ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜମ୍ମୁ-କଶ୍ମୀରରରେ ଲୋକସଭା ନିର୍ବାଚନ ହେବ। କିନ୍ତୁ ବିଧାନସଭା ନିର୍ବାଚନ କେବେ ହେବ, ସେନେଇ ମୁଖ୍ୟ ନିର୍ବାଚନ କମିଶରଙ୍କୁ ପ୍ରଶ୍ନ କରାଯାଇଥିଲା।
ଏହାର ଉତ୍ତରରେ ରାଜୀବ କୁମାର କହିଛନ୍ତି, ସୁରକ୍ଷା କାରଣରୁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ସମ୍ଭବ ପର ନୁହେଁ ବୋଲି ଅଧିକାରୀମାନେ ବିଚାରକୁ ନେଇଛନ୍ତି। କିନ୍ତୁ କମିଶନ ସେଠାରେ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଲୋକସଭା ନିର୍ବାଚନ ପରେ ସେଠାରେ ଭୋଟିଂ ହେବ।
ଜମ୍ମୁ-କଶ୍ମୀରର ସବୁ ରାଜନୀତିକ ଦଳ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲେ। କିନ୍ତୁ ପ୍ରଶାସନିକ ସ୍ତରରେ ଏକକ ନିର୍ବାଚନ କରିବା ସମ୍ଭବ ପର ନୁହେଁ ବୋଲି କୁହାଯାଇଥିଲା। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦ରୁ ୧୨ ପ୍ରାର୍ଥୀ ରହିପାରନ୍ତି।
ଏହାର ଅର୍ଥାତ ନିର୍ବାଚନ ମୈଦାନକୁ ୧ ହଜାରରୁ ଅଧିକ ପ୍ରାର୍ଥୀ ଓହ୍ଲାଇବେ। ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦେବାର ରହିଛି। ତେଣୁ ଏହା କେବେ ହେଲେ ସମ୍ଭବ ହେବ ନାହିଁ। କିନ୍ତୁ ଆମେ ସେଠାରେ ନିର୍ବାଚନ ଶୀଘ୍ର କରିବୁ ବୋଲି ରାଜୀବ କୁମାର ମତ ରଖିଛନ୍ତି।
ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ଜମ୍ମୁ-କଶ୍ମୀରର ୫ଟି ଲୋକସଭା ଆସନ ପାଇଁ ଭୋଟିଂ ୫ଟି ପର୍ଯ୍ୟାୟରେ ହେବ। ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭, ମେ’ ୧୩ ଓ ମେ’ ୨୦ରେ ଜମ୍ମୁ-କଶ୍ମୀରବାସୀ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବେ।
ଜମ୍ମୁ-କଶ୍ମୀରରେ ଶେଷଥର ପାଇଁ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୮ ମସିହା ଜୁନ ମାସରେ ବିଜେପି-ପିଡିପି ସରକାର ଭାଙ୍ଗିବା ପରେ ଆଉ ସେଠାରେ ନିର୍ବାଚନ ହୋଇନାହିଁ।
ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋଶାଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରୁଥିବା କାର୍ଯ୍ୟରେ ନିଷିଦ୍ଧ ସଂଗଠନ ଜଡିତ ଅଛି। ଜାତିର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ କଠୋର ଆଇନଗତ ପରିଣାମର ଭୋଗିବାକୁ ପଡିବ। ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲୋକ ଏବଂ ସଂଗଠନକୁ ମୋଦି ସରକାର ଛାଡିବେ ନାହିଁ।
ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅପଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଗୃହ ମନ୍ତ୍ରଣାଳୟ ୟାସିନ ମଲ୍ଲିକଙ୍କ ସଙ୍ଗଠନ ବ୍ୟତୀତ ଜମ୍ମୁ କଶ୍ମୀର ପିପୁଲ୍ସ ଲିଗର ଚାରୋଟି ଦଳ ଜେକେପିଏଲ(ମୁଖତାର ଅହମ୍ମଦ ବାଜା), ଜେକେପିଏଲ(ବଶିର ଅହମ୍ମଦ ତୋତା), ଜେକେପିଏଲ(ଗୁଲାମ ମହମ୍ମଦ ଖାନ) ଓ ଜେକେପିଏଲ(ଅଜିଜ ଶେଖ୍) କୁ ମଧ୍ୟ ନିଷିଦ୍ଧ କରିଛି। ଏହାକୁ ବେଆଇନ ସଂଗଠନ ବୋଲି ଘୋଷଣା କରାଯାଇଛି।
Pursuing PM @narendramodi Ji's policy of zero-tolerance towards terrorism, the MHA has declared four factions of the Jammu and Kashmir Peoples League—namely, JKPL (Mukhtar Ahmed Waza), JKPL (Bashir Ahmad Tota), JKPL (Ghulam Mohammad Khan) and JKPL (Aziz Sheikh) led by Yaqoob…
— Amit Shah (Modi Ka Parivar) (@AmitShah) March 16, 2024
ଆତଙ୍କବାଦ ବିରୋଧୀ ଆଇନ, ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ (UAPA) ଅନୁଯାୟୀ ଗୃହ ମନ୍ତ୍ରଣାଳୟ (ଏମଚଏ) ୨୦୧୯ରେ ମଲିକଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ପଦକ୍ଷେପ ହେବାର କିଛି ଦିନ ପୂର୍ବରୁ ସରକାର UAPA ର ଧାରା 3 (1) ଅନୁଯାୟୀ ଜମାତ-ଇ-ଇସଲାମି (JEI-J & K) ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଜମ୍ମୁ-କଶ୍ମୀରର ଲୋକଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ସେ ହୃଦୟ ଜିତିବାକୁ ଆସିଥିବା କହିଛନ୍ତି। ଆଜି ଶୁଭାରମ୍ଭ ହୋଇଥିବା ବିକାଶମୂଳକ ପ୍ରକଳ୍ପ ଜମ୍ମୁ-କଶ୍ମୀରର ବିକାଶକୁ ଆହୁରି ଆଗକୁ ନେବ। ବିକଶିତ ଭାରତ ପାଇଁ ଜମ୍ମୁ-କଶ୍ମୀରର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି।
ମୋଦି କହିଛନ୍ତି, “ମୁଁ ଆପଣମାନଙ୍କ ହୃଦୟ ଜିତିବା ପାଇଁ କଠିନ ପରିଶ୍ରମ କରୁଛି। ମୋର ବିଶ୍ୱାସ ଯେ ମୁଁ ଠିକ ଦିଗରେ ଯାଉଛି। ଆପଣମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛି। ଆହୁରି ଅଧିକ ମାତ୍ରାରେ ହୃଦୟ ଜିତିବାକୁ ମୋର ଉଦ୍ୟମ ଜାରି ରହିଛି। ଏଠାକୁ ମୁଁ ଆପଣମାନଙ୍କ ହୃଦୟ ଜିତିବାକୁ ଆସିଛି।
ଏମିତି ଏକ ଯୁଗ ଥିଲା ଯେଉଁ ସମୟରେ ଜମ୍ମୁ-କଶ୍ମୀରର ଲୋକମାନେ ବିଭିନ୍ନ ପ୍ରକାରର ଫାଇଦାରୁ ବଞ୍ଚିତ ହେଉଥିଲେ। ଏମିତି ସମୟ ଥିଲା ଯେତେବେଳେ ଭାରତର ଅନ୍ୟ ପ୍ରାନ୍ତରେ ବିଭିନ୍ନ ଆଇନ କାର୍ଯ୍ୟକାରୀ ହେଉଥିବା ବେଳେ ଜମ୍ମୁ-କଶ୍ମୀରରେ ଏହା ଲାଗୁ ହୋଇ ପାରୁ ନଥିଲା।
ଯେତେବେଳେ ପୂରା ଦେଶରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଲାଗୁ ହେଉଥିଲା ସେତେବେଳେ ଜମ୍ମୁ-କଶ୍ମୀରବାସୀ ଏହାକୁ ପାଇ ପାରୁ ନଥିଲେ। ଏବେ ଦେଖନ୍ତୁ ସମୟ କେମିତି ବଦଳି ଗଲା।”
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିବାକୁ ମଧ୍ୟ ଭୁଲି ନାହାନ୍ତି। ସେ କହିଛନ୍ତି, “ଧାରା ୩୭୦କୁ ନେଇ କଂଗ୍ରେସ କେବଳ ଜମ୍ମୁ-କଶ୍ମୀରବାସୀଙ୍କୁ ନୁହେଁ, ପୂରା ଦେଶକୁ ବିଭ୍ରାନ୍ତ କରିଥିଲା।
ଆଜି ମୁଁ ପର୍ଯ୍ୟଟନ ସହ ଜଡ଼ିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ପାଇଛି। ଜମ୍ମୁ-କଶ୍ମୀର କେବଳ ଗୋଟିଏ ଅଞ୍ଚଳ ନୁହେଁ, ଏହା ଭାରତର କପାଳ। ବିକଶିତ ଭାରତର ସବୁଠାରୁ ମୁଖ୍ୟ ଲକ୍ଷ୍ୟ ହେଲା ବକଶିତ ଜମ୍ମୁ-କଶ୍ମୀର।
ଆଜି ଏଠାରେ ଧାରା ୩୭୦ ନାହିଁ। ତେଣୁ ଜମ୍ମୁ-କଶ୍ମୀରର ଯୁବଗୋଷ୍ଠୀଙ୍କ ଦକ୍ଷତାକୁ ଉପଯୁକ୍ତ ସମ୍ମାନ ମିଳୁଛି। ସେମାନେ ନୂଆ ସୁଯୋଗ ସବୁ ପାଉଛନ୍ତି। ଆଜି ଜମ୍ମୁ-କଶ୍ମୀର ବିକାଶର ନୂଆ ଶୃଙ୍ଘ ଛୁଇଁଛି। ଜମ୍ମୁ-କଶ୍ମୀର ମୁକ୍ତ ଭାବେ ନିଃଶ୍ୱାସ ନେଇ ପାରୁଛି। ଧାରା ୩୭୦ ଉଚ୍ଛେଦ ପରେ କଟକଣାରୁ ସ୍ୱାଧୀନତା ମିଳିଛି।
ଦୀର୍ଘ ଦଶନ୍ଧି ଧରି ରାଜନୀତିକ ଫାଇଦା ପାଇଁ କଂଗ୍ରେସ ଓ ଏହାର ସହଯୋଗୀ ଦଳମାନେ ଧାରା ୩୭୦ ନାଁରେ ଲୋକଙ୍କୁ ବିଭ୍ରାନ୍ତ କରୁଥିଲେ। କିନ୍ତୁ ଆଜି ଏଠାରେ ସମସ୍ତଙ୍କର ସମାନ ଅଧିକାର ଓ ସମସ୍ତଙ୍କୁ ସମାନ ସୁଯୋଗ ମିଳୁଛି। ଲୋକମାନେ ସତ ଜାଣିବାକୁ ପାଇଛନ୍ତି। ସେମାନଙ୍କୁ ପୂର୍ବରୁ ବିଭ୍ରାନ୍ତ କରାଯାଉଥିଲା।
ଏହା ନୂଆ ଜମ୍ମୁ-କଶ୍ମୀର।, ଯେଉଁଥି ପାଇଁ ଆମେ ସମସ୍ତେ ଦୀର୍ଘ ଦଶନ୍ଧି ଧରି ଅପେକ୍ଷା କରିଥିଲୁ। ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହି ନୂଆ ଜମ୍ମୁ-କଶ୍ମୀର ପାଇଁ ନିଜ ଜୀବନର ବଳିଦାନ ଦେଇଥିଲେ।
ମୋତେ କୁହାଯାଇଛି ଯେ ୨୮୫ ବ୍ଲକର ୧ ଲକ୍ଷ ଲୋକ ଆମ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଛନ୍ତି। ମୁଁ ଜମ୍ମୁ-କଶ୍ମୀର ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଏହି ନୂଆ ଜମ୍ମୁ-କଶ୍ମୀରର ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ସବୁ ପ୍ରକାରର ଚ୍ୟାଲେଞ୍ଜ ମାତ ଦେବାକୁ ଏବେକାର ଜମ୍ମୁ-କଶ୍ମୀର ସକ୍ଷମ। ଆପଣମାନଙ୍କର ହସହସ ମୁହଁ ଦେଖି ଦେଶର ୧୪୦ କୋଟି ଭାରତୀୟ ଖୁସି ଅନୁଭବ କରୁଛନ୍ତି।”
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୧୦୦୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ। ଏଥିସହ କେନ୍ଦ୍ରୀୟ ଯୋଜନାର ଅନେକ ହିତାଧିକାରୀଙ୍କୁ ଭେଟିଥିଲେ। ଜମ୍ମୁ-କଶ୍ମୀରର ସ୍ଥାନୀୟ କଳାକୃତିକୁ ନେଇ ପ୍ରସ୍ତୁତ ହୋଇଥିବା ଗୋଟିଏ ପ୍ରଦର୍ଶନୀ ମେଳାକୁ ମଧ୍ୟ ମୋଦି ବୁଲି ଦେଖିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଯେପରି କୌଣସି ଅଘଟଣ ନ ଘଟିବ ସେଥିପାଇଁ ବକ୍ସି ଷ୍ଟାଡିୟମ୍ରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂରା ଷ୍ଟାଡିୟମକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗ କରାଯାଇଛି। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତା ଦେଇ ଯିବେ ସେହି ରାସ୍ତାରେ ବଡ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଭିଭିଆଇପି ଗସ୍ତ ସମୟରେ ଲୋକଙ୍କ ଗତିବିଧି ରୋକିବା ପାଇଁ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିରାପତ୍ତା ପାଇଁ ଡ୍ରୋନ୍ ଏବଂ ସିସିଟିଭି କ୍ୟାମେରା ବ୍ୟବହାର କରାଯାଉଥିବାବେଳେ ସୁରକ୍ଷା ବାହିନୀ କାର୍ଯ୍ୟକ୍ରମ ସ୍ଥଳର ଦୁଇ କିଲୋମିଟର ବ୍ୟାସାର୍ଦ୍ଧରେ ପାଟ୍ରୋଲିଂ କରୁଛନ୍ତି।
ସେହିପରି ଝେଲମ୍ ନଦୀ ଓ ଡାଲ ଲେକ୍ ଠାରେ ସମୁଦ୍ର କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗରେ ପଡିଥିବା ଅନେକ ବିଦ୍ୟାଳୟ ବୁଧବାର ଏବଂ ଗୁରୁବାର ପାଇଁ ବନ୍ଦ ହୋଇଥିବାବେଳେ ଗୁରୁବାର ଦିନ ଧାର୍ଯ୍ୟ ହୋଇଥିବା ବୋର୍ଡ ପରୀକ୍ଷା ଆସନ୍ତା ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ଏବଂ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା କରିବାକୁ ବିରୋଧୀ ଦଳ ଦାବି କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋନି ଏହି ପ୍ରସଙ୍ଗରେ କ’ଣ କହିବେ ତାହା ଉପରେ ଆଜି ସମସ୍ତଙ୍କ ନଜର ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ବ୍ୟବସ୍ଥାକୁ ରଦ୍ଦ କରି ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ।
Snow is being used to put out a fire that erupted at a hotel in tourist resort of #Gulmarg in north Kashmir today.
