ମୃତ ନାବାଳକ ଜଣକ ପ୍ରତିଯୋଗୀ ଥିବାବେଳେ ଅନ୍ୟ ଜଣେ ଦର୍ଶକ ଥିଲେ। ନାବଳକ ଜଣକ ଶଣ୍ଢକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଏହି ଅଘଟଣ ଘଟିଛି। ହଠାତ୍ ଶଣ୍ଢ ତାଙ୍କୁ ଆକ୍ରମଣ କରିବା ସହ ଦର୍ଶକଙ୍କ ଉପରେ ଚଢି ଯାଇଥିଲା। ଫଳରେ ପ୍ରତିଯୋଗୀଙ୍କ ସମେତ ଦର୍ଶକଙ୍କ ମୃତ୍ୟୁ ଘଟିଛି।
ଜାଲିକାଟ୍ଟୁ ତାମିଲନାଡୁର ଏକ ପାରମ୍ପରିକ ପ୍ରତିଯୋଗିତା। ପଙ୍ଗଲ ମହୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତର୍କ ବିତର୍କ ହେଉଛି। ତଥାପି ଆଜି ଯାଏଁ ଏ ଉପରେ ରୋକ୍ ଲଗାଯାଇ ପାରୁନାହିଁ।
2006ରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଥମ କରି ଜାଲିକାଟ୍ଟୁ ନିଷିଦ୍ଧ ହୋଇଥିଲା। କିନ୍ତୁ ଏହାକୁ କଡା ବିରୋଧ କରାଯିବା ପରେ ତାମିଲନାଡୁ ସରକାର 2017ରେ ଏହି ପ୍ରତିବନ୍ଧକକୁ ସାମୟିକ ଭାବେ ହଟାଇଥିଲେ। ସରକାରଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଥିଲେ।
କାରଣ ନ୍ୟାୟାଳୟରେ ସରକାର ଯୁକ୍ତି ରଖିଥିଲେ ଯେ, ଜାଲିକାଟ୍ଟୁ ଏକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ନୁହେଁ, ଏହା ରାଜ୍ୟର ସାଂସ୍କୃତିକ ଐତିହ୍ୟର ଏକ ଅଂଶ ବୋଲି ଦର୍ଶାଇଥିଲେ। ଜଷ୍ଟିସ କେ.ଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସରକାରଙ୍କ ପକ୍ଷକୁ ଶୁଣିବା ପରେ ଜାଲିକାଟ୍ଟୁ ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ ନାହିଁ ବୋଲି କହିଥିଲେ।
ଖଣ୍ଡପୀଠ କହିଥିଲେ ଯେ, ଯେତେବେଳେ ଏକ ରାଜ୍ୟର ବିଧାନସଭା ଜାଲିକାଟ୍ଟୁକୁ ସମର୍ଥନ କରୁଛନ୍ତି ଏବଂ ଏହାକୁ ସାଂସ୍କୃତିକ ବୋଲି ଦର୍ଶାଉଛନ୍ତି, ସେପରି କ୍ଷେତ୍ରରେ ନ୍ୟାୟପାଳିକା ଭିନ୍ନ ଦୃଷ୍ଟିରେ ନେଇପାରିବ ନାହିଁ।
ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି। ସେପଟେ ମଦୁରେ ଜିଲ୍ଲାର ଅବିନିୟାପୁରରେ ସୋମବାର ଷଣ୍ଢକୁ କାବୁ କରିବା ଖେଳ ଜଲିକଟ୍ଟୁ ଆରମ୍ଭ ହୋଇଛି। ତେବେ ଆରମ୍ଭ ଦିନ ହିଁ ଏହି ଖେଳରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଷଣ୍ଢକୁ କାବୁ କରିବାକୁ ଯାଇ ଦୁଇ ପୁଲିସ କର୍ମୀଙ୍କ ସମେତା ୪୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାଜାଜୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏହାପୂର୍ବରୁ ତାମିଲନାଡୁର ପୁଦୁକ୍କୋଟ୍ଟଇରେ ଜଳିକଟ୍ଟୁ ଖେଳ ବେଳେ ୨୯ ଜଣ ଲୋକେ ଆହତ ହୋଇଥିଲେ। ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଖେଳରେ ଅନେକ ଜୀବନ ଯାଇଛି। ଷଣ୍ଢକୁ କାବୁ କରିବାକୁ ଯାଇ ଲୋକେ ପ୍ରାଣ ହରାଇଛନ୍ତି।
#WATCH | Tamil Nadu: 45 people, including two police personnel, were injured in the Avaniapuram Jallikattu event and 9 people were referred to Government Rajaji Hospital in Madurai for further treatment. pic.twitter.com/Nx0SLNXI5E
