କେନ୍ଦ୍ରାପଡା ଜିଲ୍ଲା ଆଳି, ରାଜକନିକା, ରାଜନଗର ନିର୍ବାଚନମଣ୍ଡଳୀର ୧୧ ଜଣ, ଢେଙ୍କାନାଳରୁ ୧, କେନ୍ଦୁଝରରୁ ୧ ଓ ଯାଜପୁରରୁ ୪ ଜଣ ଶ୍ରମିକ ଏଜେଣ୍ଟଙ୍କ ଜରିଆରେ ଲାଓସ୍ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଚୁକ୍ତି ମୁତାବକ ଦରମା ଦେଉନି। ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ବାଧ୍ୟ କରାଯାଉଛି। ନାନା ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଉପାୟଶୂନ୍ୟ ହୋଇ ପରିବାର ଲୋକ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।
ମୋନାଲିସା ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍ ମିଡ଼ିଆ ଫେସ୍ବୁକ୍ରେ ପୋଷ୍ଟ କରୁଥିଲେ। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍ ଓ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ଗତ ରବିବାର ସକାଳେ ଯାଜପୁର ରୋଡ୍ ବନଖଣ୍ଡ ରେଞ୍ଜ ଅଫିସ୍ରଙ୍କ ନେତୃତ୍ୱରେ ୨ଟି ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା।
ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଥିଲା। ଏତେ ସବୁ ଘଟଣା ପରେ ଆଜି ସକାଳେ ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।
ମୋନାଲିସା କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ ସେମାନେ ମାଲାମାଲ ହେଉଥିଲେ।
ମୋନାଲିସା ଆତ୍ମସମର୍ପଣ କରିବା ପରେ ଯାଜପୁର ରୋଡ୍ ବନଖଣ୍ଡର ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି, ଭଦ୍ର ଦମ୍ପତି ଆଇନକୁ ମାନି ଆତ୍ମସର୍ମପଣ କରିଛନ୍ତି। ଏହି ଘଟଣାରେ ଏସିଏଫ୍ ତଦନ୍ତ କରୁଛନ୍ତି। ଏସିଏଫ୍ ତଦନ୍ତ କରିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରଡ଼ା ବନ୍ଦୀ ଗ୍ରାମର ୩ ଗୋଟି ୱାର୍ଡରେ ପାନୀୟ ଜଳ, ରାସ୍ତା, ଭତ୍ତା, ଆବାସ, ଆଲୋକି କରଣ, ଆଦି ସରକାରଙ୍କ ବିଭିନ୍ନ ମୌଳିକ ସୁବିଧା ପହଞ୍ଚି ପାରୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ୱାର୍ଡବାସୀ। ଏହି ପଞ୍ଚାୟତରୁ ନିର୍ବାଚିତ ହୋଇଛନ୍ତି ଦାନଗଦି ବ୍ଲକ ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ଦାସ। ଦୀପ ତଳ ଅନ୍ଧାର ଭଳି ଖଣି ଖାଦାନ, ଶିଳ୍ପ ସମୃଦ୍ଧ, ଭରା ରତ୍ନଗର୍ଭା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଏହି ନଛିପୁରା ପଞ୍ଚାୟତବାସୀଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ଯେମିତି ସାତ ସପନ ପାଲଟିଛି।
ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।
ଏହି ସମସ୍ୟା ବିଷୟରେ ଗ୍ରାମବାସୀ ବ୍ଲକ ଅଧକ୍ଷା ଓ ସରପଞ୍ଚଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ବ୍ଲକ ଅଧକ୍ଷା କହିଛନ୍ତି ମୋ ପାଖକୁ କୌଣସି ଅଭିଯୋଗ ଆସିନାହିଁ। କିନ୍ତୁ ଗାଁ ପାଖରେ କେନାଲ ଯାଇଥିବାରୁ ଜଳସ୍ତର କମୁଛି। ସମସ୍ତ ଅଭିଯୋଗ ମୁଁ ଜାଣିଲେ ଏହାର ସମାଧାନ ପାଇଁ ପଦକ୍ଷେପ ନେବି। ଏ ବିଷୟରେ ଆମେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ତେବ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁ ଟ୍ୟୁବର ହେଉଛନ୍ତି ମୋନାଲିସା ଭଦ୍ର। ସେ ତାଙ୍କ ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଛନ୍ତି। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍ ମିଡ଼ିଆ ଫେସ୍ବୁକ୍ରେ ପୋଷ୍ଟ କରୁଛନ୍ତି। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ପିସିସିଏଫ୍ ଓ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସକାଳେ ଯାଜପୁର ରୋଡ୍ ବନଖଣ୍ଡ ରେଞ୍ଜ ଅଫିସ୍ଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ସମ୍ପର୍କରେ ଖବର ପାଇ ମୋନାଲିଶା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଛି। ମାଙ୍କଡ଼କୁ ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଛି।
ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ରବିବାର ରାତି ୨ଟା ଓ ଆଜି ଭୋରୁ ଭୋରୁ ମଧ୍ୟ ତାଙ୍କ ଘରେ ଚଢ଼ଉ କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରକାର ପଡ଼ିରେ ସେମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି।
ଯାଜପୁର ରୋଡ୍ ବନଖଣ୍ଡର ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର କହିଛନ୍ତି, ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ୍ ମିଡ଼ିଆରେ ପୋଷ୍ଟ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଆନ୍ ଅନୁସାରେ ଦଣ୍ଡନୀୟ। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ ଆନୁସାରେ ୭ ବର୍ଷର ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। ବାରମ୍ୱାର ତାଗିଦ ସତ୍ତ୍ୱେ ସମ୍ପୃକ୍ତ ଭଦ୍ର ଦମ୍ପତି ଫଟୋ ପୋଷ୍ଟ କରୁଛନ୍ତି ଓ ଘରେ ମାଙ୍କଡ଼ ରଖୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି, ଘରେ ମାଡ଼ଙ୍କ ରଖିବେନି ଓ ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋଶାଲ ମିଡ଼ିଆରେ ପୋଷ୍ଟ କରିବେ ନାହିଁ ବୋଲି ୨୦୨୨ ମସିହାରେ ସେମାନେ ଅଣ୍ଡର ଟେକିଂ ଲେଖିଥିଲେ। ଏହା ପରେ ମଧ୍ୟ ସେମନେ ଫଟୋ ପୋଷ୍ଟ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ବାରମ୍ୱାର ଚେତାବନୀ ଦିଆଯାଇଥିଲା। ହେଲେ ସେମାନେ ଶୁଣୁ ନାହାନ୍ତି। ଗତ ୧୮ ତାରିଖରେ ସେମାନଙ୍କୁ ପୁଣି ଥରେ ଅଫିସ୍କୁ ଅଣାଯାଇଥିଲା। ପୋଷ୍ଟ କରିଥିବା ଫଟୋ ଡିଲିଟ୍ ମାରିବା ଓ ଘରେ କୌଣସି ବନ୍ୟ ଜୀବ ଜନ୍ତୁ ରଖିବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖି ଯାଇଥିଲେ। ଏହା ପରେ ସେ ସାପ ଧରି ନଚାଉଥିବା ଦେଖିବାକୁ ପାଇଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ
ଆଜି ଦିନ ପ୍ରାୟ ୧୨ ସମୟରେ ଏକ ବାଇକରେ ୩ ଜଣ ଯୁବକ ଦ୍ରୁତ ଗତିରେ ଆସି ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା ଟ୍ରକକୁ ପଛରୁ ଧକ୍କା ଦେଇଥିଲେ। ଦୁର୍ଘଟଣାପରେ ୩ ଜଣ ଛିଟିକି ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।
ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସେହି ରାସ୍ତାରେ ଗାଡ଼ିଚଳାଚଳ ବାଧାପ୍ରାପ୍ତ ହୋଇଛି।
କୁଆଖିଆ ଥାନା ଭୋଟକା ଗାଁର ବ୍ରହ୍ମାନନ୍ଦ ରାଉତଙ୍କ ଝିଅ ସ୍ୱାଗତିକା ରାଉତଙ୍କୁ ଦାନଗଦି ଗ୍ରାମର ଆଦିତ୍ୟ ସାହୁ ଦୀର୍ଘ ଦିନ ଧରି ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଆଦିତ୍ୟାଙ୍କ ସହିତ ପଳାଇ ଯାଇଥିଲେ ସ୍ୱାଗତିକା। ୨୦୧୯ ମସିହାରେ ଘରୁ ପଳାଇ ଯିବା ପରେ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ। ପରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ। ବିବାହ ପରେ ସ୍ୱାଗତିକାଙ୍କୁ ଧରି ନିଜ ଘରକୁ ଫେରିଥିଲେ ଆଦିତ୍ୟ। ସବୁକିଛି ଠିକ୍ଠାକ୍ ଥିଲା। ଉଭୟଙ୍କ ଔରଷରୁ ୩ ବର୍ଷର ପୁତ୍ରଟିଏ ଅଛି।
ଶାଶୁ ଘରକୁ ଆସିବା ପରେ ସ୍ୱାଗତିକାଙ୍କ ଉପରେ ହୋଇଥିଲା ନିର୍ଯାତନା। ବାପଘରୁ ଯୌତୁକ ଆଣିବା ପାଇଁ କୁହାଯାଇଥିଲା। କିନ୍ତୁ ଏଥିରେ ସ୍ୱାଗତିକା ରାଜି ହେଉନଥିଲେ। ଯେଉଁଥିପାଇଁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ଯାହାର ହାତ ଧରି ଘର ଛାଡ଼ିଥିଲେ, ମଦ ନିଶାରେ ସିଏ ଦେଉଥିଲେ ନିର୍ଯାତନା। ଯୌତୁକ ଆଣିବା ବାରମ୍ୱାର କହୁଥିଲେ। ଏପରିକି ମାଡ଼ ମାରି ଘରୁ ବାହାର କରିଦେଉଥିଲେ। କିଛି ଉପାୟ ନପାଇ ଛୁଆକୁ ଧରି ବାପଘରକୁ ଯାଇଥିଲେ ସ୍ୱାଗତିକା। ବାପ ଘର ଲୋକେ ବୁଝାସୁଝା କରି ବାରମ୍ୱାର ସ୍ୱାଗତିକାଙ୍କୁ ତାଙ୍କ ଶାଶୁ ଘରେ ଛାଡ଼ି ଆସୁଥିଲେ।
ସବୁଦିନ ପରେ ଗୁରୁବାର ରାତିରେ ସ୍ୱାଗତିକା ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳେ ସେ ଘରୁ ଉଠିନଥିଲେ। ପରିବାର ଲୋକେ ଡାକିଥିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିନଥିଲା। ଶେଷରେ ପରିବାର ଲୋକେ ଏନେଇ ବାପଘର ଲୋକଙ୍କୁ ଖବର ଦେଇଥିଲେ। ବାପଘର ଲୋକଙ୍କ ଉପସ୍ଥିତିରେ କବାଟି ଭାଙ୍ଗିଥିଲେ। ସେତେବେଳେ ସ୍ୱାଗତିକାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ପରିବାର ଲୋକ। ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯୌତୁକ ପାଇଁ ସ୍ୱାଗତିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଛି।