— Greater Kashmir (@GreaterKashmir) February 28, 2024
Source: X/viral video pic.twitter.com/FbXEbnwY9o
ଆଜି ସକାଳୁ ଗୁଲମର୍ଗର ଏକ ପ୍ରସିଦ୍ଧ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଏହି ନିଆଁ ବିକରାଳ ରୂପ ଧାରଣ କରିଥିଲା। ଏହି ନିଆଁକୁ କିଭଳି ଲିଭାଇବେ ସେ ନେଇ ଲୋକେ ଚିନ୍ତିତ ହୋଇପଡିଥିଲେ। ଏହାପରେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ମିଶି ନିଆଁ ଲିଭାଇବା ପାଇଁ ପାଣି ବଦଳରେ ବରଫ ଫିଙ୍ଗିବା ଆରମ୍ଭ କରିଥିଲେ। ନିଆଁ ସାମାନ୍ୟ ଆୟତ୍ତ ହେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ପହଞ୍ଚିଥିଲା। ଏହାପରେ ପୂରା ନିଆଁ ଆୟତ୍ତ ହୋଇଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।
ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ରିସର୍ଟରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କ କହିବା ମୁତାବକ, ହୋଟେଲର ଉପର ଭାଗରେ ଥିବା ପାଇପ୍ ପ୍ୟାନେଲ୍ସରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ରିସର୍ଟକୁ ମାଡି ଯାଇଥିଲା। ରିସର୍ଟର ଅଧିକାଂଶ ଭାଗ କାଠରେ ତିଆରି ହୋଇଥିବା ଯୋଗୁ ସହଜରେ ନିଆଁ ବ୍ୟାପିଥିଲା। ତେବେ ଦମକଳ ଗାଡି ଆସିବାରେ ବିଳମ୍ବ ହେବା ଯୋଗୁ ଲୋକେ ବରଫ ଫିଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
#WATCH | J&K | Fire breaks out at a hotel in Gulmarg in Baramulla district. Details awaited. pic.twitter.com/MJBRb3JcGl
— ANI (@ANI) February 28, 2024
ସୂଚନା ମୁତାବକ, ଗତ କିଛି ଦିନ ଗୁଲମର୍ଗରେ ତୁଷାରପାତ ଜାରି ରହିଛି। ଏଥିଯୋଗୁ ଅନେକ ସ୍ଥାନରେ ବରଫ ଜମି ରାସ୍ତା ଘାଟ ବନ୍ଦ ରହିଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଏହି ବରଫ ଜମିବା ଯୋଗୁ ଦମକଳ ଗାଡି ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରି ନଥିବା କୁହାଯାଇଛି।
ସୂଚନା ମୁତାବକ, ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ବ୍ୟାପକ ହିମସ୍ଖଳନ ହୋଇଛି। ଫଳରେ ସ୍କିଂ(ବରଫରେ ସ୍କେଟିଂ) କରିବାକୁ ଯାଇଥିବା କିଛି ବିଦେଶୀ ପର୍ଯ୍ୟଟକ ଏଥିରେ ଫସି ଯାଇଥିଲେ। ବରଫ ଭିତରେ ପୋତି ହୋଇ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ରୁଷର ନାଗରିକ ବୋଲି ଜଣାପଡିଛି।
ସେପଟେ ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର କାମରେ ସେନା ଓ ସ୍ଥାନୀୟ ପୁଲିସ ନିୟୋଜିତ ଅଛନ୍ତି। ସେନା ହେଲିକପ୍ଟର ଜରିଆରେ ବରଫ ଭିତରେ ଫଶି ରହିଥିବା ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି ପାଖାପାଖି ଅନ୍ୟ ୬ ଜଣ ଏବେବି ନିଖୋଜ ଅଛନ୍ତି। ସମସ୍ତ ପର୍ଯ୍ୟଟକ ବିଦେଶରୁ ଆସିଥିବା କୁହାଯାଉଛି। ସେମାନଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି।
ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଗୁଲମର୍ଗରେ ପ୍ରବଳ ତୁଷାରପାତ ପରେ କଶ୍ମୀର ଘାଟିର ବିଭିନ୍ନ ପର୍ବତାଞ୍ଚଳରେ ହିମସ୍ଖଳନ ଚେତାବନୀ ଜାରି କରିଥିଲା ପ୍ରଶାସନ। ତେବେ ଏହା ସତ୍ତ୍ୱେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିନା ସହାୟତାରେ କିଛି ବଦେଶୀ ପର୍ଯ୍ୟଟକ ସ୍କିଂ କରିବା ପାଇଁ ଯାଇଥିଲେ।
ଜାନୁଆରୀ ମାସରେ ଗୁଲମର୍ଗରୁ ଗାଏବ ହୋଇଯାଇଥିଲା ବରଫ। ଏଠାରେ ବରଫ ଦେଖିବାକୁ ମିଳିନଥିଲା। ଫଳରେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ହେଲେ ଜାନୁଆରୀ ମାସ ଶେଷ ଆଡକୁ ତୁଷାରପାତ ପରେ ପୁଣିଥରେ ବରଫର ମୋଟା ଚାଦରରେ ଢ଼ାଙ୍କି ହୋଇଯାଇଛି ଗୁଲମର୍ଗ।
କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ କାମ CVPPPL ନାମକ କମ୍ପାନୀ କରୁଛି। ଏହି କମ୍ପାନୀକୁ ଟେଣ୍ଡର ମିଳିବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ସିବିଆଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ସିବିଆଇ ପ୍ରାୟ ୮ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିମଧ୍ୟରେ ଦିଲ୍ଲୀ, ଜମ୍ମୁ, କଶ୍ମୀର ତଥା ଅନ୍ୟ ରାଜ୍ୟରେ ବି ଏହି ଚଢ଼ାଉ ହୋଇଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ୨୧ ଲକ୍ଷ ଟଙ୍କା କ୍ୟାସ୍ ସମେତ ବହୁ କମ୍ପ୍ୟୁଟର, ବହୁ ଡକ୍ୟୁମେଣ୍ଟ, ଡିଜିଟାଲ ଡିଭାଇସ ଜବତ ହୋଇଥିଲା ।
ଏହି ମାମଲାରେ ସତ୍ୟପାଲ ମଲିକଙ୍କ ତତ୍କାଳୀନ ପ୍ରେସ ସଚିବ ସୁନକ ବାଲିଙ୍କ ଦିଲ୍ଲୀସ୍ଥିତ ଘରେ ବି ରେଡ ହୋଇ ସାରିଛି। ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅର୍ଥ ହେରଫେର ମାମଲାରେ ବାଲି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ମାତ୍ର ସତ୍ୟପାଲ ମଲିକ ନିଜ ଅଧିକାରୀଙ୍କୁ ରକ୍ଷା କରିବାକୁ ଯାଇ ଯିଏ ପ୍ରଥମେ ଏନେଇ ଅଭିଯୋଗ କରିଥିଲା, ସିବିଆଇ ତାକୁ ହଇରାଣ କରୁଥିବା କହିଥିଲେ।
ଜମ୍ମୁ- କଶ୍ମୀର ପ୍ରଶାସନ ତରଫରୁ ଏହି ପ୍ରୋଜେକ୍ଟର ଚେୟାରମ୍ୟାନ, ଏମଡି ଓ CVPPPL କମ୍ପାନୀର ଡାଇରେକ୍ଟର ଓ ଅନ୍ୟ କେତେ ଜଣଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ପ୍ରୋଜେକ୍ଟ ପାଇଁ ଇ-ଟେଣ୍ଡର ହୋଇଥିବା ବେଳେ ସେତେବେଳେ ଗାଇଡଲାଇଇନ୍ର ପାଳନ ହୋଇ ନ ଥିବା ଅଭିଯୋଗ ହୋଇଥିଲା।
ଜମ୍ମୁ- କଶ୍ମୀରର କିଶତୱାଡରେ ପ୍ରବାହିତ ଚିନାବ ନଦୀ ଉପରେ ପ୍ରସ୍ତାବିତ କିରୁ ହାଇଡ୍ରୋଇଲେକ୍ଟ୍ରିକ ପ୍ରୋଜେକ୍ଟ ପାଇଁ ୨୦୧୯ ମସିହାରେ ୨୨ଶହ କୋଟିର ୱାର୍କ ଅର୍ଡର ମିଳିବାରେ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ସମୟରେ ଜମ୍ମୁ- କଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ ମଲିକ ଅଭିଯୋଗ କରିଥିଲେ କି ଦୁଇଟି ଫାଇଲ୍କୁ ପାସ୍ କରିବା ନିମନ୍ତେ ତାଙ୍କୁ ୩୦୦ କୋଟିର ଲାଞ୍ଚ ଯଚା ଯାଇଥିଲା। ମାତ୍ର ସେ ଏହାକୁ ରଦ୍ଦ କରି ଦେଇଥିବା କହିଥିଲେ ସତ୍ୟପାଲ ମଲିକ। ସିବିଆଇ ଏନେଇ ଦୁଇଟି ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା।
CVPPPL ଏହି ପ୍ରୋଜେକ୍ଟକୁ ହାତେଇଥିବା ବେଳେ ସିବିଆଇ ଏହାର ପୂର୍ବ ଅଧ୍ୟକ୍ଷ ନବୀନ କୁମାର ଚୌଧୁରୀଙ୍କ ସମେତ ବହୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନବୀନ କୁମାର ଚୌଧୁରୀ ୧୯୯୪ ମସିହାର ଜମ୍ମୁ କଶ୍ମୀର କ୍ୟାଡରର ଆଇଏଏସ୍ ଅଧିକାରୀ ଥିଲେ।
କୀରୁ ହାଇଡ୍ରୋଇଲେକ୍ଟ୍ରିପ୍ରୋଜେକ୍ଟ କ’ଣ?
କୀରୁ ହାଇଡ୍ରୋଇଲେକ୍ଟ୍ରିପ୍ରୋଜେକ୍ଟ ଜମ୍ମୁ- କଶ୍ମୀରର କିଶତୱାଡ ଜିଲ୍ଲାରେ ପ୍ରବାହିତ ଚିନାବ ନଦୀରେ ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ୨୦୧୯ ମସିହା ମାର୍ଚ୍ଚ ୭ ତାରିଖରେ ଏହି ପ୍ରୋଜେକ୍ଟ ପାଇଁ ନିବେଶକୁ ମଞ୍ଜୁରୀ ଦେଇଥିଲେ। ଏହି ପ୍ରୋଜେକ୍ଟ ନିର୍ମାଣ ପାଇଁ CVPPPL ନାମକ ଏକ ପ୍ରାଇଭେଟ କମ୍ପାନୀକୁ ଅନୁମତି ମିଳିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ୪ ୨୮୭.୫୯ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରୋଜେକ୍ଟ ଆସନ୍ତା ବର୍ଷ ସରିବ ବୋଲି ଆକଳନ କରାଯାଇଛି।
ଜମ୍ମୁ କଶ୍ମୀରରେ ଶୀତ ଦିନେ ଆବଶ୍ୟକ ମାତ୍ରାରେ ବିଦ୍ୟୁତ୍ ଉତ୍ପାଦନ ହୋଇ ପାରେନାହିଁ। ଫଳରେ ସେଠାରେ ବିଦ୍ୟୁତ୍ କାଟ ସମସ୍ୟା ଦେଖାଯାଇଥାଏ । ଘଟଣା ଦିନ ଜମ୍ମୁ କଶ୍ମୀର ଉଚ୍ଚ ନ୍ୟାୟଳୟରେ କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ପର୍କୀତ ମାମଲାର ଶୁଣାଣି ଚାଲିଥିଲା। ମାତ୍ର ଶୁଣାଣି ବେଳେ ଦୁଇ ଘଣ୍ଟା କାଳ ଲାଇନ୍ କଟି ଯାଇଥିଲା।
ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି ବିଚାରପତି । ଏନେଇ କୋର୍ଟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।
ବେଞ୍ଚ ପକ୍ଷରୁ କୁହାଯାଇଛି, ଦିନ ସମୟରେ ଲାଇନ୍ କଟିଯିବାରୁ କୋର୍ଟରେ ଅନ୍ଧାର ଛାଇଗଲା। ଦୁର୍ଭାଗ୍ୟବଶଃତ ଜେନେରେଟର ବି ଯାନ୍ତ୍ରୀକ ତ୍ରୁଟି ଯୋଗୁ କାମ କଲା ନାହିଁ। ଫଳରେ କୋର୍ଟ ରୁମ୍ରେ କିଟିମିଟି ଅନ୍ଧାର ଛାଇଗଲା, ଶୁଣାଣି କାର୍ଯ୍ୟ କରିବା ସମ୍ଭବପର ହୋଇ ପାରିଲା ନାହିଁ।
ରାଜ୍ୟର ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଜରୁରୀ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହାର ବିକଳ୍ପ ବ୍ୟବସ୍ଥା ସୂରୁପ ହାଇକୋର୍ଟ ପାଇଁ ଅନ୍ୟ ଏକ ବିକଳ୍ପ ଲାଇନ୍ ବ୍ୟବସ୍ଥା କରିବାକୁ ବିଚାରପତି ପରାମର୍ଶ ଦେଇଛନ୍ତି। ଏହି ଲାଇନ୍ ଦ୍ୱାରା ଯେପରି ନିୟମିତ ଭାବେ ବିଦ୍ୟୁତ୍ କାଟ ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହାଦ୍ୱାରା କୋର୍ଟର ଶୁଣାଣି ସୁରୁଖୁରରେ ହୋଇ ପାରିବ ବୋଲି ବିଚାରପତି କହିଛନ୍ତି।
ଏହାର ଜବାବରେ ଓମାର କହିଛନ୍ତି ଯେ ସେହି ସମୟରେ ଆମେ ୮ ମାସ ହେଲା ବନ୍ଦୀ ହୋଇ ରହିଥିଲୁ। କିନ୍ତୁ ଜମ୍ମୁ-କଶ୍ମୀରର ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଆଜାଦ ମୁକ୍ତ ଭାବେ ବୁଲୁଥିଲେ ବୋଲି ଓମାର କହିଛନ୍ତି।
ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଗୁଲାମ ନବୀ ଆଜାଦ ସାଂଘାତିକ କଥା ସବୁ କହିଥିଲେ। ରାତି ସମୟରେ ଫାରୁକ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏଥିସହ ସେ ୨୦୧୯ରେ ନିଜ ଆଡ଼ୁ ଗୃହବନ୍ଦୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଉଭୟ ଓମାର ଓ ଫାରୁକ ଶ୍ରୀନଗରେ ଗୋଟିଏ କଥା କହୁଥିବା ବେଳେ ଦିଲ୍ଲୀରେ ଆଉ ଗୋଟିଏ କଥା କହୁଥିବା ଗୁଲାମ ଦାବି କରିଥିଲେ।
ଏହାର ଜବାବରେ ଓମାର କହିଛନ୍ତି, “କିଏ ଆଜାଦ ଓ କିଏ ଗୁଲାମ, ସେକଥା ସମୟ କହିବ। ଲୋକମାନେ ଏହାର ନିଷ୍ପତ୍ତି ନେବେ। ବାଃରେ ଭାଇ ବାଃ। ଗୁଲାମ ନବୀ ଆଜାଦ, ଆପଣଙ୍କ ଆଜି ବଦହଜମି ହୋଇଯାଇଛି। ୨୦୧୫ରେ ଜମ୍ମୁ-କଶ୍ମୀରରୁ ରାଜ୍ୟସଭା ଯିବା ପାଇଁ ଆମକୁ ଭିକ ମାଗୁଥିବା ଗୁଲାମ କୁଆଡ଼େ ଗଲେ?