— ANI (@ANI) January 15, 2024
ପ୍ରତିବର୍ଷ ଭଳି ଏଥର ମଧ୍ୟ ପୋଙ୍ଗଳ ପାଳିବା ସହ ଏଠାରେ ଲୋକେ ଜଲିକଟ୍ଟୁ ଖେଳର ଆୟୋଜନ କରନ୍ତି। ଏଥର ଏହି ଖେଳ ପାଇଁ ପାଇଁ ୧୦୦୦ ଷଣ୍ଢ ଓ ଷଣ୍ଢକୁ କାବୁ କରିବା ପାଇଁ ୬୦୦ ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ସୋମବାର ସକାଳେ ଏହି ଖେଳ ଆରମ୍ଭ ହୋଇଛି। ଏହା ଆସନ୍ତା ତିନି ଦିନ ଯାଏଁ ଚାଲିବ।
2020 ଓସ୍କାର ପାଇଁ ଫିଲ୍ମ 'ଗଲୀ ବୟ' ନୋମିନେଟ୍ ହୋଇଥିଲା। ହେଲେ ଅସ୍କାର ଜିତିପାରିଲା ନାହିଁ। ହେଲେ ଏଥର ଜଲ୍ଲିକଟ୍ଟୁ ଭଳି ଫିଲ୍ମ ଓସ୍କାରରେ ଭାରତର ଉଦୟ ପାଇଁ ପୁଣି ଆଶା ସୃଷ୍ଟି କରିଛି। ଜଲ୍ଲିକଟ୍ଟୁ ସହ ଭାରତ ଓସ୍କାର ପ୍ରତିଯୋଗୀତାରେ ଏଣ୍ଟ୍ରି କରିସାରିଛି। ବିଦ୍ୟା ବାଲାନଙ୍କ ଶଙ୍କୁନ୍ତଳା ଦେବୀ, ଜାହ୍ନବୀ କପୁରଙ୍କ ଗୁଞ୍ଜନ ସକସେନା, ଅମିତାଭ୍ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଗୁଲାବୋ ସିତାବୋ, ପ୍ରିୟଙ୍କା ଚୋପ୍ରାଙ୍କ ଦ ସ୍କାଇ ଇଜ୍ ପିଙ୍କ୍, ନଓ୍ୱାଜୁଦ୍ଦିନ୍ ସିଦ୍ଦୀକୀଙ୍କ ସିରିୟସ୍ ମ୍ୟାନ୍ ଏବଂ ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ଭଳି 27ଟି ଫିଲ୍ମ ଭିତରୁ ଚୟନକର୍ତ୍ତା କମିଟି ଜଲ୍ଲିକଟ୍ଟୁ ଫିଲ୍ମକୁ ବାଛିଛନ୍ତି।
ଜଲ୍ଲିକଟ୍ଟୁକୁ 93ତମ ଏକାଡେମୀ ଆଓ୍ୱାର୍ଡର ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର୍ ଫିଲ୍ମ କ୍ୟାଟେଗୋରୀ ପାଇଁ ପଠାଯାଇଛି। ଫିଲ୍ମଟି 2019 ଅକ୍ଟୋବର 4ରେ କେରଳରେ ରିଲିଜ୍ ହୋଇଥିଲା। 6 ସେପ୍ଟେମ୍ବର 2019ରେ ଟରାଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହାର ପ୍ରିମିୟର କରାଯାଇଥିଲା। ଏହାସହ 50ତମ ଭାରତୀୟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମଧ୍ୟ ହାସଲ କରିସାରିଛି।
ଫିଲ୍ମର କାହାଣୀ ବହୁ ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ପରମ୍ପାରିକ ଜଲ୍ଲିକଟ୍ଟୁ କ୍ରୀଡ଼ା ଉପରେ ଆଧାରିତ। ପଶୁ ମାଂସପ୍ରେମୀ ଗାଁରେ ଗୋଟିଏ ଷଣ୍ଢକୁ ଧରିବାକୁ ସମସ୍ତେ ଲାଗି ପଡ଼ନ୍ତି। ସେପଟେ ଷଣ୍ଢ ନିଜ ପ୍ରାଣ ବଞ୍ଚେଇବାକୁ କଂସେଇଖାନାରୁ ଖସିପଳାଇଥାଏ। ଏଭଳି କିଛି କଥାବସ୍ତୁ ସହ ପ୍ରକୃତରେ ପଶୁ କିଏ? ମଣିଷ ନା ସେ କଥା କହିପାରୁ ନ ଥିବା ପ୍ରାଣୀ? ଫିଲ୍ମର କାହାଣୀ ଏଭଳି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭାରତୀୟ ଫିଲ୍ମ ଇତିହାସରେ କେବଳ ତିନୋଟି ଫିଲ୍ମ ଓସ୍କାର ନୋମିନେସନର ଚୂଡ଼ାନ୍ତ ତାଲିକାରେ ପହଞ୍ଚିପାରିଛି। 1957 ମଦର ଇଣ୍ଡିଆ, 1988ରେ ସଲାମ ବମ୍ୱେ ଏବଂ 2001ରେ ଲଗାନ। ଏବେ ଜୀବନ୍ତ କାହାଣୀ, ଦମଦାର ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକ ଏବଂ ଉଚ୍ଚକୋଟୀର ତଥା ନିଖୁଣ ନିର୍ଦ୍ଦେଶନାରେ ନିର୍ମିତ ଜଲ୍ଲିକଟ୍ଟୁ ଭାରତକୁ 2021ରେ ପ୍ରଥମ ଓସ୍କାର ଆଣିଦେବ ବୋଲି ଆଶା କରାଯାଉଛି। 25 ଏପ୍ରିଲ 2021ରେ ଲସ୍ ଏଞ୍ଜେଲ୍ସରେ ଓସ୍କାର ସମାରୋହ ଅନୁଷ୍ଠିତ ହେବ।