ରିପୋର୍ଟ-ଯାଜପୁରରୁ ଜନ୍ମେଜୟ ଦାଶ
ନୂଆପଡା ଗାଁର ବାସୁଦେବ ସାହୁଙ୍କ ଝିଅ ପ୍ରିୟଙ୍କା ସାହୁ ଯାଜପୁର ରୋଡ୍ରେ ଥିବା ଏକ ହୋଟେଲରେ କାମ କରନ୍ତି। ଅନ୍ୟ ମହିଳାଙ୍କ ସହ ସେ ପାଣିକୋଇଲି ଥାନା ସନ୍ତରା ଗାଁରେ ଏକ ଭଡ଼ା ଘରେ ରହୁଥିଲେ। ଆଜି ସକାଳେ ସମସ୍ତେ କାମ କରିବା ପାଇଁ ହୋଟେଲ୍କୁ ଯାଇଥିଲେ। ହେଲେ ପ୍ରିୟଙ୍କା ଯାଇନଥିଲେ। ଭଡ଼ା ଘରେ ଏକାକୀ ରହିଥିଲେ। ଅପରାହ୍ନରେ ସାଥୀ ମହିଳାମାନେ ହୋଟେଲ୍ରୁ ଭଡ଼ା ଘରକୁ ଫେରିଥିଲେ। ସେତେବେଳେ ସେମାନେ ପ୍ରିୟଙ୍କାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।
ମହିଳାମାନେ ଏନେଇ ପ୍ରିୟାଙ୍କ ପରିବାର ଲୋକ ଓ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏନେଇ ନମ୍ବର 147/24ରେ ଏକ ମାମଲା ରୁଜୁ କରିଛି। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ଦୁର୍ଗାପୁର ଗାଁର ବର୍ଷା ଚାମ୍ପିୟାଙ୍କୁ ଗୋପୀ ପିଙ୍ଗୁଆ ପ୍ରେମ କରୁଥିଲେ। ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ। ଯେଉଁଥିପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍ ଇନ୍ରେ ରହୁଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ। କାମଦାମ କରି ବେଶ୍ ହସ ଖୁସିରେ ଚଳୁଥିଲେ। ହେଲେ ଆଜି ସକାଳେ ସେମାନଙ୍କ ଘରର କବାଟ ଖୋଲିନଥିଲା। ସକାଳ ଯାଇ ମଧ୍ୟାହ୍ନ ହେଲା। ଘରର କବାଟ ଖୋଲିଲା ନାହିଁ। ଡାକିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିଲା ନାହିଁ।
ତେଣୁ ଗାଁ ଲୋକଙ୍କ ମନରେ ସନ୍ଦେହ ହେଲା। ତେଣୁ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେହି ସମୟରେ ବର୍ଷା ଓ ଗୋପୀ ଗୋଟିଏ ଶାଢ଼ୀରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ପରେ ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏହା ଆତ୍ମହତ୍ୟା ନା ହତ୍ୟା, ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ଆଜି ସକାଳେ କାଳନ୍ଦୀ ନିଜ ସହଯୋଗୀଙ୍କ ସହ ନିଜ ଗାଁ ସ୍ୱପ୍ନେଶ୍ୱରପୁର ଯାଉଥିଲେ। ଏହି ସମୟରେ ସୁରେନ୍ଦ୍ର ବାଟରେ ଆସି କାଳନ୍ଦୀଙ୍କୁ ଅଟକାଇଥିଲା। ପରେ ଏକ ଧାରୁଆ ଅସ୍ତ୍ରରେ କାଳନ୍ଦୀଙ୍କୁ ହାଣି ଦେଇଥିଲା।
ତେବେ କାଳନ୍ଦୀଙ୍କୁ ସୁରେନ୍ଦ୍ର କାହିଁକି ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ସୁରେନ୍ଦ୍ରଙ୍କୁ ଅଟକ ରଖିଛି। ସୁରେନ୍ଦ୍ର ମାନସିକ ବିକୃତ ବୋଲି କୁହାଯାଉଛି।
ଭଦ୍ରକ ଜିଲ୍ଲା ଆଗରପଡ଼ା ବ୍ଲକ ଅଞ୍ଚଳର ଗାଁର ନମିତା ବେହେରା। ସେ ଜଣେ ଚିତ୍ର ଶିଳ୍ପୀ। ଭଦ୍ରକ ଆର୍ଟ କଲେଜରୁ ଡିପ୍ଲୋମା କରିଛନ୍ତି। ଅର୍ଥ ଅଭାବରୁ ଅଧିକ ପାଠ ପଢ଼ି ପାରିଲେ ନାହିଁ। ଘରେ ବସି ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଚିତ୍ର କରୁଛନ୍ତି। କିଛି ଦିନ ତଳେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏକ ଚିତ୍ର ଅଙ୍କନ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଚିତ୍ରଟିକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ। ଆଉ ରାଷ୍ଟ୍ରପତି ତାଙ୍କଠାରୁ ଫଟୋ ଚିତ୍ରଟିକୁ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାଜପୁର ଆସୁଥିବା ଜାଣିଥିଲେ ନମିତା। ଗତ ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଥିଲେ। ସେହି ଚିତ୍ରଟିକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚାହିଁଥିଲେ। ସେଥିପାଇଁ ସେ ଚିତ୍ରଟିକୁ ଧରି ବାପା-ମାଆଙ୍କ ସହିତ ଏକ ଅଟୋ ଭଡ଼ା କରି ଆଗରପଡ଼ାରୁ ଚଣ୍ଡିଖୋଲ ଆସିଥିଲେ। ଚିତ୍ରଟିକୁ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଚେଷ୍ଟା କରୁଥିଲେ।
ହେଲେ ସଭା ସ୍ଥଳକୁ ଯିବା ପାଇଁ ନମିତାଙ୍କ ପାଖରେ ପାସ୍ ନଥିଲା। ତେଣୁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍ ଛାଡ଼ିନଥିଲେ। କିଛି ସମୟ ଛିଡ଼ା ହେବା ପରେ କ’ଣ ପାଇଁ ଠିଆ ହୋଇଛ ବୋଲି ଜଣେ ପୁଲିସ୍ କର୍ମଚାରୀ ତାଙ୍କୁ ପଚାରିଥିଲେ। ତା’ର ଜବାବରେ ନମିତା କହିଥିଲେ, ଏହି ଚିତ୍ରଟିକୁ ପ୍ରଧାନମନ୍ତ୍ରୀଙ୍କୁ ଦେବା ପାଇଁ ଆସିଛି, ହେଲେ ମୋ ପାଖରେ ପାସ୍ ନାହିଁ। ଏକଥା ଶୁଣିବା ପରେ ପୁଲିସ୍ କର୍ମଚାରୀ ଜଣକ ସଭା ସ୍ଥଳକୁ ଯିବା ପାଇଁ ସୁରକ୍ଷା କର୍ମୀଙ୍କୁ କହିଥିଲେ।
ତା’ପରେ ନମିତା ପ୍ରଧାନମନ୍ତ୍ରୀଙ୍କ ଫଟୋ ଧରି ସଭା ସ୍ଥଳକୁ ସିନା ଗଲେ, ହେଲେ ଭିଆଇପିମାନେ ବସିଥିବା ସ୍ଥାନକୁ ଯାଇପାରିଲେ ନାହିଁ। ଠିକ୍ ସେହି ସମୟରେ ଜଣେ ଅପରିଚିତ ବ୍ୟକ୍ତି ଯିବା ପାଇଁ ପାସ୍ ଦେଇଥିଲେ। ତା’ପରେ ସଭା ଆଗକୁ ଯାଇଥିଲେ। ଆଉ ନିଜ ହାତରେ ଆଙ୍କିଥିବା ଫଟୋକୁ ହାତରେ ଉପରକୁ ଉଠାଇ ଦେଖାଇଥିଲେ। ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନଜର ତା’ ଉପରେ ପଡ଼ିଥିଲା। ଏହା ଦେଖି ଫଟୋଟିକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏସ୍ପିଜି ଯବାନମାନଙ୍କୁ କହିଥିଲେ। ଏଥିସହ ଫଟୋ ପଛରେ ତାଙ୍କ ଠିକଣା ଲେଖିବାକୁ ମୋଦି ମଞ୍ଚ ଉପରୁ କହିଥିଲେ। ସେ ନମିତାଙ୍କୁ ଚିଠି ଲେଖିବି ବୋଲି କହିଥିଲେ। ଏହା ସହ ଓଡ଼ିଶା କଳାର ରାଜ୍ୟ ବୋଲି ମୋଦି କହିଥିଲେ। ତା’ପରେ ଏସ୍ପିଜି ଯବାନମାନ ଆସି ନମିତାଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ଯାଇଥିଲେ। ଏଥିପାଇଁ ନମିତା ବେଶ୍ ଉତ୍ସାହିତ ଅଛନ୍ତି। ଆଉ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ଅପେକ୍ଷା କରିବେ ବୋଲି କହିଛନ୍ତି।
ରିପୋର୍ଟ- ଯାଜପୁରରୁ ଗୁଲାମ ଗସ
ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ବାୟୁସେନାର ଏମଆଇ-୧୭ ହେଲିକପ୍ଟରରେ ସିଧାସଳଖ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ସେଠାରେ ସାଢ଼େ ୩ଟାରୁ ୪ଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରାୟ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସହ ଓଡ଼ିଶା ପାଇଁ ଅନ୍ୟ କିଛି ସ୍ୱତନ୍ତ୍ର ଘୋଷଣା କରିବାର ସମ୍ଭାବନା ରହିଛି। ଏହାପରେ ପାଖରେ ଥିବା ଏକ ପଡ଼ିଆରେ ଆୟୋଜିତ ’ମୋଦି ଗ୍ୟାରେଂଟି’ ବିଶାଳ ସଭାରେ ବିଜେପିର ହଜାର ହଜାର ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି ୪୫ ମିନିଟର ଜନସଭା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରୟାସ ରହିଛି। ସେଠାରୁ ପୁଣି ଥରେ ବାୟୁସେନାର ହେଲିକପ୍ଟରରେ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ। ପ୍ରାୟ ୫ଟା ୫୦ମିନିଟରେ ସେ କୋଲକାତା ଅଭିମୁଖେ ଯାତ୍ରା କରିବେ।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମ୍ପର୍କରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ଚଣ୍ଡିଖୋଲରେ ୧୯ହଜାର ୬ ଶହ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଗାରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପ୍ରଧାନମନ୍ତ୍ରୀ ମୋଦି ପଂହଚାଇଛନ୍ତିି । ଓଡ଼ିଶାବାସୀଙ୍କ ଭଲ ପାଇବାକୁ ସୁଧ ସହିତ ଫେରେଇବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ମସିହାରେ କହିଥିଲେ। ବିଗତ ୧୦ବର୍ଷ ଭିତରେ ମୋଦି ସରକାର "ଓଡ଼ିଶାର ବିକାଶ ପାଇଁ ୧୮.୮୩ଲକ୍ଷ କୋଟି ଟଙ୍କା ଦେଲେ ଓ ଓଡ଼ିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ’। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଂଟି। ମୋଦିଜୀ ଓଡ଼ିଆ ମହିଳାଙ୍କୁ ସର୍ବୋଚ୍ଚ ଆସନରେ ବସାଇଛନ୍ତି । ମୋଦିଙ୍କ ଜନସଭା ରାଜ୍ୟର ବିଜେପି କର୍ମକର୍ତ୍ତାଙ୍କୁ ଅଫୁରନ୍ତ ଶକ୍ତି ଯୋଗାଇବ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ଘଣ୍ଟାର ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ ଖଣ୍ଡନ ସତ୍ତ୍ୱେ ଆଗାମୀ ସାଧାରଣ ନିର୍ବାଚନରେ ଦୁଇ ଦଳ ମଧ୍ୟରେ ମେଂଟ ସମ୍ଭାବନାକୁ ନେଇ ଚର୍ଚ୍ଚା ଏବେବି ଲାଗି ରହିଛି ।