ଅବଦୁଲ୍ଲା ପରିବାର ୩୭୦ ବିଷୟରେ ଜାଣିଥିଲା, ତଥାପି ଆମକୁ ସେହି ସମୟରେ ୮ ମାସ କାଳ ବନ୍ଦୀ କରି ରଖାଯାଇଥିଲା। ଆମ ବିରୋଧରେ ପିଏସଏ ଲାଗିଥିଲା। ଅଗଷ୍ଟ ୫ ପରେ ଆପଣ ଏକମାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏ ମୁକ୍ତ ଭାବେ ବୁଲୁଥିଲେ।”
ସେ କହିଛନ୍ତି, 'ମୁଁ ଭାବୁଛି ଜମ୍ମୁ କଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକା ସହ ହେବ। ତେବେ ନ୍ୟାସନାଲ କନଫ୍ରେନ୍ସ ଏଠାରେ ଏକା ନିର୍ବାଚନ ଲଢ଼ିବ। କାହା ସହ ସିଟ୍ ସେୟାରିଂ କରିବ ନାହିଁ।' ଇଣ୍ଡିଆ ମେଣ୍ଟ ସହ ସିଟ୍ ସେୟାରିଂ ଆଲୋଚନା ବିଫଳ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।
ଦେଶ ଗଢ଼ିବା ପାଇଁ ଯାହା କରିବାକୁ ପଡିବ ସେ ତାହା କରିବେ। ତେବେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଭେଟିବା ପ୍ରଶ୍ନରେ ସେ କହିଛନ୍ତି ଯେ ଯେତେବେଳେ ସେମାନେ ଡାକିବେ, ତାଙ୍କ ସହ କିଏ ବା ନ କଥା ହେବାକୁ ଚାହିଁବ। ଭବିଷ୍ୟତରେ ଏନ୍ଡିଏ ସହ ସାମିଲ ହେବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।
#WATCH | Srinagar: On elections in J&K and seat sharing, National Conference Chief Farooq Abdullah says, "I think that elections in both states will be held with the Parliamentary elections. As far as seat sharing is concerned, NC will contest alone and there's no doubt about… pic.twitter.com/e2pLpX3YVB
— ANI (@ANI) February 15, 2024
ଏହାପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛନ୍ତି। ସେହିପରି ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଇଣ୍ଡିଆ ମେଣ୍ଟକୁ ଝଟ୍କା ଦେଇସାରିଛି। ଦିଲ୍ଲୀର ୭ଟି ଆସନରୁ ୬ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆପ୍ ଘୋଷଣା କରିସାରିଛି।
ପ୍ରାଣ ହରାଇଥିବା ଶ୍ରମିକ ଜଣଙ୍କ ହେଲେ ପଞ୍ଜାବର ଅମୃତସରର ମୂଳବାସିନ୍ଦା ଅମରିତପାଲ ସିଂହ। ତେବେ ଆହତ ଶ୍ରମିକଙ୍କ ପରିଚୟ ମିଳି ପାରି ନାହିଁ। ଅମରିତପାଲ ସିଂହ ଶ୍ରୀନଗରରେ ହକର ଭାବେ କାମ କରୁଥିଲେ।
ପୁଲିସ୍ କହିଛି ଯେ ଶହୀଦ ଗୁଞ୍ଜ ଅଞ୍ଚଳରେ ଘଟଣା ଘଟିଛି। ଘଟଣା ପରେ ପୁଲିସ୍ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି। ସେହିପରି ଆହତ ଶ୍ରମିକଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ଅକ୍ଟୋବର ମାସରେ ଉତ୍ତର ପ୍ରଦେଶର ଜଣେ ଶ୍ରମିକଙ୍କୁ ପୁଲୱାମାରେ ହତ୍ୟା କରାଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା ଥିଲା। ଉକ୍ତ ଘଟଣା ପୂର୍ବରୁ ଇନସପେକ୍ଟର ମସରୁର ଅହମଦ ୱାନିଙ୍କୁ ୩ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରାଯାଇଥିଲା।
ଦିଲ୍ଲୀର ଏକ ରେଲଓ୍ୱେ ଷ୍ଟେସନରୁ ଏହି ଲସ୍କର ଆତଙ୍କବାଦୀକୁ ଦିଲ୍ଲୀ ରେଲଓ୍ୱେ ପୁଲିସ ଗିରଫ କରିଛି। ଗିରଫ ଆତଙ୍କବାଦୀ ଜଣକ ହେଉଛି ଜଣେ ଅବସରପ୍ରାପ୍ତ ସୈନିକ। ତା' ନାଁ ରିଆଜ ଅହମ୍ମଦ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ନିକଟରୁ ଗୋଟିଏ ମୋବାଇଲ ଫୋନ୍ ଓ ଅନେକ ସିମ୍ କାର୍ଡ ଜବତ ହୋଇଛି।
ଧରାପଡିଥିବା ଆତଙ୍କବାଦୀ ରିଆଜ ଅହମ୍ମଦ ହେଉଛି ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା। ଗୁଇନ୍ଦା ସୂଚନା ଆଧାରରେ ପୁଲିସ ଫେବ୍ରୁଆରୀ ୪ ତାରିଖରେ ନୂଆ ଦିଲ୍ଲୀର ରେଲଓ୍ୱେ ଷ୍ଟେସନରୁ ରିଆଜକୁ ଗିରଫ କରିଥିଲା। ରିଆଜ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣୁଥିଲା। ସେ ଆତଙ୍କୀଙ୍କ ଆକ୍କା ଖୁର୍ସିଦ ଅହମ୍ମଦ ରାଥର ଓ ଗୁଲାମ ସରଓ୍ୱର ରାଥର ସହ ମିଶି ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର କରୁଥିଲା।
ରେଲଓ୍ୱେ ଡିସିପିଙ୍କ କହିବା ମୁତାବକ, ନିକଟରେ କୁପଓ୍ୱାଡା ବାସିନ୍ଦା ରିଆଜ ବହୁ ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ଓ୍ୱାଣ୍ଟେଡ୍ ଥିଲା। ଫେବ୍ରୁଆରୀ ୪ ତାରିଖ ଦିନ ଦିଲ୍ଲୀ ରେଲଓ୍ୱେ ଷ୍ଟେସନରେ ପୁଲିସକୁ ଦେଖି ରିଆଜ୍ ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଷ୍ଟେସନର ଏଗ୍ଜିଟ୍ ଗେଟ୍ ନମ୍ବର-୧ରୁ ତାକୁ ଗିରଫ କରାଯାଇଥିଲା।
ଫରୱାର୍ଡ ଡିଫେନ୍ସ ଲାଇନ (FDL) ଠାରୁ ପ୍ରାୟ ୩୦୦ମିଟର ଦୂରରେ ଥିବା ୮୦ତମ ଇନ୍ଫେଣ୍ଟ୍ରି ବ୍ରିଗେଡ୍ ଅଧୀନରେ ଥିବା ୧୭ତମ ଶିଖ ଲାଇଟ୍ ବାଟାଲିଅନର ଏରିଆ ଅଫ୍ ରେସପନ୍ସିବିଲିଟି (AOR) ରେ ଏହି ଘଟଣା ଘଟିଛି। ବିସ୍ଫୋରଣ ବେଳେ ଉଭୟ ସେନା କର୍ମଚାରୀ ନିୟମିତ ଭାବେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ଉପରେ ନଜର ରଖିଥିଲେ।
ଭାରତୀୟ ସେନାର କହିବାକୁ ମୁତାବକ, ଆଜି ସକାଳୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇ ଉଧମପୁର କମାଣ୍ଡ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଜଣେ ଯବାନଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଯବାନଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ଅବସ୍ଥା ସ୍ଥିର ରହିଛି।
ଗଣତନ୍ତ୍ର ଦିବସ ଓ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ସମାରୋହ ପୂର୍ବରୁ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଭାରତ-ପାକିସ୍ତାନ ସୀମା ସମେତା ପୂରା ଜମ୍ମୁକଶ୍ମୀରରେ ସୁରକ୍ଷାକର୍ମୀ ଓ ପୁଲିସକୁ ଆଲର୍ଟ କରାଯାଇଛି।
ପିଡିପି ମିଡିଆ ସେଲ୍ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଅଗ୍ନିବିପନ୍ନଙ୍କୁ ସାକ୍ଷାତ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅନ୍ତତନାଗ ଯାଉଥିଲେ। ଉକ୍ତ ସମୟରେ ତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବି ଥିଲେ। ଉକ୍ତ ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଛି। ଏହି ଦୁର୍ଘଟଣାରୁ ମୁଫତି ବର୍ତ୍ତି ଯାଇଥିବା ବେଳେ ତାଙ୍କ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଛନ୍ତି।
ଏନେଇ ଜମ୍ମୁ- କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି, ଏକ ବଡ଼ ଦୁର୍ଘଟଣାରୁ ମେହବୁବା ମୁଫତି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସରକାର ଏହି ଦୁର୍ଘଟଣାର କାରଣ ଯାଞ୍ଚ କରିବାକୁ ଦାବି କରୁଛି। ଏଥିସହ ତାଙ୍କ ସୁରକ୍ଷାରେ ଥିବା ତ୍ରୁଟିକୁ ବି ଖୁବ୍ ଶୀଘ୍ର ଦୂର କରାଯିବ ବୋଲି ଆଶା କରୁଛି।
ମୁଫତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ତାଙ୍କ ସମର୍ଥକମାନେ ବ୍ୟଥିତ ହୋଇ ପଡ଼ିଥିବା ବେଳେ ସେ ସୁରକ୍ଷିତ ଥିବା ଶୁଣି ଆଶ୍ୱସ୍ତି ଲାଭ କରିଛନ୍ତି।
୮୬ ବର୍ଷୀୟ ଫାରୁକ ଅବଦୁଲ୍ଲାଙ୍କୁ ଶ୍ରୀନଗରସ୍ଥିତ ଇଡି ଅଫିସରେ ହାଜର ହେବା ପାଇଁ କୁହାଯାଇଛି । ଜମ୍ମୁ ଓ କଶ୍ମୀର କ୍ରିକେଟ ସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି । ଏନେଇ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିଛି ।
୨୦୦୧ରୁ ୨୦୧୨ ମଧ୍ୟରେ ଫାରୁକ୍ ଅବଦୁଲ୍ଲା ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ। ଉକ୍ତ ସମୟରେ ସେ ନିଜ ପଦର ଦୁରୂପଯୋଗ କରି ବେଆଇନ ନିଯୁକ୍ତି ଦେବା ସହ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏନେଇ ସିବିଆଇ ଓ ଇଡି ପକ୍ଷରୁ ତଦନ୍ତ ଚାଲିଛି ।
ବରଫରେ ଆଚ୍ଛନ୍ନ ହୋଇଯାଇଥିବା ଗୁଲମାର୍ଗ ଏଥର ଯେପରି ଶୁଷ୍କ ହୋଇଯାଇଛି। ପୂର୍ବରୁ ଯେଉଁ ଅଞ୍ଚଳକୁ ବରଫ ଚାଦର ଘୋଡ଼େଇ ଏକ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରୁଥିଲା, ସେହି ଅଞ୍ଚଳ ଯେପରି ସୌନ୍ଦର୍ଯ୍ୟ ହରାଇବା ଭଳି ମନେ ହେଉଛି। ରିପୋର୍ଟ ଅନୁସାରେ, ଡିସେମ୍ବରରେ ଗୁଲମାର୍ଗ ଅଞ୍ଚଳରେ ୭୯% କମ୍ ବୃଷ୍ଟିପାତ ହୋଇଛି। ଏଥିସହ ତୁଷାରପାତ ପରିମାଣ ମଧ୍ୟ ହ୍ରାସ ପାଇଛି।
ଏହି ଅସ୍ୱାଭାବିକ ପାଣିପାଗ ଢାଞ୍ଚାକୁ ଏଲ୍ ନିନୋ ପ୍ରଭାବ ସହ ଜଡ଼ିତ କରାଯାଉଛି, ଯାହା ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧିକୁ ବର୍ଣ୍ଣିତ କରେ। ଏପରି ହେବା ଦ୍ୱାରା ବିଶ୍ୱ ପାଣିପାଗରେ ବ୍ୟାଘାତ ଘଟେ, ଫଳରେ ପ୍ରଭାବିତ ଅଞ୍ଚଳରେ ତୁଷାରପାତ ଏବଂ ବୃଷ୍ଟିପାତରେ ଏକ ପରିବର୍ତ୍ତନ ଘଟେ।
ଗୁଲମାର୍ଗରେ ଏହି ପରିବର୍ତ୍ତନ କେବଳ ଯେ, ପର୍ଯ୍ୟଟକଙ୍କୁ ନିରାଶ କରୁଛି ତାହା ନୁହେଁ, ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତାଜନକ ସମସ୍ୟା ମଧ୍ୟ ସୃଷ୍ଟି କରିଛି। କାରଣ ବୃଷ୍ଟିପାତର ଅଭାବ ସ୍ଥାନୀୟ କୃଷି ଓ କୃଷକଙ୍କ ପାଇଁ ବିପଦ ସଙ୍କେତ। ଏଠାକାର ସ୍ଥାନୀୟ କୃଷି ପାଇଁ ଜଳାଭାବ ସମସ୍ୟା ଲାଗି ରହିପାରେ। ଭବିଷ୍ୟତରେ ଏହି ଉପତ୍ୟକା ମରୁଡ଼ିର ସମ୍ମୁଖୀନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏହିପରି ହେଲେ ଭାରତର ଭୂସ୍ୱର୍ଗରେ ଇକୋସିଷ୍ଟମ ଏବଂ ଅର୍ଥନୀତି ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।
ଆଜି ଧରାପଡ଼ିଥିବା ଆତଙ୍କବାଦୀର ନାରଁ ଜାଭେଦ ଅହମଦ ମାଟ୍ଟୋ। ଜମ୍ମୁ-କଶ୍ମୀରରେ ଘଟିଥିବା ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିଲା। ତାକୁ ବେଶ କିଛି ବର୍ଷ ହେଲା ପୁଲିସ ଖୋଜୁ ଥିଲେ ହେଁ ତା’ର କୌଣସି ପତ୍ତା ମିଳି ନଥିଲା। ହେଲେ ଏବେ ସେ ସୁରକ୍ଷାକର୍ମୀଙ୍କ ପଞ୍ଝାରେ ପଡ଼ିଛି।
ଦିଲ୍ଲୀ ପୁଲିସ୍ ସ୍ପେଶାଲ ସେଲର ସୂଚନା ଅନୁଯାୟୀ, ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଜାଭେଦକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ବାରମ୍ବାର ରେଡ କରିବା ପରେ ଆଜି ଜାଭେଦ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଛି।
ଜଭେଦର ଘର ଜମ୍ମୁ-କଶ୍ମୀରର ସୋପୋରରେ। ସେ ଏଠାରେ ବେଶ ସକ୍ରିୟ ଭାବେ ହିଜବୁଲ ପାଇଁ କାମ କରୁଥିଲା। ସେ ଏକାଧିକ ଥର ପାକିସ୍ତାନ ଗସ୍ତ ମଧ୍ୟ କରିଥିଲା।
ଗତବର୍ଷ ସ୍ୱାଧୀନତା ଦିବସ ପୂର୍ବରୁ ଜାଭେଦର ଭାଇ ରୟିସ ମାଟ୍ଟୋ ସୋପୋରରେ ଥିବା ତାଙ୍କ ଘରେ ଜାତୀୟ ପତାକା ଉଡ଼ାଉଥିଲେ। ଏହାର ଭିଡିଓ ମଧ୍ୟ ସେତେବେଳେ ବେଶ ଭାଇରାଲ ହୋଇଥିଲା।
ସୂଚନା ମୁତାବକ, ଆଜି ସକାଳ ୧୧ଟା ୩୩ ମିନିଟ୍ରେ ଜମ୍ମୁକଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ଗୀଭରତା ଭୂମି ଠାରୁ ୫ କିଲୋମିଟର ଗଭୀରରେ ଥିବା ରେକର୍ଡ କରାଯାଇଛି। ସେପଟେ କଟରା, ଜମ୍ମୁ, ରିୟାସି, ସାମ୍ବା ଓ ଉଧମପୁରରେ ମଧ୍ୟ ଲୋକେ ଏହି ଭୂକମ୍ପ ଝଟ୍କା ଅନୁଭୂତ କରିଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ଏହାପୂର୍ବରୁ ବର୍ଷର ପ୍ରଥମ ଦିନରେ ନେପାଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ବିଳମ୍ବିତ ରାତିରେ ଲୋକେ ନ୍ୟୁ-ଇୟର ସେଲିବ୍ରେସନରେ ମସଗୁଲ ଥିବା ବେଳେ ଭୂକମ୍ପ ଝଟ୍କାରେ ଥରି ଉଠିଥିଲା ନେପାଳ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା।
ସେହିପରି ନୂଆବର୍ଷର ପ୍ରଥମ ଦିନ ତଥା ସୋମବାର ଦିନ ଜାପାନରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ପ୍ରାଣ ହରାଇ ସାରିଲେଣି। ସୂଚନା ମୁତାବକ, ଦିନକରେ ୧୫୫ ଥର ଭୂକମ୍ପ ଝଟ୍କାରେ ଦୋହଲି ଥିଲା ଜାପାନ। ଭୂମିକମ୍ପ ଯୋଗୁ ଅନେକ ଘର ଭୁଶୁଡି ପଡିଛନ୍ତି। ରାସ୍ତାଘାଟ ଫାଟି ଆଁ ହୋଇଛି। ସେପଟେ ଭଗ୍ନାବଶେଷ ତଳେ ଅନେକ ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଜମ୍ମୁ-କଶ୍ମୀରର କୁପୱାଡାରେ ସେନା ପକ୍ଷରୁ ଚାଲିଥିବା ଅପରେସନ ବେଳେ ତାଙ୍କ ମୁହଁରେ ଗୁଳି ମାଡ଼ ହୋଇଥିଲା। ସେବେଠାରୁ ସେ କୋମାରେ ରହିଥିଲେ। କିନ୍ତୁ ରବିବାର ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ଟିଏ(ଜମ୍ମୁ-କଶ୍ମୀର ରାଇଫଲ୍ସ)ର ୧୬୦ ଇନଫାଣ୍ଟ୍ରୀ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଥିଲେ। ୨୦୧୫ ମସିହା ନଭେମ୍ବର ୨୨ରେ କୁପୱାଡାର ହାଜି ନାକା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା।
