ଏବେ ହେଜଲଉଡ୍ ଆଇପିଏଲରୁ ଓହରିବା ପରେ ତାଙ୍କ ରିପ୍ଲେସମେଣ୍ଟ ଭାବେ କେଉଁ ବୋଲରଙ୍କୁ ଚେନ୍ନାଇ ନେବ, ତାହା ସ୍ପଷ୍ଟ ହୋଇନାହିଁ।

କେବଳ ହେଜଲଉଡ୍ ନୁହନ୍ତି, ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଟିମରେ ରିଟେନ୍ ଥିବା ମାର୍ଶ ବୁଧବାର ନିଜ ନାଁ ପ୍ରତ୍ୟାହାର କରିଥିଲେ।

The post ଆଇପିଏଲରେ ଧୋନିଙ୍କ ଟିମକୁ ବଡ଼ ଝଟକା, ହଟିଲେ ଷ୍ଟାର୍ ପେସ୍ ବୋଲର appeared first on Odisha Reporter.

]]>
IPL 2021, left bottom 2021-04-01 16:33:20 https://cdn.odishareporter.in/wp-content/uploads/2021/04/01163123/MS-Dhoni-and-Josh-Hazelwood.jpg
ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି https://odishareporter.in/sports/cricket/rajesh-mohanty-nominated-as-net-bowler-for-chennai-super-kings-in-ipl-2021-624896 Sat, 06 Mar 2021 03:44:54 +0000 https://odishareporter.in/?p=624896

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ପ୍ରେମୀ ପାଇଁ ଖୁସି ଖବର। ଓଡ଼ିଶାର ଉଦୀୟମାନ ବୋଲର ରାଜେଶ ମହାନ୍ତି ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଚେନ୍ନାଇ ଯିବେ। ରାଜେଶ ଆଇପିଏଲ୍ ଫ୍ରାଞ୍ଚାଇଜି ତଥା ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍ ରାଜେଶଙ୍କୁ ଏମଆରଏଫ୍ ପେସ୍ ଫାଉଣ୍ଡେସନ୍ ଚେନ୍ନାଇ ସୁପର୍ କିଙ୍ଗସର ନେଟ୍ ଭାବେ ମନୋନୀତ କରିଛି। ରାଜେଶ ଏବେ ଚେନ୍ନାଇ ଖେଳାଳିମାନଙ୍କୁ ନେଟରେ ବୋଲିଂ କରିବେ। ରାଜେଶ ମଧ୍ୟ ଟିମର କ୍ୟାପଟେନ୍ ମହେନ୍ଦ୍ର […]

The post ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି appeared first on Odisha Reporter.

]]>

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍ ପ୍ରେମୀ ପାଇଁ ଖୁସି ଖବର। ଓଡ଼ିଶାର ଉଦୀୟମାନ ବୋଲର ରାଜେଶ ମହାନ୍ତି ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ଚେନ୍ନାଇ ଯିବେ। ରାଜେଶ ଆଇପିଏଲ୍ ଫ୍ରାଞ୍ଚାଇଜି ତଥା ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍ ରାଜେଶଙ୍କୁ ଏମଆରଏଫ୍ ପେସ୍ ଫାଉଣ୍ଡେସନ୍ ଚେନ୍ନାଇ ସୁପର୍ କିଙ୍ଗସର ନେଟ୍ ଭାବେ ମନୋନୀତ କରିଛି।

ରାଜେଶ ଏବେ ଚେନ୍ନାଇ ଖେଳାଳିମାନଙ୍କୁ ନେଟରେ ବୋଲିଂ କରିବେ। ରାଜେଶ ମଧ୍ୟ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ନେଟ୍ସରେ ବୋଲିଂ କରିବେ। ଏଥିପାଇଁ ରାଜେଶ ଖୁବଶୀଘ୍ର ଚେନ୍ନାଇ ଟିମ୍ ସହ ଯୋଗ ଦେବେ। ନିକଟରେ ଶେଷ ହୋଇଥିବା ଆଇପିଏଲ୍ ନିଲାମରେ କୌଣସି ଓଡ଼ିଆ କ୍ରିକେଟରଙ୍କୁ କେହି ଫ୍ରାଞ୍ଚାଇଜି କିଣିନଥିଲେ। କିନ୍ତୁ ରାଜେଶ ଏବେ ଯେଉଁ ସୁଯୋଗ ପାଇଛନ୍ତି, ତାହା ନିଶ୍ଚୟ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ। କାରଣ ଚେନ୍ନାଇ ଟିମରେ ଅନେକ ଅନ୍ତର୍ଜାତୀୟ କ୍ରିକେଟର୍ ଅଛନ୍ତି। ଧୋନିଙ୍କ ବ୍ୟତୀତ ଫାଫ୍ ଡୁପ୍ଲେସିସ୍, ରବୀନ୍ଦ୍ର ଜାଡେଜା, ସୁରେଶ ରାଇନା ଓ ଅମ୍ବାତି ରାୟୁଡୁଙ୍କୁ ରାଜେଶ ନେଟରେ ବୋଲିଂ କରିବାର ସୁଯୋଗ ପାଇବେ।

୨୦ ବର୍ଷୀୟ ଏହି ଯୁବ ବୋଲର ଜୁନିୟର ପରେ ଓଡ଼ିଶା ସିନିୟର ଟିମ୍ ପକ୍ଷରୁ ବହୁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ସିନିୟର ଟିମର ନିୟମିତ ସଦସ୍ୟ ଅଛନ୍ତି। ଆଇପିଏଲରେ ଚେନ୍ନାଇ ଭଳି ଟିମ୍ ସହ ପ୍ରାକ୍ଟିସ୍ କରି ଅଭିଜ୍ଞତା ସହ ନିଜ ଦକ୍ଷତାରେ ଉନ୍ନତି କରିବା ପାଇଁ ରାଜେଶଙ୍କ ପାଖରେ ଭଲ ସୁଯୋଗ ରହିଛି। ରାଜେଶଙ୍କ ସଫଳତା ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସମସ୍ତ ସଦସ୍ୟ କାମନା କରିଛନ୍ତି।

The post ଧୋନିଙ୍କୁ ବୋଲିଂ କରିବେ ଓଡ଼ିଆ ବୋଲର ରାଜେଶ ମହାନ୍ତି appeared first on Odisha Reporter.

]]>
IPL 2021, left top 2021-03-06 12:27:56 https://cdn.odishareporter.in/wp-content/uploads/2021/03/06090926/rajesh-mohanty.jpg