ଯାଜପୁର ଟାଉନ୍ରେ ଘର ଭଡ଼ା ନେଇ ରହୁଥିଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ବିଟୁ ବିଶ୍ୱାସ। ତାଙ୍କ ସହ ଭଦ୍ରକ ଜିଲ୍ଲାର ରୋଜି ନାୟକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ରୋଜିଙ୍କ ଭଲ ପାଇବାକୁ ପରିବାର ଲୋକେ ସମ୍ମତି ପ୍ରଦାନ କରି ନଥିଲେ। ତା’ ସତ୍ତ୍ୱେ ରୋଜି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ଦୀର୍ଘ ଦିନର ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଭଦ୍ରକର ଭାରତ ମାତା ମନ୍ଦିରରେ ବୈଦିକ ରୀତି ନୀତି ଅନୁସାରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ରୋଜି ଓ ବିଟୁ ଯାଜପୁର ଟାଉନ୍ରେ ଘର ଭଡ଼ା ନେଇ ରହୁଥିଲେ। ଉଭୟଙ୍କ ସଂସାର ଠିକ୍ଠାକ୍ ଚାଲିଥିଲା। ପରେ ସେମାନଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା।
ପୁଅ ଜନ୍ମ ହେବା ପରେ ବିଟୁ ବିଶ୍ୱାସ ନିଜ ଗାଁକୁ ଯିବା ପାଇଁ ଚାହିଁଥିଲେ। ତାଙ୍କ ସହିତ ରୋଜି ମଧ୍ୟ ଯିବା ପାଇଁ କହିଥିଲେ। ଏହା ପରେ ଉଭୟ ମୁର୍ଶିଦାବାଦ ଯାଇଥିଲେ। ମୁର୍ଶିଦାବାଦରେ ପହଞ୍ଚିଲା ପରେ ବିଟୁ ବିଶ୍ୱାସଙ୍କ ମୁଖା ଖୋଲି ଯାଇଥିଲା। ସେ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ପୁଅ ଅଛନ୍ତି ବୋଲି ରୋଜି ଜାଣିବାକୁ ପାଇଥିଲେ। ଜଣଙ୍କ ବୟସ ୧୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ୧୦ ବର୍ଷ। ପରିବାର ଲୋକଙ୍କ ବେଶ ପୋଷାକ ଦେଖି ସେମାନେ ଭିନ୍ନ ସମ୍ପ୍ରଦାୟର ବୋଲି ସନ୍ଦେହ କରିଥିଲେ ରୋଜି। ଏ ବିଷୟରେ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଥିଲେ। ଏହା ପରେ ରୋଜି ଜାଣିବାକୁ ପାଇଲେ ଯେ ସେ ବିବାହ କରିଥିବା ବିଟୁ ବିଶ୍ୱାସଙ୍କ ପ୍ରକୃତ ନାଁ ହେଉଛି ସୁଲେମାନ୍ ଶେଖ।
ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବା ଜାଣିପାରି ରୋଜିଙ୍କ ଅକଲ୍ ଗୁଡୁମ ହୋଇଥିଲା। ଏହା ପରେ ରୋଜିଙ୍କୁ ଆଉ ଓଡ଼ିଶା ଫେରିବାକୁ ଦିଆଗଲା ନାହିଁ। ତାଙ୍କଠାରୁ ମୋବାଇଲ ଛଡ଼ାଇ ନିଆଗଲା। ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଦିଆଗଲା ନାହିଁ। ସେଠାରେ ଆଉ ଥରେ ତାଙ୍କର ଆଉ ଥରେ ବିବାହ କରାଗଲା। ବିଟୁ ବିଶ୍ୱାସ ଓରଫ୍ ସୁଲେମାନ ଶେଖ ତାଙ୍କ ପ୍ରଥମ ସ୍ତ୍ରୀ ଓ ମାଆ ସହିତ ମିଶି ରୋଜିଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଧୀରେ ଧୀରେ ରୋଜିଙ୍କ ସମସ୍ତ କାଗଜପତ୍ର ବଦଳାଇ ଦିଆଗଲା। ନୂଆ ଆଧାର କାର୍ଡ ଓ ପାନ୍ କାର୍ଡ ତିଆରି କରିଥିଲେ ବିଟୁ ବିଶ୍ୱାସ ଓରଫ ସୁଲେମାନ୍ ଶେଖ। ରୋଜିଙ୍କ ନାଁ ଓ ଠିକଣା ବଦଳି ଗଲା।
ସୁଲେମାନ୍ ଶେଖଙ୍କ ନିର୍ଯାତନା ଅସହ୍ୟ ହେବାରୁ କୌଶଳ କରି ରୋଜି ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ମୁର୍ଶିଦାବାଦରୁ ଆସିବା ପରେ ରୋଜି ଭଦ୍ରକ ସ୍ଥିତ ନିଜ ମାମୁ ଘରେ ପହଞ୍ଚିଥିଲେ। ଆଜି ସେ ଘଟଣା ସଂପର୍କରେ ଯାଜପୁର ରୋଡ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
କୋରେଇ ବ୍ଲକ୍ ପଛିକୋଟ ପଞ୍ଚାୟତର ଗୟଳଗଡିଆ ଗାଁର ‘କାଳିଆ’ ହିତାଧିକାରୀ କାଳନ୍ଦୀ ପାତ୍ର। ସେ ଜଣେ ଚାଷୀ। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ସାମିଲ୍ ହୋଇଥିଲେ। ସେଥିପାଇଁ ତାଙ୍କୁ ୫୦୦୦ ଟଙ୍କା ସହାୟତା ମିଳିଥିଲା। ତେବେ ୨୦୨୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଆଉ ‘କାଳିଆ’ ସହାୟତା ମିଳୁନି। ସେ ବାରମ୍ୱାର ଆବେଦନ କରୁଥିଲେ ମଧ୍ୟ ବଞ୍ଚିତ ହେଉଥିଲେ।
‘କାଳିଆ’ ସହାୟତା ନମିଳିବାରୁ ଶ୍ରୀ ପାତ୍ର ବ୍ଲକ୍ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ହେଲେ ନିରାଶ ହୋଇଥିଲେ। ବ୍ଲକ୍ ପ୍ରଶାସନଠାରୁ ନିରାଶ ହୋଇ ଶ୍ରୀ ପାତ୍ର ଜନସେବା କେନ୍ଦ୍ରରେ ଯାଞ୍ଚ କରିଥିଲେ। ‘କାଳିଆ’ ପୋର୍ଟାଲ୍ ଯାଞ୍ଚ କଲା ବେଳେ ସେ ମୃତ ବୋଲି ଦର୍ଶା ଯାଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଞ୍ଚି ଥାଉ ଥାଉ ମୋତେ କିଏ ମୃତ ଘୋଷଣା କଲା ବୋଲି ପ୍ରଶାସନକୁ ସେ କହିଛନ୍ତି।
ଶ୍ରୀ ପାତ୍ର କହିଛନ୍ତି, ମୁଁ ଜଣେ ଚାଷବନ୍ଦି ଘର ଲୋକ। ଚାଷବାସ କରି ଚଳେ। ଆମ ବ୍ଲକର ସବୁ ଚାଷୀଙ୍କୁ କାଳିଆ ସହାୟତା ମିଳୁଛି। ହେଲେ ୨୦୨୧ ମସିହାଠାରୁ ଆଜି ପର୍ଯ୍ୟନ୍ତ ମୋତେ କାଳିଆ ସହାୟତା ମିଳୁଛି।
ଚାଷୀଙ୍କ ମୃତ୍ୟୁ ନେଇ ବ୍ଲକ୍ କୃଷି ଅଧିକାରୀ କହିଛନ୍ତି, ମୃତ୍ୟୁ ପ୍ରମାଣପତ୍ର ନଦେଲେ କୌଣସି ଚାଷୀଙ୍କୁ କେହି ମୃତ ବୋଲି ଘୋଷଣା କରିପାରିବେ ନାହିଁ। ପୋର୍ଟାଲରେ ମଧ୍ୟ ଅପ୍ଲୋଡ୍ ହେବନି। କାଳିଆ ପୋର୍ଟାଲରେ ଜଣେ ଚାଷୀଙ୍କୁ ମୃତ ଦେଖାଇବା ପୂର୍ବରୁ ବହୁବାର ଯାଞ୍ଚ କରାଯାଏ। ତେବେ କେଉଁ ପରିସ୍ଥିତିରେ ମୃତ ବୋଲି ଘୋଷଣା କରାଯାଇଛି, ତାହାର ଯାଞ୍ଚ କଲେ ଜଣାପଡ଼ିବ ବୋଲି କୃଷି ଅଧିକାରୀ କହିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ଗୋ ସେବା କରୁଥିବା କିଛି ଯୁବକ ଏନେଇ ଡାକ୍ତରକୁ ଫୋନ କରିଥିଲେ ହେଲେ ସମସ୍ଥ ପଶୁ ଡାକ୍ତର ୪ ଦଫା ଦାବି ନେଇ ଅନ୍ଦୋଳନରେ ବସିଛନ୍ତି ଆସି ପାରିବେ ନାହିଁ ବୋଲି କହିଥିଲେ।
ଏଭଳି ସମୟରେ ଗାଈର ଚିକିତ୍ସା କରାଉଥିବା ଯୁବକ ମାନେ ବାରମ୍ବାର ଫୋନ କରିବା ପରେ ମଧ୍ୟ ଆସୁ ନାହାନ୍ତି ଡାକ୍ତର। ସେପଟେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଛି ଗୋମାତା। ତେବେ ସରକାର ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୯୬୨କୁ କଲ୍ କଲେ କେବଳ ଦୁର୍ଘଟଣା ପାଇଁ ଯିବ ଅନ୍ୟ କୌଣସି କ୍ଷେତ୍ରରେ ଯାଇ ହେବ ନାହିଁ ଏଭଳି ଉତ୍ତର ପାଇବା ପରେ ଚିନ୍ତାରେ ଗୋସେବା କରୁଥିବା ଯୁବକ ମାନେ।
ଯାଜପୁର ବଡ଼ଚଣା ବାଲିପଡିଆ ଗାଁରେ ନୀଳମଣିଙ୍କ ଘର। ୪ ଦିନ ତଳେ ତାଙ୍କର ବ୍ରେନ୍ଷ୍ଟ୍ରୋକ୍ ହୋଇଥିଲା। ତାଙ୍କୁ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ଅପରାହ୍ନରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଟ ବ୍ୟକ୍ତି ବିଶେଷ ମେଡିକାଲ୍ରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ତାଙ୍କ ମରଶରୀରକୁ ଜନ୍ମମାଟିକୁ ନିଆଯିବ। ଆସନ୍ତାକାଲି ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପୁଅ ଚନ୍ଦ୍ରକାନ୍ତ ସାମଲ କହିଛନ୍ତି।
ବଡ଼ଚଣା ବ୍ଲକ ବାଲିପଡିଆ ଗାଁରେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଜନ୍ମ ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଏଥିପାଇଁ ସେ ଜେଲ୍ ମଧ୍ୟ ଯାଇଥିଲେ। ଦେଶ ସ୍ୱାଧୀନ ହେବାପରେ ଗାନ୍ଧିଙ୍କ ବାର୍ତ୍ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ସେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ। ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱାଧୀନତା ସଂଗ୍ରାମ ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର…
— Naveen Patnaik (@Naveen_Odisha) January 27, 2024
ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଯାଜପୁରର 'ବଡ଼ଚଣା ଗାନ୍ଧୀ' ଭାବେ ସୁପରିଚିତ, ଦୁଇଥର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶତାୟୁ ନୀଳମଣି ସାମଲଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ। ଦେଶର ସ୍ୱାଧୀନତାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ… pic.twitter.com/a72CxNRfZH
— Baijayant Jay Panda (@PandaJay) January 27, 2024
ନୀଳମଣିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି, ନୀଳମଣି ସାମଲଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଲା। ନିଜର ଯୁବାବସ୍ଥାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ୍ ହୋଇ କାରାବରଣ କରିଥିଲେ। ଗାନ୍ଧିଜୀଙ୍କ ବକ୍ତବ୍ୟକୁ ନିଜର କାୟମନୋବାକ୍ୟରେ ପାଳନ କରୁଥିଲେ। ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସମିତି ସହିତ ୧୯୬୯ ମସିହାଠାରୁ ସେ ସମ୍ପୃକ୍ତ ରହିଥିଲେ। ଗୋଟିଏ ଏମିତି ସମୟ ଆସିଲା, ସିଏ ତାହାର ନେତୃତ୍ୱ ନେଇଥିଲେ ଓ ସଭାପତି ହୋଇଥିଲେ। ସଭାପତି ଥିବା ଅବସ୍ଥା ଆଜି ତାଙ୍କର ବିୟୋଗ ଘଟିଛି। ତାଙ୍କର ଅମର ଆତ୍ମା ପ୍ରତି ଆମେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରୁଛି। ଆଶା କରିବି ତାଙ୍କର ଜୀବନ ଆଦର୍ଶ ଆଜିର ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ମହତାବ କହିଛନ୍ତି।