ଖବର ମିଳିବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଏଥିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ କରନବୀର ସବୁଠାରୁ ଆଗରେ ରହିଥିଲେ। କିନ୍ତୁ ଅପରେସନ ବେଳେ ତାଙ୍କ ମୁହଁରେ ଗୁଳି ମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେଠାରେ ସେ କୋମାକୁ ଚାଲି ଯାଇଥିଲେ। ତାଙ୍କ ମୁହଁରେ କାଲାଶିନକୋଭ ବୁଲେଟ ମାଡ଼ ହୋଇଥିଲା। ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ଅପରେସନ ବେଳେ ୩ ଜଣ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଦେଇଥିଲେ।
ଗୁଳିମାଡ଼ ପରେ ତାଙ୍କୁ ପ୍ରଥମେ ଶ୍ରୀନଗର ଓ ଶେଷରେ ଦିଲ୍ଲୀର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଏହି ସମୟରେ ସେ ସବୁ ଦେଖୁଥିଲେ। କିନ୍ତୁ କିଛି ବି ଜାଣି ପାରୁ ନଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କୋମାକୁ ଚାଲି ଯାଇଥିଲେ।
ତାଙ୍କ ପତ୍ନୀ, ଦୁଇ ପିଲା ଗୁନୀତ ଓ ଅସମୀତ, ତାଙ୍କ ବାପା ମା’ ଓ ପରିବାର ଲୋକ ୮ ବର୍ଷ ଧରି କରନବୀର କୋମାରୁ ବାହାରିବେ ବୋଲି ଆଶା କରିଥିଲେ। କିନ୍ତୁ ରବିବାର ସେମାନଙ୍କର ସବୁ ଆଶା ଭାଙ୍ଗି ଚୂରମାର ହୋଇଯାଇଛି।
ଭାରତୀୟ ସେନାରେ ସେ ଦୀର୍ଘ ୨୦ ବର୍ଷ ହେଲା କାମ କରିଛନ୍ତି। ଟେରିଟୋରିଆଲ ଆର୍ମିରେ ଯୋଗ ଦେବା ପୂର୍ବରୁ ସେ ୧୯୯୭ରେ ନିୟମିତ ସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ। ସେଠାରେ ୧୦ ବର୍ଷ କାମ କରିବା ପରେ ସେ ନିୟମିତ ଆର୍ମିକୁ ଛାଡ଼ି ଦେଇଥିଲେ। କିନ୍ତୁ ଦେଶର ସେବା କରିବା ପାଇଁ ସେ ପୁଣି ଟେରିଟୋରିଆଲ ଆର୍ମିରେ ଯୋଗ ଦେଇଥିଲେ।
ଗତ ସପ୍ତାହରେ ପୁଞ୍ଚରେ ଆତଙ୍କବାଦୀଙ୍କ ଆମ୍ବୁସ ଆଟାକ ହୋଇଥିଲା। ଏହାପରେ ସେନା ପକ୍ଷରୁ ଆତଙ୍କବାଦୀ ବିରୋଧ ଅପରେସନକୁ ଜୋରଦାର କରାଯାଇଛି। ଅପରେସନ ଚାଲିଥିବା ବେଳେ ବ୍ରିଗେଡିୟର ପାହ୍ୟାର ଅଫିସରଙ୍କୁ କାର୍ଯ୍ୟରୁ ହଟା ଯାଇଛି। ଆତଙ୍କବାଦୀଙ୍କ ଆମ୍ବୁସ ପରେ ଆକାଶ ମାର୍ଗରେ ସର୍ଭେଲାନ୍ସ ଠାରୁ ସ୍ଥଳ ଭାଗରେ ଅପରେସନ କରାଯାଉଛି।
ବିଶେଷ କରି ଡେରା କି ଗଲି ଓ ବଫଲିୟାଜରେ ସର୍ଚ୍ଚ ଅପରେସନ କରାଯାଉଛି। କାରଣ ଏଠାରେ ଥିବା ଧାତୟାର ମୋରହ ଠାରେ ହିଁ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ କନଭୟ ଉପରେ ହମଲା କରିଥିଲେ। ଏହି ହମଲାରେ ୪ ଜଣ ଯବାନ ସହିତ ହୋଇଥିଲେ। ବଫଲିୟାଜରେ ଅପରେସନ ଚାଲିଥିବା ବେଳେ ଶୁକ୍ରବାର ରହସ୍ୟଜନକ ଭାବେ ୩ ଜଣ ସାଧାରଣ ଲୋକଙ୍କୁ ମୃତଦେହ ମିଳିଥିଲା।
ଏହାକୁ ନେଇ ସ୍ଥାନୀୟ ଲୋକ ସେନା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ବିବାଦ ଘନେଇବାରୁ ସେନା ପକ୍ଷରୁ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କର ପୋଷ୍ଟିଂରେ ଅଦଳ ବଦଳ ହୋଇଛି।
ସେନା ପକ୍ଷରୁ ଚାଲିଥିବା ଆଭ୍ୟନ୍ତରୀଣ ତଦନ୍ତ ସବୁ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି। କିଛି ଅଧିକାରୀ ଜାଣିଶୁଣି ୩ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ନା ଅପରେସନ ବେଳେ ଗୁଳି ମାଡ଼ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଛି, ସେକଥା ଜାଣିବା ପାଇଁ ଉଦ୍ୟମ ଚାଲିଛି।
ରଜୌରୀ ଏବଂ ପୁଞ୍ଚରେ ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଥିସହ ଦୁଇ ଜିଲ୍ଲାର ପାହାଡିଆ ଅଞ୍ଚଳରେ କମ୍ୱିଂ ଅପରେସନକୁ କଡାକଡି କରାଯାଇଛି।
ଗୁରୁବାର ଜମ୍ମୁ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ଭାରତୀୟ ସେନାର ଦୁଇଟି ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ଏଥିସହ ଦୁଣ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ।
ଏହାପରେ ପୁଣି ଶୁକ୍ରବାର ସାମ୍ବା ଜିଲ୍ଲାର ଚାନ୍ଦିଲି ଗାଁରେ ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ପୁଞ୍ଚ ଆକ୍ରମଣରେ ଲଶ୍କର-ଏ-ତୋଏବାର ଅନୁବନ୍ଧିତ ସଂଗଠନ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ (PAFF) ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ଆମେରିକାର ଅତ୍ୟାଧୁନୁକି ବନ୍ଧୁକ ବ୍ୟବହାର ହୋଇଥିଲା।
ଏକ ବଡ ଧରଣର ଆତଙ୍କୀ ହମଲା ଆଶଙ୍କା କରାଯାଉଛି। କାରଣ ପୁଞ୍ଚ ଆକ୍ରମଣ ପଛରେ ପାକିସ୍ତାନ ଓ ଚୀନର ହାତ ଥିବା କୁହାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ସୀମାବର୍ତ୍ତୀ ଜିଲ୍ଲା ପୁଞ୍ଚ ଓ ରଜୌରୀରେ ଇଣ୍ଟେରନେଟ ସେବା ବନ୍ଦ ରଖାଯାଇଛି।
ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ସିଂହ ସିଧାସଳଖ ପୁଞ୍ଚ ଆମ୍ବୁସ ଓ ୨୦୧୯ ପୁଲୱାମା ହମଲାରେ ସମାନତା ଥିବା କହିଛନ୍ତି। ପୁଲୱାମା ହମଲାରେ ୪୦ ଜଣ ବୀର ଯବାନଙ୍କୁ ଦେଶ ହରାଇଥିଲା।
ସଞ୍ଜୟ ରାଉତ କହିଛନ୍ତି, “ଗତକାଲିର ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲା ପୁଞ୍ଚ ଆଟାକର ପୁନରାବୃତ୍ତି। ସରକାର ଶୋଇଛନ୍ତି। କ’ଣ ଆପଣ(ବିଜେପି) ଆମ ଯବାନଙ୍କ ବଳିଦାନକୁ ନେଇ ପୁଣି ରାଜନୀତି କରିବେ? କ’ଣ ୨୦୨୪ରେ ପୁଲୱାମା ପ୍ରସଙ୍ଗରେ ଆପଣ ପୁଣି ଭୋଟ ମାଗିବେ? ଯଦି ଆମେ ପୁଞ୍ଚ ଘଟଣାରେ ପ୍ରଶ୍ନ କରିବୁ, ତା’ହେଲେ ସେମାନେ ଆମକୁ ଦିଲ୍ଲୀ କିମ୍ବା ଦେଶ ବାହାରକୁ ଫିଙ୍ଗି ଦେବେ।”
ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ଉପତ୍ୟକାରେ ଆତଙ୍କବାଦ ଜାରି ରହିଛି ବୋଲି କହିଛନ୍ତି। ସେ କହିଛନ୍ତି, “ସେମାନେ ନିୟମିତ କହି ଆସୁଛନ୍ତି ଯେ ଧାରା ୩୭୦ ଆତଙ୍କବାଦର କାରଣ। ଏବେ ବି ଆତଙ୍କବାଦ ଜାରି ରହିଛି। କଶ୍ମୀରରେ କର୍ଣ୍ଣେଲ ଓ କ୍ୟାପ୍ଟେନ ପ୍ରାଣ ହରାଉଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବୋମା ବିସ୍ଫୋରଣ ହେଉଛି। କ’ଣ ଆତଙ୍କବାଦ ଶେଷ ହୋଇଗଲା? ଆତଙ୍କବାଦ ଶେଷ ହୋଇନାହିଁ। କିନ୍ତୁ ବିଜେପି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଛି ଯେ ଆତଙ୍କବାଦ ଶେଷ ହୋଇଯାଇଛି।”
ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ଓ ମେହବୁବା ମୁଫତି ମଧ୍ୟ ଗୁରୁବାର ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି। ଗୁରୁବାର ପ୍ରାୟ ୩.୪୫ରେ ପୁଞ୍ଚର ଧାତୟାର ମୋରହ ନିକଟରେ ଥିବା ବ୍ଲାଇଣ୍ଡ କର୍ଭ ନିକଟରେ ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଆମ୍ବୁସ ଲଗାଇ ହମଲା କରିଥିଲେ। ଦହେରା କି ଗଲି ଓ ବୁଫଲିଆଜ ମଧ୍ୟରେ ଥିବା ଧାତୟାର ମୋରହ ସ୍ଥିତ ବ୍ଲାଇଣ୍ଡ କର୍ଭ ନିକଟରେ ହିଁ ହମଲା ହୋଇଛି।
ଆତଙ୍କବାଦୀମାନେ ପୁଞ୍ଚର ଧାତୟାର ମୋରହକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ। କାରଣ ଏଠାରେ ଥିବା ରାସ୍ତା ବେଶ ବଙ୍କା। ବୁଲାଣି ବେଳେ ସାମ୍ନା ପଟେ କ’ଣ ଘଟୁଛି, ତା’ହା ଜାଣିବା ମୁସ୍କିଲ। ଗାଡ଼ିଗୁଡ଼ିକ ବେଶ ଧୀରେଧୀରେ ଏହି ସ୍ଥାନକୁ ଅତିକ୍ରମ କରିଥାଏ। ସାମ୍ନା ପଟୁ ଦେଖିବାର କୌଣସି ସୁଯୋଗ ନଥିବାରୁ ଏହାକୁ ବ୍ଲାଇଣ୍ଡ କର୍ଭ ମଧ୍ୟ କୁହାଯାଏ। ତେଣୁ ଆତଙ୍କବାଦୀମାନେ ଏହି ସ୍ଥାନକୁ ଜାଣିଶୁଣି ହମଲା ପାଇଁ ବାଛିଥିଲେ।
ସେନା ଯବାନଙ୍କ ଦୁଇଟି ଗାଡ଼ି ଉକ୍ତ ସ୍ଥାନ ଅତିକ୍ରମ କରୁଥିବା ବେଳେ ଯୋଜନା ମୁତାବକ ଆତଙ୍କବାଦୀମାନେ ଉଚ୍ଚ ସ୍ଥାନରେ ଲୁଚି ରହିଥିଲେ। ଗାଡ଼ି ବୁଲାଣି ବୁଲିବା ପାଇଁ ଧିମା ହେବା କ୍ଷଣି ସେମାନେ ଅତିର୍କିତ ଭାବେ ଆଖିବୁଜା ଗୁଳିମାଡ଼ ଆରମ୍ଭ କରି ଦେଇଥିଲେ। ଗୁଳି ମାଡ଼ରେ ସେନାର ଗୋଟିଏ ଟ୍ରକ ଓ ଗୋଟିଏ ଜିପ୍ ପୂରା କ୍ଷତିଗ୍ରସ୍ତ ହୋଇଛି।
ସେନା ପକ୍ଷରୁ ଏହାର ଜବାବ ଦିଆଯିବା ସହ ଘଟଣାସ୍ଥଳକୁ ଅଧିକ ସଂଖ୍ୟକ ଯବାନ ପଠା ଯାଇଥିଲା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ମଧ୍ୟ ହୋଇଥିଲା। କିନ୍ତୁ ପାହାଡ଼ିଆ ଅଞ୍ଚଳର ସୁଯୋଗ ନେଇ ଆତଙ୍କବାଦୀମାନେ ସେଠାରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଛନ୍ତି। ତଥାପି ସେନା ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।
ସୂତ୍ର ଅନୁସାରେ, ଆମ୍ବୁସ ପୂର୍ବରୁ ଆତଙ୍କବାଦୀମାନେ ଉକ୍ତ ସ୍ଥାନ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା। ତଥ୍ୟ ମିଳିବା ପରେ ହିଁ ୩ରୁ ୪ ଜଣ ଆତଙ୍କବାଦୀ ହମଲା କରିଥିଲେ। ଘଟଣା ପାଇଁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କରର ସହଯୋଗୀ ସଂଗଠନ ପିଏଏଫଏଫ ନିଜକୁ ଏହି ହମଲା ପାଇଁ ଦାୟୀ କରିଛି।
ପୁଞ୍ଚ ଜିଲ୍ଲାର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆମ୍ବୁସ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ମିଳି ନଥିଲେ ହେଁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଅଧିକ ସଂଖ୍ୟକ ଯବାନଙ୍କୁ ପଠାଯାଇଛି। ସେମାନେ ଫସି ରହିଥିବା ଯବାନମାନଙ୍କ ବ୍ୟାକଅପ ପାଇଁ ଯାଇଛନ୍ତି।
ବୁଧବାର ପୁଞ୍ଚରେ ଥିବା ଗୋଟିଏ ପୁଲିସ୍ ୟୁନିଟର କ୍ୟାମ୍ପସ ଭିତରେ ବିସ୍ଫୋରଣ କରାଯାଇଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ପାର୍କିଂ ହୋଇଥିବା ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଏହାର ତଦନ୍ତ ଚାଲିଥିବା ବେଳେ ଏବେ ଆତଙ୍କବାଦୀଙ୍କ ଆମ୍ବୁସ ଖବର ସାମ୍ନାକୁ ଆସିଛି।
'ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଆଉ ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ।' ନିକଟରେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ଦେଶରେ ଦୁଇଟି ବିଧାନସଭା କାର୍ଯ୍ୟ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏହା ଉପରେ ମୋହର ମାରିଛନ୍ତି। ରାଜନୀତି ଅପେକ୍ଷା ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା ୩୭୦ ରଦ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ କଶ୍ମୀରରେ ବିକାଶ ଏବଂ ସେଠାରେ ଥିବା ଲୋକଙ୍କ ସହଜ ଜୀବନ ପାଇଁ ଏହା ଆବଶ୍ୟକ ଥିଲା ବୋଲି ମୋଦି କହିଛନ୍ତି।
ପିଡିପି ଓ ନ୍ୟାଶନାଲ କନ୍ଫ୍ରେନ୍ସ ଦଳକୁ ଟାର୍ଗେଟ କରି ମୋଦି କହିଛନ୍ତି, 'ଏହାକୁ କିଛି ପରିବାରବାଦୀମାନେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ନିଜ ହାତ ମୁଠାରେ କଏଦ କରିନେଇଥିଲେ। ଜମ୍ମୁ କଶ୍ମୀରର ସାଧାରଣ ଲୋକମାନେ କୌଣସି ସ୍ୱାର୍ଥପର ରାଜନୀତିର ଅଂଶ ନୁହଁନ୍ତି। ସେ ଅତୀତର ଅସୁବିଧାକୁ ଦୂର କରିବାକୁ ଏବଂ ଦେଶର ସାଧାରଣ ନାଗରିକଙ୍କ ପରି କୌଣସି ଭେଦଭାବ ନକରି ନିଜ ପିଲାମାନଙ୍କର ଭବିଷ୍ୟତ ଏବଂ ବର୍ତ୍ତମାନକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି।'
ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ଓ ଲଦାଖର ଚିତ୍ର ବଦଳି ଯାଇଛି। ଏବେ ସେଠାରେ ଲୋକେ ସିନେମା ହଲ୍ରେ ବସି ଫିଲ୍ମ ଦେଖି ପାରୁଛନ୍ତି। ଏବେ ସେଠାରେ ଆତଙ୍କବାଦୀ ନୁହେଁ ପର୍ଯ୍ୟଟକଙ୍କ ମେଳା ଲାଗୁଛି। ଏବେ କିଏ ଆଉ ପଥର ଫିଙ୍ଗୁ ନାହାନ୍ତି ବରଂ ସେଠାରେ ଚଳଚ୍ଚିତ୍ରର ସୁଟିଂ କରାଯାଉଛି। ଆଜି ମଧ୍ୟ ଯେଉଁମାନେ ରାଜନୈତିକ ସ୍ୱାର୍ଥରୁ ଧାରା ୩୭୦ ବିଷୟରେ ଦ୍ୱନ୍ଦ୍ୱ ବିସ୍ତାର କରୁଛନ୍ତି, ମୁଁ ସେମାନଙ୍କୁ ଖୋଲାଖୋଲି ଭାବେ କହିବି ବର୍ତ୍ତମାନ ବ୍ରହ୍ମାଣ୍ଡରେ କୌଣସି ବି ଶକ୍ତି ଧାରା ୩୭୦ ଫେରାଇ ଆଣି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ସୁଦ୍ଧା ବିଧାନସଭା ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବା ଉଚିତ ବୋଲି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ। କେବଳ ସେତିକି ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ଖୁବଶୀଘ୍ର ରାଜ୍ୟ ମାନ୍ୟତା ଦିଆଯିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।