ସୂଚନା ଅନୁସାରେ, ସୋମବାର ସଂଧ୍ୟାବେଳେ ଗାଁ ନିକଟରେ ପୂଜାର୍ଚ୍ଚନା ଚାଲୁଥିଲା। ଏହି ସମୟରେ ବେଳେ ହଠାତ ଶାଗୁଣାଟି ଉଡ଼ି ଆସି ସେଠାରେ ବସିଥିଲା। ଲୋକେ ମାନେ ଶାଗୁଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଏହା ହିମାଳୟାନ ଭଲଚର ବା ଶାଗୁଣା ବୋଲି ଚିହ୍ନଟ କରିଥିଲା। ଶାଗୁଣାଟି ଅସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ଅସୁସ୍ଥ ଶାଗୁଣାଟିକୁ ଭେଟନାରୀକୁ ନିଆଯାଇଥିଲା। ଏହାକୁ ନନ୍ଦନକାନନକୁ ପଠାଇଯାଇଥିବା ସୂଚନା ମିଳିଛି। ଶାଗୁଣାଟିକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା।
ଓଡ଼ିଶା ମହାମହୀମ ରାଜ୍ୟପାଳ ରଘୁବର ଦାସ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେ ପ୍ରଥମେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ। ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହିତ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତା’ପରେ ରାଜ୍ୟପାଳ ଯାଜପୁର ଟାଉନ୍ ଯାଇଥିଲେ। ସେଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ସମସ୍ୟାର ସମ୍ପର୍କରେ ପଚାରି ବୁଝିଥିଲେ।
ମାନ୍ୟବର ରାଜ୍ୟପାଳ ଯାଜପୁର ଜିଲ୍ଲାର ଖଣ୍ଡରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସମୟରେ କେତେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇନଥିବାର ଅଭିଯୋଗ କରିଥିଲେ l ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଅଭିଯୋଗ ଉପରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପର୍ଯ୍ୟାୟ କ୍ରମେ ସମସ୍ତଂକୁ ଘର ମିଳିବ ବୋଲି ଆଶ୍ଵାସନା ଦେଇଥିଲେ। pic.twitter.com/kq65yyo9XZ
— Governor Odisha (@GovernorOdisha) January 21, 2024
ରାଜ୍ୟପାଳ ସେଠାରୁ ଦଶରଥପୁର ବ୍ଲକ ଅଭିମୁଖେ ଯାଇଥିଲେ। ଖଣ୍ଡରା ପଞ୍ଚାୟତରେ ପ୍ରବେଶ କରୁ କରୁ ସରୋଜିନୀ ରାଉତ ନାମକ ଜଣେ ମହିଳା ରାଜ୍ୟପାଳଙ୍କ ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ଥିଲେ। ରାଜ୍ୟପାଳ ଗାଡ଼ିରୁ ଓହ୍ଲାଇବା କ୍ଷଣୀ କାନ୍ଦି କାନ୍ଦି ନିଜର ଭଙ୍ଗା ଦଦରା ଘରେ ଦୟନୀୟ ଭାବେ ପରିବାର ସହ ରହୁଥିବା ସରୋଜୀନି କହିଥିଲେ। ଏହା ପରେ ରାଜ୍ୟପାଳ ତାଙ୍କ ଘର ପରିଦର୍ଶନ କରି ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଘର ମିଳିବ ବୋଲି ସରୋଜୀନିଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତା’ପରେ ରାଜ୍ୟପାଳ ଅନ୍ୟ ଆବସ ହିତାଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।
ଶ୍ରୀମତୀ ସରୋଜିନୀ ରାଉତ ନିଜ କଚ୍ଚା ଘରର ଦୁର୍ଦ୍ଦଶା ଦେଖାଇବାରୁ ମାନ୍ୟବର ରାଜ୍ୟପାଳ ସମବେଦନା ପ୍ରକାଶ କରି ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ l pic.twitter.com/bXisEbX8l6
— Governor Odisha (@GovernorOdisha) January 21, 2024
ଖଣ୍ଡରା ଗାଁରେ ବୁଲିବା ବେଳେ ଆବାସ ଯୋଜନାରେ ଘର ମିଳୁଛି କି ନାହିଁ ଲୋକଙ୍କୁ ପଚାରି ବୁଝିଥିଲେ ରାଜ୍ୟପାଳ। ସେହି ସମୟରେ ପାଣି ସମସ୍ୟା, ଭତ୍ତାରୁ ବଞ୍ଚିତ ଭଳି ଅନେକ ଲୋକ ଅଭିଯୋଗ କରିଥିଲେ। ସବୁ ସମସ୍ୟା ସମାଧାନ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟପାଳ। ତା’ପରେ ରାଜ୍ୟପାଳ ସର୍କିଟ ହାଉସ୍ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରି ହରିପୁର ମେଡ଼ିକାଲ୍ ପରିଦର୍ଶନ କରିଥିଲେ। ସେଠାରେ ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ।
ରିପୋର୍ଟ-ଯାଜପୁରରୁ ସଞ୍ଜୀବ ନାୟକ
ଏପରି ଏକ ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ହେଲେ ପ୍ରତିଭା ମଲ୍ଲିକ ଓ ରଞ୍ଜନ ମଲ୍ଲିକ । ଏନେଇ ମାମଲା ରୁଜୁ ହୋଇଥିଲେ ବି ପୁଲିସ୍ କାହାକୁ ଗିରଫ କରିନି।
ରଞ୍ଜନ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ନିର୍ବାହୀ ଯନ୍ତ୍ରୀ ତାଙ୍କ ନିକଟକୁ ଫୋନ୍ କରି ପାଣି ପାଇପ୍ ସଂଯୋଗକୁ ନେଇ ମାଣିକଛକ ନିକଟରେ ଉତ୍ତେଜନା ଦେଖା ଦେଇଥିବା କହିଥିଲେ। ଏପରିକି ଉତ୍ତ୍ୟକ୍ତ ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲା ସେଠାରେ ଗାଡ଼ିମୋଟର ଅଟକାଇଥିବା କହିଥିଲେ।
ଖବର ପାଇ ସରପଞ୍ଚ ପ୍ରତିଭା ମଲ୍ଲିକ ଓ ସ୍ୱାମୀ ରଞ୍ଜନ ମଲ୍ଲିକ ସେଠାକୁ ଯାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ସହ ଘଟଣା ଅଣାୟତ୍ତ ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସୁବାସ ମହଲା ପ୍ରଥମେ ସରପଞ୍ଚ ପ୍ରତିଭା ମଲ୍ଲିକଙ୍କୁ ଗୋଇଠା, ବିଧା, ଚାପୁଡ଼ା ମାରିବା ସହ ତାଙ୍କୁ ଧକ୍କା ମାରିଥିବା ରଞ୍ଜନ ମଲ୍ଲିକ ଅଭିଯୋଗ କରିଛନ୍ତି। ଏହାଦେଖି ସେ ନିଜ ପତ୍ନୀଙ୍କୁ ରକ୍ଷା କରିବାକୁ ଯିବାରୁ ତାଙ୍କୁ ମୁଣ୍ଡକୁ ସୁବାସ କାଠ ଫାଳିଆରେ ପିଟି ଦେଇଥିବା କହିଛନ୍ତି ।
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମଙ୍ଗଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।
ଏନେଇ ରଞ୍ଜନ ମଲ୍ଲିକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣାଯାଇଛି।
ସୂଚନା ଅନୁସାରେ ଶନିବାର (ଗତକାଲି) ରାତିରେ ଜଣେ ମହିଳା ନିଜ ବାଡ଼ିକୁ ଜାଇଥିବା ବେଳେ ଗୋଟିଏ ଶିଶୁର କଟାମୁଣ୍ଡ ଦେଖିଥିଲେ। ପରେ ସ୍ଥାନୀୟ ଲୋକ ଜାଣିବା ପରେ କଟାମୁଣ୍ଡଟିକୁ ଦେଖିବାକୁ ସମସ୍ଥେ ଆସିଥିଲେ। କୁକୁର କଟାମୁଣ୍ଡଟିକୁ ଖାଉ ଥିବାର ସମସ୍ଥେ ଦେଖି ଭୟଭୀତ ହୋଇଥିଲେ। ଲୋକ ଆସିବାରୁ କୁକୁର ମୁଣ୍ଡଟିକୁ ନେଇ କୁଆଡ଼େ ପଳାଇଥିଲା। ଆଉ ସ୍ଥାନୀୟ ଲୋକେ କଟାମୁଣ୍ଡକୁ ଖୋଜିଖୋଜି ପାଇନଥିଲେ।
ତେବେ ଆଜି ସକାଳୁ ଯାଜପୁରରୋଡ଼ ପୁଲିସକୁ ଏନେଇ ଖବର ଦେଇଥିଲେ ଗ୍ରାମବାସି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ କଟା ମୁଣ୍ଡକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ କଟାମୁଣ୍ଡ ଶିଶୁଟିର ପରିଚୟ ମଳିପାରି ନଥିବାବେଳେ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କଟାମୁଣ୍ଡକୁ ଦେଖିଲାବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ରିପୋର୍ଟ – ଯାଜପୁରରୁ ଜନ୍ମେଜୟ ଦାସ
ଜାନୁଆରୀ ୧୨, ୧୩ ଓ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୮ଟି ସେସନ୍ ରହିଛି। ଏଥିରେ ଭାରତ ସମେତ ୧୮ଟି ଦେଶର ପ୍ରତିନିଧି, ୨୦ରୁ ଅଧିକ ଆନ୍ତର୍ଜାତୀୟ କଳାକାର, ୭୫ ଜଣ ବକ୍ତା ଓ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଥିଲେ।
ଗତବର୍ଷ ବ୍ୟାସନଗରଠାରେ ପ୍ରଥମଥର ପାଇଁ ଏଭଳି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଉତ୍ସବ ଆୟୋଜନ କରିଛି। ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନୀତ କରିବା ପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି। କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଓଡ଼ିଶା ତଥା ଯାଜପୁର ଜିଲ୍ଲା। ତେଣୁ ବିଶ୍ୱବ୍ୟାପୀ ଯାଜପୁର ସମେତ ଓଡ଼ିଶାର ହସ୍ତଶିଳ୍ପ ଓ କଳା ପ୍ରଦର୍ଶନ କରିବାକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ପ୍ଲାଟଫର୍ମ ପ୍ରଦାନ କରିବ। ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସମ୍ମିଳନୀର ଏହି ଦ୍ୱିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗରଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଓ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ
ଡଲି ଆଳି କେତୁଆପାଳ ନାଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ରେ ବିବାହ କରିଥିଲେ। ବିବାହ ପରେ ଡଲି ସ୍ୱାମୀଙ୍କ ସହ ବାହାରେ ରହୁଥିଲେ। ଗତ ୧ ତାରିଖରେ ପ୍ରସବ ପାଇଁ ଡଲିଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପୁଅଟେ ହୋଇଥିଲା। ପୁଅଟେ ହେଲା ପରେ ଡଲିଙ୍କୁ ତାଙ୍କ ସ୍ୱାମୀ ହସ୍ପିଟାଲରେ ଛାଡ଼ି ପଳାଇ ଯାଇଛନ୍ତି। ଡଲି ଫୋନ୍ କଲାବେଳକୁ ସ୍ୱାମୀ ଅନ୍ୟ ଝିଅକୁ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି। ଡଲି ୧୦ ଦିନ ହେବ ସ୍ୱାମୀକୁ ଅପେକ୍ଷା କରି ମେଡିକାଲରେ ପଡ଼ି ରହିଥିଲେ। ଗତକାଲି ମେଡିକାଲ କର୍ତ୍ତୃପକ୍ଷ ଘଟଣା ସଂପର୍କରେ ପୁଲିସକୁ ଜଣାଇବା ପରେ ଡଲି ଓ ତାଙ୍କ ପୁଅକୁ ୱାନଷ୍ଟପ୍ ସେଣ୍ଟରକୁ ହସ୍ତାନ୍ତର କରାଯାଇଛି। ପାରିବାରିକ କଳହ ପାଇଁ ଡଲିକୁ ତାଙ୍କ ସ୍ୱାମୀ ମେଡିକାଲରେ ଛାଡ଼ି ପଳାଇଯାଇଥିବା ସୂଚନା ରହିଛି।
ଡଲିଙ୍କ ସ୍ୱାମୀକୁ ଡକାଯାଇ ପଚରାଉଚରା କରାଯିବ। ସେମାନଙ୍କୁ ପଚରାଉଚରା କରାଯିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଡଲି କହିଛନ୍ତି, ମୋ ପୁଅ ଜନ୍ମ ହେବା ପରେ ମୋ ସ୍ୱାମୀ ମୋ ପାଖରେ ଥିଲେ। ପରେ ତାଙ୍କ ମାଉସୀ ଫୋନ୍ କରି ମୋ ସ୍ୱାମୀକୁ ତାଙ୍କ ଘରକୁ ଡାକିଥିଲେ। ସେ ମାଉସୀ ଘରକୁ ଯିବା ପରେ ମୋତେ ନେବାକୁ ମେଡିକାଲ ଆସୁନାହାନ୍ତି। ମୁଁ ଫୋନ୍ କଲା ବେଳକୁ ସେ ଆଉ ଏକ ବିବାହ କରି ସାରିଛନ୍ତି ବୋଲି କହୁଛନ୍ତି। ମୋତେ ନେବା ପାଇଁ ମୋ ଶାଶୁ ଘର ଲୋକ ବି ଆସୁନାହାନ୍ତି। ମୋତେ ନ୍ୟାୟ ଦରକାର।
ଆଜି ସକାଳେ ବାଡିରେ ପଶି ଏକ ଷଣ୍ଢ ଫସଲ ନଷ୍ଟ କରୁଥିଲା। ଅଲେଖ ଏହା ଦେଖି ଷଣ୍ଢକୁ ଗୋଡ଼ାଇବାକୁ ଯାଇଥିଲେ। ଏହି ସମୟରେ ଷଣ୍ଢଟି ତାଙ୍କୁ କଚାଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅଲେଖଙ୍କୁ ମୃତ ଘୋଷଣା କରିଥିଲେ। ଅଲେଖଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ତେବେ ଷଣ୍ଢଟି ଗତ ଏକ ମାସ ହେବ ଗାଁରେ ଏଭଳି ଉତ୍ପାତ ମଚାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ନିକଟରେ ନଗଡାରେ ଜଣେ ଗର୍ଭବତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ମହିଳା ଜଣକ ପ୍ରସବ କରିଥିଲେ। ହେଲେ ଶିଶୁର ଓଜନ ଓ ସ୍ୱାସ୍ଥ୍ୟାବସ୍ଥା ସ୍ଵାଭାବିକ ନଥିଲା। ତେଣୁ ଡାକ୍ତରଖାନାରେ ରହି ଚିକିତ୍ସା ହେବାକୁ ଡାକ୍ତର କହିଥିଲେ। ମାତ୍ର ମହିଳା ଜଣକ ଶିଶୁକୁ ଧରି ଘରକୁ ପଳାଇ ଯାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲ ଆଣିବାକୁ ଚେଷ୍ଟା କରାଯାଇଥିଲା। ହେଲେ ମେଡ଼ିକାଲ୍ ଆସିବାକୁ ମହିଳା ଜଣକ ରାଜି ହେଉଥିବା ଜଣାପଡ଼ିଛି।
ସେପଟେ ଶିଶୁଟି ଅପପୁଷ୍ଟିରେ ଶିକାର ହୋଇଥିବା ଘଟଣାକୁ ଅସ୍ୱୀକାର କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଶିବାଶିଷ ମହାରଣା। ସେ କହିଛନ୍ତି, ତଳ ନଗଡ଼ାରେ ୩ ଜଣ ପିଲାଙ୍କର ଶ୍ୱାସଜନିତ ରୋଗ ଥିବା ଦୁଇ ଦିନ ତଳେ ରିପୋର୍ଟ ଆସିଥିଲା। ତେଣୁ ସେମାନଙ୍କୁ ମେଡ଼ିକାଲ୍ ଆଣିବା ପାଇଁ ଆଶା ଦିଦି ଯାଇଥିଲେ। ସେମାନେ ଆସିବା ପରିବର୍ତ୍ତେ ଆଶା ଦିଦିଙ୍କୁ ଆକ୍ରମଣ କରିଥିଲେ। ତା’ପରେ ପୁଲିସ୍ ସହ ଯାଇ ମେଡ଼ିକାଲ୍ ଟିମ୍ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରି ଆଣି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ଜଣେ ପିଲାକୁ ତା’ ବାପା ଛାଡ଼ି ନଥିଲେ। ଏପରିକି ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡ଼ିକାଲ୍ ଟିମ୍କୁ ଦେଇନଥିଲେ। ତେଣୁ ଅପପୁଷ୍ଟି ନେଇ ସ୍ପଷ୍ଟ ଭାବେ କିଛି କହିହେବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ସୁକିନ୍ଦା ଥାନାରେ କାର୍ଯ୍ୟରତ ଡ୍ରାଇଭର ସୁକୁମାର ସ୍ୱାଇଁ ଅସୁସ୍ଥ ରହିଥିଲେ। ତେଣୁ ସେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସେହି ଦିନ ସନ୍ଧ୍ୟାରେ ଥାନା ଅଧିକାରୀ ଶିବ ଚରଣ ବେହେରା ମେଡ଼ିକାଲ୍ରେ ପହଞ୍ଚି ଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି କଥା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ସୁକୁମାରଙ୍କ ବାପା, ମାଆ ଓ ଭାଇଙ୍କୁ ଥାନା ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲେ। ସାଲାଇନ୍ ବୋଟଲ୍ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି।
ନିଜେ ଆକ୍ରମଣ କରିଥିଲେ ସୁଦ୍ଧା ଆକ୍ରମଣ ଅଭିଯୋଗରେ ସୁକୁମାରଙ୍କୁ ମେଡ଼ିକାଲ୍ରୁ ଥାନାକୁ ନେଇଥିଲେ ଥାନା ଅଧିକାରୀ ଶିବ ଚରଣ ବେହେରା। ଏହାର ପ୍ରତିବାଦରେ ୨୦୨୨ ମସିହା ମାର୍ଚ୍ଚ ୧୬ ତାରିଖରେ ସୁକୁମାରଙ୍କ ମାଆ ସୁକିନ୍ଦା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସତ୍ୟପାଠରେ ସେ ଦର୍ଶାଇଥିଲେ, ମେଡ଼ିକାଲରେ ଚିକିତ୍ସାଧୀନ ସୁକୁମାର ଓ ତାଙ୍କ ପରିବାର ଲୋକଙ୍କୁ ଥାନା ଅଧିକାରୀ ଶିବଚରଣ ବେହେରା ଆକ୍ରମଣ କରିଥିଲେ। ପରେ ଥାନା ଭିତରେ ପଶି ସୁକୁମାରଙ୍କୁ ଥାନା ଅଧିକାରୀଙ୍କ ବାପା ପଞ୍ଚାନନ ବେହେରା ମାଡ଼ ମାରିଥିବା ନେଇ ସତ୍ୟପାଠରେ ଦର୍ଶାଇଥିଲେ।
ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ମାମଲାର ଗୁରୁତ୍ୱକୁ ଦେଖି ହାଜର ହେବା ପାଇଁ ନୋଟିସ୍ କରିଥିଲେ। ହେଲେ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରା କୋର୍ଟରେ ହାଜର ହୋଇନଥିଲେ। ଏପରିକି କୌଣସି ସତ୍ୟପାଠ ଦାଖଲ କରିନଥିଲେ। ଯାହାଫଳରେ ଗତ ୨୬ ତାରିଖରେ ଶିବ ଚରଣ ବେହେରା ଓ ତାଙ୍କ ବାପା ପଞ୍ଚାନନ ବେହେରାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ। ଶିବ ଚରଣ ବେହେରା ବର୍ତ୍ତମାନ କଟକ ଜିଲ୍ଲା ବାଙ୍କୀ ଥାନାରେ କାର୍ଯ୍ୟରତ ଅଛନ୍ତି।
ସେପଟେ ଏହି ଘଟଣାକୁ ନେଇ ସୁକୁମାରଙ୍କ ମାଆ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ମହିଳା କମିଶନଙ୍କ ଦ୍ୱାରାସ୍ଥ ହୋଇଥିଲେ।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ତେବେ ଅପହୃତ ଯୁବକଜଣକ ଶଙ୍କର୍ଷଣ ଦାସ ନୁହନ୍ତି, ପିଣ୍ଟୁ ସାହୁ ବୋଲି ସ୍ପଷ୍ଟ କରିଛି ପୁଲିସ୍ । ପୁଲିସ୍ ପିଣ୍ଟୁଙ୍କୁ ଉଦ୍ଧାର କରିବା ସହ ତାଙ୍କ ବିଷୟରେ ଚାଞ୍ଚଲ୍ୟକର ସୂଚନା ଦେଇଛି।
ପୁଲିସ୍ ସୂଚନା ଅନୁଯାୟୀ, ପିଣ୍ଟୁଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁ ସେ ଗିରଫ ବି ହୋଇଛନ୍ତି I ତାଙ୍କୁ ଉଦ୍ଧାର କରିବା ପରେ ଖଣ୍ଡଗିରି ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I
ଉଦ୍ଧାର ହେବା ପରେ ବେଶ୍ ଖୁସି ଥିବା ପିଣ୍ଟୁ ସାହୁ ନୂଆ ଜୀବନ ପାଇଥିବା କହିଛନ୍ତି। ଏଥିସହ ସେ କହିଛନ୍ତି, ମୋ’ ଘର ଆଗରୁ ମୋତେ କିଡନାପ କରିଥିଲେ। ମୁଁ ସେମାନଙ୍କୁ ଚିହ୍ନିନି କି ଜାଣିନି। ପୁଲିସ୍ ଖୁବ୍ ଶୀଘ୍ର ପଦକ୍ଷେପ ନେଇ ମୋତେ ଉଦ୍ଧାର କରି ନୂଆ ଜୀବନ ଦେଇଛି। ଏହା ପଛରେ ମୋ’ ଡ୍ରାଇଭର ହାତ ଥିବା ସନ୍ଦେହ କରୁଛି।
ଗତ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଶଙ୍କର୍ଷଣଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ। ପରେ ଶଙ୍କର୍ଷଣଙ୍କୁ ମାଡ଼ ମାରି ରକ୍ତାକ୍ତ କରି ପତ୍ନୀଙ୍କୁ ଭିଡିଓ କଲ୍ କରି ୧୦ ଳକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ଏନେଇ ଶଙ୍କର୍ଷଣଙ୍କ ପତ୍ନୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଟିମ୍ ଗଠନ କରି ପିଣ୍ଟୁଙ୍କୁ ଖୋଜିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଥିଲା। ଏପରିକି ପୁଲିସ୍ ଉକ୍ତ ନମ୍ବରକୁ ଟ୍ରାକ୍ କରିବା ସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଆଧାରରେ ଯାଜପୁର ଆରୁହାରୁ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁସାରେ, ବଡ଼ସୁଆର ଗ୍ରାମର ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ଆଟ୍ରୋସିଟି ମାମଲାରେ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ରାଶି ଆସିଥିଲା। ହେଲେ ବରିଷ୍ଠ କିରାଣୀ ଏହା ଉପରେ ମୋହର ମାରି ନଥିଲେ। ତେଣୁ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ରାଶି ମିଳି ନଥିଲା। ତେବେ ଏହି ହରିଜନ ଓ ଆଦିବାସୀ କ୍ଷତିପୂରଣ ଅନୁକମ୍ପା ରାଶି ବିଲ ପାସ କରାଇଦେବା ପାଇଁ ସୁବ୍ରତ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ପୂର୍ବରୁ ସେ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଟଙ୍କା ନେବାର ଥିଲା। କିନ୍ତୁ ଏସମ୍ପର୍କରେ ପୀଡ଼ିତ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ଯାଜପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତ ଧରିବାକୁ ଯୋଜନା କରିଥିଲା।
ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା। ୧୦ ହଜାର ଟଙ୍କା ଅଧିକାରୀମାନେ ଜବତ କରିବା ସହ ସୁବ୍ରତ କୁମାର କାନୁନଗୋଙ୍କୁ ଗିରଫ କରିଛନ୍ତି।
ସୂଚନା ଅନୁସାରେ ହିମାଂଶୁ ଦାସ ନାମକ ଜଣେ ବ୍ୟକ୍ତି। ପାଟରଙ୍ଗା ଗାଁକୁ ଆସି ନିଜକୁ ସାଇ ସବୁରି ହସ୍ପିଟାଲର କର୍ମଚାରୀ ବା ମେଡିସିନ ବିଭାଗର ଡାକ୍ତର ବୋଲି ପରିଚୟ ଦେଇଥିଲେ। ପରେ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ପାଟରଙ୍ଗା ଗ୍ରାମର ସରପଞ୍ଚଙ୍କ ସହ ଆଲୋଚନା କରି ଆରମ୍ଭ କରିଥିଲେ ସ୍ୱାସ୍ଥ୍ୟ ଶିବିର।
ଏହି ଶିବିରରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ୩୦ ରୁ ଅଧିକ ରୋଗୀଙ୍କୁ ଚିକିତ୍ସା ଓ ବିଭିନ୍ନ ଅସ୍ତ୍ରୋପଚାର କରାଇବା ପାଇଁ ସାଇ ସବୁରି ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଅନେକ ରୋଗୀଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର କରାନଯାଇ ଛାଡ଼ି ଦିଆ ଯାଇଥିଲା। ଏଥିସହିତ ସେମାନଙ୍କ BSKY କାର୍ଡରୁ ଟଙ୍କା କାଟି ନିଆଯାଇଥିଲା।
ପରେ ଏନେଇ ସମ୍ପୃକ୍ତ ବ୍ୟକ୍ତି ହିମାଂଶୁ ଦାସଙ୍କୁ ଲୋକମାନେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଧରାଛୁଆଁ ଦେଇନଥିଲେ। ତେବେ ଆଜି ହିମାଂଶୁ ନିକଟସ୍ଥ ଏକ ଗାଁକୁ ଆସିଥିବା ବେଳେ ପାଟରଙ୍ଗା ଗ୍ରାମବାସୀ ତାଙ୍କୁ କାବୁ କରି ଗ୍ରାମକୁ ଆଣି ଅଟକ ରଖିଛନ୍ତି। ଏନେଇ ଗ୍ରାମବାସୀ ପୁଲିସକୁ ଜଣାଇଥିବା ପରେ ଘଟଣା ସ୍ଥଲରେ ପୁଲିସ ପହଞ୍ଚି ଡାକ୍ତର ପରିଚୟ ଦେଉଥିବା ହିମାଂଶୁ ଦାସଙ୍କୁ ଗିରଫ କରିଛି।
ରିପୋର୍ଟ – ଯାଜପୁରରୁ ଜନ୍ମୋଜୟ ଦାଶ
ସୟିଦ ଈଶାନ୍ ବୁଖାରୀକୁ ଭୁବନେଶ୍ୱରରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତେଇଥିଲା ଟିମ୍। ନ୍ୟୁଡ୍ ଆପ୍ କରି ଶତାଧିକ ଯୁବତୀଙ୍କୁ ଶୋଷଣ କରିବା ସହ ପ୍ରତ୍ୟେକ ଭିଡିଓ କଲରୁ ୫ ହଜାର ଟଙ୍କା କମିଶନ ପାଇଛି ବୁଖାରୀ। ଏଭଳି ଭାବେ କୋଟି କୋଟି ଟଙ୍କା ମୁନାଫା କମାଇଛି ଏହି ସନ୍ଦିଗ୍ଧ ଆତଙ୍କୀ। IB ଓ ପଞ୍ଜାବ ପୁଲିସ ଓଡ଼ିଶା ଆସି ବୁଖାରୀକୁ ପଚରାଉଚରା କରିଛନ୍ତି।
କୁହାଯାଉଛି, ଆସନ୍ତାକାଲି କଶ୍ମୀର ପୁଲିସ ଭୁବନେଶ୍ୱର ଆସିପାରେ। ସନ୍ଦିଗ୍ଧ ବୁଖାରୀ କେରଳ ମୌଳବାଦୀଙ୍କ ସହ ଲିଙ୍କରେ ଥିବା ନେଇ ପ୍ରମାଣ ମିଳିଥିବାବେଳେ ସିଡ଼ିଆର ରିପୋର୍ଟରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି STF ହାତରେ। ତା’ସହ ଲଭ୍ ଜିହାଦର ପ୍ରମାଣ ମିଳିଛି। ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ୭ ଜଣ ମହିଳାଙ୍କୁ ବିବାହ କରିଛି ବୁଖାରୀ। ତା’ମଧ୍ୟରେ ଯାଜପୁର ଧର୍ମଶାଳା ବ୍ଲକ ନେଉଳପୁର ଗାଁର ଜଣେ ଯୁବତୀ ରହିଛନ୍ତି। ଯାହାଙ୍କୁ ବିବାହ କରିବା ପରେ ନେଉଳପୁର ପଞ୍ଚାୟତ ମିଲତନଗର ଗାଁରେ ଭଡ଼ାରେ ରହିଆସୁଥିଲେ ବୁଖାରୀ। ଏବେ ରିମାଣ୍ଡ ଅବଧି ସରିବା ପରେ ବୁଖାରୀକୁ ଜେଲ୍ ପଠାଇ ଦିଆଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ STF।
ଯାଜପୁର ଜିଲ୍ଲା କଳିଙ୍ଗନଗର ଆମ୍ବଗାଡ଼ିଆ ସ୍ଥିତ ବିରଭୂମି ନିକଟରେ OPTCL କମ୍ପାନୀ ପ୍ରକଳ୍ପ କରିଛି। ହେଲେ ଆଜି ପର୍ଯ୍ୟନ୍ତ ଜମିହରାଙ୍କୁ କୌଣସି କ୍ଷତିପୂରଣ ଦେଇନି। କମ୍ପାନୀର ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହି ମାମଲାର ସମାଧାନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଜମିହରା, କମ୍ପାନୀ କର୍ତ୍ତୃପକ୍ଷ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିଲାନି।
ସମାଧାନର ରାସ୍ତା ବାହାରିନଥିଲା। ଆସନ୍ତା ୪ ତାରିଖରେ ପୁନର୍ବାର ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସେହି ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି।
ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ
ଆପ୍ ଜରିଆରେ ଯୁବତୀମାନେ ବାଛି ବାଛି ପ୍ରଭାବଶାଳୀଙ୍କୁ ନ୍ୟୁଡ୍ କଲ୍ କରୁଥିଲେ। ଆଉ ଏଥିରେ ଫସୁଥିବା ବ୍ୟକ୍ତିଙ୍କୁ ପରେ ବ୍ଲାକ୍ମେଲ୍ କରି ଲୁଟି ଚାଲୁଥିଲେ। ଏଥିପାଇଁ ବୁଖାରୀ ନାଁରେ ଥିବା ୯ଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନଜାକ୍ସନର ତଥ୍ୟ ପାଇଛି ଏସଟିଏଫ୍। ତେବେ ବୁଖାରୀର ଏଇ ହନିଟ୍ରାପରେ କେଉଁମାନେ ଶିକାର ହୋଇଛନ୍ତି ? ଦେଶର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ହନିଟ୍ରାପକୁ ମାଧ୍ୟମ କରିଛି କି ବୁଖାରୀ ? ପୂର୍ବରୁ ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିରୁ ଏକାଧିକ କର୍ମଚାରୀ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପରେ ଫସିଥିଲେ। ଏଥିରେ ବୁଖାରୀର ହାତ ଅଛି କି ? ଏଭଳି ପ୍ରଶ୍ନର ଉତ୍ତର ସାଙ୍ଗକୁ ବୁଖାରୀଠୁ ଆହୁରି ଅଧିକ ତଥ୍ୟ ହାସଲ ପାଇଁ ତାକୁ ଘାଣ୍ଟି ଚାଲିଛନ୍ତି କ୍ରାଇମବ୍ରାଞ୍ଚ ଓ ଆଇବିର ଅଧିକାରୀ।
ସେପଟେ ଆଇଟି ଏକ୍ସପର୍ଟଙ୍କ କହିବା ଅନୁସାରେ ବୁଖାରୀ ନିଜସ୍ୱ ଆପ୍ କରିଛି, ମାନେ ସେ ଆତଙ୍କବାଦର ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଥାଇ ପାରେ। ଏହି ଆପ୍ ଜପିଆରେ ନ୍ୟୁଡ୍ କଲ କରି ରୋଜଗାର କରୁଥିବା ଅର୍ଥ ଆତଙ୍କୀ ସଂଗଠନକୁ ଦେବାର ସନ୍ଦେହ ମଧ୍ୟ କରାଯାଇପାରେ। ତଦନ୍ତକାରୀ ସଂସ୍ଥା ଏ ଦିଗରେ ଖୋଳତାଡ଼ କଲେ ନିଶ୍ଚୟ ସତ୍ୟ ପଦାକୁ ଆସିବ। ବୁଖାରୀଠାରୁ ୪ଟି ମୋବାଇଲ ଜବତ କରାଯାଇଥିବା ବେଳେ ଏହା ଭିତରୁ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି ବୋଲି ଆଇଟି ଏକ୍ସପର୍ଟ କହିଛନ୍ତି।
୧. ଓଡ଼ିଶାରେ ରହିବା ପଛର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ’ଣ ?
୨. ୨୦୧୮ରେ ଓଡ଼ିଶା ଆସିବା ପୂର୍ବରୁ କେଉଁଠି ରହୁଥିଲା ଓ କାହିଁକି କାଶ୍ମୀର ଛାଡ଼ିଥିଲା ?
୩. ବହୁ ବିବାହ ନାଁରେ ଯୁବତୀଙ୍କୁ ମୋହରା କରି ଦେଶବିରୋଧୀ ତଥ୍ୟ ହାତେଇଛି କି ?
୪. ସୋଶାଲ୍ ମିଡ଼ିଆ ଜରିଆରେ ପାକିସ୍ତାନ ISI ଏଜେଣ୍ଟଙ୍କୁ କି ତଥ୍ୟ ସେୟାର କରିଛି ?
୫. ମିଛରେ ନିଜକୁ ଡାକ୍ତର ଦର୍ଶାଇବା ପଛରେ ଠକେଇ ଉଦ୍ଦେଶ୍ୟରେ ନା କୌଣସି ବଡ଼ ଅଘଟଣ
ପୂର୍ବରୁ ଆତ୍ମଗୋପନ ? ଏଭଳି ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଆର୍ଥିକ କାରବାରର ପ୍ରମାଣ ମିଳିଥିବାରୁ ସେ ସଂପର୍କରେ ମଧ୍ୟ ତଥ୍ୟ ଆଦାୟ କରିବ କ୍ରାଇମବ୍ରାଞ୍ଚ STF ଏବଂ IB। ଆଗକୁ କଶ୍ମୀର ଓ ପଞ୍ଜାବ ପୁଲିସ ସହ NIA ଓଡ଼ିଶା ଆସିପାରେ ବୋଲି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏସ୍ପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି।
ତେବେ ଆଗକୁ ତଦନ୍ତକାରୀ ଅଧିକାରୀ ନେଉଳପୁର ଓ ମିଲତନଗର ଗାଁକୁ ଯାଇ ଛାନଭିନ କରିବେ କି ? କାରଣ ୨୦୧୮ ମସିହାରୁ କଶ୍ମୀରରୁ ଓଡ଼ିଶା ଆସି ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ନେଉଳପୁରର ଜଣେ ଯୁବତୀଙ୍କୁ ବିବାହ କରିଥିଲା ଏବଂ ମିଲତନଗରରେ ଭଡ଼ାଘରେ ରହୁଥିଲା। କିନ୍ତୁ ହାବଭାବ ଆଉ ସନ୍ଦେହଜନକ ଚାଲି ଚଳଣୀକୁ ଦେଖି ୨୦୧୮ରେ ସାମ୍ବାଦିକ ଶେଖ୍ ଦିଲଦାର୍ ଚାନ୍ଦ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ବୁଖାରୀର ପତ୍ନୀର ପାଲଟା ଏତଲା ପରେ ସାମ୍ବାଦିକ ଦିଲଦାର୍ ପୁଲିସ ଆକ୍ରୋଶର ଶିକାର ହୋଇଥିଲେ। ଶେଷରେ ଗତ ୩ ମାସ ତଳେ ହୃଦରୋଗରେ ପ୍ରାଣ ହରାଇଥିଲେ। ସେତେବେଳେ ଯଦି ପୁଲିସ ଆକ୍ସନ ନେଇଥାନ୍ତା, ଆଜି ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି କହିଛନ୍ତି ସାମ୍ବାଦିକ ଦିଲଦାରଙ୍କ ପତ୍ନୀ ଓ ଝିଅ।
ଏଣେ ସନ୍ଦିଗ୍ଧ ଆତଙ୍କୀ ବୁଖାରୀ ଧରାପଡ଼ିବା ପରଠୁ ଆତଙ୍କିତ ନେଉଳପୁର ପଞ୍ଚାୟତବାସୀ। କାରଣ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟର ଲୋକେ ବର୍ଷ ବର୍ଷ ଧରି ଡେରା ପକେଇଛନ୍ତି। କିଏ କେଉଁ ବୃତ୍ତିକୁ ଆପଣାଇଛନ୍ତି, କେହି ଜାଣିନାହାଁନ୍ତି। ଏପରିକି ବହୁ ଲୋକଙ୍କ ନାଁ ସରକାରୀ ଖାତା ଖତିୟାନରେ ମଧ୍ୟ ନାହିଁ। ଏହି ମଉକାରେ ମିଲତନଗରରେ ବୁଖାରୀ ଅନୁପ୍ରବେଶ କରିବା ଓ କ୍ରାଇମବ୍ରାଞ୍ଚ STF ହାବୁଡ଼ରେ ପଡ଼ିବା ପରେ ପ୍ରଶାସନର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ।