କଶ୍ମୀର ଖୁପୱାଡାରେ ସଇଦ ଈଶାନ ବୁଖାରୀଙ୍କ ଘର। ସେ ବିଭିନ୍ନ ଅବରାଧୀକ କାର୍ଯ୍ୟରେ ଲିପ୍ତ ରହିଥିଲା। ପାକିସ୍ତାନୀ ଆତଙ୍କବାଦୀଙ୍କ ସହିତ ତା’ର ସମ୍ପର୍କ ରଖିଥିଲା। ଏଥିସହ ବିଭିନ୍ନ ଜାଲିଆତି କାର୍ଯ୍ୟରେ ମଧ୍ୟ ସମ୍ପୃକ୍ତ ଥିଲା। ଯେଉଁଥିପାଇଁ କଶ୍ମୀର ପୁଲିସର ୱାଣ୍ଟେଡ୍ ତାଲିକାରେ ଥିଲା ଈଶାନ୍। ଏହା ପରେ ସେ କଶ୍ମୀର ଛାଡ଼ି କେରଳ ପଳାଇ ଯାଇଥିଲା। ଆଉ ତା’ପରେ ବଦଳି ଯାଇଥିଲା ଈଶାନ୍ର ଚିତ୍ର ଓ ଚରିତ୍ର। ସେ କେତେବେଳେ ନିଜକୁ ସ୍ନାୟୁ ବିଶେଷଜ୍ଞ ଡାକ୍ତରର ପରିଚୟ ଦେଉଥିଲା ତ ଆଉ କେତେବେଳେ ପିଏମ୍ଓ ଅଫିସର କର୍ମଚାରୀ। ଆଉ କେତେବେଳେ ନିଜକୁ ସେନା ଡାକ୍ତର ବନାଉଥିଲା। କହିବାକୁ ଗଲେ ବହୁରୂପି ଏଣ୍ଡୁଅଙ୍କ ପରି ଜାଗା ଦେଖି ନିଜେ ପେସା ବଦଳାଉଥିଲା ସଇଦ ଈଶାନ ବୁଖାରୀ।
ସଇଦ ଈଶାନ ବୁଖାରୀ କେବଳ ଜଣେ ବହୁରୂପି ଏଣ୍ଡୁଅ ନଥିଲା, ସେ ଥିଲା ଜଣେ ପ୍ରେମିକ। ସୋଶାଲ ମିଡ଼ିଆରେ ପ୍ରେମ ନିବେଦନ କରୁଥିଲା। ସଇଦ ଈଶାନ ବୁଖାରୀ ଏପରି ଯୋଗ୍ୟତା ଦେଖି ପ୍ରେମରେ ପଡ଼ି ଯାଉଥିଲେ ସୁନ୍ଦରୀ ସୁନ୍ଦରୀ ଯୁବତୀ। ଆଉ ତା’ପରେ ଚାଲୁଥିଲା ପ୍ରେମର ଖେଳ। ଶେଷରେ ପ୍ରେମ, ବିବାହର ରୂପ ନେଉଥିଲା। ଜଣେ କି ଦୁଇ ଜଣ ନୁହେଁ, ମିଳିଥିବା ସୂଚନା ଅନୁସାରେ ସଇଦ ଈଶାନ ବୁଖାରୀ ୬ରୁ ୭ ଜଣଙ୍କୁ ବିବାହ କରିଥିଲା। କଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଯୁବତୀଙ୍କୁ ସେ ପ୍ରେମ ବିବାହ କରିଥିଲା। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ପାଖରେ ରହିଛି। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ରହୁଥିଲା। ଏଠାରେ ମଧ୍ୟ ସେ ଜଣଙ୍କୁ ବିବାହ କରିଥିଲା। ତାଙ୍କର ଏବେ ଏଠାରେ ପତ୍ନୀ ଓ ଗୋଟିଏ ଝିଅ ରହିଛି।
କ୍ରାଇମବ୍ରାଞ୍ଚ IG ଜୟ ନାରାୟଣ ପଙ୍କଜଙ୍କ କହିବା ଅନୁସାରେ ସଇଦ ଈଶାନ ବୁଖାରୀଙ୍କ କାର୍ଯ୍ୟକଳା ପ୍ରତି ସନ୍ଦେହ ହେଉଥିଲା। ତେଣୁ ତାଙ୍କ ଉପରେ ପୁଲିସ୍ ତୀକ୍ଷିଣ ନଜର ରଖିଥିଲା। ଯାଞ୍ଚ ପରେ ସେ ଜଣେ ଡାକ୍ତର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଏହା ପରେ ପୁଲିସ୍ ତା’ ଘରେ ଚଢ଼ଉ କରି ବହୁ ନକଲି ଡାକ୍ତର ସାର୍ଟିଫିକେଟ, ଆଇ କାର୍ଡ, ଏଟିଏମ୍କାର୍ଡ଼, ସିମ୍କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲା। ୭ ଜଣଙ୍କୁ ବିବାହ କରିଥିବା ସତ୍ତ୍ୱେ ସେ ଅନେକ ଯୁବତୀଙ୍କ ସହିତ ଆପ୍ରେ ଚାର୍ଟ କରୁଥିଲା। ପ୍ରେମ ନିବେଦନ କରୁଥିଲା। ଯାହାର ପ୍ରମାଣ ମୋବାଇଲ୍ ଓ ଆପ୍ରୁ ମିଳିଥିବା। ବର୍ତ୍ତମାନ ସୁଦ୍ଧା ସେ ୬ରୁ ୭ ଜଣଙ୍କୁ ବିବାହ କରିଥିବାର ପ୍ରମାଣ ମିଳିଛି। ସେ ଆହୁରି ଅନେକ ମହିଳାଙ୍କୁ ବିବାହ କରିଥିବା ସନ୍ଦେହ କରାଯାଉଛି। ତାହା ଉପରେ ତଦନ୍ତ ଚାଲିଛି। ପୂର୍ବରୁ ISI ସହିତ ତାଙ୍କର ସମ୍ପର୍କ ରହିଥିଲା। ଏବେ କେମିତି ସମ୍ପର୍କ ରହିଛି, ତାହା ପରେ ତଦନ୍ତ ଚାଲିଛି। ତାହା ସହିତ ପଞ୍ଜାବ ଓ କଶ୍ମୀର ପୁଲିସ୍ ସହିତ ଯୋଗାଯୋଗ କରାଯାଉଛି। ପ୍ରମାଣ ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।
ରିପୋର୍ଟ-ଯାଜପୁରରୁ ଗୁଲାମ ଗସ୍
ଶେଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପକ୍ଷ ରଖିବା ସହ ବିଲ୍କୁ ବିରୋଧ କରୁଥିବା ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୋଟିଏ ନୂଆ ଓ ବିକଶିତ କଶ୍ମୀର ଆରମ୍ଭ ହେବାକୁ ଯାଉଛି। ଏହି ନୂଆ କଶ୍ମୀର ଆତଙ୍କବାଦରୁ ମୁକ୍ତ ରହିବ ବୋଲି ଶ୍ରୀ ଶାହ କହିଛନ୍ତି।
ପାରିତ ହୋଇଥିବା ଦୁଇ ବିଲ୍ରେ ପ୍ରବାସୀ କଶ୍ମିରୀ ସଂପ୍ରଦାୟରୁ ୨ ଜଣ ଓ ପାକିସ୍ତାନ ଅଧିକୃତ କଶ୍ମୀରରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ ଜମ୍ମୁ-କଶ୍ମୀର ବିଧାନସଭାକୁ ମନୋନୀତ ହେବେ। ଫଳରେ ବିଧାନସଭା ଆସନ ସଂଖ୍ୟା ୯୦କୁ ବୃଦ୍ଧି ପାଇବ।
ସେହିପରି ଜମ୍ମୁ-କଶ୍ମୀରରେ ରହୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କ ପାଇଁ ମଧ୍ୟ ବିଲ୍ ଦ୍ୱାରା ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଶେଷ କରି ସାମାଜିକ ଓ ଶିକ୍ଷାଗତ ଆଧାରରେ ପଛୁଆ ଥିବା ଲୋକଙ୍କୁ ସଂରକ୍ଷଣ ପ୍ରଦାନ କରାଯିବ। ବିଭିନ୍ନ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଗତ ସପ୍ତାହରେ ଏହି ଦୁଇ ବିଲ୍ ଲୋକସଭାରେ ପାରିତ ହୋଇଥିଲା।
ଜମ୍ମୁ କଶ୍ମୀର ସଂରକ୍ଷଣ(ସଂଶୋଧନ) ବିଲ ଓ ଜମ୍ମ କଶତମୀର ପୁର୍ନଗଠନ ବିଲ ସଂସଦରେ ପାରିତ ହୋଇଥିବାରୁ ଏବେ ଏହା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହୋଇଯିବ।
ଅମିତ ଶାହ କହିଛନ୍ତି, ଏହି ବିଲ୍ ଆଇନରେ ପରିଣତ ହେଲେ ଜମ୍ମୁର ବିଧାନସଭା ଆସନ ସଂଖ୍ୟା ୩୭ରୁ ୪୩ ଓ କଶ୍ମୀରର ଆସନ ସଂଖ୍ୟା ୪୬ରୁ ୪୭କୁ ବୃଦ୍ଧି ପାଇବ। ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭା ଆସନ ସଂଖ୍ୟା ୮୩ ଥିଲା। କିନ୍ତୁ ନୂଆ ବିଲ ବଳରେ ଏହା ୯୦କୁ ବୃଦ୍ଧି ପାଇବ।
ଦୀର୍ଘ ୭୫ ବର୍ଷ ହେଲା ନିଜ ଅଧିକାରରୁ ବଞ୍ଚିତ ହୋଇ ରହିଥିବା ଲୋକଙ୍କ ସ୍ୱାର୍ଥ ପୂରଣ କରିବାରୁ ଏହି ବିଲ୍ ଅଣାଯାଇଥିବା ଅମିତ ଶାହ କହିଛନ୍ତି।
ଧାରା ୩୭୦ ଉପରେ ଚାଲିଥିବା ବେଳେ ଖଣ୍ଡପୀଠରେ ଥିବା ଜଷ୍ଟିସ ସଞ୍ଜୟ କିଷନ କୌଲ ବଡ଼ ପରାମର୍ଶ ଦେଇଛନ୍ତି। ୧୯୮୦ ଠାରୁ ଜମ୍ମୁ-କଶ୍ମୀରରେ ଚାଲିଥିବା ମାନବାଧିକାର ଉଲ୍ଲଙ୍ଘନର ନିରପେକ୍ଷ ତଦନ୍ତ ସପକ୍ଷରେ ସେ ମତ ରଖିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରବାସୀଙ୍କ କ୍ଷତ ଭଲ ହେବା ଜରୁରୀ ବୋଲି ଜଷ୍ଟିସ କୌଲ ନିଜର ସ୍ୱତନ୍ତ୍ର ରାୟରେ କହିଛନ୍ତି।
ସେ କହିଛନ୍ତି, “ମୁଁ ଗୋଟିଏ ନିରପେକ୍ଷ ସତ୍ୟ ଓ ବୁଝାମଣା କମିଟି ଗଠନ କରିବା ସପକ୍ଷରେ ରହିଛି। ଏହି କମିଟି ଜମ୍ମୁ-କଶ୍ମୀରରେ ମାନାବାଧିକାର ଉଲ୍ଲଙ୍ଘନର ତଦନ୍ତ କରିବ ଓ ରିପୋର୍ଟ ଦେବ। ୧୯୮୦ ମସିହାରୁ ଉଭୟ ସରକାରୀ ଓ ବାହ୍ୟ ପ୍ରାୟୋଜିତ ତତ୍ତ୍ୱମାନଙ୍କ ଦ୍ୱାରା ହେଉଥିବା ମାନବାଧିକାର ଉଲ୍ଲଙ୍ଘନର ତଦନ୍ତ କରିବ। ଏଥିସହ ସମାଧାନ ପାଇଁ କମିଟି ପ୍ରସ୍ତାବ ମଧ୍ୟ ଦେବ।
ଆଗକୁ ଯିବାକୁ ହେଲେ କ୍ଷତ ଚିହ୍ନ ଭରିବା ଦରକାର। ଲୋକମାନେ ଆଭ୍ୟନ୍ତରୀଣ କଷ୍ଟକୁ ଅନୁଭବ କରୁଛନ୍ତି। କ୍ଷତ ଚିହ୍ନକୁ ଭଲ କରିବା ପାଇଁ ପ୍ରଥମ ପଦକ୍ଷେପ ହେଲା ସରକାରୀ ଓ ଏହାର ତତ୍ତ୍ୱ ଗୁଡ଼ିକ ଦ୍ୱାରା କରାଯାଉଥିବା ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ଜାଣିବା।”
ଜଷ୍ଟିସ କୌଲଙ୍କ କହିବା କଥା ଯେ ଜମ୍ମୁ-କଶ୍ମୀରକୁ ଧୀରେଧୀରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ପରିଗଣିତ କରିବା ପାଇଁ ଧାରା ୩୭୦ ଲାଗୁ କରାଯାଇଥିଲା। ସେ କହିଛନ୍ତି, “ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହ ଜମ୍ମୁ-କଶ୍ମୀରକୁ ସମତୁଲ କରିବା ହିଁ ଧାରା ୩୭୦ର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜମ୍ମୁ-କଶ୍ମୀର ପାଇଁ ସ୍ୱତନ୍ତ୍ର ନିୟମର ଆବଶ୍ୟକତା ନଥିଲା ବୋଲି କହିପାରିବା ନାହିଁ।
୩୬୭ର ବ୍ୟବହାର କରି ଧାରା ୩୭୦ର ସଂଶୋଧନ କଥା ଯେତେବେଳେ ଆସୁଛି ସେତେବେଳେ ମୁଁ ଗୋଟିଏ କଥା କହିବି ଯେ ପ୍ରଚଳିତ ପ୍ରକ୍ରିୟାକୁ ସମସ୍ତେ ଅନୁସରଣ କରିବା ଦରକାର। ପଛ ଦ୍ୱାର ଦେଇ କରାଯାଉଥିବା ସଂଶୋଧନକୁ କେବେ ହେଲେ ଅନୁମତି ମିଳିବ ନାହିଁ।”
ଜଷ୍ଟିସ କୌଲ କହିଛନ୍ତି, ଜମ୍ମୁ-କଶ୍ମୀର ସହ ଜଡ଼ିତ ପ୍ରସଙ୍ଗ ବେଶ ଭାବପ୍ରବଣ। ଆତଙ୍କବାଦ ଯୋଗୁ ଜନସଂଖ୍ୟାର ଗୋଟିଏ ଅଂଶ ସ୍ଥାନାନ୍ତରିତ ହୋଇଥିଲେ ଓ ପରିସ୍ଥିତି ଏପରି ହୋଇଥିଲା ଯେ ସେନାକୁ ଡାକିବାକୁ ପଡ଼ିଥିଲା। ଦେଶ ବିପଦର ସାମ୍ନା କରିଥିଲା। ରାଜ୍ୟବାସୀ ବହୁ ମୂଲ୍ୟ ଦେଇଥିଲେ। ପିଢ଼ି ପରେ ପଢ଼ି ସମସ୍ୟା ଭୋଗୁଛନ୍ତି। ଏହି ପିଢ଼ିର ଯୁବଗୋଷ୍ଠୀ ଗୋଟିଏ ଅବିଶ୍ୱାସର ଭାବନା ସହିତ ରହିଛନ୍ତି ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲା ଉପରେ ରାୟ ପ୍ରକାଶ କରି ଜମ୍ମୁ କଶ୍ମୀରକୁ ରାଜ୍ୟ ପାହ୍ୟା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି।
ଖଣ୍ଡପୀଠ ରାୟ ପ୍ରକାଶ କରି କହିଛନ୍ତି, ଜମ୍ମୁ କଶ୍ମୀର ଭାରତର ଅଭିଚ୍ଛେଦ୍ୟ ଅଙ୍ଗ। ଏହାର କୌଣସି ସାର୍ବଭୌମତ୍ୱ ନାହିଁ। ଯେଉଁ ଦିନ ଜାମ୍ମୁ କାଶ୍ମୀର ଭାରତରେ ସାମିଲ ହେଲା ସେହିଦିନଠାରୁ ଏହାର ସାର୍ବଭୌମତ୍ୱ ଶେଷ ହେଲା। ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। କେନ୍ଦ୍ର ସରକାରଙ୍କ ଧାରା ଉଚ୍ଛେଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ବୈଧ। ଭାରତୀୟ ସମ୍ବିଧାନର ପ୍ରତ୍ୟେକ ଧାରା ଜାମ୍ମୁ କାଶ୍ମୀର ପ୍ରତି ପ୍ରଯୁଜ୍ୟ ହୋଇପାରିବ। ତେବେ ଜମ୍ମୁ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ନୁହେଁ, ଏହାକୁ ତୁରନ୍ତ ରାଜ୍ୟ ମାନ୍ୟତା ଦେବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ସେଠାରେ ନିର୍ବାଚନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜମ୍ମୁ କାଶ୍ମୀରରେ ମଧ୍ୟ ଅନ୍ୟ ରାଜ୍ୟ ଭଳି ସମାନ ଆଇନ ବ୍ୟବସ୍ଥା ଲାଗୁ ହେବ ଏବଂ ଜମ୍ମୁ କଶ୍ମୀର ଆଉ କେନ୍ଦ୍ରଶାସିତ ଅଞ୍ଚଳ ନହୋଇ ଭାରତର ଏକ ରାଜ୍ୟ ଭାବେ ପରିଗଣିତ ହେବ।
ଗୋଟିଏ କାର୍ରେ କିଛି ଅଜଣା ଲୋକ ଉଭୟଙ୍କୁ ବଳପୂର୍ବକ ପାକିସ୍ତାନର ହାଫିଜାବାଦରୁ ଉଠାଇ ନେଇଛନ୍ତି। ଆଲମଗିର ଓ ତା’ ସମ୍ପର୍କୀୟ ଡେରା ହାଜି ଗୁଲାମକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। କିନ୍ତୁ କିଏ ଓ କାହିଁକି ଆଲମଗିରକୁ ଅପହରଣ କରିଛନ୍ତି, ସେ ସମ୍ପର୍କରେ କିଛି ବି ଖବର ମିଳିନି।
ଆଲମଗିର ପୁଲୱାମା ହମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରାଯାଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଖବର ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।
BREAKING : Top Jaish–e–Mohammad Terrorist and a key conspirator of the 2019 terror attack on a CRPF convoy at Pulwama, Mohiuddin Aurangzeb Alamgir along with one of his relative have been kidnapped by unknown car riders in Hafizabad area of Pakistan when he was in the way to…
— Aviral Singh (@aviralsingh15) December 9, 2023
ଭାରତ ଆଲମଗିରର ଭୂମିକା ସମ୍ପର୍କରେ ଆରମ୍ଭରୁ କହି ଆସୁଥିବା ବେଳେ ସେ ପାକିସ୍ତାନରେ ବେଶ ସୁରକ୍ଷିତ ଭାବେ ଲୁଚି ରହିଥିଲା। ଏବେ ହାଫିଜାବାଦରୁ ତାକୁ ଅପହରଣ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ଆଲମଗିର ଗୋଟିଏ ପାରିବାରିକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ କିଛି ଲୋକ ତାକୁ କାରରେ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ସେମାନେ ବଳପୂର୍ବକରୁ ଆଲମଗିର ଓ ତା’ ସମ୍ପର୍କୀୟକୁ କାରରେ ବସାଇ ଅଜଣା ସ୍ଥାନକୁ ନେଇ ଯାଇଛନ୍ତି।
BIG BREAKING NEWS - Top Jaish Terrorist Mohiuddin Aurangzeb Alamgir has been kidnapped by UNKNOWN car riders in Hafizabad, Pakistan 🔥🔥
— Times Algebra (@TimesAlgebraIND) December 9, 2023
He was a key conspirator of the 2019 terror attack on a CRPF convoy at Pulwama.