କଶ୍ମୀର ନିବାସୀ ସଇଦ ଈଶାନ ବୁଖାରୀ ଧର୍ମଶାଳା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରି ରହୁଥିଲା। ଆଉ ନିଜକୁ ଡାକ୍ତର ବୋଲି ପରିଚୟ ଦେଉଥିଲା। ହେଲେ ତାଙ୍କର ଚାଲିଚଳଣରେ ସନ୍ଦେହ ପ୍ରକାଶ କରିଥିଲେ ସାମ୍ୱାଦିକ ସ୍ୱର୍ଗତ ଶେଖ ଦିଲ୍ଦାର। ୨୦୧୮ ମସିହାରେ ସେ ଏନେଇ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ୍ ମାମଲାକୁ ହାଲ୍କା ଭାବେ ନେଇଥିଲା। ଲୋକ ଦେଖାଣିଆ ଭାବେ ତାଙ୍କୁ ଥାନାକୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ଏହି ଘଟଣା ପରେ ବୁଖାରୀଙ୍କ ପତ୍ନୀ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା।
ସେତେବେଳେ ସାମ୍ୱାଦିକ ଶେଖ ଦିଲ୍ଦାରଙ୍କୁ ଗାଳି ଦେଇଥିଲା। ନାନା ଅପବାଦ ପ୍ରଚାର କରିଥିଲା। ଏପରିକି ଥାନାରେ ଅଭିଯୋଗ କରିବ ବୋଲି ଧମକ ଦେଇଥିଲା। ଯେଉଁଥିପାଇଁ ମାନସିକ ଆଘାତ ପାଇଥିଲେ ଶେଖ ଦିଲଦାର୍। ଦୁଇ ମାସରୁ ଅଧିକ ସମୟ ଧରି ମାନସିକ ଅବସାଦରେ ରହିଥିଲେ ବୋଲି ଦିଲ୍ଦାରଙ୍କ ପତ୍ନୀ ଆଜି ଅଭିଯୋଗ କରିଛନ୍ତି। ଯଦି ୫ ବର୍ଷ ତଳେ ଏହି ଘଟଣାକୁ ଠିକ୍ ଭାବେ ତଦନ୍ତ କରାଯାଇଥାଆନ୍ତା, ତାହା ହେଲେ ବୁଖାରୀ ଜେଲ୍ରେ ରହିଥାଆନ୍ତା ବୋଲି ସେ ଅଭିଯୋଗ କରିଛନ୍ତି।
ବୁଖାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସାମ୍ୱାଦିକ ଶେଖ ଦିଲ୍ଦାରଙ୍କ ମୃତ୍ୟୁ ହୋଇଯାଇଛି।
ଟେଲିଫୋନିକ କଲ୍ ଡିଟେଲସରୁ ଆଶଙ୍କା କରାଯାଉଛି, ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଚାଟ୍ କରିଛି ବୁଖାରୀ। ଆଉ ଚାଟ୍ ହିଷ୍ଟ୍ରିକୁ ଡିଲିଟ୍ ମଧ୍ୟ କରିଛି। ତେବେ ISI ଏଜେଣ୍ଟଙ୍କ ସହ କି ତଥ୍ୟ ସେୟାର କରିଛି ବୁଖାରୀ? ତାହା ଜଣାପଡ଼ି ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଚାଟ ହିଷ୍ଟ୍ରିରେ ରହିଛି କି ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗ? ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇନି ତ ଓଡ଼ିଶାର ସମ୍ବେଦନଶୀଳ ତଥ୍ୟ ? ଏଭଳି ଆଶଙ୍କା କରି ଜବତ ମୋବାଇଲରୁ ଡିଲିଟ ଚାଟ୍ ହିଷ୍ଟ୍ରିକୁ ହାସଲ ପାଇଁ ଉଦ୍ୟମ କରିବା ସହ ଫରେନସିକ୍ ଲ୍ୟାବର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଟେଲିକମ୍ କମ୍ପାନୀରୁ କଲ ଡିଟେଲ୍ସ ରିପୋର୍ଟ(CDR) ଆସିଲେ ତା’ର ଆନାଲିସିସ୍ କରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ STF ଏସ୍ପି କିଶୋର କୁମାର ପାଣିଗ୍ରାହୀ।
କୁହାଯାଉଛି, ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ମଧ୍ୟ ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା କୁହାଯାଉଛି। ଯାହାର ତଥ୍ୟ ଲାଗିଛି STF ହାତରେ। ବର୍ତ୍ତମାନ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଯେଉଁଥିରେ ହୋଇଥିବା ଅସ୍ୱାଭାବିକ କାରବାର ସଂପର୍କରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବଗତ କରାଯାଇଛି। ଏବେ ଯାଜପୁର ଜେଲରେ ଥିବା ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଆବେଦନ କରିବ କ୍ରାଇମବ୍ରାଞ୍ଚ STF। ଦରକାର ପଡ଼ିଲେ NIA ଆସିପାରେ ବୋଲି STF ଏସ୍ପି କହିଛନ୍ତି।
କଶ୍ମୀର ଖୁପୱାଡାରେ ସଇଦ ଈଶାନ ବୁଖାରୀଙ୍କ ଘର। ସେ ବିଭିନ୍ନ ଅବରାଧୀକ କାର୍ଯ୍ୟରେ ଲିପ୍ତ ରହିଥିଲା। ପାକିସ୍ତାନୀ ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ରଖିଥିଲା। ଏଥିସହ ବିଭିନ୍ନ ଜାଲିଆତି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିଲା। ଯେଉଁଥିପାଇଁ କଶ୍ମୀର ପୁଲିସର ୱାଣ୍ଟେଡ୍ ତାଲିକାରେ ଥିଲା ଈଶାନ୍। ଏହା ପରେ ସେ କଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ଆଉ ତା’ପରେ ବଦଳି ଯାଇଥିଲା ଈଶାନ୍ର ଚିତ୍ର ଓ ଚରିତ୍ର। ସେ କେତେବେଳେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍ଓ ଅଫିସର କର୍ମଚାରୀ। ଆଉ କେତେବେଳେ ନିଜକୁ ସେନା ଡାକ୍ତର ବନାଉଥିଲା। କହିବାକୁ ଗଲେ ବହୁରୂପି ଏଣ୍ଡୁଅଙ୍କ ପରି ଜାଗା ଦେଖି ନିଜେ ପେସା ବଦଳାଉଥିଲା ସଇଦ ଈଶାନ ବୁଖାରୀ।
ସଇଦ ଈଶାନ ବୁଖାରୀ କେବଳ ଜଣେ ବହୁରୂପି ଏଣ୍ଡୁଅ ନଥିଲା, ସେ ଥିଲା ଜଣେ ପ୍ରେମିକ। ସୋଶାଲ ମିଡ଼ିଆରେ ପ୍ରେମ ନିବେଦନ କରୁଥିଲା। ସଇଦ ଈଶାନ ବୁଖାରୀ ଏପରି ଯୋଗ୍ୟତା ଦେଖି ପ୍ରେମରେ ପଡ଼ି ଯାଉଥିଲେ ସୁନ୍ଦରୀ ସୁନ୍ଦରୀ ଯୁବତୀ। ଆଉ ତା’ପରେ ଚାଲୁଥିଲା ପ୍ରେମର ଖେଳ। ଶେଷରେ ପ୍ରେମ, ବିବାହର ରୂପ ନେଉଥିଲା। ଜଣେ କି ଦୁଇ ଜଣ ନୁହେଁ, ମିଳିଥିବା ସୂଚନା ଅନୁସାରେ ସଇଦ ଈଶାନ ବୁଖାରୀ ୬ରୁ ୭ ଜଣଙ୍କୁ ବିବାହ କରିଥିଲା। କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲା। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପାଖରେ ରହିଛି। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ରହୁଥିଲା। ଏଠାରେ ମଧ୍ୟ ସେ ଜଣଙ୍କୁ ବିବାହ କରିଥିଲା। ତାଙ୍କର ଏବେ ଏଠାରେ ପତ୍ନୀ ଓ ଗୋଟିଏ ଝିଅ ରହିଛି।
କ୍ରାଇମବ୍ରାଞ୍ଚ IG ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁସାରେ ସଇଦ ଈଶାନ ବୁଖାରୀଙ୍କ କାର୍ଯ୍ୟକଳା ପ୍ରତି ସନ୍ଦେହ ହେଉଥିଲା। ତେଣୁ ତାଙ୍କ ଉପରେ ପୁଲିସ୍ ତୀକ୍ଷିଣ ନଜର ରଖିଥିଲା। ଯାଞ୍ଚ ପରେ ସେ ଜଣେ ଡାକ୍ତର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ ପୁଲିସ୍ ତା’ ଘରେ ଚଢ଼ଉ କରି ବହୁ ନକଲି ଡାକ୍ତର ସାର୍ଟିଫିକେଟ, ଆଇ କାର୍ଡ, ଏଟିଏମ୍କାର୍ଡ଼, ସିମ୍କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲା। ୭ ଜଣଙ୍କୁ ବିବାହ କରିଥିବା ସତ୍ତ୍ୱେ ସେ ଅନେକ ଯୁବତୀଙ୍କ ସହିତ ଆପ୍ରେ ଚାର୍ଟ କରୁଥିଲା। ପ୍ରେମ ନିବେଦନ କରୁଥିଲା। ଯାହାର ପ୍ରମାଣ ମୋବାଇଲ୍ ଓ ଆପ୍ରୁ ମିଳିଥିବା। ବର୍ତ୍ତମାନ ସୁଦ୍ଧା ସେ ୬ରୁ ୭ ଜଣଙ୍କୁ ବିବାହ କରିଥିବାର ପ୍ରମାଣ ମିଳିଛି। ସେ ଆହୁରି ଅନେକ ମହିଳାଙ୍କୁ ବିବାହ କରିଥିବା ସନ୍ଦେହ କରାଯାଉଛି। ତାହା ଉପରେ ତଦନ୍ତ ଚାଲିଛି। ପୂର୍ବରୁ ISI ସହିତ ତାଙ୍କର ସମ୍ପର୍କ ରହିଥିଲା। ଏବେ କେମିତି ସମ୍ପର୍କ ରହିଛି, ତାହା ପରେ ତଦନ୍ତ ଚାଲିଛି। ତାହା ସହିତ ପଞ୍ଜାବ ଓ କଶ୍ମୀର ପୁଲିସ୍ ସହିତ ଯୋଗାଯୋଗ କରାଯାଉଛି। ପ୍ରମାଣ ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।
ରିପୋର୍ଟ-ଯାଜପୁରରୁ ଗୁଲାମ ଗସ୍
ଗିରଫ ଯୁବକର ନାଁ ସଇଦ ଇଶାନ ବୁଖାରୀ ଓ ତା’ଘର ଖୁପୱାଡାରେ । ଛଦ୍ମ ପରିଚୟରେ ୨୦୧୮ରୁ ଓଡ଼ିଶାରେ ରହୁଥିଲା ଇଶାନ ବୁଖାରୀ । ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତର ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା। ତା’ର ପତ୍ନୀଙ୍କ ସଂଖ୍ୟା ୭ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କଶ୍ମୀର, ୟୁପି, ମହାରାଷ୍ଟ୍ର, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲେ। ଏହାବାଦ ବିଭିନ୍ନ ୱେବସାଇଟ୍ ଓ ଆପ୍ରେ ମଧ୍ୟ ସେ ଯୁବତୀଙ୍କ ସହ ସଂପର୍କ ରଖିଥିଲା ।
STF ଦ୍ୱାରା ଗିରଫ ଯୁବକଙ୍କୁ ନେଇ ପ୍ରେସମିଟ୍ରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ IG। ଏନେଇ ସେ କହିଲେ, ବୁଖାରୀ ବହୁତ ବଡ଼ ଠକ ଥିଲା, ତା’ର ଆତଙ୍କୀ ଲିଙ୍କ୍ ନେଇ ଯାଞ୍ଚ ଚାଲିଛି। ୭ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବୁ । 'କଶ୍ମୀର ଓ ପଞ୍ଜାବ ପୁଲିସ ସହ ବି ଯୋଗାଯୋଗରେ ଅଛୁ । ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ, ନିଜକୁ ଡାକ୍ତର କହୁଥିଲା । PMO ଅଧିକାରୀ ଓ NIA ଅଧିକାରୀଙ୍କ ନିକଟତମ ବି କହୁଥିଲା ।୬/୭ ବିବାହ କରିଥିବା ସୂଚନା ମିଳିଛି, ଅଧିକ ବି କରି ଥାଇପାରେ।
ସନ୍ଦିଗ୍ଧ ଯୁବକ ନିକଟରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଜାଲ୍ ଡକ୍ୟୁମେଣ୍ଟ ଜବତ ହୋଇଛି। ଜବତ ଡକ୍ୟୁମେଣ୍ଟ ମଧ୍ୟରେ ବିଦେଶୀ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍, କିଛି ସାଧା କାଗଜରେ ଦସ୍ତଖତ ଥିବା ଡକ୍ୟୁମେଣ୍ଟ, ଆଫିଡେଭିଟ୍, ପରିଚୟ ପତ୍ର ଓ ବଣ୍ଡ ରହିଛି।