He was on the way to family function in Dera Haji Ghulam.…
ଖବର ପ୍ରକାଶ ପାଇବା ପରେ ପାକିସ୍ତାନ ପୁଲିସ୍, ଆଇଏସଆଇ ଓ ପାକିସ୍ତାନ ଆର୍ମି ହାଫିଜାବାଦର ବିଭିନ୍ନ ସ୍ଥାନରେ ରେଡ କରିଛନ୍ତି। ତଥାପି ରହସ୍ୟମୟ ଅପହରଣ ସମ୍ପର୍କରେ କୌଣସି ସୁରାକ ମିଳିନି। ଏବେ ଆଲମଗିର ଓ ତା’ ସମ୍ପର୍କୀୟ କେଉଁଠି, ସେଖବର କାହା ପାଖରେ ନାହିଁ। ପୁଲିସ୍ କେବଳ ଆଲମଗିରର ବାଇକୁ ଠାକ କରିବାକୁ ସକ୍ଷମ ହୋଇଛି।
୨୦୨୨ ଏପ୍ରିଲ ମାସରେ ଭାରତ ସରକାର ଆଲମଗିରକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ଜୈଶ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ସାମିଲ ଥିଲା। ପାଣ୍ଠି ସଂଗ୍ରହ କରିବା ପରେ ସେଗୁଡ଼ିକୁ କଶ୍ମୀରକୁ ପଠାଉଥିଲା। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହମଲା ହିଁ ତା’ର ଏକମାତ୍ର ଲକ୍ଷ୍ୟ ଥିଲା।
୧୯୮୩ ମସିହା ଜାନୁଆରୀ ୧ ତାରିଖରେ ପାକିସ୍ତାନର ବାହାବଲପୁରରେ ଜନ୍ମ ଗ୍ରହଣ କରିଥିବା ଆଲମଗିର କେବଳ ପୁଲୱାମା ନୁହେଁ, କଶ୍ମୀରରେ ଘଟିଥିବା ଅନେକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା।
BIG BREAKING NEWS - Top Jaish Terrorist Mohiuddin Aurangzeb Alamgir has been kidnapped by UNKNOWN car riders in Hafizabad, Pakistan 🔥🔥
— Times Algebra (@TimesAlgebraIND) December 9, 2023
He was a key conspirator of the 2019 terror attack on a CRPF convoy at Pulwama.
He was on the way to family function in Dera Haji Ghulam.…
ସୂଚନା ମୁତାବକ, ଜୋଜିଲା ଦରେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ଏ ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିଲେ। ୭ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସୋନମର୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ପୁଲିସ କହିବା ମୁତାବକ, କେରଳରୁ ଆସିଥିବା ସମସ୍ତ ପର୍ଯ୍ୟଟକ ସୋନମର୍ଗ ଯାଉଥିଲେ। ଜୋଜିଲା ଦରେରେ ତାଙ୍କ ଟ୍ୟାକ୍ସି ପହଞ୍ଚିବା ପରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି। ଏକ ଛୋଟ ଛୁଆ ଆହତ ହୋଇଛି। ତା'ର ଚିକିତ୍ସା ଚାଲିଥିବା ପୁଲିସ କହିଛି।
ଏପରି ସ୍ଥିତିରେ ଭାରତର ପରାଜୟରେ ଖୁସି ମନାଇଥିଲେ ଜମ୍ମୁ-କଶ୍ମୀର ବିଶ୍ୱବିଦ୍ୟାଳୟର କିଛି ଛାତ୍ର। ଭାରତରେ ରହି ଭାରତ ବିରୋଧରେ ନାରାବାଜୀ କରିବା ୭ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଦେଶ ବିରୋଧରେ ନାରା ଦେବା ଅଭିଯୋଗରେ ପୁଲିସ୍ ୭ ଜଣ ଛାତ୍ରଙ୍କୁ ସଶକ୍ତ ୟୁଏପିଏ ବଳରେ ଗିରଫ କରିଛି।
ପୁଲିସ୍ କହିଛି ଯେ ଗିରଫ ଛାତ୍ରମାନେ ଶେର ଇ କଶ୍ମୀର ବିଶ୍ୱବିଦ୍ୟାଳୟରେ ପାଠପଢ଼ନ୍ତି। ସେମାନଙ୍କ ନାଁରେ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରାଯାଇଛି।
ପଞ୍ଜାବର ଜଣେ ଛାତ୍ର ପ୍ରଥମେ ଏମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପଞ୍ଜାବର ଛାତ୍ର ଜଣଙ୍କ ଫାଇନାଲରେ ଭାରତର ସମର୍ଥନ କରୁଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହ ଭାରତକୁ ସମର୍ଥନ କରୁଥିବାରୁ ଦୁର୍ବ୍ୟବହାର କରିଥିଲେ। ମ୍ୟାଚ୍ରେ ଭାରତ ହାରିବା ପରେ କଶ୍ମୀରର ଛାତ୍ରମାନେ ଖୁସିର ଉତ୍ସବ ମନାଇଥିଲେ।
ସେମାନେ ପାକିସ୍ତାନ ସପକ୍ଷରେ ନାରାବାଜୀ ମଧ୍ୟ କରିଥିଲେ। ଏହାକୁ ନେଇ ନଭେମ୍ବର ୧୯ରେ ସାମାନ୍ୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଭାରତ ବିରୋଧୀ ନାରା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଆଜି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରର ୭ ଜଣ ଛାତ୍ରଙ୍କୁ ହଠାତ୍ ଗିରଫ କରାଯିବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ମୁଫତି କହିଛନ୍ତି, “ୟୁଏପିଏ ଆତଙ୍କବାଦୀଙ୍କ ବିରୋଧରେ ଲାଗୁ ହୁଏ। କିନ୍ତୁ ସରକାର ଏହି ଆଇନ ବଳରେ ଯୁବକ, ସାମ୍ବାଦିକ ଓ ଛାତ୍ରମାନଙ୍କୁ ଗିରଫ କରୁଛନ୍ତି।”
ବୁଧବାର ଆତଙ୍କୀଙ୍କ ଗୁଳିରେ ୨ ଜଣ କ୍ୟାପ୍ଟେନ ଓ ୨ ଜଣ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ଗୁଳିମାଡ଼ରେ ଆଉ ଜଣେ କ୍ୟାପ୍ଟେନ ଓ ୨ ଜଣ ଯବାନ ଆହତ ବି ହୋଇଥିଲେ। ସେମାନଙ୍କୁ ଉଦ୍ଧମପୁର ଆର୍ମି କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଏନକାଉଣ୍ଟର୍ରେ ୨ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରେ ଲସ୍କରର କୁଖ୍ୟାତ କମାଣ୍ଡର କାରୀ ମଧ୍ୟ ରହିଛି। କାରୀ ହେଉଛି ପାକିସ୍ତାନ ନାଗରିକ। ସେ ବର୍ଷେ ହେଲାଣି ଉପତ୍ୟକାରେ ସକ୍ରିୟ ଥିଲା।
ବିଭିନ୍ନ ଆତଙ୍କୀ ହମଲାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେବେ ଆଉ ଜଣେ ଆତଙ୍କୀର ପରିଚୟ ମିଳି ପାରିନାହିଁ। ସେହିପରି ଏବେ ବି ଆଉ କିଛି ଆତଙ୍କୀ ଘଟଣା ସ୍ଥଳରେ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ପୁଲିସ କହିଛି ଯେ ବୁଧବାର ଠାରୁ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତିରେ ଗୁଳି ବିନିମୟ ବନ୍ଦ ହୋଇଥିଲେ ହେଁ ଆଜି ସକାଳୁ ପୁଣି ଅପରେସନ ଆରମ୍ଭ ହୋଇଛି। ଜମ୍ମୁ-କଶ୍ମୀର ପୁଲିସ୍ ଓ ସେନା ଯବାନମାନେ ମିଳିତ ଭାବେ ଅପରେସନ କରୁଛନ୍ତି।
ଏନକାଉଣ୍ଟର ସ୍ଥଳଟି ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ତେଣୁ ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏଥିଯୋଗୁ ଆତଙ୍କବାଦୀମାନେ ସେଠାରୁ ଖସି ଯିବାକୁ ସକ୍ଷମ ହୋଇନାହାନ୍ତି। ଏବେ ବି ଏନକାଉଣ୍ଟର ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ଆତଙ୍କବାଦୀ ନିରୋଧ ଅପରେସନ ଜମ୍ମୁ କଶ୍ମୀରର କୁଲଗାମ ଅଞ୍ଚଳରୁ ଗତକାଲିଠୁ ଆରମ୍ଭ ହୋଇଥିଲ। ଉକ୍ତ ସମୟରେ କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିଲା। ଏହାଦେଖି ଏକ ଘରେ ଲୁଚି ରହିଥିବା ଆତଙ୍କବବାଦୀ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ଖବର ପାଇ ଜମ୍ମୁ-କଶ୍ମୀର ପୁଲିସ୍, ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ ଟିମ୍ ଓ ସିଆରପିଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀମାନେ ଲୁଚିଥିବା ଘରକୁ ଚାରିପଟୁ ଘେରି ଯାଇଥିଲେ। ଚାରିପଟୁ ଘେରା ହୋଇ ସାରିଥିବା ଜାଣିବା ପରେ ଆତଙ୍କବାଦୀମାନେ ଖୋଲାଖୋଲି ଫାୟାରିଂ ଆରମ୍ଭ କରି ଦେଇଥିଲେ। ଏହାପରେ ସେନା ପକ୍ଷରୁ ଆଜି ସକାଳୁ ଉକ୍ତ ଘର ଉପରକୁ ରକେଟ ମାଡ଼ କରାଯାଇଥିଲା। ଫଳରେ ଏକ ସଙ୍ଗେ ୫ ଆତଙ୍କବାଦୀ ସଫା ହୋଇ ଯାଇଥିବା ଜଣାଯାଇଛି।
କଶ୍ମୀର ଜୋନ ପୁଲିସ୍ ପକ୍ଷରୁ କରାଯାଇଥିବା ଟ୍ୱିଟ ଅନୁଯାୟୀ, କୁଲଗାମର ଦମହାଲ ହାଞ୍ଜି ପୋରା ଅଞ୍ଚଳରେ ଗୁରୁବାରଠୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେନା ପକ୍ଷରୁ କିଛି ଆତଙ୍କବାଦୀଙ୍କୁ ଚାରିପଟୁ ଘେରା ଯାଇଥିବା ବେଳେ ଉଭୟ ପଟୁ ଗୋଳାବାରି ଚାଲିଥିଲା। ଆତଙ୍କବାଦୀଙ୍କ ମୃତଦେହ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ଏବେ ଦିନକୁ ଦିନ ପାରଦ ତଳକୁ ଖସୁଥିବାରୁ ଜମ୍ମୁ-କଶ୍ମୀରରେ ପାଗ ଖରାପ ହେବାକୁ ଲାଗିଛି। ବୁଧବାର ନିୟନ୍ତ୍ରଣ ରେଖା ନିକଟ ଓରି ସେକ୍ଟରରେ ୨ ଆତଙ୍କବାଦୀ ଦେଶ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ସେମାନଙ୍କୁ ନିପାତ କରାଯାଇଥିଲା। ଉକ୍ତ ଦୁଇ ଆତଙ୍କବାଦୀ PoK କମାଣ୍ଡର ୱରିସ ଅହମ୍ମଦ ମଲ୍ଲିକ ଓ ଅହମ୍ମଦ ଗଦି ଶେଖ ବୋଲି ଜଣାଯାଇଛି। ସେମାନଙ୍କ ପକ୍ଷରୁ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
କେହି କେହି ଏହା ବମ୍ ବ୍ଲାଷ୍ଟ ବୋଲି କହୁଥିବା ବେଳେ ଆଉ କିଏ ଏହା ଗ୍ରେନେଡ ମାଡ଼ ବୋଲି କହୁଛନ୍ତି। ତେବେ ପ୍ରକୃତରେ କେଉଁ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରି ଏହି ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନି ।
ବ୍ଲାଷ୍ଟର କାରଣ ଜଣା ପଡ଼ି ନ ଥିବା ବେଳେ ଏଥିନିମନ୍ତେ କେହି ନିଜକୁ ଦାୟୀ କରି ନାହାନ୍ତି। ବୋମା ବ୍ଲାଷ୍ଟ ସ୍ଥଳରୁ ଚାରି ପଟୁ ସିଲ୍ କରାଯାଇଥିବା ବେଳେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଧିକ ତଦନ୍ତ ପାଇଁ ଫରେନସିକ ଟିମ୍କୁ ଡକାଯାଇଥିବା ଜଣାଯାଇଛି।
ଗତକାଲି ସକାଳେ ସାଲୈନ ଗାଁର ୩ ଯୁବକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୪ଟି ମାଙ୍ଗାଜିନ, ଟି ଫୋନ୍ ଓ ଅଢେଇ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଥିଲା। ଏନେଇ ଏକ ମାମଲା ରୁଜୁ କରି ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।
ଏହାପରେ ରାତିରେ ସେଠାରେ ଗ୍ରେନେଡ ମାଡ଼ ହୋଇଛି। ତେବେ ଏହି ଦୁଇ ଘଟଣାରେ କିଛି କନେକ୍ସନ ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନି।
ଜମ୍ମୁ- କଶ୍ମୀରର କିଶତୱାଡରୁ ଜମ୍ମୁ ଅଭିମୁଖେ ଯାଉଥିବା ବସ୍ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଥିଲା।
ଖବର ପାଇ ତୁରନ୍ତ ପୁଲିସ୍ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ବାହାର କରି ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଥିସହ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
୩ ମୃତକଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା। ହେଲେ ତୃତୀୟ ମୃତକଙ୍କ ଲିଙ୍ଗ ଏଯାଏ ଜଣାପଡ଼ିନି। କାରଣ ନିଆଁରେ ମୃତଦେହ ଗୁଡ଼ିକ ପୂରା ପୋଡ଼ି ଯାଇଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ନିଆଁରେ ୫ଟି ହାଉସ ବୋଟ ଓ ଏହାକୁ ଲାଗି ରହିଥିବା ସମାନ ସଂଖ୍ୟକ ମାଟିର ଘର ମଧ୍ୟ ପାଉଁଶ ହୋଇଯାଇଛି।
ଅଗ୍ନିଶମ ସେବାର ଷ୍ଟେସନ ହାଉସ ଅଫିସର ଫାରୁକ ଅହମଦ କହିଛନ୍ତି, ନିଆଁ ଲାଗିବା ମାତ୍ରେ ଆମକୁ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଅଗ୍ନିକାଣ୍ଡ ବେଳେ ଅନେକ ପର୍ଯ୍ୟଟକ ବିଭିନ୍ନ ହାଉସ ବୋଟରେ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଲୋକ କମ ପଡ଼ିବାରୁ ଶ୍ରୀନଗରରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ମଧ୍ୟ ଅନେକ କର୍ମଚାରୀଙ୍କ ଘଟଣାସ୍ଥଳକୁ ଅଣା ଯାଇଥିବା ସେ କହିଛନ୍ତି।
ପ୍ରଥମେ ଗୋଟିଏ ହାଉସ ବୋଟରେ ନିଆଁ ଲାଗିଥିଲା। ଏହାପରେ ଅନ୍ୟ ହାଉସ ବୋଟ ଓ ମାଟି ଘରକୁ ଏହା ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନାହିଁ।
ସୂଚନା ମୁତାବକ, ଆଜି ୧୨ଟା ୨୨ ମିନିଟ୍ରେ ଡୋଡା ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ଏହି ସମୟରେ ଲୋକ ନିଜ ନିଜ ଦୈନିକ କାମରେ ବ୍ୟସ୍ତ ଥିଲେ। ଏତିକି ବେଳେ ହଠାତ୍ ଭୂମିକମ୍ପ ଝଟ୍କା ଅନୁଭୂତ ହେବା ପରେ ସମସ୍ତେ ଭୟଭୀତ ହୋଇପଡିଥିଲେ। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଲୋକ ଘରୁ ବହାରକୁ ଚାଲି ଆସିଥିଲେ।
ଭୂକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କଶ୍ମୀରର ଡୋଡାରୁ ୫ କିଲୋମିଟର ଗଭୀରରେ ଥିଲା। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ଘଟିଥିବା ନେଇ ଏଯାଏ ସୂଚନା ମିଳିନାହିଁ।
Earthquake of Magnitude:3.2, Occurred on 01-11-2023, 12:22:57 IST, Lat: 33.04 & Long: 76.07, Depth: 5 Km ,Region: Doda, Jammu and Kashmir, India for more information Download the BhooKamp App https://t.co/Cup4ASqLPV @KirenRijiju @Ravi_MoES @Dr_Mishra1966 pic.twitter.com/n7Dx7YLxb2
— National Center for Seismology (@NCS_Earthquake) November 1, 2023
ଆଜି ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା କନଷ୍ଟେବଲ ଜଣଙ୍କ ହେଲେ ଗୁଲାମ ମହମ୍ମଦ ଦର। ସେ ଜମ୍ମୁ-କଶ୍ମୀର ପୁଲିସ ପାଇଁ କାମ କରୁଥିଲେ। ଗୁଳି ମାଡ଼ରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ପୁଲିସ୍ କହିଛି ଯେ ୱାଇଲୋ କ୍ରଲପୋରା ଠାରେ ଥିବା ନିଜ ବାସଭବନରେ ଗୁଲାମ ରହିଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ଆତଙ୍କବାଦୀ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ତାଙ୍କୁ ଏକାଧିକ ରାଉଣ୍ତ ଗୁଳି କରିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ତଙ୍ଗମାର୍ଗରେ ଥିବା ଏସ୍ଡି ହସ୍ପିଟାଲକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଲାମ ଜମ୍ମୁ-କଶ୍ମୀର ପୁଲିସ୍ର ପିସିଆର ବିଭାଗରେ କାର୍ଯ୍ୟ କରୁଥିଲେ।
ଆଜିର ଘଟଣାକୁ ମିଶାଇ ଉପତ୍ୟକାରେ ୩ ଦିନରେ ଏପରି ୩ଟି କାଣ୍ତ ଘଟିଛି। ସୋମବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାଣ ହରାଇଥିବା ଶ୍ରମିକଙ୍କ ଘର ଉତ୍ତର ପ୍ରଦେଶରେ। ସେ ଦୀର୍ଘ ବର୍ଷ ହେଲା ପୁଲୱାମାରେ କାମ କରୁଥିଲେ।
ସେହିପରି ରବିବାର ଶ୍ରୀନଗରର ଇଦଘା ପଡ଼ିଆରେ କ୍ରିକେଟ ଖେଳୁଥିବା ଜଣେ ପୁଲିସ୍ ଇନସପେକ୍ଟରଙ୍କୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର କହିଛନ୍ତି, “ବର୍ତ୍ତମାନ ସମୟରେ ଇଣ୍ଡିଆ ମେଣ୍ଟର ସ୍ଥିତି ଆଦୌ ଶକ୍ତିଶାଳୀ ନୁହେଁ। ଏହା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମେଣ୍ଟରେ କିଛି ଅନ୍ତଃକନ୍ଦଳ ରହିଛି। ଯାହା ରହିବା କଥା ନୁହେଁ।
ବିଶେଷ କରି ୪ରୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅନ୍ତଃକନ୍ଦଳ ଆଦୌ ଠିକ ନୁହେଁ। ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯାହା ସବୁ ଘଟୁଛି, ସେକଥା ସମସ୍ତେ ଦେଖୁଛନ୍ତି। ଉଭୟ ଉତ୍ତର ପ୍ରଦେଶର ସବୁ ଆସନରେ ଲଢ଼ିବେ ବୋଲି କହୁଛନ୍ତି।
ଏହା ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ସମ୍ଭବତଃ ଆମେ ରାଜ୍ୟଗୁଡ଼ିକର ନିର୍ବାଚନ ପରେ ଆଉ ଥରେ ଏକାଠି ବସିବୁ। ଆମେ ଏକାଠି ବସିବୁ ଓ ଏକାଠି କାମ କରିବାକୁ ଚେଷ୍ଟା କରିବୁ।”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ ଶେୟାରିଂକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଦୁଇ ଦଳ ପରସ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରିଛନ୍ତି। ଏହାକୁ ନେଇ ଇଣ୍ଡିଆ ମେଣ୍ଟରେ ତିକ୍ତତା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୁଲଓ୍ୱାମାର ନାଓପରା ଅଞ୍ଚଳରେ ଆଜି ହଠାତ୍ ଆତଙ୍କବାଦୀମାନେ ଟାର୍ଗେଟ୍ କରି ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକ ମୁକେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ କଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି।
୨୪ ଘଣ୍ଟା ମଧ୍ୟରେ ପୁଲଓ୍ୱାମାରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ରବିବାର ଇଦ୍ଗା ଅଞ୍ଚଳରେ କ୍ରିକେଟ ଖେଳିବା ବେଳେ ପୁଲିସ କର୍ମଚାରୀ ମସରୁର୍ ଅହମ୍ମଦ ଓ୍ୱାନିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ପରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ।
ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମରୀ ପୁଲିସ୍ ମହାନିର୍ଦ୍ଦେଶ ଭାବେ କାର୍ଯ୍ୟ କରୁଥିବା ଦିଲବାଗ ସିଂହ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ୱାଇଁ କାମ ଆରମ୍ଭ କରିବେ।
ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ୧୯୯୧ ବ୍ୟାଚ୍ର ଆଇପିଏସ୍ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ-କଶ୍ମୀର ପୁଲିସ୍ର ମହାନିର୍ଦ୍ଦେଶ ପଦର ଇନଚାର୍ଜ ଭାବେ କାମ କରିବେ। ବର୍ତ୍ତମାନ ସେ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଛନ୍ତି। ଅତିରିକ୍ତ ଭାବେ ସେ ପୁଲିସ୍ ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ତାଙ୍କ କାର୍ଯ୍ୟକାଳ ୧ ତାରିଖରୁ ଆରମ୍ଭ ହେବ। ସେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଦୁଇଟି ଯାକ ପଦରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ଓଡ଼ିଶାର ରାଉରକେଲାରେ ଜନ୍ମିତ ଶ୍ରୀ ସ୍ୱାଇଁ ଜମ୍ମୁ-କଶ୍ମୀର ସହ ବେଶ ଜଡ଼ିତ। ସେ ଉଭୟ ଶ୍ରୀନଗର ଓ ଜମ୍ମୁରେ ଏସଏସ୍ପି ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରୀୟ ଡେପୁଟେସନରେ ୧୫ ବର୍ଷ କାଳ କାମ କରିଥିବା ଶ୍ରୀ ସ୍ୱାଇଁ ବିଦେଶରେ ମଧ୍ୟ ପୋଷ୍ଟିଂ ପାଇଥିଲେ। ବିଦେଶରେ ସାଧାରଣତଃ ସବୁଠାରୁ ଦକ୍ଷ ଅଫିସରଙ୍କୁ ହିଁ ଭାରତ ସରକାର ନିଯୁକ୍ତି ଦିଅନ୍ତି।
ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ଅର୍ଥାତ ୨୦୦୧ରୁ ୨୦୦୩ ଯାଏ ଶ୍ରୀ ସ୍ୱାଇଁ ଶ୍ରୀନଗରର ଏସ୍ଏସ୍ପି ଭାବେ କାମ କରୁଥିଲେ। ସେହିପରି ୨୦୦୩ରୁ ୨୦୦୪ ଯାଏ ସେ ଜମ୍ମୁର ଏସଏସପି ଥିଲେ। ଏହାବାଦ ରାମବନ, ପୁଞ୍ଚ ଓ ଲେହରେ ମଧ୍ୟ ସେ ଏଏସ୍ପି ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି।
୨୦୦୪ରୁ ୨୦୦୬ ଯାଏ ସେ ଜମ୍ମୁ-କଶ୍ମୀର ଭିଜିଲାନ୍ସ ଅର୍ଗାନାଇଜେସନର ଆସିସଷ୍ଟାଣ୍ଟ ଇନସପେକ୍ଟର ଜେନେରାଲ ଓ ଡେପୁଟି ଇନସପେକ୍ଟର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାପରେ ଶ୍ରୀ ସ୍ୱାଇଁ ୧୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ପୁଣି ୨୦୨୦ ଜୁନ ମାସରେ ତାଙ୍କୁ ଜମ୍ମୁ-କଶ୍ମୀରରେ ନିଯୁକ୍ତି ମିଳିଥିଲା।
କେନ୍ଦ୍ର ସରକାର ଜୁନ ୧୫ରେ ଶ୍ରୀ ସ୍ୱାଇଁଙ୍କୁ ଜମ୍ମୁ-କଶ୍ମୀରର ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ସେ ୧୯୯୦ ବ୍ୟାଚ୍ର ଆଇପିଏସ୍ ଶ୍ରୀନିବାସଙ୍କ ସ୍ଥାନରେ ଏପରି ନିଯୁକ୍ତି ପାଇଥିଲେ। ଏବେ ତାଙ୍କୁ ପୁଲିସ୍ ମହାନିର୍ଦ୍ଦେଶ ଭାବେ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାରୁ ଗୁଳି ବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି ହିଂସା ସୃଷ୍ଟି କରିବା ଲକ୍ଷ୍ୟରେ ଥିଲେ। ସେମାନଙ୍କୁ ପାକିସ୍ତାନ ସେନା ମଧ୍ୟ ଅନୁପ୍ରବେଶରେ ସବୁ ପ୍ରକାରର ସହାୟତା କରିଥିଲା। କିନ୍ତୁ ସୀମାରେ ମୁତୟନ ସୁରକ୍ଷାକର୍ମୀମାନେ ପାକିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।
ଜମ୍ମୁ-କଶ୍ମୀର ପୁଲିସର ଆଡସିନାଲ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି, ଜମ୍ମୁ-କଶ୍ମୀରର କୁପୱାଡା ଅନ୍ତର୍ଗତ ମାଚ୍ଛଲି ସ୍ଥିତ ଏଲଓସିରେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ୍ ଓ ଆର୍ମି ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ ହୋଇଥିଲା।
ଏହି ସମୟରେ ୫ ଜଣ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇବାରୁ ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୫ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।
ନିହତ ଆତଙ୍କବାଦୀମାନେ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ସଦସ୍ୟ ବୋଲି ସେ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ କିମ୍ବା ଆତଙ୍କବାଦୀମାନଙ୍କ ସମ୍ପର୍କରେ ଆଉ କିଛି ବି ସୂଚନା ମିଳିନାହିଁ।
ବର୍ତ୍ତମାନ ୭୮ତମ ଜାତିସଂଘ ସାଧାରଣ ଆସେମ୍ବ୍ଲି ସେସନ୍ସ ଚାଲିଛି। ଏହାକୁ ସମ୍ବୋଧନ କରିବା ବେଳେ ସେ ବିଶ୍ୱର ସବୁ ନେତାଙ୍କ ଆଗରେ କଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି।
ଜାତିସଂଘର ସାଧାରଣ ବିତର୍କରେ ଭାଗ ନେଇ ଏର୍ଡୋଗାନ କହିଛନ୍ତି, “ ଦକ୍ଷିଣ ଏସିଆରେ ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ଅତ୍ୟନ୍ତ ଜରୁରୀ। ଏଥିପାଇଁ କଶ୍ମୀରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ କେବଳ ଓ ଦୀର୍ଘ ମିଆଦି ଶାନ୍ତି ପ୍ରତିଷ୍ଠା ହେବାକୁ ଅତ୍ୟନ୍ତ ସୁହାଇବ।
ଏହି ଶାନ୍ତି କେବଳ ଦ୍ୱିପାକ୍ଷିକ ଆଲୋଚନା ଓ ଦୁଇ ଦେଶ ମଧ୍ୟରେ ସହଯୋଗ ଯୋଗୁ ସମ୍ଭବ ହୋଇପାରିବ। ତୁର୍କୀ ସବୁବେଳେ ଏପରି ଶାନ୍ତି ଆଲୋଚନାକୁ ସମର୍ଥନ କରି ଆସିଛି। ଆଗକୁ ମଧ୍ୟ ସମର୍ଥନ ଦିଗରେ ତୁର୍କୀ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ।”
ନିକଟରେ ଏର୍ଡୋଗାନ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ଆସିଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଦୁଇ ନେତା ବ୍ୟବସ୍ଥାୟିକ ସମ୍ପର୍କକୁ ସୁଦୃଢ଼ କରିବା ଓ ଭିତ୍ତିଭୂମି ବ୍ୟବସ୍ଥାକୁ ମଜବୁତ କରିବା ସମ୍ପର୍କରେ କଥା ହୋଇଥିଲେ। ତଥାପି ଏର୍ଡୋଗାନ କଶ୍ମୀର ପ୍ରସଙ୍ଗ ବିଶ୍ୱ ଦରବାରରେ ଉଠାଇଛନ୍ତି।
ଏର୍ଡୋଗାନ କହିଛନ୍ତି ଯେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନିଶ୍ଚିତ ଗର୍ବର ବିଷୟ। ବର୍ତ୍ତମାନ ସୁରକ୍ଷା ପରିଷଦରେ ୫ଟି ସ୍ଥାୟୀ ଓ ୧୫ଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି। ସବୁ ଦେଶକୁ ସ୍ଥାୟୀ ସଦସ୍ୟ ମାନ୍ୟତା ଦିଆଯାଇ ସଂଖ୍ୟାକୁ ୨୦ କରାଯାଉ।