ଇଶାନ ବୁଖାରୀ କଶ୍ମୀର ବାସିନ୍ଦା ହୋଇଥିବା ବେଳେ ସେଠାରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ। ଏହାପରେ ଗିରଫଦାରୀ ଭୟରେ ସେଠାରୁ ଫେରାର ହୋଇ ସେ ଗତ ୫ ବର୍ଷ ହେବ ଓଡ଼ିଶାରେ ରହୁଥିଲେ। ବୋଲି ବରିଷ୍ଠ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି।
ଏଥିସହ ଇଶାନ ବୁଖାରୀ କେରଳର କିଛି ସନ୍ଦୀଗ୍ଧ ଓ ପାକିସ୍ତାନୀଙ୍କ ସହ ବି ଯୋଗାଯୋଗରେ ଥିଲା । ଠକେଇ ମାମଲାରେ କଶ୍ମୀର ପୁଲିସର ୱାଣ୍ଟେଡ୍ ତାଲିକାରେ ଥିଲା । ତା’ ବିରୋଧରେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାକୁ କଶ୍ମୀର ଓ ପଞ୍ଜାବ ପୁଲିସ୍ ସହ ଜାତୀୟ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗରେ ଥିବା ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି।
ମୋଟ ୨୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି। ସେହିପରି ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।
୨୦୨୨ ଅଗଷ୍ଟ ୫ ତରିଖରେ ଘଟିଥିଲା ଏହି ଘଟଣା। ନାବାଳିକା ଜଣଙ୍କ ମୁଣ୍ଡବିନ୍ଧା ହେଉଛି କହି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ପ୍ରକାଶ ମଲ୍ଲିକ ତାଙ୍କୁ ବାଟରେ ଅଟକାଇଥିଲା। ସେ ଝିଅଟିକୁ ଗୋଟିଏ ଭଙ୍ଗା ପମ୍ପ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ କରିବା ପରେ ପ୍ରକାଶ ମଲ୍ଲିକ ପୀଡ଼ିତାଙ୍କୁ ସାଇକଲରେ ବସେଇ ତାଙ୍କ ଘରକୁ ଯାଉଥିଲେ।
ଏହି ସମୟରେ ସଂପୃକ୍ତ ନାବାଳିକାର ମା’ ଓ ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରୁଥିଲେ। ନାବାଳିକା ଜଣକ ମା’ବାପାଙ୍କୁ ଦେଖି ସାଇକେଲରୁ ଡେଇଁ ପଡ଼ି କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ସବୁ କହିଥିଲେ। ଏହାପରେ ପରିବାର ଲୋକେ ପ୍ରକାଶ ମଲ୍ଲିକିଙ୍କୁ ନେଇ ଅଳୁକୁଣ୍ଡ ଫାଣ୍ଡିରେ ଜିମା ଦେବା ସହ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ରିପୋର୍ଟ – ଯାଜପୁରରୁ ସଂଜୀବ୍ ନାୟକ
ସେମାନେ ହେଲେ ୨ ASI ଅଚ୍ୟୁତାନନ୍ଦ ଦାସ ଓ ଲକ୍ଷ୍ମୀଧର ରାଜ୍ ଏବଂ ୨ କନେଷ୍ଟବଳ ହେଲେ ରାମ ମୁର୍ମୁ ଏବଂ ପ୍ରଶାନ୍ତ କୁମାର ସେନାପତି।
ଏକ ଡକାୟତି ମାମଲାରେ ଗିରଫ ଅଭିଯୁକ୍ତ ଚକରା ବେହେରା ଗତ ୫ ତାରିଖରେ କଳିଙ୍ଗନଗର ଥାନା ପରିସରରୁ ଚମ୍ପଟ ମାରିଥିଲା। ଥାନା ଶୌଚାଳୟର Exhaust ଫ୍ୟାନ ଭାଙ୍ଗି ସେ ଫେରାର ହୋଇଯାଇଥିଲା। ପରେ ଏସପି ୪ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।
ସମିତିସଭ୍ୟାଙ୍କ ଦ୍ୱାରା ଏପରି ଠକାମୀର ଶିକାର ହୋଇଥିବା ମହିଳାଙ୍କୁ ଏବେ ନାଲି ଆଖି ଦେଖାଉଛନ୍ତି ଫାଇନାନ୍ସ କର୍ମଚାରୀ । ଫଳରେ ଉଭୟ ପଟୁ ଫସି ଯାଇଥିବା ମହିଳାମାନେ ଏଥିରୁ ମୁକୁଳିବାକୁ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଏକ ଘଟଣା ଯାଜପୁର ଜିଲ୍ଲା କାଳିଆପାଣି ଥାନା କୁସୁମୁଣ୍ଡିଆ ଅଞ୍ଚଳରେ ଦେଖିବାକୁ ମିଳିଛି।
ଅଭିଯୋଗ ମୁତାବକ, ସ୍ଥାନୀୟ ରାଁସୋଳ ଗ୍ରାମପଞ୍ଚାୟତର ସମିତି ସଭ୍ୟା ଉମାରାଣୀ ପ୍ରଧାନ ଗତଥର ନିର୍ବାଚନ ଲଢ଼ିଥିଲେ । ଉକ୍ତ ସମୟରେ କୁସୁମୁଣ୍ଡିଆ ଗ୍ରାମର କିଛି ମହିଳାଙ୍କୁ ପ୍ରଲୋଭିତ କରିବାକୁ ସକ୍ଷମ ହୋଇଥିଲେ। ଉମାରାଣୀଙ୍କ କଥାରେ ଫସି ୧୪ ମହିଳା ନିଜ ନିଜ ନାଁରେ ବିଭିନ୍ନ ଫାଇନାନ୍ସ କମ୍ପାନୀଠୁ ଲୋନ୍ କରି ତାଙ୍କୁ ଦେଇଥିଲେ। ଏପରି ଭାବେ ଉମାରାଣୀ ସମୁଦାୟ ୧୧ ଲକ୍ଷ ଟଙ୍କା ନେଇ ଯାଇଥିବା ବେଳେ ଖୁବ୍ ଶୀଘ୍ର ଶୁଝିଦେବେ ବୋଲି ବି ପ୍ରତିଶ୍ରୁତି ଦେଇଥିଲେ।
ପ୍ରଥମେ ପ୍ରଥମେ ଉମାରାଣୀ ନିୟମିତ ଭାବେ ଟଙ୍କା ଶୁଝୁଥିବା ବେଳେ ପ୍ରାୟ ୪ ଲକ୍ଷ ଟଙ୍କା ଶୁଝି ସାରିଛନ୍ତି। ମାତ୍ର ଏହାପରେ ସେ ଆଉ ମହିଳାମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି। ମହିଳାଙ୍କ ସମେତ ତାଙ୍କ ସ୍ୱାମୀ ବି ଫେରାର ଅଛନ୍ତି।
ଉତ୍ତ୍ୟକ୍ତ ମହିଳାମାନେ ଉମାରାଣୀଙ୍କ ଘରକୁ ଯାଇ ପାଟିଗୋଳ କରିବାରୁ ତାଙ୍କ ସ୍ୱାମୀ ଆସି କିଛି ଟଙ୍କା ଫୋନପେ’ କରିଥିଲେ। ମାତ୍ର ଏହାପରେ ସେମାନେ ପୁଣି ଥରେ ଫେରାର ହୋଇ ଯାଇଛନ୍ତି। ଚାରିଅଡ଼ୁ ନିରାଶ ହେବା ପରେ ମହିଳାମାନେ କାଳିଆପାଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏନେଇ ଠକେଇ ର ଶିକାର ହୋଇଥିବା ମହିଳା ଝୁନା ନାୟକ କହିଛନ୍ତି, ଉମା ରାଣୀ ପ୍ରଧାନ ନିର୍ବାଚନରେ ଛିଡ଼ା ହେବା ସମୟରେ କିଛି ଟଙ୍କା ସାହାଯ୍ୟ କରିବାକୁ ଆମକୁ କହିଥିଲେ। ଏପରିକି ଆମ ନାଁରେ ଲୋନ୍ କରି ତାଙ୍କୁ ଦେଇଥିଲୁ। ମାତ୍ର ଏବେ ତାଙ୍କୁ ସ୍ୱାମୀସ୍ତ୍ରୀଙ୍କ ପତ୍ତା ମିଳୁନି। ଏଥିପାଇଁ ଆମମାନଙ୍କ ଘରେ ବି ଅଶାନ୍ତି ଲାଗି ରହୁଛି । ଫାଇନାନ୍ସ କର୍ମଚାରୀ ଆମ ଘରେ ପଶିଲା ଲୋନ୍ ତୁମେ ନେଇଛ ଦିଅ ବୋଲି କହୁଛି। ତେଣୁ ଏଥିରେ ଅତିଷ୍ଠ ହୋଇ ସପ୍ତାହେ ହେଲା ତାଙ୍କ ନାଁରେ ଥାନାରେ ଏତଲା ଦେଇଛୁ। ତୁରନ୍ତ ସେ ଆସି ସମସ୍ତ ବାକି ଟଙ୍କା ଶୁଝନ୍ତୁ ବୋଲି କହିଛନ୍ତି ।
୨୦୧୯ ମସିହାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବଡ଼ମଲ୍ଲିପୁର ଗାଁର କଲ୍ୟାଣୀ ମିଶ୍ର ଭଦ୍ରକ ମଙ୍ଗରାଜପୁର ଗ୍ରାମର କର୍ମବୀର ସେନାପତିଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଦାବି ମୁତାବକ ଯୌତୁକ ଦିଆ ଯାଇଥିଲା। ଆଉ ବଧୂ ବେଶରେ କଲ୍ୟାଣୀ ନୂଆ ସଂସାର ଗଢିବା ପାଇଁ ଶାଶୂଘର ଯାଇଥିଲେ। ସେଥିପାଇଁ ବେଶ ଖୁସିଥିଲେ। ବାହାଘର କିଛି ଦିନ ପରେ ସ୍ୱାମୀଙ୍କ କର୍ମ କ୍ଷେତ୍ର ବାଲେଶ୍ୱର ସୋରକୁ ଯାଇଥିଲେ। ସ୍ୱାମୀ କର୍ମବୀର ବ୍ୟାଙ୍କରେ ଚାକିରି କରୁଥିବାରୁ ସ୍ତ୍ରୀଙ୍କ ସହ ସୋରରେ ରହୁଥିଲେ। ସେଠାରେ ସ୍ୱାମୀ ସ୍ତ୍ରୀ ବେଶ ହସ ଖୁସିରେ ରହୁଥିଲେ। ପ୍ରତିଦିନ କର୍ମବୀର ଅଫିସ ଯାଉଥିବା ବେଳେ କଲ୍ୟାଣୀ ଘର କାମରେ ବ୍ୟସ୍ତ ରହୁଥିଲେ।
ଶୁଖ ଦୁଃଖର ସଂସାର ଭିତରେ ବିତି ଯାଇଥିଲା ଚାରି ବର୍ଷ। ଦୁଇ ଛୁଆର ବାପା ମାଆ ହୋଇଥିଲେ। ଛୁଆଙ୍କ ଲାଳନ ପାଳନରେ ବ୍ୟସ୍ତ ରହୁଥିଲେ କଲ୍ୟାଣୀ। ଏବେ ତୃତୀୟ ସନ୍ତାର ମାଆ ହେବାକୁ ଯାଉଥିଲେ। ଅର୍ଥାତ ସେ ଗର୍ଭବତୀ ଥିଲେ। ହେଲେ ଏହି ଖୁସିର ସଂସାର ଉପରେ ପଡ଼ିଲା କାହାର ନଜର। ଟିକେ ଟିକେ କଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଲା। ଧୀରେ ଧୀରେ ଏହି କଳହ ବଢିବାରେ ଲାଗିଲା। କଲ୍ୟାଣୀଙ୍କୁ କର୍ମବୀର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ନେଇ ବାପା ମାଙ୍କୁ ମଧ୍ୟ ଜଣାଇଥିଲେ କର୍ମବୀର।
ବୁଧାବବାର ସକାଳେ ବାପ ଘରକୁ ଫୋନ୍ କରିଥିଲେ କଲ୍ୟାଣୀ। ସେ ଅବସାଦରେ ଥିଲା ପରି ଲାଗୁଥିଲେ। ଅପରାହ୍ନ ୪ଟାରେ ଆସିଲା ଦୁଃଖଦ ଖବର। କଲ୍ୟାଣୀଙ୍କ ମୃତ୍ୟୁ ହୋଇଥିବା ଫୋନ୍ କଲ ଆସିଥିଲା। ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଧାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ। ସେତେବେଳେ ମେଡ଼ିକାଲ ବେଡ଼ରେ ପଡ଼ିଥିଲା କଲ୍ୟାଣୀର ମୃତଦେହ। କଲ୍ୟାଣୀଙ୍କ ରକ୍ତାକ୍ତ ମୃତଦେହ ଥିବାକୁ ପାଇଥିଲେ। ତାଙ୍କ ପେଟକୁ କର୍ମବୀର ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁଘଟିଥିବା ପରିବାର ଲୋକ ଅଭିଯୋଗ କରିଛି। ପରିବାର ଲୋକ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ତେବେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ମବୀର। ସେ କହିଛନ୍ତି, ମୋର ତାଙ୍କ ସହିତ ଭଲ ସମ୍ପର୍କ ଥିଲା। କଲ୍ୟାଣୀ ଅସୁସ୍ଥ ହେବାରୁ ସୋର ମେଡିକାଲରେ ନେଇଥିଲି। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ବୋଲି କର୍ମବୀର ସଫେଇ ଦେଇଛନ୍ତି।
ରିପୋର୍ଟ – ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। କଏଦୀ ଜଣଙ୍କ ପୋକ୍ସୋ ଆକ୍ଟରେ ୪୯ ଦିନ ହେବ ବିଚାରଧୀନ ଭାବେ ରଗଡ଼ି ସବଜେଲରେ ଥିଲେ।
ମୃତ୍ୟୁ ବନ୍ଦୀଙ୍କ ନାଁ ବଳରାମ ବେହେରା ବୟସ ୨୯ ବୋଲି ଜଣାପଡ଼ିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯାଜପୁର ରୋଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆମ୍ଭ କରିଛି।
ରିପୋର୍ଟ – ଯାଜପୁରରୁ ଜନ୍ମେଜୟ ଦାସ