ରୋଟେସନ ନୀତି ଅପଣାଯାଉ। ଆମେ ସମସ୍ତେ କହୁଛେ ଯେ ବିଶ୍ୱ ୫ ଦେଶ ଠାରୁ ଯଥେଷ୍ଟ ବଡ଼। ତେଣୁ କେବଳ ଆମେରିକା, ବ୍ରିଟେନ, ଚାଇନା, ଫ୍ରାନ୍ସ ଓ ରୁଷ ସ୍ଥାୟୀ ସଦସ୍ୟ ରହିବାର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ତୁର୍କୀ ପୂର୍ବରୁ ମଧ୍ୟ ଜାତିସଂଘର ବିଭିନ୍ନ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାକୁ ବିରୋଧ କରିଥିଲା। ତଥାପି ଏର୍ଡୋଗାନ ଏହାକୁ ବେଖାତିର କରି କଶ୍କୀର କଥା ଉଠାଇଛନ୍ତି।
ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଏହିକ୍ରମରେ ପୁଲିସ୍ ଓ ସେନା ପକ୍ଷରୁ ପାରାନପୀଲାନ ବ୍ରିଜ, ଉରି, ବାରମୁଲ୍ଲା ଭଳି ସ୍ଥାନରେ ଚେକପୋଷ୍ଟ ଲଗା ଯାଇଛି। ଗୁରୁବାର ରାତିରେ ଚେକପୋଷ୍ଟ ଆଡ଼କୁ ଦୁଇ ଜଣ ଯୁବକ ଡାଚିରୁ ଆସୁଥିବା ସୁରକ୍ଷାକର୍ମୀଙ୍କ ନଜର ପଡ଼ିଥିଲା। କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀମାନେ ଉଭୟଙ୍କୁ ଧରିବାକୁ ସକ୍ଷମ ହୋଇଥିଲେ।
ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଦୁଇଟି ଗ୍ଲକ ପିସ୍ତଲ, ୨ଟି ପିସ୍ତଲ ମାଗାଜିନ, ୨ଟି ପିସ୍ତଲ ସାଇଲେନସର୍ସ, ୫ଟି ଚାଇନିଜ ଗ୍ରେନେଡ, ୨୮ଟି ଜୀବନ୍ତ ଗୁଳି ଓ ଅନ୍ୟାନ୍ୟ ଆପତ୍ତିଜନକ ଜନକ ଜିନିଷ ମିଳିଛି।
ସୁରକ୍ଷାକର୍ମୀମାନେ ଉଭୟଙ୍କୁ ନେଇ ଜେରା କରିବା ପରେ ସେମାନଙ୍କ ପରିଚୟ ମିଳିଛି। ଜଣକ ନାଁ ଜାଇଦ ହାସନ ମାଲ୍ଲା ଓ ଆଉ ଜଣେ ହେଲେ ମହମ୍ମଦ ଆରିଫ ଚାନ୍ନା। ଉଭୟଙ୍କ ଘର ବାରମୁଲ୍ଲାରେ। ଜାଇଦ ଓ ଆରିସ ସୀମା ପାର ଗୁଳିଗୋଳା ଚୋରା ଚାଲାଣ କାମରେ ନିୟୋଜିତ ଥିଲେ।
ପାକିସ୍ତାନ ଭିତ୍ତିକ ଆତଙ୍କୀ ହ୍ୟାଣ୍ଡେଲରମାନଙ୍କ ଇସାରାରେ ଏମାନେ କାମ କରୁଥିଲେ ଓ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣୁଥିଲେ। ଏହାପରେ ଏହାକୁ ଜମ୍ମୁ-କଶ୍ମୀରରେ ଥିବା ଲସ୍କର ଆତଙ୍କୀମାନଙ୍କୁ ଦେଉଥିଲେ।
କେବଳ ଦେଶ ସେବାରୁ ବିରତି ନେଇ ଜମ୍ମୁ-କଶ୍ମୀରରୁ ଫେରିବାର ଥିଲା। ନିଜର ଜନ୍ମ ଦିନ ଅର୍ଥାତ ଅକ୍ଟୋବର ୨୩ରେ ମେଜର ଆଶିଷ ଧୋନଚାକ ପରିବାର ଲୋକଙ୍କୁ ସାଙ୍ଗରେ ଧରି ନୂଆ ଘରକୁ ଯାଇଥାଆନ୍ତି। ଏଥିପାଇଁ ନୂଆ ଘରେ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିଲା।
କିନ୍ତୁ ଏବେ ଆଉ କେବେ ବି ମେଜର ଆଶିଷ ନୂଆ ଘରେ ପ୍ରବେଶ କରିପାରିବେ ନାହିଁ। ଆଶିଷଙ୍କ ବଦଳରେ ତାଙ୍କ ପାର୍ଥିବ ଶରୀର ନୂଆ ଘରେ ପହଞ୍ଚିବ। କାରଣ ଦେଶ ମା’ର ସେବା କରିବା ବେଳେ ଆତଙ୍କୀଙ୍କ ଗୁଳିରେ ସହିଦ ହୋଇଛନ୍ତି ମେଜର ଆଶିଷ।
୧୯ ରାଷ୍ଟ୍ରୀୟ ରାଇଫଲ୍ସର ମେଜେର ଭାବେ କାମ କରୁଥିବା ଆଶିଷ ନିଜର ସାଥୀମାନଙ୍କ ସହ ଅନନ୍ତନାଗରେ ଅପରେସନ ପାଇଁ ଯାଇଥିଲେ। କିନ୍ତୁ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ମେଜରଙ୍କ ସମେତ କର୍ଣ୍ଣେଲ ମନପ୍ରୀତ ସିଂହ ଓ ଡିଏସ୍ପି ହିମାୟୁନ ଭଟ ସହିଦ ହୋଇଛନ୍ତି।
ଏନକାଉଣ୍ଟର ପୂର୍ବରୁ ମେଜର ଆଶିଷ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଅପରେସନରୁ ଫେରିବା ପରେ ପୁଣି କଥା ହେବେ ବୋଲି କହିଥିଲେ। କିନ୍ତୁ ଆଉ ତାଙ୍କ ଫୋନ ଆସି ନାହିଁ। ସେ ଦେଶ ପାଇଁ ସହିଦ ହୋଇ ସାରିଥିବା ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଛି। ଏଥିସହ ନୂଆ ଘରେ ପ୍ରବେଶ ପାଇଁ ମେଜର ଦେଖିଥିବା ସ୍ୱପ୍ନ ମଧ୍ୟ ଅଧା ରହି ଯାଇଛି।
ପାନିପତର ସେକ୍ଟର ୭ରେ ମେଜର ଆଶିଷ ନିଜର ନୂଆ ଘର ତିଆରି କରିଛନ୍ତି। ନିକଟରେ ଏହାର ନିର୍ମାଣ କାମ ଶେଷ ହୋଇଥିଲା। ଗଲା ସ୍ୱାଧୀନତା ଦିବସରେ ଦେଶର ସେବା ପାଇଁ ତାଙ୍କୁ ସମ୍ମାନଜନକ ସେନା ମେଡାଲ ମଧ୍ୟ ମିଳିଥିଲା। ସେ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ କହିଥିଲେ ଯେ ଜମ୍ମୁ-କଶ୍ମୀରରୁ ଅକ୍ଟୋବର ୧୩ରେ ଫେରିବେ।
ଅକ୍ଟୋବର ୨୩ରେ ମେଡାଲ, ଜନ୍ମଦିନ ଓ ଗୃହ ପ୍ରବେଶ ପାର୍ଟି ସମସ୍ତେ ମିଳିତ ଭାବେ ସେଲିବ୍ରେଟ କରିବା। ପତ୍ନୀ, ଅଢ଼େଇ ବର୍ଷର ଝିଅ, ବାପା ମା’ ଓ ୩ ଭଉଣୀ ମିଳିତ ଭାବେ ନୂଆ ଘରେ ଅକ୍ଟୋବର ୨୩ ପରଠାରୁ ରହିବା ବୋଲି କହିଥିଲେ। କିନ୍ତୁ ଏବେ ଦୁଃଖରେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଲୋକ ମରଶରୀରକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶୁକ୍ରବାର ସକାଳେ ପାନିପତରେ ସହିଦ ଆଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବ।
ଅନ୍ତିମ ଶ୍ରଦ୍ଧାଞ୍ଜଳି ପାଇଁ ତାଙ୍କ ମରଶରୀରକୁ ଘରେ ରଖାଯିବ। ଏହାପରେ ଶୁକ୍ରବାର ମଧ୍ୟାହ୍ନରେ ପାନିପତ ଠାରୁ ୧୫ କିମି ଦୂର ପୈତୃକ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ମେଜର ଆଶିଷଙ୍କ ଶାଳକ ସୁରେଶ କହିଛନ୍ତି, “ଆଶିଷଙ୍କ ବାପାଙ୍କ ଦେହ ଭଲ ନାହିଁ। ସେ ୬ ଦିନ ହେଲା ହସ୍ପିଟାଲରେ ରହିଛନ୍ତି। ତେଣୁ ତାଙ୍କୁ ଘରକୁ ଆସିବା ପାଇଁ ତାଙ୍କ ଭଉଣୀ କହିଥିଲେ। ତେବେ ଜମ୍ମୁ-କଶ୍ମୀରରେ ଚାଲିଥିବା ଅପରେସନରେ ଆଶିଷ ବ୍ୟସ୍ତ ଥିବାରୁ ଅକ୍ଟୋବର ମାସରେ ଆସିବେ ବୋଲି କହିଥିଲେ।
ଏବେ ଆଉ ମୋ ଉଭଣୀକୁ ସାମ୍ନା କରିପାରିବି ନାହିଁ। ସେ ସାହାସ ମୋର ନାହିଁ। ସେନା ମେଡାଲ ପାଇବା ପରେ ମୁଁ ଆଶିଷଙ୍କ ସହ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ ଦେଶର ଆଉ କିଛି ଶତ୍ରୁ ଅଛନ୍ତି।
ମଙ୍ଗଳବାର ସେ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। ସେମାନେ ସମସ୍ତେ ନୂଆ ଘରକୁ ଯିବାର ଥିଲା। କିନ୍ତୁ ଆଶିଷଙ୍କ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଅକ୍ଟୋବର ୨୩ରେ ସମସ୍ତେ ନୂଆ ଘରକୁ ଯିବାକୁ ଯୋଜନା କରିଥିଲେ।
ଅପରେସନକୁ ଯିବା ପୂର୍ବରୁ ଆଶିଷ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ୨ରୁ ୪ ଘଣ୍ଟା ପରେ ଫୋନ କରିବେ ବୋଲି କହିଥିଲେ। କିନ୍ତୁ ଆଉ ତାଙ୍କ କଲ ଆସିଲାନି।”
ହେଲେ ଏହି ହସ ଖୁସିର ସଂସାର ଉପରେ ସତେ ଯେମିତି ଛିଡ଼ି ପଡ଼ିଛି ଦୁଃଖର ପାହାଡ଼। ପୁଅ, ପତ୍ନୀ ଓ ପୂରା ପରିବାରକୁ ଏକା କରି ସବୁ ଦିନ ପାଇଁ ଚାଲି ଯାଇଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍ରେ ଡିଏସ୍ପି ଭାବେ କାମ କରୁଥିବା ହିମାୟୁନ ଭଟ।
ପତ୍ନୀ, ପୁଅ ଓ ପରିବାର ଅପେକ୍ଷା ସେ ଦେଶକୁ ଆଗରେ ରଖିଥିଲେ। ଆଉ ସେହି ଦେଶ ପାଇଁ ସେ ଆତଙ୍କବାଦୀଙ୍କ ଗୁଳି ଖାଇବାକୁ ମଧ୍ୟ ପଛାଇ ନାହାନ୍ତି। ଆତଙ୍କବାଦୀଙ୍କ ସହ ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଲଢ଼େଇ କରିବା ବେଳେ ପ୍ରାଣବଳୀ ଦେଇଛନ୍ତି ଏହି ଯୁବ ଡିଏସ୍ପି ଜଣଙ୍କ।
ସେ ଦେଶ ପାଇଁ ସହିଦ ହୋଇଥିବାରୁ ପୂରା ପରିବାର ଓ ଅଞ୍ଚଳବାସୀ ତାଙ୍କ ପାଇଁ ଗର୍ବ କରୁଛନ୍ତି। ତାଙ୍କୁ ସମସ୍ତେ ସଲାମ ମଧ୍ୟ କରୁଛନ୍ତି। ହେଲେ ବାପାଙ୍କୁ ଠିକ ଭାବେ ଦେଖି ନଥିବା କଅଁଳ ଶିଶୁ କେବଳ ରାହା ଧରି କାନ୍ଦୁଛି।
ସତେ ଯେମିତି ସେ ବି ତା’ ବାପା ହିମାୟୁନଙ୍କୁ ଖୋଜୁଛି। ପତ୍ନୀଙ୍କ କଥା ନ କହିବା ଭଲ। ସ୍ୱାମୀଙ୍କୁ ହରାଇ ସତେ ଯେମିତି ସେ ପାଗଳ ପ୍ରାୟ। ସେ କେବଳ ସ୍ୱାମୀଙ୍କ ପାର୍ଥିବ ଶରୀରକୁ ଚାହିଁ ରହିଛନ୍ତି। ତାଙ୍କ ଆଖିରୁ ଖାଲି ଲୁହ ଝରିବା ବେଳର ଦୃଶ୍ୟ ସମସ୍ତଙ୍କୁ ହତବାକ କରିଛି।
ଆଜି ବଡ଼ଗାମରେ ହିମାୟୁନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ଅନ୍ତିମ ଯାତ୍ରାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ପତ୍ନୀ ଓ ତାଙ୍କ ବାପାଙ୍କ ନେତୃତ୍ୱରେ ଶତାଧିକ ଲୋକ ହିମାୟୁନଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।
ହିମାୟୁନଙ୍କ ବାପା ଗୁଲାମ ହାସନ ଭଟ ମଧ୍ୟ ଜମ୍ମୁ-କଶ୍ମୀର ପୁଲିସ୍ରେ ଆଇଜି ଭାବେ କାମ କରି ସାରିଛନ୍ତି। ଜମ୍ମୁ-କଶ୍ମୀରରେ କାମ କରିବା କେତେ ଯେ ବିପଦ ସେକଥା ତାଙ୍କୁ ବେଶ ଭଲ ଭାବେ ଜଣାଥିଲା। ତଥାପି ସେ ନିଜର ୩୩ ବର୍ଷୀୟ ପୁଅକୁ ଦେଶର ସେବା କରିବାକୁ ପଠାଇ ଥିଲେ। ପୁଅ ହିମାୟୁନ ମଧ୍ୟ ନିରାଶ ନ କରି ଡିଏସ୍ପି ଭାବେ ଦେଶର ସେବା ଆରମ୍ଭ କରିଥିଲେ। ସେବା କରିବା ସମୟରେ ସେ ଏବେ ସହିଦ ହୋଇଛନ୍ତି।
ଗୁଲାମ ଆଶା କରିଥିଲେ ଯେ ସେ ପୁଅର କାନ୍ଧରେ ପରପାରିକୁ ଯିବେ। ହେଲେ ଏବେ ନିଜ ଭେଣ୍ଡିଆ ପୁଅର ମରଶରୀରକୁ ସେ କାନ୍ଧରେ ବୋହିଛନ୍ତି।
ଆଜି ହିମାୟୁନଙ୍କ ପାର୍ଥିକ ଶରୀରରେ ଗୁଲାମ ପୁଷ୍ପଗୁଚ୍ଛ ଦେଇ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ପୁଅକୁ ହରାଇ ତାଙ୍କ ଛାତିର କଲିଜା ଓ କୋହ ଫାଟି ପଡ଼ୁଥିଲା। କିନ୍ତୁ ସେ ନିଜର ସବୁ କୋହକୁ ଚାପି ରଖିଥିଲେ। ପୁଅ ଦେଶ ପାଇଁ ସହିଦ ହୋଇଥିବାରୁ ସତେ ଯେମିତି ସେ ଗର୍ବ କରୁଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଥିଲେ।
Our colleague, a police veteran himself, Ex IPS Ghulam Hassan Bhatt, laying a wreath on the mortal remains of his son DySP Humayun Muzamil Bhat. Humayun leaves behind a month-old baby. Ghulam Hassan knew the risk that comes with the @JmuKmrPolice service and still allowed his son… pic.twitter.com/Urxir1BucT
— Shesh Paul Vaid (@spvaid) September 14, 2023
ଆଗରେ ପୁଅର ପାର୍ଥିକ ଶରୀର ରହିଥିବା ବେଳେ ଗୁଲାମ କେବଳ ଚୁପଚାପ ଏହାକୁ ଦେଖିଥିଲେ। ଶ୍ରଦ୍ଧାଞ୍ଜଳି ଦେବାର ସମୟ ଆସିବାରୁ ସେ ୧୦ ପାଦ ଚାଲି ଚାଲି ଆଗକୁ ଯାଇଥିଲେ। ପୁଅର ପାର୍ଥିକ ଶରୀରରେ ପୁଷ୍କଗୁଚ୍ଛ ଦେଇଥିଲେ ଓ ନିଜର ଭାବନାକୁ ପ୍ରକାଶ ନ କରି ସିଧା ମୁହଁ ବୁଲାଇ ଆସି ଯାଇଥିଲା।
ବାପା ପାଇଁ ପୁଅକୁ ଶ୍ରଦ୍ଧାଞ୍ଜଳି ଦେବା ହୁଏତ ଏ ଦୁନିଆରେ ସବୁଠାରୁ ବଡ଼ କଷ୍ଟ। ତଥାପି ଏହି କଷ୍ଟକୁ ନିଜ ଛାତି ତଳେ ଚାପି ରଖିଥିଲେ ଗୁଲାମ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଆଉ ଗୋଟିଏ ଭିଡିଓରେ ସେ ପୁଅର ଜନାଜାକୁ କାନ୍ଧ ଦେଇ କବର ଯାଏ ନେଉଥିବା ଦେଖିବାକୁ ମିଳିଛି।
ଅନନ୍ତନାଗରେ ବୁଧବାର ହୋଇଥିବା ଏନକାଉଣ୍ଟରେ ହିମାୟୁନଙ୍କ ବ୍ୟତୀତ ହରିଆଣାର ମେଜର ଆଶିଷ ଧୋନାକ ଓ ଚଣ୍ଡିଗଡ଼ର କର୍ଣ୍ଣେଲ ମନପ୍ରୀତ ସିଂହ ମଧ୍ୟ ସହିଦ ହୋଇଥିଲେ।
ହିମାୟୁନଙ୍କ ଦେହରେ ଏକାଧିକ ଗୁଳି ବାଜିଥିଲା। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ସେ ଆଖି ବୁଜିଥିଲେ। ୨୦୧୮ରେ ହିମାୟୁନ ପୁଲିସ୍ ଫୋର୍ସରେ ଯୋଗ ଦେଇଥିଲେ।
୫ ବର୍ଷର କ୍ୟାରିୟରରେ ମଧ୍ୟରେ ସେ ଅନେକ ଚ୍ୟାଲେଞ୍ଜିଂ ଅପରେସନ କରିଥିଲେ। ବିଶେଷ କରି ସେ ଆତଙ୍କବାଦ ଧମନ ଅଭିଯାନରେ ସାମିଲ ହେଉଥିଲେ। ଏବେ ସେହି ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସେ ଦେଶ ପାଇଁ ନିଜ ଜୀବନକୁ ଉର୍ତ୍ସଗୀକୃତ କରି ଦେଇଛନ୍ତି।